ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / ଇଣ୍ଟରଭ୍ୟୁ ପ୍ରସ୍ତୁତି ଟିପ୍ସ
ସେଆର କରନ୍ତୁ

ଇଣ୍ଟରଭ୍ୟୁ ପ୍ରସ୍ତୁତି ଟିପ୍ସ

ଇଣ୍ଟରଭ୍ୟୁ ପୂର୍ବରୁ ପ୍ରସ୍ତୁତି ସମ୍ବନ୍ଧରେ କିଛି ଟିପ୍ସ ଏଠାରେ ମିଳିବ

ଉପକ୍ରମ

ଚାକିରି ପାଇଁ ଇଣ୍ଟରଭ୍ୟୁର ସାମ୍ନା କରିବା ଛୋଟିଆ କଥା ନୁହେଁ । ଯୋଗ୍ୟତା ଥିଲେ ବି ସାକ୍ଷାତକାର ସମୟରେ ଯଦି ହଡବଡେଇଯିବେ ତାହେଲେ ଆଶା କରିଥିବା ଚାକିରି ହାତରୁ ଖସିଯାଇପାରେ । ତେଣୁ ସାକ୍ଷାତକାର ଦେବାକୁ ଯିବା ପୂର୍ବରୁ ନିଜକୁ ନିମ୍ନମତେ ପ୍ରସ୍ତୁତ କରନ୍ତୁ ।

ପ୍ରଥମେ ଇଣ୍ଟରଭ୍ୟୁ ସ୍ଥିର କରିଥିବା ବ୍ୟକ୍ତି ସହିତ କଥା ହୋଇ ଚୟନ ପ୍ରକ୍ରିୟା ସମ୍ପର୍କରେ ବୁଝନ୍ତୁ । ଲିଖିତ ପରୀକ୍ଷା କି ଗ୍ରୁପ୍ ଡିସକସନ୍ ହେବ ଓ ଟେଲିଫୋନରେ, ଭିଡିଓ କନ୍ ଫରେନ୍ସ ମାଧ୍ୟମରେ କିମ୍ବା ସାମ୍ନା ସାମ୍ନି ଇଣ୍ଟରଭ୍ୟୁ ହେବ ପଚାରନ୍ତୁ । ଚାକିରି ବିବରଣୀ ଓ ପଦବୀ ଲାଗି ଯୋଗ୍ୟତା ଆବଶ୍ୟକତା ସମ୍ପର୍କରେ ସୂଚନା ସଂଗ୍ରହ କରନ୍ତୁ । ଇଣ୍ଟରଭ୍ୟୁକୁ କ’ଣ ପିନ୍ଧି ଯିବେ ଓ କୌଣସି ବହି ଯଦି ଦରକାର ସେ ବ୍ୟବସ୍ଥା ଆଗୁଆ କରି ରଖନ୍ତୁ ।

କମ୍ପାନୀ ସମ୍ପର୍କ

କମ୍ପାନୀ ସମ୍ପର୍କରେ ଏହାର ୱେବସାଇଟ, ସୋସିଆଲ ମିଡିଆ ନହେଲେ ଅନ୍ୟ ଉତ୍ସରୁ ତଥ୍ୟ ସଂଗ୍ରହ କରନ୍ତୁ ।

ନିଯୁକ୍ତିଦାତାଙ୍କ ସହ ପରିଚିତ ଥିବା ଲୋକଙ୍କୁ ଭେଟି କମ୍ପାନୀର କର୍ମଚାରୀ ଓ ପରିବେଶ ସମ୍ପର୍କରେ ପଚାରନ୍ତୁ ।

କମ୍ପାନୀ ନୂଆ କର୍ମଚାରୀମାନଙ୍କଠାରୁ କ’ଣ ଆଶା କରୁଛି ତାହା ବୁଝି କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରନ୍ତୁ ।

ଆପଣଙ୍କ ରିଜ୍ୟୁମକୁ ଭିତ୍ତି କରି ଇଣ୍ଟରଭ୍ୟୁରେ କି ପ୍ରକାର ପ୍ରଶ୍ନ ପଚାରାଯିବାର ସମ୍ଭାବନା ଅଛି ତାହା ଅନୁମାନ କରନ୍ତୁ ଓ କ’ଣ ସବୁ ଉତ୍ତର ଦେବେ ଆଗୁଆ ସ୍ଥିର କରନ୍ତୁ ।

ଇଣ୍ଟରଭ୍ୟୁର ପୂର୍ବ ଦିନ ଚେକ୍ ଲିଷ୍ଟ ପ୍ରସ୍ତୁତ କରନ୍ତୁ । କ’ଣ ପିନ୍ଧିବେ, କେତେବେଳେ ଘରୁ ବାହାରିବେ ଓ କ’ଣ ସବୁ ସାଙ୍ଗରେ ନେବେ ତାହାର ପ୍ରସ୍ତୁତି କରନ୍ତୁ ରାତିରେ ଯଥେଷ୍ଟ ଶୁଅନ୍ତୁ ।

ଆଧାର – ଦୈନିକ ଧରିତ୍ରୀ

3.14285714286
ଅନିଲ କୁମାର ନାହାକ May 09, 2017 12:14 PM

ସମସ୍ତ ପିଲା ମାନଙ୍କ ପାଇଁ ବହୁତ ଜାଣିବା କଥା ଏହି ସବୁ କଥା ଆପଣ ଭଲ କହିଛନ୍ତି ଥାଙ୍କୁ ସାର ।

sahabaz ali khan Nov 12, 2016 02:19 PM

ଏହା ବାସ୍ତବରେ ରେ ଉପୋଜୋଗି ହେବ

Sagarika Bardhan Mar 05, 2016 02:03 PM

ଏହି ବାର୍ତ୍ତା ଛାତ୍ରଛାତ୍ରୀ ବହୁତ ସାହାଯ୍ୟ କରିବ ।

Debabrata Behera Mar 04, 2016 03:19 PM

ସମସ୍ତ ଛାତ୍ର, ଛାତ୍ରୀ ମାନଙ୍କ ପାଇଁ ଏହାକୁ ଜାଣିବା ନିଶ୍ଚିତ ଜରୁରୀ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top