ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / କେମିତି ହେବେ ସଫଳ ଟିମ୍ ଲିଡର
ସେଆର କରନ୍ତୁ

କେମିତି ହେବେ ସଫଳ ଟିମ୍ ଲିଡର

ଜଣେ ଟିମ୍ ଲିଡରଙ୍କ ମଧ୍ୟରେ କେଉଁ କେଉଁ ବିଶେଷତ୍ଵ ରହିବା ଆବଶ୍ୟକ ସେ ସମ୍ବନ୍ଧରେ ସୂଚନା ଦିଆଯାଇଛି ।

ଟିମ୍ ଲିଡର

ଜଣେ ସଫଳ ଟିମ୍ ଲିଡ଼ର୍ ହେବା ଲାଗି ସୁବ୍ୟବସ୍ଥିତ କାର୍ଯ୍ୟପ୍ରଣାଳୀ ସହିତ ଅନ୍ୟମାନଙ୍କର ପ୍ରିୟଭାଜନ ହେବାକୁ ପଡିବ । କିଏ କେତେ ସଫଳ ଲିଡର ତାହା ଅଫିସିଆଲ୍ ରିପୋର୍ଟ ଉପରେ  ସମ୍ପୂର୍ଣ୍ଣ ନିର୍ଭର କରେନାହିଁ ବରଂ କର୍ମଚାରୀଙ୍କ ପସନ୍ଦ, ଆଦର ଏବଂ ଅନୁଷ୍ଠାନରେ ଲୋକପ୍ରିୟତା ଆଦି କେତେକ ବିଷୟ ମଧ୍ୟ ଗୁରୁତ୍ଵ ବହନ କରିଥାଏ ।

ବିଶେଷତ୍ଵ

ଜଣେ ଟିମ୍ ଲିଡରଙ୍କ ମଧ୍ୟରେ କେଉଁ କେଉଁ ବିଶେଷତ୍ଵ ରହିବା ଆବଶ୍ୟକ ତାହାକୁ ନେଇ ନିମ୍ନରେ କେତେକ ପଏଣ୍ଟ ପ୍ରଦାନ କରାଗଲା ।

  • ଏକ ରିପୋର୍ଟରୁ ଜଣାଯାଇଛି  ଯେ, ଖୁସି ମିଜାଜର ବ୍ୟକ୍ତିଙ୍କ ପ୍ରଭାବ ଅନ୍ୟମାନଙ୍କ ଉପରେ ସହଜରେ ପଡିଥାଏ । କର୍ମଚାରୀଙ୍କୁ ଉତ୍ସାହିତ କରିବା  ସାଙ୍ଗକୁ ପ୍ରେରଣାଦାୟୀ ଉପଦେଶ ପ୍ରଦାନ କରୁଥିବାରୁ ସେମାନେ ଅଧିକ ପ୍ରଭାବଶାଳୀ ବୋଲି ଉକ୍ତ ରିପୋର୍ଟ ଦର୍ଶାଇଛି। ତେଣୁ ଲିଡରଙ୍କ ନିକଟରେ ଏହି ଗୁଣ ରହିଥିବା ଦରକାର ।
  • ଏକ  ଲିଡରଶିପ୍ ଡେଭେଲପମେଣ୍ଟ ଏଜେନ୍ସ କରିଥିବା ସର୍ଭେରୁ ଜଣାପଡିଛି ଯେ, ପରିବର୍ତ୍ତନକୁ ସହଜରେ ଗ୍ରହଣ କରି ପାରୁଥିବା ବ୍ୟକ୍ତି ନିଶ୍ଚିତ ଭାବେ ସଫଳ ହୋଇଥାନ୍ତି । ଏଣୁ ଟିମ୍ ଲିଡର ଭାବେ ଆପଣ ଏହି ପଦାଙ୍କ ଅନୁସରଣ କରିବା ଉଚିତ ।
  • ଜଣେ ଟିମ୍ ଲିଡର ବିଶାଳ ଜ୍ଞାନର ଅଧିକାରୀ ହୋଇଥିବା ଦରକାର । ତାଙ୍କ କାର୍ଯ୍ୟଶୈଳୀରେ ପରିପକ୍ଵତା ରହିବା ଉଚିତ ।
  • ୨୦ ହଜାର କର୍ମଚାରୀଙ୍କୁ ନେଇ ହୋଇଥିବା ଏକ ସର୍ଭେ ରିପୋର୍ଟରୁ ଜଣା ପଡିଛି ଯେ, ନିଜ ଟିମ୍ ସଦସ୍ୟମାନଙ୍କୁ ସମ୍ମାନ ଦେବା ଜଣେ ସଫଳ ଟିମ୍ ଲିଡରଙ୍କ ପ୍ରମୁଖ ଗୁଣ ହେବା ଆବଶ୍ୟକ ।
  • ଜଣେ ନୂତନ ଚିନ୍ତାଧାରା ସମ୍ପନ୍ନ ଟିମ୍  ଲିଡରଙ୍କ ଅନ୍ୟତମ ପ୍ରମୁଖ ଗୁଣ ହେଲା ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯେଉଁ ନିଷ୍ପତ୍ତି ଗ୍ରହଣ କରନ୍ତି ତାହାର ଫଳ ପରବର୍ତ୍ତୀ ସମୟରେ ପରିଲକ୍ଷିତ ହୋଇଥାଏ ।
  • ଏହା ନିଃସନ୍ଦେହ ଯେ କଠିନ ପରିଶ୍ରମ ବିନା  ସଫଳତା ମିଳେ ନାହିଁ । ଏଣୁ ଜଣେ ସଫଳ ଟିମ୍  ଲିଡର ହେବା ଲାଗି କଠିନ ପରିଶ୍ରମ କରିବାକୁ ପଡିବ ।
  • ପ୍ରତ୍ୟେକ ଟିମ୍ ସଦସ୍ୟଙ୍କ ସାମର୍ଥ୍ୟ ତଥା କାର୍ଯ୍ୟଦକ୍ଷତାକୁ ଦେଖି ସେମାନଙ୍କୁ ସେହି ଅନୁସାରେ ଦାୟିତ୍ଵ ପ୍ରଦାନ କରିବା ଜଣେ ଟିମ୍ ଲିଡ଼ରଙ୍କ ପ୍ରଧାନ ଦାୟିତ୍ଵ । ଏହି ଦାୟିତ୍ଵକୁ ଠିକ୍ ଭାବେ ନିର୍ବାହ କରିପାରିଲେ ଜଣେ ସଫଳ ନେତୃତ୍ଵ ନେବାର ସୌଭାଗ୍ୟ ଅର୍ଜନ କରିପାରିବେ ।
  • ଜଣେ ଟିମ୍ ଲିଡର ଅନ୍ୟମାନଙ୍କ କାର୍ଯ୍ୟଶୈଳୀକୁ ସମାଲୋଚନା ନ କରି ସେମାନଙ୍କୁ ଠିକ୍ ବାଟକୁ ଆଣିବା ଦରକାର । ଏହା ମାଧ୍ୟମରେ ସେ ଟିମ୍ ସଦସ୍ୟମାନଙ୍କ ହୃଦୟ  ଜିଣିପାରିବେ ଏବଂ ସେମାନଙ୍କ ନିକଟରେ ଗ୍ରହଣୀୟ ହୋଇପାରିବେ ।

ଆଧାର – ଦୈନିକ   ଧରିତ୍ରୀ

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top