অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ରୁପ୍ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତି

ଗ୍ରୁପ୍ ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତି

ଗ୍ରୁପ୍ ଇଣ୍ଟରଭ୍ୟୁ

ନିଯୁକ୍ତି ଆଶାୟୀ ଏକାଧିକ ପ୍ରାର୍ଥାଙ୍କୁ ଜଣେ ନିଯୁକ୍ତିଦାତା କିଂବା ଗୋଟିଏ ଇଣ୍ଟରଭ୍ୟୁ ପ୍ୟାନେଲ୍ ଦ୍ଵାରା ଗ୍ରୁପ ଇଣ୍ଟରଭ୍ୟୁ କରାଯାଏ । ଦକ୍ଷ ଏବଂ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବା ଲାଗି ଆଜିକାଲି ଅନେକ କମ୍ପାନୀ ସିଙ୍ଗଲ୍ ଇଣ୍ଟରଭ୍ୟୁ ଅପେକ୍ଷା ଗ୍ରୁପ୍ ଇଣ୍ଟରଭ୍ୟୁରେ ଅଧିକ ପସନ୍ଦ କରୁଛନ୍ତି ।

ସିଙ୍ଗଲ ଇଣ୍ଟରଭ୍ୟୁରେ ଜଣେ ପ୍ରାର୍ଥୀଙ୍କ ଲାଗି ନିଯୁକ୍ତିଦାତା ଅତି କମ୍ ରେ ଅଧା ଘଣ୍ଟା ସମୟ ନେଇଥାନ୍ତି। ମାତ୍ର ଗ୍ରୁପ୍ ଇଣ୍ଟରଭ୍ୟୁରେ କମ୍ ସମୟ ମଧ୍ୟରେ ଏକାଧିକ ପ୍ରାର୍ଥୀଙ୍କୁ ଇଣ୍ଟରଭ୍ୟୁ କରାଯାଇଥାଏ । ଜଣେ ପ୍ରାର୍ଥୀଙ୍କୁ ଏକ ସମୟରେ ଅନେକ ଲୋକ ପରଖିଥାନ୍ତି । ନିଯୁକ୍ତି ପରିଚାଳନା ବୋର୍ଡ ପ୍ରାର୍ଥୀମାନଙ୍କ ଇଣ୍ଟରଭ୍ୟୁ ନେଇଥାଏ । ଏହି ପ୍ରକ୍ରିୟାରେ ଇଣ୍ଟରଭ୍ୟୁ ଦ୍ଵାରା ପ୍ରାର୍ଥୀଙ୍କ ଦକ୍ଷତାକୁ ଜାଣିବା ସହଜ ହୁଏ । ଏଥିସହିତ ପ୍ରାର୍ଥୀଙ୍କ ବିଷୟରେ ସେହିଠାରେ ହିଁ ଆଲୋଚନା କରିବାର ବିକଳ୍ପ ଥାଏ : ଯାହା କି ସିଙ୍ଗଲ ଇଣ୍ଟରଭ୍ୟୁରେ ନିଯୁକ୍ତିଦାତାଙ୍କ ନିକଟରେ ନ ଥାଏ । ବର୍ତ୍ତମାନ କେତେକ ଆଗ ଧାଡିର କମ୍ପାନୀ ନିଜର ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି । ଏହା ଛଡା ଅଧିକାଂଶ କମ୍ପାନୀ ଚଳିତବର୍ଷ ପ୍ରଚୁର ମାତ୍ରାରେ ନିଯୁକ୍ତି ଦେବା ଲାଗି ଘୋଷଣା କରିଛନ୍ତି । ପ୍ରାର୍ଥୀମାନେ ଏ କଥା ଜାଣିବା ଉଚିତ ଯେ ୱାନ୍ ବାଏ ୱାନ୍ ଇଣ୍ଟରଭ୍ୟୁ କିଂବା ଗ୍ରୁପ୍ ଇଣ୍ଟରଭ୍ୟୁ ମଧ୍ୟରେ ସେଭଳି କିଛି ଅଧିକ ଫରକ୍ ନ ଥାଏ । ତଥାପି ସେମାନଙ୍କୁ ଏହି ନୂତନ ପଦ୍ଧତିରେ ଇଣ୍ଟରଭ୍ୟୁ ଦେବା ଲାଗି ପ୍ରସ୍ତୁତ ହେବା ଆବଶ୍ୟକ । ଗ୍ରୁପ୍ ଇଣ୍ଟରଭ୍ୟୁରେ ଭିନ୍ନ ଭିନ୍ନ ମାନସିକତା ଲୋକଙ୍କ ସହ ମିଶିବାକୁ ପଡେ । ତେଣୁ ଜଣେ ପ୍ରାର୍ଥୀଙ୍କର କୌଣସି କଥାରେ ସେମାନେ ଅସହମତ ହୋଇପାରନ୍ତି । କେତେକ ଇଣ୍ଟରଭ୍ୟୁ ବିଶେଷଜ୍ଞଙ୍କ ମତ ଗ୍ରୁପ୍ ଇଣ୍ଟରଭ୍ୟୁକୁ କମ୍ପାନୀର ନିଯୁକ୍ତିଦାତାମାନେ ବିଜିନେସ୍ ମିଟିଂ ଭଳି ଦେଖନ୍ତି । ନିଯୁକ୍ତିଦାତାଙ୍କୁ ସେମାନେ ନିଜର କ୍ଲାଏଣ୍ଟ ବା ଗ୍ରାହକ ଭଳି ମନେ କରନ୍ତି ।

ଗ୍ରୁପ୍ ଇଣ୍ଟରଭ୍ୟୁର  ସମ୍ମୁଖୀନ

ଏଣୁ ଗ୍ରୁପ୍ ଇଣ୍ଟରଭ୍ୟୁର ସମ୍ମୁଖୀନ ହେବ ଏବଂ ଏଥିରେ ସଫଳତା ହାସଲ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ନିମ୍ନଲିଖିତ କେତୋଟି ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ।

  • ଗ୍ରୁପ୍ ଇଣ୍ଟରଭ୍ୟୁ ଆରମ୍ଭ ହେବା ପୂର୍ବରୁ ଅନ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ବିନମ୍ର ସହକାରେ ନିଜର ପରିଚୟ ଆଦାନ ପ୍ରଦାନ କରନ୍ତୁ। ଅନ୍ୟ ପ୍ରାର୍ଥୀମାନଙ୍କୁ ପଚରାଯାଉଥିବା ପ୍ରଶ୍ନ ଏବଂ ସେମାନଙ୍କ ଉତ୍ତରକୁ ଭଲଭାବେ ଶୁଣନ୍ତୁ ।
  • ଜଣେ ଦକ୍ଷ ଏବଂ ସକ୍ରିୟ ପ୍ରାର୍ଥୀଭାବେ ନିଜ ଭିତରେ ସକାରାତ୍ମକ ଚିନ୍ତାଧାରା ପୋଷଣ କରନ୍ତୁ । ଅନ୍ୟ ଜଣେ ପ୍ରାର୍ଥୀଙ୍କ ଉତ୍ତର ମଝିରେ ଆପଣଙ୍କ ମତାମତ ଦିଅନ୍ତୁ ନାହିଁ । ଏହା ନିଯୁକ୍ତିଦାତାଙ୍କ ମନରେ ନକାରାତ୍ମକ ମନୋଭାବ ସୃଷ୍ଟି କରିପାରେ ।
  • ଇଣ୍ଟରଭ୍ୟୁ ପ୍ୟାନେଲ୍ ରେ ବସିଥିବା ନିଯୁକ୍ତିଦାତାଙ୍କ ମାନସିକତାକୁ ପଢିବାକୁ ଚେଷ୍ଟା କରନ୍ତୁ । ପ୍ୟାନେଲ୍ ର ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମାନ ଭାବେ ଗୁରୁତ୍ଵ ଦିଅନ୍ତୁ । ଏମାନଙ୍କ ମଧ୍ୟରୁ କିଏ ହୁଏତ କାହାର ବସ୍ ହୋଇଥାଇପାରନ୍ତି କିମ୍ବା କିଏ ହୁଏତ କାହାର ଜୁନିୟର୍ ଭାବେ କାର୍ଯ୍ୟ କରୁଥାଇପାରନ୍ତି । କିନ୍ତୁ ଆପଣଙ୍କ ଦକ୍ଷତା ପରଖିବା ତଥା ଅରପଣଙ୍କୁ ଚୂଡାନ୍ତ ଚୟନ କରିବା ଦାୟିତ୍ଵ ସେମାନଙ୍କ ପାଇଁ ସମାନ ।
  • କୌଣସି ପ୍ରଶ୍ନର ଉତ୍ତର ଦେବାବେଳେ ସମସ୍ତଙ୍କ ସହ ମୁହାଁମୁହିଁ କଥା ହୁଅନ୍ତୁ । ଆପଣଙ୍କ ବାର୍ତ୍ତାଳାପ ଏ ଭଳି ହେବା ଦରକାର ଯେପରି ପ୍ରତ୍ୟେକ ନିଯୁକ୍ତିଦାତା ସନ୍ତୁଷ୍ଟ ହେବେ ।
  • ନିଧାରିତ ପଦବୀ ପାଇଁ ଆପଣ ହିଁ କେବଳ ଉପଯୁକ୍ତ ପ୍ରାର୍ଥୀ ବୋଲି ନିଯୁକ୍ତିଦାତାଙ୍କ ମଧ୍ୟରେ ଧାରଣା ସୃଷ୍ଟି କରନ୍ତୁ । ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେଲେ ଗ୍ରୁପ୍ ଇଣ୍ଟରଭ୍ୟୁରେ ସଫଳ ହେବା ସହଜ ହେବ ।

ଆଧାର – ଦୈନିକ ସମ୍ବାଦ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate