অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର

ସରକାରୀ ଏବଂ ଘରୋଇ ଚାକିରି ମଧ୍ୟରେ ପ୍ରଭେଦ

ଆଜିକାଲି ଛାତ୍ରଛାତ୍ରୀମାନଙ୍କୁ ସରକାରୀ ଏବଂ ଘରୋଇ ଚାକିରି ମଧ୍ୟରେ ଯଦି ଚୟନ କରିବାକୁ କୁହାଯାଏ ତା’ ହେଲେ ସେମାନେ ସରକାରୀ ଚାକିରିକୁ ହିଁ ବାଛିବେ ।  ଏହା ହେବା ସ୍ଵାଭାବିକ । କାରଣ ଏଠାରେ ଚାକିରିର ସ୍ଥାୟିତ୍ଵ ସହ ମୋଟା ଅଙ୍କର ଦରମା ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ଢେର ରହିଛି  ।  ୟୁପିଏସସି ,  ଏସଏସସି ଏବଂ ଷ୍ଟେଟ ପବ୍ଲିକ ସର୍ଭିସ କମିଶନ ପକ୍ଷରୁ ଆୟୋଜିତ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିବା ଲାଗି ଛାତ୍ରଛାତ୍ରୀମାନେ ଶତ ପ୍ରତିଶତ ଉଦ୍ୟମ ଲଗାଉଛନ୍ତି ।  ଏଥିରେ ସଫଳ ହୋଇଗଲେ କ୍ୟାରିୟର ବନିଗଲା ବୋଲି ଜାଣୁଛନ୍ତି । ତେବେ ସରକାରୀ ବିଭାଗ କିମ୍ବା ରାଷ୍ଟ୍ରାୟତ୍ତ କମ୍ପାନୀ ବ୍ୟତୀତ ଆଜିକାଲି ବ୍ୟାଙ୍କ ଏବଂ ଇନସ୍ୟୁରାନ୍ସ କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି । ଏଠାରେ ସମ୍ମାନ ସହ ଚାକିରିଆ ସ୍ଥାୟିତ୍ଵ ମଧ୍ୟ ରହିଛି ।  ସିଭିଲ ସର୍ଭିସ କିମ୍ବା ଷ୍ଟେଟ ପ୍ଲବିକ ସର୍ଭିସ କମିଶନ ପକ୍ଷରୁ ଆୟୋଜିତ ପରୀକ୍ଷା ଗୁଡିକରେ ପ୍ରଶ୍ନ ପ୍ୟାଟର୍ନଗୁଡିକ କଷ୍ଟକର ରହୁଥିବାରୁ ବ୍ୟାଙ୍କିଙ୍ଗ କ୍ଷେତ୍ର ପ୍ରତି ମନ ବଳାଉଛନ୍ତି ଆଜିର ଯୁବପିଢି  । ଯୁବପିଢି ବିଶେଷକରି ମହିଳାମାନଙ୍କ ପାଇଁ ଏହା ଏକ ଆକର୍ଷଣୀୟ କ୍ୟାରିୟର ମାନ୍ୟତା ପାଇଛି ଶିକ୍ଷକତା ପରେ ମହିଳାମାନଙ୍କ ଦ୍ଵିତୀୟ ପସନ୍ଦ ହେଉଛି ବ୍ୟାଙ୍କିଙ୍ଗ ସରକାର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି ।  ବ୍ୟାଙ୍କଗୁଡିକର ସମ୍ପ୍ରସାରଣ ଯୋଜନା ମାଧ୍ୟମରେ ଯୁବପିଢିଙ୍କ ପାଇଁ ବିପୁଳ ମାତ୍ରାରେ ସୁଯୋଗ ସୃଷ୍ଟି ହୋଇଛି  । ବ୍ୟାଙ୍କିଙ୍ଗ କ୍ଷେତ୍ର ଆଗରୁ ଦ୍ରୁତ ଗତିରେ ଅଗ୍ରସର ହେଉଛି ଏବଂ କ୍ଳଋକାର୍ଲ ଓ ମାନବସମ୍ବଳର ଆବଶ୍ୟକ ପଡୁଛି । କେବଳ ଗ୍ରାଜୁଏଟ ଡିଗ୍ରୀ ଥାଇ ଜେନ ବ୍ୟାଙ୍କରେ ଅଫିସର ପଦବୀ ପାଇଁ ଆବେଦନ କରିପାରୁଛନ୍ତି ଏବଂ ଯୁକ୍ତ ୨ ପାସ କରି ଜଣେ କ୍ଳରିକାଳ କ୍ୟାଡରରେ ସୁଯୋଗ ନେଇପାରୁଛନ୍ତି ।

ସମ୍ପ୍ରତି ଆରବିଆଇ ପକ୍ଷରୁ ପେମେଣ୍ଟ ବ୍ୟାଙ୍କ, ସ୍କୁଲ ଫାଇନାନ୍ସ ବ୍ୟାଙ୍କ ଆଦି ବିଭିନ୍ନ ପ୍ରକାର ବ୍ୟାଙ୍କ ସ୍ଥାପନ କରିବା ଲାଗି ଲାଇସେନ୍ସ ପ୍ରଦାନ କରାଯାଇଛି   । ଏଥି ସହିତ ଯୁବପିଢିଙ୍କ ଲାଗି ସୁଯୋଗ ବହୁଗୁଣିତ ହୋଇଛି । ବ୍ୟାଙ୍କିଙ୍ଗ ଶିଳ୍ପ କ୍ଷେତ୍ରରେ କ୍ଳରିକାଳ ଏବଂ ପ୍ରୋବେସନାରୀ ଅଫିସର ନିଯୁକ୍ତି ପାଇଁ ସିଡବ୍ଲ୍ୟୁଇ ଏବଂ ଆଇବିପିଏସ ଭଳି ନୋଡାଲ ଏଜେନ୍ସିଗୁଡିକ ଦ୍ଵାରା ପରୀକ୍ଷାର ଆୟୋଜିତ କରାଯାଇଥିଲା ।  ଏସବିଆଇ ଏବଂ ଏହାର ସହଯୋଗ ବ୍ୟାଙ୍କଗୁଡିକ ନିଜର ରିକ୍ୟୁଟମେଣ୍ଟ ଟେଷ୍ଟର ଆୟୋଜନ କରିଥାନ୍ତି ।

ଏଠାରେ ପିଓ ପଦବୀ ଲାଗି ପରୀକ୍ଷା ପ୍ୟାଟର୍ନ ଆଇବିପିଏସଠାରୁ ଭିନ୍ନ ହୋଇଥିବାବେଳେ କ୍ଳରିକାଲ ପାଇଁ ପାଖାପାଖି ସମାନ ଥାଏ  ।

ପ୍ରତି ବର୍ଷ ଅଗଷ୍ଟରୁ ବ୍ୟାଙ୍କିଙ୍ଗ କ୍ଷେତ୍ର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥାଏ  । ଏହା ଜାନୁଆରୀ – ଫେବୃୟାରି ପର୍ଯ୍ୟନ୍ତ ଚାଲିଥାଏ । ଉକ୍ତ ସମୟରେ ପରୀକ୍ଷା ଫଳ ବାହାରିଥାଏ ଏବଂ ସଫଳ ଛାତ୍ରଛାତ୍ରୀମାନେ ଏପ୍ରିଲ ପରେ କାର୍ଯ୍ୟରେ ଯୋଗ ଦେଇଥାନ୍ତି   ।  ତେଣୁ କ୍ଳରିକାଲ ଏବଂ ପିଓ ପରୀକ୍ଷା ନିମନ୍ତେ ପଞ୍ଜିକାରଣ କରିଥିବା ନିଯୁକ୍ତି ଆଶାୟୀଙ୍କ ଲାଗି ପ୍ରସ୍ତୁତ ହେବା ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ  ।

  • ସିଡବ୍ଲ୍ୟୁଇ (କମନ ରିଟିନ ଏକଜାମ ) କ୍ଳରିକାଲ କ୍ୟାଡର ପାଇଁ ପଞ୍ଜିକରଣ ଶେଷ ତାରିଖ ୨୦୧୬ ସେପ୍ଟେମ୍ବର ୧୨ ରହିଛି । ପିଓ ପରୀକ୍ଷା ପାଇଁ ଭିନ୍ନ ସ୍ଥାନରେ ପଞ୍ଜିକରଣର ଶେଷ ତାରିଖ ଯଥାକ୍ରମେ ୧୬ ସେପ୍ଟେମ୍ବର ୨୨ ସେପ୍ଟେମ୍ବର ,ଏବଂ ୨୩ ଅକ୍ଟୋବର ୨୦୧୬ ରହିଛି  ।
  • ଏହାର ଅର୍ଥ ଏସବିଆଇ ପିଓ ପରୀକ୍ଷା ଆଇବିପିଏସ ପିଓ ପରୀକ୍ଷାଠାରୁ ସାମାନ୍ୟ କଷ୍ଟକର ବୋଲି ଜଣାଯିବ  । କାରଣ ଏସବିଆଇ ପିଓ ପରୀକ୍ଷା ନିମନ୍ତେ ଆବେଦନକାରୀ ଅଧିକ ଥାନ୍ତି । ପଦବୀ ସଂଖ୍ୟା କମ ଥାଏ ।  ଜିଡି ଏକ ଅତିରିକ୍ତ ଇଣ୍ଟରଭ୍ୟୁ ପ୍ରକ୍ରିୟା ରହିଛି । ଆଇବିପିଏସ ପିଓ ତୁଳନାରେ ଏଠାରେ ପ୍ରଶ୍ନପତ୍ର କଠିନ  ।
  • ସିଡବ୍ଲ୍ୟୁଇ କ୍ଳରିକାଲ ଗ୍ରେଡ ଲାଗି ପଞ୍ଜୀକାରଣର ଶେଷ ତାରିଖ ୧୨ ସେପ୍ଟେମ୍ବର ଥିବାବେଳେ ଏହାର ପ୍ରିଲିମ ପରୀକ୍ଷା ୨୦୧୬ ଅକ୍ଟୋବର ୨୬ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ରହିଛି ।  ଏଥିରେ ସଫଳ ଛାତ୍ରଛାତ୍ରୀମାନେ ଚୁଡାନ୍ତ ଲିଖିତ ପରୀକ୍ଷା (ମେନ ) କୁ ୩୧ ଡିସେମ୍ବର ୨୦୧୬ କିମ୍ବା ୧ ଜାନୁଆରୀ ୨୦୧୭ ର ଦେବେ   ।
  • କ୍ଳରିକାଲ କ୍ୟାଡର ପ୍ରିଲିମ ପରୀକ୍ଷାରେ ୧୦୦ ମାର୍କର ପ୍ରଶ୍ନ ଆସିଥାଏ ଏବଂ ଏଥିରେ ୩ ଟି ପ୍ରମୁଖ ବିଷୟ ଥାଏ , ଯାହାକୁ ଶେଷ କରିବା ଲାଗି ଘଣ୍ଟାଏ ସମୟ ଦିଆଯାଇଥାଏ  ।
  • ଆଇବିପିଏସ ସିଡବ୍ଲ୍ୟୁଇ ପ୍ରିଲିମ (କ୍ଳରିକାଲ) ଟେଷ୍ଟ ଭଳି ଆଇବିପିଏସ ପିଓରେ ୩ ଟି ପ୍ରମୁଖ ବିଷୟ ଥାଏ  । ମୋଟ ୧୦୦ ମାର୍କର ପ୍ରଶ୍ନ ଆସିଥାଏ   ।
  • କ୍ଳରିକାଲ ଏବଂ ପ୍ରୋବେଶନାରୀ ଅଫିସର ଚୟନ ଲାଗି ଆଇବିପିଏସ ନୋଡାଲ ସିଲେକ୍ସନ  ବୋର୍ଡ ହୋଇଥିବାବେଳେ ଏସବିଆଇ ସ୍ଵତନ୍ତ୍ର ଭାବେ ଏହାର ପରୀକ୍ଷାର ଆୟୋଜନ କରିଥାଏ ।  ଅଧିକାଂଶ ଛାତ୍ରଛାତ୍ରୀ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ୟାରିୟର ଅଭିବୃଦ୍ଧି ଏବଂ ବେତନକୁ ନେଇ ଜାଣିବା ପାଇଁ ଇଚ୍ଛା ରଖିଥାନ୍ତି   ।
  • ଉଭୟ ଏସବିଆଇ ଏବଂ ଆଇବିପିଏସ ଅଫିସରମାନଙ୍କର କ୍ୟାରିୟର ଅଭିବୃଦ୍ଧି ପ୍ରାୟ ସମାନ ଥାଏ  ।

ଜଣେ ନୂଆ ପିଓ ନିମ୍ନଲିଖିତ ଗ୍ରେଡ ଅନୁଯାୟୀ ଆଗକୁ ବଢିବେ

  • ସ୍କେଲ-୧ ପିଓଙ୍କର ପ୍ରାରମ୍ଭିକ ମାସିକ ବେତନ ୩୯,୨୦୦ ଟଙ୍କା ରହିଛି  । ଏଥିରେ ମୂଳ ଦରମା ଡିଏ (ମୂଳ ଦରମାର ୪୦% ) ଏଚଆଇଏ(ମୂଳ ଦରମାର ୭ ର ୯ %) ସ୍ଵତନ୍ତ୍ର ଭତ୍ତା ୭.୭୫% ସିସିଏ ( ସିଟି କମ୍ଫେନସ୍ୟାଟୋରି ପ୍ରୋତ୍ସାହନ , ମୂଳ ଦରମାର ୩ ରୁ ୪% ) ସହିତ ଅନ୍ୟାନ୍ୟ ମେଡିକାଲ ସୁବିଧା ଏଲଟିଏ/ଏଲଟିସି ଆଦି ସୁବିଧା ମଧ୍ୟ ପ୍ରଦାନ କରାଯାଇଥାଏ   ।
  • ଏସବିଆଇ ଏବଂ ଏହାର ସହଯୋଗୀ ବ୍ୟାଙ୍କ ପିଓ ଆଇବିପିଏସ ପିଓଙ୍କ ଠାରୁ ୯୮୦ ରୁ ୧୦୦୦ ଟଙ୍କା ଅଧିକ ଦରମା ପାଇଥାନ୍ତି   ।
  • ବ୍ୟାଙ୍କିଙ୍ଗ କ୍ଷେତ୍ରରେ ବିଭିନ୍ନ ପଦବୀଗୁଡିକ ମଧ୍ୟରେ ମ୍ୟାନେଜରର ସ୍କେଲ- ୨ , ସିନିୟର ମ୍ୟାନେଜର ଗ୍ରେଡ-୩,ଚିଫ ମ୍ୟାନେଜର ଗ୍ରେଡ- ୪ ଏଜିଏମ ଗ୍ରେଡ-୫ ଡେପୁଟି ଜିଏମ ଗ୍ରେଡ-୬ ଜିଏମ ଗ୍ରେଡ- ୭ ରହିଛି   ।
  • ଆକର୍ଷଣୀୟ ଟ୍ରାକ ରେକର୍ଡ ଥିବା ଅଧିକାରୀମାନେ ବ୍ୟାଙ୍କର ଅଧ୍ୟକ୍ଷ ପଦକୁ ଉନ୍ନୀତ ହୋଇପାରିବେ   ।
  • ପ୍ରତି ବର୍ଷ ୨୦ ହଜାର ରୁ ଊର୍ଦ୍ଦ୍ଵ ଅଧିକାରୀ ଆଇବିପିଏସ ମାଧ୍ୟମରେ ପିଓ ଭାବେ ନିଯୁକ୍ତି ପାଉଛନ୍ତି   । ଏସବିଆଇ ମାଧ୍ୟମରେ ବାର୍ଷିକ ପାଖାପାଖି ୧୪ ରୁ ୧୫ ହଜାର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଉଛି   ।
  • ଏହା ଛଡା ଏହି ବ୍ୟାଙ୍କଗୁଡିକ ଅନେକ ମାତ୍ରାରେ ଟେକ୍ନିକାଲ ଏବଂ ନନ-ଟେକ୍ନିକାଲ ଷ୍ଟାଫମାନଙ୍କୁ ନିଯୁକ୍ତି ଦେଇଥାନ୍ତି   ।  ଏଗୁଡିକ ମଧ୍ୟରେ କୃଷି ଅଧିକାରୀ, ଆଇଟି ପ୍ରଫେଶନାଳ ଗ୍ରାହକ ସେବା କର୍ମଚାରୀ , ଏଚଆର ପ୍ରଫେସନାଳ ଏବଂ ବିଜନେସ ଆନାଲିଷ୍ଟ ଓ ଆହୁରି ଅନେକ ପଦବୀ ରହିଛି   ।
  • ଦେଶର ସାମାଜିକ ଏବଂ ଅର୍ଥନୈତିକ ବ୍ୟବସ୍ଥାରେ ବ୍ୟାଙ୍କଗୁଡିକ ପ୍ରମୁଖ ଅଙ୍ଗ ହୋଇଥିବାବେଳେ ଏହି କ୍ଷେତ୍ରରେ କ୍ୟାରିୟରର ବିପୁଳ ସୁଯୋଗ ରହିଛି   । ସମୟ ବ୍ୟବଧାନରେ ପଦୋନ୍ନତି , ଆକର୍ଷଣୀୟ ଦରମା, ଚାକିରିର ସ୍ଥିରତା ଏବଂ ଅନ୍ୟାନ୍ୟ ସୁବିଧା ଏହି କ୍ଷେତ୍ର ପ୍ରତି ଯୁବପିଢିଙ୍କୁ ଆକର୍ଷିତ କରୁଛି   । ଭଲ ଗାଇଡବୁକ ଏବଂ କୋଚିଂ ସଂସ୍ଥାରୁ କୋଚିଂ ନେଇ ପିଲାମାନେ ଏ କ୍ଷେତ୍ରରେ ଏକ ଆକର୍ଷଣୀୟ କ୍ୟାରିୟରର କଳ୍ପନା କରିପାରିବେ   ।

ଆଧାର – ଧରିତ୍ରୀ

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate