ହୋମ / ଶିକ୍ଷା / କ୍ୟାରିୟର ମାର୍ଗଦର୍ଶକ / ଲିଖିତ ପରୀକ୍ଷାରେ ସଫଳ ହେବାର ମନ୍ତ୍ର
ସେଆର କରନ୍ତୁ

ଲିଖିତ ପରୀକ୍ଷାରେ ସଫଳ ହେବାର ମନ୍ତ୍ର

ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତ ଏଥିରେ ଦିଆଯାଇଥିବା ଟିପ୍ସ ସାହାଯ୍ୟ କରିବ ।

ଇଣ୍ଟଭ୍ୟୁର ପ୍ରଥମ ପର୍ଯ୍ୟାୟ ହେଉଛି ଲିଖିତ ପରୀକ୍ଷା

ସାଧାରଣତଃ କୌଣସି ପଦବୀରେ ନିଯୁକ୍ତି ପାଇବା ପାଇଁ ଆମକୁ ବିଭିନ୍ନ ପର୍ଯ୍ୟାୟରେ ଇଣ୍ଟଭ୍ୟୁ. ଦେବାକୁ ପଡିଥାଏ । କୌଣସି ଇଣ୍ଟଭ୍ୟୁର ପ୍ରଥମ ପର୍ଯ୍ୟାୟ ହେଉଛି ଲିଖିତ ପରୀକ୍ଷା । ଏହା ପରେ ଯାଇ ଗ୍ରୁପ ଡିସ୍‌କସନ୍ କିମ୍ବା ବ୍ୟକ୍ତିଗତ ଇଣ୍ଟରଭ୍ୟୁ ପାଇଁ ଡକାଯାଇଥାଏ । ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେଲେ ପରବର୍ତ୍ତୀ ପର୍ଯ୍ୟାୟକୁ ଆଗେଇବା ଅସମ୍ଭବ । ସେ ସରକାରୀ ହେଉ କିମ୍ବା ଘରୋଇ କମ୍ପାନୀ ଇଣ୍ଟରଭ୍ୟୁ ପ୍ରକ୍ରିୟାରେ ପ୍ରାୟ ସମସ୍ତେ ଏହାର ଆୟୋଜନ କରିଥାନ୍ତି ।

ନିଯୁକ୍ତି ଆଶାୟୀଙ୍କ ତୁଳନାରେ ପଦବୀ କମ୍ ରହୁଥିବା ଯୋଗୁ ଯୋଗ୍ୟତା ସମ୍ପନ୍ନ କର୍ମଚାରୀଙ୍କୁ ଚୟନ କରିବା ପାଇଁ ଏହା ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ନିଯୁକ୍ତିଦାତାମାନେ କଷ୍ଟକର ସ୍କ୍ରିନିଂ ପ୍ରକ୍ରିୟାର ସାହାଯ୍ୟ ନେଇଥାନ୍ତି ।

ଲିଖିତ ପରୀକ୍ଷା ପରେ ପ୍ରାୟ ୫୦ରୁ ୬୦% ପ୍ରାର୍ଥୀ କଟି ଯାଆନ୍ତି । ତେଣୁ ଏଥିରେ ସଫଳ ହେବା ପାଇଁନିଜକୁ ପ୍ରସ୍ତୁତ ହେବାକୁ ପଡବ । ରାଷ୍ଟ୍ରାୟତ୍ତ କମ୍ପାନୀଗୁଡକ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ୟୁପିଏସସି, ଏସ୍ଏସ୍‌ସି ତଥା ଆର୍ ଆର୍ବି ଆଦିର ସାହାଯ୍ୟ ନେଇଥାନ୍ତି । ଲିଖିତ ପରୀକ୍ଷାରେ ଉପକୃତ ହେଉଥିବା ପ୍ରାର୍ଥୀଙ୍କ ପାଇଁ ଚୂଡାନ୍ତ ଇଣ୍ଟଭ୍ୟୁରେ ସଫଳ ହେବାର ୭୦ରୁ ୮୦% ସମ୍ଭାବନା ରହିଛି।

ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତ

ଯଦି ଆପଣ ଲିଖିତ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ତା'ହେଲେ ନିମ୍ନରେ ଦିଆଯାଇଥିବା ପଏଣ୍ଟଗୁଡିକ ନିଶ୍ଚିତ ଆପଣଙ୍କର କାର୍ଯ୍ୟରେ ଆସିବ ।

  • ଲିଖିତ ପରୀକ୍ଷାରେ ସଫଳ ହେବାର ମନ୍ତ୍ରଯେଉଁ ଭାଷାରେ ଆପଣ ପରୀକ୍ଷା ଦେଉଛନ୍ତି ଉକ୍ତ ଭାଷା ଉପରେ କମାଣ୍ଡ ରହିଥିବା ଦରକାର । ବ୍ୟାକରଣ ଜ୍ଞାନ ଭଲ ହୋଇଥିବା ଆବଶ୍ୟକ । ପ୍ରାୟ ସବୁ କମ୍ପାନୀ ଲିଖିତ ପରୀକ୍ଷା ଇଂଲିଶ ଭାଷାରେ ନେଇଥାନ୍ତି । ତେଣୁ ଏହି ଭାଷା ଉପରେ ପ୍ରଖର ଜ୍ଞାନ ରହିବା ଦରକାର । ବ୍ୟାକରଣଗତ ତ୍ରୁଟିରୁ ଦୂରେଇ ରୁହନ୍ତୁ । ଠିକ୍ ସ୍ଥାନରେ ଠିକ୍ ଶବ୍ଦ ବ୍ୟବହାର କରନ୍ତୁ । ଯେତିକି ଶବ୍ଦରେ ଉତ୍ତର ଦେବା ପାଇଁ କୁହାଯାଇଛି । ସେତିକି ଶବ୍ଦ ଲେଖନ୍ତୁ । ଏହାଠାରୁ କମ୍ ଲେଖନ୍ତୁ ନାହିଁ କିମ୍ବା ୟାଡୁସ୍ୟାଡୁ ମିଶାଇ ଉତ୍ତରକୁ ବିସ୍ତୁତ କରନ୍ତୁ ନାହିଁ । ଅନେକ କ୍ଷେତ୍ରରେ ଦେଖାଯାଏ। ଯୋଗ୍ୟତା ଥାଇ ମଧ୍ୟ ପ୍ରାର୍ଥୀମାନେ ଲିଖିତ ଇଣ୍ଟଭ୍ୟୁରେ କଟିଯାଆନ୍ତି । ଏ କ୍ଷେତ୍ରରେ ଭାଷଜ୍ଞାନକୁ ବଢ଼ାଇବାକୁ ପଡିବ ।
  • ଉତ୍ତରରେ ମୂଲ୍ୟଯୁକ୍ତ ତଥ୍ୟ ଦିଅନ୍ତୁ । ଉତ୍ତରକୁ ବିଶ୍ଳେଷଣଭିତ୍ତିକ କରନ୍ତୁ । ଅନେକ କ୍ଷେତ୍ରରେ ନିଯୁକ୍ତି ଆଶାୟୀଙ୍କୁ ପରଝବା ପାଇଁ ନିଯୁକ୍ତିଦାତା ସେମାନଙ୍କ ବିଶ୍ଳେଷଣ ଏବଂ ରିଜନିତ ଦକ୍ଷତାକୁ ମାପିଥାନ୍ତି । ଉକ୍ତ ଦୃଷ୍ଟିକୋଣରୁ ପ୍ରଶ୍ନ ପ୍ରସ୍ତୁତ କରନ୍ତି । ଏଥିପାଇଁ ନିଜକୁ ପ୍ରସ୍ତୁତ ରଖନ୍ତୁ। ରଜନୀ’ ଏବଂ ଆନାଲିଟିକାଲ ଟେଷ୍ଟ ଉପରେ ଅଭ୍ୟାସ କରନ୍ତୁ । ଗାଇଡ୍ ବୃକ୍କ, ରେଫରେନ୍ସ ବ୍ଲକ୍ ଏପରିକି ପୁରୁଣା ପ୍ରଶ୍ନପତ୍ରର ସାହାଯ୍ୟ ନେଇପାରିବେ । ଅନେକ ସମୟରେ ଆପଣଙ୍କ ଆପ୍ଟିଚ୍ୟୁଡ୍ ଲେବଲ୍‌କୁ ମଧ୍ୟ ପରଖା ଯାଇଥାଏ ।
  • ଜେନେରାଲ ଷ୍ଟଡିଜ୍ ଏବଂ କରେଣ୍ଟ ଆଫେୟାରକୁ ନେଇ ପ୍ରସ୍ତୁତ ରୁହନ୍ତୁ। କାରଣ ପରବରୀ ସେଟ୍‌ରେ ଏହା ଉପରେ ପ୍ରଶ୍ନ ଆସିଥାଏ । ଅଧିକାଂଶ ଛାତ୍ରୀ ଛାତ୍ର ନିଜକୁ ଅପଡେଟ୍ ରଖିବା ପାଇଁ ନିୟମିତ ଭାବେ ଖବରକାଗଜ ପଢ଼ନ୍ତି । ଗୁରୁତ୍ଵପୂର୍ଣ୍ଣ ଖବରର ପେପର୍ କଟି ରଖନ୍ତି । ଯାହାକିଛି ବୁଝନ୍ତି ତାହାର ନୋଟ୍ ବନାଇ ଦିଅନ୍ତି । ଏହା ଏକ ଭଲ ଅଭ୍ୟାସ । ଏହା ନିଶ୍ଚିତ ଭାବେ ସଫଳତା କ୍ଷେତ୍ରରେ କାର୍ଯ୍ୟ କରିଥାଏ । ଜାତୀୟ ଏବଂ ଅନ୍ତର୍ଜାତୀୟ ରାଜନୀତି, ଗୁରୁତ୍ଵପୂର୍ଣ୍ଣ ଅର୍ଥନୈତିକ ଏବଂ ସାମାଜିକ ପ୍ରସଙ୍ଗକୁ ନେଇ ଆଗକୁ ପ୍ରସ୍ତୁତ ହେବା ଦରକାର । ଏଗୁଡକ ଉପରେ ଜ୍ଞାନ ରହିଥିଲେ ଲିଖିତ ପରୀକ୍ଷା ସହ ପର୍ସନାଲ୍ ଇଣ୍ଟରଭ୍ୟୁରେ ମଧ୍ୟ କାର୍ଯ୍ୟରେ ଆସିବା ବୃକ୍ ଚେଷ୍ଟାରମାନଙ୍କରେ କରେଣ୍ଟ ଆଫେୟାର୍ସ ଏବଂ ଜେନେରାଲ ଷ୍ଟଡିଜ୍ ଉପରେ ଅନେକ ସାପ୍ତାହିକ ଏବଂ ଫର୍ଟନାଇଟ୍‌ଲି ମାଗାଜିନ୍ ଉପଲବ୍ଧ ହୋଇଥାଏ । ଏଗୁଡିକୁ କିଣି ଘରେ ପ୍ରସ୍ତୁତ ହେବା ଦରକାର । ନିଜର ନୋଟ୍ ବନାଇବା ଭଲ ହେବ । ଆପଣ ଯେତେ ଜ୍ଞାନ' ହାସଲ କରିବେ ଆପଣଙ୍କ ଆତ୍ମବିଶ୍ଵାସ ସେହି ହିସାବରେ ବଢ଼ିବ ।
  • ଆପଣଙ୍କ ବିଷୟବସ୍ତୁ ଉପରେ ଆପଣଙ୍କର କିପରି ଜ୍ଞାନ ଗାଁହିଛି ତାହାକୁ ତର୍ଜମା କରିବା ପାଇଁ ଅନେକ ପ୍ରଶ୍ନ ଆସିଥାଏ । ଯେଉଁ ବିଷୟଗୁଡିକୁ ଆପଣ ଅତୀତରେ ପଢ଼ିଛନ୍ତି ତାହା ଉପରେ ପ୍ରଶ୍ନ ଆସିପାରେ। ଏ ନେଇ ପ୍ରସ୍ତୁତ ଥିବା ଦରକାର ।
  • ଲିଖିତ ପରୀକ୍ଷାରେ ସମୟ ପରିଚାଳନା ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ନିର୍ବାରିତ ସମୟ ମଧ୍ୟରେ ଆପଣଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଗୁରୁତ୍ଵ ଦୃଷ୍ଟିରୁ କେଉଁ ପ୍ରଶ୍ନଗୁଡିକର ଉତ୍ତର ପ୍ରଥମେ ଦିଆଯିବା ଦରକାର ତାହା ଅନେକ ପ୍ରାର୍ଥୀ ଜାଣନ୍ତି ନାହିଁ। ଯେଉଁ ପ୍ରଶ୍ନଗୁଡିକ ସହଜ ରହିଛି ସେଗୁଡିକୁ ପ୍ରଥମେ ସାରିଦେବା ଉଚିତ । ଅଯଥା କଷ୍ଟକର ପ୍ରଶ୍ନ ଗୁଡିକ ମଧ୍ୟରେ ଘାଣ୍ଟି ହୋଇ ସମୟ ନଷ୍ଟ ନ କରିବା ବୃଦ୍ଧିମାନର କାର୍ଯ୍ୟ । ଭଲ ସ୍କୋର କରିବା ପାଇଁ ଉତ୍ତମ ସମୟ ପରିଚାଳନା ମଧ୍ୟ ଜରୁରୀ । ତେଣୁ ଏ କ୍ଷେତ୍ରରେ ବାରମ୍ବାର ଅଭ୍ୟାସ କରନ୍ତୁ । ମକ୍ ଟେଷ୍ଟ ଦିଅନ୍ତୁ।

ଯେଉଁମାନେ ପ୍ରଶାସନିକ ସେବା, ବ୍ୟାଙ୍କିଙ୍ଗ, ନବରତ୍ନ କମ୍ପାନୀ ତଥା ଅନ୍ୟାନ୍ୟ ରାଷ୍ଟ୍ରୟର କମ୍ପାନୀରେ ଇଣ୍ଟରଭୁତ୍ଵ ପାଇଁ ପ୍ରସ୍ତୁତ ହେଉଛନ୍ତି। ଲିଖିତ ପରୀକ୍ଷାରେ ଭଲ ସେୟାର ନ ରଖଲେ ସଫଳତା ପାଇବା ସମ୍ଭବ ନୁହେଁ। ଏଣୁ ଉପରୋକ୍ତ ପଏଣ୍ଟଗୁଡିକୁ ଧ୍ୟାନରେ ରଖି ଭଲ ଭାବେ ପ୍ରସ୍ତୁତ ହେଲେ ଏକ ଉଜ୍ଵଳ ଭବିଷ୍ୟତ ହାସଲ କରିବା ଦିଗରେ କୌଣସି ସମସ୍ୟା ଆସିବ ନାହିଁ। କ୍ୟାରିୟର କ୍ଷେତ୍ରରେ ଉତ୍ତମ ଆରମ୍ଭ କରିପାରିଲେ ସଫଳତାର ଶୀର୍ଷରେ ପହଞ୍ଚିବା ଅସମ୍ଭବ ହେବ ନାହିଁ।

ଆଧାର - କ୍ୟାରିୟର ବ୍ୟୁରୋ

 

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top