ସେଆର କରନ୍ତୁ

ସେଫ୍ଟି ଅଫିସର

ସେଫ୍ଟି ଅଫିସର ରେ କ୍ୟାରିୟର

ଉପକ୍ରମ

ବିପଦ ଓ ଆଶଙ୍କା ଭିତରେ ଜୀବନ ଗତିଶୀଳ   । ଦୁର୍ଘଟଣା  ଆମକୁ ସୂଚନା  ଦେଇ  ଆସି  ନ ଥାଏ । ଅନେକ  କିଛି  ଘଟିଯାଏ ଯାହା  ଆମେ  କଳ୍ପନା  କରି  ନ ଥାଉ  । ନିକଟରେ  ଅନେକ  ଦୁର୍ଘଟଣା  ଖବର  ଆସିଛି  । ରାସ୍ତାରେ  ଗ୍ୟାସ  ଟାଙ୍କି  ଲିକ୍ ହେବା, ଡାକ୍ତରଖାନାରେ  ନିଆଁ  ଲାଗିବା, ସ୍କୁଲ  କାନ୍ଥ  ଭୁଶୁଡି  ପଡିବା , ପୋଲ  ତଳକୁ  ବସ  ଖସିପଡିବା  ଠାରୁ  ଆରମ୍ଭ  କରି ଫ୍ୟାକ୍ଟ୍ରିରେ  ନିଆଁ  ଲାଗିବା , ମେଶିନରେ  ହାତ  କଟିଯିବା  ଆଦି  ଆକସ୍ମିକ  ଦୁର୍ଘଟଣା  ଦିନକୁ  ଦିନ ବଢୁଛି  । ବିଶେଷ  କରି ଶିଳ୍ପାନୁଷ୍ଠାନରେ  ଘଟୁଥିବା  ଦୁର୍ଘଟଣାକୁ  ବିଚାର  କରି  ସରକାର  ସେଫ୍ଟି  ଆକ୍ଟ  କାର୍ଯ୍ୟକାରୀ  କରିଛନ୍ତି  । ଏହି ଆକ୍ଟ ଅନୁସାରେ ଶିଳ୍ପାନୁଷ୍ଠାନଗୁଡିକରେ  ଜଣେ  ସେଫ୍ଟି  ଅଫିସର  (ସୁରକ୍ଷା  ଅଧିକାରୀ ) ନିଯୁକ୍ତି  ହେବା   ବାଧ୍ୟତାମୂଳକ   ।

ବିଭିନ୍ନ  ରସାୟନ  ଏବଂ  ଯନ୍ତ୍ରାଂଶ  ବ୍ୟବହାର  ବେଳେ  ଆକସ୍ମିକ  ଦୁର୍ଘଟଣାରୁ  କର୍ମଚାରୀଙ୍କୁ  ସୁରକ୍ଷା  ପ୍ରଦାନ  କରିବା ସେଫ୍ଟି  ଅଫସରଙ୍କ  ପ୍ରମୁଖ  ଦାୟିତ୍ଵ  । ସେହିପରି  ବିପଦ  ହ୍ରାସ  କରିବା , ଦୁର୍ଘଟଣା  ଏଡାଇବା, ତତକ୍ଷଣାତ ନିରାପତ୍ତା ବ୍ୟବସ୍ଥା କରିବା  ହେଉଛି  ତାଙ୍କର  କର୍ତ୍ତବ୍ୟ  । କର୍ମଚାରୀଙ୍କୁ  ନିରାପତ୍ତା  କୌଶଳ  ଅବଲମ୍ବନ  କରିବା  ପାଇଁ  ଅଭ୍ୟାସ  କରିବା କରାଇବା , ସ୍ୱତନ୍ତ୍ର  ତାଲିମ  ପ୍ରକ୍ରିୟ।ର  ଆୟୋଜନ  କରିବା , ନୂତନ  ଯନ୍ତ୍ର ପରିଚାଳନା  କରିବା  ବେଳେ  କେଉଁ  କେଉଁ ଦିଗକୁ ଗୁରୁତ୍ଵ  ଦେବା  ଦରକାର   ସେ  ବିଷୟରେ  ପ୍ରଶିକ୍ଷଣ  ଦେବା  ସେଫ୍ଟି  ଅଫସରଙ୍କ  କାର୍ଯ୍ୟ   ।

ଶିକ୍ଷା ଏବଂ ଯୋଗ୍ୟତା

ଏହି  କ୍ଷେତ୍ରରେ  କ୍ୟାରିୟର  ଗଢିବା  ପାଇଁ  ହେଲଥ  ସାଇନ୍ସ , ଇଣ୍ଡଷ୍ଟ୍ରିଆଲ  ସେଫ୍ଟି  ଷ୍ଟାଣ୍ଡାଡ , ସେଫ୍ଟି  ହାଜାର୍ଡସ, ମେଥଡ  ଅଫ  ଆକ୍ସିଡେଣ୍ଟ  ପ୍ରିଭେନସନ , ଏମର୍ଜେନ୍ସି  ରେସପନ୍ସ , ସେଫ୍ଟି  ଆଡମିନିଷ୍ଟ୍ରେଶନ  ଆଦି  ବିଷୟ  ପଢିବାର  ସୁଯୋଗ ମିଳିବ । ବିପଦ  ଆସିବା  ମାତ୍ରେ  ବୁଦ୍ଧି  ଖଟାଇ  କିପରି  ପରିସ୍ଥିତିକୁ  ଆୟତ୍ତ  କରାଯାଇପାରିବ  ଉକ୍ତ  ଦକ୍ଷତା  ଜଣେ ସେଫ୍‌ଟି ଅଫିସରଙ୍କ  ନିକଟରେ  ରହିଥିବା  ଦରକାର   ।

ନିଯୁକ୍ତି  ସୁଯୋଗ

ଏହି  କ୍ଷେତ୍ରରେ  କ୍ୟାରିୟର  କରି  ଜଣେ  ନିରାପତ୍ତା  ଅଧିକାରୀ , ନିରାପତ୍ତା  ପର୍ଯ୍ୟବେକ୍ଷକ , ପରିବେଶ ନିରାପତ୍ତା  ପବନ୍ଧକ , ନିରାପତ୍ତା  ଉପଦେଷ୍ଟା , ନିରାପତ୍ତା  ଅଡିଟର  ଆଦି  ପଦବୀରେ  ନିୟୋଜିତ  ହୋଇପାରିବେ   ।

ଯୋଗ୍ୟତାସମ୍ପନ୍ନ  ବ୍ୟକ୍ତି ନିର୍ମାଣ,  ପରିବହନ, ପାରା  ମିଲିଟାରୀ  ଭଳି  କ୍ଷେତ୍ରରେ  ନିଯୁକ୍ତି  ପାଇପାରିବେ  । ଷ୍ଟିଲ ଅଥରଟି  ଅଫ  ଇଣ୍ଡିଆ , ଟାଟା , କୋଲ୍  ଇଣ୍ଡିଆ  ଲିମିଟେଡ, ଭାଭା  ଅଟମିକ୍  ରିସର୍ଚ୍ଚ ସେଣ୍ଟର, ଏ.ନ୍.ଟି.ପି.ସି ଆଦି କମ୍ପାନୀରେ ମଧ୍ୟ  ନିଯୁକ୍ତି  ସୁଯୋଗ  ରହିଛି   ।

ଉପାର୍ଜନ

ଭରତରେ  ଏହି  କ୍ଷେତ୍ରରେ  ପ୍ରାରମ୍ଭିକ  ସ୍ତରରେ ୧୫ରୁ ୨o ହଜାର  ଟଙ୍କା  ମିଳୁଥିବା  ବେଳେ  ବିଦେଶରେ ୭୫ରୁ ୮୦ ହଜାର  ଟଙ୍କା  ମିଳୁଛି  । ଅଭିଜ୍ଞତା  ଏବଂ  ସଂସ୍ଥାର  ଆକାର  ଅନୁସାରେ  ପାର୍ଥକ୍ୟ  ରହିଥାଏ   । ବିଶେଷ  କରି  ଯେଉଁ କ୍ଷେତ୍ରରେ  ଅଧିକ  ବିପଦ  ସେଠାରେ  ଅଧିକ  ଦରମା  ମିଳିଥାଏ    ।

ଆଧାର –  ଧରିତ୍ରୀ 

 

2.75
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top