ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ଚଳିତ ବର୍ଷ ପ୍ରତିଷ୍ଠା ହେବ ଶହେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ
ସେଆର କରନ୍ତୁ

ଚଳିତ ବର୍ଷ ପ୍ରତିଷ୍ଠା ହେବ ଶହେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ଚଳିତ ବର୍ଷ ପ୍ରତିଷ୍ଠା ହେବ ଶହେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୁବ ଶୀଘ୍ର ୧୬୬୦୧ ଶିକ୍ଷା ସହାୟକ ନିଯୁକ୍ତି ।

ବିଦ୍ୟାଳୟ ପ୍ରତିଷ୍ଠା

ଶିକ୍ଷା କ୍ଷେତ୍ରରେ ପଛୁଆ ଥିବା ବ୍ଲକ୍‍ମାନଙ୍କରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଚଳିତ ବର୍ଷ ଏଥିପାଇଁ ୨୧୮ କୋଟି ୯୯ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଥିବାବେଳେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଢାଞ୍ଚାରେ ଶହେଟି ସ୍କୁଲ୍‍ ପ୍ରତିଷ୍ଠା ହେବ ।

ଶିକ୍ଷାବର୍ଷ ପ୍ରାରମ୍ଭରେ ୧୬୬୦୧ ଶିକ୍ଷା ସହାୟକ ନିଯୁକ୍ତି ଦିଆଯିବାର ଥିବାବେଳେ ବିଦ୍ୟାଳୟ ପାଠ୍ୟକ୍ରମରେ ଆଇଟି, ଆଇଟିଇଏସ୍‍ ଓ ଅଟୋମୋବାଇଲ୍‍ ଟ୍ରେଡ଼ରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।ଏହାଛଡ଼ା ଆସନ୍ତା ଶିକ୍ଷା ବର୍ଷ ଠାରୁ ବିଇଡ଼ି ପାଠ୍ୟକ୍ରମ ବର୍ଷିକିଆ ପରିବର୍ତ୍ତେ ଦୁଇବର୍ଷିଆ ହେବବୋଲି ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି ।

ଶିକ୍ଷକ ନିଯୁକ୍ତି

ଖର୍ଚ୍ଚଦାବି ଆଲୋଚନାର ଉତ୍ତର ରଖି ମନ୍ତ୍ରୀ ଶ୍ରୀମିଶ୍ର କହିଲେଯେ, ଆସନ୍ତା ଶିକ୍ଷା ବର୍ଷର ପ୍ରଥମ ପର୍ଯ୍ୟାୟରେ ୧୬୬୦୧ ଶିକ୍ଷା ସହାୟକଙ୍କ ସମେତ ମାଧ୍ୟମିକସ୍ତରରେ ୫୬୩୪ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି କରାଯିବ । ସେହିପରି ଡିଆଇଇଟିରେ ଖାଲିଥିବା ପଦବୀ ପୂରଣ ସହ ସରକାରୀ ବିଦ୍ୟାଳୟରେ ପଦୋନ୍ନତି ମାଧ୍ୟମରେ ୧୦୦ କ୍ଲାସ-୨ ପ୍ରଧାନଶିକ୍ଷକ ପଦବୀ ପୂରଣ ହେବ । ଶିକ୍ଷକମାନଙ୍କ ଉପରେ ମଧ୍ୟାହ୍ନଭୋଜନ ବୋଝ ଲାଘବ କରିବା ପାଇଁ ବୌଦ୍ଧ ଓ ଯାଜପୁର ଜିଲାରେ ସ୍ୱତନ୍ତ୍ର ନୀତି ଆଧାରରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାବେଳେ ପର୍ଯ୍ୟାୟକ୍ରମେ ଅବଶିଷ୍ଟ ୨୮ ଜିଲ୍ଲାକୁ ସମ୍ପ୍ରସାରଣ କରାଯିବ । ଚଳିତ ବର୍ଷ ଠାରୁ ସାରା ରାଜ୍ୟରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ଓ ସାମ୍ପଲ ସର୍ଭେ କରାଯିବ । ଏହାଛଡ଼ା ମଧ୍ୟାହ୍ନଭୋଜନ ପାଇଁ ୫୨୭୦ ବିଦ୍ୟାଳୟରେ ରନ୍ଧନ ଗ୍ୟାସ ଏବଂ ୧୨୫୦୦ ବିଦ୍ୟାଳୟରେ ଧୂମବିହୀନ ଚୁଲା ଯୋଗାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ଆଦିବାସୀ ବହୁଳ ଅଞ୍ଚଳରେ ୨୧ଟି ଆଦିବାସୀ ଭାଷାରେ ମାତୃଭାଷାଭିତ୍ତିକ ଶିକ୍ଷା ପ୍ରଦାନ କରାଯାଉଥିବାବେଳେ ଚଳିତ ବର୍ଷ ଭୁମିଆ ଓ ଭାତ୍ରା ଭାଷାର ପାଠ୍ୟକ୍ରମ ଆରମ୍ଭ କରାଯିବ । ଦେଶରେ ପ୍ରଥମ ଥର ପାଇଁ ଓଡ଼ିଶା ଏଭଳି ପଦକ୍ଷେପ ଗ୍ରହଣ କରିଛି । ଏସସିଏସଟି ଏବଂ ସଂଖ୍ୟାଲଘୁଙ୍କ ପାଇଁ ଶିକ୍ଷକ ପ୍ରଶିକ୍ଷଣର ଆବଶ୍ୟକତାକୁ ଆଖି ଆଗରେ ରଖି ଚଳିତ ବର୍ଷ ଗୋରୁ ମହିଷାଣୀ, ଗୁଣୁପୁର, କୁନ୍ଦୁକେଲା ଏବଂ ଉମରକୋଟର ୪ଟି ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟକୁ ବ୍ଲକ୍‍ ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ପାହ୍ୟାକୁ ଉନ୍ନୀତ କରାଯିବ । ସ୍କୁଲ ଛାତ୍ରଛାତ୍ରୀମାନଙ୍କର ଦୁର୍ଘଟଣାଜନତି କ୍ଷୟକ୍ଷତିର ସାମୟିକ ଭରଣା ଏବଂ ମାଗଣାରେ ଚିକିତ୍ସା ବ୍ୟବସ୍ଥା ସକାଶେ ପ୍ରଥମ ଥର ପାଇଁ ବ୍ୟୟବରାଦ କରାଯାଇଛି ।

ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଢାଞ୍ଚାରେ ରାଜ୍ୟର ପ୍ରତ୍ୟେକ ବ୍ଳକ୍‍ରେ ସିବିଏସଇ ପାଟର୍ଣ୍ଣରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ସରକାର ୨୦୧୫-୧୬ ବଜେଟ୍‍ରେ ଏହି ପ୍ରକଳ୍ପକୁ କେନ୍ଦ୍ରୀୟ ଅନୁଦାନରୁ ବାଦ୍‍ ଦେଇଥିଲେ ମଧ୍ୟ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବେ । ଚଳିତ ବର୍ଷ ଏଥିପାଇଁ ୨୧୮ କୋଟି ୯୯ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବାବେଳେ ଶିକ୍ଷା ଦୃଷ୍ଟିରୁ ପଛୁଆ ଜିଲାରେ ୧୦୦ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲାଯିବ ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

ପିଲାମାନଙ୍କୁ ମାଧ୍ୟମିକସ୍ତରର  ଶିକ୍ଷା

ବିଦ୍ୟାଳୟ ବାହାରେ ରହୁଥିବା ପିଲାମାନଙ୍କୁ ମାଧ୍ୟମିକସ୍ତରର ସହଜ ଶିକ୍ଷାଗତ ଯୋଗ୍ୟତା ହାସଲ ନିମନ୍ତେ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନଦ୍ୱାରା ଜିଲା ଓ ବ୍ଲକସ୍ତରରେ ପରୀକ୍ଷାର ବ୍ୟବସ୍ଥା କରାଯାଉଛି । ମାଧ୍ୟମିକ ଶିକ୍ଷାର ଆବଶ୍ୟକତାକୁ ଆଖିଆଗରେ ରଖି ଅନୂନ୍ୟ ୫ କିଲୋମିଟର ବ୍ୟବଧାନରେ ହାଇସ୍କୁଲ୍‍ ନଥିବା ସ୍ଥାନ ତଥା ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ୭୦ ଜଣ ପିଲା ଥିଲେ ସେଗୁଡ଼ିକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କରାଯିବ । ମାଧ୍ୟମିକସ୍ତରରେ ଉପଯୁକ୍ତ ଶିକ୍ଷକ ଚୟନକୁ ଆଖିଆଗରେ ରଖି ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା କରିବାର ବ୍ୟବସ୍ଥା କରାଯାଇଛି । ୨୦୧୫-୧୬ରୁ ପ୍ରଥମ ଥର ପାଇଁ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ନିମନ୍ତେ ଅନଲାଇନ୍‍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଅଧିକାରୀମାନଙ୍କର ପ୍ରଶିକ୍ଷଣ

ବିଭାଗର ସମସ୍ତ ଅଧିକାରୀମାନଙ୍କର ପ୍ରଶିକ୍ଷଣ ପାଇଁ ପ୍ରଥମ ଥର ପାଇଁ ରାଜ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକ ସ୍ୱତନ୍ତ୍ର ପ୍ରଶିକ୍ଷଣ ନିୟମାବଳୀ ପ୍ରଣୟନ କରିଛନ୍ତି । ନବମ ଶ୍ରେଣୀ ପିଲାଙ୍କ ପାଇଁ ଜାତୀୟ ସଫଳତା ସର୍ବେକ୍ଷଣ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବାବେଳେ ଏଥିରେ ୩୫୪ଟି ହାଇସ୍କୁଲ୍‍କୁ ସାମିଲ୍‍ କରାଯିବ । ବିଦ୍ୟାଳୟ ପାଠ୍ୟକ୍ରମରେ ଆଇଟି, ଆଇଟିଇଏସ ଓ ଅଟୋମୋବାଇଲ୍‍ ଟ୍ରେଡ଼୍‍ରେ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା କରାଯାଇଛି । ଆସନ୍ତା ଆର୍ଥିକ ବର୍ଷରେ ୩୦ ଜିଲାର ସଦରମହକୁମାରେ ଅବସ୍ଥାପିତ ୩୦ ସ୍କୁଲ୍‍ରେ ଏହା ପ୍ରଦାନ କରାଯିବ । ପର୍ଯ୍ୟାୟକ୍ରମେ ପ୍ରତି ବ୍ଲକ୍‍ରେ ଏହା କାର୍ଯ୍ୟକାରୀ କରାଯିବ । ଏତଦବ୍ୟତୀତ ୨୦୧୫-୧୬ ଶିକ୍ଷା ବର୍ଷରୁ ବିଇଡ଼ି ପାଠ୍ୟକ୍ରମ ଏକବର୍ଷ ପରିବର୍ତ୍ତେ ଦୁଇ ବର୍ଷ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଖର୍ଚ୍ଚଦାବି ଆଲୋଚନାରେ ପ୍ରଫୁଲ୍ଲ ସାମଲ ଓ ଜୀବନ ପ୍ରଦୀପ ଦାଶ ଅଂଶଗ୍ରହଣ କରିଥିଲେ । ମନ୍ତ୍ରୀଙ୍କ ଉତ୍ତର ପରେ ବିଭାଗର ୯୯୭୯ କୋଟି ୪୯ ଲକ୍ଷ ଟଙ୍କାର ଖର୍ଚ୍ଚଦାବି ଗୃହୀତ ହୋଇଥିଲା ।

ଆଧାର-

"www.odiaspotnews.in"

4.5
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top