ହୋମ / ଶିକ୍ଷା / ନୀତି ଏବଂ ଯୋଜନା / ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ଆଇନ 2009 ( ଶିକ୍ଷାର ଅଧିକାର ଆଇନ )
ସେଆର କରନ୍ତୁ

ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ଆଇନ 2009 ( ଶିକ୍ଷାର ଅଧିକାର ଆଇନ )

ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ଆଇନ 2009 ( ଶିକ୍ଷାର ଅଧିକାର ଆଇନ ) ଭାରତରେ ଆରଟିଇକୁ କିପରି ଅର୍ଥ ପ୍ରଦାନ ଓ କାର୍ଯ୍ୟକାରୀ କରାଯ଼ିବ ଆରଟିଇକୁ ହାସଲ କରିବା ପାଇଁ ମୁଖ୍ୟ ପ୍ରସଙ୍ଗ ଗୁଡିକ କଣ ପିଲା ମାନଙ୍କ ମିତ୍ର ବିଦ୍ୟାଳୟ ପାଇଁ ଆରଟିଇ କିପରି ପ୍ରୋତ୍ସାହନ ଦିଏ ।

ଶିକ୍ଷାର ଅଧିକାର ଆଇନ

ଏହି ଆଇନରେ କଣ ରହିଛି ?

  1. 6ରୁ 14 ବର୍ଷ ପର୍ଯ୍ୟନ୍ତ ପ୍ରତ୍ୟେକ ପିଲାର ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ହାସଲ କରିବାର ଅଧିକାର ରହିଛି । ଆର୍ଟିକଲ 21 ରେ ସମ୍ବିଧାନର 86 ତମ ସଂଶୋଧନ ଜରିଆରେ ଏହା ଆରମ୍ଭ ହୋଇଥିଲା । ଶିକ୍ଷାର ଅଧିକାର ଆଇନ ଏହି ସଂଶୋଧନରେ ପ୍ରଭାବ ପକାଇବାକୁ ଚାହିଁଥାଏ ।
  2. ସରକାରୀ ସ୍କୁଲ ମାନେ ସମସ୍ତ ପିଲାଙ୍କୁ ନିଶୁଳ୍କ ଶିକ୍ଷା ପ୍ରଦାନ କରିବେ ତଥା ସ୍କୁଲ ମାନେ ଜଏଣ୍ଟ କମିଟି (ଏସଏମସି) ମାନଙ୍କ ଦ୍ଵାରା ପଚିଚାଳିତ ହେବେ। ଘରୋଇ ବିଦ୍ୟାଳୟ ମାନେ ସ୍କୁଲରେ ବିନା ଶୁଳ୍କରେ 25 ପ୍ରତିଶତ ପିଲାଙ୍କୁ ସ୍କୁଲରେ ପ୍ରବେଶ ଦେବେ ।
  3. ଗୁଣବତ୍ତା ସହିତ ଅନ୍ୟ ସମସ୍ତ ସମସ୍ତ ପ୍ରସଙ୍ଗ ଉପରେ ତଦାରଖ କରିବାକୁ ନ୍ୟାସନାଲ କମିଶନ ଫର ଏଲିମେଣ୍ଟାରୀ ଏଜୁକେସନ ଗଠନ କରାଯ଼ିବ।

ଶିକ୍ଷା ଅଧିକାର ଆଇନ

2009ର ମୁଖ୍ୟ ଫିଚର

  • 6ରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କର ସମ୍ମୁହର ପ୍ରତ୍ୟେକ ପିଲାର ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ହାସଲ କରିବାର ଅଧିକାର ।
  • ପ୍ରାଥମିକ ଶିକ୍ଷା ପୂରଣ କରିବା ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ରଖିବା, ନିଷ୍କାସିତ କରିବା ତଥା ତାକୁ ବୋର୍ଡ ପରୀକ୍ଷା ପାସ କରିବାର ଆବଶ୍ୟକତା ପଡିବା ଆଦି କରାଯ଼ାଇ ପାରିବ ନାହିଁ ।
  • ଯଦି କୌଣସି 6 ବର୍ଷରୁ ଉର୍ଦ୍ଧ ପିଲା କୌଣସି ସ୍କୁଲରେ ନାମ ଲେଖାଇ ନାହିଁ ବା ନିଜର ପ୍ରାଥମିକ ଶିକ୍ଷା ପୂରଣ କରି ନାହିଁ ତେବେ ତାଙ୍କର ବୟସ ଅନୁସାରେ ଶ୍ରେଣୀରେ ନାମଲେଖା କରାଯ଼ିବ । ତେବେ ଯ଼ଦି କୌଣସି ପିଲା ତାର ବୟସ ଅନୁସାରେ କୌଣସି ଶ୍ରେଣୀରେ ନାମ ଲେଖାଇଲା ତେବେ ଉକ୍ତ ଶ୍ରେଣୀର ସମକକ୍ଷ ହେବାକୁ ତାକୁ ଉକ୍ତ ସମୟ ସୀମା ମଧ୍ୟରେ, ଯ଼େପରି ନିର୍ଦ୍ଧାରଣ କରାଯ଼ାଇଛି, ସ୍ଵତନ୍ତ୍ର ପ୍ରଶିକ୍ଷଣ ଗ୍ରହଣ କରିବାର ଅଧିକାର ରହିଛି । ଏହା ବାଦ କୌଣସି ପିଲା ଯ଼ଦି ପ୍ରାଥମିକ ଶିକ୍ଷା ପାଇଁ ନାମ ଲେଖାଇଛି, ଓ 14 ବର୍ଷ ପରେ ମଧ୍ୟ ତାକୁ ପ୍ରାଥମିକ ଶିକ୍ଷା ନିଶୁଳ୍କ ଗ୍ରହଣ କରିବା ପାଇଁ ଯ଼ୋଗ୍ୟ
  • ନାମ ଲେଖା ପାଇଁ ବୟସର ପ୍ରମାଣ : ପିଲା ମାନଙ୍କୁ ପ୍ରାଥମିକ ଶିକ୍ଷାରେ ନାମଲେଖା ପାଇଁ ପିଲାର ବୟସ ଜନ୍ମ ମୃତ୍ୟୁ ଓ ବିବାହ ପଞ୍ଜୀକରଣ ଆଇନ 1856 ଅନୁସାରେ ଜାରୀ କରାଯ଼ାଇଥିବା ଜନ୍ମ ପ୍ରମାଣ ପତ୍ର ଅନୁସାରେ କିମ୍ବା ଅନ୍ୟ କୌଣସି ନିର୍ଦ୍ଧାରଣ କରାଯ଼ାଇଥିବା ଦସ୍ତାବେଜ ଆଧାରରେ କରାଯ଼ାଇଥାଏ. ବୟସ ପ୍ରମାଣ ପତ୍ର ନ ଥିବା କାରଣରୁ କୌଣସି ପିଲାଙ୍କୁ ସ୍କୁଲରେ ନାମଲେଖାରୁ ବଞ୍ଚିତ କରାଯ଼ାଇ ପାରିବ ନାହିଁ ।
  • ପ୍ରାଥମିକ ଶିକ୍ଷା ପୂରଣ କରୁଥିବା ପିଲାଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯ଼ିବ ।
  • ନିଶ୍ଚିତ ଛାତ୍ର ଶିକ୍ଷକ ଅନୁପାତ ପାଇଁ ଆହ୍ଵାନ ନିଆଯ଼ିବା ଆବଶ୍ୟକ ।
  • ସମସ୍ତ ଘରୋଇ ବିଦ୍ୟାଳୟରେ ଆର୍ଖକ ରୂପେ ବଞ୍ଚିତ ବର୍ଗର ପିଲାଙ୍କ ପାଇଁ ପ୍ରଥମ ଶ୍ରେଣୀରୁ 25 ପ୍ରତିଶତ ସ୍ଥାନ ସଂରକ୍ଷିତ ରଖାଯ଼ିବ ।
  • ଶିକ୍ଷାର ଗୁଣବତ୍ତାରେ ସୁଧାର ହେଉଛି ଗୁରୁତ୍ଵପୂର୍ଣ୍ଣ ।
  • ସ୍କୁଲର ଶିକ୍ଷକ ମାନଙ୍କୁ ପାଞ୍ଚ ବର୍ଷ ମଧ୍ୟରେ ଆବଶ୍ୟକୀୟ ପ୍ରଫେସନାଲ ଡିଗ୍ରୀ ଆବଶ୍ୟକ, ଅନ୍ୟଥା ସେମାନେ ଚାକିରୀ ହରାଇବେ ।
  • ସ୍କୁଲ ଭିତ୍ତିଭୂମି (ଯ଼େଉଁ ଥିରେ ସମସ୍ୟା ରହିଛି) ପ୍ରତିଦିନ ବର୍ଷରେ ସୁଧାର କରିବାର ଆବଶ୍ୟକତା ରହିଛି, ଅନ୍ୟଥା ମାନ୍ୟତା ରଦ୍ଦ କରି ଦିଆଯ଼ିବ ।
  • ଆର୍ଥିକ ବୋଝକୁ ଉଭୟ. କେନ୍ଦ୍ର ଓ ରାଜ୍ୟ ସରକାର ମିଶି ବହନ କରିବେ ।

ଇତିହାସ

ସମ୍ବିଧାନର ଆର୍ଟିକଲ 21 ଏ (86 ତମ ସଂଶୋଧନ) ଆଇନ 2002.

ଡିସେମ୍ବର 2002

86 ତମ ସଂଶୋଧନ ଆକ୍ଟ (2002) ଭାୟl ଆର୍ଟିକଲ 21ଏ (ପାର୍ଟ 3) 6ରୁ 14 ବର୍ଷ ପର୍ଯ୍ୟନ୍ତ ପିଲା ମାନଙ୍କ ପାଇଁ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ପାଇଁ ଚାହେଁ ।

ଅକ୍ଟୋବର 2003

ଉପରୋକ୍ତ ଆର୍ଟିକଲରେ କଳ୍ପନା କରାଯ଼ାଇ ଆଇନ ପାଇଁ ଚିଠା ପ୍ରସ୍ତାବ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ହାସଲ କରିବାର ଅଧିକାର ବିଲ୍ 2003 ପ୍ରସ୍ତୁତ କରାଯ଼ାଇ ଅକ୍ଟୋବର 2003ରେ ୱେବସାଇଟରେ ଦିଆଗଲା । ଏହି ଚିଠା ଉପରେ ଲୋକ ମାନଙ୍କ ଠାରୁ ମତାମତ ମଗାଗଲା ।

2004

ଏହି ଚିଠା ଉପରେ ଆସିଥିବା ମତାମତ ଆଧାରରେ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ପାଇଁ ବିଲ୍ ର ସଂଶୋଧିତ ଚିଠା 2004 ପ୍ରସ୍ତୁତ କରାଗଲା

ଜୁନ 2005

ସିଏବିଇ (ସେଣ୍ଚ୍ରାଲ ଆଡଭାଇଜରି ବୋର୍ଡ ଅଫ ଏଜୁକେସନ) କମିଟି ଶିକ୍ଷାର ଅଧିକାର ବିଲର ଡ୍ରାଫ୍ଟ ପ୍ରସ୍ତୁତ କରି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପ୍ରଦାନ କଲା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଏନଏସିକୁ ପଠାଇ ଦିଆଗଲା ଯ଼ାହାର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଥିଲେ ଏନଏସି ଏହାକୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇଲା ।

14 ଜୁଲାଇ 2006

ଧନର ଅଭାବ ଥିବା ଦର୍ଶାଇ ଫାଇନାନ୍ସ କମିଟି ଓ ଯ଼ୋଜନା କମିଶନ ବିଲକୁ ଖାରଜ କରିଦେଲେ ଏବଂ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଏକ ମଡେଲ ବିଲ ରାଜ୍ୟମାନଙ୍କୁ ପଠାଇଲେ (86 ତମ ସଂଶୋଧନ ପରେ ରାଜ୍ୟ ମାନେ ରାଜ୍ୟ ସ୍ତରରେ ଧନର ଅଭାବ ଥିବା ଦର୍ଶାଇ ସାରିଥିଲେ)

2009

ପିଲା ମାନଙ୍କର ପାଇଁ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ବିଲ 2008 ସଂସଦର ଉଭୟ ଗୃହରେ 2009 ମସିହାରେ ଗୃହୀତ ହେଲା । ଅଗଷ୍ଟ 2009ରେ ଏହି ଆଇନ ରାଷ୍ଟ୍ରପତିଙ୍କ ଅନୁମୋଦନ ହାସଲ କଲା ।

1 ଏପ୍ରିଲ 2010

ଆର୍ଟିକଲ 21ଏ ଏବଂ ଆରଟିଇ ଆଇନ କାର୍ଯ୍ୟକାରୀ ହେଲା

ଏଫଏକ୍ଯୁ

ଏହି ଆଇନ କାହିଁକି ଗୁରୁତ୍ଵପୂର୍ଣ୍ଣ ଓ ଭାରତ ପାଇଁ ଏହାର କଣ ଅର୍ଥ ରହିଛି ?

ପିଲା ମାନଙ୍କୁ ନିଶୁଲ୍କ ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ଆଇନ (ଆରଟିଇ)2009 ଗ୍ରହୀତ ହେବା ଭାରତର ପିଲା ମାନଙ୍କ ପାଇଁ ଏକ ଐତିହାସିକ କ୍ଷଣ ।

ପ୍ରତ୍ୟେକ ପିଲାକୁ ଗୁଣବତ୍ତା ସମ୍ପନ୍ନ ପ୍ରାଥମିକ ଶିକ୍ଷା ହାସଲ କରିବାର ଅଧିକାରକୁ ପ୍ରଦାନ କରିବା ସୁନିଶ୍ଚିତ କରିବାରେ ଏହି ଆଇନ ବିଲ୍ଜିଂ ବ୍ଲକ ଭଳି କାମ କରେ ଏବଂ ରାଜ୍ୟ ପରିବାର ଓ ଗୋଷ୍ଠୀକ ସହାୟତାରେ ତାର ଦାୟିତ୍ଵ ପୂର୍ଣ୍ଣ କରେ ।

ବିଶ୍ଵର କିଛି ଦେଶରେ ପିଲା ମାନଙ୍କୁ ନିଶୁଳ୍କ ଏବଂ ପିଲା କେନ୍ଦ୍ରିତ ଶିକ୍ଷା ପ୍ରଦାନ ପାଇଁ ଏଭଳି ଜାତୀୟ ବ୍ୟବସ୍ଥା ରହିଛି ।

ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା କଣ ?

6ରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ପିଲାମାନଙ୍କର ନିକଟସ୍ଥ ସ୍କୁଲରେ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ହାସଲ କରିବାର ଅଧିକାର ରହିଛି ।

ପ୍ରାଥମିକ ଶିକ୍ଷା ପ୍ରାପ୍ତ କଲା ବେଳେ ସେଠାରେ ପ୍ରତ୍ୟକ୍ଷ (ସ୍କୁଲ ଶୁଳ୍କ) ବା ପରୋକ୍ଷ ଶୁଳ୍କ (ଯ଼େପରିକି ୟୁନିଫର୍ମ, ବହି, ମଧ୍ୟାହ୍ନ ଭୋଜନ, ପରିବହନ) ଆଦି ପିଲା କିମ୍ବା ତାଙ୍କ ପରିବାର ବହନ କରିବ ନାହିଁ ପିଲାମାନଙ୍କର ପ୍ରାଥମିକ ଶିକ୍ଷା ପୂରଣ ହେବା ପର୍ଯ୍ୟନ୍ତ ସରକାର ଏହି ସମସ୍ତ ଖର୍ଚ୍ଚ ବହନ କରିବେ ।

ଆରଟିଇକୁ ସୁନିଶ୍ଚିତ କରିବା ପାଇଁ ଗୋଷ୍ଠୀ ଓ ଅଭିଭାବକଙ୍କ ପାଇଁ କେଉଁ ଭୂମିକା କଳ୍ପନା କରାଯ଼ାଇଛି ?

ପିଲାମାନଙ୍କ ପାଇଁ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ 2009ରେ ବିଦ୍ୟାଳୟ ଗୁଡିକୁ ସ୍କୁଲ ମ୍ୟାନେଜମେଣ୍ଟ କମିଟି (ଏସଏମସି) ଗଠିତ କରିବା ଉପରେ ଜୋର ଦିଆଯ଼ାଇଛି, ଯ଼େଉଁ ଥିରେ ସ୍ଥାନୀୟ ପ୍ରଶାସନର ଅଧିକାରୀ, ପିତାମାତା, ଅଭିଭାବକ ଓ ଶିକ୍ଷକ ମାନେ ସାମିଲ ରହିବେ । ଏସଏମସି ଗୁଡିକ ସ୍କୁଲ ଡେଭଲପମେଣ୍ଟ ଯ଼ୋଜନା ପ୍ରସ୍ତୁତ କରିବା ସହିତ ସରକାରୀ ଅନୁଦାନର ବ୍ୟବହାର ଓ ସମ୍ପୂର୍ଣ୍ଣ ବିଦ୍ୟାଳୟର ପରିବେଶ ଉପରେ ତଦାରଖ କରିବେ ।

ମହିଳା ଏବଂ ବଞ୍ଚିତ ବର୍ଗର ପିଲା ମାନଙ୍କର ଅଭିଭାବକ ମାନଙ୍କୁ ଏସଏମସିରେ 50 ପ୍ରତିଶତ ସ୍ଥାନ ଦେବା ଲାଗି ଆରଟିଇରେ ବ୍ୟବସ୍ଥା ରହିଛି । ଝିଅ ଓ ପୁଅ ପିଲାଙ୍କ ପାଇଁ  ଶୌଚାଳୟ ବ୍ୟବସ୍ଥା ସହିତ ପିଲା ମାନଙ୍କର ସ୍ୱାସ୍ଥ୍ୟ, ପରିମଳ ଓ ସଫାସୁତୁରା ପ୍ରସଙ୍ଗରେ ପର୍ଯ୍ୟାପ୍ତ ଧ୍ୟାନ ଦେଉଥିବା ପିଲାମାନଙ୍କର ମିତ୍ର ସମ୍ପୂର୍ଣ୍ଣ ସ୍କୁଲ ପରିବେଶ ତିଆରି ସୁନିଶ୍ଚିତ କରିବାରେ ଏହି ଗୋଷ୍ଠୀ ଗୁଡିକର ଭାଗିଦାରୀ ଗୁରୁତ୍ଵପୂର୍ଣ୍ଣ ।

ପିଲା ମାନଙ୍କ ମିତ୍ର ବିଦ୍ୟାଳୟ ପାଇଁ ଆରଟିଇ କିପରି ପ୍ରୋତ୍ସାହନ ଦିଏ ?

ପ୍ରଭାବୀ ଶିକ୍ଷଣ ପରିବେଶ ପାଇଁ ସ୍କୁଲ ଗୁଡିକ ଭିତ୍ତିଭୂମି ଓ ଶିକ୍ଷଣ ମାନକକୁ ନିଶ୍ଚିତ ଭାବେ ପୂରା କରିବାକୁ ପଡିବ । ପ୍ରାଥମିକ ସ୍ତରରେ 60 ଜଣ ପିଲାଙ୍କ ମଧ୍ୟରେ 2 ଜଣ ତାଲିମ ପ୍ରାପ୍ତ ଶିକ୍ଷକ ଦେବାକୁ ପଡିବ ।

ଶିକ୍ଷକ ମାନଙ୍କୁ ନିୟମିତ ଓ ସମୟରେ ସ୍କୁଲ ଆସିବା, ପାଠ୍ୟକ୍ରମ ନିର୍ଦ୍ଦେଶକୁ ପୂରା କରିବା, ଶିକ୍ଷଣ ସାମର୍ଥର ଆକଳନ କରିବା, ପିତାମାତା ଓ ଶିକ୍ଷକ ମାନଙ୍କର ନିୟମିତ ବୈଠକ କରିବାକୁ ପଡିବ । ଗ୍ରେଡ ଅନୁସାରେ ନୁହେଁ, ଶିକ୍ଷକ ମାନଙ୍କର ସଂଖ୍ୟା ଛାତ୍ରଙ୍କର ସଂଖ୍ୟାର ଆଧାରରେ ହେବ ।

ପିଲା ମାନଙ୍କର ଶିକ୍ଷଣ ଫଳାଫଳରେ ସୁଧାର କରିବାକୁ ରାଜ୍ୟ ଶିକ୍ଷକ ମାନଙ୍କୁ ଆବଶ୍ୟକ ସହାୟତା ସୁନିଶ୍ଚିତ କରିବ । ସ୍କୁଲରେ ଗୁଣବର୍ତ୍ତା ଓ ନିରପେକ୍ଷତା ରକ୍ଷା କରିବା ପାଇଁ ଗୋଷ୍ଠୀ ଓ ନାଗରିକ ସମାଜକୁ ଏସମସି ମାନଙ୍କ ସହ ମିଶି ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି  ରାଜ୍ୟ ନୀତି ଫ୍ରେମବାର୍କ ଉପଲବ୍ଧ କରାଇବ ଓ ଏଭଳି ପରିବେଶ ପ୍ରଦାନ କରିବ ଯ଼ାହା ଫଳରେ ଆରଟିଇ ପ୍ରତ୍ୟେକ ପିଲା ପାଇଁ ସତ୍ୟତାରେ ପରିଣତ ହେବ ।

ଭାରତରେ ଆରଟିଇକୁ କିପରି ଅର୍ଥ ପ୍ରଦାନ ଓ କାର୍ଯ୍ୟକାରୀ କରାଯ଼ିବ ?

ଆରଟିଇ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ଆର୍ଥିକ ଦାୟିତ୍ଵ ବହନ କରିବେ । କେନ୍ଦ୍ର ସରକାର ଖର୍ଚ୍ଚର ଆକଳନ ପ୍ରସ୍ତୁତ କରିବ ତଥା ରାଜ୍ୟ ସରକାରଙ୍କୁ ଏହି ମୂଲ୍ୟର ପ୍ରତିଶତ ପ୍ରଦାନ କରାଯ଼ିବ ।

ଆରଟିଇକୁ ହାସଲ କରିବା ପାଇଁ ମୁଖ୍ୟ ପ୍ରସଙ୍ଗ ଗୁଡିକ କ'ଣ ?

ଆରଟିଇ ଅପହଞ୍ଚ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପରିପକ୍ଵ ମଞ୍ଚ ପ୍ରଦାନ କରେ ,ଏଥିରେ ବଞ୍ଚିତ ବର୍ଗ ଯ଼େପରି ଶିଶୁ ଶ୍ରମିକ, ପ୍ରବାସୀ ପିଲା, ବିଶେଷ ଆବଶ୍ୟକତା ଥିବା ପିଲା ବା ସାମାଜିକ ସାଂସ୍କୃତିକ, ଭାଷାଗତ, ଲିଙ୍ଗ ଆଧାରିତ ବା ଅନ୍ୟ କାର ଫଳରେ ବଞ୍ଚିତ ପିଲାଙ୍କ ପ୍ରତି ବିଶେଷ ବ୍ୟବସ୍ଥା ରହିଛି ଆରଟିଇ ପଢାଇବା ଓ ପଢିବାର ଗୁଣବର୍ତ୍ତା ଉପରେ ଧ୍ୟାନ ଦିଏ ଯ଼ାହା ତ୍ଵରିତ ପ୍ରୟାସ ଓ ବିପୁଳ ସଂସ୍କାର ଆବଶ୍ୟକ କରେ :

  1. ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ 10 ଲକ୍ଷ ଅଣ ତାମିଲ ପ୍ରାପ୍ତ ଶିକ୍ଷକ ମାନଙ୍କୁ ତାଲିମ ଦେବା ପାଇଁ କ୍ରିଏଟିଭ ଓ ଦୀର୍ଘସ୍ଥାନୀ ଇନିସିଏଟିଭ ଖୁବ ଗୁରୁତ୍ଵପୂର୍ଣ୍ଣ ଏବଂ ବର୍ତ୍ତମାନ ସେବାରେ ଥିବା ଶିକ୍ଷକ ମାନଙ୍କର କୌଶଳକୁ ଶକ୍ତିଶାଳୀ କରିବା ଯ଼ାହା ଫଳରେ ପିଲା ମାନଙ୍କ ମିତ୍ର ବାତାବରଣ ତିଆରି ହୋଇପାରିବ ।
  2. ଆକଳନ କରାଯ଼ାଇଥିବା ଭାରତର  ପ୍ରତ୍ୟେକ 190 ମିଲିୟନ ଛାତ୍ର ଛାତ୍ରୀ ମାନଙ୍କ ପାଇଁ , ଯ଼େଉଁ ମାନେ ପ୍ରାଥମିକ ଶିକ୍ଷାରେ ଆଜି ରହିବା ଉଚିତ, ସେମାନଙ୍କ ପାଇଁ ପିଲା ମାନଙ୍କ ମିତ୍ର ବାତାବରଣ ତିଆରି କରିବାରେ ପରିବାର ଓ ଗୋଷ୍ଠୀର ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ।
  3. ଗୁଣବର୍ତ୍ତା ଓ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ ଅସାମନତାକୁ ଦୂର କରିବାକୁ ପଡିବ । ଲକ୍ଷ୍ୟ ହାସଲ କରିବାକୁ ପ୍ରାକ ସ୍କୁଲରେ ବିନିଯ଼ୋଗ କରିବା ହେଉଛି ମୁଖ୍ୟ ରଣନୀତି ।
  4. ବିଦ୍ୟାଳୟରୁ ବାହାରେ ଥିବା 8 ମିଲିୟନ ପିଲାଙ୍କୁ ସଠିକ୍ ସ୍ତରରେ ତାଙ୍କ ଶ୍ରେଣୀରେ ଆଣିବା ଓ ତାଙ୍କୁ ସ୍କୁଲରେ ରହିବାକୁ ସହଯ଼ୋଗ କରିବା ଓ ସଫଳ ହେବା ଏକ ବଡ ଆହ୍ଵାନ.ଓ ଏଥିପାଇଁ ଫ୍ଲେକ୍ସିବଲ ଓ ଇନୋଭେଟିବ ଦୃଷ୍ଟିକୋଣର ଆବଶ୍ୟକତା ରହିଛି ।

ଯ଼ଦି ଆରଟିଇ ଉଲ୍ଲଂଘନ କରାଯ଼ାଏ ତେବେ କ'ଣ ମେକାନିଜନ ଉପଲବ୍ଧ ରହିଛି ?

ନ୍ୟାସନାଲ କମିଶନ ଫର ଦ ପ୍ରଟେକ୍ସନ ଅଫ ଚାଇଲ୍ଡ ରାଇଟ ଏହି ଆଇନରେ ଦିଆଯ଼ାଇଥିବା ସେଫଗାର୍ଡକୁ ସମୀକ୍ଷା କରିବ ତଥା ଅଭିଯ଼ୋଗର ତଦନ୍ତ କରିବ, ଏହାର ମାମଲା ଶୁଣାଣୀ କରିବାର ସିଭିଲ କୋର୍ଟର ଅଧିକାର ରହିଛି ।

ରାଜ୍ୟ ମାନେ ଷ୍ଟେଟ କମିଶନ ଫର ଦ ପ୍ରଟେକ୍ସନ ଅଫ ଚାଇଲ୍ଡ ରାଇଟ (ଏସସିପିସିଆର)ର ବା ଶିକ୍ଷାର ଅଧିକାର ସଂରକ୍ଷଣ ପ୍ରାଧିକରଣ (ଆରଇପିଏ) 1 ଏପ୍ରିଲ 2010 ସୁଦ୍ଧା ଗଠନ କରିବେ । କୌଣସି ବ୍ୟକ୍ତି ଭିଯ଼ୋଗ କରିବାକୁ ଚାହିଁଲେ ସ୍ଥାନୀୟ ପ୍ରଶାସନରେ ଲିଖିତ ଅଭିଯ଼ୋଗ କରିବାକୁ ପଡିବ ।

ଏପ୍ରିଲ ଗୁଡିକୁ ଏସସିପିସିଆର/ ଆରଇପିଏ ଦ୍ଵାରା ନିଷ୍ପତ୍ତି ନିଆଯ଼ିବ । ଅପରାଧର ପ୍ରସିକ୍ୟୁସନ ପାଇଁ ଯୋଗ୍ୟ ଦରକାର ଦ୍ଵାରା ନିଯ଼ୁକ୍ତ କୌଣସି ଅଧିକାରୀର ସାଂକ୍ସନର ଆବଶ୍ୟକତା ରହିଛି ।

ଶିକ୍ଷା ଅଧିକାର ବିଲ୍

ସମ୍ବିଧାନର 86 ତମ ସଂଶୋଧନ ଅନୁସାରେ 2002ରେ ଶିକ୍ଷା ମୌଳିକ ଅଧିକାର ଭାବେ ପରିଗଣିତ ହେଲା । ସମ୍ବିଧାନରେ ସଂଶୋଧନ ହେବାର 6 ବର୍ଷ ପରେ କେନ୍ଦ୍ର କ୍ୟାବିନେଟ ଶିକ୍ଷା ଅଧିକାର ବିଲକୁ ଅନୁମୋଦନ ଦେଲା । ଏହି ବିଲ୍ ର ମୁଖ୍ୟ ବ୍ୟବସ୍ଥା ଗୁଡିକ ହେଲା ପ୍ରବେଶ ସ୍ତରରେ ଆଖପାଖ ଅଞ୍ଚଳର ବଞ୍ଚିତ ବର୍ଗର ପିଲାଙ୍କ ପାଇଁ ଘରୋଇ ସ୍କୁଲରେ 25 ପ୍ରତିଶତ ସଂରକ୍ଷଣ । ଏ ସମ୍ପର୍କରେ ହେଉଥିବା ବ୍ୟୟ ଦରକାର ବହନ କରିବେ ତଥା ସ୍କ୍ରିନିଂ ପ୍ରକ୍ରିୟାର ଅଂଶ ଭାବେ କୌଣସି ଚାନ୍ଦା, କ୍ୟାପିଟେସନ ଶୁଳ୍କ କିମ୍ବା ପିଲା ବା ଅଭିଭାବକଙ୍କ ସାକ୍ଷାତକାର ଆଦି କରିବେ ନାହିଁ । ଏହା ବ୍ୟତୀତ ବିଲ୍ ରେ ପିଲାଙ୍କୁ ଶାରୀରିକ ଦଣ୍ଜ, ବାହାର କରିଦେବା, ଅଟକାଇବା ଆଦି ଉପରେ କଟକଣା ଲଗାଇବା ସହ ଶିକ୍ଷକ ମାନଙ୍କୁ ଜନସଂଖ୍ୟାର ଗଣନା ଓ ପ୍ରାକୃତିକ ବିପତ୍ତି ବ୍ୟତୀତ ଅନ୍ୟ କୌଣସି ଅଣ ଶିକ୍ଷଣ କାମରେ ନ ଲଗାଇବା ଉପରେ କଟକଣା ରହିଛି । ମାନ୍ୟତା ହାସଲ ନ କରି ବିଦ୍ୟାଳୟ ଚଳାଇବା ଉପରେ ଦଣ୍ଡ ଦିଆଯ଼ାଇପାରେ।

ଶିକ୍ଷା ଅଧିକାର ବିଲ୍ ହେଉଛି ସେହି ଆଇନ ଯ଼ାହା ଦ୍ଵାରା 86 ତମ ସମ୍ବିଧାନ ସଂଶୋଧନକୁ ଅଧିସୂଚିତ କରାଯ଼ାଇଛି, ଯ଼ାହା ଛଅରୁ 14 ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ନିଶୁଳ୍କ ଓ ବାଧ୍ୟତା ମୂଳକ ଶିକ୍ଷା ପ୍ରଦାନର ଅଧିକାର ଦିଏ ।

ଗରୀବ ମାନଙ୍କ ପାଇଁ 25 ପ୍ରତିଶତ କୋଟା ।

ପିଲାମାନଙ୍କ ପାଇଁ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ 2009ର ସାମ୍ବେଧାନିକତାକୁ 2102 ଏପ୍ରିଲ 12ରେ ସୁପ୍ରିମକୋର୍ଟ ଠିକ୍ ବୋଲି କହିଲେ ଏବଂ ଘରୋଇ ସ୍କୁଲ ସମେତ ସମସ୍ତ ସ୍କୁଲକୁ ପ୍ରଥମ ଶ୍ରେଣୀରୁ 14 ବର୍ଷ ବୟସ ପର୍ଯ୍ୟନ୍ତ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗର ଛାତ୍ର ମାନଙ୍କୁ ତତକ୍ଷାଣାତ ନିଶୁଳ୍କ ଶିକ୍ଷା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଘରୋଇ ଅଣ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଦ୍ଵାରା ଏ ସମ୍ପର୍କିତ ପିଟିସନକୁ ଖାରଜ କରିଦେଇଥିଲେ ଏବଂ କହିଥିଲେ ଯ଼େ ଆଇନର ସେକ୍ସନ 12(1)(ଗ) ଅନୁସାରେ ପ୍ରାଥମିକ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ବିଦ୍ୟାଳୟ, ସେ ଅଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ହେଉ ନା କାହିଁକି, ସେ ଆଖପାଖର ବଞ୍ଚିତ ବର୍ଗର ପିଲା ମାନଙ୍କୁ ବିଦ୍ୟାଳୟ ରେ ନାମ ଲେଖାଇବ ।

ସ୍ରୋତ : The Times of India

ଶିକ୍ଷାର ଅଧିକାରକୁ ସୁନିଶ୍ଚିତ କରିବା ପାଇଁ ଏକ ରୋର୍ଡମ୍ୟାପ

ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ଆଇନର ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ନ୍ୟlସନାଲ କମିଶନ ଫର ପ୍ରଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ (ଏନସିପିସିଆର) କୁ ଦାୟିତ୍ଵ ଦିଆଯ଼ାଇଛି ।

ଆରଟିଇ ମାନକରେ ବିଦ୍ୟାଳୟରେ ନାମଲେଖା

ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ଆଇନ 2009 ରେ ଥିବା ବ୍ୟବସ୍ଥା ଅନୁସାରେ ଦେଶ ସାରା ବିଦ୍ୟାଳୟ ନାମ ଲେଖା ପ୍ରକ୍ରିୟlକୁ ସୁନିଶ୍ଚିତ କରିବା ପାଇଁ ଏନସିପିସିଆର ପକ୍ଷରୁ ବିଭିନ୍ନ ପର୍ଯ୍ୟାୟରେ ଅନେକ ପଦକ୍ଷେପ ଗ୍ରହଣ କରାଯ଼ାଇଛି । ଏହି ଆଇନରେ ବାରଣ ଥିବା ସତ୍ତ୍ୱେ କିଛି ରାଜ୍ୟର ସ୍କୁଲ ମାନଙ୍କରେ ପ୍ରାଥମିକ ସ୍ତରରେ ଛାତ୍ର ମାନଙ୍କର ନାମାଙ୍କନ ବେଳେ ସ୍କ୍ରିନିଂ ପ୍ରକ୍ରିଯା ଆପଣା ଯ଼ିବା ପରେ ଏହାର ଆବଶ୍ୟକତା ପଡିଥିଲା । ଏପ୍ରିଲ ମସିହାରେ ଏନସିପିସିଆର ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ସଚିବ ମାନଙ୍କୁ ଏ ସମ୍ପର୍କରେ ଲେଖା ଯ଼ାଇ ନାମାଙ୍କନ ପ୍ରକ୍ରିୟା ଆରଟିଇ ଆଇନ ବ୍ୟବସ୍ଥା ଅନୁସାରେ କରିବା ସୁନିଶ୍ଚିତ କରିବାକୁ ସରକାରୀ ଆଦେଶ ଜାରୀ କରିବା ପାଇଁ କୁହାଯ଼ାଇଥିଲା । ଗଭର୍ଣମେଣ୍ଟ ଅଫ ନେସନାଲ କ୍ୟାପିଟାଲ ଟେରିଟରି ଅଫ ଦିଲ୍ଲୀ (ଜିଏନସିଟିଡି)ର ନିର୍ଦ୍ଦେଶାଳୟ ପକ୍ଷରୁ ମାର୍ଚ୍ଚ ମାସରେ ନିର୍ଦ୍ଦେଶାଳୟ ପକ୍ଷରୁ ଚଳା ଯ଼ାଉଥିବା ରାଜକୀୟ ପ୍ରତିଭା ବିକାଶ ବିଦ୍ୟାଳୟର ନାମାଙ୍କନ ପାଇଁ ଆବେଦନ କରିବାକୁ ନୋଟିସ ବାହାର କରାଯ଼ାଇଥିବା ଫଳରେ ଏହା କରାଯ଼ାଇଥିଲା ।

ଜିଏନସିଟିଡି ପକ୍ଷରୁ ସମସ୍ତ ଦୈନିକ ସମ୍ବାଦପତ୍ରରେ ଓ ବେବସାଇଟରେ ନାମାଙ୍କନ ପାଇଁ ନୋଟିସ ବାହାର କରାଯ଼ାଇ ପିଲା ମାନଙ୍କୁ 25 ଟଙ୍କାର ଫର୍ମ କିଣିବା ପାଇଁ କୁହାଯ଼ାଇଥିଲା ଓ ପରେ ଏକ ପ୍ରବେଶିକା ପରୀକ୍ଷା କରାଯ଼ିବ ବୋଲି କୁହାଯ଼ାଇଥିଲା ମାତ୍ର ଆରଟିଇର ବ୍ୟବସ୍ଥା ଅନୁସାରେ ଏଭଳି ପ୍ରବେଶିକା ପରୀକ୍ଷା କରାଯ଼ାଇ ପାରିବ ନାହିଁ ଓ ଏହା ଉକ୍ତ ଆଇନର ଉଲ୍ଲଂଘନ । ତେଣୁ ଏପ୍ରିଲ ମାସରେ ଏନସିପିସିଆର ଏଥିରେ ହସ୍ତକ୍ଷେପ କଲା ।

ଆରଟିଇ ଆଇନର କାର୍ଯ୍ୟକାରିତାକୁ ତଦାରଖ କରିବା ପାଇଁ ନୋଡାଲ ଏଜେନ୍ସୀ ଭାବରେ କାମ କରୁଥିବା କମିଶନ ଜିଏନସିଟିଡିର ପ୍ରଧାନ ସଚିବଙ୍କୁ ପତ୍ର ଲେଖି ଉକ୍ତ ଆଡମିସନ ପ୍ରକ୍ରିୟlକୁ ପ୍ରତ୍ୟlହାର କରିବାକୁ କୁହାଯ଼ିବା ସହ ଏହା ବଦଳରେ ଆରଟିଇ ଆଇନ ଅନୁସାରେ ପୁଣିଥରେ ନୋଟିସ ବାହାର କରିବାକୁ କୁହାଗଲା । ଜିଏନସିଟିଡି ଅଧୀନରେ ଆସୁଥିବା ସମସ୍ତ ବିଦ୍ୟlଳୟକୁ ଏକ ସପ୍ତାହ ମଧ୍ୟମରେ ଉକ୍ତ ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ସରକାରୀ ଆଦେଶ ଜାରୀ କରିବାକୁ ଅନୁରୋଧ କରାଯ଼ାଇଥିଲା ଯ଼ାହା ଫଳରେ ସମସ୍ତ ବିଦ୍ୟlଳୟ ପ୍ରକ୍ରିୟl ଓ କାମ କରିବାର ମୋଡରେ ଆବଶ୍ୟକୀୟ ପରିବର୍ତ୍ତନ କରିପାରିବେ ।


ନିର୍ଦ୍ଦେଶାଳୟ ଏହି ଅନୁରୋଧ ଅନୁସାରେ କାମ ନ କରିବା କାରଣରୁ ତାଙ୍କୁ କମିଶନ ଜୁନ ମାସରେ ସମନ କରାଯ଼ାଇ ଜୁଲାଇ ପର୍ଯ୍ୟନ୍ତ ଉକ୍ତ ଆଇନର ବ୍ୟବସ୍ଥା> ଅନୁସାରେ ପୁଣି ଥରେ ପରୀକ୍ଷା କରିବାକୁ କୁହାଯ଼ାଇଥିଲା । ସେହିପରି ଭାବେ ଅନ୍ୟ. ରାଜ୍ୟ ମାନଙ୍କରେ ମଧ୍ୟ ଏହି ଆଇନର ଉଲ୍ଲଂଘନ ନ ହେବାକୁ ସୁନିଶ୍ଚିତ କରିବା ପାଇଁ ଏନସିପିସିଆର ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ସଚିବ ମାନଙ୍କୁ ଏ ନେଇ ସରକାରୀ ଆଦେଶ ଜାରୀ କରିବାକୁ କୁହାଗଲା । ଏହି ଆଦେଶରେ ନିମ୍ନ ଲିଖିତ କଥା ସ୍ପଷ୍ଟ କରିବାକୁ ମଧ୍ୟ କୁହାଗଲା :

  1. ଆରଟିଇ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ନାମାଙ୍କନ ପ୍ରକ୍ରିୟl କରାଯ଼ାଉ
  2. ସମସ୍ତ ନିର୍ଧାରିତ ବର୍ଗର ସ୍କୁଲ, ଘରୋଇ ଅନୁଦାନ ପାଉ ନ ଥିବା ସ୍କୁଲ ମାନଙ୍କରେ ଦୁର୍ବଳ ଶ୍ରେଣୀର ଛାତ୍ର ମାନଙ୍କ ପାଇଁ 25 ପ୍ରତିଶତ ସଂରକ୍ଷଣ ତଥା ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ମାନଙ୍କରେ ସଂରକ୍ଷଣର ବ୍ୟବସ୍ଥା ଲାଗୁ କରିହବାକୁ ସୁନିଶ୍ଟିତ କରିବା

ଏହା ପରେ ସରକାରଙ୍କ ଦ୍ଵାରା ଚିହ୍ନିତ ହୋଇଥିବା ଘରୋଇ ବିଦ୍ୟlଳୟ ଗୁଡିକ ମ୍ୟାପ ଆଉଟ କରାଯ଼ିବା ଆବଶ୍ୟକ ଓ ଆଇନ ବ୍ୟବସ୍ଥା ଓ ଧାରା ଅନୁସାରେ ନୋଟିସ ଜାରୀ କରାଯ଼ିବା ଆବଶ୍ୟକ, ଯ଼ାହା ଫଳରେ ନିକଟରେ ଥିବା ପିଲା ମାନେ ଉକ୍ତ ସ୍କୁଲ ମାନଙ୍କରେ ଆଡମିସନ ନେଇ ପାରିବେ ଏହା ବ୍ୟତୀତ ଆରିଟିଇ ଆଇନ ସମ୍ପର୍କିତ ରାଜ୍ୟ ରୁଲ ତିଆରି କରିବା କାମ ମଧ୍ୟ ଶୀଘ୍ର ଶେଷ କରିବା ଆବଶ୍ୟକ ।

ନବୋଦୟ ବିଦ୍ୟlଳୟ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ଯ଼ାହାକୁ ଆରଟିଇ ଆଇନ ଅନୁସାରେ ନିର୍ଦ୍ଧାରିତ ବର୍ଗ ଭାବେ ନାମିତ କରାଯ଼ାଇଛି, ଏନସିପିସିଆର ସ୍ପଷ୍ଟ କରିଛନ୍ତି ଯ଼େ ଆରଟିଇ ଆକ୍ଟର 13 ଧାରା ଅନୁସାରେ ଏହା କୌଣସି ଭେଦଭାବ ନ କରି ସମସ୍ତଙ୍କ କ୍ଷେତ୍ରରେ ସମାନ ଭାବେ ଲାଗୁ ହେବ

ଏହି ଆଇନର ସେକ୍ସନ 13ରେ ଥିବା ପ୍ରାସଙ୍ଗିକ ବ୍ୟବସ୍ଥା :

କୌଣସି ସ୍କୁଲ କିମ୍ବା ବ୍ୟକ୍ତି ପିଲାର ନାମ ଲେଖା ବେଳେ କୌଣସି କ୍ୟାପେଟେସନ ଫି ନେଇ ପାରିବ ନାହିଁ ବା ପିଲା କିମ୍ବା ତାର ଅଭିଭାବକଙ୍କ ସ୍କ୍ରିନିଂ ପ୍ରକ୍ରିୟlରେ ସାମିଲ କରାଇ ପାରିବ ନାହିଁ . ସବ ସେକ୍ସନ (1)ର ଉଲ୍ଲଂଘନ କରୁଥିବା କୌଣସି ବ୍ୟକ୍ତି ବା ସ୍କୁଲ:

  1. କ୍ୟାପିଟେସନ ଫି ନିଏ ତେବେ ତାଠାରୁ ନେଇ ଥିବା କ୍ୟାପିଟେସନଫିର ଦଶ ଗୁଣ ପର୍ଯ୍ୟନ୍ତ ଦାୟ କରାଯ଼ାଇ ପାରିବ ।
  2. ପିଲାଙ୍କୁ ସ୍କ୍ନିନିଂ ପ୍ରକ୍ରିୟlରେ ସାମିଲ କଲେ 25 ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯ଼ାଇ ପାରିବ ଓ ପରବର୍ତ୍ତୀ ପ୍ରତ୍ୟେକ ଉଲ୍ଲଂଘନ ପାଇଁ 50 ହଜାର ଟଙ୍କା ଲେଖାଏ ଜୋରିମାନାର ବ୍ୟବସ୍ଥା ରହିଛି ।

ନବୋଦୟ ବିଦ୍ୟlଳୟରେ ନାମଲେଖା ପାଇଁ ସ୍କ୍ରିନିଂ ନାହିଁ

ନ୍ୟlସନାଲ କମିଶନ ଫର ପ୍ରଟେକ୍ସନ ଅଫ ଚାଇଲ୍ଡ ରାଇଟ୍ସ ( ଏନସିପିସିଆର) ନବୋଦୟ ବିଦ୍ୟlଳୟର କମିଶନରଙ୍କୁ ଓ ବିଭିନ୍ନ ରାଜ୍ୟର ଶିକ୍ଷା ସଚିବ ମାନଙ୍କୁ ପତ୍ର ଲେଖି ପ୍ରାଥମିକ ଶିକ୍ଷା (ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ) ପିଲା ମାନଙ୍କର ନାମଲେଖା ପୂର୍ବକୁ କୌଣସି ପ୍ରକାର ସ୍କ୍ରିନିଂ ନ କରାଇବାକୁ କହିଥିଲେ ଦିଲ୍ଲୀ ତଥା ଅନ୍ୟ ରାଜ୍ୟରେ ନବୋଦଳ ବିଦ୍ୟlଳୟ ସ୍କ୍ରିନିଂଟେଷ୍ଟ କରି ଆରଟିଇ ଆଇନର ଉଲ୍ଲଂଘନ କରି ବାର ରିପୋର୍ଟ ପରେ ଏନସିପିସିଆର ହସ୍ତକ୍ଷେପ କରିଥିଲା.

ଆରଟିଇ ଆଇନ 2009ର ସେକ୍ସନ 13କୁ ଉଦ୍ଧୃତ କରି ଏନସିପିସିଆର କହିଲା ଯ଼େ ପିଲା ମାନଙ୍କୁ ସ୍କୁଲରେ ନାମ ଲେଖାଇବା ବେଳେ  କ୍ୟାପିଟେସନ ଫି ନେବା ବା ପିଲା କିମ୍ବା ଅଭିଭାବକଙ୍କୁ ସ୍କିନିଂ ପ୍ରକ୍ରିୟାରେ ସାମିଲ କରିବାକୁ ବାରଣ କରାଯ଼ାଇଛି । କୌଣସି ବ୍ୟକ୍ତି କିମ୍ବା ସ୍କୁଲ ଏହାର ଉଲ୍ଲଂଘନ କଲେ ନେଇଥିବା କ୍ୟାପିଟେସନ ଫିର ଦଶ ଗୁଣ ଜୋରିମାନା ଆକାରରେ ଆଦାୟ କରାଯ଼ାଇପାରେ ।

ପିଲାଙ୍କୁ ସ୍କ୍ନିନିଂ ପ୍ରକ୍ରିୟାରେ ସାମିଲ କଲେ 25 ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯ଼ାଇ ପାରିବ ଓ ପରବର୍ତୀ ପ୍ରତ୍ୟେକ ଉଲ୍ଲଂଘନ ପାଇଁ 50 ହଜାର ଟଙ୍କା ଲେଖାଏ ଜୋରିମାନାର ବ୍ୟବସ୍ଥା ରହିଛି. ସେକ୍ସନ 13 ସମସ୍ତ ସ୍କୁଲ ପାଇଁ ଲାଗୁ ହେବ ଏପରିକି ଆରଟିଇ ଆଇନରେ ସ୍ଵତନ୍ତ୍ର ସ୍କୁଲର ମାନ୍ୟତା ପାଇଥିବା ନବୋଦୟବିଦ୍ୟlଳୟ ପାଇଁ ମଧ୍ୟ ଲାଗୁ ହେବ, ନବୋଦୟ ବିଦ୍ୟlଳୟରେ କରାଯ଼ାଉଥିବା ସ୍କ୍ରିନିଂ ପ୍ରକ୍ରିୟଲ  ଆରଟିଇର ଉଲ୍ଲଂଘନ. ବୋଲି ସ୍ପଷ୍ଟ କରିଥିଲା, ଏନସିପିସିଆର ରାଜ୍ୟ ସରକାର ମାନଙ୍କୁ ଏହି ଆଇନର ବ୍ୟବସ୍ଥା ସମ୍ପର୍କରେ ଆଦେଶ ଜାରୀ କରିବାକୁ ଅନୁରୋଧ କରିଥିଲେ ଏକ ସପ୍ତାହ ମଧ୍ୟରେ ସେମାନଙ୍କର ପ୍ରକ୍ରିୟl ଓ କାର୍ଯ୍ୟର ମୋଡରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବାକୁ ଅନୁରୋଧ କରାଯ଼ାଇଥିଲା .

ଶିକ୍ଷକ ମାନଙ୍କର ଯୋଗ୍ୟତା

ଟିଇଟି ପରୀକ୍ଷାରେ ବସିବା ପାଇଁ ନିମ୍ନ ଲିଖିତ ବ୍ୟକ୍ତିଙ୍କର ବସିବାର ଯୋଗ୍ୟତା ରହିଛି:

  1. 23 ଅଗଷ୍ଟ 2010ରେ ଅଧିସୂଚନାରେ ଏନସିଟିଇ ପକ୍ଷରୁ ନିର୍ଦ୍ଧାରଣ କରାଯ଼ାଇଥିବା ଏକାଡେମିକ ଓ ପ୍ରଫେସନାଲ ଯୋଗ୍ୟତା ଯ଼େଉଁ ବ୍ୟକ୍ତି ନିକଟରେ ଥିବ ।
  2. 23 ଅଗଷ୍ଟ 2010ରେ ଅଧିସୂଚନାରେ ଏନସିଟିଇ ପକ୍ଷରୁ ନିର୍ଦ୍ଧାରଣ କରାଯ଼ାଇଥିବା କୌଣସି ଶିକ୍ଷକ ଶିକ୍ଷା କୋର୍ସ ( ଏନସିଟିଇ କିମ୍ବା ଆରସିଇ ଦ୍ଵାରା ମାନ୍ୟତା ପ୍ରାପ୍ତ) ଜାରୀ ରଖିଥିବ .
  3. ଆରଟିଇ ଆଇନର ଧାରା 23ର ଉପଧାରା (2) ଅନୁସାରେ ରିହାତି ପାଇଥିବା ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କରେ ଟିଇଟି ପରୀକ୍ଷାରେ ବସିବାର ଯୋଗ୍ୟତା ସ୍ଥିତିକୁ କୋହଳ କରାଯ଼ାଇପାରେ ଏହି କୋହଳତାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉକ୍ତ ଉପଧାରା ପ୍ରକାଶିତ ଅଧୂସୂଚନାରେ ସ୍ପଷ୍ଟ କରାଯ଼ିବ.

ଆରଟିଇ ଅନୁସାରେ ପ୍ରତ୍ୟେକ ପିଲାକୁ ମିଳିବ ନିଶୁଳ୍କ ୟୁନିଫର୍ମ ଓ ବହି

ଶିକ୍ଷାର ଅଧିକାର ଆଇନକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ଯ଼େଉଁ ରୋଡ ମ୍ୟାପ ତିଆରି କରୁଛନ୍ତି ତାହାକୁ ଯ଼ଦି ରାଜ୍ୟ ମାନେ ସ୍ଵୀକାର କରନ୍ତି ତେବେ ଆଦେଶର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପିଲା ମାନଙ୍କୁ ନିଶୁଳ୍କ ୟୁନିଫର୍ମ ଓ ପାଠ୍ୟପୁସ୍ତକ ଯ଼ୋଗାଇ ଦିଆଯ଼ିବ।

ନିକଟ ଅତୀତରେ ପିଲା ମାନଙ୍କୁ ନିଶୁଳ୍କ ଓ ବାଧ୍ୟତାମୂଳକ ଶିକ୍ଷାର ଅଧିକାର ଆଇନକୁ କାର୍ଯ୍ୟକାରୀ କରିବାକୁ ରୋର୍ଡମ୍ୟାପ ଉପରେ ରାଜ୍ୟ ମାନଙ୍କର ଶିକ୍ଷା ସଚିବ ମାନଙ୍କର ବୈଠକରେ ଆଲୋଚନା ହୋଇଥିଲା ।

ଏହି ବୈଠକର ମିନିଟ ଅନୁସାରେ:

  1. ଏପ୍ରିଲ1ରୁ ନୂଆ କରି ଆସିଥିବା ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ପାଖାପାଖି 7.8 ଅତିରିକ୍ତ ଶ୍ରେଣୀଗୃହ ଓ ଛାତ୍ରୀ ମାନଙ୍କ ପାଇଁ ସାତ ଲକ୍ଷ ଶୌଚାଳୟ ନିର୍ମାଣ କରିବାକୁ ପଡିବ । ଏହି ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଆଗାମୀ ପାଞ୍ଚବର୍ଷ ମଧ୍ୟରେ 1,71 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ ।
  2. ପ୍ରତିବର୍ଷ ଗୋଟିଏ ପିଲାକୁ 400 ଟଙ୍କା ମୂଲ୍ଯର ୟୁନିଫର୍ମ ଯ଼ୋଗାଇ ଦିଆଯ଼ିବ । ଅନେକ ରାଜ୍ୟ ସେମାନଙ୍କର ବଜେଟରୁ ବର୍ତ୍ତମାନ ମଧ୍ୟ ୟୁନିଫର୍ମ ଯ଼ୋଗାଇ ଦେଉଛନ୍ତି । କିନ୍ତୁ ରାଜ୍ୟସରକାର ପିଲା ମାନଙ୍କୁ ୟୁନିଫର୍ମ ଯ଼ୋଗାଇ ଦେବେ । ତେବେ ଏହି ବ୍ୟବସ୍ଥାକୁ ସେମାନଙ୍କୁ ସହମତି ପ୍ରକାଶ କରିବାକୁ ପଡିବ ତଥା ଏହାକୁ ରୁଲରେ ସାମିଲ କରିବାକୁ ପଡିବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି ।
  3. ପ୍ରତ୍ୟେକ ପିଲାକୁ ନିଶୁଳ୍କ ପାଠ୍ୟପୁସ୍ତକ ଯ଼ୋଗାଇ ଦିଆଯ଼ିବା ବେଳେ ସ୍ଵତନ୍ତ୍ର ଆବଶ୍ୟକତା ଥିବା ପିଲାକୁ ପ୍ରତିବର୍ଷ ସମନ୍ଵିତ ଶିକ୍ଷା ପାଇଁ 3 ହଜାର ଟଙ୍କା ପ୍ରଦାନ କରାଯ଼ିବ । ସେହିଭଳି ଗୁରୁତ୍ଵର ଭିନ୍ନକ୍ଷମ ପିଲାର ଘର ଆଧାରିତ ଶିକ୍ଷା ପାଇଁ 10 ହଜାର ଟଙ୍କା ପ୍ରଦାନ କରାଯ଼ିବ ।
  4. ଆରଟିଇ ଆଇନରେ ଥିବା ବ୍ୟବସ୍ଥା ଅନୁଯାୟୀ ଛାତ୍ର ଶିକ୍ଷକ ଅନୁପାତକୁ ପ୍ରତି 30 ଛାତ୍ରଙ୍କ ପାଇଁ ଜଣେ ଶିକ୍ଷକ ହିସାବରେ 5.1 ଲକ୍ଷ ଅତିରିକ୍ତ ଶିକ୍ଷକଙ୍କ ଆବଶ୍ୟକତା ରହିବ । ଏହି ବୈଠକର ମିନିଟ ଅନୁସାରେ ଉତ୍ତର ପ୍ରଦେଶରେ 1.5 ଲକ୍ଷ ଅତିରିକ୍ତ ଶିକ୍ଷକଙ୍କ ଆବଶ୍ୟକତା ଥିବା ବେଳେ ବିହାର ଓ ଗୁଜରାତରେ 50 ହଜାରରୁ 1 ଲକ୍ଷ ପର୍ଯ୍ୟନ୍ତ ଅତିରିକ୍ତ ଶିକ୍ଷକଙ୍କର ଆବଶ୍ୟକତା ରହିଛି
  5. ଆକ୍ସେସ, ଭିତ୍ତିଭୂମି ତଥା ଅଣତାଲିମ ପ୍ରାପ୍ତ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରିବା ତଥା ସ୍କୁଲ ବାହାରେ ଥିବା ପିଲା ମାନଙ୍କୁ ସ୍କୁଲକୁ ଆଣିବାକୁ ହସ୍ତକ୍ଷେପ ର ବ୍ୟବସ୍ଥା ପାଇଁ 1.71 ଲକ୍ଷ କୋଟି ଟଙ୍କା ଖର୍ଚ କରାଯ଼ିବ ଏଥି ମଧ୍ୟରୁ ଶିକ୍ଷକ ମାନଙ୍କର ଦରମା ପାଇଁ 28 ପ୍ରତିଶତର ଆର୍ଥିକ ଆବଶ୍ୟକତା ଥିବା ବେଳେ ସିଭିଲ ନିର୍ମାଣ କାମ ପାଇଁ 24 ପ୍ରତିଶତର ଆବଶ୍ୟକତା ରହିଛି ।
  6. ଆକଳନର ପାଖାପାଖି 17 ପ୍ରତିଶତ ପିଲା ମାନଙ୍କର ଏଣ୍ଟାଇଟଲମେଣ୍ଟରେ ଖର୍ଚ ହେବାକୁ ଥିବା ବେଳେ ବିଦ୍ୟlଳୟ ବାହାରେ ଥିବା ପିଲାଙ୍କୁ ବିଶେଷ ତାଲିମ ଦେବା ପାଇଁ 9 ପ୍ରତିଶତ, ସ୍କୁଲ ଫେସିଲିଟି ପାଇଁ 8 ପ୍ରତିଶତ ତଥା ଇନକ୍ଲୁଜିଭ ଶିକ୍ଷା ପାଇଁ 6 ପ୍ରତିଶତ ଖର୍ଚ୍ଚର ଆବଶ୍ୟକତା ପଡିବ.
  7. ଆଗାମୀ ପାଞ୍ଚ ବର୍ଷରେ 7.6 ଅଣତାଲିମ ପ୍ରାପ୍ତ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରାଯ଼ିବ. ବିହାର, ଝାଡଖଣ୍ଡ ଓ ପୂର୍ବବର୍ତ୍ତୀ ରାଜ୍ୟ ମାନଙ୍କରେ ସର୍ବାଧିକ ଅଣତାଲିମ ପ୍ରାପ୍ତ ଶିକ୍ଷକ ଅଛନ୍ତି.
  8. ଆରଟିଇ ବିଶେଷ ଆବଶ୍ୟକତା ଥିବା ପିଲା ମାନଙ୍କ ପାଇଁ ପ୍ରତିବନ୍ଧକ ମୁକ୍ତ ଶିକ୍ଷା ତଥା ପ୍ରତ୍ୟେକ ଶିକ୍ଷକ ପାଇଁ ଗୋଟିଏ ଶ୍ରେଣୀ ର ବ୍ୟବସ୍ଥା ରହିଛି. ପାଖାପାଖି 7.8 ଲକ୍ଷ ଅତିରିକ୍ତ ଶ୍ରେଣୀଗୃହର ଆବଶ୍ୟକତା ରହିଛି ଏଥି ମଧ୍ୟରୁ ଅଧିକାଂଶ ଉତ୍ତର ପ୍ରଦେଶ ଓ ବିହାରରେ (2.5 ଲକ୍ଷ ଲେଖାଏ), ପଶ୍ଚିମବଙ୍ଗରେ 1.3 ଲକ୍ଷ ଶ୍ରେଣୀଗୃହର ଆବଶ୍ୟକତା ରହିଛି
  9. ପାଖାପାଖି 27 ହଜାର କଚ୍ଚା ବିଲ୍ଡିଂ ରହିଛି ଯ଼ାହାକୁ ଅପଗ୍ରେଡ କରାଯ଼ିବ ଛାତ୍ରୀ ମାନଙ୍କ ପାଇଁ ପାଖାପାଖି 7 ଲକ୍ଷ ଶୌଚାଳୟର ଆବଶ୍ୟକତା ରହିଛି. ଏଥିମଧ୍ୟରୁ 90 ହଜାର ବିହାରରେ,63 ହଜାର ମଧ୍ୟ ପ୍ରଦେଶରେ, 54 ହଜାର ଓଡିଶାରେ ଆବଶ୍ୟକତା ରହିଛି. 3.4 ଲକ୍ଷ ସ୍କୁଲରେ ପିଇବା ପାଣିର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି
4.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top