অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଦ୍ୟାଳୟ ପରିଚାଳନା କମିଟିର ବୈଠକ, ନିଷ୍ପତ୍ତି ଗ୍ରହଣ ଓ କାର୍ଯ୍ୟକାରିତା

ବିଦ୍ୟାଳୟ ପରିଚାଳନା କମିଟିର ବୈଠକ, ନିଷ୍ପତ୍ତି ଗ୍ରହଣ ଓ କାର୍ଯ୍ୟକାରିତା

ଉଦ୍ଦେଶ୍ୟ

ଅଂଶଗ୍ରହଣକାରୀମାନେ ବିଦ୍ୟାଳୟ କମିଟିର ବୈଠକର ନିୟମ ଜାଣିବା ସଙ୍ଗେ ସଙ୍ଗେ ତାହାର କାର୍ଯ୍ୟ ଓ ନିଷ୍ପତ୍ତି ଗ୍ରହଣ ବିଷୟରେ ଜାଣିବେ ।

ପ୍ରଣାଳୀ/ପ୍ରକ୍ରିୟା

  • ସମସ୍ତ ଅଂଶଗ୍ରହଣକାରୀଙ୍କୁ ୬ ଟି ଦଳରେ ବିଭକ୍ତ କରି ପ୍ରତ୍ୟେକ ଦଳକୁ ବାରମ୍ବାର ଅନୁପସ୍ଥିତ ପିଲାଙ୍କୁ କିପରି ନିୟମିତ କରାଯାଇ ପାରିବ ସେ ବିଷୟରେ ଦଳରେ ଆଲୋଚନା କରାଯିବା ପାଇଁ କୁହାଯିବ ।  ଦଳଗତ ଆଲୋଚନା ହେବ ।
  • ପ୍ରଶ୍ନ ୧ ଟି ଖୋଲା ଆଲୋଚନା କରାଯିବ
  • ପ୍ରଶ୍ନ ୨ ଟି ଦଳଗତ ଆଲୋଚନା ହେବ  ।
  • ପ୍ରଶ୍ନ ୩ ରୁ ୯ ଯାଏଁ ଖୋଲା ଆଲୋଚନା ହେବ ।  ପ୍ରଶ୍ନ ୮ର ଆଲୋଚନା ସମୟରେ ଗୋଟିଏ ଭଲ ବିଦ୍ୟାଳୟ ପରିଚାଳନା କମିଟିର ଆଲୋଚ୍ୟ ବିଷୟର ବିବରଣୀ ପଠନ କରାଯାଇ ପାରିବ ।

 

ଆଲୋଚ୍ୟ ବିଷୟ

  • ଏହି ସବୁ ବିଷୟ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ/ସଭ୍ୟା ହିସାବରେ କେଉଁଠି ଆଲୋଚନା କରିବା ଉଚିତ ।
  • ଏହି ବୈଠକରେ କେଉଁ କଥା ସବୁ ଆଲୋଚନା ହେବ? ଏଥିରେ କେଉଁଗୁଡିକ ନିୟମିତ ଭାବେ ଓ କେଉଁଗୁଡିକ ବିଶେଷ ଭାବେ ଆଲୋଚନା ହେବ।
  • ବୈଠକର ପୂର୍ବ ପ୍ରସ୍ତୁତି କଣ ହେବ ।
  • ସଭାକୁ ବୈଠକକୁ କେଇ ପରିଚାଳନା କରିବେ ଓ କିପରି
  • କେତେଜଣ ସଭ୍ୟ ଉପସ୍ଥିତ ରହିଲେ ବୈଠକ ଚାଲିପାରିବ ।
  • ଏହି ବୈଠକ କେବେ ବା କେତେ ଅବଧିରେ ଡକାଯାଇପାରିବ ।
  • ଆଲୋଚ୍ୟ ବିଷୟକୁ କିଏ ଲିପିବଦ୍ଧ କରିବେ ।

ସାମଗ୍ରୀ : ଗୋଟିଏ ଭଲ ବିଦ୍ୟାଳୟ ପରିଚାଳନା କମିଟିର ବିବରଣୀ ପୁସ୍ତିକା

ବାର୍ତ୍ତା :- ବିଦ୍ୟାଳୟ ପରିଚାଳନା କମିଟିର ବୈଠକରେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଆଲୋଚନା ହେବ ସହ ଦୃଢ ନିଷ୍ପତ୍ତି ଗ୍ରହଣର କାର୍ଯ୍ୟକରିତା ପାଇଁ ଅନୁନିରୀକ୍ଷକ , ଜିଲ୍ଲା ଶିକ୍ଷା ପରିଦର୍ଶନ ଇତ୍ୟାଦିଙ୍କ ସହାୟତା ନେଇପାରିବେ  ।

ସହାୟକ ସୂଚନା

  • ସକ୍ରିୟାତ୍ମକ କାର୍ଯ୍ୟପରେ ଏହି ପ୍ରଶ୍ନଟି ପଚରାଯିବ ।  ଏହି ଆଲୋଚନା ସମୟରେ ବିଭିନ୍ନ ସମସ୍ୟା କେଉଁଠି ଆଲୋଚନା ହେବ,  କେଉଁଠି ନିଷ୍ପତ୍ତି ନିଆଯିବ,  ଏହି ବିଷୟରେ ଆଲୋଚନା କରାଯିବ । ଏଥିପାଇଁ ପ୍ରକୃତ ସ୍ଥାନ ହେଉଛି ମାସିକ ବୈଠକ ।  ଏହି ମାସିକ ବୈଠକରେ ବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ, ସହ ଶୈକ୍ଷିକ ଓ ଭୌତିକ ସମସ୍ୟା ଆଲୋଚନା କରାଯାଇପାରିବ ।
  • ଏହି ବୈଠକରେ ପିଲାଙ୍କ ସମସ୍ୟା,  ଶିକ୍ଷକମାନଙ୍କ ସମସ୍ୟା , ଅଭିଭାବକମାନଙ୍କ ବିଦ୍ୟାଳୟ ସହିତ ଜଡିତ ସମସ୍ୟା , ଭୌତିକ ସମସ୍ୟା ଇତ୍ୟାଦିର ଆଲୋଚନା କରାଯିବ । କେତେକ ଉଦାହରଣ ।
  • ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ।
  • ନିଜ ଅଞ୍ଚଳର ସବୁପିଲାଙ୍କ ନାମଲେଖା
  • ପିଲାମାନଙ୍କର ବ୍ୟବଧାରଣ ତଥା ନିୟମିତ ଉପସ୍ଥାନ ।
  • ଶୈକ୍ଷିକ ମାନର ଉନ୍ନତି
  • ଭୌତିକ ପରିବେଶର ଉନ୍ନତି ତଥା ରକ୍ଷଣାବେକ୍ଷଣ ।
  • ମୂଲ୍ୟାୟନ ତଥା ଧାରାବାହିକ ମୂଲ୍ୟାୟନ ।
  • ସ୍ଵତନ୍ତ୍ର ପ୍ରଶିକ୍ଷଣ ବ୍ୟବସ୍ଥା ।
  • ସହବୋଦ୍ଧିକ ଦିଗ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ।
  • ବିଦ୍ୟାଳୟ ଗୃହ ନିର୍ମାଣ ତଥା ମରାମତି
  • ଶିକ୍ଷକଙ୍କ ନିୟମିତ ଉପସ୍ଥାନ ଇତ୍ୟାଦି ।
  • ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତ ।
  • ଶିଶୁମାନଙ୍କ ସ୍ୱାସ୍ଥ୍ୟ ରକ୍ଷା
  • ଧନ୍ଦାମୂଳକ କାର୍ଯ୍ୟକ୍ରମ
  • ବିଦ୍ୟାଳୟ ପାଇଁ ପାଣ୍ଠି ସଂଗ୍ରହ
  • ଅଭିଭାବକ ସଂଘ/ମାତୃ ଶିକ୍ଷକ ସଂଘର କାର୍ଯ୍ୟକାରିତା ।
  • ଶିକ୍ଷା ଅଧିକାର ଆଇନ ରେ ଥିବା ଶିଶୁର ଅଧିକାର ଗୁଡିକ ସହ ଜନସାଧାରଣଙ୍କ ପରିଚୟ ଇତ୍ୟାଦି ।

ଏଗୁଡିକ ମଧ୍ୟରୁ କେତେଗୁଡିଏ ନିୟମିତ ଏବଂ କେତେଗୁଡିଏ ଆବଶ୍ୟକତା /ବିଶେଷ ଭିତ୍ତିରେ କରାଯିବ ।

ନିୟମିତ କାର୍ଯ୍ୟଗତ ସମସ୍ୟା

  • ଶିଶୁମାନଙ୍କର ବାର୍ଷିକ ଗଣନା (୬ ରୁ ୧୪ ବର୍ଷ)
  • ଶିଶୁମାନଙ୍କ ନାମ ଲେଖା
  • ଶିଶୁମାନଙ୍କର ନିୟମିତ ଉପସ୍ଥାନ ଓ ବ୍ୟବଧାରଣ
  • ଅନ୍ୟବିଦ୍ୟାଳୟ ଗୁଡିକ ମଧ୍ୟରେ ବୌଧିକ ଦିଗର ବିକାଶ ପାଇଁ ପ୍ରତିଯୋଗୀତା
  • ପିଲାମାନେ ପ୍ରାଥମିକ ଶିକ୍ଷା ସମାପ୍ତ କରିବା ପରେ ବନ୍ଦୋବସ୍ତ କରିବା ଇତ୍ୟାଦି

ବିଶେଷ କାର୍ଯ୍ୟଗତ ସମସ୍ୟା

  • ଝିଅପିଲାଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା ସୁଯୋଗ
  • ଭିନ୍ନକ୍ଷମ ପିଲାଙ୍କ ସମସ୍ୟା ଓ ତାର ପାଇଁ ବିହିତ ପଦକ୍ଷେପ
  • ଦୁର୍ବଳଶ୍ରେଣୀ ପିଲାଙ୍କ ସମସ୍ୟା
  • ସ୍ଵତନ୍ତ୍ର ତାଲିମ ଶିବିର ଉପରେ ସମସ୍ୟା ଇତ୍ୟାଦି
  • ଏକକ ପ୍ରଶିକ୍ଷଣ ବା ଧାରାବାହିକ ମୂଲ୍ୟାୟନ ଉପରେ ଗୁରୁତ୍ଵ
  • ଶିଶୁମାନଙ୍କର ସ୍ୱାସ୍ଥ୍ୟରକ୍ଷା
  • ପରିବେଶର ଉନ୍ନତି
  • ପାଠ୍ୟକ୍ରମ ସଂପୂର୍ଣ୍ଣ ହେଉଛି କି ନାହିଁ ତାର ତଦାରଖ ଇତ୍ୟାଦି ।

ବୈଠକ ଡାକିବା ପୂର୍ବରୁ ସଭ୍ୟମାନଙ୍କ ମତ ଅନୁଯାୟୀ ତାରିଖ ଓ ସମୟ ନିର୍ଦ୍ଧାରଣ , ସାତଦିନ ପୂର୍ବରୁ ସଭ୍ୟମାନଙ୍କୁ ନୋଟିସ ପ୍ରେରଣ ନୋଟିସରେ ସଭାର ଉଦ୍ଦେଶ୍ୟ ଜ୍ଞାପନ ହୋଇଥିବ ।

RTE ଏବଂ Govt resolution ଅନୁଯାୟୀ

  • ପ୍ରତିମାସରେ ବିଦ୍ୟାଳୟ ପରିଚାଳନା ବୈଠକ ବସିବ  । କାର୍ଯ୍ୟଧାରାର ବିବରଣୀ ଲେଖାହୋଇ ରହିବ ।  ଏହାର ସଦସ୍ୟ ଆବାହକ ବିବରଣୀ ଲେଖିବେ ।
  • ଏହି ବୈଠକରେ ବିଦ୍ୟାଳୟ ଅନୁନିରୀକ୍ଷଣ , ଶିକ୍ଷାଜିଲ୍ଲା ପରିଦର୍ଶକ ଇତ୍ୟାଦି ଯଥା ସମ୍ଭବ ଯୋଗଦେବେ ।
  • ବିଦ୍ୟାଳୟ ଅନୁନିରୀକ୍ଷକ , ଶିକ୍ଷା ଜିଲ୍ଲା ପରିଦର୍ଶକଙ୍କ ଠାରୁ ସହାୟତା ପାଇଁ ଯଦି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଏ ତେବେ ସେଗୁଡିକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖକୁ ପଠାଯିବ । ଏଗୁଡିକ କାର୍ଯ୍ୟକରି ହେଉଛି କି ନାହିଁ ଅନୁନିରୀକ୍ଷକ , ଜିଲ୍ଲା ପରିଦର୍ଶକ ଦେଖିବେ ।
  • ବିଦ୍ୟାଳୟ  ପରିଚାଳନା କମିଟି କୋରମ ପାଇଁ ଏକ ତୃତୀୟାଂଶ ସଭ୍ୟ ରହିବା ଆବଶ୍ୟକ ।
  • ମାସରେ ଠାରେ ବୈଠକ ବସିବ ।  ଆବଶ୍ୟକ ସ୍ଥଳେ ବୈଠକ ଅଲଗା ସମୟରେ ମଧ୍ୟ ଡକାଯାଇ ପାରିବ  ( ଜରୁରୀ କାଳୀନ ପରିସ୍ଥିତି)
  • ଏହି ବୈଠକରେ ବିବରଣୀ ସଦସ୍ୟ ଆବାହକ  (ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀ) ଲିପିବଦ୍ଧ କରିବେ ।
  • ଏହି ବୈଠକର ନିଷ୍ପତ୍ତି ଗୁଡିକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନେ ପ୍ରଥମେ ଚେଷ୍ଟା କରିବେ । ଯଦି ତାଙ୍କ ସ୍ତରରେ ସମାଧାନ ନ ହେଲା ତେବେ ସହାୟତା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବେ । ସମସ୍ୟାଗୁଡିକର ସମାଧାନ   ସହଯୋଗ ଭିତ୍ତିରେ ତଥା ଭାଗୀଦାରି ମାଧ୍ୟମରେ ହେବା ଉଚିତ ।
  • ସଭାର ବିବରଣୀ ଲିଖନ
  • ସମସ୍ତ ସଭ୍ୟଙ୍କ ହସ୍ତାକ୍ଷର /ସନ୍ତକ ତଥା ଅନୁମୋଦନ
  • ଆସନ୍ତା ସଭା ପାଇଁ ତାରିଖ ସ୍ଥିର
  • ବିଭିନ୍ନ କାର୍ଯ୍ୟ ପାଇଁ ଦାୟିତ୍ଵ ବଣ୍ଟନ,
ବିଦ୍ର: ବିଦ୍ୟାଳୟ ପରିଚାଳନା କମିଟି ଗଠନ ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡିଶା ସରକାର ୧୧ ଜାନୁଆରୀ ୨୦୧୧ ରିଖ ରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।  ଏହି ବିଜ୍ଞପ୍ତି ଅନୁଯାୟୀ ଅଭିଭାବକ ଶିକ୍ଷକ ସମିତି ରୁ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନଙ୍କୁ ନିର୍ବାଚନ କରାଯିବ ।

ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର

Last Modified : 10/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate