অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥା

ବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥା

ଉପକ୍ରମ

ବିଦ୍ୟାଳୟକୁ ଭଲଭାବେ ବୁଝିବା ସହିତ ଶୈକ୍ଷିକ ବାତାବରଣ ସରସ ସୁନ୍ଦର କରିବାର ପନ୍ଥାଗୁଡିକ ବିଷୟରେ ଅବଗତ ହେବେ   ।

  • ଶୈକ୍ଷିକ ସମସ୍ଯାଗୁଡିକୁ ଚିହ୍ନଟ କରିବା ସହିତ ସେଗୁଡିକର ସମାଧାନ ବିଷୟରେ ଧାରଣା ପାଇବେ   ।

ପ୍ରଣାଳୀ/ପ୍ରକ୍ରିୟା

ସକ୍ରିୟାତ୍ମକ କାର୍ଯ୍ୟ :-

  • ସମସ୍ତ ଅଂଶଗ୍ରହଣକାରୀଙ୍କ ୨ଟି ଦଳରେ ବିଭକ୍ତ କରାଯିବ ଗୋଟିଏ ରବର ବଲ ନେଇ ପ୍ରଥମ ଦଳରୁ ଜଣେ ଅଂଶଗ୍ରହଣକାରୀ ଅନ୍ୟଦଳର ଜଣଙ୍କ ପାଖକୁ ଗଡାଇବେ   ।  ବଳ ପାଇବା ବ୍ୟକ୍ତି ତାଙ୍କ ବିଦ୍ୟାଳୟର ପିଲାଙ୍କ ପାଠପଢା ସମ୍ପର୍କିତ ସମସ୍ୟାଟିଏ କହିବେ   । ବଳ ପକାଇଥିବା ବ୍ୟକ୍ତି ତାର ଉତ୍ତମ ବା ସମାଧାନର ବାଟ କହିବେ  ।
  • ପ୍ରଶ୍ନ ନଂ ୧ ରୁ ୮ ଯାଏଁ ଖୋଲା ଆଲୋଚନା କରାଯିବ  ।
  • ସବୁ ଆଲୋଚନାର ସାରାଂଶ ଚାର୍ଟ ପେପରରେ ଲେଖାଯିବ  ।

 

 

ଆଲୋଚ୍ୟ ବିଷୟ

  • ଆପଣଙ୍କ ବିଦ୍ୟାଳୟର ନାମ ଲେଖାଇଥିବା ସମସ୍ତ ପିଲା ବିଦ୍ୟାଳୟକୁ ନିୟମିତ ଆସନ୍ତି କି ? ଯଦି ନା କାହିଁକି
  • ଆପଣ ସେମାନଙ୍କୁ ଚିହ୍ନଟ କରିଛନ୍ତି ? ଏଥିପାଇଁ କେଉଁ ତଥ୍ୟ ଆପଣଙ୍କୁ ସାହାଯ୍ୟ କରିଥାଏ  ।
  • ପିଲାମାନେ ନିୟମିତ ବିଦ୍ୟାଳୟକୁ ନ ଆସିଲେ କି ପ୍ରକାରର ଅସୁବିଧା ହେବାର ଅଛି  ।
  • ପିଲାମାନେ ନିୟମିତ ଆସିବା ପାଇଁ ଆପଣ କି ପଦକ୍ଷେପ ନେଇଛନ୍ତି  ।
  • ବୟସ ଅନୁଯାୟୀ ଶ୍ରେଣୀରେ ନାମ ଲେଖା” କହିଲେ ଆପଣମାନେ କଣ ବୁଝନ୍ତି  ।
  • ପିଲାମାନେ ନ ପଢିଥିବା ଶ୍ରେଣୀ ବା ପାଠକୁ କିପରି ନିୟମିତ କରାଯାଇ ପାରିବ   ।
  • ପିଲାମାନଙ୍କର ଶିକ୍ଷଣ ସମୃଦ୍ଧ କରିବା ପାଇଁ ରାଜ୍ୟ/ଜ୍ଜିଲା ସ୍ତରରେ କି କି ବ୍ୟବସ୍ଥା କରାଯାଇଛି ?
  • ବିଦ୍ୟାଳୟ ର ଶୈକ୍ଷିକ ଅବସ୍ଥାକୁ ଉନ୍ନତ କରିବା ପାଇଁ ଆପଣ କଣ କରିପାରିବେ   ?

 

ସାମଗ୍ରୀ : ରବର ବଳ, ଡ୍ରଇଂସିଟ, ମାର୍କର ପେନ  ।

ସହାୟକ  ସୂଚନା

 

ସବୁପିଲା ବିଦ୍ୟାଳୟକୁ ନିୟମିତ ଆସିନଥାନ୍ତି , ତାର କାରଣ ହେଲା  ।

  • ବାପା ମାଙ୍କସଚେତନତାର ଅଭାବ
  • ଗୃହକାର୍ଯ୍ୟରେ ଅଧିକ ସମ୍ପୃକ୍ତି
  • ଗୃହ ଚଳାଇବା ନିମନ୍ତେ ବାପା ବା ମାକୁ କାମ ଧନ୍ଦାରେ ସାହାଯ୍ୟ  ।
  • ବିଦ୍ୟାଳୟରେ ମନଲାଖି ପାଠଦାନର ଅଭାବ
  • ଶିକ୍ଷକ ଶିକ୍ଷୟତ୍ରୀଙ୍କର ସକାରାତ୍ମକ ମନୋବୃତ୍ତି ଅଭାବ   ।
  • ଶ୍ରେଣୀରେ ଉପଲବ୍ଧତା ସ୍ତର କମିଯିବାରୁ ତାର ପ୍ରଭାବ
  • ଝିଅ ପିଲାଙ୍କ ପାଇଁ ତଥା ଭିନ୍ନକ୍ଷଣ ପଛୁଆ ବର୍ଗ ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା ସୁଯୋଗର ଅଭାବ   ।

ଏଥିପାଇଁ ଆମେ ପ୍ରତିଦିନର ଉପସ୍ଥାନ କୁ ବିଶ୍ଳେଷଣ କରି ଜାଣିବାକୁ ହୋଇଥାଏ   ।  ଏହାଛଡା ପାଠ୍ୟତାଗୀ ବା ଆଦୌ ନାମ ଲେଖାଇ ନ ଥିବା ପିଲାଙ୍କ ପାଇଁ ଆମେ DISE ଓ CTS ର ତଥ୍ୟ  ମଧ୍ୟ ନେଇପାରିବା   ।

ପିଲାମାନେ ନିୟମିତ ବିଦ୍ୟାଳୟକୁ ନଆସିଲେ  “ ଶିକ୍ଷାଗତ ଅସୁବିଧା  “ ସୃଷ୍ଟି ହୋଇଥାଏ   । ନିୟମିତ ଆସୁଥିବା ପିଲା ଓ ନିୟମିତ ଆସୁନଥ୍ବା ପିଲା ମଧ୍ୟରେ ଏକ ଶିକ୍ଷଣ ବା ଜ୍ଞାନ ଗତ ପାର୍ଥକ୍ୟ ଦେଖାଦେଇଥାଏ   ।

ପିଲାଙ୍କୁ ନିୟମିତ ଉପସ୍ଥାନ କରିବା ପାଇଁ :-

  • ପିଲାଙ୍କ ସହିତ ଓ ତାଙ୍କ ବାପାମାଙ୍କ ସହିତ ଆଲୋଚନା
  • ନିୟମିତ ନ ଆସିବାର କାରଣ ନିର୍ଣ୍ଣୟ ଓ ତହିଁର ପ୍ରକଟିକାର ବ୍ୟବସ୍ଥା ଅନିୟମିତ ପିଲାଙ୍କ ଉପରେ ଅଧିକ ଦ୍ରୁଷ୍ଟି   ।
  • ବିଦ୍ୟାଳୟ ପରିବେଶକୁ ଶିଶୁ ସୁଲଭ କରିବା   ।
  • ପିଲାମାନଙ୍କୁ ବେସୀ ସହବଇଦ୍ଧିକ କାର୍ଯ୍ୟରେ ନିୟୋଜିତ କରିବା   ।
  • ପିଲାଙ୍କୁ ନିୟମିତ କରିବା ପାଇଁ ପ୍ରୋତ୍ସାହନର ବ୍ୟବସ୍ଥା   ।
  • ପିଲାଙ୍କୁ ନିୟମିତ କରିବା ପାଇଁ ବିଦ୍ୟାଲ୍ୟ ପରିଚାଳନା କମିଟିର ଦାୟିତ୍ଵ   ।  ଏଥିପାଇଁ ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ  ୨୦୧୦ ର ୨ଯ ଅଧ୍ୟାୟ ଦୁଇରେ ଏ ବିଷୟରେ ସଂପୂର୍ଣ୍ଣ ଦାୟିତ୍ଵ ଦିଆଯାଇଛି  ।
  • ପାଖପଡିସା ସବୁଶିଶୁଙ୍କର ବିଦ୍ୟାଳୟରେ ନାମଲେଖା ଏବଂ ନିରନ୍ତର ଉପସ୍ଥାନକୁ ନିଶ୍ଚିତ କରିବେ ଏହା ଓଡିଶା ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶଈକ୍ଷା ଅଧିକାର ନିୟମ ୨୦୧୦ ର ଦ୍ଵିତୀୟ ଅଧ୍ୟାୟର (d) ରେ ସୂଚିତ କରାଯାଇଛି   ।

ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ ୨୦୧୦ ର ଦ୍ଵିତୀୟ ଅଧ୍ୟାୟରେ କୁହାଯାଇଛି  “ ଯେଉଁ ପିଲାମାନେ ସ୍କୁଲରେ ନାମଲେଖାଇ ନାହାନ୍ତି ବା ଯେଉଁମାନେ ପ୍ରାଥମିକ ଶିକ୍ଷା ସମାପ୍ତ କରି ନାହାନ୍ତି   ସେମାନଙ୍କ ନିମନ୍ତେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ   ।  ଯେଉଁଠାରେ ଜଣେ ଛଅ ବର୍ଷରୁ ଊର୍ଦ୍ଧ୍ଵ ଶିଶୁ କୌଣସି ସ୍କୁଲରେ ନାମ ଲେଖା ଇ ନାହିଁ  କିମ୍ବା ପ୍ରାଥମିକ ଶିକ୍ଷା ସମାପ୍ତ କରିନାହିଁ  , ସେ ତାହାର ବୟସ ଉପଯୋଗୀ ଶ୍ରେଣୀରେ ନାମ ଲେଖାଇବେ   । ସେହି ଶିଶୁ ଅନ୍ୟ ଶିଶୁମାନଙ୍କ ସହିତ ସମକକ୍ଷ ହେବ ପର୍ଯ୍ୟନ୍ତ ସ୍ଵତନ୍ତ୍ର ତାଲିମ ପାଇବାର ଅଧିକାର ରହିଛି  ।

ବୟସ ଅନୁଯାୟୀ ଶ୍ରେଣୀରେ ନାମଲେଖାଇଲା ପରେ ଏହି ପିଲାମାନେ ଯେହେତୁ ମାନସିକ ସ୍ତର ବଡ ଓ ବୟସରେ ଅଧିକ ମାତ୍ର ଶୈକ୍ଷିକ ଦ୍ରୁଷ୍ଟିରୁ ଶ୍ରେଣୀରେ,  କମ ସେ ପିଲାମାନେ କମ ସମୟ ବ୍ୟବଧାନରେ ଶୀଘ୍ର ଶୀଘ୍ର ପାଠପଢି ପାରିବେ   ।  ତେଣୁ ସେମାନଙ୍କ ପାଇଁ ସ୍ଵତନ୍ତ୍ର ତାଲିମ (Special Training) ମଧ୍ୟମରେ ୩ ମାସରୁ ୨ ବର୍ଷ ଅବଧି ମଧ୍ୟରେ ପଢିନଥିବା ପାଠକୁ ସମାପ୍ତ କରିବେ   ।  ଏଥିପାଇଁ ବିଦ୍ୟାଳୟ ଆରମ୍ଭ ହେବା ପୂର୍ବ ବା ବିଦ୍ୟାଳୟ ଶେଷହେବା ପର ସମୟକୁ ବ୍ୟବହାର କରାଯାଇ ପାରିବ   ।  ଏଥିପାଇଁ ଶିକ୍ଷକମାନଙ୍କୁ ଓଡିଶାର ଶିଶୁମାନଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ନିୟମ  ୨୦୧୦ ରେ ଶିକ୍ଷକମାନଏନକେର ଦାୟିତ୍ଵ ସ୍ପଷ୍ଟଭାବେ ଉଲେଖ ରହିଛି  ।

  • ଶିକ୍ଷକମାନେ ବିଦ୍ୟାଳୟକୁ  ଯିବାର ନିୟମିତତା ଓ ସମୟା ନୁବର୍ତ୍ତୀତା ରକ୍ଷାକରିବେ   ।
  • ପ୍ରତ୍ୟେକ ଛାତ୍ରର ଶିକ୍ଷାଗ୍ରହଣ ସାମର୍ଥ୍ୟ ଆକଳନ କରିବା ସାଇଟ ଅନୁରୂପ ଭାବରେ ଅଧିକ ପଶିକ୍ଷଣର ଆବଶ୍ୟକତାର ଚିହ୍ନଟ   ।
  • ନିୟମିତ ଭାବେ, ବାପା ମା ବା ଅଭିଭାବକଙ୍କୁ ଭେଟି ଶିଶୁର ସାମର୍ଥ୍ୟ , ନିୟମିତତା , ଶିକ୍ଷାର ଅଗ୍ରଗତି ଇତ୍ୟାଦି ଜଣାଇବା  ।

ପିଲା ମାନଙ୍କ ଶିକ୍ଷଣ ସମୃଦ୍ଧ କରିବା ପାଇଁ ଜିଲ୍ଲାସ୍ତରରେ ଓ ରାଜ୍ୟସ୍ତରରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି  ।

  • RTE ନିୟମ ଅନୁଯାୟୀ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଶିକ୍ଷକ ଓ ବିଦ୍ୟାଳୟ ଗୃହ /ଶ୍ରେଣୀ କୋଠରି ନିର୍ମାଣ
  • ଶିକ୍ଷକ ପ୍ରଶିକ୍ଷଣ ବ୍ୟବସ୍ଥା   ।
  • ନୂତନ ପାଠ୍ୟକ୍ରମ ଓ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତି
  • ଶ୍ରେଣୀ ଶିକ୍ଷକଙ୍କ ସାମର୍ଥ୍ୟକୁ ବଢାଇବା ପାଇଁ  3S (Sadhana,  samadhan,samikhya) ପ ପ୍ରଚାଳନ ଇତ୍ୟାଦି   ।
  • CRC, BRC, DIET ର ସାମର୍ଥ୍ୟ ବୃଦ୍ଧି   ।
  • ବିଦ୍ୟାଳୟକୁ ଏକ ଭଲ /ସୁନ୍ଦର ବିଦ୍ୟାଳୟରେ ପରିଣତ କରିବା ଇତ୍ୟାଦି   ।
  • ଆମେ ଶିକ୍ଷକମାନଙ୍କର ନିୟମାନୁବର୍ତ୍ତିତା କୁ ନିଶ୍ଚିତ କରିପାରିବୁ  ।
  • ବିଦ୍ୟାଳୟରେ ପିଲାଙ୍କ ନିୟମାନୁବର୍ତ୍ତିତା ଉପରେ ଗୁରୁତ୍ଵ ଦେବୁ
  • ବିଦ୍ୟାଳୟରେ ଶିଶୁ ନିର୍ଯ୍ୟାତନା କୁ ବନ୍ଦ କରିବୁ ଓ ବାହାର ଶିଶୁ ନିର୍ଯ୍ୟାତନା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବୁ   ।
  • ପିଲାଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ବିଦ୍ୟାଳୟ ବିକାଶ ଯୋଜନା କରିବୁ    । ଯେଉଁତିରେ କି ଶୈକ୍ଷିକ ଡ଼ିଆଇଜି ଉପରେ ଗୁରୁତ୍ଵ ଦେବୁ   ।
  • ଅକ୍ଷମ ଶିଶୁମାନଙ୍କ ପ୍ରତି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଏବଂ ସେମାନଙ୍କର ଯୋଗଦାନ କୁ ନିଶ୍ଚିତ କରିବୁ   ।
  • ବିଦ୍ୟାଳୟର ଭୌତିକ ବାତାବରଣ କୁ ପିଲାଙ୍କ ମନଛୁଆଁ କରିବା ପାଇଁ ଚେଷ୍ଟା କରିବୁ   ।
  • ପିଲାଙ୍କ  ସମସ୍ୟା ବୁଝିବା ପାଇଁ ସମୟ ଦେବୁ   ।
  • ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଠିକ ଭାବେ କାର୍ଯ୍ୟକରି କରିବୁ   । ଇତ୍ୟାଦି   ।

କହିଲ ଦେଖି

ଦାଦା ପଚାରିଲେ ପୁତୁରାକୁ , କହିଲୁ ଦେଖି ଗୋଟେ ଦୋକାନରୁ ଜିନିଷ କିଣିବା ପାଇଁ ମୁଁ ଯାଇଥିଲି  ।  ଦୋକାନକୁ ମୁଁ ୮ ଟଙ୍କା ଦେଇ ଟମାଟୋ ,  ୫ ଟଙ୍କା ଦେଇ ଧନିଆପତ୍ର କିଣିଲା ପରେ  ମୋ ପାଖରେ ଆଉ  ୭ ଟଙ୍କା ରହିଲା   ।  ତା ହେଲେ ମୋ ପାଖରେ କତେ ଟଙ୍କା ଥିଲା  ?

ପୁତୁରା ଉତ୍ତର ଦେଲା  : ଏ ପ୍ରଶ୍ନଟି ଆମ ଗଣିତ ବହିରେ ନାହିଁ   । ମୁଁ କେମିତି ଉତ୍ତର ଦେବୀ  ? ଏ ପ୍ରକାର ପାଠ ପଢା ଯୁକ୍ତି ସଙ୍ଗତ କି ?

ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର

Last Modified : 10/8/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate