ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ଗୋଷ୍ଠୀର ବ୍ୟବହାର : ପରିବେଶଗତ ସମସ୍ୟା
ସେଆର କରନ୍ତୁ

ଗୋଷ୍ଠୀର ବ୍ୟବହାର : ପରିବେଶଗତ ସମସ୍ୟା

ଶିଶୁର ସାଧାରଣ ପ୍ରବୃତ୍ତି ହେଉଛି, ସେ ତା’ର ନିଜ ପୃଥିବୀକୁ ସ୍ଵତଃପ୍ରବୃତ୍ତ ଭାବେ ଅନ୍ୱେଷଣ କରଥାଏ ।

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସମ୍ବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା  ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀରୁହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସମ୍ବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀରୁହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ ।ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ ।ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tessindia.edu.in/)ଉପଲବ୍ଧ କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି ।ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି ।ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ" ଶିକ୍ଷା ତତ୍ତ୍ଵ ଆଧାରିତ ।ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି ।ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ ।ଟେସ୍ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ http://www.tessindia.edu.in/)ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରିପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳ । ଲେଖ creativecommons.org ରେ ବ୍ୟବାହର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ଶିଶୁର ସାଧାରଣ ପ୍ରବୃତ୍ତି ହେଉଛି, ସେ ତା’ର ନିଜ ପୃଥିବୀକୁ ସ୍ଵତଃପ୍ରବୃତ୍ତ ଭାବେ ଅନ୍ୱେଷଣ କରଥାଏ । ବାହ୍ୟଶିକ୍ଷଣ ଏକ ପକ୍ଷରେ ସୃଜନାତ୍ମକ, ଆନନ୍ଦ ଦାୟକ ଏବଂ ଜଡ଼ିତ କରାଇଥାଏ । ସମସ୍ତ ପାଠ୍ୟକ୍ରମ ବିଷୟଗୁଡ଼ିକ ପାଇଁ ଏହା ଉତ୍ତମ ଅଭ୍ୟାସର ଏକ ଅବିଚ୍ଛେଦ୍ୟ ଅଂଶ । ବିଦ୍ୟାଳୟର ବାହ୍ୟ ପରିବେଶର ପ୍ରକୃତ ପୃଥିବୀ, ବାସ୍ତବ ଅଭିଜ୍ଞତା ପ୍ରଦାନ କରିବାର କ୍ଷମତା ଅଳ୍ପ ଯାହା ବୈଜ୍ଞାନିକ ଚିନ୍ତାକୁ ଉଦ୍ଦିପିତ କରିବ । ଅନ୍ୟ ପକ୍ଷରେ ପାଠ୍ୟ ବିଷୟ ପାଇଁ ସକାରାତ୍ମକ, କାର୍ଯ୍ୟ କରିବାର ସୁଯୋଗ ଦେଇଥାଏ । ବିଦ୍ୟାଳୟର ବାହ୍ୟ ପରିବେଶର ଶିକ୍ଷା ଶିଶୁକୁ ବାସ୍ତବ ପୃଥିବୀ ସହ ପରିଚିତ କରାଇଥାଏ ଏବଂ ବୈଜ୍ଞାନିକ ଚିନ୍ତାଧାରା ପାଇଁ ଉତ୍ସାହିତ କରାଏ । ଶିଶୁମାନଙ୍କୁ ମଧ୍ୟ ତାଙ୍କ କାର୍ଯ୍ୟରେ ଜଡ଼ିତ କରାଇଥାଏ । ଏହା ଅଧିକନ୍ତୁ ପ୍ରାଥମିକ ବିଜ୍ଞାନ କାର୍ଯ୍ୟରେ ପରୀକ୍ଷା ନିରୀକ୍ଷା କରିବାର ସୁଯୋଗ ଦେଇଥାଏ|

ଜାତୀୟ ପାଠ୍ୟକ୍ରମ ଆଧାର 2005 ଅନୁସାରେ, ଶିଶୁଟି ସ୍ଵାଭାବିକ ଶିକ୍ଷାର୍ଥୀ । ତାର ପ୍ରତ୍ୟେକ କାର୍ଯ୍ୟରେ ଜ୍ଞାନ ଆହରଣ ଓ ବୁଝିବାର ଶକ୍ତି ପ୍ରତିଫଳିତ ହୋଇଥାଏ । ଏଥିରେ କୁହାଯାଇଛି ଯେ, ଶିଶୁଟି ସାଧାରଣତ କୌତୂହଳୀ ହୋଇଥାଏ, କ୍ରମାଗତ ଭାବେ ବିଭିନ୍ନ ପ୍ରଶ୍ନ ପଚାରେ ଏବଂ ପରିବେଶକୁ ଅନ୍ଵେଷଣ କରି ନିଜ ପାଖର ପୃଥିବୀକୁ ବୁଝିବା ପାଇଁ ଚେଷ୍ଟା କରେ ।

ବାହ୍ୟ ଶିକ୍ଷଣ ପାଇଁ ନିଜ ଅଞ୍ଚଳରେ ଥିବା କୌଣସି ପାର୍କ କିମ୍ବା କ୍ଷେତ୍ର ପରିଦର୍ଶନକୁ ସାମିଲ କରାଯାଇପାରେ । କିନ୍ତୁ ବିଦ୍ୟାଳୟ ର ପଡ଼ିଆ ଓ ନିକଟବର୍ତୀ ପରିବେଶ ଅନ୍ଵେଷଣ କରିବା ସମାନ ଭାବେ ଫଳପ୍ରଦ ।

ବିଜ୍ଞାନର ମୁଖ୍ୟ ପ୍ରସଙ୍ଗଗୁଡ଼ିକୁ କିପରି, ବାହ୍ୟ ଶିକ୍ଷଣକାର୍ଯ୍ୟ ମାଧ୍ୟମରେ ହାସଲ କରାଯାଇପାରେ, ତାହା ଏହି ଅଧ୍ୟାୟରେ ଆଲୋଚନା କରାଯାଇଛି । ଏହି ପ୍ରସଙ୍ଗରେ ଉଦ୍ଭିଦ ଓ ପରିସ୍ଥାନ ସଂପର୍କରେ ଆଲୋଚନା କରାଯାଇଛି ।

ଏକକରୁ କ'ଣ ଶିଖିବେ

  • ପ୍ରାରମ୍ଭିକ ସ୍ତରର ବିଜ୍ଞାନ ଶିକ୍ଷଣ ପାଇଁ ବାହ୍ୟ ପରିବେଶ ଏବଂ ଗୋଷ୍ଠୀକୁ କିପରି ବ୍ୟବହାର କରିହେବ ।
  • ବିଜ୍ଞାନକୁ ବାସ୍ତବ ଦୁନିଆ ସହ ଯୋଡ଼ି, ଶିଶୁର ବୈଜ୍ଞାନିକ ଚିନ୍ତାଧାରାକୁ କିପରି ବୃଦ୍ଧି କରାଯାଇପାରିବ ।
  • ଶ୍ରେଣୀ କକ୍ଷ ବାହାରେ ଥିବା ଗୋଷ୍ଠୀ ସମ୍ବଳ ଓ ପରିବେଶକୁ ବିଜ୍ଞାନ ଶିକ୍ଷଣ ପାଇଁ କିପରି ବ୍ୟବହାର କରିହେବ ଏବଂ ଶିକ୍ଷାର୍ଥୀମାନେ ସେଥିରେ ସକ୍ରିୟ ଅଂଶଗ୍ରହଣ କରିପାରିବେ, ତା’ର ଏକ ଯୋଜନା ପ୍ରସ୍ତୁତ କରିବା ।

ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ଶିକ୍ଷକ ହିସାବରେ ଆପଣଙ୍କର କର୍ତ୍ତବ୍ୟ ହେଲା, ଶିଶୁକୁ ବିଜ୍ଞାନ ଶିକ୍ଷଣ ପ୍ରତି ଆକୃଷ୍ଣ କରାଇବା । ସ୍ଥାନୀୟ ପରିବେଶ ଏହି ଶିକ୍ଷଣ ପାଇଁ ଅନେକ ସୁଯୋଗ ଯୋଗାଇ ଥାଏ । ବିଜ୍ଞାନ ହେଉଛି ଗୋଟିଏ ପ୍ରୟୋଗିକ ବିଷୟ ଯାହାକି ଆମ ଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।

ତେଣୁ ବାହ୍ୟ ପରିବେଶରେ ବିଜ୍ଞାନ ଶିକ୍ଷଣ କରାଇଲେ, ଶିକ୍ଷାର୍ଥୀଟି ବିଜ୍ଞାନକୁ ନିତିଦିନିଆ ଜୀବନ ସହ ଯୋଡ଼ିପାରେ । ଆଞ୍ଚଳିକ ପରିସର ଏବଂ ତାର ସାଧନକୁ ବ୍ୟବହାର କରିବା ଦ୍ଵାରା ଶିକ୍ଷାର୍ଥୀଟି ବିଜ୍ଞାନ ଧାରଣାକୁ, ଆପଣ ପଢ଼ାଇଥିବା ପାଠ ସହିତ ଯୋଡ଼ିଥାଏ ।

ଏବଂ ନିତିଦିନିଆ ସମସ୍ୟାକୁ ସମାଧ୍ୟାନ କରି ଉପଯୁକ୍ତ ଭାବେ ବଞ୍ଚିପାରେ ।

ଆଞ୍ଚଳିକ ପରିବେଶକୁ ସମ୍ବଳରୂପେ ବ୍ୟବହାର କରିବା

ବହୁତଗୁଡ଼ିଏ ପ୍ରାରମ୍ଭିକ ବିଜ୍ଞାନ ପ୍ରସଙ୍ଗ ବିଦ୍ୟାଳୟ ବାହ୍ୟ ପରିବେଶର ଅନ୍ଵେକ୍ଷଣ ଓ ସ୍ଥାନୀୟ ସମ୍ବଳ ବ୍ୟବହାର କରି ପଢ଼ାଯାଇ ପାରିବ ।

ଶିକ୍ଷଣ କାର୍ଯ୍ୟ-1: ଆଞ୍ଚଳିକ ପରିସରକୁ ଅନ୍ୱେଷଣ କରିବା :

ଏହା ଆପଣଙ୍କ ପାଇଁ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା କାର୍ଯ୍ୟକ୍ରମଟିଏ । ଶିକ୍ଷଣକାର୍ଯ୍ୟରେ ଆପଣ ଆପଣଙ୍କର ଆଞ୍ଚଳିକ ପରିବେଶକୁ ବ୍ୟବହାର କରିବେ ଯାହାଦ୍ଵାରା ଶିଶୁଟି ତା’ ପାରିପାର୍ଶ୍ୱିକ ପରିସ୍ଥିତିକୁ ବୁଝିବାକୁ ସକ୍ଷମ ହେବ ।

ଏହି ଯୋଜନାଟି କରିବା ପୂର୍ବରୁ ଆପଣ ନିଜେ ଆପଣଙ୍କ ବିଦ୍ୟାଳୟ ତଥା ଆପଣଙ୍କ ଅଞ୍ଚଳର ପରିବେଶ ଚାରିପଟେ ଘୂରି ଆସିଥିବେ । ଆପଣ ବୁଲିବା ସମୟରେ ଆପଣଙ୍କ ଅଞ୍ଚଳରେ ଥିବା କେଉଁ ସବୁ ଜିନିଷ ପ୍ରାଥମିକ ସ୍ତରରେ ବିଜ୍ଞାନର ପରିବେଶ ପାଠରେ ସାହାଯ୍ୟ କରିବ, ତା'ର ଏକ ତାଲିକା ପ୍ରସ୍ତୁତ କରିବେ । ଚିନ୍ତାକରି ନିଅନ୍ତୁ, ଆପଣ କିପରି ଏହି ଅଞ୍ଚଳକୁ ବ୍ୟବହାର କରିବେ । ଉଦାହରଣ ସ୍ଵରୂପ: କେଉଁ ଅଞ୍ଚଳକୁ ଆପଣ ଉଦ୍ଭିଦ ଓ ତା’ର ପରିସ୍ଥାନ ସଂପର୍କରେ ଜାଣିବା ପାଇଁ ବ୍ୟବହାର କରିବେ ତାହା ଠିକ୍ କରି ନିଅନ୍ତୁ ।

ପରିସ୍ଥିତି ଅନୁଧ୍ୟାନ 1: ଆସ, ଉଦ୍ଭିଦ ସଂଗ୍ରହ କରିବା

ଶ୍ରୀଯୁକ୍ତ ଦାସ ଏଠାରେ ବର୍ଣ୍ଣନା କରିଛନ୍ତି, ସେ କିପରି ନିଜର ବିଜ୍ଞାନ ଶ୍ରେଣୀକୁ ବିଜ୍ଞାନର ପ୍ରସଙ୍ଗ ଉଦ୍ଭିଦ ବିଷୟରେ ପଢ଼ାଇବାକୁ ଚିତ୍ତାକର୍ଷକ କରାଇବା ପାଇଁ ବିଦ୍ୟାଳୟ ବାହାର ପଡ଼ିଆକୁ ବ୍ୟବହାର କରିଥିଲି ।

ମୁଁ ଯେହେତୁ ଏକ ଗ୍ରାମ୍ୟ ବିଦ୍ୟାଳୟରେ କାମ କରୁଥିଲି, ଯାହାର ଚାରିପାଖରେ ଅନେକ କୃଷି କ୍ଷେତ୍ର ଓ ବୃକ୍ଷଲତା ଭରି ରହିଥିଲା, ତେଣୁ ମୁଁ ଶିକ୍ଷାର୍ଥୀମାନଙ୍କୁ ଏକ ବୁଦାକୁ ପଠାଇବାକୁ ଠିକ୍ କଲି ଯେଉଁଠାରେ କି ବିଭିନ୍ନ ପ୍ରକାରର। ଉଦ୍ଭିଦ ବଢ଼ିଥିଲେ । ମୁଁ କ’ଣ କରିବାକୁ ଯାଉଛି ସେ ସଂପର୍କରେ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲି, ସେ ବହୁତ ଖୁସି ହେଲେ ଏବଂ ସବୁ ସହକର୍ମୀମାନଙ୍କୁ ମୋ କାର୍ଯ୍ୟରେ ସହଯୋଗ କରିବା ପାଇଁ ଉତ୍ସାହିତ କଲେ ।

ପ୍ରଥମ ଦିନ ମୋ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ଆମେ କ’ଣ ସବୁ କରିବା ସେ ସଂପର୍କରେ ବୁଝାଇଥିଲି । ସେମାନେ କିପରି ପ୍ରତ୍ୟେକ ଉଦ୍ଭିଦରୁ ନମୁନା ସଂଗ୍ରହ କରିବେ । ଯେପରିକି ଉଦ୍ଭିଦ ଗୁଡ଼ିକ ନଷ୍ଟ ହୋଇ ନ ଯିବ, ସେଥିପ୍ରତି ଧ୍ୟାନ ଦେବା ପାଇଁ କହିଥିଲି । ମୁଁ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କୁ ବିଭିନ୍ନ ପ୍ରକାର ଉଦ୍ଭିଦ ସଂଗ୍ରହ କରିବାକୁ କହିଥିଲି ।

ଯେ ଯେତେ ଅଧିକ ଉଦ୍ଭିଦ ସଂଗ୍ରହ କରିବ, ସେତେ ଭଲ । ପ୍ରତ୍ୟେକ ଶିକ୍ଷାର୍ଥୀ ଅତି କମରେ ଛଅଟି ଲେଖାଏଁ ଉଦ୍ଭିଦ ସଂଗ୍ରହ କରିବେ । ସେମାନେ ନିଜ ଭିତରେ କଥାବାର୍ଭା ହୋଇ ସଂଗ୍ରହ କରିବେ । ଯେପରି ସମସ୍ତେ ଏକା ପ୍ରକାର ଛଅଟି ଉଦ୍ଭିଦ ସଂଗ୍ରହ ନ କରନ୍ତି । କାର୍ଯ୍ୟ କଲାବେଳେ ଜୋରରେ ପାଟି କରି ଅନ୍ୟମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି ନ କରିବାକୁ କହିଥିଲି । ସେମାନେ ବିଭିନ୍ନ ଉଦ୍ଭିଦ ସଂଗ୍ରହ କଲାବେଳେ ମୁଁ ସେଠାରେ ଉପସ୍ଥିତ ରହି ସେମାନଙ୍କର କଥା ଏବଂ କାର୍ଯ୍ୟକୁ ତଦାରଖ କରୁଥିଲି । ସେମାନଙ୍କର କଥାବାର୍ଭା ବହୁତ ଚିତ୍ତାକର୍ଷକ ଥିଲା । ସେମାନେ ବହୁତ ଅଳ୍ପ ଗଛକୁ ଚିହ୍ନି ପାରୁଥିଲେ । ଏବଂ କେତେକ ଉଦ୍ଭିଦକୁ ଚିହ୍ନି ପାରୁନଥିଲେ ଯେଉଁଗୁଡ଼ିକ ପାଣିଥିବା ଖାଲରେ ଉଠିଥିଲା ।

ଅଳ୍ପ ସମୟ ପରେ ମୁଁ ସମସ୍ତଙ୍କୁ ଡାକି ଗଛ ତଳେ ଏକାଠି ବସାଇଲି, ସମସ୍ତେ ନିଜ ନିଜ ଉଦ୍ଭିଦ ଗୁଡ଼ିକୁ ତଳେ ରଖିଲେ । ତାପରେ ଶିକ୍ଷାର୍ଥୀମାନେ ଦୁଇ ଦୁଇ ଜଣ ହୋଇ କାମ କଲେ । ତା ପରେ ଗୋରି ଜଣ ଲେଖାଏଁ ଶିକ୍ଷାର୍ଥୀଙ୍କୁ ନେଇ ଛୋଟଛୋଟ ଦଳ ଗଠନ କଲି । ସେମାନେ କେଉଁ କେଉଁ ଉଦ୍ଭିଦ ସଂଗ୍ରହ କରିଛନ୍ତି ତାର ନାମ କହିବାକୁ କହିଲି ।

ତାଙ୍କୁ ପଚାରିଲି, ”ତୁମେ କିପରି ଜାଣିଲ ପ୍ରତ୍ୟେକଟି ଗଛ ଅନ୍ୟଗଛ ଠାରୁ ଭିନ୍ନ” ? ସେମାନେ ପତ୍ରର ଆକାର, ଫୁଲ ଡେମ୍ଫ, ଆହୁରି ଅନେକ ଶବ୍ଦ ବ୍ୟବହାର କରି ଗଛର ବିଭିନ୍ନ ଗୁଣ ସଂପର୍କରେ ବର୍ଣ୍ଣନା କଲେ । ପ୍ରତ୍ୟେକ ଦଳକୁ ନମୁନାଗୁଡ଼ିକ ଶ୍ରେଣୀକକ୍ଷକୁ ଆଣିବା ପାଇଁ କହିଲି । ପ୍ରତ୍ୟେକ ଦଳକୁ ଖଣ୍ଡେ ଖଣ୍ଡେ ଖବର କାଗଜ ନେଇ ତା ଉପରେ ଗଛଗୁଡ଼ିକୁ ରଖିବା ପାଇଁ କହିଲି ଏବଂ  ସେଗୁଡିକୁ ପରବର୍ତ୍ତୀ ଶ୍ରେଣୀ ପାଇଁ ଚାପି ରଖିବା ପାଇଁ କହିଲି ।

ପରିବର୍ତ୍ତୀ ଶ୍ରେଣୀରେ ଉଦ୍ଭିଦର ଭିନ୍ନ ଅଂଶକୁ ଟିକନିଖ ଦେଖିବା ପାଇଁ କହିଲି । ଆମେ ଦେଖିଲୁ ଯେ କେତେକ ଉଦ୍ଭିଦର ବିଭିନ୍ନ ଅଂଶଗୁଡ଼ିକ ସମାନ ଥିଲେ ମଧ୍ୟ ଆକାର ଓ ଆକୃତିରେ ଭିନ୍ନ ଥିଲା । ସେମାନେ ବହୁତ ଯତ୍ନର ସହିତ ଉଦ୍ଭିଦଗୁଡ଼ିକ ସଜାଇ ରଖିଲେ, ଏବଂ ତା ଉପରେ ମୋଟା ମୋଟା ବହି ରଖି ଚାପି ଧରିଲେ ।

ଶିକ୍ଷାର୍ଥୀମାନଙ୍କର ଜିଜ୍ଞାସୁ ମନୋଭାବ, ପର୍ଯ୍ୟବେକ୍ଷଣ ଓ ଆଗ୍ରହ ଦେଖି ବହୁତ ଖୁସି ଲାଗିଲା । ପୂର୍ବ ବର୍ଷ ମାନଙ୍କରେ ମୁଁ ଅଧିକାଂଶ ସମୟରେ ଦେଖିଛି ବହିର ଏହି ଉଦ୍ଭିଦ ବିଷୟଟିକୁ ପଢ଼ିବାକୁ ଶିକ୍ଷାର୍ଥୀମାନେ ଆଦୌ ପସନ୍ଦ କରୁନ ଥିଲେ । ତେଣୁ ଏହା ଏକ ଭରସା ଯୋଗ୍ୟ ପଦକ୍ଷେପ  ଥିଲା ।

ଟିକିଏ ଚିନ୍ତା କରନ୍ତୁ

  • ଆପଣ ଚିନ୍ତା କରି ପାରିବେ କି, ଏହି ଶିକ୍ଷଣକାର୍ଯ୍ୟଟି ଆପଣଙ୍କ ଶିକ୍ଷାର୍ଥୀମାନଙ୍କ ପାଇଁ କିପରି କାର୍ଯ୍ୟ କରିବ ?
  • ଆଞ୍ଚଳିକ ପରିବେଶରୁ ଆଉ କେଉଁ ବିଷୟ ସବୁ ଶିକ୍ଷାର୍ଥୀମାନେ ଶିଖିପାରିବେ ?

ଶିକ୍ଷଣ କାର୍ଯ୍ୟ : '2 ଶ୍ରେଣୀ କକ୍ଷରେ ସଂଗ୍ରହାଳୟ ତିଆରି କରିବା

କୌଣସି ପ୍ରସଙ୍ଗକୁ ଆରମ୍ଭ କରିବା ପାଇଁ ସଂଗ୍ରହାଳୟକୁ କିପରି ବ୍ୟବହାର କରିବେ, ଚିନ୍ତା କରନ୍ତୁ । ଏହାକୁ ଶିକ୍ଷାର୍ଥୀମାନେ ଶ୍ରେଣୀରେ ସଜାଇବେ । ଆପଣ ଉଦ୍ଭିଦ ବଦଳରେ କେତେକ ସାମଗ୍ରୀ ବ୍ୟବହାର କରିପାରନ୍ତି । ଶିକ୍ଷାର୍ଥୀମାନେ କିଛି ସାମଗ୍ରୀ ସଂଗ୍ରହ କରି ଦଳରେ ସେଗୁଡ଼ିକୁ ସଜାଇବାରେ ସମୟ କଟାଇବେ । ଆପଣଙ୍କ ଶିକ୍ଷାର୍ଥୀମାନେ ବାହାରକୁ ଯାଇ କିପରି ବିଭିନ୍ନ ସାମଗ୍ରୀ ସଂଗ୍ରହ କରିବେ ସେଥିପାଇଁ ବ୍ୟବସ୍ଥା କରନ୍ତୁ । ଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟରେ କାର୍ଯ୍ୟ କରିବା ପାଇଁ ପ୍ରଧାନଶିକ୍ଷକଙ୍କୁ ଜଣାଇବା ପାଇଁ ଭୁଲିବେ ନାହିଁ । ପାଠ ପଢ଼ାଇ ସାରିଲା ପରେ ଦେଖନ୍ତୁ ଆପଣଙ୍କ ଶିକ୍ଷାର୍ଥୀମାନେ କିପରି ଉତ୍ତର ଦେଉଛନ୍ତି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ସାହାଯ୍ୟ କରନ୍ତୁ ।

ଏପରି ଶିକ୍ଷଣ ଅତି ସହଜ ଏବଂ କୌଣସି ସମ୍ବଳର ଆବଶ୍ୟକତା ନ ଥାଏ । କାରଣ ଶିକ୍ଷାର୍ଥୀମାନେ ନିଜେ ନିଜର କାର୍ଯ୍ୟ କରିଥାଆନ୍ତି । ସେ ହିଁ ଜଣେ ଆଦର୍ଶ ଶିକ୍ଷକ, ଯେ କି ପାଖରେ ମିଳୁଥିବା ସମ୍ବଳକୁ ଉପଯୋଗ କରି ଶିକ୍ଷଣକାର୍ଯ୍ୟ କରିଥାଏ ।

ଭିଡ଼ିଓ : ଆଞ୍ଚଳିକ ସମ୍ବଳର ବ୍ୟବହାର

ଟିକିଏ ଚିନ୍ତା କରନ୍ତୁ ।

  • ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ସବୁ ଜିନିଷ ପାଇଲେ ?
  • ଏହି ଜିନିଷ ଗୁଡ଼ିକ ଅନ୍ୟ କେଉଁ ଶିକ୍ଷଣ ପାଇଁ ବ୍ୟବହାର କରାଯାଇ ପାରିବେ ?
  • ଏପରି ଶିକ୍ଷଣକାର୍ଯ୍ୟ ପାଇଁ ଶିକ୍ଷାର୍ଥୀମାନଙ୍କର କି ପ୍ରକାର ପ୍ରତିକ୍ରିୟା ଥିଲା ?
  • ଏପରି ଶିକ୍ଷଣକାର୍ଯ୍ୟକୁ ଆପଣ କିପରି ବଢ଼ାଇ ପାରିବେ ?

2 ସମ୍ବଳ ସମ୍ପନ୍ନ ହେବା

ଆପଣ କେତେକ ଆହ୍ଵାନ୍ନପୂର୍ଣ୍ଣ ପରିସ୍ଥିତିରେ କାର୍ଯ୍ୟ କରିଥିବେ । ଯେତେବେଳେ କି ବିଦ୍ୟାଳୟରେ ଆପଣଙ୍କ ପାଖରେ ଖୁବ୍ କମ୍ ସରଞ୍ଜାମ ବା ସମ୍ବଳ ରହିଥିବ । ତେଣୁ ଆପଣ ଶ୍ରେଣୀ କୋଠରି ବାହାରକୁ ଯାଇ ଶିକ୍ଷଣ କାର୍ଯ୍ୟ କଲେ ତାହା ଆପଣଙ୍କ ଶିକ୍ଷଣକୁ ଅଧିକ ସକ୍ରିୟ କରିବ । ସମ୍ବଳ 1: "ସ୍ଥାନୀୟ ପରିସରକୁ ବ୍ୟବହାର" କରିବା କଥାଟିକୁ ଶିକ୍ଷଣକାର୍ଯ୍ୟ-3 କରାଇବା ପୂର୍ବରୁ ପଢ଼ିବେ । ପରିବର୍ତ୍ତୀ, ଗୋଟିଏ ଛଅ ଜଣିଆ ଶିକ୍ଷକ ଥିବା ବିଦ୍ୟାଳୟ, ଯେଉଁଠାରେ କି ସମସ୍ତ ସହକର୍ମୀ ଗୋଟିଏ ଦଳପରି ସ୍ଥାନୀୟ ପରିବେଶକୁ ବ୍ୟବହାର କରି କିପରି ନିଜକୁ ଅଧିକ ସାମର୍ଥ୍ୟ କରିବେ, ସେ ସଂପର୍କରେ ଚିନ୍ତା କରିଛନ୍ତି ।

ପରିସ୍ଥିତି ଅନୁଧ୍ୟାନ 2 : ଏକ ସମ୍ବଳ ସମ୍ପନ୍ନ ବିଦ୍ୟାଳୟ

ଶ୍ରୀମତୀ ପଟ୍ଟନାୟକ ସମ୍ବଳ-2 ପଢ଼ି ଦଳ କରି ଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟ ବାହାରକୁ ନେଇ ପରିସ୍ଥାନ ସଂପର୍କରେ ପଢ଼ାଇଥଲେ ଏହି କାର୍ଯ୍ୟ କରିବା ଦ୍ଵାରା ତାଙ୍କର ଅନୁଭୂତି ସେ ଏଠାରେ ବର୍ଣ୍ଣନା କରିଛନ୍ତି ।

ଆମର ପ୍ରଧାନ ଶିକ୍ଷକ ଜଣେ ଖୁବ୍ ଭଲ ଶିକ୍ଷକ ଏବଂ ସେ ଅଧିକାଂଶ ସମୟରେ ବାହ୍ୟ ପରିବେଶକୁ ଶ୍ରେଣୀ କାର୍ଯ୍ୟ ବ୍ୟବହାର କରନ୍ତି । ଦିନେ ସାପ୍ତାହିକ ବୈଠକରେ ସେ ଆମକୁ ଶିକ୍ଷଣରେ ସ୍ଥାନୀୟ ପରିବେଶକୁ କିପରି ଆଉ କେଉଁ ବିଷୟ ପାଇଁ ଅଧିକ ବ୍ୟବହାର କରିପାରିବା, ସେ ସଂପର୍କରେ ଆଲୋଚନା କଲେ ।

କଥାବାର୍ଭା କରିବା ଭିତରେ ସେ ଆମେ କହୁଥିବା ଧାରଣାଗୁଡ଼ିକୁ ଲେଖା ରଖିଥିଲେ । ସେହି ଧାରଣା ଗୁଡ଼ିକ ଉପରେ କଥାବାର୍ଭା କରିବା ଦ୍ଵାରା ସ୍ଥାନୀୟ ପରିବେଶକୁ କିପରି ବ୍ୟବହାର କରାଯାଇ ପାରିବ ସେ ବିଷୟରେ ଅନେକ ଗୁଡ଼ିଏ ପ୍ରସ୍ତାବ ଆସିଥିଲା ସେଗୁଡ଼ିକ ମଧ୍ୟରୁ କେତେଗୁଡ଼ିଏ ନିମ୍ନରେ ଦିଆଗଲା:

• ଶିକ୍ଷାର୍ଥୀମାନଙ୍କୁ ବିଦ୍ୟାଳୟ ବାହାରକୁ ନେଇ ଉଦ୍ଭିଦ ଓ ପ୍ରାଣୀଜଗତ ସଂପର୍କରେ ଅନ୍ଵେଷଣ କରିବା

• ସେହି ଅଞ୍ଚଳର ନକ୍ଲା ଅଙ୍କନ କରିବା

• ବିଦ୍ୟାଳୟ ପରିସରକୁ ମାପକରି ବିଭିନ୍ନ କାର୍ଯ୍ୟ କରିବା ପାଇଁ ସ୍ଥାନ ଚିହ୍ନଟ କରିବା

• ପରିବେଶରୁ ବିଭିନ୍ନ ସାମ୍ରଗୀ ସଂଗ୍ରହ କରି ଶ୍ରେଣୀ କୋଠରିରେ ବ୍ୟବହାର କରିବା

• ବିଭିନ୍ନ ପ୍ରକାର ଜିନିଷ ଚିହ୍ନଟ କରାଇବା ପାଇଁ ଚିହ୍ନ ଦେବା

• ପରିସ୍ଥାନକୁ ପର୍ଯ୍ୟବେକ୍ଷଣ କରିବା

• ସୂର୍ଯ୍ୟ ଏବଂ ଛାୟା ଇତ୍ୟାଦିକୁ ନିରୀକ୍ଷଣ କରିବା ।

• ଅଞ୍ଚଳର ସ୍ଥାନୀୟ ବିଶେଷଜ୍ଞଙ୍କୁ ବିଦ୍ୟାଳୟକୁ କିମ୍ବା କାର୍ଯ୍ୟ କରୁଥିବା ସ୍ଥାନକୁ ନିମନ୍ତ୍ରଣ କରି ଶିକ୍ଷାର୍ଥୀମାନଙ୍କୁ କିଛି କହିବା ପାଇଁ କହିବେ ।

• ପରିବେଶ ସଂରକ୍ଷଣ ସମସ୍ୟା ପ୍ରତି ଦୃଷ୍ଟି ଦେବା

• କାଗଜ ନଥିଲେ। ତା ଯାଗାରେ ପୁରୁଣା କାଗଜ, ଲଫାପା, କାଗଜପେଟି ଗୁଡ଼ିକୁ ସଂଗ୍ରହ କରି ପୁନର୍ବାର ବ୍ୟବହାର କରବା ।

ଆଗରୁ ମୋର ଏସବୁ ବିଷୟରେ ଧାରଣା ନ ଥିଲା, ତେଣୁ ତାଲିକାଟିକୁ ଦେଖି ମୁଁ ଉତ୍ସାହିତ ହୋଇଯାଇଥିଲି । ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟ ଥିଲା। ଆମେ କିପରି, କେଉଁଠି ଏ ସବୁକୁ ବ୍ୟବହାର କରିବୁ । ପ୍ରଥମେ ଆମେ ସମସ୍ତେ ରାଜି ହେଲୁ, ସାମଗ୍ରୀ ସଂଗ୍ରହ ପାଇଁ ଶିକ୍ଷାର୍ଥୀଙ୍କର ସାହାଯ୍ୟ ନେବୁ । ତେଣୁ ଏକ ତାଲିକା ଦେଇ ଶିକ୍ଷାର୍ଥୀମାନଙ୍କୁ ସାତଦିନ ମଧ୍ୟରେ ସଂଗ୍ରହ କରି ଆଣିବା ପାଇଁ କହିଲୁ । ଦ୍ଵିତୀୟତଃ, ମୁଁ ଯେତେବେଳେ ମୋର ସପ୍ତମ ଶ୍ରେଣୀ ଶିକ୍ଷାର୍ଥୀମାନଙ୍କୁ ବନୀକରଣ ସଂପର୍କରେ ପଢ଼ାଇବାକୁ ଚିନ୍ତାକଲି, ସେତେବେଳେ ମୁଁ ପ୍ରଧାନ ଶିକ୍ଷକଙ୍କ ଅନୁମତି ନେଇ ଜଙ୍ଗଲ ବିଭାଗ ଅଧିକାରୀଙ୍କୁ ଏହି ସମସ୍ୟା ସଂପର୍କରେ ଶିକ୍ଷାର୍ଥୀମାନଙ୍କ ସହିତ ଆଲୋଚନା କରିବା ପାଇଁ ନିମନ୍ତ୍ରଣ କଲି । ମୁଁ ଘରକୁ ଯାଇ ଏଥିପାଇଁ ଯୋଜନା ପ୍ରସ୍ତୁତ କଲି । ଜଙ୍ଗଲ ଅଧିକାରୀ ବିଦ୍ୟାଳୟକୁ ଆସିବାକୁ ରାଜିହେଲେ ମୋ ଶିକ୍ଷଣ ଉଦ୍ଦେଶ୍ୟକୁ ତାଙ୍କୁ ସଂକ୍ଷେପରେ ଅବଗତ କରାଇବା ପାଇଁ ସ୍ଥିରକଲି ।

ଟିକିଏ ଚିନ୍ତା କରନ୍ତୁ

• ଶିକ୍ଷଣକାର୍ଯ୍ୟ-1 ସହିତ ଉପର ପରିସ୍ଥିତି ଅନୁଧ୍ୟାନ କିପରି ମିଶୁଛି ?

• ଏହି ପରିସ୍ଥିତି ଅନୁଧ୍ୟାନରେ ତାଲିକାଟିକୁ ବଢ଼ାଇବା ପାଇଁ କିଛି ସୁବିଧା ଅଳ୍ପ କି ?

• ଯଦି ଅଳ୍ପ, ତେବେ ବର୍ତ୍ତମାନ ଲେଖି ତାଲିକାଟିକୁ ବଢ଼ାନ୍ତୁ ।

• ଆପଣ କିଛି ଜିନିଷ ସଂଗ୍ରହ କରି ବିଦ୍ୟାଳୟର ସଂଗ୍ରାହଳୟକୁ କିପରି ବଢ଼ାଇବେ, ଯାହାକି ଆପଣଙ୍କୁ ଓ ଆପଣଙ୍କ ସହକର୍ମୀମାନଙ୍କୁ ପଢ଼ାଇବା ସମୟରେ ସାହାଯ୍ୟ କରିବେ ?

• ଅପାଣ କେବେ ଚିନ୍ତା କରିଛନ୍ତି କି ଆଉ କେଉଁ ଉପାୟରେ ଆପଣ ଅଧିକ ସମୃଦ୍ଧ ହୋଇପାରିବେ ? ଉଦାହରଣ ସ୍ଵରୂପ, ଯେପରି ଅନୁଭୂତି ସଂପନ୍ନ ବ୍ୟକ୍ତିଙ୍କୁ ବିଦ୍ୟାଳୟକୁ ଡାକି ଶିକ୍ଷାର୍ଥୀମାନଙ୍କ ସହିତ ଆଲୋଚନା କରିବାକୁ କହିବା ।

ବର୍ତ୍ତମାନ କାମ ବନ୍ଦ କରି ବିଦ୍ୟାଳୟରେ ଥିବା ଓ ନ ଥିବା ସମ୍ବଳକୁ ତଦାରଖ କରନ୍ତୁ । ଆପଣଙ୍କ ପାଖରେ ଥିବା ଜିନିଷକୁ କିପରି ବଢାଇବେ । ସେ ସମ୍ପର୍କରେ ଚିନ୍ତା କରନ୍ତୁ । ଏହାଦ୍ଵାରା ଖାଲି ଯେ ଆପଣଙ୍କ ପାଖରେ ଶିକ୍ଷଣ ପାଇଁ କଣ ସବୁ ସମ୍ବଳ ଅଳ୍ପ ତାହା ଜାଣି ପାରିବେ, ତା ନୁହେଁ ଏହାଦ୍ଵାରା ଆପଣଙ୍କ ଅଞ୍ଚଳରେ ଆଉ କେଉଁ ସବୁ ସମ୍ବଳ ଅଛି ସେ ସମ୍ପର୍କରେ ଚିନ୍ତା କରିବେ, ସେଗୁଡ଼ିକୁ ସଂଗ୍ରହ କରିବେ ଏବଂ ସେ ସବୁକୁ ଆଣି ଶିକ୍ଷଣକାର୍ଯ୍ୟରେ ବ୍ୟବହାର କରିପାରିବେ । ସହକର୍ମୀମାନଙ୍କ ସହ ଆଲୋଚନା କରି ନିଜ ଅଞ୍ଚଳରେ ଯେଉଁ ସବୁ ସମ୍ବଳ ଅଛି, ତାହା ଜାଣି ସଂଗ୍ରହ କରିବେ । ଏ ସମସ୍ତ ସମ୍ବଳକୁ ଶିକ୍ଷଣକାର୍ଯ୍ୟରେ ବ୍ୟବହାର କରିବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ଏହା ଶିକ୍ଷାର୍ଥୀଙ୍କ ଉପରେ କିପରି ପ୍ରଭାବ ପକାଉଛି ଏବଂ ଶିକ୍ଷାର୍ଥୀମାନେ କେତେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟ କରୁଛନ୍ତି, ଏହା ଦେଖିବା ସହଜ ହେବ ।

3 ବାହ୍ୟ ପରିବେଶକୁ ବ୍ୟବହାର କରିବାର ଉପକାରିତା

ଆଞ୍ଚଳିକ ବାହ୍ୟ ପରିବେଶକୁ ବ୍ୟବହାର କରିବା ଦ୍ଵାରା:

  • ଏହା ଶିକ୍ଷଣକୁ ପ୍ରସଙ୍ଗ ଭିତ୍ତିକ କରିବାରେ ସାହାଯ୍ୟ କରିଥାଏ, କାରଣ ଏହା ଏକ ପ୍ରକୃତ ପରିବେଶ ଉପରେ ଆଧାରିତ ।
  • ବୈଜ୍ଞାନିକ ଧାରଣାଗୁଡ଼ିକ ସିଧାସଳଖ ବାସ୍ତବିକ ପରିବେଶକୁ ପର୍ଯ୍ୟବେକ୍ଷଣ କରି ବୁଝିବାରେ ଶିକ୍ଷାର୍ଥୀମାନଙ୍କୁ ସାହାଯ୍ୟ, କରେ |
  • ଶିକ୍ଷଣକୁ ନିଷ୍କ୍ରିୟ ନକରି ଅଧିକ ସକ୍ରିୟ କରାଏ ।

 

  • ଏହା ଶିକ୍ଷାର୍ଥୀ ପର୍ଯ୍ୟବେକ୍ଷଣ କରିବା କୌଶଳ, ତଥ୍ୟ ସଂଗ୍ରହ ପ୍ରଣାଳୀ ଏବଂ ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ସୁଯୋଗ ଯୋଗାଇଥାଏ ।
  • ସମସ୍ତ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ଦକ୍ଷତା ଓ ଶିକ୍ଷଣ ଆବଶ୍ୟକତା ଅନୁସାରେ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେଇଥାଏ ।
  • ଶିକ୍ଷାର୍ଥୀମାନଙ୍କର ବ୍ୟକ୍ତିଗତ ଓ ସାମାଜିକ ଭାବବିନିମୟ କୌଶଳ ବୃଦ୍ଧି କରିବାରେ ସୁଯୋଗ ସୃଷ୍ଟିକରେ ।
  • ଶିକ୍ଷାର୍ଥୀମାନେ ବୁଲାବୁଲି କରି ଶିକ୍ଷଣକାର୍ଯ୍ୟ କରିବା ପାଇଁ ଅଧିକ ସ୍ଥାନ ପାଇଥାଆନ୍ତି ଏବଂ ସ୍ଵାଧୀନ ଭାବରେ ଜଟିଳ ଏବଂ ଅସାଧ୍ୟ କାର୍ଯ୍ୟ ମଧ୍ୟ କରିପାରନ୍ତି ।
  • ଏପରି ଶିକ୍ଷଣ ଅନୁଭୂତି ଗୁଡ଼ିକ ଅଧିକ ସ୍ମରଣୀୟ ହୋଇଥାଏ ।
  • ଏହା ସ୍ଵତଃସ୍ତୁତ ଏବଂ ଆଶା କରି ନଥିବା ଶିକ୍ଷଣ ପାଇଁ ସୁଯୋଗ ସୃଷ୍ଟି କରିଥାଏ ।
  • ଶିକ୍ଷାର୍ଥୀମାନେ ଅଧିକ ଚିନ୍ତା କରିବାର ଦକ୍ଷତା ବଢ଼ାଇଥାଏ ।
  • ସ୍ଥାନୀୟ ଗୋଷ୍ଠୀ ସହିତ ସଂପର୍କ ସ୍ଥାପନ କରିବାରେ ସାହାଯ୍ୟ କରିଥାଏ ।

ଏସବୁ କରିବା ଦ୍ଵାରା ଶିକ୍ଷାର୍ଥୀମାନେ ଭଲରେ ବୁଝି ପାରିବେ ଓ ଆଞ୍ଚଳିକ ପରିବେଶ ପ୍ରତି ସେମାନଙ୍କର ସମ୍ବେଦନଶୀଳତା ବଢ଼ିବ: ଜଣେ ଶିକ୍ଷକ ହିସାବରେ ଶିକ୍ଷାର୍ଥୀମାନଙ୍କୁ ଶ୍ରେଣୀକକ୍ଷ ବାହାରେ ଥିବା ପଡ଼ିଆକୁ ନେଇ ଅନେକଗୁଡ଼ିଏ ବିଷୟ ପଢ଼ାଇ ପାରିବେ । ଏହାଦ୍ଵାରା ଶିକ୍ଷଣ ଏକ ପ୍ରାକୃତିକ ପରିବେଶରେ ହୋଇପାରିବ ।

ଆପଣ ଯଦି ଗୋଟିଏ ଗ୍ରାମ୍ୟ ବିଦ୍ୟାଳୟରେ କାମ କରୁଛନ୍ତି, ଆପଣ ଶିକ୍ଷାର୍ଥୀମାନଙ୍କୁ ସାଙ୍ଗରେ କୃଷି କ୍ଷେତ୍ର, ପୋଖରୀକୁ ବୁଲାଇ ନେଇ ବିଭିନ୍ନ ଶିକ୍ଷଣକାର୍ଯ୍ୟ କରିପାରିବେ । ଯଦି ଆପଣ ସହରାଞ୍ଚଳ ବିଦ୍ୟାଳୟରେ କାମ କରୁଛନ୍ତି, ତେବେ ଶିକ୍ଷାର୍ଥୀମାନଙ୍କୁ ପାର୍କ,, ବଗିଚା ଚିଡ଼ିଆଖାନା କିମ୍ବା ନର୍ସରୀକୁ ଦେଖାଇ ପାରିବେ ।

ପରିସ୍ଥିତି ଅନୁଧ୍ୟାନ 3 : ଶ୍ରୀମତୀ ଗୀତା ଦେବୀଙ୍କର ବାହ୍ୟ ଶିକ୍ଷଣ ପାଇଁ ଯୋଜନା

ଯେତେବେଳେ ଗୀତା ଦେବୀ ତାଙ୍କ ଶିକ୍ଷାର୍ଥୀମାନଙ୍କ ନିକଟରେ ପରିସ୍ଥାନ ସଂପର୍କରେ ବର୍ଣ୍ଣନା କଲେ, ସେ ଜାଣିବାକୁ ପାଇଲେ, ଶିକ୍ଷାର୍ଥୀମାନେ ବଡ଼ବଡ଼ ପରିସ୍ଥାନ ସମ୍ପର୍କରେ ଜାଣିଛନ୍ତି । କିନ୍ତୁ ସାନସାନ ପରିସ୍ଥାନ ଯାହାକି ତାଙ୍କ ଅଞ୍ଚଳରେ ଦେଖାଯାଏ, ସେ ସଂପର୍କରେ କହିପାରିଲେ ନାହିଁ । ଏହାକୁ ଲକ୍ଷ୍ୟକରି ସେ ଗୋଟିଏ ବାହ୍ୟ ଶିକ୍ଷଣର ଯୋଜନା କଲେ, ଯାହାଦ୍ଵାରା ତାଙ୍କ ଶିକ୍ଷାର୍ଥୀ ସେମାନଙ୍କ ନିକଟରେ ଦେଖାଯାଉଥିବା ପରିସ୍ଥାନକୁ ଚିହ୍ନଟ କରିପାରିବେ |

ସେ ଏହି କାର୍ଯ୍ୟକ୍ରମ କରିବାର ସପ୍ତାହକ ପୂର୍ବରୁ ବିଦ୍ୟାଳୟ ପରିସର ମଧ୍ୟରେ ବୁଲି ଗୋଟିଏ ସାନ ପରିସ୍ଥାନ ଠିକ୍ କରିଲେ, ସେଠାରେ ବଡ଼ ପଥର, ଫୁଟ ପାଥର ଭଙ୍ଗା ଅଂଶ, ଭାଙ୍ଗି ପଡ଼ି ଯାଇଥିବା ଡାଳ, ଖଣ୍ଡିଏ ଘାସ ଜାଗା ଇତ୍ୟାଦି ଥିଲା। ଏ ସବୁକୁ ନେଇ ସେ ଗୋଟିଏ ଶିକ୍ଷଣକାର୍ଯ୍ୟ ପ୍ରସ୍ତୁତ କରିଥିଲେ । ମୁଁ ପ୍ରତ୍ୟେକ ଦଳ ପାଇଁ ପ୍ରଶ୍ନ ପ୍ରସ୍ତୁତ କରିଥିଲି ଯାହା ଶିକ୍ଷାର୍ଥୀମାନଙ୍କୁ ପରିସ୍ଥାନକୁ ପର୍ଯ୍ୟବେକ୍ଷଣ ଓ ଅନୁସନ୍ଧାନ କରିବାରେ ସାହାଯ୍ୟ କରିବ । ମୁଁ କାର୍ଯ୍ୟ ସଂପର୍କରେ ପ୍ରଧାନ ଶିକ୍ଷକଙ୍କୁ ଜଣାଇଲି । ସେ ସ୍ଥାନଟିରେ ଥିବା ଗଛପତ୍ର ବିଭିନ୍ନ ଜିନିଷ ଶିକ୍ଷାର୍ଥୀମାନଙ୍କ ପାଇଁ ନିରାପଦ କି ନୁହେଁ, ତାକୁ ପ୍ରଥମରୁ ପରୀକ୍ଷା କରିନେଲି ।

ପ୍ରଥମେ ଶ୍ରେଣୀ କକ୍ଷ ମଧ୍ୟରେ ଶିକ୍ଷାର୍ଥୀମାନଙ୍କୁ ପରିସ୍ଥାନ ସଂପର୍କରେ ଥିବା ଧାରଣା, ପଚାରି ବୁଝିଥିଲି । ପରିସ୍ଥାନ କହିଲେ, ଆମେ କଣ ବୁଝୁ ? ସର୍ବ ସମ୍ମତ ହୋଇଥିବା ସଂଜ୍ଞାକୁ କଳାପଟାରେ ଲେଖିଥିଲି ।

ଏହା ଏକ ବାସସ୍ଥାନ ଯେଉଁଠାରେ ଅନେକ ପ୍ରକାର ପ୍ରାଣୀ ଓ ଉଦ୍ଭିଦ ରହିଥାଆନ୍ତି ଓ ସେହି ସ୍ଥାନ ସେମାନଙ୍କୁ ଖାଦ୍ୟ ଓ ଆଶ୍ରୟ ଯୋଗାଇଥାଏ ।

ମୋ ଶ୍ରେଣୀରେ 32 ଜଣ ଶିକ୍ଷାର୍ଥୀ ଥିବାରୁ ମୁଁ ପ୍ରତି ଚାରିଜଣରେ ଗୋଟିଏ ଲେଖାଏଁ ଦଳ ଗଠନ କଲି, ଏବଂ ସେମାନଙ୍କୁ କ'ଣ କରିବାକୁ ହେବ କହିଦେଲି । ମୁଁ କିଛି ସୂଚନା କଳାପଟାରେ ଲେଖିଦେଲି । ସେମାନେ ଦଳଦଳ ହୋଇ ମୁଁ ଚିହ୍ନଟ କରିଥିବା ସ୍ଥାନକୁ ଗଲେ । ସେଠାରେ ପରିସ୍ଥାନକୁ ଅନୁସନ୍ଧାନ କଲେ ।

ପ୍ରଥମେ ସେମାନେ ଦେଖିଲେ ମୁଁ ସେମାନଙ୍କୁ ଯେଉଁ ସ୍ଥାନକୁ ପଠାଇଛି, ତାହା ଗୋଟିଏ ପରିସ୍ଥାନ କି, ନୁହେଁ ? ସେମାନଙ୍କୁ ନିଜ ନିଜ ମଧ୍ୟରେ ଆଲୋଚନା କରିବା ପାଇଁ କିଛି ସମୟ ମଧ୍ୟ ଦେଇଥିଲି । ପ୍ରତ୍ୟେକ ଦଳକୁ ଯାଇ ସେମାନେ କ’ଣ ସିଦ୍ଧାନ୍ତ ନେଲେ, ତାହା ବୁଝାଇବା ପାଇଁ କହିଲି । ଯଦି କୌଣସି ଦଳ ସିଦ୍ଧାନ୍ତରେ ଉପନୀତ ହୋଇପାରୁନଥିଲେ ବା ରାଜି ହୋଇପାରୁନଥିଲେ (ସନ୍ଦେହରେ ଥିଲେ) ସେମାନଙ୍କୁ, ସେମାନଙ୍କ ସମ୍ମତ ହୋଇଥିବା ସଂଜ୍ଞାକୁ ମନେ ପକାଇବାକୁ କହିଲି । ମୋ ଶିକ୍ଷାର୍ଥୀମାନେ ଏକମତ ହେଲେ ଯେ, ପଥର ଏବଂ ଫୁଟପାଥ ପରିସ୍ଥାନରେ ଅନ୍ତର୍ଭୁକ୍ତ ନୁହନ୍ତି । ସେମାନେ ଭାବିଲେ ଯେ, ଘାସ ଜାଗା ଖଣ୍ଡିକ ଏବଂ ଭାଙ୍ଗି ଯାଇଥିବା ଡାଳ ପରିସ୍ଥାନର ଅନ୍ତର୍ଭୁକ୍ତ ହୋଇପାରେ ।

ଶିକ୍ଷାର୍ଥୀମାନଙ୍କୁ ଯେଉଁ ଦତ୍ତକାର୍ଯ୍ୟ ଦେଲି ତାହା ହେଲା,

ତୁମେ ଏହି ସ୍ଥାନକୁ ପରିସ୍ଥାନ ବୋଲି ପ୍ରମାଣ କରିବା ପାଇଁ କେଉଁ ପ୍ରକାର ତଥ୍ୟ ସଂଗ୍ରହ କରିବ ଏବଂ କେଉଁ ପ୍ରକାର ପ୍ରମାଣ ଦେବା ପାଇଁ ଚାହୁଁଛି?

ସେମାନେ ସେ ଜାଗାରେ କେଉଁ ଗୁଡ଼ିକ ଜୀବନ୍ତ ଓ ସେଠାରେ ବାସ କରୁଛନ୍ତି, ସେ ସଂପର୍କରେ ତଥ୍ୟ ସଂଗ୍ରହ କଲେ । ସେମାନେ ପାଇଥିବା ବସ୍ତୁକୁ ଚିତ୍ର କିମ୍ବା ତାଲିକା ମାଧ୍ୟମରେ ଦର୍ଶାଇଲେ । ସେମାନେ ଅନ୍ୟାନ୍ୟ ପ୍ରମାଣ ମଧ୍ୟ ଆଣି ପାରିବେ, ଯଦି ସେଗୁଡ଼ିକ ସେହି ସ୍ଥାନ, ପ୍ରାଣୀ ଏବଂ ଉଦ୍ଭିଦର କୌଣସି କ୍ଷତି କରୁ ନ ଥିବ ।

ଥରେ ସେମାନେ ବାହାରକୁ ଗଲାପରେ କିଛି ଦଳ ଖୁବ ଶୀଘ୍ର ପରିସ୍ଥାନକୁ ଚିହ୍ନଟ କରିଦେଲେ ଏବଂ ଅନ୍ୟଦଳ କିଛି ସାହାଯ୍ୟ ଆବଶ୍ୟକ କରୁଥିଲେ । କିଛି ଶିକ୍ଷାର୍ଥୀ ସେଠାରେ ଛୋଟ ଛୋଟ କୀଟ ପତଙ୍ଗ ଚିତ୍ର ଅଙ୍କନ କଲାବେଳେ, ଅନ୍ୟ କେତେଜଣ ତାହାକୁ ନାମାଙ୍କିତ କରି ତାହା ଉପରେ ଟିପ୍ପଣୀ ଲେଖିଲେ ।

ଶିକ୍ଷାର୍ଥୀମାନେ ପରିସ୍ଥାନରୁ ପାଇଥିବା କିଛି ମାଟି ଓ ଉଦ୍ଭିଦର ନମୁନା ସଂଗ୍ରହ କରି ଆଣିଲେ । ଯେତେବେଳେ ସେମାନେ ଗୋଟିଏ ପଥର ଖଣ୍ଡ ଟେକି ଦେଲେ ତା ତଳେ ଥିବା ବୁଢ଼ିଆଣୀ ଓ କାଠ କଟା ପୋକକୁ ପାଇ ଆଶ୍ଚର୍ଯ୍ୟ ହୋଇ ପଡ଼ିଲେ । ସେମାନେ ଲେଖି ରଖିଲେ ପଥର ତଳର ମାଟି କେତେ ଓଦା ! ସେମାନେ ସେଥିରୁ କିଛି ପଚା ପତ୍ରର ନମୁନା ନେଇଥିଲେ ।

ଗୋଟିଏ ଦଳ ଫୁଟପାଥର ଫଟା ଅଂଶରେ ଉଠିଥିବା ଛୋଟ ଛୋଟ ଗଛକୁ ଯତ୍ନର ସହିତ ନିରୀକ୍ଷଣ କଲେ । ଯବକାଚ ବ୍ୟବହାର କରି ପତ୍ର ତଳେ ଝୁଲୁଥିବା ଛୋଟ ଝିଣ୍ଟିକାଟିକୁ ଦେଖିଥିଲେ ଯାହାକି ପତ୍ର ତଳର ଛୋଟ ଛୋଟ କୀଟ ଖାଉଥିଲା ।

ମୁଁ ଶିକ୍ଷାର୍ଥୀମାନଙ୍କୁ ଦ୍ଵିସିଲ ମାରି ଏକାଠି ହେବାକୁ କହିଲି ଏବଂ ନିଜ ନିଜ ଦଳରେ ଘାସ ଉପରେ ବସିବାକୁ କହିଲି । ମୁଁ ସେମାନଙ୍କୁ "ଏହା ଗୋଟିଏ ପରିସ୍ଥାନ ବୋଲି” ସେମାନେ କ’ଣ ପ୍ରମାଣ ପାଇଲେ ତାହା ଉପସ୍ଥାନ କରିବାକୁ କହିଲି । ସେମାନଙ୍କ ପୂର୍ବରୁ ପରିସ୍ଥାନ ସଂପର୍କରେ ଥିବା ଧାରଣା ବଦଳିଛି ବୋଲି ରାଜି ହେଲେ । ସେମାନେ ବର୍ତ୍ତମାନ ଜାଣି ପାରିଲେ ପଥର ତଳ ମଧ୍ୟ ଏକ ପରିସ୍ଥାନ । ଯାହାକି ଛୋଟ ଛୋଟ ଜୀବମାନଙ୍କୁ ଆଶ୍ରା ଦେଇଛି ।

ମୋ ଶିକ୍ଷାର୍ଥୀମାନଙ୍କୁ ସିଧାସଳଖ ଅନୁଭୂତି ପାଇବା ପାଇଁ ଏକ ସୁଯୋଗ ଦେବା ଦ୍ଵାରା, ଏହା ସେମାନଙ୍କ ଶିକ୍ଷଣ ଉପରେ ଭଲ ପ୍ରଭାବ ପକାଇଥିଲା । ସେମାନଙ୍କ ସହିତ ଶ୍ରେଣୀ କୋଠରି ମଧ୍ୟରେ ମଧ୍ୟ ଏହି ସଂପର୍କରେ ଆଲୋଚନା କରାଯାଇ ପାରିଥାନ୍ତା । କିନ୍ତୁ ମୁଁ ବିଦ୍ୟାଳୟ ପଡ଼ିଆରେ କିଛି ସ୍ଥାନକୁ ଚିହ୍ନଟ କରିଥିଲି । ମୁଁ ଅନୁଭବ କଲି, ସେମାନଙ୍କୁ ନିଜେ ପରିସ୍ଥାନ ଅନ୍ଵେଷଣ କରିବା ପାଇଁ ସୁଯୋଗ ଦେବା ଦ୍ଵାରା ସେମାନେ ଅଧିକ ଅଭିପ୍ରେରିତ ହୋଇଥିଲେ, ଏବଂ ସେମାନେ ଅତି । ଭଲରେ ବୁଝିପାରିଲେ ।

ଏହି ପ୍ରସଙ୍ଗଟି ସରିବା ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କର ଆଗ୍ରହ ବଢ଼ି ଚାଲିଥିଲା ଏବଂ ସେମାନେ ଯେଉଁଠାରେ ଜୀବନ୍ତ ପ୍ରାଣୀ ଜଗତ ପାଉଥିଲେ, ପ୍ରତ୍ୟେକଟିର ଚାର୍ଟ ପ୍ରସ୍ତୁତ କରୁଥଲେ ।

ଯୋଡ଼ି କାର୍ଯ୍ୟର ବ୍ୟବହାର

4. ବାହ୍ୟ ପରିବେଶରେ ଶିକ୍ଷଣ

ଶ୍ରେଣୀ କୋଠରି ବାହାରେ ଶିକ୍ଷଣ ପାଇଁ ବ୍ୟବସ୍ଥା କଲାବେଳେ ଯୋଜନାରେ ଅଧିକ କିଛି ଲେଖି ବା ପାଇଁ ପଡ଼େନାହିଁ । ପ୍ରାଥମିକ ବିଜ୍ଞାନ ପାଇଁ ଯେହେତୁ ଶିକ୍ଷାର୍ଥୀମାନେ ବିଦ୍ୟାଳୟ ପରିସରକୁ ଅନ୍ଵେଷଣ କରିବାରେ ଅଭ୍ୟସ୍ତ, ତେଣୁ ବାହ୍ୟ ପରିବେଶ ଶିକ୍ଷଣ ବିଜ୍ଞାନ ଶିକ୍ଷାର

ଏକ ସମନ୍ୱିତ ଅଂଶ । ଯଦି ଶ୍ରେଣୀରେ ଅଧିକ ସଂଖ୍ୟକ ଶିକ୍ଷାର୍ଥୀ ଥାଆନ୍ତି, ଆପଣ ଶିକ୍ଷାର୍ଥୀମାନେ ଅଧିକ ସମୟ ପାଇଁ ବିଦ୍ୟାଳୟ ବାହାରକୁ ଛାଡ଼ିବାକୁ ପଡ଼ିବ ।

ଆହୁରି ମଧ୍ୟ ଆପଣଙ୍କ ଶ୍ରେଣୀରେ ଯଦି ସ୍ଵତନ୍ତ ଶିକ୍ଷଣ ଆବଶ୍ୟକତା ଥିବା ଶିକ୍ଷାର୍ଥୀ ଥାଆନ୍ତି, ତେବେ ସେମାନଙ୍କୁ କୌଣସି ସହାୟତା ଦେଇପାରୁଥିବା ଦଳରେ ରଖିବେ । ସେମାନେ ବାହାରେ ଥିଲା ବେଳେ ତାଙ୍କ କାର୍ଯ୍ୟକୁ ତଦାରଖ କରିବେ ।

ପରବର୍ତ୍ତୀ ଶିକ୍ଷଣକାର୍ଯ୍ୟରେ ଆପଣ ଏକ ବାହ୍ୟ ପରିବେଶକୁ ବ୍ୟବହାର କରି ପାଠ୍ୟ ଯୋଜନା ପ୍ରସ୍ତୁତ କରନ୍ତୁ ।

 

 

ଶିକ୍ଷଣକାର୍ଯ୍ୟନ 3 : ବାହ୍ୟ ଶିକ୍ଷଣ ପାଇଁ ଯୋଜନାଟିଏ

ଆପଣ ଶ୍ରେଣୀ କୋଠରିରେ ପାଠ୍ୟପୁସ୍ତକର ଏକ ପ୍ରସଙ୍ଗକୁ ଆଖି  ଆଗରେ ରଖି ଶିକ୍ଷଣକାର୍ଯ୍ୟଟିଏ ବାଛନ୍ତୁ । ଉଦାହରଣ ସ୍ଵରୂପ: ତୃତୀୟ ଶ୍ରେଣୀ ବହିର ଚତୁର୍ଥ ଅଧାୟ ବା ଷଷ୍ଠ ଶ୍ରେଣୀର ଅଷ୍ଟମ ଅଧ୍ୟାୟ ।

ବାହ୍ୟ ପରିବେଶ ଯଥା ବିଦ୍ୟାଳୟ ପଡ଼ିଆ କିମ୍ବା ଆପଣଙ୍କର ଅତି ପାଖରେ ଥିବା ପରିବେଶକୁ ନେଇ ଶିକ୍ଷାର୍ଥୀମାନଙ୍କୁ ପଢ଼ାଇଲା ପରି ଏକ ଯୋଜନା ପ୍ରସ୍ତୁତ କରନ୍ତୁ । ନିମ୍ନରେ ଥିବା ପ୍ରଶ୍ନଗୁଡ଼ିକୁ ଆଖୁଆଗରେ ରଖି କାର୍ଯ୍ୟପନ୍ଥା ସ୍ଥିର କରନ୍ତୁ ।

• ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ କ'ଣ ଶିଖାଇବାକୁ ଚାହୁଁଛନ୍ତି ?

• ଆପଣ ଆପଣଙ୍କ ଶିକ୍ଷାର୍ଥୀମାନଙ୍କୁ କେଉଁଠିକୁ ନେବେ ?

• ସେ ସ୍ଥାନର କେଉଁ ସବୁ ନିରାପତ୍ତା ପାଇଁ ଦୃଷ୍ଟି ଦେବେ ?

• ଶିକ୍ଷଣକାର୍ଯ୍ୟ ପାଇଁ କେଉଁ ପ୍ରକାରର ସରଞ୍ଜାମ ଦରକାର ?

• ଆପଣ କିପରି ଶିକ୍ଷଣ କାର୍ଯ୍ୟ ଆରମ୍ଭ କରିବେ ?

• ଆପଣ କେଉଁ ସବୁ ପ୍ରଶ୍ନ ଶିକ୍ଷାର୍ଥୀମାନଙ୍କୁ ପଚାରିବେ ?

• ସ୍ଵତନ୍ତ ଶିକ୍ଷଣ ଆବଶ୍ୟକତା ଥିବା ଶିକ୍ଷାର୍ଥୀମାନଙ୍କୁ ଆପଣ କିପରି ସାହାଯ୍ୟ କରିବେ ?

• ଆପଣ ମୁକ୍ତ ଉତ୍ତର ମୂଳକ ପ୍ରଶ୍ନ ତିଆରି କରିବେ, ଯାହାକି ଆପଣଙ୍କ ଶିକ୍ଷାର୍ଥୀମାନେ ଅଧିକ ଗଭୀର ଭାବେ ଚିନ୍ତା କରିବାକୁ ସୁଯୋଗ ପାଇବେ ?

• ପ୍ରଶ୍ନର ଉତ୍ତର କରିବା ପାଇଁ ଆପଣ କେଉଁ ଶିକ୍ଷଣକାର୍ଯ୍ୟ ପ୍ରସ୍ତୁତ କରୁଛନ୍ତି ବା କେଉଁ ଶିକ୍ଷଣକାର୍ଯ୍ୟ ତେବେ ବୋଲି ଭାବୁଛନ୍ତି ?

• ଶିକ୍ଷାର୍ଥୀମାନେ କିପରି ସେମାନଙ୍କ ତଥ୍ୟକୁ ଲିପିବଦ୍ଧ କରିବେ ?

• ଉପସ୍ଥାପନା କରିବାକୁ ଥିବା ଶିକ୍ଷଣକାର୍ଯ୍ୟଟିରେ ଆକଳନ କରିବାର ସୁବିଧା କେଉଁଠାରେ    ଅଳ୍ପ ?

• ଆପଣ କିପରି ଶିକ୍ଷଣକାର୍ଯ୍ୟଟିକୁ ପାଠ୍ୟକ୍ରମ ମାଧ୍ୟମରେ ଆଗେଇ ନେବେ ?

ଯୋଜନାଟି ପ୍ରସ୍ତୁତ କରିସାରିଲା ପରେ ଶିକ୍ଷାର୍ଥୀମାନଙ୍କ ସହିତ କାର୍ଯ୍ୟ ଆରମ୍ଭ କରନ୍ତୁ ।

ଟିକିଏ ଚିନ୍ତା କରନ୍ତୁ

ଆପଣ ଯୋଜନା ଓ ଶିକ୍ଷଣକାର୍ଯ୍ୟ ଉପସ୍ଥାପନ କରିସାରିଲା ପରେ ନିମ୍ନଲିଖିତ କାର୍ଯ୍ୟ ଉପରେ ଏକ ବିବରଣୀ ପ୍ରସ୍ତୁତ କରନ୍ତୁ । o

• ବାହାରେ କାର୍ଯ୍ୟ କଲାବେଳେ କେଉଁ କାର୍ଯ୍ୟଟି ଭଲ ହେଲା ?

• କାହିଁକି ଏପରି ଭାବୁଛନ୍ତି ?

• ପରିବର୍ତ୍ତୀ ସମୟରେ ଏହି କାର୍ଯ୍ୟ କଲାବେଳେ ଅଧିକ ଭଲ କରିବା ପାଇଁ କ’ଣ କରିବେ ?। (ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଆପଣ ମୁଖ୍ୟ ସମ୍ବଳ "ପାଠ ଯୋଜନା" ଟିକୁ ପଢ଼ନ୍ତୁ () ଆପଣଙ୍କ ଶିକ୍ଷାର୍ଥୀମାନେ ପରିବେଶରେ କାର୍ଯ୍ୟ କରିବା ଓ ଆପଣ ଦେଇଥିବା କାର୍ଯ୍ୟ କରିବା ଦ୍ଵାରା ସେମାନଙ୍କ ପ୍ରତିକ୍ରିୟା କିପରି ଥିଲା ?

• ଆପଣଙ୍କ ଶିକ୍ଷାର୍ଥୀ କଣ ଶିଖିଲେ ବୋଲି ଆପଣ କିପରି ଜାଣିବେ ?

5 ପରିଭ୍ରମଣ :

ପରିଭ୍ରମଣ ମଧ୍ୟ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ପାଇଁ ଉପଯୋଗୀ । ପରିଭ୍ରମଣ ପାଇଁ ଏକ ଉତ୍ତମ ଯୋଜନା ପ୍ରସ୍ତୁତ କଲେ ଶିକ୍ଷାର୍ଥୀମାନେ ଅନେକ ସମ୍ବଳ ବ୍ୟବହାର କରିପାରନ୍ତି, ଯାହାକି ଶ୍ରେଣୀକକ୍ଷରେ କିମ୍ବା ବିଦ୍ୟାଳୟ ପଡ଼ିଆରେ ମିଳେ ନାହିଁ । ପରିଭ୍ରମଣ ଶିକ୍ଷାର୍ଥୀମାନଙ୍କର ଆତ୍ମବିଶ୍ଵାସ ବଢ଼େଇଥାଏ ଏବଂ ପାଇଥିବା ଅନୁଭୂତି ସ୍ମରଣୀୟ ହୋଇ ରହିଥାଏ ।

ପରିଭ୍ରମଣ ପାଇଁ ବ୍ୟବସ୍ଥା କରିବାକୁ ହେଲେ ଭଲ, ଯୋଜନାଟିଏ ଆବଶ୍ୟକ । କିନ୍ତୁ ବେଳେବେଳେ ଅଧିକ ଶିକ୍ଷାର୍ଥୀ ଥିବା ଶ୍ରେଣୀ କକ୍ଷରେ ଗମନା ଗମନ ସମସ୍ୟା ଏବଂ ଖର୍ଜ ଦୃଷ୍ଟିରୁ ଏହା କରିବା ସବୁବେଳେ ସମ୍ଭବ ହୋଇନଥାଏ । ଯାହାବି ହେଉ ଯଦି ପରିଭ୍ରମଣ ସମ୍ଭବ ହୁଏ ପ୍ରଥମେ ନିରାପତ୍ତାକୁ ଦୃଷ୍ଟିରେ ରଖି ଚିନ୍ତା କରିବାକୁ ହେବ । ଥରେ ଏହା ସ୍ଥିର ହୋଇଗଲେ (ଏହି ସୋପାନ ଗୁଡ଼ିକ ଚିତ୍ର ୧ ରେ ପ୍ରଦତ୍ତ ଅଳ୍ପ) ସାଧାରଣ ଶିକ୍ଷଣକାର୍ଯ୍ୟର ଯୋଜନା ।ଏଥିପାଇଁ ବ୍ୟବହାର ହୋଇପାରିବ ।

6. ବାହ୍ୟ ପରିବେଶରେ ଶିକ୍ଷଣ ସୁଯୋଗ ସୃଷ୍ଟି କରିବାର ସୁଯୋଗ

ଏହି ଏକକରେ ଉଦ୍ଭିଦ ଏବଂ ତା’ର ପରିସ୍ଥାନ ସଂପର୍କରେ ଥିବା ଧାରଣା ଏବଂ କାର୍ଯ୍ୟକୁ ଆଲୋଚନା କରାଯାଇଛି । ଯାହାବି ହେଉ, ପ୍ରାଥମିକ ସ୍ତରର ବିଜ୍ଞାନର ବିଭିନ୍ନ ବିଷୟ ପାଇଁ ବାହ୍ୟ ଶିକ୍ଷଣକାର୍ଯ୍ୟ ସମନ୍ୱିତ କରାଯାଇପାରିବ ।

ଶିକ୍ଷଣକାର୍ଯ୍ୟ 4: ଶିକ୍ଷଣରେ ବାହ୍ୟ ପରିବେଶକୁ ଯଥାସମ୍ଭବ ବ୍ୟବହାର କରନ୍ତୁ

ପରିବର୍ତ୍ତୀ ପ୍ରସଙ୍ଗରେ ଆପଣ କିମ୍ବା ଆପଣଙ୍କ ସହକର୍ମୀଙ୍କ ସହ ମିଶି କିପରି ଶିକ୍ଷାର୍ଥୀମାନଙ୍କୁ ବାହାରକୁ ନେଇ ଶିକ୍ଷଣକାର୍ଯ୍ୟ କରାଇବେ, ମାନସମଚୁନ କରି ତାର ଏକ ତାଲିକା ପ୍ରସ୍ତୁତ କରନ୍ତୁ । ଦିଆଯାଇଥିବା ସୂଚନା ଅନୁସାରେ ଏକ ଯୋଜନା ପ୍ରସ୍ତୁତ କରନ୍ତୁ ଓ ଏହାକୁ କାର୍ଯ୍ୟକାରୀ   କରନ୍ତୁ ।

ଟିକିଏ ଚିନ୍ତା କରନ୍ତୁ

  • ଆପଣ କ'ଣ ଚିନ୍ତା କରୁଛନ୍ତି, ଏହି ବାହ୍ୟ ପରିବେଶର ଶିକ୍ଷଣଟି ଆଉ କେଉଁ ସବୁ କ୍ଷେତ୍ରରେ ସାହାଯ୍ୟ କରିବ?
  • ଏହା ଆପଣଙ୍କୁ ଅଧିକ ସଫଳ ପାଠ୍ୟକ୍ରମ ଯୋଜନା ପ୍ରସ୍ତୁତ କରିବାରେ କିପରି ସାହାଯ୍ୟ  କରିବ ?
  • ଆପଣଙ୍କ ଶିକ୍ଷାର୍ଥୀମାନେ ଏହି ପ୍ରସଙ୍ଗଟିକୁ କିପରି ଗ୍ରହଣ କଲେ ?

ଆପଣ ଏହାକୁ ଆହୁରି ଅନେକ ପ୍ରକାରରେ ବ୍ୟବହାର କରିପାରିବେ । ସ୍ଥାନୀୟ ପରିବେଶର ବ୍ୟବହାରକୁ ବଢ଼ାଇବା ପାଇଁ କେତେଗୁଡ଼ିଏ ବ୍ୟବହାର ତାଲିକା ସମ୍ବଳ ୩ରେ ଦିଆଯାଇଛି ।

ସାରାଂଶ

ଶିଶୁର ଶିକ୍ଷଣ ଶ୍ରେଣୀ କୋଠରି ମଧ୍ୟରେ ଆବଦ୍ଧ ନୁହେଁ । ବସ୍ତୁତଃ ଶିଶୁମାନେ ବାହାରେ ଓ ସାଙ୍ଗମାନଙ୍କ ସାଙ୍ଗରେ ଥିଲା ବେଳେ ଭଲ ଶିଖ୍ ପାରିବେ । ଧରିନିଆଯାଇ ପାରେ ଯେ ସୁସଙ୍ଗଠିତ ବାହ୍ୟ ପାଠ ଅଧିବେଶନ ଶିକ୍ଷଣକୁ ଉତ୍ତେଜନାପୂର୍ଣ୍ଣ, ସକ୍ରିୟ, ମେଳାପୀ ଓ ଆନନ୍ଦଦାୟୀ ପ୍ରକ୍ରିୟାରେ ପରିଣତ କରି ଯାହା ଶିକ୍ଷାର୍ଥୀମାନଙ୍କୁ ବିଜ୍ଞାନ ବିଷୟରେ ଉପଯୁକ୍ତ ଅଭିଜ୍ଞତା ପ୍ରଦାନ କରେ ।

ଶ୍ରେଣୀଗୁହ ପରିବେଶ ଯାହାକି ସମୟ ସମୟରେ ପାଠ୍ୟପୁସ୍ତକ, ପୋଷ୍ଟର ଓ ଅନ୍ୟାନ୍ୟ ଶିକ୍ଷଣ ସାମଗ୍ରୀ ଦରକାର କରିଥାଏ, ବାହ୍ୟ ଶିକ୍ଷଣରେ ଦରକାର ସମୟରେ ପ୍ରକୃତି । ସୀମିତ ସମ୍ବଳ ମଧ୍ୟରେ ବାହ୍ୟ ପରିବେଶର ଶିକ୍ଷଣ ଶିକ୍ଷାକୁ ଆଗେଇ ନେବାରେ ସହାୟତା ଯୋଗାଇଥାଏ । ଅଧିକ ସଂଖ୍ୟକ ଶିକ୍ଷାର୍ଥୀଥିବା ଶ୍ରେଣୀ ପାଇଁ ଏହି ବାହ୍ୟ ପରିବେଶର ଶିକ୍ଷଣ ବ୍ୟବସ୍ଥା ଅଧିକ ଲାଭଦାୟକ ହୋଇଥାଏ । ଏହା ଶିକ୍ଷାର୍ଥୀମାନଙ୍କୁ ବସିବା, ଡ୍ରାଇଂ କରିବା, ଲେଖାଲେଖ କରିବା, ବୁଲିବା ଓ ଆଲୋଚନା କରିବା ପାଇଁ ଅଧିକ ସ୍ଥାନ ମିଳିଥାଏ ।

ବାହ୍ୟ ପରିବେଶର ଶିକ୍ଷଣ ଯେ କୌଣସି ସ୍ଥାନ ବା ଯେ କୌଣସି ସମୟରେ କରା ଯାଇପାରେ ଯଥା :- ବିଦ୍ୟାଳୟ –ପଡିଆ, ଅଞ୍ଚଳର  ପାର୍କ ବା ଉଦ୍ୟାନ ବା ନର୍ସରୀ, କ୍ଷେତ, ଚିଡ଼ିଆଖାନା, ପୋଖରୀ କୂଳ, ଝରଣା, ନଦୀ ଏବଂ ସଂଗ୍ରହାଳୟ ଇତ୍ୟାଦି । ଏହା କେବଳ ଯେ ଖରାଦିନ ପରୀକ୍ଷା ସରିଗଲା ପରେ ସୀମିତ ନୁହେଁ, ବର୍ଷର ସବୁ ସମୟରେ କରାଯାଇପାରେ । ଏହା ଏକ ଗୁରୁତ୍ଵପୂର୍ଣ୍ଣ ସାଧନ ଯାହାକି ଶିଶୁର ସାମାଜିକ ଆବେଗିକ ବୌଦ୍ଧିକ ଦିଗ ତଥା ସ୍ଵାସ୍ଥ୍ୟପ୍ରତି ଦୃଷ୍ଟି ଦେଇଥାଏ, ସର୍ବୋପରି ସମସ୍ତ ଦିଗର ଉନ୍ନତି କରାଇଥାଏ ।

ସମ୍ବଳ

ସମ୍ବଳ-1: ଆଞ୍ଚଳିକ ସମ୍ବଳର ବ୍ୟବହାର

ପାଠ୍ୟପୁସ୍ତକ ବ୍ୟତୀତ ଅନେକ ଶିକ୍ଷଣ ସାମଗ୍ରୀ ଶିକ୍ଷାଦାନ ସମୟରେ ବ୍ୟବହାର ହୋଇପାରିବ । ଶିକ୍ଷଣ ପାଇଁ ଆପଣ ବିଭିନ୍ନ ଇନ୍ଦ୍ରିୟଗୁଡିକ (ଦେଖିବା, ଶୁଣିବା, ଶୁଘିବା, ଚାଖିବା, ଛୁଇଁବା) ର ଉପଯୋଗର ସୁଯୋଗ ଦେବେ, ତେବେ ଆପଣ ଶିକ୍ଷାର୍ଥୀଙ୍କ ଶିକ୍ଷଣର ବିଭିନ୍ନ ଦିଗ ଜାଣିପାରିବେ । ଆପଣଙ୍କ ଚାରିପାଖରେ ଏପରି ଅନେକ ସାମଗ୍ରୀ ଅଳ୍ପ ଯାହା ଶ୍ରେଣୀ ଗୃହରେ ବ୍ୟବହାର ହୋଇପାରିବ । ଯେକୌଣସି ବିଦ୍ୟାଳୟ ବିନା ମୂଲ୍ୟରେ ବା ସ୍ଵଛ ମୂଲ୍ୟରେ ନିଜର ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିପାରିବ । ଏପରି କରିବା ଦ୍ଵାରା ଆପଣ ସେମାନଙ୍କ ଜୀବନ ସହ ପାଠକୁ ଯୋଡି ପାରିବେ ।

ଆପଣ ଯଦି ଆପଣଙ୍କ ପାରିପାର୍ଶ୍ୱିକୁ ଦୃଷ୍ଟି ଦେବେ ଏପରି ବିଶେଷଜ୍ଞମାନଙ୍କୁ ପାଇବେ, ଯେଉଁମାନେ ଅନେକ ପ୍ରସଙ୍ଗ ଉପରେ ତାଙ୍କର ମତାମତ ଦେଇପାରିବେ । ତା'ଛଡା ନିଜ ଚାରିପାଖରେ ଅନେକ ପ୍ରାକୃତିକ ସାମଗ୍ରୀ ଅଳ୍ପ ଯାହାକୁ ଶ୍ରେଣୀ ଗୃହ ଓ ସ୍ଥାନୀୟ ଗୋଷ୍ଠୀ ସହ ସଂପର୍କିତ କରିପାରିବେ, ଶିକ୍ଷାର୍ଥୀଙ୍କୁ ତାଙ୍କ ଚାରିପାଖରେ ଥିବା ପରିବେଶର ସମୃଦ୍ଧତା ଓ ବିବିଧତା ସହ ପରିଚିତ କରାଇବେ । ମୋଟାମୋଟି ଭାବରେ ଶିକ୍ଷାର୍ଥୀଙ୍କ ସାମଗ୍ରୀକ ଶିକ୍ଷଣରେ ସହାୟତା ଦେଇପାରିବେ । ଶିକ୍ଷାର୍ଥୀଙ୍କୁ ଶ୍ରେଣୀ ଗୃହ ଓ ଶ୍ରେଣୀ ବାହାରେ ଶିକ୍ଷଣ, ବୋଧହୁଏ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଯାହା ସେମାନଙ୍କ ପାଇଁ ଏକ ସାମଗ୍ରିକ ଶିକ୍ଷଣ ପ୍ରଣାଳୀ । ଥିବା ବ୍ୟକ୍ତିଙ୍କୁ ଶିକ୍ଷାର୍ଥୀମାନେ ପାଠ ସଂପର୍କିତ କିଛି ପ୍ରଶ୍ନ ପଚାରି ପାରନ୍ତି । ଉଦାହରଣ ସ୍ୱରୂପ କେତେ ପରିମାଣରେ ରୋଷେଇ ହୁଏ, ତାର ମାପ, ପାଣିପାଗ ବିଦ୍ୟାଳୟର ପଡିଆରେ ଓ ବିଦ୍ୟାଳୟର କୋଠାଘର କି ପ୍ରଭାବ ପକାଏ ଇତ୍ୟାଦି ।

ବାହାର ପରିବେଶର ବ୍ୟବହାର

ଶ୍ରେଣୀ କୋଠରୀ ବାହାରେ ଏପରି ଅନେକ ସାମଗ୍ରୀ ଅଛି ଯାହାକୁ ପାଠ ସହ ସଂପର୍କିତ କରାଯାଇ ପାରେ । ଆପଣ ଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟ ଚାରିପାଖରେ ଥିବା ପତ୍ର, ବୁଢିଆଣୀ, ଗଛ, ପୋକ, ପଥର, କାଠ ସଂଗ୍ରହ କରିବାକୁ କହିପାରନ୍ତି । ସେସବୁକୁ ଶ୍ରେଣୀ ଭିତରେ ପାଠ ସହ ସଂପର୍କିତ କରାଯାଇ ପାରେ । ସେମାନଙ୍କୁ ନେଇ ବିଭିନ୍ନ ଆଲୋଚନା କରାଯାଇ ପାରେ । ଯେପରି ସଜୀବ ନିର୍ଜାବର ଶ୍ରେଣୀ ବିଭାଗ, ଗଛର ବିଭିନ୍ନ ଅଂଶ ଆଦି ବିଭିନ୍ନ ପାଠରେ ବ୍ୟବହାର କରିପାରିବେ । ଶିକ୍ଷାର୍ଥୀମାନେ ମଧ୍ୟ ବସ ର ନିର୍ଘଣ୍ଟ ତାଲିକା, ବିଜ୍ଞାପନ ଗୁଡିକ ସଂଗ୍ରହ କରି ଆଣି ପାରିବେ । ତାକୁ ଉପଯୋଗ କରି ଶବ୍ଦର ଚିହ୍ନଟ, ଗୁଣାତ୍ମକ ତୁଳନା, ଯାତ୍ରା ସମୟ ଇତ୍ୟାଦି ପଢାଯାଇପାରେ |

ବାହାର ବସ୍ତୁ ଶ୍ରେଣୀଗୃହକୁ ଅଣାଯାଇ ପାରିବ । କିନ୍ତୁ ତାହା ଶ୍ରେଣୀଗୁହକୁ ବାହାର ଜୀବନ ସହ ଯୋଡିବାର ମାଧ୍ୟମ ହେଉଥିବ । ବାହାରେ ଥିବା କୋଠରୀ ମଧ୍ୟ ଶିକ୍ଷାର୍ଥୀଙ୍କ ଉପଯୋଗୀ ହୋଇପାରିବ ଓ ଶିକ୍ଷାର୍ଥୀମାନେ ସହଜରେ ଦେଖି ପାରୁଥିବେ । ଆପଣ ଶିକ୍ଷାର୍ଥୀଙ୍କୁ ବାହାରକୁ ନେଇ ବିଭିନ୍ନ କାର୍ଯ୍ୟ କରିପାରିବେ ।

  • ବିଭିନ୍ନ ଦୂରତାର ମାପ ଓ ଅନୁମାନ
  • ଗୋଟିଏ ଗୋଲେଇ ର ମଝିରୁ ଚାରିପାଖର ଦୂରତା ସମାନ
  • ଦିନରାତି ଛାୟାର ଦୈର୍ଘ୍ୟ ମାପ
  • ବିଭିନ୍ନ ଚିହ୍ନ ଏବଂ ନିର୍ଦେଶନାମା ପଢିବା ।
  • ବିଭିନ୍ନ ସାକ୍ଷାତକାର ଓ ସର୍ଭେ କରିବା ।
  • ସୂର୍ଯ୍ୟର କୋଷ (Solar Panels) ଚିହ୍ନଟ କରିବା
  • ବର୍ଷା ସହ ଫସଲର ସଂପର୍କକୁ ତଦାରଖ କରିବା ।

ବାହାରେ ବାସ୍ତବ ଅନୁଭୂତି ସହ ପାଠକୁ ଯୋଡିଲେ ଶିକ୍ଷଣକୁ ବିଭିନ୍ନ ପ୍ରସଙ୍ଗ ସହ ଯୋଡା ଯାଇପାରେ । ଯେତେବେଳେ ଆପଣ ଶିକ୍ଷାର୍ଥୀମାନଙ୍କୁ ବାହାରକୁ ନେବାକୁ ଚାହୁଛନ୍ତି, ପ୍ରଧ୍ୟାନଶିକ୍ଷକଙ୍କ ଅନୁମତି ନେବା ପୂର୍ବରୁ ସମସ୍ତ ସୁରକ୍ଷାର ଯୋଜନା କରନ୍ତୁ । ଶିକ୍ଷାର୍ଥୀମାନଙ୍କୁ ନିରାପଦରେ ଯିବାର ନିୟମ ବତାନ୍ତୁ । ଆପଣ ଓ ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ଶିଖିବାକୁ ଗର୍ଭୁଛନ୍ତି ସେ ବିଷୟରେ ସମ୍ପୁର୍ଣ୍ଣରୂପେ ସ୍ପଷ୍ଟ ଧାରଣା ରହିବା ଆବଶ୍ୟକ ।

ସାମଗ୍ରୀକୁ ଉପଯୋଗୀ କରିବା

ଆପଣ ଗୋହିଲେ ପାଖରେ ଥିବା ସାଧନ ସାମଗ୍ରୀକୁ ଶିକ୍ଷାର୍ଥୀଙ୍କ ପାଇଁ ଅଧିକ ଉପଯୋଗୀ କରିପାରନ୍ତି । ଏହି ପରିବର୍ତ୍ତନ ଅଳ୍ପ ହୋଇପାରେ ମାତ୍ର ତାହା ଶିକ୍ଷାର୍ଥୀଙ୍କ ଅଧିକ ଦରକାରରେ ଆସିପାରେ ମୁଖ୍ୟତଃ ଯେତେବେଳେ ଆପଣ ସମସ୍ତ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ପାଇଁ ସଂପର୍କିତ ମନେ କରିବେ । ଉଦାହାରଣ ସ୍ଵରୂପ ଅନ୍ୟ ରାଜ୍ୟରୁ ଆସିଥିବା ଶିକ୍ଷାର୍ଥୀଙ୍କ ନାମ, ସ୍ଥାନ ବଦଳାଇ ପାରିବେ । ଏପରି ଭାବରେ ଆପଣ ସାଧନ ସାମଗ୍ରୀ ଗୁଡିକୁ ଅନ୍ତର୍ଦ୍ଦେଶୀୟ କରାଇ ଶ୍ରେଣୀର ସମସ୍ତ ଶିକ୍ଷାର୍ଥୀଙ୍କ ଶିକ୍ଷଣ ଉପଯୋଗୀ କରାଇ ପାରିବେ । ଆପଣଙ୍କ ସହକର୍ମାଙ୍କ ସହ କାମ କରିବା ମଧ୍ୟ ଆପଣଙ୍କ ପାଇଁ ସାଧନ ଭାବରେ ବ୍ୟବହାର କରିପାରିବେ । ଆପଣଙ୍କ ସହକର୍ମାଙ୍କ ଭିତରେ ଥିବା କୌଶଳକୁ ବ୍ୟବହାର କରି ଅନେକ ସାଧନ ପ୍ରସ୍ତୁତ କରିପାରିବେ । ଗୋଟିଏ ସହକର୍ମାର ଗୀତ , ଅନ୍ୟର କଣେଇ ଖେଳ, କଣେଇ ପ୍ରସ୍ତୁତି, ବିଜ୍ଞାନମେଳା ପାଇଁ ପ୍ରସ୍ତୁତିକୁ ଉପଯୋଗ କରାଯାଇ ପାରେ । ଆପଣ ଶ୍ରେଣୀରେ ବ୍ୟବହାର କରୁଥିବା ସାଧନ ଗୁଡିକୁ ସହକର୍ମୀମାନଙ୍କ ସହ ସହଭାଗୀ କରିପାରିବେ । ସମସ୍ତେ ମିଶି ଆପଣମାନଙ୍କ ବିଦ୍ୟାଳୟକ ଏକ ଉନ୍ନତ ସାଧନ ସାମଗ୍ରୀ ଥିବା ବିଦ୍ୟାଳୟରେ ପରିଣତ କରପାର ଦେବ ।

ସମ୍ବଳ 2: ଦଳଗତ କାର୍ଯ୍ୟର ବ୍ୟବହାର

ଏକ ସାଧାରଣ ଲକ୍ଷ୍ୟ ହାସଲ କରିବା ପାଇଁ ଦଳଗତ କାର୍ଯ୍ୟ ଏକ ସୁଶୃଙ୍ଖଳିତ, ସକ୍ରିୟ ଶିକ୍ଷାଦାନ କୌଶଳ ଯାହା ଶିକ୍ଷାର୍ଥୀମାନଙ୍କୁ ଛୋଟ ଛୋଟ ଦଳରେ କାର୍ଯ୍ୟ କରିବାକୁ ଉତ୍ସାହିତ କରେ । ଏହି ଛୋଟ ଦଳଗୁଡିକ ସଂଗଠିତ ଶିକ୍ଷଣ କାର୍ଯ୍ୟ ମାଧ୍ୟମରେ ଅଧିକ ସକ୍ରିୟ ଓ ଫଳପ୍ରଦ ଶିକ୍ଷଣକୁ ତ୍ଵରାନ୍ୱିତ କରେ ।

ଦଳଗତ କାର୍ଯ୍ୟର ଉପାଦେୟତା

ଶିକ୍ଷାର୍ଥୀଙ୍କୁ ଶିକ୍ଷଣରେ ଅଭିପ୍ରେରିତ କରିବା ପାଇଁ ଦଳଗତ କାର୍ଯ୍ୟ ଏକ ଫଳପ୍ରଦ କାର୍ଯ୍ୟ ଯାହା ଶିକ୍ଷାର୍ଥୀମାନଙ୍କୁ ଚିନ୍ତା କରିବା, ଭାବର ଆଦାନପ୍ରଦାନ କରିବା ଓ ନିଷ୍ପତ୍ତି ନେବା ପାଇଁ ଉତ୍ସାହିତ କରିଥାଏ । ଆପଣଙ୍କ ଶିକ୍ଷାର୍ଥୀମାନେ ଅନ୍ୟ ଶିକ୍ଷାର୍ଥୀଙ୍କୁ ଶିକ୍ଷାଦାନ କରିପାରିବେ ଓ ଅନ୍ୟ ଶିକ୍ଷାର୍ଥୀଙ୍କଠାରୁ ମଧ୍ୟ ଶିଖିପାରିବେ, ଶିକ୍ଷଣ ପାଇଁ ଏହା ଏକ ଶକ୍ତିଶାଳୀ ଏବଂ ସକ୍ରିୟ ରୂପ ।

ଦଳଗତ କାର୍ଯ୍ୟ ଶିକ୍ଷାର୍ଥୀମାନେ ଦଳରେ ବସିବା ଠାରୁ ଉର୍ଦ୍ଧରେ । ଏହା ଭଦ୍ଦେଶ୍ୟକୁ ଭିତ୍ତିକରି ଶିକ୍ଷାର୍ଥୀମାନେ ଏକାଠି ମିଶି କାର୍ଯ୍ୟ କରି ସମସ୍ୟାର ସମାଧ୍ୟାନ କରିବାକୁ ବୁଝାଇଥାଏ । ଶିକ୍ଷଣ ପାଇଁ ଆପଣ କାହିଁକି ଦଳଗତ କାର୍ଯ୍ୟକୁ ବ୍ୟବହାର କରୁଛନ୍ତି ? ସେ ବିଷୟରେ ଆପଣଙ୍କ ସ୍ପଷ୍ଟ ଧାରଣା ରହିବା ଆବଶ୍ୟକ ଏବଂ ଏହା ବ୍ୟାଖ୍ୟାନମୂଳକ, ଯୋଡି କାର୍ଯ୍ୟ କିମ୍ବା ଶିକ୍ଷାର୍ଥୀମାନେ ନିଜେ ଏକୁଟିଆ କାର୍ଯ୍ୟ କରିବା ଠାରୁ କାହିଁକି ଅଧିକ ଗ୍ରହଣୀୟ ତାହା ଆପଣ ଜାଣିବା ଆବଶ୍ୟକ । ଏଣୁ ଦଳଗତ କାର୍ଯ୍ୟ ଯୋଜନା ଓ ଲକ୍ଷ୍ୟ ଭିତ୍ତିକ ହେବା ଆବଶ୍ୟକ ।

ଦଳଗତ କାର୍ଯ୍ୟର ଯୋଜନା

ପାଠ ଶେଷରେ ଶିକ୍ଷାର୍ଥୀମାନେ କ’ଣ ଶିଖିବେ । ଏହା ଉପରେ କେତେବେଳେ ଓ କିପରି ଦଳଗତ କାର୍ଯ୍ୟ କରାଯିବ ନିର୍ଭର କରେ । ଆପଣ ପାଠ ଆରମ୍ଭରେ, ଶେଷରେ କିମ୍ବା ମଝିରେ ଦଳଗତ କାର୍ଯ୍ୟ କରିପାରିବେ, କିନ୍ତୁ ଆପଣଙ୍କୁ ଯଥେଷ୍ଟ ସମୟର ଆବଶ୍ୟକତା ରହିଛି । ଆପଣଙ୍କ ଶିକ୍ଷାର୍ଥୀମାନେ କେଉଁ କାର୍ଯ୍ୟ ସଂପାଦନ କରିବେ ଓ ସେଥିପାଇଁ କିପରି ଉନ୍ନତମାନର ଦଳ ସଂଗଠନ କରିବେ । ସେହି ବିଷୟରେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକତା ରହିଛି । ଶିକ୍ଷକ ଭାବରେ, ଯଦି ଆପଣ ଯୋଜନାଟିକୁ ପୂର୍ବରୁ କରିଥିବେ । ତେବେ ଦଳଗତ କାର୍ଯ୍ୟର ସଫଳତାକୁ ନିଶ୍ଚିତ କରନ୍ତୁ ।

  • ଦଳଗତ କାର୍ଯ୍ୟର ଲକ୍ଷ୍ୟ ଓ ପ୍ରତ୍ୟାଶିତ ଫଳାଫଳ
  • ଶିକ୍ଷଣ କାର୍ଯ୍ୟ ପାଇଁ ଆବଶ୍ୟକ ସମୟ, ମତାମତ ଏବଂ ସାରାଂଶକୁ ମଧ୍ୟ ଅନ୍ତର୍ଭୁକ୍ତ  କରିବେ ।
  • ଦଳକୁ କିପରି ଭାଗ କରିବା (କେତୋଟି ଦଳ, ପ୍ରତି ଦଳରେ କେତେ ଶିକ୍ଷାର୍ଥୀ, ଦଳ ପାଇଁ ମାନଦଣ୍ଡା)
  • ଦଳକୁ କିପରି ସଂଗଠିତ କରିବେ ( ଦଳର ବିଭିନ୍ନ ସଦସ୍ୟଙ୍କ ଭୂମିକା, ଆବଶ୍ୟକ ସମୟ, ସାମଗ୍ରୀ, ବିବରଣୀ ଓ ଲିପିବଦ୍ଧକରଣ )
  • ମୂଲ୍ୟୟନ କିପରି କରିବେ ଓ ଏହାକୁ ଲିପିବଦ୍ଧ କିପରି କରିବେ (ବ୍ୟକ୍ତିଗତ ମୂଲ୍ୟାୟନ ଓ ଦଳଗତ ମୂଲ୍ୟୟନର ପାର୍ଥକ୍ୟକୁ ଦୃଷ୍ଟି ଦିଅନ୍ତୁ) ।
  • ଦଳଗତ କାର୍ଯ୍ୟକୁ ଆପଣ କିପରି ତଦାରଖ କରିବେ ।

ଦଳଗତ କାର୍ଯ୍ୟର ସମସ୍ୟା

ଆପଣଙ୍କ ଶିକ୍ଷାର୍ଥୀମାନେ କ’ଣ ଶିଖିବାକୁ ଚାହୁଛନ୍ତି ତାହା ଉପରେ ଶିକ୍ଷାର୍ଥୀମାନଙ୍କୁ କେଉଁ ସମସ୍ୟା ଦେବେ ନିର୍ଭର କରୁଛି ।

ଶିକ୍ଷାର୍ଥୀମାନେ ଦଳରେ କାର୍ଯ୍ୟ କଲେ, ସେମାନେ ପରସ୍ପରକୁ ଶୁଣିବେ, ସେମାନଙ୍କ ଚିନ୍ତାଧାରାକୁ ବୁଝାଇପାରିବେ ଓ ଏକାଠି ମିଶି ଦଳରେ କାର୍ଯ୍ୟ କରିବାର କୌଶଳ ଶିଖିପାରିବେ । କିନ୍ତୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ହେଲା ଆପଣ ପଢାଉଥିବା ପାଠଟିକୁ ଶିକ୍ଷାର୍ଥୀମାନେ ବୁଝିପାରିବା । ଏଠାରେ କେତେକ ସମସ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି ।

• ଉପସ୍ଥାପନା : ଶିକ୍ଷାର୍ଥୀମାନେ ଦଳରେ ବସି ସମଗ୍ର ଶ୍ରେଣୀ ପାଇଁ ଉପସ୍ଥାପନ ପ୍ରସ୍ତୁତ କରିବେ । ପ୍ରତ୍ୟେକ ଦଳ ପାଇଁ ଅଲଗା ପାଠ ଧାରଣା ଦିଆଗଲେ, ପ୍ରତି ଦଳ ଅନ୍ୟ ଦଳର କଥା ଶୁଣିବାକୁ ଅଭିପ୍ରେରିତ ହେବେ କିନ୍ତୁ ସମାନ ଧାରଣା ହେଲେ ସେହି କଥାକୁ ବାରମ୍ବାର ଶୁଣିବାକୁ ପଡିବ । ପ୍ରତିଦଳ କେତେ ସମୟ ପାଇଁ ଉପସ୍ଥାପନ କରିବେ, ତାହା ନିର୍ବାରଣ କରନ୍ତୁ । ଉତ୍ତମ ଉପସ୍ଥାପନା ପାଇଁ ଏକ ମାନଦଣ୍ଡ ପ୍ରସ୍ତୁତ କରନ୍ତୁ । ପାଠ ପଢାଇବା ପୂର୍ବରୁ ଏହି ସୂଚନା ଗୁଡିକୁ କଳାପଟାରେ ଲେଖନ୍ତୁ । ଶିକ୍ଷାର୍ଥୀମାନେ ମାନଦଣ୍ଡକୁ ବ୍ୟବହାର କରି ସେମାନଙ୍କ ଉପସ୍ଥାପନା ପାଇଁ ଯୋଜନା କରିବେ ଏବଂ ଜଣେ ଅନ୍ୟଜଣଙ୍କ କାର୍ଯ୍ୟକୁ ମୂଲ୍ୟୟନ କରିବେ । ମାନଦଣ୍ଡରେ ନିମ୍ନ ତଥ୍ୟଗୁଡିକୁ ଅନ୍ତର୍ଭୁକ୍ତ କରାଯିବ ।

  • ଉପସ୍ଥାପନଟି ସ୍ପଷ୍ଟ ଥିଲା କି ?
  • ଉପସ୍ଥାପନଟି ସୁସଂଗଠିତ ଥିଲା କି ?
  • ମୁଁ ଉପସ୍ଥାପନାରୁ କିଛି ଶିଖିଲି କି ?
  • ଉପସ୍ଥାପନଟି ମୋତେ ଚିନ୍ତା କରିବାକୁ ସୁଯୋଗ ଦେଲା କି ?
  • ସମସ୍ୟା ସମାଧ୍ୟାନ : ଶିକ୍ଷାର୍ଥୀମାନେ ଦଳରେ ଏକାଠି ବସି ଗୋଟିଏ ସମସ୍ୟା କିମ୍ବା ଅନେକଗୁଡିଏ ସମସ୍ୟାର ସମାଧ୍ୟାନ କରିଥାନ୍ତି । ଏହା ବିଜ୍ଞାନର କୌଣସି ପରୀକ୍ଷା ହୋଇପାରେ, ଗଣିତରେ ସମସ୍ୟା ସମାଧ୍ୟାନ, ଗଛକୁ ବିଶ୍ଳେଷଣ କିମ୍ବା ଇଂରାଜୀ କବିତା ବିଶ୍ଳେଷଣ କିମ୍ବା ଇତିହାସର କୌଣସି ଘଟଣାବଳୀର ବିଶ୍ଳେଷଣ ହୋଇପାରେ ।
  • କଳାକୃତି କିମ୍ବା ଉତ୍ପାଦ ସୃଷ୍ଟି କରିବା : ଶିକ୍ଷାର୍ଥୀମାନେ ଦଳରେ ବସି ବିଭିନ୍ନ କାର୍ଯ୍ୟ କରିପାରିବେ ଯେପରି ଏକ ଗଛ ଲେଖିବା, ଡ୍ରାମା । ନାଟକ ରଚନା କରିବା, ଗୀତ । କବିତା ଲେଖିବା, ଏକ ଧାରଣାକୁ ବୁଝାଇବା ପାଇଁ ମଡେଲ ପ୍ରସ୍ତୁତି, ଯେ କୌଣସି ସମସ୍ୟା ଆଧାରିତ ସମ୍ବାଦ ଲେଖିବା, ତଥ୍ୟର ସାରା’ଶ ପାଇଁ ପୋଷ୍ଟର ପ୍ରସ୍ତୁତି କିମ୍ବା ଏକ ଧାରଣାକୁ ବୁଝାଇବା ହୋଇପାରେ ।

ଯେ କୌଣସି ନୂଆ ପାଠ ଉପରେ ମାନସ ମନ୍ଥନ କରିବା ପାଇଁ କିମ୍ବା ପ୍ରତ୍ୟକ୍ଷ ଚିତ୍ର ପ୍ରସ୍ତୁତ କରିବା ପାଇଁ ଦଳଗୁଡିକୁ ପାଞ୍ଚ ମିନିଟ୍ ସମୟ ଦିଆଯିବ, ଫଳରେ ସେମାନେ କ'ଣ ଜାଣିଛନ୍ତି ଆପଣ ଜାଣିପାରିବେ ଯାହା ଆପଣଙ୍କୁ ପାଠଟିକୁ ଆଗେଇ ନେବାରେ ସାହାଯ୍ୟ କରିବ ।

  • ବିଭିନ୍ନ ପ୍ରକାର ସମସ୍ୟା/କାର୍ଯ୍ୟ: ଦଳଗତ କାର୍ଯ୍ୟରେ ବିଭିନ୍ନ ବୟସର ଶିକ୍ଷାର୍ଥୀ ଓ ବିଭିନ୍ନ ସ୍ତରର ଶିକ୍ଷାର୍ଥୀ ଗୋଟିଏ ସମସ୍ୟା ଉପରେ ଏକାଠି ମିଶି କାର୍ଯ୍ୟ କରିବାର ସୁଯୋଗ ପାଆନ୍ତି । ଭଲ ଶିକ୍ଷାର୍ଥୀମାନେ କାର୍ଯ୍ୟଟିକୁ ବୁଝାଇବାର ସୁଯୋଗ ପାଇଥାନ୍ତି । କିନ୍ତୁ ଦୁର୍ବଳ ଶିକ୍ଷାର୍ଥୀମାନେ ଶ୍ରେଣୀ ଅପେକ୍ଷା ଛୋଟ ଦଳରେ ପ୍ରଶ୍ନ ପଚାରିବା ପାଇଁ ସହଜ ମନେ କରିଥାନ୍ତି ଏବଂ ସହପାଠୀଙ୍କ ଠାରୁ ଶିଖିଥାନ୍ତି ।
  • ଆଲୋଚନା: ଶିକ୍ଷାର୍ଥୀମାନେ ଏକ ସମସ୍ୟାକୁ ନେଇ ଆଲୋଚନା କରି ସିଦ୍ଧାନ୍ତ ନେଇଥାନ୍ତି । ଆପଣଙ୍କୁ ଏଥିପାଇଁ ସାମାନ୍ୟ ପ୍ରସ୍ତୁତି କରିବାକୁ ପଡିବ । କାରଣ ଆପଣ ନିଶ୍ଚିତ ହେବା ଦରକାର ଶିକ୍ଷାର୍ଥୀମାନଙ୍କ ପାଖରେ ବିଭିନ୍ନ ବିକଳ୍ପକୁ ଗ୍ରହଣ କରିବା ପାଇଁ ଯଥେଷ୍ଟ ଜ୍ଞାନ ଅଳ୍ପ। କିନ୍ତୁ ଆଲୋଚନାକୁ ସଂଗଠିତ କରିବା କିମ୍ବା ତର୍କ କରିବା ଆପଣଙ୍କ ପାଇଁ ଓ ଶିକ୍ଷାର୍ଥୀମାନଙ୍କ ପାଇଁ ମଧ୍ୟ ଉପଯୋଗୀ I

ଦଳକୁ ସଂଗଠିତ କରିବା

ଚାରିରୁ ଆଠଟି ସଦସ୍ୟଙ୍କୁ ନେଇ ଦଳଟି ଗଠିତ ହେଲେ ଉତ୍ତମ। କିନ୍ତୁ ଏହା ଶ୍ରେଣୀର ଶିକ୍ଷାର୍ଥୀ ସଂଖ୍ୟା, ଭୌତିକ ପରିବେଶ ଓ ଆସବାବ ପତ୍ର, ଶିକ୍ଷାର୍ଥୀଙ୍କ ସ୍ତର ଏବଂ ବୟସ ଉପରେ ନିର୍ଭର କରେ । ସାଧାରଣତଃ ଦଳର ପ୍ରତ୍ୟେକ ସଦସ୍ୟ ଅନ୍ୟଜଣଙ୍କୁ ଦେଖିବା, କଥା ହେବା ଦରକାର ଏବଂ ଦଳର ଲକ୍ଷ୍ୟ ହାସଲରେ ଭାଗିଦାରୀ ହେବା ଆବଶ୍ୟକ ।

  • ଆପଣ ଶିକ୍ଷାର୍ଥୀମାନଙ୍କୁ କାହିଁକି ଓ କିପରି ଦଳରେ ଭାଗ କରିବେ, ନିଷ୍ପତ୍ତି ନିଅନ୍ତୁ । ଉଦାହରଣ- ଆପଣ ବନ୍ଧୁତା, ଆଗ୍ରହ କିମ୍ବା ସମାନ ମିଶ୍ରିତ ସ୍ତର ଭତ୍ତିରେ ଦଳ ଗଠନ କରିପାରିବେ । ବିଭିନ୍ନ ପ୍ରକାର ଦଳ ଗଠନ କରନ୍ତୁ, ଦେଖନ୍ତୁ କେଉଁ ପ୍ରକାର ଦଳ ଅଧିକ ଫଳପ୍ରଦ ହେଉଛି ।
  • ଦଳର ସଦସ୍ୟମାନଙ୍କୁ କିଛି ଭୂମିକା ଦେବାକୁ ଥିଲେ ଯୋଜନା କରନ୍ତୁ (ଉଦାହରଣ – ବିବରଣୀ ଲିଖନ, ସମୟ ରକ୍ଷକ, ଉପସ୍ଥାପକ କିମ୍ବା ଯନ୍ତ୍ରପାତି ସଂଗ୍ରହ) ଏବଂ ଏହାକୁ କିପରି ସ୍ପଷ୍ଟ ଭାବେ ଉପସ୍ଥାପନ କରିବେ ।

ଦଳଗତ କାର୍ଯ୍ୟର ପରିଚାଳନା

ଆପଣ ଉତ୍ତମ ଦଳଗତ କାର୍ଯ୍ୟ ପାଇଁ ଗୁଟିନ ଓ ନିୟମ ପ୍ରସ୍ତୁତ କରିପାରନ୍ତି । ଆପଣ ଯେତେବେଳେ ନିରନ୍ତର ଭାବରେ ଦଳଗତ କାର୍ଯ୍ୟ କରିବେ, ସେତେବେଳେ ଶିକ୍ଷାର୍ଥୀମାନେ ଆପଣ କ'ଣ ଆଶା କରୁଛନ୍ତି ଜାଣିପାରିବେ ଏବଂ ଏହି କାର୍ଯ୍ୟଟିରୁ ଆନନ୍ଦ ପାଇବେ । ପ୍ରଥମେ ଶିକ୍ଷାର୍ଥୀମାନଙ୍କ ସହିତ ଦଳଗତ କାର୍ଯ୍ୟର ସୁବିଧା ବିଷୟରେ ଆଲୋଚନା କରନ୍ତୁ । ଆପଣ ଶିକ୍ଷାର୍ଥୀମାନଙ୍କ ସହିତ ଉତ୍ତମ ଦଳଗତ କାର୍ଯ୍ୟର ଲକ୍ଷଣଗୁଡିକ ବିଷୟରେ ଆଲୋଚନା କରିବେ ଓ ସେଥିରୁ ନିୟମର ଏକ ତାଲିକା ବାହାର କରି ପ୍ରଦର୍ଶିତ କରିବେ । ଉଦାହରଣ 'ପ୍ରତ୍ୟେକଙ୍କୁ ସମ୍ମାନ ଦିଅନ୍ତୁ,' 'ଅନ୍ୟକୁ ଶୁଣିବା', 'ଅନ୍ୟକୁ ସାହାଯ୍ୟ କରିବା', 'ଅନେକ ଧାରଣାକୁ ନେଇ ଚେଷ୍ଟା କରିବା' ଇତ୍ୟାଦି ।

ଦଳଗତ କାର୍ଯ୍ୟ ବିଷୟରେ ସ୍ପଷ୍ଟ ସୂଚନା ଦେବା ଗୁରୁତ୍ଵପୂର୍ଣ୍ଣ ଅଟେ ଏବଂ ଏହି ସୂଚନା ଗୁଡିକୁ ମଧ୍ୟ କଳାପଟାରେ ଲେଖାଯାଇ ପାରେ । ଏଥୁପାଇଁ ଆପଣଙ୍କୁ

  • ଆପଣଙ୍କ ଯୋଜନା ଅନୁସାରେ ଶିକ୍ଷାର୍ଥୀମାନେ ଶ୍ରେଣୀର କେଉଁ ସ୍ଥାନରେ ଦଳରେ ବସି କାର୍ଯ୍ୟ କରିବେ କିମ୍ବା ସେମାନେ ଆସବାବପତ୍ର ବା ସ୍କୁଲ ବ୍ୟାଗକୁ କେଉଁଠି ରଖିବେ ନିର୍ଦେଶ ଦିଅନ୍ତୁ ।
  • ସମସ୍ୟା ବିଷୟରେ ସ୍ପଷ୍ଟ ଧାରଣା ଆଣନ୍ତୁ ଏବଂ ସୂଚନାକୁ କଳାପଟାରେ ଲେଖନ୍ତୁ ଆପଣ କାର୍ଯ୍ୟଟିକୁ ଆରମ୍ଭ କରିବା ପୂର୍ବରୁ ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନ ପଚାରିବା ପାଇଁ ଅନୁମତି ଦିଅନ୍ତୁ ।

ପାଠ ପଢାଉଥିବା ସମୟରେ, ଦଳରେ ଶିକ୍ଷାର୍ଥୀମାନେ କିପରି କାର୍ଯ୍ୟ କରୁଛନ୍ତି ତାହାକୁ ପର୍ଯ୍ୟବେକ୍ଷଣ କରନ୍ତୁ । ଯଦି ଶିକ୍ଷାର୍ଥୀମାନେ ସମସ୍ୟା ଠାରୁ ଦୂରେଇ ଯାଉଛନ୍ତି, ତେବେ ଆବଶ୍ୟକ ସ୍ଥଳେ ପରାମର୍ଶ ଦିଅନ୍ତୁ ।

ଆପଣ କାର୍ଯ୍ୟ କରିବା ସମୟରେ ଆବଶ୍ୟକ ସ୍ଥଳେ ମଧ୍ୟ ଦଳ ପରିବର୍ତ୍ତନ କରିପାରନ୍ତି । ଆପଣ ଦଳଗତ କାର୍ଯ୍ୟ ସମ୍ବନ୍ଧରେ ଆତ୍ମବିଶ୍ଵାସ ହାସଲ କରିବା ପାଇଁ ନିମ୍ନରେ ଦୁଇଟି କୌଶଳ ବର୍ଣ୍ଣନା କରାଯାଇଛି ଯାହା ଆପଣ ଚେଷ୍ଟା କରିପାରିବେ । ବହୁତ ଶିକ୍ଷାର୍ଥୀ ଥିବା ଶ୍ରେଣୀକୁ ପରିଚାଳନା କଲାବେଳେ ଏହା ଆପଣଙ୍କୁ ସାହାଯ୍ୟ କରିବ ।

  • ଦକ୍ଷ ଦଳ : ପ୍ରତ୍ୟେକ ଦଳକୁ ଭିନ୍ନ ସମସ୍ୟା । କାର୍ଯ୍ୟ ଦିଅନ୍ତୁ ଯେପରି ବିଦ୍ଯୁତ ଉତ୍ପାଦନ ହେବାର ଏକ ଉପାୟକୁ ଗବେଷଣା କରିବା, କିମ୍ବା ନାଟକ ପାଇଁ ଏକ ଚରିତ୍ର ଲେଖିବା । କିଛି ସମୟ ପରେ ଦଳଗୁଡିକୁ ପୁନଃ ସଂଗଠିତ କରନ୍ତୁ ଯେପରି ପ୍ରତ୍ୟେକ ଦଳରେ ଜଣେ ଲେଖାଏଁ ଦକ୍ଷ ଶିକ୍ଷାର୍ଥୀ ରହିବେ । ତା’ପରେ ସେମାନଙ୍କୁ ଏକ ସମସ୍ୟା ଦିଅନ୍ତୁ, ଯେଉଁଥିରେ ସବୁ ଦକ୍ଷ ଶିକ୍ଷାର୍ଥୀମାନଙ୍କର ଜ୍ଞାନକୁ ଅନ୍ତର୍ଭୁକ୍ତ କରିବେ ଯେପରି କେଉଁ ପ୍ରକାର ବିଦ୍ୟୁତ କେନ୍ଦ୍ର ନିର୍ମାଣ କରିବେ କିମ୍ବା ଡ୍ରାମାର ଏକ ଅଂଶ ପ୍ରସ୍ତୁତ କରିବେ ।
  • ପ୍ରତିନିଧ; ଯଦି ସମସ୍ୟାଟିରେ କିଛି ସୃଷ୍ଟି କରିବା କିମ୍ବା ସମସ୍ୟା ସମାଧ୍ୟାନ କରିବାର ଥାଏ, ତେବେ କିଛି ସମୟ ପରେ ଆପଣ ପ୍ରତି ଦଳରୁ ଏକ ପ୍ରତିନିଧୁ ଅନ୍ୟଦଳକୁ ପଠାନ୍ତୁ । ସେମାନେ ଧାରଣା ବା ସମାଧ୍ୟାନର ଉପାୟଗୁଡିକୁ ତୁଳନା କରିବେ ଏବଂ ତାଙ୍କ ନିଜ ଦଳକୁ ଯାଇ ବିବରଣୀ ପ୍ରଦାନ କରିବେ । ଏହି ଉପାୟରେ ଗୋଟିଏ ଦଳରୁ ଅନ୍ୟଦଳ କିଛି ଶିଖିପାରିବେ ।

କାର୍ଯ୍ୟଟି ଶେଷରେ କ’ଣ ଶିଖିଲେ। ତା’ର ସାରାଂଶ ପ୍ରସ୍ତୁତ କରିବାକୁ କୁହନ୍ତୁ ଏବଂ ଶିକ୍ଷାର୍ଥୀମାନଙ୍କର କିଛି ଭୁଲ ଧାରଣା ଥିଲେ ତାର ସଂଶୋଧନ କରନ୍ତୁ । ଆପଣ ହୁଏତ ପ୍ରତ୍ୟେକ ଦଳର ମତାମତ ଶୁଣିବାକୁ ଚାହିପାରନ୍ତି କିମ୍ବା ଗୋଟିଏ ବା ଦୁଇଟି ଦଳର ଯେଉଁ ଶିକ୍ଷାର୍ଥୀଟିର ଭଲ ଧାରଣା ଅଳ୍ପ । ସେହିମାନଙ୍କୁ ପଚାରି ପାରନ୍ତି । ଶିକ୍ଷାର୍ଥୀମାନଙ୍କୁ ବିବରଣୀ ସଂକ୍ଷିପ୍ତରେ ଲେଖିବାକୁ କୁହନ୍ତୁ ଏବଂ ସେମାନଙ୍କୁ ଗୋଟିଏ ଦଳ ଅନ୍ୟ ଦଳର କାର୍ଯ୍ୟ ନିରୀକ୍ଷଣ କଲାବେଳେ କେଉଁ କାର୍ଯ୍ୟଟି ଭଲ ହୋଇଥିଲା, କେଉଁଠି ଆନନ୍ଦଦାୟୀ ହୋଇଥିଲା କିମ୍ବା କ'ଣ କଲେ ଅଧିକ ଭଲ ହେବ ଏଭଳି ମତାମତ ଦେବାକୁ ଉତ୍ସାହିତ କରନ୍ତୁ ।

ଆପଣ ଶ୍ରେଣୀରେ ଦଳଗତ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, ବେଳେବେଳେ ମଧ୍ୟ କେତେକ ଶିକ୍ଷାର୍ଥୀଙ୍କ ପାଇଁ ଦଳଗତ କାର୍ଯ୍ୟ ସଂଗଠିତ କରିବା କଷ୍ଟକର ହୋଇପାରେ । ଯେପରି କେତେକ ଶିକ୍ଷାର୍ଥୀ

  • ସକ୍ରିୟ ଶିକ୍ଷଣକୁ ବିରୋଧ କରନ୍ତି ଏବଂ ଅଂଶଗ୍ରହଣ କରନ୍ତି ନାହିଁ ।
  • ପ୍ରଭାବଶାଳୀ ହୋଇଥା'ନ୍ତି ।
  • ଦୃଢ଼ ବିଶ୍ବାସର ଅଭାବ କିମ୍ବା ଅନ୍ୟମାନଙ୍କ ସହ ମିଶିପାରୁ ନଥିବାରୁ ଦଳଗତ କାର୍ଯ୍ୟରେ ଅଂଶଗ୍ରହଣ କରନ୍ତି ନାହିଁ ।

ଦଳଗତ କାର୍ଯ୍ୟକୁ ସଫଳ ଭାବରେ ପରିଚାଳନା କରିବା ପାଇଁ ଆପଣ ଉପରେ ଲେଖାଯାଇଥିବା ଦିଗଗୁଡିକୁ ଗୁରୁତ୍ଵର ସହିତ ବିଚାର କରିବେ ଏଥିସହିତ ପ୍ରତ୍ୟାଶିତ ଫଳାଫଳ କେତେ ଦୂର ହାସଲ ହେଲା ଏବଂ ଶିକ୍ଷାର୍ଥୀମାନେ କିଭଳି ଭାବରେ ଉତ୍ତର ଦେଉଛନ୍ତି ମଧ୍ୟ ଏହାକୁ ଲକ୍ଷ୍ୟ କରିବେ (ସବୁ ଶିକ୍ଷାର୍ଥୀ ଉପକୃତ ହେଲେ କି ? ଆପଣ ଯଦି କୌଣସି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି ଯେପରି ଦଳଗତ ସମସ୍ୟା, ସମ୍ବଳ, ସମୟ କିମ୍ବା ଦଳ ଗଠନ ତେବେ ଆପଣଙ୍କୁ ଯନ୍‌ର ସହିତ ଯୋଜନା କରିବାକୁ ପଡିବ ।

ଶିକ୍ଷାର୍ଥୀଙ୍କ ଉପଲବ୍ଧିରେ ସବୁବେଳେ ଦଳଗତ ଶିକ୍ଷଣ କାର୍ଯ୍ୟର ସକାରାସକ ପ୍ରଭାବ ପଡିବ ନାହିଁ - ଗବେଷଣା ଲବ୍ଧ ତଥ୍ୟରୁ ଏହା ଜଣାପଡିଛି । ତେଣୁ ଆପଣ ପ୍ରତ୍ୟେକ ପାଠ ପାଇଁ ଦଳଗତ କାର୍ଯ୍ୟ ବ୍ୟବହାର କରିବା ଉଚିତ ନୁହେଁ । ଆପଣ ଦଳଗତ କାର୍ଯ୍ୟକୁ ସହାୟକ କୌଶଳ ଭାବରେ ବ୍ୟବହାର କରିବାକୁ ଚାହିଁପାରନ୍ତି । ଉଦାହାରଣ- ପାଠ ପରିବର୍ତ୍ତନ କଲାବେଳେ ଏକ ବିରତି ପାଇଁ କିମ୍ବା ଶ୍ରେଣୀରେ ଆଲୋଚନାକୁ ହଠାତ୍ ଆରମ୍ଭ କରିବା ବେଳେ, ଏହାକୁ ମଧ୍ୟ ପାଠ ଆରମ୍ଭ କରିବା ସମୟରେ ସଶିକ୍ଷାର୍ଥୀମାନଙ୍କର ଶିକ୍ଷଣ  କାର୍ଯ୍ୟ ବିଷୟରେ ଥିବା ଅନୁଭୂତିକ ଜାଣିବା ପାଇଁ ଏବଂ ଶ୍ରେଣୀରେ ସମସ୍ୟା ସମାଧାନ କାର୍ଯ୍ୟ କରିବା ସମୟରେ କିମ୍ବା ପାଠଟିକୁ ସମୀକ୍ଷା କରିବା ସମୟରେ ବ୍ୟବହାର କରାଯାଇ ପାରେ ।

ଆଧାର

"www.tess-india.edu.in"

4.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top