ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ଦଳଗତ କାର୍ଯ୍ୟର ବ୍ୟବହାର : ବସ୍ତୁ ଭାସିବା ଓ ବୁଡିବା
ସେଆର କରନ୍ତୁ

ଦଳଗତ କାର୍ଯ୍ୟର ବ୍ୟବହାର : ବସ୍ତୁ ଭାସିବା ଓ ବୁଡିବା

ଜଳରେ ବୁଡିବା ଓ ଭାସିବା ଧାରଣା ଉପରେ କୁହାଯାଇଛି

ଉପକ୍ରମ

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ 'ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷା ପଦ୍ଧତି ଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀଗୃହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖୁଛି ! ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ୍ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ | ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ |

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂଚଳ ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷୀ ଅନୁଯାୟୀ ଉଭୟ ଭାରତୀୟ ଓ ଆର୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ | ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ୍ (http://www.tessindia.edu.in/)ଉପଲଛି କରାଯାଇଛି ଓ ଟେସ୍-ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିର୍ମିକ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ଦ୍ରିତ କରାଯାଇଛି | ଟେସ୍-ଇଣ୍ଡିଆ ଭାରତ ଓ ଯୁକ୍ତ ରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ |

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି | ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୁହ" ଶିକ୍ଷା ତତ୍ତ୍ଵ ଆଧାରିତ | ଏଥରେ ଥବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୁହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି | ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିର୍ମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥ‌ିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ତ ଅଭିପ୍ରେରିତ | ଟେସ୍ ଇଣ୍ଡିଆ ଭିଡିଓ ସମ୍ବଳ ସମୂହ ଅନଲାଇନରେ http://www.tessindia.edu.in/)  ଉପଲବ୍ଧ ଡାଉନଲୋଡ କରାଯାଇପାରିବ । ଆପଣମାନେ ଏହି ଭିଡିଓ ଗୁଡିକୁ ସି.ଡି ବା ମେମୋରୀ କାର୍ଡ ମାଧ୍ୟମରେ ବ୍ୟବହାର କରି ପାରିବେ ।  ଆପଣମାନେ ଏହି ଭିଡ଼ିଓଗୁଡ଼ିକୁ ସି. ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ |

ଏହି ସଂକଳନଟି 'କେଟସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସାଧନ’ର ପ୍ରାରାସିକ ଗଣିତ ସଂକଳନର ଏକ ଭାଗ ଅଟେ/ ମୂଳ ଇଂରାଜୀ ଲେଖାକୁ  ଶ୍ରୀ ତାପସ କୁମାର ନାୟକ ଓଡିଆ ଭାଷାନ୍ତର କରିଥିବା ବେଳେ ଡକ୍ଟର ମୋହିତ ମୋହନ ଯାହାନ୍ତି ସମୀକ୍ଷା କରିଛନ୍ତି । ଏହି ସଂକଲନରେ ବ୍ୟବହୃତ ହୋଇଥବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସମ୍ବଳାଲେଖ

ଏକକରେ କ'ଣ ଅଛି

ଏହି ଅଧ୍ୟାୟରେ କିପରି ସରଳ ପ୍ରକ୍ରିୟାରେ ଶିକ୍ଷାର୍ଥୀମାନେ ପରସ୍ପର ସହ ଆଲୋଚନା ଦ୍ଵାରା ସେମାନଙ୍କୁ ବିଜ୍ଞାନର ଧାରଣା ବୁଝିବା ଅଧିକ ସାହାଯ୍ୟ କରେ କୁହାଯାଇଛି । ଏହି ଅଧ୍ୟାୟ, ଜଳରେ ବୁଡିବା ଓ ଭାସିବା ଧାରଣା ଉପରେ ପର୍ଯ୍ୟବେଶିତ । ଏହା ଏକ ଉପଯୁକ୍ତ ପରିସର ଯେଉଁଥୁରେ ଦଳଗତ ଆଲୋଚନା ମାଧ୍ୟମରେ ଜ୍ଞାନର ବିକାଶ କରିହେବ । ଅଧିକ ଶିକ୍ଷାର୍ଥୀଥୁବା ଶ୍ରେଣୀମାନଙ୍କରେ ଶ୍ରେଣୀ ଗୃହକୁ ପୁନର୍ଗଠନ ନକରି ମଧ୍ୟ ପରସ୍ପର ସହ ଆଲୋଚନା ଓ ଦଳଗତ କାର୍ଯ୍ୟ ମାଧ୍ୟମରେ ଶିକ୍ଷଣ ସମ୍ଭବ ହେବ । ସବୁଠୁ ବଡ ସଫଳତା ହେଲା ସବୁ ଶିକ୍ଷାର୍ଥୀଙ୍କୁ ଶିକ୍ଷଣକାର୍ଯ୍ୟରେ ନିୟୋଜନ କରାଇବା । ଏହି ଅଧ୍ୟାୟ ବହୁତ ଗୁଡାଏ ବାଟ ଦେଖାଏ ଯେପରି ଦଳଗତ କାର୍ଯ୍ୟ ମାଧ୍ୟମରେ ଶିକ୍ଷାର୍ଥୀଙ୍କ ମନରେ ବିଜ୍ଞାନ ପ୍ରତି ଆଗ୍ରହ ଓ ଉଦ୍ଦୀପନା ସୃଷ୍ଟି କରାଇବା ।

ଏକକରୁ କ'ଣ ଶିଖୁବେ

  • ଶିକ୍ଷାର୍ଥୀର ଜ୍ଞାନର ଅଧିକ ବିକାଶ ପାଇଁ ଦଳଗତ କାର୍ଯ୍ୟକୁ କିପରି ବ୍ୟବହାର କରିବା ?
  • କିପରି ଦଳଗତ କାର୍ଯ୍ୟ ଶିକ୍ଷାର୍ଥୀମାନଙ୍କର ଅଂଶଗ୍ରହଣ ଓ ସୃଜନଶୀଳତା ବଢ଼ାଇବା ପାଇଁ ଏକ ଭଲ ମାଧ୍ୟମ? କିପରି ଦଳଗତ କାର୍ଯ୍ୟ ଯୋଜନା କରାଯାଇ ପାରିବ ଯାହାକି ଜଳରେ ବସ୍ତୁବୁଡିବ ଓ ଭାସିବାର କାରଣ ବିଷୟରେ ଅନୁମାନ କରିପାରିବେ, ଖୋଜି ବାହାର କରିପାରିବେ ଓ ଉପ କଳ୍ପନା କରିପାରିବେ ।

ପନ୍ଥା କାହିଁକି ଗୁରୁତ୍ଵପୂର୍ଣ୍ଣ

ଶିକ୍ଷାର୍ଥୀର ଇଚ୍ଛାଶକ୍ତିକୁ ଧରି ରଖୁବା ଓ ବଜାୟ ରଖୁବା ହେଲା। ଅଧୁକ ଗୁରୁତ୍ଵପୂର୍ଣ୍ଣ ଯାହାକି ସେମାନଙ୍କୁ ସେମାନଙ୍କ ଚାରିପାଖର ପରିବେଶକୁ ବୁଝିବାରେ ସାହାଯ୍ୟ କରିବ । ଅନେକ ଶିକ୍ଷାର୍ଥୀ ଅଛନ୍ତି ଯେଉଁମାନେ ବଡ ଦଳରେ କିଛି ନ କହି ନୀରବ ରହନ୍ତି ବା କହିବାକୁ ଲାଜ କରନ୍ତି, ଯଦିଓ ସେମାନେ କିଛି ବୁଝି ନାହାନ୍ତି କିମ୍ବା କିଛି ବୁଝିବାର ବା ଜାଣିବାର ଇଛା ଥାଏ ।

ଦଳଗତ ଆଲୋଚନା ମାଧ୍ୟମରେ ଅଧିକ ଶିକ୍ଷାର୍ଥୀଙ୍କ ମଧ୍ୟରେ ସେମାନଙ୍କ ଶିକ୍ଷଣ ପାଇଁ ଓ ସକ୍ରିୟାତ୍ମକ ଆଲୋଚନା ପାଇଁ ଆଗ୍ରହ ସୃଷ୍ଟି କରାଇ ପାରିବା ସୋମନଙ୍କ ଶିକ୍ଷଣ ଅଭିବୃଦ୍ଧିର ଏକ ବଡ ଧରଣର ସଫଳତା ।

1 ଦଳଗତ ଆଲୋଚନାକୁ ଧାରଣାର ଅନୁସନ୍ଧାନରେ ବ୍ୟବହାର

ପାଣିରେ ବସ୍ତୁ କାହିଁକି ବୁଡ/ ଭାସେ ଅଧୁକାଂଶ ଶିକ୍ଷାର୍ଥୀଙ୍କର ଏହି ଧାରଣା ସେମାନଙ୍କ ଅଭିଜ୍ଞତାରୁ କିଛି ଜାଣି ହୋଇଥାଏ । କିନ୍ତୁ ସେମାନେ ଏହି ଧାରଣା ବୁଝାଇବା ପାଇଁ ବା କଥାବାର୍ଭା ପାଇଁ କେବେ ସୁଯୋଗ ପାଇ ନଥାନ୍ତି ।

ଏହି ଧାରଣାକୁ ବୁଝିବା ଶିକ୍ଷାର୍ଥୀମାନଙ୍କର ସୁରକ୍ଷା ଓ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଗୁରୁତ୍ଵପୂର୍ଣ୍ଣ । ଉଦାହରଣ ସ୍ଵରୂପ ଲୋକମାନେ ଜିନିଷ ଓ ଲୋକମାନଙ୍କୁ ନେବା ଆଣିବା ପାଇଁ ଜଳପଥ, ନଦୀ ଓ ସମୁଦ୍ରପଥ ବ୍ୟବହାର କରୁଛନ୍ତି । ତେଣୁ ସେମାନେ ଏହି ବିଷୟରେ ଜାଣିବା ଓ ବୁଝିବାରେ ଆବଶ୍ୟକତା ରହିଛି ।

ଦଳଗତ ଆଲୋଚନା ଏହି ଶିକ୍ଷାର୍ଥୀଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରେ ଯାହାଦ୍ଵାରା ଶିକ୍ଷାର୍ଥୀ ସେମାନଙ୍କଠାରେ ଅବା ଅଧା ଗଢା ବା ପୂରା ଧାରଣାକୁ ପ୍ରକାଶ କରିଥାଏ ଓ ଯାହାକୁ ସେ ନିଜେ ସିଦ୍ଧାନ୍ତରେ ରୂପାନ୍ତରିତ କରିପାରି ନଥାଏ କିନ୍ତୁ ନିଜେ ପରୀକ୍ଷା ଓ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଏକତ୍ରିତ କରିଥାଏ । ଦଳଗତ କାର୍ଯ୍ୟ ଦୁଇ ଜଣିଆ କାର୍ଯ୍ୟଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ । କାହିଁକି ନା ଅଧାଗଢା ଧାରଣା ଥାଇ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ବୋଧଗମ୍ୟତାରେ ଭିନ୍ନତା ଥାଏ ଯାହାଦ୍ଵାରା ଦଳଗତ କାର୍ଯ୍ୟ ମାଧ୍ୟମରେ ଅନେକଗୁଡିଏ ଉଦାହରଣ ବା ତଥ୍ୟ ମାଧ୍ୟମରେ ଜଳରେ ଭାସିବା ଓ ବୁଡିବା ଧାରଣାଟି ଦୃଢ଼ୀଭୂତ ହୁଏ । ଶିକ୍ଷକ ହିସାବରେ ଆପଣଙ୍କର କାର୍ଯ୍ୟ ହେଉଛି, ସେମାନଙ୍କର ଧାରଣାଗୁଡିକୁ ଏପରି ଭାବରେ ଯୋଡ଼ିବା ଯେପରି ସେମାନେ ବସ୍ତୁ ଜଳରେ ବୁଡିବା ଓ ଭାସିବାର କାରଣ ଗୁଡିକୁ ନିଜେ ଖୋଜି ବାହାର କରିବେ ।

ଗୋଟିଏ ଛୋଟ ଦଳ ସହିତ କଥା ହେଲାବେଳେ ଓ ଅନ୍ୟଦଳ ଅନ୍ୟ ଏକ କାର୍ଯ୍ୟରେ ବ୍ୟସ୍ତ ଥୁବାବେଳେ ଆମେ ସେହି ଛୋଟଦଳକୁ କେତେକ ଛୋଟ ପ୍ରଶ୍ନ ପଚାରି ଓ ତଥ୍ୟ ଦେଇ ଭାବନାକୁ ଦୃଢ଼ୀଭୂତ କରିଥାଉ ।

ପରିସ୍ଥିତି ଅନୁଧାନ 1: ପ୍ରାଥମିକ ଧାରଣାର ଅନୁସନ୍ଧାନରେ ଛୋଟ ଦଳର ବ୍ୟବହାର ଶ୍ରୀମତୀ ଦାସ ପ୍ରଥମ ଶ୍ରେଣୀର ଜଣେ ଶିକ୍ଷକ । ସେ ସବୁବେଳେ ତାଙ୍କ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ସୋମନେ ଚାହୁଁଥିବା ଏକ ପରିବେଶ ଯୋଗାଇ ଦେବାକୁ ଚେଷ୍ଟା କରନ୍ତି । ଅଧିକାଂଶ ସମୟରେ ସେ କେତେକ ଜିନିଷ ଯୋଗାଡ କରିଥାଆନ୍ତି ଯାହାକି ସେ ଶିକ୍ଷାର୍ଥୀମାନଙ୍କୁ ଖେଳିବା ପାଇଁ ଦେଇ ପାରିବେ । ସେ ଅଦରକାରୀ ବସ୍ତୁ ବା କନାରେ ଅନେକଗୁଡିଏ କଣ୍ଢେଇ ତିଆରି କରିଛନ୍ତି ଯାହାଦ୍ଵାରା ଶିକ୍ଷାର୍ଥୀମାନେ ଅଭିନୟ ଖେଳ ଖେଳିବେ । ତାଙ୍କ ପାଖରେ ଏକ ବଡ ପ୍ଲାଷ୍ଟିକର ଜଳପୁର୍ଖ ପାତ୍ର ଅଛି ଏବଂ ସେଥରେ ସେ କଣ୍ଢେଇଗୁଡିକୁ ଓ ଅଦରକାରୀ ବସ୍ତୁଗୁଡିକୁ ପକାଇ ସେଥିରେ ଖେଳନ୍ତି ଓ ଆନନ୍ଦ ପାଆନ୍ତି । ସେ ବର୍ଣ୍ଣନା କରିଛନ୍ତି କିପରି ସେ ଶିକ୍ଷାର୍ଥୀମାନଙ୍କ ସହ ଖେଳ ଉପଭୋଗ କରନ୍ତି ।

ମୁଁ ଶିକ୍ଷାର୍ଥୀଙ୍କ ଖେଳିବା ପାଇଁ ଗୋଟିଏ ଅଧିବେଶନ ଆୟୋଜନ କରିଥିଲି । ସେଠାରେ ବିଭିନ୍ନ ପ୍ରକାରର ଗୁଡିଏ ଜିନିଷ ରଖି ମୁଁ କାମ କରିବା ପାଇଁ ଅଲା । ମୁଁ ଜଳକୁଣ୍ଡ ପାଖରେ ରହି ପାଣିରେ ପକାଇଥୁବା କଣ୍ଢେଇ ଓ ଡବାକୁ ନେଇ ଶିକ୍ଷାର୍ଥୀମାନେ ଖେଳିବା ସମୟରେ ତାଙ୍କ କଥା ଶୁଣିକି ଆଲୋଚନା କରିବାକୁ ସ୍ଥିର କଲି । ମୁଁ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ଜଳର ଗୁଣ ଓ ବସ୍ତୁ କାହିଁକି ଜଳରେ ଭାସେ ସେ ବିଷୟରେ ଧାରଣାର ଅନୁସନ୍ଧାନ କରିବା ପାଇଁ ଚାହିଁଲି । ଶିକ୍ଷାର୍ଥୀମାନେ ବିଭିନ୍ନ ପାତ୍ରରେ ବିଭିନ୍ନ ଜିନିଷ ଓ ପଥର ପକାଇ ଖେଳିବାକୁ ଲାଗିଲେ ।

ସେମାନେ ଖେଳିବା ସମୟରେ ପରସ୍ପର କଥା ହେଉଥୁଲେ । ଦୁଇଜଣ ଝିଅ ଗୋଟିଏ ପଥରକୁ ସେମାନଙ୍କର ପାତ୍ରରେ ପକାଇ ଜଳପୂର୍ଣ୍ଣ କୁଣ୍ଡରେ ଭସାଉଥିଲେ ଓ କଥାବାର୍ଭା ହେଉଥୁଲେ । କ’ଣ କରୁଛ ବୋଲି ମୁଁ ସେମାନଙ୍କୁ ପଚାରିଲି । ସେମାନେ କହିଲେ ଯେ ସେମାନେ ଲୋକଙ୍କୁ ନଦୀପାରି କରାଉଛନ୍ତି ଏବଂ ପୁଅମାନେ ପଥରକୁ ପାରି କରାଉଥୁଲେ । ଜଣେ ପୁଅ କହିଲା । ମୁଁ ଯଦି ସବୁ ପଥର ଗୋଟିଏ ପାତ୍ରରେ ପକାଏ ତାହାଲେ ଏହା ବୁଡିଯିବ । ସେ ସେମିତି କଲା ଓ ପାତ୍ରଟି ବୁଡିଗଲା । ଅନ୍ୟ ଜଣେ ପୁଅ କହିଲା ଆପଣ ପଥରକୁ ଆରପାରିକୁ ନେବାକୁ ଚାହିଁଲେ ଗୋଟିଏ ଲେଖାଏଁ ପଥର ନେବ । ଏହି ସମୟରେ ଜଣେ ଝିଅ କହିଲାକି,ଜଣେ ଲେଖାଏଁ ଲୋକ ଏକାଥରକେ ଆରପଟକୁ ଯିବେ କାହିଁକି ନା ମୋ ବାପା ଆମ ଗାଁର ଜଣ ଜଣ ନୌକାରେ ଲୋକଙ୍କୁ ପାରିକରିଥାନ୍ତି ।

ସେମାନେ ପରସ୍ପର ସହ ଏ ବିଷୟରେ କଥା ହେଲେ । ମୁଁ ସେମାନଙ୍କୁ କହିଲି ଯେ, ସେମାନେ ପରୀକ୍ଷା କରି ଦେଖନ୍ତୁ କି ସେମାନେ ପାତ୍ର ବୁଡିବା ପୂର୍ବରୁ କେତେ ବୋହିପାରୁଛି । ଜଣେ ପୁଅ ସୁବଯାକ ପଥରକୁ ତା’ର ପାତ୍ରରେ ପକାଇଦେଲା ଏବଂ ତା’ର ପାତ୍ର ବୁଡିଗଲା । ମୁଁ ପୁଣି ପଚାରିଲି ଯଦି ଥରକରେ ଗୋଟିଏ ଲେଖାଏଁ ପଥର ପକାଯାଏ ଏବଂ କେତୋଟି ପଥର ପକାଇଲା ପରେ ପାତ୍ରଟି ବୁଡିବା ଦେଖାଗଲା । ସେ ଶିକ୍ଷାର୍ଥୀଟି କ୍ରମାନ୍ଵୟରେ ଗୋଟେ ପରେ ଗୋଟେ ପଥର ପକାଇଲା ଓ ଅନ୍ୟମାନେ ପଥର ସଂଖ୍ୟାକୁ ଗଣିଲେ । ଆମେ ସମସ୍ତେ ଗଣିଲୁ । କେତେକ ଶିକ୍ଷାର୍ଥୀ ଗଣିବାରେ ଅନ୍ୟମାନଙ୍କ ଠାରୁ ଭଲ । ତେଣୁ ସମସ୍ତଙ୍କ ପାଇଁ ଗଣନ ଦକ୍ଷତାର ବିକାଶ ପାଇଁ ଏହା ଏକ ସୁଯୋଗ ଥୁଲା ।

ପୁଣି ପାତ୍ର ବୁଡିଗଲା । ମୁଁ ସେମାନଙ୍କୁ ପୁଣିଥରେ ପଥର ଗଣିବାକୁ କହିଲି । ମୁଁ ସୋମନଙ୍କୁ 6 ଟି ପଥର ପକାଇ ପାତ୍ରଟି ବୁଡ଼ୁଛି କି ଭାସୁଛି ଦେଖୁବାକୁ କହିଲି । ସମସ୍ତଙ୍କୁ 5 ଟି ଦଳରେ ଭାଗ କରି ଦଳଗତ ଭାବେ କଣ ହେଉଛି ଦେଖୁବାକୁ କହିଲି । ଦୁଇଟି ଦଳ କହିଲେ 6 ଟି ପଥର ପକାଇଲେ ପାତ୍ର ବୁଡି ଯାଉଛି ଓ ବାକି ଦଳ କହିଲେ 6 ଟି ପଥର ପକାଇଲା ପରେ ପାତ୍ରଟି ଭାସୁଛି ।

ପୁଣି ବିଭିନ୍ନ ଆକାରର ପାତ୍ର ନେଇ ସେହି ସମାନ 6 ଟି ପଥର ପକାଇ କଣ ହେଉଛି ଦେଖୁବାକୁ କହିଲି । ସେମାନେ ବହୁତ ସମୟ ପାଇଁ ଖେଳିଲେ । ପରେ ସେମାନେ ଅଭିନୟ କରି ଦେଖାଇଲେ କିପରି ନଦୀ ପାର କରନ୍ତି । ଅଭିନୟ ମାଧ୍ୟମରେ ପଥରକୁ ଲୋକ ଭାବି ଏପଟରୁ ସେପଟକୁ ପାର କଲେ । ସୋମନେ ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ଅଧିକ ଲୋକ ନେଲେ ଡଙ୍ଗା ବୁଡିଯିବ ତେଣୁ ସେମାନେ ନେବେ ନାହିଁ । ଏହିପରି ଭାବେ ସେମାନେ ବୁଡିବା ବା ଭାସିବା ଉପରେ ଦଳରେ କଥା ହୋଇ ସେମାନଙ୍କର ପ୍ରାରମ୍ଭିକ ଜ୍ଞାନ ପରିସରକୁ ବୃଦ୍ଧି କରାଇଥୁଲେ ।

ଟିକିଏ ଚିନ୍ତା କରନ୍ତୁ

  • ଏପରି ଖେଳିବା ଓ ଶିଖୁବାରୁ ଶିକ୍ଷାର୍ଥୀମାନେ କ’ଣ ଲାଭବାନ ହେଲେ ବୋଲି ଆପଣ ଭାବୁଛ?
  • ଆପଣ ଆଗରୁ ଏପରି ଦଳରେ କାମ କରିଛ କି ?
  • ଆପଣ ଏହି ଖେଳଟିକୁ କେତେ ଉପଭୋଗ କଲା ଏବଂ କାହିଁକି ?
  • ଏହିପରି ଆଲୋଚନା ଆପଣଙ୍କୁ ଅନ୍ୟଠାରୁ ଶିଖିବାରେ କି ପ୍ରକାର ସୁଯୋଗ ସୃଷ୍ଟି କଲା ? କିପରି କଲା ?

ଦଳଗତ କାର୍ଯ୍ୟରେ ଯେ କୌଣସି ବୟସର ଶିକ୍ଷାର୍ଥୀମାନଙ୍କୁ ଯେ କୌଣସି ସମୟରେ ଏକ ସୁରକ୍ଷିତ ପରିବେଶରେ ସେମାନଙ୍କର ଭାବନାକୁ ପରସ୍ପର ମଧ୍ୟରେ ଆଦାନପ୍ରଦାନ କରିଥାନ୍ତି, ପରସ୍ପରକୁ ପ୍ରଶ୍ନ ପଚାରନ୍ତି ଏବଂ ମତାମତ ଦିଅନ୍ତି । ବୟସ୍କମାନେ ମଧ୍ୟ କୌଣସି ବିଷୟରେ ଏତେ ଗଭୀର ଭାବେ ଚିନ୍ତା କରିପାରିନଥାନ୍ତି, ଯେ ପର୍ଯ୍ୟନ୍ତ ଅନ୍ୟମାନଙ୍କ ସହିତ ଏ ବିଷୟରେ କଥାବାର୍ଭା କରି ମନର ଭାବନାକୁ ପ୍ରକାଶ ନ କରନ୍ତି । ଶିକ୍ଷାର୍ଥୀଙ୍କ ପାଇଁ ଏହା ସ୍କୁଲରେ ମଧ୍ୟ ଭିନ୍ନ ନୁହେଁ ।

ଜ୍ଞାନ ଆହୋରଣ ଏକ ସାମାଜିକ ଧାରା । ବିଜ୍ଞାନରେ କ’ଣ ଘଟୁଛି। ଏ ବିଷୟରେ ପରସ୍ପର ସହ କଥାହେଲେ, ଏହା ସେମାନଙ୍କୁ ଭାବ ବୁଝିବାରେ ସାହାଯ୍ୟ କରିବ ଯାହା ସେମାନେ ନିଜେ ଦେଖିଛନ୍ତି ଓ ଯାହା ସେମାନଙ୍କର ଇନ୍ଦ୍ରିୟାନୁଭୂତି ହୋଇଛି । କାହିଁକି ଏପରି ଘଟେ ପରସ୍ପର ସହ କଥା ହେବା ଦ୍ଵାରା ଏହା ଆମକୁ ଗଭୀର ଭାବରେ ସମସ୍ୟାକୁ ଚିନ୍ତା କରିବା ପାଇଁ ସାହାଯ୍ୟ କରେ । ସମ୍ଭବତଃ, ବେଳେବେଳେ ସମ୍ଭାବ୍ୟ ସମାଧାନ ବାହାର କରିବା ସମ୍ଭବ ନୁହେଁ ଯେ ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନେ ସମସ୍ୟା ବିଷୟରେ କଥା ହୋଇନାହାନ୍ତି ।

ଦଳଗତ କାର୍ଯ୍ୟରେ ଶ୍ରେଣୀର ଶିକ୍ଷାର୍ଥୀମାନେ ଅଧୁକ କଥା ହେବା ପାଇଁ ସୁଯୋଗ ପାଆନ୍ତି ଏବଂ ବିନା ଦ୍ଵିଧାରେ, ନିଃସଙ୍କୋଚର ସହ ଦାୟିତ୍ଵପୂର୍ଣ୍ଣ ଭାବରେ ସମସ୍ତଙ୍କ ସମ୍ମୁଖରେ ନିଜର ଭାବନା ପ୍ରକାଶ କରନ୍ତି । ସମ୍ବଳ-1 ‘ଶିକ୍ଷଣ ପାଇଁ କଥାବାର୍ଭା' ଦେଖ । ଯୋଜନା ଅଧ୍ୟାୟରେ ସ୍ଵତନ୍ତ୍ର ଭାବରେ ଶ୍ରେଣୀର ଶିକ୍ଷଣକାର୍ଯ୍ୟ କଥା କୁହାଯାଇଛି । ଏହା ସେମାନଙ୍କର ଆଗ୍ରହ ଓ ଆତ୍ମବିଶ୍ଵାସ ଗଠନରେ ସାହାଯ୍ୟ କରେ । ମାତ୍ର ଶିକ୍ଷାର୍ଥୀଙ୍କୁ ଦଳରେ କାର୍ଯ୍ୟ କରିବାକୁ କହିବା ଯଥେଷ୍ଟ ନୁହେଁ । ଆପଣଙ୍କୁ ସତର୍କତାର ସହ ଚିନ୍ତା କରି ଦଳ ଗଠନ କରିବାକୁ ପଡିବ । ସେମାନେ କ’ଣ କାମ କରିବେ ଏବଂ ଆଲୋଚନା ପରବର୍ତ୍ତା ଫଳାଫଳ କ'ଣ ହେବ ସେ ସମ୍ବନ୍ଧରେ ପରବର୍ତ୍ତା ଅଧ୍ୟାୟଗୁଡିକ ଆପଣଙ୍କୁ ଏହା ଉପରେ ଭାବିବାକୁ ସାହାଯ୍ୟ କରିବ ।

ସ୍ଵାଭାବିକ ଭାବରେ ଯୋଡି କାର୍ଯ୍ୟର ଅନୁକ୍ରମରେ ଦଳଗତ କାର୍ଯ୍ୟ ହୁଏ ଏବଂ ଥରେ ଦଳଗତ କାର୍ଯ୍ୟ ବ୍ୟବହାର କଲେ ଯୋଡିକାର୍ଯ୍ୟ କରିବାକୁ ନିବୃତ୍ତ ରହି ପାରିବେ ନାହିଁ । ଛୋଟ ବା ବଡ ଶ୍ରେଣୀକୁ ବିଭିନ୍ନ ଉପାୟରେ ପରିଚାଳନା କରିବା ପାଇଁ ପ୍ରତ୍ୟେକ ପ୍ରଣାଳୀର ଉପଯୋଗିତା ରହିଛି । ଆମକୁ ଧ୍ୟାନ ଦେବାକୁ ହେବ ଯେ କେଉଁ ପନ୍ଥା ଅବଲମ୍ବନ କଲେ ଶିକ୍ଷାର୍ଥୀଙ୍କର ଶିକ୍ଷଣ ଆବଶ୍ୟକତା ବୃଦ୍ଧି କରିପାରିବା । ଶିକ୍ଷାର୍ଥୀଙ୍କଠାରେ ଆଶା କରୁଥୁବା ଶିକ୍ଷଣ ଫଳାଫଳ ବୃଦ୍ଧି ପାଇଁ ସବୁଠାରୁ ଭଲ ପନ୍ଥା ଅବଲମ୍ବନ କରିବା ଉପରେ ଗୁରୁତ୍ଵ ଦେବା ଉଚିତ୍ ।

2 ଦଳଗତ କାର୍ଯ୍ୟର ବ୍ୟବହାରର ଉପକାରିତା ଓ ପ୍ରଣାଳୀ

ଏକ ଆଦ୍ଵାନମୂଳକ ସାହାଯ୍ୟକାରୀ ପରିବେଶରେ ଶିକ୍ଷାର୍ଥୀଙ୍କୁ ଓ ଅନ୍ୟ ଶିକ୍ଷାର୍ଥୀଙ୍କୁ ତଥା ବୟସ୍କମାନଙ୍କୁ ଆବିଷ୍କାର ଓ ଅନୁସନ୍ଧାନରେ ତଥା ଚିନ୍ତାଧାରରାର ଆଦାନପ୍ରଦାନ ପାଇଁ ଦଳଗତ କାର୍ଯ୍ୟ ବ୍ୟବହାର କରିପାରିବା । ଦଳଗତ କାର୍ଯ୍ୟ ଦାୟିତ୍ଵ ନେବା ପାଇଁ ବ୍ୟକ୍ତିଗତ ବିଶ୍ଵାସ ଦିଏ ଏବଂ ଗୋଷ୍ଠୀରେ ନୂତନ ଓ ଅଦ୍ଭୂତ ଚିନ୍ତାଧାରାର ପ୍ରୟୋଗ କଲେ ତାହା ଗୋଷ୍ଠୀ ପାଇଁ ସହାୟକ ହୋଇଥାଏ କିନ୍ତୁ ସେ ହାସ୍ୟାସ୍ପଦ ହୋଇନଥାଏ । ଅନେକଗୁଡିଏ ଧାରଣାକୁ ବାଦ୍ ଦିଆଯାଏ କାରଣ ସେଗୁଡିକ ଅନୁସନ୍ଧାନ ପରିସରଭୁକ୍ତ ହୋଇନଥାଏ କିନ୍ତୁ। ଏଥୁରେ ବ୍ୟକ୍ତିବିଶେଷ ନିଜର ସ୍ଥିତି ହରାନ୍ତି ନାହିଁ ।

ଦଳଗତ କାର୍ଯ୍ୟ ବ୍ୟବହାରର ଅନ୍ୟ ଏକ ଦିଗ ହେଲା କଥା କହିବାରେ ସମର୍ଥ ହେବା ଦ୍ଵାରା ମସ୍ତିଷ୍ଠ ଗଭୀର ଭାବରେ ଚିନ୍ତା କରିବା ପାଇଁ ଉସକେଇ ଥାଏ । ଶିକ୍ଷାର୍ଥୀମାନେ ସେଥୁପାଇଁ ଅଧିକ ଶିଖନ୍ତି କାରଣ ସେଥିରେ ଆହ୍ଵାନ ଓ ସହଯୋଗ ଥାଏ, ଯାହାଦ୍ଵାରା ଚିନ୍ତା କରିବାର ପରିସର ବଢିଥାଏ । ଆତ୍ମବିଶ୍ଵାସର ସହ ଦଳଗତ କାର୍ଯ୍ୟ କରିବା ପାଇଁ ସମୟ ଆବଶ୍ୟକ । ଥରେ ଦଳ ଗଠନ ହେଲେ ଦଳୀୟ କାର୍ଯ୍ୟ ଅନେକ ଶିକ୍ଷାର୍ଥୀଙ୍କୁ ଅଧିକ ଅଗ୍ରଣୀ କରିଥାଏ ।

ଦଳଗତ କାର୍ଯ୍ୟ ଯୋଜନା କରିବା ପାଇଁ ବହୁତ ଉପାୟ ଅଛି । ଶିକ୍ଷାର୍ଥୀଙ୍କ ଦକ୍ଷତାକୁ ବୁଝିବା ହେଉଛି ଗୁରୁତ୍ଵପୂର୍ଣ୍ଣ କାରଣ ଏହା ଶିକ୍ଷାର୍ଥୀଙ୍କ ଶିକ୍ଷଣ ପାଇଁ ଫଳପ୍ରଦ ଭାବରେ ବ୍ୟବହାର କରିବାରେ ସାହାଯ୍ୟ କରିଥାଏ ।

ଦଳ ଗଠନ କରିବାର ଚାରିଟି ଉପାୟର ଉପକାରିତା ସମ୍ବନ୍ଧରେ ଟେବୁଲ୍ – 1 ରେ ଦିଆଯାଇଛି । ଏହାକୁ ନିକଟରୁ ଦେଖ

ସାରଣୀ – 1 ବିଭିନ୍ନ ପ୍ରକାର ଦଳର ଉପକାରିତା

 

ଦଳର ପ୍ରକାର

ଉପକାରିତା

ମିଶ୍ରିତ ଦକ୍ଷତା ଭିତ୍ତିକ ଦଳ

ଏଥିରେ ଅଧିକ ଜାଣିଥିବା ଶିକ୍ଷାର୍ଥୀ ନିଜର ଭାବନା ଓ ଚିନ୍ତାକୁ ପ୍ରକାଶକରେ । କମ୍ ଜାଣିଥିବା ଶିକ୍ଷାର୍ଥୀ ନୂତନ ଧାରଣା ପାଏ । ଅନ୍ୟମାନଙ୍କ ଆଗରେ ନିଜର ଅଜ୍ଞତାର ଅପରିପ୍ରକାଶ ନକରି ସେ ତା’ର ବୋଧଗମ୍ୟତା ବଢାଇଥାଏ ।

ସମଦକ୍ଷତା ବିଭିନ୍ନ ଦଳ

ଏଥିରେ ସବୁ ଶିକ୍ଷାର୍ଥୀଙ୍କର ସମାନ ଦକ୍ଷତା ଥାଏ । ଶିକ୍ଷଣ ସହାୟତା ଏବଂ ଶିକ୍ଷଣ ଅଭିଜ୍ଞାତା ସେମାନଙ୍କର ଶିକ୍ଷଣ ଆବଶ୍ୟକତା ଅନୁସାରେ କରାଯାଇ ପାରେ । ବିଭିନ୍ନ ଦକ୍ଷତା ଥିବା ଦଳକୁ ଭିନ୍ନ କାର୍ଯ୍ୟ କରିବାକୁ ଦିଆଯାଇପାରେ । ଅଧିକ ସଂଗଠିକ କାର୍ଯ୍ୟ ସହଜୟକାରୀ ହେବ ।

ବନ୍ଧୁତ୍ଵଭିତ୍ତିକ ଦଳ

ଏଥିରେ ଶିକ୍ଷାର୍ଥୀମାନେ ଅଧିକ ଆଗ୍ରହୀ ହୁଅନ୍ତି ଏବଂ ସଙ୍ଗେମାନଙ୍କ ସହ କାମ କରିବାକୁ ପସନ୍ଦ କରନ୍ତି ।

ଅନିୟମିତ ଦଳ

ପରସ୍ପରକୁ କମ୍ ଚିହ୍ନିଥିବା ଶିକ୍ଷାର୍ଥୀମାନେ ମିଶି କାମ କରିବାର ଥାଏ । ଏହି ଦଳଗଠନ ଶୀଘ୍ର କରାଯାଇ ପାରେ କାରଣ ଶିକ୍ଷାର୍ଥୀମାନେ ନିଜର ସ୍ଥାନ ପରିବର୍ତ୍ତନ କରନ୍ତି ନାହିଁ

ଟିକିଏ ଚିନ୍ତା କରନ୍ତୁ

ସାରଣୀ-1ରେ ଦିଆଯାଇଥୁବା ଦଳଗୁଡ଼ିକୁ ଆପଣ କେତେବେଳେ ବ୍ୟବହାର   କରିବେ ? ଆପଣ ବିଭିନ୍ନ ପ୍ରକାର ଦଳଗୁଡ଼ିକୁ କିପରି ଗଠନ କରିବେ ? ଆପଣ କେଉଁ ପ୍ରକାର ଦଳରେ ପ୍ରଥମେ କାମ କରିବାକୁ ପସନ୍ଦ କରିବେ ସ୍ଥିର କରନ୍ତ ।

ଆପଣ ପାଠକୁ ଦଳରେ ପଢାଇବା ପାଇଁ ଯୋଜନା କରିବା ପୂର୍ବରୁ ନିମ୍ନରେ ଦିଆଯାଇଥୁବା ପରିସ୍ଥିତି ଅନୁଧ୍ୟାନ କର । ପଢିସାରିବା ପରେ ଆପଣ କିଭଳି ଏହାକୁ ଆପଣଙ୍କ ଶ୍ରେଣୀରେ ବ୍ୟବହାର କରିବ ଯେ କୌଣସି ଗୋଟିଏ ପ୍ରକାରର ଦଳକୁ ନେଇ ଚିନ୍ତା କର ।

ପରିସ୍ଥିତି ଅନୁଧାନ 2: ଶ୍ରେଣୀରେ ବାସ୍ତବ ଅନୁସନ୍ଧାନ ପାଇଁ ଶ୍ରେଣୀରେ ଦଳ ଗଠନ

ଶ୍ରୀମତୀ ବିମଳା ତାଙ୍କ ଶ୍ରେଣୀରେ ଭାସିବା ଓ ବୁଡ଼ିବା ବିଷୟରେ ଶିକ୍ଷାଦାନ କରୁଥଲେ । ସେ ତାଙ୍କ ଶିକ୍ଷାର୍ଥୀମାନଙ୍କୁ ଦଳରେ ପରୀକ୍ଷଣ କରି ଜାଣିବା ପୂର୍ବରୁ କେଉଁ ଜିନିଷ ପାଣିରେ ବୁଡେ କିମ୍ବା ଭାସେ ଅନୁମାନ କରି କହିବାକୁ ଏକ ସୁଯୋଗ ଦେଲେ |

ମୋ ପାଖରେ 23 ଜଣ ଶିକ୍ଷାର୍ଥୀ ଅଲେ ଓ କେବଳ 4ଟି ଗ୍ରୁପରେ ଶିକ୍ଷାର୍ଥୀଙ୍କ ପାଇଁ ମୋ ପାଖରେ ଉପଯୁକ୍ତ ପରିମାଣର ସାମଗ୍ରୀ ଅଲା । ତେଣୁ ମୁଁ ଶ୍ରେଣୀକୁ ଦୁଇ ଭାଗରେ ବିଭକ୍ତ କରି ପଢାଇବାକୁ ସ୍ଥିର କଲି । ଶ୍ରେଣୀର ଅଧା ଶିକ୍ଷାର୍ଥୀ (12) ଜଣଙ୍କୁ ନେଇ କାର୍ଯ୍ୟ କରିବା ଦ୍ଵାରା ସେମାନଙ୍କୁ ଚିନ୍ତା କରିବାକୁ ଓ ଧାରଣାର ଆଦାନପ୍ରଦାନ କରିବାକୁ ଅଧୁକ ସମୟ ମିଳିବ ।

ମୁଁ ଶ୍ରେଣୀରେ ଅଧା ଶିକ୍ଷାର୍ଥୀଙ୍କ ସହ ଭାସିବା ଓ ବୁଡିବା ଶିକ୍ଷଣକାର୍ଯ୍ୟ ସହ ବ୍ୟସ୍ତ ଥୁଲାବେଳେ ଅନ୍ୟ ଅଧା ଶିକ୍ଷାର୍ଥୀ ମୋ ଦ୍ଵାରା ପ୍ରସ୍ତୁତ ତଥ୍ୟ ଫର୍ଦ ଦ୍ଵାରା ସେହି ବିଷୟରେ ଅନ୍ୟ ଦିଗକୁ ନେଇ କେତେକ ଗବେଷଣା କାର୍ଯ୍ୟରେ ବ୍ୟସ୍ତ ଅଲେ । ସୋମନଙ୍କୁ କେତେକ ପ୍ରଶ୍ନର ଉତ୍ତର ଦେବାକୁ ଥୁଲା ଓ ସେମାନେ ତାଙ୍କ ଖାତାରେ ଲେଖୁଥିବା ସମସ୍ୟା ଗୁଡିକର ସମାଧାନ କରିବାର ଥୁଲା । ପୁରା ଶ୍ରେଣୀ ବୁଡିବା ଓ ଭାସିବା ଉପରେ କାର୍ଯ୍ୟ ସଂପାଦନ କଲା ପରେ ମୁଁ ସମସ୍ତ କାର୍ଯ୍ୟକୁ ଦେଖି ତଦାରଖ କରିବି ।

ମୁଁ ଏକାପ୍ରକାର ଚାରୋଟି ସେଟର ବସ୍ତୁକୁ ବାଛିଲି ଓ ଶ୍ରେଣୀର ପ୍ରଥମ ଅଧା ଶିକ୍ଷାର୍ଥୀଙ୍କୁ ଶ୍ରେଣୀର ଆଗ ଭାଗକୁ ଡାକିଲି, ଯେତେବେଳେ ଅନ୍ୟମାନେ ପଛରେ କାମ କରୁଥୁଲେ । ଆଗରେ ଅବା ଶିକ୍ଷାର୍ଥୀଙ୍କୁ ଚାରୋଟି ଦଳରେ ଭାଗ କଲି, ସେମାନଙ୍କ ଦ୍ଵାରା ସଂଗୃହୀତ ବସ୍ତୁକୁ ସେମାନଙ୍କୁ ଦେଲି । ଏକ ଫର୍ଦ୍ଦରେ କେଉଁଗୁଡିକ ଭାସିବ ଓ କେଉଁଗୁଡିକ ବୁଡିବା ଅନୁମାନ କରି ଲେଖି ପୂରଣ କରିବାକୁ କହିଲି (ସମ୍ବଳ-2 ଦେଖନ୍ତି । ଯଦି ସମ୍ଭବ । ମୁଁ ସେମାନଙ୍କୁ ଏକ ସର୍ବସମ୍ମତ ସିଦ୍ଧାନ୍ତରେ ପହଂଚିବାକୁ ଉତ୍ସାହିତ କଲି । କିନ୍ତୁ ସେମାନଙ୍କ ମତରେ ପାର୍ଥକ୍ୟ ରହିଲେ କିମ୍ବା ଯଦି ନିଶ୍ଚିତ ହୋଇପାରୁ ନଥିଲେ ତାହାକୁ ‘ନିଶ୍ଚିତ ନୁହେଁ” ଚିହ୍ନିତ ଜାଗାରେ ବସ୍ତୁକୁ ରଖବାକୁ କହିଲି । ଯେତେବେଳେ ସେମାନେ ତାଙ୍କ ମଧ୍ୟରେ ଆଲୋଚନା କଲେ ମୁଁ ଶ୍ରେଣୀର ପଛପଟ ଶିକ୍ଷାର୍ଥୀଙ୍କ ପାଖକୁ ଯାଇ ଯିଏ ସାହାଯ୍ୟ ଆବଶ୍ୟକ କରୁଥୁଲା। ତାକୁ ସାହାଯ୍ୟ କଲି । ଏହାପରେ ମୁଁ ଶ୍ରେଣୀର ସାମନା ପାଖକୁ ଫେରିଲି ଓ ଭାସିବା ବସ୍ତୁ ସମ୍ବନ୍ଧରେ ଶିକ୍ଷାର୍ଥୀମାନେ ଯାହା ଆଲୋଚନା କରୁଥୁଲେ ଶୁଣିଲି । ଯେତେବେଳେ ଶିକ୍ଷାର୍ଥୀମାନେ ବିନା ଦ୍ବିଧାରେ କହୁଥୁଲେ ସେଠାରେ ମୁଁ ହସ୍ତକ୍ଷେପ କଲି କିମ୍ବା ଆପଣ କାହିଁକି ଏପରି ଭାବୁଛି ? ଭଳି ସରଳ ପ୍ରଶ୍ନ ପଚାରିଲି । ଫଳରେ ସେମାନେ ବସ୍ତୁ କାହିଁକି ବୁଡିବ ଓ ଭାସିବ ସମ୍ବନ୍ଧରେ ଗଭୀର ଚିନ୍ତା କରିପାରିବେ ।

ଯେତେବେଳେ ସବୁଦଳ କାମ ଶେଷ କଲେ, ମୁଁ ପ୍ରତ୍ୟେକ ଦଳକୁ ଗୋଟେ ଜଳପୂର୍ଣ୍ଣ ପାତ୍ର ଦେଲି (ଚିତ୍ର-2) । ଯେହେତୁ ବିଦ୍ୟାଳୟରେ ଅଧିକ ଉପକରଣ ନଥାଏ ତେଣୁ ମୁଁ ସେମାନଙ୍କୁ ପୁରୁଣା ଲୁଗା ସଫା ପାତ୍ର ଓ ବଡ ଫାଙ୍କା ଟିଣ ଡବା ଦେଲି । ସୋମନଙ୍କ ଭାବନାକୁ ପରୀକ୍ଷା କରିବା ପାଇଁ ମୁଁ ସେମାନଙ୍କୁ 5 ମିନିଟ୍ ସମୟ ଦେଲି । ସେମାନଙ୍କୁ ଏହାର ଫଳାଫଳ ଏକ କାଗଜରେ ଠିକ୍ ମାରି ଲେଖୁବାକୁ କହିଲି, ଯାହାକୁ ସେମାନେ ଅନୁମାନ କରିଥୁଲେ ଏବଂ ଛାଡି ଦେଇଥୁଲେ । ସମସ୍ତ ବସ୍ତୁକୁ ପରୀକ୍ଷା କରିସାରିବା ପରେ ଶିକ୍ଷାର୍ଥୀମାନେ ପଥର, ମୁଦ୍ରା, କଂକ୍ରିଟ, କାଠଖଣ୍ଡ, ଧାତବ ଖଣ୍ଡ, ଚାମଚ, ତାୱା, ଗିନା, କେତେକ କାଗଜ ଓ ପେନସିଲ୍ ବୁଡିଯାଉଛି ବୋଲି ମତାମତ ଦେଲେ ।

ଏହାପରେ ମୁଁ ଶିକ୍ଷାର୍ଥୀଙ୍କୁ କାହିଁକି ଏହି ଜିନିଷଗୁଡିକ ଭାସୁଛନ୍ତି ବା ବୁଡୁଛନ୍ତି ବୋଲି ଭାବୁଛନ୍ତି ଦଳରେ ଆଲୋଚନା କରିବାକୁ କହିଲି । ମୁଁ ସେମାନଙ୍କ ମୁଖ୍ୟ ଧାରଣାକୁ ତାଲିକା କଲି । ମୁଁ ସେମାନଙ୍କୁ ବୁଡିଯାଉଥୁବା ଗୋଟିଏ ବସ୍ତୁ ନେଇ ଏହାକୁ ଭସାଇ ରଖୁବା ପାଇଁ ଉପାୟ ବାହାର କରିବାକୁ କହିଲି । ଭସାଇବାର ବାଟ ବତାଇଲି । ଏହାପରେ ସେମାନଙ୍କୁ ଆଲୋଚନା ପାଇଁ ସମୟ ଦେଲି । ସେମାନଙ୍କ ମଧ୍ୟରୁ ସେମ୍ବଚ୍ଛାକୃତ ଭାବେ ଡାକି ବୁଡିଯାଉଥୁବା ବସ୍ତୁକୁ ଭସାଇବା ପାଇଁ ଚେଷ୍ଟା କରିବାକୁ କହିଲି ।

ମୁଁ ସେମାନଙ୍କ ମଧ୍ୟରୁ କିଛି ଶିକ୍ଷାର୍ଥୀଙ୍କୁ ସ୍ଵତଃସୁର୍ଭ ଭାବରେ ଆସି ସେମାନଙ୍କ ବୁଡ଼ୁଥୁବା ଜିନିଷକୁ ଭସାଇବାକୁ କହିଲି । ସେମାନଙ୍କ ମଧ୍ୟରୁ ଜଣେ ଶିକ୍ଷାର୍ଥୀ ତାର ମୁଦ୍ରାକୁ ଖଣ୍ଡିଏ କାଠ ଉପରେ ରଖଲା ଏବଂ ଦେଖୁଲା। ଏହା ଭାସୁଛି । ମୁଦ୍ରା ଭାସିଲା, କାରଣ ଏହା କାଠ ଉପରେ ଥୁଲା । ମୁଁ ପଚାରିଲି ଏହା କଣ ପ୍ରକୃତ ଭାସିବା, ଯେଉଁଟାକି ଅଧିକ ଆଲୋଚନା ପାଇଁ ବାଟ ଦେଖାଇଲା । ଜିନିଷ ଭାସିବା ଓ ବୁଡିବା ପଛରେ ସେମାନଙ୍କର କଣ ଧାରଣା ଅଛି ସେମାନେ ଘରୁ ଲେଖି ଆଣିବାକୁ କହିଲି ।

ଅଧ୍ୟାୟର ଶେଷରେ ମୁଁ ବହୁତ ଖୁସି ଅଲି ଯେ, ଶିକ୍ଷାର୍ଥୀମାନେ କେତେ କୌତୁହଳୀ ଥିଲେ ଏବଂ ସେମାନଙ୍କର ଭାସିବା ଓ ବୁଡିବା ଉପରେ ଚିନ୍ତାଧାରା ମୋତେ ଖୁସି କରାଇଥୁଲା । ମୋର ପରବର୍ତୀ ପାଠଟୀକା ସେମାନଙ୍କର ଶ୍ରେଣୀର ସମସ୍ତଙ୍କର ଧାରଣା ବା ଭାବନାକୁ ସ୍ପଷ୍ଟ କରିବ ଯେତେବେଳେ ସେମାନେ ସେମାନଙ୍କର କାମ ସଂପୂର୍ଣ୍ଣ କରିବେ । ମୋତେ ସବୁଠାରୁ ଖୁସି ଏହି ଘଟଣା କରିଥିଲା କି ଯେଉଁ ଶିକ୍ଷାର୍ଥୀମାନେ ବହୁତ କମ୍ କଥା କୁହନ୍ତି ସେମାନେ ଛୋଟ ଦଳରେ ବହୁତ ଅଂଶଗ୍ରହଣ କରିଥୁଲେ । ସେମାନଙ୍କର ପାଖରେ କହିବାକୁ ମଧ୍ୟ ବହୁତ ଥିଲା।

ଟିକିଏ ଚିନ୍ତା କରନ୍ତୁ

ଆପଣ ଶ୍ରୀମତୀ ବିମଳାଙ୍କର ଶ୍ରେଣୀରେ ଦଳଗତ କାର୍ଯ୍ୟକୁ କ୍ରିୟାଶୀଳ କରିବା ପାଇଁ କେତେକ କଥା ସମସ୍ତ କୌଶଳ ନିଜ ଶିକ୍ଷଣରେ କିପରି ବ୍ୟବହାର କରିବେ ଚିନ୍ତା କରନ୍ତୁ । ସେ ଚାହିଁଥିଲେ ଯେ କମ୍ ସଂଖ୍ୟାରେ ଶିକ୍ଷାର୍ଥୀମାନଙ୍କର ଅତି ନିକଟରେ ରହି ଏବଂ ଆଲୋଚନା କରି କିପରି ସେମାନଙ୍କର ବର୍ତ୍ତମାନର ଭାସିବା ଓ ବୁଡିବାର ବୋଧଜ୍ଞାନକୁ ପରଖିବେ । ଆପଣ କିପରି ଆପଣଙ୍କ ଶିକ୍ଷାର୍ଥୀଙ୍କର ଚିନ୍ତାଶକ୍ତିକୁ ଅଧିକ ବିକଶିତ କରିବା ପାଇଁ ଦଳଗତ କାର୍ଯ୍ୟକୁ ବ୍ୟବହାର କରିବେ ?

ଶିକ୍ଷଣକାର୍ଯ୍ୟ – 1 ଦଳଗତ କାର୍ଯ୍ୟ ସାହାଯ୍ୟରେ ଯୋଜନା ଓ ଶିକ୍ଷାଦାନ

ଜଳ ଓ ଏଥିରେ ଭାସିବା ବା ବୁଡ଼ିବା ସଂପର୍କିତ ଧର୍ମର ଦୈନିକ ପାଠ ଯୋଜନା ପ୍ରସ୍ତୁତି ପାଇଁ ଆପଣ କେଉଁ ପ୍ରକାର ଦଳଗତ ଯୋଜନା କରିବେ ବୋଲି ଭାବୁଛନ୍ତି ନିଜେ କିମ୍ବା ଆପଣଙ୍କର ସହକର୍ମାଙ୍କ ସହ କଥା ହୋଇ ଏକ ଯୋଜନା ପ୍ରସ୍ତୁତ କରନ୍ତୁ । ନିମ୍ନଲିଖୁତ ଉକ୍ତି ବିଷୟରେ ଚିନ୍ତା କରନ୍ତୁ ।

  • ଏହି ପ୍ରସଂଗରୁ ଶିକ୍ଷାର୍ଥୀ ବିଜ୍ଞାନ ସମ୍ବନ୍ଧରେ କ’ଣ କଣ ଶିଖିବେ ବୋଲି ଭାବୁଛନ୍ତି ? ଆପଣଙ୍କର ଶିକ୍ଷଣ ଉଦ୍ଦେଶ୍ୟଗୁଡିକ କ’ଣ ?
  • ଦଳଗତ କାର୍ଯ୍ୟ କିପରି ଶିକ୍ଷାର୍ଥୀକୁ ଶିଖୁବାରେ ସାହାଯ୍ୟ କରିବ ?
  • ସ୍ଵତନ୍ତ ଶିକ୍ଷା ଆବଶ୍ୟକ କରୁଥୁବା ଶିକ୍ଷାର୍ଥୀଙ୍କୁ ଦଳଗତ କାର୍ଯ୍ୟରେ ଆପଣ କିପରି ସାହାଯ୍ୟ କରିବେ ?
  • ଦଳଗତ ଭାବରେ କାର୍ଯ୍ୟ କରିବାର ଧାରଣାକୁ ଆପଣ କିପରି ଆପଣଙ୍କ ଶ୍ରେଣୀରେ ପ୍ରସ୍ତାବନା କରିବେ ?
  • ଆପଣ କେଉଁ ପ୍ରକାର ଦଳ ବ୍ୟବହାର କରିବେ ?
  • ଆପଣ କିପରି ଦଳ ଗଠନ କରିବେ ? ଆପଣ ଏକ ସମୟରେ ଗୋଟିଏ କିମ୍ବା ଅନେକ ଦଳରେ କାର୍ଯ୍ୟ କରିବେ ?
  • ସେମାନେ ଏପରି କଣ କରିବେ ଯାହାଦ୍ବାରା ସେମାନେ ଦଳଗତ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ ହେବେ, ଏହାକୁ ଆପଣ କିପରି ବର୍ଣ୍ଣନା କରିବେ ?
  • ଦଳଗତ ଭାବରେ କାର୍ଯ୍ୟକରି ଶିକ୍ଷାର୍ଥୀ କ'ଣ ଶିଖିବେ ବୋଲି ଆପଣ    ଭାବୁଛନ୍ତି ?
  • ଆପଣ କ'ଣ କ'ଣ ଉପକରଣ ଆବଶ୍ୟକ କରୁଛନ୍ତି ? ଆପଣ କିପରି ଶିକ୍ଷଣକାର୍ଯ୍ୟ ପରିଚାଳନା କରବେ ଏହା କିପରି ନିର୍ଣ୍ଣୟ କରିବେ ?
  • ଶିକ୍ଷାର୍ଥୀମାନେ ଦଳରେ କାର୍ଯ୍ୟ କଲାବେଳେ ଆପଣ କଣ କରିବେ ?
  • ଶିକ୍ଷାର୍ଥୀମାନେ କଣ ଶିଖୁଲେ ଆପଣ କିପରି ଜାଣିବ ଓ ଆକଳନ କରିବେ ?

ଆପଣଙ୍କର ଯୋଜନା ପ୍ରସ୍ତୁତ ପରେ ସମ୍ବଳ ସଂଗ୍ରହ କରନ୍ତୁ । ଆପଣ ଯେତେବେଳେ ସଂପୂର୍ଣ୍ଣ ପ୍ରସୁତ ହୋଇସାରିବେ ପଢାଇବାକୁ ଯାଆନ୍ତୁ ।

ଶିକ୍ଷଣକାର୍ଯ୍ୟ-2 : ଏହା କିପରି କାର୍ଯ୍ୟ କଲା ?

ପଢାଇ ସାରିବାର ଠିକ୍ ପରେ ଆପଣଙ୍କର ନିଜ ଅନୁଭୂତିକୁ ଆଧାର କରି ନିମ୍ନଲିଖୁତ ପ୍ରଶ୍ନଗୁଡିକର ଉତ୍ତର ଦିଆ ।

  • ଏହି ପାଠଟି କିପରି କାର୍ଯ୍ୟ କଲା ?
  • କଣ ଫଳପ୍ରଦ ଭାବରେ କାର୍ଯ୍ୟକଲା ? କାହିଁକି ଏହା ଫଳପ୍ରଦ ହେଲା ?
  • ଆପଣ ଆଶା କରୁଥୁବା ଅନୁସାରେ କେଉଁଗୁଡିକ ଠିକ୍ ଭାବରେ ହେଲା ନାହିଁ?
  • ଏହା କାହିଁକି ଏପରି ହେଲା ?
  • ଦଳରେ ପ୍ରୟୋଗ କରୁଥୁବା କୌଶଳକୁ ଉନ୍ନତି କରିବା ପାଇଁ ପରବର୍ତୀ ପର୍ଯ୍ୟାୟରେ କଣ କରିପାରିବେ ? ଶେଷ ଶିକ୍ଷଣକାର୍ଯ୍ୟ କରିବା ପୂର୍ବରୁ ଆପଣଙ୍କ ପ୍ରତିକ୍ରିୟାଗୁଡ଼ିକୁ ସଙ୍ଗେ ସଙ୍ଗେ ଲେଖୁ ରଖନ୍ତୁ । ପାଠ ବିଷୟରେ ସେମାନେ କ’ଣ ପସନ୍ଦ କଲେ ଜାଣିବାକୁ ଏହା ପଚାରି ପାରିବେ ।

ଶିକ୍ଷଣକାର୍ଯ୍ୟ – 3: ଦଳଗତ କାର୍ଯ୍ୟ ସମ୍ଭନ୍ଧରେ ଶିକ୍ଷାର୍ଥୀମାନେ ପସନ୍ଦ କରନ୍ତି ।

ଏହି କାର୍ଯ୍ୟକୁ ଅତିକମ୍ ରେ, 15 ମି. ପାଇଁ କରନ୍ତି ଉକ୍ତ ପ୍ରଶ୍ନଗୁଡିକୁ କଳାପଟାରେ ଲେଖନ୍ତୁ ।

  • ଦଳରେ କାର୍ଯ୍ୟ କରିବା ବେଳେ ତୁମକୁ କ'ଣ ଭଲ ଲାଗେ ?
  • ତୁମକୁ ବିଜ୍ଞାନ ଶିଖୁବାରେ ଏହା ସାହାଯ୍ୟ କରିବ ବୋଲି ଆପଣ ଭାବୁଛି କି ?
  • ଆପଣ ଏହା କାହିଁକି ଭାବୁଛି ?
  • ଆପଣ କଣ ପରିବର୍ଭନ କରିବା ପାଇଁ ଚାହୁଁଛି, ଯାହା ଆପଣଙ୍କୁ ଅଧକ ଶିଖୁବାରେ ସାହାଯ୍ୟ କରିବ ?

ଦଳଗତ କାର୍ଯ୍ୟ କରୁଥୁବା ସମୟରେ ସେମାନେ କ’ଣ ଚାହାନ୍ତି ଓ କ'ଣ ବୃଦ୍ଧି କରାଯାଇ ପାରିବ ସେମାନଙ୍କ ଗଠନମୂଳକ ପ୍ରତିପୁଷ୍ଟି ବିଷୟରେ ବର୍ଣ୍ଣନା କରନ୍ତୁ । ଦଳଗଠନର ଆଭିମୁଖ୍ୟ ହେଉଛି ଶିକ୍ଷାର୍ଥୀଙ୍କୁ ଉତ୍ତମ ଶିକ୍ଷଣରେ ସାହାଯ୍ୟ କରିବ । ସୋମନେ ଦଳଗତ ଆଲୋଚନା କରୁଥୁବା ସମୟରେ ସେମାନଙ୍କ ଦଳକୁ ଯାଅ ନାହିଁ । ସେମାନେ ସିଧାସଳଖ ଆପଣଙ୍କ ସହ କଥା ହେବାକୁ ନ ଚାହିଁ ପାରନ୍ତି । ତେଣୁ ସେମାନେ ସେମାନଙ୍କର ମତାମତ ଆପଣଙ୍କୁ ଲେଖିକରି ଦେଇ ପାରନ୍ତି । ସେମାନେ ସେମାନଙ୍କ ପ୍ରତିପୁଷ୍ଟି ବ୍ୟକ୍ତିଗତ ଭାବରେ ବା ଦଳଗତ ଭାବରେ, ଲେଖକରି କିମ୍ବା ମୌଖିକ ଭାବରେ ଦେବା ପୂର୍ବରୁ ସେମାନଙ୍କୁ ଦଳଗତ ଆଲୋଚନା ପାଇଁ ସମୟ ଦଅନ୍ତୁ ।

ଶିକ୍ଷାର୍ଥୀମାନେ ଦଳଗତ କାର୍ଯ୍ୟ ବିଷୟରେ କଣ ଭାବନ୍ତି ସେମାନଙ୍କ ମତାମତକୁ ଆପଣ ଶୁଣିବା ହେଉଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ । ସେମାନଙ୍କ ମତାମତ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାନ୍ତୁ ଓ ଏହାକୁ ଗଭୀରତାର ସହିତ ଅନୁଧ୍ୟାନ କରନ୍ତୁ । ଅଧୁକାଂଶ ଶିକ୍ଷାର୍ଥୀଙ୍କର ଧାରଣା ଅଛି ଜଣେ ଭଲ ଶିକ୍ଷକ କ'ଣ କରନ୍ତି ଏବଂ ସେମାନଙ୍କୁ କଣ ଅଧିକ ଶିଖୁବାରେ ସାହାଯ୍ୟ କରନ୍ତି ।

ଟିକିଏ ଚିନ୍ତା କରନ୍ତୁ

  • ଆପଣ ଏହି ଅଧ୍ୟାୟ ପ୍ରସଂଗ ବିଷୟରେ ଯାହା ଭାବୁଛନ୍ତି ଶିକ୍ଷାର୍ଥୀଙ୍କର ଏହି ବିଶେଷଣ ମଧ୍ୟରେ କେତେ ପରିମାଣରେ ସମାନତା ରହିଛି ?
  • ସେମାନଙ୍କର ମତାମତ ଆପଣଙ୍କୁ ଆପଣଙ୍କର ଦଳଗତ କାର୍ଯ୍ୟର ଦକ୍ଷତା ବୃଦ୍ଧି କରିବାରେ କିପରି ସାହାଯ୍ୟ କରିବ ?

ଦଳଗତ କାର୍ଯ୍ୟର ଏହି ଭିଡିଓକୁ ଲକ୍ଷ୍ୟକର । ଯାହା ଦେଖିଲେ ଆପଣଙ୍କର ଅଭିଜ୍ଞତା ସହ ଏହାକୁ ଯୋଡନ୍ତୁ । ଭବିଷ୍ୟତରେ ଆପଣଙ୍କର ଦକ୍ଷତା କିପରି ବୃଦ୍ଧି କରିବା ଚିନ୍ତାକରନ୍ତୁ ।

ଦଳଗତ କାର୍ଯ୍ୟ ପାଇଁ ସମୟ ନିର୍ଘଣ୍ଟମାନ ପ୍ରସ୍ତୁତି

ଗବେଷଣା କହେ ଯେ ଯେତେବେଳେ ଶିକ୍ଷକ ଜଣେ ମାର୍ଗଦର୍ଶକ ହିସାବରେ ଶ୍ରେଣୀ ଗୃହରେ ଦଳଗତ କାର୍ଯ୍ୟ କରନ୍ତି, ଶିକ୍ଷାର୍ଥୀମାନେ ସୋମନଙ୍କ କାର୍ଯ୍ୟକୁ ଅଧୁକ ଗୁରୁତ୍ଵ ଦିଅନ୍ତି, ଉତ୍ତମ ଆଚରଣ ପ୍ରଦର୍ଶନ କରନ୍ତି ଓ ଏଥୁ ସହିତ ସେମାନଙ୍କ ପ୍ରଗତି ଶୀଘ୍ର ହୁଏ । (Baines et al., 2007) । ନିଶ୍ଚିତ ଭାବରେ ଦଳଗତ କାର୍ଯ୍ୟ କ୍ରିୟାଶୀଳ କରିବାକୁ ହେଲେ ତାହାକୁ ସୁଚାରୁରୂପେ ପ୍ରସ୍ତୁତି କରିବା ଗୁରୁତ୍ଵପୂର୍ଣ୍ଣ । ଏଥୁରୁ ସହଜରେ ପରିଲିକ୍ଷିତ ହୁଏ, ଶିକ୍ଷାର୍ଥୀମାନେ ଅଧୁକ ସଫଳତା ପାଇବା ପାଇଁ ଉପଯୁକ୍ତ ଦଳ ଗଠନ ଗୁରୁତ୍ଵପୂର୍ଣ୍ଣ। ଯଦି ଆପଣଙ୍କର ବହୁସଂଖ୍ୟକ ଶିକ୍ଷାର୍ଥୀ ଅବା ଶ୍ରେଣୀ ଥାଏ, ଦଳୀୟ କାର୍ଯ୍ୟ ଶିକ୍ଷାର୍ଥୀମାନଙ୍କୁ ସକ୍ରିୟ ଭାବେ ଶିକ୍ଷଣରେ ଅଂଶଗ୍ରହଣ କରିବାରେ ଏବଂ ଧାରଣାର ଆଦାନପ୍ରଦାନ କରିବାରେ ସାହାର୍ଯ୍ୟକାରୀ ହୋଇଥାଏ ।

ଶ୍ରେଣୀର କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରିବା ଦ୍ଵାରା ଶିକ୍ଷାର୍ଥୀମାନେ କିପରି ଏକ ଦଳରେ ଅଂଶଗ୍ରହଣ କରିବେ ଜାଣିପାରନ୍ତି ଯାହା ଆପଣଙ୍କୁ ଏବଂ ସେମାନଂକୁ ସାହାଯ୍ୟ କରେ । ଏହା କରିବାକୁ ହେଲେ ଆପଣଙ୍କୁ ବିଭିନ୍ନ ପ୍ରକାରର ଦଳ ବିଷୟରେ ଭାବିବାକୁ ପଡିବ ଯାହାକୁ ଆପଣ ବ୍ୟବହାର କରିବେ । ଉଦାହାରଣ ସ୍ଵରୂପ, ବନ୍ଧୁତ୍ ଦଳ, ସମାନ ଦକ୍ଷତା ଭିତ୍ତିକ ଦଳ, ମିଶ୍ର ଦକ୍ଷତା ଭିତ୍ତିକ ଦଳ, ଏହା ପରିସ୍ଥିତି ଅନୁଧାନ-3 ରେ ଆଲୋଚନା କରାଯାଇଛି ।

ପରିସ୍ଥିତି ଅନୁଧାନ 3 : ଦଳଗତ କାର୍ଯ୍ୟ ସଂଗଠନ ପାଇଁ କାର୍ଯ୍ୟ ନିର୍ଘଣ୍ଟ

ଶିକ୍ଷକ ହିସାବରେ ପ୍ରଶିକ୍ଷଣ ନେଉଥିବା ସମୟରେ ଶ୍ରୀଯୁକ୍ତ ମିଶ୍ର ମହାଶୟ ତାଙ୍କ ବିଜ୍ଞାନ ପାଠ ପଢାଇବାରେ ଦଳଗତ କାର୍ଯ୍ୟର ବ୍ୟବହାରର ଜଣେ ବଳିଷ୍ଠ ସମର୍ଥକ ।

ମୁଁ ଦଳରେ କାର୍ଯ୍ୟ କରିବାକୁ ପସନ୍ଦ କରେ ଯେହେତୁ ମୁଁ ପ୍ରଶିକ୍ଷଣ ନେଇଛି ଓ ଏହାକୁ ମୋର ଶିକ୍ଷାଦାନ କ୍ଷେତ୍ରରେ ଯଥା ସମୟରେ ବ୍ୟବହାର କରିବାକୁ ଚାହେଁ । ମୁଁ ଭାବେ ଯେ ଦଳଗତ କାର୍ଯ୍ୟ ମୋତେ ଶିକ୍ଷାର୍ଥୀମାନଙ୍କର ନିର୍ଭୁଲ ଶିକ୍ଷାଗ୍ରହଣ ପାଇଁ ଏକ ସୁଯୋଗ ଆଣିଦିଏ ।

ପ୍ରତିବର୍ଷ ମୋ ଶ୍ରେଣୀରେ ବିଭିନ୍ନ ପ୍ରକାର ଦଳ ଗଠନ କିପରି କରାଯାଇ ପାରିବ ସେ ବିଷୟରେ ଚେଷ୍ଟାକରେ ଯେପରି ଅଧିକ ସମୟ ଦଳ ଗଠନ ପାଇଁ ନଷ୍ଟ ନ ହୁଏ । ଏହା ସାଧାରଣତଃ ଦୁଇଟି ପାଠ୍ୟବିଷୟ ନେଇଥାଏ । ମୁଁ ସାଧାରଣତଃ ୩ ପ୍ରକାର ଦଳ ବ୍ୟବହାର କରେ (କ) ବନ୍ଧୁତ୍ଵପୂର୍ସ ଦଳ। (ଖ) ମିଶ୍ର ଦକ୍ଷତା ଭିଭିକ ଦଳ (ଗ) ସମାନ ଦକ୍ଷତା ଭିତ୍ତିକ ଦଳ । ବେଳେବେଳେ ଲିଙ୍ଗଗତ ଦଳ ବ୍ୟବହାର କରେ । ମୁଁ ଅଧୁକାଂଶ ସମୟରେ ସେମାନଙ୍କୁ ଅଲଗା କରେ ନାହିଁ ଯେତେବେଳେ ଅନୁଭବ କରେ ଯେ ସେମାନେ କୌଣସି ଶିକ୍ଷାଗତ ଭାବନା ନ ରଖି ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଶିକ୍ଷାର୍ଥୀଭାବେ ଦେଖିଥାଆନ୍ତି । ମୁଁ ଯେତେବେଳେ ମୋ ପାଠରେ ଦଳ ଗଠନ ପାଇଁ ଯୋଜନା କରେ ମୁଁ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ କହେ ଶିକ୍ଷାର୍ଥୀମାନେ (ଖ) ଦଗଳଗଠନ କର ଏବଂ ସେମାନେ ବିନା ଆପଭିରେ ଦଳ ଗଠନ କରନ୍ତି ।

ସମୟ ସମୟରେ ମୁଁ ଶିକ୍ଷାର୍ଥୀଙ୍କ ପାଖକୁ ଯାଏ ଯେତେବେଳେ ମୁଁ ଜାଣିପାରେ ଯେ ଜଣେ ଶିକ୍ଷାର୍ଥୀ ଅନ୍ୟମାନଙ୍କ ଅପେକ୍ଷା ଠିକ୍ ଭାବରେ କୌଣସି ଜିନିଷକୁ ବୁଝିଛି । ଏହା ଗୁରୁତ୍ଵପୂର୍ଣ୍ଣ କି ଦଳଗୁଡିକ ନମନୀୟ ହେବା ଆବଶ୍ୟକ । ଶିକ୍ଷାର୍ଥୀମାନେ ଅନ୍ୟ ଶିକ୍ଷାର୍ଥୀମାନଙ୍କ ସହ କାର୍ଯ୍ୟ କରିବାକୁ ସମର୍ଥ ହେବା ଆବଶ୍ୟକ । ଯେଉଁମାନେ କି ସେମାନଙ୍କ ଶିକ୍ଷଣବେଳେ ପରସ୍ପରଙ୍କୁ ଯଥାସମ୍ଭବ ସାହାଯ୍ୟ |ସମର୍ଥନ କରିବେ ।

ଟିକିଏ ଚିନ୍ତା କରନ୍ତୁ

ଆପଣ କିପରି ଏହି ଦଳଗୁଡିକ ମଧ୍ୟରୁ ଯେ କୌଣସି ଦଳଗଠନକୁ ଆପଣଙ୍କ ପାଠରେ ବ୍ୟବହାର କରିବେ ? ଆପଣ ଆପଣଙ୍କ ଶିକ୍ଷାର୍ଥୀଙ୍କଠାରୁ ଶିକ୍ଷଣକାର୍ଯ୍ୟ-3 ରୁ ମିଳିଥିବା ମତାମତ ଆଧାରରେ ଏହି ଦଳଗଠନ ଉପାୟକୁ କିପରି ସାମିଲ କରିପାରିବେ ଚିନ୍ତା କର ?

ମାତ୍ର ସବୁ ପାଠ ବା ଶିକ୍ଷଣକାର୍ଯ୍ୟକୁ ଦଳଗତ ଭାବରେ ପଢାଯାଇ ନ ପାରେ । ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ଆବଶ୍ୟକତା ଦୃଷ୍ଟିରୁ ଉପଯୁକ୍ତ ସମୟରେ ଦଳଗଠନ ମାଧ୍ୟମରେ ଶିକ୍ଷାଦାନ କରିବା ଏକ ପ୍ରକାର କୌଶଳ । ଆପଣ ଯେତେ ଅଧିକ ଦଳଗତ କାର୍ଯ୍ୟ ମାଧ୍ୟମରେ ଶିକ୍ଷାଦାନ କରିବେ ସେତିକି ଅଧିକ ଏହାର ଉପକାରିତା ଅନୁଭବ କରିବେ । ଯେଉଁ କାର୍ଯ୍ୟ ଆପଣ ପଢ଼ାଉଥୁବା ପ୍ରସଙ୍ଗ ଓ ଶିକ୍ଷାର୍ଥୀଙ୍କ ପାଇଁ ସର୍ବୋକୃଷ୍ଟ ତାହାକୁ ଲେଖା ରଖନ୍ତୁ । ଦଳଗତ କାର୍ଯ୍ୟ କରୁଥିବାବେଳେ ଆପଣ ବାଛିଥିବା ଦଳଗତ କାର୍ଯ୍ୟ ବିଷୟରେ ଅଧୁକ ଜ୍ଞାନ,  ଏହାର ବ୍ୟବହାର ଓ ଉପକାରିତା ବିଷୟରେ ଆପଣଙ୍କର ଧାରଣା ଦୃଢଥିବା ଆବଶ୍ୟକ । ‘ଦଳଗତ କାର୍ଯ୍ୟର ବ୍ୟବହାର' ପଢିବା ପରେ ଏହା ଆପଣଙ୍କୁ ସାରାଂଶ ନିର୍ଣ୍ଣୟରେ ସାହାଯ୍ୟ କରିବ, ଯାହା ଆପଣ ଏହି ଅଧ୍ୟାୟରେ  କରିଛନ୍ତି ।

ସାରାଂଶ

ବିଜ୍ଞାନ ଓ ବୈଜ୍ଞାନିକ କୌଶଳର ବିକାଶ ଯଥା ଅନୁମାନ କରିବା, ଅନୁଧ୍ୟାନ କରିବା, ପୂର୍ବାନୁମାନ କରିବା, ନିର୍ଦ୍ଦିଷ୍ଟ ଭାବରେ ଦଳଗତ କାର୍ଯ୍ୟ ଦ୍ଵାରା ଉତ୍ତମ ରୂପେ ସମାଧାନ ହୋଇପାରିବ । ଏହି ଅଧ୍ୟାୟରେ ଦେଖାଯାଇଛି ଯେ କିପରି ପରସ୍ପରକୁ ଶୁଣିବା, ଚିନ୍ତାଧାରାର ଆଦାନପ୍ରଦାନ ଦ୍ଵାରା ଶିକ୍ଷାର୍ଥୀମାନଙ୍କର ଚିନ୍ତା ଶକ୍ତିର ବିକାଶ ହୋଇ ପାରିବ । ସହଭାଗୀ ଶିକ୍ଷଣର ଗୁରୁତ୍ଵ ବୁଝିବା ପାଇଁ ଏହା ଅନ୍ତିଦୃଷ୍ଟି ଦେଇଥାଏ, ଯାହାକି ଏକାଠି କାମ କରିବା ଓ ପରସ୍ପର କଥାବାର୍ଭା ହେବା, ଶିକ୍ଷାର୍ଥୀଙ୍କୁ ଗଭୀର ଚିନ୍ତା କରିବା ପାଇଁ ଉଦ୍ଦୀପନା ଯୋଗାଇଥାଏ ଓ ଚିନ୍ତନରେ ସୃଜନଶୀଳତା ସୃଷ୍ଟି ପାଇଁ ପଥ ପ୍ରଦର୍ଶକ ହୋଇଥାଏ । ଦଳଗତ କାର୍ଯ୍ୟ ଶିକ୍ଷାର୍ଥୀମାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରେ ଯାହା ନୂତନ ଧାରଣା ପାଇଁ ବାଟ ଫିଟାଏ ଏବଂ ପରସ୍ପର ମଧ୍ୟରେ ବୈଜ୍ଞାନିକ ଘଟଣାବଳୀକୁ ବୁଝିବାରେ ସାହାଯ୍ୟ କରେ । ଦଳଗତ କାର୍ଯ୍ୟ ଦ୍ଵାରା ଆପଣଙ୍କର ଓ ଆପଣଙ୍କ ଶିକ୍ଷାର୍ଥୀଙ୍କର କ'ଣ ଲାଭ ହୁଏ। ଏହା ବିଷୟରେ ଆଲୋଚନା କରାଯାଇଛି ଏବଂ ଆପଣଙ୍କ ପାଖରେ ଏହି କୌଶଳକୁ ବ୍ୟବହାର କରି ପାଠ୍ୟଯୋଜନା ପ୍ରସ୍ତୁତ କରିବା ପାଇଁ ଏକ ସୁଯୋଗ ଅଛି ।

ସମ୍ବଳ

ସମ୍ବଳ-1 : ଶିକ୍ଷଣ ପାଇଁ ଆଲୋଚନା

ଶିକ୍ଷଣ ପାଇଁ ଆଲୋଚନା ଗୁରୁତ୍ଵପୂର୍ଣ୍ଣ କାହିଁକି

ଆଲୋଚନା ହେଉଛି ମନୁଷ୍ୟ ବିକାଶର ଏକ ଅଂଶ ଯାହାକି ଚିନ୍ତା କରିବା, ଶିଖିବା ଓ ପୃଥିବୀ  ସଂପର୍କରେ ଧାରଣା କରିବା ପାଇଁ ଆମକୁ ସାହାଯ୍ୟ କରେ । ମନୁଷ୍ୟ ନିଜର ଜ୍ଞାନ, ଯୁକ୍ତି ଶକ୍ତି ଓ ବୋଧଶକ୍ତିର ବିକାଶ କରିବା ପାଇଁ ଭାଷାକୁ ଏକ ସାଧନ ରୂପେ ବ୍ୟବହାର କରେ । ତେଣୁ ଶିକ୍ଷାର୍ଥୀଙ୍କୁ ଆଲୋଚନା କରିବା ପାଇଁ ଉତ୍ସାହିତ କରିବା ତାଙ୍କର ଶିକ୍ଷଣ ଅନୁଭୂତିର ଏକ ଅଂଶ ଯାହାର ଅର୍ଥ ସେମାନଙ୍କର ଶିକ୍ଷାଗତ ବିକାଶର ଅଭିବୃଦ୍ଧିକୁ ବୁଝାଏ ।

ଶିକ୍ଷଣ ଧାରଣା ସମ୍ବନ୍ଧରେ ଆଲୋଚନା କରିବାର ଅର୍ଥ ହେଉଛି ଯେ:

  • ଏହି ଧାରଣା ଗୁଡିକର ଅନୁସନ୍ଧାନ କରାଯାଇଛି ।
  • ଯୁକ୍ତି ଶକ୍ତିର ବିକାଶ ଓ ଗଠନ ହୋଇଛି ।
  • ସର୍ବୋପରି ଶିକ୍ଷାର୍ଥୀମାନେ ଅଧୁକ ଶିକ୍ଷାଲାଭ କରିଛନ୍ତି ।

ଶ୍ରେଣୀଗୃହରେ ପୁନରାବୃତ୍ତିରୁ ଆରମ୍ଭ କରି ଉଚ୍ଚସ୍ତରର ଆଲୋଚନା ପର୍ଯ୍ୟନ୍ତ ଶିକ୍ଷାର୍ଥୀମାନଙ୍କ ଆଲୋଚନାକୁ ବିଭିନ୍ନ ଉପାୟରେ ବ୍ୟବହାର କରାଯାଏ ।

ପାରମ୍ପରିକ ଭାବେ ଶିକ୍ଷକଙ୍କର ବକ୍ତବ୍ୟ ଓ ଜ୍ଞାନକୁ ଶିକ୍ଷାର୍ଥୀମାନଙ୍କ ବକ୍ତବ୍ୟ ଠାରୁ ଅଧିକ ମୂଲ୍ୟବାନ ବୋଲି ନିଆଯାଉଥୁଲା । ସେ ଯାହା ହେଉ ଶିକ୍ଷଣ ପାଇଁ ଆଲୋଚନା ପାଠ ଯୋଜନାକୁ ସଂପର୍କିତ କରାଏ, ଯାହାଦ୍ଵାରା ଶିକ୍ଷାର୍ଥୀମାନେ ପୂର୍ବ ଅନୁଭୂତିକୁ ସଂପର୍କ କରି ଅଧୁକ ଆଲୋଚନା କରିବେ ଓ ଅଧୁକ ଶିଖିବେ । ଏହା ଶିକ୍ଷାର୍ଥୀ ଓ ଶିକ୍ଷକ ମଧ୍ୟରେ ହେଉଥୁବା ପ୍ରଶ୍ଳୋତ୍ତର ଶ୍ରେଣୀଠାରୁ ଯଥେଷ୍ଟ ଉର୍ଦ୍ଧରେ । ଏଥିରେ ଶିକ୍ଷାର୍ଥୀମାନଙ୍କର ନିଜର ଭାଷା, ଭାବନା, ଚିନ୍ତା କରିବାର ସାମର୍ଥ୍ୟ ଓ ଆଗ୍ରହ ପାଇଁ ଅଧିକ ସମୟ ଦିଆଯାଇଥାଏ । ଆମ ଭିତରୁ ଅଧିକାଂଶ କାହା ସହ ଓ ଏକ କଷ୍ଟ ସମସ୍ୟା ଉପରେ ଆଲୋଚନା କରିବାକୁ ଚାହାନ୍ତି କିମ୍ବା ଅନ୍ୟ କିଛି ବାହାର କରିବାକୁ ଚାହିଁଥାନ୍ତି । ମାତ୍ର ଶିକ୍ଷକ ଏହି ପ୍ରବୃତ୍ତି ଉପରେ ଉତ୍ତମ ରୂପେ ଯୋଜନା କରି ଶିକ୍ଷଣକାର୍ଯ୍ୟ କରିପାରିବେ ।

ଶ୍ରେଣୀ ଗୃହରେ ଶିକ୍ଷଣ ପାଇଁ କଥନ ଶିକ୍ଷଣକାର୍ଯ୍ୟ ଯୋଜନା କରିବା

କଥନ ଶିକ୍ଷଣକାର୍ଯ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିବା କେବଳ ଶବ୍ଦଜ୍ଞାନ ଓ ସାକ୍ଷରତା ପାଇଁ ଉର୍ଦ୍ଦିଷ୍ଟ ନୁହେଁ, ଏହା ଗଣିତ, ବିଜ୍ଞାନ ଓ ଅନ୍ୟ ବିଷୟଗତ କାମ ପାଇଁ ଯୋଜନାର ଏକ ଅଂଶ । ଏହା ପୂରା ଶ୍ରେଣୀ ଦଳଗତ କାର୍ଯ୍ୟ କିମ୍ବା ଯୋଡ଼ି କାର୍ଯ୍ୟ, ବହିଁ ଶ୍ରେଣୀ କାର୍ଯ୍ୟ, ଅଭିନୟ ଆଧାରିତ କାର୍ଯ୍ୟ, ଲେଖିବା ପଢିବା, ସୃଜନାତ୍ମକ କାର୍ଯ୍ୟ ଓ ଅନୁସନ୍ଧାନ ମୂଳକ କାର୍ଯ୍ୟ ପାଇଁ ଯୋଜନା କରାଯାଇ ପାରିବ ।

ଏପରିକି ଶ୍ରେଣୀ ଶିକ୍ଷାର୍ଥୀଙ୍କ ସୀମିତ ଜ୍ଞାନ ଓ ସୀମିତ ଗଣନ, ଦକ୍ଷତା ଥାଇ ମଧ୍ୟ ଉଚ୍ଚତର ଶ୍ରେଣୀର ଚିନ୍ତା କରିବାର ଦକ୍ଷତାକୁ ପ୍ରଦର୍ଶନ କରିପାରିବ ଯଦି ଆମର ଦିଆଯାଇଥିବା କାମ ତା’ର ପୂର୍ବ ଅଭିଜ୍ଞତା ସଂପର୍କିତ ହୋଇଥାଏ ଏବଂ ଏଥିରୁ ସେ ଆନନ୍ଦ ପାଉଥାଏ । ଉଦାହାରଣ ସ୍ଵରୂପ ଶିକ୍ଷାର୍ଥୀମାନେ ଗୋଟିଏ ଫଟୋଗୁ, ତ୍ରଇଁରୁ କିମ୍ବା ବାସ୍ତବ ବସ୍ତୁରୁ ଗୋଟିଏ ଗପ, ଗୋଟିଏ ପଶୁ କିମ୍ବା ଆକୃତିକୁ ଅନୁମାନ କରିପାରିବେ । ଗୋଟିଏ କଣ୍ଢେଇ ନାଚ ଓ ଚରିତ୍ରାଭିନୟ ସମ୍ବନ୍ଧିତ ସମସ୍ୟା ପାଇଁ ଶିକ୍ଷାର୍ଥୀମାନେ ମତାମତ ଏବଂ ସମ୍ଭାବ୍ୟ ସମାଧାନର ତାଲିକା କରିପାରିବେ ।

ଗୋଟିଏ ପାଠ ଯୋଜନା ପ୍ରସ୍ତୁତ କରନ୍ତୁ ଯାହାକୁ ଆପଣ ଶିକ୍ଷାର୍ଥୀଙ୍କୁ ପଢାଇବାକୁ ଚାହୁଁଛନ୍ତି ଏବଂ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ କେଉଁ ପ୍ରକାର ଆଲୋଚନା ବୃଦ୍ଧି କରିବାକୁ ଚାହୁଁଛନ୍ତି। ଟିକେ ଚିନ୍ତା କରନ୍ତୁ । କିଛି ପ୍ରକାର ଆଲୋଚନା ଯାହା ଆବିଷ୍କାରଧର୍ମୀ ଉଦାହାରଣ ସ୍ଵରୂପ- “ ଏହା ପରେ କ'ଣ ହେବ ?  ଏହା ପୂର୍ବରୁ ଆପଣ ଦେଖିଛ କି ? ଏହା କ'ଣ ହୋଇପାରେ ?‘ ‘ତୁମେ କାହିଁକି ଏପରି ଭାବୁଛି ? 'ଅନ୍ୟ ପ୍ରକାର ଆଲୋଚନା ଅଧୁକ ବିଶ୍ଳେଷଣାମ୍ଳକ । ଉଦାହାରଣ ସ୍ଵରୂପ ଭାବନା, ପ୍ରମାଣ କିମ୍ବା ମତାମତକୁ ଗୁରୁତ୍ଵ ଦେବା ।

ଏହାକୁ ଆଗ୍ରହପୂର୍ଣ୍ଣ ଓ ଆନନ୍ଦମୟ କରନ୍ତୁ ଯେପରି ସବୁ ଶିକ୍ଷାର୍ଥୀମାନେ ବାର୍ଭାଳାପରେ ଭାଗ ନେବା ପାଇଁ ସମର୍ଥ ହେବେ । ଭୁଲ କରିବାର ବା ଉପହାସିତ ହେବାର ଭୟ ନ ଥାଇ ବିଭିନ୍ନ ଧାରଣାଗୁଡ଼ିକୁ ଅନେଷଣ କରି ଶିକ୍ଷାର୍ଥୀମାନେ ମନର ଧାରଣାକୁ ସ୍ଵଚ୍ଛନ୍ଦରେ ପ୍ରକାଶ କରିପାରିବେ ।

ଶିକ୍ଷାର୍ଥୀଙ୍କ କଥନ

ଶିକ୍ଷଣ ପାଇଁ କଥନ ଶିକ୍ଷକମାନଙ୍କୁ ସୁଯୋଗ ଦିଏ:

  • ଶିକ୍ଷାର୍ଥୀମାନଙ୍କୁ ଶୁଣିବା
  • ଶିକ୍ଷାର୍ଥୀଙ୍କ ଚିନ୍ତାଧାରାକୁ ସମର୍ଥନ କରିବା ଓ ତାଙ୍କୁ ପର୍ଯ୍ୟବେସିତ କରିବା ।
  • ଏହାକୁ ଆଗକୁ ବଢାଇବାକୁ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା

ସମସ୍ତ ମତାମତକୁ ଲେଖିବା ଓ ମୂଲ୍ୟୟନ କରିବାର ଆବଶ୍ୟକତା ନାହିଁ କାରଣ ଚିନ୍ତାଧାରାର ବୃଦ୍ଧି ହେଉଛି ଶିକ୍ଷଣର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ । ଆପଣ ସେମାନଙ୍କ ଅଭିଜ୍ଞତା ଓ ଚିନ୍ତାଧାରା ଯଥାସମ୍ଭବ ବ୍ୟବହାର କରିବେ ଯାହାଦ୍ଵାରା  ସେମାନେ ଅନୁଭବ କରିବେ ଯେ ସେମାନଙ୍କର ମତାମତ ଠିକ୍ ଅଛି । ଉତ୍ତମ ଶିକ୍ଷାର୍ଥୀର ଆଲୋଚନା ଓ କହିବା ହେଉଛି ଆବିଷ୍କାରଧର୍ମୀ । ଏହାର ଅର୍ଥ ହେଉଛି ଶିକ୍ଷାର୍ଥୀମାନେ ଜଣେ ଅନ୍ୟର ଧାରଣାକୁ ଆବିଷ୍କାର କରନ୍ତି ଓ ଅନ୍ୟର ଧାରଣାକୁ ଆହ୍ଵାନ ଦିଅନ୍ତି ଯାହାଦ୍ଵାରା କି ସେମାନେ ନିଜର ପ୍ରତିକ୍ରିୟାରେ ବିଶ୍ଵାସ ରଖୁପାରନ୍ତି । ଦଳରେ ଆଲୋଚନାକୁ ଉତ୍ସାହିତ କରିବା ଆବଶ୍ୟକ, କେବଳ ଯେକୌଣସି ଶିକ୍ଷାର୍ଥୀଙ୍କଠାରୁ ଉତ୍ତର ପାଇବା ଆଶାରେ ନୁହେଁ । ଆପଣ , ‘କାହିଁକି' ବୋଲି ପ୍ରଶ୍ନ ପଚାରି ଏକ ଶ୍ରେଣୀ ଭିତରେ ଆହ୍ଵାନମୂଳକ ଚିନ୍ତା କରିବାର ଏକ ପରିବେଶ ସୃଷ୍ଟି କରିପାରିବେ ।

ଆପଣ ତାହା କିପରି ସ୍ଥିର କରିବେ ? କିମ୍ବା ସେହି ସମାଧାନକୁ ନେଇ ଆପଣ କୌଣସି ସମସ୍ୟା ଦେଖିପାରିବେ କି ? ଆପଣ ଶିକ୍ଷାର୍ଥୀଙ୍କ ଆଲୋଚନାକୁ ଶୁଣିବା ପାଇଁ ଦଳ ମଧ୍ୟରେ ବୁଲିପାରିବେ । ଏହି ପ୍ରକାର ପ୍ରଶ୍ନ ପଚାରି ସେମାନଙ୍କ ଚିନ୍ତା ଶକ୍ତିକୁ ବୃଦ୍ଧି କରିପାରିବେ ।

ଆପଣଙ୍କର ଶିକ୍ଷାର୍ଥୀମାନେ ଉତ୍ସାହିତ ହେବେ ଯଦି ଆପଣ ତାଙ୍କର କଥା, ଭାବନା ଓ ଅଭିଜ୍ଞତାକୁ ମୂଲ୍ୟ ଦିଅନ୍ତି, ପସନ୍ଦ କରନ୍ତି ଓ ସମର୍ଥନ କରନ୍ତି । ଶିକ୍ଷାର୍ଥୀମାନେ ଯେତେବେଳେ କୁହନ୍ତି, ଅନ୍ୟକୁ ଯତ୍ନର ସହ ଶୁଣନ୍ତି, ପରସ୍ପରକୁ ପ୍ରଶ୍ନ ପଚାରନ୍ତି, ଶିଖିବା କ୍ଷେତ୍ରରେ

କୌଣସି ବାଧା ନ ଉପୁଯାନ୍ତି ସେତେବେଳେ ସେମାନଂକୁ ପ୍ରଶଂସା କରନ୍ତୁ । ଯେଉଁମାନେ ଆପଣଙ୍କ ଶ୍ରେଣୀରେ ପଛୁଆ ବର୍ଗ ବୋଲି ମନେକରୁଛନ୍ତି ସେମାନଙ୍କ ପ୍ରତି ଆପଣ ସଚେତନ ହେବା ଓ ସେମାନଙ୍କୁ କିପରି ଆପଣଙ୍କ ଶ୍ରେଣୀରେ ବାନ୍ଧି ରଖିବେ ସେଥିପ୍ରତି ଦୃଷ୍ଟି ଦେବେ । ସେମାନେ କିପରି କାର୍ଯ୍ୟରେ ଅଂଶଗ୍ରହଣ କରିବେ ତାହା ଆପଣ ନିଶ୍ଚିତ କରାଇବେ । ସବୁ ଶିକ୍ଷାର୍ଥୀ ପୂର୍ଣ୍ଣ ମାତ୍ରାରେ ଅଂଶଗ୍ରହଣ କରିବାକୁ ହେଲେ ଆପଣଙ୍କ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବା ସମୟ ସାପେକ୍ଷ ହୋଇଥାଏ ।

ପରସ୍ପରକୁ ପ୍ରଶ୍ନ ପଚାରିବା ପାଇଁ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିବା

ଆପଣଙ୍କ ଶ୍ରେଣୀରେ ଏପରି ପରିସ୍ଥିତି ସୃଷ୍ଟିକରନ୍ତୁ ଯେପରି ଭଲ ଆଦ୍ଵାନମୂଳକ ପ୍ରଶ୍ନ ଆସିବ ଓ ଯେଉଁଠାରେ ଶିକ୍ଷାର୍ଥୀଙ୍କ ଭାବନାକୁ ସମ୍ମାନ ଓ ପ୍ରଶଂସା କରାଯାଉଥିବ । ଶିକ୍ଷାର୍ଥୀମାନେ ପ୍ରଶ୍ନ ପଚାରିବେ ନାହିଁ ଯଦି ସେମାନଙ୍କ ମନରେ ସେମାନଙ୍କ କଥା ଗ୍ରହଣୀୟ ହେବ କି ନାହିଁ ଭୟ ଆସେ ଏବଂ ଧାରଣାକୁ ମୂଲ୍ୟହୀନ ମନେକଲେ । ଶିକ୍ଷାର୍ଥୀମାନଙ୍କୁ ପ୍ରଶ୍ନ ପଶ୍ଚରିବା ପାଇଁ ସ୍ବାଗତ କଲେ, ଅନୁସନ୍ଧିସୁ ହେବାକୁ ଉତ୍ସାହିତ କଲେ ଓ ଶିକ୍ଷଣ ସମ୍ବନ୍ଧରେ ବିଭିନ୍ନ ଉପାୟ ଚିନ୍ତା କରିବାକୁ କହିଲେ । ଏହା ଆପଣଙ୍କ ଶିକ୍ଷାର୍ଥୀର ଦୃଷ୍ଟିକୋଣ ବୁଝିବାରେ ସାହାଯ୍ୟ କରିବ ।

ଆପଣ ସ୍ଥାୟୀ ଦଳ କିମ୍ବା ଯୋଡ଼ି କାର୍ଯ୍ୟ କିମ୍ବା "ଶିକ୍ଷାର୍ଥୀମାନେ ପ୍ରଶ୍ନ ପଚାରିବା ସମୟରେ" ଯୋଜନା କରିପାରିବେ ଯାହା ଦ୍ଵାରା ଶିକ୍ଷାର୍ଥୀମାନେ ନିଜର ଭୁଲର ସଂଶୋଧନ ଓ ସନ୍ଦେହ ମୋଚନ କରିପାରିବେ । ଆପଣ କରିବେ:

ଆପଣଙ୍କ ପାଠର ଏକ ଭାଗକୁ ନାମକରଣ କରନ୍ତୁ ଯେ ‘ଯଦି ଆପଣଙ୍କ ପ୍ରଶ୍ନ ଅଛି ତାହେଲେ ହାତ ଟେକ' ।

  • ଗୋଟିଏ ଶିକ୍ଷାର୍ଥୀକୁ ସମ୍ମୁଖରେ ରଖ ଏବଂ ଅନ୍ୟ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କର ଯେ, ସେମାନେ ସେହି ଶିକ୍ଷାର୍ଥୀଙ୍କୁ ପ୍ରଶ୍ନ ପଚାରନ୍ତୁ ଯେପରି ସେମାନେ ଗୋଟିଏ ଗୋଟିଏ ଚରିତ୍ର । ଉଦାହରଣ ସ୍ଵରୂପ ପିଥାଗୋରାସ କିମ୍ବା ମିରାବାଈ ।

ମୋତେ ଅଧିକ କୁହ’ ନାମକ ଏକ ଖେଳ ଯୋଡିରେ କିମ୍ବା ଛୋଟ ଛୋଟ ଦଳରେ ଖେଳ ।

  • ମୌଳିକ ଅନୁସନ୍ଧାନର ଅଭ୍ୟାସ ପାଇଁ ଶିକ୍ଷାର୍ଥୀମାନଙ୍କୁ କିଏ କଣ କେଉଁଠାରେ । କେତେବେଳେ କହିଁକି ଇତ୍ୟାଦିକୁ ନେଇ ଗୋଟିଏ ପ୍ରଶ୍ନଗୁଛ ଦିଅନ୍ତୁ ।
  • ଶିକ୍ଷାର୍ଥୀମାନଙ୍କୁ କିଛି ତଥ୍ୟ ଦିଅନ୍ତୁ ଯେପରି ବିଶ୍ଵ ତଥ୍ୟ ବ୍ୟାଙ୍କରେ ଉପଲବ୍ଧ । ଉଦାହାରଣ ସ୍ଵରୂପ ପୁରା ସମୟ ଶିକ୍ଷାରେ ଶିକ୍ଷାର୍ଥୀମାନଙ୍କର ପ୍ରତିଶତ କିମ୍ବା ବିଭିନ୍ନ ଦେଶର ସ୍ତନ୍ୟପାନ ହାର ଏବଂ ଆପଣ କହିଥିବା ତଥ୍ୟ ଉପରେ ସେମାନଙ୍କୁ ପ୍ରଶ୍ନ

ଭାବିବାକୁ କୁହନ୍ତୁ ।

  • ଶିକ୍ଷାର୍ଥୀଙ୍କ ଦ୍ଵାରା ପ୍ରସ୍ତୁତ ସପ୍ତାହର ପ୍ରଶ୍ନ ତାଲିକାକୁ ପ୍ରାଚୀର ପ୍ରଶ୍ନ ଭାବରେ ସଜାଅ "ଏହି ସପ୍ତାହର ପ୍ରଶ୍ନ ।"

ଶିକ୍ଷାର୍ଥୀମାନେ ପରସ୍ପର ଭିତରେ ଆସୁଥିବା ପ୍ରଶ୍ନ ପଚାରିବା ଓ ସେଗୁଡିକର ଉତ୍ତର ଦେବାରେ ସେମାନଙ୍କର ଚିନ୍ତା ଓ ରୁଚି ଦେଖି ଆପଣ ଆନନ୍ଦର ସହିତ ଆଶ୍ଚର୍ଯ୍ୟ ହେବେ । ଯେତେବେଳେ ଶିକ୍ଷାର୍ଥୀମାନେ ଶିଖିବେ ଯେ ସେମାନେ ସ୍ପଷ୍ଟ ଓ ସଠିକ୍ ଭାବରେ କହିପାରୁଛନ୍ତି ଓ ବୁଝିପାରୁଛନ୍ତି ସେତେବେଳେ ସେମାନେ ସେମାନଙ୍କର ମୌଖିକ ଓ ଲିଖିତ ଶବ୍ଦ ଜ୍ଞାନ ବଢାଇବା ସହିତ ନୂଆ ଜ୍ଞାନ ଓ କୌଶଳର ବିକାଶ କରିବେ ।

ସମ୍ବଳ-3 : ପାଠ ଗୁଡିକର ଯୋଜନା

ଯୋଜନା ଓ ପ୍ରସ୍ତୁତି କାହିଁକି ଗୁରୁତ୍ଵପୂର୍ଣ୍ଣ

ଉତ୍ତମ ପାଠ ବିଷୟଗୁଡିକର ଯୋଜନା ହେବା ଆବଶ୍ୟକ । ଯୋଜନା, ପାଠଗୁଡିକୁ ସ୍ପଷ୍ଟ ଓ ସମୟ ଉପଯୁକ୍ତ କରିବାରେ ସାହାଯ୍ୟ କରେ ଯାହା ଶିକ୍ଷାର୍ଥୀମାନେ ସକ୍ରିୟ ଓ ଆଗ୍ରହୀ ହୋଇପାରିବେ ବୋଲି ବୁଝାଏ । କ୍ରିୟାଶୀଳ ଯୋଜନା କେବେ ପୂର୍ବ-ନିର୍ବାରିତ ନମନୀୟତାକୁ ମଧ୍ୟ ଅନ୍ତର୍ଭୁକ୍ତ କରାନ୍ତି ଯାହାକି ଶିକ୍ଷକମାନେ ନିଜେ ପଢାଉଥିବା ସମୟରେ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣ ସମ୍ବନ୍ଧରେ ଯାହା ପାଆନ୍ତି ତାହା ପ୍ରକାଶ କରନ୍ତି ।

ପାଠଯୋଜନା ସମୂହର ଯୋଜନା ପ୍ରସ୍ତୁତି କରିବା ସମୟରେ ଶିକ୍ଷାର୍ଥୀଙ୍କ ପୂର୍ବଜ୍ଞାନ ଜାଣିବା ଓ ଶିକ୍ଷାର୍ଥୀଙ୍କୁ ବୁଝିବା, ଏହାର ଅର୍ଥ ଯେ କ'ଣ ଆମକୁ ପାଠ୍ୟକ୍ରମ ମାଧ୍ୟମରେ କ’ଣ ଉନ୍ନତି କରିବାକୁ ପଡିବ, କି ଭଲ ସମ୍ବଳ ଓ ଶିକ୍ଷଣକାର୍ଯ୍ୟ ବାଛିବାକୁ ପଡିବ ଯାହା ଶିକ୍ଷାର୍ଥୀଙ୍କୁ ଶିକ୍ଷଣରେ ସାହାଯ୍ୟ କରିବ ।

ଯୋଜନା ହେଉଛି ଏକ ନିରବଚ୍ଛିନ୍ନ ପ୍ରକ୍ରିୟା ଯାହା ଉଭୟ ଗୋଟିଏ କିମ୍ବା ଅନେକଗୁଡିଏ ପାଠ ପ୍ରସ୍ତୁତ କରିବା ପାଇଁ ସାହାଯ୍ୟ କରେ । ପୂର୍ବ ପାଠକୁ ଆଧାର କରି ନୂତନ ପାଠ ପ୍ରସ୍ତୁତ ହୋଇଥାଏ । ପାଠ ଯୋଜନାର ସୋପାନଗୁଡିକ ହେଲା

  • ଆପଣଙ୍କ ଶିକ୍ଷାର୍ଥୀମାନେ ଶିକ୍ଷଣରେ ଆଗେଇବା ପାଇଁ କ’ଣ ଆବଶ୍ୟକ କରୁଛନ୍ତି ସେ ବିଷୟରେ ସ୍ପଷ୍ଟ ହେବ ।
  • ପାଠ ପଢ଼ାରେ ଆପଣ ଯାହା ଦେଖୁଛନ୍ତି, ନମନୀୟତା ବଜାୟ ରଖୁ ଏମିତି ଏକ ଉପାୟ ସ୍ଥିର କରନ୍ତୁ, ଯେପରି ଶିକ୍ଷାର୍ଥୀମାନେ ବୁଝିବେ ।
  • ଭବିଷ୍ୟତ ପାଠ ଯୋଜନା ପାଇଁ ପାଠଟି କେତେମାତ୍ରାରେ ଭଲ ଭାବରେ ପଢାଯାଇଛି ଓ ଶିକ୍ଷାର୍ଥୀମାନେ କେତେ ମାତ୍ରାରେ ଶିଖିଛନ୍ତି ସେଥିପ୍ରତି ଦୃଷ୍ଟି ଦେବେ ।

କ୍ରମରେ ଅନେକ ପାଠର ଯୋଜନା

ଯେତେବେଳେ ଆପଣ ପାଠ୍ୟକ୍ରମକୁ ଅନୁସରଣ କରୁଛନ୍ତି, କିପରି ଆପଣ ପାଠ୍ୟକ୍ରମରେ ଥିବା ବିଷୟ ଓ ପ୍ରସଂଗକୁ ଛୋଟ ଛୋଟ ଭାଗ କିମ୍ବା ଅଂଶରେ ବିଭକ୍ତ କରିବେ, ଏହା ହେଉଛି ଯୋଜନାର ପ୍ରଥମ ଭାଗ । ଉପଲବ୍ଧ ସମୟ ଓ ଶିକ୍ଷାର୍ଥୀମାନଙ୍କର କୌଶଳ ଓ ଜ୍ଞାନର କ୍ରମାଗତ ବିକାଶ ଓ ଗଠନ ପାଇଁ ଉପାୟ ବିଚାର କରିବା ଆବଶ୍ୟକ । ଆପଣଙ୍କର ଅଭିଜ୍ଞତା କିମ୍ବା ସହକର୍ମୀଙ୍କ ସହ ଆଲୋଚନା ଆପଣଙ୍କୁ ଅବଗତ କରାଇବ କି ଗୋଟିଏ ପ୍ରସଙ୍ଗ ଚାରୋଟି ପିରିୟଡ ନେଇପାରେ କିମ୍ବା ଅନ୍ୟ ଗୋଟିଏ ପ୍ରସଂଗ ଦୁଇଟି ପିରିୟଡ ନେଇପାରେ । ଆପଣ ବୋଧହୁଏ ଅବଗତ ଥିବେ ଯେ ଆପଣଙ୍କୁ ନିର୍ଦ୍ଦିଷ୍ଟ ଶିକ୍ଷଣ ପାଇଁ ଆଗାମୀ ପିରିୟଡରେ ବିଭିନ୍ନ ପ୍ରକାର ମାର୍ଗରେ ଓ ବିଭିନ୍ନ ସମୟରେ ପୁଣି ଫେରିବାକୁ ପଡିବ ଯେତେବେଳେ ଅନ୍ୟ ଅଧ୍ୟାୟ ଗୁଡିକ ପଢା ସରିବ କିମ୍ବା ଯେତେବେଳେ ବିଷୟକୁ ଆଗକୁ ବଢାଯିବ ।

ପାଠ ଯୋଜନାରେ ଆପଣ ନିମ୍ନଲିଖିତ ବିଷୟରେ ସ୍ପଷ୍ଟ ହେବା ଆବଶ୍ୟକ:

  • ଶିକ୍ଷାର୍ଥୀ କ'ଣ ଶିଖୁବେ ବୋଲି ଆପଣ ଭାବୁଛନ୍ତି ?
  • ଆପଣ କିପରି ସେହି ଶିକ୍ଷଣକୁ ପ୍ରସ୍ତାବନା କରିବେ ?
  • ଶିକ୍ଷାର୍ଥୀଙ୍କୁ କ'ଣ କରିବାକୁ ହେବ ଓ କାହିଁକି ?

ଆପଣ ଶିକ୍ଷଣକୁ ସକ୍ରିୟ ଓ ରୁଚିପୂର୍ଣ୍ଣ କରିବାକୁ ଚାହିଁବା ଆବଶ୍ୟକ ଯେପରି ଏହା ଶିକ୍ଷାର୍ଥୀମାନଂକୁ ସୁବିଧା, ସହଜ ଓ ଆଗ୍ରହୋଦୀପକ ହେବ । ଆପଣ ସ୍ଥିର କରନ୍ତୁ ଏହି ପାଠଗୁଡିକୁ ପଢାଇଲା ବେଳେ କ'ଣ କ'ଣ କାମ ଶିକ୍ଷାର୍ଥୀଙ୍କୁ କରିବାକୁ ଦିଆଯିବ, ଯାହାଦ୍ଵରାକି ଶିକ୍ଷାର୍ଥୀଙ୍କୁ ବିଭିନ୍ନ ପ୍ରକାରର ଆଗ୍ରହଭିଭିକ କାର୍ଯ୍ୟ ନମନୀୟତା ଭିଭିରେ ଦିଆଯିବ । ଆପଣ କିପରି ଏହି ସମସ୍ତ ପାଠ ସମୂହକୁ ପଢାଇଲା ସମୟରେ ଶିକ୍ଷାର୍ଥୀଙ୍କ ବୋଧଗମ୍ୟତା ଓ ଶୈକ୍ଷିକ ଅଗ୍ରଗତିକୁ ଯାଞ୍ଚ କରିବେ ଏ ବିଷୟରେ ଯୋଜନା କରନ୍ତୁ । ଯଦି କୌଣସି ପାଠ ପଢାଇବା ପାଇଁ ବେଶୀ ସମୟ କିମ୍ବା କମ୍ ସମୟ ଆବଶ୍ୟକ ହୁଏ ସେଥିପ୍ରତି ଆବଶ୍ୟକତା ଦୃଷ୍ଟିରୁ ସମୟ ଦେବାକୁ ପ୍ରସ୍ତୁତ  ରୁହନ୍ତୁ ।

ନିର୍ଦ୍ଦିଷ୍ଟ ପାଠଯୋଜନା ପ୍ରସ୍ତୁତି

ଆପଣ ପାଠଯୋଜନା ଗୁଡିକର ଯୋଜନା ପ୍ରସ୍ତୁତ ପରେ, ପ୍ରତ୍ୟେକ ପାଠଯୋଜନାକୁ ଶିକ୍ଷାର୍ଥୀଙ୍କ ଉନ୍ନତି ସ୍ତର ଯେଉଁ ପର୍ଯ୍ୟନ୍ତ ହୋଇଛି ତାହାକୁ ଦୃଷ୍ଟିରେ ରଖି ସେଠାରୁ ପ୍ରତ୍ୟେକ ପାଠ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଆପଣ ଜାଣନ୍ତି ଯେ ପାଠଟୀକାଗୁଡିକ ପଢା ସରିବା ପରେ ଶିକ୍ଷାର୍ଥୀମାନେ କ’ଣ ଶିଖିବା ଉଚିତ୍ କିମ୍ବା କେଉଁସବୁ କାମ କରି ପାରିବେ ତାହା କରିବା ଉଚିତ୍ । ମାତ୍ର ଆପଣଙ୍କୁ କିଛି ଆଶା କରୁନଥୁବା ପୂର୍ବ କଥା ମନେ ପକାଇ ଦେବାକୁ ପଡିପାରେ କିମ୍ବା କ୍ଷିପ୍ରଗତିରେ ପାଠକ ଆଗେଇ ନେବାକୁ ପଢ଼ିପାରେ । ତେଣୁ ପ୍ରତ୍ୟେକ ପାଠଟୀକା ଏପରି ଯୋଜନା କରିବା ଦରକାର ଯେପରି ପ୍ରତ୍ୟେକ ଶିକ୍ଷାର୍ଥୀର ଅଗ୍ରଗତି ହେବ ଏବଂ ଏହା ନିଜେ କିଛି ସଫଳତା ପାଇଛି ମନେ କରିବ ଏବଂ ଶିକ୍ଷଣରେ ଜଡ଼ିତ ରହିବା ସହ ଶିଖିଛି ବୋଲି ଭାବିବ ।

ପାଠ ଯୋଜନା ମଧ୍ୟରେ ପ୍ରତ୍ୟେକ ଶିକ୍ଷଣକାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ସମୟ ଅଛି ଯେପରି ଦଳଗତ କାର୍ଯ୍ୟ, ପ୍ରୟୋଗି କାର୍ଯ୍ୟ ପାଇଁ ସମସ୍ତ ସମ୍ବଳ ପ୍ରସ୍ତୁତ ରହିଛି । ଏ ସମ୍ବନ୍ଧରେ ନିଶ୍ଚିତ ହେବା ଉଚିତ ସମ୍ବଳ ପାଇଁ ଯୋଜନାର ଏକ ଅଂଶ ହିସାବରେ ବଡ ଶ୍ରେଣୀ ପାଇଁ ବିଭିନ୍ନ ପ୍ରକାରର ପ୍ରଶ୍ନ ଓ ଶିକ୍ଷଣକାର୍ଯ୍ୟ ବିଭିନ୍ନ ଦଳ ପାଇଁ ଯୋଜନା କରିବା ଦରକାର ।

ଆପଣ ଯେତେବେଳେ ନୂଆ ପ୍ରସଂଗ ପଢାଉଛି। ଅନ୍ୟ ଶିକ୍ଷକଙ୍କ ସହ ଅଭ୍ୟାସ ପାଇଁ ଏବଂ ଧାରଣାଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରିବା ପାଇଁ କିଛି ସମୟ ରଖୁବା ଦରକାର, ଯାହାଦ୍ଵାରା ଆପଣଙ୍କ ମନରେ ଧାରଣା ପ୍ରତି ଦୃଢ ବିଶ୍ଵାସ ଆସିବ । ଆପଣଙ୍କ ପାଠକୁ ତିନୋଟି ଅଂଶରେ ଯୋଜନା କରିବା ପାଇଁ ଚିନ୍ତା କରନ୍ତୁ, ସେହି ଅଂଶଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଛି:

1 ଉପକ୍ରମ

ପାଠ ପଢାଇବା ଆରମ୍ଭ ବେଳେ ସେମାନେ କ’ଣ ପଢିବେ ଓ କ'ଣ କରିବେ ତାହା ବୁଝାଇ ଦିଅନ୍ତୁ ଯାହା ଦ୍ଵାରା  ପ୍ରତ୍ୟେକ ତାଙ୍କ ଠାରୁ କ'ଣ ଆଶା କରାଯାଉଛି ଜାଣିବେ । ସେମାନେ କ’ଣ ନୂଆ କଥା ବିଷୟରେ ଜାଣିବାକୁ ଯାଉଛନ୍ତି ସେ ସମ୍ବନ୍ଧରେ ଶିକ୍ଷାର୍ଥୀଙ୍କୁ ଆଗ୍ରହୀ କରାଅ । ସେମାନଙ୍କୁ ଜାଣିଥିବା କଥାକୁ ପରସ୍ପର ମଧ୍ୟରେ ଆଦାନପ୍ରଦାନ କରିବାକୁ ସୁଯୋଗ ଦିଅନ୍ତୁ ଓ ଅନୁମତି ଦିଅନ୍ତୁ ।

ପାଠଟିର ମୁଖ୍ୟ ଅଂଶ

ଶିକ୍ଷାର୍ଥୀମାନେ କେଉଁ ବିଷୟରେ ଜାଣିଛନ୍ତି ତା’ର ରୂପରେଖ ପ୍ରସ୍ତୁତ କରନ୍ତୁ । ଆପଣ ଯେଉଁ ଆଞ୍ଚଳିକ ସମ୍ବଳ, ନୂଆ ସୁଚନା କିମ୍ବା କ୍ରିୟାଶୀଳ ପଦ୍ଧତି ଯେପରି ଦଳଗତ କାର୍ଯ୍ୟ କିମ୍ବା ସମସ୍ୟା ସମାଧାନ ପଦ୍ଧତି ବ୍ୟବହାର କରିପାରନ୍ତି ତାହା ସ୍ଥିର କରନ୍ତୁ । ଆପଣ କେଉଁ ସମ୍ବଳ ବ୍ୟବହାର କରିବେ ଓ ଏଥୁପାଇଁ ଆପଣଙ୍କର ଶ୍ରେଣୀ ପ୍ରକୋଷ୍ଠର ସ୍ଥାନ କିପରି ବ୍ୟବହାର କରିବେ ତାହା ଚିହ୍ନଟ କରନ୍ତୁ । ବିଭିନ୍ନ ପ୍ରକାର ଶିକ୍ଷଣକାର୍ଯ୍ୟ, ସମ୍ବଳ, ସମୟ ବ୍ୟବହାର କରିବା ହେଉଛି ପାଠଯୋଜନା ପ୍ରସ୍ତୁତିର ଏକ ମୁଖ୍ୟ ଅଂଶ । ଯଦି ଆପଣ ବିଭିନ୍ନ ପ୍ରକାରର ପଦ୍ଧତି ଓ ଶିକ୍ଷଣକାର୍ଯ୍ୟ ବ୍ୟବହାର କରୁଛନ୍ତି, ଆପଣ ସବୁ ଶିକ୍ଷାର୍ଥୀଙ୍କୁ କାମରେ ଲଗାଇ ପାରିବେ କାହିଁକି ନା ସମସ୍ତେ ଭିନ୍ନ ଭିନ୍ନ ଉପାୟରେ ଶିଖନ୍ତି ।

3. ପାଠପଢ଼ା ଶେଷରେ ଶିକ୍ଷଣର ଅଗ୍ରଗତି ଯାଞ୍ଚ କରିବା

ଶିକ୍ଷଣର ଅଗ୍ରଗତି ଜାଣିବା ପାଇଁ ସବୁବେଳେ ସମୟ ଦିଅନ୍ତୁ (ପାଠପଢା ସମୟରେ କିମ୍ବା ଶେଷରେ) । ସବୁବେଳେ ଶିକ୍ଷଣର ଅଗ୍ରଗତି ବୁଝିବାର ଅର୍ଥ ଯାଞ୍ଚ କରିବା ନୁହେଁ । ସାଧାରଣତଃ ଏହା ହଠାତ୍ ଶ୍ରେଣୀରେ ହେବ । ଏଥିପାଇଁ ଆପଣ ପ୍ରଶ୍ନ ପ୍ରସ୍ତୁତ କରିଥିବା ଦରକାର କିମ୍ବା ଶିକ୍ଷାର୍ଥୀମାନେ କ’ଣ ଶିଖିଛନ୍ତି ତାହା ଉପସ୍ଥାପନା କରୁଥିବା ସମୟରେ ପର୍ଯ୍ୟବେକ୍ଷଣ କରିବା ଦରକାର । ମାତ୍ର ଆପଣଙ୍କୁ ଏ ବିଷୟରେ ସେହି ଅନୁସାରେ ନମନୀୟ ହେବାକୁ ପଡିବ ଏବଂ ପରିବର୍ଭନ କରିବାକୁ ପଡିବ। ଏଥିପାଇଁ ଯେ ଆପଣ ଶିକ୍ଷାର୍ଥୀଙ୍କ ଉତ୍ତରରୁ କ'ଣ ଜାଣିବାକୁ ଚାହୁଁଛନ୍ତି । ପାଠକୁ ସମ୍ପୁର୍ଣ୍ଣ କରିବା ପାଇଁ ପାଠ ଆରମ୍ଭରେ ସ୍ଥିରୀକୃତ ଲକ୍ଷ୍ୟକୁ ଫେରିପାରିବା ଏକ ଉତ୍ତମ ଉପାୟ । ଶିକ୍ଷାର୍ଥୀଙ୍କୁ ପରସ୍ପର ସହ ଆଲୋଚନା କରିବାକୁ ଓ ଆପଣଙ୍କୁ ସେହି ଶିକ୍ଷଣର ପ୍ରଗତି ସମ୍ବନ୍ଧରେ କହିବାକୁ ସମୟ ଦେବାକୁ ପଡ଼ିବ । ଶିକ୍ଷାର୍ଥୀମାନଙ୍କୁ ଶୁଣିବା ନିଶ୍ଚିତ କରାଇବ ଯେ ଆପଣ ପରବର୍ତୀ ପାଠ । ପ୍ରସଂଗ ପାଇଁ କଣ ଯୋଜନା କରିବେ ।

ପାଠର ସମୀକ୍ଷା

ଆପଣ ପଢାଇଥିବା ପ୍ରତ୍ୟେକ ପାଠକୁ ଦେଖନ୍ତୁ ଓ କ'ଣ କ'ଣ କରିଥୁଲେ ତାକୁ ଲିପିବଦ୍ଧ କରନ୍ତୁ । ଆପଣଙ୍କ ଶିକ୍ଷାର୍ଥୀ କ’ଣ ଶିଖିଲେ, ଆପଣ କି ସମ୍ବଳ ବ୍ୟବହାର କରିଥୁଲ, ଆପଣଙ୍କ ପାଠପଢ଼ା କିପରି ଚାଲିଥୁଲା, ଆପଣ କେଉଁ କେଉଁ ଥୁରେ ଉନ୍ନତି କରିବାକୁ ଚାହୁଁଛନ୍ତି, ଏହା ଆପଣଙ୍କୁ କିମ୍ବା ଆପଣଙ୍କ ପରବର୍ତୀ ଯୋଜନାର ଉନ୍ନତି ଓ ପରିବର୍ଭନ କରିବାରେ ସାହାଯ୍ୟ କରିବ । ଉଦାହରଣସ୍ବରୂପ ଆପଣଙ୍କୁ ସ୍ଥିର କରିବାକୁ ପଡ଼ିବ।

  • ଶିକ୍ଷଣକାର୍ଯ୍ୟର ପରିବର୍ଭନ ।
  • ଅନେକଗୁଡ଼ିଏ ମୁକ୍ତ ଓ ନିର୍ଦ୍ଦିଷ୍ଟ ଉତ୍ତର ମୂଳକ ପ୍ରଶ୍ନ ପ୍ରସ୍ତୁତ କରିବା ।
  • ଆପଣଙ୍କର ସାହାଯ୍ୟ ଆବଶ୍ୟକ କରୁଥିବା ଶିକ୍ଷାର୍ଥୀମାନଙ୍କ ପାଇଁ ଅଧୁବେଶନ ।

ଚିନ୍ତା କର ଆପଣ ଆଉ କିପରି ଯୋଜନା କରିଥୁଲେ ଶିକ୍ଷାର୍ଥୀମାନେ ଭଲଭାବରେ ଶିଖ୍ ପାରିଥା’ନ୍ତେ । ଆପଣ ପ୍ରତ୍ୟେକ ପାଠ ପଢାଇବାକୁ ଯିବା ସମୟରେ ଆପଣଙ୍କର ପାଠଯୋଜନା ଆଶ୍ଚର୍ଯ୍ୟଜନକ ଭାବେ ବଦଳିପାରେ, କାରଣ ଆପଣ ଭାବିପାରିବନି ଯେ ସବୁ ଜିନିଷ ଆପଣ ଯୋଜନା କରିଥିବା ଅନୁସାରେ ଚାଲିବ । ଭଲ ଯୋଜନାର ଅର୍ଥ ହେଉଛି, ଆପଣ ଜାଣ ପାଠପଢ଼ା ସମୟରେ ପ୍ରକୃତ ଶିକ୍ଷଣ କ'ଣ ହେବ, ତେଣୁ ଆପଣ ପ୍ରତିକ୍ରିୟା ପାଇଁ ନମନୀୟ ହେବ ।

ଆଧାର,

"www.tessindia.edu.in"

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top