অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ନେତୃତ୍ଵ ପରିପେକ୍ଷୀ: ବିଦ୍ୟାଳୟ ପାଇଁ ସାମୁହିକ ପରିକଳ୍ପନା କରିବା

ନେତୃତ୍ଵ ପରିପେକ୍ଷୀ: ବିଦ୍ୟାଳୟ ପାଇଁ ସାମୁହିକ ପରିକଳ୍ପନା କରିବା

ଉପକ୍ରମ

ଏହି ବିଦ୍ୟାଳୟ ନେତୃତ୍ଵ ସମ୍ବନ୍ଧୀୟ ମୁକ୍ତ ଶିକ୍ଷଣ ସମ୍ବଳଟି ଟେସ୍ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ହୋଇଥିବା ‘ବିଦ୍ୟାଳୟ ନେତୃତ୍ଵ' ସମ୍ବନ୍ଧୀୟ ୨୦ଟି ପୁସ୍ତିକା ମଧ୍ୟରୁ ଅନ୍ୟତମ । ଏହି ପୁସ୍ତିକାଗୁଡ଼ିକ ବିଦ୍ୟାଳୟରେ ନେତୃତ୍ଵ ନେଉଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷଣ ଓ ବୃତ୍ତିଗତରେ ଉନ୍ନତି ଆଣି ଶ୍ରେଣୀ କକ୍ଷରେ ପାଠପଢାରେ ସହାୟତା କରିବ । ଏହି ପୁସ୍ତିକାଗୁଡ଼ିକ ବିଭିନ୍ନ ସିଦ୍ଧାନ୍ତ ଓ ପରିଚାଳନା ସମ୍ବନ୍ଧୀୟ ଅଭିଜ୍ଞତାକୁ ଭିତ୍ତିକରି ପ୍ରସ୍ତୁତ କରାଯାଇଛି । ଏହି ପୁସ୍ତିକାରେ ଦିଆଯାଇଥିବା ତଥ୍ୟକୁ ବିଦ୍ୟାଳୟର ନେତୃତ୍ଵ, ଶିକ୍ଷକ ଓ ସହାୟକ କର୍ମାମାନେ ଅଭ୍ୟସରେ ଆଣିଲେ ବିଦ୍ୟାଳୟରେ ସାମୁହିକ ଉନ୍ନତି ଆସିପାରିବ । ଏହି ପୁସ୍ତିକାଗୁଡ଼ିକ ପଠନ ପାଇଁ ଏକ ବିଦ୍ଧିବଧ ଖସଡା ପ୍ରସ୍ତୁତ କରିବାର ଆବଶ୍ୟକତା ଯଦିଓ ନାହିଁ ତଥାପି "ବିଦ୍ୟାଳୟର ମୁଖ୍ୟ ଜଣେ ସାମର୍ଥ୍ୟକାରୀ" ପୁସ୍ତିକାରୁ ପଠନ ଆରମ୍ଭ କରାଯାଇପାରେ । ଏହି ପୁସ୍ତିକାଗୁଡ଼ିକ ନିଜସ୍ଵ ପଠନ ପାଇଁ ଉଦ୍ଧିଷ୍ଟ ଓ ଏହାକୁ ନିଜର ପାଠାଗାରାରେ ରଖାଯାଇପାରେ । ଏହି ପୁସ୍ତିକାଗୁଡିକ ବିଦ୍ୟାଳୟ ନେତୃତ୍ଵ ନେଉଥିବା ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ଉପ ପ୍ରଧାନ ଶିକ୍ଷକ କିମ୍ବା ଅନ୍ୟ ଶିକ୍ଷକ ଯେଉଁମାନେ ବିଦ୍ୟାଳୟ ନେତୃତ୍ଵରେ ସାମିଲ ଅଛନ୍ତି ସେମାନଙ୍କ ପାଇଁ ଉଦ୍ଧିଷ୍ଟ ।

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ‘ ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀ ଗୃହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ।  ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ । ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂବଳ ‘ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷା ଅନୁଯାୟୀ। ଉଭୟ ଭାରତୀୟ ଓ ଆର୍ନ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ । ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ (http://www.tessindia.edu.in/) ରେ ଉପଲବ୍ଧ । 'ମୁକ୍ତ ଶୈକ୍ଷିକ ସଂବଳ’ ଗୁଡ଼ିକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ଉପଲବ୍ଧ କରାଯାଇଛି ଓ ଟେସ ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିମିତ୍ତ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି । ଟେସ-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି । ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ' ଶିକ୍ଷା ତତ୍ତ୍ଵ ଆଧାରିତ । ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୃହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି । ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ର ଅଭିପ୍ରେରିତ । ଟେସ୍-ଇଣ୍ଡିଆ ଭିଡ଼ିଓ ସମ୍ବଳ ସମୂହ ସି.ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକରଣଟି 'ଟେସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସମ୍ବଳ’ର ବିଦ୍ୟାଳୟ ନେତୃତ୍ଵ ସଂକଳନର ଏକ ଭାଗ ଅଟେ । ମୂଳ ଇଂରାଜୀ ଲେଖାକୁ ଡକ୍ଟର ମମତା ସ୍ଵାଇଁ ଓଡ଼ିଆ ଭାଷାରେ ଭାଷାନ୍ତର କରିଛନ୍ତି । ଏହି ସଂକଳନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସ ମ୍ବଳ/ ଲେଖ creativecommons.orgରେ ମୁକ୍ତ ବ୍ୟବହାର ପାଇଁ ଉପଲବ୍ଧ ଅଟେ ।

ଏକକରେ କ'ଣ ଅଛି

ଏହି ଏକକଟି ଆପଣଙ୍କ ବିଦ୍ୟାଳୟ ପାଇଁ ଆଭିମୁଖ୍ୟ ପ୍ରସ୍ତୁତ କରିବା ଓ ଏହାକୁ କାର୍ଯ୍ୟକାରୀ କରିବା ଉପରେ ପର୍ଯ୍ୟବସିତ । ସୁନୀଲ ବାତ୍ରା (୨୦୧୧) ପରିପ୍ରକାଶ କରିଛନ୍ତି ଯେ - ଭାରତବର୍ଷରେ ବିଦ୍ୟାଳୟମାନେ ବହୁ କମ୍ ମାତ୍ରାରେ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ ରୂପେ ଦେଖିପାରନ୍ତି ବା ପ୍ରସ୍ତୁତ କରିପାରନ୍ତି ।

ଏହି ମତାମତ ସମ୍ଭବତଃ ଅତୀତର ଏହି ଘଟଣା ଉପରେ ପର୍ଯ୍ୟବସିତ ଯେ - ବିଦ୍ୟାଳୟଗୁଡ଼ିକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦ୍ଵାରା ନିୟନ୍ତ୍ରିତ ହୋଇଆସୁଅଛି । ଶିକ୍ଷା ଅଧିକାର ଅଧିନିୟମ-୨୦୦୯ର ଏହା ଏକ ସ୍ପଷ୍ଟ ଅଭିୟା ଯେ ବିଦ୍ୟାଳୟଗୁଡ଼ିକ ଅଧିକ ସ୍ଵୟଂଶାସିତ ହେବା ଉଚିତ, ନିଜର ନିରବଚ୍ଛିନ୍ନ ପ୍ରଗତିର ଦାୟିତ୍ଵ ବହନ କରିବା ଆବଶ୍ୟକ ଏବଂ ସ୍ଥାନୀୟ ଗୋଷ୍ଠୀ ସମ୍ମୁଖରେ ଉତ୍ତରଦାୟୀ ହେବା ଉଚିତ । ବିଦ୍ୟାଳୟ ପରିଚାଳନା କମିଟି (SMCs) ର ପ୍ରତିଷ୍ଠା ଏବଂ ପ୍ରତ୍ୟେକ ବିଦ୍ୟାଳୟ ପାଇଁ ଏକ ବିଦ୍ୟାଳୟ ବିକାଶ ଯୋଜନା (SDPs)ର ଆବଶ୍ୟକତା ଏହି ଅଭିପ୍ପାକୁ ସହାୟତା ପ୍ରଦାନ ପାଇଁ ଉର୍ଦ୍ଦିଷ୍ଟ ।

ବାତ୍ରା ଏହା ମଧ୍ୟ ପରିପ୍ରକାଶ କରିଛନ୍ତି ଯେ - ଏକ ସ୍ପଷ୍ଟ ଆଭିମୁଖ୍ୟ, ଉଦ୍ଦେଶ୍ୟ କିମ୍ବା ଲକ୍ଷ୍ୟର ଅନୁପସ୍ଥିତିରେ ନୈତିକ ଉଦ୍ଦେଶ୍ୟ ସହ ଲୋକମାନଙ୍କର ବା ଗୋଷ୍ଠୀର ବିକାଶ ପାଇଁ କାର୍ଯ୍ୟ କରିବା ମହାଶୂନ୍ୟରେ କାର୍ଯ୍ୟ କରିବା ସହ ସମକକ୍ଷ ।

ଏହି ଗପରେ ଏକ ସ୍ପଷ୍ଟ ଆଭିମୁଖ୍ୟର ଶକ୍ତି ଉପରେ ଆଲୋକପାତ କରାଯାଇଛି :

ଏକ ପ୍ରସ୍ତର ସ୍ଥପତି ମନ୍ଦିରର ଦ୍ଵାର ଦେଶର ଅଗ୍ରଭାଗରେ ସ୍ଥାନ ଦେବା ନିମନ୍ତେ ଏକ ଶୀର୍ଷ ପଥରକୁ ଆକାର ପ୍ରଦାନ କରୁଥିଲେ । ଏହି ସମୟରେ ଜଣେ ପରିଦର୍ଶକ ତାଙ୍କୁ ପ୍ରଶ୍ନ କଲେ- ଆପଣ କ'ଣ କରୁଛନ୍ତି ? ତାଙ୍କ ଉତ୍ତରଟି ତତକ୍ଷଣାତ ଓ ଅପ୍ରତ୍ୟାଶିତ ଥିଲା : “ଭଗବାନଙ୍କ ଗୌରବ ନିମନ୍ତେ ମୁଁ ଏକ ମନ୍ଦିର ନିର୍ମାଣ କାର୍ଯ୍ୟରେ ସାହାଯ୍ୟ କରୁଛି ।" ସ୍ଥପତି ଜଣକ ନିଜର କାର୍ଯ୍ୟ, କେଉଁ ପଥର କାମରେ ଲାଗିଛି, ନିଜ ଦକ୍ଷତା ବା ଅନ୍ୟ କୌଣସି ପ୍ରସଙ୍ଗ ବର୍ଣ୍ଣନା କଲେ ନାହିଁ। ବରଂ ଏହା ପରିବର୍ତ୍ତେ ଏକ ସୁନ୍ଦର ସଂପର୍କିତ ତାଙ୍କର ଦୂରଦୃଷ୍ଟିକୁ ସଫଳ କରିବା ପାଇଁ ତାଙ୍କୁ ଓ ତାଙ୍କ ଗୋଷ୍ଠୀକୁ ପ୍ରେରିତ କରୁଥିବା ଉଦ୍ଦେଶ୍ୟ ଏବଂ ଦୃଢ଼ ଇଚ୍ଛାଶକ୍ତି ବିଷୟରେ ସେ ବର୍ଣ୍ଣନା କଲେ । ସ୍ପଷ୍ଟ ଆଭିମୁଖ୍ୟ ହିଁ ତାଙ୍କୁ ଶକ୍ତି, ଗୌରବ ଏବଂ ପ୍ରତିବଦ୍ଧତା ପ୍ରଦାନ କଲା ଯାହାଫଳରେ କିଛି ଗୁଣାତ୍ମକ ସୃଷ୍ଟି କାର୍ଯ୍ୟରେ ନିଜକୁ ଦଳର ଜଣେ ସଭ୍ୟ ଭାବରେ ସେ ନିୟୋଜିତ କରିପାରିଲେ । ନିଜ ଉପଲବ୍ଧିର ପରିଧି ବାହାରେ ଥିବା କିଛି ଜିନିଷକୁ ପାଇବାର ଆହ୍ଵାନ  ହିଁ ଗୋଷ୍ଠୀଗୁଡ଼ିକୁ ସେମାନଙ୍କର କ୍ଷମତାଠାରୁ କିଛି ଅଧିକ ପାଇବାକୁ ସକ୍ଷମ କରାଏ ।

ବିଦ୍ୟାଳୟର ମୁଖ୍ୟ ଭାବରେ ନିଜ ବିଦ୍ୟାଳୟ ପାଇଁ ସ୍ପଷ୍ଟ ଆଭିମୁଖ୍ୟ ସୃଷ୍ଟି କରିବାର ଦାୟିତ୍ଵ ଆପଣଙ୍କର ଅଟେ । ଏହି ଆଭିମୁଖ୍ୟ ବିଦ୍ୟାଳୟର ନିର୍ଦ୍ଦିଷ୍ଟ ପରିସ୍ଥିତିକୁ ଖାପଖୁଆଇବା ଭଳି ହେବା ଆବଶ୍ୟକ ଏବଂ ଏହା ସଙ୍ଗେ ସଙ୍ଗେ ଉଭୟ ବିଦ୍ୟାଳୟ ଓ ବ୍ୟାପକ ଗୋଷ୍ଠୀର ଆଶା ଓ ଆକାଂକ୍ଷାକୁ ପ୍ରତିଫଳିତ କରିବା ଆବଶ୍ୟକ । ଏହାର ପ୍ରସ୍ତୁତିରେ ବିଦ୍ୟାଳୟର ସାଂସ୍କୃତିକ ପରିଚୟ ତଥା ଶିକ୍ଷାର୍ଥୀ ଏବଂ ସେମାନଙ୍କ ପରିବାରର ବିଶେଷତ୍ଵଗୁଡ଼ିକ ପ୍ରତିଫଳିତ ହେବା ଆବଶ୍ୟକ ।

ଏହି ଏକକରେ ଆପଣମାନେ ଏକ ସୁନ୍ଦର ଆଭିମୁଖ୍ୟ ଭକ୍ତିର ପ୍ରସ୍ତୁତି ବିଷୟରେ, କିପରି ହିତାଧିକାରୀମାନଙ୍କୁ ଆଭିମୁଖ୍ୟ ଭକ୍ତିର ସୃଷ୍ଟି ଓ ଉପଲକ୍ଷିରେ ସାମିଲ କରିବା ଏବଂ କିପରି ଆଭିମୁଖ୍ୟ କାର୍ଯ୍ୟରେ ରୂପାନ୍ତରିତ ହୁଏ। ସେ ବିଷୟରେ ଆଲୋକପାତ କରିବେ ।

ଶିକ୍ଷଣ ଡ଼ାଏରୀ

ଏହି ଏକକରେ, କାର୍ଯ୍ୟ କରିବାବେଳେ ଆପଣଙ୍କୁ ନିଜର ଶିକ୍ଷଣ ଡ଼ାଏରୀ, ପୁସ୍ତକ କିମ୍ବା କାଗଜରେ ନୋଟ୍ କରିବାକୁ କୁହାଯିବ, ଯେଉଁଠାରେ କି ଆପଣ ନିଜର ଚିନ୍ତାଧାରା ଓ ଯୋଜନାଗୁଡ଼ିକୁ ସମ୍ମିଳିତ ଭାବେ ଏକତ୍ର ରଖିବେ ବୋଧହୁଏ ଆପଣ ଏହିପରି ଗୋଟିଏ ଆରମ୍ଭ କରିସାରିଲେଣି ।

ଆପଣ ଏହି ଏକକ ଉପରେ ଏକୁଟିଆ କାର୍ଯ୍ୟ କରୁଥାଇପାରନ୍ତି, ମାତ୍ରା ଆପଣ ଅଧିକ ଶିଖିବାକୁ ସକ୍ଷମ ହେବେ ଯଦି ଆପଣ ନିଜ ଶିକ୍ଷଣକୁ ଅନ୍ୟ ବିଦ୍ୟାଳୟର ମୁଖ୍ୟଙ୍କ ସହ ଆଲୋଚନା କରିବେ । ସେ ବ୍ୟକ୍ତି ଜଣକ ଆପଣଙ୍କ ସହକର୍ମା ହୋଇପାରନ୍ତି ଯାହାଙ୍କ ସହ ଆପଣ ପୂର୍ବରୁ କାର୍ଯ୍ୟ କରିଥିବେ କିମ୍ବା। ଏପରି କେହି ଜଣେ ହୋଇପାରନ୍ତି ଯାହାଙ୍କ ସହ ଆପଣ ନୂଆ ସଂପର୍କ ସୃଷ୍ଟି କରିପାରିବେ । ଏହା ସଂଗଠିତ ଭାବରେ କରାଯାଇପାରେ କିମ୍ବା ଏକ ଅନୈପରଚାରିକ ଭାବେ ମଧ୍ୟ କରାଯାଇପାରେ । ଯେତେବେଳେ ଆପଣ ଦୀର୍ଘ ମିଆଦୀ ଶିକ୍ଷଣ ଓ ପ୍ରଗତି ସଂପର୍କରେ ଯୋଜନା କରୁଛନ୍ତି ସେତେବେଳେ ନିଜ ଶିକ୍ଷଣ ଡ଼ାଏରୀରେ ପ୍ରସ୍ତୁତ କରିଥିବା ବିବରଣୀଗୁଡ଼ିକ ଏଭଳି ବୈଠକରେ ବହୁ ଦରକାରରେ ଆସିବ ।

ଏକକରୁ ବିଦ୍ୟାଳୟର ମୁଖ୍ୟମାନେ କ’ଣ ଶିଖୁବେ

  • କିପରି ବିଦ୍ୟାଳୟର ଆଭିମୁଖ୍ୟ ବିଦ୍ୟାଳୟର ପ୍ରଗତି ପାଇଁ ଦୈନନ୍ଦିନ କାର୍ଯ୍ୟକୁ ପ୍ରଭାବିତ କରେ?
  • କିପରି ନିଜ ବିଦ୍ୟାଳୟର ଆଭିମୁଖ୍ୟ ପ୍ରସ୍ତୁତ କରିବେ ।
  • ଅନ୍ୟମାନଙ୍କୁ ବିଦ୍ୟାଳୟ ଆଭିମୁଖ୍ୟର ପ୍ରସ୍ତୁତି ଓ କାର୍ଯ୍ୟକାରିତାରେ କିପରି ଅନ୍ତର୍ଭୁକ୍ତ କରିବା ଯାହା ଫଳରେ ଶିକ୍ଷାର୍ଥୀମାନଙ୍କଠାରେ ଭିନ୍ନତା ପରିଲକ୍ଷିତ ହେବ ।

ଆପଣଙ୍କ ବିଦ୍ୟାଳୟ ପାଇଁ ସ୍ପଷ୍ଟ ଆଭିମୁଖ୍ୟ ରହିବାର ଗୁରୁତ୍ଵ

ଆପଣଙ୍କୁ ନିଜ ବିଦ୍ୟାଳୟର ଅଧିକ ଫଳପ୍ରଦ ମୁଖ୍ୟ କରିବା ହିଁ ଏହି ବିଦ୍ୟାଳୟ ନେତୃତ୍ଵ ଦକ୍ଷତା ଏକକର ଉଦ୍ଦେଶ୍ୟ, ଫଳପ୍ରଦ ବିଦ୍ୟାଳୟ ମୁଖ୍ୟଙ୍କୁ ସୁସ୍ପାଉଥିବା ୪ଟି ବ୍ୟବହାର ହେଲା : ଗୁଥର ଫୋର୍ଡ଼,୧୯୮୫)

  • ନିଜ ବିଦ୍ୟାଳୟରୁ ସେମାନେ କ’ଣ ଆଶା କରନ୍ତି। ଏ ଦିଗରେ ଏକ ସ୍ପଷ୍ଟ ଓ ସଚେତନ ଦୃଷ୍ଟିଭଙ୍ଗୀ ରହିଥିବ ଯାହା ଶିକ୍ଷାର୍ଥୀ ଓ ସେମାନଙ୍କ ଆବଶ୍ୟକତା ଉପରେ କେନ୍ଦ୍ରିତ ଥିବ ।
  • ଏହି ଦୃଷ୍ଟିଭଙ୍ଗୀକୁ ବିଦ୍ୟାଳୟର ଲକ୍ଷ୍ୟ ଏବଂ ସେମାନଙ୍କର ଶିକ୍ଷକ, ଶିକ୍ଷାର୍ଥୀ ଓ ପ୍ରଶାସକମାନଙ୍କ ଆଶାକୁ ରୂପାନ୍ତରିତ କରିବା ।
  • ପଛରେ ଛିଡ଼ା ହୋଇ କାର୍ଯ୍ୟଗୁଡ଼ିକ ସଂପାଦନ ହେବାକୁ ଅପେକ୍ଷା ନ କରି ନିରବଚ୍ଛିନ୍ନ ଭାବରେ ଏହାର ପ୍ରଗତିକୁ ତଦାରଖା କରିବେ ।
  • ଆବଶ୍ୟକତା ସମୟରେ ସଠିକ ଭାବରେ ଏବଂ ସମର୍ଥନ କରିବା ରୂପରେ ହସ୍ତକ୍ଷେପ କରିବା ।

ଅତଏବ, ଜଣେ ଉପଯୋଗୀ ବିଦ୍ୟାଳୟ ମୁଖ୍ୟ ହେବା ପାଇଁ ବିଦ୍ୟାଳୟର ଆଭିମୁଖ୍ୟ । ଦୂରଦୃଷ୍ଟି ପ୍ରସ୍ତୁତ କରିବା ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ଅଟେ । କେଉଁ ଉପାଦାନଗୁଡ଼ିକ ଉନ୍ନତି ପାଇଁ ଦାୟୀ, ଏଥିପାଇଁ ବିଶ୍ଵବ୍ୟାପୀ ବିଭିନ୍ନ ଶିକ୍ଷା ବ୍ୟବସ୍ଥା ଉପରେ ହୋଇଥିବା ପରୀକ୍ଷା ରିପୋର୍ଟରୁ ଏହା ମିଳିଲା ଯେ - ପ୍ରାୟ ସମସ୍ତ ବିଦ୍ୟାଳୟ ମୁଖ୍ୟଙ୍କ କହିବାନୁସାରେ ଆଭିମୁଖ୍ୟ ଓ ଦିଗ ନିର୍ଦ୍ଧାରଣ ହିଁ ସେମାନଙ୍କ ସଫଳତା ପାଇଁ ସବୁଠୁ ଅଧିକ ପରିମାଣରେ ଦାୟୀ (ମେକ କିନ୍‌ସେ ଓ କୋ, ୨୦୧୦) ।

ବିଦ୍ୟାଳୟର ଆଭିମୁଖ୍ୟ ଏକ ସ୍ପଷ୍ଟ ଭକ୍ତି ଅଟେ ଯେଉଁଥିରେ ବିଦ୍ୟାଳୟ କ'ଣ ହାସଲ କରିବାକୁ ଚେଷ୍ଟା କରୁଛି ତାହା ସ୍ପଷ୍ଟ ଥାଏ, ଫଳରେ ବିଦ୍ୟାଳୟର ସମସ୍ତ ହିତାଧିକାରୀ ଯଥା:– ଶିକ୍ଷକ, ଶିକ୍ଷାର୍ଥୀ, ସେମାନଙ୍କର ପରିବାର ତଥା ଗୋଷ୍ଠୀର ସଦସ୍ୟମାନେ ଏହାକୁ ହାସଲ କରିବା ପାଇଁ ଏକତ୍ର କାର୍ଯ୍ୟ କରନ୍ତି । ଏହା ଆଗକୁ ଦେଖିବା ତଥା ଶିକ୍ଷାର୍ଥୀମାନଙ୍କର ସମୃଦ୍ଧି ହାସଲ ନିମନ୍ତେ ସମସ୍ତଙ୍କୁ ଏକତ୍ର କରିବା ଏବଂ ଅଭିପ୍ରେରଣା ପ୍ରଦାନକୁ ବୁଝାଏ । ଏହି ଆଭିମୁଖ୍ୟ, ନିର୍ଦ୍ଦିଷ୍ଟ ପରିସ୍ଥିତିରେ ବିଦ୍ୟାଳୟର ଲକ୍ଷ୍ୟକୁ ଧରି ରଖିବା ଏବଂ ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତିରେ ସହାୟତା ଏବଂ ସୂଚନା ପ୍ରଦାନ କରିବା ଆବଶ୍ୟକ ।

ବିଦ୍ୟାଳୟ ପାଇଁ ଆଭିମୁଖ୍ୟର ଗୁରୁତ୍ଵଗୁଡ଼ିକ ହେଲା : - (ୱେଷ୍ଟ ବର୍ନିହୋମ୍‌ – ୨୦୧୦)

  • ସାଙ୍ଗଠନିକ ଜୀବନର ପ୍ରତ୍ୟେକ ଦିଗ ପ୍ରତି ଗୁରୁତ୍ଵ ପ୍ରଦାନ କରେ ।
  • ନୀତିଗୁଡ଼ିକର ଯୋଜନା ଓ ପ୍ରସ୍ତୁତି ପାଇଁ ସୂଚନା ପ୍ରଦାନ କରେ ।
  • ବ୍ୟକ୍ତିଭିତ୍ତିକ କାର୍ଯ୍ୟଗୁଡ଼ିକୁ ସ୍ପଷ୍ଟ ଏବଂ ଅଗ୍ରାଧୁକାର ପ୍ରଦାନ କରେ ।
  • ସହଭାଗୀ ବିଶ୍ଵାଗୁଡ଼ିକୁ ସ୍ପଷ୍ଟତା ପ୍ରଦାନ କରିବାରେ ତଥା ସାଧାରଣ ଭାଷା ପ୍ରସ୍ତୁତିରେ ସାହାଯ୍ୟ କରେ ଯାହାଫଳରେ ଉପଯୋଗୀ ଭାବ ବିନିମୟ ଏବଂ ଏକ ଦିଗରେ କାର୍ଯ୍ୟ କରିବା ସମ୍ଭବପର ହୁଏ ।
  • ସମାଜ ସମ୍ମୁଖରେ ଅନୁଷ୍ଠାନକୁ ପରିଚୟ ପ୍ରଦାନ କରେ ।

ଆଭିମୁଖ୍ୟ କେବଳ କେତେଗୁଡ଼ିଏ ଅସ୍ପଷ୍ଟ ଦୃଷ୍ଟିଭଙ୍ଗୀର ସମାହାର ନୁହେଁ, ବରଂ ଏହାଠୁ ବହୁ ଅଧିକ, ଏଥିରେ ଗୋଷ୍ଠୀର ନୈତିକତା ସମ୍ମିଳିତ ଥାଏ ଏବଂ ବିଦ୍ୟାଳୟର ଉନ୍ନତି ପାଇଁ ଆବଶ୍ୟକୀୟ କାର୍ଯ୍ୟ ଏହା ଭିତ୍ତିପ୍ରସ୍ତର ଅଟେ |

ଟିକିଏ ଚିନ୍ତା କରନ୍ତୁ

  • ଆପଣଙ୍କ ବିଦ୍ୟାଳୟର ଏକ ଆଭିମୁଖ୍ୟ ଭକ୍ତି ରହିଛି କି ? ଯଦି ରହିଛି ତେବେ ଏହା କିପରି ପ୍ରସ୍ତୁତ କରାଯାଇଥିଲା ? କେଉଁମାନେ ଏଥିରେ ସାମିଲ ହୋଇଥିଲେ ।
  • ଯଦି ଆପଣଙ୍କ ବିଦ୍ୟାଳୟର ଏକ ଆଭିମୁଖ୍ୟ ଭକ୍ତି ରହିଛି, ତେବେ ଏଥିରେ କେଉଁ ନୈତିକ ଗୁଣଗୁଡ଼ିକ ରହିବା ଗୁରୁତ୍ଵପୂର୍ଣ୍ଣ ବୋଲି ଭାବୁଛନ୍ତି ?

ଏକ ଆଭିମୁଖ୍ୟ ଉକ୍ତିର ଅର୍ଥ କ’ଣ ?

ଏକ ଆଭିମୁଖ୍ୟ ଭକ୍ତିର ମୁଖ୍ୟତଃ ଏକ ମୂଲ୍ୟବୋଧଭିତ୍ତିକ ଭକ୍ତି ଅଟେ । ଏହା ବିଦ୍ୟାଳୟର ନୈତିକ ଉଦ୍ଦେଶ୍ୟର ସାରାଂଶ ଅଟେ ଏବଂ କେତେଗୁଡ଼ିକ ସହଭାଗୀ ମୂଲ୍ୟବୋଧକୁ ପ୍ରତିଫଳିତ କରେ । ଆପଣଙ୍କ ବିଦ୍ୟାଳୟର ଆଭିମୁଖ୍ୟକୁ ସ୍ଥାପନ କରିବା ପ୍ରକ୍ରିୟାର ଏକ ସୁନ୍ଦର ପ୍ରାରମ୍ଭ ।ଏହା ଯେ:– ଆପଣ ନିଜର ମୂଲ୍ୟବୋଧ ଏବଂ ବିଶ୍ଵାସକୁ ତଥା ଜାତୀୟ ପାଠ୍ୟକ୍ରମ ଆଧାର-୨୦୦୫ (NCF-2005) ଏବଂ ଶିକ୍ଷା ଅଧିକାର ଅଧିନିୟମ-୨୦୦୯ (RTE-2009) ରେ ସମ୍ମିଳିତ ହୋଇଥିବା ମୂଲ୍ୟବୋଧଗୁଡ଼ିକୁ ପରୀକ୍ଷା କରନ୍ତୁ ।

ଜାତୀୟ ପାଠ୍ୟକ୍ରମ ଆଧାର-୨୦୦୫ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଏକ ମହତ୍ଵାକାଙକ୍ଷୀ ଯୋଜନାର ଶୁଭାରମ୍ଭ ଅଟେ ଏବଂ ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ଏହାର ରୂପାୟନକୁ ସହାୟତା ପ୍ରଦାନ କରିବା ପାଇଁ କେତେଗୁଡ଼ିଏ ବ୍ୟବସ୍ଥା ଉପରେ ଆଲୋକପାତ କରୁଛି । ଶିକ୍ଷା ଅଧିକାର ଅଧିନିୟମ ୨୦୦୯ ସମସ୍ତ ଶିକ୍ଷାର୍ଥୀଙ୍କ ଆବଶ୍ୟକତା ପୂରଣ କରିବା ଏବଂ ଅନ୍ତର୍ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ବିଦ୍ୟାଳୟର ଦାୟିତ୍ଵବୋଧ ଉପରେ ଗୁରୁତ୍ଵାରୋପ କରେ । ଉଭୟେ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ।

ସାମାଜିକ ପୃଷ୍ଠଭୂମି ଏବଂ ଶିକ୍ଷାଗତ ଯୋଗ୍ୟତା ଯାହା ହୋଇଥାଉନା କାହିଁକି ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ଗୁଣାତ୍ମକ ଓ ଉତ୍ତମ ଶିକ୍ଷା ଏକ ଅଧିକାର ଅଟେ । ଶିକ୍ଷାର୍ଥୀମାନେ ଶିକ୍ଷଣ ପ୍ରକ୍ରିୟାରେ ସକ୍ରିୟ ଭାବେ ଯୋଗଦାନ କରିବା ଆବଶ୍ୟକ ।

ଶିକ୍ଷାର୍ଥୀମାନେ ପରିବେଶର ଜ୍ଞାନ ଓ ଅଭିଜ୍ଞତା ନେଇ ବିଦ୍ୟାଳୟକୁ ଆସିଥାନ୍ତି । ସେମାନଙ୍କୁ ନୂତନ ଜ୍ଞାନ ଓ ଦକ୍ଷତା ହାସଲ କରିବାରେ ସହାୟତା ପ୍ରଦାନ କରିବା ଶିକ୍ଷକଙ୍କ ଭୂମିକା ଅଟେ |

ଶିକ୍ଷକଙ୍କ ଭୂମିକା ଶିକ୍ଷଣକୁ ସହଜ ତଥା ସୁଗମ କରିଥାଏ । ପାଠ୍ୟକ୍ରମ ଶିକ୍ଷାର୍ଥୀମାନଙ୍କର ଜୀବନ ଉପଯୋଗୀ ହେବା ଉଚିତ ଏବଂ ଏହା ଏକବିଂଶ ଶତାବ୍ଦୀରେ ସମାଜ ସମ୍ମୁଖୀନ ହେଉଥିବା ମୁଖ୍ୟ ସମସ୍ୟାଗୁଡ଼ିକ ପ୍ରତିଫଳନ କରିବା ଉଚିତ । ପ୍ରତ୍ୟେକ ଶିକ୍ଷାର୍ଥୀଙ୍କର ଶିଖିବାର ସାମର୍ଥ୍ୟ ରହିଛି ।

ଚିତ୍ର ୧ : ଜାତୀୟ ପାଠ୍ୟକ୍ରମ ଆଧାର-୨୦୦୫ ଏବଂ ଶିକ୍ଷା ଅଧୁକାର ଆଧୁନିୟମରେ (୨୦୦୯)

ଚିତ୍ର-୧ ରେ ଥିବା ମୂଲ୍ୟବୋଧଗୁଡ଼ିକ କିଛି ଐତିହାସିକ ବିଶ୍ଵାସକୁ ଆହ୍ୱାନ ଜଣାଉଛି । ଉଦାହରଣସ୍ଵରୂପ, କିଛି ବିଦ୍ୟାଳୟରେ :-

  • ବିଭିନ୍ନ ଜାତିର ଶିକ୍ଷାର୍ଥୀଙ୍କୁ ଅଲଗା କରି ବସା ହୋଇଥାଏ ଏବଂ ସେମାନଙ୍କୁ ପାଠପଢ଼ାରେ ଅଂଶଗ୍ରହଣ କରିବା ପାଇଁ କମ୍ ସୁଯୋଗ ମିଳେ ।
  • ବାଳିକାମାନଙ୍କ ଅପେକ୍ଷା ବାଳକମାନଙ୍କୁ ଅଧିକ ସୁଯୋଗ ମିଳେ କାରଣ ବାଳକମାନଙ୍କର ଶିକ୍ଷାକୁ ଅଧିକ ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚନା କରାଯାଏ ।
  • କିଛି ଶିକ୍ଷକ ଏହା ବିଶ୍ଵାସ କରନ୍ତି ଯେ - ଗ୍ରାମାଞ୍ଚଳରେ ଅବା ଶିକ୍ଷାର୍ଥୀମାନଙ୍କର ଶିଖିବାର ସାମର୍ଥ୍ୟ ନ ଥାଏ ।
  • ଶିକ୍ଷକମାନେ ଜ୍ଞାନ ବା ବିଦ୍ୟା ପ୍ରଦାନରେ ନିପୁଣ ବୋଲି ବିବେଚନା କରାଯାଏ ଏବଂ ଶିକ୍ଷାର୍ଥୀମାନେ ଜ୍ଞାନ ଗ୍ରହଣ କରନ୍ତି ବୋଲି ଆଶା କରାଯାଏ ।

ଏକବିଂଶ ଶତାବ୍ଦୀର ଭାରତବର୍ଷରେ ଜଣେ ବିଦ୍ୟାଳୟ ମୁଖ୍ୟ ହିସାବରେ ଜାତୀୟ ପାଠ୍ୟକ୍ରମ ଆଧାର-୨୦୦୫ ଏବଂ ଶିକ୍ଷା ଅଧିକାର ଅଧିନିୟମ-୨୦୦୯ରେ ଅବା ଆଶା ଓ ଆକାଂକ୍ଷାକୁ ବିଦ୍ୟାଳୟର କାର୍ଯ୍ୟରେ ପ୍ରତିଫଳନ କରାଇବା ହିଁ ଆପଣଙ୍କ ଭୂମିକା । ଚିତ୍ର-୧ରେ ଦିଆଯାଇଥିବା ମୂଲ୍ୟବୋଧଗୁଡ଼ିକୁ ସଂପୃକ୍ତ କରି ଏକ ସହଭାଗୀ ଆଭିମୁଖ୍ୟ ସ୍ଥାପନ କରିବା ହିଁ ଏହାର ଆରମ୍ଭ ବିନ୍ଦୁ ।

ଶିକ୍ଷଣକାର୍ଯ୍ୟ- ୧ ରେ ଆପଣ କିଛି ଆଭିମୁଖ୍ୟ ଭକ୍ତି ଏବଂ ସେଥିରେ ସଂପୃକ୍ତ ଥିବା ମୂଲ୍ୟବୋଧଗୁଡ଼ିକୁ ଚିନ୍ତା କରିବାରେ ସକ୍ଷମ ହେବେ । ଆପଣ ଏହା ମଧ୍ୟ ଚିନ୍ତା କରିପାରିବେ ଯେ ଆପଣ କେଉଁ ପ୍ରକାରର ବ୍ୟବହାରଗୁଡ଼ିକୁ ଗ୍ରହଣ କରିବା ଆବଶ୍ୟକ, ଯେଉଁଗୁଡ଼ିକ କି ଜାତୀୟ ପାଠ୍ୟକ୍ରମ ଆଧାର-୨୦୦୫ ଏବଂ ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ରେ ଅନ୍ତର୍ଭୁକ୍ତ ହୋଇଥିବ । ମୂଲ୍ୟବୋଧ ସହ ଏବଂ ତତ୍ ସଙ୍ଗେ ସଙ୍ଗେ ଆପଣଙ୍କ ବିଦ୍ୟାଳୟର ଆଭିମୁଖ୍ୟ ସହ ସମାନତା ରକ୍ଷା କରୁଥିବ ।

ଶିକ୍ଷଣକାର୍ଯ୍ୟ – ୧ ମୂଲ୍ୟବୋଧ ବିଷୟରେ ଚିନ୍ତନ

ଯଦି ସମ୍ଭବ ହେଉଛି ଆପଣ ଏହି କାର୍ଯ୍ୟବିଧି ଅନ୍ୟ କେହି ବିଦ୍ୟାଳୟ ମୁଖ୍ୟ କିମ୍ବା ନିଜ ଅଧସ୍ତନ ଉପମୁଖ୍ୟଙ୍କ ସହ ମିଶି କରି କରନ୍ତୁ । ସାରଣୀ-୧ ରେ ଥିବା ଆଭିମୁଖ୍ୟ ଭକ୍ତିଗୁଡ଼ିକୁ ଲକ୍ଷ୍ୟ କରନ୍ତୁ। ଏଥିରେ ଅନ୍ତର୍ନିହିତ ଥିବା ମୂଲ୍ୟବୋଧ ଆଧାରିତ ପ୍ରତ୍ୟେକ ଭକ୍ତିକୁ ବିଶ୍ଳେଷଣ କରନ୍ତୁ । କେଉଁ ଭକ୍ତିଗୁଡ଼ିକ ଜାତୀୟ ପାଠ୍ୟକ୍ରମ ଆଧାର-୨୦୦୫ ଓ ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ରେ ଅନ୍ତର୍ଭୁକ୍ତ ଥିବା

ମୂଲ୍ୟବୋଧ ସହ ସମାନତା ରକ୍ଷା କରୁଛି ?

ସାରଣୀ :୧ (ଆଭିମୁଖ୍ୟ ଭକ୍ତିଗୁଡ଼ିକର ବିଶ୍ଳେଷଣ)

ବିଦ୍ୟାଳୟ ଏବଂ ଭକ୍ତି

 

କେଉଁ ମୂଲ୍ୟବୋଧ ଉପରେ ପର୍ଯ୍ୟବସିତ ?

 

ଏଗୁଡ଼ିକ ଜାତୀୟ ପାଠ୍ୟକ୍ରମ ଆଧାର୨୦୦୫ ଏବଂ ଶିକ୍ଷା ଅଧିକାର ଅଧିନିୟମ୨୦୦୯ ସହ ସମାନତା ରକ୍ଷା କରୁଛି କି ?

 

ଲାହସୁନିଆ ବିଦ୍ୟାଳୟ : ଶିକ୍ଷାର୍ଥୀର ଶିକ୍ଷଣକୁ ସହାୟତା ପ୍ରଦାନ କରିବା ପାଇଁ ବିଦ୍ୟାଳୟ ଓ ପରିବାର ଏକାଠି କାର୍ଯ୍ୟ କରିବା ଉଚିତ

ନିଲମ୍ ବିଦ୍ୟାଳୟ :

 

 

ଏକ ଯତ୍ନଶୀଳ ଓ ପ୍ରେରଣାପ୍ରଦ ପରିବେଶରେ ପ୍ରତ୍ୟେକ ଶିକ୍ଷାର୍ଥୀକୁ ନିଜ ପୂର୍ଣ୍ଣ ଦକ୍ଷତାର ବିକାଶ ପାଇଁ ବିଦ୍ୟାଳୟ ଉତ୍ସାହ ପ୍ରଦାନ କରେ ।

 

 

ପାନ୍ନା ବିଦ୍ୟାଳୟ : ବିଦ୍ୟାଳୟ ସେସ ପରୀକ୍ଷାରେ 100% ସଫଳତା ନିଶ୍ଚିତ କରିବା

 

 

ମୁଙ୍ଗା ବିଦ୍ୟାଳୟ :

ଆମ ଆଭିମୁଖ୍ୟ ହେଲା ଶିକ୍ଷାର୍ଥୀଙ୍କ ଆନନ୍ଦଦାୟୀ ଯତ୍ନଶୀଳ ଏବଂ ପ୍ରେରଣାପ୍ରଦ ପରିବେଶ ପରଦାନ କରିବା । ଯେଉଁଠାରେ ସେ ସମାଜକୁ ନିଜର ଶ୍ରେଷ୍ଠ ଯୋଗଦାନ ଦେବାକୁ ସମର୍ଥ ହେବ ।

 

 

ମୁକ୍ତି ବିଦ୍ୟାଳୟ :

ସମସ୍ତ ଶିକ୍ଷାର୍ଥୀ ଆବଶ୍ୟକତାକୁ ପରିପୂରଣ କରିବା

 

 

ମାନିକ ବିଦ୍ୟାଳୟ :

ଆମ୍ଭ ବିଦ୍ୟାଳୟଉକୃଷ୍ଟତାର ପ୍ରତୀକ ଅଟେ ଯେଉଁଠାରେ ଶିକ୍ଷାର୍ଥୀ ନିଜର ପୂର୍ଣ୍ଣ ଦକ୍ଷତାକୁ ହାସଲ କରିବା ସକ୍ଷମ ହୁଏ ।

 

 

ଗୋମେଧ ବିଦ୍ୟାଳୟ:

ଜିଲ୍ଲାରେ ଶ୍ରେଷ୍ଠ ବିଦ୍ୟାଳୟରେ ପରିଣତ ହେବା ।

 

 

ପୁଖରାଜ ବିଦ୍ୟାଳୟ : ପ୍ରତ୍ୟେକ ଶିକ୍ଷାର୍ଥୀ ବିଶ୍ଵବିଦ୍ୟାଲୟ ଶିକ୍ଷାର ସୁଯୋଗ ପାଉଛନ୍ତି ,  ପାଇବ୍ନ ଚେଷ୍ଟିତ ।

 

 

ଆକାଶ ବିଦ୍ୟାଳୟ: ପ୍ରତ୍ୟେକ ଶିକ୍ଷକ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ସର୍ବୋତ୍ତମ ଉପଲବ୍ଧି ପାଇଁ ଚେଷ୍ଟିତ ।

 

 

ହୀରା ବିଦ୍ୟାଳୟ: ଆମ୍ଭର ଏହା ବିଶ୍ଵାସ ଯେ ପ୍ରତ୍ୟେକ ଶିକ୍ଷାର୍ଥୀ ନିଜର ପିଲାବେଳକୁ ଉପଭୋଗ କରିବା ପାଇଁ ହକଦାର ସେମାନଙ୍କର ବ୍ୟକ୍ତିଗତ ଅସ୍ତିତ୍ଵ ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ଵ ପ୍ରଦାନ କରାଯିବା ଆବଶ୍ୟକ ।

 

 

ଯଦି ଆପଣଙ୍କ ବିଦ୍ୟାଳୟ ଗୋଷ୍ଠୀ ସଦସ୍ୟମାନଙ୍କ ପୁରୁଣାକାଳିଆ ମୂଲ୍ୟବୋଧ  ଓ ବିଶ୍ଵାସ ଥାଏଯାହାକି ଜାତୀୟ ପାଠ୍ୟକ୍ରମ ଆଧାର ୨୦୦୫ ଓ ଶିକ୍ଷା ଅଧିକାର ଅଧିନିୟମ – ୨୦୦୯ ସହ ସହମତି ପ୍ରକାଶ କରୁନଥାଏ, ତେବେ ଆପଣ ସେମାନଙ୍କ ମତାମତକୁ ରାତାରାତି ବଦଳାଇବାକୁ ସକ୍ଷମ ନ ହୋଇପାରନ୍ତି । ମାତ୍ର ଆପଣ ନିଜେ କେତେଗୁଡ଼ିଏ ବ୍ୟବହାର ଗ୍ରହଣ କରିବା ଦ୍ଵାରା ଓ ସେଗୁଡ଼ିକୁ ଆପଣଙ୍କ ଶିକ୍ଷକମାନଙ୍କ ଦ୍ଵାରା ଗ୍ରହଣ କରାଯିବାକୁ ଆଶା କରିବା ଦ୍ଵାରା ଆପଣ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ସକ୍ଷମ ହୋଇପାରିବେ, ଯେଉଁଠାରେ ଚିତ୍ର-୧ ଦିଆଯାଇଥିବା ମୂଲ୍ୟବୋଧଗୁଡ଼ିକର ସ୍ଥାପନା କରାଯାଇପାରିବ ।

ଚିତ୍ର-୧ ରେ ଥିବା ପ୍ରତ୍ୟେକ ଭକ୍ତି ପାଇଁ କିଛି ବ୍ୟବହାର ଚିହ୍ନଟ କରନ୍ତୁ ଯେଉଁଗୁଡ଼ିକ ଆପଣ ଗ୍ରହଣ କରିପାରିବେ ଏବଂ ଯେଉଁଥିରେ ଏହି ମୂଲ୍ୟବୋଧଗୁଡ଼ିକ ପୁନର୍ବାର ବଳବତ୍ତର ହୋଇପାରିବ ।

ଆଲୋଚନା

ସାରଣୀ-୧ ରେ ଥିବା କିଛି ଭକ୍ତି ଜାତୀୟ ପାଠ୍ୟକ୍ରମ ଆଧାର-୨୦୦୫ ଓ ଶିକ୍ଷା ଅଧିନିୟମ - ୨୦୦୯ର ଭକ୍ତିଗୁଡ଼ିକ ସହ ଖୁବ ସୁନ୍ଦର ଭାବେ ସହମତି ପ୍ରକାଶ କରୁଅଛି ଏବଂ କିଛି କରୁନାହିଁ । ଉଦାହରଣସ୍ଵରୂପ, ସମସ୍ତ ଶିକ୍ଷାର୍ଥୀଙ୍କୁ ବିଶ୍ଵବିଦ୍ୟାଳୟ ଯିବାର ଇଚ୍ଛା ଏକ ଉଚ୍ଚାଭିଳାଷ ରୂପେ ପ୍ରତୀତ ହୋଇଥାଇପାରେ, ମାତ୍ର ଏହା ବାସ୍ତବବାଦୀ କି ? ଏଥିରେ ଅବା ସୂଚନାଟି ଏହା ଯେ ବିଶ୍ଵବିଦ୍ୟାଳୟ ଯିବା ଅନ୍ୟ ସମସ୍ତ କାର୍ଯ୍ୟ ଅପେକ୍ଷା ଅଧିକ ଗୁରୁତ୍ଵପୂର୍ଣ୍ଣ, ଯେଉଁଠାରେ କି ବାସ୍ତବରେ ଏହା କିଛି ଶିକ୍ଷାର୍ଥୀମାନଙ୍କ ପାଇଁ ସଠିକ ଲକ୍ଷ୍ୟ ନୁହେଁ । ହୀରା ବିଦ୍ୟାଳୟରେ ଥିବା ଭକ୍ତିଟି ଅଧିକ ପରିମାଣର ଅନ୍ତର୍ନିବେଶୀ, ମାତ୍ର ଏଥିରେ ଉଚ୍ଚାଭିଳାଷ ରହିଛି କି ? ସମସ୍ତ ମାନଦଣ୍ଡଗୁଡ଼ିକୁ ପରିପୂରଣ କରିପାରୁଥିବା ଭକ୍ତିଗୁଡ଼ିକ ହେଉଛି ପ୍ରାୟ ନିଲମ୍ ଏବଂ ମୁଙ୍ଗ। ବିଦ୍ୟାଳୟର କାରଣ ଏହା ସମସ୍ତଙ୍କ ସମୃଦ୍ଧି ଉପରେ ଗୁରୁତ୍ଵ ଆରୋପ କରିବା ସଙ୍ଗେ ସଙ୍ଗେ ଏଗୁଡ଼ିକ ସମସ୍ତ ଶିକ୍ଷାର୍ଥୀ ସେମାନଙ୍କର ପୂର୍ଣ୍ଣ ଦକ୍ଷତାକୁ ହାସଲ କରିବା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଛି ।

ଶିକ୍ଷାର୍ଥୀଙ୍କ ସହ ଏବଂ ଶିକ୍ଷାର୍ଥୀଙ୍କ ବିଷୟରେ ଆଲୋଚନା କରି ଆପଣ ଅନ୍ତର୍ନିବେଶୀ ମୂଲ୍ୟବୋଧଗୁଡ଼ିକୁ ପ୍ରସ୍ତୁତ କରିପାରିବେ । ସମସ୍ତଙ୍କୁ ଆପଣାଇବାର ମୂଳ ସମ୍ବଳଟିକୁ ଆପଣ ନିଜର ଶିକ୍ଷକମାନଙ୍କୁ ସହାୟତା ପ୍ରଦାନ କରିବାରେ ବ୍ୟବହାର କରିପାରିବେ, ଯାହା ଫଳରେ ସେମାନେ ଅନ୍ତର୍ନିବେଶୀ ପରିସ୍ଥିତିର ବ୍ୟବହାରଗୁଡିକ ପ୍ରସ୍ତୁତି କରିପାରିବେ ।

ଆପଣଙ୍କ ବିଦ୍ୟାଳୟର ଆଭିମୁଖ୍ୟ ଗଠନ କରିବା

ବିଦ୍ୟାଳୟର ଆଭିମୁଖ୍ୟ, ପ୍ରତ୍ୟେକ ବିଦ୍ୟାଳୟର ଅନୁପମ ପରିସ୍ଥିତିକୁ ପ୍ରତିଫଳିତ କରୁଥିବା ଆବଶ୍ୟକ, କିନ୍ତୁ ଏହା ପୃଥକ ଭାବେ ମଧ୍ୟ ରହିପାରିବ ନାହିଁ, ଚିତ୍ର – ୩ବ ରେ ଥିବା ବ୍ୟାପକ କାରକ ଓ ପ୍ରଭାବଗୁଡିକ ମଧ୍ୟ ଏହା ପ୍ରତିଫଳନ କରୁଥିବା ।

ରାଜ୍ୟ ଓ ଜାତୀୟ ସନ୍ଦର୍ଭଗୁଡ଼ିକ ଜାତୀୟ ପାଠ୍ୟକ୍ରମ ଆଧାର-୨୦୦୫ ଏବଂ ଶିକ୍ଷା ଅଧିକାର ଅଧିନିୟମ-୨୦୦୯ ରେ ପ୍ରଦାନ କରାଯାଇଛି ।

ଆପଣଙ୍କ କାର୍ଯ୍ୟ ହେଲା ନିଜର ବ୍ୟକ୍ତିଗତ ପରିସର ମଧ୍ୟରେ ନିଜ ବିଦ୍ୟାଳୟ ପାଇଁ ଏକ ଆଭିମୁଖ୍ୟ ଗଠନ କରିବା ଯାହା ଆପଣଙ୍କୁ ଏହି ଆଶାଗୁଡ଼ିକୁ ହାସଲ କରିବା ପାଇଁ ସମର୍ଥ କରାଇବ ।

ଶିକ୍ଷଣକାର୍ଯ୍ୟ- ୧ : ଶ୍ରୀମତୀ ଚନ୍ଦ୍ରିକାଙ୍କର ବିଦ୍ୟାଳୟ ଆଭିମୁଖ୍ୟ ସଂପର୍କିତ ନିଷ୍ପତ୍ତି

ଶ୍ରୀମତୀ ଚନ୍ଦ୍ରିକା ଏକ ବିରାଟ ବାଳିକା ବିଦ୍ୟାଳୟର ଅଧ୍ୟକ୍ଷା ଥିଲେ । ସେ ଏକ ପାଠ ପଢ଼ିବାକୁ ଯାଇଥିଲେ, ଯେଉଁଠାରେ ସେ ବିଦ୍ୟାଳୟ ଆଭିମୁଖ୍ୟର ଆବଶ୍ୟକତା ଉପଲବ୍ଧି କଲେ । ସେହି ପାଠପଢ଼ା ସମୟରେ ସେ ବିଭିନ୍ନ ଆଭିମୁଖ୍ୟ ବିଷୟରେ ଅବଗତ ହେଲେ, ବହୁଗୁଡ଼ିଏ ବିଦ୍ୟାଳୟ ମୁଖ୍ୟଙ୍କ ସହ ସେମାନଙ୍କ ବିଦ୍ୟାଳୟ ଆଭିମୁଖ୍ୟ ବିଷୟରେ ଆଲୋଚନା କଲେ ଏବଂ ବହୁଗୁଡ଼ିଏ ଚିନ୍ତାଧାରା ଦ୍ଵାରା ପ୍ରଭାବିତ ମଧ୍ୟ ହେଲେ । ସେ ଆଲୋଚନାଗୁଡ଼ିକରେ ଭାଗ ନେଲେ ଏବଂ ନିଜ ବିଦ୍ୟାଳୟର ଆଭିମୁଖ୍ୟ ବିଷୟରେ ଏକ ସ୍ପଷ୍ଟ ଧାରଣା ପାଇଦେଲ ।

ସେ ଉତ୍ସାହର ସହ ସେଠାରୁ ଫେରିଲେ ଏବଂ ନିଜର ସହକର୍ମୀ। ଶିକ୍ଷାର୍ଥୀଙ୍କ ପିତାମାତା ଏବଂ ଗୋଷ୍ଠୀକୁ ବିଦ୍ୟାଳୟର ନୂଆ ଦିଗ ବିଷୟରେ କହିଲେ । ସେ ଉପଲବ୍ଧି କଲେ କି ତାଙ୍କ ବିଦ୍ୟାଳୟର ସଫଳତାରେ ବିଦ୍ୟାଳୟର ସମର୍ଥ ଶିକ୍ଷାର୍ଥୀଙ୍କ ଭୂମିକା ରହିଛି, ମାତ୍ର ଏହା ବିଦ୍ୟାଳୟର ସମସ୍ତ ଶିକ୍ଷାର୍ଥୀଙ୍କୁ ସମାନ ଭାବେ ଅନ୍ତର୍ଭୁକ୍ତ କରୁନାହିଁ ଏବଂ ବିଦ୍ୟାଳୟର ବହୁ ଶିକ୍ଷାର୍ଥୀ ଯେଉଁମାନେ ବେଶୀ କିଛି ଲେଖାପଢ଼ା ଜାଣିନାହାନ୍ତି ସେମାନେ ଆନନ୍ଦ ଅନୁଭବ କରୁନାହାନ୍ତି ଏବଂ ସେମାନଙ୍କ ପ୍ରଦର୍ଶନ ମଧ୍ୟ ନିମ୍ନମାନର ଅଟେ । ସେ ଚିନ୍ତା କଲେ ତାଙ୍କ ବିଦ୍ୟାଳୟର ଆଭିମୁଖ୍ୟ ଏହା ହେବା ଉଚିତ।- “ଏପରି ଏକ ବିଦ୍ୟାଳୟ ଯେଉଁଠାରେ ପ୍ରତ୍ୟେକ ଶିକ୍ଷାର୍ଥୀ ସଫଳତା ହାସଲ କରୁଅଛି ।

ସେ ଗୁଡ଼ିଏ ବୈଠକ ଡ଼ାକିଲେ ଏବଂ ନିଜର ଦୃଷ୍ଟିଭଙ୍ଗୀକୁ ଅନ୍ୟମାନଙ୍କ ସହ ବାଣ୍ଟିଲେ । ବୈଠକରେ ଖୁବ କମ ଆଲୋଚନା ହେଉଥିଲା ଏବଂ ବୈଠକ ପରେ ଖୁବ କମ ପରିବର୍ତ୍ତନ ଦେଖିବାକୁ ମିଳିଲା । ଯଦିଓ କିଛି ଅଭିଭାବକ ଓ କର୍ମଚାରୀମାନେ, ଶିକ୍ଷକମାନେ ଯେଉଁ ଶିକ୍ଷାର୍ଥୀମାନେ କେବେ ସଫଳତା ପାଇବେ ନାହିଁ ସେମାନଙ୍କ ପଛରେ ସମୟ ନଷ୍ଟ କରୁଛନ୍ତି ବୋଲି ବ୍ୟକ୍ତିଗତ ଭାବେ ଆଲୋଚନା କରୁଥିଲେ ଓ ଏହା ବିଦ୍ୟାଳୟର ଫଳାଫଳ ତଳକୁ ତଳ ଯିବାର ଆଶଙ୍କା ପ୍ରକାଶ କରୁଥିଲେ । ତିନୋଟି ବିଦ୍ୟାଳୟରେ କୌଣସି ପରିବର୍ତ୍ତନ କଲା ଭଳି ପ୍ରତୀତ ହେଉନଥିଲା ଏବଂ କିଛି ସପ୍ତାହ ପରେ ଶ୍ରୀମତୀ ଚନ୍ଦ୍ରିକା ଏହା ଉପଲବ୍ଧି କଲେ ଯେ - ଏହି ଆଭିମୁଖ୍ୟଟି ଶିକ୍ଷକ, ଅଭିଭାବକ ଓ ଶିକ୍ଷାର୍ଥୀଙ୍କ ଦ୍ଵାରା ଗ୍ରହଣଶୀଳ ହୋଇ ନାହିଁ ଏବଂ ବାସ୍ତବରେ କିଛି ମୁଣ୍ଡବ୍ୟଥା ସୃଷ୍ଟିର କାରଣ ହୋଇଛି ।

ଶିକ୍ଷଣକାର୍ଯ୍ୟ – ୨ ଶ୍ରୀମତୀ ଚନ୍ଦ୍ରିକା କିପରି କାର୍ଯ୍ୟଟିକୁ ଭିନ୍ନ ରୂପରେ କାରପାରିଥାନ୍ତି ?

ନିମ୍ନଲିଖିତ ପ୍ରଶ୍ନଗୁଡ଼ିକ ପ୍ରତି ଆପଣଙ୍କ ପ୍ରତିକ୍ରିୟାଗୁଡ଼ିକୁ ନିଜର ଶିକ୍ଷଣ ଡ଼ାଏରୀରେ ଟିପି ରଖନ୍ତୁ ।

  • ଶ୍ରୀମତୀ ଚନ୍ଦ୍ରିକାଙ୍କ ଦର୍ଶନ ଭକ୍ତି ପ୍ରତି ଆପଣଙ୍କ ଆଭିମୁଖ୍ୟ କ'ଣ?
  • ସେ କେଉଁ କାର୍ଯ୍ୟକୁ ଠିକ ଭାବେ କରିବାକୁ ସମର୍ଥ ହୋଇଥିଲେ ?
  • ଆପଣ କିଛି ପରିବର୍ତ୍ତନ ନ ହେବାର କାରଣ ସଂପର୍କରେ କ’ଣ ଭାବୁଛନ୍ତି ?
  • ସେ କାର୍ଯ୍ୟଟିକୁ କିପରି ଭିନ୍ନ ଢ଼ଙ୍ଗରେ କରିପାରିଥା'ନ୍ତେ ?

ଆଲୋଚନା

ଶ୍ରୀମତୀ ଚନ୍ଦ୍ରିକାଙ୍କ ଭକ୍ତିଟି ଜାତୀୟ ପାଠ୍ୟକ୍ରମ ଆଧାର-୨୦୦୫ ରେ ଥିବା ମୂଲ୍ୟବୋଧ ସହ ସହମତି ପ୍ରକାଶ କରୁଅଛି । ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସହ ଆଲୋଚନା କରି ସେ ସଠିକ କାର୍ଯ୍ୟ ସମ୍ପାଦନ କରିଥିଲେ । କିନ୍ତୁ ଆଲୋଚନାରେ ଥିବା ଦୁର୍ବଳତାର ଅର୍ଥ ହେଲା ଅଭିଭାବକ ଓ ଶିକ୍ଷକମାନଙ୍କର ସେହି ଆଭିମୁଖ୍ୟ ପ୍ରତି ଉତ୍ତରଦାୟିତ୍ଵ ନ ଥିଲା । କେବଳ ଆଭିମୁଖ୍ୟଟି ଯଥେଷ୍ଟ ନୁହେଁ । ଆଭିମୁଖ୍ୟଟିରେ ସମସ୍ତଙ୍କ ସହଭାଗୀତା ରହିବା ଆବଶ୍ୟକ ଏବଂ ଏହା କାର୍ଯ୍ୟକୁ ରୂପାନ୍ତରିତ ହେବା ଉଚିତ ।

ପରିସ୍ଥିତି ଅଧ୍ୟୟନ ୨ : '' ସିଂ ମହାଶୟ ବିଦ୍ୟାଳୟ ପାଇଁ ଏକ ଆଭିମୁଖ୍ୟ ପ୍ରସ୍ତୁତ କଲେ ।"

ସିଂ ମହାଶୟ !” ନେତୃତ୍ଵ ଦକ୍ଷତା ବିକାଶ" ସଂପର୍କିତ ଏକ କାର୍ଯ୍ୟକ୍ରମରେ ଯୋଗଦାନ କଲେ । ସେ ସଂପୂର୍ଣ୍ଣ ଦିନଟିକୁ ବିଦ୍ୟାଳୟ ମୁଖ୍ୟଙ୍କର ବିଦ୍ୟାଳୟ ଆଭିମୁଖ୍ୟ ପ୍ରସ୍ତୁତି ଅବା ଭୂମିକା ସଂପର୍କରେ ତନ୍ମ ତନ୍ମ ଆଲୋଚନା କଲେ । ସେ ଅନ୍ୟ ବିଦ୍ୟାଳୟ ମୁଖ୍ୟଙ୍କ ସହ ସେମାନଙ୍କ ବିଦ୍ୟାଳୟ ଆଭିମୁଖ୍ୟ ସଂପର୍କରେ ଆଲୋଚନା କଲେ । ସେ ଯେତେବେଳେ ନିଜ ବିଦ୍ୟାଳୟକୁ ଫେରିଲେ। ସେତେବେଳେ ସେ ଦିନର ସୂଚନାଟି ତାଙ୍କୁ ଆଘାତ ପ୍ରଦାନ କଲା ।

ସାଧାରଣତଃ ସିଂ ମହାଶୟ ସିଧାସଳଖ ନିଜ ପ୍ରକୋଷ୍ଠକୁ ଯାଇ ନିଜ ପ୍ରଶାସନିକ କାର୍ଯ୍ୟ ସଂପାଦନ କରନ୍ତି । ସେହି ନିର୍ଦ୍ଦିଷ୍ଟ ଦିନ ନିଜ ବ୍ୟାଗକୁ ରଖି ସିଧାସଳଖ ଭାବେ ନିଜ ପ୍ରତି ଉର୍ଦ୍ଦିଷ୍ଟ ଦରକାରୀ ସୂଚନାଗୁଡ଼ିକୁ ଦେଖିବା ଏବଂ ତାହା ଉପରେ ବିଦ୍ୟାଳୟ ଚାରିପଟେ ବୁଲିବା କାର୍ଯ୍ୟ ଅପେକ୍ଷା ସେ କିଛି ଭିନ୍ନ କାର୍ଯ୍ୟ କଲେ । ସେ ପୂର୍ବରୁ ଶ୍ରେଣୀ ଗୃହରେ ଉପସ୍ଥିତ ରହୁଥଲେ । ସେ ସାଧାରଣତଃ ଶିକ୍ଷକମାନଙ୍କ ସହ ଆଲୋଚନା କରନ୍ତି କିମ୍ବା ଶିକ୍ଷାର୍ଥୀମାନଙ୍କୁ ଶୃଙ୍ଖଳିତ କରିବାକୁ ଚେଷ୍ଟା କରନ୍ତି । ଆଜି , ସେ ଏକ ଭିନ୍ନ ଉଦ୍ଦେଶ୍ୟ ନେଇ ବୁଲୁଥିଲେ । ସେ ଏକ ପ୍ରଶ୍ନର ଉତ୍ତର ଖୋଜୁଥିଲେ- ମୁଁ ବିଗତ ୧୧ ମାସ ଧରି କେଉଁ ପ୍ରକାରର ବିଦ୍ୟାଳୟର ନେତୃତ୍ଵ ନେଉଛି ଏବଂ ଆୟ ଶିକ୍ଷାର୍ଥୀମାନଙ୍କ ଶିକ୍ଷଣକୁ ଉନ୍ନତ କରିବାରେ ଆମ୍ବେ କେତେ ସମର୍ଥ ହୋଇଛୁ ? ସେ ଦିନର ଅଧିକାଂଶ ସମୟ ଏବଂ ବଳକା ସପ୍ତାହ ସାରା ସେ ପ୍ରାୟ ନିଜ ପ୍ରକୋଷ୍ଠକୁ ଯାଇ ନଥା’ନ୍ତି । ଛୁଟି ସମୟରେ ସେ ଶିକ୍ଷାର୍ଥୀଙ୍କ ସହ ବସନ୍ତି ଓ ସେମାନଙ୍କ ସହ ଆଲୋଚନା କରନ୍ତି । ଦିବସର ଶେଷରେ ସେ ବିଦ୍ୟାଳୟର ଦରଜା ପାଖରେ ଠିଆ ହୋଇ ଅଭିଭାବକମାନଙ୍କ ସହ ଆଲୋଚନା କରନ୍ତି ।

ନିଜ ପ୍ରତ୍ୟାବର୍ତ୍ତନର ପରଦିନ ସେ ନିଜ ସହକର୍ମୀମାନଙ୍କୁ ଏକାଠି କଲେ । ସେ କେବଳ ବିଦ୍ୟାଳୟ ଆଭିମୁଖ୍ୟର ଆବଶ୍ୟକତା ବିଷୟରେ ଆଲୋଚନା କଲେ ନାହିଁ । ଏହା ପରିବର୍ତ୍ତେ ସେ ସେମାନଙ୍କୁ କହିଲେ ଯେ, ସେ ବର୍ତ୍ତମାନ ସଂପୂର୍ଣ୍ଣ ଏକମତ ଯେ- ଯଦି ବିଦ୍ୟାଳୟକୁ ଉନ୍ନତି କରିବାର ଅଛି, ତେବେ ପ୍ରଥମ ପଦକ୍ଷେପ ହେଲା ପ୍ରତ୍ୟେକ ବୁଝିବା ଦରକାର ଯେ କ’ଣ କରାଯିବା ଆବଶ୍ୟକ ଏବଂ ତାହା ବିଦ୍ୟାଳୟର ଶକ୍ତି ଓ ଦୁର୍ବଳତା ଓ ବିଶେଷ ଭାବରେ ବିଦ୍ୟାଳୟର ଶିକ୍ଷଣ ପାଇଁ ଅବା ମୁଖ୍ୟ ଲକ୍ଷ୍ୟ ଉପରେ ପର୍ଯ୍ୟବେଶିତ ହେବା ଉଚିତ।

ସେ ଯେଉଁଠାକୁ ଯାଉଥା'ନ୍ତି, ସେଠାରେ ତାଙ୍କର ଉପସ୍ଥିତି ତତକ୍ଷଣାତ ବାରି ହୋଇପଡ଼ୁଥାଏ । ମାତ୍ର ଏହି ପ୍ରଶ୍ନଟି ସବୁବେଳେ ତାଙ୍କ ସମ୍ମୁଖରେ ସ୍ଥିର ଥିଲା ଯେ - "ଆପଣ କେଉଁ କାର୍ଯ୍ୟକୁ ନେଇ ଗର୍ବିତ ଏବଂ ଆମ୍ଭେମାନେ ଆଉ କ'ଣ ଅଧିକ ଭଲ କରିପାରିବା” ଯେମିତି କି ଚାବିଟି ଦରଜାର ଏମିତି ଏକ ତାଲା ଭିତରେ ଘୁରିଯାଉଥିଲା ଯାହାକି ପୂର୍ବରୁ କେବେ ଖୋଲାଯାଇନାହିଁ ।

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିଦ୍ୟାଳୟକୁ ତାଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଂପର୍କରେ ପଚାରିବାକୁ ଆସିଲେ । ପ୍ରାୟ ଘଣ୍ଟାଏ ପରେ ସେ ସିଂ ମହାଶୟଙ୍କୁ ନିଜ ଗାଁକୁ ନିମନ୍ତ୍ରଣ କଲେ । ଯାହାଫଳରେ ସେ ସ୍ଥାନୀୟ ଗୋଷ୍ଠୀର ଲୋକଙ୍କ ସହ ଆଲୋଚନା କରି, ସେମାନେ ବିଦ୍ୟାଳୟ ବିଷୟରେ କ’ଣ ଅନୁଭବ କରୁଛନ୍ତି ଏବଂ ଏଥିରୁ କ'ଣ ଆଶା କରୁଛନ୍ତି ସେ ବିଷୟରେ ଅଭିଜ୍ଞତା ପାଇପାରିବେ ।

ସପ୍ତାହର ଶେଷରେ ସିଂ ମହାଶୟ ଅନୁଭ କଲେ ଯେ ସେ ନିଜ ବିଦ୍ୟାଳୟ ବିଷୟରେ ଆଲୋଚନା କରି ଓ ପର୍ଯ୍ୟବେକ୍ଷଣ କରି ଅଧିକ କଥା ଜାଣିବାକୁ ସକ୍ଷମ ହୋଇଛନ୍ତି ଯାହା ସେ ବିଗତ ୧୧ ମାସରେ ଜାଣିବାକୁ ସମର୍ଥ ହୋଇନଥିଲେ ।

ବିଦ୍ୟାଳୟ ଆଭିମୁଖ୍ୟ ପ୍ରସ୍ତୁତିରେ ସମସ୍ତ ଭାଗିଦାରୀଙ୍କ ଯୋଗଦାନ ।

ଅଧିକାଂଶ ପରିସ୍ଥିତିରେ ବିଦ୍ୟାଳୟ ଆଭିମୁଖ୍ୟ ପ୍ରସ୍ତୁତି କାର୍ଯ୍ୟଟି ବିଦ୍ୟାଳୟ ମୁଖ୍ୟଙ୍କ ଦ୍ଵାରା ସମ୍ପାଦିତ ହୋଇଥାଏ । ଏହା ସବୁ ପରିସ୍ଥିତିରେ ହୋଇନଥାଏ । ଜଣେ ନୂତନ ବିଦ୍ୟାଳୟ ମୁଖ୍ୟ ଆସିପାରନ୍ତି ଓ ଏହା ଦେଖିବାକୁ ପାଆନ୍ତି ଯେ ବିଦ୍ୟାଳୟ ଓ ଗୋଷ୍ଠୀ ସଂପର୍କିତ ସେମାନଙ୍କର ଦୀର୍ଘ ସମୟ ଧରି ବୁଝାମଣାକୁ ଆଧାର କରି ଗୋଷ୍ଠୀର ବିଦ୍ୟାଳୟ ପ୍ରତି ଏକ ସ୍ପଷ୍ଟ ଦୃଷ୍ଟିଭଙ୍ଗୀ ଥାଇପାରେ । ବିଦ୍ୟାଳୟର ବିକାଶ ଯାତ୍ରାରେ ସମସ୍ତ ଭାଗିଦାରୀଙ୍କୁ ବିଦ୍ୟାଳୟ ଆଭିମୁଖ୍ୟରେ ଏକତ୍ରିତ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ । ଏକ ବିଦ୍ୟାଳୟ, ଯେଉଁଠାରେ ଗୋଷ୍ଠୀ ସଦସ୍ୟ ଏବଂ ବିଦ୍ୟାଳୟ ମୁଖ୍ୟ (ଦରମାଯୁକ୍ତ ବୃତ୍ତିଧାରୀ)ଙ୍କ ମଧ୍ୟରେ ସହମତି ନ ଥାଏ । ତାହା ଏକ ଖୁସିପୂର୍ଣ୍ଣ ସ୍ଥାନ ହୋଇନଥାଏ, ଫଳରେ ଅଧିକାଂଶ ସମର୍ଥ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣର ଉନ୍ନତି ଭଳି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ନ ହୋଇ, ଅଯଥା ନଷ୍ଟ ହୋଇଥାଏ । ସମସ୍ତ ସ୍ଥାନୀୟ ଗୋଷ୍ଠୀଗୁଡ଼ିକ ପରସ୍ପରଠାରୁ ଭିନ୍ନ ଅଟନ୍ତି । ବିଦ୍ୟାଳୟର ଚାରିପଟେ ତଥା ଏହାର ଗୋଷ୍ଠୀ ଭିତରେ ଥିବା ମୁଖ୍ୟ ହିତାଧିକାରୀମାନେ ହେଲେ :-

  • ଶିକ୍ଷକ
  • ଶିକ୍ଷାର୍ଥୀ
  • ଅଭିଭାବକ ତଥା ଶିକ୍ଷାର୍ଥୀର ପରିବାର
  • ଗୋଷ୍ଠୀର ନେତୃବୃନ୍ଦ ଏବଂ ସ୍ଥାନୀୟ ବ୍ୟାପାରୀ

ଭାଗିଦାରୀମାନେ ବିଦ୍ୟାଳୟର ବିକାଶରେ ସହଯୋଗ କରିବାକୁ ହେଲେ, ସେମାନଙ୍କୁ ବିଦ୍ୟାଳୟ ଆଭିମୁଖ୍ୟର ପ୍ରସ୍ତୁତି ଓ ବୁଝାମଣାରେ ଅଂଶଗ୍ରହଣ କରାଇବାର ଆବଶ୍ୟକତା ରହିଛି । ଭାଗୀଦାରମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାରର ଶିକ୍ଷାଗତ ଯୋଗ୍ୟତା ବିଶିଷ୍ଟ ବ୍ୟକ୍ତି ଥାଇପାରନ୍ତି, ଯେଉଁମାନଙ୍କର ଏକ ଆଧୁନିକ ବିଦ୍ୟାଳୟ ପ୍ରତି ଦୃଷ୍ଟିକୋଣ ମଧ୍ୟ ଭିନ୍ନ ଭିନ୍ନ ହୋଇପାରେ । ବିଦ୍ୟାଳୟ ମୁଖ୍ୟଙ୍କର ଏହା ଦାୟିତ୍ଵ ଅଟେ ଯେ ସେ ସେମାନଙ୍କର ପ୍ରଗତିରେ ସହାୟତା ଓ ସୂଚନା ପ୍ରଦାନ କରିବେ । ଏହା ଆଦ୍ଵାନମୂଳକ ହୋଇପାରେ, ମୁଖ୍ୟତଃ ସେତେବେଳେ ଯେତେବେଳେ ଆପଣଙ୍କ ଦର୍ଶନରେ ଏମିତି କିଛି ଉନ୍ନତିର କଥା ଥାଇପାରେ ଯାହା ଇତିହାସ ଦୃଷ୍ଟିରୁ ଭିନ୍ନ ହୋଇଥିବ ।

ଗୋଟିଏ ପରିସ୍ଥିତିରେ ଜଣେ ବିଦ୍ୟାଳୟ ମୁଖ୍ୟ ଖୁବ ଆଦେଶ ଦେବା ଭଙ୍ଗୀରେ କାର୍ଯ୍ୟ କରୁଥିବେ ଏବଂ ଏହା ତାଙ୍କ ବିଦ୍ୟାଳୟର ଗୋଷ୍ଠୀ ଦ୍ଵାରା ଗ୍ରହଣଯୋଗ୍ୟ ହୋଇପାରେ ମାତ୍ର ଏକ ଭିନ୍ନ ପରିସ୍ଥିତିରେ ଏହି ଆଭିମୁଖ୍ୟ ସମସ୍ୟା ସୃଷ୍ଟି କରିପାରେ ।

ପରିସ୍ଥିତି ଅଧ୍ୟୟନ ୩ : ସିଂ ମହାଶୟ ନିଜ କାର୍ଯ୍ୟ ଅବ୍ୟାହତ ରଖିଲେ’’

ସିଂ ମହାଶୟ ଶିକ୍ଷକ, ବିଦ୍ୟାଳୟ ପରିଚାଳନା  କମିଟି ଏବଂ ଗୋଷ୍ଠୀ ନେତୃତ୍ବ ଇତ୍ୟାଦିଙ୍କୁ ବିଦ୍ୟାଳୟର ପରିବର୍ତ୍ତନ ପାଇଁ କାର୍ଯ୍ୟରେ ସଂପୃକ୍ତି କରାଇବାକୁ ଅବ୍ୟାହତ ରଖିଲେ । ସେ ସ୍ଵତଃପ୍ରବୃତ୍ତ ଭାବେ ସେହି ସବୁ ଜିନିଷ ସେମାନଙ୍କୁ କହି ନିଜ କାର୍ଯ୍ୟ ଆରମ୍ଭ କଲେ ଯେଉଁଗୁଡ଼ିକ ତାଙ୍କୁ ଗର୍ବିତ ଅନୁଭବ କରୁଥିଲେ ଏବଂ କେବଳ ତାହାପରେ ଯାଇ ସେ ସେଇ ଜିନିଷଗୁଡ଼ିକ ଚିହ୍ନଟ କଲେ ଯେଉଁଗୁଡ଼ିକରେ ଉନ୍ନତି ଆବଶ୍ୟକ ବୋଲି ଅନ୍ୟମାନେ ଏକମତ ଥିଲେ ବୋଲି ସେ ନିର୍ଦ୍ଦିଷ୍ଟ ଥିଲେ । ସେ ସମସ୍ତଙ୍କଠାରେ ଥିବା ସମାନ ଆଭିମୁଖ୍ୟକୁ ପ୍ରୋତ୍ସାହିତ କଲେ । ଦର୍ଶନ ଗଠନ ପ୍ରକ୍ରିୟାର ଏହା ପ୍ରଥମ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଥିଲା।

ସିଂ ମହାଶୟ ମଧ୍ୟ ବିଦ୍ୟାଳୟ ଚାରିପଟେ ବୁଲିବା, କର୍ମଚାରୀ ଓ ଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କରିବା, ଅଭିଭାବକମାନେ ବିଦ୍ୟାଳୟକୁ ଆସିଲେ ସେମାନଙ୍କ ସହ ଆଲୋଚନା କରିବା ଇତ୍ୟାଦି କାର୍ଯ୍ୟରେ କିଛି ସମୟ ବିନିଯୋଗ କରିବା ଅବ୍ୟାହତ ରଖିଲେ । ସେ ପାଉଥିବା ସୂଚନାଗୁଡ଼ିକ ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା ଏବଂ ଏଗୁଡ଼ିକୁ ସେ ଆଗରୁ ଏକତ୍ରିତ କରିଥିବା ସୂଚନାଗୁଡ଼ିକ ସହ ସେ ସଂପୃକ୍ତ କରୁଥିଲେ । ତାଙ୍କର କେତେଗୁଡ଼ିଏ ପର୍ଯ୍ୟବେକ୍ଷଣ ନିମ୍ନରେ ପ୍ରଦାନ କରାଗଲା :-

  • କିଛି ଶିକ୍ଷକଙ୍କ ଶିକ୍ଷାଦାନ ଖୁବ୍ ଆକର୍ଷଣ ଥିଲା । ଦୁଇଜଣ ଏପରି ବୃଦ୍ଧିମାନ୍ ଶିକ୍ଷୟିତ୍ରୀ ଅଲେ ଯେଉଁମାନେ କି ଅନ୍ୟ କର୍ମଚାରୀ ଓ ଶିକ୍ଷାର୍ଥୀଙ୍କ ସମ୍ମାନର ପାତ୍ରୀ ଥିଲେ।
  • କିଛି ଏପରି ଶିକ୍ଷକ ଥିଲେ ଯେଉଁମାନଙ୍କର ଶିକ୍ଷାଦାନ ପ୍ରଣାଳୀ ଖୁବ୍ ଦୁର୍ବଳ ଏବଂ ସେମାନଙ୍କ ମଧ୍ୟରୁ କିଛି ସବୁବେଳେ ଅନୁପସ୍ଥିତ ରହୁଥିଲେ ।
  • ସ୍ଥାନୀୟ ମାଧ୍ୟମିକ ବିଦ୍ୟାଳୟରେ ବାଳିକାମାନଙ୍କର ନାମ ଲେଖା ଓ ଉପସ୍ଥାନ ଖୁବ୍ ଅଧିକ ଅଟେ। ମାତ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାଳିକାମାନଙ୍କର ନାମ ଲେଖା ସଂଖ୍ୟା ବିଦ୍ୟାଳୟ ଉପସ୍ଥାନର ୨୫% ପ୍ରତିଶତରୁ ନିମ୍ନକୁ ଖସି ଆସେ ।
  • ରାଜ୍ୟସ୍ତରୀୟ ପରୀକ୍ଷାରେ ବାଳିକା ଶିକ୍ଷାର୍ଥୀମାନଙ୍କର ପ୍ରଦର୍ଶନ ନିରବଚ୍ଛିନ୍ନ ଭାବେ ଉଚ୍ଚମାନର ଥିଲା ।
  • ପାଇଖାନାଗୁଡ଼ିକର ରକ୍ଷଣାବେକ୍ଷଣ ଓ ସଫାସୁତୁରା ସ୍ତର ନିମ୍ନମାନର ଥିଲା । ବାଳିକା ଶିକ୍ଷାର୍ଥୀମାନଙ୍କ ପାଇଁ କେବଳ ଗୋଟିଏ ପାଇଖାନା ଥିଲା ଯେଉଁଟି ବାଳକ ଶିକ୍ଷାର୍ଥୀମାନଙ୍କ ପରିସରରେ ସବୁ ଥଲା ।
  • ସେହି ବର୍ଷ ବିଦ୍ୟାଳୟରେ ଯୋଗ ଦେଇଥିବା କିଛି ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ଖୁବ ଲୋକପ୍ରିୟ ଥିଲେ। ମାତ୍ର ସେମାନେ ନିଜ ବ୍ୟବହାର ଓ ଶିକ୍ଷାଦାନକୁ ନେଇ ସଂଘର୍ଷ କରୁଥିଲେ ।
  • ଅଭିଭାବକ ଓ ସ୍ଥାନୀୟ ଗୋଷ୍ଠୀ ଖୁବ ସହଯୋଗୀ ଥିଲେ ।

ସିଂ ମହାଶୟ ବିଦ୍ୟାଳୟ ହରାଉଥିବା ବାଳିକା ଶିକ୍ଷାର୍ଥୀମାନଙ୍କୁ ଯେଉଁମାନେ ଉଚ୍ଚ ମାଧ୍ୟମିକ ସ୍ତର ପୂର୍ବରୁ ପାଠ ତ୍ୟାଗ କରୁଥିଲେ ଏବଂ ଏହା ବାଳିକା ଓ ସ୍ଥାନୀୟ ଗୋଷ୍ଠୀର ଯୁବ ମହିଳାମାନଙ୍କର ଜୀବନ ସୁଯୋଗ ଉପରେ ପକାଉଥିବା ପ୍ରଭାବ ବିଷୟରେ ଚିନ୍ତା କରି ଆଶ୍ଚର୍ଯ୍ୟନିତ ହେଉଥଲେ । ପାଇଖାନାରୁ ଆସୁଥିବା ଦୁର୍ଗନ୍ଧ ହିଁ ତାଙ୍କୁ ବାଳିକା ଶିକ୍ଷାର୍ଥୀମାନଙ୍କର ଦୟନୀୟ ଅବସ୍ଥା ବିଷୟରେ ଭାବିବାକୁ ବାଧ୍ୟ କଲା ଯେଉଁଗୁଡ଼ିକ ବିଷୟରେ ପିତାମାତା ଓ ସ୍ଥାନୀୟ ଗୋଷ୍ଠୀ କର୍ମକର୍ତ୍ତାମାନେ ସୂଚନା ଦେଉଥିଲେ । ଶ୍ରେଣୀ ଗୃହକୁ ନିୟମିତ ପରିଦର୍ଶନ ଦ୍ଵାରା ସେ ଶିକ୍ଷାର୍ଥୀମାନଙ୍କର ଆଦର୍ଶ ହୋଇପାରିଲେ ଏବଂ ଦକ୍ଷ ଶିକ୍ଷୟିତ୍ରୀ ଅନ୍ୟ କର୍ମଚାରୀମାନଙ୍କୁ ଶିକ୍ଷାଦାନ ବିଷୟରେ ସୂଚନା ପ୍ରଦାନ କଲେ । ସେ ସଂପୂର୍ଣ୍ଣ ଭାବେ ହୃଦବୋଧ କରିଥିଲେ ଯେ ବିଦ୍ୟାଳୟର ଆଭିମୁଖ୍ୟ ସମସ୍ତ ଶିକ୍ଷାର୍ଥୀଙ୍କୁ ବିଦ୍ୟାଳୟ ଓ ଉଚ୍ଚ ଗୁଣାତ୍ମକ ଶିକ୍ଷଣର ସୁବିଧା ଦେଇ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ।

ପ୍ରଶିକ୍ଷଣ ଅବଧିର କିଛି ସପ୍ତାହ ପରେ ସିଂ ମହାଶୟ କର୍ମଚାରି (ଛଅ ଜଣ ଶିକ୍ଷକ) ଏବଂ ବିଦ୍ୟାଳୟ ପରିଚାଳନା କମିଟି (୪ ଜଣ ଅଭିଭାବକ, ଦୁଇଜଣ ଗୋଷ୍ଠୀର ନେତୃସ୍ଥାନୀୟ ବ୍ୟକ୍ତି ଏବଂ ଜଣେ ସ୍ଥାନୀୟ ବ୍ୟାପାରୀ)ଙ୍କର ଏକ ଯୁଗୁ ବୈଠକର ଆୟୋଜନ କଲେ ।

ସେହି ସମୟ ଭିତରେ ସମସ୍ତେ ତାଙ୍କର ପ୍ରଶିକ୍ଷଣ ବିଷୟରେ ଶୁଣି ସାରିଥିଲେ ଏବଂ ବିଦ୍ୟାଳୟ ଚାରିପଟେ ବୁଲୁଥିବାର ଏବଂ କେଉଁ କାର୍ଯ୍ୟ ଭଲଭାବରେ ସଂପାଦନ କରିଥିଲେ ଓ ପରିବର୍ତ୍ତନ ପାଇଁ କ’ଣ କରିବା ଆବଶ୍ୟକ ଆଲୋଚନା କରୁଥିବାର ଦେଖିଥିଲେ । ସିଂ ମହାଶୟ ବୈଠକରେ ତିନି ବା ଚାରିଟି ଦଳ ଗଠନ କଲେ ଏବଂ ପ୍ରତ୍ୟେକ ଦଳକୁ ବିଦ୍ୟାଳୟର କାର୍ଯ୍ୟରେ ଯୋଡ଼ିବାର ଆବଶ୍ୟକତା ଥିବା ତିନୋଟି ମୂଲ୍ୟବୋଧ / ନୀତି ଲେଖି ବାକୁ କହିଲେ । ସେମାନେ ସମସ୍ତ ପ୍ରସ୍ତାବଗୁଡ଼ିକୁ ଏକତ୍ରିତ କଲେ ଓ ସେଗୁଡ଼ିକୁ ଭିତରୁ କିଛି ପରସ୍ପର ସହ ମିଶିଯାଉଥିବାର ଦେଖିଲେ । ସିଂ ମହାଶୟ ପରବର୍ତ୍ତୀ ବୈଠକ ପାଇଁ ସେମାନଙ୍କ ପ୍ରସ୍ତାବଗୁଡ଼ିକ ଲେଖିବାକୁ ସହମତି ପ୍ରକାଶ କଲେ ।

ଏକ ସପ୍ତାହ ପରେ ତାଙ୍କର ଆଉ ଗୋଟିଏ ବୈଠକ ହେଲା, ଏହି ଥର ପ୍ରତ୍ୟେକ ଦଳ ସହମତି ପ୍ରକାଶ ପାଇଥିବା କେତେଗୁଡ଼ିଏ ନୀତିରୁ ତାଙ୍କ କାର୍ଯ୍ୟ ଆରମ୍ଭ କଲେ ଏବଂ ଏକ ଆଭିମୁଖ୍ୟ ଭକ୍ତି ପ୍ରସ୍ତୁତ କଲେ । ସବିଶେଷ ଆଲୋଚନା ପରେ ନିମ୍ନଲିଖୁତ ଆଭିମୁଖ୍ୟ ଉକ୍ତି ପ୍ରସ୍ତୁତ କଲେ :-

"ଏହା ଏମିତି ଏକ ବିଦ୍ୟାଳୟ ଯେଉଁଠାରେ ପ୍ରତ୍ୟେକ ଶିକ୍ଷାର୍ଥୀକୁ ଗୁରୁତ୍ଵ ଓ ଯତ୍ନ ପ୍ରଦାନ କରାଯାଏ ଏବଂ ପ୍ରତ୍ୟେକ ନିଜର ସକରାତ୍ମକ ଦକ୍ଷତାକୁ ଚରିତାର୍ଥ କରିବାର ସୁଯୋଗ ପାଆନ୍ତି ।"

ଲକ୍ଷ୍ୟ କରନ୍ତୁ କିପରି ମୁଖ୍ୟ ଭାଗୀଦାରମାନେ ଏକତ୍ରିତ ଭାବେ କାର୍ଯ୍ୟ କରି ଏକ ଆଭିମୁଖ୍ୟ ଭକ୍ତି ପ୍ରସ୍ତୁତ କଲେ । କିନ୍ତୁ ନିଜର ପ୍ରଶିକ୍ଷଣ ଓ ଏହି ଦୁଇ ବୈଠକ ମଧ୍ୟରେ ସିଂ ମହାଶୟ ବିଭିନ୍ନ ପ୍ରକାର ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କଲେ ଯେଉଁଥିରେ ଶିକ୍ଷାର୍ଥୀ ଓ ଅଭିଭାବକମାନେ ମଧ୍ୟ ଅନ୍ତର୍ଭୁକ୍ତ ଥିଲେ । ସେ ସେମାନଙ୍କ ମତାମତକୁ ଶୁଣୁଥିଲେ ଓ ବିଦ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଚିନ୍ତା କରିବା ପାଇଁ ପ୍ରବର୍ଭାଉଥିଲେ । ଏହିପରି ଭାବରେ ଭକ୍ତିଟି ସମସ୍ତ ଗୋଷ୍ଠୀର ବାସ୍ତବ ପ୍ରତିଫଳନ ଥିଲା ।

ଶିକ୍ଷଣକାର୍ଯ୍ୟ- ୩ ନିଜ ବିଦ୍ୟାଳୟରେ ଏକ ଆଭିମୁଖ୍ୟ ଉତ୍କ ଉଦ୍ଭାବନ କରିବା

ଏହି ଶିକ୍ଷଣକାର୍ଯ୍ୟରେ ଆପଣ ଏକ ଯୋଜନା ପ୍ରସ୍ତୁତ କରିବାକୁ ଯାଉଛନ୍ତି ଯାହା ଆପଣଙ୍କ ବିଦ୍ୟାଳୟ ପାଇଁ ଏକ ଆଭିମୁଖ୍ୟ ଭକ୍ତି ପ୍ରସ୍ତୁତିରେ ସହାୟକ ହେବ ।

ଠିକ ଦୁଇ ସପ୍ତାହ ସିଂ ମହାଶୟ କରିଥିବା କାର୍ଯ୍ୟରେ ନିୟୋଜିତ କରନ୍ତୁ । ଯଥା: ବିଦ୍ୟାଳୟ ବିଷୟରେ ସୂଚନା ଏକତ୍ରିତ କରିବା ଏବଂ ଶିକ୍ଷକ, ଅଭିଭାବକ, ଶିକ୍ଷାର୍ଥୀ ଓ ଗୋଷ୍ଠୀ ସଦସ୍ୟଙ୍କୁ ବିଦ୍ୟାଳୟ କେଉଁ ବିଷୟରେ ଉତ୍କର୍ଷ ସାଧନ କରିଛି ଓ କେଉଁଥିରେ ଉନ୍ନତି ଆବଶ୍ୟକ ଇତ୍ୟାଦି ଆଲୋଚନାରେ ନିୟୋଜିତ କରି ରଖନ୍ତୁ (ନେତୃତ୍ଵ ଦକ୍ଷତା ଉପରେ ଦୃଷ୍ଟିକୋଣ: ବିଦ୍ୟାଳୟର ଆତ୍ମ-ମନ୍ଥନକୁ ଦିଗ ପ୍ରଦାନ, ଏହି ଏକକଟି ଆପଣଙ୍କୁ କିଛି ଉପାୟ ପ୍ରଦାନ କରିପାରେ) ।

ଆପଣଙ୍କ ଶିକ୍ଷଣ ଡାଏରୀରେ, ବିଦ୍ୟାଳୟ ପରିଚାଳନା କମିଟି ଏବଂ ଆପଣଙ୍କ ଶିକ୍ଷକମାନଙ୍କର ଦୁଇଟି ଯୁଗ୍ମ ବୈଠକର ଯୋଜନା କରନ୍ତୁ ଯାହାଫଳରେ ନିଜର ମୂଳ ମୂଲ୍ୟବୋଧଗୁଡ଼ିକର ଚିହ୍ନଟୀକରଣ ଏବଂ ଏକ ଆଭିମୁଖ୍ୟ ଭକ୍ତି ପ୍ରସ୍ତୁତ ହୋଇପାରିବ ।

ଆଭିମୁଖ୍ୟରୁ କାର୍ଯ୍ୟକାରିତା

ଆଭିମୁଖ୍ୟ ଭକ୍ତିଟି ବହୁ ଗୁରୁତ୍ଵପୂର୍ଣ୍ଣ କାରଣ ଏହା ଏକ ଆଧାର ପ୍ରଦାନ କରେ । ଆପଣଙ୍କ ଦ୍ଵାରା କିମ୍ବା ଆପଣଙ୍କ କର୍ମଚାରୀଙ୍କ ଦ୍ଵାରା ସଂପାଦିତ ହୋଇଥିବା କୌଣସି କାର୍ଯ୍ୟକୁ ନିମ୍ନଲିଖିତ ଭକ୍ତି ଆଧାରରେ ବିଶ୍ଳେଷଣ କରାଯାଇପାରେ  “ଯଦି ମୁଁ ଏହି କାର୍ଯ୍ୟ କରେ, ତେବେ ଏହା ଆମ ଆଭିମୁଖ୍ୟରେ ଅଂଶଦାନ କରିବ କି ?”

ଆଭିମୁଖ୍ୟ ଭକ୍ତି ଏକ କ୍ଷୁଦ୍ର ଭକ୍ତି ଅଟେ ଯାହାକି ବିଦ୍ୟାଳୟଟି କେଉଁ ମୂଲ୍ୟବୋଧର ପରିଚାୟକ ଓ ଏହାର ଭବିଷ୍ୟତର ଆଭିମୁଖ୍ୟ କ'ଣ, ତାହାର ସାରାଂଶ ଅଟେ । ଏହା ସାରଗର୍ଭକ ନୁହେଁ ଏହାକୁ ଏକ ଅଭିଯାନ ଭକ୍ତିରେ ସଂପ୍ରସାରିତ କରାଯାଇପାରେ ଯାହା ଅନୁଷ୍ଠାନର

କାରଣ ଓ ମୁଖ୍ୟ ଉଦ୍ଦେଶ୍ୟଗୁଡିକୁ ଚିହ୍ନଟ କରିପାରିବ ଏହା ଆଭିମୁଖ୍ୟ ଉକ୍ତି ଓ ଅଭିଯାନ ଉକ୍ତିର ପାର୍ଥକ୍ୟକୁ ସ୍ପଷ୍ଟ କରିବାରେ ସାହାଯ୍ୟ କରିବ ( ସାରଣୀ – ୨) ।

ସାରଣୀ – ୨ ଆଭିମୁଖ୍ୟ ଓ ଅଭିଯାନ ଉକ୍ତି ମଧ୍ୟରେ ଥିବା ପାର୍ଥକ୍ୟ ( ଡିଫେନରୁ ସଂରୁହୀତ)

ପାର୍ଥକ୍ୟ

ଆଭିମୁଖ୍ୟ ଉକ୍ତି

ଅଭିଯାନ ଉକ୍ତି

ସରଗର୍ଭକ

ଆପଣ କେଉଁଠାରେ ପହଞ୍ଚିବାକୁ ଚାହୁଁଛନ୍ତି ତାହା ଉପରେ ଆଲୋକପାତ କରେ । ଉଭୟ କାରଣ ଓ ମୂଲ୍ୟବୋଧର ସୂଚନା ପ୍ରଦାନ କରେ ।

ଆପଣ ଯେଉଁଠାରେ ପହଞ୍ଚିବାକୁ ଚାହିଁଛନ୍ତି ସେଠାରେ କିପରି ପହଞ୍ଚିବେ ସେ ବିଷୟରେ ଆଲୋଚନା କରେ । କାରଣ ଓ ପ୍ରାଥମିକ ଉଦ୍ଦେଶ୍ୟକୁ ସଂଜ୍ଞାବଦ୍ଧ କରେ ।

ଉତ୍ତର

କେଉଁଠାରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛୁ ? ଏହି ପ୍ରଶ୍ନର ଉତ୍ତର ପ୍ରଦାନ କରେ ।

ଆମେ କ’ଣ କରିବୁ ? ଏବଂ କ’ଣ ଆମକୁ ଭିନ୍ନ କରେ? ଏହି ପ୍ରଶ୍ନଗୁଡିକର ଉତ୍ତର ପ୍ରଦାନ କରେ ।

ଓମୟ

ଭବିଷ୍ୟତ ଉପରେ ଆଲୋକପାତ କରେ

ବର୍ତ୍ତମାନ ଉପରେ ଆଲୋକପାତ କରେ ଯାହା ଭବିଷ୍ୟତ ପାଇଁ ଦିଗ ପ୍ରଦାନ କରିବ ।

କାର୍ଯ୍ୟକାରିତା

ବର୍ତ୍ତମାନଠାରୁ କିଛି ବର୍ଷ ଆଗରେ ନିଜକୁ କେଉଁଠି ଦେଖୁଛନ୍ତି ତାହାର ତାଲିକା ପ୍ରଦାନ କରେ । ପ୍ରେରଣା ପ୍ରଦାନ କରେ ଓ ଦିଗକୁ ଆକାର ପ୍ରଦାନ କରେ ।

ବିଦ୍ୟାଳୟ ଗଠନର ବ୍ୟାପକ ଲକ୍ଷ୍ୟଗୁଡିକୁ ତାଲିକାଭୁକ୍ତି କରେ । ସଫଳତାର ମୁଖ୍ୟ ମାନକଗୁଡ଼ିକୁ ସଂଜ୍ଞାବଦ୍ଧ କରେ- ନେତୃତ୍ଵ ଦଳ ଓ ଭାଗୀଦାରମାନେ ମୁଖ୍ୟ ଦର୍ଶକ ଅଟନ୍ତି ।

ପରିବର୍ତ୍ତନ

ଏହା ପରିବର୍ତ୍ତନୀୟ କାରଣ ଏହା ମୂଲ୍ୟବୋଧ’ ଉପରେ ପର୍ଯ୍ୟବସିତ କେବଳ ଆପଣ କ’ଣ କରୁଛନ୍ତି ତାହା ଉପରେ ପର୍ଯ୍ୟବସିତ ନୁହେଁ ।

ପରିବର୍ତ୍ତନ କରାଯାଇପାରେ, ମାତ୍ର ଏହା ମୁଳ ମୂଲ୍ୟବୋଧ, ଶିକ୍ଷାର୍ଥୀଏନକେ ଆବଶ୍ୟକତା ଓ ଆଭିମୁଖ୍ୟରୁ ଆଧାରିତ ହୋଇଥିବା ଆବଶ୍ୟକ ।

ଉକ୍ତି ଗଠନ କରିବା

ଆପଣ କ’ଣ ଆଗକୁ ଯିବାକୁ ଚାହୁଁଛନ୍ତି? କେତେବେଳେ ଓ କିପରି ?

ଆମେ ଯାହା କରୁଛୁ କାହିଁକି କରୁଛୁ? କାହା ପାଇଁ ଓ କାହିଁକି ।

ଫଳପ୍ରଦ ଉକ୍ତିର ବୈଶିଷ୍ଟ୍ୟ

ସ୍ପଷ୍ଟ ଓ ସନ୍ଦେହମୁକ୍ତ ଉଜ୍ଜ୍ଵଳ ଭବିଷ୍ୟତର କଳ୍ପନା ( ସରାତ୍ମକ)

ଉଦ୍ଦେଶ୍ୟ ଓ ମୂଲ୍ୟବୋଧକୁ କାର୍ଯ୍ୟରେ ରୂପାନ୍ତରଣ

 

ପରିସ୍ଥିତି ଧ୍ୟାନ ୨ ଏବଂ ୩ରେ ସିଂ ମହାଶୟ ବିଦ୍ୟାଳୟର ଆଭିମୁଖ୍ୟ ଭକ୍ତି ପ୍ରସ୍ତୁତ କରିସାରିବା ପରେ (ଏହା ଏମିତି ଏକ ବିଦ୍ୟାଳୟ ଯେଉଁଠାରେ ପ୍ରତ୍ୟେକ ଶିକ୍ଷାର୍ଥୀକୁ ଗୁରୁତ୍ଵ ଓ ଯତ୍ନ ପ୍ରଦାନ କରାଯାଏ ଏବଂ ପ୍ରତ୍ୟେକ ନିଜର ସକରାତ୍ମକ ଦକ୍ଷତାର ଚରିତାର୍ଥ କରିବାର ସୁଯୋଗ ପାଆନ୍ତି) । ସେ ନିଜର ବରିଷ୍ଠ ନେତୃତ୍ଵ ଦଳ (ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଏବଂ ନିଜର ଉପବିଦ୍ୟାଳୟ ମୁଖ୍ୟ ଅନ୍ତର୍ଭୁକ୍ତ) ସହ କାର୍ଯ୍ୟ କଲେ ଏବଂ ଏକ ପ୍ରଶ୍ନ ପଚାରିଲେ- “ ଯଦି ଏହା ଆମର ଆଭିମୁଖ୍ୟ ଅଟେ, ଏହାର ଉପଲବ୍ଧି ପାଇଁ ଆମେ କ'ଣ କରିବା ଉଚିତ ? ”

ଆଭିମୁଖ୍ୟ ଭକ୍ତିଟି ସର୍ବଦା ଅପରିବର୍ତ୍ତନୀୟ, ମାତ୍ର ଅଭିଯାନ ଭକ୍ତିଟି ଏବଂ ତତ୍ ସଂପର୍କିତ କାର୍ଯ୍ୟଗୁଡ଼ିକ ପରିସ୍ଥିତି ଏବଂ ବିଦ୍ୟାଳୟର ଆତ୍ମ-ମନ୍ଥନରୁ ଏକତ୍ରିତ ସୂଚନାଗୁଡ଼ିକ ଉପରେ ନିର୍ଭର କରିବ ।

କୌଣସି ପ୍ରକାରର ସମୀକ୍ଷା, ସଂପାଦନ କରିବାର କ୍ଷମତାରୁ ଅଧିକ କାର୍ଯ୍ୟ ସୃଷ୍ଟି କରିବାର ସମ୍ଭାବନା ରହିଛି । ଏହି ପରିସ୍ଥିତିରେ ଏକ ସ୍ପଷ୍ଟ ଆଭିମୁଖ୍ୟ ଭକ୍ତି ରହିବାର ଗୁରୁତ୍ଵ ରହିଛି କାରଣ ଏହାର ବିଦ୍ୟାଳୟର ନେତୃତ୍ଵ ଦଳକୁ ନିଜ କାର୍ଯ୍ୟଗୁଡ଼ିକୁ ପ୍ରାଥମିକତା ଭିଭିରେ ସଂପାଦନ କରିବାରେ ସାହାଯ୍ୟ କରେ ।

ସେ ଏକତ୍ରିତ କରିଥିବା ସୂଚନାଗୁଡ଼ିକ ଆଧାରରେ ସିଂ ମହାଶୟ ଏବଂ ତାଙ୍କ ଦଳ ଅନୁଭବ କଲେ କି ପ୍ରତ୍ୟେକ ଶିକ୍ଷାର୍ଥୀକୁ ତା’ର ଦକ୍ଷତାକୁ ଚରିତାର୍ଥ କରିବାର ସୁଯୋଗ ଦେବାକୁ ହେଲେ, ସେମାନଙ୍କୁ ସେମାନଙ୍କର ଶିକ୍ଷାଦାନର ଗୁଣାତ୍ମକ ସ୍ତର ବୃଦ୍ଧି କରିବାର ଆବଶ୍ୟକତା ରହିଛି ଏବଂ ବାଳିକା ଶିକ୍ଷାର୍ଥୀମାନଙ୍କର ଶିକ୍ଷାରେ ସହାୟତା ପାଇଁ ନିର୍ଦ୍ଦିଷ୍ଟ କେତେଗୁଡ଼ିକ ପଦକ୍ଷେପ ନେବାର ଗୁରୁତ୍ଵ ରହିଛି । ଦୁଇଟି ପ୍ରାଥମିକତାକୁ ଚିହ୍ନଟବଦ୍ଧ କଲେ:-

  • ବିଦ୍ୟାଳୟରେ ନାମ ଲେଖାଉଥିବା ବାଳିକା ଶିକ୍ଷାର୍ଥୀମାନଙ୍କର ସଂଖ୍ୟା ବୃଦ୍ଧି କରିବା ।
  • ବିଦ୍ୟାଳୟ ଭିତରେ ଶିକ୍ଷାଦାନର ଗୁଣାତ୍ମକତା ସ୍ତର ଅଭିବୃଦ୍ଧି କରିବା ।

ଏହି ପ୍ରାଥମିକତାଗୁଡ଼ିକ କେତେକ ନିର୍ଦ୍ଦିଷ୍ଟ କାର୍ଯ୍ୟକୁ ଅଙ୍ଗୁଳି ନିର୍ଦେଶ କଲା :-

  • ବାଳିକା ଶିକ୍ଷାର୍ଥୀମାନଙ୍କ ନିମନ୍ତେ ଏକ ନୂତନ ପାଇଖାନା ପାଇଁ ପାଣ୍ଠିର ଆବଶ୍ୟକତା ଓ ଜିଲ୍ଲା ପ୍ରଶାସନର ସହଯୋଗ ।
  • ପୁରୁଣା ଶିକ୍ଷାର୍ଥୀମାନଙ୍କ ମଧ୍ୟରୁ ବର୍ତ୍ତମାନ ସଫଳତା ପାଇଥିବା ଯୁବ ମହିଳା ଯେଉଁମାନେ କି ସ୍ନାତକରେ ଅଧ୍ୟୟନ କରୁଛନ୍ତି କିମ୍ବା ନିଜେ ବାଛିଥିବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ସେହି ନାରୀମାନଙ୍କ ନେତୃତ୍ଵରେ ବାଳିକା ଶିକ୍ଷାର୍ଥୀମାନଙ୍କ ନାମଲେଖା ନିମନ୍ତେ ଏକ ଗ୍ରାମ୍ୟ ଅଭିଯାନ ଆରମ୍ଭ କରିବା ।
  • ବିଦ୍ୟାଳୟରେ ଦକ୍ଷ ଶିକ୍ଷୟିତ୍ରୀଙ୍କ ଚିହ୍ନଟୀକରଣ ଓ ସେମାନଙ୍କ ଦ୍ଵାରା ଦକ୍ଷତା କମ୍ ଥିବା ଶିକ୍ଷକମାନଙ୍କୁ ସହାୟତା ପ୍ରଦାନ ଏବଂ ନୂଆ ଶିକ୍ଷକମାନଙ୍କୁ ଉପଦେଶ ପ୍ରଦାନ ।

 

• ଟେସ୍ -ଇଣ୍ଡିଆର ମୁଖ୍ୟ ସମ୍ବଳ ବ୍ୟବହାର କରି ଶିକ୍ଷଣର ମାନ ନିର୍ଦ୍ଧାରଣର ସ୍ତର ବୃଦ୍ଧି କରିବା, ଯାହା ଫଳରେ ଶିକ୍ଷାର୍ଥୀମାନେ ନିଜର ପ୍ରଗତି ପାଇଁ ଦାୟିତ୍ଵାନ ହୋଇପାରିବେ ।

ଆତ୍ମ ସମୀକ୍ଷା ·ଏବଂ ବିଦ୍ୟାଳୟ ବିକାଶ ଯୋଜନା ସଂପର୍କରେ ଅଧିକ ସୂଚନା ରହିଥିବା ନେତୃତ୍ଵ ଏକକ ରହିଛି ଏବଂ ଆତ୍ମ ସମୀକ୍ଷା ଓ ବିକାଶ ଯୋଜନା ପ୍ରସ୍ତୁତିରେ ସହାୟତା ପାଇଁ କାର୍ଯ୍ୟବିଧା ରହିଛି ।

ଆଭିମୁଖ୍ୟ । ଦୂରଦୃଷ୍ଟିର ଆବଶ୍ୟକତା ହେଲା ବିଦ୍ୟାଳୟ ମୁଖ୍ୟଙ୍କୁ ନିଜ ଯୋଜନାରେ ଅନ୍ତର୍ଭୁକ୍ତ କଲାଭଳି କାର୍ଯ୍ୟଗୁଡ଼ିକୁ ଚିହ୍ନଟ କରିବା ଏବଂ ସେଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରିବା ଅଟେ |

ଆଭିମୁଖ୍ୟ / ଦୂରଦୃଷ୍ଟି ଅଭିମୂଖେ ପ୍ରଗତିର ତଦାରଖ କରିବା

କେତେଗୁଡ଼ିଏ କାର୍ଯ୍ୟକ୍ରମର ଚିହ୍ନଟୀକରଣ ହୋଇସାରିବା ପରେ ଏହା ବିଦ୍ୟାଳୟ ନେତୃତ୍ଵ ଦଳର ଦାୟିତ୍ଵ ଅଟେ ଯେ ସେମାନେ ସେହି କାର୍ଯ୍ୟକ୍ରମଗୁଡ଼ିକର ତଦାରଖ କରିବେ ଏବଂ ଏହା ବିଦ୍ୟାଳୟର ଉନ୍ନତିକୁ ସଠିକ ଦିଗ ପ୍ରଦାନ କରୁଛି ବୋଲି ନିଶ୍ଚିତ କରିବେ । ପୁର୍ନାଃଲୋକନ ଏବଂ ଯୋଜନା ସଂପର୍କିତ ନେତୃତ୍ଵ ଏକକଗୁଡ଼ିକର ଆପଣମାନଙ୍କୁ ଯୋଜନା, କାର୍ଯ୍ୟକାରିତା ଏବଂ ପୁର୍ନାଃଲୋକନକୁ ଚକ୍ରାକାର ଉପାୟରେ ଚିନ୍ତା କରିବା ପାଇଁ ଉତ୍ସାହିତ କରାଯାଇଛି । ସମସ୍ତ କାର୍ଯ୍ୟର ତଦାରଖ ହେବା ଉଚିତ ଏବଂ ଆସନ୍ତା ବର୍ଷର ନୂତନ ଯୋଜନା ପ୍ରସ୍ତୁତି ପାଇଁ କାମରେ ଆସିଲା ଭଳି ସୂଚନା ସଂଗ୍ରହ କରାଯିବା ଉଚିତ ।

ପର୍ଯ୍ୟାୟକ୍ରମେ ଏହି ପ୍ରକ୍ରିୟାର ଅଂଶ ସ୍ଵରୂପ ଆପଣଙ୍କ ଆଭିମୁଖ୍ୟ ଭକ୍ତିକୁ ପୁନର୍ବିଚାର କରିବା ଆବଶ୍ୟକ ଏବଂ ଏହା ଭଦ୍ଦେଶ୍ୟକୁ ହାସଲ କଲାଭଳି ହୋଇଛି ବୋଲି ନିଶ୍ଚିତ କରାଯିବା ଆବଶ୍ୟକ । ବିଦ୍ୟାଳୟ ଉନ୍ନତି ସହ କିମ୍ବା ସରକାରୀ ଯୋଜନାର ପରିବର୍ତ୍ତନ ସହ ନୂତନ ପ୍ରାଥମିକତାଗୁଡ଼ିକ ମୁଣ୍ଡ ଟେକିବା ଏବଂ ଆପଣ ଆପଣଙ୍କ ଆଭିମୁଖ୍ୟ ସେହି ଅନୁକୂଳ କରିବା ଆବଶ୍ୟକ ପଡ଼ିପାରେ । ବିଦ୍ୟାଳୟ ମୁଖ୍ୟଙ୍କ ପାଇଁ ଗୋଷ୍ଠୀ ଓ ଶିକ୍ଷକମାନଙ୍କ ସଫଳତାର ସହ କାର୍ଯ୍ୟ କରିବା ବହୁ ଗୁରୁତ୍ଵପୂର୍ଣ୍ଣ ଅଟେ । ଆପଣ ଯାହା ଚାହୁଁଛନ୍ତି ଲୋକମାନଙ୍କ ଦ୍ଵାରା ସେହି କାମଗୁଡ଼ିକୁ କରାଇନେବା ପାଇଁ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ପରିମାଣର ଦକ୍ଷତା ଓ ଇଚ୍ଛାଶକ୍ତି ଆବଶ୍ୟକ । କିନ୍ତୁ ଏକ ସ୍ପଷ୍ଟ ଏବଂ ସହମତିପୂର୍ଣ୍ଣ ଆଭିମୁଖ୍ୟ ରହିବା ଦ୍ଵାରା ଏହା ସବୁବେଳେ ଏକ ଆଧାର ରୂପେ କାର୍ଯ୍ୟ କରେ, କେଉଁ କାର୍ଯ୍ୟ ସର୍ବାଧିକ ଗୁରୁତ୍ଵପୂର୍ଣ୍ଣ । ଯଦି ଏହାକୁ ନେଇ ଅସହମତି ପ୍ରକାଶ ପାଏ, ତେବେ ତାହା ଆଭିମୁଖ୍ୟ ପରିପ୍ରେକ୍ଷୀରେ ଆଲୋଚିତ ହେବା ଆବଶ୍ୟକ ଫଳରେ ପ୍ରାଥମିକତା ଆପେ ଆପେ ଜଣାପଡିଯାଏ ।

ଅନ୍ତିମ ପରିସ୍ଥିତି ଅଧ୍ୟୟନରେ ଲକ୍ଷ୍ୟ କରନ୍ତୁ ମୀନାକ୍ଷୀ ମହାଶୟା ମୁଖ୍ୟ ଭାଗୀଦାରମାନଙ୍କ ସହ ଆଭିମୁଖ୍ୟ ପ୍ରସ୍ତୁତିକରଣ ପ୍ରକ୍ରିୟାର ଆରମ୍ଭ ପୂର୍ବରୁ କିପରି ସଂପର୍କ ସ୍ଥାପନ କଲେ ଏବଂ ଏହା ପରେ ସେମାନଙ୍କୁ ତଦାରଖ କାର୍ଯ୍ୟରେ କିପରି ନିୟୋଜନ କଲେ ।

ପରସ୍ତୁତ ଅଧ୍ୟୟନ ୪ : ମହାଶୟ ଶିକ୍ଷକମାନଙ୍କର ହୃଦୟ ଜୟ କଲେ

ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଦ୍ଵାରା ମିନାକ୍ଷୀ ମହାଶୟା ଏକ ଗ୍ରାମାଞ୍ଚଳର ମାଧ୍ୟମିକ ବିଦ୍ୟାଳୟର ନେତୃତ୍ଵ ନେବା ପାଇଁ ପ୍ରେରିତ ହେଲେ । ବିଦ୍ୟାଳୟଟି ସ୍ଥାନୀୟ ଗୋଷ୍ଠୀ ଦୃଷ୍ଟିରେ ଉଚ୍ଚ ସ୍ଥାନରେ ନ ଥିଲା କାରଣ ପୂର୍ବତନ ବିଦ୍ୟାଳୟ ମୁଖ୍ୟ ସମ୍ବଳଗୁଡ଼ିକୁ ହେରଫେର କରିଥିଲେ । ପରବର୍ତ୍ତୀ ବିଦ୍ୟାଳୟ ମୁଖ୍ୟ ଗୋଷ୍ଠୀର ଅବିଶ୍ଵାସ ସ୍ତର ଖୁବ୍ ଚାପଯୁକ୍ତ ବୋଲି ଅନୁଭବ କଲେ ଏବଂ କେବଳ ଦୁଇବର୍ଷ ପରେ ଚାକିରୀରୁ ଅବ୍ୟାହତ ନେଲେ, ମିନାକ୍ଷୀ ମହାଶୟା ଅନୁଭବ କଲେ ଯେ ଏହି ବିଦ୍ୟାଳୟର ନେତୃତ୍ଵ ନେଇ ସେ ଏକ ବିରାଟ ଆହ୍ଵାନର ସମ୍ମୁଖୀନ ହେବାକୁ ଯାଉଛନ୍ତି ।

ନିଜର ପ୍ରଥମ ପଦକ୍ଷେପ ସ୍ଵରୂପ ସେ କେବଳ ଅନୁଧ୍ୟାନ କଲେ ଓ ଶୁଣିଲେ । ସେ ବିଦ୍ୟାଳୟ ଦିବସଗୁଡ଼ିକରେ ବିଦ୍ୟାଳୟ ଚତୁର୍ଦ୍ଦିଗରେ ବୁଲିଲେ ଏବଂ ଦିବସର ଆରମ୍ଭ ଓ ଶେଷରେ ଅଭିଭାବକ ଓ ଶିକ୍ଷାର୍ଥୀମାନଙ୍କ ସହ ଆଲୋଚନା କଲେ ଏବଂ ଶିକ୍ଷକ ଓ ଗୋଷ୍ଠୀର ନେତୃସ୍ଥାନୀୟ ବ୍ୟକ୍ତିଙ୍କର ଚିନ୍ତାଗୁଡ଼ିକୁ ଶୁଣିଲେ ସେ ଅନୁଭବ କଲେ କି ଲୋକମାନେ ଗୋଟିଏ ଆଭିମୁଖ୍ୟ ଗଠନ କଲା ଭଳି ଅବସ୍ଥାରେ ନାହାନ୍ତି । ସେମାନେ ଖୁବ୍ ନିରୁତ୍ସାହିତ ଓ ଅସନ୍ତୁଷ୍ଟ ହୋଇପଡ଼ିଛନ୍ତି ।

ସେ ନିଷ୍ପତ୍ତି ନେଲେ ଯେଉଁ ଲୋକମାନେ ତାଙ୍କ ପଟରେ ରହିବା ସର୍ବାଧିକ ଗୁରୁତ୍ଵପୂର୍ଣ୍ଣ ସେମାନେ ହେଲେ ଶିକ୍ଷକ, ସେ ସେମାନଙ୍କ ଚିନ୍ତାକୁ ଶୁଣିଲେ ଏବଂ ସେମାନଙ୍କ ଜୀବନ ସହଜ କରିବାକୁ ଚେଷ୍ଟା କଲେ । ଉଦାହରଣସ୍ଵରୂପ ଆଲମିରାରେ ବନ୍ଦ ହୋଇପଡ଼ିଥିବା ଉପକରଣଗୁଡ଼ିକୁ ଉପଲବ୍ଧ କରାଇଲେ, ଭାଷା ଶିକ୍ଷାର ଅଭିବୃଦ୍ଧି ପାଇଁ ଲାପଟପରେ ଥିବା ଇଂରାଜୀ କାର୍ଟୁନଗୁଡ଼ିକ ପ୍ରଦାନ କଲେ ଏବଂ ଘରେ ବିଦ୍ୟୁତ ନ ଥିବା ଦଶମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ସୌର ବଲବ ଉପଲବ୍ଧ କରାଇଲେ ଯାହାଫଳରେ ସେମାନେ ସନ୍ଧ୍ୟାରେ ପାଠ ପଢ଼ିପାରିବେ, ତାଙ୍କର ପ୍ରଥମ ବର୍ଷ ଶେଷ ସୁଦ୍ଧା, ପରୀକ୍ଷା ଫଳରେ ଉନ୍ନତି ଆସିଲା ।

ବିଦ୍ୟାଳୟରେ ତାଙ୍କର ଦ୍ଵିତୀୟ ବର୍ଷରେ ମାନସିକତାରେ ଉନ୍ନତି ଆସିଲା, ଶିକ୍ଷକମାନେ ମିନାକ୍ଷୀ ମହାଶୟାଙ୍କଠାରୁ ମିଳୁଥିବା ସହାୟତାର ପ୍ରଶଂସା କଲେ ଏବଂ ସ୍ଥାନୀୟ ଗୋଷ୍ଠୀ ବିଦ୍ୟାଳୟ କାର୍ଯ୍ୟରେ ଅଧିକ ଆଗ୍ରହ ପ୍ରକାଶ କଲେ, ଦ୍ଵିତୀୟ ବର୍ଷର ପ୍ରଥମ ଭାଗରେ ସେ ଏକାଧିକ ବୈଠକର ଆୟୋଜନ କଲେ ଯାହା ଆଭିମୁଖ୍ୟ ଭକ୍ତି ଚିହ୍ନଟୀକରଣରେ ସହାୟକ ହେଲା । ସେ ନିଜର ଦସ୍ତଖତ ସହ ଭକ୍ତ ଭକ୍ତିଟିକୁ ବିଦ୍ୟାଳୟର ଫାଟକ ପାଖରେ ସ୍ଥାନ ଦେଲେ । ବର୍ଷର ଦ୍ବିତୀୟ ଭାଗ ଶେଷ ସୁଦ୍ଧା ଶିକ୍ଷକ ଓ ବିଦ୍ୟାଳୟ ପରିଚାଳନା ଗୋଷ୍ଠୀର ସଦସ୍ୟମାନେ କେତେଗୁଡ଼ିଏ ପ୍ରାଥମିକତାକୁ ଚିହ୍ନଟ କଲେ ଏବଂ ବିକାଶ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଗଲା ।

ଆଭିମୁଖ୍ୟ ଭକ୍ତିଟି ବିଦ୍ୟାଳୟର ଆଭିମୁଖ୍ୟରୁ ଅଧିକ କିଛି ଅଲା । ଏହା ବିଦ୍ୟାଳୟ ପରିଦର୍ଶନର ସାଧନ ରୂପେ କାର୍ଯ୍ୟ କଲା । ମିନାକ୍ଷୀ ମହାଶୟା ବିଦ୍ୟାଳୟ ପରିଚାଳନା କମିଟିର ଦୁଇଜଣ ସଦସ୍ୟଙ୍କ ସହ ଏକ ଚାରି ମାସିଆ ବୈଠକର ଆୟୋଜନ କଲେ । ଅଭିଭାବକମାନେ ନିମନ୍ତ୍ରିତ ହେଲେ ଓ ପୁରୁଣା ଶିକ୍ଷାର୍ଥୀମାନେ ଅଧିକାଂଶ କାର୍ଯ୍ୟକ୍ରମ ଆୟୋଜନ କଲେ । ମିନାକ୍ଷୀ ମହାଶୟା ଏହି ବୈଠକଗୁଡ଼ିକୁ ଏହା ଜାଣିବାରେ ବ୍ୟବହାର କଲେ କି କେତେ ଦୂର ଶିକ୍ଷାର୍ଥୀ ଓ ଅଭିଭାବକମାନେ ଅନୁଭବ କରୁଛନ୍ତି କି ବିଦ୍ୟାଳୟର ସମସ୍ତ କାର୍ଯ୍ୟର ସେମାନଙ୍କୁ ସାମିଲ କରାଯାଉଛି । କାରଣ ଏହା ବିଦ୍ୟାଳୟର ଆଭିମୁଖ୍ୟର ମୂଳ କେନ୍ଦ୍ର ଥିଲା। ସେ ଅଭିଭାବକମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ଘଟଣା ଉପରେ ମତଦାନ ପାଇଁ ବୋତଲ ଠିପି ବ୍ୟବହାର କରି ଭୋଟ ଦେବାର ଅଭିନବ ଉପାୟ ବାହାର କଲେ । ଉଦାହରଣସ୍ବରୂପ- ବିଦ୍ୟାଳୟକୁ ପଶିବା ରାସ୍ତାରେ ଅଭିଭାବକମାନେ ଗୋଟିଏ ଡ଼ବାରେ ଏକ ବୋତଲ ଠିପି ପକାଇବେ । ( ଏଗୁଡିକ ଏହି ସମୟ ମଧ୍ୟରେ ପିଲାଙ୍କ ଦ୍ଵାରା ହିସାବ ହୋଇ ଟିପି ଲେଖ୍ୟଯାଉଥିବ ) ।

ଟିକିଏ ଚିନ୍ତା କରନ୍ତୁ

ଏହି ଏକକରେ ଆପଣ କ'ଣ ଶିଖୁଲେ ତାହା ଉପରେ ଚିନ୍ତନ କରନ୍ତୁ । ଆପଣଙ୍କ ବିଦ୍ୟାଳୟ ଓ ଆପଣଙ୍କ ଗରିପଟେ O ଥିବା ଲୋକମାନଙ୍କ ବିଷୟର ଭାବନ୍ତୁ ।

  • କେଉଁମାନେ ଆପଣଙ୍କ ଗୋଷ୍ଠୀରେ ରହିବାର ସମ୍ଭାବନା ରହିଛି ?
  • କେଉଁମାନଙ୍କୁ ପ୍ରଭାବିତ କରିବା ଆପଣଙ୍କ ପକ୍ଷେ କଷ୍ଟକର ହେବ ?
  • ଏହା କରିବା ପାଇଁ ଆପଣ କେଉଁ କୌଶଳ ଅବଲମ୍ବନ କରିବେ, ଆପଣଙ୍କ ଉତ୍ତର ନିଜର ଶିକ୍ଷଣ ଡ଼ାଏରୀରେ ଲେଖା ରଖନ୍ତୁ ।

ସାରାଂଶ

ସଫଳ ବିଦ୍ୟାଳୟ ଉପରେ କରାଯାଇଥିବା ଗବେଷଣାରୁ ଏହା ସୁଦୃଶ୍ୟ ଯେ ସେମାନଙ୍କ ମୁଖ୍ୟମାନେ ସେମାନଙ୍କ ବିଦ୍ୟାଳୟ କ’ଣ ଉପଲଛି କରିବାକୁ ଗହୁଁଛନ୍ତି ସେ ଦିଗରେ ନିଜର ଏକ ସ୍ପଷ୍ଟ ଦୂରଦୃଷ୍ଟି ରଖିଛନ୍ତି । ଏକ ଆଭିମୁଖ୍ୟ ଭକ୍ତି ଶିକ୍ଷାର୍ଥୀମାନଙ୍କର ସର୍ବୋତ୍ତମ ସମ୍ଭବ ଶିକ୍ଷା ସଂପର୍କିତ ଏକ ଆଧାର ଏବଂ ବିଦ୍ୟାଳୟ ଆଭିମୁଖ୍ୟ ନେଇ ଏକ ସ୍ପଷ୍ଟ ଚିତ୍ର ପ୍ରଦାନ କର । ଏକ ଫଳପ୍ରଦ, ଆଭିମୁଖ୍ୟ ଭକ୍ତି ସମସ୍ତ ଭାଗୀଦାରୀମାନଙ୍କୁ ଅନ୍ତର୍ଭୁକ୍ତ କରେ । ଶିକ୍ଷାର୍ଥୀ ଓ ଶିକ୍ଷକଙ୍କୁ ସ୍ଵାଭାବିକ ପ୍ରତିଭାତ ହେବା ସଙ୍ଗେ ସଙ୍ଗେ ବିଦ୍ୟାଳୟ ପରିଦର୍ଶକଙ୍କୁ ମଧ୍ୟ ସ୍ଵାଭାବିକ ଲାଗେ କାରଣ ପ୍ରଚେଷ୍ଟାଗୁଡ଼ିକ ଉଦ୍ଦେଶ୍ୟପୂର୍ଣ୍ଣ ହୁଏ । ଶିକ୍ଷକ ଓ ଶିକ୍ଷାର୍ଥୀମାନେ ଆଭିମୁଖ୍ୟ ବିଷୟରେ କେବଳ ଜାଣିଥା'ନ୍ତି ବା ବୁଝି ନଥା'ନ୍ତି, ବରଂ ଏହାର ପ୍ରୟୋଗ ଓ ସଫଳତା ପ୍ରତି ପ୍ରତିବଦ୍ଧ ଥାଆନ୍ତି । ଏକ ଫଳପ୍ରଦ, ଆଭିମୁଖ୍ୟ ଭକ୍ତି ଗଠନ କରିବା ପାଇଁ ବ୍ୟସ୍ତ ହେବା ଉଚିତ ନୁହେଁ ଏବଂ ଏହା ଏକ ଅନ୍ତର୍ନିବେଶୀ କାର୍ଯ୍ୟକ୍ରମ ହେବା ଆବଶ୍ୟକ, ଯେଉଁଠାରେ ପ୍ରତ୍ୟେକ ଆଲୋଚନା ଓ ଅଂଶଗ୍ରହଣ କରିବା ଭଳି ଅନୁଭବ କରିବେ । ଭାଗୀଦାରମାନଙ୍କୁ ଅନ୍ତର୍ଭୁକ୍ତ କରିବା ଫଳରେ ଏହା ଦାୟିତ୍ଵବୋଧତାକୁ ବୃଦ୍ଧି କରେ, କାରଣ ସମସ୍ତେ ଆଭିମୁଖ୍ୟ ପ୍ରତି ଦାୟିତ୍ଵବାନ ନ ହେଲେ ଏହା ଅର୍ଥହୀନ ଏବଂ ପ୍ରତିନିଧୁବିହୀନ କାର୍ଯ୍ୟ ଭଳି ପ୍ରତୀତ ହୁଏ । ବିଦ୍ୟାଳୟର ଆଭିମୁଖ୍ୟ ପ୍ରସ୍ତୁତି

ଓ ତଦାରଖ କାର୍ଯ୍ୟରେ ସେମାନଙ୍କୁ ସଂପର୍କିତ କରାଗଲେ, ଶିକ୍ଷକ, ଶିକ୍ଷାର୍ଥୀ ଏବଂ ପିତାମାତା ସମସ୍ତେ ଏକ ଉନ୍ନତ ଭବିଷ୍ୟତର ସହଭାଗୀ ଅଭିସ୍କାକୁ ଏକ ସାଙ୍ଗରେ ଅନୁଭବ କରିବାକୁ ସମର୍ଥ ହେବେ ।

ଏହି ଏକକଟି ସେହି ଏକକ ଗୁଡ଼ିକର ପରିବାରର ଏକ ଅଂଶ ଅଟେ ଯାହା ନେତୃତ୍ଵ ଦକ୍ଷତା ଉପରେ ଅବା ଦୃଷ୍ଟିକୋଣର ମୁଖ୍ୟ କ୍ଷେତ୍ରଗୁଡ଼ିକୁ ସଂପର୍କିତ କରେ (ଜାତୀୟ ବିଦ୍ୟାଳୟ ନେତୃତ୍ଵ ଦକ୍ଷତା ମହାବିଦ୍ୟାଳୟର ମତବାଦ ସହ ସାମଞ୍ଜସ୍ୟ ରଖେ) । ଏହି ସେଟର ଅନ୍ୟ ଏକକ ଗୁଡ଼ିକ ଆପଣଙ୍କ ନିମ୍ନଲିଖୁତ ଜ୍ଞାନ ଓ ଦକ୍ଷତା ବୃଦ୍ଧି ପାଇଁ ଉପଯୋଗୀ ହୋଇପାରନ୍ତି ।

  • ବିଦ୍ୟାଳୟର ଆତ୍ମ ସମୀକ୍ଷାକୁ ଦିଗ ପ୍ରଦାନ କରିବା ।
  • ବିଦ୍ୟାଳୟର ପ୍ରଗତି ଯୋଜନା ପ୍ରସ୍ତୁତିକୁ ଦିଗ ପ୍ରଦାନ କରିବା ।
  • ବ୍ୟାପକତା ସଂପର୍କିତ ତଥ୍ୟକୁ ବିଦ୍ୟାଳୟର ପ୍ରଗତି ପାଇଁ ବ୍ୟବହାର କରିବା ।
  • ଆପଣଙ୍କ ବିଦ୍ୟାଳୟ ପରିବର୍ତ୍ତନକୁ ଦିଗ ପ୍ରଦାନ କରିବା ଏବଂ ଯୋଜନା ପ୍ରସ୍ତୁତ କରିବା ।
  • ଆପଣଙ୍କ ବିଦ୍ୟାଳୟରେ ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ।

ଆଧାର: ଟ୍ରେସ୍ ଇଣ୍ଡିଆ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate