ହୋମ / ଶିକ୍ଷା / ଶିକ୍ଷକଙ୍କ ଦୃଷ୍ଟିରୁ / ନେତୃତ୍ଵ ପରିପେକ୍ଷୀ : ଯୋଜନା ମାଧ୍ୟମରେ ଦିଦ୍ୟାଳୟର ପରିବର୍ତ୍ତନକୁ ନେତୃତ୍ଵ ଦେବା
ସେଆର କରନ୍ତୁ

ନେତୃତ୍ଵ ପରିପେକ୍ଷୀ : ଯୋଜନା ମାଧ୍ୟମରେ ଦିଦ୍ୟାଳୟର ପରିବର୍ତ୍ତନକୁ ନେତୃତ୍ଵ ଦେବା

ଏହି ଅଧ୍ୟାୟରେ ଆପଣ ବିଚାର କରିବେ ଯେ, ବିଦ୍ୟାଳୟରେ ପରିବର୍ତ୍ତନ କହିଲେ ଆପଣ କ'ଣ ବୁଝନ୍ତି ।

ଉପକ୍ରମ

ଏହି ବିଦ୍ୟାଳୟ ନେତୃତ୍ଵ ସମ୍ବନ୍ଧୀୟ ମୁକ୍ତ ଶିକ୍ଷଣ ସମ୍ବଳଟି ଟେସ୍ ଇଣ୍ଡିଆ ଦ୍ଵାରା ପ୍ରସ୍ତୁତ ହୋଇଥିବା ‘ବିଦ୍ୟାଳୟ ନେତୃତ୍ଵ' ସମ୍ବନ୍ଧୀୟ ୨୦ଟି ପୁସ୍ତିକା ମଧ୍ୟରୁ ଅନ୍ୟତମ । ଏହି ପୁସ୍ତିକାଗୁଡ଼ିକ ବିଦ୍ୟାଳୟରେ ନେତୃତ୍ଵ ନେଉଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ଶିକ୍ଷଣ ଓ ବୃତ୍ତିଗତରେ ଉନ୍ନତି ଆଣି ଶ୍ରେଣୀ କକ୍ଷରେ ପାଠପଢାରେ ସହାୟତା କରିବ । ଏହି ପୁସ୍ତିକାଗୁଡ଼ିକ ବିଭିନ୍ନ ସିଦ୍ଧାନ୍ତ ଓ ପରିଚାଳନା ସମ୍ବନ୍ଧୀୟ ଅଭିଜ୍ଞତାକୁ ଭିତ୍ତିକରି ପ୍ରସ୍ତୁତ କରାଯାଇଛି । ଏହି ପୁସ୍ତିକାରେ ଦିଆଯାଇଥିବା ତଥ୍ୟକୁ ବିଦ୍ୟାଳୟର ନେତୃତ୍ଵ, ଶିକ୍ଷକ ଓ ସହାୟକ କର୍ମାମାନେ ଅଭ୍ୟସରେ ଆଣିଲେ ବିଦ୍ୟାଳୟରେ ସାମୁହିକ ଉନ୍ନତି ଆସିପାରିବ । ଏହି ପୁସ୍ତିକାଗୁଡ଼ିକ ପଠନ ପାଇଁ ଏକ ବିଦ୍ଧିବଧ ଖସଡା ପ୍ରସ୍ତୁତ କରିବାର ଆବଶ୍ୟକତା ଯଦିଓ ନାହିଁ ତଥାପି "ବିଦ୍ୟାଳୟର ମୁଖ୍ୟ ଜଣେ ସାମର୍ଥ୍ୟକାରୀ" ପୁସ୍ତିକାରୁ ପଠନ ଆରମ୍ଭ କରାଯାଇପାରେ । ଏହି ପୁସ୍ତିକାଗୁଡ଼ିକ ନିଜସ୍ଵ ପଠନ ପାଇଁ ଉଦ୍ଧିଷ୍ଟ ଓ ଏହାକୁ ନିଜର ପାଠାଗାରାରେ ରଖାଯାଇପାରେ । ଏହି ପୁସ୍ତିକାଗୁଡିକ ବିଦ୍ୟାଳୟ ନେତୃତ୍ଵ ନେଉଥିବା ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ, ଉପ ପ୍ରଧାନ ଶିକ୍ଷକ କିମ୍ବା ଅନ୍ୟ ଶିକ୍ଷକ ଯେଉଁମାନେ ବିଦ୍ୟାଳୟ ନେତୃତ୍ଵରେ ସାମିଲ ଅଛନ୍ତି ସେମାନଙ୍କ ପାଇଁ ଉଦ୍ଧିଷ୍ଟ ।

ଭାରତରେ ବିଦ୍ୟାଳୟ ଭିତ୍ତିକ ସହଯୋଗ ମାଧ୍ୟମରେ ଶିକ୍ଷକ ଶିକ୍ଷା (ଟେସ-ଇଣ୍ଡିଆ) କାର୍ଯ୍ୟକ୍ରମ ଶିକ୍ଷକମାନଙ୍କୁ ‘ ମୁକ୍ତ ଶୈକ୍ଷିକ ସଂବଳ' ମାଧ୍ୟମରେ ଶିକ୍ଷାର୍ଥୀ କୈନ୍ଦ୍ରିକ, ସହଭାଗୀ ଶିକ୍ଷାପଦ୍ଧତିଗୁଡ଼ିକର ବିକାଶ କରିବାରେ ସହାୟତା ଦେବା ସହ ଭାରତରେ ଥିବା ପ୍ରାରମ୍ଭିକ ଓ ମାଧ୍ୟମିକ ଶିକ୍ଷକମାନଙ୍କ ଶ୍ରେଣୀ ଗୃହରେ କାର୍ଯ୍ୟଧାରା ଅଭିବୃଦ୍ଧି ପାଇଁ ଲକ୍ଷ୍ୟ ରଖିଛି ।  ଟେସ୍-ଇଣ୍ଡିଆର ଏହି 'ମୁକ୍ତ ଶୈକ୍ଷିକ ସଂବଳ' ଶିକ୍ଷକମାନଙ୍କ ପାଇଁ ବିଦ୍ୟାଳୟ ପାଠ୍ୟପୁସ୍ତକର ଏକ ସହଯୋଗୀ ଅଟେ । ଏଗୁଡ଼ିକ, ଅନ୍ୟ ଶିକ୍ଷକମାନେ ପ୍ରସଙ୍ଗଟିକୁ କିପରି ପଢ଼ାଇଛନ୍ତି ତାହା ପ୍ରଦର୍ଶନ କରିବା ସହ ଶ୍ରେଣୀଗୃହରେ ଶିକ୍ଷାର୍ଥୀମାନଙ୍କ ସହ ପ୍ରାକ ପରୀକ୍ଷଣ ପାଇଁ ଶିକ୍ଷଣକାର୍ଯ୍ୟମାନ ଯୋଗାଇ ଦେଇଥାଏ । ଏହା ବ୍ୟତିତ ଶିକ୍ଷକମାନଙ୍କୁ ସେମାନଙ୍କ ପାଠ ଯୋଜନା ଏବଂ ବିଷୟଗତ ଜ୍ଞାନର ଅଭିବୃଦ୍ଧି ପାଇଁ ଏହା ସଂଯୋଗ ସ୍ଥାପନ କରେ ।

ଟେସ୍-ଇଣ୍ଡିଆର 'ମୁକ୍ତ ଶୈକ୍ଷିକ ସଂବଳ ‘ଗୁଡ଼ିକ ଭାରତୀୟ ପାଠ୍ୟ ଖସଡ଼ା ଓ ପରିପେକ୍ଷା ଅନୁଯାୟୀ। ଉଭୟ ଭାରତୀୟ ଓ ଆର୍ନ୍ତଜାତୀୟ ଲେଖକମାନଙ୍କ ସହଭାଗୀତାରେ ପ୍ରସ୍ତୁତ । ଏହା ଉଭୟ ଅନଲାଇନ ଓ ମୁଦ୍ରିତ ଭାବେ ବ୍ୟବହାର ପାଇଁ ଇଣ୍ଟରନେଟ (http://www.tessindia.edu.in/) ରେ ଉପଲବ୍ଧ । 'ମୁକ୍ତ ଶୈକ୍ଷିକ ସଂବଳ’ ଗୁଡ଼ିକ ବିଭିନ୍ନ ଭାଷାରେ ଅନୁବାଦ କରାଯାଇ ଉପଲବ୍ଧ କରାଯାଇଛି ଓ ଟେସ ଇଣ୍ଡିଆର କାର୍ଯ୍ୟକ୍ରମ ଚାଲୁଥିବା ଭାରତୀୟ ରାଜ୍ୟଗୁଡ଼ିକ ପାଇଁ ଉପଯୁକ୍ତ ଅଟେ । ଏହାର ବ୍ୟବହାରକାରୀମାନଙ୍କୁ ସ୍ଥାନୀୟ ପ୍ରାସଙ୍ଗିକତା ଓ ଆବଶ୍ୟକତାକୁ ଭରଣା କରିବା ନିମିତ୍ତ ସ୍ଥାନୀୟକରଣ କରି ଗ୍ରହଣ କରିବାକୁ ଆମନ୍ତ୍ରିତ କରାଯାଇଛି । ଟେସ-ଇଣ୍ଡିଆ ଭାରତ ଓ ଯୁକ୍ତରାଜ୍ୟ ସରକାରଙ୍କ ମିଳିତ କାର୍ଯ୍ୟକ୍ରମର ଏକ ଅଂଶ ଓ ଯୁକ୍ତରାଜ୍ୟ ର ମୁକ୍ତ ବିଶ୍ଵବିଦ୍ୟାଳୟ ଦ୍ଵାରା ପରିଚାଳିତ ।

ଏହି ଏକକରେ କେତେକ କାର୍ଯ୍ୟମାନ ସଙ୍କେତ ସହ ସମ୍ମିଳିତ କରାଯାଇଛି । ଟେସ-ଇଣ୍ଡିଆର ‘ଭିଡ଼ିଓ ସମ୍ବଳ ସମୂହ' ଶିକ୍ଷା ତତ୍ତ୍ଵ ଆଧାରିତ । ଏଥିରେ ଥିବା ଭିଡ଼ିଓଗୁଡ଼ିକ ନିର୍ଦ୍ଦିଷ୍ଟ ବିଷୟ ପାଇଁ ଭାରତୀୟ ଶ୍ରେଣୀଗୃହ ପରିପ୍ରେକ୍ଷୀରେ ପଢ଼ାଇବାର କୌଶଳଗୁଡ଼ିକୁ ସଚିତ୍ର ବର୍ଣ୍ଣନା କରିଛି । ଆମେ ଆଶାକରୁ ଯେ ଏଗୁଡ଼ିକ ଆପଣମାନଙ୍କୁ ଅନୁରୂପ କାର୍ଯ୍ୟଧାରାଗୁଡ଼ିକର ପରୀକ୍ଷଣ ନିମିତ୍ତ ଅନୁପ୍ରେରିତ କରିବ । ଏହିସବୁ ଆପଣଙ୍କ ଦ୍ଵାରା କରାଯାଉଥିବା ପାଠ୍ୟପୁସ୍ତକ ଆଧାରିତ କାର୍ଯ୍ୟଗୁଡ଼ିକର ଅଭିଜ୍ଞତା ବୃଦ୍ଧି କରିବା ନିମିତ୍ର ଅଭିପ୍ରେରିତ । ଟେସ୍-ଇଣ୍ଡିଆ ଭିଡ଼ିଓ ସମ୍ବଳ ସମୂହ ସି.ଡ଼ି. ବା ମେମୋରୀ କାର୍ଡ଼ ମାଧ୍ୟମରେ ବ୍ୟବହାର କରି ପାରିବେ ।

ଏହି ସଂକରଣଟି 'ଟେସ୍ ଇଣ୍ଡିଆର ମୁକ୍ତ ଶିକ୍ଷା ସମ୍ବଳ’ର ବିଦ୍ୟାଳୟ ନେତୃତ୍ଵ ସଂକଳନର ଏକ ଭାଗ ଅଟେ । ମୂଳ ଇଂରାଜୀ ଲେଖାକୁ ଡକ୍ଟର ମମତା ସ୍ଵାଇଁ ଓଡ଼ିଆ ଭାଷାରେ ଭାଷାନ୍ତର କରିଛନ୍ତି । ଏହି ସଂକଳନରେ ବ୍ୟବହୃତ ହୋଇଥିବା ତୃତୀୟ ପକ୍ଷ ସାଧନ ବ୍ୟତୀତ ଅନ୍ୟ ସମସ୍ତ ସ ମ୍ବଳ/ ଲେଖ creativecommons.org ରେ ମୁକ୍ତ ବ୍ୟବହାର ପାଇଁ ଉପଲବ୍ଧ ଅଟେ ।

 

ଏକକରେ କ'ଣ ଅଛି

ଆମ ଶିକ୍ଷା ବ୍ୟବସ୍ଥା ଓ ବିଦ୍ୟାଳୟଗୁଡିକରେ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଏକ ସାଧାରଣ ଘଟଣା ଅଟେ | ପରିବର୍ତ୍ତନକାରୀ ଜଣକ ବାହାରର, ଭିତରର ବା ଉଭୟ କ୍ଷେତ୍ରରେ ହୋଇପାରନ୍ତି । ଆପଣଙ୍କ ଉପରେ ଜବରଦସ୍ତି ଲଦି ଦିଆଯାଇପାରେ ବା ଆପଣ ଏହି ପରିବର୍ତ୍ତନ କାମ ଆରମ୍ଭ କରିପାରନ୍ତି । ଆମର ଅନ୍ତିମ ଲକ୍ଷ୍ୟ ହେଉଛି ବର୍ତ୍ତମାନର ସ୍ଥିତିରୁ ବିଦ୍ୟାଳୟକୁ ଏକ ଆକା°କ୍ଷା ବାଞ୍ଚନୀୟ ସ୍ଥିତି ଆଡ଼କୁ ଗତି କରିବା । ପରିଶେଷରେ ବିଦ୍ୟାଳୟ ପରିସ୍ଥିତିରେ ଏହା ଶିକ୍ଷାର୍ଥୀମାନଙ୍କର ଶିକ୍ଷଣ ସହିତ ସମନ୍ଧିତ ଅଟେ । ବିଦ୍ୟାଳୟର ଶିକ୍ଷାଦାନ ଓ ଶିକ୍ଷଣରେ ସିଧାସଳଖ । ପ୍ରତ୍ୟେକ୍ଷ ଭାବରେ ପରିବର୍ତ୍ତନ ବା ବିଦ୍ୟାଳୟ ଆନୁଷଙ୍ଗିକ ବ୍ୟବସ୍ଥାରେ ଉନ୍ନତକରଣ ଏବଂ ଶିକ୍ଷଣକୁ ସହାୟତା ଯୋଗାଇବା ପାଇଁ ବ୍ୟବସ୍ଥା ମାଧ୍ୟମରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରେ ଉନ୍ନତି ହୋଇଥାଏ ।

ଏହି ଅଧ୍ୟାୟରେ ଆପଣ ବିଚାର କରିବେ ଯେ, ବିଦ୍ୟାଳୟରେ ପରିବର୍ତ୍ତନ କହିଲେ ଆପଣ କ'ଣ ବୁଝନ୍ତି ? ପରିବର୍ତ୍ତନକାରୀ ବା ଶିକ୍ଷା ବ୍ୟବସ୍ଥା ବିଷୟରେ ମଧ୍ୟ ଆପଣ ବିଚାର କରିପାରିବେ । ଏହାପରେ ଆପଣ ବିଭିନ୍ନ ପୁକାରର ପନ୍ଥା ଆଡକୁ ଆଖି ବୁଲେଇ ପାରନ୍ତି ଯଥା: ନେତୃତ୍ଵ, ବିତରିତ ନେତୃତ୍ଵ, ଗଣତାନ୍ତ୍ରିକ ନେତୃତ୍ଵ ଏବଂ ପରିବର୍ତ୍ତନକାରୀ ନେତୃତ୍ଵ ଆପଣ ବିଭିନ୍ନ ପ୍ରକାରର ନେତୃତ୍ଵର ପନ୍ଥାକୁ ବୈଶିକ୍ଷିକ ନେତୃତ୍ଵ ସହ ଯୋଡ଼ିପାରିବେ ।

ପରିବର୍ତ୍ତନର ଦୁଇଟି ମୁଖ୍ୟ ଅଂଶ ହେଉଛି ପ୍ରେରଣା ଓ ବିଶ୍ଵାସ ବୋଲି ବିଚାର କରାଯାଏ । ପରିବର୍ତ୍ତନକୁ ନେତୃତ୍ଵ ଦେବା ପାଇଁ ଆପଣ ବର୍ତ୍ତମାନ ପ୍ରସ୍ତୁତ । ସେଥିପାଇଁ ଆପଣ କିଛି ସମୟ ଖର୍ଚ କରି ନିଜକୁ ନିଜେ ଓ ଅନ୍ୟକୁ କିପରି ଅଭିପ୍ରେରିତ କରିବେ । ସେଥ୍ ପ୍ରତି ଦୃଷ୍ଟି ଦେବେ । ଆପଣଙ୍କର ଭୂମିକାକୁ ଜଣେ ନେତା ଭାବରେ ଚିନ୍ତା କରିବେ ଏବଂ ଏହି ଅଧ୍ୟାୟରେ ଉପସ୍ଥାପନ କରାଯାଇଥିବା କେତେକ ସମସ୍ୟା କିପରି ଭାବରେ ଆପଣଙ୍କର ବର୍ତ୍ତମାନର ଅଭ୍ୟସରେ ଉନ୍ନତି କରିପାରିବେ । ସେ ବିଷୟରେ ମଧ୍ୟ ଚିନ୍ତା କରିବା ଦରକାର ।

ଶିକ୍ଷଣ ଡାଏରୀ

ଏହି ଏକକରେ, କାର୍ଯ୍ୟ କରିବାବେଳେ ଆପଣଙ୍କୁ ନିଜର ଶିକ୍ଷଣ ଡାଏରୀ, ପୁସ୍ତକ କିମ୍ବା କାଗଜରେ ନୋଟ କରିବାକୁ କୁହାଯିବ, ଯେଉଁଠାରେ କି ଆପଣ ନିଜର ଚିନ୍ତାଧାରା ଓ ଯୋଜନାଗୁଡ଼ିକୁ ସମ୍ମିଳିତ ଭାବେ ଏକତ୍ର ରଖିବେ ବୋଧହୁଏ ଆପଣ ଏହିପରି ଗୋଟିଏ ଆରମ୍ଭ କରିସାରିଲେଣି ।

ଆପଣ ଏହି ଏକକ ଉପରେ ଏକୁଟିଆ କାର୍ଯ୍ୟ କରୁଥାଇପାରନ୍ତି, ମାତ୍ର ଆପଣ ଅଧିକ ଶିଖୁବାକୁ ସକ୍ଷମ ହେବେ ଯଦି ଆପଣ ନିଜ ଶିକ୍ଷଣକୁ ଅନ୍ୟ ବିଦ୍ୟାଳୟର ମୁଖ୍ୟଙ୍କ ସହ ଆଲୋଚନା କରିବେ । ସେ ବ୍ୟକ୍ତି ଜଣକ ଆପଣଙ୍କ ସହକର୍ମା ହୋଇପାରନ୍ତି ଯାହାଙ୍କ ସହ ଆପଣ ପୂର୍ବରୁ କାର୍ଯ୍ୟ କରିଥିବେ କିମ୍ବା। ଏପରି କେହି ଜଣେ ହୋଇପାରନ୍ତି ଯାହାଙ୍କ ସହ ଆପଣ ନୂଆ ସଂପର୍କ ସୃଷ୍ଟି କରିପାରିବେ । ଏହା ସଂଗଠିତ ଭାବରେ କରାଯାଇପାରେ  କିମ୍ବା ଏକ ଅନୈପଶ୍ଚରିକ ଭାବେ ମଧ୍ୟ କରାଯାଇପାରେ । ଯେତେବେଳେ ଆପଣ ଦୀର୍ଘ ମିଥାଦୀ ଶିକ୍ଷଣ ଓ ପ୍ରଗତି ସଂପର୍କରେ ଯୋଜନା କରୁଛନ୍ତି ସେତେବେଳେ ନିଜ ଶିକ୍ଷଣ ଡାଏରୀରେ ପ୍ରସ୍ତୁତ କରିଥିବା ବିବରଣୀଗୁଡ଼ିକ ଏଭଳି ବୈଠକରେ ବହୁ ଦରକାରରେ ଆସିବ ।

ଏକକରୁ ବିଦ୍ୟାଳୟ ପ୍ରମୁଖମାନେ କ’ଣ ଶିଖିବେ

  • ପରିବର୍ତ୍ତନ ପାଇଁ ବିଦ୍ୟାଳୟ ଭିତରେ ଓ ବାହାରେ ଥିବା ଚାଳକମାନଙ୍କୁ ଚିହ୍ନଟ କରିବା ।
  • ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ପାଇଁ ଆହ୍ଵାନଗୁଡିକୁ ଚିହ୍ନଟ କରିବା ।
  • ଆପଣଙ୍କ ବିଦ୍ୟାଳୟକୁ ପରିବର୍ତ୍ତନ କରିବା ପାଇଁ ଯୋଜନା ଓ ନେତୃତ୍ଵ ଆବଶ୍ୟକୀୟ ପଦକ୍ଷେପ ନେବା ।
  • ଶୈକ୍ଷିକ / ଶିକ୍ଷା ସମ୍ବନ୍ଧୀୟ ନେତୃତ୍ଵରେ ପନ୍ଥାଗୁଡିକ ଚିହ୍ନଟ କରିବା ଓ ଏହାକୁ ଆପଣଙ୍କ କାର୍ଯ୍ୟଧାରା ସହିତ ସମ୍ପର୍କିତ କରିବା ।
  • ଅନ୍ୟକୁ ଉତ୍ସାହିତ ପ୍ରେରଣା ଓ ନେତୃତ୍ଵର ଉଦାହରଣ ମାଧ୍ୟମରେ ଏହି ପରିବର୍ତ୍ତନ ପ୍ରକଳ୍ପକୁ ଆଗେଇ ନେବା ।

ପରିବର୍ତ୍ତନର ମୁଖବନ୍ଧ

ପରିବର୍ତ୍ତନରେ ସାମିଲ ହୋଇଥିବା ଉଭୟ ନେତା ଓ ଅଂଶଗ୍ରହଣକାରୀଙ୍କ ପାଇଁ ଏହା ଏକ ଆହ୍ଵାନମୂଳକ ପ୍ରକ୍ରିୟା ହୋଇପାରେ ଯେଉଁଥିରେ ଲୋକମାନେ ଏହାର ପରିଣାମ ପାଇଁ ବ୍ୟସ୍ତ ହୋଇପାରନ୍ତି । ଆମ ଶିକ୍ଷା ବ୍ୟବସ୍ଥାରେ ନିୟମ ପ୍ରଣୟନକାରୀମାନେ ଅନେକ ଗୁଡିଏ ବିଦ୍ୟାଳୟ ସମ୍ବନ୍ଧୀୟ ପରିବର୍ତ୍ତନ ଆରମ୍ଭ କରିବାକୁ ପଦକ୍ଷେପ ନେଇଥାନ୍ତି । ଯଦିଓ ଏହା ବାହ୍ୟଚାଳକ । ଏମିତି ଅନେକ ଉଦାହରଣ ଅଛି ଯେଉଁଗୁଡ଼ିକ ଆପଣ ଶିକ୍ଷକମାନଙ୍କ ସହ ମିଶି ଶିକ୍ଷାର୍ଥୀଙ୍କର ଆଗ୍ରହ ଓ ଆବଶ୍ୟକାତକୁ ଦୃଷ୍ଟି ଦେଇ ବିଦ୍ୟାଳୟ ପାଇଁ ଛୋଟ କିମ୍ବା ମଧ୍ୟମ ଧରଣ ପରିବର୍ତ୍ତନ ହୁଏତ ଆଣିଥୁବେ / କରିଥୁବେ । ଆପଣ ହୁଏତ ଗୋଷ୍ଠୀ ପାଇଁ ମଧ୍ୟ ଏଭଳି କାମ କରିଥାଇପାରନ୍ତି । ଏହାସବୁ ଆଭ୍ୟନ୍ତରୀଣ ଚାଳକ ଅଟେ |

ଶିକ୍ଷଣକାର୍ଯ୍ୟ -୧ ପରିବର୍ତ୍ତନକାରୀ / ପରିବର୍ତ୍ତନର ଚାଳକ ।

ପ୍ରାରମ୍ଭରେ ଆପଣଙ୍କ ବିଦ୍ୟାଳୟ ନିକଟରେ ଘଟିଥିବା ପରିବର୍ତ୍ତନଗୁଡିକୁ ମନେପକାନ୍ତୁ । ସେମାନେ ଏହାକୁ ବାହାରୁ ଜବରଦସ୍ତି ଲଦି ଦେବା ଭଳି ଅନୁଭବ କରନ୍ତି କି ? ବା ଏହା ସ୍ଵତଃ ଗୋଷ୍ଠୀରୁ ଆସିଥିଲା କି ? ସେମାନେ ହୁଏତ ଜାତୀୟ ଓ ରାଜ୍ୟ ଦ୍ଵାରା ପ୍ରସ୍ତୁତ ପାଠ୍ୟକ୍ରମ ବା ପରୀକ୍ଷାରେ ଆଖିଦୃଶିଆ ପରିବର୍ତ୍ତ ନ କରିଥାଇପାରନ୍ତି କିମ୍ବା ସେମାନେ ଶିକ୍ଷାର୍ଥୀମାନଙ୍କ ଦିନଟିକୁ ଅଧକ ଅର୍ଥପୂର୍ଣ କରିବା ପାଇଁ ବିଦ୍ୟାଳୟରେ ଛୋଟ ଛୋଟ ପରିବର୍ତ୍ତନର ପ୍ରୟାସ କରିଥାଇପାରନ୍ତି ।

ଆପଣଙ୍କ ବିଦ୍ୟାଳୟ ବା ଜିଲ୍ଲାର ପରିବର୍ତ୍ତନର ଚାଳକ ଭାବରେ ଅନୁଭବ କରୁଥିବା ପାଞ୍ଚଗୋଟି ଆଭ୍ୟନ୍ତରୀଣ ଓ ପାଞ୍ଚଗୋଟି ବାହ୍ୟ ପରିବର୍ତ୍ତ ନ ପାଇଁ ଉପାଦାନର ତାଲିକା କରନ୍ତୁ ।

ଆଲୋଚନା

ଚିହ୍ନଟ କରିଥିବା ଆଭ୍ୟନ୍ତରୀଣ ଉପାଦାନଗୁଡିକ ସାଧାରଣତଃ ଆପଣ କାମ କରିଥିବା  ପରିବେଶ ଓ ବିଦ୍ୟାଳୟ ପ୍ରମୁଖ ଭାବରେ ଆପଣଙ୍କ ପାଖରେ ଉପଲବ୍ଧ ଥିବା  ସମ୍ବଳ ଉପରେ ନିର୍ତ୍ତର କରିଥାଏ । ଯଦିଓ ଆପଣଙ୍କ ପାଖରେ ବହୁତ କମ । ସମ୍ବଳ ଓ ଶିକ୍ଷାର୍ଥୀଙ୍କ ସଂଖ୍ୟା ଅଧିକ ଥିବା ଶ୍ରେଣୀ ଥାଏ, ତଥାପି ଆପଣ ପରିବର୍ତ୍ତନ ଓ ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ସକାରାତ୍ମକ ପ୍ରଭାବ ପକେଇବା ପାଇଁ ପ୍ରୟାସ । ପଦକ୍ଷେପ ଗ୍ରହଣ କରିଥିବା । ଏହି କାମକୁ ନେତୃତ୍ଵ ଦେଇ କରିଥିବା । ଉଦାହରଣ ସ୍ଵରୂପ ଅଧିକ ଶିକ୍ଷାର୍ଥୀଙ୍କ ମଧ୍ୟରେ ଭିନ୍ନକ୍ଷମ ଶିକ୍ଷାର୍ଥୀ ବା ଉଚ୍ଚପ୍ରାଥମିକ ସ୍ତରରେ ଅଧିକ ସଂଖ୍ୟକ ଝିଅ ପିଲା ଥିବା ।  ଏହି ଶିକ୍ଷଣ କାର୍ଯ୍ୟ ହୁଏତ ଆପଣଙ୍କୁ ନିଜ ବିଦ୍ୟାଳୟରେ କେଉଁଭଳି ପରିବର୍ତ୍ତନ ଚାହୁଛନ୍ତି, ସେଥିପାଇଁ ଚିନ୍ତା କରିବାକୁ ଉତ୍ସାହିତ କରିପାରେ । ଆପଣ ହୁଏତ ଏଭଳି କାମଗୁଡିକୁ ଯଥା ଶିକ୍ଷାର୍ଥୀ କେନ୍ଦ୍ରିୟ ପନ୍ଥା , ଶିକ୍ଷଣଭିତ୍ତିକ କାର୍ଯ୍ୟପନ୍ଥା, ପ୍ରତି ଶିକ୍ଷାର୍ଥୀ ଅଦ୍ଵିତୀୟ ଓ ସେମାନଙ୍କର ମତାମତକୁ ସମ୍ମାନ ଦେବା, ସେମାନଙ୍କର ଶିକ୍ଷଣକୁ ଆକଳନ କରିବା ପାଇଁ ମୂଲ୍ୟୟନ ବ୍ୟବସ୍ଥା କରିବା ପାଇଁ ଚିନ୍ତା କରିବେ, ସେମାନଙ୍କ ପରୀକ୍ଷା ଓ ଏକକ ପରୀକ୍ଷା ପରିବର୍ଭେ ଅନ୍ୟାନ୍ୟ ଉପାୟରେ ମୂଲ୍ୟୟନ । ଆକଳନ କରିପାରିବେ ।

ସାରଣୀ - ୧ ପ୍ରାଥମିକ ଓ ମାଧ୍ୟମିକ ସ୍ତର ପାଇଁ ବାହ୍ୟ ପରିଚାଳକର ଉଦାହରଣ ଦିଆଯାଇଛି । ବେଳେବେଳେ ଏଗୁଡିକ ବହୁଳ ଭାବରେ ଆସା କରାଯାଏ ଏବଂ ଏଗୁଡ଼ିକୁ ସାମିଲ କରିବା ପାଇଁ ପରିସ୍ଥିତିର କ୍ଷେତ୍ର ମଧ୍ୟ ପ୍ରସ୍ତୁତ କରାଯାଏ ।

ଏବଂ ଅନ୍ୟ ସମୟରେ ଏଗୁଡିକ ଭାବରେ ଘଟିଥାଏ ଏଗୁଡିକ ମଧ୍ୟରୁ କିଛି ପରିବର୍ତ୍ତନ ପାଇଁ ସଙ୍ଗେ ସଙ୍ଗେ କାର୍ଯ୍ୟପନ୍ଥା ନେବାର ଆବଶ୍ୟକତା ପଡେ ଓ ଅନ୍ୟ କେତେକ ପରିବର୍ତ୍ତନଗୁଡିକ ଧୀରେ ଧୀରେ ହୋଇଥାଏ ।

ସାରଣୀ – ୧ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ବାହ୍ୟ ପରିବର୍ତ୍ତନକାରୀ

ଆହ୍ଵାନଗୁଡ଼ିକୁ ସମ୍ମୁଖୀନ ହେବା

ବିଦ୍ୟାଳୟଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ପ୍ରୟାସ କରୁଥିବାବେଳେ ଶିକ୍ଷକଗଣ ଓ ବିଦ୍ୟାଳୟର ପ୍ରମୁଖ / ପ୍ରଧାନଶିକ୍ଷକ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ପରିସ୍ଥିତି ଅଧ୍ୟୟନ ୧ ଓ ୨ ର ଉଦାହରଣ ଦିଆଯାଇପାରେ କିପରି ଶିକ୍ଷକଗଣ ଓ ଅନ୍ୟମାନେ ମିଶି ବିଦ୍ୟାଳୟର ପରିବର୍ତ୍ତନ ପାଇଁ ଚେଷ୍ଟା କରି ଏକ ନୂତନ ଢଙ୍ଗର ବିଦ୍ୟାଳୟ ସ୍ଥାପନ କରିଥିଲେ ।

ପରିସ୍ଥିତି ଅଧ୍ୟୟନ ୧ : ଉପସ୍ଥାନ ବୃଦ୍ଧି ପାଇଁ ଅତିରିକ୍ତ ଶିକ୍ଷଣକାର୍ଯ୍ୟ

ବିଷୟ - ବିଦ୍ୟାଳୟ ଦୈନିକ ସମୟ ସାରଣୀ/ଟାଇମ ଟେବୁଲର ସଂଗଠନ

ଶିକ୍ଷକ-ଶ୍ରୀମତୀ ଅପର୍ଣ୍ଣ। ଦେବୀ

ପରିସ୍ଥିତି – ବେସରକାରୀ ବିଦ୍ୟାଳୟ ଯେଉଁଠି ୫୫୦ ଶିକ୍ଷାର୍ଥୀ ଅଛନ୍ତି । ମୁସଲମାନ ସଂପ୍ରଦାୟର ଲୋକମାନେ ଅଧିକ ପରିମାଣରେ ରହୁଥିବା ଏକ ମଧ୍ୟମ ଧରଣର ସହରରେ ଏହି ବିଦ୍ୟାଳୟ ଅବସ୍ଥିତି ।

ସମସ୍ୟା ବିବୃତ୍ତି : ଶ୍ରୀମତୀ ଅପର୍ଣ୍ଣ। ଦେବୀ ଲକ୍ଷ୍ୟ କଲେ ଯେ ବିଦ୍ୟାଳୟର କାର୍ଯ୍ୟନିର୍ଘଣ୍ଟ ସମୟ ସୀମା କମ ରହିଛି ପାଠ୍ୟକ୍ରମକୁ ଶେଷ କରିବା ପାଇଁ ଚାପ ରହିଛି । ତେଣୁ ଶିକ୍ଷାର୍ଥୀମାନେ ବିଭିନ୍ନ ସୃଜନାତ୍ମକ କାର୍ଯ୍ୟ ଓ ଖେଳ ସମ୍ବନ୍ଧୀୟ କାର୍ଯ୍ୟରେ ଅଂଶଗ୍ରହଣ କରିପାରୁଛନ୍ତି । ଶିକ୍ଷାର୍ଥୀମାନଙ୍କର ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵର ବିକାଶ ପାଇଁ ଏହି କାର୍ଯ୍ୟଗୁଡିକ ଗୁରୁତ୍ଵପୂର୍ଷ ଅଟେ । ଏହା ବ୍ୟତିରେକ ସେ ଶିକ୍ଷାର୍ଥୀମାନଙ୍କର ଉପସ୍ଥାନ ଓ ଅବଧାରଣାର ବାଟ ପାଇଁ ଚିନ୍ତିତ ଥିଲେ ।

ପରିବର୍ତ୍ତନ: ଏହି ସମସ୍ୟାର ସମାଧାନ ପାଇଁ ଶ୍ରୀମତୀ ଅପର୍ଣ୍ଣ। ଦେବୀ ବିଦ୍ୟାଳୟ କାର୍ଯ୍ୟ ନିର୍ଘଣ୍ଟରେ ପରିବର୍ତ୍ତନ ଆଣିଥିଲେ । ପ୍ରତିଦିନ ବିଦ୍ୟାଳୟ କାର୍ଯ୍ୟନିର୍ଘଣ୍ଟାରେ ଅଧିକ ୩୦ ମିନିଟ ସମୟ ଯୋଡିଥିଲେ । ତାହାଦ୍ଵାରା ଅପର୍ଣ୍ଣା । ଦେବୀ ବିଭିନ୍ନ ସୃଜନାମକ କାର୍ଯ୍ୟ କରିବା ପାଇଁ ସମୟ ବାହାର କରିପାରିଥିଲେ । ଯାହାଦ୍ଵାରା ବିଦ୍ୟାଳୟର ମୁଖ୍ୟ କାମ ବ୍ୟାଘାତ ହୋଇନଥିଲା । କ୍ରିଡା (କରାଟେ), ଖେଳକୁଦ ସହ କ୍ୟାରମ, ଚେସ ଓ ପାଠାଗାରରେ ପଢିବା କାର୍ଯ୍ୟଗୁଡିକର ସମୟ ଚକ୍ର ବଦଳୁଥିଲା । ଶିକ୍ଷାର୍ଥୀମାନେ ଜାଣିପାରୁନଥିଲେ ଯେ ସେମାନେ ବିଦ୍ୟାଳୟର ଅନ୍ତିମ ପର୍ଯ୍ୟାୟରେ କେଉଁ କାମରେ ଅଂଶଗ୍ରହଣ କରିବେ । ଏହାଦ୍ଵାରା ସେମାନେ ଆଶ୍ଚର୍ଯ୍ୟାଳ୍ପିତ ହେଉଥିଲେ ଓ ବିଦ୍ୟାଳୟକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରୁଥିଲେ । ଏଭଳି କାର୍ଯ୍ୟର ମୂଲ୍ୟ ହେଉଛି ଶିକ୍ଷାର୍ଥୀମାନଙ୍କର ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ଵର ପରିପ୍ରକାଶ କରିବା । ଶିକ୍ଷାର୍ଥୀ ବିଦ୍ୟାଳୟରେ ଆନନ୍ଦ ଅନୁଭବ କରିବା ସହିତ ଉପଲବ୍ଧ ସମୟରେ ଶିଖିବ ।

ଏହା କାହିଁକି କୌତୁହଳ ଜଣକ/ ଚିତ୍ତାକର୍ଷକ

ଏହା ବର୍ତ୍ତମାନର ପରିସ୍ଥିତିର ସମସ୍ୟା ଉପରେ ଆଧାରିତ ଯେଉଁଠାରେ ଜଣେ ଭାରତୀୟ ଶିକ୍ଷାର୍ଥୀ ବିଦ୍ୟାଳୟରେ ମାତ୍ର ଚାରିଘଣ୍ଟା ସମୟ ବିଦ୍ୟାଳୟରେ ବିତେଇଥାଏ । କିନ୍ତୁ ଏକ ବିକଶିତ ରାଷ୍ଟ୍ରରେ ଭାରତ ତୁଳନାରେ ଗୋଟିଏ ଶିକ୍ଷାର୍ଥୀ ବିଦ୍ୟାଳୟରେ ୬ ରୁ ୮ ଘଣ୍ଟା ସମୟ ବିତେଇଥାଏ । ଏହା ସହିତ, ଶିକ୍ଷାର୍ଥୀଙ୍କ ଉପସ୍ଥାନ ବୃଦ୍ଧି ପାଇଁ ଏକ ଆନନ୍ଦମୟ ପରିସ୍ଥିତି ସୃଷ୍ଟି କରିବାର ଆବଶ୍ୟକତାକୁ ଚିହ୍ନଟ କରାଯାଇଛି ।

ଆହ୍ଵାନଗୁଡିକର ସମ୍ଭାବ୍ୟ ହତିଆର :

ଏଥି ପାଇଁ ବିଦ୍ୟାଳୟ ପରିଚାଳନା କମିଟି ହୁଏତ ହୃଦବୋଧ କରିବାର ଆବଶ୍ୟକତା ରହିଛି । ବିଦ୍ୟାଳୟରେ ଗୁରୁତ୍ଵପୂର୍ଣ୍ଣ ସମ୍ବଳଗୁଡିକ ଥାଇପାରେ କିନ୍ତୁ ସେଗୁଡିକୁ ସହ ପାଠ୍ୟ କାର୍ଯ୍ୟ ପାଇଁ ଯୋଗାଇବେ । ଏକ ମୁଖ୍ୟ ଆହ୍ଵାନ ଅଟେ । ବିଦ୍ୟାଳୟଗୁଡିକ ଦେଖିବାକୁ ପଡିବ ଯେ, ପ୍ରକୃତରେ ଶିକ୍ଷାର୍ଥୀମାନେ କେଉଁ ସବୁ କାମରେ ଆଗ୍ରହରେ ଦେଖାଉଛନ୍ତି ଓ ଉଭୟେ ପୁଅ ଓ ଝିଅ ସମାନ ଭାବରେ ସେଥିରୁ ଲାଭାନ୍ୱିତ ହେଉଛି, ଏହା ନିଶ୍ଚିତ କରିବାକୁ ହେବ ।

ଏହାର ପ୍ରଭାବ (ଶିକ୍ଷକଙ୍କ ଅନୁସାରେ) : ଶ୍ରୀମତୀ ଅପର୍ଣ୍ଣା ଦେବୀ ଦେଖିଲେ ଯେ, ଶିକ୍ଷାର୍ଥୀମାନଙ୍କର ଉପସ୍ଥାନ ଓ ଶୃଙ୍ଖଳାଜ୍ଞାନ ସ୍ପଷ୍ଟ ଭାବରେ ଉନ୍ନତି ଘଟିଛି । ବର୍ତ୍ତମାନ ଶିକ୍ଷାର୍ଥୀମାନେ ଅଧିକ ସମୟ ବିଦ୍ୟାଳୟରେ ବିତେଇବା ପାଇଁ ଆଗ୍ରହ ଦେଖାଇଲେ ।

ପରିସ୍ଥିତି ଅଧ୍ୟୟନ ୨: ସ୍ୱାସ୍ଥ୍ୟ ପରୀକ୍ଷା ଶିକ୍ଷଣର ରକ୍ଷାକବଚ

ବିଷୟ – ଶିକ୍ଷାରେ ବାହ୍ୟ କାରକର ପ୍ରଭାବ (ଯଥା: ପୁଷ୍ଟି ଓ ସ୍ୱାସ୍ଥ)

ଶିକ୍ଷକ : ରବି ବାବୁ

ପରିସ୍ଥିତି : ବେସରକାରୀ ବିଦ୍ୟାଳୟ ପୂର୍ବ ଦିଲ୍ଲା ସମସ୍ତ ସୁବିଧାରୁ ବଞ୍ଚିତ । ଅନୁକୂଳ ଅଞ୍ଚଳରେ ଅବସ୍ଥିତ ।

ସମସ୍ୟାର ବିବୃତ୍ତି : ରବିବାକୁ ଦେଖିଲେ ଯେ, ତାଙ୍କର ଅଧିକାବିଂଶ ଶିକ୍ଷାର୍ଥୀ ସ୍ଵାସ୍ଥ୍ୟ ସେବାରୁ ବଞ୍ଚୁତ ଓ ସେମାନେ ଅସ୍ଵାସ୍ଥ୍ୟକର ପରିବେଶରେ ରହୁଛନ୍ତି । ଏହାଦ୍ଵାରା ଶିକ୍ଷାର୍ଥୀମାନେ ରୋଗଗ୍ରସ୍ତ ହୋଇ ବିଦ୍ୟାଳୟରେ ଉପସ୍ଥିତ

ରହୁଥିବାରୁ ଅନ୍ୟମାନେ ଏହାର ପ୍ରଭାବରେ ରୋଗାକ୍ରାନ୍ତ ହେଉଛନ୍ତି ବା ବିଦ୍ୟାଳୟରେ ରୀତିମତ ଭାବରେ ଅନୁପସ୍ଥିତ ରହୁଛନ୍ତି ।

ପରିବର୍ତ୍ତନ : ଏହି ସମସ୍ୟାରୁ ଦୂର କରିବା ପାଇଁ ଏକ ତ୍ରିସ୍ତରୀୟ ଦୀର୍ଘମିଆଦି ସ୍ଵାସ୍ଥ୍ୟ ଯୋଜନା କାର୍ଯ୍ୟସୂଚିରେ ପରିକଳ୍ପନା କରାଯାଇଥିଲା । ସ୍ଥାନୀୟ ସ୍ଵାସ୍ଥ୍ୟ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରି ରବିବାବୁ ଶିକ୍ଷାର୍ଥୀମାନଙ୍କର ପ୍ରତି ଦୁଇ ମାସରେ ଥରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆଖିର ପରୀକ୍ଷା କରିବା ପାଇଁ ନିଶ୍ଚିତ କଲେ । ରବିବାବୁ ଦେଖିଲେ ଯେ ବଡପିଲାଙ୍କ ସ୍ଵାସ୍ଥ୍ୟ ବୃଦ୍ଧି ପାଇଁ ଭିଟାମିନର ଆବଶ୍ୟକତା ରହିଛି । ସେଥି ପାଇଁ ସେ ସେମାନଙ୍କୁ ସ୍ୱାସ୍ଥ୍ୟପ୍ରଦ ମଧ୍ୟାନ୍ନ ଭୋଜନ ଯୋଗାଇ ଦେବା ପାଇଁ ଏକ ବଦାନ୍ୟ ବ୍ୟକ୍ତିଙ୍କୁ ଚିହ୍ନଟ କଲେ । ଏହିଭଳି କ୍ଷୁଦ୍ର ଆବିଷ୍କାରର ମୂଲ୍ୟ ସ୍ଵରୂପ ଶିକ୍ଷାର୍ଥୀମାନଙ୍କୁ କେବଳ ସ୍ଵାସ୍ଥ୍ୟ ଓ ଆଖୁ ପରୀକ୍ଷାର ସୁବିଧା ଯୋଗାଇ ଦିଆଗଲା ନୁହେଁ ବରଂ ସେମାନେ କିପରି ଅଧିକ ସୁସ୍ଥତାର ସହ ବଞ୍ଚୁବେ ତାହା ମଧ୍ୟ ଶିକ୍ଷାଲାଭ କଲେ ।

ଏହା କାହିଁକି ଉତ୍ସାହପ୍ରଦ ? ଏହି ନିରାକରଣ ପଦ୍ଧତି ଯୋଗୁଁ ଶିକ୍ଷାର୍ଥୀମାନଙ୍କର ଅନୁପସ୍ଥିତି କମିଲା। ଯାହା ଶିକ୍ଷାର୍ଥୀଙ୍କ ଶିକ୍ଷଣରେ କ୍ଷତି କରୁଥିଲା ।

ଏହାର ପ୍ରଭାବ (ଶିକ୍ଷକଙ୍କ ଅନୁସାରେ) ଋବି ବାକୁ ବିବୃତ୍ତି । ଲିଖିତ ଭାବରେ ଜଣାଇଦେଲେ ଯେ, ଶିକ୍ଷାର୍ଥୀମାନଙ୍କର ଉପସ୍ଥାନ ବୃଦ୍ଧି, ଏକାଗ୍ରତାରେ ଉନ୍ନତି ସ୍ପଷ୍ଟଭାବେ ପରିଲକ୍ଷିତ ହୋଇଛି ଏବଂ ବିଦ୍ୟାଳୟ କାର୍ଯ୍ୟ ସହିତ ସମ୍ପୁକ୍ତିଥିବା ଅଭିଭାବକମାନେ ଏଭଳି ସ୍ୱାସ୍ଥ୍ୟ ସେବାର ପ୍ରସଂଶା କରିଥିଲେ । ଥରେ ଦୁଇମାସିଆ ସ୍ୱାସ୍ଥ୍ୟ ପରୀକ୍ଷଣ ବେଳେ ଗୋଟିଏ ଶିକ୍ଷାର୍ଥୀର ଯକୃତ (liver) ରେ ସଂକ୍ରମଣକୁ ଚିହ୍ନଟ କରାଯାଇଥିଲା ଓ ଠିକ ସମୟରେ ଚିକିତ୍ସା ମଧ୍ୟ କରାଯାଇଥିଲେ ।

ବର୍ତ୍ତମାନ ଏହି ମାଗଣା ଆଖବର ଯତ୍ନ ସେବାକୁ ଗୋଷ୍ଠୀଯାଏ। ପ୍ରସାରିତ କଲେ ।

ଆପଣଙ୍କ ବିଦ୍ୟାଳୟରେ ଏଭଳି ସମାନ ପ୍ରକାରର ସମସ୍ୟା ଦେଖାଦେଇ ନପାରେ । କିନ୍ତୁ ଜଣେ ବିଦ୍ୟାଳୟର ପ୍ରମୁଖ ଭାବରେ ଆପଣ ଚିନ୍ତା କରିବେ ଯେ, ଆପଣଙ୍କ କର୍ମଚାରୀ ଓ ଶିକ୍ଷାର୍ଥୀମାନେ କେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଶିକ୍ଷାର୍ଥୀଙ୍କ ଶିକ୍ଷଣରେ ଉନ୍ନତି ଆଣିବା ପାଇଁ ଆପଣ କେଉଁସବୁ କୌଶଳ ଅବଲମ୍ବନ କରିବେ । ଏଭଳି ପରିବର୍ତ୍ତନ ଗୁଡିକ ପାଇଁ କେଉଁ ଭଳି ପନ୍ଥା ଗ୍ରହଣ କରିବେ କିଭଳି ଭାବେ ସହକର୍ମା, ଶିକ୍ଷାର୍ଥୀ ଓ ଗୋଷ୍ଠୀ ସହ କାମ

କରିବେ ସେ ବିଷୟରେ ଆପଣ ବିଚାର କରିବା ଉଚିତ । ଆପଣ ଯେଉଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ସେଗୁଡିକ ଶିକ୍ଷାର୍ଥୀଙ୍କ ଜୀବନରେ ଓ ଶିକ୍ଷଣରେ ବାସ୍ତବରେ ଧରି ରଖିବେ ପ୍ରଭାବ ପକାଇ ବେ, ଏଥିପାଇଁ ନିଶ୍ଚିତ ହେବାକୁ ପଡିବ ।

ପରିବର୍ତ୍ତନ କିପରି ଭାବରେ ଘଟିବ

ଆମ ବିଦ୍ୟାଳୟ ଓ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଗୁଡିକ କିଭଳି ଭାବରେ ଆସେ /ଘଟିଥାଏ। ସେ ବିଷୟରେ ଅନେକ ଗୁଡିଏ ମନ୍ତବ୍ୟ ଉପସ୍ଥାପନ କରାଯାଇଅଛି । ସେଥି ମଧ୍ୟରୁ ଗୋଟିଏ ପ୍ରକାର ଯୁକ୍ତି ହେଉଛି ଅଭ୍ୟନ୍ତରିଣ ପରିବର୍ତ୍ତନ ବନାମ ବାହିକ ପରିବର୍ତ୍ତ ନ ପାଇଁ ପଦକ୍ଷେପ । ଆଭ୍ୟନ୍ତରୀଣ ପରିବର୍ତ୍ତନ ପାଇଁ ଚିନ୍ତା କରେ, ଆମେ ଦେଖିବା ଯେ ସମସ୍ତ ଶିକ୍ଷାର୍ଥୀ ଶିକ୍ଷକ ଏବଂ ପ୍ରଶାସନିକ କର୍ମଚାରୀମାନେ ମୁଖ୍ୟ ପ୍ରତି ଅଟନ୍ତି । ଯେଉଁମାନେ ସେମାନଙ୍କ କାମ ମାଧ୍ୟମରେ ଏଭଳି ପରିବର୍ତ୍ତନ ଆଣିବା ପାଇଁ ସକ୍ଷମ ହେବେ (ମୁଖ୍ୟତଃ ଗୁଣାତ୍ମକ ଶିକ୍ଷା ଓ ମାନର ଅଭିବୃଦ୍ଧି ପାଇଁ )

ଏହାକୁ ସ୍ଵେଚ୍ଛାସେବୀ ଦୃଷ୍ଟିରୁ ହିଁ ବର୍ଣ୍ଣନା କରାଯାଇଛି । କାରଣ ବିଦ୍ୟାଳୟରେ ପରିବର୍ତ୍ତନ ଆଣିବା ପାଇଁ ଜଣେ ନେତାର ସ୍ଵେଚ୍ଛାକୃତ କାର୍ଯ୍ୟ ଓ ଅନ୍ୟ ପରିବର୍ତ୍ତନକାରୀ ମୁଖ୍ୟ ପ୍ରତିନିଧିମାନଙ୍କର କାର୍ଯ୍ୟ ବହୁ ପରିମାଣରେ ପ୍ରଭାବିତ କରିଥାଏ । ଅନ୍ୟମାନଙ୍କର ମନ୍ତବ୍ୟ ଯେ ବାହାରୁ ବହୁତ ଗୁଡାଏ ଶୈକ୍ଷିକ ପରିବର୍ତ୍ତନ ପାଇଁ ପଦକ୍ଷେପ ନିଆଯାଏ । ଏଭଳି ଲକ୍ଷଣ ଗୁଡିକ ଦେଖାଯାଏ କାରଣ ଶିକ୍ଷା ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚାପରେ ନୂଆ ଯୋଜନା ଆରମ୍ଭ ହୋଇଥାଏ । ବହୁତ ଶିକ୍ଷକ ଓ ବିଦ୍ୟାଳୟ ପ୍ରମୁଖ ସେମାନଙ୍କର କହିଛନ୍ତି ଯେ, ଯେଉଁଠି ପରିବର୍ତ୍ତନ ଜରୁରୀ ବା ବାଧ୍ୟ କରାଯାଇଛି । ସେଇଠି ହିଁ ଏଭଳି ପରିବର୍ତ୍ତନ ସଂଗଠିତ ହୋଇଥାଏ ।

ବିଦ୍ୟାଳୟ ପରିସ୍ଥିତିରେ ପରିବର୍ତ୍ତନ କହିଲେ ବୁଝାଏ ଯେ, ଯେ କୌଣସି ଆକାର/ଧରଣର ପରିବର୍ତ୍ତନ ଯାହାକି ବିଦ୍ୟାଳୟ ଭିତରେ ଘଟିଥାଏ । ସ୍ଥିତିରେ ପରିବର୍ତ୍ତନ ଆଣିବାପାଇଁ ହୁଏତ ଆପଣଙ୍କ କର୍ମଚାରୀ ଓ ଶିକ୍ଷାର୍ଥୀ ଉଦ୍ଦେଶ୍ୟମୂଳକ ଭାବେ କାମ କରିଥାଇପାରନ୍ତି । ଏହା ରାଜ୍ୟ ବା ଜାତୀୟ ସ୍ତରର ପଦକ୍ଷେପ ହୋଇପାରେ । ଏହି ପରିବର୍ତ୍ତନ (ଉଦ୍ଦେଶ୍ୟମୂଳକ, ନିଜେ ଆରମ୍ଭ କରିବାର କାର୍ଯ୍ୟ) ପ୍ରତିକ୍ରିୟା (ଉଦ୍ଦୀପନାକୁ ଜବାବ ଦେବା) ସେ ଯାହା ବି ହେଉନା  କାହିଁକି ଅଭ୍ୟନ୍ତରୀଣ ବା ବାହିକ ପରିଚାଳକ ହେଉ, କିନ୍ତୁ ବିଦ୍ୟାଳୟରେ ପରିବର୍ତ୍ତନ ଆଣିବା ପାଇଁ କେବଳ ଦୁଇଟି ରାସ୍ତା ଦେଖାଯାଇଛି ।

ତଳୁ ଉପରକୁ ପରିବର୍ତ୍ତନ ଏହାର ଆରମ୍ଭ, ପିଲା ଅଭିଭାବକ,ଶିକ୍ଷକରଣ ଓ ପ୍ରଶାସନିକ ସ୍ତରରୁ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ବ୍ୟତୀତ

ଉପରୁ ତଳକୁ ପରିବର୍ତ୍ତନ ବିଦ୍ୟାଳୟର ଉପର ସ୍ତରରେ ଏହାର ସୃଷ୍ଟି

 

 

ସାଧାରଣତଃ ଦେଖାଯାଏ ଯେ, ବିଦ୍ୟାଳୟମାନଙ୍କରେ ଉପରୁ ତଳକୁ ପରିବର୍ତ୍ତନ ସହଜରେ ଓ ସିଧାସଳଖ ଭାବରେ କରାଯାଇପାରେ । ଏହା କେବଳ ସମ୍ଭବ । ଯଦି କର୍ମଚାରୀ ଓ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟମାନେ ରାଜି ହେବେ, କିନ୍ତୁ ଦେଖାଯାଏ ଯେ, ଏହାସବୁ କ୍ଷେତ୍ରରେ ସମ୍ଭବ ନୁହେଁ । ଏହା ସାଧାରଣତଃ ସବୁ ବିଦ୍ୟାଳୟରେ ବ୍ୟାପକ ଭାବରେ ଗ୍ରହଣ କରିଥାନ୍ତି । କାରଣ ସେମାନଙ୍କ ହାତରେ ସେମାନେ ଏକ ସୁସଂଗଠିତ, ପର୍ଜ୍ୟବେଶିତ ଧାରାର ପରିବର୍ତ୍ତନର ସୁବିଧା ପାଏ । ଉପରୁ ତଳକୁ ପରିବର୍ତ୍ତ ନ କରିବା ବେଳେ ସାଧାରଣତଃ ପରିବର୍ତ୍ତ ନ ପାଇଁ କାମ କରୁଥିବା ବ୍ୟକ୍ତିମାନଙ୍କ ସହ କିଛି ପରିମାଣରେ ସେମାନଙ୍କୁ ସାମିଲ କରି ସେମାନଙ୍କର ପରାମର୍ଶ ନିଆଯାଏ । କିନ୍ତୁ ବିଶେଷ ଭାବରେ ଯେତେବେଳେ ସଙ୍କଟ ସମୟ ଦେଖାଯାଏ, ସେତେବେଳେ କର୍ମଚାରୀଙ୍କୁ ପରାମର୍ଶ ନକରି ସିଧାସଳଖ ଓ ବାଧ୍ୟତାମୂଳକ ଭାବରେ ଲଦି ଦିଆଯାଏ । ଏହା ସେମାନଙ୍କର ନୈତିକ ବଳ ଓ ପ୍ରେରଣା ଉପରେ ପ୍ରଚଣ୍ଡା/କଠୋର ଆଘାତ ଦେଇପାରେ କିନ୍ତୁ ଯେତେବେଳେ ସଙ୍ଗଠନକୁ ବଞ୍ଚାଇ ରଖିବା ବିପଦଜନକ ହୁଏ, ସେତେବେଳେ ବିଦ୍ୟାଳୟର କର୍ମଚାରୀଗଣ ପରିବର୍ତ୍ତନର ଆବଶ୍ୟକତା ଦୃଷ୍ଟିରୁ ଅତି ଶୀଘ୍ର ଓ ଆମୂଳଚୂଳ ପରିବର୍ତ୍ତନ କରିବା ପାଇଁ ଗୋଷ୍ଠୀ ନିଜେ ପରିକ ବ୍ରିନା କରିଥାଏ ।

ଏଭଳି କାମ ସେମାନେ ନିଜେ କଲେ ବିଦ୍ୟାଳୟ ପରିଚାଳନା କମିଟି (SMC) ବିଦ୍ୟାଳୟଗୁଡିକ ମଧ୍ୟରେ ଏଗୁଡିକର ପରିକଳ୍ପନା କରି, କାର୍ଯ୍ୟକାରୀ କରିବ ଓ ପର୍ଯ୍ୟାଲୋଚନା କରିବ । ବିଦ୍ୟାଳୟର ଯେ କେହି ବି ତଳ ସ୍ତରର ପରିବର୍ତ୍ତନ ପାଇଁ ପରାମର୍ଶ ଦେଇପାରନ୍ତି, କିନ୍ତୁ ବରିଷ୍ଟ କର୍ମଚାରୀମାନେ ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରଭାବିତ କରିବାର କ୍ଷମତା ଥାଏ। ବିଦ୍ୟାଳୟ ଗୋଷ୍ଠୀ ପରିବର୍ତ୍ତ ନ ପାଇଁ ହୁଏତ ତତକ୍ଷଣାତ । ଇଚ୍ଛୁକ ହୋଇ ନ ପାରନ୍ତି, ତେଣୁ ଏହା ଦ୍ଵାରା ଅନ୍ୟାନ୍ୟ ସମସ୍ୟା ଦେଖାଯାଏ ।

ଏହି କାରଣ ଯୋଗୁଁ ତଳୁ ଉପର ସ୍ତରର ପରିବର୍ତ୍ତନ ବେଳେ ବେଳେ ଚିନ୍ତା କରି ହୁଏ ନାହିଁ ସଂଗଠନ ମଧ୍ୟରେ ଏହାକୁ ଆପଣେଇବା ପାଇଁ ଅଧିକ ସମୟ ଦରକାର ପଡେ ।

ପରିବର୍ତ୍ତନ ପାଇଁ ପଦକ୍ଷେପ ନେବା ବେଳେ ସମସ୍ୟା ଗୁଡିକ କମାଇବା ଦୃଷ୍ଟିରୁ କେତେକ ବିଦ୍ୟାଳୟର ପ୍ରମୁଖମାନେ ସେମାନଙ୍କ ବିଦ୍ୟାଳୟର ଗୋଟିଏ ପରିସରରେ ପରିବର୍ତ୍ତନ ପାଇଁ କାର୍ଯ୍ୟ କରିଥାନ୍ତି । ଏହା ଏକ ପଥଦର୍ଶୀ ଯୋଜନା ଭଳି

ଅଟେ । ଯେଉଁଠି ସେମାନେ ନୂଆ ଚିନ୍ତାଧାରା ଓ କାର୍ଯ୍ୟଗୁଡିକୁ ପ୍ରୟୋଗ କରିଥାନ୍ତି, ସମସ୍ୟା ଗୁଡିକୁ ଚିହ୍ନଟ ଓ ମୂଲ୍ୟାୟନ/ଆକଳନ କରନ୍ତି ଏବଂ ସମସ୍ତ ବିଦ୍ୟାଳୟରେ ଚାଲୁ କରିବା ପୂର୍ବରୁ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତି ।

ଶିକ୍ଷଣକାର୍ଯ୍ୟ – ୨ ଆପଣଙ୍କ ବିଦ୍ୟାଳୟରେ ପରିବର୍ତ୍ତନ ଆପଣଙ୍କ ବିଦ୍ୟାଳୟରେ ଗତ ବର୍ଷ ବା ଦୁଇ ବର୍ଷ ମଧ୍ୟରେ କେଉଁ ତିନୋଟି ବିଶେଷ ପରିବର୍ତ୍ତନ ହୋଇଛି, ସେ ବିଷୟରେ କିଛି ସମୟ ଦେଇ ଚିନ୍ତା କରନ୍ତୁ । ଏହି ପରିବର୍ତ୍ତନ ଗୁଡିକ ଛୋଟ ବା ବଡ ହୋଇପାରେ କିନ୍ତୁ ସେମାନେ ମନେରଖୁବେ ଯେ ଲୋକମାନେ ସେମାନଙ୍କର ପ୍ରାଥମିକତା ବ୍ୟବହାର ଓ ଧାରାରେ ପରିବର୍ତ୍ତନ କରିବେ । ଆପଣ ଶିକ୍ଷଣ ଡାଏରୀରେ ନିମ୍ନରେ ଦିଆଯାଇଥିବା ପ୍ରଶ୍ନ ଗୁଡିକ ସମ୍ପର୍କରେ ବିବରଣୀ ପ୍ରସ୍ତୁତ କରନ୍ତୁ ।

  • ପ୍ରତିଟି ପରିବର୍ତ୍ତନ ପାଇଁ କିଏ ଚାଳକ ବା ଆରମ୍ଭ କରିଥିଲେ ?
  • ଆପଣ ଓ ଅନ୍ୟମାନେ କିଭଳି ଏହି ପରିବର୍ତ୍ତନକାରୀ ପ୍ରତି ପ୍ରତିକ୍ରିୟା ପ୍ରକାଶ କରେ ।
  • ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ପାଇଁ କଣ ସବୁ ସମସ୍ୟା ଦେଖାଗଲା ?
  • କିପରି ଭାବରେ ଆପଣ ଓ ଆପଣଙ୍କ ସହକର୍ମୀମାନେ ଦକ୍ଷତାର ସହ ପରିବର୍ତ୍ତନ ପାଇଁ କମ କଲେ ?
  • ଶିକ୍ଷାର୍ଥୀଙ୍କ ଶିକ୍ଷଣ ଉପରେ ପରିବର୍ତ୍ତ ନର କଣ / କି ପ୍ରଭାବ ଦେଖାଗଲା ?

ଆଲୋଚନା

ଶୈକ୍ଷିକ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ନେଉଥିବା ପଦକ୍ଷେପରେ ଅନେକ ସମସ୍ୟା ଯଥା - ଶ୍ରେଣୀ କୋଠରୀରେ ଅଭ୍ୟାସଗତ ପାଠପଢା ଢାଞ୍ଚା, ବିଦ୍ୟାଳୟ ସ୍ତରରେ ପରିବର୍ତ୍ତ ନ ବା ଜାତୀୟ ସ୍ତରରେ ବଡ ଧରଣର ରୂପାନ୍ତରଣ ଦେଖାଯାଏ । ଆପଣଙ୍କ ଉତ୍ତର ଅନ୍ୟ ବିଦ୍ୟାଳୟର ପ୍ରମୁଖ ଠାରୁ ଭିନ୍ନ ଭିନ୍ନ ହେବ, କାରଣ ପରିବର୍ତ୍ତନ ପ୍ରତ୍ୟେକଙ୍କୁ ଭିନ୍ନ ଭାବରେ ପ୍ରଭାବିତ କରିଥାଏ । କିଛି ସହକର୍ମାଙ୍କର ପରିବର୍ତ୍ତନ ସମ୍ବନ୍ଧୀୟ ଅନେକ ଅଭିଜ୍ଞତା ହୋଇପାରେ ଅନ୍ୟମାନେ ହୁଏତ ପ୍ରଥମଥର ପାଇଁ ସାକ୍ଷଭାବେ ଏସବୁ ଦେଖୁଦେବ । ଯେତେବେଳେ କେତେ ଜଣ ପରିବର୍ତ୍ତ ନ ପାଇଁ ସେମାନଙ୍କ ଭୂମିକା / ଦାୟିତ୍ଵ ସମ୍ପର୍କରେ ଉଦବିଘ୍ନ / ଉତ୍କଣ୍ଠା ପ୍ରକାଶ କରିପାରନ୍ତି /ଦେଖାଇପାରନ୍ତି ସେତେବେଳେ ହୁଏତ ଅନ୍ୟମାନେ ଏହାକୁ ଚଳାଇବା ଓ ପ୍ରଭାବିତ କରିବାର ସୁଯୋଗକୁ ଅବରୋଧ କରି ପାରନ୍ତି ।

ପରିସ୍ଥିତି ଅଧ୍ୟୟନ ୧ ଓ ୨ ତଳୁ ଉପର ସ୍ତରର ପରିବର୍ତ୍ତନର ଏକ ଉଦାହରଣ ଉଲ୍ଲେଖ କରାଯାଇଛି । ଯଦିଓ ନ୍ୟୁପବ୍ଲିକ ସ୍କୁଲର ସଫଳତା କାହାଣୀରୁ ଜଣାଯାଇଥିଲା ଯେ ବାହ୍ୟ ବ୍ୟକ୍ତିମାନେ ଏଥିରେ ସମ୍ପ୍ରକ୍ତ ଥିଲେ, କିନ୍ତୁ ବିଦ୍ୟାଳୟର ପ୍ରମୁଖ ଆଞ୍ଚଳିକ ସମସ୍ୟାକୁ ଚିହ୍ନଟ କରି ତାର ସମାଧାନ ପାଇଁ ପଦକ୍ଷେପ ନେଉଥିଲେ ଓ ପରିବର୍ତ୍ତନ କରି ପାରିଥିଲେ ।

ପରିବର୍ତ୍ତନ ପାଇଁ ପଦକ୍ଷେପ ନେଉଥିବା ବ୍ୟକ୍ତିମାନଙ୍କଠାରୁ ଏହା କିଣାଯାଇପାରେ ବା ସେମାନଙ୍କ ରାଜିନାମାରେ କାମ କରାଯାଇପାରେ । ଯେମିତି ହେଉ ଆପଣ ନିଜକୁ ଏଭଳି ଏକ ପରିସ୍ଥିତିରେ ପାଇବେ । ଯେଉଁଠି ଅନ୍ୟମାନେ ଆପଣଙ୍କ ଭବିଷ୍ୟତ ପାଇଁ ମନ୍ତବ୍ୟ ଉପରେ କୌଣସି ପ୍ରତିକ୍ରିୟା କରିବେ ନାହିଁ । ଏହି କାରଣ ଯୋଗୁଁ ପରିବର୍ତ୍ତ ନ ପାଇଁ ଆପଣ ଧାରା ବାଛିବେ ତାହା ଗୁରୁତ୍ଵପୂର୍ଷ ଅଟେ । ଏଭଳି କେତେକ ସମସ୍ୟା ବାବଦରେ ବିଭାଗ ୬ରେ ବର୍ଣ୍ଣନା କରାଯାଇଛି ।

ଆପଣ ସେ ବାବଦରେ ଚିନ୍ତା କରିବେ ।

ଜଣେ ପରିବର୍ତ୍ତନର ପରିଚାଳକ ବା ନେତା ଭାବରେ ତିନୋଟି ମୁଖ୍ୟ ବିଷୟକୁ ମନରେ ରଖିବା ।

• ଏଥିରେ ଅନିଶ୍ଚିତତାର ଉପାଦାନ ରହିଛି : ଭବିଷ୍ୟତର ଲକ୍ଷ୍ୟ ସ୍ଥଳରେ ପହଞ୍ଚୁବାପାଇଁ ସୁଚିନ୍ତିତ ଯୋଜନା ପ୍ରସ୍ତୁତ କରି ପାରିବେ ।

• ପରିବର୍ତ୍ତନ ପାଇଁ ନେତୃତ୍ଵର ଆବଶ୍ୟକତା ରହିଛି । କାର୍ଯ୍ୟସୂଚୀ ଅନୁସାରେ କେହି ଜଣ ବା ଦଳେ ଲୋକ ନେତୃତ୍ଵ ନେବାର ଆବଶ୍ୟକତା ନାହିଁ। ବରଂ ଯିଏ ନିଜ ଅକ୍ତିଆରରେ ପରିବର୍ତ୍ତନକୁ ଦିଗଦର୍ଶନ ଦେଇପାରିବେ ସିଏ ନେତା ହେବ ।

• ପରିବର୍ତ୍ତନରେ ଆବେଗିକ ପ୍ରଭାବ ରହିଛି । ଏହା ଲୋକମାନଙ୍କୁ ଭିନ୍ନ ଭାବରେ ପ୍ରଭାବିତ କରିଥାଏ ଏବଂ ସେମାନେ ଅଲଗା ବାଟରେ ପ୍ରତିକ୍ରିୟା ପ୍ରକାଶ କରନ୍ତି ।

କେତେକ ସକରାତ୍ମକ, କେତେକ ନକରାମ୍‌କ କିନ୍ତୁ ପରିବର୍ତ୍ତନ କଣ ସବୁବେଳେ ଭଲ କି ? କେତେକ ବ୍ୟକ୍ତି ଯୁକ୍ତି କରନ୍ତି ଯେ ଚିରସ୍ଥାୟିତ୍ଵ ପାଇଁ ଅଛି । କିଛି ପରିବର୍ତ୍ତନର ଆବଶ୍ୟକତା ରହିଛି । ସେଥିପାଇଁ ସେମାନେ ସ୍ଥାୟିତ୍ଵ ବିଷୟରେ ଚିନ୍ତା କରନ୍ତି ଓ ପରିବର୍ତ୍ତନକୁ ବିରୋଧ କରନ୍ତି । କେହି ଜଣେ ବି ଏଥିପାଇଁ ଯୁକ୍ତି କରିପାରେ ଯେ ସ୍ଥାୟିତ୍ଵ ସ ପରିବର୍ତ୍ତନ ପରସ୍ପର ନିର୍ତ୍ତରଶୀଳ । ଉଭୟଙ୍କର ଆବଶ୍ୟକତା ପୃଥ୍ବୀରେ ରହିଛି କାରଣ ପୃଥ୍ବୀ ଦୃତ ଗତିରେ ବଦଳୁଛି । ପରିବର୍ତ୍ତନ ବିନା ସଂଗଠନ ସ୍ଥାଣୁ ଅବସ୍ଥାରେ ପହଞ୍ଚୁବ । ବିଦ୍ୟାଳୟରେ ପରିବର୍ତ୍ତନର ଆବଶ୍ୟକତା ରହିଛି ସେଥି ପାଇଁ ସେ ବାହ୍ୟ ପରିବର୍ତ୍ତନ ଯଥା – ସ୍ଥାନାନ୍ତି କରଣ, ନୂତନ ବୈଷୟିକ ଜ୍ଞାନ, ଦାରିଦ୍ର୍ୟ, ପୁଅଝିଅ ମଧ୍ୟରେ ଭେଦଭାବ, ନିଯୁକ୍ତି ପାଇଁ କୌଶଳର ଅଭାବ ଇତ୍ୟାଦିରେ ପ୍ରତିକ୍ରିୟା କରିବାରେ ।

ବାହ୍ୟ ପରିବେଶର ପରିବର୍ତ୍ତନ ସହ ଅଭ୍ୟନ୍ତରୀଣ ପରିବର୍ତ୍ତନର ଆବଶ୍ୟକତା ଅଛି । ଗୋଷ୍ଠୀ ଏବଂ ବ୍ୟାପକ ପରିସ୍ଥିତିରେ ସଂଗଠନ ଓ ତା’ର ସ୍ଥାୟିତ୍ଵକୁ ବଜାୟ ରଖୁ ବା ପାଇଁ ଅଭ୍ୟନ୍ତରୀଣ ପରିବର୍ତ୍ତନର ଆବଶ୍ୟକତା ରହିଛି । ଉଦାହରଣସ୍ଵରୂପ, ଗୋଟିଏ ବିଦ୍ୟାଳୟରେ ଯେତେବେଳେ ବାହାରୁ ଆସି ପଢୁଥ୍ ବା ଶିକ୍ଷାର୍ଥୀଙ୍କ ସଂଖ୍ୟା ବଢିଯାଏ, ସେତେବେଳେ ସେହି ବିଦ୍ୟାଳୟ ତାର ଅଭ୍ୟସ ଓ କାର୍ଯ୍ୟବଳିରେ କିଛି ପରିବର୍ତ୍ତନ କରିପାରେ କାରଣ ବିଭିନ୍ନ ସଂସ୍କୃତିର ଶିକ୍ଷାର୍ଥୀମାନେ ପଢିଥାନ୍ତି । ଯଦି ଏଭଳି ପରିବର୍ତ୍ତ ନ କରା ନ ଯାଏ ତେବେ ଶିକ୍ଷାର୍ଥୀ ଓ କର୍ମଚାରୀଙ୍କ ମଧ୍ୟରେ ପୃଥକୀକରଣ, ସନ୍ତାସ ଓ ଉଦବେଗ ଦେଖାଯିବ ।

ଏହି ଭାଗରେ ଆପଣ ବିଦ୍ୟାଳୟ ସ୍ତରରେ ହେଉଥିବା ପରିବର୍ତ୍ତନ ଗୁଡିକୁ ଦେଖୁଦେବ ଓ ଜଣେ ବିଦ୍ୟାଳୟର ମୁଖ୍ୟଭାବେ ପରିବର୍ତ୍ତନ ପାଇଁ ଆପଣ କର୍ମଚାରୀମାନଙ୍କ ସହ ମିଶି କିପରି ଭାବରେ କାମ କରିବେ, ସେ ବିଷୟରେ ଚିନ୍ତା କରିବେ । ଆପଣ ଆହୁରି ମଧ୍ୟ ଚିନ୍ତା କରିବେ ଯେ ପରିବର୍ତ୍ତ ନ ପାଇଁ ଦେଖାଯାଉଥିବା ପ୍ରତିବନ୍ଧକ ଗୁଡିକୁ କିପରି ଭାବରେ ରୋକି ପାରିବେ । ଆପଣ ଏଭଳି ପରିବେଶ ସୃଷ୍ଟି କରିବେ ଯେଉଁଠି ଅନ୍ୟମାନେ ନୂଆ ଧାରାରେ କାମ କରିବାର ଅନୁମତି ପାଇବେ  ।

ଯୋଜନା ଓ ପରିବର୍ତ୍ତନର ନେତୃତ୍ଵ

ଅନେକଥର ଆମେ ବର୍ଣ୍ଣନା କରିଛୁ ଯେ, ସଂଗଠନର ପରିବର୍ତ୍ତନ ଧାରା ଏକ ସାମନ୍ତରିକ ପ୍ରକ୍ରିୟା । ଗୋଟିଏ ଭାଗ ଅନ୍ୟ ଭାଗକୁ କ୍ରମାଗତ ଭାବେ ଅନୁସରଣ କରିଥାଏ । ବାସ୍ତବରେ ଯାହା ବି ହେଉ ନା କାହିଁକି ଏହା ଏକ ସାମନ୍ତରିକ ପ୍ରକ୍ରିୟା ଅଟେ । ସାଧାରଣତଃ ଏହି ପ୍ରକ୍ରିୟାକୁ ଭାଗ ଭାଗ କରି ବର୍ଣ୍ଣନା କରାଯାଇଛି ଯାହା କି ପରସ୍ପର ଠାରୁ ଅଲଗା ନୁହନ୍ତି । ସେଗୁଡିକ ପରସ୍ପର ସହିତ ଜଡିତ କାର୍ଯ୍ୟକ୍ରମ ଯେଉଁଗୁଡିକ ନିୟମିତଭାବେ ପରୀକ୍ଷା କରାଯାଏ ଓ ପରିବର୍ତ୍ତନ ପ୍ରକ୍ରିୟାରେ ସେଗୁଡିକୁ ବ୍ୟବସ୍ଥିତ କରାଯାଏ । ପରିସ୍ଥିତି ଅଧୟନ ୧ ଓ ୨ (case study 1 and 2) ରେ ଦିଆଯାଇଥିବା ଉଦାହରଣକୁ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କଲେ ଜଣାପଡିବ ଯେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକ ସମାଧାନ ପାଇଁ ମୂଳ ଯୋଜନାରେ କ'ଣ ପରିବର୍ତ୍ତନ କରାଯାଇଥିବ ।

ବର୍ତ୍ତମାନ କ'ଣ ପରିବର୍ତ୍ତ ନ ହେବ ତାର ଏକ ସିଧାସଳଖ ଉତ୍ତର ନ ଥାଏ । ଶ୍ରେଣୀକାର୍ଯ୍ୟକୁ କେନ୍ଦ୍ରୀଭୂତ କରି ଶିକ୍ଷାବିତ ଫୁଲା ନ ୨୦୦୭ (Fullan-2007) ରେ ଅତିକମରେ ତିନୋଟି ପରିସରରେ ନୂଆ ଶିକ୍ଷା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଚିହ୍ନଟ କରିଥିଲେ ।

  • ନୂତନ କିମ୍ବା ପୁନଃ ବ୍ୟବହାର ହୋଇପାରୁଥିବା ଶିକ୍ଷାଦାନ ଓ ଶିକ୍ଷଣ ସମ୍ବଳଗୁଡିକ (ସୂଚନା ଓ ପ୍ରଯୁକ୍ତି ବିଦ୍ୟା)
  • ନୂତନ ଶିକ୍ଷାଦାନର ଧାରା ବା କାର୍ଯ୍ୟ
  • ବିଶ୍ଵାସରେ ପରିବର୍ତ୍ତନ (ଯଥା: ଶିକ୍ଷା ଶାସ୍ତ୍ର ସମ୍ବନ୍ଧୀୟ ଧାରଣା ଓ ସିଦ୍ଧାନ୍ତ)

ଏହି ତିନୋଟି ବିଭାଗୀକରଣ ପରସ୍ପର ଠାରୁ ପୃଥକ ନୁହେଁ । ବୈଶିକ୍ଷିକ ପରିବର୍ତ୍ତ ନ ପାଇଁ ଏହି ତିନୋଟି ବିଭାଗର ଏକତ୍ରିକରଣ ମିଶ୍ରଣ ଆବଶ୍ୟକ କରୁଛି । ବିଦ୍ୟାଳୟ ପରିବେଶରେ ଆପଣ ଆଣିଥିବା ପରିବର୍ତ୍ତନ ଯେତେ ବି ଛୋଟ ହେଉନା କାହିଁକି, ଆପଣ ଆଶା କରୁଥିବା ପ୍ରତ୍ୟାଶିତ ଫଳାଫଳ ଉଭୟ ଅଭ୍ୟନ୍ତରୀଣ (ବିଦ୍ୟାଳୟ) ଓ ବାହ୍ୟ ପରିବେଶ (ପାଖରେ ଥୁ ବା ଗୋଷ୍ଠୀ, ରାଜ୍ୟ, ସରକାର ଓ ଅନ୍ୟ ସଂସୁI) ଉପରେ ପ୍ରଭାବ ପକାଇଥାଏ ।

ଭିତ୍ତିଓ : ବିଦ୍ୟାଳୟ ନେତୃତ୍ଵ – ଶିକ୍ଷା ଏବଂ ଶିକ୍ଷଣର ନେତୃତ୍ଵ

ଆପଣ ବିଦ୍ୟାଳୟର ମୁଖ୍ୟଭାବରେ ଯୋଜନା ପ୍ରସ୍ତୁତ କରିବା ବେଳେ ନିମ୍ନରେ ଦିଆଯାଇଥିବା ମୁଖ୍ୟ ଉପାଦାନ ଗୁଡିକ ବିଷୟରେ ଯନ୍ତ୍ର ସହ ଚିନ୍ତା କରିବାର ଆବଶ୍ୟକତା ରହିଛି ।

  • ଆପଣ ଯୁକ୍ତିସହ ସ୍ପଷ୍ଟ ଭାବେ ସଂକ୍ଷେପରେ ପରିବର୍ତ୍ତନର ଆବଶ୍ୟକତାକୁ ବୁଝାଇବାପାଇଁ ପ୍ରସ୍ତୁତ ହୋଇ ରହିବା ଉଚିତ ।
  • ଆପଣ କ'ଣ କରିବାକୁ ଚାହାଁନ୍ତି ଓ ତାର ଫଳାଫଳ କ'ଣ ହେବ ସେ ବିଷୟରେ ସ୍ପଷ୍ଟ ହେବା ଆବଶ୍ୟକତା ରହିଛି । ଏହା ଗୁରୁତ୍ଵପୂର୍ଣ୍ଣ ଅଟେ ଯେ ଆପଣଙ୍କର ଭୂମିକା ଓ ଦାୟିତ୍ଵ ସମ୍ପର୍କରେ ସ୍ପଷ୍ଟ ଅଟନ୍ତି ଓ ସଫଳତା କହିଲେ ତାହାହିଁ ବୁଝାଏ ।
  • କୌଣସି ବି ଅନାବଶ୍ୟକ ଜଟିଳତାର ଧାରାକୁ ହଟାଇବା
  • ଯୋଜନାରେ ବଦଳାଯାଇଥିବା ପରିବର୍ତ୍ତନ ଗୁଡିକ ବାସ୍ତବମୁଖୀ ଓ ହସଳଯୋଗ୍ୟ, ଏହା ନିଶ୍ଚିତ କରିବାକୁ ପଡିବ । ଏହାକୁ ହାସଲ କରିବା ପାଇଁ ଆପଣ ହୁଏତ ଆକାର, ସେସ୍କଲ ଓ ସମୟରେ ପରିବର୍ତ୍ତ ନ କରି ପାରନ୍ତି ବା ଏହାକୁ ଛୋଟ ଛୋଟ କାର୍ଯ୍ୟରେ ଭାଗ କରିପାରିବେ ।
  • ପରିବର୍ତ୍ତନର ପ୍ରଭାବକୁ ଆକଳନା ମୂଲ୍ୟାୟନ କରିବା - କ’ଣ ପରିବର୍ତ୍ତନ ହେଲା ଓ କେତେ ହେଲା ?

ନେତୃତ୍ଵର ପନ୍ଥାଗୁଡିକ

ଶୈକ୍ଷିକ ପରିବର୍ତ୍ତନର ଅଗ୍ରଗତି ନିମନ୍ତେ କେଉଁ ସବୁ ପନ୍ତୁ । ଉପଯୋଗୀ ହୋଇପାରିବ । ସେ ନେଇ ସବୁବେଳେ ବାଦବିବାଦ ଚାଲି ଅଛି । ଗବେଷକ ତଥା ପେଷାଦାରମାନେ ବିଭିନ୍ନ ମତ ପ୍ରଦ ସାନ କରନ୍ତି । ସେ ମଧରୁ କିଛି ଆମେ ଏହି ଭାଗରେ ଆଲୋଚନା କରୁଛୁ । ଏହା ଗୁରୁତ୍ଵପୂର୍ସ ଯେ ବିଦ୍ୟାଳୟ ମୁଖ୍ୟ ବୋଲି ଆପଣ ସମସ୍ତ କାର୍ଯ୍ୟ କରିବା ଉଚିତ । ନୁହେଁ । ଏହା ଦ୍ଵାରା ଯେ ଆପଣ ଖାଲି ଶାରିରୀକ ଭାବେ କ୍ଲାନ୍ତ ହେବେ ତାହା ନୁହେଁ । ଅନ୍ୟମାନେ ଭାଗନେଇ କାମ କଲେ ଆପଣ ଅଧିକ ସୁଫଳ ପାଇବେ । ଯେତେବେଳେ କେତେଜଣଙ୍କୁ କିଛି କର୍ତ୍ତବ୍ୟ ଓ ଦାୟିତ୍ଵ ଦିଆଯିବ ସେତେବେଳେ ଆଉ କେତେଜଣ ନିଷ୍ପରି ଗ୍ରହଣ କରିବାରେ ଭାଗ ନେଇପାରିବେ । କିନ୍ତୁ ଏ ସବୁଥିଲେ ଲୁଚି ରହିଥିବା କଥା ନିତୀଟି ହେଉଛି ଅଧିକ ଯୋଗଦାନ ବା ଅଂଶଗ୍ରହଣ ଯାହା ଦ୍ଵାରା ଭାଗୀଦାରୀ ଅଧିକ   ହୋଇପାରିବ ।

ଯେତେବେଳେ ପରିବର୍ତ୍ତନକୁ ଗ୍ରହଣ କରିବାକୁ ବାଧ କରାଯାଏ, ଲଦି ଦିଆଯାଏ, ଯୋଜନା, କାର୍ଯ୍ୟକାରିତା ତଥା ସମୟ ଅବଧ ଆଦି ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡିବ । ଆପଣ, ଆପଣଙ୍କ ବିଦ୍ୟାଳୟର ଆବଶ୍ୟକତାକୁ ନେଇ ଏହାକୁ ବଦଳାଇବେ, ଯେଉଁଥିରେ ଅନ୍ତିମ ଫଳାଫଳ ନିର୍ଦ୍ଦିଷ୍ଟ ହୋଇଯିବ । ଯୋଗାଯୋଗ ପ୍ରକ୍ରିୟାଟି ସ୍ପଷ୍ଟ ହେବା ଆବଶ୍ୟକ, ଯାହାଦ୍ଵାରା ତଥା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦିଆଯାଇଥିବା କାର୍ଯ୍ୟଟିକୁ ବହୁ ପୂର୍ବରୁ ଜାଣିବା ଆବଶ୍ୟକ ।

ଯଦିଓ ଯୋଜନାବଦ୍ଧ ପରିବର୍ତ୍ତନରେ ସର୍ବଦା ସଫଳତା ଆଶା କରାଯାଇନଥାଏ, ଏହା ଏକ କାର୍ଯ୍ୟ ଦାରାକୁ ଶୃଙ୍ଖଳିତ ତତା ଏଥିରେ ଉପୁଜିଥିବା ଉତ୍ପନ୍ନ ହୋଇଥିବା ସମସ୍ୟାଗୁଡ଼ିକୁ ଚିହ୍ନଟ କରିଥାଏ ।

ପରିସ୍ଥିତି ଅନୁଧାନ ୩ : ଶ୍ରୀଯୁକ୍ତ ରାଉଳଙ୍କ ପରିବର୍ତ୍ତନ ଆଣିବା ପାଇଁ ସଂଗ୍ରାମ

ଶ୍ରୀଯୁକ୍ତ ରାଉଳ, ଭୁବନେଶ୍ଵର ଏକ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଅଟନ୍ତି । ବାଲ୍ୟ ଅବସ୍ଥାରୁ ଅନ୍ତୁ ମାନଙ୍କୁ ସାହାର୍ଯ୍ୟ କରିବା, ତାଙ୍କର ଏକ ଅଭ୍ୟସ, ଯାହାକି ତାଙ୍କୁ ଏକ ଶିକ୍ଷକ ହେବା ପାଇଁ ଅନୁପ୍ରାଣିତ କରିଥିଲା; ସେ ତାଙ୍କର କାର୍ଯ୍ୟ ଧାରାକୁ ଏପରି କରିଥିଲେ:

  • ମୁଁ ବିଶ୍ଵାସ କରେ ଯେ ଶିକ୍ଷଣ ଓ ଜ୍ଞାନ ଅର୍ଜନ କରିବା ଶିଶୁ- କୈନ୍ଦ୍ରିକ ତଥା ଶିକ୍ଷଣ କାର୍ଯ୍ୟ ଉପରେ ପରିବେସିତ ହେବା ଆବଶ୍ୟକ ।
  • ମୁଁ ଚାହେଁ , ଶିକ୍ଷକମାନେ ସମସ୍ତ ପିଲାଙ୍କୁ ଶ୍ରେଣୀକାର୍ଯ୍ୟରେ ଅଂଶଗ୍ରହଣ କରିବାର ସୁଯୋଗ ଦିଅନ୍ତୁ ଏବଂ ଚିନ୍ତନକୁ ଆବେଗ କରିବା ପାଇଁ ପ୍ରଶ୍ନ ପଚାରିବାର କୌଶଳକୁ ସଫଳତାର ସହ ପ୍ରୟୋଗ କରନ୍ତୁ ।
  • ମୁଁ’ ମୋର ସମସ୍ତ ସହଜର୍ମୀଙ୍କୁ ଥଭିନୟ, ସଂଳାପ ତଥା ଶ୍ରେଣୀରେ ବ୍ୟବହାର କରିବା ପାଇଁ ଉସରାହିତ କରେ ।
  • ମୁଁ ଚାହେଁ ଶିକ୍ଷକମାନେ ଶିଶୁର ମାନସ ମନ୍ଥନ ପାଇଁ ତଥା ଧାରଣା  ଅନ୍ଵେଷଣ ପାଇଁ ସମୟଦିଅନ୍ତୁ ।
  • ମୁଁ ଚାହେଁ ସମସ୍ତ ସହକର୍ମୀ ପାଠ  ପଢାର ବହୁ ପୂର୍ବରୁ ଯୋଗ ଦିଅନ୍ତୁ ଓ ପ୍ରସ୍ତୁତ ହୁଅନ୍ତୁ ଯାହାଦ୍ୱାରା ଜଣେ ନିଜସ୍ଵ ମତର ସହଭାଗୀ କରାଇପାରିବେ ।
  • ମୁଁ ଚାହେଁ ସମସ୍ତ ସହକର୍ମୀ ପାଠ ପଢାର ବହୁ ପୂର୍ବରୁ ଯୋଗ ଦିଅନ୍ତୁ ଓ ପ୍ରସ୍ତୁତ ହୁଅନ୍ତୁ ଯାହାଦ୍ଵାରା ଜଣେ ନିଜସ୍ଵ ମତର ସହଭାଗୀ କରାଇପାରିବେ  ।
  • ମୁଁ ଚାହେଁ ସମସ୍ତ ସହକର୍ମୀଙ୍କ ଟ୍ରେସ ଇଣ୍ଡିଆ ସାମଗ୍ରୀକୁ ନଜ ସୃଜାନାତ୍ମକ ଢଙ୍ଗ / ଶୈଳୀରେ ବ୍ୟବହାର କରନ୍ତୁ ।

ଶ୍ରୀଯୁକ୍ତ ରାଉଳ – ଦୁଇ ବର୍ଷ ବିଦ୍ୟାଳୟର ମୁଖ୍ୟ ଭାବେ କରିବା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଯଦିଓ, ତାଙ୍କ ନିଜର ନୂତନ ଶିକ୍ଷଣ ଶିକ୍ଷା ଦେବା ତଥା ଫଳପ୍ରଦ ଶିକ୍ଷଣ ବିତରଣ କରିବାରେ ଆତ୍ମବିଶ୍ଵାସ ଥିଲା। କିନ୍ତୁ କେତେଗୁଡ଼ିଏ ଅଭିଜ୍ଞ ଶିକ୍ଷକଙ୍କ ସହ କାର୍ଯ୍ୟ କରିବାରେ ଅସୁବିଧା ହେଉଥଲା ।

ଶ୍ରୀଯୁକ୍ତ ରାଉଳଙ୍କ କାର୍ଯ୍ୟ ଯଦିଓ ଅନେକ ଶିକ୍ଷକଙ୍କ ଦ୍ଵାରା ପ୍ରଶଂସିତ ହୋଇଥଲା, କିନ୍ତୁ ଏହି ତିନିଜଣ ଅଭିଜ୍ଞ ଶିକ୍ଷକଙ୍କୁ ସେ ପ୍ରଭାବିତ କରି ପାରିନଥିଲେ । ତାଙ୍କର କେତେଗୁଡ଼ିଏ ନୀତି ଏମାନଙ୍କୁ ଅପରିଚିତ ଲାଗିଲା ଏବଂ ସେମାନଙ୍କ ନିଜସ୍ ପଦ୍ଧତି ଯଥାର୍ଥ ବୋଲି ସେମାନେ ଭାବୁଥିଲେ । କାରଣ, ସେମାନେ ଭାବୁଥିଲେ, ଶିକ୍ଷାର୍ଥୀମାନେ ଶିକ୍ଷକଙ୍କ ବ୍ୟାଖା ଦ୍ଵାରା ଭଲ ଆଲେ ।

ଶିକ୍ଷଣ କାର୍ଯ୍ୟ - ୩

ଶ୍ରୀଯୁକ୍ତ ରାଉଳଙ୍କୁ ଆପଣ କ'ଣ ଉପଦେଶ ଦେବେ ? ଆପଣ କିପରି ଏହି ପରିବର୍ତ୍ତନ ଶୈଳୀକୁ ଗ୍ରହଣ କରିବେ ଏବଂ ସେହି ତିନିଜଣ ଅଭିଜ୍ଞ ଶିକ୍ଷକଙ୍କୁ କାର୍ଯ୍ୟରେ ଲଗାଇପାରିବେ ?

ଆଲୋଚନା

ସଫଳ ପରିବର୍ତ୍ତ ନ ପାଇଁ ଦେଖାଯାଉଥିବା ବାଧାବିଘ୍ନ ମଧ୍ୟରେ କାର୍ଯ୍ୟକାରୀ କରିବାର ନିଷ୍ଠା ପ୍ରତିଶୃତିର ଅଭାବ, କେତେକ ଅଂଶଗ୍ରହଣକାରୀଙ୍କର ବିରୋଦାଭାସ, ଆବଶ୍ୟକ ସମ୍ବଳର ଅଭାବ, ପରିବେଶରେ ଅଦୃଷ୍ଟପୂର୍ବ ପରିବର୍ତ୍ତନ । ଆଗୁ ଭାବି ପାରି ନଥିବା ପରିବର୍ତ୍ତନ ଗୁଡିକ ପରିଲକ୍ଷିତ ହୋଇଥାଏ । ରାଉଳ ବାବୁଙ୍କ ଘଟଣାରୁ ଆମେ ଏଭଳି ଭାବରେ ସିଦ୍ଧାନ୍ତ ନେଇପାରିବା ଯେ ସେମାନଙ୍କର ଦୀର୍ଘଦିନର ମନୋବୃତ୍ତି, ଅଭ୍ୟସ ଓ ବିଶ୍ଵାସଗୁଡିକ ମୁଖ୍ୟ ପ୍ରତିବନ୍ଧକ ଭାବରେ ପରିବର୍ତ୍ତନର ରାସ୍ତାରେ ଛିଡା ହୋଇଛନ୍ତି । ଆପଣଙ୍କର ଉପଦେଶ ହୁଏତ ତିନିଜନଙ୍କୁ ବ୍ୟକ୍ତିଗତ ବା ଦଳଗତ ଭାବରେ ନିୟୋଜିତ କରିବା ହୋଇପାରେ । ଏହି ପ୍ରକ୍ରିୟାରେ ସମସ୍ତଙ୍କୁ ସାମିଲ କରି କାମକୁ ଆଗେଇନେବା ମଧ୍ୟ ହୋଇପାରେ । ଶିକ୍ଷକ ମାନଙ୍କର ସଫଳତା, ଅଭିଜ୍ଞତା ଓ ନୂତନ ଚିନ୍ତାଧାରା ଗୁଡିକ ଗଠନର ହୋଇଥାଏ ଏବଂ ଏଗୁଡିକୁ ମଧ୍ୟ ସ୍ଵୀକୃତି ଦେବା ଗୁରୁତ୍ଵପୂର୍ଣ୍ଣ ଅଟେ । ପରବର୍ତୀ ବିଭାଗରେ ପଢିବେ ଯେ ଆପଣ ସୁପାରିଶ କରିଥିବା ଧାରା ଗୁଡିକ କେତେଦୂର ନେତୃତ୍ଵ ଶୈଳୀର ପ୍ରାଥମିକ ଚିଠା ଭାବେ ଉପଯୁକ୍ତ ଅଟେ |

ନେତୃତ୍ଵ ଶୈଳୀ

ସହଯୋଗ ବିଭିନ୍ନ ନେତୃତ୍ଵରେ ଦୁଇଟି ଅତ୍ୟାବଶ୍ୟକ ଉପାଦାନ ସମ୍ପ୍ରକ୍ତ ଅଟେ । ସେଥିମଧୁରୁ ଗୋଟିଏ ହେଉଛି "ଦଳ" ଓ ଅନ୍ୟଟି ହେଉଛି " ସର୍ବସମ୍ମତ ଦଳ" | ସହକର୍ମୀ ମାନଙ୍କର ସହମତିରେ ସର୍ବସମ୍ମତ କ୍ରମେ ନିଷ୍ପରି ଗୁଡିକ ଗ୍ରହଣ କରାଯାଏ । ତେଣୁ ସମସ୍ତଙ୍କୁ ଦଳରେ ଆଲୋଚନା, ପରାମର୍ଶ ଓ ପରସ୍ପରର ମତାମତକୁ ଶୁଣିବା ପାଇଁ ସ୍ଥାନ ଦିଆଯାଇଥାଏ । ସହଯୋଗ ଭିତ୍ତିକ ନେତୃତ୍ଵକୁ ଏକ ସକାରାମ୍ କ ଧାରା ଯେଉଁଥିରେ ନେତୃତ୍ଵ ଓ ପରିବର୍ତ୍ତନକୁ ପରିଚାଳନା କରିବା ପାଇଁ ଲୋକମାନଙ୍କୁ ଏକତ୍ରି କରି ସେମାନଙ୍କ ମଧ୍ୟରେ ବୁଝାମଣା ହୋଇଥାଏ । କେତେକ ଆଲୋଚନାକାରୀ ଯୁକ୍ତି କରନ୍ତି ଯେ ପରିବର୍ତ୍ତନ ପ୍ରକିୟାରେ ସର୍ବସମ୍ମତି କ୍ରମେ ସହମତ ହେବା ପାଇଁ ଯଥେଷ୍ଟ ସମୟ ମିଳେ ନାହିଁ । ସେଥି ପାଇଁ ଏହାର ବାସ୍ତବତାକୁ ନେଇ ପ୍ରଶ୍ନ ଚାବୀ ସୃଷ୍ଟି ହୋଇଥାଏ ।

ସାଂପ୍ରତିକ ପରିସ୍ଥିତିରେ ଶିକ୍ଷା କ୍ଷେତ୍ରରେ ଦେଖାଯାଉଥିବା ନେତୃତ୍ଵର ସଙ୍କଟକୁ ନେଇ ବେସ ଆଲୋଚନା ଚାଲିଛି । ଏହି କ୍ଷେତ୍ରରେ ବଣ୍ଟନ ଭି.ଭିକ ନେତୃତ୍ଵ (Distribute leadership) ର ପ୍ରଭାବ ଅଧିକ ପରିମାଣରେ ଦେଖାଯାଏ । ଗ୍ରନ (gronn) loom କହନ୍ତି ବଣ୍ଟନ ଭି.ଭିକ ନେତୃତ୍ଵର ସାରକଥା ହେଲା ଯେ ଏହା ଦାୟିତ୍ଵ ଦେବାଧ ଭାବ ସୃଷ୍ଟିକରେ ଯାହା ବିଦ୍ୟାଳୟରେ କାମ କରୁଥ୍ ବା ବହୁତ ଲୋକଙ୍କ ଭିତରେ ବ୍ୟାପିଥାଏ ।

ବିଦ୍ୟାଳୟର ଜଟିଳ ଓ ଜରୁରୀ ପରିବର୍ତ୍ତ ନ ପାଇଁ ବ୍ୟାପକ ଭାବରେ ଲୋକମାନଙ୍କୁ ସାମିଲ କରି ଏହି ନେତୃତ୍ଵପୂର୍ଣ୍ଣ କାର୍ଯ୍ୟକୁ ଦକ୍ଷତାର ସହ ସମ୍ପାଦନ କରାଯାଇପାରେ ।

ଏହି ପ୍ରକ୍ରିୟାରେ ବିଭିନ୍ନ ବ୍ୟକ୍ତିଙ୍କର ବିଭିନ୍ନ ମତାମତ, ବିଶେଷଭାବରେ ସମସ୍ୟା ଓ ତାର ଉତ୍ତରଦାୟିତ୍ଵ ସମ୍ପର୍କରେ ରହିଛି । ହାରିସ । ୨୦୦୮ (harris 2008) ଭାବିଥିଲେ ଯେ ବଣ୍ଟନଶୀଳ ନେତୃତ୍ଵ ଦୃତ ଭାବରେ ଉଚ୍ଛୁକତୃମଣ୍ଡଳୀ ଦ୍ଵାରା ନିୟମିତ ହୋଇଥାଏ ଏବଂ ସେ ପରାମର୍ଶ ଦେଇଥିଲେ ଯେ ବଣ୍ଟନଶୀଳ ନେତୃତ୍ଵ ଓ ଅନ୍ୟକୁ ଦାୟିତ୍ଵ ଅର୍ପଣ କରିବାରେ ସ୍ପଷ୍ଟଭାବେ ପାର୍ଥକ୍ୟ ଦେଖାଯାଏ । ଏହି ମନ୍ତବ୍ୟ ଉପରେ ହାଟେଲ (ହର୍ତଳେୟ ୨୦୧୦) ଯୁକ୍ତି କରିଥିଲେ ଯେ ବିଦ୍ୟାଳୟର ରଣକୌଶଳ ଦିଗ ଉପରେ ଶିକ୍ଷକ ଓ ଶିକ୍ଷାର୍ଥୀମାନଙ୍କର ଖୁବ କମ ପ୍ରଭାବ ଥାଏ ।

ବଣ୍ଟନଶୀଳ ନେତୃତ୍ଵରେ ବରିଷ୍ଠ ନେତାମାନେ ସଂଗଠନ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଲକ୍ଷ୍ୟକୁ ହାସଲ କରିବା ଏକ ପନ୍ଥା ହୋଇପାରେ । ଯେତେବେଳେ କ୍ଷମତା ଓ ଦାୟିତ୍ଵକୁ ପାରମ୍ପରିକ ଭାବେ ବିୟାଳୟରେ ବଣ୍ଟନ କରiଯIଏ ସେତେବେଳେ ଅଶାନ୍ତ ଓ ଅବିଶ୍ଵାସର ବାତାବରଣ ସୃଷ୍ଟି ହୋଇଥାଏ ।

ବିଦ୍ୟାଳୟରେ ଗଣତାନ୍ତିକ ନେତୃତ୍ଵର ଆବଶ୍ୟକତା ରହିଛି । ଏହା ମାଧମରେ ବିଦ୍ୟାଳୟରେ ସମସ୍ତଙ୍କ ଅଂଶଗ୍ରହଣ ମୂଲ୍ୟବୋଧ ବିନିମୟ, ଖୋଳାପନ, ନମନୀୟ ଓ ଦୟା ବା ଅନୁକମ୍ପାର ପରି ବେଶ ସୃଷ୍ଟି କରାଯାଇ ପାରିବ । ଫର ମ୍ୟାନ ଓ ଷ୍ଟାରଟ (Furman and Starratt) ସେମାନଙ୍କ ଲେଖାରେ "ଲିଡର ସିପ ଫର ଡେମୋକ୍ରେଟିକ କମ୍ୟୁନିଟି ଇନ ସ୍କୁଲ" (୨୦୦୨), ପୃଷ୍ଠା ୧ ୧୮) ରେ ଦାବି କରିଛନ୍ତି ଯେ ବିଦ୍ୟାଳୟରେ ଗଣତାନ୍ତିକ ନେତୃତ୍ଵ ଶୁଣିବା, ବୁଝିବା, ସହାନୁଭୂତି ଓ ଗୋଟିଏ ସାଧାରଣ ଲକ୍ଷ୍ୟ ସ୍ଥଳରେ ପହଞ୍ଚୁ ବା ପାଇଁ ଦ୍ଵନ୍ଦ ଗୁଡିକୁ ସମାଧାନ କରିବାର ଦକ୍ଷତାର ଆବଶ୍ୟକତା ଉପରେ ଦୃଢୋକ୍ତି ସହ ବିଶ୍ଵାସ ରଖେ । ଗଣହତାନ୍ତିକ ମନୋଭାବ ସମ୍ପନ୍ନ ବିଦ୍ୟାଳୟର ମୁଖ୍ୟଙ୍କ ସହିତ ସହଜରେ ଆପଣ ତାଙ୍କ ସହ କଥାବାର୍ତ୍ତା କରିପାରିବେ ଓ ସେ ମଧ୍ୟ ସବୁବେଳେ ଅନ୍ୟମାନଙ୍କର ଚିନ୍ତାଧାରା ଓ ସମାଧାନର ପତ୍ନାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ହୁଅନ୍ତି ।

ଫରମ୍ୟାନ ଓ ଷ୍ଟାଗାଁଟ କହିଥିଲେ ଯେ ଗଣତାନ୍ତିକ ବିଦ୍ୟାଳୟଗୁଡିକର ନେତୃତ୍ଵ ଅମଲାତନ୍ତମାନଙ୍କ ଅପେକ୍ଷା ସେହି ବ୍ୟକ୍ତିମାନଙ୍କ ଉପରେ ନ୍ୟସ୍ତ ଥାଏ ଯାହାଙ୍କର ବିଦ୍ୟାଳୟର ପରିବର୍ତ୍ତନ ସମ୍ପର୍କରେ ବିଶେଷ ଜ୍ଞାନ ଥାଏ । ସମସ୍ତଙ୍କ ଭଲ ପାଇଁ ବିଭିନ୍ନ ବ୍ୟକ୍ତିଙ୍କୁ ନିଷ୍ପତି ନେବାର ସାମିଲ କରାଯାଏ । ପରାମର୍ଶ ଦେବା ପାଇଁ ବିଭିନ୍ନ ସର୍ତ୍ତାବଳୀ ରଖାଯାଏ । ସେମାନଙ୍କର ସକ୍ରିୟ ସହଯୋଗ, ସମ୍ମାନ ଓ ଗୋଷ୍ଠୀ ଦେବାଧ ଭାବନା ଓ କେନ୍ଦ୍ରକ ହୋଇଥାଏ । ସମାଲୋଚକମାନେ ଏଭଳି ନେତୃତ୍ଵ ଶୈଳୀରେ ସମସ୍ତଙ୍କର ନିଷ୍ପତି ନେବାର ପ୍ରକ୍ରିୟାରେ ଭୋଟ ଦେବା ଓ ସେଗୁଡିକୁ ବିଚାରକୁ ନେବା ଉପରେ ଉଠାଇଥାନ୍ତି ସେମାନେ ଯୁକ୍ତି କରନ୍ତି ଯେ ବରିଷ୍ଠ ନେତାମାନଙ୍କ ଦ୍ଵାରା ହିଁ ନିଆଯାଏ ।

ରୂପାନ୍ତି କରଣ ନେତୃତ୍ଵ ଚିହ୍ନଟ କରେ ନୂତନ ଲକ୍ଷ୍ୟ ଆଧାର କରି କାମ କଲେ ଅଭ୍ୟସ ବଶତଃ କାମରେ ଅନେକ ପରିବର୍ତ୍ତନ ଆସିଥାଏ ଓ ଏହା ଅନ୍ୟମାନଙ୍କୁ ମଧ ପ୍ରବର୍ତ୍ତiଇଥାଏ । ସେମାନେ ଆଶା କରିଥାବାରୁ ଅଧକ ହାସଲ କରିଥାନ୍ତି । ଏଠାରେ ନେତାମାନଙ୍କର କେନ୍ଦ୍ରିତ ଭୂମିକା ଉପରେ ଗୁରୁତ୍ରୋପ କରାଯାଇଛି । ମୁଖ୍ୟଙ୍କର କାମ ହେଉଛି । ଅନ୍ୟମାନଙ୍କ ମନରେ ବିଶ୍ଵାସ ଜନ୍ମାଇବା ଓ ସେମାନଙ୍କୁ ପ୍ରେରଣା ଯୋଗାଇବା । ଏସବୁ କାର୍ଯ୍ୟ କରିବା ପାଇଁ ନିମ୍ନରେ ଦିଆଯାଇଥିବା ବିନ୍ଦୁ ଗୁଡ଼ିକୁ ଲକ୍ଷ୍ୟ କରିବାର ଆବଶ୍ୟକତା ଅଛି ।

  • କିପରି ଭାବରେ ଭବିଷ୍ୟତରେ ସଂଗଠନ କାମ କରିବ ସେଥି ପାଇଁ ପରିକଳ୍ପନା କରିବା ।
  • ସହକର୍ମୀମାନେ ହାସଲକ୍ଷ୍ୟ ଯୋଗ୍ୟ ପରିକଳ୍ପନା ସମ୍ପର୍କରେ ଆଲୋଚନା କରିବେ । ଏହା ଆପଣଙ୍କୁ ନିଶ୍ଚିତ କରିବାକୁ ପଢିବ ।
  • କଠିନ ପରିଶ୍ରମ କରି ସହକର୍ମୀ ମାନଙ୍କୁ ପରିକଳ୍ପନା ପାଇଁ ପ୍ରବର୍ତ୍ତାଇବା ।
  • ପରି କଜନାକୁ ହାସଲ କରିବା ପାଇଁ ସମସ୍ତଙ୍କ ସହ ମିଶି କାମ କରିବା ।

ଭିତ୍ତିଓ: ବିଦ୍ୟାଳୟ ନେତୃତ୍ଵ – ମୁଖ୍ୟ ଶିକ୍ଷକ

ଶିକ୍ଷଣ କାର୍ଯ୍ୟ – ୪ ନେତା ଜଣେ ପ୍ରେରଣାକାରୀ / ପ୍ରେରଣା କାରୀ ନେତା

ଜଣେ ବିଦ୍ୟାଳୟର ମୁଖ୍ୟ ବା ଶିକ୍ଷକ ଭାବରେ କେତେକ ପରିବର୍ତ୍ତନ ଆଣିବା କ୍ଷେତ୍ରରେ ଥିବା ଅଭିଜ୍ଞତା ସମ୍ପର୍କରେ ଚିନ୍ତାକରାନ୍ତୁ । ଏଥିରେ ଆପଣଙ୍କର ଭଲ ଅନୁଭବ ଥାଇପାରେ ବା ପରିବର୍ତ୍ତ ନ ପାଇଁ ଆପଣ କେତେକ ସର୍ତ୍ତ ରଖି ପାରନ୍ତି । (ଉଦାହରଣ ସ୍ଵରୂପ – ବିଦ୍ୟାଳୟରେ ଶିକ୍ଷକ ଭିତ୍ତିକ କାର୍ଯ୍ୟର ଆରମ୍ଭ ବା ବହୁ ସ୍ତର ଶ୍ରେଣୀ କାର୍ଯ୍ୟକାରୀ କରିବା ପାଇଁ ସଂଶୋଧିତ ପ୍ରସ୍ତାବ) ଆପଣଙ୍କ ଶିକ୍ଷଣ ଡାଏରୀରେ ନିମ୍ନରେ ଦିଆଯାଇଥିବା ବିନ୍ଦୁ ଗୁଡିକ ଉପରେ କିପରି ଭାବରେ କାମ କରିବେ ।

  • ନେତା ଦ୍ଵାରା ଅଭିପ୍ରେରିତ ।
  • ନେତା ଭାବରେ ଅନ୍ୟମାନଙ୍କୁ ପ୍ରେରଣା ଦେବା
  • ନିଜକୁ ନିଜେ ନେତା ଭାବରେ ପ୍ରେରଣା ଦେବା

ଆଲୋଚନା

ଜଣେ ପରିଚାଳକ ଭାବରେ ଶ୍ରୀମତି ପଟେଲ ସନ୍ତୋଷ ପ୍ରକାଶ କରୁଥିଲେ ଯେ ତାଙ୍କ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ଯଥା ପ୍ରଶାସକ ପାଣ୍ଡି, ଭୌତିକ ସମ୍ବଳ, ସହକର୍ମୀ ମାନଙ୍କ ବିକାଶ ଭାବବିନିମୟ ଓ ବିଦ୍ୟାଳୟ ବିକାଶ ଯୋଜନା ସଂପର୍କିତ ସମସ୍ୟା ଗୁଡିକ ଖୁବ ସୁନ୍ଦର ଭାବରେ ସମାଧାନ କରିବାପାଇଁ ଦଳା ବ୍ୟକ୍ତିମାନେ ଥିଲେ । ଏଥୁ ସହିତ ଅନ୍ୟାନ୍ୟ ଦଳ ମଧ ଥିଲେ ଯେଉଁମାନେ ପାଠ୍ୟକ୍ରମ ଯୋଜନା ଓ ପରିଚାଳନା ଶିକ୍ଷାର୍ଥୀଙ୍କର ଶିକ୍ଷଣ ସହାୟତା ଓ ମୂଲ୍ୟୟନ କାମକେ ସଂପୃକ୍ତ ଥିଲେ । ରାଜ୍ୟ କର୍ତ୍ତୃପକ୍ଷ ଓ ଜିଲ୍ମ ଶିକ୍ଷା ସହାୟତା ପ୍ରଶିକ୍ଷଣ ( ) ଦ୍ଵାରା ଅନୁଷ୍ଠିତ ବିଭିନ୍ନ ପ୍ରଶିକ୍ଷଣ ଓ କର୍ମଶାଳାରେ ତାଙ୍କ ବିଦ୍ୟାଳୟରୁ ନିଶ୍ଚିତ ଭାବରେ ଜଣେ ଯୋଗ ଦେଇଛନ୍ତି । ସେ ନିଶ୍ଚିତ କରୁଥିଲେ ଯେ ଶିକ୍ଷକମାନେ ପ୍ରଶିକ୍ଷଣ ବା କର୍ମଶାଳାରୁ ଫେରିଲା ପରେ ସେମାନଙ୍କର ଶିକ୍ଷଣ ଅନୁଭୂତିକୁ ଅନ୍ୟାନ୍ୟ ସହକର୍ମୀଙ୍କ ସହ ଆସନ୍ତା ବୈଠକରେ କିପରି ବାଣ୍ଟିବେ ଓ ତତ ସଂପର୍କୀୟ ଏକ ବିବରଣୀ ପ୍ରସ୍ତୁତ କରି ବିଦ୍ୟାଳୟ ପରିଚାଳନା କମିଟି ପାଖରେ ଦାଖଲ କରିବେ ।

ପରିସ୍ଥିତି ଅଧ୍ୟୟନ ୪: ଶ୍ରୀମତି ପଟେଲ ବିଦ୍ୟାଳୟର ମୁଖ୍ୟ ଭାବେ ତାଙ୍କର ବିବ୍ରତାକୁ ବର୍ଣ୍ଣନା କଲେ

ଜଣେ ନେତା / ମୁଖ୍ୟ ଭାବରେ ଶ୍ରୀମତି ପଟେଲ, ଚିନ୍ତି ତ ଥିଲେ ଯେ ଯଦିଓ ବିଷୟରେ ନିପୁଣ ଜ୍ଞାନ ଥୁ ବା ବ୍ୟକ୍ତିମାନଙ୍କୁ ନେଇ ଦଳ ଗଠନ କରାଯାଇଥିଲା ତଥାପି ସେମାନେ ନିୟମିତ ଭାବରେ ବୈଠକରେ ଆଲୋଚନା କରୁ ନଥିଲେ ।

ସଠିକ ବିବରଣୀ ରଖୁ ନଥିଲେ ଓ କାର୍ଯ୍ୟକାରି ଯୋଜନାକୁ ମଧ୍ୟ ଅନୁସରଣ କରୁ ନଥିଲେ । ସେଥି ପାଇଁ ସେ ଖୁବ ଚିନ୍ତିତ ଥିଲେ ।

ଶ୍ରୀମତି ପଟେଲ ଦେଖୁଲେ ଯେ ଦଳଗତ ବୈଠକ ଦ୍ଵାରା କିଛି ଅଧିକ ପରିବର୍ତ୍ତ ନ ହେଉ ନାହିଁ ଏବଂ ପ୍ରଶିକ୍ଷଣରେ ହେଉଥୁ ବା ଦଳଗତ ଆଲୋଚନା ଗୁଡିକ ଉପରଠାଉରିଆ ଭାବରେ ହୋଇଥାଏ । ଏହି କାମଗୁଡିକରେ ଲୋକମାନେ ଆଗ୍ରହ ଓ ଉତ୍ସାହ ଦେଖାଇବା ପାଇଁ ସେମାନଙ୍କ ପାଖରେ ସମୟ ଓ ଶକ୍ତି ବହୁତ କମ ପରିମାଣରେ ଥାଏ । ସେମାନେ ଅଭ୍ଯାସବଶତଃ କରୁଥ୍ ବା କାର୍ଯ୍ୟ ସମ୍ପର୍କରେ ବହୁତ କମ ଚିନ୍ତା କରନ୍ତି ଓ ସେହି ଅଭ୍ୟସ ବଶତଃ କାମରେ ପରିବର୍ତ୍ତନ ଆଣନ୍ତି ନାହିଁ ।

ଶ୍ରୀମତି ପଟେଲ ପରିବର୍ତ୍ତନ ପାଇଁ ଦେଇଥିବା ପରାମର୍ଶ ଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ତାଙ୍କର ସହକର୍ମୀମାନେ ସ୍ଵାଭାବିକ ଭାବରେ ଇଚ୍ଛାପ୍ରକାଶ କରିବା ଭଳି ଦେଖାଯାଏ ।

ଶ୍ରୀମତି ପଟେଲ ପରିବର୍ତ୍ତନ ସଂକ୍ରାନ୍ତରେ ଦେଇଥିବା ପରାମର୍ଶ ଗୁଡିକୁ ତାଙ୍କର ସହକର୍ମୀମାନେ ସାଧାରଣତଃ କାର୍ଯ୍ୟକାରୀ କରିବାକୁ ଆଗ୍ରହ ଥିବା ପରି ଜଣାପଡେ । କିନ୍ତୁ ବାସ୍ତବରେ ସେମାନେ ସମସ୍ୟା ସହିତ ଜଡିତ ନ ଥାନ୍ତି । କିଛି ନୂତନ ପରାମର୍ଶ ବା କୌଣସି ପରିବର୍ତ୍ତ ନ ପାଇଁ କାର୍ଯ୍ୟ ମଧ୍ୟ କରି ନଥାନ୍ତି । ପ୍ରକୃତରେ ସେମାନେ କ୍ଲାନ୍ତ ହେବା ଭଳି ଦେଖାଯାନ୍ତି । ଏଭଳି ପରିବର୍ତ୍ତନ ପ୍ରକ୍ରିୟାରେ ପରିସ୍ଥିତିରେ ନୂତନ ଜିନିଷ ଖୋଜି ନିଜକୁ ପ୍ରତିପୋଷଣ କରିବା ଅପେକ୍ଷା କିପରି ନିଜକୁ ପରିସ୍ଥିତିରେ ବଞ୍ଚାଇ ରଖିବେ । ସେହି ଉପାୟ ଖୋଜଥାନ୍ତି । ସେ ଅନୁଭବ କରୁଥିଲେ ଯେ ବିଦ୍ୟାଳୟକୁ ତାର ଲକ୍ଷ୍ୟ ଓ ଶିକ୍ଷଣ ପାଇଁ ଉଦବେଗତାକୁ ପୁନରୁଦ୍ଧାର କରିବାର ଆବଶ୍ୟକତା ଅଛି ।

ଶିକ୍ଷଣକାର୍ଯ୍ୟ ୫: ଦଳଗତ କାର୍ଯ୍ୟ ଗୁରୁତ୍ଵପୂର୍ଣ୍ଣ ଅଟେ ।

ଏଭଳି ପରିସ୍ଥିତିକୁ ଆପଣ କିଭଲି ଭାବରେ ସମ୍ଭୋଧନ କରିବେ ଆପଣଙ୍କ

  • ଏହି ପରିସ୍ଥିତି ଅଧୟନ ସହିତ ଆପଣଙ୍କ ବିଦ୍ୟାଳୟ ପରିସ୍ଥିତି ସହ କେତେ ପରିମାଣରେ ତୁଳନା କରାଯାଇପାରିବ
  • ଶ୍ରୀମତି ପଟେଲଙ୍କ ବିଦ୍ୟାଳୟକୁ ପୁନର୍ଜିବିତ କରିବା ପାଇଁ ଆପଣ କଣ ପରାମର୍ଶ ଦେଇପାରିବେ ।
  • ଶ୍ରୀମତି ପଟେଲଙ୍କ ପାଇଁ ଏକ କାର୍ଯ୍ୟକାରୀ ଯୋଜନା ପ୍ରସ୍ତୁତ କରନ୍ତୁ ।

ଆଲୋଚନା

ଏହି ଶିକ୍ଷଣ କାର୍ଯ୍ୟ ପାଇଁ କୌଣସି ବି ଉତ୍ତର ଠିକ ନୁହେଁ । ଆପଣ ଶ୍ରୀମତି ପଟେଲ ସମ୍ମୁଖୀନ ହୋଇଥିବା ନିର୍ଦ୍ଦିଷ୍ଟ

ପରିସ୍ଥିତି ସମ୍ପର୍କରେ ଭାବିବା ଉଚିତ । ଏହା ବିଦ୍ୟାଳୟର ଆତ୍ମସମିକ୍ଷା ଓ ଦଳଗତ ଭାବେ କାମ କରିବାବେଳେ

ଦେଖାଯାଉଥିବା ସମସ୍ୟା ଗୁଡିକ ସମାଧାନ କରିବା ପାଇଁ ଶ୍ରୀମତି ପଟେଲଙ୍କ ବିଶେଷ ପରିସ୍ଥିତି ର ଅଧ୍ୟୟନ, ଆପଣଙ୍କୁ ସାହାଯ୍ୟ କରିବ ।

ଅନେକ ଗୁଡିଏ ବିଦ୍ୟାଳୟର ସ୍ଥିତି ଏଭଳି ଅଟେ । ସହକର୍ମୀମାନେ ବିଦ୍ୟାଳୟରେ ପରିବର୍ତ୍ତ ନ ପାଇଁ କାମ ଅପେକ୍ଷା ଦୈନନ୍ଦିନର କାମଗୁଡିକ ଚିରାଚରିତ ଢଙ୍ଗରେ କରିଥାନ୍ତି ଓ ସେଗୁଡିକୁ ସ୍ଵୀକୃତି ପ୍ରଦାନ କରନ୍ତି । ଏଭଳି ସମସ୍ୟାଗୁଡିକୁ ସମାଧାନ କରିବା ପାଇଁ ଶ୍ରୀମତି ପଟେଲ ପ୍ରଥମେ ତାଙ୍କର ସହକର୍ମୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ବୁଝିବାର ଆବଶ୍ୟକତା ରହିଛି । ଯଦି ଆପଣ ସେମାନଭ କର ହତୋତ୍ସାହିତ ହେବାର କାରଣକୁ

ବୁଝି ଯିବେ ତାହା ହେଲେ ହୁଏତ ଆପଣ ସେମାନଙ୍କୁ ଉପଯୁକ୍ତ ଭାବରେ ସମ୍ବଦନଶୀଳତାର ସହ ନିୟୋଜିତ କରି ପାରିବେ ।

ପ୍ରତିବନ୍ଧକ ଗୁଡିକୁ ସମ୍ମୁଖୀନ ହୋଇ ପରିବର୍ତ୍ତନ କରିବା

ସାଧାରଣ ଭଲଉଦ୍ଦେଶ୍ୟ ରଖି ବହୁତ ଲୋକ ଏହି ପରିବର୍ତ୍ତ ନର ପ୍ରକଳ୍ପରେ କାମ କରନ୍ତି । କିନ୍ତୁ ପରିବତ୍ତନ ପାଇଁ କାମ କରିବାବେଳେ ଅନେକ ପ୍ରତିବନ୍ଧକ ଆସିଥାଏ । ଏହି ପ୍ରତିବନ୍ଧକ ଗୁଡିକୁ ଦୂର କରିବା ପାଇଁ ସେମାନେ ଅନେକ ସଂଘର୍ଷ କରିଥାନ୍ତି । କଠିନ ପରିଶ୍ରମ କରି ପ୍ରତିବନ୍ଧକ ଗୁଡିକୁ ଦୂର କରିବା ପରିବର୍ଭେ କେତେକ ନେତା ଛୋଟ ଛୋଟ ଅସହମତି ସହ ନିଜର ଆବେଗକୁ ନିୟନ୍ତ୍ରଣ କରି ନ ପାରି ବି ବ୍ରତ ହୋଇପଡନ୍ତି ଓ ଅସଫଳତାକୁ ସ୍ଵୀକାର କରି ନିଅନ୍ତି । ତେଣୁ ପ୍ରଶ୍ନ ଉଠେ ଯେ ବିଫଳତା କ'ଣ ସଫଳତଠାରୁ ଅଧକ ଶକ୍ତିଶାଳୀ ଅଟେ |

ପରବର୍ତ୍ତନ ପାଇଁ ଦେଖାଯାଉଥିବା ପ୍ରତିବନ୍ଧକ ଗୁଡିକୁ ଦୂର କରିବା ପାଇଁ ବିଶ୍ଵାସ ଓ ପ୍ରୋଣା, ଅନିବାର୍ଯ୍ୟ ଅଟେ । ଯଦି ଜଣେ ନେତା ଗୋଷ୍ଠୀର ବିଶ୍ଵାସଭାଜନ ହୋଇଥାନ୍ତି ତାହାହେଲେ ସେମାନଙ୍କ ବିଶ୍ଵାସ ପରିବର୍ତ୍ତନରେ ଦେଖାଯାଉଥିବା ପ୍ରତିବନ୍ଧକ ଗୁଡିକୁ ଦୂର କରିବାରେ ସାହାଯ୍ୟ କରିବା । ପ୍ରଥମେ ପରିବର୍ତ୍ତ ନ ପାଇଁ ପ୍ରେରଣା ଦାନ କରିବା ଯେତିକି ଆବଶ୍ୟକ, ପରିବର୍ତ୍ତ ନ ପାଇଁ କାମ କରିବା ଓ ପରିବର୍ତ୍ତନକୁ ବଜାୟ ରଖୁ ବା ପାଇଁ ମଧ୍ୟ ପ୍ରେରଣାକୁ ଜାରି ରଖିବାର ଆବଶ୍ୟକତା ରହିଛି ।

ବିଶ୍ଵାସ

ବିଶ୍ଵାସ ଯେକୌଣସି ସମ୍ପର୍କର ମୂଳ ଉପାଦାନ ଅଟେ । ଜଣେ ନେତା ଓ ଅନୁଗାମୀଙ୍କ ମଧ୍ୟରେ ମଧ୍ୟ ବିଶ୍ଵାସ ହିଁ ମୂଳ ଉପାଦାନ ଅଟେ । ବିଶ୍ଵାସ ହିଁ ଅଠା ସଦୃଶ ସମ୍ପର୍କକୁ ଏକତ୍ରୀତ କରି ଧରି ରଖେ । ସେଥି ପାଇଁ ଏହା ବିଦ୍ୟାଳୟର

ଦୈନନ୍ଦିନ ଜୀବନରେ ଗୁରୁତ୍ଵପୂର୍ଷ ଅଟେ। ବିଶେଷଭାବରେ ଯେତେବେଳେ ଆପଣ କିଛି ନୂଆ କରି ଆରମ୍ଭ କରିବାକୁ ଚାହୁଁଛନ୍ତି । ଯେତେବେଳେ ବିଶ୍ଵାସର ଅଭାବ ଦେଖାଯାଏ ଜଣେ ନେତା ଦେଖିବ ଯେ ତାଙ୍କର ଅନୁଗାମୀମାନେ ଅନ୍ୟଠାରୁ ପରାମର୍ଶ ଓ ଦିଗଦର୍ଶନ ପାଇଁ ଯାଉଛନ୍ତି । ବିଦ୍ୟାଳୟର ମୁଖ୍ୟ ତାଙ୍କ କାର୍ଯ୍ୟ ଓ ନେତୃତ୍ଵ ମାଧମରେ ସେମାନଙ୍କର ବିଶ୍ଵାସଭାଜନ ହୋଇପାରେ । ଏହା ମୁଖ୍ୟତଃ ଆପଣଙ୍କର ନିରପେକ୍ଷ ବିଚାର ଓ ଅଭ୍ୟାସର ସୁସଙ୍ଗତି ଉପରେ ନିର୍ତ୍ତର କରେ । ଏହାର ସ୍ଥାୟୀତ୍ଵ ପାଇଁ ଦୀର୍ଘ ସମୟ ଲାଗିପାରେ କିନ୍ତୁ ଗୋଟାଏ ମୁହୁର୍ତ୍ତରେ ଧ୍ବଂସ ମଧ୍ୟ ହୋଇପାରେ । ବିଶ୍ଵାସ ଥରେ ହରାଇଦେଲେ ଫେରି ପାଇବା ବହୁତ କଷ୍ଟକର ହୋଇପଡେ ।

ବିଶ୍ଵାସ ଏକ ଦ୍ଵିପାକ୍ଷିକ ପ୍ରକ୍ରିୟା ଅଟେ । ବିଦ୍ୟାଳୟର ମୁଖ୍ୟ ଭାବରେ ଆପଣ ସହକର୍ମୀମାନଙ୍କୁ ବିଶ୍ଵାସ କରିବାକୁ ପଡିବ ଯେ ସେମାନେ ଯଥା ସମ୍ଭବ ସର୍ବାଧକମାନ ପାଇଁ କାମ କରିବାକୁ ସକ୍ଷମ ଅଟନ୍ତି ଏବଂ ଆପଣ ସେମାନଙ୍କ ବିଶ୍ଵାସକୁ ନେଇ କାର୍ଯ୍ୟଗୁଡିକୁ ହସ୍ତାନ୍ତର କରିବାକୁ ପଡିବ । ଅନ୍ୟ ପକ୍ଷରେ, ଶିକ୍ଷା ଓ ଅନ୍ୟମାନେ (ପିତାମାତା, ଶିକ୍ଷାର୍ଥୀ ଏବଂ ଗୋଷ୍ଠୀ) ବିଦ୍ୟାଳୟର ପ୍ରମୁଖଙ୍କୁ ଠିକ ଦିଗରେ ପରିଚାଳନା ପାଇଁ ନେତୃତ୍ଵ ନେଉଛନ୍ତି ।

ବିଦ୍ୟାଳୟର ମୁଖ୍ୟ ଭାବେ ସବୁବେଳେ ଆପଣ ଶିକ୍ଷାର୍ଥୀ, ସହକର୍ମୀ ଓ ବିଦ୍ୟାଳୟ ସ୍ଵାର୍ଥ ଦୃଷ୍ଟିରୁ କାମ କରିଥାନ୍ତି । ସେମାନେ ନିଶ୍ଚିତ ହେବା ଦରକାର ଯେ ଆପଣ ଏଗୁଡିକୁ ସମ୍ମୁଖରେ ରଖି ହିଁ ନିଷ୍ପତି ନେଇଥାନ୍ତି ।

ପ୍ରେରଣା

ପରିବର୍ତ୍ତନଗୁଡିକୁ ଆଣିବା ପାଇଁ ଲୋକମାନଙ୍କୁ ପ୍ରବର୍ତ୍ତାଇବା ଓ ସେମାନଙ୍କ ଭିତରେ ପ୍ରେରଣାକୁ ବଜାଇ ରଖିବାର ଆବଶ୍ୟକତା ରହିଛି । ପ୍ରାରମ୍ଭିକ ସ୍ତରରେ କୌତୁହଳ ଓ ଉଭୋଜନା ପରିବର୍ତ୍ତ ନରୁ ହିଁ ସୃଷ୍ଟ ହେବାର ସମ୍ଭାବନା

ଦେଖାଯାଏ । ପରିର୍ତ୍ତନର ପ୍ରାରମ୍ଭିକ ପର୍ଯ୍ୟାୟରେ ଅନେକ ଲୋକ ଏଥିରେ ସାମିଲ ହୋଇଥାନ୍ତି । କିନ୍ତୁ ସେମାନେ ପ୍ରକୃତ ଉପକାର ପାଇବା ଯାଏ ରୁହନ୍ତି ନାହିଁ । ଅନ୍ୟ ପକ୍ଷରେ, ପରିବର୍ତ୍ତନ କରିବା ବେଳେ ଭୟ, ଦ୍ଵନ୍ଦ ଏବଂ ଉତ୍ତେଜନା ଗୁଡିକ ଉତ୍ତେଜିତ ହୋଇଥାଏ । । ଯାହା ପରିବର୍ତ୍ତେ ସମୟରେ ପ୍ରତିରୋଧ କରିବାରେ ମୁଖ୍ୟ ଭୂମିକା ନେଇପାରେ । ଯେହେତୁ ପରିବର୍ତ୍ତନ ପ୍ରକ୍ରିୟା ଜାରି ରଖିଲେ, ତେଣୁ ଦେଖାଯାଏ କଠିନ ପରିଶ୍ରମ ଯୋଗୁଁ ମନରେ ଅବସାଦ ଓ କାର୍ଯ୍ୟ ସମ୍ପାଦନର ନିପୁଣତା କମିଯାଏ ।

ପରିବର୍ତ୍ତନ ବେଳେ ଆବଗ ଅଧିକ ପରିମାଣରେ ଦେଖାଯାଏ। ସ ଲୋକମାନେ ଦୁର୍ବଳ ଓ ପ୍ରେରଣାହୀନ ଅନୁଭବ କରି ପରିବର୍ତ୍ତନ ପ୍ରକ୍ରିୟାରୁ ଓହରି ଯାନ୍ତି ପରିବର୍ତ୍ତନ ଧାରାରେ ଜାଣତରେ ବା ଅଜାଣତ ତରେ ହେଉ ଏହା ମୁଖ୍ୟ ଭାବେ ଅନ୍ତର୍ଘାତ କରିଥାଏ । ଏହି ଆବେଗଗୁଡିକୁ ବିରୋଧାଭାସ, ଚାପ ଓ ଉତ୍ତେଜନା ଆନ୍ତର୍ଭୁକ୍ତ ଅଟେ । ଯେ କେହି ବି ନେତା ହୁଅନ୍ତି ନା କାହିଁକି ପରିବର୍ତ୍ତନ ପାଇଁ ଯୋଜନା କରିବା ବେଳେ ଏହି ଆବେଗଗୁଡିକ ପ୍ରତି ସଚେତନ ରହିବେ । ଯୋଜନାରେ ଆବଶ୍ୟକୀୟ ଭାବବିନିମୟ ପାଇଁ ସମୟ ଓ ସମ୍ବଳର ଅନୁମତି, କାର୍ଯ୍ୟ ପାଇଁ ଅତିରିକ୍ତ ସମୟ ଦେବା ଏବଂ ଲୋକମାନଙ୍କୁ ପ୍ରଶିକ୍ଷଣ ଦେବା ଯାହା ସେମାନଙ୍କୁ ଆବେଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । ଏହା ଦ୍ଵାରା କେତେକ ସମସ୍ୟାଠାରୁ ଦୂରରେ ରହି ହେବ ଲୋକମାନେ ପରିବର୍ତନକୁ ନେଇ ମାନସିକ ସ୍ତରରେ ଯେଉଁ ପ୍ରତିକ୍ରିୟା ପ୍ରକାଶ କରୁଥୁବେ ସେଥୁରୁ କ୍ଷାନ୍ତ ହେବେ । ଦୁଃଖି ଓ ପ୍ରେରଣାହୀନ ସହକର୍ମୀମାନଙ୍କୁ ସହଜରେ ପରିବର୍ତ୍ତନ କରି ହୁଏ ନାହିଁ ।

ଶିକ୍ଷଣକାର୍ଯ୍ୟ – ୬: ପରିବର୍ତ୍ତନର ପୃଷ୍ଠପୋଷକ / ଉଦ୍ଦ୍ୟେକ୍ତା ଓ ନିରାଧକ ବ୍ୟକ୍ତି

ପରିବର୍ତ୍ତନ ପାଇଁ ଚିନ୍ତା କଲେ, ପରିବର୍ତ୍ତ ନର ଉନ୍ନତି ଓ ବାଧା ସମ୍ପର୍କରେ ଆପଣଙ୍କ ବିଦ୍ୟାଳୟରେ କ’ଣ ସବୁ ଘଟିଥାଏ । ଚାରିଟି ଉପାଦାନକୁ ଚିହ୍ନଟ କରି ଶିକ୍ଷଣ । ଡାଏରୀରେ ଟିପି କରି ରଖନ୍ତୁ ଯାହାକି ଆପଣଙ୍କ ବିଦ୍ୟାଳୟକୁ ପରିବର୍ତ୍ତନ କରିବାରେ ମୂଳ ସଦୃ ଶ ସାହାଯ୍ୟ କରିବ । ଆପଣ ଏଭଳି କାହିଁକି କହୁଛନ୍ତି ? ବର୍ତ୍ତମାନ ଆପଣ ଚାରିଟି ଉପାଦାନ ଚିହ୍ନଟ କରନ୍ତୁ ଯାହା ବିଦ୍ୟାଳୟର ପରିବର୍ତ୍ତନର ବାଧା ସୃଷ୍ଟି କରିବ । ସମ୍ଭାବ୍ୟ ସମାଧାନ ଗୁଡିକୁ ବର୍ଣ୍ଣନା କରନ୍ତୁ ।

ଆଲୋଚନା

ଏଠାରେ ପୃଷ୍ଠପୋଷକତାର କେତେକ ଉଦାହରଣ ଦିଆଯାଇଛି ଯାହା ଆପଣ ବିଦ୍ୟାଳୟ ଓ ନେତୃତ୍ଵ କାର୍ଯ୍ୟଠାରୁ ଭିନ୍ନ ହୋଇପାରେ ।

  • ପ୍ରତ୍ୟେକଙ୍କୁ ନୂତନ ଚିନ୍ତାଧାରା ପ୍ରୟୋଗ କରିବା ପାଇଁ ଅନୁମତି ପ୍ରଦାନ ।
  • ସହକର୍ମୀମାନେ ବିଦ୍ୟାଳୟର ପରିକଚ୍ଛ ନାରେ ବିଶ୍ଵାସ ରଖନ୍ତି ।
  • ଏଠାରେ ସ୍ପଷ୍ଟ ଭାବବିନିମୟ ହୋଇଥାଏ ।
  • କର୍ମଚାରୀମାନେ ପରିବର୍ତ୍ତନର ପ୍ରକିୟାରେ ସେମାନଙ୍କର ଭୂମିକା ସମ୍ପର୍କରେ ବୁଝିଥାନ୍ତି ।

ଏଠାରେ ବାଧା ସୃଷ୍ଟି କରୁଥ୍ ବା ବ୍ୟକ୍ତିମାନଙ୍କର ଉଦାହରଣ ଦିଆଯାଇଛି ।

  • ବ୍ୟକ୍ତିଗତ ବା ଦଳଗତ ଭାବେ ପ୍ରଚଳିତ ସଂସ୍କୃତିର ପ୍ରତିରୋଧ (ଆମେ ସବୁବେଳେ ଏଭଳି ଭାବରେ କାମ କରିଥାଉ ) ।
  • ସମୟ ନିର୍ଘଣ୍ଟାରେ ବ୍ୟାଘାତ ଦେଖାଯିବ ।
  • କର୍ମଚାରୀମାନେ ଏହି କାମର ମାଲିକାନା ହେବାକୁ ଚାହାନ୍ତି ନାହିଁ ।
  • ଅନିଶ୍ଚିତତା
  • ଭୟ
  • କାର୍ଯ୍ୟଭାର ବୃଦ୍ଧିର ସମ୍ଭାବନା
  • ଆବଶ୍ୟକୀୟ ପଦକ୍ଷେପ (input) ପ୍ରତ୍ଯାଶିତ ଫଳାଫଳ ସହ ସମାନ ହୋଇ ନ ପାରେ ।
  • ଶିକ୍ଷକ ଓ ଅନ୍ୟମାନେ ହୁଏତ ନେତୃତ୍ଵରେ ଘରୋଇ ପରିବେଶକୁ ଦାୟୀ କରିଥାନ୍ତି ।

ବ୍ୟକ୍ତିତ୍ଵର ସଂଘର୍ଷ, ବ୍ୟକ୍ତିଗତ କାର୍ଯ୍ୟସୂଚୀ ଓ ପରସ୍ପର ମଧ୍ୟରେ ଭଗ୍ନ ବନ୍ଧୁତ୍ର ସମ୍ପର୍କ ଏହାକୁ ଗୁରୁତ୍ଵ ଦେଇ ମନେରଖିବାକୁ ହେବ ଯେ ପ୍ରତ୍ୟେକ ଲୋକ ପରିବର୍ତ୍ତନକୁ ବିରୋଧ କରିବା ଉଦ୍ଦେଶ୍ୟରେ କେବଳ ବିରୋଧ କରି ନଥାନ୍ତି । ଶିକ୍ଷଣ କାର୍ଯ୍ୟ ୬ ରେ ତାଲିକା ମଧ୍ୟରୁ ସମାଧାନର ବାଟ ନାହିଁ କିନ୍ତୁ ଚିନ୍ତାଧାରା ରହିଛି ।

  • ପ୍ରଥମରୁ ହିଁ ପରିବର୍ତ୍ତନ ପାଇଁ ଉଦ୍ଦେଶ୍ୟଗୁଡିକୁ ନିର୍ବାରଣ କରନ୍ତୁ । ଆପଣ କ'ଣ ଓ କାହିଁକି ହାସଲ କରିବାକୁ ଚାହୁଛନ୍ତି ତାହା ସ୍ପଷ୍ଟଭାବେ ବ୍ୟକ୍ତ କରନ୍ତୁ । ଏଥିପାଇଁ ଗୋଟିକରୁ ଅଧିକ ପ୍ରଣାଳୀ ବ୍ୟବହାର କରିବା ଆବଶ୍ୟକ ଅଟେ । ଉଦାହରଣସ୍ଵରୂପ, ଆପଣ ଗୋଟିଏ ଦଳଗତ ବୈଠକ ଡାକିପାରିବେ ଓ ଭବିଷ୍ୟତରେ ଯୋଜନା ସଂପର୍କରେ ଆଲୋଚନା କରି ପାରିବେ ଏବଂ ବୈଠକର ଆଲୋଚନା । ରାଜିନାମା ସଂପର୍କରେ ଏକ ଲିଖୁତ ବିବରଣୀ ସମସ୍ତଙ୍କୁ ଦେବେ । ଆଲୋଚନାରେ ସକରାତ୍ଵକ ଓ ଆଶାବାଦୀର ସ୍ଵର ଶୁଣାଯିବ ଯାହା ଆପଣଙ୍କୁ ଆଶ୍ଵସ୍ତ କରିବ ।
  • ବର୍ଣ୍ଣନା କରନ୍ତୁ କିପରି ଅତ୍ୟଧୁକ ଆତ୍ମସନ୍ତୁଷ୍ଟ ବିଦ୍ୟାଳୟ ପାଇଁ ବିପଦପୂର୍ଣ୍ଣ ଅଟେ । ଏଥି ପାଇଁ ଆପଣ ନିଶ୍ଚିତ ହୁଅନ୍ତୁ ଯେ ଶିକ୍ଷକମାନେ ଯଥେଷ୍ଟ ଉଦାହରଣ ଦେଇଛନ୍ତି ।
  • ଅନ୍ୟାନ୍ୟ ବିଦ୍ୟାଳୟର ସଫଳତାର କାହାଣୀ ଏଥିସହିତ ସଫଳତା ପାଇଁ ସଂଘର୍ଷ କରୁଥ୍ ବା ବିଦ୍ୟାଳୟର କାହାଣୀ କି ଭଳି ଭାବରେ ସେମାନେ ପରିବେଶରେ ପରିବର୍ତ୍ତନ ଆଣିବା ବେଳେ ଅସଫଳ ହେବାର ଉଦାହରଣ ଦେଇଛନ୍ତି ।
  • ପରିବର୍ତ୍ତନବେଳେ ଦେଖାଯାଉଥିବା ବିପଦଗୁଡିକୁ ସ୍ଵୀକାର କରନ୍ତୁ ଏବଂ ପରିବର୍ତ୍ତ ନ ନ ହେବାର ପରିଣାମଗୁଡିକୁ ବର୍ଣ୍ଣନା  କରନ୍ତୁ ।
  • ଯେଉଁଠି ପରିବର୍ତ୍ତ ନ ପାଇଁ ଯୋଜନାଗୁଡିକୁ ବିଦ୍ୟାଳୟ ସ୍ତରର ଲୋକମାନେ କରିଥାନ୍ତି, ସେଠି ପରିବର୍ତ୍ତ ନ ହେବା ସମ୍ଭବପର ହୁଏ । ଆପଣ କ'ଣ କରୁଛନ୍ତି ସେଥ୍ ରେ କିଛି ଯାଏ ଆସେ ନାହିଁ । ସେଥି ପାଇଁ ପରିବର୍ତ୍ତନକୁ ଉପରୁ ଲଦି ଦେବା ଅପେକ୍ଷା ବିଦ୍ୟାଳୟଗୁଡିକ ସେଚ୍ଛାକୃତ ଓ ନିୟନ୍ତି ତ ଭାବେ ପରିବର୍ଭିତ ହେବା ଶ୍ରେୟସ୍କର ଅଟେ ।
  • କର୍ମଚାରୀ ଓ ଅନ୍ୟାନ୍ୟ ବକ୍ତିମାନଙ୍କର ଅଭିଜ୍ଞତାକୁ ଆଧାର କରି ନିଷ୍ପତି ନିଅନ୍ତୁ ।

ଶିକ୍ଷଣକାର୍ଯ୍ୟ ୭ : ପରିବର୍ତ୍ତିତ କାର୍ଯ୍ୟକାରୀ ଯୋଜନାର ରୂପରେଖ

ଶିକ୍ଷା ଅଧିକାର ଅଧିନିୟମ ଆବଶ୍ୟକତାକୁ ପୂରଣ କରିବା ପାଇଁ ଆପଣ ବିଦ୍ୟାଳୟରେ କି କି ମାପଦଣ୍ଡ ରଖିଛନ୍ତି । ଏହି ଏକକର ଅଧ୍ୟୟନ ସମୟରେ ଚିନ୍ତା କରନ୍ତୁ ଯେ କେଉଁ ଦୁଇଟି ଛୋଟ ଛୋଟ ପରିବର୍ତ୍ତନ ମାଧରେ ଆପଣଙ୍କ ବିଦ୍ୟାଳୟରେ ଶିକ୍ଷାର୍ଥୀମାନଙ୍କର ଶିକ୍ଷଣରେ ଉନ୍ନତି ଘଟିବ । କାର୍ଯ୍ୟକାରୀ ଯୋଜନାରେ ପରିବର୍ତ୍ତ ନ କରି ସମାପ୍ତ କରନ୍ତୁ ।

ଆପଣ ଚିନ୍ତାଧାରାକୁ ସହକର୍ମୀମାନଙ୍କ ସହ ବାଣ୍ଟିବା ଦରକାର ପଡିପାରେ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମୟସୀମା ଓ ଅଦୃଶ୍ୟ ସମସ୍ୟାଗୁଡିକ ସମ୍ପର୍କରେ ଆଲୋଚନା କରାଯାଇପାରେ ।

୭ ସାରାଂଶ

ଏହି ଅଧ୍ୟାୟରେ ପରିବର୍ତ୍ତନ ପାଇଁ ନେତୃତ୍ଵର ବିଭିନ୍ନ ଦିଗ ସଂପର୍କରେ ଅନୁଧାନ କଲେ । ଯଥା – ବଣ୍ଟନ ଭିତ୍ତିକ ନେତୃତ୍ଵ, ବିଶ୍ୱାସ, ପ୍ରେରଣା ଇତ୍ୟାଦି । କେତେକ ନେତା ପରିବର୍ତ୍ତନ ଦ୍ଵାରା ପ୍ରଭାବିତ ସମସ୍ୟା ପ୍ରତି ଦୃଷ୍ଟି ନ ଦେଇ ବରଂ ଏହାଦ୍ଵାରା ମିଳୁଥ୍ ବା ଉପକାର କ୍ଷେତ୍ରରେ ମୁଖ୍ୟଭାବେ ଦୃଷ୍ଟ ଦେଇପାରନ୍ତି । ସେଥି ପାଇଁ ପ୍ରତ୍ୟେକଙ୍କ ଉପରେ ଦେଖାଯାଉଥିବା ପ୍ରଭାବଗୁଡିକ ଗୁରୁତ୍ଵପୂର୍ଷ ଅଟେ । ପରିବର୍ତ୍ତନ ଏକ ସହଜ ପ୍ରକ୍ରିୟା ନୁହେଁ, ଏହା ଯୁକ୍ତିଯୁକ୍ତ ପଥ ଅନୁସରଣ କରେ ନାହିଁ ।

 

ଆପଣ ହୁଏତ ଭାବିଥୁବେ ଯେ ବିଦ୍ୟାଳୟର ପରିବର୍ତ୍ତନ ବାହ୍ୟ ଶକ୍ତି ଦ୍ଵାରା ପରିଚାଳିତ ହୋଇଥାଏ ବା ବିଦ୍ୟାଳୟ ଭିତରେ ହିଁ ଏହି ପ୍ରକିୟାରେ ଆରମ୍ଭ ହୋଇଥାଏ । ଆପଣ ହୁଏତ ଏହି ସିଦ୍ଧାନ୍ତରେ ପହଁଞ୍ଚିଥିବେ ଯେ ନେତୃତ୍ଵ ନେଇ ପରିବର୍ତ୍ତନ କରିବା ସହଜ କଥା ନୁହେଁ । ଏହା ସବୁବେଳେ ଯେ ଯୁକ୍ତି ସଙ୍ଗ ପଥକୁ ଅନୁସରଣ କରି ନଥାଏ । ଜଣେ ପରିବର୍ତ୍ତନକାରୀ ନେତା ଭାବରେ ନିମ୍ନରେ ଦିଆଯାଇଥିବା ବିନ୍ଦୁ ଗୁଡିକୁ ଲକ୍ଷ୍ୟ କରିବା ଦରକାର ।

  • ଭବିଷ୍ୟତର ପରିକଳ୍ପନାକୁ ପ୍ରତିଷ୍ଠା କରିବା ଯେଉଁଥିରେ ଲୋକମାନଙ୍କର ବିଶ୍ଵାସ ଥିବ ।
  • ଲୋକମାନଙ୍କ ପ୍ରବର୍ତ୍ତାଇବା, ପରିବର୍ତ୍ତନ ଧାରାରେ ଦେଖାଯାଉଥିବା ସମସ୍ୟାଗୁଡିକୁ ସମାଧାନ କରିବା
  • ଦାୟିତ୍ଵ ବଣ୍ଟନ ଏବଂ ପରିବର୍ତ୍ତ ନ ମାଲିକାନା ନେବା
  • ପ୍ରତିବନ୍ଧକ ଗୁଡିକର ଦୂରୀକରଣ ପାଇଁ ନମନୀୟତା କାଯ୍ୟକୁ ନିଶ୍ଚିତ କରିବା ।
  • ପରିବର୍ତ୍ତନ ପୂର୍ବରୁ, ପରିବର୍ତ୍ତନ ସମୟରେ ଓ ପରିବର୍ତ୍ତନ ପରେ ମଧ୍ୟ ସହକର୍ମୀମାନଙ୍କୁ ସହଯୋଗ କରିବା ।

ଆପଣଙ୍କ ଜ୍ଞାନ ଓ କୌଶଳ ଗଠନ ପାଇଁ ପରିବର୍ତୀ ଅଧାୟ ଉପକାରରେ ଆସିପାରେ

  • ନିଜ ବିଦ୍ୟାଳୟ ପାଇଁ ପରିକକଳ୍ପନା
  • ବିଦ୍ୟାଳୟର ଆତ୍ମ ସମାକ୍ଷା ନେତୃତ୍ଵ ହେବା
  • ବିଦ୍ୟାଳୟ ବିକାଶ ଯୋଜନାରେ ନେତୃତ୍ଵ ହେବା
  • ବିଦ୍ୟାଳୟର ଉନ୍ନତି ପାଇଁ ବିବିଧତାର ତଥ୍ୟକୁ ବ୍ୟବହାର କରିବା
  • ବିଦ୍ୟାଳୟରେ ପରିବର୍ତ୍ତନ ଗୁଡିକୁ କାର୍ଯ୍ୟକାରୀ କରିବା

ସମ୍ବଳ

ସମ୍ବଳ ୧ କାର୍ଯ୍ୟକାରୀ ଯୋଜନାରେ ପରିବର୍ତ୍ତନ

ସାରଣୀ – ୧ ଛଅ ମାସ ପରେ ପରିବର୍ତ୍ତନ  କାର୍ଯ୍ୟକାରୀ ଯୋଜନାର ସମୀକ୍ଷା

କାମ

 

 

 

କେଉଁ ତାରିଖରେ ସୃଷ୍ଠୀ କରିଥିଲେ :

 

ସମୀକ୍ଷା ତାରିଖ

 

 

ମୁଁ କ’ଣ ଛୋଟ ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବାକୁ ଚାହୁଁଛି

 

 

ପରିବର୍ତ୍ତନ ପରେ ଆଶା କରୁଥିବା ଫଳାଫଳ

ମୁଁ ଏହାକୁ ହାସଲ କରିବା ପାଇଁ କିଭଳି ଭାବେ ଆସା ପୋଷଣ କରିଛି ।

ମୁଁ କେଉଁ କାର୍ଯ୍ୟ କରିବି ।

ସମ୍ପୃକ୍ତ ଥିବା ବ୍ୟକ୍ତି ମାନେ

ମୁଁ କିଭଳି ଭାବେ ଜାଣିବି ଯେ ମୁଁ ସଫଳତା ପାଇଲି ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

ଆଧାର: ଟ୍ରେସ୍ ଇଣ୍ଡିଆ

2.71428571429
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top