ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଆନ୍ତର୍ଜାତିକ ଛାତ୍ର ପରିଚୟ ପତ୍ର
ସେଆର କରନ୍ତୁ

ଆନ୍ତର୍ଜାତିକ ଛାତ୍ର ପରିଚୟ ପତ୍ର

ଆନ୍ତର୍ଜାତୀୟ ଛାତ୍ର ପରିଚୟ ପତ୍ର ହାସଲ କାଲେ ବିଦେଶରେ ଅନେକ ପ୍ରକାର ସୁବିଧା ସୁଯୋଗ ହାସଲ କରିପାରିବେ ।

ଆନ୍ତର୍ଜାତୀୟ ଛାତ୍ର ପରିଚୟ ପତ୍ର

ଆନ୍ତର୍ଜାତୀୟ ଛାତ୍ର ପରିଚୟ ପତ୍ର ହାସଲ କାଲେ ବିଦେଶରେ ଅନେକ ପ୍ରକାର ସୁବିଧା ସୁଯୋଗ ହାସଲ କରିପାରିବେ । ଏହି କାର୍ଡ ପାଖରେ ଥିଲେ ପରିଭ୍ରମଣ ସହ ବିଭିନ୍ନ ପ୍ରକାର ଦରକାରୀ ଜିନିଷ ମଧ୍ୟ ରହିବା ମୂଲ୍ୟରେ ପାଇପାରିବେ । ଏପରିକି ବିଦେଶରେ ବୀମା କ୍ଷେତ୍ରରେ ବି ମିଳିବ ସୁବିଧା ।

ଆନ୍ତର୍ଜାତିକ ଛାତ୍ର ପରିଚୟ ପତ୍ର ଯୋଗାଇ ଦେଉଛି ନେଦରଲ୍ୟାଣ୍ଡମ, ଆମଷ୍ଟରାଡାମ୍ ରେ ଥିବା ଆନ୍ତର୍ଜାତିକ ଛାତ୍ର ପରିଚୟ ପତ୍ର ସଂଗଠନ ( International Student Identity Card Association) । ଏହି ସଂଗଠନ କାମ ହେଉଛି ଆନ୍ତର୍ଜାତୀୟ ଶିଷ୍ୟ କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାର ସୁଯୋଗ ସୃଷ୍ଟି କରିବା । ଆଇଏସ୍ ଆଇସି ସଂଗଠନ ସାରା ବିଶ୍ଵରେ ୧୩୩ଟି ଶେଷରେ କାର୍ଯ୍ୟ କରୁଛି । କେବଳ ଛାତ୍ର ନୁହଁନ୍ତି ଏହି ସଂଗଠନ ଅଣ ଛାତ୍ର (ୟୁଥ୍) ଙ୍କୁ ଯୋଗାଇ ଦେଉଛି ଇଣ୍ଟରନ୍ୟାସନାଲ ୟୁଥ୍ ଟ୍ରାଭେଲ କାର୍ଡ (IYTC) ଏବଂ ଶିକ୍ଷକ ତଥା ପ୍ରଫେସରଙ୍କ ପାଇଁ ଇଣ୍ଟରନ୍ୟାସନାଲ ଟିଚର ଆଇଡେଣ୍ଟି କାର୍ଡ (IYTC)  । ଏସବୁ ପାଇବାକୁ ହେଲେ ପ୍ରଥମେ ଏହି ସଂଗଠନରେ ସଭ୍ୟ ହେବାକୁ ପଡିବ । ଦେଶ ଭିତ୍ତିରେ କେଉଁ ଦେଶର ଛାତ୍ର/ଅଣଛାତ୍ର/ ଶିକ୍ଷକ ଆଇଏସ୍ ଆଇସି ସଂଗଠନରେ ସଭ୍ୟ ହେବା ପାଇଁ କେତେ ପାଉଣା ଦେବେ ତାହା ନିର୍ଦ୍ଦିଷ୍ଟ ଅଛି । ସଂଗଠନରେ ସଦସ୍ୟ ହେବା ପାଇଁ ବେଶି କିଛି ଅର୍ଥଖର୍ଚ୍ଚ କରିବାକୁ ପଡିବ ନାହିଁ ।

ଜେନ ଚାହିଁଲେ ଏହି କାର୍ଡ ସହ ବିଶ୍ଵବିଦ୍ୟାଳୟ ଓ ବ୍ୟାଙ୍କ କାର୍ଡକୁ ମିଶାଇ ଗୋଟିଏ କାର୍ଡ ପାଇପାରିବା । ଏବେ ବିଶ୍ୱସ୍ତରରେ ୧୦୨ ଟି ବ୍ୟାଙ୍କ ଏବଂ ୮୩୯ଟି ବିଶ୍ଵବିଦ୍ୟାଳୟ ସେମାନଙ୍କ ପରିଚୟ ପତ୍ରକୁ ଆଇଏସ୍ ଆଇସି ସହ ମିଶାଇ ଗୋଟିଏ କାର୍ଡ ପ୍ରଚଳନ କରିଛନ୍ତି । ପରିଚୟ ପତ୍ର ପାଇବା ପରେ ମନଇଚ୍ଛା  ଯେଉଁ ଦେଶକୁ ଯାଇ ଯୁଆଡେ ବୁଲିଲେ ବି ଏହି ପରିଚୟ ପତ୍ର ଦେଖାଇଲେ ରିହାତିରେ ସବୁକିଛି ମିଳିପାରିବ ।

କ'ଣ ଆବଶ୍ୟକ

ଏହି କାର୍ଡ ପାଇବାକୁ ହେଲେ କୌଣସି ଦେଶୀ / ବିଦେଶୀ ଶିକ୍ଷାନୁଷ୍ଠାନରେ (ବିଦ୍ୟାଳୟ / ମହାବିଦ୍ୟାଳୟ / ବିଶ୍ୱବିଦ୍ୟାଳୟ ) ଶିକ୍ଷା ଗ୍ରହଣ କରୁଥିବା ଆବଶ୍ୟକ । ଛାତ୍ର / ଛାତ୍ରୀଙ୍କ ବଉଆସ ୧୨ ରୁ କମ୍ ହୋଇ ନଥିବା । ଏହି ଛାତ୍ର ପରିଚୟ ପତ୍ର ସମୟସୀମା ୧୬ ମାସ (ସ୍ଥଳ ବିଶେଷରେ ଅଧିକ ୪ ମାସ ବଢିପାରେ, ତେବେ ଏଠି ପାଇଁ ସଂଗଠନରୁ ଅନୁମତି ନେବାକୁ ପଡିବା ) । ଏକାଡେମିକ୍ ସିଜିନ୍ ଆରମ୍ଭ ହେବା ପରେ ପରିଚୟ ପତ୍ର ବୌଧ ହେବ । ଉଦାହରଣ ସ୍ୱରୂପ କେଉଁ ଦେଶର ଏକାଡେମିକ୍ ସିଜିନ୍ (ପାଠପଢା) ସେପ୍ଚେମ୍ବର ମାସରୁ ଆରମ୍ଭ ହେଉଛି ତ ଆଉ କେଉଁ ଦେଶରେ ଏପ୍ରିଲ୍ ରୁ ଆରମ୍ଭ ହେଉଛି । ଯେଉଁ ଦେଶର ଏକାଡେମିକ୍ ସିଜିନ୍ ଯେଉଁ ମାସରୁ ଆରମ୍ଭ ହେଉଛି ସେଇ ମାସଠାରୁ ୧୬ ମାସ ପର୍ଯ୍ୟନ୍ତ ଏହି ପରିଚୟ ପତ୍ରର ବୈଧତା ରହିବା ।

ଆଞ୍ଚଳିକ, ଜାତୀୟ ତଥା ଆନ୍ତର୍ଜାତୀୟସ୍ତରରେ ଥିବା ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଏହାକୁ ସ୍ଵୀକୃତି ଦେଇଛନ୍ତି । ୟୁନେସ୍କୋ (UNESCO) ମଧ୍ୟ ଏହି ପରିଚୟ ପତ୍ରକୁ ସ୍ଵୀକାର କରିଛି । ବିଭିନ୍ନ ଦେଶର ସରକାରଙ୍କ ଶିକ୍ଷା ତଥା ପର୍ଯ୍ୟଟନ ମନ୍ତ୍ରାଳୟ, ବିଶ୍ଵବିଦ୍ୟାଳୟ, ଅନ୍ୟ ଏକାଡେମିକ୍ ଇନଶ୍ଚିଟ୍ୟୁସନ୍ସ ଏବଂ ବଡ ବଡ ଛାତ୍ର ସଂଗଠନ ଏହାକୁ ସ୍ଵୀକୃତି ଦେଇଛି ।

ଆଧାର - କ୍ୟାରିୟର କାଉନ୍ସିଲ

3.12820512821
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Has Vikaspedia helped you?
Share your experiences with us !!!
To continue to home page click here
Back to top