ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଗଣତାନ୍ତ୍ରିକ ପ୍ରକ୍ରିୟା-ଭାରତ-ଗୋଟିଏ ଜନମଙ୍ଗଳ ରାଷ୍ଟ୍ର
ସେଆର କରନ୍ତୁ

ଗଣତାନ୍ତ୍ରିକ ପ୍ରକ୍ରିୟା-ଭାରତ-ଗୋଟିଏ ଜନମଙ୍ଗଳ ରାଷ୍ଟ୍ର

ଗଣତାନ୍ତ୍ରିକ ପ୍ରକ୍ରିୟା-ଭାରତ-ଗୋଟିଏ ଜନମଙ୍ଗଳ ରାଷ୍ଟ୍ର ର ସୂଚନା

ଗୋଟିଏ ଜନମଙ୍ଗଳ ରାଷ୍ଟ୍ର କଣ  ?

“ଜନମଙ୍ଗଳରାଷ୍ଟ୍ର କଣ  ? ” ଏହି ମୌଳିକ ପ୍ରଶ୍ନ ଅବଦୁଲର ମନକୁ ଆନ୍ଦୋଳିତ କରିଥିଲା, ତାର ଉତ୍ତର କଣ  । ଆମେ ଯାହା ଦେଖୁଛୁ ଭାରତକୁ ଏକ ଜନମଙ୍ଗଳରାଷ୍ଟ୍ର କୁହାଯାଏ  । ପୃଥିବୀରେ ଏପରି ଅନେକ ରାଷ୍ଟ୍ର ଅଛି, ଯେଉଁ ଗୁଡିକ ମଧ୍ୟ ଜନମଙ୍ଗଳ ରାଷ୍ଟ୍ର ବୋଲି ବର୍ଣ୍ଣିତ ହୋଇଛି  । ସେଗୁଡିକ ଏହା କୁହାଯାଏ କାହିଁକି ଓ ଅନ୍ୟମାନଙ୍କୁ କାହିଁକି କୁହାଯାଏ ନାହିଁ  ? “ଜନମଙ୍ଗଳରାଷ୍ଟ୍ର” କହିଲେ କଣ ବୁଝ  ? ଏହା ସରକାରଙ୍କର ଏକ ଆଭିମୁଖ୍ୟ ଯେଉଁଥିରେ ନାଗରିକମାନଙ୍କର ଆର୍ଥିକ ଉନ୍ନତି ଓ ସୁରକ୍ଷା ଏବଂ ସାମାଜିକ ହିତ ସାଧନ ପାଇଁ ରାଷ୍ଟ୍ର ମୁଖ୍ୟ ଭୂମିକା ଗ୍ରହଣ କରେ  । ଗୋଟିଏ ଜନମଙ୍ଗଳରାଷ୍ଟ୍ର, ସମାନ ସୁଯୋଗ ପ୍ରଦାନ ଓ ସମ୍ପତ୍ତିର ସୁଷମ ବଣ୍ଟନ ନୀତି ଉପରେ ପ୍ରତିଷ୍ଠିତ  । ଗୋଟିଏ ସୁନ୍ଦର ଜୀବନଯାପନ କରିବା ପାଇଁ ସର୍ବନିମ୍ନ ଆବଶ୍ୟକତା ପାଇବା ପାଇଁ ଯେଉଁମାନେ ଅକ୍ଷମ, ସେମାନଙ୍କ ପ୍ରତି ରାଷ୍ଟ୍ରର ଦାୟିତ୍ଵ ଉପରେ ଏହା ଗୁରୁତ୍ଵ ଆରୋପ କରେ  । ଏହି ବ୍ୟବସ୍ଥା ଅଧିନରେ ନାଗରିକମାନଙ୍କର ହିତସାଧନ ହେଉଛି ରାଷ୍ଟ୍ରର ଦାୟିତ୍ଵ  । ସ୍ଵାଧୀନତା ପୂର୍ବରୁ ଭାରତ ଏକ ଜନମଙ୍ଗଳ ରାଷ୍ଟ୍ର ନଥିଲା  । ଇଂରେଜମାନଙ୍କ ଶାସନରେ ଏହା ଲୋକମାନଙ୍କର ହିତ ସାଧନ ଓ ସୁରକ୍ଷା ପାଇଁ ବିଧେସ ଆଗ୍ରହ ପ୍ରକାଶ କରୁନଥିଲା  । ଏହା ଯାହା କରୁଥିଲା, ତାହା ଇଂରେଜ ଔପନିବେଶକ ସରକାର ସ୍ଵାର୍ଥ ପାଇଁ କରୁଥିଲା ଏବଂ ଭାରତର ଲୋକମାନଙ୍କର ସ୍ଵାର୍ଥ ପ୍ରତି ଦ୍ରୁଷ୍ଟି ଦେଉନଥିଲା  ।

ଯେତେବେଳେ ଭାରତ ସ୍ଵାଧୀନତା ଲାଭ କଳା, ଏହା ବହୁ ସଂଖ୍ୟାରେ ସମସ୍ୟା ଓ ବାଧାର ସମ୍ମୁଖୀନ ହେଲା  । ସାମାଜିକ ଓ ଅର୍ଥନୈତିକ ଅସମାନତା ଚାରିଆଡେ ବ୍ୟାପିଥିଲା  । ଆର୍ଥିକ ଦୃଷ୍ଟିରୁ ଭାରତର ଅବସ୍ଥା ବଡ ଦୟନୀୟ ଥିଲା  । ସାମାଜିକ ଦୃଷ୍ଟିରୁ ଭାରତର ମଧ୍ୟ ବହୁ ସମସ୍ୟା ରହିଥିଲା  । ସାମାଜିକ ଅସମାନତା ବ୍ୟାପି ରହିଥିଲା ଓ ସମାଜର ଦୃଷ୍ଟିରୁ ଭାରତର ମଧ୍ୟ ବହୁ ସମସ୍ୟା ରହିଥିଲା  । ସାମାଜିକ ଅସମାନତା ବ୍ୟାପି ରହିଥିଲା ଓ ସମାଜର ସମସ୍ତ ଅସୁରକ୍ଷିତ ଶ୍ରେଣୀ ଯଥା ମହିଳା, ଦଳିତ, ଶିଶୁ ପ୍ରଭୃତି ମୌଳିକ ଜୀବନଧାରଣର ସୁବିଧାରୁ ବଞ୍ଚିତ ଥିଲେ  । ସମ୍ବିଧାନ ପ୍ରଣେତାମାନେ ବିଶେଷଭାବରେ ଏହି ସବୁ ସମସ୍ୟା ପ୍ରତି ସଚେତନ ଥିଲେ  । ସେଥିପାଇଁ ସେମାନେ ସ୍ଥିର କରିଥିଲେ ଯେ, ଭାରତ ଗୋଟିଏ ଜନମଙ୍ଗଳ ବା ଜଣହିତକାରୀ ରାଷ୍ଟ୍ର ହେବ  । ତୁମେ ନିଶ୍ଚିତ ଭାବରେ ଦେଖିଥିବ ଯେ, ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଭାରତକୁ ଗୋଟିଏ “ସାର୍ବଭୌମ ସମାଜବାଦୀ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ସାଧାରଣତନ୍ତ୍ର” ରାଷ୍ଟ୍ର ବୋଲି ବର୍ଣ୍ଣନା କରାଯାଇଛି  । ସେହି ଅନୁସାରେ ଭାରତୀୟ ସମ୍ବିଧାନରେ ଭାରତର ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ହିତସାଧନ ପାଇଁ ବିସ୍ତୃତ ବ୍ୟବସ୍ଥା ରହିଛି  । ଏହି ସମ୍ପର୍କରେ ଦୁଇଟି ନିର୍ଦ୍ଧିସ୍ଷ୍ଟ ବ୍ୟବସ୍ଥା କରାଯାଇଛି  । ଗୋଟିଏ ମୌଳିକ ଅଧିକାର ଓ ଅନ୍ୟଟି ରାଷ୍ଟ୍ରନୀତି ନିର୍ଦ୍ଦେଶାନାମା  ।

ଭାରତୀୟ ସମ୍ବିଧାନାର ତୃତୀୟ ଭାଗରେ ଅନ୍ତର୍ଭୁକ୍ତ କରାଯାଇଥିବା ମୌଳିକ ଅଧିକାର ନିଶ୍ଚିତ କରେ ଯେ, ସମସ୍ତ ଭାରତୀୟ ନାଗରିକ ସାମାଜିକ-ସ୍ଵାଧୀନତା ଓ ମୌଳିକ ଅଧିକାର ପାଇବେ  । ଏହି ସାମାଜିକ ସ୍ଵାଧୀନତା ଦେଶର ସମସ୍ତ ପୂର୍ବବର୍ତ୍ତୀ ଆଇନର ଉର୍ଦ୍ଧ୍ଵରେ   । ଏଗୁଡିକ ହେଉଛି ବ୍ୟକ୍ତିଗତ ଅଧିକାର ଯାହା ସାଧାରଣତଃ ମୁକ୍ତ ଗଣତାନ୍ତ୍ରିକ ସମ୍ବିଧାନରେ ଅନ୍ତର୍ଭୁକ୍ତ ହୋଇଥାଏ  । ଏହାର କେତୋଟି ମୁଖ୍ୟ ଅଧିକାର ହେଉଛି, ଆଇନ ଦୃଷ୍ଟିରୁ ସମସ୍ତେ ସମାନ  । ସ୍ଵାଧୀନ ମତ ପ୍ରକାଶ ଧିକାର, ଶାନ୍ତିପୂର୍ଣ୍ଣ ଭାବରେ ଏକତ୍ରିତ ହେବାର ସ୍ଵାଧୀନତା, ଧାର୍ମିକ ସ୍ଵାଧୀନତା ଏବଂ ସାମାଜିକ ଅଧିକାରର ସୁରକ୍ଷା ପାଇଁ ସାମ୍ବିଧାନୟକ ପ୍ରତିକାର ଅଧିକାର କିନ୍ତୁ ଏହା ଯଥେଷ୍ଟ ନୁହେଁ  । ଭାରତୀୟ ନାଗରିକମାନେ ଆର୍ଥିକ ଓ ସାମାଜିକ ଉନ୍ନତି ପାଇଁ ସୁଯୋଗ ଆବଶ୍ୟକ କରନ୍ତି  । ସେଥିପାଇଁ ୪ର୍ଥ ଭାଗରେ ରାଷ୍ଟ୍ରନୀତି ନିର୍ଦ୍ଦେଶାନାମା ଆମ ସମ୍ବିଧାନର ସଂଯୋଗ କରାଗଲା  ।

ରାଷ୍ଟ୍ରନୀତି ନିର୍ଦ୍ଦେଶାନାମା

“ମୌଳିକ ଅଧିକାର” ଓ “ମୌଳିକ କର୍ତ୍ତବ୍ୟ” ବିଷୟରେ ଆମେ ଯାହା ଦେଖୁଅଛୁ, ଭାରତୀୟ ସମ୍ବିଧାନରେ ମୌଳିକ ଅଧିକାର ପ୍ରାଥମିକତଃ ରାଜନୈତିକ ଅଧିକାରକୁ ବୁଝାଏ  । ସମ୍ବିଧାନ ପ୍ରଣେତାମାନେ ସଚେତନ ଥିଲେ ଯେ, ଯଦିଓ ସମସ୍ତ ମୌଳିକ ଅଧିକାର କାର୍ଯ୍ୟକାରୀ କରାଯାଇଛି, ଯେ ପର୍ଯ୍ୟନ୍ତ ଭାରତର ଲୋକମାନେ ସାମାଜିକ ଓ ଅର୍ଥନୈତିକ ଅଧିକାର ଲାଭ କରିନାହାଁନ୍ତି, ସେ ପର୍ଯ୍ୟନ୍ତ ଭାରତୀୟ ଗଣତନ୍ତ୍ରର ଲକ୍ଷ୍ୟ ହାସଲ କରାଯାଇ ପାରିବ ନାହିଁ  । ତା ସହିତ ସେମାନେ ମଧ୍ୟ ଭାରତୀୟ ରାଷ୍ଟ୍ରର ଦକ୍ଷତା ଓ ପରିସୀମା ପ୍ରତି ସଚେତନ ଥିଲେ ଯେ, ଭାରତ ବହୁ ଶତାବ୍ଦୀ ଧରି ବିଦେଶୀ ଶାସନରେ ରହିବା ପରେ ଭାରତ ସ୍ଵାଧୀନତା ଲାଭ କଲା ଓ ଏହାର ସାମାଜିକ ଅଧିକାର ମୌଳିକ ଅଧିକାର ତାଲିକାରେ ଲିପିବଦ୍ଧ କରାଯାଏ, ତେବେ ନିଜର ସୀମିତ କ୍ଷମତା ମଧ୍ୟରେ ଭାରତୀୟ ରାଷ୍ଟ୍ର ଏହାକୁ କାର୍ଯ୍ୟକାରୀ କରିବାକୁ ଅକ୍ଷମ ହେବ, କିନ୍ତୁ ଏହା ସହିତ ଏହି ଅଧିକାରଗୁଡିକୁ ସ୍ଵତନ୍ତ୍ର ପ୍ରାଧାନ୍ୟ ଦେବା ମଧ୍ୟ ଆବଶ୍ୟକ  । ସମ୍ବିଧାନର ୪ର୍ଥ Chapter ରେ ରାଷ୍ଟ୍ରନୀତି ନିର୍ଦ୍ଦେଶାନାମା ନାମରେ ଏକ ସ୍ଵତନ୍ତ୍ର ଅଧ୍ୟାୟ Chapter ଯୋଗକରି ଏହା କରାଗଲା  ।

ଚରିତ୍ର

ରାଷ୍ଟ୍ରନୀତି ନିର୍ଦ୍ଦେଶାନାମା କେନ୍ଦ୍ର ଓ ରାଜ୍ୟ ସରକାର ପାଇଁ ନିର୍ଦ୍ଦେଶ ଅଟେ  । ସରକାର ଆଇନ ଓ ନୀତି ପ୍ରଣୟନ କଲାବେଳେ ଏହି ନିର୍ଦ୍ଦେଶାନାମାକୁ ମନରେ ରଖିବାକୁ ପଡିବ  । ଏହା ସତ୍ୟ ଯେ, ଭାରତୀୟ ସମ୍ବିଧାନର ଏହି ସବୁ ବ୍ୟବସ୍ଥା ଆଇନ ଯୋଗ୍ୟ ନୁହେଁ ଅର୍ଥାତ୍ ଏହା ନ୍ୟାୟାଳୟ ଦ୍ଵାରା କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ  । କିନ୍ତୁ ଏହି ନିୟମଗୁଡିକ ଦେଶର ଶାସନ ପାଇଁ ପ୍ରାଥମିକତା ଦିଆଯାଏ  । ଏହା କେନ୍ଦ୍ର ଓ ରାଜ୍ୟ ସରକାରର ଦାୟିତ୍ଵ ଦେଶରେ ଏକ ଉତ୍ତମ ସମାଜ ଗଠନ ପାଇଁ ଆଇନ କଲାବେଳେ ଏହି ନୀତିଗୁଡିକ ବ୍ୟବହାର କରିବେ  । ନିର୍ଦ୍ଦେଶକ ନିୟମାବଳୀରେ ଥିବା ନୀତିଗୁଡିକ ଆୟାରଲାଣ୍ଡ ସମ୍ବିଧାନରେ ଥିବା ନିର୍ଦ୍ଦେଶକ ନିୟମାବଳୀ ଓ ଗାନ୍ଧୀଦର୍ଶନର ନିୟମାବଳୀ ଦ୍ଵାରା ପ୍ରଭାବିତ ହୋଇଛି  ।

ଏହି ନିୟମାବଳୀଗୁଡିକର ମୁଖ୍ୟ ଲକ୍ଷ୍ୟ ହେଉଛି, ଗୋଟିଏ ସାମାଜିକ ଓ ଅର୍ଥନୈତିକ ଅବସ୍ଥା ସୃଷ୍ଟି କରିବେ, ଯାହା ଅଧୀନରେ ସ୍ମାଷ୍ଟ ନାଗରିକ ଅତି ଉତ୍ତମ ଜୀବନଯାପନ କରିପାରିବେ  । ଅନ୍ୟଅର୍ଥରେ ଏହାର ଲକ୍ଷ୍ୟ ଦେଶରେ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା କରିବା  । ଲକ୍ଷ୍ୟ ହାସଲ କ୍ଷେତ୍ରରେ ସରକାରଙ୍କରର କାର୍ଯ୍ୟକାରିତା ମାପ କରିବା ପାଇଁ ଏହି ନିୟମାବଳୀମାନଙ୍କ ହାତରେ ମାପଦଣ୍ଡ ଭଳି କାର୍ଯ୍ୟ କରେ  । ସମସ୍ତ କାର୍ଯ୍ୟନିର୍ବାହୀ ସଂସ୍ଥା ଏହି ନିୟମାବଳୀଗୁଡିକ ଦ୍ଵାରା ପରିଚାଳିତ  । ଏପରିକି ନ୍ୟାୟାଳୟ ମଧ୍ୟ ମାମଲାର ବିଚାର କଲାବେଳେ ଏହି ନିୟମଗୁଡିକ ମନରେ ରଖିବେ  ।

ନିର୍ଦ୍ଦେଶାନାମାର ପ୍ରକାର ଭେଦ

ଯଦି ତୁମେ ସମ୍ବିଧାନରେ ପ୍ରକାଶିତ ନିର୍ଦ୍ଦେଶାନାମା ଅଧ୍ୟୟନ କରିବ, ତୁମେ ଦେଖିବ ଯେ, ସେଗୁଡିକ ବିଭିନ୍ନ ପ୍ରକାରର  । କେତେକ ସାମାଜିକ ଅର୍ଥନୈତିକ ବିକାଶ ସହ ସଂପୃକ୍ତ  । କେତେକ ଗାନ୍ଧୀ ନୀତି ସହ ଓ କେତେକ ବିଦେଶନୀତି ସହ ସଂପୃକ୍ତ  ।

ସମ୍ବିଧାନ ସେଗୁଡିକୁ ବିଭିନ୍ନ ଭାଗରେ ଶ୍ରେଣୀ ବିଭାଗ କରିନାହିଁ କିନ୍ତୁ ଅଧିକ ଭଲ ଭାବରେ ବୁଝି ପାରିବା ପାଇଁ ଆମେ ସେଗୁଡିକୁ ନିମ୍ନ ପ୍ରଦତ୍ତ ନିର୍ଦ୍ଦିଷ୍ଠ ଶ୍ରେଣୀରେ ବିଭାଜନ କରିବାପାରିବା  ।

  • ସାମାଜିକ ଓ ଅର୍ଥନୈତିକ ସମାନତା ବିକାଶ କରୁଥିବା ନିୟମାବଳୀ
  • ଗାନ୍ଧୀ ନୀତି ସହ ସମ୍ପର୍କ ନିୟମାବଳୀ
  • ଆନ୍ତର୍ଜାତିକ ଶାନ୍ତି ଓ ସୁରକ୍ଷା ସହ ସମ୍ପର୍କିତ ନିୟମାବଳୀ
  • ଅନ୍ୟାନ୍ୟ ବା ବିବିଧ ନିୟମାବଳୀ

ସାମାଜିକ ଓ ଅର୍ଥନୈତିକ ସମତା ବିକାଶ କରୁଥିବା ନିୟମାବଳୀ

କେତେକ ନିୟମାବଳୀ ରହିଛି, ଯାହା କି ଭାରତରେ ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ରର ଲକ୍ଷ୍ୟ ହାସଲ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ  । ଭାରତରେ ବହୁତ ଲୋକ ଅଛନ୍ତି, ଯେଉଁମାନେ କି ଦୀର୍ଘକାଳ ଧରି ସାମାଜିକ ଓ ଅର୍ଥନୈତିକ ଅସମାନତାର ଶିକାର ହେଉଛନ୍ତି  । ନିମ୍ନଲିଖିତ ନୀତି ଗୁଡିକର ଲକ୍ଷ୍ୟ ହେଉଛି ଆର୍ଥିକ ଓ ସାମାଜିକ ସମାନତା ଆଣିବା  ।

  1. ରାଷ୍ଟ୍ର ତାର ଲୋକମାନଙ୍କୁ ଯଥେଷ୍ଟ ଜୀବନଧାରଣର ସୁବିଧା ପ୍ରଦାନ ପାଇଁ ପ୍ରତିଶୃତି ଦେବା ଉଚିତ୍  ।
  2. ଜନକଲ୍ୟାଣ ପାଇଁ ରାଷ୍ଟ୍ର ଗଚ୍ଛିତ ପଦାର୍ଥର ସୁଷମ ବଣ୍ଟନ ପାଇଁ ପ୍ରତିଶୃତିବଦ୍ଧ ହେବା ଉଚିତ୍  ।
  3. ରାଷ୍ଟ୍ର ସମ୍ପତ୍ତିର ଏପରି ବଣ୍ଟନ କରିବ, ଯେପରି ତାହା ନିର୍ଦ୍ଧିଷ୍ଟ ଅଳ୍ପ କିଛି ଲୋକଙ୍କ ହାତରେ ସୀମିତ ହୋଇ ରହିବ ନାହିଁ ।
  4. ଉଭୟ ପୁରୁଷ ଓ ମହିଳାମାନଙ୍କ ପାଇଁ ସମାନ କାମକୁ ସମାନ ଦରମା ହେବା ଉଚିତ୍  ।
  5. ୧୪ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ବାଧ୍ୟତାମୂଳକ ଓ ନିଶୁଳ୍କ ଶିକ୍ଷା ପ୍ରଦାନ ପାଇଁ ରାଷ୍ଟ୍ରକୁ ନିର୍ଦ୍ଦେଶ ଦିଆଯାଇଛି  ।
  6. କାରଖାନା ପରିଚାଳନାରେ ଶ୍ରମିକମାନଙ୍କର ଯୋଗଦାନକୁ ସୁରକ୍ଷା ଦେବା ପାଇଁ ରାଷ୍ଟ୍ର ଚେଷ୍ଟା କରିବା ଉଚିତ୍  ।
  7. ପିଲା ଓ ଯୁବକମାନଙ୍କୁ ଶୋଷଣରୁ ସୁରକ୍ଷା ପ୍ରଦାନ କରାଯିବା ଉଚିତ୍  । ପୁରୁଷ, ମହିଳା ଓ ପିଲାମାନେ ଆର୍ଥିକ ଆବଶ୍ୟକତା ଦୃଷ୍ଟିରୁ ତାଙ୍କର ବୟସ ଓ ଶକ୍ତି ପ୍ରତି ଉପଯୁକ୍ତ ନଥିବା ଚାକିରି ବା କାରିଗରୀ ଆର୍ଯ୍ୟରେ ଯୋଗଦେବା ପାଇଁ ବାଧ୍ୟ କରାନଯିବା ଉଚିତ୍  ।
  8. ରାଷ୍ଟ୍ର ଲୋକମାନଙ୍କ ପାଖରେ ପ୍ରତିଶୃତିବଦ୍ଧ ହେବା ଉଚିତ୍  । (କ) ରୋଜଗାରକ୍ଷମ କାର୍ଯ୍ୟ କରିବାର ଅଧିକାର (ଖ) ଶିକ୍ଷାଗତ ଅଧିକାର (ଗ)ବେରୋଜଗାରୀ, ବୃଦ୍ଧ, ରୋଗୀ ଓ ଅକ୍ଷମମାନନକ କ୍ଷେତ୍ରରେ ରାଷ୍ଟ୍ରର ସାହାଯ୍ୟ ପାଇବା ଉଚିତ୍
  9. ଶ୍ରମିକମାନଙ୍କ ପାଇଁ ଉପଯୁକ୍ତ ଓ ସହାନୁଭୂତିଶୀଳ ଅବସ୍ଥାରେ କାର୍ଯ୍ୟ ଓ ମହିଳାମାନନକ ପାଇଁ ମାତୃତ୍ଵ ସାହାଯ୍ୟ ରାଷ୍ଟ୍ର ବ୍ୟବସ୍ଥା କରିବା ଉଚିତ୍  ।

ଗାନ୍ଧୀନୀତି ସହ ସମ୍ପର୍କିତ ନିୟମାବଳୀ

ଗାନ୍ଧୀନୀତି ଅହିଂସାପୂର୍ଣ୍ଣ ସାମାଜିକ ଧାରାର ବିକାଶ କରେ  । ସ୍ଵରାଜ ସର୍ବୋଦୟ ଏବଂ ସ୍ୱାବଲମ୍ବ ଗାନ୍ଧୀ ଚିନ୍ତାଧାରାର ମୌଳିକ ନୀତି  । ଆମେ ସମସ୍ତେ ଭଲ ଭାବରେ ଜାଣିଛୁ, ମହାତ୍ମାଗାନ୍ଧି ସ୍ଵାଧୀନତା ସଂଗ୍ରାମର ସର୍ବାଗ୍ରେ ଥିଲେ  । ତାଙ୍କର ଚିନ୍ତାଧାରା ଓ କାର୍ଯ୍ୟକଳାପ କେବଳ ସ୍ଵାଧୀନତା ସଂଗ୍ରାମକୁ ବାଟ ଦେଖାଇ ନଥିଲା, ଭାରତର ସମ୍ବିଧାନ ପ୍ରସ୍ତୁତିକୁ ପ୍ରଭାବିତ କରିଥିଲା  । ନିମ୍ନଲିଖିତ ନିର୍ଦ୍ଦେଶାନାମା ନିର୍ଦ୍ଧିଷ୍ଟ ଭାବରେ ଗାନ୍ଧୀନୀତିକୁ ପ୍ରତିଫଳିତ କରେ  ।

  1. ରାଷ୍ଟ୍ର ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କର ଶିକ୍ଷା ଓ ଆର୍ଥିକ ସ୍ଵାର୍ଥର ବିକାଶ କରିବା ଓ ନିର୍ଦ୍ଧିଷ୍ଟ ଭବାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ସ୍ଵାର୍ଥର ସୁରକ୍ଷା କରିବା  ।
  2. ଗ୍ରାମପଞ୍ଚାୟତ ଗଠନ ପାଇଁ ରାଷ୍ଟ୍ର ପଦକ୍ଷେପ ନିଏ  । ଏହି ପଞ୍ଚାଯତଗୁଡିକୁ ଏଭଳି କ୍ଷମତା ଓ ଅଧିକାର ପ୍ରଦାନ କରିବା ଉଚିତ୍  । ଯାହାକି ତାକୁ ସ୍ଵାୟତ ଶାସନର ଗୋଟିଏ ୟୁନିଟର କାର୍ଯ୍ୟ କରିବାକୁ ସକ୍ଷମ କରିପାରିବ  ।
  3. ରାଷ୍ଟ୍ର ଅଲକହଲ ଯୁକ୍ତ ପାନୀୟ ଓ କ୍ଷତିକାରର ଔଷଧର ବ୍ୟବହାର ବନ୍ଦ କରିବା ପାଇଁ ଉଦ୍ୟମ କରିବ  ।
  4. ରାଷ୍ଟ୍ର ଗ୍ରାମାଞ୍ଚଳରେ କୁଟୀର ଶିଳ୍ପର ବିକାଶ ପାଇଁ ଉଦ୍ୟମ କରିବ  ।
  5. ରାଷ୍ଟ୍ର ପଶୁଫାର୍ମଗୁଡିକର ଗୁଣାତ୍ମକମାନ ବୃଦ୍ଧି ପାଇଁ ପଦକ୍ଷେପ ନେବା ଓ ଗାଈ, ବାଛୁରୀ ଓ ଅନ୍ୟାନ୍ୟ ଦୁଗ୍ଧ ପ୍ରଦାନକାରୀ ଗୋମହିଷାଦି ପଶୁ ହତ୍ୟା ନିଷେଧ କରିବ  ।

ଆନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ନିୟମାବଳୀ

ସମ୍ବିଧାନ ପ୍ରଣେତାମାନେ କେତେଗୁଡିଏ ନିୟମ ସଂଯୋଜିତ କରି ଅଛନ୍ତି ଯାହାକି ଆମର ବୈଦେଶିକ ନୀତିକୁ ନିର୍ଦ୍ଦେଶିତ କରୁଅଛି  । ସେଗୁଡିକ ହେଉଛି –

  1. ରାଷ୍ଟ୍ର ବୈଦେଶିକ ଶାନ୍ତି ଓ ସୁରକ୍ଷାର ଉନ୍ନତି କରିବ  ।
  2. ରାଷ୍ଟ୍ର ଅନ୍ୟ ରାଷ୍ଟ୍ରଗୁଡିକ ସହିତ ଉପଯୁକ୍ତ ଓ ସମ୍ମାନଜନକ ସମ୍ପର୍କ ରକ୍ଷା କରିବା ପାଇଁ ଚେଷ୍ଟା କରିବ  ।
  3. ରାଷ୍ଟ୍ର ଆନତରଜାତିକ ଆଇନ ଓ ଚୁକ୍ତି ପ୍ରତି ସମ୍ମାନ ପ୍ରଦର୍ଶନ କରିବ  ।
  4. ଆନ୍ତର୍ଜାତିକ ବିବାଦଗୁଡିକ ପାରସ୍ପରିକ ବୁଝାମଣା ଦ୍ଵାରା ସମାଧାନ କରିବାକୁ ରାଷ୍ଟ୍ର ଉତ୍ସାହିତ କରିବ  ।

ଅନ୍ୟାନ୍ୟ ବା ବିବିଧ ନିୟମାବଳୀ

ଏହାଛଡା କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାନାମା ଅଛି, ଯାହା ଉପରୋକ୍ତ ଶ୍ରେଣୀର ଅନ୍ତର୍ଭୁକ୍ତ ହୁଏ ନାହିଁ ସେଗୁଡିକ ହେଉଛି  ।

  1. ପରିବେଶର ସୁରକ୍ଷା ଓ ଉନ୍ନତି ଏବଂ ଦେଶର ଜଙ୍ଗଲ ଓ ବନ୍ୟଜନ୍ତୁମାନଙ୍କର ସୁରକ୍ଷା ପ୍ରତି ରାଷ୍ଟ୍ର ଉଦ୍ୟମ କରିବ  ।
  2. ରାଷ୍ଟ୍ରୀୟ ଗୁରୁତ୍ଵ ଥିବା ଐତିହାସିକ ନିର୍ମାଣ, ସ୍ଥାନ ଓ ପଦାର୍ଥର ପରିଚାଳନା ଓ ସୁରକହୟା ପ୍ରତି ରାଷ୍ଟ୍ର ପଦକ୍ଷେପ ନେବ  ।
  3. ସାରା ଦେଶ ପାଇଁ ଏକ ପ୍ରକାରର ସାମାଜିକ ଆଇନ ପ୍ରବର୍ତ୍ତନ କରିବାର ଲକ୍ଷ୍ୟ ରଖିବ  ।
  4. ନ୍ୟାୟ ବିହାଗକୁ ଆଇନ ପ୍ରଣୟନ ବିଭାଗଠାରୁ ପୃଥକ କରିବାକୁ ପଦକ୍ଷେପ ନେବ  ।

ରାଷ୍ଟ୍ରନୀତି ନିର୍ଦ୍ଦେଶାନାମା ଓ ମୌଳିକ ଅଧିକାର

ତୁମେ ଯାହା ପଢିଛ, ନିର୍ଦ୍ଦେଶାନାମାର ଲକ୍ଷ୍ୟ ହେଉଛି, ଜନମଙ୍ଗଳରାଷ୍ଟ୍ର  ପ୍ରତିଷ୍ଠା  । ମୌଳିକ ଅଧିକାରର ଲକ୍ଷ୍ୟ ମଧ୍ୟ ତା ସହ ସମାନ, କିନ୍ତୁ ସେ ଦୁଇଟି ମଧ୍ୟରେ କେତେକ ମୌଳିକ ପାର୍ଥକ୍ୟ ରହିଛି  ।

ପ୍ରଥମତଃ ନିର୍ଦ୍ଦେଶାନାମାଗୁଡିକର ଆଇନଗତ ପ୍ରଭାବ ନାହିଁ  । କୌଣସି ସାମ୍ବିଧାନିକ ବ୍ୟବସ୍ଥା ବା ଆଇନ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବାଧ୍ୟ କରିପାରିବ ନାହିଁ  । ମୌଳିକ ଅଧିକାରର ଆଇନଗତ ପ୍ରଭାବ ରହିଛି ଏବଂ ଏହା ଆଇନ ଦ୍ଵାରା କାର୍ଯ୍ୟକାରୀ କରାଯାଇପାରିବ  ।

ମୌଳିକ ଅଧିକାରରୁ କୌଣସି ନାଗରିକକୁ ବଞ୍ଚିତ କରାଯାଇପାରିବ ନାହିଁ  । ଏହା ଉଚ୍ଚତମ ନ୍ୟାୟଳୟ ଓ ଉଚ୍ଚ ନ୍ୟାୟାଳୟ ଦ୍ଵାରା ସୁରକ୍ଷିତ  ।

ଦ୍ଵିତୀୟତଃ ଏହି ନିୟମାବଳୀ କେବଳ ରାଷ୍ଟ୍ର ତାର ନୀତି ନିର୍ଦ୍ଧାରଣ କରି କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶମାତ୍ର  । ଏହି ନୀତିଗୁଡିକ ଗୋଟିଏ ଜନମଙ୍ଗଳ ରାଷ୍ଟ୍ରର ଲକ୍ଷ୍ୟକୁ ଉପଲବ୍ଧି କରିବା ପାଇଁ ପଦକ୍ଷେପ ନେବା ଉଚିତ୍  । ମୌଳିକ ଅଧିକାର ସମ୍ବିଧାନ ଦ୍ଵାରା ପ୍ରତିଶୃତି ଦିଆଯାଇଛି ଓ ରାଷ୍ଟ୍ର ପ୍ରତ୍ୟକ ନାଗରିକର ଏହି ଅଧିକାରକୁ ସୁରକ୍ଷା ଦେବାକୁ ବାଧ୍ୟ  ।

ତୃତୀୟତଃ  ସମ୍ବିଧାନରେ ସ୍ଥାନିତ ହେବା ଦୃଷ୍ଟିରୁ ନିର୍ଦ୍ଦେଶାନାମାଗୁଡିକ ମୌଳିକ ଅଧିକାର ପରେ ସ୍ଥାନିତ ଏହାର ଅର୍ଥ ମୌଳିକ ଅଧିକାରର ଗୁରୁତ୍ଵ ନିର୍ଦ୍ଦେଶାନାମା ଠାରୁ ଅଧିକ  ।

ଯାହା ହେଉ ନା କାହିଁକି, ନିର୍ଦ୍ଦେଶନାମାକୁ କେବେହେଲେ ଅବହେଳା କରାଯାଇ ପାରିବ ନାହିଁ, ଯଦିଓ ଏହାର ମୌଳିକ ଅଧିକାର ଭଳି ସାମ୍ବିଧାନିକ ଗୁରୁତ୍ଵ ନାହିଁ  । ନିର୍ଦ୍ଦେଶନାମାର କାର୍ଯ୍ୟକାରିତା ଯେକୌଣସି ସରକାରର ବିଶ୍ଵାସନୀୟତା ଓ ଲୋକପ୍ରିୟତାକୁ ବଢାଇ ଦିଏ, ଯାହାକି ଗଣତନ୍ତ୍ରରେ ସରକାରକୁ ପୁନଃକ୍ଷମତା ଅଧିକାର ପାଇଁ ମୂଳ ଆଧାର ଅଟେ  । ମୋଟ ଉପରେ ଏହା ସ୍ପଷ୍ଟ ଅନୁମେୟ ଯେ, ଉଭୟ ନିର୍ଦ୍ଦେଶକ ନିୟମାବଳୀ ଓ ମୌଳିକ ଅଧିକାର ରାଜନୈତିକ ଗଣତନ୍ତ୍ରର ପ୍ରତିଶୃତି ଦେଇଥାଏ, ଏବଂ ନିର୍ଦ୍ଦେଶନାମା ସାମାଜିକ ଓ ଅର୍ଥନୈତିକ ଗଣତନ୍ତ୍ର ପ୍ରତିଷ୍ଠା କରିଥାଏ  । ନିର୍ଦ୍ଦେଶନାମାର ପ୍ରକୃତ ଶକ୍ତି ଜାଗ୍ରତ ଜନମତରୁ ଲାଭ କରାଯାଏ  । ଯେଉଁ ନୀତିଗୁଡିକ ଅଧିକାଂଶ ନାଗରିକ ସମର୍ଥନ କରନ୍ତି, ତାହା ସାଧାରଣତଃ ବହୁ ଆଗ୍ରହ ସହିତ କାର୍ଯ୍ୟକାରୀ କରାଯାଏ  । କୌଣସି ସରକାର ଜନସମୁଦାୟର ସ୍ଵାର୍ଥକୁ ଏଡାଇ ଦେଇ ପାରିବ ନାହିଁ  । ଆମେ ପ୍ରତ୍ୟକ ଜନମତ ପାଇଁ ଏକ ଯାନ ଭଳି କାର୍ଯ୍ୟ କରୁ  । ଏହା ଉତ୍ତର ଅଟେ ଯେ, ନିର୍ଦ୍ଦେଶନାମାଗୁଡିକ ଯାହାକୁ ତୁମେ ଗୁରୁତ୍ୱପୂର୍ଣ୍ଣ ବୋଲି ଭାବୁଛ, ତାକୁ କାର୍ଯ୍ୟକାରୀ କରିବା ପାଇଁ ତା ସପକ୍ଷେରେ ଜନଗତ ସୃଷ୍ଟି କରିବାକୁ ଚେଷ୍ଟା କରିବା ଉଚିତ୍  ।

ରାଷ୍ଟ୍ରନୀତି ନିର୍ଦ୍ଦେଶନାମାର କାର୍ଯ୍ୟକାରିତା

ତୁମେ ଜାଣିବାକୁ ଆଗ୍ରହୀ ଥିବ, କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାପାଇଁ କଣ କରିଛନ୍ତି  । ତୁମେ ସର୍ବଶିକ୍ଷା ଅଭିଯାନ ସମ୍ପର୍କରେ ଶୁଣିଛକି  ? ଏହା କେନ୍ଦ୍ର ସରକାର ଦ୍ଵାରା ଭାରତର ପ୍ରତ୍ୟକ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଏକ ବୃହତ୍ କାର୍ଯ୍ୟକ୍ରମ  । ତୁମେ ମଧ୍ୟ ଭାରତୀୟ ସଂସଦ ଦ୍ଵାରା ୨୦୦୯ରେ ପାରିତ ହୋଇଥିବା ଶିକ୍ଷାଗତ ଅଧିକାର ବିଷୟରେ ଜାଣିଥାଇପାର  । ଏଗୁଡିକ ହେଉଛି, ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟାର ଫଳ  । ବିହାର ଓ ମଧ୍ୟ ପ୍ରବେଶ ଭଳି କେତେକ ରାଜ୍ୟ ପଞ୍ଚାୟତ ନିର୍ବାଚନରେ ମହିଳାମାନଙ୍କ ପାଇଁ ଶତକଡା ୫୦ ଭାଗ ସ୍ଥାନ ସଂରକ୍ଷଣ କରିଛନ୍ତି  । ଏହି ଉଦାହରଣଗୁଡିକ ସୂଚୀତ କରେ ଯେ, ଯଦିଓ ଏହି ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବାପାଇଁ କୌଣସି ଆଇନଗତ ଶକ୍ତି ନାହିଁ କିମ୍ବା ତାକୁ କାର୍ଯ୍ୟକାରୀ କରିବା ରାଜ୍ୟ ପାଇଁ ବାଧ୍ୟତାମୂଳକ ନୁହେଁ, ତଥାପି ସରକାର ଏହି ନିୟମଗୁଡିକ କାର୍ଯ୍ୟକାରୀ କରୁଛନ୍ତି  । କେତେକ କାର୍ଯ୍ୟକାରୀ କରାଯାଇଥିବା ନିୟମଗୁଡିକ ହେଉଛି  -

  • ପ୍ରାୟ ସମସ୍ତ ନିଯୁକ୍ତି କ୍ଷେତ୍ରରେ ସର୍ବନିମ୍ନ ମଜୁରୀ ସ୍ଥିର କରାଯାଇଛି  ।
  • ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ସମାନ କାମ ପାଇଁ ସମାନ ଦରମାର ନିୟମ କରାଯାଇଛି  ।
  • ଗ୍ରାମାଞ୍ଚଳ ନିଯୁକ୍ତି ବୃଦ୍ଧି କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି  । ମହାତ୍ମାଗାନ୍ଧି ଜାତୀୟ ଗ୍ରାମ୍ୟ ନିଯୁକ୍ତି ପ୍ରତିଶୃତି ଆକ୍ଟ ଏବଂ ସ୍ଵର୍ଣ୍ଣଜୟନ୍ତୀ ଗ୍ରାମ ସ୍ଵରୋଜଗାର ଯୋଜନା ହେଉଛି ଏହାର ଉଦାହରଣ  ।
  • ପଞ୍ଚାଯତରାଜକୁ ସାମ୍ବିଧାନିକ ମର୍ଯ୍ୟାଦା ଦିଆଯାଇଛି  । ଗାମ ସ୍ତରରେ ଗ୍ରାମ ପଞ୍ଚାୟତ ପ୍ରତିଷ୍ଠା କରାଯାଇ କାର୍ଯ୍ୟ କରୁଛି  ।
  • ସମ୍ବିଧାନର ୮୬ତମ ସଂଶୋଧନ ଗୃହୀତ ହୋଇ ପିଲାମାନଙ୍କ ପାଇଁ ମୁକ୍ତ ଓ ବାଧ୍ୟତାମୂଳକ ଶିକ୍ଷାର ବ୍ୟବସ୍ଥା ଏବଂ ଶିକ୍ଷା ଅଧିକାର ଆକ୍ଟ ୨୦୦୯ ପାରିତ ହୋଇ ଏହାକୁ ମୌଳିକ ଶିକ୍ଷାର ଅନ୍ତର୍ଭୁକ୍ତ କରାଯାଇଛି  ।
  • ପିଲାମାନଙ୍କୁ ଶୋଷଣ ମୁକ୍ତ କରିବା ପାଇଁ ଅନେକ ଆଇନ ପ୍ରଣୟନ କରାଯାଇଛି  ।
  • ଗରିବ ଓ ପଛୁଆ ଶ୍ରେଣୀ ଏବଂ ହରିଜନ ଓ ଆଦିବାସୀମାନଙ୍କ ପାଇଁ ଅନେକ ମଙ୍ଗଳକର ଯୋଜନା କାର୍ଯ୍ୟକାରୀ କରାଯାଉଛି  । ସେମାନଙ୍କ ପାଇଁ ସଂସଦ ଓ ବିଧାନ ସଭାରେ ସ୍ଥାନ ସଂରକ୍ଷଣ କରାଯାଇଛି  ।
  • ମହିଳାମାନଙ୍କୁ ଶୋଷଣମୁକ୍ତ କରିବା ପାଇଁ ଅନେକ ଆଇନ ଓ ମଙ୍ଗଳକର ଯୋଜନା ଆରମ୍ଭ କରାଯାଇଛି  ।
  • ସମ୍ବିଧାନର ୪୨ତମ ସଂଶୋଧନ ଗୋଟିଏ ନିର୍ଦ୍ଦେଶାନାମା ଯୋଗ କରିଛି, ଯାହାକି ପରିବେଶର ସୁରକ୍ଷା ଓ ଉନ୍ନତି ଏବଂ ଜଙ୍ଗଲ ଓ ବନ୍ୟପ୍ରାଣୀମାନଙ୍କର ସୁରକ୍ଷା ପାଇଁ ପ୍ରତିଶୃତି ପ୍ରଦାନ କରେ  । ନୂତନ ସଂଯୋଜିତ ନିର୍ଦ୍ଦେଶନାମା ଅନୁସାରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ବ୍ୟାଘ୍ର ସୁରକ୍ଷା ଯୋଜନା ଗନ୍ଦା ଓ ହସ୍ତୀ ଯୋଜନା ପ୍ରଭୃତି କାର୍ଯ୍ୟକାରୀ କରାଯାଇଛି  । ନ୍ୟାୟ ବିଭାଗକୁ କାର୍ଯ୍ୟନିର୍ବାହୀ ଠାରୁ ପୃଥକ କରାଯାଇଛି  ।
  • କୁଟୀର ଶିଳ୍ପମାନ ପ୍ରତିଷ୍ଠା କରାଯାଇଛି ଓ ଟିକସ ରିହାତି ଦେଇ ସେଗୁଡିକ ସୁରକ୍ଷିତ କରାଯାଇଛି  ।
  • ଆମର ବୈଦେଶିକ ନୀତି ଆନ୍ତର୍ଜାତିକ ଶାନ୍ତି ଓ ନିରାପତ୍ତା ଆଇନ ଓ ରାଷ୍ଟ୍ରମାନଙ୍କ ମଧ୍ୟରେ ଉପଯୁକ୍ତ ଓ ମର୍ଯ୍ୟାଦାପୂର୍ଣ୍ଣ ସମ୍ପର୍କ ରକ୍ଷା ସହିତ ସମ୍ପର୍କିତ ଅଟେ  ।
  • ଭାରତ ସରକାର ବିଶ୍ଵଶାନ୍ତିକୁ ସମର୍ଥନ କରିବା ସହିତ ସେଥିପାଇଁ କାର୍ଯ୍ୟ କରୁଛନ୍ତି  ।

ଉପରୋକ୍ତ ବିଷୟବସ୍ତୁରୁ ଏହା ସ୍ପଷ୍ଟ ଯେ, କେନ୍ଦ୍ର, ରାଜ୍ୟ ଓ ସ୍ଥାନୀୟ ସରକାର ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟ କରନ୍ତି  । ବହୁକାର୍ଯ୍ୟ କରାଗଲାଣି,  ତଥାପି ଦାରିଦ୍ର୍ୟ, ନିଯୁକ୍ତି ନପାଇବା, ଦୁର୍ବଳ ସ୍ୱାସ୍ଥ୍ୟ ଓ ନିରପେକ୍ଷତା ଆଦି ସମସ୍ୟା ଏ ପର୍ଯ୍ୟନ୍ତ ରହିଛି ନିର୍ଦ୍ଦେଶନାମା ଉଦ୍ଦେଶ୍ୟ ହେଉଛି, ଲୋକମାନଙ୍କର ଜୀବନର ମାନ ବୃଦ୍ଧି କରିବା  ।

ଆଧାର : ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ଶିକ୍ଷା ପ୍ରତିଷ୍ଠାନ

2.85714285714
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top