ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ଦଶମ ଶ୍ରେଣୀ / ବେଲ, ଅଶ୍ଵତ୍ଥ ଓ ବଟବୃକ୍ଷ
ସେଆର କରନ୍ତୁ

ବେଲ, ଅଶ୍ଵତ୍ଥ ଓ ବଟବୃକ୍ଷ

ବେଲ, ଅଶ୍ଵତ୍ଥ ଓ ବଟବୃକ୍ଷ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସାହିତ୍ୟ ବିଷୟ ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ଲେଖକ ପରିଚୟ

ଓଡ଼ିଆ କ୍ଷୁଦ୍ରଗଡ଼ ରଚୟିତା ରବି ପଟ୍ଟନାୟକ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ରାଇରଙ୍ଗପୁରଠାରେ ଜନ୍ମଗ୍ରହଣ କରିଥିଲେ । ସେ ଭୂତତ୍ତ୍ଵବିତ୍ର ଭାବେ ଚାକିରି କରୁଥିଲେ । ଅଥଚ ସେ ଓଡ଼ିଆ ଭାଷା-ସାହିତ୍ୟ, କଳା-ସଂସ୍କୃତି ପ୍ରତି ଗଭୀର ଅନୁରାଗୀ ଅଲେ । ଜୀବନରେ ମୁଲ୍ୟବୋଧ ଓ ସାମାଜିକ ଆଦର୍ଶପ୍ରତି ଗୁରୁତ୍ ତାଙ୍କ ରଚିତ କ୍ଷୁଦ୍ରଗଡ଼ ଗୁଡ଼ିକର ମୁଖ୍ୟ ଭାବ-ବାଣୀ । ତାଙ୍କ କ୍ଷୁଦ୍ରଗଳ୍ପ' ପୁସ୍ତକଗୁଡିକ ହେଉଛି; ଅନ୍ଧଗଳିର ଅନ୍ଧକାର, ବହୁରୂପୀ, ରାଗତେଡ଼ି, ହିରଣ୍ୟଗର୍ଭ, ବିଷୁବ ରେଖା, ବନ୍ଧ୍ୟା ଗାନ୍ଧାରୀ, ଅମରିଲତା, ବିଚିତ୍ର ବର୍ଣ୍ଣା ଇତ୍ୟାଦି । ‘ହିରଣ୍ୟଗର୍ଭା' ପୁସ୍ତକଟି ଓଡ଼ିଶା ସାହିତ୍ୟ ଏକାଡ଼େମୀ ତରଫରୁ ୧୯୮୪ ରେ ପୁରସ୍କୃତ ଓ ‘ବନ୍ଧ୍ୟା ଗାନ୍ଧାରୀ' ପାଇଁ ତାଙ୍କୁ ମରଣୋତ୍ତର ଶାରଳା ପୁରସ୍କାର ୧୯୯୧ ରେ ପ୍ରଦାନ କରାଯାଇଥିଲା ।

'ବେଲ, ଅଶ୍ଵତ୍ଥ ଓ ବଟବୃକ୍ଷ' ଗଳ୍ମଟି 'ନବରବି' ପତ୍ରିକାରେ ପଞ୍ଚମ ବର୍ଷ/ ପଞ୍ଚମ ସଂଖ୍ୟା ଅର୍ଥାତ ନଭେମ୍ବର ୧୯୭୪ରେ ପ୍ରକାଶ ପାଇଥଲା । ମାତା, ମାତୃଭୂମି ପ୍ରତି ଆକର୍ଷଣ, ପରିବେଶପ୍ରତି ସଚେତନତା ଓ ସାଂପ୍ରତିକ ଜୀବନ ଭୂମିର ବାସ୍ତବତାକୁ ଗାଢ଼ିକ ଏହି ଗଢ଼ରେ ରୂପାୟନ କରିଛନ୍ତି । ବଟବୃକ୍ଷକୁ ଜନନୀର ପ୍ରତୀକ ଏବଂ ଅଶ୍ଵତ୍ଥ ତଥା ବଟବୃକ୍ଷ ଭଳି ପବିତ୍ର ବୃକ୍ଷକୁ ତହିଁରୁ ସୃଷ୍ଟ ସଭା ଭାବେ ଦର୍ଶାଯାଇଛି । ବାତ୍ସଲ୍ୟ ଓ ମାତୃତ୍ୱର ମହାନତା ପ୍ରସଙ୍ଗକୁ ହୃଦୟସ୍ପର୍ଶୀ କରିଛି ।

ଗଦ୍ୟ

ଧନ୍ୟ ଜୀବନ ଏ ଜଗତେ । ଯେ ପ୍ରାଣ ଧରେ ପ୍ରାଣୀ ହିତେ । ଧନ୍ୟ ଜୀବନ ଧନ୍ୟ ତାର । ଦୁର୍ଲଭ କର୍ମ ଏ ବେଭାର । ଏହା ମୁଁ ବୃକ୍ଷଙ୍କର ସ୍ଥାନେ । ଶିଖିଲି ପର୍ବତ ଗହନେ । (ଭାଗବତ) ବସଷ୍ଟେଣ୍ଡରେ ପହଞ୍ଚିଲା ବେଳକୁ ସରକାରୀ ବସ୍‌ଟି, କେତେବେଳୁ ଛାଡ଼ି ଦେଲାଣି । ସେଥିରେ ଯାଇଥୁଲେ ସିଧା ସଳଖ ନଅଟା ବେଳକୁ ଗାଁ ପାଖରେ ପହଞ୍ଚି ଯାଇଥାନ୍ତେ ।

କିନ୍ତୁ ଆଉ ତ ଉପାୟ ନାହିଁ। ପଛ ବସ୍ ଧରି ଫୁଲନଖରାରେ ଓହ୍ଳେଇ ପୁଣି ଆଉ ଥରେ କୁଜି ଘରୋଇ ବସ୍‌ରେ ବସି ଗାଁ ପାଖ ବସଷ୍ଟେଣ୍ଡରେ ପହଞ୍ଚିଲା ବେଳକୁ ବେଳ ଏଗାରଟା ହେଲାଣି । ଏକେ ତ ବୈଶାଖ ମାସ ଖରା । ସକାଳ ଆଠଟା ବେଳକୁ ବି ବାହାରକୁ ଗୋଡ଼ କାଢ଼ି ହୁଏନା । ଏବେ ଏଇ ଏଗାରଟା ବେଳକୁ ଚାରିଆଡ଼ ନିଆଁ ଜଳୁଛି ଯେମିତି । ଖରାକୁ ଚାହିଁ ହେଉନି । ଆଖି ବୁଜି ହୋଇ ଆସୁଛି ତା ତେଜରେ । ପବନ ଟା ବି ନିଆଁ ପରି ତାତିଛି ।

ଏତେବେଳେ ଆଉ ଗାଁକୁ ଯିବେ କି ନ ଯିବେ ଏମିତି ଦୋଦୋପାଞ୍ଚ ହୋଇ ବସ୍‌ରୁ ଓହ୍ଲେଇ ନଟବର ବାବୁ ବସଷ୍ଟେଣ୍ଡ ପାଖରେ ଥୁବା ଚାକୁଣ୍ଡା ଗଛ ତଳରେ ପାନ ଜଳଖିଆ ଦୋକାନ କରିଥୁବା ହରି ଗୁଡ଼ିଆର ଚାଳିଆ ଆଡ଼କୁ ମୁହେଁଇଲେ ।

ଝାଟିମାଟି କାନ୍ଥ । ଉପରେ ତାଳ ବରଡ଼ାର ଛପର । ଦରଆଉଜା ହୋଇ ରହିଛି ତାଳ ବରଡ଼ାର ତାଟି । ଚାଳିଆ ଆଗରେ ଖୁଣ୍ଟ ଦି'ଟା ପୋତି ତା ଉପରେ ଖଣ୍ଡିଏ ଦର ଚଞ୍ଚା ପଟା ପିଟା ଦି'ଟା ବେଞ୍ଚ । ଖରା ତାତିରେ ସେଇଟା ଗରମ ହୋଇ ରହିଛି । ସେଥିରେ ଟିକେ ହାତ ମାରି ଦେଉଁ ଦେଉଁ ଚାଉଁକିନା ଲାଗିଲା ହାତକୁ ନଟବର ବାବୁ ଦରଆଉଜା ତାଟି ଫାଙ୍କ ଦେଇ ଅନେଇଲେ ଭିତରକୁ I ଖଣ୍ଡିଏ ଦର ଭଙ୍ଗା ନଡ଼ବଡ଼ ଟେବୁଲ । ତା' ଚାରିପଟେ ସେମିତିକା ଦି’ଚାରିଟା ଚେଆର । କୋଉଟାର ହାତ ନାହିଁ । ସେ କଣକୁ ପଡ଼ିଛି ଖଣ୍ଡିଏ କାଠ ବେଞ୍ଚ । ଏ ପାଖରେ ଥାକ ହୋଇଥୁବା କାଠର ଖଣ୍ଡିଏ ଆଲମିରା । ସେଇ ଥାକ ଉପରେ ସିଲଭର ଥାଳିଆ ଆଉ ବାଉଁଶ ପାଛିଆରେ ସକାଳୁ ହୋଇଥୁବା ବାସି ବରା, ଗୁଲୁଗୁଲା, ପକୁଡ଼ି ଓ ବୁନ୍ଦିଆ ମିଠେଇ ସଜା ହୋଇ ରହିଛି । ତଳକୁ ଗୋଟାଏ ଖୋଲା ମୁହଁ ଡେକଟି ଉପରେ ଚିନି ସିରା ଭିତରେ ଭାସୁଛି ଚାରି ଛଅଟା ରସଗୋଲା । ସିଲଭର ଚଟୁ ଉପରେ ଚିନି ସିରା ଲାଗି ଶୁଖି ଯାଇଥୁବା ଜାଗାଟିରେ ଦଳ ଦଳ ମାଛି। ଭଣ ଭଣ । ଖଣ୍ଡିଏ ଛିଣ୍ଡା ସପ ଉପରେ ନାଲି କରିଆ ଖଣ୍ଡେ ପିନ୍ଧି ହରି ଗୁଡ଼ିଆ ଗୋଟିଏ କଣରେ ଗଡ଼ପଡ଼ ହେଉଛି । ବାସନଧୂଆ ଟୋକା ଟା ବେଞ୍ଚ ଉପରେ ଲମ୍ବ ପମ୍ ହୋଇ ପଡ଼ିଛି । ନଟ ବାବୁ, ଧୀର ଗଳାରେ ଡାକିଲେ ‘ହରି, ଅଛୁ । କିରେ ? ' ପରିଚିତ ଗଳାର ସ୍ଵର ଶୁଣି ହରି ଗୁଡ଼ିଆ ମୁଣ୍ଡ ଟେକି ଚାହିଁଲା ଆଉ ତା ପରେ ଧଡ଼ପଡ଼ ହୋଇ ଉଠିବସି ମୁଣ୍ଡ ଉପରେ ହାତ ଦୁଇଟା ଲଗେଇ କହିଲା 'ଆରେ ନଟ ଭାଇ ଯେ, ଏ ଉଦୁଉଦିଆ ଖରାବେଳଟାରେ କୋଉଠୁ ଆଇଲ ମ ? ଏଇ ଦଶୁଟା ବସରେ ? ହରି ଗୁଡ଼ିଆର ପାଟି ଶୁଣି ବାସନ ମଜା ଟୋକା ଟା କେତେବେଳୁ ଛିଡ଼ା ହୋଇଗଲାଣି ।

ଭିତରକୁ ପଶି ଆସି ନଡ଼ବଡ଼ ଚେଆର ଟା ଉପରେ ବସି ପଡ଼ୁ ପଡ଼ୁ କହିଲେ, ‘ହଇରେ ଏ ଟୋକା ! ମନ୍ଦାଏ ପାଣି ଦେଲୁ । ଶୋଷରେ ତଣ୍ଟି ଅଠା ଅଠା ହୋଇଗଲାଣି । ହଁ, ପରା । ଆଉ କହନା ସକାଳୁ ବସଟା ଫେଲ ହେଲି । ବାଧ୍ୟ ହୋଇ ପଛ ବସ୍‌ଟାରେ ଆସିଲି ।'

‘କାହିଁକି ସଞ୍ଜ ବସ୍‌ରେ ଆଇଲନି ?'

‘ଆଉ କ'ଣ ତର ଅଛି ? କାଲି ସଞ୍ଜବେଳକୁ ତାର ପାଇଲି । ବୋଉର ଦେହ ଖରାପ । ରାତିରେ ତ ଆସିବା ପାଇଁ କିଛି ନାହିଁ । ତେଣୁ ବାଧ୍ୟ ହୋଇ ସକାଳୁ ଆଇଲି ।'

‘କଣ ହୋଇଛି ?'

‘କିଛି କ'ଣ ଜଣା ଅଛି ? ଖାଲି ତାର । ଶୀଘ୍ର ଆସ ।'

‘ଏଇନେ ପୁଣି ଗାଁକୁ ଯିବ ? ଏତେ ଖରାଟାରେ ?'

' ନ ଯାଇ ଚାରା ନାହିଁ । ଫେର ଯଦି ଏ ଭିତରେ କ'ଣ ନାଇଁ କ’ଣ ହୋଇଯାଏ ଶେଷ ବେଳକୁ ଆଉ -'ଛି ।ଛି ଛି- ଏ କାଳ କଥା ଆଉ ତୁଣ୍ଡରେ ଧର ନାହିଁ ।'

‘ତୁ ତ ଜାଣୁ ହରି- ମନଟା କାଲି ସଞ୍ଜଠୁ ଏମିତି ପାପ ଛୁଉଁଛି । ରାତି ସାରା କାଲି ଶୋଇ ପାରିନି । ହଉ ଏଥର ଉଠେ ।'

ଗାମୁଛାଟାକୁ ପାଣିରେ ଭିଜେଇ ମୁଣ୍ଡ ଉପରେ ଥୋଇ ଛତା ଧରି ବାହାରି ପଡ଼ିଲେ ନଟବର ବାବୁ । ସଡ଼କ ତଳକୁ ଲମ୍ବିଛି ଅଙ୍କାବଙ୍କା ହୋଇ ପାଦଚଲା ରାସ୍ତା । ବର୍ଷା ଦିନରେ ହିଡ଼ ଉପରେ ରାସ୍ତା ବଦଳରେ ଏଥର ବିଲ ମଝିରେ ରାସ୍ତା ହୋଇଛି । ଚାରିଆଡ଼ର ଆବଡ଼ା ଖାବୁଡ଼ା, ଧାନ ଗଛର ଥୁଣ୍ଟା, ବୁଦା ମଝିରେ ସେଇ ଟିକକ ବେଶ୍ ଚିକ୍କଣ, ପରିଷ୍କାର । ମଣିଷ ଚାଲି ଚାଲି ଧୁଳି ହୋଇଗଲାଣି ଠାଏ ଠାଏ । ଖରା ତେଜରେ ଚାରିଆଡ଼ ଦାଉ ଦାଉ ଜଳୁଛି । ଦୂରକୁ ଚାହିଁ ହେଉନି । ଆଖି ପତା ବୁଜି ଆସୁଛି। ଖରା ତେଜରେ । ନିଆଁ ବର୍ଷଛି ଯେମିତି । ପବନ ଟା ଚୁଲି ମୁଣ୍ଡର ପବନ ପରି ତାତିଛି । ଦେହ ହାତ ପୋଡ଼ି ଯାଉଛି ଗରମରେ ।

ଏ ସବୁକୁ ଭ୍ରୂକ୍ଷେପ ନ କରି ନଟବର ବାବୁ ଛତା ମୁଣ୍ଡାଇ ମୁଣ୍ଡରେ ଓଦା ଗାମୁଛା ଥୋଇ ଚାଲିବାକୁ ଆରମ୍ଭ କଲେ ଏକ ଲୟରେ । ପହଞ୍ଚୁ ପହଞ୍ଚୁ । ଯଦି ବେଶୀ ଡେରି ଜୋହାଇଯାଏ ।

ସେମିତି କିଛି ବେଶୀ ନ ହୋଇଥୁଲେ ବୋଉ କେବେ ଟେଲିଗ୍ରାମ କରି ନଥାନ୍ତା । ସେଇ ଯେ ପାଞ୍ଚ ବର୍ଷ ଦିନରୁ ବାପା ମଲାଠାରୁ ସେ ବୋଉର ଏମିତି ଦେହ ଖରାପ କେବେ ଦେଖି ନାହାନ୍ତି । ଦେଖି ଅଲେ ମଧ୍ୟ ବୁଝି ପାରି ନାହାନ୍ତି । ଆଉ ହୋଇଥୁଲେ ବି ବୋଉ ତାଙ୍କ ଠାରୁ ଲୁଚେଇ ରଖିଛି । କେତେ କଷ୍ଟରେ ମଣିଷ କରିଛି ସେ । ସବୁ ଦୁଃଖଅଭାବ-ଦୈନ୍ୟ ସତ୍ତେ ସେ ତାଙ୍କରି ମୁହଁକୁ ଚାହିଁ ସିଧା ସଳଖ ଛିଡ଼ା ହୋଇ ତାଙ୍କୁ ପାଠ ପଢ଼େଇଛି - ମଣିଷ କରିଛି । ବାହା କରେଇଛି । ନିଜର ସବୁ ସୁଖ ସୁବିଧାକୁ ଜଳାଞ୍ଜଳି ଦେଇ କେବଳ ତାଙ୍କରି ପାଇଁ ସେ ନିଜ ଜୀବନକୁ ଏକାବେଳକେ ଉତ୍ସର୍ଗ କରି ଦେଇଛି । କେବେହେଲେ ତାଙ୍କୁ କିଛି ମାଗି ନାହିଁ । କେବଳ ଦେଇ ଯାଇଛି ।

ସାମାନ୍ୟ ଚାକିରି । ସେଥିରେ ଚାରି ପାଞ୍ଚୁଟା ପିଲା । ଦରମା, ଯାହା ଆଣନ୍ତି ସେତିକିରେ ସଂସାର ଚଳିବା କଷ୍ଟ । ସେଥିପାଇଁ ତାଙ୍କୁ ପାଖରେ ରଖିବାକୁ ଯେତେ କହିଲେ ବି ସେ କେବେ ଭୁବନେଶ୍ଵରରେ ନ ରହି ଗାଁକୁ ପଳେଇ ଆସିଛି । ଭାଗ ଚାଷ ଜମିରୁ ଧାନ ଆଦାୟ କରି ଚାଉଳ କରି, ତାଙ୍କ ପାଖକୁ ପଠେଇଛି । ପିଲାମାନେ ସୁଖରେ ରହିବେ ବୋଲି ଆଜି ମୁଗ ଦି'ଟା, କାଲି ବିରି, ପଅର ଦିନ ବଢ଼ି, ନଡ଼ିଆ, ଚିନାବାଦାମ ସବୁ ଗୋଟି ଗୋଟି କରି ସଜେଇ ସାଜେଇ ନିଜେ ଯାଇ ଦେଇ ଆସିଛି ।

ଆଉ ସେ ? ତା ପାଇଁ କ’ଣ କରିଛନ୍ତି ? କିଛି ନାହିଁ । କେବଳ ନିଜ ସ୍ତ୍ରୀ ପିଲାଖିଲାଙ୍କ ପାଇଁ ସବୁ କିଛି କରିଛନ୍ତି । ଆଶ୍ଚର୍ଯ୍ୟ । ମଣିଷ ଜାତିଟା ଏମିତି ଅକୃତଜ୍ଞ । ପଛକୁ ଫେରି ଚାହେଁନା । ଖାଲି ଆଗକୁ ଦେଖେ । ଖାଲି ମଣିଷ କାହିଁକି ସବୁ ପଶୁପକ୍ଷୀ, ଗଛ, ଲତା । ପ୍ରାଣୀ ଜଗତର ନିୟମ, ଏଇଟା । ପ୍ରାକୃତିକ ନିୟମ । ସୃଷ୍ଟିର ଲୀଳା ଅକ୍ଷୁଣ୍ଡ ରଖିବାକୁ ଗଛ ଯଦି ତାର ପୁରୁଣା ପତ୍ର ଗୁଡ଼ାକୁ ସବୁବେଳେ ନିଜର ଭାବେ ରଖିବାକୁ ଚାହେଁ, ତେବେ ସେ କିପରି ସୃଷ୍ଟି କରିବା ନୂତନ ପତ୍ର, ନୂତନ ଫୁଲ, ନୂତନ ଫଳକୁ ? ଅକୃତଜ୍ଞ ହେବା ବୋଧହୁଏ ସେଇଥିପାଇଁ ଏତେ ସ୍ଵାଭାବିକ ।

ପିଲାଙ୍କ ପାଇଁ ସେ ନିଜେ ବା କଣ ନ କରୁଛନ୍ତି ? ନିଜେ ଭଲ କରି ଗଣେଣ୍ଡ ନ ଖାଇ ନ ପିନ୍ଧି ପିଲାଏ। କେମିତି ଭଲ ଖାଇବେ ଭଲ ପିନ୍ଧିବେ ଭଲ ପାଠ ପଢ଼ିବେ ସେଇଥିପାଇଁ ଅନବରତ ଖଟି ଚାଲିଛନ୍ତି । ସକାଳ ଠାରୁ ରାତି ପର୍ଯ୍ୟନ୍ତ କେବଳ ସେଇ ଚିନ୍ତା । ନିଜେ ଯେମିତି କଷ୍ଟ ସହି ପାଠ ପଢ଼ିଥୁଲେ, ସବୁ ଅସୁବିଧା ସହ୍ୟ କରିଥୁଲେ ସବୁବେଳେ ମନରେ ଭାବନା ହୋଇଛି ମୋ ପିଲାଏ ଯେମିତି ସେମିତି କଷ୍ଟ ନ ପାଆନ୍ତି । ସେତିକି ଅସୁବିଧା ଭୋଗ ନ କରନ୍ତି । ତାଙ୍କ ମନରେ ‘ଗରିବ' ବୋଲି ଯେମିତି ହୀନ ମନ୍ୟତା ନ ରହୁ, ସେଥିପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ଆସିଛନ୍ତି ।

କିନ୍ତୁ ଫଳ କ'ଣ ହେଉଛି ?

ବୋଉର ସ୍ଵାର୍ଥ ତ୍ୟାଗ ଓ ଆଡ୍ରୋତ୍ସର୍ଗ ସାଙ୍ଗେ ସାଙ୍ଗେ ନିଜର ବି ଥୁଲା ପ୍ରଗାଢ଼ ଚେଷ୍ଟା । ସେତେବେଳର ଶିଶୁ ମନ ନେଇ ବୋଉକୁ ସୁଖରେ ରଖିବାର ଦୃଢ଼ ପ୍ରତିଜ୍ଞା । ସେଇଥିପାଇଁ ସେ ଯାହା ହେଉ, ବଡ଼ ନ ହେଉ ପଛେ, ସାଧାରଣ ଭାବେ ବଞ୍ଚିବାର ପାଥେୟ ସଂଗ୍ରହ କରି ପାରିଛନ୍ତି ତ ?

କିନ୍ତୁ ତାଙ୍କର ଏତେ ଆଡ୍ରୋତ୍ସର୍ଗ ସତ୍ତେ ତାଙ୍କ ପିଲାମାନଙ୍କ ଭିତରେ ସେ ଚେଷ୍ଟା କାହିଁ ? ମଣିଷ ହେବାର ଆକାଂକ୍ଷା କାହିଁ ?

କ’ଣ ପାଇଁ ଏମିତି ହେଲା ? କୋଉଠି ଭୁଲ ରହୁଛି ?

ବଡ଼ ପୁଅଟା ବି.ଏ. ପଢୁ ପଢୁ ହିପି ହୋଇଗଲା ।

ଖାଲି ଟଂ ଟଂ ବାହାରେ ବୁଲା । ପାଠ ଶାଠ ନାହିଁ । ଘରକୁ ଖାଇବା ଶୋଇବା ଛଡ଼ା ଅନ୍ୟ କିଛି ପାଇଁ ଆସେନା । କେତେ ବୁଝାମଣା, କେତେ ଗାଳି ମନ୍ଦ ସବୁ ବୃଥା ହେଲା । ବାପା ମା ପାଇଁ ନ ହେଉ, ନିଜର ଛୋଟ ଛୋଟ ଭାଇ ଭଉଣୀ ପ୍ରତି ସାମାନ୍ୟତମ। କର୍ଭବ୍ୟବୋଧ ବି ନାହିଁ ? କଣ ଆଉ କରାଯାଏ ? ଯୁଗ ତ ସେମିତି ହୋଇଛି ? ସମସ୍ତେ କେମିତି ଏକଘରିକିଆ, ବ୍ୟକ୍ତି ନିଷ୍ଠ ସ୍ଵାର୍ଥପର ହୋଇ ଯାଉଛନ୍ତି । ନିଜ ଛଡ଼ା ଯେମିତି ପୃଥିବୀରେ ଆଉ କାହାରି ପ୍ରତି କିଛି ତାଙ୍କର କରିବାର ନାହିଁ । କିନ୍ତୁ ପୃଥିବୀର ସମସ୍ତେ ତାଙ୍କ କାମ କରିବା ଆଗ ଦରକାର ।

ସେଇଥିପାଇଁ ଦୁନିଆ ଅଶାନ୍ତି। ଘରେ । ଝିଅ ଦି'ଟା ବି ସେମିତି ହେଲେଣି । କଲେଜରେ ପାଠ ପଢ଼ିବା ମାନେ ଯେମିତି କେବଳ ଫେସନ ହୋଇ ବୁଲିବାଟା ଏକମାତ୍ର ଉଦ୍ଦେଶ୍ୟ । ଭଲ ଶାଢ଼ି ଦରକାର, ନାନା ପ୍ରକାର ତ୍ରେସ ଦରକାର । ସେସ୍ଲା, ପାଉଡ଼ର, ସେମ୍ପୁ, ନହେଲେ ଯେମିତି କଲେଜରେ ପାଠପଢ଼ା ହୁଏନା । ଘର କାମରେ ଟିକିଏ ମନ ନାହିଁ । ବୋଉକୁ ଟିକିଏ ସାହାଯ୍ୟ କରିବା, କିଛି କାମଦାମ କରିବା । ନା- କିଛିରେ ମନ ନାହିଁ । ସାନଟା ନାଁରେ ତା ପରୋକ୍ଷ ଭାବେ କେତେ କଥା ଶୁଣାଗଲାଣି । ତା' ବୋଉ ତାକୁ ସେଥିପାଇଁ କେତେ ଗାଳି ମନ୍ଦ କଲାଣି । ଦିନେ ତ ଝାଡ଼ୁ ନେଇ ବାଡ଼େଇ ପକେଇଲା । କ’ଣ ହେବ ? ' ମୋତେ ଯେତେ ମାଠି ବୁ ମାଠ ।'

ସବୁଆଡୁ ଅଶାନ୍ତି । ଜୀବନରେ ଟିକିଏ ଶାନ୍ତି ନାହିଁ । ଯାହା ପାଇଁ ସବୁ ସୁଖ ସୁବିଧାକୁ ବଳି ଦେଇଛନ୍ତି ସେମାନେ ଯଦି ଶେଷକୁ ଏମିତି ଅମଣିଷ ହୋଇ ଯାଆନ୍ତି, ତେବେ ସେ ଆମୋତ୍ସର୍ଗର ମୂଲ୍ୟ କ'ଣ ? କି ସୁଖ ଆଉ ରହିଲା ଜୀବନ ଜୋର ?

ଝାଳରେ ପଞ୍ଜାବୀଟା ପୂରାପୂରି ଓଦା ହୋଇ ଗଲାଣି । ଶୋଷରେ ତଣ୍ଟି ଅଠା ଅଠା ହୋଇଯାଉଛି । ଓଦା ଗାମୁଛାଟି ଶୁଖି କାଠ ହୋଇଗଲାଣି । ଆଖି ପୋଡ଼ୁଛି ଖରା ତେଜରେ । ଜୋତା ଗୁଡ଼ାକ ମଧ୍ୟ ଏତେ ଗରମ ହୋଇଗଲାଣି ଯେ ତଳିପାଠୁ ଆରମ୍ଭ କରି ଗୋଟା। ପାଦଟା ସିଝି ଯାଉଛି । କାଢ଼ି ଫୋପାଡ଼ି ଦେବାକୁ ଇଚ୍ଛା ହେଉଛି । ସାରା ଦେହଟା ଗରମ ହୋଇଗଲାଣି । ସତେ ଯେମିତି କିଏ ତତଲା ଲୁହା କରେଇରେ ପକେଇ ଦେଇଛି ।

ହଁ, ସଂସାରଟା ଆଉ କ'ଣ ? ତତଲା ଲୁହା କରେଇ ତ । ଜୀବନସାରା ଖାଲି ଏମିତି ଭାଜି ହେବା କଥା । ସୁଖ କାହିଁ ? ଶାନ୍ତି କାହିଁ ?

ଆଗରେ ଦେଖା ଯାଉଛି ହରିଚନ୍ଦନପୁର ଗାଁ ବ୍ରାହ୍ମଣ ଶାସନ । ଗାଁ ମୁଣ୍ଡ, ପୋଖରୀ ହୁଡ଼ାରେ କୋଡ଼ିଏ ପଚିଶଟ ତାଳ ଗଛ ବାବନାଭୂତ ପରି ହଁ କରି ଛିଡା ହୋଇ ରହିଛନ୍ତି । ହଲ ନାହିଁ କି ଚଲ ନାହିଁ । ପୋଖରୀ ଶୁଖି ଯାଇଛି । କାଦୁଅଗୁଡ଼ା ଶୁଖିଯାଇ ଛ’ କୋଣିଆ ଛ’ କୋଣିଆ ହୋଇ ଫାଟି ଯାଇ ଗୋଟାଏ ଚାଦରର ପେଟାର୍ନି ପରି ମନେ ହେଉଛି । ଫାଟ ଦାଢ଼ରେ ଧଳା ଧଳା ଶୁଖିଲା । ଗେଣ୍ଡା ଖୋଳପା । ପୋଖରୀର ଗୋଟିଏ କ'ଣକୁ ବେଲବଣ । ବେଲବଣ ମଝିରେ ଅରାଏ ସଫା ଜାଗାରେ ବହୁ ଜୀର୍ଣ୍ଣ ପୁରାତନ ଶିବ ମନ୍ଦିରଟିଏ । ମନ୍ଦିରଟା ଭାଙ୍ଗି ଗୁଜି ଗଲାଣି । ଅଧା କାନ୍ଥ ଭିତରେ ଶିବଲିଙ୍ଗ ଖରାବର୍ଷା ଖାଇ ପୂଜା ପାଆନ୍ତି । ବେଲ କଣ୍ଟାରେ ଚାରିଆଡ ଭର୍ତ୍ତି । ବେଲଗଛ ଗୁଡ଼ାକ ଟିକିଏ ଟିକିଏ କଅଁଳିଛନ୍ତି । ବାକି ବଡ଼ ବଡ଼ ଡାଳ ସବୁ କଙ୍କାଳର ହାଡ଼ ପରି ସଂପୂର୍ଣ୍ଣ ଧଳା ଧଳା ଦେଖା ଯାଉଛନ୍ତି ।

ଆଉ ଉପାୟ ନାହିଁ । ନଟବର ବାବୁ, ସେଇ ବେଲବଣ ଭିତରେ କଣ୍ଟା ଆଡ଼େଇ ପଶିଲେ । ଟିକିଏ ବିଶ୍ରାମ ଦରକାର । ଟିକିଏ ଭଲ କରି ଛାଇ ନାହିଁ । ତଥାପି ଗଛ ଗଣ୍ଡି ଟିକିଏ ଭଲ କରି ଛାଇ ନାହିଁ । ତଥାପି ଗଛ ଗଣ୍ଠି ତଳକୁ ଆଉଜି ବସିଲେ ସେ । ମୁଣ୍ଡରେ ଗାମୁଛା କାଢ଼ି ଦେହ ମୁଣ୍ଡ ପୋଛି ହୋଇ କିଛି ସମୟ ବସି ରହିଲେ । ନା, ଆଉ ବସି ରହି ଲାଭ ନାହିଁ । ଶୋଷରେ ତଣ୍ଟି ଅଠା ଅଠା ହେଲାଣି । ଶାସନ ଭିତରେ ପଶି ମନ୍ଦାଏ। ପାଣି ନ ପିଇଲେ ଆଉ ଜୀବନ ରହିବ ନାହିଁ । ସେ ଧୀରେ ଧୀରେ ଉଠି ଗାଁ ଭିତରେ ପଶିଲେ ।

ଗାଁ ମୁଣ୍ଡରେ ବନ୍ଧୁ ଷଡ଼ଙ୍ଗୀର ବାଉଁଶ ବାଡ଼ି । ଗଛରେ ଗୋଟିଏ ହେଲେ ପତ୍ର ନାହିଁ । ପୁଙ୍ଗା ଠୁଙ୍ଗା ଲମ୍ବ ଲମ୍ବ ଗଛଗୁଡ଼ାକ ବିନା ପବନରେ ଦୋହଲୁଛନ୍ତି । କଣ୍ଟା କଣ୍ଟା ଭର୍ଜି ବାଉଁଶ କଣିଗୁଡ଼ାକ ରାସ୍ତା ଉପରକୁ ଅଧେ ମାଡ଼ି ଆସି କଙ୍କାଳର ଆଙ୍ଗୁଳି ପରି ଦେଖା ଯାଉଛନ୍ତି । ସାମାନ୍ୟ ପବନରେ ଶୁଖିଲା ବାଉଁଶ ପତ୍ରଗୁଡ଼ାକ ସାଁ ସୀ କରି ଉଡ଼ି ଆସୁଛନ୍ତି । ବାଉଁଶ ବାଡ଼ି ଶେଷକୁ ମନ୍ଦିର । ତା' ଆଗରେ ମଧୁ ତିଆଡ଼ୀର ଘର । ମନ୍ଦିରର ପୂଜକ । ତା ପଛକୁ ପଛ ଘରକୁ ଘର ଲମ୍ବିଛି । କେଉଁ କାଳର ପୁରୁଣା ମନ୍ଦିର । ଧଉଳା ହୋଇ ନାହିଁ ବୋଧହୁଏ କୋଡ଼ିଏ ପଚିଶ ବର୍ଷ ହେଲା । ବୈଶାଖର ଖରାରେ ମନ୍ଦିର ଉପରର ଶିଉଳିଗୁଡ଼ା ଫାଟି ଫାଟି ଚକଡ଼ା। ଚକଡ଼ା ହୋଇ ଅଧେ ଖସି ଅଧେ ଲାଗି ରହିଛି କାଛୁ ବକଳା, ପରି ।

ମନ୍ଦିର ଚଉତରା ଉପରେ ପଶାପାଲି ପଡ଼ିଛି । ଦଶ ବାର ଜଣ ଘେରି ବସିଛନ୍ତି ଚାରିଆଡ଼େ । ମଝିରେ ମଝିରେ ହୋ ହା ହୋଇ ଚିତ୍କାର ଉଠୁଛି ଗୋଟାଏ ବଢ଼ିଆ ଦାନ ପାଇଁ । ଚଉତରାର ଭିତର ପାଖ କଣକୁ ବଉଳ ଗଛ ଛାଇରେ ଚକାମାଡ଼ି ବସି ମଧୁତିଆଡ଼ୀ। ଏ ଭାଗବତ ପଢୁ ପତୁ ଏଆଡ଼େ କାନ ଡେରି ଦାନ କଥା ବୁଝି ନେଇ, ଗୋଟାଏ ମନ୍ତବ୍ୟ କରି ପୁଣି ଆଉଥରେ ପଢ଼ାରେ ମନ ଦେଉଛନ୍ତି ।

ନଟବର ବାବୁ କେତେବେଳୁ ଆସି ଚଉତରା ପାଖରେ ଛିଡ଼ା ହେଲେଣି। କାହାରି ନଜର ନାହିଁ । ସେ ମଧୁ ତିଆଡୀଙ୍କ ପାଖରେ ଯାଇ ମୁଣ୍ଡିଆ ମାରିଲେ । 'ତିଆଡ଼ୀ ନନା, ଓଳିକି ।’ ମଧୁତିଆଡ଼ୀ ବହିରୁ ମୁହଁ ଉଠାଇ ତାଙ୍କ ମୁହଁକୁ ଘଡ଼ିଏ ଚାହିଁ କହିଲେ 'ଆରେ ନଟ କିରେ, ଏଇ ଧୂମ୍ ଖରାବେଳଟାରେ କୁଆଡ଼ିକି ବାହାରିଛୁ ? 'ଆଉ କହ ନା, ନନା, ବୋଉ’ର ଦିହ ଖରାପ ତାର ପାଇ ସାଙ୍ଗେ ସାଙ୍ଗେ ଆସୁଛି । ଏଇ ବସ୍ ଚେଷ୍ଟାଣ୍ଡରୁ ତ ଏଇନେ ଓହ୍ଲେଇ ସିଧା ଆସୁଛି । ଖାଲି ମନ୍ଦାଏ। ପାଣି ପାଇଁ ଏଠିକୁ ପଶି ଆସିଲି ।ଓଃ, କି ଶୋଷ ।'

ମଧୁତିଆଡ଼ୀ ପାଖରେ ଲୁଙ୍ଗୁରୁ ପୁଙ୍ଗୁରୁ ହେଉଥୁବା ଗୋଟାଏ ଅଧା ଲଙ୍ଗଳା ଟୋକାଟିକୁ ଡାକି କହିଲେ,‘ହଇରେ ପରି, ଗଲୁ ଲୋଟାଏ ପାଣି ଆଣିଲୁ ।' ମନ୍ଦିର ବନ୍ଦ ଅଛି । ଖୋଲା ହେବ ଯାଇ ସନ୍ଧ୍ୟା ବେଳକୁ । ଠାକୁର ଗମ୍ଭୀରାରେ । ପାଣି ପିଇ ସାରି ନଟବର ପାହାଚ ଉପରେ ଠାକୁରଙ୍କୁ ମୁଣ୍ଡିଆ ମାରି ଗୁହାରି ଜଣେଇ ପୁଣି ବାହାରି ପଡ଼ିଲେ । ଛାଇ ତଳୁ ଖରାକୁ ବାହାରି ଆସିଲା ପରେ ଖରାଟା ଯେମିତି ବେଶୀ କଷ୍ଟ ଦେଉଛି । ଜାଲୁଜାଲୁଆ ଦିଶୁଛି। ଚାରିଆଡ଼ ।

ଠାକୁରଙ୍କୁ ପ୍ରାର୍ଥନା କରି ଆସିଛନ୍ତି । ‘ବୋଉକୁ ଭଲ କରିଦିଆ ଠାକୁରେ । ନ ହେଲେ ଅନ୍ତତଃ ମୁଁ ଯିବା ପର୍ଯ୍ୟନ୍ତ ସେ ଯେମିତି ବଞ୍ଚିଥାଉ ।’’। କିନ୍ତୁ ସେ ପ୍ରାର୍ଥନାରେ ଯେମିତି ବିଶ୍ଵାସ ନାହିଁ । ସେ ଡାକିବାରେ ପ୍ରଗାଢ଼ ଆକୁଳତା ବି ନାହିଁ । କେମିତି ଗୋଟିଏ ଲୋକଦେଖାଣିଆ ଅଭ୍ୟାସ । ଗତାନୁଗତିକ ପରମ୍ପରାର ପୁନରାବୃତ୍ତି । କାହିଁକି ଏମିତି ହେଉଛି ? କାହିଁକି ସେ ପ୍ରାଣ ଭରି, ଆକୂଳରେ ଡାକି ପାରୁନାହାନ୍ତି ? ନଟବର ନିଜେ ଗୋଟାଏ ଅସ୍ଵସ୍ତିରେ ଛଟପଟ କରି ଉଠିଲେ । ଏଇ ପ୍ରଚଣ୍ଡ ଖରାରେ ବି ଦେହଟା ତାଙ୍କର ଶୀତେଇ ଉଠିଲା ।

ଏଇ ଅତ୍ୟଧୁକ ଗରମରେ ସବୁ କୂଅ ପୋଖରୀ ନଦୀ ଶୁଖିଗଲା ପରି ତାଙ୍କର ଅନ୍ତରର ସେଇ ବିଶୁଦ୍ଧ ଭଲ ପାଇବାର ଉତ୍ସା କ'ଣ ଶୁଖି ଯାଇଛି, ମଧୁତିଆଡ଼ୀ କହିଲା ପରି ଏ ପାପ ଅନ୍ୟାୟ ଅନାଚାର ଭିତରେ ଠାକୁର ଆଉ କ'ଣ ମନ୍ଦିର ଭିତରେ ବି ନାହାନ୍ତି ? ସେଥିପାଇଁ କ’ଣ ତାଙ୍କର ମନେ ହେଲା ଶୁଖିଲା, ଥୁଣ୍ଟା ବାଉଁଶ ଓ ବେଲ ଗଛ ପରି ମନ୍ଦିରଟା ବି ସେମିତି ଭଙ୍ଗାରୁଜା, ବେଢ଼ଙ୍ଗିଆ ହୋଇ ଯାଇଛି । ଏଇ ଖରାର ଉତ୍ତାପରେ ! କିନ୍ତୁ ତା’ର ଚେର ଲମ୍ବିଛି, କାହିଁ କେଉଁ ପାତାଳକୁ । ସେ ଉଠୁ ରସ ଶୋଷି ଶୋଷି ସେ ଖାଲି ବଞ୍ଚି ରହିଛି । ପୁଣି ଯେତେବେଳେ ବର୍ଷା ହେବ, ପାଣିରେ ଶୁଖିଲା ମଟାଳ ମାଟି କାଦୁଆ ପଚପଚ ହୋଇଯିବ, ସେତିକିବେଳେ ପୁଣି ପତ୍ର କଅଁଳିବ, ଫୁଲ ଫୁଟିବ । ତା’ର ଶୁଖିଲା ଡାଳ ପୁଣି ପୂରି ଉଠିବ ସବୁଜ ପତ୍ରର ମାଂସଳ ପରିପୂର୍ଣ୍ଣତାରେ, ହସ ଫୁଟିବ। ଫୁଲର ପାଖୁଡ଼ା ପାଖୁଡ଼ାରେ ।

କିନ୍ତୁ ବର୍ଷା କେବେ ଆସିବ ? କେବେ ପୁଣି ବୈଶାଖର ଗୌରିକ ଆକାଶ ଶବ୍ୟାମଳ ମେଘର ବାତ୍ସଲ୍ୟମୟୀ କରୁଣାରେ ପୂରି ଉଠିବ ? କିଏ ଖୋଜି ବାହାର କରିବ ସେଇ ପାତାଳମୁଖୀ ଝରଣାର ଚିରନ୍ତନ ଉତ୍ସ କୁ ?

ରାସ୍ତା ସରି ଆସୁଛି । ନଡ଼ିଆ ବଣ ଭିତରେ ଚକମକ୍ ମାରୁଛି। ସୁରଜମଲ ମାରୁଆଡ଼ିର ଧଳା କୋଠାଟା । ମଦନପୁର । ସେଇଠୁ ଆଉ ପାଏ ବାଟ ଗଲେ ତାଙ୍କ ଗାଁ ପଡ଼ିବ । ମଦନପୁର ମୌଜା ଓ ତାଙ୍କ ମୌଜାର ସୀମା ଚିହ୍ନଟ କରୁଥୁବା ପ୍ରକାଣ୍ଡ ବର ଗଛଟା ବି ଦେଖା ଯାଉଛି । ଜୋରରେ ଜୋରରେ ପାଦ ପକେଇ ଚାଲିଲେ ନଟବର ।

ବିରାଟ ଅଶ୍ଵତଥା ଗଛଟି । ଦି’ଚାରିଜଣ ମଣିଷର କୁଣ୍ଢ ପାଇବ ନାହିଁ ଏତେ ବଡ଼ ଗଣ୍ଠି । ଏତେ ବଡ଼ ଗଛଟା ଅଥଚ ଟିକିଏ ବୋଲି ଛାଇ ନାହିଁ । ଗୋଟାଏ ହେଲେ ବି ପତ୍ର ନାହିଁ । ଟିକିଏ ଟିକିଏ କଅଁଳୁଛି । ଗଛ ଚାରିପଟେ ଛୋଟ ଛୋଟ ଅସଂଖ୍ୟା ଅଶ୍ଵତଥା କୋଳି । କେତେ ବଡ଼ ଗଛ- ଅଥଚ କେତେ ଛୋଟ ତା'ର ଫଳ । ନଟବର ମନେ ମନେ ହସିଲେ । ଗୋଟାଏ ବଡ଼ ଚେର ଉପରେ ଦଣ୍ଡେ ବସିଗଲେ ସେ । ଗଛ ଗଣ୍ଠି ଉପରେ ମୋଟା ନାଲି ସିନ୍ଦୁର ଦାଗ । ତା ତଳକୁ ଲମ୍ବିଛି ନାଲି ପିମ୍ପୁଡ଼ିର ଧାର । ସୁରଜମଲ ମାରୁଆଡିର ବାପା ସବୁଦିନ ସକାଳେ ଏଇଠି ପିମ୍ପୁଡ଼ିମାନଙ୍କ ପାଇଁ ଗୁଡ଼ା କି ଚିନି ଦେଇଯାଏ । ନଟବର ମନକୁ ମନ ହସିଲେ ।

ଏଇ ଅଶ୍ଵତଥା ଗଛ ମୂଳେ ବସି ବୁଦ୍ଧଦେବ । କୁଆଡ଼େ ବୁଦ୍ଧତ୍ବ ପ୍ରାପ୍ତ ହୋଇଥୁଲେ । ଏଇ ଗଛ ମୂଳେ ମହାବୀର ଜୀନ ପରମ ଜ୍ଞାନ ପାଇଥୁଲେ । ବୁଦ୍ଧଙ୍କର ଧର୍ମ କୁଆଡ଼େ ଗଲା, ଜୈନ ଧର୍ମ କୁଆଡ଼େ ଗଲା, ଖାଲି ଗଛଟା ହିଁ ପୂଜା ପାଉଛି । କି ଅଛି । ଏଇ ଗଛରେ ? ନା ଟିକିଏ ଛାଇ - ନା ତା’ର କାଠ କିଛି କାମରେ ଆସୁଛି ?

ସମୟର ଖରା ଏମିତି ଶୋଷିନିଏ ପ୍ରକାଶିତ ରସର ପୋଖରୀ, ନଦୀକୁ । କିନ୍ତୁ ଶୋଷିପାରେ ନାହିଁ ସାତତାଳ ଭେଦୀ ଭିତରେ ଭିତରେ ପରିବ୍ୟାପ୍ତ ହୋଇ ରହିଥୁବା ରସର ସମୁଦ୍ରକୁ । ପୁଣି ଜଣେ କିଏ ଭଗୀରଥ ଜନ୍ମ ହୋଇ ତାକୁ ପୁଣି ବାଟ କଢ଼େଇ ଆଣିବ। ପୃଥିବୀ ଉପରକୁ । ଆଉ ଜଣେ କିଏ ଅର୍ଜୁନ ତୀକ୍ଷଣ ଶରରେ ପୃଥିବୀର କଠିନ ଆବରଣ ଭେଦ କରି ପୁନରାୟ ଉପରକୁ ଉଠାଇ ଆଣିବ ସ୍ଵତଃ ନିଃସାରିତ ଝରଣାର ସ୍ରୋତକୁ । କିନ୍ତୁ ତା' ଆଗରୁ ଏଇ ଶୁଷ୍କ ଟାଙ୍ଗର। ଧୁସର ଭୂମି ଉପରେ ଶୀତଳ ଜଳ ପ୍ରକାଶ କ’ଣ କୋଉଠି ନାହିଁ ?

ଏମିତି ଭାବୁ ଭାବୁ ନଟବର କେତେବେଳେ ବରଗଛ ପାଖରେ ପହଞ୍ଚି ଯାଇଛନ୍ତି ଜାଣନ୍ତି ନାହିଁ । ହଠାତ୍ ବରଗଛ ତଳର ଶୀତଳ ଛାଇରେ ତାଙ୍କର ଚେତା ପଶିଲା । ସାରା ଦେହରେ ଯେମିତି କ'ଣ ମଧୁର ଶୀତଳ ସ୍ପର୍ଶ ଦେଇଗଲା । ଆଃ କି ଆରାମ । ସେ ଆଉ ଟିକିଏ ଘଞ୍ଚ ଛାଇ ତଳେ ଯାଇ ବସି ପଡ଼ିଲେ । ପ୍ରକାଣ୍ଡ ବରଗଛ । ତାଙ୍କ ପିଲା ଦିନରୁ ସେ ତାକୁ ଏମିତି ଦେଖି ଆସିଛନ୍ତି । ଏଇ କେତେ ବର୍ଷ ଭିତରେ ଆହୁରି ବଢ଼େଇ ଦେଇଛି । ପାଖକୁ କେତେ ଗୁଡ଼ାଏ। ଗୋରୁ ବସି ପାକୁଳି କରୁଛନ୍ତି । କିଏ କେତେଟା ଡାଳ କାଟି ପକେଇ ଦେଇଛି। ସେ ତା'ରି ଚାରିପାଖରେ ଛେଳିଗୁଡାଏ ପତ୍ର ଛିଣ୍ଡାଇ ଛିଣ୍ଡାଇ ଖାଉଛନ୍ତି । ଦୁଇ ଚାରିଟା ପିଲା । ଏଇ ଧୂମ୍ ଖରାବେଳଟାରେ ଓହଳରେ ଝୁଲି ଝୁଲି ଡାଳ ମାଙ୍କୁଡି ଖେଳୁଛନ୍ତି । ତାଙ୍କ ପାଖକୁ ଟିକିଏ ଦୂରରେ କେତେ ଜଣ ତାଙ୍କରି ପରି ବାଟୋଇ ଚାରିକାତ ମେଲେଇ ନିଘୋଡ଼ ନିଦରେ ଶୋଇ ଯାଇଛନ୍ତି । ସାରା ଗଛଟା ଭର୍ତ୍ତି ନାନା ପ୍ରକାର ଚଢ଼େଇ । ସେମାନଙ୍କର କିଚିରି ମିଚିରି ଶବ୍ଦରେ କାନ ଅତଡ଼ା ପଡ଼ି ଯାଉଛି । କିନ୍ତୁ ସବୁ ସତ୍ତେ ବି ଗଛଟା ଯେମିତି ତା’ର ସହସ୍ର ବାହୁ ମେଲେଇ ତାର ସବୁ ସନ୍ତାନକୁ ଆନନ୍ଦରେ ଆଲିଙ୍ଗନ କରି ରଖିଛି ଏକ ମହାନ୍ ସ୍ରୋହମୟୀ ‘ଜନନୀ ପରି !

ମୁଣ୍ଡ ତଳେ ଗାମୁଛା ଟା ଦେଇ ଗଢ଼ି ପଡ଼ିଲେ ନଟବର । ଜୋତା ଗୁଡ଼ା କାଢ଼ି ପକେଇ ଦୂରକୁ ଥୋଇ ଦେଲେ । ନିଆଁ ପରି ତାତିଥୁଲା। ସେଗୁଡ଼ାକ । କାଣି ଆଙ୍ଗୁଳି କଣରେ ଗୋଟାଏ ଫୋଟକା ବାହାରିଲାଣି । ଜୋତା କାଢ଼ି ଦେଲା ମାତ୍ରେ ପାଦ ଦୁଇଟା ଥଣ୍ଡା ହୋଇ ଆସିଲା । ଗୋଡ଼ ଲମ୍ବଇ ଉପରକୁ ମୁହଁ କରି ସେ ଆଖି ବୁଜିବା ଆଗରୁ ଚାରି ଆଡ଼କୁ ଅନେଇ ଦେଲେ । ଗୋଟାଏ ଜାଗାରେ ତାଙ୍କର ଆଖି ଅଟକି ଗଲା । କୋରଡ଼ ଭିତରେ ଉଠିଛି ଅଶ୍ଵତଥା ଗଛ ଆଉ ବେଲ ଗଛ । ସେ ପରମ ତୃପ୍ତିରେ ଆଖି ବୁଜିଲେ ।

ସେଇ ମୁଦା ଆଖିପତା ଉପରେ ଭାସି ଉଠିଲା ଗୋଟାଏ ବିରାଟ ବରଗଛର ଛବି । ଆଉ ସେଇ ବରଗଛଟିକୁ ଆଚ୍ଛନ୍ନ କରି ଆଉ ଗୋଟାଏ ଛବି । ସେ ଛବି ତାଙ୍କ ବୋଉ’ର । କ୍ରମେ କ୍ରମେ ସେ ଛବିଟା ଲିଭିଯାଇ ଆହୁରି ଗୋଟାଏ ଛବି ଦେଖାଗଲା । ସେ ଛବିଟା ତାଙ୍କ ନିଜର ।

ଆଧାର - ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା

2.98
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top