ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ବାଣପୁର
ସେଆର କରନ୍ତୁ

ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ବାଣପୁର

ପାଇକ ବିଦ୍ରୋହ ବାଣପୁର ଅଞ୍ଚଳରୁ ଆରମ୍ଭ ହୋଇଥିଲା । ବାଣପୁରକୁ ଇଂରେଜ ଶାସନରୁ ମୁକ୍ତ ପାଇଲା ସେ ସମ୍ବନ୍ଧୀୟ ସୂଚନା ।

ପାଇକ  ବିଦ୍ରୋହ

ଇଂରେଜମାନଙ୍କ ବିରୋଧରେ ହୋଇଥିବା ଯେତେ ବିଦ୍ରୋହ ଏପରିକି ସିପାହୀ ବିଦ୍ରୋହ, ପାଇକ ବିଦ୍ରୋହ ଭଳି ଦୀର୍ଘ ସମୟ ଲାଗି ନଥିଲା । ବାସ୍ତବରେ ଏହା ଥିଲା ଏକ ଗଣ ବିପ୍ଳବ । ସମାଜର ପ୍ରତ୍ୟେକ ବର୍ଗର ଲୋକେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହା ଗଣ ବିପ୍ଲବ ହୋଇଥିବାରୁ ଏହା ଦୀର୍ଘ ସମୟ ଲାଗି ରହିଥିଲା । ପାଇକ  ବିଦ୍ରୋହ ବାଣପୁର ଅଞ୍ଚଳରୁ ଆରମ୍ଭ ହୋଇଥିଲା । ପୁନଶ୍ଚ ୧୮୩୬ ଖ୍ରୀଷ୍ଟାବ୍ଦରେ  ବାଣପୁର ଅରାଙ୍ଗ ଗଡର ଦଳବେହେରା କୃତ୍ତିବାସ ପାଟଶାହାଣୀଙ୍କ ନେତୃତ୍ଵରେ ବିଦ୍ରୋହ ସଂଘଟିତ ହୋଇ ଇଂରେଜମାନଙ୍କୁ ବାଣପୁରରୁ ୧୮୩୬ ଜୁନ ୪,୫,୬ ତାରିଖ ତିନିଦିନ ଧରି ବିତାଡିତ କରାଯାଇ ପାରିଥିଲା ତାହା ପ୍ରତ୍ୟେକଙ୍କୁ ବିସ୍ମୟ ଲାଗେ ।

ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ପରିଚାଳିତ

ଚାହୁଁ ଚାହୁଁ ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତ୍ତି ପାଳିତ ହେବାକୁ ଯାଉଛି । ଖ୍ରୀ ୧୮୧୭ର ପାଇକ ବିଦ୍ରୋହ ଯେ ଭାରତର ପ୍ରଥମ ସ୍ଵାଧୀନତା ସଂଗ୍ରାମ ଏହା ଆମେ ଭୁଲିଯିବା ଉଚିତ୍ ନୁହେଁ । ବାଣପୁରରୁ ହିଁ ବିପ୍ଲବର ଧ୍ୱନି ପ୍ରକମ୍ପିତ ହୋଇଥିଲା । ବକ୍ସି ଜଗବନ୍ଧୁ ଦେବାନ୍ କୃଷ୍ଣଚନ୍ଦ୍ରଙ୍କ ପାଇଁ ବାଣପୁର ବିପ୍ଲବର ଧ୍ୱନି ଶତସିଂହର ବଳ ଆଣି ଦେଇଥିଲା । ସେ ଦୁହେଁ ତତକ୍ଷଣାତ୍ ପରିସ୍ଥିତିର ପୂର୍ଣ୍ଣ ସୁଯୋଗ ନେଇ ସେହି ବିପ୍ଲବର ନେତୃତ୍ଵ ନେଲେ । ବାଣପୁର ଅଞ୍ଚଳରେ ବକ୍ସିଙ୍କର ପ୍ରଧାନ ସହଯୋଗୀ ଥିଲେ ଭାଟପଡ଼ା ଦଳବେହେରା ଦୀନ ବନ୍ଧୁ ସାମନ୍ତରାୟ, ପଞ୍ଚୁପଲ୍ଲୀ ଦଳବେହେରା ହରି ମାନସିଂହ, ଛତ୍ରଗଡ଼ର ବିଶୋଇ ରଥି ସାମନ୍ତସିଂହାର ଓ ଅରାଙ୍ଗ ଅଞ୍ଚଳର ପାଞ୍ଚ ପାଇକ ସର୍ଦ୍ଦାର । ଦୀନବନ୍ଧୁ ସମାନ୍ତରାୟଙ୍କ ନିଜ ଅଧୀନରେ ଥିବା ଶହେ ପାଇକ ବ୍ୟତୀତ ଘୁମୁସର  ଅଞ୍ଚଳରୁ ଆସିଥିବା ବେତନ ଭୋଗୀ ଶହେ କନ୍ଧ ପାଇକ ଥିଲେ । ଘୁମୁସର ଅଞ୍ଚଳରେ  ଇଂରେଜମାନଙ୍କ ବିରୋଧରେ ଲୁଟପାଟ କରୁଥିବା କନ୍ଧମାନେ ଦୋହରା ବିଷୋୟୀଙ୍କ ନିର୍ଦ୍ଦେଶରେ ଘଞ୍ଚ ଜଙ୍ଗଲ ଦେଇ ବାଣପୁର ମାଡି ଆସିଲେ । ସେଇ ବାଣପୁରରେ ହିଁ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ପରିଚାଳିତ ଐତିହାସିକ ପାଇକ ବିଦ୍ରୋହର ପ୍ରଥମ ଅଗ୍ନିକଣା ପ୍ରଚଣ୍ଡ ବନାଗ୍ନି ରୂପ ଧରି ଦାଉ ଦାଉ ହୋଇ ଜଳି ଉଠିଲା । ବିଦ୍ରୋହୀମାନଙ୍କ ଦ୍ଵାରା ବାଣପୁର ଖଜଣା ଖାନାରୁ ଟ.୧୫,୦୦୦/-ଙ୍କା ଲୁଟି ହୋଇଗଲା । ବାଣପୁରରେ ଥାନା ସମେତ ସମସ୍ତ ସରକାରୀ କୋଠାବାଡି ଭସ୍ମୀଭୂତ ହୋଇଗଲା । ଚାହୁଁ ଚାହୁଁ ଛତ୍ରଗଡ଼ ଠାରୁ ଦାରୁଠେଙ୍ଗ ପର୍ଯ୍ୟନ୍ତ ଏବଂ ପାଞ୍ଚଗଡ଼ ଠାରୁ ପୁରୁଷୋତ୍ତମ କ୍ଷେତ୍ର ପର୍ଯ୍ୟନ୍ତ ସମସ୍ତ ଖୋର୍ଦ୍ଧା ରାଜ୍ୟକୁ ବିଦ୍ରୋହ ଭୟଙ୍କର  ବେଗରେ ବ୍ୟାପିଗଲା । କଟକର କୁଜଙ୍ଗରେ ମଧ୍ୟ ବିଦ୍ରୋହର ନିଆଁ ଜଳି ଉଠିଲା ।

ପାଇକ ବିଦ୍ରୋହ ସମୟରେ ବାଣପୁର, ପାଞ୍ଚଗଡ଼, ଖୋର୍ଦ୍ଧା, ରଙ୍ଗପଡା, କଣାସର ଦୋବନ୍ଧା, ପୁରୀ, ପିପିଲି, ବାଳକାଟି, ଚନ୍ଦକା,କୁଜଙ୍ଗ ଆଦି ବିଭିନ୍ନ ସ୍ଥାନରେ ସାମୟିକ ଭାବେ ସଂଗ୍ରାମ ଲାଗିରହି ଇଂରେଜ ଶାସନକୁ ଟଳମଳ କରି ରଖିଥିଲା । ଏହି ପାଇକ ବିଦ୍ରୋହ ୧୮୧୭ରୁ ୧୮୨୫ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଦୀର୍ଘ ଆଠ ବର୍ଷ ଧରି ଲାଗି ରହିଥିଲା । ଇଂରେଜମାନଙ୍କ ବିରୋଧରେ  ହୋଇଥିବା ଯେତେ  ବିଦ୍ରୋହ ଏପରିକି ସିପାହୀ ବିଦ୍ରୋହ, ପାଇକ ବିଦ୍ରୋହ ଭଳି ଦୀର୍ଘ ସମୟ ଲାଗି ନଥିଲା । ବାସ୍ତବରେ ଏହା ଥିଲା ଏକ ଗଣ ବିପ୍ଲବ । ସମାଜର ପ୍ରତ୍ୟେକ ବର୍ଗର ଲୋକେ ଏଥିରେ ଅଂଶ ଗ୍ରହଣ କରିଥିଲେ । ଏହା ଗଣ ବିପ୍ଲବ ହୋଇଥିବାରୁ ଏହାଦୀର୍ଘ ସମୟ ଲାଗି ରହିଥିଲା । ପାଇକ ବିଦ୍ରୋହ ବାଣପୁର ଅଞ୍ଚଳରୁ ଆରମ୍ଭ ହୋଇଥିଲା । ପୁନଶ୍ଚ ୧୮୩୬ ଖ୍ରୀଷ୍ଟାବ୍ଦରେ ବାଣପୁର ଅରାଙ୍ଗ ଗଡର ଦଳବେହେରା  କୃତ୍ତିବାସ ପାଟଶାହାଣୀଙ୍କ ନେତୃତ୍ଵରେ ବିଦ୍ରୋହ ସଂଘଟିତ  ହୋଇ ଇଂରେଜମାନଙ୍କୁ ବାଣପୁରରୁ ୧୮୩୬ ଜୁନ ୪,୫,୬ ତାରିଖ ତିନିଦିନ ଧରି ବିତାଡିତ କରାଯାଇ ପାରିଥିଲା । ତାହା ପ୍ରତ୍ୟେକଙ୍କୁ ବିସ୍ମୟ ଲାଗେ ।

ପାଇକ ବିଦ୍ରୋହ ପରେ ଖୋର୍ଦ୍ଧାର ପାଇକ ସର୍ଦ୍ଦାରମାନେ ମଝିରେ ମଝିରେ ଇଂରେଜ ଶାସନ ବିରୋଧରେ ବିଦ୍ରୋହ କରୁଥିଲେ  । ୧୮୨୭ରେ ତାପଙ୍ଗ ଗଡର ଦଳବେହେରା ମାଧବ ଚନ୍ଦ୍ର ରାଉତରାୟଙ୍କ ବିଦ୍ରୋହ ଫଳରେ ଇଂରେଜ ସୈନ୍ୟଙ୍କୁ ତାଙ୍କ ସହିତ ଯୁଦ୍ଧ କରିବାକୁ ପଡିଥିଲା । କିନ୍ତୁ ୧୮୧୭ପାଇକ ବିଦ୍ରୋହର ଦୀର୍ଘ ୧୯ବର୍ଷ ପରେ ୧୮୩୬ ଖ୍ରୀଷ୍ଟାବ୍ଦରେ ପୁଣି ଥରେ ବାଣପୁର ଅରାଙ୍ଗଗଡର ଦଳବେହେରା କୃତ୍ତିବାସ ପାଟଶାହାଣୀଙ୍କ ଇଂରେଜ ଶାସନକୁ  ମୁକ୍ତକରି ବାଣପୁରର ସ୍ଵାଧୀନତା କରିଥିଲେ ।

ବାଣପୁରକୁ ଇଂରେଜ ଶାସନରୁ ମୁକ୍ତ

ସ୍ଵର୍ଗତ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ ତାଙ୍କର ‘ଓଡ଼ିଶାର ସ୍ଵାଧୀନତା ସଂଗ୍ରାମର ଇତିହାସ ପୁସ୍ତକରେ ବାଣପୁର ବିଦ୍ରୋହ ବା ପଞ୍ଚୁଆ ଫତୁରି ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ।  ରୋଡଙ୍ଗଗଡ଼ର ପଂଚାନନ ନାୟକ(ଡାକ ନାମ ପଞ୍ଚୁଆ) ତିନି ଦିନ ବ୍ୟାପୀ ବିଦ୍ରୋହ ସମୟରେ ବାଣପୁରର ରାଜା ହୋଇଥିବାରୁ ସେ ବିଦ୍ରୋହକୁ ‘ପଞ୍ଚୁଆ ଫତୁରି’ ଆଖ୍ୟା ଦେଇଥିଲେ । ଫକୀର ହରିଚନ୍ଦନ ତାଙ୍କ ରଚିତ ପୁସ୍ତକ ଖୋର୍ଦ୍ଧା ଇତିହାସର ଅନ୍ତରଳେ ଏହା ବିଶଦ ଭାବେ ବର୍ଣ୍ଣନା କରିଛନ୍ତି ।

ବାଣପୁର ଅରାଙ୍ଗର ମଧୁ ବିଷୋଇ ପାଇକ ବିଦ୍ରୋହରେ ବକ୍ସିଙ୍କର ଜଣେ ସହଯୋଗୀ ବିଦ୍ରୋହୀ ଥିଲେ । ତାଙ୍କର ଦୁଇ ପୁଅ ଲୋଚନ ବିଷୋଇ, ଶିବ ବିଷୋଇ ଓ ଅରାଙ୍ଗ ଦଳବେହେରା ଶ୍ୟାମ ସୁନ୍ଦର ପାଟଶାହାଣୀଙ୍କ ପୁଅ କୃତ୍ତିବାସ ପାଟଶାହାଣୀ ‘ପଞ୍ଚୁଆ ଫତୁରୀ’ର ମୁଖ୍ୟ ନାୟକ ଥିଲେ । ୧୯୩୬ ଜୁନ୍ ମାସ ୧ ତାରିଖରେ  ଅରାଙ୍ଗର କୃତ୍ତିବାସ ପାଟଶାହାଣୀ, ଲୋଚନ ବିଷୋଇ, ଶିବ ବିଶୋଇ, ପଂଚାନନ ନାୟକ, ସାଧୁ ଜାନି, ଦୀନା ଜାନି ପ୍ରଭୃତି ବିଦ୍ରୋହୀ ନେତାମାନେ ଏକ ବୈଠକରେ ମିଳିତ ହୋଇ ବାଣପୁରକୁ ଇଂରେଜ ଶାସନକୁ ମୁକ୍ତ କରିବାକୁ ସିଦ୍ଧାନ୍ତ ନେଲେ ଏବଂ ସେହି ବୈଠକରେ ରୋଡଙ୍ଗ ବକ୍ସିଙ୍କ ଅନୁରୂପେ ପଂଚାନନ ନାୟକଙ୍କୁ ବିଦ୍ରୋହର ନେତା ରୂପେ ମନୋନୀତ କରାଗଲା । ସେହି ବୈଠକରେ ହିଁ ବାଣପୁରର ରାଜା ଶରଣସିଂହ ବୋଲି ଘୋଷଣା କରାଗଲା । କୃତ୍ତିବାସ ପାଟଶାହାଣୀ ରାଜା  ଶରଣସିଂହଙ୍କର ବୋଲି ଘୋଷଣା କରାଗଲା । କୃତ୍ତିବାସ ପାଟଶାହାଣୀ ରାଜା ଶରଣସିଂହଙ୍କର ପ୍ରଧାନମନ୍ତ୍ରୀ ତଥା ସେନାପତି ହେଲେ ଏବଂ ପ୍ରବଳ ଆନନ୍ଦ ଓ ଉନ୍ମାଦନା ଭିତରେ ରାଜା ଓ ସେନାପତିଙ୍କର ଶାଢୀବନ୍ଧା ଉତ୍ସବ ପାଳିତ ହେଲା ।

୧୯୩୬ ଜୁନ୍ ୪ ତାରିଖ ଶନିବାର ରାତିରେ ରାଜା ଶରଣସିଂହ, ସେନାପତି କୃତ୍ତିବାସ  ପାଟଶାହାଣୀ ଓ ସର୍ଦ୍ଦାର ଲୋଚନ ବିଶୋଇ ତାଙ୍କର କନ୍ଧ ପାଇକ ବାହିନୀ ଧରି ଅରାଙ୍ଗରୁ ବାଣପୁର ଅଭିଯାନ ଆରମ୍ଭ କଲେ । ସେମାନଙ୍କ ସହିତ ଆଖପାଖ ଗାଁର ପାଇକ ଓ ଦଳବେହେରାମାନେ ବିପୁଳ ଉତ୍ସାହ ଓ ଉଦ୍ଦୀପନାର ସହିତ ଯୋଗ ଦେଲେ । ଶହ  ଶହ ବିଦ୍ରୋହୀ ପାହାନ୍ତାବେଳକୁ ବାଣପୁର ନିକଟରେ ରୁଣ୍ଡ ହେଲେ । ୫ତାରିଖ ରବିବାର ସକାଳୁ ବିଦ୍ରୋହୀମାନେ ହଜାର ହଜାର ସଂଖ୍ୟାରେ ମେଳି ହୋଇ ବାଣପୁର ସହରରେ ପଶିଲେ ଓ ସରକାରୀ ପକ୍ଷ ଲୋକଙ୍କ ଘରପୋଡ଼ି ଲୁଟ କଲେ । ବିଦ୍ରୋହମାନେ ଖଜଣାଖାନା ଲୁଟ କଲେ । ଥାନା ପୋଡି ଦେଲେ । ଥାନା ପୋଲିସ ଓ ସରକାରୀ ଲୋକେ ପ୍ରାଣଭୟରେ ଚିଲିକା କୂଳ ବଡକୂଳକୁ ଚାଲିଗଲେ । ସେମାନଙ୍କ ସଂଖ୍ୟା କମ ଥିବାରୁ ପାଇକ ବାହିନୀର ମୁକାବିଲା କରିପାରିନଥିଲେ । ଶରଣସିଂହଙ୍କ ନାଁରେ ପରୱାନା ଜାରି କରାଯାଇ ଦଳେଇ ଦଳବେହେରାଙ୍କୁ ପାଇକ ଓ ଅସ୍ତ୍ରଶସ୍ତ୍ର ପଠାଇବାକୁ ହୁକୁମନାମା ପଠାଗଲା ।

ସୋମବାର ଦ୍ଵିପ୍ରହର ବେଳକୁ ବିଦ୍ରୋହୀମାନେ ବଡକୂଳ ଅଭିଯାନରେ ବାହାରିଲେ । ସେଠାରେ ଥିବା ଲୁଣ ଗୋଦାମଘର ପୋଡ଼ି ଦେଲେ । ସେଠାରେ ଆଶ୍ରୟ ନେଇଥିଲା ପୋଲିସ୍ ଓ ସରକାରୀ କର୍ମଚାରୀମାନେ ବଡକୂଳ ଛାଡ଼ି ପଳେଇ ଗଲେ । ଏହାପରେ କଟକରୁ ଇଂରେଜ ସିପାହୀ ଚାଲି ଆସିଲେ । ଇଂରେଜକୁ ଭଲ ପାଉଥିବା କିଛି ଲୋକଙ୍କ ସାହାଯ୍ୟ ଓ କୌଶଳକ୍ରମେ ଭୀମପୁର ଠାରେ ପାଇକମାନଙ୍କୁ ଗିରଫ କରାଗଲା । କିନ୍ତୁ ବିପ୍ଲବର ନେତା କୃତ୍ତିବାସ ପାଟଶାହାଣୀଙ୍କୁ ଗିରଫ କରାଯାଇ ପାରିନଥିଲା । ସେଥିଲେ ଦେବୀ ଭକ୍ତ । ହନ୍ତୁଆଡ଼ ଠାରେ ଟିକିରେଇ ଠାକୁରାଣୀଙ୍କ ମନ୍ଦିରରେ ସୂକ୍ଷ୍ମ ଚାରୁକଳା ବିମଣ୍ଡିତ ଉଗ୍ରତାରା ମୂର୍ତ୍ତି ଏକଦା ବଙ୍କାଡ ଗଡ଼ରେ ପୂଜା ପାଉଥିଲେ । କୃତ୍ତିବାସ ନୀତି ରାତ୍ରରେ ଦେବୀଙ୍କୁ ଦର୍ଶନ କରିବାକୁ ଯାଆନ୍ତି । ବାସୁଦେବ ନରେନ୍ଦ୍ର ସିଂହ ନାମକ ଜଣେ ବ୍ୟକ୍ତି ଇଂରେଜଙ୍କ ଠାରୁ ତାଙ୍କୁ ଧରାଇଦେବା ପାଇଁ ଘୋଷଣା ହୋଇଥିବା ୮ ବାଟି ୧୦ମାଣ ଜମି ସମ୍ପତ୍ତି ଲୋଭରେ ତାଙ୍କୁ କୌଶଳକ୍ରମେ ଘରକୁ ଡାକି ଧରାଇ ଦେଇଥିଲେ ।

ବାଣପୁର ବିଦ୍ରୋହରେ ଅଭିଯୁକ୍ତମାନଙ୍କ ବିଚାର ଅଦାଲତରେ ୯ମାସ ଧରି ଚାଲିବା ପରେ  ତା୨୫.୦୩.୧୮୩୭ରିଖରେ କଟକର କମିଶନର କୋଲତାସ୍ଥିତ ଫୋର୍ଟ ଉଇଲିୟସ୍ଥିତ ବ୍ରିଟିଶ ସରକାରଙ୍କ ବିଚାର ବିଭାଗ ଶାସନ ସଚିବଙ୍କ ନିକଟକୁ ପଠାଇଥିବା ୬୧୦ ନମ୍ବର ଚିଠି ମୁତାବକ ଯେଉଁମାନଙ୍କୁ ଦଣ୍ଡବିଧାନ କରଯାଇଥିଲା ।

ସେମାନେ ହେଲେ –

  1. ଶରଣସିଂହ, କୃତ୍ତିବାସ ପାଟଶାହାଣୀ, ଶିବୁ ନାୟକ ଓ ପାଦୁକୀ -୪ଜଣଙ୍କୁ ଯାବଜ୍ଜୀବନ ଦ୍ଵିପାନ୍ତର ଦଣ୍ଡ ।
  2. ଜଳଧର ନାୟକ ଓ ଅନ୍ୟ ୨୨ଜଣଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ (ବେଡ଼ି ସହିତ )
  3. ଶୁକଦେବ ଦାସ ଓ ଅନ୍ୟ ୩୭ଜଣଙ୍କୁ ୪ବର୍ଷ ସଶ୍ରମ କାରାଦଣ୍ଡ (ବେଡ଼ି କିମ୍ବା ତା’ ବଦଳରେ ଟ୨୫/-ଙ୍କା ଜୋରିମାନା  ସହ )
  4. ନାଲୁ ସାଉ ଓ ଅନ୍ୟ ୧୪ ଜଣଙ୍କୁ  ୩ ବର୍ଷ ସଶ୍ରମ କାରାଦଣ୍ଡ (ବେଡ଼ି କିମ୍ବା ତା’ବଦଳରେ ଟ୨୦/-ଙ୍କା ଜୋରିମାନା ସହିତ ) ।

ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ପାଇକ ବିଦ୍ରୋହ  ହେଉ କି କୃତ୍ତିବାସ ପାଟଶାହାଣୀଙ୍କ ନେତୃତ୍ଵରେ ବାଣପୁର ବିଦ୍ରୋହ ହେଉ ଉଭୟ ବିଦ୍ରୋହରେ  ବାଣପୁର ଅଧିବାସୀଙ୍କର ଅବଦାନ ଅତୁଳନୀୟ । ସେମାନଙ୍କର ବୀରତ୍ଵ ଓ ଶୌର୍ଯ୍ୟଗାଥା ଯୁଗ ଯୁଗ ଧରି କୀର୍ତ୍ତି ବିମଣ୍ଡିତ ହୋଇ ରହିବ । ୧୯୩୬ ଜୁନ୍ ୪,୫ ଓ ୬ ତାରିଖ ୩ ଦିନ ବାଣପୁର ଇଂରେଜ କବଳରୁ ମୁକ୍ତ ହୋଇଥିବାରୁ ବାଣପୁରରେ ଏହି  ୩ଦିନ ପାଳିତ ହେଉଛି ବାଣପୁର ମୁକ୍ତି ଦିବସ । ଏହି ଦିବସକୁ ପ୍ରତ୍ୟେକ ସ୍ମରଣ କରି ଆଜି ସେମାନଙ୍କର ଜୟଗାନ କରିବ ।

ଆଧାର –"ସଂଚାର"

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top