অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗତିଶୀଳ ପୃଥିବୀର ଆବିଷ୍କାରକ

କୋପରନିକସ (୧୪୭୩ -୧୫୪୩ ) ପରିଚୟ

ଚତୁର୍ଦ୍ଦଶ ଷୋଡଶ ଶତାଦ୍ଦୀ ପର୍ଯ୍ୟନ୍ତ ସମୟଖଣ୍ଡକୁ ୟୁରୋପୀୟ ରେନେଶାଁ ବା ପୁନର୍ଜାଗରଣ କାଳ ରୂପେ ଗଣନା କରାଯାଏ   । ବାଇବେଲ ଶାସ୍ତ୍ର ଓ ମହାନ ଗ୍ରୀକ ପଣ୍ଡିତ ଆରିଷ୍ଟୋଟଲଙ୍କ ମତରେ ସବୁ କଥାରେ ମାନି ନଯାଇ ନିଜର ବିଚାର ବୃଦ୍ଧି ପ୍ରୟୋଗ କରିବା ରେନେଶାଁ ଯୁଗର ବୈଶିଷ୍ଟ୍ୟ    । ଏ ଦୃଷ୍ଟିରୁ ପୋଲାଣ୍ଡର କୋପରନିକସ ରେନେଶାଁ ଯୁଗର ଜଣେ ମହାନ ସନ୍ତାନ । ପୋଲାଣ୍ଡର ଟରୁନ ନାମକ ସ୍ଥାନରେ କୋପରନିକସ । ୧୪୭୩ ଖ୍ରୀଷ୍ଟାଦ୍ଦରେ ଜନ୍ମ ହୋଇଥିଲେ  । ପ୍ରାଚୀନ ଯୁଗର ପ୍ରସିଦ୍ଧ ଜ୍ୟୋତିବିଜ୍ଞାନୀ ଟଲେମିଙ୍କ ମତରେ ୟୁରୋପୀୟ ମାନେ ପ୍ରାୟ ଚଉଦ ଶତାଦ୍ଦୀ  ଧରି ବେଦବକ୍ୟ ପରି ମାନିଥିଲେ  । ତେଲମିଙ୍କ ମତରେ ପୃଥିବୀ ବିଶ୍ଵବ୍ରହ୍ମାଣ୍ଡରେ କେନ୍ଦ୍ରରେ ସ୍ଥିର ଭାବେ ଅଛି   । ସୂର୍ଯ୍ୟ , ଚନ୍ଦ୍ର , ନକ୍ଷତ୍ର ଓ ଗ୍ରହମାନେ ପୃଥିବୀ ଚତୁର୍ଦ୍ଦଗରେ ଘୁରୁଛନ୍ତି   ।

କୋପରନିକସ ଗାଣିତିକ ପ୍ରତିଭା ତିକ୍ଷ୍ନ ଥିଲା ଓ ଏ ବିଷୟରେ ସେ ଭଲ ତାଲିମ ପାଇଥିଲେ  । ଅଠରବର୍ଷ ବୟସରେ ସେ ପୋଲାଣ୍ଡର ରାଜଧାନୀ କ୍ରାକୋ ବିଶ୍ଵବିଦ୍ୟାଳୟର ଛାତ୍ର ହେଲେ ଓ ତତ୍କାଳୀନ ବିଶିଷ୍ଟ ଗଣିତଜ୍ଞ ଆଲବର୍ଟ ବୁଜେନସ୍କିଙ୍କ ଠାରୁ ଗଣିତ ଅଧ୍ୟୟନ କଲେ   । ତାଙ୍କ ପ୍ରଭାବରେ ଗଣିତ ଓ ଜ୍ୟୋର୍ତିବିଜ୍ଞାନୀ ପ୍ରତି କୋପରନିକସଙ୍କ ଅନୁରାଗ ସୃଷ୍ଟି ହେଲା  । କୋପରନିକସଙ୍କ ମାମୁଥିଲେ ଜଣେ ବିଶପ ଓ ମାମୁ ଚର୍ଚ୍ଚ ସେବାରେ ନିଯୁକ୍ତ କଲେ । ଧର୍ମଯାଜକଟିଏ ହେବା ପରେ ମଧ୍ୟ କୋପରନିକସ ତାଙ୍କର ଜ୍ୟୋତିର୍ବିଜ୍ଞାନ ସମ୍ପର୍କୀୟ ଗବେଷଣା ଜାରି ରଖିଥାନ୍ତି   ।

କିପରି ଗତିଶୀଳ ପୃଥିବୀର ଆବିଷ୍କାରକ କଲେ ?

ଖ୍ରୀଷ୍ଟାଦ୍ଦ ୧୫୧୦ ପୂର୍ବରୁ କୋପରନିକସ ଜାଣି ପାରିଥିଲେ ଯେ ପୃଥିବୀ ବିଶ୍ଵର କେନ୍ଦ୍ର, ସୂର୍ଯ୍ୟ ବିଶ୍ଵର କେନ୍ଦ୍ର ନୁହେଁ   । ଏବେ ଆମ ଜାଣିଲୁଣି ଯେ ସୂର୍ଯ୍ୟ ବିଶ୍ଵର କେନ୍ଦ୍ର କଥାଟି ଭୁଲ , ମାତ୍ର ସୌରଜଗତରେ କେନ୍ଦ୍ର କଥାଟି ଠିକ  । ସୂର୍ଯ୍ୟ ଚତୁର୍ଦ୍ଦଶରେ ନିଖୁଣ ବୃତ୍ତାକାର ପଥରେ ପୃଥିବୀ ଓ ଅନ୍ୟ ଗ୍ରହମାନ ଘୁରୁଛନ୍ତି ବୋଲି କୋପରନିକସ କହିଲେ   । ଏହା ମଧ୍ୟ ପୁରା ଠିକ ନୁହେଁ  । କୋପରନିକସଙ୍କ ଜନ୍ମର ଶହେବର୍ଷ ପରେ ଜନ୍ମ ହୋଇଥିବା ଜ୍ୟୋର୍ତିବିଜ୍ଞାନୀ କେପଲର କହିଲେ ଯେ ପୃଥିବୀ ଓ ଅନ୍ୟ ଗ୍ରହଙ୍କର କକ୍ଷ ନିଖୁଣ ବୃତ୍ତ ନୁହେଁ  ।  ବୃତ୍ତାଭାସାକାର ବା ଅଣ୍ଡାକାର   । ଯାହାହେଉ ସୂର୍ଯ୍ୟ ସ୍ଥିର ଓ ପୃଥିବୀ ସମେତ ନଅଟି ଗ୍ରହ ସୂର୍ଯ୍ୟଙ୍କୁ କେନ୍ଦ୍ରକରି ବିଭିନ୍ନ କକ୍ଷରେ ଘୁରୁଛନ୍ତି ବୋଲି କୋପରନିକସ ଯାହା କହିଲେ ତାହା ଏକ ବୈପ୍ଲବିକ ମତ  । ଏପରି ମତ ପ୍ରକାଶ କରିବାକୁ ସେ ଡରୁଥିଲେ   । କାରଣ ଏ ମତରେ ଚର୍ଚ୍ଚବିରୋଧୀ ଓ ଆରିଷ୍ଟୋଟଲ ବିରୋଧୀ ହୋଇଥିବାରୁ ତାଙ୍କୁ କଠୋର ଦଣ୍ଡ ମିଳିବାର ଆଶଙ୍କା ଥାଏ   । ୧୫୪୩ ବେଳକୁ ସେ ତାଙ୍କର ଯୁଗାନ୍ତକାରୀ ମତକୁ ଲେଖି କେଇଜଣେ  ବନ୍ଧୁଙ୍କ ପଢାଇଥିଲେ  ।  ଜଣେ ଯୁବକ ଗଣିତ ଅଧ୍ୟାପକ ଅନୁରୋଧ ଫଳରେ ୧୫୪୩ରେ ତାଙ୍କୁ ପାଣ୍ଡୁଲିପିକୁ ଛାପିବାକୁ ଦେଲେ  । ମାତ୍ର ଶେଷ ପର୍ଯ୍ୟନ୍ତ ବହିର ଛାପାକାମ ଏହି ଅଧ୍ୟାପକ ଦେଖିପାରିଲେ ନାହିଁ  । ସେତେବେଳେକୁ କୋପରନିକସ ଶଯ୍ୟାଶାୟୀ  । ତାଙ୍କର ଜଣେ ଧାର୍ମିକ ବହୁ ବହି ଛାପିବାର ଦାୟିତ୍ଵ ନେଲେ  । ଚର୍ଚ୍ଚର କୋପଦୃଷ୍ଟିରୁ କୋପରନିକସ ଓ ତାଙ୍କର ବହିକୁ ରକ୍ଷା କରିବାକୁ ଏହି ଧାର୍ମିକ  ବନ୍ଧୁ ବହିର ମୁଖବନ୍ଧରେ ଯୋଡିଦେଲେ ଯେ ସୂର୍ଯ୍ୟକୈନ୍ଦ୍ରିକ ବିଶ୍ଵକୁ ଗୋଟିଏ ତତ୍ଵ ହିସାବରେ ପେଶ କରାଯାଇଛି, ମାତ୍ର ଏହା ସତ୍ୟ ନୁହେଁ  । ମୃତ୍ୟୁଶଯ୍ୟାରେ ବହିଟିକୁ ଦେଖି ଓ ମୁଖବନ୍ଧରେ ଯୋଡା ହୋଇଥିବା ବାକ୍ୟଟି ପଢି କୋପରନିକସ ଦୁଃଖ ପାଇଲେ   ।

ଯାହାହେଉ, କୋପରନିକସଙ୍କ ବହି ପ୍ରକାଶ ପାଇବା ପରେ ୟୁରୋପର ଚିନ୍ତାଶୀଳ ବ୍ୟକ୍ତି ଓ ଧାର୍ମିକ ମହଲରେ ଚହଳ ପଡିଗଲା   । କୋପରନିକସଙ୍କ ମତକୁ ସମର୍ଥନ କରୁଥିବା ବ୍ରୁନୋ ନାମକ ଜଣେ ଦାର୍ଶନିକକୁ ପୋଡିଦେବାକୁ ଚର୍ଚ୍ଚ ବିଚରାଳୟ ୧୬୦୦ ଖ୍ରୀଷ୍ଟାଦ୍ଦରେ ନିର୍ଦ୍ଦେଶ ହୋଇଥିଲା   ।

ସଂଗୃହିତ - ଶରତ କୁମାର ମହାନ୍ତି

Last Modified : 6/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate