অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରମାଣୁର ଆବିଷ୍କାରକ

ଜନ ଡାଲଟନ (୧୭୬୬-୧୮୪୪) ପରିଚୟ

ଇଂଲଣ୍ଡର ଗୋଟିଏ ଗରିବ ତନ୍ତୀ ପରିବାରରେ ଡାଲଟନଙ୍କର ଜନ୍ମ । ତାଙ୍କ ଜୀବନର ଗତି ବଡ ଅବାଗିଆ । ଉଦାହରଣ ସ୍ୱରୂପ ମାତ୍ର ବାରବର୍ଷ ବୟସରେ ସେ ତାଙ୍କ ଗାଁରେ ଗୋଟିଏ ସ୍କୁଲ ଖୋଲିଲେ । ତାଙ୍କରି ବୟସର କେତେକ ପିଲା ପାଠ ପଢିବାକୁ ଆସୁଥାଆନ୍ତି । ମାତ୍ର ଡାଲଟନଙ୍କ ପାଠପଢାରେ ସନ୍ତୁଷ୍ଟ ନ ହୋଇ ପିଲାମାନେ ଧୀରେ ଧୀରେ ସ୍କୁଲ ଛାଡିଲେ ଓ ତିନିବର୍ଷ ଭିତରେ ସ୍କୁଲ ଛାତ୍ରଶୂନ୍ୟ ହୋଇଗଲା । ପରେ ସତେଇଶ ବର୍ଷ ବୟସରେ ଡାଲଟନ ମାଞ୍ଚେଷ୍ଟରର ନିଉ କଲେଜରେ ଗଣିତ ଓ ବିଜ୍ଞାନ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ , ମାତ୍ର ଜଣେ ବଡ ବିଜ୍ଞାନୀ ଶିକ୍ଷକ ହିସାବରେ ଯେଉଁ କୃତିତ୍ଵ ଦେଖାଇବା ଆଶା କରାଯାଏ , ତାହା ସେ ଆଦୌ ଦେଖାଇ ପାରିଲେ ନାହିଁ । ଡାଲଟନ ବିଭିନ୍ନ ବିଷୟରେ ଚେଷ୍ଟା କରିଥିଲେ କିନ୍ତୁ କେଉଁଥିରେ ତାଙ୍କୁ ସଫଳତା ମିଳିନଥିଲା । ଜଣେ ବକ୍ତା ହେବାକୁ ସେ ଉଦ୍ୟମ କଲେ । ମାତ୍ର ତାଙ୍କର ଅପରିଛନ୍ନ ବେଶଭୂଷା ଓ ପ୍ରଭାବଶୂନ୍ୟ କଥନଶୈଳୀ ଶ୍ରୋତାଙ୍କୁ ଆକୃଷ୍ଟ କଲା ନାହିଁ । କିଛି ଦିନ ଫୁଲ ଓ ପ୍ରଜାପତି ସଂଗ୍ରହରେ ମାତିଳେ । ଏ କାମ ବରଂ ଲୋକଙ୍କୁ କୌତୁକ ଲାଗିଲା ଓ ସେମାନେ ଏହାକୁ କୌଣସି ଗୁରୁତ୍ଵ ଦେଲେ ନାହିଁ । ଗୋଟିଏ ବ୍ୟାକରଣ ପୁସ୍ତକ ଲେଖିଲେ । ପୁସ୍ତକଟି ଭଲ ଥିଲା , ମାତ୍ର ତାହା ଛାତ୍ର ଓ ଶିକ୍ଷକଙ୍କ ଦ୍ରୁଷ୍ଟି ଆକର୍ଷଣ କଲାନାହିଁ । ଡାଲଟନଙ୍କର କର୍କଶ ସ୍ଵଭାବ ଯୋଗୁଁ ତାଙ୍କର ବନ୍ଧୁ କମ ଥିଲେ ଓ ତାଙ୍କର କୌଣସି ଭଲଗୁଣ ପ୍ରଶଂସିତ ହେଉନଥିଲା । ସେ କାହିଁକି ବିବାହ କଲେ ନାହିଁ ବୋଲି କିଏ ପରିଚାରିଲେ ଡାଲଟନ କହିଥିଲେ -ବାହାହେବା ପରି ବାଜେ କଥାକୁ ମୁଣ୍ଡ ପୂରାଇବା ପାଇଁ ତାଙ୍କର ବେଳ ନଥିଲା । ଏପରି ଚିଡି ଚିଡ଼ା ସ୍ଵଭାବ ହେତୁ ଡାଲଟନଙ୍କ ପ୍ରଶଂସା ବାହାରୁନଥିଲା । ଯୌବନ କାଳରୁ ଡାଲଟନ ପାଣିପାଗ ଗବେଷଣାରେ ମନପ୍ରାଣ ଦେଇ ଲାଗିଥିଲେ ।

ପରମାଣୁର ଆବିଷ୍କାର ହୋଇଥିଲା କିପରି ?

ଜୀବନର ଶେଷ ଦିନ ପର୍ଯ୍ୟନ୍ତ ଥର୍ମୋମିଟର ଓ ବାରୋମିଟର ଧରି ବାୟୁର ତାପ, ଚାପ ପ୍ରଭୁତି ମାପିବା ବ୍ୟାପାର ରେ ସେ ଅତ୍ୟନ୍ତ ନିଷ୍ଠାପର ଥିଲେ କୃଷକ ଓ ସାଧାରଣ ଲୋକଙ୍କୁ ପାଣିପାଗ ବିଷୟରେ ଅବଗତ କରାଇବା ତାଙ୍କର ଉଦ୍ଦେଶ୍ୟ ଥିଲା, ମାତ୍ର ଅନେକ ଲୋକ ଡାଲଟନଙ୍କ ପାଣିପାଗ ସମ୍ବନ୍ଧୀୟ ଗଣନା ଓ ତାଙ୍କର ଭବିଷ୍ୟତବାଣୀ ଅବିଶ୍ଵାସ କରିବାକୁ ଭଲ ପାଇଥିଲେ । ଲୋକମାନେ ଜଣେ ବିଜ୍ଞାନୀକୁ ଶ୍ରଦ୍ଧା କରନ୍ତୁ ବା ମୁହଁ ମୋଡନ୍ତୁ ତାଙ୍କ ବୈଜ୍ଞାନିକ ତତ୍ତ୍ଵର ମହତ୍ଵ ଓ ଗୁରୁତ୍ଵ ଲୋକଙ୍କର ବିଜ୍ଞାନୀଙ୍କ ପ୍ରତି ଶ୍ରଦ୍ଧା ଓ ମୁହଁମୋଡ ଉପରେ ନିର୍ଭର କରେନା । ଡାଲଟନ ଆଧୁନିକ ପରମାଣୁ ତତ୍ଵର ଜନକ ଭାବେ ସ୍ଵୀକୃତ । ଡାଲଟନଙ୍କ ଅନେକ ପୂର୍ବରୁ ପ୍ରାୟ ଚବିଶ ଶହ ବର୍ଷ ପୂର୍ବେ ଗ୍ରୀକ ଦାର୍ଶନିକ ଡିମୋକ୍ରିଟିସ ଆଟମର ଓ ଭାରତୀୟ ଦାର୍ଶନିକ କଣାଦ ପରମାଣୁ କଳ୍ପନା କରିଥିଲେ । ଡିମୋକ୍ରିଟିସ କହିଥିଲେ ଏଜେ ବସ୍ତୁକୁ ଭାଙ୍ଗି ଭାଙ୍ଗି ଚାଲିଲେ ଆମେ ବସ୍ତୁର କ୍ଷୁଦ୍ରତମ କନିକା ପାଇବା ଯାହାକୁ ଆଉ ଭାଙ୍ଗି ହେବ ନାହିଁ । ବସ୍ତୁର ଏପରି କ୍ଷୁଦ୍ରତମ କନିକାର ନାମ ଆଟମ । ଗ୍ରୀକ ଭାଷାରେ ଆଟମର ଆଠ ଅଭିଭାଜ୍ୟ । ଡିମୋକ୍ରିଟିସ କହିଥିଲେ ଆମେ ଦେଖୁଥିବା ଅସଂଖ୍ୟ ପ୍ରକାର ବସ୍ତୁ ଚାରୋଟି ମୂଳବସ୍ତୁରୁ ସୃଷ୍ଟି । ସେମାନେ ହେଲେ ଜଳ, ବାୟୁ, ଅଗ୍ନି, ଓ ମାଟି ଡିମୋକ୍ରିଟିସ ତତ୍ତ୍ଵ ବିଜ୍ଞାନର ପରୀକ୍ଷା ଓ ପର୍ଯ୍ୟବେକ୍ଷଣ ପ୍ରଣାଳୀ ଉପରେ ପ୍ରତିଷ୍ଠିତ ହୋଇନଥିବାରୁ ତାଙ୍କର ପରବର୍ତ୍ତୀ ଗ୍ରୀକ ଦାର୍ଶନିକମାନେ ମାନିଲେ ନାହିଁ । କଣାଦ ଡିମୋକ୍ରିଟିସଙ୍କ ଚାରି ମୂଳବସ୍ତୁ ସହିତ ଆଉ ଗୋଟିଏ ମୂଳବସ୍ତୁ ଯୋଡିଦେଲେ । ତାହା ହେଉଛି ଆକାଶ ବା ଶୂନ୍ୟତା । ଡିମୋକ୍ରିଟିସ ବା କଣାଦ ତତ୍ଵର କୌଣସି ବୈଜ୍ଞାନିକ ଭିତ୍ତି ନ ଥିବାରୁ ତାହା ଏକ ବିଶ୍ଵାସର ବିଷୟ ଥିଲା । ଡିମୋକ୍ରିଟିସ ଓ କଣାଦଙ୍କର ସମସାମୟିକ ଓ ପରବର୍ତ୍ତୀ ଯୋଗର ଅନେକ ବିଜ୍ଞ ବ୍ୟକ୍ତି ଦୁହିଁଙ୍କ ତତ୍ତ୍ଵକୁ ବିଶ୍ଵାସ କରୁନଥିଲେ । ଆଧୁନିକ ବିଜ୍ଞାନ ପରମାଣୁ ସନ୍ଧାନ ପାଇବା ପରେ ଡିମୋକ୍ରିଟିସ ଓ କଣାଦଙ୍କର ମର୍ଯ୍ୟାଦା ଅବଶ୍ୟ ବଢିଛି । ଡାଲଟନଙ୍କ ବେଳକୁ ଜଣା ପଡିଥାଏ ଯେ ବାୟୁ ଗୋଟିଏ ବସ୍ତୁ ନୁହେଁ । ବାୟୁ ଅମ୍ଳଜାନ, ଯବକ୍ଷାରଜାନ, ଅଙ୍ଗାରକାମ୍ଳ ପ୍ରଭୁତି ଗ୍ୟାସର ମିଶ୍ରଣ । ସେହିପରି ଜଳ ମୌଲିକ ବସ୍ତୁ ନୁହେଁ । ଅମ୍ଳଜାନ ଓ ଉଦଜାନ ଗ୍ୟାସର ସଂଶ୍ଲେଷରୁ ଜଳର ସୃଷ୍ଟି । ଅଗ୍ନି ଆଦୌ ବସ୍ତୁ ନୁହେଁ ଓ ମାଟିରେ ନାନା ପ୍ରକାର ବସ୍ତୁ ମିଶି ରହିଛି । ଅର୍ଥାତ ଡିମୋକ୍ରିଟିସଙ୍କର ଚାରି ମୂଳବସ୍ତୁ ଆଧୁନିକ ପରିଭାଷାରେ ଆଦୌ ମୌଳିକ ବସ୍ତୁ ନୁହଁନ୍ତି । ଡାଲଟନ ଉଣେଇସଟି ମୌଳିକ ବସ୍ତୁକୁ ଚିହ୍ନଟ କରିଥିଲେ । ଉଦଜାନ ପରମାଣୁ ସବୁଠାରୁ ହାଲୁକା ପରମାଣୁ ବୋଲି ସେ ଜାଣିଥିଲେ । ଉଦଜାନ ପରମାଣୁର ଓଜନ ଉଦଜାନ ପରମାଣୁର ଯେତେ ଗୁଣ ଟନକୁ ସେ ଉକ୍ତି ମୌଳିକ ପରମାଣୁର ଓଜନ ଉଦଜାନ ପରମାଣୁର ଯେତେଗୁଣ ତାକୁ ସେ ଉକ୍ତି ମୌଳିକ ପରମାଣୁର ଆଣବିକ ଓଜନ କହିଲେ । ଡାଲଟନ ଚିହ୍ନଟ କରିଥିବା ଉଣେଇସ ମୌଳିକଙ୍କର ପରମାଣୁ ଓଜନ ନିର୍ଣ୍ଣୟ କରିଥିଲେ । ଏଥିରେ ଅନେକ ଭୁଲ ଥିଲା । ନୂଆ କରି ପରମାଣୁ ଓଜନର ନିର୍ଣ୍ଣୟ କରିଥିଲେ । ଏଥିରେ ଅନେକ ଭୁଲ ଥିଲା । ନୂଆ କରି ପରମାଣୁ ଓଜନର ସନ୍ଧାନ ନେଉଥିବା ବିଜ୍ଞାନୀଙ୍କର କିଛି ଭୁଲ ରହିବା ସ୍ଵାଭାବିକ । ଅମ୍ଳଜାନ ପରମାଣୁର ପରମାଣିକ ଓଜନ ସାତ ବୋଲି ଡାଲଟନ ସ୍ଥିର କରିଅଥିଲେ । ବର୍ତ୍ତମାନ ଜଣା ସରିଲାଣି ଯେ ଅମ୍ଳଜାନର ପାରମାଣିକ ଓଜନ ଷୋହଳ । ଡାଲଟନଙ୍କ ଭୁଲର କାରଣ ସେ ଭାବୁଥିଲେ ଗୋଟିଏ ଉଦଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁ ମିଶି ଗୋଟିଏ ଜଳ ଅଣୁ ଗଢନ୍ତି । ଏହା ଭୁଲ । ଗୋଟିଏ ଜଳ ଅଣୁ ଦୁଇଟି ଉଦଜାନ ଓ ଗୋଟିଏ ଅମ୍ଳଜାନ ପରମାଣୁକୁ ନେଇ ଗଢା । ଜଳଆନୌ ଗୋଟିଏ ଉଦଜାନ ଓ ଗୋଟିଏ ଅମ୍ଳଜାନ ପରମାଣୁକୁ ନେଇ ଗଢା । ଜଳ ଅଣୁ ଗୋଟିଏ ଉଦଜାନ ଓ ଗୋଟିଏ ଅମ୍ଳଜାନ ପାରମାଣୁଙ୍କୁ ନେଇ ଗଢା ହୋଇଇଛି ବୋଲି ଧରିଲେ ଅମ୍ଳଜାନର ପାରିମାଣିକ ଓଜନ ପାଠ ହେବା କଥା । ସେତେବେଳେର ବିଜ୍ଞାନଗାରର ମାପ ନିଖୁଣ ହୋଇନଥିବାରୁ ଡାଲଟନଙ୍କ ମାପରେ ଟିକିଏ ଭୁଲ ରହିଲା ଓ ସେ ଅମ୍ଳଜାନର ପାରମାଣିକ ଓଜନ ସାତ ବୋଲି ସିଦ୍ଧାନ୍ତ କରିଥିଲେ । ପରମାଣୁଙ୍କର ଆବିଷ୍କାର ବିଜ୍ଞାନୀଙ୍କ ସାମ୍ନାରେ ବିଜ୍ଞାନର ସମୁଦ୍ର ଖୋଲିଦେଲା । ଏହି ସମୁଦ୍ରରେ ଡାଲଟନ କିଛି ବାଟ ପଶିଛନ୍ତି । ସେ ଏକୋଇଶିଟି ମୌଳିକ ଚିହ୍ନଟ କରିଥିଲେ , ମାତ୍ର ପରେ ଏମାନଙ୍କର ସଂଖ୍ୟା ବଢି ୯୬ରେ ପଚାଞ୍ଚିଛି । ଦୁଇ ବା ତତ୍ଵଧିକ ମୌଳିକ ପରମାଣୁ ବିହିନ୍ନ ଉପାୟରେ ଏକତ୍ର ହୋଇ କିପରି ନାନା ପ୍ରକାର ଯୌଗିକ ବସ୍ତୁ ସୃଷ୍ଟି ହୋଇଛି ସେ ଗବେଷଣା ବାଟ ଡାଲଟନ ଖୋଲିଦେଲେ । ଶେଷ ଜୀବନରେ ଡାଲଟନଙ୍କୁ ପ୍ରଚୁର ସମ୍ମାନ ମିଳିଥିଲା । ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ତାଙ୍କୁ ୧୮୩୨ ସମ୍ମାନଜନକ ଡକ୍ଟରରେଟ ଡିଗ୍ରୀ ଦେବା ଅବସରରେ ସମ୍ରାଟ ଚାହିଁବାରୁ ଇଂଲଣ୍ଡର ସମ୍ରାଟଙ୍କୁ ସେ ଭେଟିଥିଲେ । ଡାଲଟନଙ୍କ ବନ୍ଧୁ ଓ ପ୍ରଶଂସକମନେ ମିଶି ତାଙ୍କର ଗୋଟିଏ ପ୍ରତିମୂର୍ତ୍ତି ନିର୍ମାଣ କରାଇଥିଲେ । ଏ ପ୍ରତିମୂର୍ତ୍ତିକୁ ଦେଖି ଡାଲଟନ ମନ୍ତବ୍ୟ କରିଥିଲେ “ଏ ହେଉଛନ୍ତି ମହାନ ରସାୟନୀକ ବିଜ୍ଞାନୀ ଡାଲଟନ ! ମୁଁ ଗୋଟାଏ ଫମ୍ଫା , ଫାଲତୁ ମଣିଷ ।“

ସଂଗୃହିତ - ଶରତ କୁମାର ମହାନ୍ତି

Last Modified : 10/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate