অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବୈଦ୍ୟୁତିକ ବଳ ମାପିଛନ୍ତି ଓ ବିଦ୍ୟୁତ ବ୍ୟାଟେରୀ ଆବିଷ୍କାରକ ସମ୍ବନ୍ଧରେ

ବୈଦ୍ୟୁତିକ ବଳ ମାପିଛନ୍ତି ଓ ବିଦ୍ୟୁତ ବ୍ୟାଟେରୀ ଆବିଷ୍କାରକ ସମ୍ବନ୍ଧରେ

ଚାର୍ଲସ ଅଗଷ୍ଟିନ କୁଲମ (୧୭୩୬-୧୮୦୬ ) ବୈଦ୍ୟୁତିକ ବଳ ମାପିଛନ୍ତି

ଅଷ୍ଟାଦଶ ଶତାଦ୍ଦୀରେ ବିଦ୍ୟୁତ କ୍ଷେତ୍ରରେ ମହାନ ଆବିଷ୍କାର କରିଥିବା ବଡ ବିଜ୍ଞାନୀ ଜଣକ ପରେ ଆଉ ଜଣେ ଜନ୍ମ ହୋଇ ପଡିଲେ  । କୁଲମ ସେମାନଙ୍କ ମଧ୍ୟରେ ଜଣେ  । ଫ୍ରାନ୍ସ ଦେଶରେ କୁଲମଙ୍କର ଜନ୍ମ   । ଖ୍ରୀଷ୍ଟାଦ୍ଦ  ୧୭୮୯ ରେ ସେ ଏକ ଗୁରୁତ୍ଵପୂର୍ଣ୍ଣ ବୈଦ୍ୟୁତିକ ନିୟମ ଆବିଷ୍କାର କରିଥିଲେ  । ବିଦ୍ୟୁତ ବଳ ମାପିବା ପାଇଁ  ଚେଷ୍ଟା କରି ଶେଷରେ ସେ ସଫଳ ହୋଇଥିଲେ   । ଦୁଇଟି ସୋଲ ବଲକୁ ଚାର୍ଜ କରି ଦୁହିଁଙ୍କୁ ଗୋଟିଏ ବାଡିର ଦୁଇ ମୁଣ୍ଡରେ ବାନ୍ଧିଲେ   । ସେହିପରି ଆଉ ଦୁଇଟି ସୋଲ ବଲକୁ ବିପରୀତ ଚାର୍ଜ ପ୍ରଦାନ କରି ପୂର୍ବ ପରି ବାନ୍ଧିଲେ   । ପ୍ରତ୍ୟେକ ବଲଚାର୍ଜର ପରିମାଣ ତାଙ୍କୁ ଜଣାଇଥିଲା   । ବିପରୀତ ଭାବେ ଚାର୍ଜିତ ଦୁଇଟି ବଲ ପରସ୍ପରକୁ ଆକର୍ଷଣ କରିବା ଫଳରେ ବଲ ବନ୍ଧା ହୋଇଥିବା ତାରର ମୋଡି ହେଲା    । ତାର କେତେ ଗୋଡା ହେଲା ସେଥିରୁ କୁଲମ ଆକର୍ଷଣ ବଳ ମାପିଲେ   । କୁଲମ ଲକ୍ଷ୍ୟ କଲେ ବଲ ଦୁହିଁଙ୍କର ଚାର୍ଜରେ ଯେତେ ଅଧିକ ତାରତମ୍ୟ ହେଉଛି ଦୁହିଁଙ୍କର ଆକର୍ଷଣ ସେତେ ବଢୁଛି  । ପୁଣି ଲକ୍ଷ୍ୟ କଲେ ବିଲ ଦୁହିଁଙ୍କ ମଧ୍ୟରେ ଦୁରତ୍ଵ ଦୁଇ ଗୁଦ୍ନ ବଢିଲେ ବଲ ଚାରିଭାଗ , ତିନିଗୁଣ ବଢିଲେ ବଳ ନଅଭାଗ କମୁଛି  । ଅର୍ଥାତ ଯଦି ଦୁଇଟି ଚାର୍ଜଙ୍କର ପରିମାଣ  ଓ

ଏବଂ ଦୁହିଁଙ୍କ ମଧ୍ୟରେ ଦୂରତା d ହୁଏ ତେବେ ବୈଦ୍ୟୁତିକ ବଳ   ସହିତ ସମାନୁପାତି ବୈଦ୍ୟୁତିକ ବଳର ନିୟମ ନିଉଟନଙ୍କ ମାଧ୍ୟାକର୍ଷଣ ବଳର ନିୟମ ସହିତ ସମାନ ବୋଲି ଲକ୍ଷ୍ୟକରି କୁଲମ ଓ ତାଙ୍କ ସହଯୋଗୀଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ  । ମାଧ୍ୟାକର୍ଷଣ  ଓ ବିଦ୍ୟୁତ ମଧ୍ୟରେ ଘନିଷ୍ଠ ସାମଞ୍ଜ୍ଯସ  ଅଛି ବୋଲି କୁଲମ ଜାଣିପାରିଲେ  । ଚୁମ୍ଭାକୀୟ ବଳକୁ ନେଇ ପରୀକ୍ଷା କରି କୁଲମ ଦେଖିଥିଲେ ଯେ ଚୁମ୍ଭକୀୟ ବଳର ନିୟମ ବୈଦ୍ୟୁତିକ ବଳ ସହିତ ସମାନ  । ବିଶ୍ଵଜଗତ ଅଳ୍ପ କେତୋଟି ସରଲ ନିୟମ ମାନି ଚାଲୁଅଛି  ବୋଲି ଅନୁଭବ କରି ସମସାମୟିକ ବିଜ୍ଞାନୀ ଓ ଦାର୍ଶନିକଗଣ ଉତ୍ତେଜିତ ହୋଇପଡିଲେ   । କୁଲମଙ୍କୁ ସମ୍ମାନ ଜଣାଇ ଚାର୍ଜ ମାପର ଏକକକୁ “ କୁଲମ “ ନାମ ଦିଆଯାଇଛି   ।

ବିଦ୍ୟୁତ ବ୍ୟାଟେରୀ ଆବିଷ୍କାରକ

ଆଲେଣ୍ଡ୍ରୋ ଭୋଲଟା (୧୭୪୫-୧୮୨୭ ) ପରିଚୟ

କୁଲମ ବିଦ୍ୟୁତ ବିଜ୍ଞାନ ସମ୍ପର୍କରେ ଏକ ଗୁରୁତ୍ଵପୂର୍ଣ୍ଣ ନିୟମ ଆବିଷ୍କାର କରିଥିଲେ   । ଭୋଲଟା ବିଦ୍ୟୁତ ଶକ୍ତିର ପ୍ରଥମ ଗୁରୁତ୍ଵପୂର୍ଣ୍ଣ ପ୍ରୟୋଗ କରି ଆଧୁନିକ ଯୁଗର ଅଗ୍ରଗତିର ଦ୍ଵାରା ଖୋଲିଦେଲେ   ।

କାମୋ ଇଟାଲିର ମନୋରମ କାମୋହ୍ରଦ କୁଳରେ ଏକ ବଡ ସହର   । ସେଇଠି ଭୋଳଟା ଗୋଇଟେ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିଲେ  । ବିଶ୍ଵବିଦ୍ୟାଳୟରୁ ଡିଗ୍ରୀ ପାଇବା ପରେ ମାତ୍ର ସତର ବର୍ଷ ବୟସରେ ଭୋଲଟା ସ୍ଥାନୀୟ ସ୍କୁଲରେ ଶିକ୍ଷକତା କରୁଥିଲେ  ।  ସ୍କୁଲରେ ବିଜ୍ଞାନ ଗବେଷଣା ପାଇଁ ବିଶେଷ ସୁଯୋଗ ନଥିଲା  । ତଥାପି ଅଳ୍ପ ଦିନର ଶିକ୍ଷକତା ପରେ ଭୋଲଟା ଇଲେକଟ୍ରୋଫୋରସ ନାମକ ଯନ୍ତ୍ର ଆବିଷ୍କାର କରିଥିଲେ  । ଏହି ଯନ୍ତ୍ରରେ ଘର୍ଷଣ ଦ୍ଵାରା ବିଦ୍ୟୁତ ଉତ୍ପାଦନ କରି ତାକୁ ସଂରକ୍ଷିତ କରିବାର ବ୍ୟବସ୍ଥା ଅଛି   । ଏହି ଯନ୍ତ୍ରର କୌଣସି ବ୍ୟାବହାରିକ ଉପଯୋଗୀତା ନଥିଲା  । ମାତ୍ର ଛାତ୍ରଛାତ୍ରୀଙ୍କୁ ସ୍ଥିର ବିଦ୍ୟୁତ ସମ୍ପର୍କରେ ପରୀକ୍ଷା ଦେଖାଇବା ପାଇ ଏହି ଯନ୍ତ୍ର ବହୁକାଳ ଯାଏ ବ୍ୟବହୃତ ହୋଇଛି   ।

ଜୀବବିଜ୍ଞାନୀ ଲୁଇଶି ଗାଲଭାନି ଦୈବାତ ଏକ ଚମତ୍କାର ଆବିଷ୍କାର କରିଥିଲେ  । ଗୋଟିଏ ବେଙ୍ଗ କାଟି ପରୀକ୍ଷା କରିବାକୁ ସେ ତା ଦେହରେ ଗୋଟିଏ ପିତଳ କଣ୍ଟା ମାରିଛନ୍ତି   । ଗୋଟିଏ ଲିହା ଚୁମୁଟାରେ ବେଙ୍ଗକୁ ଧରିବାକୁ ଗଲାବେଳେ ଦେଖିଲେ ବେଙ୍ଗ ଗୋଡ ଛାଟୁଛି  । ତା ଦେହର ଅଂଶ ସବୁ ଥରୁଚି   । ଅନେକ ବେଙ୍ଗ କାଟି ଗାଲଭାନି ଏହି ପରୀକ୍ଷା କଲେ   । ସବୁଠାର ସମାନ ଫଳ ମିଳିଲା   । ଗାଲଭାନି ସିଦ୍ଧାନ୍ତ କଲେ ଯେ ମୃତ ବେଙ୍ଗର ପେଶୀରେ ବିଦ୍ୟୁତ ଅଛି   । ଏହାକୁ ସେ ପ୍ରାଣୀଜ ବିଦ୍ୟୁତ ନାମ ଦେଲେ  ।

ଭୋଲଟ ଭାବିଲେ  ,ଯଦି ପ୍ରାଣୀଜ ବିଦ୍ୟୁତ ଅଛି ତେବେ ବେଙ୍ଗର କେବଳ ନୁହଁ   , ମଣିଷ ଓ ଅନ୍ୟ ପଶୁଙ୍କର ମଧ୍ୟ ଥିବ     । ଦିନେ ଜଳଖିଆ ଖାଇବା ବେଳେ ବତର ଡବାର ଟିଣ ପାତିଆ କୁ ସେ ଜିଭ ତଳେ ରଖିଲେ ଓ ଜିଭ ଉପର୍କୁ ଖାଇବା ଲୁହା କଣ୍ଟାରେ ଛୁଇଁଲେ   । ଜିଭରେ ବିଦ୍ୟୁତ ଚେଙ୍କ ଲାଗିଲା ନାହିଁ  । ଭୋଲଟା ବୁଝିଲେ ଯେ ପ୍ରାଣୀଜ ବିଦ୍ୟୁତ ବୋଲି କିଛି ନାହିଁ  । ତେବେ ବେଙ୍ଗ ଯେଉଁ ଗୋଡ ଛାଟିଲା ତା ର  କାରଣ ଖୋଜିବାକୁ ହେବ   । କାରଣ ଖୋଜି ଭୋଲତା ଆଠବର୍ଷ କଳା ଗବେଷଣାରେ ଲାଗିଥିଲେ  ।   ଶେଷରେ ସିଦ୍ଧାନ୍ତ କରିଥିଲେ ଯେ ଋଣାତ୍ମକ ଓ ଧନାତ୍ମକ ଦୁଇଟି ଧାତୁକୁ ବିଦ୍ୟୁତ ସୁପରିବାହୀ ମାଧ୍ୟମ ଦ୍ଵାରା ଯୋଡିଲେ ବିଦ୍ୟୁତ ତରଙ୍ଗ ପ୍ରଭାହିତ ହୁଏ  । ଲୁହା ଓ ପିତଳ ଏହିପରି ଦୁଇ ଧାତୁ   । ବେଙ୍ଗର ମାଂସପେଶୀ ବିଦ୍ୟୁତ ସୁପରିବାହୀ  ମାଧ୍ୟମ   । ପିତଳ କଣ୍ଟା ଫୁଟିଥିବା ବେଙ୍ଗକୁ ଲୁହା ଚୁମୁଟାରେ ଛୁଇଁଲେ ଦୁଇ ଧାତୁ ମଧ୍ୟରେ ବିଦ୍ୟୁତ ତରଙ୍ଗ ପ୍ରଭାହିତ ହେବାରୁ ମଲାବେଙ୍ଗ ଗୋଡ ଛାଟେ   ।

ବିଦ୍ୟୁତ ପ୍ରବାହ ସମ୍ବନ୍ଧୀୟ ପରୀକ୍ଷା

ତାଙ୍କର ବିଦ୍ୟୁତ ପ୍ରବାହ ସମ୍ବନ୍ଧୀୟ ପରୀକ୍ଷା ଦେଖାଇବାକୁ ସେ ଲଣ୍ଡନର ରୟାଲ ସୋସାଇଟିକୁ ଚିଠି ଲେଖିଲେ  । ସେ ଯେଉଁ ପରୀକ୍ଷା ଦେଖାଇଥିଲେ ତାହା ଅତି ସରଳ  । ରୂପା ଓ ଜିଙ୍କ ଚାଦରକୁ ଗୋଲ ଗୋଲ ଟଙ୍କା ପରି କାଟି ପାଣିରେ ଭିଯାଇଥାନ୍ତି   । ରୂପା ଭୋଲଟା ଗୋଟିଏ ଥାକ କଲେ   । ଏହି ଥାକର ସବାତଳ ରୂପା ଟଙ୍କା ଓ ସବା ଉପରେ ଜିଙ୍କ ଟଙ୍କା ରହିଲା   । ଭୋଲଟା ତଳ  ରୂପାଟଙ୍କା ଓ ଉପର ଜିଙ୍କ ଟଙ୍କାକୁ ଗୋଟିଏ ତାର ଦ୍ଵାରା ଯୋଡି ହେଲେ ଦେଖାଗଲା  । ଯେ ଅନବରତ ଭାବେ ବିଦ୍ୟୁତ ପ୍ରବାହିତ ହେଉଛି  । ଭୋଲଟାଙ୍କର ଏହି ସରଳ ପରୀକ୍ଷା ନିରବଚ୍ଛିନ୍ନ ବିଦ୍ୟୁତ ତରଙ୍ଗର ବାଟ ଦେଖାଇ ବିଜ୍ଞାନର ଦ୍ରୁତ ବିକାଶରେ ସାହାଯ୍ୟ କରିଛି  ।  “ ଭୋଲଟାଙ୍କ ଥାକ “ ବ୍ୟାଟେରୀ ନିର୍ମାଣର ପଥ ପରିଷ୍କାର କରିଦେଲା  । ପାଣିରେ ଅଳ୍ପ ଏସିଡ ମିଶାଇ ଟା ଭିତରେ ଦୁଇଟି ଧାତୁ ବୁଡାଇ ପାଣି ବାହାରେ ଥିବା ଧାତୁଙ୍କ ଆଗକୁ ଗୋଟିଏ ତାରରେ ଯୋଡିଲେ ବିଦ୍ୟୁତ ଜାତ ହୁଏ   । ଭୋଲଟାଙ୍କ ନାମ ଅନୁସାରେ ଏହି ବ୍ୟବସ୍ଥାକୁ ଭୋଲଟିକ ସେଲ କୁହାଯାଏ  ।

ଶେଷ ଜୀବନରେ ଭୋଲଟାଙ୍କଙ୍କ ଖ୍ୟାତି ଖୁବ ବଢିଗଲା  । ପ୍ୟାରିସର ବିଜ୍ଞାନ ପ୍ରତିଷ୍ଠାନରେ ବକୃତା ଦେବା ପାଇଁ ନେପୋଲିୟନ ତାଙ୍କୁ ନିମନ୍ତ୍ରଣ କରିଥିଲେ   । ଭୋଲଟାକୁ ଏକ ସ୍ଵର୍ଣ୍ଣ ପଦକ ପିନ୍ଧାଇ ନେପୋଲିୟନ ସମ୍ମାନିତ କରିଥିଲେ  । ତାଙ୍କ ମୃତ୍ୟୁର ଷାଠିଏ ବର୍ଷ ପରେ ଏକ ବିଜ୍ଞାନ ସମ୍ମିଳନୀରେ ବିଦ୍ୟୁତ ଚାଳକ ବଳର ଏକକକୁ “ ଭୋଲଟ “ ନାମ ଦେବା ପାଇଁ ସ୍ଥିର ହେଲା   । ସାବଧାନ ! ଏଠାରେ ଚାରିଶହ ଭୋଲଟ ବା ସେହିପରି ବଡ ପରିମାଣ ବିଦ୍ୟୁତ ପ୍ରବାହିତ ହେଉଛି ବୋଲି ସତର୍କବାଣୀ ତମ ଆଖିରେ ପଡିଥିବ   ।

ସଂଗୃହିତ - ଶରତ କୁମାର ମହାନ୍ତି

Last Modified : 10/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate