ସେଆର କରନ୍ତୁ

ବିଜୁଳିବତୀର ଉଦ୍ଭାବକ

ବିଜୁଳିବତୀର ଉଦ୍ଭାବକ ଥମାସ ଆଲଭା ଏଡିସନ ସମ୍ବନ୍ଧରେ ସୂଚନା ।

ଥମାସ ଆଲଭା ଏଡିସନ (୧୮୪୭-୧୯୩୧ ) ପରିଚୟ

ଥମାସ ଏଡିସନ ବିଜ୍ଞାନରେ ନୂତନ ତତ୍ତ୍ଵ ସନ୍ଧାନ କରିବା ବିଷୟରେ ଆଗ୍ରହୀ ନଥିଲେ  । ବୈଜ୍ଞାନିକ ଜ୍ଞାନକୁ ମଣିଷର ବ୍ୟବହାରରେ ଲଗାଇବାର କୌଶଳ ଉଦ୍ଭାବକ କରିବା ଲକ୍ଷ ଥିଲା   । ବୋଧହୁଏ ପୃଥିବୀ ଇତିହାସରେ ଏଡିସନ ସର୍ବ ମହାନ ଉଦ୍ଭାବକ   । ଛୋଟ ବଡ ମିଶି ସମୁଦାୟ ସେ ଦୁଇ ହଜାର ପାଖାପାଖି ଉଦ୍ଭାବକ କରିଥିଲେ  । ଏଡିସନ ଯୋଗୁଁ ଶିଳ୍ପ ଦ୍ରୁତ ବେଗରେ ମାଡି ଚାଲିଲା   ।

୧୮୪୭ ଖ୍ରୀଷ୍ଟଦ୍ଦରେ ଥମାସ ଆଲଭା ଏଡିସନ ଆମେରିକାର ଓହିଓ ରାଜ୍ୟର ମିଳାଣ ଠାରେ ଜନ୍ମଗ୍ରହଣ କରିଥିଲେ   । ତାଙ୍କର ବାପା ଜଣେ ବଢେଇ ଓ ମାଆ ଶିଖୟତ୍ରୀ   । ବାଳକ ଏଡିସନ ଦ୍ଵାରା ପାଠ ହେବ ନାହିଁ ବୋଲି ତାଙ୍କର ଶିକ୍ଷକମାନେ ଦୃଢ ଭାବେ ଘୋଷଣା କଲେ   ।  ବଗୁଲିଆଟା ଖାଲି ପ୍ରଶ୍ନ ପଚାରୁଛି   । ବିଦ୍ୟାଳୟର ଗୋଟିଏ ପ୍ରକୋଷ୍ଠରେ ଦିନଯାକ ବସିବାକୁ ଏଡିସନଙ୍କୁ ମଧ୍ୟ ଅସହ୍ୟ ଲାଗୁଥିଲା  । ସେଥିରେ ପୁଣି ତାଙ୍କ ପ୍ରଶ୍ନ ଶୁଣିଲେ ଶିକ୍ଷକ ବେତରେ ପିଟନ୍ତି    ! ବାପାଙ୍କର ମଧ୍ୟ ଧାରଣା ହୋଇଗଲା ଯେ ପିଲାଟାର ପାଠ ହେବ ନାହିଁ   । ଫଳରେ ଏଡିସନ ମାତ୍ର ତିନିମାସ ସ୍କୁଲ ଯାଇଥିଲେ   । ତେବେ ପାଠ ବନ୍ଧ ହୋଇନଥିଲା  । ତାଙ୍କର ସିକ୍ଷୟତ୍ରୀ ମାଆ ଜାଣିଥିଲେ ଯେ ଏଡିସନ ଗଧ ନୁହେଁ   । ବରଂ ଗୋଟିଏ ବୁଦ୍ଧିଆ ପିଲା      । ସେ ତାଙ୍କୁ ପଢାଇଲେ  । ପିଲାଙ୍କୁ ଅନେକ ସରଳ ବୈଜ୍ଞାନିକ ପରୀକ୍ଷା ବଟାଇଥିବା ବହି ମାଆ ଏଡିସନଙ୍କୁ ଦେଇଥିଲେ   । ସେତେବେଳେ ତାଙ୍କର ବୟସ ନଅ ବର୍ଷ  । ଏଡିସନ ବଡ ଉତ୍ସାହରେ ସବୁ ପରୀକ୍ଷାଗୁଡିକୁ କରିଥିଲେ   । ବାର ବର୍ଷ ବେଳକୁ ବିଜ୍ଞାନ ଓ ଇତିହାସର କଠିନ ବହି ସବୁ ସେ ପଢିଥିଲେ  ।

କିପରି ହେଲା ବିଜୁଳିବତୀର ଉଦ୍ଭାବନ ?

ଏଡସନଙ୍କ ପରିବାରରେ ଅଭାବ ଲାଗିଥାଏ   । ତାଙ୍କୁ ବାରବର୍ଷ ବୟସ ବେଳେ କିଛି ରୋଜଗାର କରିବାର ଉପାୟ ସେ ଦେଖି ପାରିଲେ   । ଏଡିସନଙ୍କ ଘରପାଖ ହୁରନ ବନ୍ଦରରୁ ପ୍ରସିଦ୍ଧ ସହର ଡେଟ୍ରଏଟ ଯାଏ ରେଳପଥ ୧୮୫୯ ଖ୍ରୀଷ୍ଟାଦ୍ଦରେ ପଡିଗଲା   । ପ୍ରଥମ ରେଳପଥର ବିସ୍ତାର ଯେ କୌଣସି ଦେଶ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଘଟଣା  । ରେଳପଥର ବିସ୍ତାର ଆମେରିକାର ଛୋଟ ବଡ ସହରକୁ ଯୋଡି ହେଲା  । ପୂର୍ବରୁ କେବଳ ଘୋଡା ଟଣା ଡବାରେ ଗମନାଗମନ ଚାଲିଥିଲା   ।

ଘର ପାଖରୁ ଡେଟ୍ରଏଟ ପର୍ଯ୍ୟନ୍ତ ରେଳପଥ ବାଳକ ଏଡିସନ ଜୀବନରେ ବଡ ପରିବର୍ତ୍ତନ ସୂତ୍ରପାତ କରିଥିଲା  । ଟ୍ରେନ ଏଡିସନ ଖବରକାଗଜ ବିକିଲେ ସକାଳୁ ସେ ଟ୍ରେନ ଧରନ୍ତି   । ତିନିଚାରିଘଣ୍ଟା  ଡେଟ୍ରଏଟ ସହର ଲାଇବ୍ରେରୀ କଟାନ୍ତି   । ସନ୍ଧ୍ୟାବେଳେ ଫେରି ରାତି ସାଢେ ନଅଟା ବେଳେ ଘରେ ପହଞ୍ଚିନ୍ତି  । ପ୍ରତିଦିନ ଯିବା ଫଳରେ ଟ୍ରେନ ଗାର୍ଡଙ୍କ ସହିତ ତାଙ୍କର ପରିଚୟ ହୋଇଗଲା  । ଷ୍ଟେସନରେ ଗୋଟିଏ ଖାଲି ଡବା ବ୍ୟବହାର କରିବାକୁ ଗାର୍ଡ ତାଙ୍କୁ ଅନୁମତି ଦେଲେ  । କିଛି ଦିନପରେ ଏହି  ଡବାରେ ବାଳକ ଏଡିସନ ତାଙ୍କର ବିଜ୍ଞାନଗାର ଆରମ୍ଭ କରିଦେଲେ   । କିଛି ଦିନ ପରୀକ୍ଷା କରୁକରୁ ଡବାରେ ନିଆଁ ଲାଗିଗଲା  । ନିଆଁ ଯାଇ ଗାର୍ଡଙ୍କ ପୋଷାକକୁ ଛୁଇଁଲା  । ଫଳରେ ମହାଶୟ ନିଆଁବାଣ ହୋଇ ବିଜ୍ଞାନଗାରର ସବୁ ସରଞ୍ଜାମ ପଦାକୁ ଫିଙ୍ଗିଦେଲେ   ।

ଦାସତ୍ଵ ପ୍ରଥା  ଉଚ୍ଛେଦକୁ କେନ୍ଦ୍ରକରି ଦକ୍ଷିଣ ଆମେରିକା ଓ ଉତ୍ତର ଆମେରିକା ମଧ୍ୟରେ ୧୮୬୧ ରୁ ଗୃହ ଯୁଦ୍ଧ ଆରମ୍ଭ ହୋଇଗଲା   । ଏହି ଯୁଦ୍ଧ ଚାରିବର୍ଷ ଲାଗିଲା ଓ ଯୁଦ୍ଧରେ ଦଶଲକ୍ଷ ଲୋକ ମୁତାହତ ହୋଥିଲେ  । ଯୁଦ୍ଧ ଖବର ଜାଣିବାକୁ ଲୋକେ ଆଗ୍ରହୀ ହେଲେ   । ତେବେ ଅଧିକା କାଗଜ ଆଣି ବିକି ନ ପାରିଲେ କ୍ଷତି ହେବ ବୋଲି ଏଡିସନ ଜାଣିଥାନ୍ତି   । ପୁଣି ଯେଉଁ ଦିନ କାଗଜ ସରିଯାଏ ସେ ଦିନ ମନ ଖରାପ  । ଏହି ଦ୍ଵନ୍ଦକୁ ଏଡାଇବାକୁ ତେରବର୍ଷ ବୟସ୍କ ଏଡିସନ ଖବରକାଗଜ ଅଫିସରେ ଆଗତୁରା ଫ୍ରୁଫ କଢି ନିଅନ୍ତି   । ସେ ଦିନ କିଛି ଗରମାଗରମ ଖବର ଅଛି କି ନାହିଁ ଜାଣିଯାଇ ସେହି ଅନୁସାରେ କାଗଜ କିଣନ୍ତି  । ଏ କୌଶଳ ଦ୍ଵାରା ଲାଭ କିଛି ଅବଶ୍ୟ ବଢିଲା   । ଏଡିସନ ଭାବିଲେ , ଯଦି ଖବରକାଗଜରେ ଯୁଦ୍ଧ ସମ୍ବନ୍ଧୀୟ ହେଲଲାଇଡ ସବୁ ଡେଟ୍ରଏଟ ରୁ ଡୁରନ ମଧ୍ୟରେ ଷ୍ଟେସନରେ ଆଗତୁରା ପହଞ୍ଚିଯାଆନ୍ତା ତେବେ ତାଙ୍କର ବହୁତ ଲାଭ ହୁଅନ୍ତି   । ଏ ବୁଦ୍ଧି ଗୋଟିଏ ବାଳକକୁ ଜୁଟିବା ଓ ସେ ତାକୁ କାର୍ଯ୍ୟକରି କରିପାରିବା ଜଣାଇଦିଏ ଯେ ବାଳକଟି ଉଦ୍ଭାବନ କ୍ଷମତା ଅଦ୍ଭୁତ  ।

ଯୁଦ୍ଧ ଲାଗିବାର ବର୍ଷକ ପରେ ବିଦ୍ୟୁତ ଟେଲିଗ୍ରାଫ ବ୍ୟବସ୍ଥା ଚାଲୁ ହୋଇଗଲା   । ଡେଟ୍ରଏଟ ଠାରୁ ହୁରନ ମଧ୍ୟରେ ସବୁ ଟେଲିଗ୍ରାଫ ଲାଇନ ଦ୍ଵାରା ସଂଯୁକ୍ତ ଥାଆନ୍ତି   । ଯଦି ଟେଲିଗ୍ରାଫ ଦ୍ଵାରା ଖବରକାଗଜ ମୁଖ୍ୟ ହେଡ ଲାଇନ ସବୁ ଷ୍ଟେସନମାନଙ୍କରେ ପହଞ୍ଚି ଯାଇପାରନ୍ତା   ଏ କାମ କରିଦେଲେ ତାଙ୍କୁ ଦୁଇଖଣ୍ଡ ଖବରକାଗଜ ଓ ଖଣ୍ଡେ ସାପ୍ତାହିକ ପତ୍ରିକା ଛଅମାସ ମାଗଣା ମିଳିବ ବୋଲି ତାଙ୍କୁ ଅପରେଟରଙ୍କୁ କହିଦେଲି ଏଡିସନ ଖବରକାଗଜ ଅଫିସ ଚାଲିଲୀ   । ପ୍ରତି ଦିନ ଶହେ କପି କାଗଜ କିଣନ୍ତି  । ସେ ଦିନ କିଣିଲେ ପନ୍ଦରସହ କପି  । ଯଦି ବିକ୍ରି ନହୁଏ   ! ବାଳକ ଦିନୁ ଏଡିସନ ବୁଦ୍ଧି ଖଟାଇ ବାଜି ମରନ୍ତି ଓ ବାଜି ଜିତନ୍ତି  ।  ବେଳେ ହାରନ୍ତି ମଧ୍ୟ  । ତାଙ୍କର ସମୁଦାୟ ଜୀବନକୁ ଚାହିଁଲେ ସେ ଜଣେ ଚାଲାକ ଓ ସଫଳ ବ୍ୟବସାୟୀ ବୋଲି ଜଣାଯାଏ   ।

ଆଗରୁ ସେ ପ୍ରଥମେ ଷ୍ଟେସନରେ ଦୁଇଖଣ୍ଡ କାଗଜ ବିକୁଥିଲେ  । ସେଦିନ ବିକିଲେ ଶହେ ଖଣ୍ଡ   ।  ଟ୍ରେନ ଆଗେବାକୁ କାଗଜ ସରି ଆସିଲା  ।  ଏଡିସନ ଚଢାଦାମରେ କାଗଜ ବିକିଲେ  । ବିଦ୍ୟୁତ ଶକ୍ତିର ବିନିଯୋଗ କରି ସେ ଯେଉଁ ଲାଭ ପାଇଲେ ତାହା ଆରମ୍ଭ ମାତ୍ର   । ଭବିଷ୍ୟତରେ ବିଜୁଳି ଶକ୍ତିର ବିନିଯୋଗ କରି ସେ ବିପୁଳ ଅର୍ଥ ଉପାର୍ଜନ କରିଛନ୍ତି   ।

ନିଜେ ଟେଲିଗ୍ରାଫ ସମ୍ବନ୍ଧରେ ଜ୍ଞାନ ଜଣେ ପରେଟର ଠାରୁ ସେ ଶିକ୍ଷା ଲାଭ କରେ   ।  ଏହି ଅବକାଶରେ ଟେଲିଗ୍ରାଫ ବ୍ୟାଟେରୀ, ତାର ଓ ଅନ୍ୟାନ୍ୟ ବୈଦ୍ୟୁତିକ ଯନ୍ତ୍ରପାତିକୁ ନେଇ ପରୀକ୍ଷା କରିବାର ସୁଯୋଗ ତାଙ୍କୁ ମିଳିଲା   । କାମରେ ମାତି ଦିନେ ପରୀକ୍ଷା କରୁକରୁ ସେ ଗୋଟିଏ ଦୁର୍ଘଟଣା କଲେ  । ଫଳରେ ପୂର୍ବରୁ ଟ୍ରେନର ଗାଡ ଯେପରି ତାଙ୍କୁ ତଡି ଦେଇଥିଲେ ଦ୍ଵିତୀୟବାର ତାହାର ପୁରାବୃତ୍ତି ଘଟିଲା   ।

ଏ ଘଟଣା ବଦନାମକୁ ଭୟ କରି ତରୁଣ ଏଡିସନ ଆଗାମୀ ପାଞ୍ଚବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ଅଞ୍ଚଳରେ ଘୂରିଥିଲେ  । ଗୋଟିଏ ସ୍ଥାନରେ ଅଳ୍ପଦିନ ରହି ଟେଲିଗ୍ରାଫ ମେକାନିକ ଭାବେ କାମ କରି ସେ ପେଟ ପୋଷନ୍ତି   । ଟେଲିଗ୍ରାଫ ସମ୍ପର୍କରେ ତାଙ୍କର ଜ୍ଞାନ କ୍ରମଶଃ ବଢି କୋଡିଏ ବର୍ଷ  ବୟସ ବେଳକୁ ସେ ପ୍ରାୟ କାଲା ହୋଇଥାନ୍ତି      । ଏହା ଦ୍ଵାରା ଗୋଟିଏ ସୁବିଧା ଅବଶ୍ୟ ହେଲା  । ଏଡିସନ ଲୋକଙ୍କର କଥାବାର୍ତ୍ତା , ଗୋଳମାଳ ଶୁଣି ପାରନ୍ତି ନାହିଁ  , କିନ୍ତୁ କାନରେ ଟେଲିଗ୍ରାଫ ଯନ୍ତ୍ରର ଆୱାଜ ଶୁଣିବାର ଅସୁବିଧା ହୁଏନା   ।  କାନ କାଲା ହେବାରୁ ସେ ସେ ଟେଲିଗ୍ରାଫ କାମରେ ଧ୍ୟାନସ୍ଥ ହୋଇପାରିଲେ   ।

ଥରେ ଗୋଟିଏ କମ୍ପାନୀ ତାଙ୍କୁ ରାତ୍ରି ଅପରେଟର ଭାବେ ନିଯୁକ୍ତ କଲା  । ଦିନରେ ଗବେଷଣା ପାଇଁ ସୁଯୋଗ ମିଳୁଥିବାରୁ ଏଡିସନ ସବୁବେଳେ ରାତି ଚାକିରିକୁ ପସନ୍ଦ କରନ୍ତି  । ରାତ୍ରିକାଳୀନ ଅପରେଟରମାନେ ଶୋଉନାହାନ୍ତି ବୋଲି ନିଶ୍ଚିତ ହେବାକୁ କମ୍ଫାନୀ ସେମାନଙ୍କୁ ନିର୍ଦ୍ଦେଶ ଦେଇଥାଏ ଯେ ରାତିସାରା ଘଣ୍ଟାକୁ ଥରେ ପ୍ରତ୍ୟେକ  ଅପରେଟର ଟେଲିଗ୍ରାମ କରି ହେଡକ୍ଵାଟର ସହିତ କଥାବାର୍ତ୍ତା ହେବ   । ଏହି ବ୍ୟବସ୍ଥାକୁ ମୁକୁଳିବା ପାଇଁ ଏଡିସନ ଗୋଟିଏ ଉପାୟ କଲେ   । ଉପାୟଟି ହେଉଛି ଯାନ୍ତ୍ରିକ ଭାବେ ଏଡିସନଙ୍କ ସଂକେତ ରାତିଯାକ ହେଡକ୍ଵାଟରକୁ ଜୀବ   । ହେଡକ୍ଵାଟର ବାଲା ଖୁସ   । ରାତିସାରା ସୋଇ ଦିନ କରିବାକୁ ତାଜା ରହୁଥିବାରୁ ଏଡିସନ ବି ଖୁସି   ।

ଟେଲିଗ୍ରାଫ ମେକାନିକର ଦକ୍ଷତା ସତ୍ତ୍ୱେ ନିୟମିତ ଚାକିରି ଅଭାବରେ ଏଡିସନ ଦୁଃଖକଷ୍ଟରେ ଚାଲୁଥାନ୍ତି  । ଶେଷରେ ଏକୋଇଶ ବର୍ଷ ବୟସରେ ବୋଷ୍ଟନ ସହରରେ ଏକ ବଡ କମ୍ଫାନୀରେ ସେ ଚାକିରି ପାଇଲେ   । ସେତେବେଳେ ବୋଷ୍ଟନ ସହର ଆମେରିକାର ବିଜ୍ଞାନ ଗବେଷଣାରେ ଆଗ୍ରହୀ ଥିଲା  । ବିଦ୍ୟୁତ ଶକ୍ତିର ଜନକ ଫାରାଦେଙ୍କ ବିଦ୍ୟୁତ ସମ୍ପର୍କୀୟ ବହି ଏଡିସନ ବୋଷ୍ଟନରୁ ପାଇଲେ ଓ ଦରମା ଖର୍ଚ୍ଚ କରି ତାହା କିଣିଲେ   । ବିଜ୍ଞାନ ଗବେଷଣାରେ ଉତ୍ସାହୀ କେତେକ ଯୁବକଙ୍କ ନେତୃତ୍ଵ ନେଇ ସେ ଏକ ବିଜ୍ଞାନ ଗବେଷଣାଗାର ପ୍ରତିଷ୍ଠା  କଲେ  । ଗବେଷଣାରେ ତାଙ୍କର ମନ ଏପରି ଲାଗିଗଲା ଯେ ଦିନେ ସେ ଚାକିରିରୁ ଇସ୍ତଫା ଦେଇଦେଲେ   । ଯିଏ ପୃଥିବୀରର ସର୍ବଶ୍ରେଷ୍ଟ ଉଦ୍ଭାବକ ହେବେ   , ତାଙ୍କୁ କୌଣସି ଚାକିରି ବାନ୍ଧି ପାରିଥାନ୍ତା କିପରି   ?

ବୋଷ୍ଟନରେ କିଛି ଦିନ ସୁରୁଖୁରୁରେ ଚାଲିବା ପରେ ଏଡିସନ ଗୋଟିଏ ବଡ ବିଫଳତାର ସମ୍ମୁଖୀନ ହୋଇ ବୋଷ୍ଟନ ଛାଡିଲେ  । ନିୟର୍କ ଠାରୁ ଚାରିସହ ମାଇଲ ଦୂରରେ ଅବସ୍ଥିତ ରାକେଷ୍ଟର ସହରକୁ ଟେଲିଗ୍ରାଫ ଦ୍ଵାରା ଯୋଡିବା ପାଇଁ ବାରମ୍ବାର ଚେଷ୍ଟା କରି ସେ ସଫଳ ହୋଇପାରିଲେ ନାହିଁ   । ଫଳରେ ଅଠର ମାସ ରହିବା ପରେ ସେ ବୋଷ୍ଟନ ଛାଡି ନିୟର୍କ ଚାଲିଲେ  । ନିୟର୍କ ପୂର୍ବପରି ତାଙ୍କୁ ଅନାଟନ ଭିତରେ ବଞ୍ଚିବାକୁ ପଡିଲା   । କିଛି ଦିନ ପରେ ବୋଷ୍ଟନ ପରି ନିୟର୍କରେ ସେ ଗୋଟିଏ ବଡ ଟେଲିଗ୍ରାଫ କମ୍ଫାନୀରେ ଚାକିରି ପାଇଲେ   । ଥରେ ସେଠାରେ ଗୋଟିଏ ଯନ୍ତ୍ର ଖରାପ ହୋଇଗଲା  । ତାକୁ ସଜାଡିବାକୁ ସବୁ ଚେଷ୍ଟା ବ୍ୟର୍ଥ ହେଲା  । ସମସ୍ତେ ମୁଣ୍ଡରେ ହାତ ଦେଇ ବସିଲେ   । ଗୋଟିଏ ଓଳି ଟେଲିଗ୍ରାଫସବୁ ଅଚଳ ହୋଇଗଲେ ପ୍ରଚୁର କ୍ଷତି    । ଏଡିସନ ଯନ୍ତ୍ରକୁ ଦି ଘଣ୍ଟାରେ ସଜାଡି ହେବା ଫଳରେ ପୁରସ୍କାର ସ୍ୱରୂପ ତାଙ୍କୁ ପଦୋନ୍ନତି ମିଳିଲା   ।

ନିୟର୍କ ଷ୍ଟକ ଏକ୍ସଚେଞ୍ଜରେ ସୁନା ଓ ଷ୍ଟକର ଦାମ ପ୍ରତିଦିନ ଘନଘନ ବଡୁଥିଲା   । ବାର୍ତ୍ତାବହ ଯୁବକମାନେ ଦରଦାମ ଖବର ଧରି ୱାଲଷ୍ଟ୍ରିଟର ବଣିକମାନଙ୍କ ପାଖକୁ ଏକ୍ସଚେଞ୍ଜରୁ ବାରମ୍ବାର ଧାଆନ୍ତି   । ଏ ଅସୁବିଧା ଦୂର କରି ଟେଲିଗ୍ରାଫ ଦ୍ଵାରାଦରଦାମ ସଙ୍ଗେ ସଙ୍ଗେ ଜଣାଇବାକୁ  ଏଡିସନ ଗୋଟିଏ ଷ୍ଟିକଟିକର ଯନ୍ତ୍ର ଉଦ୍ଭାବନ କରିଥାନ୍ତି   । ଏହି ଯନ୍ତ୍ରକୁ କିଏ ଚାରି ପାଞ୍ଚ ହଜାର ଡଲାର ଦେଇ କିଣିଥିଲେ ଏଡିସନ ଖୁସି ହୋଇଥାନ୍ତି   । ମାତ୍ର ସେ ଚାକିରି କରୁଥିବା ସଂସ୍ଥାର ସଭାପତି ଯନ୍ତ୍ରଟିକୁ ଚାଳିଶ ହଜାର ଡଲାର ଦେଇ କିଣିନେଲେ   । ପରେ  କହିଛନ୍ତି, ଚାଳିଶହଜାର ଡଲାର ପ୍ରସ୍ତାବ ଶୁଣି ସେ ଅଳ୍ପଲେ ମୂର୍ଚ୍ଛା ଯିବାରୁ ରକ୍ଷା ପାଇଗଲେ  !

ସେତେବେଳେ ତାଙ୍କର ବୟସ ମାତ୍ର ତେରଶ ବର୍ଷ   । ଏଇ ଅର୍ଥ ଏଡିସନ ନିଉୟର୍କ ପାଖରେ ନିଜର ଗୋଟିଏ ଗବେଷଣା ମିଶା କାରଖାନା ପ୍ରତିଷ୍ଠା କଲେ   ।  ମଣିଷର ଦରକାରରେ ଆସୁଥିଲା ଯନ୍ତ୍ରପାତି ଉଦ୍ଭାବନ କରିବାର ମିଳିତ ଗବେଷଣା ଏଡିସନଙ୍କ ଠାରୁ ଆରମ୍ଭ ହୋଇଛି  । ଆରମ୍ଭରୁ ତାଙ୍କ ଗବେଷଣା ଅନୁଷ୍ଠାନରେ କେତେକ ଇଞ୍ଜିନିୟର ସହିତ ମୋଟ ୧୫୦ ଜଣ କର୍ମଚାରୀ କାମ କରୁଥିଲେ  । ସପ୍ତର୍ଷି ପରି ସାତଜଣ ଇଂଜିନିୟର ଏଡିସନଙ୍କ ଦ୍ଵାରାଜ ଉଦବୁଦ୍ଧ ହୋଇ ଦିନରାତି ଖଟୁଥାନ୍ତି   ।

୧୮୭୧ରେ ଏଡିସନ ଷ୍ଟିଲୱେଲ ନାମକ ଜଣେ ଯୁବତୀ କର୍ମଚାରୀ ପ୍ରେମରେ ପଡିଲେ ଓ ତାଙ୍କୁ ବିବାହ କଲେ  । ସ୍ତ୍ରୀଙ୍କୁ ସେ ଖୁବ ଭଲ ପାଆନ୍ତି  ।  ବାହାଘର ସାରିବା ପରେ ଏଡିସନ ସିଧା କାରଖାନାକୁ ଯାଇ ରାତିଅଧ ପର୍ଯ୍ୟନ୍ତ କାମ କରିଥିଲେ   ।

୧୮୭୬ରେ ଏଡିସନ ନିଉୟର୍କ ପାଖ ମେନଲୋ ପର୍କ୍ଦ ନାମରେ ଗୋଟିଏ ଗ୍ରାମକୁ ତାଙ୍କର କାରଖାନା ଉଠାଇ ନେଲେ   । ଟେଲିଗ୍ରାଫ ଆବିଷ୍କାର କରିଥାନ୍ତି  । ବିଦ୍ୟୁତ ଶକ୍ତି କେବଳ ସଂକେତ ବହନ କରେ ନା , ମଣିଷର ସ୍ଵାର ମଧ୍ୟ ବହନ କରିବାକୁ ସକ୍ଷମ ବୋଲି ବେଳ ଦେଖାଇଦେଲେ   । ତାଙ୍କର ଆବିଷ୍କାର ଚହଳ ପାକାଇ ଦେଲା  । ତେବେ ବେଳଙ୍କ ଟେଲିଫୋନରେ କଥାବାର୍ତ୍ତା ଖୁବ ଧୀରେ ଶୁଭୁଥିଲା   ।  ଦୂର ସ୍ଥାନରୁ ଆଦୌ ଶୁଭୁ ନଥିଲା   ।  ଏହି ଦୁଇଟି ଅସୁବିଧା ଦୂର କରି ଏଡିସନ ଟେଲିଫୋନରେ ଅନେକ ଉନ୍ନତି ଆଣିଲେ   । ଫଳରେ ସେ ବିଖ୍ୟାତ ହେବା ସହିତ  ପ୍ରଚୁର ଅର୍ଥ ଉପାର୍ଜନ କଲେ   । ଟେଲିଫୋନ ବ୍ୟବସ୍ଥା ପାଇଁ ଗୋଟିଏ ୟୁନିଅନ ତାଙ୍କୁ ପ୍ରଥମେ ଏକ ଲକ୍ଷ ଡଲାର ଦେଇଥିଲା  ।  ଏହା ୧୮୭୭ ର ଘଟଣା  । ଏଡିସନ ଟେଲିଫୋନରେ କିଛି ଉନ୍ନତି କରି ଆମେ ତାହା ବର୍ତ୍ତମାନ ବ୍ୟବହାର କରୁଛୁ  ।

ଏଡିସନଙ୍କ ବିଭିନ୍ନ ପ୍ରକାର  ଆବିଷ୍କାର

ଟେଲିଫୋନ ଶବ୍ଦକୁ ଦୂରଗାମୀ କରାଏ   । ଫୋନଗ୍ରାଫ ଶବ୍ଦକୁ ରେକଡିଂ କରେ   । ମାସେ ଦି ମାସ ପରେ ସେଇ ୧୮୭୭ ରେ ଏଡିସଞ୍ଜ ଫୋନୋଗ୍ରାମ ଆବିଷ୍କାର କଲେ   ।  ଆମେରିକାରେ ଚାଞ୍ଚଲ୍ୟ ଖେଳିଗଲା  । ଗ୍ରାମଫୋନ ଫୋନୋଗ୍ରାଫର ମାର୍ଜିତ ରୂପ   ।  ତୁମ ଅଜାମାନେ ସେମାନଙ୍କର ପିଲାଦିନେ ୧୯୪୦ -୫୦ ବେଳକୁ ଗ୍ରାମଫୋନରୁ ଗୀତ ଶୁଣୁଥିଲେ  । ତୁମେ ଏବେ ଟେପ ରେକର୍ଡରୁ ଗୀତ ଶୁଣୁଛ   । ଗ୍ରାମଫୋନ , ଟେପ ରେକର୍ଡର ମୂଳସୂତ୍ର ଏଡିସନ ଆବିଷ୍କାର କରିଥିଲେ  । ଫୋନୋଗ୍ରାଫ ଆବିଷ୍କାର ତାଙ୍କୁ ମହାନ ଉଦ୍ଭାବକ ଆଣିଦେଲା   । ଫରାସୀମାନେ ତାଙ୍କୁ କହିଲେ “ This astonishing Edison  “ ଆମେରିକାବାସୀ ତାଙ୍କୁ  ନାମ ଦେଲେ – ମେନଲୋ ପାର୍କର ଯାଦୁକର  ।

ସେ ଯାଏ ଏହି ଯାଦୁକର ତାଙ୍କର ସର୍ବଶ୍ରେଷ୍ଠ ମ୍ୟାଜିକ ଦେଖାଇ ନଥାନ୍ତି   । ନିୟୁର୍କ ର ରାସ୍ତାଘାଟକୁ ପ୍ରଥମ କରି ବିଜୁଳିବତୀରେ ସଜେଇ ହେବା ଲୋକଙ୍କୁ ମ୍ୟାଜିକ ପରି ଲାଗିବା ସ୍ଵାଭାବିକ  । ଉଣ୍ଣବିଂଶ ଶତାଦ୍ଦୀ ଆରମ୍ଭରୁ କୋଇଲାରୁ ପ୍ରସ୍ତୁତ ଗ୍ୟାସବତୀ ରାତିରେ ଆମେରିକାର ରାସ୍ତାଘାଟରେ ଜଳୁଥିଲା   । ନଗରବାସୀମାନେ ମଧ୍ୟ ଘରେ କୋଲ ଗ୍ୟାସ ଜାଳୁଥିଲେ  । କୋଲଗ୍ୟାସ ଯୋଗାଉଥିବା ଓ ରାସ୍ତାରେ ବତୀ ଜଳାଇବାକୁ ଲୋକ ନିଯୁକ୍ତ କରିଥିବା କମ୍ପାନୀ ପ୍ରଚୁର ଲାଭ କରିଥିଲା  । ଫୋନୋଗ୍ରାଫ ଆବିଷ୍କାର କରିବାର ଦୁଇବର୍ଷ ପରେ ଏଡିସନ ବିଜୁଳିବତୀ ଜଳାଇବାରେ ସକ୍ଷମ ହେଲେ  । ଏଥିପାଇଁ ତାଙ୍କୁ ଅସିମ ଧର୍ଯ୍ୟ ଧରି ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଛି    । ବଲବର ଫିଲାମେଣ୍ଟ ଠିକ ନଥିବାରୁ ବଲଟିର ଜଳିବା ମାତ୍ରେ ସାଙ୍ଗେ ସାଙ୍ଗେ ଫିଉଜ ହୋଇଯାଏ  । ଏକାଦିକ୍ରମେ କିଛି ଘଣ୍ଟା ଜାଳିବା ଭଳି ବଲବ ପ୍ରସ୍ତୁତ କରିବା ପାଇଁ ଏଡିସନ ତିନିହଜାର ବଲବକୁ ନେଇ ପରୀକ୍ଷା କରି ବିଫଳ ହେଲେ   । ଏହାପରେ ମେନଲୋ ପାର୍କ କାରଖାନାରେ ରାତିରେ ବିଜୁଳିବତୀର ମାଳ ଝୁଲିଲା  । ଯାଦୁକରର ସର୍ବଶ୍ରେଷ୍ଠ ଯାଦୁ ଦେଖିବା ପାଇଁ ସମଗ୍ର ଆମେରିକାରୁ ଲୋକ ଧାଇଁଲେ  । କିଛି ଦିନପରେ ନିୟର୍କ ସହର ରାତିରେ ବିଜୁଳିବତୀ ଦ୍ଵାରା  ଝଲସିଲା   । ଜଣେ ଜଣେ ବତୀ ଜଳାଳୀ କାନ୍ଧରେ ସିଡି ବୋଲି ଗଳି ଗଳି ବୁଲି ସନ୍ଧ୍ୟା ବେଳେ ଖୁଣ୍ଟ ଚାଲି ଜାଳିବା ଲୋକନ୍କୂ ଦିନ କେଇଟାରେ ମରହଟ୍ଟୀଆ ଢଙ୍ଗ ମନେ ହେଲା    ।

ବିଜୁଳି ଖର୍ଚ୍ଚ କମାଇବାକୁ ଉତ୍କୃଷ୍ଟ ଡାଇନାମୋ ପ୍ରଭୃତି ପ୍ରସ୍ତୁତ କରିବାକୁ ଏଡିସନ ଓ ତାଙ୍କର ସହକର୍ମୀଙ୍କୁ ବର୍ଷେ ଖଣ୍ଡେ ସମୟ ଲାଗିଲା  । ଏଇ କାଳରେ ସେ ଦିନ ଦିନ ଧରି ଅକ୍ଲାନ୍ତ ପରିଶ୍ରମ କରିଛନ୍ତି  । ତାଙ୍କର ଜଣେ ସହକର୍ମୀ କହନ୍ତି   ସେ ଏଇ ସମୟରେ ବିଶ୍ରାମ ନେବାକୁ ଯେକୌଣସି ସ୍ଥାନ ରେ ବିନା ବିଛଣାରେ ପ୍ୟାଣ୍ଟ କୋଟ ପିନ୍ଧି ଶୋଇଯାଆନ୍ତି  । ଥରେ ଥରେ ଛତିଶଘଣ୍ଟା ଶୋଇପଡନ୍ତି  । ମଝିରେ ଥରେ ଉଠି ପ୍ରଚୁର ଖାଆନ୍ତି, ଖଣ୍ଡେ ସିଗାରେଟ ଟାଣନ୍ତି ଓ ପୁଣି ଶୁଅନ୍ତି  ।

କୁହାଯାଏ ଏଡିସନ ବାଷ୍ପୀୟ ଯୁଗକୁ ଅତିକ୍ରମ କରି ପୃଥିବୀକୁ ବିଦ୍ୟୁତ ଯୁଗ ଆଣିଲେ   । ୧୮୮୦ ରେ ଆମେରିକାରେ ପ୍ରଥମ ବିଦ୍ୟୁତ ଚାଳିତ ଟ୍ରେନ ଚଳାଇ ସେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କଲେ   । ଏହାର ପୂର୍ବବର୍ଷ ଜର୍ମାନୀର ବାଣିଜ୍ୟ ପ୍ରଦର୍ଶନୀରେ ବିଦ୍ୟୁତଚଳିତ ଟ୍ରେନ ଚାଲିଥିଲା  । ମାତ୍ର ଏଡିସନଙ୍କ ବିଦ୍ୟୁତ ଟ୍ରେନ ଥିଲା ଉନ୍ନତ    ।

ନୀରବ ଚଳଚିତ୍ରକୁ ଆଗେଇ ନେବାରେ ତାଙ୍କର ଉଲ୍ଲେଖ ଯୋଗ୍ୟ ଭୂମିକା ରହିଛି   । ସେ ଏତେ ନୂଆ ଉଦ୍ଭାବନ କରିଥିଲେ ଯେ ଯାଦୁକର ହିସାବରେ ତାଙ୍କର ଖ୍ୟାତି ସମଗ୍ର ପୃଥିବୀରେ ବ୍ୟାପୀ ଯାଇଥିଲା   ।  ଆମେରିକାର ରାଷ୍ଟ୍ରପାତି ଓ ବିଶିଷ୍ଟ ଶିଳ୍ପପତିମାନେ ତାଙ୍କର ବନ୍ଧୁ ଥିଲେ   ।     ବିଖ୍ୟାତ ମଟରଗାଡି ନିର୍ମାତା ଫୋର୍ଡଙ୍କର ଏଡିସନଙ୍କ ଉପରେ ଗଭୀର ଆସ୍ଥାଥିଲା   । ଫୋର୍ଡଙ୍କ ଅନୁରୋଧରେ ବ୍ୟାଟେରୀ ଦ୍ଵାରା ଗାଡି ଷ୍ଟାର୍ଟ କରିବା ଉପରେ ଏଡିସନ ଗବେଷଣା କଲେ ଓ ସଫଳ ହେଲେ  । ୧୯୨୦ ବେଳକୁ କାରରେ ବ୍ୟାଟେରୀ ଲାଗିଗଲା  । ସେତେବେଳେକୁ ଏଡିସନଙ୍କୁ ସତୁରୀ ବର୍ଷ   । ଶକ୍ତି ସଞ୍ଚୟ କରି ରଖୁଥିବା ବ୍ୟାଟେରୀ ପ୍ରସ୍ତୁତ କରିବା ପାଇଁ ସେ ବୟସରେ ଏଡିସନ ଦୈନିକ ଷୋହଳ ଘଣ୍ଟା ପରିଶ୍ରମ କରୁଥିଲେ   । ଏପରି ବ୍ୟାଟେରୀ ପ୍ରସ୍ତୁତ କରି ପ୍ରଚୁର ଅର୍ଥ ଉପାର୍ଜନ କରିବାର ଆଉ ଏକ ଅଧିକ ବାଟ ତାଙ୍କୁ ମିଳିଗଲା  ।

ମୃତ୍ୟୁ

୧୯୩୧ ରେ ଏଡିସନଙ୍କର ମୃତ୍ୟୁ ଘଟିଲା   । ତାଙ୍କର ଅନ୍ତିମ ସଂସ୍କାର ଦିନ କୌଣସି ବିଜୁଳି ବ୍ୟବହାର ହେବ ନାହିଁ ବୋଲି ପ୍ରସ୍ତାବ ଆସିଲା   । ବିଜୁଳି ବ୍ୟବହାରରେ ଆବିଷ୍କାର୍ତ୍ତାଙ୍କୁ ଏହିପରି ସମ୍ମାନିତ  କରିବା ଉଚିତ ବିଚାର   । ମାତ୍ର ବର୍ଷ କେଇଟାରେ ସମସ୍ତେ ବିଜୁଳି ଉପରେ ଏତେ ନିର୍ଭର କରିଥିଲେ ଯେ ଦିନେ ବିଜୁଳି ବନ୍ଦ କରିବା, ବିଦ୍ୟୁତ ଟ୍ରେନମାନଙ୍କୁ ଦିନଟିଏ ଛିଡା କରିବା କଣ ସମ୍ଭବ  ? ଆମେରିକାର ପ୍ରେସିଡେଣ୍ଟ ଘୋଷଣା କଲେ ଯେ ସରକାରଙ୍କ ତରଫରୁ କୌଣସି ନିର୍ଦ୍ଦେଶ ରହିବ ନାହିଁ   । ବିଜୁଳି ବନ୍ଦ ରଖିବା ଲୋକଙ୍କର ଇଚ୍ଛାଧୀନ  । ଲୋକେ ସ୍ଵେଚ୍ଛାରେ ବିଜୁଳି ବ୍ୟବହାର ବନ୍ଦ ରଖିଲେ ଓ ସମଗ୍ର ଆମେରିକା ରାତିଟିଏ ପ୍ରାୟ ଅନ୍ଧାର ରହିଲା   ।

ସଂଗୃହିତ - ଶରତ କୁମାର ମହାନ୍ତି

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top