ହୋମ / ଶିକ୍ଷା / ଶିଶୁଙ୍କ ଦୃଷ୍ଟିରୁ / ୧୮୧୭ର ପାଇକ ବିଦ୍ରୋହ
ସେଆର କରନ୍ତୁ

୧୮୧୭ର ପାଇକ ବିଦ୍ରୋହ

ଓଡିଶା ଇତିହାସରେ ୧୮୧୭ ମସିହା ଏକ ଯୁଗାନ୍ତକାରୀ ସମୟ । ଏହି ସମୟରେ ଏକ ବିଦ୍ରୋହ ସଂଗଠିତ ହୋଇଥିଲା ।

ଓଡିଶା ଇତିହାସରେ ୧୮୧୭ ମସିହା ଏକ ଯୁଗାନ୍ତକାରୀ ସମୟ । ଏହି ସମୟରେ ଏକ ବିଦ୍ରୋହ ସଂଗଠିତ ହୋଇଥିଲା ଯେଉଁଥିରେ ମୁଖ୍ୟତଃ ଖୋର୍ଦ୍ଧାର ପାଇକ ଓ ରୟତମାନେ ଅଂସଗ୍ରହଣ କରିଥିଲେ । ଏହା ପାଇକ ବିଦ୍ରୋହ ନାମରେ ଖ୍ୟାତ । ଅବଶ୍ୟ, ଗୋଟିଏ ଦ୍ରୁଷ୍ଟିରୁ ବିଚାର କଲେ ବିଦେଶୀ ବନ୍ଧନରୁ ମୁକ୍ତ ହେବା ପାଇଁ ଏହା ଥିଲା ଓଡିଆମାନଙ୍କର ଏକ ପ୍ରତିରୋଧ ସଂଗ୍ରାମ । ଯଦିଓ ଏହି ବିଦ୍ରୋହ ଖୋର୍ଦ୍ଧାରୁ ଆରମ୍ଭ ହୋଇଥିଲା , ଏହା ଧୀରେ ଧୀରେ ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପୀ ଥିଲା । ଯେଉଁ ବ୍ୟକ୍ତି ଜଣକ ଏହି ଅଭ୍ୟୁଥାନକୁ ପ୍ରେରଣା ଯୋଗାଇ ଥିଲେ ଏବଂ ଏହାର ନେତୃତ୍ଵ ନେଇଥିଲେ ସେ ହେଲେ ଜଗବନ୍ଧୁ ବିଦ୍ୟାଧର ଭ୍ରମରବାର ରାୟମହାପାତ୍ର । ଯିଏ ବକ୍ସି ଜଗବନ୍ଧୁ ନାମରେ ଜନପ୍ରିୟ । ଏହି ବିଦ୍ରୋହ ଅସଫଳ ହୋଇଥିଲା ଜି ନିୟନବିଙ୍କ ଭାଷାରେ “ ସମଗ୍ର ଓଡିଶାରୁ ନ ହେଲେ ମଧ୍ୟ ଅନ୍ତତଃ ପକ୍ଷେ ଖୋର୍ଦ୍ଧାମାଟିରୁ ବ୍ରିଟିଶ ଶାସକଙ୍କୁ ବିତାଡିତ କରିବା ପାଇଁ ଏହା ନିର୍ଦ୍ଧୟ କ୍ରୋଧରେ ଫାଟି ପଡିଥିଲା । “

ବିଦ୍ରୋହ କାରଣ

ପାଇକ ବିଦ୍ରୋହ ପଛରେ ନିର୍ଦ୍ଧିଷ୍ଟ କାରଣମାନ ରହିଛି । ଏହି କାରଣ ଗୁଡିକ ହେଲା ସମସ୍ତ ଶ୍ରେଣୀର ରୟତମାନଙ୍କ ଘନୀଭୂତ ଅସନ୍ତୋଷ , ପାଇକ ଓ ସେମାନଙ୍କର ନେତା ବକ୍ସି ଜଗବନ୍ଧୁଙ୍କ ଦୁର୍ଦଶାମୟ ଜୀବନ ।

ରୟତମାନଙ୍କ ଅସନ୍ତୋଷ

ଓଡିଶାରେ ଇଂରେଜ ଶାସକ ଓ ସେମାନଙ୍କ ଅଧସ୍ତନ ବଙ୍ଗୀୟ କର୍ମଚାରୀ ମାନଙ୍କ ନିର୍ମମ ଲୁଣ୍ଠନ ଯୋଗୁଁ ରୟତ ଓ ଖୋର୍ଦ୍ଧାର ପାଇକମାନଙ୍କ ମଧ୍ୟରେ ଅସନ୍ତୋଷର ବହ୍ନି ଜଳି ଉଠିଥିଲା । ବ୍ରିଟିଶ ଶାସନରେ ଖୋର୍ଦ୍ଧା ରୟତମାନେ ସୀମାହୀନ ଦୁଃଖ ଦୁର୍ଦ୍ଧଶାମୟ ଜୀବନ କଟାଉଥିଲେ । ଇଂରେଜମାନେ ନୂତନ ଭାବେ ଓଡିଶା ଦଖଲ କରିବା ପରେ ଓଡିଶାର ସାମାଜିକ ଅବସ୍ଥା ସମ୍ପର୍କରେ ଏହାବେଳେ ଅଜ୍ଞ ଥିବାରୁ ଏବଂ ସେମାନେ ସବୁ କଥାରେ ଇଂରେଜ ଜାଣିଥିବା ବଙ୍ଗାଳୀ କର୍ମଚାରୀଙ୍କ ଉପରେ ନିର୍ଭରଶୀଳ ହେବା ଯୋଗୁଁ ଏହାର ସୋଯୋଗ ନେଇ ବଙ୍ଗାଳୀ କର୍ମଚାରୀମାନେ ଏକ ନୂଆ ଶ୍ରେଣୀର ଶୋଷକ ଭାବେ ଉଭା ହୋଇଥିଲେ ଏବଂ ଏହା ଫଳରେ ରୟତମାନଙ୍କ ଦୁର୍ଦ୍ଦଶା ବଢି ଚାଲିଲା । ବ୍ରିଟିଶ ସରକାର ୧୮୦୫ ମସିହାରେ ଖୋର୍ଦ୍ଧାକୁ ଖାସମାହାଲରେ ପରିଣତ କରିବା ପରେ, ୧୮୦୫ ରୁ ୧୮୧୭ ମସିହା ମଧ୍ୟରେ ତରବାରିଆ ଭାବେ ଗୋଟିଏ ପରେ ଗୋଟିଏ ନୂତନ ପ୍ରଜା ସତ୍ତ୍ଵ ଭୂବନ୍ଦୋବସ୍ତ ଆଇନ ଜାରି କରି ଚାଲିଲେ । ଏହି ଧରଣର ସ୍ୱଳ୍ପମିଆଦି ଭୂ ବନ୍ଦୋବସ୍ତ ଆଇନ ରୟତମାନଙ୍କୁ ଦୁର୍ନୀତି ମଧ୍ୟକୁ ଠେଲି ଦେଲା । ନୂତନ ଭୂ- ବନ୍ଦୋବସ୍ତ ଆଇନରେ କର / ଖଜଣା ମନୋମୁଖୀ ଭାବେ ଧାର୍ଯ୍ୟ କରାଯାଉଥିଲା । ସରକାରୀ ରେକର୍ଡରୁ ଜଣାଯାଏ ଯେ ମେଜାର ଫ୍ଲେଚର ଯିଏ ଏହି ବନ୍ଦୋବସ୍ତ ଦାୟିତ୍ଵରେ ଏକ ବର୍ଷ ପାଇଁ ଥିଲେ ସେ କାଳେ ବଳେ କୌଶଳ କର ଆଦାଯ କରୁଥିଲେ । ଏ ସମ୍ପର୍କରେ ତତକାଳୀନ କଟକ ରାଜ୍ୟପାଳ ଉଈଲିୟମ ଟ୍ରୋୟର ଉଲ୍ଲେଖ କରିଛନ୍ତି “ ଜମି ବାବଦକୁ ନିୟମିତ ଭାବେ ଖଜଣା ପ୍ରଦାନ ସାଙ୍ଗକୁ ରୟତମାନଙ୍କ ଉପରେ ଅନ୍ୟାୟ ଭାବେ ବିଭିନ୍ନ ଧରଣର ଆର୍ଥିକ ବୋଝ ଲଦି ଦିଆଯାଉଥିଲା । ଏହି ଧରଣର କର ଆଦାୟ ଥିଲା ଅତ୍ୟନ୍ତ ମନୋହର ଓ ନିଶ୍ଚିତ ଭାବେ ନିର୍ଦ୍ଦୟ ଓ ନିଷ୍ଠୁର । ବିଦ୍ରୋହ କାରଣ ସମ୍ପର୍କରେ ଅନୁସନ୍ଧାନ କରିବା ପାଇଁ ନିଯୁକ୍ତ କମିଶନର ୱାଲଟର ଇୱେର ଖୋଲାଖୋଲି ସ୍ଵୀକାର କରିଛନ୍ତି ଯେ ୧୮୧୫ -୧୬ ମସିହାରେ ରୟତମାନଙ୍କ ଉପରେ ଯେଉଁ କରଧାର୍ଯ୍ୟ ହୋଇଥିଲା । ତାହା ୧୮୦୪ -୧୮୦୫ ମସିହାର ଜମିସତ୍ତ୍ଵ ବାବଦକୁ ଆଦାୟ କରାଯାଉଥିବା ଖଜଣା (ଜମି ନାମରେ ନାମିତ ) ଠାରୁ ଦୁଇଗୁଣ ଅଧିକ ଥିଲା । ଯାହା ଫଳରେ ଜମି ଖଜଣା ପଇଠରୁ ମୁକ୍ତି ପାଇବା ପାଇଁ ଲୋକମାନେ ବିଭିନ୍ନ ଅଞ୍ଚଳକୁ ଲୁଚି ପଲାଉଥିଲେ । ନିଷ୍ଠୁର ଖଜଣା ହାର ଏବଂ ନିର୍ଦ୍ଧୟ ଭାବେ ଖଜଣା ଆଦାୟର ପରିମାଣ ସମ୍ପର୍କରେ ଇୱେର ଉଲ୍ଲେଖ କରିଛନ୍ତି ଯେ “ ଏହା ଅତ୍ୟନ୍ତ ସ୍ପଷ୍ଟ ଏବଂ ସ୍ଵୀକାର୍ଯ୍ୟ ଯେ ବିଦ୍ରୋହ ପୂର୍ବରୁ ଖୋର୍ଦ୍ଧା ଉଦବେଗଜନକ ଭାବେ ଜନଶୂନ୍ୟ ହୋଇଯାଇଥିବା । ଅନ୍ତତଃ ପକ୍ଷେ ୫୦୦୦ ରୁ ୬୦୦୦ ରୟତ ପରିବାର ଘରଦ୍ୱ୍ସରା ଛାଡି ପଳାଇ ଯାଇଥିଲେ । ଯେଉଁ କିଛି ଦୁର୍ଦ୍ଦଶାଗ୍ରସ୍ତ ରୟତ ଭିଟାମାଟି ଛାଡି ନ ଥିଲେ ସେମାନେ ନିଜର ଲୁଗା, ଆସବାବପତ୍ର , ରନ୍ଧନସାମଗ୍ରୀ ଏପରିକି ନିଜର ସ୍ତ୍ରୀ ପିଲାଙ୍କୁ ବିକ୍ରି କରି ଅବା ବନ୍ଧା ପକାଇ ନିଜର ସର୍ବସ୍ଵ ହରାଇବା ପରେ ବସ୍ତୁତଃ କର୍ପଦ୍ଦଶୂନ୍ୟ ସ୍ଥିତି ଏବଂ ଗଭୀର ଅନୁଶୋଚନ ମଧ୍ୟରେ ଜୀବନ ବିତାଊଥିଲେ । “ ରୟତମାନଙ୍କ ଦୁର୍ଦ୍ଦଶା ପଛରେ ଆଉ ଦୁଇଟି କାରଣ ଥିଲା । ସେଗୁଡିକ ହେଲା ଲୁଣ ଉପରେ ଏକଚଟିଆ ଅଧିକାର ଏବଂ କଉଡିମୁଦ୍ରା ର ବିନିଯୋଗ ମୂଲ୍ୟ ହ୍ରାସ ଜଡିତ ଆଇନ ପ୍ରଚଳନ । ୧୭୫୧ ରୁ ୧୮୦୩ ମସିହା ମଧ୍ୟରେ ଓଡିଶା ମରାଠାମାନଙ୍କ ଅଧିନରେ ଥିଲାବେଳେ ଲୁଣ ଉତ୍ପାଦନ ଏବଂ ଲୁଣ ବିକ୍ରି ଉପରେ ମରାଠା ଶାସକମାନେ କୌଣସି କଟକଣା ଜାରି କରିନଥିଲେ । ତେଣୁ ଲୁଣ ଉତ୍ପାଦନ ହେଉଥିବା ସ୍ଥାନରେ ୩ କିମ୍ବା ୪ ଆଶାରେ ଗୋଟିଏ ସେର ଲୁଣ ମିଳୁଥିବା । କିନ୍ତୁ ବ୍ରିଟିଶ ଓଡିଶା ଦଖଲ କରିବା ପରେ ଲୁଣ ଉପରେ ସେମାନଙ୍କ ଏକଚାଟିଆ କର୍ତ୍ତୃତ୍ଵ ଜାହିର କଲେ । ବ୍ରିଟିଶର ଏହି ଯୋଗୁଁ ଲୁଣର ଦର ଛୁଆଁ ହେଲା । ସେରପିଛା ୪ ଅଣାରେ ମିଳୁଥିବା ଲୁଣର ଦର ସେର ପିଛା ୨ ଟଙ୍କାରେ ପହଞ୍ଚିଲା । ଫଳରେ ଲୁଣ ଏକ ଦୁଷ୍ପାପ୍ୟ ଦ୍ରବ୍ୟରେ ପରିଣତ ହୋଇଗଲା । ତତକାଳୀନ କଟକ କିଲାପାଳ ଟ୍ରୋୟେର ନିଜର ପୁରୀ କିଲାଗ୍ରସ୍ତ ସମୟରେ ବିବରଣୀରେ ଲେଖିଛନ୍ତି ଯେ ପୁରୀରେ ତାଙ୍କର ରହଣୀ ଶିବିରର ଦୈନନ୍ଦିନ ଆବଶ୍ୟକ ଲୁଣ ଖର୍ଚ୍ଚ ମେଣ୍ଟାଇବା ଏକ କଷ୍ଟକର ବ୍ୟାପାର ହୋଇପଡୁଥିଲା । ଲୁଣ ଭଳି ଏକ ଅତ୍ୟାବଶ୍ୟକ ଦ୍ରବ୍ୟ ମହଙ୍ଗା ହେବା ଯୋଗୁଁ ସ୍ଵାଭାବିକ ଭାବେ ବ୍ରିଟିଶ ବିରୁଦ୍ଧରେ ଜନଅସନ୍ତୋଷ ବଢିଲା । ହିନ୍ଦୁ, ମୁସଲମାନ, ମରାଠା, ଶାସନଧିନ ନିର୍ବିଶେଷରେ ଓଡିଶାରେ କଉଡି ମୁଖ୍ୟ ମୁଦ୍ରାରୂପେ ପ୍ରଚଳନ ହେଉଥିବା । ଏପରିକି ଏହାକୁ ବିନିମୟର ମାଧ୍ୟମ ଭାବେ ପ୍ରଥମେ ବ୍ରିଟିଶ ସରକାର ମାନି ନେଇଥିଲେ । କିନ୍ତୁ ୧୮୦୮ ମସିହା ପରେ କଉଡି ମାଧ୍ୟମରେ ସରକାରଙ୍କୁ ଖଜଣା କର ପଇଠ କରିବା ଉପରେ ବ୍ରିଟିଶ ସରକାର ନିଷେଧାଦେଶ ଜାରି କଲେ । ନୂତନ ଭାବେ ପ୍ରଚଳିତ ଗୋଟିଏ ରୌପ୍ୟମୁଦ୍ରାରେ ବ୍ୟବସାୟିକ ବିନିମୟ ସହ ଅଭ୍ୟସ୍ତ ଲୋକମାନେ ବ୍ରିଟିଶ ସରକାରଙ୍କ ନୂତନ ମୁଦ୍ରାନୀତିକୁ ମାନସିକ ଭାବେ ଗ୍ରହଣ କରିବାକୁ ଅଶ୍ଵସ୍ତିବୋଧ କଲେ । ଖୋର୍ଦ୍ଧା ଅଞ୍ଚଳରେ ଓଡିଆମାନଙ୍କ ଜମିଦାରୀ ନିଲାମ ଜରିଆରେ ବାହାରଲୋକଙ୍କୁ ବିକ୍ରି କରାଯିବା ଯୋଗୁଁ ରାୟତମାନେ ସର୍ବସାନ୍ତ ହୋଇପଡିଲେ । ଏହି ବାହାର ଲୋକମାନେ ହେଲେ ମୁଖ୍ୟତଃ ସୁଦୂର କଲିକତାରେ ବଙ୍ଗାଳୀ ଏବଂ ବ୍ରିଟିଶ କର୍ମଚାରୀ । ନୂତନ ଭାବେ ବ୍ରିଟିଶ ଦ୍ଵାରା ପ୍ରଚଳିତ ରାଜସ୍ୱ ବ୍ୟବସ୍ଥାରେ ରହିଥିବା ତ୍ରୁଟି ହିଁ ଜମିଦାରୀଗୁଡିକର ମୂଲ୍ୟ ୫୦୦୦ ରୁ କମରେ ଧାର୍ଯ୍ୟ କରାଯାଇଥିଲା ସେ ଗୁଡିକ କଟକ କିଲାପାଳଙ୍କ ଅଫିସରରେ ନିଲାମ ହେବ ଏବଂ ଯାହାର ମୂଲ୍ୟ ଏହା ଠାରୁ ଅଧିକ ସେଗୁଡିକ କଲିକତାରେ ଅବସ୍ଥିତ ରାଜସ୍ୱବୋର୍ଡର ସେକ୍ରେଟାରୀଙ୍କ କାର୍ଯ୍ୟାଳୟରେ ନିଲାମ କରାଯିବ ବୋଲି ନୂତନ ନିୟମରେ ସ୍ଥିର କରାଗଲା । ଏହି ନିଛକ ସତ୍ୟକୁ ସେମାନେ ନିଜେ ସ୍ଵୀକାର କରି ଉଲ୍ଲେଖ କରିଛନ୍ତି ଯେ “ ବିଭିନ୍ନ ଜମିଦାରୀ ଇଲାକାର ଭୂସମ୍ପତିର ପ୍ରକୃତ ମୂଲ୍ୟ ସମ୍ପର୍କ ରେ ବଙ୍ଗାଳୀମାନଙ୍କର ଅପେକ୍ଷାକୃତ ଭାବେ ଅଧିକ ଧାରଣା ଥିବାରୁ ସେମାନେ ଏହି ନିଲାମ ପ୍ରତିଯୋଗୀତାରେ ଭାଗ ନେଇ ଏସବୁ ସମ୍ପତ୍ତିକୁ କିଣି ନେବାକୁ ଚାହୁଁଥିଲେ । ଅନ୍ୟପକ୍ଷରେ , ଓଡିଆ ଜମିଦାରମାନଙ୍କର କୌରସି ଏଜେଣ୍ଟ କଲିକତାରେ ନଥିବା ଓଡିଆମାନଙ୍କୁ ନିଲାମରେ ବାଦ ଦେଇ ଜମିଦାରୀ କିଣିବାକୁ ଅପୂର୍ବ ସୁଯୋଗ ପାଇଲେ । ତ୍ରୁଟିପୂର୍ଣ୍ଣ ମୂଲ୍ୟ ଧାର୍ଯ୍ୟ ଯୋଗୁଁ ଯେଉଁ ଜମିଦାରୀଗୁଡିକ କଟକରେ ବିକ୍ରି କରାଯିବା ପାଇଁ ନିୟମ କରାଗଲା । ସେଥିରେ ବ୍ୟବସ୍ଥା ରହିଲା ଯେ ସ୍ଥାନୀୟ ବ୍ରିଟିଶ ଅଫିସରମାନେ ଏହି ଜମିଦାରମାନଙ୍କୁ ଜମିଦାରୀ ସତ୍ତ୍ଵରୁ ବସ୍ତୁତଃ ଉଚ୍ଛେଦ କରାଇଲା ଏବଂ ସେମାନଙ୍କ ସ୍ଥାନରେ ବଙ୍ଗଳା ଓ ସ୍ଥାନୀୟ ବ୍ରିଟିଶ ଅଫିସରମାନେ ନୂଆ ଜମିଦାର ବନିଗଲେ । ଟ୍ରୋୟର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ “ କଲିକତାରେ ଏଜେଣ୍ଟ ରହିଲା ଭଳି ପ୍ରାୟ କେହି ଓଡିଆ ଜମିଦାର ସକ୍ଷମ ନ ଥିଲେ । ଠିକ ସମୟରେ , ଜମିଦାରୀ ଗୁଡିକ ଯଥେଷ୍ଟ ଅଧିକ ମୂଲ୍ୟ ଧାର୍ଯ୍ୟ ହେବା ଓ ଏହି ମୂଲ୍ୟଧାର୍ଯ୍ୟ କ୍ରମାଗତ ଭାବେ ବଢିବା ଯୋଗୁଁ , ଅଧିକାଂଶ ଓଡିଆ ଜମିଦାରମାନେ ବକେୟା ପ୍ରଦାନ କରିପାରିଲେ ନାହିଁ । ଫଳରେ ସେହି ଜମିଦାରୀଗୁଡିକ ନିଲାମ ହୋଇଗଲା । ବକେୟା ରାଜସ୍ୱ ପ୍ରଦାନ କରିବାରେ ଅକ୍ଷମତା ଯୋଗୁଁ ବର୍ଷକୁ ପ୍ରାୟ ୧୦୧ ଟି ଜମିଦାରୀ ବିକ୍ରି ହେଉଥିବା କଥା ଉଇଲିୟମ ଟ୍ରୋୟେର ଉଲ୍ଲେଖ କରିଛନ୍ତି । ଓଡିଆ ଭୂସାମନ୍ତମାନେ ଏହିଭଳି ତଳିତଳାନ୍ତ ହେବା ଓ ବସ୍ତୁତଃ ଜମିଦାରୀ ସତ୍ତ୍ଵରୁ ଉଚ୍ଛେଦ ହେବା ଯୋଗୁଁ ରୟତମାନଙ୍କ ଅବସ୍ଥା ମଧ୍ୟ ଅଧିକ ଦୟନୀୟ ହୋଇପଡିଲା । ଖୋର୍ଦ୍ଧାର ଅଣସ୍ଥାୟୀ ବାସିନ୍ଦା ବାହାର ଜମିଦାରମାନେ ରୟତମାନଙ୍କ ପ୍ରତି ଆଦୌ ସମ୍ବେଦନଶୀଳ ନ ଥିଲେ , ବରଂ ଯଥାସମ୍ଭବ ସେମାନଙ୍କୁ ଶୋଷଣ କରି ଚାଲିଲେ । ହଣ୍ଟର ଉଲ୍ଲେଖ କରିଛନ୍ତି ଯେ “ ମରାଠାମାନଙ୍କ ଭଳି ଖୋର୍ଦ୍ଧା ବାହାରର ଜମିଦାରମାନଙ୍କୁ ବିଦେଶୀ ଭାବେ ଲୋକେ ବିଚାର କରୁଥିଲେ “ । ଏଥି ସହିତ ଓଡିଆ ଅମଲାମାନଙ୍କୁ ବ୍ରିଟିଶ ପ୍ରଶାସନିକ ଗୁରୁତ୍ଵପୂର୍ଣ୍ଣ ଏବଂ ଅତ୍ୟନ୍ତ ବିଶ୍ଵସ୍ତ ପଦପଦବୀରୁ ବାଦ ଦିଆଯିବ । ଫଳରେ ରୟତମାନଙ୍କର ଅବସ୍ଥା ଅଧିକ ଶୋଚନୀୟ ହେଲା । ଓଡିଶାରେ ବ୍ରିଟିଶଶାସନ ଆରମ୍ଭକାଳରୁ ଓଡିଆ ଅମଲାମାନଙ୍କୁ ଖୋର୍ଦ୍ଧାରେ ଥିବା କୋର୍ଟ , ପୋଲିସ ପ୍ରଶାସନ ଏବଂ ଲୁଣ ଉତ୍ପଦାନ ବିଭାଗରୁ ବାଦ ଦେବା ପାଇଁ ନୀତି ଗ୍ରହଣ କରିଚାଲିଲେ ଏବଂ ସେମାନଙ୍କ ସ୍ଥାନରେ ମୁଖ୍ୟତଃ ବଙ୍ଗାଳୀ ଓ ମୁସଲମାନ ଆଦି ବାହାର ଲୋକମାନଙ୍କୁ ନିଯୁକ୍ତ ହେଲେ । ଏଭଳି ନିଯୁକ୍ତ ଯୋଗୁଁ ଖୋର୍ଦ୍ଧାର ସ୍ଥାନୀୟ ବାସିନ୍ଦା ମନରେ ଗଭୀର କ୍ଷୋଭ / କ୍ଷତ ସୃଷ୍ଟି କଲା । ପୁନଶ୍ଚ ହିନ୍ଦୁବହୁଳ ଇଲାକାରେ ପ୍ରଶାସନରେ ମୁସଲମାନଙ୍କୁ ନିଯୁକ୍ତ ଦେବା ଯୋଗୁଁ ଗଭୀର ଅସନ୍ତୋଷ ସୃଷ୍ଟି ହେଲା । ଏହି ଅମଲାମାନଙ୍କ କାର୍ଯ୍ୟକଳାପରେ କିଛି ଫରକ ନ ଥିଲା ଓ ଜନସାଧାରଣଙ୍କ ସ୍ଥିତିକୁ ଅଧିକ ଦୁର୍ବିସହ ଦୟନୀୟ କରିବାରେ କେବଳ ଉଦ୍ଧିଷ୍ଟ ଥିଲା । ଏହି ଅମଲାମାନେ ଖୋର୍ଦ୍ଧାର ବାସିନ୍ଦା ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ପ୍ରତି ଆଦୌ ସହାନୁଭୁତି ପ୍ରଦର୍ଶନ କରୁ ନଥିଲା । ବରଂବିପୁଳ ଦୁର୍ନୀତି ଓ ଲୁଣ୍ଠନ ପନ୍ଥାର ଆଶ୍ରୟ ନେଉଥିଲେ । ବ୍ରିଟିଶ ପ୍ରଶାସନର ଏହି ସବୁ ନୀତି ସାମଗ୍ରିକ ଭାବେ ରୟତମାନଙ୍କୁ ଅନାହାର ଓ କପର୍ଦ୍ଦଶୂନ୍ୟ ସ୍ଥିତି ମଧ୍ୟକୁ ଠେଲି ଦେଲା । ବକ୍ସି ଜଗବନ୍ଧୁ ଏପ୍ରିଲ ୧୮୧୯ ମସିହାରେ ବ୍ରିଟିଶ ସରକାରଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ର ରେ ରୟତମାନଙ୍କର ଦୟନୀୟ ସ୍ଥିତି ସମ୍ପର୍କରେ ସ୍ଵଷ୍ଟ ଧାରଣ ମିଳେ । ଏଥିରେ ସେ ଉଲ୍ଲେଖ କରିଛନ୍ତି ରୟତମାନଙ୍କର ଜୀବନ ଏତେ ଦୁଃଖରେ ଭରି ହୋଇଥିଲା ଯେ ସେମାନେ ଜୀବନ ରକ୍ଷା ପାଇଁ ଖାଇ ବଞ୍ଚୁ ଥିଲେ ଏବଂ ଏପରିକି ପିଇବା ପାଇଁ କାହା ପାଖରେ ହେଲେ ପାତ୍ରଟିଏ ମଧ୍ୟ ନ ଥିଲା ଏପରିକି ଦୟନୀୟସ୍ଥିତି ପ୍ରତି କାହାର ହେଲେ ତିଳେ ନଜର ମଧ୍ୟ ନଥିଲା ।

ପାଇକ ମାନଙ୍କ ଦୁର୍ଦ୍ଦଶା

ବେସାମରିକ ବାହିନୀ ଭାବେ ପରିଚିତ ଏହି ପାଇକମାନଙ୍କ ଦୁର୍ଦ୍ଦଶାଗ୍ରସ୍ତ ଜୀବନ ପାଇକ ବିଦ୍ରୋହକୁ ଜନ୍ମ ଦେବାରେ ଯଥେଷ୍ଟ ଖୋରାକ ଯୋଗାଇଥିଲା । ସ୍ଥାନୀୟ ଅଞ୍ଚଳରେ ଏମାନଙ୍କ ସଂଖ୍ୟା ଥିଲା ପ୍ରାୟ ୨୦,୦୦୦ । ବ୍ରିଟିଶ ସରକାରଙ୍କ ଦୂରଦୃଷ୍ଟି ବିହୀନ ନୀତିଯୋଗୁଁ ସେମାନଙ୍କୁ ଦୁର୍ଦ୍ଦଶା ଭୋଗ କରିବାକୁ ପଡିଥିଲା । ଦେଶୀୟ ହିନ୍ଦୁ, ସେନାପତି, ମୁସଲମାନ ଏବଂ ମରାଠାମାନଙ୍କ ଶାସନ କାଳରେ ପାଇକମାନେ କର ମୁକ୍ତ ଜମି “ପାଇକ ଜାଗିରି “ ଉପଭୋଗ କରି ଆସୁଥିଲେ । ଅତୀତରେ ଏହି ପରମ୍ପରା ସମ୍ପର୍କରେ ଆଦୌ ସଠିକ ଭାବେ ଅଧ୍ୟୟନ ନ କରି ମେଜର ଫ୍ଲେଚର “ ପାଇକ ଜାଗିରି “ ରଦ୍ଦ କରିଦେଲେ ଏବଂ ସାଧାରଣ ଜମିର ନିୟମିତ ଭୂରାଜସ୍ୱ ଯେପରି ନିର୍ଦ୍ଧାରଣ ହୁଏ ସେହି ହାରରେ ଏହି କର ମୁକ୍ତ ଜମିକୁ ମୂଲ୍ୟଧାର୍ଯ୍ୟ କରି ପାଇକମାନ କ୍ଷେତ୍ରରେ ସେହି ହାରରେ ଭୂରାଜସ୍ୱ ଲାଗୁ କଲେ । ପାଇକମାନଙ୍କ ପାରମ୍ପାରିକ ଅଧିକାର ଓ ସ୍ଵତନ୍ତ୍ର ସୁବିଧାସୁଯୋଗ ଉପରେ ଏହା ହସ୍ତକ୍ଷେପ ବୋଲି ପାଇକମାନେ ବିଚାର କଲେ କଟାଘା ରେ ଚୂନ ପ୍ରଲେପ ଦେଲା ଭଳି ପାଇକମାନଙ୍କୁ ସରକାରଙ୍କ ଅଧିନରେ ରହିବାକୁ ଫ୍ଲେଚର ନିର୍ଦ୍ଦେଶ ଦେଲେ ଏବଂ ଭୂରାଜସ୍ୱ ପ୍ରଦାନ କରିବାରେ ପାଇକମାନଙ୍କ ଆର୍ଥିକ କ୍ଷମତା ଅଛି କି ନାହିଁ ତାଙ୍କୁ ବିଚାରକୁ ନ ଦେଇ ସଭାରକରମାନେ ଅତ୍ୟୟ ନିର୍ଦ୍ଦୟ ଭାବେ ପାଇକମାନଙ୍କ ଉପରେ ଅକଥନୀୟ ନିର୍ଯ୍ୟାତନା ଓ ଅତ୍ୟାଚାର ଚଳେଇଲେ । ବକ୍ସି ଜଗବନ୍ଧୁଙ୍କ ପ୍ରତି ଅନ୍ୟାୟ ଆଚରଣ

ବିଦ୍ରୋହର ମୂଳକାରଣ

ଜଗବନ୍ଧୁଙ୍କୁ ତାଙ୍କ ଜାଗିରୀ ଓ ସମ୍ପତିରୁ ମୂଳୋତ୍ପାଟନ କରି ଯେଉଁ ଅନ୍ୟାୟ ପ୍ରଦର୍ଶନ କରାଗଲା ତାହା ତତକ୍ଷଣାତ ବ୍ରିଟିଶ ବିରୁଦ୍ଧରେ ବିଦ୍ରୋହ ସଂଗଠନ କରିବାରେ ବୀଜବପନ କରାଇଲା । ଜଗବନ୍ଧୁ ବିଦ୍ୟାଧର ଜଣେ ବକ୍ସିଥିଲେ ।ବକ୍ସିର ଅର୍ଥ ହେଉଛି ଖୋର୍ଦ୍ଧା ରାଜାଙ୍କ ସୈନ୍ୟବାହିନୀର ସେଥିଲେ ସେନାଧ୍ୟକ୍ଷ । ରାଜ ପଦବୀ ପରେ ସେନାଧ୍ୟକ୍ଷଙ୍କ ସ୍ଥାନ ଥିଲା । ୨ୟ ସର୍ବୋଚ୍ଚ ପଦବୀ ଓ ମର୍ଯ୍ୟାଦା । ବକ୍ସିଙ୍କର ଭରଣାପୋଷଣ ପାଇଁ ରାଜା , ବକ୍ସିଙ୍କୁ ବିପୁଳ ଜମି ଉପରେ ଜାଗିର ଅଧିକାର ଦେଇଥିଲେ , ଯାହାକୁ ବକ୍ସି ଜାଗିରୀ ବୋଲି କୁହାଯାଉଥିଲା । ଅତି କମ କର ଦେଇ ପୁରୀ ନିକଟରେ ରୋଡଙ୍ଗ କିଲାଭଳି ଅମୂଲ୍ୟ ସଂପଦ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ବକ୍ସିଙ୍କୁ ପ୍ରଦାନ କରାଯାଇଥିବା । ଏହି କିଲାର ଅମାପ ସମ୍ପତିର ମାଲିକ ହୋଇ ବକ୍ସି ପରିବାର ପୁରୁଷ ପୁରୁଷ ଧରି ଧାନ୍ୟାଢ୍ୟ ଜୀବନ ଜାପାନ କରୁଥିଲେ । ରାଜସ୍ୱ ବିଭାଗରେ ଥିବା ଖୋର୍ଦ୍ଧା ବାହାରର ଅମଲାମାନେ ରୋଡଙ୍ଗ କିଲାର ଅଚଳାଚଳ ସମ୍ପତ୍ତି ଉପରେ ଳୋଲୁପ ଦୃଷ୍ଟି ପକାଇବା ଆରମ୍ଭ କଲେ ଏବଂ ବକ୍ସି ଜଗବନ୍ଧୁଙ୍କୁ ଏହି ପୁରୁଷାନୁକ୍ରମେ ଭୋଗ ଦାଖଲରୁ ବଞ୍ଚିତ କରିବାର ଷଡଯନ୍ତ୍ର ପ୍ରସ୍ତୃତ କଲେ । କୃଷ୍ଣଚନ୍ଦ୍ର ସିଂ ନାମ ଜଣେ ବଙ୍ଗାଳୀ ଅମଲା ଥିଲେ ଏହାର ପ୍ରମୁଖ ଷଡଯନ୍ତ୍ରକାରୀ । କଟକର ତତ୍କାଳୀନ ପ୍ରଥମ କଲେକ୍ଟର , ଚାର୍ଲେସ ଗ୍ରୋମଙ୍କ ଅଧୀନରେ କୃଷ୍ଣଚନ୍ଦ୍ର ସିଂ ଦେବାନ ରୂପେ କାର୍ଯ୍ୟ କରୁଥିଲେ । ସେ ଅତ୍ୟନ୍ତ ଧୂର୍ତ୍ତ ଥିଲେ ଏବଂ କୌଣସି କାରଣ ପାଇଁ 1805-06 ମସିହାରୁ ଚାକିରିରୁ ଇସ୍ତଫା ଦେଲେ । ଯାହା ଜନାଜାଏ କିଛି ଜମିଦାରୀ ନିଜ ଦଖଲରୁ ନେବା ପାଇଁ ଇସ୍ତଫା ଦେଇଥିଲେ ଏବଂ ଏହି ଲକ୍ଷ୍ୟରେ ଚାକିରି ଛାଡିବା ପରେ କଲିକତା ନ ଫେରି କଟକରେ ରହିଲେ । ଚାକିରି ଥିବା ସମୟରେ ରାହାଙ୍ଗ ପ୍ରଗଣା ସମେତ କେତେକ ମୂଲ୍ୟବାନ ଭୂସମ୍ପତିକୁ ଜାଲିଆତି କାରୀ ନିଜ ନାଁରେ କରାଇନେବାରେ ସକ୍ଷମ ହୋଇଥିଲେ । ଏହା ପରେ ପରତେ ତାଙ୍କର ଳୋଲୁପଦୃଷ୍ଟି ରୋଡଙ୍ଗ କିଲା ଉପରେ ପଡିଲା କାରଣ ଏହା ବିପୁଳ ମୂଲ୍ୟର ସମ୍ପତି ହୋଇଥିଲେ ବି ବକ୍ସି ଏହାକୁ କମ ମୂଲ୍ୟର ଭୋଗ ଦଖଲ କରୁଥିଲେ । ଏଥି ସହିତ ରୋଡଙ୍ଗ କିଲା ଉଲ୍ଲାକା ରାହାଙ୍ଗ ପ୍ରଗଣାକୁ ଲାଗିଥିବାରୁ ଏବଂ ଏହାପୁରୀର ନିକଟରୁ ହୋଇଥିବାରୁ , କୃଷ୍ଣଚନ୍ଦ୍ର ସିଂ ଏକ ଚକଡି ସମ୍ପତିର ମାଲିକ ହେବା ପାଇଁ ମନସ୍ଥ କଲେ ଏବଂ ସେଥିପାଇଁ ଚତୁର ଯୋଜନା ପ୍ରସ୍ତୁତ କଲେ । ତାଙ୍କର ଦୁଇଜଣ ସମ୍ପର୍କୀୟ ତାଙ୍କୁ ଏ ଦିଗରେ ସହାୟତା ଯୋଗାଇଲେ । ଏ ଦୁଇଜଣଙ୍କ ମଧ୍ୟରେ ଜଣେ ହେଲେ ତାଙ୍କର ନିଜ ଭାଇ ଗୋଲଲୁଋ ସିଂ । ସତୀଶ ହଜାରୀ ମାହାଲର କେତେକ ଅଞ୍ଚଳ ରାହାଙ୍ଗ ପ୍ରଗଣା ଅନ୍ତର୍ଭୁକ୍ତ ଥିଲା । ତହସିଲଦାର ଭାବେ ସେଠାରେ ସେ ଦାୟିତ୍ଵରେ ଥିଲେ । ଅନ୍ୟ ଜଣେ ସମ୍ପର୍କୀୟ ହେଲେ ଚନ୍ଦ୍ର ପ୍ରସାଦ ସିଂ । ବକ୍ସି ଜଗବନ୍ଧୁ କଟକରେ ଅବସ୍ଥିତ କଲେକ୍ଟରଏନକେ ଟ୍ରେଜେରୀର ରୋଡଙ୍ଗ କିଲା ପାଇଁ ଧାର୍ଯ୍ୟ ରାଜସ୍ୱ ପ୍ରତିବର୍ଷ ଦେଇ ଆସୁଥିଲେ । ଯାହା ଅନୁମାନ କରାଯାଉଛି କୃଷ୍ଣଚନ୍ଦ୍ର ସିଂ ବକ୍ସିଙ୍କୁ ପରାମର୍ଶ ଦେଲେ ଯେ କଟକ ଅପେକ୍ଷା ପୁରୀ ନିକଟ ହୋଇଥିବାରୁ ଏଣିକି ରୋଡଙ୍ଗ ବାବଦ ରାଜସ୍ୱ କଟକ ଟ୍ରେଜେରୀରେ ଜନା ନକରି , ପୁରୀ ତାହାସିଲଦାରଙ୍କ ନିକଟରେ ଜମା କରିବା ବକ୍ସିଙ୍କ ପାଇଁ ସହଜ ଓ ସୁବିଧାଜଣକ ହେବ । ତହସିଲଦାର ଗୌରହରି ସିଂ ରୋଡଙ୍ଗ ବାବଦ ରାଜସ୍ୱ ଫିଙ୍କୁ ପୃଥକ ଭାବେ ଜମା ଖାତାରେ ନ ଦେଖାଇ ତାକୁ “ ରାହାଙ୍ଗ ଓଗେର ଇଲାକାରୁ ସଂଗୃହିତ ରାଜସ୍ୱ ବୋଲି ଉଲ୍ଲେଖ କଲେ ଏବଂ ଏହା ଜରିଆରେ କ୍ଷତିଆନାରେ ରୋଡଙ୍ଗ ରାଜସ୍ୱ ଇଲାକା ଏବଂ ଏହା ଜରିଆରେ କ୍ଷତିଆନାରେ ରୋଡଙ୍ଗ ରାଜସ୍ୱ ଇଲାକା ରାହାଙ୍ଗ ଇକାଲାର ଏକ ଅଂସ ଭାବେ ଖାତାରେ ଦେଖାଗଲା । ବକ୍ସି ଜଗବନ୍ଧୁ ପୁରୀରେ ରାଜସ୍ୱ ଜମା କାରୀ କୃଷ୍ଣଚନ୍ଦ୍ର ସିଂହଙ୍କ ନିର୍ଦ୍ଧାରିତ ଷଡଯନ୍ତ୍ରର ଶିକାର ହେଲେ । ବକ୍ସି ଜଗବନ୍ଧୁଙ୍କୁ ସର୍ବନାଶ ସାଧନ କରିବା ପାଇଁ ଷଡଯନ୍ତ୍ର ପ୍ରକ୍ରିୟା ପ୍ରଥମ ପାହାଚରେ କୃଷ୍ଣଚନ୍ଦ୍ର ସିଂ ସଫଳ ହେଲେ । ଅବଶ୍ୟ ପରେ ପରେ ବକ୍ସି ଅସଲ ସର୍ବନାଶ ବିପଦରେ କବଳିତ ହେଲେ । ରାହାଙ୍ଗ ଓଗେର ଇଲାକାରେ ରାହାଙ୍ଗ ପ୍ରଗଣା ଦର୍ଶାଯାଇ ୧୮୦୯ ମସିହାରେ ବିକ୍ରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା ଏବଂ କୃଷ୍ଣ ଚନ୍ଦ୍ର ସିଂ ଏହାକୁ କିଣି ନେଲେ । ରୋଡଙ୍ଗ ପ୍ରଗଣାକୁ ରାହାଙ୍ଗ ଓଗେର ଇଲାକାରେ ଅବଲୁପ୍ତ କରିବା ଏବଂ ପରେ ଏହାକୁ ଖରିଦ କରି ନେଲା ପରେ ଅତ୍ୟନ୍ତ ଚତୁର ଭାବେ ରୋଡଙ୍ଗ ଜମିଦାରୀ ତାଙ୍କର ଦାଖଲରେ ଅଛି ବୋଲି ଦାବି ଉଠାଇଲେ । ଏହା ପରେ କୃଷ୍ଣଚନ୍ଦ୍ର ସିଂଙ୍କ ଗୁମାସ୍ତା ଚାକର ନୌକରମାନେ ରୋଢଙ୍ଗ ଇଲାକାର ଦାଖଲ ନେବା ପାଇଁ ଉଦ୍ୟମ ନେବାକ୍ଷଣି , ବକ୍ସି ଜଗବନ୍ଧୁ ଯିଏ ଏ ସମସ୍ତ ବିଷୟ ସମ୍ପର୍କରେ ପୂର୍ବରୁ ଆଦୌ ଅବଗତ ନ ଥିଲେ ସ୍ଵାଭାବିକ ଭାବେ ଏ ଅନ୍ୟାୟ ଦଖଲ ଉଦ୍ୟମ ଉପରେ ଆଶ୍ଚର୍ଯ୍ୟ ହେଲେ ଏବଂ ଭୀଷଣ ଭାବେ ପ୍ରତିରୋଧ କଲେ । ପରିଣାମ ସ୍ୱରୂପ ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ ହେଲା । ଉଭୟ ପକ୍ଷ ତତକାଳୀନ ବନ୍ଦୋବସ୍ତ କମିଶନଙ୍କ ପାଖକୁ ଆପତ୍ତି ଅଭିଯୋଗ ପଠାଇଲେ । ବିନା ଫଇସଲାରେ କିଛି ମାସ ଧରି ମାମଲାଟି ପଡିରହିଲା । ବକ୍ସି ଜଗବନ୍ଧୁ ରୋଡଙ୍ଗ ଜମିଦାରୀ ଉପରେ ନିଜର କର୍ତ୍ତୃତ୍ଵ ବଜାଇ ରଖିଲା । କୃଷ୍ଣଚନ୍ଦ୍ର ସିଂ ଯେତେବେଳେ ଦେଖିଯେ ରୋଡଙ୍ଗ କିଲା ଉପରେ ନିଜର ଦଖଲ ଓ କର୍ତ୍ତୁତ୍ଵ ଜାରୀ କରିବା ସଂପୂର୍ଣ୍ଣ ଅସମ୍ଭବ ହୋଇ ପଡିଛି, ସେ ପୁନର୍ବାର ଏ ଦିଗରେ ପ୍ରୟାସ ଆରମ୍ଭ କଲେ । ୧୮୧୩ ମସିହାରେ କୃଷ୍ଣ ଚନ୍ଦ୍ର ସିଂ ରୋଡଙ୍ଗ ଜିଲ୍ଲାକୁ ପୁନର୍ବାର ଲିଜ ଆକାରରେ କିଣି ନେଲ ଏବଂ ରୋଡଙ୍ଗ ଜମିଦାରୀ ଇଲାକାର ପ୍ରଶାସନିକ କାର୍ଯ୍ୟ ତୁଲାଇବା ପାଇଁ ନିଜର ଚାକରମାନଙ୍କ ସହ ଚଦ୍ରପ୍ରସାଦ ସିଂ କୁ ମୁଖ୍ୟ ଭାବେ ପଠାଗଲା । ଏଭଳି ଘଟଣାରେ ହିତୋତ୍ସାହିତ ହୋଇ ତତକାଳୀନ ବନ୍ଦୋବସ୍ତ କମିଶନର ରିଚାର୍ଡ ସେନଙ୍କୁ ପ୍ରଦାନ କରିଥିବା ପିଟିସନରେ ଉଲ୍ଲେଖ କରିଥିଲେ ଯେ ବର୍ଷ ବର୍ଷ ଧରି ପୁରୁଷାନୁକ୍ରମେ ରୋଡଙ୍ଗ କିଲା ଉପରେ କେବଳ ତାଙ୍କର ଅଧିକାରୀ ରହିଛି । ବକ୍ସି ଆବେଦନ ଉପରେ ଅନୁସନ୍ଧାନ କରାଗଲା ଏବଂ ଅନୁସନ୍ଧାନ ପ୍ରମାଣିତ ହେଲା ଯେ ରୋଡଙ୍ଗ କିଲା ଉପରେ କୃଷ୍ଣ ଚନ୍ଦ୍ର ସିଂ ଉଠାଇଥିବା ଭୋଗ ଦଖଲ ଦାବି ପଛରେ କୌଣସି ସତ୍ୟତା ନାହିଁ ବରଂ ଏହା ସଂପୂର୍ଣ୍ଣ ଧପାବାଦ । ଏ ସମ୍ପର୍କରେ କଟକ ଜିଲ୍ଲାପାଳ ଟ୍ରୋୟେର ଅଧିକ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ ରାହାଙ୍ଗ ପ୍ରଗଣାରେ ରୋଡଙ୍ଗ ଜମିଦାରୀ ଅନ୍ତର୍ଭୁକ୍ତ ବୋଲି କୌଣସି ଗୋଟିଏ ହେଲେ ଅଫିସ ପ୍ରମାଣ ନାହିଁ । ଟ୍ରୋୱେର ଏପରି ରିପୋର୍ଟ ସତ୍ତ୍ୱେ , ରେଡିନ୍ୟୁ ବୋର୍ଡ ବିପରୀତ ନିଷ୍ପତି ଦେଲା । ରୋଡଙ୍ଗ ଜମିଦାର ଉପରେ ବକ୍ସି ଜଗବନ୍ଧୁଙ୍କ ଅଧିକାର ସତ୍ତ୍ୱଉପରେ , ଉପରେ ପ୍ରଶ୍ନ କରି କୃଷ୍ଣଚନ୍ଦ୍ର ସିଂ ପିଟିସନ ଦାଖଲ କରିଥିବା ଦୃଷ୍ଟିରୁ 1814 ମସିହା ମାର୍ଚ୍ଚ ମାସରେ ରେଭିନ୍ୟୁ ବୋର୍ଡ ଜଗବନ୍ଧୁଙ୍କ ଅଧିକାରୀ ସତ୍ତ୍ଵକୁ ସ୍ଵୀକାର ନ କରିବା ପାଇଁ ବନ୍ଦୋବସ୍ତ କମିଶନର ରିଚାର୍ଡ ସେନଙ୍କୁ ନିର୍ଦେଶ ଦେଲା । ପରବର୍ତ୍ତୀ ସମୟରେ ଜୁନ 1814 ରେ ସରକାର ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରି କୁହାଗଲା ଯେ ସମ୍ପତ୍ତି ସତ୍ତ୍ଵ ଉପରେ , ତାଙ୍କର ଅଧିକାର ସମ୍ପର୍କରେ ରାଜସ୍ୱ କତ୍ତୃପକ୍ଷ ଙ୍କୁ ଯେ ପର୍ଯ୍ୟନ୍ତ ସେ ସନ୍ତୁଷ୍ଟ କରାଇ ନାହାନ୍ତି , କମିଶନର ତାଙ୍କର ଦାବିକୁ ସ୍ଵୀକାର କରି ପାରିବେ ନାହିଁ । ଅଦାଲତରେ ତାଙ୍କୁ ଏହା ପ୍ରମାଣ କରିବାକୁ ହେବ । ଏହିପରି ଭାବରେ ରୋଡଙ୍ଗ କିଲ୍ଲା ଉପର ବକ୍ସି ଜଗବନ୍ଧୁ ପୁରୁଷାନୁକ୍ରମିକ ଭାବେ ଯେଉଁ ସରକାରଙ୍କ ଦ୍ଵାରା ପ୍ରତ୍ୟାକ୍ଷାତ ହେଲା । ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହେଉଛି ତତକାଳୀନ କଲେକ୍ଟର ଟ୍ରୋୟେର ଯେଉଁ ରିପୋର୍ଟ ପ୍ରଦାନ କରିଥିଲେ ତାଙ୍କୁ ବ୍ରିଟିଶ କର୍ତ୍ତୃପକ୍ଷ ସଂପୂର୍ଣ୍ଣ ଭାବେ ଆଗ୍ରାହ୍ୟ କରିଦେଲେ । ଇତି ମଧ୍ୟରେ ଯେତେବେଳେ ବକ୍ସି ଜଗବନ୍ଧୁ ସରକାରଙ୍କୁ ଏହି ନିର୍ଦ୍ଦେଶନାମା ଜାଣିବାକୁ ପାଇଲେ , ସେ ସଂପୂର୍ଣ୍ଣ ଭାବେ ହିତୋତ୍ସାହିତ ହୋଇ ପଡିଲେ । ଏଭଳି ପରିସ୍ଥିତିରେ ଯାହା ଘଟିବା କଥା ତାହା ହିଁ ଘଟିଲା । ବକ୍ସିଙ୍କ ପ୍ରତିକ୍ରିୟା ଯଥାର୍ଥ ଭାବେ ସ୍ଵାଭାବିକ ବୋଲି ଟ୍ରୋୟେର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ , ପରିସ୍ଥିତି ଯାହା ହେଉନା କାହିଁକି , ଯେତେବେଳେ ଜଣେ ମଣିଷ ଠାରୁ ତାର ଅନିଚ୍ଛା ସତ୍ତ୍ୱେ ସମ୍ପତ୍ତି ଛଡାଇ ନିଆଯାଏ ,ସେ ଭୀଷଣ ଭାବେ ଖୁବ୍ଧ ହୁଏ । ବକ୍ସି ଜଗବନ୍ଧୁ କ୍ଷେତ୍ରରେ , ଏହି କ୍ଷୁବ୍ଧତା ମାତ୍ରାଧିକ ହେବାର କାରଣ ହେଉଛି , ଖୋର୍ଦ୍ଧା ରାଜାଙ୍କ ପରେ ପଦବୀ ସମ୍ମାନ ଓ ମର୍ଯ୍ୟାଦା ଦୃଷ୍ଟିରୁ ବକ୍ସି ଥିଲେ ଦ୍ଵିତୀୟ ସମ୍ମାନିତ ବ୍ୟକ୍ତି । ବକ୍ସି ଜଗବନ୍ଧୁ ନିଜର ଜମିଦାରୀ ହରାଇବା ପରେ ବହୁ କଷ୍ଟରେ କିଛି ବର୍ଷ ଧରି ଖୋର୍ଦ୍ଧାବାସୀଙ୍କ ଆର୍ଥିକ ସହାୟତାରେ ନିଜ ପାରିବାର ଭରଣାପୋଷଣ କଷ୍ଟରେ ଚଳାଇଲେ । ନିଜର ଆର୍ଥିକ ଦୂରସ୍ଥିତି ସମ୍ପର୍କରେ ସେ ଅତ୍ୟନ୍ତ ଦୁଃଖ ପୂର୍ଣ୍ଣ ଭାଷାରେ ଉଲ୍ଲେଖ କରିଛନ୍ତି । ଜମିଦାରୀ ହରାଇବା ପରେ ସେ ଭିକାରି ପାଲଟି ଯାଇଥିଲେ ଏବଂ ନିଜର ଭରଣାପୋଷଣ ପାଇଁ କିଛି ଜମିଦାରଙ୍କ ଦୟା ଅନୁଗ୍ରହ ଓ ଦାନ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥିଲେ । ସେ କର୍ପଦ୍ଦକ ଶୂନ୍ୟ ହେବା ପରେ ମଧ୍ୟ ତାଙ୍କ ପଛରେ ଏକ ବିଶାଳ ଅନୁଗାମୀ ଥିଲା । ତେଣୁ ଏହି ପରିସ୍ଥିତିକୁ ବ୍ୟବହାର କରି ସେ ବ୍ରିଟିଶ ବିରୋଧରେ ବିଦ୍ରୋହ ସଂଗଠିତ କରିବା ପାଇଁ ଯୋଜନା ପ୍ରସ୍ତୁତ କଲେ । ବ୍ରିଟିଶ ସରକାରଙ୍କ ଅମଳରେ ଖୋର୍ଦ୍ଧାର ରୟତ ଓ ପାଇକମାନଙ୍କ ପ୍ରତି ହୋଇଥିବା ଅନ୍ୟାୟ ଯୋଗୁଁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିଥିଲା । ବକ୍ସି ଜଗବନ୍ଧୁ ତାଙ୍କୁ କାମରେ ଲଗାଇବାକୁ ଚାହିଁଲେ । ତେଣୁ ସେ ବିଦ୍ରୋହର ଡାକରା ଦେଲେ ଓ ଅନ୍ୟମାନେ ଅତ୍ୟାଚାରୀ ବ୍ରିଟିଶ ଶାସନକୁ ଦୃଢଭାବେ ବିରୋଧ କରିବା ପାଇଁ ଆଗେଇ ଆସିଲେ । ଦୁଃଖ ଓ ଦୁର୍ଦ୍ଦଶା ଭିତରେ ଜୀବନ କଟାଇବା ଅପେକ୍ଷା ବ୍ରିଟିଶକୁ ସାମନା କରି ସମସ୍ତ ବିପଦକୁ ମୁକାବିଲା କରିବା ପାଇଁ ସେମାନେ ମନସ୍ଥ କଲେ । ତତକାଳୀନ ଓଡିଶା ରାଜାଏନକେ ସୈନ୍ୟ ବାହିନୀରେ ସେନା ପଦାଧିକାରୀ ଭାବେ ମାନ୍ୟତାପ୍ରାପ୍ତ ଦଳେଇ ଓ ଦଳ ବେହେରାମାନେ ବ୍ରିଟିଶ ଶାସନରେ ଭୀଷଣ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଏମାନଙ୍କ ମଧ୍ୟରେ ଅସନ୍ତୋଷ ବହ୍ନି ଜଳୁଥିଲା । ଜଗବନ୍ଧୁଙ୍କ ନେତୃତ୍ଵରେ ଯେଉଁ ବିଦ୍ରୋହ ଆରମ୍ଭ ହେଲା ସେମାନେ ପୂର୍ଣ୍ଣ ପ୍ରାଣରେ ଝାସ ଦେଲେ । ଇତି ମଧ୍ୟରେ କେତେକ ଘଟଣା ଘଟିଲା । ଯାହା ଜଗବନ୍ଧୁଙ୍କୁ ବିଦ୍ରୋହ କରିବା ପାଇଁ ପ୍ରେରଣା ଯୋଗାଇଲା । ଜାନୁଆରୀ ୧୮୧୭ ମସିହାରେ ପିଣ୍ଡାରି ନାମକ ଏକ ଦସ୍ୟୁ ଗୋଷ୍ଠୀ ଓଡିଶା ଆଡକୁ ମାଡି ଆସିଲା ଏବଂ ସେମାନଙ୍କ ମଧ୍ୟରୁ ଗୋଟିଏ ଗୋଷ୍ଠୀ ଗଞ୍ଜାମ ଜିଲ୍ଲାରେ ଡକାୟତି ଲୁଣ୍ଠନ ଆରମ୍ଭ କଲେ । ଜଗର୍ନ୍ନାଥ ମନ୍ଦିର ଲୁଣ୍ଠନ କରିବା ଏବଂ କଟକ ଦଖଲ କରିବା । ସେମାନଙ୍କର ମୁଖ୍ୟ ଯୋଜନା ଥିଲା । ଫେବୃୟାରି ୧୮୧୭ ମସିହାରେ ମରାଠାମାନେ ଓଡିଶା ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ଗୋଟିଏ ଗୁଜବ ପ୍ରଚାର ହେଲା । ତତକାଳୀନ ଖୋର୍ଦ୍ଧାର ପ୍ରମୁଖ ସଭରକାର ବରଣ ପଟ୍ଟନାୟକଙ୍କର , ବକ୍ସି ଜଗବନ୍ଧୁଙ୍କ ସହିତ ପୂର୍ବର ଶତ୍ରୁତା ଥିଲା । ଏହି ସବୁ ପରିସ୍ଥିତିରୁ ସେ ଫାଇଦା ଉଠାଇବାକୁ ଚାହିଲେ । ସେ ପୋଲିସକୁ ଖବର ଦେଲେ ଯେ ପିଣ୍ଡାରି ଦସ୍ୟୁମାନେ ବକ୍ସିଙ୍କ ସହ ମିଶି ମିଳିତ ଭାବେ ବ୍ରିଟିଶ ବିରୋଧରେ ଲଢିବା ପାଇଁ ବକ୍ସିଙ୍କ ପାଖକୁ ଦୁତ ପଠାଇଥିଲେ । ଏପରିକି ବକ୍ସି ଜଗବନ୍ଧୁ ଓ ମରାଠୀଙ୍କ ମଧ୍ୟରେ ଗୋଟିଏ ଗୁପ୍ତ ବୁଝାମଣା ହୋଇଛି । ଫଳରେ ବ୍ରିଟିଶ ପୋଲିସ ଜବବନ୍ଧୁଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଲେ । ଏହି ଘଟନା ହିଁ ଶେଷରେ ବ୍ରିଟିଶ ବିରୋଧରେ ବିଦ୍ରୋହକୁ ସଂଗଠିତ କରିବା ପାଇଁ ପଥ ସୁଗମ କଲା ।

ବିଦ୍ରୋହର ଅୟମାରମ୍ଭ

୧୮୧୭ ମାର୍ଚ୍ଚ ମାସ ଶେଷ ସପ୍ତାହର ଶହଶହ ଉତ୍ତ୍ୟକ୍ତ କନ୍ଧ ଓ ଘୁମୁସୁର ଇଲାକାରୁ ବାଣପୁର ମାଳ ଅଞ୍ଚଳରେ ପହଞ୍ଚିବା । ପରେ ପାଇକ ବିଦ୍ରୋହର ବାର୍ତ୍ତା ଚାରିଆଡେ ବ୍ୟାପିଲା । ଘୁମୁସର ଅଞ୍ଚଳର କନ୍ଧ o ଖୋର୍ଦ୍ଧାର ରୟତ ଓ ପାଇକମାନେ ବ୍ରିଟିଶ ଶାସନ କାଳରେ ସମଦୁର୍ଦ୍ଦଶାର ଶିକାର ହୋଇଥିବାରୁ ସେମାନେ ବ୍ରିଟିଶ ସରକାରଙ୍କ ବିରୋଧୀ ଅଭିଯାନରେ ସାମିଲ ହେଲେ । ଖୋର୍ଦ୍ଧାର ରାଜା । 2 ୟ ମୁକୁନ୍ଦ ଦେବଙ୍କ ଭଳି , ଘୁମୁସରର ରାଜା ଶ୍ରୀକର ଭଞ୍ଜଙ୍କ ଜମିଦାରୀ ସତ୍ତ୍ୱେ ବ୍ୟାଜ୍ୟାପ୍ତି ହେବା ପରେ ତାଙ୍କୁ ମଧ୍ୟ ବନ୍ଦୀ କରାଯାଇଥିଲା । ଏଠି ସହିତ ଉଭୟ ରାଜ୍ୟର ରାଜପରିବାରର ଏବଂ ପ୍ରମୁଖ ପଢାଧିକାରୀଙ୍କ ମଧ୍ୟରେ ପୁରୁଷାନୁକ୍ରମିକ ଭାବେ ବୈଦେଶିକ ସମ୍ପର୍କ ରହିଥିଲା । ଏହି କାରଣରୁ 400 ରୁ ଊର୍ଦ୍ଦ୍ଵ ଉତ୍ତ୍ୟକ୍ତ କନ୍ଧ ସେମାନଙ୍କର ସର୍ଦ୍ଦାରଙ୍କ ନେତୃତ୍ଵରେ ବାଣପୁରରେ ପ୍ରବେଶ କଲେ । ଏମାନଙ୍କ ସହ ବକ୍ସି ଜଗବନ୍ଧୁଙ୍କ ନେତୃତ୍ଵରେ ପାଇକ, ଦଳେଇ, ଦଳବେହେରାମାନେ ଯୋଗ ଦେଲେ । ପରବର୍ତ୍ତୀ କାର୍ଯ୍ୟକ୍ରମ ଉପରେ ଚୁଡାନ୍ତ ନିଷ୍ପତି ନେବା ପାଇଁ ବାଣପୁରରେ ବିଦ୍ରୋହୀ ନେତାମାନଙ୍କର ଏକ ବୈଠକ ଆହୁତ ହେଲା । ବିଦ୍ରୋହୀମାନେ ବୈଠକ ପରେ ବ୍ରିଟିଶ ସରକାରଙ୍କ ସମ୍ପତ୍ତି ଲୁଣ୍ଠନ କଲେ ଏବଂ ପୋଲିସ ଷ୍ଟେସନ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଉପରେ ଆକ୍ରମଣ କଲେ । ସେମାନେ ପ୍ରାୟ 100 ଜଣଙ୍କୁ ହତ୍ୟା କଲେ ଏବଂ ସରକାରଙ୍କ ଖଜଣା ଖାନାରୁ ପ୍ରାୟ 15.000 ଟଙ୍କା ଛଡାଇ ନେଇ ପଳାଇଲେ । ସେତିକି ବେଳେ ଚିଲିକା କୁଳରେ ଉପସ୍ଥିତ ଥିବା ଦକ୍ଷିଣାଞ୍ଚଳ ଲୁଣ ହାକିମ ବେଚର ବିଦ୍ରୋହୀମାନଙ୍କ ଆକ୍ରମଣ ରୁ ଅଳ୍ପଲେ ବର୍ତ୍ତିଗଲେ । ମାତ୍ର ତାଙ୍କର ନୌକାକୁ ବିଦ୍ରୋହୀମାନେ ଜବତ କରିନେଲେ ଏବଂ ସମସ୍ତ ସମ୍ପତ୍ତି ଲୁଣ୍ଠନ କଲେ । ବାଣପୁରରୁ ବିଦ୍ରୋହୀମାନେ ଖୋର୍ଦ୍ଧା ଆଡକୁ ମାଡି ଚାଲିଲେ ବିଦ୍ରୋହୀମାନଙ୍କ ଅଭିଯାନରେ ଅଧିକ ଉତ୍ସାହିତ ହୋଇ ବାଟରେ ଶହ ଶହ ପାଇକ ସେମାନଙ୍କୁ ସହଯୋଗ ଦେଲେ । ଖୋର୍ଦ୍ଧାରେ ସେମାନେ ଖଜଣା ଖାନା ଲୁଟ କଲେ ଏବଂ କେତେକ ସରକାରୀ ଦପ୍ତରକୁ ପୋଡି ଦେଲେ । ଖୋର୍ଦ୍ଧାର ପୋଲିସ ଅଫିସରଙ୍କ ଜେନ ଚାକରଙ୍କୁ ହତ୍ୟା କଲେ ଏବଂ ଅନ୍ୟଜଣକୁ କ୍ଷତବିକ୍ଷତ କରି ପକାଇଲେ । ବିଦ୍ରୋହୀମାନଙ୍କ ଏହି ଅଭିଯାନରେ ଭୟଭୀତ ହୋଇ ଖୋର୍ଦ୍ଧାରେ ଅବସ୍ଥାପିତ ସରକାରୀ ପଦାଧିକାରୀମାନେ ଦୌଡି ପଳାଇଥିଲେ । ଏହା ପରେ ଆଉ ଦଳେ ବିଦ୍ରୋହୀ ଲିମ୍ବାଇ ପ୍ରଗନାକୁ ନିଜ ଅକ୍ତିହାରକୁ ନେବା ପାଇଁ ମାଡି ଚାଲିଲେ । ଲିମ୍ବାଇ ପ୍ରଗଣାରେ ରହୁଥିବା ଗାଁରେ ଚରଣ ପଟ୍ଟନାୟକ ନାମରେ ଜଣେ ବ୍ୟକ୍ତି କୁ ହତ୍ୟାକଲେ । ପର୍ଶ୍ରୁରାମ ରାଉତରାୟ ନାମରେ ଜଣେ ପାଇକ ଚରଣ ପଟ୍ଟନାୟକ ଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଏ । ସମ୍ବଳପୁରର ରାଣୀ ମୁକ୍ତାଦେବୀଙ୍କ ଶାସନାଧଇଁ ଥିବା ପଞ୍ଚଗଡକୁ ବିଦ୍ରୋହୀର ନିଆଁ ବ୍ୟାପିଲା । ସେ ମଧ୍ୟ ବ୍ରିଟିଶ ସରକାରଙ୍କ ଅମଳର ଅନ୍ୟାୟ, ଆକ୍ରୋଶର ଶିକାର ହୋଇଥିଲେ । ବୋଲଗଡଠାରେ ବକ୍ସିଜଗବନ୍ଧୁ ବିଦ୍ରୋହୀମାନଙ୍କ ଶହ ଯୋଗ ଦେଲେ ଏବଂ ସେମାନେ ପଞ୍ଚଗଡ ଆଡକୁ ଅଗ୍ରସର ହେବା ବଟରେ ରାଣୀଙ୍କର ପାଇକମାନେ ବିଦ୍ରୋହୀମାନଙ୍କ ସହ ଯୋଗ ଦେଲେ । ସେମାନେ ରାଣୀଙ୍କର ଘର ଏବଂ ତାଙ୍କର ଦେୱାନ ସଦାଶିବ ରାୟଙ୍କୁ ଆକ୍ରମଣ କଲେ । ରାଣୀ କୌଣସି ମତେ ବିଦ୍ରୋହମାନଙ୍କ କବଳରୁ ଖସି କଟକ ପଳାଇଲେ , ମାତ୍ର ଦେୱାନଙ୍କୁ ବିଦ୍ରୋହୀମାନେ ହତ୍ୟା କଲେ । ଏହି ସମୟରେ ବକ୍ସି ଜଗବନ୍ଧୁ ଗଡଜାତ ଇଲାକାରେ ବ୍ରିଟିଶ ବିରୁଦ୍ଧ ରେ ଲୋକମାନଙ୍କୁ ମେଳି କରିବା ପାଇଁ ଉଦ୍ୟମ ଆରମ୍ଭ କଲେ । ମାତ୍ର ଜଣେ ହେଲେ ଗଡଜାତ ରାଜା ବକ୍ସି ଜଗବନ୍ଧୁ ଓ ବିଦ୍ରୋହୀମାନଙ୍କୁ ସହାୟତା ହେବାକୁ ଆଗ୍ରହ ପ୍ରକାଶ କଲେ ନାହିଁ । ପ୍ରାଥମିକ ଅବସ୍ଥାରେ ବ୍ରିଟିଶ ସରକାର ବିଦ୍ରୋହୀମାନଙ୍କ ପାଖରେ ପରାୟକ ବରଣ କଲା । ଏତେ ବଡ ଧରଣର ବିଦ୍ରୋହ ମୁଣ୍ଡ ଟେକିବ ବୋଲି ବ୍ରିଟିଶ ସରକାର କେବେ ବି ଚିନ୍ତା କରି ନଥିଲେ । ବ୍ରିଟିଶ ସୁଶାସନରେ ଲୋକମାନେ ଖୁସିରେ ଅଛନ୍ତି ବୋଲି ସେମାନଙ୍କର ଏକ ଭୁଲ ଧାରଣା ଥିଲା । ଅବଶ୍ୟ ବିଦ୍ରୋହ ଆରମ୍ଭ ହେବା ପରେ ପରେ ବିଦ୍ରୋହକୁ ଚାପି ହେବ ପାଇଁ ବ୍ରିଟିଶ ସରକାର ପଦକ୍ଷେପ ନେବା ଆରମ୍ଭ କରି ଦେଲେ । ବିଦ୍ରୋହ ସମ୍ପର୍କରେ ଗୋଇନ୍ଦା ବିଭାଗର ରିପୋର୍ଟ କଟକରେ ପହଞ୍ଚିବା ପରେ ମାଜିଷ୍ଟେଟ ତଥା ବିଚାରପତି ଇମ୍ଫେ ବିଦ୍ରୋହ ଦମନ ପାଇଁ ତତକ୍ଷାଣାତ ପଦକ୍ଷେପ ନେଲେ । ପ୍ରଥମ ପଦକ୍ଷେପ ସ୍ୱରୂପ ଲେଫଟନାଣ୍ଟ ପ୍ରିଡସ୍କ ଏବଂ ଲେଫଟନାଣ୍ଟ ଫରସଙ୍କ ନେତୃତ୍ଵରେ ଦୁଇ ଦଳ ସେନାଙ୍କୁ ଲିମ୍ବାଇ ପ୍ରଗଣାକୁ ସୁରକ୍ଷା ପ୍ରଦାନ ପାଇଁ ଯଥାକ୍ରମେ ଖୋର୍ଦ୍ଧା ଓ ପିପିଲିକୁ ପଠାଗଲା । ତାପରେ ଇମ୍ଫେ ନିଜେ , ଲେଫଟନାଣ୍ଟ ଟ୍ରାଭିସ ଓ 60 ଜଣ ସିପାହୀଙ୍କ ସହ ୧୮୧୭ ଏପ୍ରିଲ ପହିଲାରୁ ଖୋର୍ଦ୍ଧା ଅଭିମୁଖେ ବାହାରିଲେ ଏବଂ ପରଦିନ ଗଙ୍ଗପଡାରେ ପହଞ୍ଚିଲେ । ଗଙ୍ଗାପଡା ଖୋର୍ଦ୍ଧାଠାରୁ ୯ ମାଇଲ ଦୂରରେ ଅଟକାଇ ଦେବା ପରେ ସେ ଅତ୍ୟନ୍ତ ଭୟଭୀତ ହୋଇପଡିଲେ ଏବଂ ପରିସ୍ଥିତି ଅତ୍ୟଧିକ ଭାୟାନକ ଦିଗକୁ ଗତି କରୁଛି ବୋଲି ଆକଳନ କଲେ । ଇମ୍ଫେଙ୍କୁ ପ୍ରତିରୋଧ କରିବା ପାଇଁ ରାସ୍ତାରେ ବାରିକେଦ ନିର୍ମାଣ ହୋଇଥିଲା ଏବଂ ଯଥେଷ୍ଟ ସଂଖ୍ୟକ ବିଦ୍ରୋହୀ ପ୍ରତିରୋଧ କରିବା ପାଇଁ ମହଜୁତ ଥିଲେ । ମାତ୍ର ବିଦ୍ରୋହୀଙ୍କୁ ମୁକାବିଲା କରିବା ପାଇଁ ତତକ୍ଷାଣାତ ଆବଶ୍ୟକ ପୋଲିସଙ୍କୁ ଯୋଗାଡ କରିବା ସମ୍ଭବ ନ ଥିଲା କିମ୍ବା କଟକରୁ ସିପାହୀ ଆଣିବା ସହଜ କାମ ଥିଲା । ଇତି ମଧ୍ୟରେ ପାଇକମାନଙ୍କ ସଂଖ୍ୟା ବଢି ୩୦୦୦ ରେ ଛୁଇଁଲା । ପାଇକମାନେ ଜଙ୍ଗଲରେ ଲୁଚି ଛପି ବିଦ୍ରୋହୀ ମାନଙ୍କୁ ଜଗି ରହିଥିବା ବେଳେ ବ୍ରିଟିଶ ପୋଲିସ ଖୋଲା ରାସ୍ତାରେ ବିଦ୍ରୋହୀମାନଙ୍କୁ ଜଗି ରହିଲେ । ପରିସ୍ଥିତିକୁ ଲକ୍ଷ୍ୟ କରି ଲେଫଟନାଣ୍ଟ ଟ୍ରାଭିସ ଇମ୍ଫେଙ୍କୁ ପରାମର୍ଶ ଦେଲେ ପଛକୁ ହଟିଯିବା ପାଇଁ । ଇମ୍ଫେ ହତାଶ ହୋଇ କଟକ ପ୍ରତ୍ୟାବର୍ତ୍ତନ କଲେ । ସରକାରଙ୍କୁ ଇମ୍ଫେ ଯେଉଁ ରିପୋର୍ଟ ପ୍ରଦାନ କରିଥିଲେ ତାହା ହେଲା “ ଗୋଟିଏ ଦିନ ଓ ଗୋଟିଏ ରାତି ଅବିଶାରନ୍ତ ଭାବେ ଅଭିଯାନ ଚଳାଇବା ପରେ ମୁଁ ବର୍ତ୍ତମାନ ଖୋର୍ଦ୍ଧାରୁ ଫେରିଲି । ସରକାର ମହାଭାଗଙ୍କୁ ସୂଚନା ପ୍ରଦାନ କଲାବେଳେ ମୁଁ ଏମିତି କହିପାରେ ଯେ ପରିସ୍ଥିତିର ବାଧ୍ୟ ବାଧକତା ଯୋଗୁଁ ଅଞ୍ଚଳ ପାଇକମାନଙ୍କ ନିୟନ୍ତ୍ରଣରେ ରହିଛି । “ ଇତି ମଧ୍ୟରେ ଗଙ୍ଗପଡାଠାରେ ବିଦ୍ରୋହମାନେ ଲେଫଟନାଣ୍ଟ ଫରିଶ ଏବଂ ଜଣେ ସ୍ଥାନୀୟ ସୁଭାଦାରଙ୍କୁ ଗୁଳି କରି ମାରି ଦେଲେ ଲେଫଟନାଣ୍ଟ ଫ୍ରିଡକ୍ଵ ଇତି ମଧ୍ୟରେ ଖୋର୍ଦ୍ଧାରେ ପହଞ୍ଚି ସାରିଥିଲେ । ଜଗବନ୍ଧୁଙ୍କ ନେତୃତ୍ଵରେ ୫୦୦୦ପାଇକ ତାଙ୍କୁ ପ୍ରତିରୋଧ କରିବା ପାଇଁ ଆଗେଇ ଆସୁଥିବା ଦେଖି ସେ ଭୟଭୀତ ହୋଇପଡିଲେ । ନିଜର ସମଗ୍ର ସରଞ୍ଜାମ ଫୋପାଡି ଦେଇ କୌଶଳ ମତେ ପ୍ରାଣବିକଳରେ କଟକ ଫେରି ଆସିବାକୁ ସକ୍ଷମ ହୋଇପାରିଲେ । ଏହି ଭଳି ଭାବେ ବିଦ୍ରୋହୀମାନଙ୍କ କ୍ରମବର୍ଦ୍ଧମାନ ପ୍ରତିରୋଧ ଶକ୍ତିକୁ ରୋକିବାରେ ବ୍ରିଟିଶ ସରକାରଙ୍କ ସମସ୍ତ ଉଦ୍ୟମ ପଣ୍ଡ ହୋଇଗଲା । ବିଦ୍ରୋହୀମାନଙ୍କ ଏହି ଲଗାତର ସଫଳତା ଯୋଗୁଁ ଅନ୍ୟାନ୍ୟ ଅଞ୍ଚଳକୁ ବିଦ୍ରୋହ ବ୍ୟାପିବାରେ ଲାଗିଲା ।

ବିଦ୍ରୋହ ବ୍ୟାପିଲା

କମ ସମୟ ମଧ୍ୟରେ ଚାରିଆଡେ ବିଦ୍ରୋହ ବ୍ୟାପିଗଲା । ଏପ୍ରିଲ ୭.୧୮୧୭ ମସିହାବେଳକୁ ପାଇକମାନେ ପିପିଲି ଦଖଲ କରିନେଲେ । ଗଡ ପଦ୍ମପୁରରେ ରାଜା ବଳଭଦ୍ର ଛୋଟରାୟ ପ୍ରାୟ ୩୦୦ ପାଇକମାନଙ୍କୁ ନେଇ ବିଦ୍ରୋହୀମାନଙ୍କ ସହ ଯୋଗ ଦେଲେ । ସମଗ୍ର ଅଞ୍ଚଳରେ ବିଦ୍ରୋହୀମାନେ ଲୁଟପାଟ ଓ ପୋଡାଜଳା ଆରମ୍ଭ କରିଦେଲେ । ଇତି ମଧ୍ୟ ରେ ପୁରୀ ସହରରୁ ସୁରକ୍ଷା ପ୍ରଦାନ କରିବା ପାଇଁ କ୍ୟାପଟେନ ଉଇଲିଙ୍ଗଟେନଙ୍କୁ ପଠାଗଲା । ତାଙ୍କ ସୁପାରିଶରେ ୫୦୦ ସିପାହୀଙ୍କ ସହିତ ଲି ଫାଭେରଙ୍କୁ ଏପ୍ରିଲ ୯.୧୮୧୭ ମସିହାରେ ଖୋର୍ଦ୍ଧାରେ ପହଞ୍ଚିଥିଲେ । ବ୍ରିଟିଶ ସୈନ୍ୟ ପୁନର୍ବାର ଖୋର୍ଦ୍ଧାକୁ ନିଜ ଅକ୍ତିହାରରେ ରଖିବା ପାଇଁ ସକ୍ଷମ ହେଲେ । କିନ୍ତୁ ଠିକ ସେହିପରି ଜଗବନ୍ଧୁଙ୍କ ନେତୃତ୍ଵରେ ଘୁମୁସର ଅଞ୍ଚଳର କନ୍ଧ ଓ ପାଇକମାନେ ଲୋକନାଥ ଘାଟ ଦେଇ ପୁରୀରେ ପ୍ରବେଶ କଲେ । କେତେକ ସ୍ଥାନୀୟ ବାସିନ୍ଧା ମଧ୍ୟ ସେମାନଙ୍କ ସହ ଯୋଗ ଦେଲେ । ବିଦ୍ରୋହୀମାନେ ସରକାରୀ କଚେରୀ, ବହୁ ସାଂଖିକ ସରକାରୀ ଅଫିସ ଓ ସାଧାରଣ ଲୋକଙ୍କ ଘର ପୋଡି ଦେଲେ । ଏଭଳି ଏକ ଭୟାନକ ପରିସ୍ଥିତି ଊଭବ ହେବା ଯୋଗୁଁ ପୁରୀରେ ଅବସ୍ଥାପିତ ସମସ୍ତ ବ୍ରିଟିଶ ଅଫିସର ଭୟଭୀତ ହୋଇ କଟକ ପଳାଇ ଆସିଲେ । ବିଦ୍ରୋହୀମାନଙ୍କ ଠାରୁ ପ୍ରେରଣା ପାଇ ଜଗର୍ନ୍ନାଥ ମନ୍ଦିର ପୂଜକମାନେ ବ୍ରିଟିଶ ସରକାରଙ୍କ ପତନ ହେଲା ଏବଂ ରାଜାଙ୍କର ପ୍ରାଚୀନ ପରମ୍ଫରା ବଜାୟ ରହିଲା ବୋଲି ଖୋଲାଖୋଲି ଘୋଷଣା କଲେ । ପୂଜକମାନଙ୍କ ଏଇ ଧରଣର ଘୋଷଣା ପାଇକମାନଙ୍କୁ ନୂତନ ଶକ୍ତି ଓ ସାମର୍ଥ୍ୟ ଦେବାରେ ପ୍ରେରଣା ଯୋଗାଇଲା । ଖୋର୍ଦ୍ଧାର ରାଜା ସେମାନଙ୍କ ପକ୍ଷ ସମର୍ଥନ କରି ଆଗେଇ ଆସିବେ ବୋଲି ସେମାନେ ଆଶାପୋଷଣ କଲେ । ବିଦ୍ରୋହର ନେତୃତ୍ଵ ନେବାକୁ ଏବଂ ଖୋର୍ଦ୍ଧାର ରାଜା ଭାବେ ମୁକୁନ୍ଦ ଦେବଙ୍କୁ ପୁନଃଅବସ୍ଥାପିତ କରିବା ପାଇଁ ବକ୍ସି ଜଗବନ୍ଧୁ ଏବଂ ପାଇକମାନେ ମୁକୁନ୍ଦଦେବଙ୍କୁ ତାଙ୍କ ବାସ ଭବନରେ ଭେଟି ଅନୁରୋଧ ଜଣାଇଲେ । ମାତ୍ର ସେ ଏହି ପ୍ରସ୍ତାବରେ ରାଜି ହେଲେ ନାହିଁ । ଅଧିକ ସୈନ୍ୟ ବାହିନୀ ପଠାଇବା ପାଇଁ ନିଜର ସ୍ଵତନ୍ତ୍ର ଦୂତ ପୁରୁଷୋତ୍ତମ ବେହାରୀଙ୍କ ହାତରେ ଏକ ଗୁପ୍ତଚିଠି ବ୍ରିଟିଶ ସରକାର ଙ୍କ ପାଖକୁ ପଠାଇ ଥିବା କଥା ଲୋକଙ୍କ ଠାରୁ ଶୁଣିବାକୁ ମିଳେ । ଅବଶ୍ୟ ବିଦ୍ରୋହରେ ରାଜାଙ୍କ ଭୂମିକା ସମ୍ପର୍କରେ ଯେଉଁ ତଥ୍ୟ ମିଳୁଛି ତାହା ଅତ୍ୟନ୍ତ ବିବଦମାନ । ଉଇଲିୟମ ଟ୍ରୋଭେର ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ ବିଦ୍ରୋହ ସଂଗଠିତ କରିବାରେ ମୁକୁନ୍ଦଦେବଙ୍କ ଭୂମିକା ଥିଲା କୌଣସି ପ୍ରମାଣ ମିଳି ନାହିଁ । ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି ଯେ “ ଉଭୟ ପିତା ( ମୁକୁନ୍ଦଦେବ ୨ୟ ) ଏବଂ ପୁତ୍ର ବ୍ରିଟିଶ ଶାସନ ଓ ଆଇନ ବିରୁଦ୍ଧରେ ଗୁପ୍ତରେ ବିଦ୍ରୋହକୁ ସମର୍ଥନ ପ୍ରଦାନ କରିଥିଲେ । ସେମାନେ ଖୋଲାଖୋଲି ବ୍ରିଟିଶ ବିରୁଦ୍ଧରେ ଲଢେଇ କରି ନ ଥିଲେ କିନ୍ତୁ ପୁରୀରେ ଇଂରେଜ ସରକାରଙ୍କ ଟ୍ରେଜେରୀ ଲୁଟ କରିବାରେ ସେମାନଙ୍କର ପରୋକ୍ଷ ଭାବେ ଥିଲା । “ ଏ ଉଭୟ ବୟାନକୁ ବିଚାରକୁ ନିଆଯାଇ ଏତିକି କୁହାଯାଇପାରେ ଯେ ରାଜା ପ୍ରଥମରୁ ବିଦ୍ରୋହକୁ ଗୁପ୍ତରେ ସମର୍ଥନ ଦେଇଥିଲେ ମାତ୍ର ପରେ ବିଦ୍ରୋହୀମାନଙ୍କ ସହ ଯୋଗ ନ ଦେଇ ନିରାପଦ ଦୁରତ୍ଵ ବଜାୟ ରଖିବା ପାଇଁ ଚାହୁଁ ଥିଲେ । ଧୀରେ ଧୀରେ ପରିସ୍ଥିତି ବ୍ରିଟିଶ ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଗଲା । ତେଣୁ ପରିସ୍ଥିତିର ମୁକାବିଲା ପାଇଁ ନୂଆ ଯୋଜନା ଗ୍ରହଣ କଲେ । ପ୍ରଥମ ପଦକ୍ଷେପ ସ୍ୱରୂପ ଖୋର୍ଦ୍ଧା, ପିପିଲି, ଲିମ୍ବାଇ, ପୁରୀ, ଏବଂ କୋଠାଦେଶ ପ୍ରମୁଖ ଅଞ୍ଚଳରେ ସାମରିକ ଆଇନ ଜାରି କରାଗଲା । ମେଜର ଜେନେରାଲ ଙ୍କ ଜଣେ ସାମରିକ ଅଫିସରଙ୍କୁ ସାମରିକ ବାହିନୀର କମାଣ୍ଡର ଭାବେ କଟକରେ ଅବସ୍ଥାପିତ କରାଗଲା , ଯାହାଙ୍କୁ ସାମରିକ କମିଶନର ନାମରେ ନାମିତ କରାଗଲା । ତାଙ୍କର ନାମ ହେଉଛି ଗ୍ରାବିଏଲ ମାର୍ଟିନ ଡେଲା । ୩ ୟ ପଦକ୍ଷେପ ସ୍ୱରୂପ ବିଦ୍ରୋହୀମାନଙ୍କ କାର୍ଯ୍ୟ ଯୋଗୁଁ ପୁରୀ ଓ ଖୋର୍ଦ୍ଧାର କ୍ଷତିଗ୍ରସ୍ତ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସ୍ଵାଭାବିକ ସ୍ତରକୁ ଫେରାଇ ଆଣିବାକୁ ଅଧିକ ନୂଆ ଅଫିସରମାନଙ୍କୁ ପ୍ରେରଣ କରାଗଲା । ଇତି ମଧ୍ୟରେ ଖୋର୍ଦ୍ଧାରେ ଅବସ୍ଥାପିତ କ୍ୟାପଟେନ ଲିଫେଊରେ ଏପ୍ରିଲ ୧୩,୧୮୧୭ ମସିହାରେ ପୁରୀ ଅଭିମୁଖେ ବାହାରିଗଲେ । ସେ ପୁରୀରେ ପହଞ୍ଚିଲା ବେଳ କୁ ବକ୍ସି ଜଗବନ୍ଧୁ ଏବଂ ତାଙ୍କର ଅନୁଗାମୀମାନେ ବାଣପୁରକୁ ଖସି ପଳାଇ ଆସିଥିଲେ । ଏହିଭଳି ଏ ପରିସ୍ଥିତିରେ ଯେତେବେଳେ ରାଜା ମୁକୁନ୍ଦଦେବ ଏବଂ ୧୬ ଜଣ ପାଇକ ଖସି ପଳାଇଯିବା ପାଇଁ ଉଦ୍ୟତ ହେଉଥିଲେ , ବ୍ରିଟିଶ ସିପାହୀମାନେ ମୁକୁନ୍ଦଦେବଙ୍କୁ ଧରି ପକାଇଲେ ଏବଂ ବନ୍ଧୀ କଲେ । ଏହିପରି ଭାବେ ପୁନର୍ବାର ପୁରୀ ଦଖଲ କରିବାରେ ଇଂରେଜମାନେ ସକ୍ଷମ ହେଲେ । ପୁରୀ ସମ୍ପର୍କରେ ଏ ବିବରଣୀ ହସ୍ତଗତ ହେବାପରେ ଗଭର୍ଣ୍ଣର ଜେନେରାଲ ମେଜର ହାମିଲଟନ ନାମରେ ମେଜର ପଦବୀରେ ଜଣେ ସାମରିକ ପଦାଧିକାରୀଙ୍କୁ ପୁରୀ ଆସି ଏବଂ ରାଜାନ୍କାଉ ବନ୍ଦୀ କରି କଲିକତା ପରିବର୍ତ୍ତେ କଟକ ପଠାଇ ଦେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରାଗଲା । ତଦନୁଯାୟୀ ଏପ୍ରିଲ ୨୮,୧୮୧୭ ମସିହାରେ ମେଜର ହାମିଲଟନ ମୁକୁନ୍ଦଦେବ ଏବଂ ତାଙ୍କ ପୁତ୍ରଙ୍କୁ ବନ୍ଦୀ କରିବା ରଖିବା ପାଇଁ ନିର୍ମିତ ଗୋଟିଏ ଛୋଟିଆ କୁଡିଆରେ ସେମାନେ ବନ୍ଦୀ ଭାବେ ରଖାଗଲା । ଏସମସ୍ତ ପଦକ୍ଷେପ ସତ୍ତ୍ୱେ ବିଦ୍ରୋହ ପ୍ରଶମିତ ହେବା ବଦଳରେ ଧୀରେ ଧୀରେ ନୂଆ ଅଞ୍ଚଳକୁ ବ୍ୟାପିଲା । ଗୋପ, କୁଜଙ୍ଗ, ପଟ୍ଟାମୁଣ୍ଡାଇ , ଏବଂ ଅସୁରେଶ୍ଵର ଆଦି ବିଭିନ୍ନ ଅଞ୍ଚଳରେ ବିଦ୍ରୋହର ପ୍ରତିଧ୍ବନୀ ଶୁଣିବାକୁ ମିଳିଲା । ଜଗବନ୍ଧୁଙ୍କ 2 ଜଣ ବିଶ୍ଵସ୍ତଙ୍କ ନେତୃତ୍ଵରେ 500 ପାଇକ ଏସବୁ ଅଞ୍ଚଳକୁ ଗ୍ରସ୍ତ କରି ବିଦ୍ରୋହ କରିବା ପାଇଁ ଲୋକଙ୍କୁ ମତାଇଲେ । ଏହି ସବୁ ଅଞ୍ଚଳରେ ବିଦ୍ରୋହୀ ପାଇକମାନେ ବ୍ରିଟିଶ ଅମଲା ଓ ଜମିଦାରଙ୍କୁ କାବୁ କଲେ , ସେମାନଙ୍କ ସମ୍ପତ୍ତିକୁ ଜବତ କଲେ ଏବଂ ବିଭିନ୍ନ ଗାଁରେ ଲୁଣ୍ଠନ ଚଳାଇଲେ । ପରିସ୍ଥିତି ଦିନକୁ ଦିନ ଏତେ ଭୟଙ୍କର ହେଲା ଯେ ବ୍ରିଟିଶ ସରକାର ବାଧ୍ୟ ହୋଇ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ମେଜର ଜେନେରାଲ ପହଞ୍ଚିଥିଲେ ଏବଂ ମୁହୂର୍ତ୍ତେ ବିଳମ୍ବ ନ କରି ଖୋର୍ଦ୍ଧା ଅଭିମୁଖେ ଅଭିଯାନ ଆରମ୍ଭ କଲେ । ସେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହେଲେ । ଏହା ପରେ ଯେଉଁ ଅଞ୍ଚଳରେ ବିଦ୍ରୋହୀ କାର୍ଯ୍ୟକଳାପ ପ୍ରାଥମିକ ସ୍ଥିତିରେ ଥିଲା ସେଠାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ସେ ସମସ୍ତ ଅଞ୍ଚଳରେ ସାମରିକ ଆଇନ ଲାଗୁ ହେଲା ବୋଲି ଘୋଷଣା କରାଗଲା । କ୍ୟାପଟେନ ଫେଥଫୁଲଙ୍କୁ ୧୮୧୭ ଜୁଲାଇ ମାସରେ ଗୋପ ପଠାଗଲା । ସେଠାରେ ପୂର୍ବରୁ କରୁଣାକର ସର୍ଦ୍ଦାରଙ୍କ ନେତୃତ୍ଵରେ ପାଇକମାନେ ଥାନା ଉପରେ ଆକ୍ରମଣ କରି ପୋଲିସମାନଙ୍କୁ ଥାନାରେ ନିକାଲି ଦେଇ ଥିବାର ଖବର ମିଳିଥିଲା । କ୍ୟାପଟେନ ଫେଥଫୁଲ ସେଠାରେ ପହଞ୍ଚିବା ପରେ ବିଦ୍ରୋହୀମାନଙ୍କୁ ଦମନ କରିବାରେ ସଫଳ ହେଲେ । ବିଦ୍ରୋହୀମାନଙ୍କ କବଳରେ ଥିବା ଅଞ୍ଚଳ ମାନଙ୍କ ରୁ କୁଜଙ୍ଗ ଇଲାକାରେ ପରିସ୍ଥିତି ସଂପୂର୍ଣ୍ଣ ଭାବେ ଅଣାୟତ ହୋଇପଡିଲା । ପାଇକମାନେ ସେମାନଙ୍କ ନେତାଙ୍କ ନେତୃତ୍ଵରେ ଭୟଙ୍କର ହିଂସାତ୍ମକ କାର୍ଯ୍ୟକଳାପ ଚଲେଇଲେ । ଏହି ଅଞ୍ଚଳର ପ୍ରମୁଖ ବିଦ୍ରୋହୀମାନେ ହେଲେ ହରିଶପୁରର ରାଜା , ମଧୁସୂଦନ ମଙ୍ଗରାଜ, ବାମଦେବ ପାଟ୍ଟଯୋଶୀ , ନାରାୟଣ ପରମଗୁରୁ, ଏବଂ କରୁଣାକର ପରମଗୁରୁ । ବନମାଳୀ ନରେନ୍ଦ୍ର ନାମରେ ଜଣେ ବ୍ୟକ୍ତି ର ସାହାଯ୍ୟ ନିଆଗଲା ଏମାନଙ୍କୁ ଧରିବା ପାଇଁ । ମଧୁସୂଦନ ମଙ୍ଗରାଜଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଆରମ୍ଭ ହେଲା । ଯଦିଓ ବ୍ରିଟିଶ ପୋଲିସ ମଧୁସୂଦନ ମଙ୍ଗରାଜଙ୍କୁ ଧରାଇ ଦେଲେ ୧୦୦୦ ଟଙ୍କା ପୁରସ୍କାର ମିଳିବ ବୋଲି ପ୍ରତିଶ୍ରୁତି ଦିଆଗଲା । ନଦୀମାନଙ୍କରେ ପ୍ରବଳ ବନ୍ୟା ଆସିବା ଯୋଗୁଁ ସାମରିକ କାର୍ଯ୍ୟାନୁଷ୍ଠାନକୁ ବାଧ୍ୟ ହୋଇ ବାତିଲ କରିବାକୁ ପଡିବ । ଏହାର ସୁଯୋଗ ନେଇ ପାଇକମାନେ ବିଦ୍ରୋହାତ୍ମକ କାର୍ଯ୍ୟକଳାପ ବଢାଇଲେ ଏବଂ ଏହା ସୁଦୂର ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ବ୍ୟାପିଗଲା । ବର୍ଷା ଋତୁ ଆରମ୍ଭ ହୋଇଯିବା ଯୋଗୁଁ ଅନ୍ୟାନ୍ୟ ନେତାମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭବ ହେଲା ନାହିଁ । ବର୍ଷାଋତୁ ଶେଷ ହେବା ପରେ କ୍ରମବର୍ଦ୍ଧମାନ ବିଦ୍ରୋହୀମାନଙ୍କ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ୨୦୦୦ ସିପାହୀଙ୍କ ସହ କ୍ୟାପଟେନ କେନେଥ ନାମରେ ଜେନ ପୋଲିସ ଅଫିସରଙ୍କୁ ୧୮୧୭ ମସିହା ସେପ୍ଟେମ୍ବର ୧୩ ତାରିଖରେ କୁଜଙ୍ଗରେ ଅବସ୍ଥାପିତ କରାଗଲା । କୁଜଙ୍ଗ ଅଞ୍ଚଳ ସହିତ ଓତଃପ୍ରୋତଃ ଭାବେ ସଂଶ୍ଳିଷ୍ଟ ୨ ଜଣ ଓଡିଆଙ୍କୁ ମଧ୍ୟ ତାଙ୍କ ସହ ସେଠାରେ ଅବସ୍ଥାପିତ କରାଗଲା । ସେମାନ ହେଲେ ହରିଶପୁର ନିବାସୀ ବାଲୁକେଶ୍ଵର ଦାସ ଏବଂ କୁଜଙ୍ଗ ରାଜାଙ୍କର ଜଣେ ପୂର୍ବଟନ କର୍ମଚାରୀ କୃପାସିନ୍ଧୁ ଛାମୁ ପଟ୍ଟନାୟକ । କୁଜଙ୍ଗ ରାଜାଙ୍କର ରାଜଧାନୀ ପାରାଦ୍ଵୀପରେ କେନେଟ ପହଞ୍ଚିବା ପରେ ସାମରିକ ଆଇନ ଜାରି କରାଗଲା । ପାଇକମାନେ ଏହାର ପ୍ରତିରୋଧ କଲେ । ଏହା ପରେ ପରେ କୁଜଙ୍ଗରାଜା ସ୍ଵତଃପ୍ରବୃତ୍ତ ଭାବେ ଆତ୍ମ ସମର୍ପଣ କଲେ ଏବଂ ରାଜାଙ୍କର ସହାୟତା ନେଇ ବାମଦେବ ପାଟ୍ଟଯୋଶୀ ଏବଂ ନାରାୟଣ ପରମଗୁରୁଙ୍କୁ ଧରାଇ ଦିଆଗଲା । ଏହାପରେ ଏ ତିନିଜଣଙ୍କୁ କଟକ ଅଣାଗଲା । ବାମଦେବା ପାଟ୍ଟଯୋଶୀଏଏବଂ ନାରାୟଣ ଗୁରୁଙ୍କୁ ବାରବାଟୀ ଦୁର୍ଗରେ ବନ୍ଦୀ କରି ରଖାଗଲା । ରାଜାଙ୍କୁ ବ୍ରିଟିଶ ପୋଲିସ କଡା ନଜର ଭୀତରେ ଗୋଟିଏ ଘରୋଇ ବାସଭବନରେ ଅଟକ କରି ରଖାଗଲା । ଏହାପରେ କୁଜଙ୍ଗରୁ ସାମରିକ ଆଇନ ଉଠାଇ ନିଆଗଲା । ୧୮୧୭ ମସିହା ଅକ୍ଟୋବର ଶେଷବେଳକୁ ପାଇକ ବିଦ୍ରୋହକୁ ସଂପୂର୍ଣ୍ଣ ଭାବେ ଦମନ କରାଯାଇଥିବାର ପ୍ରମାଣ ମିଳେ । କିନ୍ତୁ ଏତିକିରେ ଘଟଣାର ପରିସମାପ୍ତି ହେଲା ନାହିଁ ।

କୋର୍ଟରେ ବିଦ୍ରୋହୀମାନଙ୍କ ବିଚାର ଏବଂ ଦଣ୍ଡାଦେଶ

ବିଦ୍ରୋହ ଦମନ ହେବା ପରେ, ଭବିଷ୍ୟତରେ ଯେପରି ଏପରି ଘଟଣା ନ ଘଟେ, ତାର ପ୍ରତିକାର ପାଇଁ ବ୍ରିଟିଶ ସରକାର କେତେକ ପଦକ୍ଷେପ ନେଲେ । ଯୁଦ୍ଧବନ୍ଦୀମାନଙ୍କ ବିରୁଦ୍ଧରେ ମୋକଦ୍ଦମା ଗୁଡିକର ବିଚାର ଏବଂ ବିଦ୍ରୋହୀମାନଙ୍କ ବିରୁଦ୍ଧରେ ମୋକଦ୍ଦମା ଗୁଡିକର ବିଚାର ଏବଂ ବିଦ୍ରୋହୀମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲାଗୁଡିକର ସମସ୍ୟା ସମାଧାନ ପାଇଁ କଟକର କମାଣ୍ଡର ଗ୍ରାବ୍ରିଏଲ ମାର୍ଟିନ ଡୁୟେଲଙ୍କୁ କମିଶନ ଓ ୱାଲତାର ଇୱେରନ ଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରି ଗୋଟିଏ ସାମାଜିକ କମିଶନ ଗଠନ କରାଗଲା । ବିଦ୍ରୋହର କାରଣ ଏବଂ ଖୋର୍ଦ୍ଧା ଜମିଦାର ଇଲାକାରେ ଭବିଷ୍ୟତରେ ଯେପରି ବିଦ୍ରୋହ ସୃଷ୍ଟି ନ ହୁଏ ତାର ପ୍ରତିକାର ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ କମିଶନଙ୍କୁ ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରାଗଲା । ଗୁରୁତର ରାଜଦ୍ରୋହ ଷଡଯନ୍ତ୍ରରେ ଲିପ୍ତ ଥାଇ ଗିରଫ ହୋଇଥିବା ବିଦ୍ରୋହୀମାନଙ୍କ ଉପରେ କମିଶନ ପ୍ରଥମେ ବିଚାର ଆରମ୍ଭ କଲେ । ମୁକୁନ୍ଦଦେବାଙ୍କୁ ଦୈନିକ ଟ ୨୫ ଭତ୍ତା ଦେଇ ବନ୍ଦୀଭାବେ ରଖିବା ପାଇଁ ସ୍ଥିର ହେଲା ଏବଂ ପୁରୀରେ ରହୁଥିବା ତାଙ୍କ ପାରିବାର ଭରଣାପୋଷଣ ପାଇଁ ମାସକୁ ଟ୫୦୦୦ ପ୍ରଦାନ କରିବା ପାଇଁ ସରକାର ଘୋଷଣା କଲେ । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ମୁକୁନ୍ଦଦେବ ନଭେମ୍ବର ୩୦,୧୮୧୭ ମସିହାରେ ମୃତ୍ୟୁବରଣ କଲେ ଏବଂ ତାଙ୍କର ପୁତ୍ରରାମଚନ୍ଦ୍ର ଦେବ ଉତ୍ତରାଧିକାରୀ ଭାବେ ବଞ୍ଚି ରହିଲେ । ମାତ୍ର କୁଜଙ୍ଗ ରାଜାଙ୍କୁ ଛାଡି ଦିଆଗଲା । ଯେହେତୁ ସେ ସ୍ଵଇଚ୍ଛାରେ ଆତ୍ମସମର୍ପଣ କରିଥିଲେ ଏବଂ ବିଦ୍ରୋହୀମାନଙ୍କ ଧରାଇ ଦେବାରେ ବ୍ରିଟିଶମାନଙ୍କୁ ସହାୟତା କରିଥିଲେ । ସେଥିପାଇଁ ତାଙ୍କୁ ମୁକ୍ତି ଦିଆଗଲା । ବିଦ୍ରୋହୀ ନେତାମାନଙ୍କୁ ଗିରଫ କରିବା ପାଇଁ କମିଶନ ପଦକ୍ଷେପ ନେଲେ । ବିଦ୍ରୋହର ମୁଖ୍ୟ ନେତା ଏବଂ ତାଙ୍କର ସହଯୋଗୀଙ୍କୁ ଧରିବା ପାଇଁ ବ୍ରିଟିଶ ସରକାର ଖୁବ ଚିନ୍ତିତ ଥିଲେ । ସେମାନେ ହେଲେ ବକ୍ସି ଜଗବନ୍ଧୁ , ପୀତବାସ ମଙ୍ଗରାଜ, ପଦ୍ମନାଭ ଛୋଟରାୟ ଏବଂ ପିନାକୀ ବାହୁବଳେନ୍ଦ୍ର । ବିଦ୍ରୋହୀ କାର୍ଯ୍ୟକଳାପ ସହ ଜଡିତ ରହି ଯେଉଁମାନେ ଅପରାଧ ସଂଗଠିତ କରିଛନ୍ତି ସେମାନଙ୍କୁ ରାଜକ୍ଷମା ପ୍ରଦାନ କରାଯିବା ବୋଲି ଘୋଷଣା କରାଗଲା । ଉପରେ ଉଲ୍ଲେଖିତ ବିଦ୍ରୋହୀନେତା ଏବଂ ଯେଉଁମାନଙ୍କୁ ଜେଲରେ ବନ୍ଦୀ ଭାବେ ରଖାଯାଇଥିଲା ସେମାନଙ୍କ ପାଇଁ ଏହି ରାଜକ୍ଷମା ଲାଗୁ ହେବ ନାହିଁ ବୋଲି ମଧ୍ୟ ଘୋଷଣା କରାଗଲା । ଏଥିସହିତ କମିଶନର କୁଜଙ୍ଗର ବିଦ୍ରୋହୀ ନେତା ବାମଦେବ ପାଟ୍ଟଯୋଶୀ ଏବଂ ନାରାୟଣ ପରମଗୁରୁଙ୍କ ସମେତ ୯ ଜଣଙ୍କୁ ୧୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କଲେ । ପ୍ରାୟ ୧୩୦ ଜଣ ବିଦ୍ରୋହୀ ନେତାଙ୍କୁ ନିର୍ବାସିତ ଦଣ୍ଡ/ କଳାପାଣି ସଜା ହୋଇଗଲା । ଚରଣ ପଟ୍ଟନାୟକ ଓ ସମ୍ବଳପୁର ରାଣୀଙ୍କର ଦେୱାନ ସଦାଶିବ ରାୟଙ୍କୁ ହତ୍ୟା କରି ଥିବା ଅଭିଯୋଗରେ ପର୍ଶ୍ରୁରାମ ରାଉତରାୟ ଓ ସଚ୍ଚିଦାନନ୍ଦ ପଟ୍ଟନାୟକ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରାଗଲା ଏବଂ ଏପ୍ରିଲ ୧୮୧୮ରେ ଫାଶି ଦିଆଗଲା । ଏସମସ୍ତ ପଦକ୍ଷେପ ସତ୍ତ୍ୱେ ଜଗବନ୍ଧୁଙ୍କର ଏକାନ୍ତ ଅନୁଗତ କେତେକ ବିଦ୍ରୋହୀଙ୍କୁ ଧରିବାରେ ବ୍ରିଟିଶ ପୋଲିସ ସକ୍ଷମ ହୋଇପାରିଲା ନାହିଁ । ସେମାନେ ହେଲେ ଦାମ ସୁବୁଦ୍ଧି, ନିତ୍ୟାନନ୍ଦ ମଙ୍ଗରାଜ , ଦାସରଥୀ ପାଇକରାୟ, ଆଦିକନ୍ଦ ବିଧ୍ୟାଧର , ରାମଚନ୍ଦ୍ର ସାମନ୍ତ ସିଂହାର ଏବଂ ଉପେନ୍ଦ୍ର ଜଗଦେବ ।

ଜଗବନ୍ଧୁଙ୍କୁ ଗିରଫ ପାଇଁ ଧରପଗଡ ଅଭିଯାନ

ବକ୍ସି ଜଗବନ୍ଧୁଙ୍କୁ ଗିରଫ ପାଇଁ ଯେଉଁ ଅଭିଯାନ ନିଆଯାଇଥିଲା ତାହା ଅତ୍ୟନ୍ତ ଚମକପ୍ରଦ ଏବଂ ଲୋମହର୍ଷକାରୀ ଘଟଣା । ଖୋର୍ଦ୍ଧାରୁ ଖସି ପାଳାଇଲା ପରେ ସେ ଘୁମୁସର ଇଲାକାର ଘଞ୍ଚ ଜଙ୍ଗଲରେ ଲୁଚି ରହିଥିଲେ ବୋଲି ଶୁଣାଯାଏ । ନୟାଗଡ ଓ ରଣପୁରର ରାଜାମାନେ ଜଗବନ୍ଧୁଙ୍କୁ ଲୁଚି ପାଳିବାରେ ସହାୟତା କରିଥିଲେ ଘୁମୁସର ଜଙ୍ଗଲରୁ ସେ ନିଜର ଶ୍ଵଶୁର ଘର, ସେରଗଡ ଜମିଡାରଙ୍କ ଅଞ୍ଚଳକୁ ଖସି ପଳାଇଲେ । ପୁଣି ସେଠାରେ ସେ ବୌଦ୍ଧ- ଦଶପଲ୍ଲା ଅଞ୍ଚଳକୁ ଲୁଚି ପଳାଇଲେ । ସମ୍ବଲପୁରରେ ଅବସ୍ଥାପିତ ବ୍ରିଟିଶ ପୋଲିସ ରେଜିମେଣ୍ଟର ମୁଖ୍ୟ ଅଫିସର ମେଜର ରୁଗସେଜଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ ମୃତ କିମ୍ବା ଜୀବିତ ଅବସ୍ଥାରେ ବକ୍ସି ଜଗବନ୍ଧୁଙ୍କୁ ଧରିବା ପାଇଁ ଏବଂ ଏ ଦିଗରେ ଯିଏ ସହାୟତା କରିବ ତାକୁ ଟ ୫୦ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଗଲା । ତଦନୁଯାୟୀ ଜଗବନ୍ଧୁଙ୍କୁ ଧରିବାରେ ସହାୟତା କରିବାକୁ ସେ ବୌଦ୍ଧ ରାଜା ଚନ୍ଦ୍ରଶେଖର ଦେବଏନକେ ସହ ଯୋଗାଯୋଗ କଲେ । ଏକଥା ପ୍ରଘଟ ହୋଇଯିବାରୁ ଜଗବନ୍ଧୁ ପୁଣି ଘୁମୁସର ଅଞ୍ଚଳକୁ ଲୁଚି କରାଠିବା ସମୟ ଯାକ ଖୋର୍ଦ୍ଧାର ଲୋକମାନେ ତାଙ୍କର ଚାଲିବା ପାଇଁ ସମସ୍ତ ସାହାଯ୍ୟ ପଠାଇଥିଲେ ବୋଲି ଶୁଣାଯାଏ । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରୋଦଙ୍କର ଭୁଙ୍ଗୀ ଦାସ । ବୋଲଗଡଠାରେ ପୋଲିସ ରେଜିମେଣ୍ଟ ଦାୟିତ୍ଵରେ ରହୁଥିବା ଏକ ଗାଁ ଉପରେ ଅଚାନକ ଚଢାଉ କଲେ କାରଣ ସେ କୌଣସି ସୂତ୍ରରୁ ଖବର ପାଇଲେ ଯେ ଜଗବନ୍ଧୁ ସେଠାରେ ଆଶ୍ରୟ ନେଉଛନ୍ତି । ଏ ଖବର ଆଗୁଆ ପାଇ ନିଜର ଆସବାବପତ୍ର ଛାଡି ଜଗବନ୍ଧୁ ନୟାଗଡ ଅଞ୍ଚଳକୁ ଲୁଚି ପଳାଇବାରେ ସକ୍ଷମ ହେଲେ ଏବଂ ପରେ ସିପାହୀମାନେ ସେ ଛାଡିଯାଇଥିବା ଏକଫୁଟ ଲମ୍ବା, ଅଧଫୁଟ ଓସାର ଓ ୩ ଇଞ୍ଚ ଉଚ୍ଚତାର ଈଷତ ରଙ୍ଗର ବାକ୍ସରେ ଅନ୍ୟାନ୍ୟ ଜିନିଷ ପତ୍ର ମୁଦି, କାନରେ ପିନ୍ଧାଯାଉଥିବା ଦୁଇଟି ଇଅର ରିଙ୍ଗ ଆଦି ଦ୍ରବ୍ୟର ଆନୁମାନିକ ମୂଲ୍ୟ ପ୍ରାୟ ଏକ ହଜାର ଟଙ୍କା ହେବ ହୋଇ ଜଣାଯାଏ । ବକ୍ସି ଜଗବନ୍ଧୁଙ୍କୁ ଗିରଫ କରିବା ପାଇଁ ବ୍ରିଟିଶ ସରକାର ସମସ୍ତ ଉଦ୍ୟମ ପଣ୍ଡ ହୋଇଗଲା । ବକ୍ସିଙ୍କୁ ଧରିବା ପାଇଁ କୌଣସି ବିକଳ୍ପ ପଥ ଖୋଜିବାହାର କରିବା ସମ୍ଭବ ନ ହେବାରୁ ପରିଶେଷରେ ଅନନ୍ୟୋପାୟ ହୋଇ ଜଗବନ୍ଧୁଙ୍କୁ ବକ୍ସି ଜଗବନ୍ଧୁ ଏକ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଯଦି ଆତ୍ମସମର୍ପଣ କରିବେ , ତେବେ ତାଙ୍କୁ ମାରିଦିଆଯିବ ନାହିଁ । ତାଙ୍କର ଜୀବନଧାରଣ ପାଇଁ ସରକାରଙ୍କ ତରଫରୁ ଚାଲିଲା ଭଳି ଭତ୍ତା ପ୍ରଦାନ କରାଯିବ , କଲିକତା କିମ୍ବା କାଳିକତା ନିକଟବର୍ତ୍ତୀ ସ୍ଥାନରେ ତାଙ୍କୁ ରହିବାକୁ ଘର ଯୋଗାଇ ଦିଆଯିବ ବୋଲି ଗଭର୍ଣ୍ଣର ଜେନେରାଲ ଏକ ସ୍ଵତନ୍ତ୍ର ଘୋଷଣା ଜାରି କଲେ । ଜଗବନ୍ଧୁ ତାଙ୍କର ଲକ୍ଷ ପଥରେ ଏପରି ଭାବେ ଦୃଢ ଏବଂ ଅବିଚଳିତ ଥିଲେ ଯେ ସରକାରଙ୍କ ଘୋଷଣା ତାଙ୍କ ଉପରେ ଟିକେ ବି ପ୍ରଭାବ ପାକାୟ ପାରିଲା ନାହିଁ । ଏହାପରେ ଜଗବନ୍ଧୁ କିପରି ଆତ୍ମସମର୍ପଣ କରିବେ ତାକୁ ତ୍ଵରାନ୍ୱିତ କରିବା ପାଇଁ ବ୍ରିଟିଶ ସରକାର ବିଶେଷ ଧରଣର ପଦକ୍ଷେପ ନେଲେ । ଏହି ପଦକ୍ଷେପର ଅଂଶବିଶେଷ ଭାବେ ୧୮୧୯ ମସିହା ଅକ୍ଟୋବର ୨୯ରେ ତାଙ୍କର ଦୁଇପତ୍ନୀ, ଗୋଟିଏ ପୋଷ୍ୟପୁତ୍ର, ତାଙ୍କର ନିଜର ଏକମାତ୍ର ନାବାଳକ ପୁତ୍ର, ଚାକର, ଏବଂ ଗୁମାସ୍ତାମାନଙ୍କ ସହ ପାରିବାରର ସଦସ୍ୟଙ୍କୁ ଗିରଫ କରାଗଲା । ସେମାନଙ୍କୁ ବାରବାଟୀ ଦୁର୍ଗରେଆଜ ଅଟକ ରଖାଗଲା । ତଥାପି ଜଗବନ୍ଧୁ ପଦାକୁ ବାହାରିଲେ ନାହିଁ ଏବଂ ଆତ୍ମସମର୍ପଣ କଲେ ନାହିଁ । ବାଧ୍ୟ ହୋଇ ବ୍ରିଟିଶ ସରକାର ନଭେମ୍ବର ମାସ ୧୮୨୦ ମସିହାରେ ତାଙ୍କର ପାରିବାକୁ ମୁକ୍ତ କରିଦେଲେ । ଶେଷରେ ଗୋଟିଏ ଉପାୟ ବାକି ଥିଲା । ତାହା ଥିଲା ଜଗବନ୍ଧୁଙ୍କୁ ମିଳୁଥିବା ପାଇଁ ନୟାଗଡ ରାଜାଙ୍କ ସହାୟତା ଲୋପ କରିବା । କାରଣ ଜଗବନ୍ଧୁଙ୍କ ଭରଣାପୋଷଣଭାର ତଦନୁଯାୟୀ କମିଶନର ଟି . ପାକେଣହାମ ନୟାଗଡ ରାଜାଙ୍କ ଉପରେ ଅତ୍ୟନ୍ତ କଠୋର ଭାଷାରେ ଏକ ଚିଠି ପଠାଇଲେ । ସେ ଥିରେ ଲେଖାଥିଲାଯେ ରାଜା ଏହି ବିଦ୍ରୋହୀନେତା ଙ୍କୁ ସମର୍ଥନ ହେବା ପ୍ରତ୍ୟାହାର କରନ୍ତୁ ଏବଂ ଦୀର୍ଘ ୮ ବର୍ଷ ଧରି ଆତ୍ମଗୋପନ କରିବା ପରେ ଶେଷରେ ବକ୍ସି ଜଗବନ୍ଧୁ ବ୍ରିଟିଶ ସରକାରଙ୍କ ସହ ଏକ ବୁଝାମଣାରେ ପହଞ୍ଚିଲେ । ଏହି ବୁଝାମଣା ଅନୁଯାୟୀ କମିଶନଙ୍କ ବିନା ଅନୁମତିରେ ଜବାବନ୍ଧୁ କଟକ ଛାଡି କୁଆଡେ ଯିବେ ନାହିଁ, ନିଜର ପାରିବାର ସହିତ ରହିବେ ଓ ନିଜର ଭରଣାପୋଷଣ ପାଇଁ ଜୀବନ ସାରା ମାସକୁ ୧୫୦ ଟଙ୍କା ଲେଖାଏଁ ସରକାରଙ୍କ ଠାରୁ ଭର୍ତ୍ତା ପାଇବେ । ଜଗବନ୍ଧୁ କିନ୍ତୁ ସାଧାରଣ ଅପରାଧୀ ଭଳି ଆତ୍ମସମର୍ପଣ କରିନଥିଲେ । ନିଜର ଆତ୍ମ ମର୍ଯ୍ୟାଦା ପ୍ରତି ସଜାଗ ରହି ଏହିଭଳି ପଦକ୍ଷେପ ନେଲେ । ଅନ୍ୟପକ୍ଷରେ ବ୍ରିଟିଶ ସରକାର ଜଗବନ୍ଧୁଙ୍କୁ କ୍ଷମା ପ୍ରଦାନ କରି ବସ୍ତୁତଃ ପରାଜୟ ସ୍ଵୀକାର କରିବାକୁ ବାଧ୍ୟ ହୋଇଥିଲେ । କଟକରେ ଏହି ଭଳି ଜୀବନଜାପାନ କରି ପରିଶେଷରେ ଜାନୁଆରୀ ୨୪, ଶନିବାର ଦିନ ୧୮୨୯ ମସିହାରେ ପ୍ରାଣତ୍ୟାଗ କଲେ । ବ୍ରିଟିଶ ସହ ଚୁକ୍ତି ଅନୁଯାୟୀ ତାଙ୍କ ମୃତ୍ୟୁ ଦିନରୁ ହିଁ ଭତ୍ତା ପ୍ରଦାନ ବ୍ୟବସ୍ଥା ରଦ୍ଦ କରି ଦିଆଗଲା ।

ବିଦ୍ରୋହର ଚରିତ୍ର

ଐତିହାସିକ ପ୍ରାସଙ୍ଗିକତା ଦୃଷ୍ଟିରୁ ପାଇକ ବିଦ୍ରୋହ ସମ୍ପର୍କରେ ଆଲୋଚନା ଏବଂ ସମୀକ୍ଷା କରିବାର ଆବଶ୍ୟକତ ରହିଛି । ଅବଶ୍ୟ ଏହା ଉପରେ ବିଭିନ୍ନ ପ୍ରକାରର ବାଖ୍ୟା ଦେଖିବାକୁ ମିଳେ । ଇୱେରଙ୍କ ମତନୁଯାୟୀ “ଖୋର୍ଦ୍ଧାରେ ପାଇକ ବିଦ୍ରୋହ ଅଭ୍ୟୁଥାନ ହେଉଛି ଏକ ନିରୋଳା ଘଟଣା, ହତାଶା, ଘୃଣା ଓ ପ୍ରତିଶୋଧ ପରାୟଣତାରେ ଜର୍ଜଋଟ ଜଗବନ୍ଧୁ ଏଭଳି ଏକ ବିଦ୍ରୋହକୁ ଉସକାଇଥିଲେ । ସମଗ୍ର ମୋଗଲବନ୍ଦୀ ଅଞ୍ଚଳରେ ଅସନ୍ତୋଷର ଏହା ଏକ ପ୍ରତିଫଳନ ଥିଲା ଏହା ଆଦୌ ସତ୍ୟ ନୁହେଁ । ଏକ ନିର୍ଦ୍ଧିଷ୍ଟ ଇଲାକାରେ ଏହି ବିଦ୍ରୋହ ଘଟିଥିଲା । “ ବର୍ତ୍ତମାନ ସୁଧା ମିଳିଥିବା ଐତିହାସିକ ତଥ୍ୟକୁ ବିଚାରକୁ ନେଲେ ପାଇକ ବିଦ୍ରୋହ ସମ୍ପର୍କରେ ଉପରୋକ୍ତ ମୂଲ୍ୟାୟନ ଠିକ , ମନେ ହୁଏ ନାହିଁ । ଯଦିଓ ବିଦ୍ରୋହ ଖୋର୍ଦ୍ଧାରୁ ଜନ୍ମ ନେଇଥିଲା , ପରବର୍ତ୍ତୀ କାଳରେ ଏହା ଖୋର୍ଦ୍ଧାଠାରୁ ବହୁ ଦୂରରେ ଅବସ୍ଥିତ କୁଜଙ୍ଗ, ହରିଶପୁର, ଏବଂ ପଟ୍ଟାମୁଣ୍ଡାଇ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ଘୁମୁସର ଇଲାକାର ସାଧାରଣ ଜନତାଙ୍କର ଦିଦ୍ରୋହୀମାନଙ୍କ ପ୍ରତି ସହାନୁଭୂତି ଥିଲା ଏବଂ ଏଥିପାଇଁ କନ୍ଧ ସଂପ୍ରଦାଯର ବହୁ ସଂଖ୍ୟାରେ ବିଦ୍ରୋହରେ ପ୍ରତ୍ୟକ୍ଷଭାବେ ଅଂଶଗ୍ରହଣ କରିଥିଲେ । ଏଥି ସହିତ ଏହି ଅଞ୍ଚଳର ଜମିଦାରମାନେ ବିଦ୍ରୋହୀମାନଙ୍କ ସହ ସମ୍ପର୍କ ରଖୁଥିଲେ ଏବଂ ଗୋପନରେ ମଧ୍ୟ ବିଦ୍ରୋହୀମାନଙ୍କୁ ସାହାଯ୍ୟ କରୁଥିଲେ । ଏହି ଦୃଷ୍ଟିରୁ ଏ ଆନ୍ଦୋଳନ ପାଇକ ବିଦ୍ରୋହ ଯେ ଏକ ନିରୋଳା ଘଟଣା ଥିଲା ଏବଂ ଖୋର୍ଦ୍ଧାର ଏକ ନିର୍ଦ୍ଧିଷ୍ଟ ଇଲାକା ମଧ୍ୟରେ ସୀମାବଦ୍ଧ ଥିଲା ବୋଲି ଚିତ୍ରଣ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ । ଏହା ଅବଶ୍ୟ ସତ୍ୟ ଯେ ବକ୍ସି ଜଗବନ୍ଧୁ ବ୍ୟକ୍ତିଗତ ଭାବେ ଚରମ ନିର୍ଯ୍ୟାତନା ଓ ଦୁର୍ଦ୍ଦଶାରେ ଜର୍ଜରିତ ହୋଇଥିଲେ ଏବଂ ସେ ଆନ୍ଦୋଳନକୁ ବିଭିନ୍ନ ଅଞ୍ଚଳକୁ ସଂପ୍ରସାରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ତାଙ୍କର ବ୍ୟକ୍ତିଗତ ହତାଶବୋଧ ଓ ପ୍ରତିଶୋଧ ପରାୟଣ ମନୋଭାବ ହିଁ ବିଦ୍ରୋହ ପଛର ଏକମାତ୍ର କାରଣ ବୋଲି କରିବା ସତ୍ୟର ସଂପୂର୍ଣ୍ଣ ଅପଳାପ । ଏହା ସଂପୂର୍ଣ୍ଣ ସତ୍ୟ ଯେ ସାଧାରଣ ମଣିଷର ଅସନ୍ତୋଷ ଓ ବିଦ୍ରୋହ ମଧ୍ୟରେ ଏକ ନିର୍ଦ୍ଧିଷ୍ଟ ସମ୍ପର୍କ ଥିଲା । ଇୱେର ମଧ୍ୟ ସେହି ରିପୋର୍ଟରେ ସ୍ଵୀକାର କରିଅଛି ଯେ “ ଅନ୍ତଃହୀନ ଦୁର୍ଦ୍ଦଶା ମଧ୍ୟରେ ଖୋର୍ଦ୍ଧାର ସାଧାରଣ ମଣିଷ ଏପରି ଉବୁଟୁବୁ ହେଉଥିଲେ ଯେ ତାର କୌଣସି ପ୍ରତିକାର ନ ଥିବାରୁ “ ହିଁ ବିଦ୍ରୋହର ବହ୍ନି ଜଳିଉଠିଥିଲା । ଠିକ ସେହିପରି ଜଗବନ୍ଧୁ ଦୀର୍ଘ ୮ ବର୍ଷ ଧରି ଆତ୍ମଗୋପନ କରିବା ଏବଂ ଜଗବନ୍ଧୁଙ୍କୁ ଧରାଇ ଦେବା ପାଇଁ ସରକାର ପୁରସ୍କାର ଘୋଷଣା କରିବା ଓ ଆତ୍ମମୋଚନରେ ହେଲେ କେହି ତାଙ୍କର ଆତ୍ମଗୋପନ ସମ୍ପର୍କରେ ପ୍ରଘଟ ନ କରିବାକୁ ପ୍ରମାଣିତ ହେଉଛି ଯେ ବିଦ୍ରୋହ ପଛରେ ସାଧାରଣ ଜନତାଙ୍କ ବ୍ୟାପକ ସମର୍ଥନ ଥିଲା । ଅବଶ୍ୟ ମୋଗଲବନ୍ଦୀ ଅଞ୍ଚଳର ଲୋକମାନେ ବିଦ୍ରୋହରେ ଯୋଗଦେଇ ନ ଥିଲେ । ଏହାର କାରଣ ହେଉଛି ସେହି ସବୁ ଅଞ୍ଚଳରେ ବିଦ୍ରୋହୀମାନେ ସେମାନଙ୍କର କାର୍ଯ୍ୟକଳାପ ବଢାଇବା ପାଇଁ କୌଣସି ପ୍ରୟାସ କରି ନ ଥିଲେ । ଏଥିରୁ ପ୍ରମାଣିତ ଯେ ପାଇକ ବିଦ୍ରୋହ ନିରୋଳା ଘଟଣା ନ ଥିଲା କିମ୍ବା ସ୍ଥାନୀୟ ଇଲାକା ମଧ୍ୟରେ ସୀମିତ ନ ଥିଲା । ଏହା ଓଡିଶା ପ୍ରଦେଶରେ ପ୍ରାୟ ବ୍ୟାପ୍ତ ଥିଲା । ଏହା ରାଜ୍ୟବ୍ୟାପି ଆନ୍ଦୋଳନର ରୂପ ନେଇଥିଲା । ଇୱେର ମତ ଦେଇଛନ୍ତି ଯେ ବିଦ୍ରୋହ ଆଦୌ ଯୋଜନାବଦ୍ଧ କିମ୍ବା ଏହା ପଛରେ ଯୋଜନାବଦ୍ଧ ପ୍ରସ୍ତୁତି ନ ଥିଲା । ଏବଂ ପ୍ରତିଶୋଧ ପରାଣୟତା ଜର୍ଜରିତ ଜଗବନ୍ଧୁ ଏଭଳି କାଣ୍ଡ ଭିଆଇ ଥିଲେ । କିନ୍ତୁ ଐତିହାସିକ ତଥ୍ୟ ଏଭଳି ମତକୁ ସମର୍ଥନ କରେ ନାହିଁ । ୨ ୟ ମୁକୁନ୍ଦଦେବଙ୍କୁ ଖୋର୍ଦ୍ଧାରେ ପୁନର୍ବାର ରାଜା ଭାବେ ଅଧିଷ୍ଠିତ କରାଇବା ପାଇଁ ବହୁ ପୂର୍ବରୁ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଏହି ଯୋଜନାରେ ସାମିଲ ହେବା ପାଇଁ ଗଡଜାତରାଜ୍ୟ ମାନଙ୍କୁ ଜଗବନ୍ଧୁ ପ୍ରବାର୍ତ୍ତାଇଥିଲେ । ଘୁମୁସର , କୁଜଙ୍ଗ ଏବଂ ନୟାଗଡର ରାଜା ମାନଙ୍କ ସହିତ ତାଙ୍କର ଗୋପନ ଯୋଗସୂତ୍ର ପ୍ରତିଷ୍ଠା ହୋଇଥିଲା । ଟ୍ରୋୟେର ତାଙ୍କ ରିପୋର୍ଟରେ ଏହାକୁ ସ୍ଵୀକାର କରି ଲେଖିଛନ୍ତି – ମୁଁ ଖବର ପାଇଛି ଯେ ମୟୂରଭଞ୍ଜଳ ଠାରୁ ଘୁମୁସର ପର୍ଯ୍ୟନ୍ତ ସମସ୍ତ ରାଜାମାନେ ଖୋର୍ଦ୍ଧାର ପାଇକମାନେ ସମଗ୍ର ବିଦ୍ରୋହ କାଳରେ ନେତୃତ୍ଵକାରୀ ଭୂମିକା ନେଇଥିବାରୁ ବିଦ୍ରୋହକୁ ପାଇକ ବିଦ୍ରୋହ କୁହାଯାଏ । ଏହାର ଅର୍ଥ ନୁହେଁ ଏହି ବିଦ୍ରୋହ କେବଳ ପାଇକମାନଙ୍କ ଭଳି ଏକ ଶ୍ରେଣୀ ମଧ୍ୟରେ ସୀମାବଦ୍ଧ ଥିଲା । ଖୋର୍ଦ୍ଧା ପାଇକମନେ ବିଦ୍ରୋହରେ ଅଂଶ ଗ୍ରହଣ କରିଥିଲେ ବୋଲି ପ୍ରମାଣ ରହିଛି । ତେବେ ଯାହା ହେଉ ସେମାନଙ୍କର ଅନ୍ତିମ ଲକ୍ଷ ଥିଲା ଖୋର୍ଦ୍ଧାମାଟିରୁ ବ୍ରିଟିଶ ମାନଙ୍କୁ ବିତାଡିତ କରିବା ଏବଂ ଖୋର୍ଦ୍ଧା ରାଜଗାଡିରେ ରାଜଶାସନକୁ ପୁନର୍ବାର ଫେରାଇ ଆଣିବା । ଅନ୍ତତଃ ପକ୍ଷେ ଏହି ଲକ୍ଷ୍ୟ ହାସଲ ପାଇଁ ବକ୍ସି ଦୃଢ ପରିକର ଥିଲେ ଏବଂ ଦୃଢତାର ସହ ବ୍ରିଟିଶ ସରକାରଙ୍କୁ ଚିଠି ଲେଖିଥିଲେ “ ଖୋର୍ଦ୍ଧାର ମହାରାଜା ରାମଚନ୍ଦ୍ର ଦେବଙ୍କୁ ଅବସ୍ଥାପିତ କର, ସବୁ ସମସ୍ୟାର ସମାଧାନ ହୋଇଯିବ “ । କଟକ କଲେକ୍ଟର ଟୋୟେର ସମାନ ଭାବେ ଉଲ୍ଲେଖ କରିଥିଲେ “ ପୁରୁଷୋତ୍ତମ କ୍ଷେତ୍ରରେ ବ୍ରିଟିଶର ସମସ୍ତ ହସ୍ତକ୍ଷେପକୁ ବନ୍ଦ କରିବା ଲକ୍ଷ୍ୟରେ ବିଦ୍ରୋହ ଏକ ଧର୍ମଯୁଦ୍ଧ ଥିଲା । ଏହି ଦୃଷ୍ଟିରୁ ବିଚାର କଲେ ପାଇକ ବିଦ୍ରୋହ ମୌଳିକ ଭାବେ ଏକ ସ୍ଵାଧିନତା ଆନ୍ଦୋଳନ ।

ଆଧାର: ଡଃ ଜଗନ୍ନାଥ ପଟ୍ଟନାୟକ (ପ୍ରଫେସର ତଥା ପୂର୍ବତନ ବିଭାଗୀୟ ମୁଖ୍ୟ, ଇତିହାସ ବିଭାଗ, ଉତ୍କଳ ବିଶ୍ଵବିଦ୍ୟାଳୟ)

3.0
ବିମ୍ବାଧର ସାହୁ Oct 02, 2016 12:13 PM

ବହୁତ ଶିକ୍ଖଣୀୟ ହୋଇପାରିଛି

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top