ହୋମ / ଶିକ୍ଷା / ପିଲାଙ୍କ ଅଧିକାର / ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯(ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ଦାୟିତ୍ଵ)
ସେଆର କରନ୍ତୁ

ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯(ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ଦାୟିତ୍ଵ)

ଶିଶୁମାନଙ୍କର ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ,୨୦୦୯(ବିଦ୍ୟାଳୟ ଓ ଶିକ୍ଷକମାନଙ୍କ ଦାୟିତ୍ଵ) ସମ୍ବନ୍ଧରେ ଆଲୋଚନା କରାଯାଇଛି ।

ବିଦ୍ୟାଳୟ ଦାୟିତ୍ଵ ପରିସର

  1. ଏହି ଅଧିନିୟମର ଉଦ୍ଦେଶ୍ୟଗୁଡ଼ିକ ପାଇଁ ଏକ ବିଦ୍ୟାଳୟ -
    • ଧାରା – ୨ (ଢ) (i) ର ବିଧି ଅନୁସାରେ ନାମ ଲେଖାଯାଇଥିବା ସବୁ ଶିଶୁଙ୍କୁ ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଯୋଗାଇଦେବେ।
    • ଧାରା – ୨ (ଢ) (ii) ର ବିଧି  ଅନୁସାରେ ବାର୍ଷିକ ଆବର୍ତ୍ତିକ ଖର୍ଚ୍ଚ ଭରଣା ନିମିତ୍ତ ସଂପୂର୍ଣ୍ଣ ବା ଆଂଶିକ ଅନୁଦାନ ପାଇଥିବା ବିଦ୍ୟାଳୟଗୁଡିକ ପାଉଥିବା ଅନୁଦାନର ଆନୁପାତିକ ହାରରେ ଶିଶୁମାନଙ୍କୁ ମାଗଣା ଶିକ୍ଷା ଯୋଗାଇଦେବା । ଏହି ହାର ୨୫ ପ୍ରତିଶତରୁ କମ୍ ହେବ ନାହିଁ ।
    • ଧାରା – ୨(ଢ) (iii) ଓ (iv)ର ବିଧି ଅନୁସାରେ ପ୍ରଥମ ଶ୍ରେଣୀରେ (୧) ସେହି ଶ୍ରେଣୀ କ୍ଷମତାର ଅନ୍ୟୂନ ୨୫ପ୍ରତିଶତ ଶିଶୁ ଆଖପାଖର ଦୁର୍ବଳ ଶ୍ରେଣୀର ଓ ସୁବିଧାରୁ ବଞ୍ଚିତ ଗୋଷ୍ଠୀର ଶିଶୁଙ୍କ ନାମ ଲେଖାଇ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇବେ ।
  2. ପୁନଶ୍ଚ, ଧାରା (୨)(ଢ) ର ବିଧି ମତେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ଦେଉଥିବା ବିଦ୍ୟାଳୟଗୁଡିକର ପ୍ରାକ୍ ପ୍ରାଥମିକ ଶ୍ରେଣୀରେ ନାମ ଲେଖାଇବା ପାଇଁ ଧାରା (a) ରୁ  (c) ପ୍ରଯୁଜ୍ୟ ହେବ ।
  3. (୨) ଧାରା ୨ ର (n) (iv) ର ବିଧି ଅନୁସାରେ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଯୋଗାଇଥିବା ଗୋଟିଏ ବିଦ୍ୟାଳୟ ଉପଧାରା (୧) (c) ଅନୁସାରେ ପ୍ରତି ଶିଶୁ ପିଛା ରାଜ୍ୟ କରୁଥିବା ଖର୍ଚ କିମ୍ବା ପ୍ରତି ଶିଶୁ ଠାରୁ ନିଆଯାଉଥିବା ପ୍ରକୃତ ପରିମାଣର ଅର୍ଥ ମଧ୍ୟରୁ ଯେଉଁଟି କମ୍ ବା ଯେଉଁପରି ଭାବରେ ଧାର୍ଯ୍ୟ କରାଯାଇଥିବ, ତାହା ଫେରି ପାଇବ ।

ପୁନଶ୍ଚ ଧାରା ୨(n) (i) ଅନୁସାରେ ଶିଶୁ ପିଛା କରାଯାଉଥିବା ଖର୍ଚ ଠାରୁ ପ୍ରାପ୍ତ ଅର୍ଥ ପରିମାଣ ଅଧିକ ହେବ ନାହିଁ ।

ପୁନଶ୍ଚ କୌଣସି ବିଦ୍ୟାଳୟ ଯଦି ସରକାରଙ୍କ ଠାରୁ ମାଗଣାରେ ବା ରିହାତି ଦରରେ ଜମି, କୋଠାଘର, ଶିକ୍ଷଉପକରଣ କିମ୍ବା ଅନ୍ୟାନ୍ୟ ସୁବିଧା ପାଇଥିଲେ ସେହି ବିଦ୍ୟାଳୟ ନିର୍ଦ୍ଧାରିତ ସଂଖ୍ୟକ ଶିଶୁଙ୍କୁ ମାଗଣା ଶିକ୍ଷା ଦେବାକୁ ବାଧ୍ୟ ହେବ । କିନ୍ତୁ ସେହି ବାବଦରେ ଆନୁପାତିକ ପରିମାଣର ଅର୍ଥ ଫେରସ୍ତ ପାଇବାକୁ ବିବେଚିତ ହେବ ନାହିଁ ।

ରାଜ୍ୟ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଲୋଡୁଥିବା ସୂଚନା ସବୁକୁ ସଂପୃକ୍ତ ପ୍ରତ୍ୟେକ ବିଦ୍ୟାଳୟ ଯୋଗାଇଦେବେ ।

ନାମଲେଖା ନିମନ୍ତେ ଚାନ୍ଦା / ବୟସ ଗ୍ରହଣ ପ୍ରମାଣ ପତ୍ର

ଶିଶୁର ନାମଲେଖା ସମୟରେ କୌଣସି ବିଦ୍ୟାଳୟ କିମ୍ବା ବ୍ୟକ୍ତି କୌଣସି ପ୍ରକାର ମୁଣ୍ଡପିଛା ଚାନ୍ଦା ସଂଗ୍ରହ କରିପାରିବେ ନାହିଁ  ଏବଂ ଶିଶୁ ବା ତା’ର ମାଆବାପା/ଅଭିଭାବକଙ୍କୁ କୌଣସି ପ୍ରକାର ଚୟନ ପ୍ରଣାଳୀର ସମ୍ମୁଖୀନ ହେବାକୁ ପଡିବ ନାହିଁ ।

  1. ଯଦି କୌଣସି ବିଦ୍ୟାଳୟ କିମ୍ବା ବ୍ୟକ୍ତି ଉପରୋକ୍ତ ଉପଧାରା (୧)ର ଉଲ୍ଲଂଘନ କରି –
    • ମୁଣ୍ଡପିଛା ଚାନ୍ଦା ସଂଗ୍ରହ କରୁଥାଆନ୍ତି, ତେବେ ତାଙ୍କୁ ଜୋରିମାନା କରାଯିବ । ଜୋରିମାନା ପରିମାଣ, ସେ ଆଦାୟ କରିଥିବା ଚାନ୍ଦାରାଶିର ୧୦ ଗୁଣ ହୋଇପାରେ ।
    • କୌଣସି ଚୟନ ପ୍ରଣାଳୀ ଅବଲମ୍ବନ କରୁଥା’ନ୍ତି ତେବେ ତାଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯିବ । ଯାହା ପ୍ରଥମ ଥରର ଉଲ୍ଲଂଘନ ପାଇଁ ୨୫,୦୦୦ ଟଙ୍କା ଏବଂ ପ୍ରତି ପରିବର୍ତ୍ତୀ ଉଲ୍ଲଂଘନ ପାଇଁ ୫୦,୦୦୦  ଟଙ୍କା ପର୍ଯ୍ୟନ୍ତ ହୋଇପାରେ।
  2. ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଯିବା ବେଳେ ଜନ୍ମ, ମୃତ୍ୟୁ ଓ ବିବାହ ପଞ୍ଜିକରଣ ଆଇନ, ୧୮୮୬ ଅନୁସାରେ ‘ ଜନ୍ମ ପ୍ରମାଣପତ୍ର ‘ ଅଧାରରେ କିମ୍ବା ଧାର୍ଯ୍ୟ ହୋଇଥିବା ଅନ୍ୟ କୌଣସି ପ୍ରମାଣପତ୍ର ଆଧାରରେ ଶିଶୁର ବୟସ ନିର୍ଦ୍ଧାରଣ କରାଯିବ।
  3. ବୟସ ପ୍ରମାଣପତ୍ର ଅଭାବକୁ କୌଣସି ଶିଶୁକୁ ପ୍ରାଥମିକ ବିଦ୍ୟାଳୟରେ ନାମଲେଖାରୁ ବଞ୍ଚିତ କରାଯିବ ନାହିଁ ।

ଶିକ୍ଷାବର୍ଷ ଆରମ୍ଭରେ କିମ୍ବା ସଂପ୍ରସାରିତ ସମୟସୀମା ମଧ୍ୟରେ ଶିଶୁଟିଏ ବିଦ୍ୟାଳୟରେ ନାମ ଲେଖାଇପାରିବ। ଯଦି ସଂପ୍ରସାରିତ ସମୟସୀମା ପରେ, ବିଦ୍ୟାଳୟରେ କୌଣସି ଶିଶୁ ନାମ ଲେଖିବାକୁ ଚାହୁଁଥାଏ, ତେବେ ତାକୁ ନାମଲେଖାରୁ ବାରଣ କରାଯିବ ନାହିଁ ।

ଏଭଳି ଭାବେ ନାମ ଲେଖାଇ ଥିବା ପିଲା ଜଣକ ,ସରକାରଙ୍କ ନିର୍ଦ୍ଧାରିତ ପଦ୍ଧତି ଅନୁସାରେ ନିଜର ଶିକ୍ଷା ସମାପ୍ତ କରିବ ।

ଶ୍ରେଣୀରୁ ବହିସ୍କାର /ଶାରୀରିକ/ମାନସିକ ନିର୍ଯ୍ୟାତନା ଦିଆଯିବ ନାହିଁ

ପ୍ରାଥମିକ ଶିକ୍ଷା ଶେଷ ହେବା ପର୍ଯ୍ୟନ୍ତ, ବିଦ୍ୟାଳୟରେ ନାମ ଲେଖାଇଥିବା କୌଣସି ଶିଶୁକୁ ଶ୍ରେଣୀରେ ଅଟକାଯିବ ନାହିଁ ।

  • କୌଣସି ଶିଶୁକୁ ଶାରୀରିକ ଦଣ୍ଡ କିମ୍ବା ମାନସିକ ନିର୍ଯାତନା ଦିଆଯିବ ନାହିଁ
  • ଉପଧାରା (୧) ର ବିଧି ଉଲ୍ଲଂଘନ କରୁଥିବା ଶିକ୍ଷକ ବା ବ୍ୟକ୍ତିଙ୍କ ବିରୋଧରେ ‘ସେବା ନିୟମାବଳୀ’ ଅନୁଯାୟୀ  ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସ୍ଵୀକୃତି ପ୍ରମାଣ ପତ୍ର

  • ଉପଯୁକ୍ତ ସରକାର କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ, ସ୍ଵତ୍ତ୍ଵାଧୀନ ଓ ନିୟନ୍ତ୍ରିତ ବିଦ୍ୟାଳୟଗୁଡିକ ବ୍ୟତୀତ ଏହି ଆଇନ ଲାଗୁ ହେବା ପରେ ଉପଯୁକ୍ତ ସରକାର  ଓ କର୍ତ୍ତୃପକ୍ଷଙ୍କ ନିର୍ଦ୍ଧାରିତ ପ୍ରଣାଳୀ ଓ ମାର୍ଗରେ ସ୍ଵୀକୃତି ହାସଲ ନକରି କୌଣସି ବିଦ୍ୟାଳୟ ପ୍ରତିଷ୍ଠା କରାଯାଇପାରିବ ନାହିଁ  ।
  • ଉପଧାରା (୧)ରେ ସୂଚୀତ ମତେ,ଯଦି ଏହା ଉପଯୁକ୍ତ ଭିତ୍ତିଭୂମି ଓ ନିର୍ଦ୍ଧାରିତ ମାନଦଣ୍ଡକୁ ପରିପୂରଣ କରୁ ନଥାଏ,ତେବେ ସେହି ବିଦ୍ୟାଳୟକୁ ସ୍ଵୀକୃତି ଦିଆଯିବ ନାହିଁ ।
  • ସ୍ଵୀକୃତି ହାସଲ ପାଇଁ ନିର୍ଦ୍ଧାରିତ ସର୍ତ୍ତାବଳୀର ଖିଲାପ କରୁଥିଲେ, ସଂପୃକ୍ତ କର୍ତ୍ତୃପକ୍ଷ ଏକ ଲିଖିତ ଆଦେଶନାମା ଜରିଆରେ ସ୍ଵୀକୃତି ପ୍ରତ୍ୟାହାର କରିପାରିବେ । ତେବେ ସ୍ଵୀକୃତି ପ୍ରତ୍ୟାହୃତ ବିଦ୍ୟାଳୟର ବିଦ୍ୟାର୍ଥୀଙ୍କୁ ଆଖପାଖର ବିଦ୍ୟାଳୟରେ ନାମଲେଖାଇବା ସଂକ୍ରନ୍ତେ ସେହି ଲିଖିତ ଆଦେଶନାମାରେ ଉଲ୍ଲେଖ ରହିବ ।

ପୁନଶ୍ଚ ଧାର୍ଯ ପଦ୍ଧତି ପ୍ରକାରେ କୌଣସି ବିଦ୍ୟାଳୟରୁ ଶୁଣିବାକୁ ସୁଯୋଗ ନଦେଇ ସ୍ଵୀକୃତି ପ୍ରତ୍ୟାହାର କରାଯିବ ନାହିଁ ।

  • ଉପଧାରା (୩) ଅନୁସାରେ ସ୍ଵୀକୃତି ପ୍ରତ୍ୟାହାର ତାରିଖ ଠାରୁ ସେଭଳି ବିଦ୍ୟାଳୟ ସ୍ଵତଃ ଅଚଳ ହୋଇଯିବ ।
  • ସ୍ଵୀକୃତି ପ୍ରମାଣପତ୍ର ନପାଇ କେହି ବିଦ୍ୟାଳୟ ପ୍ରତିଷ୍ଠା କଲେ ବା ଚଳାଇଲେ କିମ୍ବା ସ୍ଵୀକୃତି ପ୍ରତ୍ୟାହାର ପରେ ବିଦ୍ୟାଳୟ  ଚାଲୁ ରଖିଲେ ସେ ଅର୍ଥଦଣ୍ଡରେ ଦଣ୍ଡିତ ହେବେ । ଯାହା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ବରଂମ୍ବାର ଉଲ୍ଲଂଘନ କାଲେ ପ୍ରତିଟି  ଉଲ୍ଲଂଘନ ଦିନ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡିପାରେ ।

ବିଦ୍ୟାଳୟର ସର୍ତ୍ତ ଓ ମାନ

  1. ଶିକ୍ଷା ଅନୁସୂଚୀରେ ନିର୍ଧାରିତ ସର୍ତ୍ତ ଓ ମାନଦଣ୍ଡ ପୂରଣ କରୁନଥିବା କୌଣସି ବିଦ୍ୟାଳୟ ଲେଖାଯାଇପାରିବ ନାହିଁ  ଏବଂ ସେହି ବିଦ୍ୟାଳୟଗୁଡିକୁ ସ୍ଵୀକୃତି ଦିଆଯିବ ନାହିଁ  ।
  2. ଏହି ଆଇନ ଲାଗୁ ହେବା ପୂର୍ବରୁ ପ୍ରତିଷ୍ଠିତ ବିଦ୍ୟାଳୟ ଯଦି ଅନୁସୂଚୀର ସର୍ତ୍ତାବଳୀ ଓ ମାନଦଣ୍ଡ ପୂରଣ କରୁ ନଥିବ, ସେହି ବିଦ୍ୟାଳୟ ଆଇନ ଲାଗୁ ହେବା ଦିନ ଠାରୁ ୩ ବର୍ଷ ମଧ୍ୟରେ ନିଜ ଖର୍ଚରେ  ମାନଦଣ୍ଡ ଓ ସର୍ତ୍ତାବଳୀ ପୂରଣ କରିବାକୁ ପଦକ୍ଷେପ ନେବେ ।
  3. ଉପଧାରା (୨) ଅନୁସାରେ ପ୍ରଦତ୍ତ ଅବଧି ମଧ୍ୟରେ ସର୍ତ୍ତପୂରଣ ଓ ମାନଦଣ୍ଡ ପୂରଣରେ ବିଫଳ ବିଦ୍ୟାଳୟଗୁଡିକରୁ ସ୍ଵୀକୃତି ପ୍ରତ୍ୟାହାର କରାଯିବ । ଧାରା୧୮ (୧) ରେ ବର୍ଣ୍ଣିତ କର୍ତ୍ତୃପକ୍ଷ ଉପଧାରା (୩) ମତେ ଏହି ପଦକ୍ଷେପ ନେବେ ।
  4. ଉପଧାରା (୩) ମତେ,ସ୍ଵୀକୃତି ପ୍ରତ୍ୟାହୃତ ବିଦ୍ୟାଳୟ ସ୍ଵତଃ ଅଚଳ ହୋଇଯିବ ।
  5. ସ୍ଵୀକୃତି ପ୍ରତ୍ୟାହୃତ କୌଣସି ବିଦ୍ୟାଳୟକୁ ଯଦି କୌଣସି ବ୍ୟକ୍ତି ଚଳାନ୍ତି, ତେବେ ତାଙ୍କୁ ଅର୍ଥଦଣ୍ଡ ଲାଗୁ ହେବ । ଯାହା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ ଏବଂ ନିରନ୍ତର ଉଲ୍ଲଂଘନ କରାଯାଉଥିଲେ ପ୍ରତିଟି ଦିବସ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ପଡିପାରେ ।

ଅନୁସୂଚିରେ ସଂଶୋଧନ ଓ ବିଦ୍ୟାଳୟ ପରିଚାଳନା କମିଟି

  • କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜରିଆରେ ପ୍ରଦତ୍ତ ଅନୁସୂଚୀକୁ ସେଥିରେ ଯୋଗ କରି ବା ତହିଁରୁ ବାଦ୍ ଦେଇ ପରିବର୍ତ୍ତନ କରି ପାରିବେ ।
  • ଧାରା ୨ (ଢ ) (iv) ରେ ସୂଚିତ ମତେ ବିଦ୍ୟାଳୟ ବ୍ୟତୀତ ଅନ୍ୟ ବିଦ୍ୟାଳୟ ବ୍ୟତୀତ ଅନ୍ୟ ବିଦ୍ୟାଳୟଗୁଡିକରେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କର ନିର୍ବାଚିତ ପ୍ରତିନିଧି,ଏହି ବିଦ୍ୟାଳୟରେ ନାମ ଲେଖାଇଥିବା ଶିଶୁମାନଙ୍କର ମାଆବାପା,ଅଭିଭାବକ ଓ ଶିକ୍ଷକ ମାନଙ୍କ ସଦସ୍ୟତାରେ ଗୋଟିଏ ଲେଖାଏଁ ପରିଚାଳନା କମିଟି ଗଢାଯିବ ।

ଏଭଳି କମିଟିର ତିନି ଚତୁର୍ଥାଂଶ ସଦସ୍ୟ ହେବେ ବିଦ୍ୟାଳୟ ଶିଶୁମାନଙ୍କର ମାଆବାପା କିମ୍ବା ଅଭିଭାବକ । ଦୁର୍ବଳ ଓ ସୁବିଧାରୁ ବଞ୍ଚିତ ଶ୍ରେଣୀର ଶିଶୁମାନଙ୍କ ସଂଖ୍ୟାନୁପାତରେ ସେମାନଙ୍କ ମାଆବାପା ,ଅଭିଭାବକ ଏହି କମିଟିର ସଦସ୍ୟ ହେବେ ।

ସମୁଦାୟ ସଦସ୍ୟ ସଂଖ୍ୟାର ୫୦ ଭାଗ ସଦସ୍ୟ ମହିଳା ରହିବେ ।

  • ବିଦ୍ୟାଳୟ ପରିଚାଳନା କମିଟି ନିମ୍ନଲିଖିତ କାର୍ଯ୍ୟଗୁଡିକର ପରିଚାଳନା କରିବ ।
    1. ବିଦ୍ୟାଳୟର କାର୍ଯ୍ୟଧାରାକୁ ସଂଚାଳିତ କରିବ ।
    2. ବିଦ୍ୟାଳୟ ବିକାଶ ଖସଡା ପ୍ରସ୍ତୁତି ଓ ସୁପାରିଶ କରିବ ।
    3. ଉପଯୁକ୍ତ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷ କିମ୍ବା ଅନ୍ୟ କୌଣସି ସୂତ୍ର ରୁ ପାଇଥିବା ଆର୍ଥିକ ଅନୁଦାନର ଉପଯୁକ୍ତ ବିନିଯୋଗ କରାଇବ ।

ବିଦ୍ୟାଳୟ ବିକାଶ / ଶିକ୍ଷକଙ୍କ ନିଯୁକ୍ତି

  • ଧାରା ୨୧ର ଉପଧାରା (୧) ଅନୁସାରେ ଗଠିତ ପ୍ରତ୍ୟେକ ବିଦ୍ୟାଳୟ ପରିଚାଳନା କମିଟି ବିଦ୍ୟାଳୟର ବିକାଶ ଖସଡାକୁ  ପ୍ରବତ୍ତ ପଦ୍ଧତିରେ ପ୍ରସ୍ତୁତ କରିବେ ।
  • ଉପଧାରା (୧) ପ୍ରକାରେ ପ୍ରସ୍ତୁତ ‘ ବିଦ୍ୟାଳୟ ବିକାଶ ଖସଡା ‘ପାଇଁ  ଉପଯୁକ୍ତ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପ୍ରଦତ୍ତ  ଅନୁଦାନ ହିଁ ଯୋଜନା ପ୍ରସ୍ତୁତି ଆଧାର ହେବ ।
  • କେନ୍ଦ୍ର ସରକାରଙ୍କ ଜାରି ବିଜ୍ଞାପନ ମାଧ୍ୟମରେ କ୍ଷମତାପ୍ରାପ୍ତ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ, ନିର୍ଦ୍ଧାରିତ ମତେ ସର୍ବନିମ୍ନ ଯୋଗ୍ୟତା ଥିବା ବ୍ୟକ୍ତି ଶିକ୍ଷକ ରୂପେ ନିଯୁକ୍ତ ହେବାକୁ ଯୋଗ୍ୟ ବିବେଚିତ ହେବେ ।
  • କୌଣସି ରାଜ୍ୟରେ ଶିକ୍ଷକମାନଙ୍କୁ ତାଲିମ ଦେବା ପାଇଁ ଉପଯୁକ୍ତ ସଂଖ୍ୟକ  ତାଲିମ ଅନୁଷ୍ଠାନର ଅଭାବ ରହିଥିଲେ, କିମ୍ବା ଉପଧାରା(୧) ଅନୁଯାୟୀ ସର୍ବନିମ୍ନ ଯୋଗ୍ୟତା ସଂପନ୍ନ ଶିକ୍ଷକ ନମିଳିଲେ;ସେ କ୍ଷେତ୍ରରେ କେନ୍ଦ୍ର ସରକାର ଆବଶ୍ୟକ ମନେ କଲେ ବିଜ୍ଞପ୍ତି ଜାରି କରି ଶିକ୍ଷକଙ୍କର ସର୍ବନିମ୍ନ ଯୋଗ୍ୟତାକୁ କୋହଳ କରିପାରନ୍ତି। ମାତ୍ର ଏହି ବ୍ୟବସ୍ଥା ସେହି ବିଜ୍ଞପ୍ତିର ସୂଚନା ମତେ ୫ ବର୍ଷ ଅବଧିରୂ ଅଧିକ ହେବ ନାହିଁ ।

ପୁନଶ୍ଚ,ଏହି ଆଇନ ଲାଗୁ ହେବାର ଅବ୍ୟବହିତ ପରେ,ନିଯୁକ୍ତ ହୋଇଥିବା ଶିକ୍ଷକ ଉପଧାରା(୧) ଅନୁସାରେ ଯଦି ସର୍ବନିମ୍ନ ଯୋଗ୍ୟତା ହାସଲ କରି ନଥାନ୍ତି,ତେବେ ତାଙ୍କୁ ଆଗାମୀ ୫ ବର୍ଷ ଅବଧି ମଧ୍ୟରେ ଆବଶ୍ୟକ ଯୋଗ୍ୟତା ହାସଲ କରିବାକୁ  ପଡିବ ।

  • ଆଇନରେ ନିର୍ଦ୍ଧାରିତ ମତେ ଶିକ୍ଷକମାନଙ୍କୁ ଦିଆଯିବାକୁ ଥିବା ଦରମା,ଭତ୍ତା ଏବଂ ସେବା-ସର୍ତ୍ତାବଳୀ ନିର୍ଦ୍ଦିଷ୍ଟ କରାଯିବ ।

ଶିକ୍ଷକଙ୍କ କର୍ତ୍ତବ୍ୟ / ଆପତି ଅଭିଯୋଗ

  1. ଧାରା୨୩ (୧) ଅନୁଯାୟୀ ନିଯୁକ୍ତି ଶିକ୍ଷକ ନିମ୍ନଲିଖିତ ଦାୟିତ୍ଵଗୁଡିକ ସଂପାଦନ କରିବେ –
    • ନିୟମିତ ଓ ସମୟାନୁବର୍ତ୍ତୀ ଭାବେ ବିଦ୍ୟାଳୟରେ ଉପସ୍ଥିତ ହେବେ ।
    • ଧାରା -୨୯(୨)ର ବ୍ୟବସ୍ଥାସମୂହ ଅନୁଯାୟୀ ପାଠ୍ୟକ୍ରମର ପରିଚାଳନା କରିବା ସହ ପାଠ୍ୟକ୍ରମ ସଂପୂର୍ଣ୍ଣ  କରିବେ ।
    • ଉର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସଂପୂର୍ଣ୍ଣ ପାଠ୍ୟକ୍ରମକୁ ଶେଷ କରିବେ ।
    • ପ୍ରତି ଶିଶୁର ଶିକ୍ଷଣ – ସାମର୍ଥ୍ୟ ଆକଳନ କରି ସେହି ଅନୁଯାୟୀ ଆବଶ୍ୟକ ଅତିରିକ୍ତ ପରାମର୍ଶ (ଶିକ୍ଷଣ ସଂପର୍କିତ)ପ୍ରଦାନ  କରିବେ ।
    • ଶିଶୁର ମାଆବାପା ଓ ଅଭିଭାବକଙ୍କ ସହ ନିୟମିତ ସାକ୍ଷାତ ଆଲୋଚନା କରି ଶିଶୁର ଉପସ୍ଥାନର ନିୟମିତତା,ଶିକ୍ଷଣ ସାମର୍ଥ୍ୟ,ଶିକ୍ଷଣରେ ଅଭିବୃଦ୍ଧି ଏବଂ ଅନ୍ୟ ଆନୁଷଙ୍ଗିକ ସୂଚନା ଜଣାଇବେ; ଏବଂ
    • ଆଇନରେ ନିର୍ଦ୍ଧାରିତ ମତେ ଅନ୍ୟାନ୍ୟ ଦାୟିତ୍ଵସମୂହର ସଂପାଦନ କରିବେ ।
  2. ଉପଧାରା (୧) ମତେ,ଜଣେ ଶିକ୍ଷକ ନିଜର ଦାୟିତ୍ଵ ପାଳନରେ ତ୍ରୁଟି କଲେ,ତାଙ୍କ ପ୍ରତି ପ୍ରଯୋଜ୍ୟ ସେବା – ନିୟମାବଳୀ ଅନୁଯାୟୀ ଶୃଙ୍ଖଳାଗତ ଶାସ୍ତି ବିଧାନ କରାଯିବ ।
  3. ତେବେ ଶାସ୍ତିବିଧାନ ପୂର୍ବରୁ ସେହି ଶିକ୍ଷକଙ୍କୁ ନିଜର ତ୍ରୁଟିର କାରଣ ଦର୍ଶାଇବାର ଯୁକ୍ତିଯୁକ୍ତ ସୁଯୋଗ ଦିଆଯିବ ।

  4. ଶିକ୍ଷକମାନଙ୍କର କୌଣସି ଆପତ୍ତିଅଭିଯୋଗ  ଥିଲେ, ତାହାକୁ ବ୍ୟବସ୍ଥିତ ଉପାୟରେ ପ୍ରତିବିଧାନ କରାଯିବ ।

ଛାତ୍ର ଶିକ୍ଷକ ଅନୁବାଦ / ଶିକ୍ଷକଙ୍କ ପଦବି ପୂରଣ/ ଶିକ୍ଷକଙ୍କ ଉପରେ ନିଷେଧାଦେଶ

  • ଏହି ଆଇନ ଲାଗୁ ହେବାର ୬ ମାସ ମଧ୍ୟରେ ଉପଯୁକ୍ତ ସରକାର ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ନିଶ୍ଚିତ କରିବେ ଯେ ଅନୁସୂଚୀ ମୁତାବକ ସବୁ ବିଦ୍ୟାଳୟ ଶିକ୍ଷାର୍ଥୀ – ଶିକ୍ଷକ ଅନୁପାତ ରକ୍ଷା କରାଯାଉଛି ।
  • ଉପଧାରା -୧ ମୁତାବକ ବିଦ୍ୟାଳୟରେ ଶିକ୍ଷାର୍ଥୀ – ଶିକ୍ଷକ  ସଂଖ୍ୟାର ଅନୁପାତ, ନିୟମ ଅନୁସାରୀ ରଖାଯିବା ଉଦ୍ଦେଶ୍ୟରେ ଧାରା -୨୭ ଅନୁସାରେ, କୌଣସି ଶିକ୍ଷକଙ୍କୁ ନିଯୁକ୍ତି ହୋଇଥିବା ବିଦ୍ୟାଳୟ ବ୍ୟତୀତ ଅନ୍ୟ କୌଣସି ବିଦ୍ୟାଳୟ କିମ୍ବା କାର୍ଯ୍ୟଳୟ କିମ୍ବା ଅନ୍ୟ କୌଣସି ଅଣଶୈକ୍ଷିକ କାର୍ଯ୍ୟରେ  ନିୟୋଜିତ କରାଯିବ ନାହିଁ ।

ଉପଯୁକ୍ତ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରତିଷ୍ଠିତ /ମାଲିକାନାରେ ଚଳିତ / ନିୟନ୍ତ୍ରିତ କିମ୍ବା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ଆର୍ଥିକ ସାହାଯ୍ୟପ୍ରାପ୍ତ ହୋଇଥିବ ଯେ, ବିଦ୍ୟାଳୟ ଖାଲି ପଡୁଥିବା ଶିକ୍ଷକ ପଦବୀର ସଂଖ୍ୟା ଯେପରି ସମୁଦାୟ ଶିକ୍ଷକ ପଦବୀ ସଂଖ୍ୟାର ୧୦ ପ୍ରତିଶତରୁ ଅଧିକ ନ ହୁଏ  ।

୧୦ବର୍ଷିଆ  ଜନଗଣନା, ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟ କିମ୍ବା ସ୍ଥାନୀୟ କର୍ତ୍ତୃପକ୍ଷ ଅଥବା ରାଜ୍ୟ ବିଧାନସଭା ବା ସଂସଦ ନିର୍ବାଚନ ସଂପର୍କିତ କାର୍ଯ୍ୟ ବ୍ୟତୀତ କୌଣସି ଶିକ୍ଷକଙ୍କୁ ଅନ୍ୟ କୌଣସି ପ୍ରକାରର ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଗ କରାଯିବ ନାହିଁ ।

ବିଦ୍ୟାଳୟର କୌଣସି ଶିକ୍ଷକ ଘରୋଇ ଟ୍ୟୁସନ କିମ୍ବା କୌଣସି ପ୍ରକାର ଘରୋଇ ଶିକ୍ଷାଦାନ କାର୍ଯ୍ୟ ଜାରି ରଖିପାରିବେ ନାହିଁ।

  1. ଉପଯୁକ୍ତ ସରକାରଙ୍କୁ ବିଜ୍ଞପ୍ତି ଆଧାରରେ ନିର୍ଧାରିତ ଏକାଡେମିକ କର୍ତ୍ତୃପକ୍ଷଙ୍କ ଦ୍ଵାରା ପ୍ରାଥମିକ ଶିକ୍ଷାର ପାଠ୍ୟକ୍ରମ ଓ ମୂଲ୍ୟାୟନ ପଦ୍ଧତି ସ୍ଥିରୀକୃତ ହେବ ।
  2. ଉପଧାରା -୨ ଅନୁଯାୟୀ, ଏକାଡେମିକ କର୍ତ୍ତୃପକ୍ଷ ପାଠ୍ୟକ୍ରମ ଓ ମୂଲ୍ୟାୟନ ପଦ୍ଧତିର ସ୍ଥିରୀକରଣ ବେଳେ ନିମ୍ନ ପ୍ରସଙ୍ଗଗୁଡିକୁ ବିଚାରକୁ ନେବେ –
    • ସାମ୍ବିଧାନିକ ମୂଲ୍ୟବୋଧ ;
    • ଶିଶୁର ସର୍ବାଙ୍ଗୀନ ବିକାଶ ;
    • ଶିଶୁର ଜ୍ଞାନବୃଦ୍ଧି, ଅନ୍ତନିର୍ହିତ ଶକ୍ତି ଓ ପ୍ରତିଭାର ଅଭିବୃଦ୍ଧି ସାଧନ ;
    • ଶିଶୁର ଶାରୀରିକ ଓ ମାନସିକ ଦକ୍ଷତାର ପୂର୍ଣ୍ଣାଙ୍ଗ ବିକାଶ ସାଧନ ;
    • ଶିଶୁ ସହାୟକ ଓ ଶିଶୁ – କୈନ୍ଦ୍ରିକ ଢାଞ୍ଚାରେ ନାନାବିଧ କାର୍ଯ୍ୟକଳାପ,ଆବିଷ୍କାର ଓ ଉଭାବନ ପ୍ରକ୍ରିୟା ଜରିଆରେ ଶିକ୍ଷଣ ପ୍ରାପ୍ତିର ନିର୍ଯାସ ନିହିତ ଥିବ ।
    • ଶିକ୍ଷାଦାନର ମାଧ୍ୟମ  ଯଥାସମ୍ଭବ ଶିଶୁର ମାତୃଭାଷା ହେବ ;
    • ଶିଶୁକୁ ଆଶଙ୍କା,ଉଦ୍ ବେଗ ଓ ମାନସିକଚାପ ମୁକ୍ତ କରି ନିଜର ଖୋଲା ମତ ପ୍ରକାଶର ସୁଯୋଗ ପ୍ରଦାନ;
    • ଶିଶୁର ଜ୍ଞାନର ଅବବୋଧ ଓ ସେହି ଜ୍ଞାନକୁ ଉପଯୋଗ କରିବାର ଦକ୍ଷତା ପ୍ରାପ୍ତି ପାଇଁ ସାମଗ୍ରିକ ଓ ନିରନ୍ତର ମୂଲ୍ୟାୟନ।
  3. ପ୍ରାଥମିକ ଶିକ୍ଷା ଶେଷ ପର୍ଯ୍ୟନ୍ତ କୌଣସି ପିଲାକୁ ବୋର୍ଡ ପରୀକ୍ଷାର ସମ୍ମୁକ୍ଷୀନ ହେବାକୁ ପଡିବ ନାହିଁ ।
  4. ପ୍ରାଥମିକ ଶିକ୍ଷା ସଂପୂର୍ଣ୍ଣ କରୁଥିବା ପ୍ରତ୍ୟେକ ଶିଶୁକୁ ନିର୍ଦ୍ଧାରିତ ଫର୍ମ ଓ ଢାଞ୍ଚାରେ ଏକ ପ୍ରମାଣପତ୍ର ପ୍ରଦାନ କରାଯିବ ।

ଆଧାର - ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାର

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top