ସେଆର କରନ୍ତୁ

କୃଷି

କପା ଷ୍ଚ୍ରିପର ମେସିନ ମୂଷା ଦାଉରୁ ରକ୍ଷା ପାଇବା ପାଇଁ ନୂତନ ନବରଚନା ଏଥି ନିମନ୍ତେ କୃଷକ ମାନେ ଅନ୍ୟ ସମସ୍ତ ବିକଳ୍ପ ଆପଣାଇ ଚେଷ୍ଚା କଲେ ନୂଆ ଜାଲ ସମ୍ପର୍କରେ

କପା ଷ୍ଚ୍ରିପର ମେସିନ

ଉଦଭାବକ    ଶ୍ରୀ ମନସୁଖଭାଇ ପଟେଲ, ଅହମଦାବାଦ, ଗୁଜରାତ

1.କପା ମଂଜିରୁ  ଚୋପା ଛଡାଇବା ପାଇଁ ଅତ୍ୟନ୍ତ ନିପୁଣ ଓ ପ୍ରଭାବୀ ମେସିନ
2.ମାନବୀୟ ଶ୍ରମର ମୁଲ୍ୟ ସଂଚୟ ହୁଏ ଓ ମହିଳା ଓ ପିଲା ମାନଙ୍କର ଶ୍ରମ କମେ
3.ଗିନିଂ ମିଲ ମାନଙ୍କରେ ଏହା କଟନ ପ୍ରି କ୍ଲିନର ଭାବେ ମଧ୍ୟ ବ୍ୟବହାର କରାଯ଼ାଇପାରେ.  ଅନ୍ୟ ଖାଦକୁ ମଧ୍ୟ. ପରିଷ୍କାର କରେ.
4.କପାର ଗୁଣବତ୍ତାରେ ସୁଧାର କରେ ଓ ଏହା ଫଳରେ ଗିନିଂ ରେ ମଧ୍ୟ ସୁଧାର ହୁଏ
5.ଷ୍ଟାପଲ କଟିଂ ପୂର୍ଣ ରୂପେ ସମାପ୍ତ କରିଦିଆଯ଼ାଇଛି

ଅଧିକ ସୂଚନା ପାଇଁ ଏଠାରେ କ୍ଲିକ କରନ୍ତୁ

ମୂଷା ଦାଉରୁ ରକ୍ଷା ପାଇବା ପାଇଁ ନୂତନ ନବରଚନା

 

କୃଷି ପ୍ରତି ବିଶେଷ ଭାବେ ମୌସୁମୀ ଋତୁ ପରେ ମୂଷା ମାନେ ବଡ ଆହ୍ବାନ ଭଳି ୍ମନେ ହୁଅନ୍ତି

ଏଥି ନିମନ୍ତେ କୃଷକ ମାନେ ଅନ୍ୟ ସମସ୍ତ ବିକଳ୍ପ ଆପଣାଇ ଚେଷ୍ଚା କଲେ

 

ଚାଷୀ ମାନେ ରୋଡେଣ୍ଟିସାଇଡକୁ ଖାଦ୍ୟ.ରେ ମିଶାଇ ପ୍ଲାଷ୍ଚିକ ଭିତରେ ଭର୍ତି କରି  ଗଛର ଉପରକୁ ଫିଙ୍ଗି ଦିଅନ୍ତି. ମୂଷା ଏହାକୁ ଖାଇବା ପରେ ମୃତ୍ଯୁବରଣ କରେ. କିନ୍ତୁ ମୌସୁମୀ ସମୟରେ ଏହି ବିଷ ସେତେ ପ୍ରଭାବୀ ହୁଏ ନାହିଁ

ଚାଷୀ ମାନେ ଚିନାବାଦାମ ଓ ଅନ୍ୟ ମଂଜିକୁ ଭାଜି ସେଥିରେ ବିଷ ମିଶାଇ ତାକୁ କନାରେ ବାନ୍ଧି ଗଛ ଉପରେ ରଖି ଦିଅନ୍ତି . କେବେ ଏହି ପଦ୍ଧତି ଖୁବ ବିପଜ୍ଜନକ କାରଣ ବିଷ ଖାଇଥିବା ମୂଷାକୁ ଖାଉଥିବା ପକ୍ଷୀ ମାନେ ମଧ୍ୟ ଏହା ଦ୍ବାରା ମୃତ୍ଯୁବରଣ କରନ୍ତି.

ମୂଷା ଧରିବାର ଅଭିଜ୍ଞତା ଥିବା ପେଶାଦାର ବ୍ୟକ୍ତିଙ୍କୁ ଚାଷୀ ମାନେ ଏହି କାମରେ ଲଗାନ୍ତି ତେବେ ଏହା ଖୁବ ମହଙ୍ଗା ହୋଇଥାଏ କାରଣ ଏହି ଲୋକ ମାନେ ଗୋଟିଏ ମୂଷାକୁ ଧରିବାକୁ 25ରୁ 30 ଟଙ୍କା ନିଅନ୍ତି .


ନୂଆ ଜାଲ ସମ୍ପର୍କରେ

କର୍ଣାଟକର ଟୁମକୁର ଜିଲ୍ଲାର ଅରୁଣକୁମାର ଏକ ପରିବେଶ ମିତ୍ର ଜାଲ ଡିଜାଇନ କରିଛନ୍ତି . ଏହି ଜାଲରେ ଏକ ଗୁଡା ହୋଇଥିବା ତାର ରହିଛି ଯ଼ାହା ପୁରୁଣା ବାଉଁଶ ବାସ୍କେଟର ଚାରୋଟି କୋଣ ସହ ଯ଼ୋଡି ହୋଇଛି. . ଏହା ଏକ ଗୋଟିଏ ପ୍ଲାଷ୍ଟିକ ତାର ସହିତ ମଧ୍ୟ ଲାଗିଛି. ପ୍ଲାଷ୍ଟିକ ତାର ସହିତ ଏକ ନଡିଆର ଅଂଶ ଲାଗିଛି ଓ ଏହାକୁ  ତଳ ଉପର କରି ହୁଏ. ମୂଷା ମାନେ ନଡିଆ ଖାଇବା ଲୋଭରେ ଜାଲରେ ପଡନ୍ତି ଓ ମୃତ୍ଯୁବରଣ କରନ୍ତି . ପରେ ମୃତ ମୂଷାକୁ ବାହାର କରାଯ଼ାଇ ତାକୁ ପୋତି ଦିଆଯ଼ାଏ. ତେବେ ଏହା କୌଣସି ସ୍ଥାୟୀ ସମାଧାନ ନୁହେଁ କାରଣ ଏହି ପଦ୍ଧତିରେ 3 କିମ୍ବା 4ଟି ମୂଷା ମଲା ପରେ ସେମାନଙ୍କ ଶରୀରରୁ ବାହାରୁଥିବା ଗନ୍ଧକୁ ଜାଣି ମୂଷା ମାନେ ସଚେତ ହୋଇଯ଼ାଆନ୍ତି  ଓ ସେଠାକୁ ଆସନ୍ତି ନାହିଁ .  ଏହି ପଦ୍ଧତିରେ  ପ୍ରତ୍ୟେକ ଗୋଟିଏ ମୂଷା ଧରିବାକୁ 30 ରୁ 35 ଟଙ୍କା ଖର୍ଚ ହୁଏ.

3.22222222222
Sagarika Bardhan Mar 04, 2016 11:42 AM

ଏହି ବାର୍ତ୍ତା କୃଷି ପାଇଁ ବହୁତ ସାହାଯ୍ୟ ଯୋଗ୍ୟ ଓ ଜରୁରୀ

ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top