ହୋମ / ଶକ୍ତି / ଗ୍ରାମୀଣ ନବରଚନା / ଲଘୁ କ୍ଷେତ୍ର ନୀତି
ସେଆର କରନ୍ତୁ

ଲଘୁ କ୍ଷେତ୍ର ନୀତି

ଏହି ନୀତିର ଉଦ୍ଦେଶ୍ୟ ତୈଳ ଏବଂ ଗ୍ୟାସର ଘରୋଇ ଉତ୍ପାଦନକୁ ସମୟବଦ୍ଧ ଢଙ୍ଗରେ ବୃଦ୍ଧି କରାଯିବା ପାଇଁ ଏପରି ଅନୁସନ୍ଧାନରେ ମୌଦ୍ରିକରଣ ( ମନିଟାଇଜେସନ) କରିବା ।

ଅନ୍ଵେଷିତ ଲଘୁ କ୍ଷେତ୍ର

  1. ଅନ୍ଵେଷିତ ଲଘୁ କ୍ଷେତ୍ର ନୀତି ଅନୁଯାୟୀ ବିଡିଂ ୨୫ ମଇ, ୨୦୧୬ ରେ ନୂଆଦିଲ୍ଲୀରେ ଆରମ୍ଭ କରାଯାଇଥିଲା ଯେଉଁତିରେ ଅନ୍ତଃରାଷ୍ଟ୍ରୀୟ ବିଡିଂ ପାଇଁ ଓଏନଜିସି ଏବଂ ଓଆଇଏଏଲ୍ ର ୬୭ ଅନ୍ଵେଷିତ ଲଘୁ କ୍ଷେତ୍ରର ପ୍ରସ୍ତାବ ଦିଆଯାଇଥିଲା । ବିଗତ ୬ ବର୍ଷ ମଧ୍ୟରେ ଏହି ବିଡିଂର ପ୍ରଥମ ସୋପାନ ଥିଲା ।
  2. ଏହି ନୀତିର ଉଦ୍ଦେଶ୍ୟ ତୈଳ ଏବଂ ଗ୍ୟାସର ଘରୋଇ ଉତ୍ପାଦନକୁ ସମୟବଦ୍ଧ ଢଙ୍ଗରେ ବୃଦ୍ଧି କରାଯିବା ପାଇଁ ଏପରି ଅନୁସନ୍ଧାନରେ ମୌଦ୍ରିକରଣ ( ମନିଟାଇଜେସନ) କରିବା ।
  3. ସର୍ବନିମ୍ନ ସରକାର- ଅଧିକତାମ ଶାସନର ଅନୁରୂପ ଏହି ନୀତିରେ ଏକ ସମାଦ ଲାଇସେନ୍ସିଙ୍ଗ, ମୂଲ୍ୟ ନିର୍ଦ୍ଧାରଣ ଏବଂ ବିପଣନ ସ୍ଵତନ୍ତ୍ରତା ପରି ଇ ଏଣ୍ଡ ପି କ୍ଷେତ୍ରରେ ସମସ୍ତ ସମ୍ଭବ ଉପାୟ ରାଜସ୍ଵ ଭାଗୀଦାରୀ ପ୍ରଣାଳୀର ସୁଲଭ ସଂଚାଳନ ଆଦି ରହିଛି ।
  4. ଏହି ନୀତି ଏପରି କ୍ଷେତ୍ରରେ ମୌଦ୍ରିକରଣରେ ନିବେଶ ପାଇଁ ଷ୍ଟାର୍ଟଅପ୍ କାରଣରୁ ଆକର୍ଷକ ବ୍ୟବସ୍ଥାକୁ ଉପଲବ୍ଧ କରାଇଥାଏ ।
  5. ହିତାଧିକାରୀଙ୍କଠାରୁ ମିଳିଥିବା ପ୍ରତିକ୍ରିୟା ଯଥେଷ୍ଟ ଉତ୍ସାହଜନକ ଆଟେ ଏବଂ ଏଥିରେ ୭୦,୦୦୦ କୋଟି ଟଙ୍କା ମୂଲ୍ୟର ଜମା ବିକେନ୍ଦ୍ରୀକୃତ ହେବ । ରୟାଲଟି ଏବଂ ରାଜସ୍ୱ ଭାଗୀଦାରି ପ୍ରଣାଳୀ ଦ୍ଵାରା ଘରୋଇ ଉତ୍ପାଦନ ଏବଂ ସରକାରୀ ରାଜସ୍ୱ ମଧ୍ୟ ବଢିବ ।

ସାର କ୍ଷେତ୍ର ପାଇଁ ଗ୍ୟାସ ପୁଲିଙ୍ଗ ପ୍ରଣାଳୀ

  1. ଆର୍ଥିକ ପ୍ରସଙ୍ଗ ସମ୍ପର୍କିତ ମନ୍ତ୍ରିମଣ୍ଡଳ ସମିତିରେ ସାର(ୟୁରିଆ) କ୍ଷେତ୍ରରେ ଗ୍ୟାସ ପୁଲିଂର କାର୍ଯ୍ୟାନ୍ଵୟନ ୨୦୧୫ ଜୁନ୍ ୧ ରୁ କରିବା ପାଇଁ ମାର୍ଚ୍ଚ ୩୧, ୨୦୧୫ ରେ ଅନୁମୋଦନ ଦିଆଯାଇଛି ।
  2. ସାର (ୟୁରିଆ) ୟୁନିଟ୍ ରେ ପ୍ରାକୃତିକ ଗ୍ୟାସ ଏକ ସମାନ ମୂଲ୍ୟରେ ଉପଲବ୍ଧ କରାଯାଉଛି ।
  3. ଏଥିରେ ସାର୍ବ ( ୟୁରିଆ) ପ୍ଲାଣ୍ଟର  ଦକ୍ଷତାରେ ସୁଗମ କରିବା ଏବଂ ୟୁରିଆ ପୁନଃ ଆକଲିତ କ୍ଷମତା ଠାରୁ ଅଧିକ ଉତ୍ପାଦନ କରିବା ସହାୟତା ମିଳିପାରିବ ।
  4. ଘରୋଇ ୟୁରିଆ ଉତ୍ପାଦନରେ ବୃଦ୍ଧି ଘଟିଛି ତଥା ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ପାଇଛି ।
  5. ସାର କ୍ଷେତ୍ରରେ ବର୍ତମାନ ସୁଦ୍ଧା ଆର୍ଥିକ ଗ୍ୟାସ ବ୍ୟାୟ ୨୦୧୫- ୧୫ ଆର୍ଥିକ ବର୍ଷରେ ଦୈନିକ ୪୧.୯୧ ମିଲିୟନ୍ ମେଟ୍ରିକ୍ ଘନ ମିଟର ତୁଳନାରେ ୨୦୧୫-୧୬ରେ ୪୪.୦୮ ଘନ ମିଟରରେ ପହଂଚି ପାରିଛି ।
  6. ୨୦୧୫-୧୬ ଆର୍ଥିକ ବର୍ଷରେ ଦେଶରେ ବର୍ତମାନ ସୁଦ୍ଧା ସର୍ବାଧିକ ୟୁରିଆ ଉତ୍ପାଦନ ହୋଇଛି । ୨୦୧୬-୧୬ ଆର୍ଥିକ ବର୍ଷରେ ପ୍ରଚଳିତ ଜଳ କାରାଖାନାଗୁଡିକରେ ପାଖାପାଖି ୨୦ ଲକ୍ଷ ମେଟ୍ରିକଟନ୍ ୟୁରିଆ ଅତିରିକ୍ତ ଭାବେ ଉତ୍ପାଦିତ ହୋଇଛି ।

ବିଦ୍ୟୁତ ଉଦ୍ୟୋଗକୁ ଗ୍ୟାସ ଯୋଗାଣ

  • ଗ୍ୟାସ ଆଧାରିତ ବିଦ୍ୟୁତ ଉତ୍ପାଦନ ପାଇଁ ଗ୍ୟାସ ଆମଦାନୀ ସୁନିଶ୍ଚିତ କରିବା ସୁବିଧା ପ୍ରଦାନ ହେତୁ ଆର୍ଥିକ ପ୍ରସଙ୍ଗ ସମ୍ଭାନ୍ଧିତ ମନ୍ତ୍ରୀମଣ୍ଡଳୀୟ  ସମିତି ( ସିସିଇଏ) ୨୫ ମାର୍ଚ୍ଚ ୨୦୧୫ ରେ ଅନୁମୋଦିତ କରିଛନ୍ତି ।
  • ସରକାରଙ୍କ ଉଦ୍ୟମରୁ ପାଖାପାଖି ୧୬,୦୦୦ ମେଗାୱାଟ୍ କ୍ଷମତା ସମ୍ପନ୍ନ ବନ୍ଦ ହୋଇଯାଇଥିବା ବିଦ୍ୟୁତ ଉଦ୍ୟୋଗକୁ ପୁନର୍ଜୀବିତ କରିବାରେ ସହାୟତା ମିଳିଛି ତଥା ସେମାନଙ୍କୁ ଆର୍ଦ୍ଧ- ନିଷ୍ପାଦନ ପରିସମ୍ପତି ତିଆରି ହେବାରୁ ରକ୍ଷା କରାଯାଇଛି ।
  • ଏଲଏନଜି ଚର୍ମିନାଲ ଓ ଗ୍ୟାସ ପାଇପଲାଇନ ଭିତ୍ତିଭୂମିର ବ୍ୟବହାର କରି ସଂସ୍କାର କରିବାରେ ମଧ୍ୟ ସହାୟତା ମିଳିଛି ।
  • ଅପ୍ରେଲ ୨୦୧୫ ବେଳେ ବିଦ୍ୟୁତ କ୍ଷେତ୍ରରେ ଏଲଏନଜି ବ୍ୟୟ (ପୁଲିଂ ପୂର୍ବରୁ) ଦୈନିକ ୩ ମିଲିୟନ୍ ମେଟ୍ରିକ୍ ମାନକ ଘନମିଟରର ସ୍ତରରୁ ବୃଦ୍ଧି ପାଇ ମାର୍ଚ୍ଚ ୨୦୧୬ ରେ ୧୧.୪୭ ଏମଏମଏମସିଏମଡି ର ସର୍ବୋଚ୍ଚ ଦରରେ ପହଞ୍ଚି ଯାଇଛି ।
  • ଏମଏମଏମସିଏମଡି- ଦୈନିକ ମିଲିୟନ ମେଟ୍ରିକ୍ ମାନକ ଘନ ମିଟର

ଆଧାର :ଖବର କାଗଜ

4.5
ରୋଲ୍ଲ ଓଵେର ସ୍ତର୍ସ, ଅନ୍ଦ ଥେନ ଲିକ ତୋ ରତେ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top