ହୋମ / ଶକ୍ତି / ପରିବେଶ / ଜଳପୃଷ୍ଠରେଖା ଓ ପମ୍ଫିଙ୍ଗ ପରୀକ୍ଷଣ (ଭାଗ -୧)
ସେଆର କରନ୍ତୁ

ଜଳପୃଷ୍ଠରେଖା ଓ ପମ୍ଫିଙ୍ଗ ପରୀକ୍ଷଣ (ଭାଗ -୧)

ଜଳପୃଷ୍ଠରେଖା ଓ ପମ୍ଫିଙ୍ଗ ପରୀକ୍ଷଣ ସମ୍ବନ୍ଧରେ ସୂଚନା ।

ଉପକ୍ରମ

ଗୋଟିଏ ଯୁଗରେ ଯେଉଁଠି କାରିଗରୀ କୌଶଳ ବିଭିନ୍ନ ପରିସ୍ଥିତିରୁ ଜଳ ପ୍ରାପ୍ତ କରିବା ପାଇଁ ବ୍ୟାପକ ପ୍ରକାରର ପମ୍ଫିଙ୍ଗ ପଦ୍ଧତି ଦର୍ଶାଉଥିବାବେଳେ ଏକଥା ହୃଦୟଙ୍ଗମ କରିବା ଗୁରୁତ୍ଵପୂର୍ଣ୍ଣ ଯେ, କୂପଗୁଡିକ ମଧ୍ୟରେ ତଥା ଜଳଭରଗୁଡିକ ମଧ୍ୟରେ ପମ୍ଫିଙ୍ଗ କି ପ୍ରକାର ପ୍ରଭାବ ଗୁଡିକର କରଣ ହୋଇଥାଏ । ଏହା କୌଣସି ଜଳଛାୟା କାର୍ଯ୍ୟକ୍ରମରେ ତତ୍ପର୍ଯ୍ୟପୂର୍ଣ୍ଣ, କାରଣ ଗୋଟିଏ ଜଳଛାୟା ଅନ୍ତର୍ଗତ ଜଳଭରରୁ ଭୂତଳଜଳର ସହନୀୟ ବିନିଯୋଗକୁ ପମ୍ଫିଙ୍ଗ ଅନେକ ଭାବରେ ନିର୍ଧାରଣ କରିଥାଏ।

ଗୋଟିଏ ଜଳଛାୟା ମଧ୍ୟରେ ଭୂତଳଜଳ ସହ ସଂଶ୍ଳିଷ୍ଟ କାର୍ଯ୍ୟ ପାଇଁ ଅନ୍ତତଃ ଜଳଛାୟା ଓ ତାର ନିମ୍ନଭାଗର ଜଳଭର ମଧ୍ୟରେ ଥିବା ସମ୍ପର୍କ ସମ୍ବନ୍ଧରେ ବ୍ୟାପକ ଭାବରେ ବୁଝିବା ଆବଶ୍ୟକ ।  ଅନ୍ୟ ଶବ୍ଦରେ ଏହାର ଅର୍ଥ ହେଉଛି, ଗୋଟିଏ ଜଳଛାୟାର ନିମ୍ନଭାଗରେ କେତୋଟି ଜଳଭର ପ୍ରସାରିତ ହୋଇରହିଛି ସେ ସମ୍ବନ୍ଧରେ ଧାରଣ ପ୍ରାପ୍ତ କରିବା ।  ଏବଂ ଜଳଭୂବିଜ୍ଞାନୀୟ ଅନୁଧ୍ୟାନ କେବଳ ଏହି ସମ୍ପର୍କକୁ ସ୍ପଷ୍ଟ କରିନଥାଏ ବରଂ ଜଳଭରର ସୀମା ସହିତ ଜଳଛାୟାର ସୀମା ମେଳ ଖାଉଛି କି ଏକ ଜଳଛାୟା ଗୋଟିଏ ବା ଏକାଧିକ ଜଳଭର ଅନ୍ତର୍ଭୁକ୍ତ କରୁଛି କି କିମ୍ବା ଏକ ଜଳଭର ଗୋଟିଏ ଏକାଧିକ ଜଳଭରର ଉପରେ ରହିଛି କି , ସେ ସମ୍ବନ୍ଧିତ ତଥ୍ୟ ମଧ୍ୟ ଯୋଗାଇଥାଏ ।

ଆମେ ଜଳଛାୟା ଓ ଜଳଭରଗୁଡିକ ମଧ୍ୟରେ ଥିବା ସମ୍ପର୍କକୁ ନିମ୍ନମତେ ଦେଖିପାରିବା :

  1. ଗୋଟିଏ ଜଳଭର ହୁଏତ ଏକ ବା ଏକାଧିକ ଜଳଛାୟାଗୁଡିକର ନିମ୍ନ ଭାଗରେ ରହିପାରେ ।
    • ଜଳଛାୟା ଓ ଜଳଭରର ସୀମାଗୁଡିକ ସାଧାରଣ (ସମାନ) ହୋଇପାରେ   ।
    • ଜଳଭର ସୀମା ହୁଏତ ଜଳଛାୟା ସୀମାଠାରୁ ଅଧିକ ସାଂପ୍ରତିକ ହୋଇପାରେ, ଉଦାହରଣତଃ ଜଳଭର ଗୋଟିଏରୁ ଅଧିକ ଜଳଛାୟାର ନିମ୍ନଭାଗରେ ପ୍ରସାରିତ ହୋଇପାରେ   ।
    • ଏକ ଜଳଛାୟା ଗୋଟିଏ ଅଧିକ ଜଳଭର ଅନ୍ତର୍ଭୁକ୍ତ କରିପାରେ ।
  2. ଜଳଛାୟା ଅନ୍ତର୍ଭୁକ୍ତ ସମସ୍ତ ଜଳଭରଗୁଡିକର ସୀମା ଜଳଛାୟା ର ସୀମା ମଧ୍ୟରେ ରହିଥାଇପାରେ   ।
  3. ଜଳଛାୟା ଅନ୍ତର୍ଗତ କେତେକ କଲଭରର ସୀମା ଜଳଛାୟା ମଧ୍ୟରେ ରହୁଥିବାବେଳେ ଅନ୍ୟ କେତେକ ଜଳଭରର ସୀମା ଜଳଛାୟା ସୀମା ବାହାର ପର୍ଯ୍ୟନ୍ତ ମଧ୍ୟ ଲଙ୍ଘିପାରେ ।
  4. ଜଳଛାୟା ଅନ୍ତର୍ଗତ ସମସ୍ତ ଜଳଭରଗୁଡିକର ସୀମା ଜଳଛାୟା ସୀମା ବାହାର ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇ ରହିପାରେ ।

ଉପରୋକ୍ତ ସମ୍ପର୍କକୁ ବୁଝିବା ପାଇଁ ଏକ ସରଳ ଉପାୟ ହେଉଛି , କୂପ ତଥା କୂପରେ ଜଳପୃଷ୍ଠରେଖାର ଅନୁଧ୍ୟାନ। ଆମେ ଜାଣୁ ଯେ, ଗୋଟିଏ କୂପ ହେଉଛି ଏକ ଜଳବାହୀ ସଂରଞ୍ଚନା , ଯାହା ଯେତେବେଳେ ଉପଯୁକ୍ତ ରୂପେ ଅଭିକଳ୍ପିତ ଓ ନିର୍ମିତ ହୋଇଥାଏ ।  ସେତେବେଳେ ଗୋଟିଏ ଜଳଭରରୁ ଜଳର ମିତବାଇ ଅପସାରଣ ପାଇଁ ସ୍ବୀକୃତି ଦେଇଥାଏ   । ଜଳର ଏହି ଅପସାରଣକୁ ଭୂତଳଜଳ ସାରଆହରଣ କୁହାଯାଏ । ପମ୍ଫିଙ୍ଗ କାଳରେ କୂପ ଓ ଜଳଭର ଭିତରେ କଣ ଘଟିଥାଏ  ସେ କଥା ବୁଝିବା ପାଇଁ ପମ୍ଫିଙ୍ଗ କୂପ ସମ୍ପର୍କିତ କେତେକ ଶବ୍ଦଗୁଡିକ ବୁଝିନେବା ଉପଯୋଗୀ ହୋଇଥାଏ ।

  • ସ୍ଥିର ଜଳପୃଷ୍ଠରେଖା  : ଏହା ହେଉଛି ଏକ ପୃଷ୍ଠରେଖା ଯାହା ଗୋଟିଏ କୂପ (କିମ୍ବା  ଗୋଟିଏ ଅନାବଦ୍ଧିତ ଜଳଭର ମଧ୍ୟରେ  ) ।  ମଧ୍ୟରେ ଜଳ ଦଣ୍ଡାୟମାନ ହୋଇଥାଏ , ଯେତେବଳେ ଜଳଭରରୁ  କୌଣସି ଜଳ ଅପସାରିତ କରାଯାଇ ନଥାଏ   ।  ଏହାକୁ ଭୂମିପୃଷ୍ଠଠାରୁ କୂପ ମଧ୍ୟରେ ଜଳପୃଷ୍ଠ ରେଖା ପର୍ଯ୍ୟନ୍ତ ଦୁରତ୍ଵ ରୂପେ ପ୍ରକାଶ କରାଯାଏ   ।  ଗୋଟିଏ ପ୍ରସ୍ରବଣକୂପ କ୍ଷେତ୍ରରେ କୂପ ବାହାରରୁ ଭୂମିପୃଷ୍ଠରେ ଜଳ ପ୍ରଭାବିତ ହୋଇଥାଏ   , ତେଣୁ ସ୍ଥିର ଜଳପୃଷ୍ଠରେଖାକୁ ଭୂମିପୃଷ୍ଠରେଖାଠାରୁ ଉପରକୁ ମାପିବାକୁ ପଡିଥାଏ  (ଭୂମିପୃଷ୍ଠ ଉପରକୁ କୂପକୁ ନିର୍ମାଣ କରି ସାଂପ୍ରତିକ କରି କିମ୍ବା କୂପର ଭୂପୃଷ୍ଠ ପ୍ରବାହକୁ ଆବଦ୍ଧିତ ଚାପ ଦ୍ଵାରା ଅବରୋଧ କରାଯିବା ମାଧ୍ୟମରେ ଏହା ମାପ କରାଯାଇଥାଏ)  ।
  • ପମ୍ଫିଙ୍ଗ ଜଳପୃଷ୍ଠରେଖା   : ଏହି ପୃଷ୍ଠରେଖା ହେଉଛି ପମ୍ଫିଙ୍ଗ କାଳରେ କୂପ ମଧ୍ୟରେ ଯେଉଁ ପତ୍ତନରେ ଜଳ ଦଣ୍ଡାୟମାନ ହୋଇଥାଏ   । ଏହାକୁ ସକ୍ରିୟ ଜଳପୃଷ୍ଠରେଖା   ମଧ୍ୟ କୁହାଯାଏ  ।  ଏହି ପତ୍ତନ ସାଧାରଣ ଭାବେ ସ୍ଥିର ଜଳପୃଷ୍ଠରେଖାଠାରୁ ନିମ୍ନରେ ରହିଥାଏ   ।
  • ନିମ୍ନକର୍ଷଣ : ଏହା ହେଉଛି ସ୍ଥିର ଜଳସ୍ତର ବା ଅନ୍ତର୍ନିହିତ ପୃଷ୍ଠରେଖା ଏବଂ ପମ୍ଫିଙ୍ଗ ଜଳପୃଷ୍ଠରେଖା ମଧ୍ୟବର୍ତ୍ତୀ ବ୍ୟବଧାନ   । ସଂକ୍ଷେପରେ ଏହା ହେଉଛି ପମ୍ଫିଙ୍ଗ ଯୋଗୁଁ ସ୍ଥିର ଜଳପୃଷ୍ଠରେଖାରୁ ଜଳପୃଷ୍ଠରେଖାର ନିମ୍ନଗାମୀ ହେବା ।
  • ଅବଶେଷ ନିମ୍ନକର୍ଷଣ : ପମ୍ଫିଙ୍ଗ ବନ୍ଦ ହେବା ପରେ କୂପ ମଧ୍ୟରେ ଜଳପୃଷ୍ଠରେଖା ଉର୍ଦ୍ଧ୍ଵଗାମୀ ହୋଇ ପମ୍ଫିଙ୍ଗ ଆରମ୍ଭ ହେବା ପୂର୍ବରୁ ପର୍ଯ୍ୟବେକ୍ଷଣ କରାଯାଇଥିବା ସ୍ଥିର ଜଳପୃଷ୍ଠରେଖା ପର୍ଯ୍ୟନ୍ତ ପହଞ୍ଚିଥାଏ । ଜଳପୃଷ୍ଠରେଖା ପୁନରୁଦ୍ଧାର କାଳରେ ଉପରକୁ ଉଠୁଥିବା  ଜଳପୃଷ୍ଠରେଖା ଏବଂ ମୂଳ ସ୍ଥିର ଜଳପୃଷ୍ଠରେଖା ମଧ୍ୟବର୍ତ୍ତୀ ଦୂରତ୍ଵକୁ ଅବିଶେଷ ନିମ୍ନକର୍ଷଣ କୁହାଯାଏ ।
  • କୂପ ଉପଜ : କୂପ ଉପଜ ହେଉଛି ଗୋଟିଏ କୂପରୁ ପ୍ରତି ଏକକ ସମୟ ଅନୁଯାୟୀ ନିଷ୍କାସିତ ଜଳର ଆୟତନ । ତେଣୁ ଏହାକୁ ଲିଟର ପ୍ରତି ସେକେଣ୍ଡ, ଲିଟର ପ୍ରତି ମିନିଟ, ଘନମିଟର ପ୍ରତି ଘଣ୍ଟା , ଗ୍ୟାଲେନ ପ୍ରତି ଦିନ ଇତ୍ୟାଦି ରୂପେ ପ୍ରକାଶ କରାଯାଇଥାଏ ।  ଏହା ହୁଏତ ପମ୍ଫିଙ୍ଗ ହାର ହୋଇ ପାରେ କିମ୍ବା ପ୍ରସ୍ରବଣକୂପରୁ ମୁକ୍ତ ପ୍ରବାହ ହୋଇପରେ ।
  • ବିଶିଷ୍ଟ କ୍ଷମତା : ଗୋଟିଏ କୂପର ବିଶିଷ୍ଟ କ୍ଷମତା ହେଉଛି ଏହାର ଉପଜ ପ୍ରତି ଏକକ ନିମ୍ନକର୍ଷଣ । ଏହାକୁ ଲିଟର ପ୍ରତି ମିନିଟ ପ୍ରତି ମିଟର ନିମ୍ନକର୍ଷଣ କିମ୍ବା ଗ୍ୟାଲେନ ପ୍ରତି ଘଣ୍ଟା ପ୍ରତି ଫୁଟ ନିମ୍ନକର୍ଷଣ କିମ୍ବା ଘନମିଟର ପ୍ରତି ଦିନ ପ୍ରତି ନିମ୍ନକର୍ଷଣ ରୂପେ ବର୍ଣ୍ଣନା କରାଯାଏ । ବିଶିଷ୍ଟ କ୍ଷମତା ହେଉଛି କୂପ ଉପଜ (ଅନେକ ସମୟରେ କୂପ ଉପଯ ଓ ପମ୍ଫ କ୍ଷମତା ମଧ୍ୟରେ ଭ୍ରମ ସୃଷ୍ଟି ହୋଇଥାଏ ) ତୁଳନାରେ କୂପ ଉତ୍ପାଦକତାର ଏକ ଉତ୍ତମ ସୂଚକ ଅଟେ, କାରଣ ଏହା ଏକ କୂପ ଉତ୍ପାଦନ କରୁଥିବା ଜଳର ଆୟତନ ପ୍ରତି ଏକକ ଖାସୁଥିବା ଜଳପୃଷ୍ଠରେଖା ପାଇଁ ପ୍ରଦର୍ଶିତ କରିଥାଏ । ବହୁ ସମୟରେ ଉପ୍ଜ ଜଳଭରର ନୁହେଁ ବରଂ କେବଳ ପମ୍ଫ ର କ୍ଷମତା ଜ୍ଞାପନ କରିଥାଏ   ।

ଯେତେବେଳେ ଏକ ଅନାବଦ୍ଧିତ ଜଳଭରର କୂପକୁ ପମ୍ଫ କରାଯାଏ , ସେତେବେଳେ କୂପରେ ସର୍ବାଧିକ ନିମ୍ନକର୍ଷଣ ଘଟିବା ସହିତ କୂପ ସନ୍ନିକଟସ୍ଥ ଜଳପୃଷ୍ଠରେଖା ନିମ୍ନଗାମୀ ହୋଇଥାଏ   । ପମ୍ଫ ଜଳ ଅପସାରିତ କରିବା ସଙ୍ଗେ ସନେ କୂପ ନିକଟରେ ଏକ ଲଘୁଚାପ କ୍ଷେତ୍ର ବିକଶିତ ହୋଇଥାଏ   । ଜଳଭର ଅନ୍ତର୍ଗତ ଜଳ କୂପ ମଧ୍ୟରେ ଥିବା ଜଳ ଅପେକ୍ଷା ଉଚ୍ଚରେ ରହିଥିବାରୁ କୂପର ଚତୁଃପାର୍ଶ୍ଵରେ ଥିବା ଜଳଭର ବସ୍ତୁରୁ ଜଳର ପ୍ରବାହ କୂପ ଆଡକୁ ଆସିଥାଏ   । କୂପଆଡକୁ ଜଳ ସଞ୍ଚାଳିତ କରୁଥିବା ଚାପ ବା ଶକ୍ତି ହେଉଛି ଜଳଭର ଅନ୍ତର୍ଗତ ଜଳପୃଷ୍ଠରେଖା ଓ କୂପ ଅନ୍ତର୍ଗତ ଜଳପୃଷ୍ଠରେଖା ମଧ୍ୟ ଏ ଥିବା ପାର୍ଥକ୍ୟ ଯାହାକୁ ମୁଣ୍ଡ ପାର୍ଥକ୍ୟ କୁହାଯାଏ   ।  କୂପଠାରୁ କିଛି ଦୂରତ୍ଵରେ ଜଳଭର ଅନ୍ତର୍ଗତ ଜଳପୃଷ୍ଠରେଖା ପମ୍ଫିଙ୍ଗ ଦ୍ଵାରା ଅପ୍ରଭାବିତ  ହୋଇ ରହିଥାଏ   ।  ଏହି ଦୂରତ୍ଵ ଭିନ୍ନ ଭିନ୍ନ କୂପ ପାଇଁ ପୃଥକ ହୋଇଥାଏ ଏବଂ ପମ୍ଫିଙ୍ଗର ହାର ଓ ସମୟର ଦୈର୍ଘ୍ୟ ଉପରେ ନିର୍ଭର କରି ସେହି ଏକା କୂପ ପାଇଁ ମଧ୍ୟ ପୃଥକ ହୋଇପାରେ   ।  ଅଧିକ ତତ୍ପର୍ଯ୍ୟପୂର୍ଣ୍ଣ  ଭାବରେ ଏହା ଜଳଭରର ଚରିତ୍ର ଉପରେ ନିର୍ଭର କରିଥାଏ   । ଗୋଟିଏ ଅନାବଦ୍ଧିତ ସ୍ତର ସମୂହରେ ଜଳଭରର ଚରିତ୍ର ଉପରେ ନିର୍ଭର କରିଥାଏ   । ଗୋଟିଏ ଅନାବଦ୍ଧିତ ସ୍ତରସମୂହରେ ଜଳଭରର ସଂତୃପ୍ତ ବେଧ ପମ୍ଫିଙ୍ଗ  କାଳରେ ହ୍ରାସ ପାଇଥାଏ ଏବଂ   ସଂତୃପ୍ତିକୁ ଅବ୍ୟାହତ ରଖିବା ପାଇଁ ବହୁ ଦୂରତ୍ଵରୁ ଜଳ ଆସି ପ୍ରବେଶ କରିଥାଏ   ।

ଆବଦ୍ଧିତ ଜଳଭର ମଧ୍ୟରେ ଜଳଭରର ସଂତୃପ୍ତ ବେଧ ସାଧାରଣତଃ ପମ୍ଫିଙ୍ଗ କାଳରେ ହ୍ରାସ ପାଇନଥାଏ   । ଅବଶ୍ୟ ପମ୍ଫିଙ୍ଗ ସ୍ଥାନରେ ସର୍ବାଧିକ ଚାପ ହ୍ରାସ ଘଟିବା ସହିତ ଜଳଭର ମଧ୍ୟରେ ଉଦସ୍ଥିତିକ ଚାପ ହ୍ରାସ ପାଇଥାଏ , ଉଦାହରଣତଃ ବିଦ୍ଧକୂପ କିମ୍ବା ନଳକୂପ ମଧ୍ୟରେ   ।  ହ୍ରାସ ପାଇଥିବା ଜଳପୃଷ୍ଠର ଆକୃତି ଠିକ ଏକ ଶଙ୍କୁ ସଦୃଶ ହୋଇଥାଏ, ଯାହାର ଗଭୀରତମ ଭାଗ ପମ୍ଫ କରାଯାଉଥିବା କୂପଠାରେ ଏବଂ ଅଗଭୀରତମ ଭାଗ କୂପଠାରୁ ସର୍ବାଧିକ ଦୂରତ୍ଵରେ ରହିଥାଏ , ଯେଉଁଠି ଜଳଭର ବସ୍ତୁ ଅପ୍ରଭାବିତ ହୋଇ ରହିଥାଏ   । ଏହି ଶଙ୍କୁକୁ ଅବତଳ ଶଙ୍କୁ କୁହାଯାଏ   । ଜଳ କୂପର ନିକଟତର ହେବା ବେଳକୁ ସ୍ରୋତ ବେଗ ବୃଦ୍ଧି ପାଏ ଏବଂ କୂପ ମଧ୍ୟରେ ଅନ୍ତର୍ବାହ ବିନ୍ଦୁଠାରେ ଏହା ଅଧିକ ଦ୍ରୁତ ହୋଇଥାଏ   । ଶଙ୍କୁର ଆକୃତି ଓ ଆକାର ପମ୍ଫିଙ୍ଗ ହାର , ପମ୍ଫିଙ୍ଗ ଅବଧି , ଜଳଭର ଚରିତ୍ର ( ଜଳଭରର ଭଣ୍ଡାରଣ ଓ ସଂଚାଳନ ଗୁଣ) ଜଳସ୍ତରର ଅବକ୍ରମଣ ଓ ଅବତଳ ଶଙ୍କୁ ମଣ୍ଡଳ ମଧ୍ୟରେ ପୁନଃଭରଣ ଉପରେ ନିର୍ଭର କରିଥାଏ   । କୂପର କେନ୍ଦ୍ରଠାରେ ଆବତଳଶଙ୍କୁ ସୀମା ପର୍ଯ୍ୟନ୍ତ ଦୂରତ୍ଵକୁ ପ୍ରଭାବୀ ବ୍ୟାସାର୍ଦ୍ଧ କୁହାଯାଏ   ।  ସାଧାରଣତଃ ଅନାବାଧିତ ଜଳଭର ତୁଳନାରେ ଅବଧିତ ଜଳଭରର ଅବତଳ ଶଙ୍କୁ ବୃହତ୍ତର ହୋଇଥାଏ   ।

ପମ୍ଫିଙ୍ଗ କାଳରେ ଗୋଟିଏ କଳଭର ମଧ୍ୟରେ କଣ ଘଟିଥାଏ  , ତାହାରି ପୃଷ୍ଠପଟରେ ଏହା ଅନୁମାନ କରିବା ସହଜ ଯେ କାହିଁକି ପମ୍ଫ କରାଯାଇନଥିବା ଏକ କୂପର ଜଳପୃଷ୍ଠରେଖା , ନିକଟସ୍ଥ କୂପରେ ପମ୍ଫିଙ୍ଗ ଦ୍ଵାରା ହ୍ରାସ ପାଇଥାଏ   ।  ପମ୍ଫ କରାଯାଇଥିବା ଏକ କୂପ ମଧ୍ୟ ଜଳର ସଂଚାଳନକୁ ଅନୁଧ୍ୟାନ କରିବା ପାଇଁ ଯଥେଷ୍ଟ ସୁଯୋଗ ପ୍ରଦାନ କରିଥାଏ  । ବିଶେଷତଃ ବୃହତ୍ତ ବ୍ୟାସ ବିଶିଷ୍ଟ ସ୍ୱଳ୍ପ ଗଭୀର ଉନ୍ମୋକ୍ତ କୂପର ପମ୍ଫିଙ୍ଗ କାଳରେ ଜଣେ ଲକ୍ଷ୍ୟ କରି ପାରିବ ଯେ ,  ସେଠାରେ କେତେକ ନିର୍ଦ୍ଧିଷ୍ଟ ମଣ୍ଡଳ ରହିଛି ଏବଂ ପ୍ରକୃତରେ କାହା ମାଧ୍ୟମ ଏ କୂପ ମଧ୍ୟକୁ ଜଳ ପ୍ରବେଶ କରିଥାଏ   । ବେଳେ ବେଳେ କୂପର ସମଗ୍ର ଉନ୍ମୋକ୍ତ ପାର୍ଶ୍ଵଭାଗରୁ କୂପ ମଧ୍ୟକୁ ଜଳ ଝରୁ ଥିବାବେଳେ ସମୟ ସମୟରେ କେବଳ ଶିଳାର ଯୋଡ ଫାଟ ଦେଇ କୂପକୁ ଜଳର ଅନୁପ୍ରବେଶ ଘଟିଥାଏ   ।  ଏହି ମଣ୍ଡଳଗୁଡିକୁ ଅନ୍ତର୍ବାହ ମଣ୍ଡଳ କିମ୍ବା ଉତ୍ପାଦନକାରୀ ମଣ୍ଡଳ କୁହାଯାଇପାରେ    । ଗୋଟିଏ ଜଳଛାୟା କାର୍ଯ୍ୟକ୍ରମରେ କୂପଗୁଡିକର ପର୍ଯ୍ୟବେକ୍ଷଣ କାଳରେ ଏହି ମଣ୍ଡଳଗୁଡିକ ପାଇଁ ଅଭିଲେଖର ଅନୁରକ୍ଷଣ କରିବା ଗୁରୁତ୍ଵପୂର୍ଣ୍ଣ ଅଟେ   ।  ବିଦ୍ଧକୂପ କିମ୍ବା ନଳକୂପ ମଧ୍ୟରେ ଅନ୍ତର୍ବାହକୁ ପର୍ଯ୍ୟବେକ୍ଷଣ କରିବା ସାମାନ୍ୟ କଷ୍ଟକର , ତଥାପି ଏଥିପାଇଁ କେତେକ ଯନ୍ତ୍ରପାତି ରହିଛି ଯଦ୍ଵାରା ଏହା ସମ୍ଭବ ହୋଇଥାଏ   । ଅବଶ୍ୟ ଏହି ମଣ୍ଡଳଗୁଡିଅକର ତଳକୁ ଜଳପୃଷ୍ଠରେଖା ଖସିଯିବା ପରେ ବିଦ୍ଧକୂପ ବା ନାଳକୂପ ଭିତରେ ପଡୁଥିବା ଜଳର ଶବ୍ଦ ଶୁଣି ଗଭୀରତା ଲିପିବଦ୍ଧ କରାଯାଇପାରେ  ।

ଜଳଛାୟା କାର୍ଯ୍ୟକ୍ରମଗୁଡିକରେ କୂପର ପମ୍ଫିଙ୍ଗ

କୂପଗୁଡିକୁ ଅଧିକାଂଶତଃ ପମ୍ଫ କରାଯିବା ନିମନ୍ତେ ଖନନ କିମ୍ବା ବେଧନ କରାଯାଇଥାଏ   । ଅବଶ୍ୟ ଏକଥା ମଧ୍ୟ ସମଭାବରେ ହୃଦୟଙ୍ଗମ କରିବା ଗୁରୁତ୍ଵପୂର୍ଣ୍ଣ ଯେ , କୂପଗୁଡିକୁ ଏପରି ଭାବରେ ପମ୍ଫ କରାଯିବା ଉଚିତ ଯେପରି କୂପ ମଧ୍ୟରେ ଜଳଭର ଦୀର୍ଘ କାଳ ପର୍ଯ୍ୟନ୍ତ ଜଳ ଧାରଣ କରି ରହିପାରୁଥିବା   । ନିର୍ଦ୍ଧିଷ୍ଟ ଭାବେ ଜଳଛାୟା କାର୍ଯ୍ୟକ୍ରମ ଅନ୍ତର୍ଗତ  କୂପଗୁଡିକ ପକ୍ଷରେ ଏହା ସତ୍ୟ ଯେ , ସାଧନୋପାୟର ମୂଳ ଲକ୍ଷ୍ୟ ହେଉଛି ‘ସମ୍ବଳ ସହନଶୀଳତା “ ।  ସମସ୍ତ ପ୍ରକାରର ସମ୍ବଳ ମଧ୍ୟରୁ ସର୍ବାଧିକ ମୌଳିକ ସମ୍ବଳ ଜଳ ହୋଇଥିବାରୁ ଏହାର ବିନିଯୋଗ ଅତ୍ୟନ୍ତ ସତର୍କତାପୂର୍ବକ କରାଯିବା ଆବଶ୍ୟକ  ।

ଆମେ ଦେଖିଛେ ଯେ, ପମ୍ଫିଙ୍ଗ ଯୋଗୁଁ କିପରି ଭାବରେ କୂପର ଚତୁଃପାର୍ଶ୍ଵରେ ଥିବା ଜଳଭର ଉପରେ ପ୍ରବାହ ପଡିଥାଏ   । ଭାରତର ଅଧିକାଂଶ ଅଞ୍ଚଳରେ କୂପଗୁଡିକ ସାଧାରଣ ଭାବରେ ଅତ୍ୟଧିକ କ୍ଷମତାବିଶିଷ୍ଟ ପମ୍ଫମାନଙ୍କ ଦ୍ଵାରା ପମ୍ଫିଙ୍ଗ କରାଯାଇଥାଏ । ସାଧାରଣପ୍ରବୃତ୍ତ ହେଉଛି ଯେ, କୂପ ମଧ୍ୟରୁ ଯେତେ ସହଜରେ ସମ୍ଭବ ସ୍ୱଳ୍ପ ସମୟ ମଧ୍ୟରେ ଅଧିକ ଜଳ କାଢି ନେବା । ଏହା ଫଳରେ ଅନେକ ପ୍ରକାରର ସମସ୍ୟା ଉପୁଜିଥାଏ, ସେଥିମଧ୍ୟରୁ ନିମ୍ନରେ କେତୋଟି ଦର୍ଶାଯାଇଛି ।

  1. ଯଦି ଜଳଭରରୁ ଆସୁଥିବା ଜଳ କୂପରୁ ପମ୍ଫିଙ୍ଗ କରାଯାଉଥିବା ହାର ସହିତ ମେଳ ନଖାଏ, ତେବେ କୂପଟି ଅତିଶୀଘ୍ର ଜଳଶୂନ୍ୟ ହୋଇପଡିବ ।
  2. ଯଦି ଏକାଧିକ କୂପ ଗୁଡିକୁ ଏକ ସମୟରେ ଏହି ପ୍ରକାରରେ ପମ୍ଫ କରାଯାଏ, ତେବେ ପ୍ରତ୍ୟେକକ ପୂର୍ଣ୍ଣଲାଭ ମନ୍ଥର ହେବ, ଯଦ୍ଵାରା ପମ୍ଫିଙ୍ଗ ନିର୍ଘଣ୍ଟ ମଧ୍ୟରେ ଅଧିକ ବ୍ୟବଧାନ ରହିବ ।
  3. ଯଦି ଦୀର୍ଘ କାଳ ଏଭଳି ଉପାୟରେ ପମ୍ଫିଙ୍ଗ ଅବ୍ୟାହତ ରଖାଯାଏ, ତେବେ ତାହା ଫଳରେ ଜଳପୃଷ୍ଠରେଖାର ହ୍ରାସ ଘଟିବ, ଉତ୍ପାଦ କମିବ, ଭୂତଳଜଳ ଭଣ୍ଡାରଣ କ୍ଷୀଣ ହେବ ଏବଂ ସର୍ବୋପରି କୂପର ଏକ “ଅତିଶୋଷଣ“ ହେବ।
  4. ଏଗୁଡିକ ଅଣଯୋଜନାକୃତ ଓ ଶୀଘ୍ର ପମ୍ଫିଙ୍ଗର କେବଳ କେତୋଟି ପ୍ରଭାବ ମାତ୍ର । ଜଳସେଚନ ପ୍ରଣାଳୀରେ ମଧ୍ୟ ଏହା ଆଦର୍ଶ ସ୍ୱରୂପ ବାଞ୍ଛିତ ନୁହେଁ ଯେ, ବହୁ ପରିମାଣର ଜଳ ଦ୍ଵାରା କ୍ଷେତଗୁଡିକ ତୀବ୍ରବାହୀତ କରିଦେବା । ତେଣୁ ସମସ୍ତ ଆବଶ୍ୟକତା ଏହି ତଥ୍ୟ ନିର୍ଦ୍ଦେଶିତ କରେ ଯେ କୂପଗୁଡିକ ଅନ୍ତର୍ବାହ ହାର ଠାରୁ ମନ୍ଥର ହାର କିମ୍ବା ସମ ହାରରେ ପମ୍ଫ କରାଯିବା ଆବଶ୍ୟକ ।  ଏହା ଦ୍ଵାରା ଜଳଭରଠାରୁ କୂପକୁ ଯଥେଷ୍ଟ ଜଳ ଯୋଗାଣ ସୁନିଶ୍ଚିତ ହୋଇଥାଏ ଏବଂ କୂପଗୁଡିକ ଦୀର୍ଘ ଦିନ ପମ୍ଫ କରାଯାଇପାରିବ ।  ଏହି ଧରଣର ପମ୍ଫିଙ୍ଗ ଜଳସେଚନ ପାଇଁ ମଧ୍ୟ ଅପେକ୍ଷାକୃତ ଉତ୍ତମ ସୁହାଇବ, କାରଣ ଏହା ଧୀର ଓ ସ୍ଥିର ଭାବରେ ଭୂମି ଆର୍ଦ୍ରିକରଣ ସୁନିଶ୍ଚିତ କରିବ ଏବଂ ଜଳସେଚନ ସ୍ରୋତ ଓ ଅନ୍ୟାନ୍ୟ ହାନୀକୁ ମଧ୍ୟ ହ୍ରାସ କରିପାରିବ  ।

ଏହା ମଧ୍ୟ ଅତି ସାଧାରଣ ଭାବେ ଦେଖାଯାଏ ଯେ ପାନୀୟ ଜଳ ଉତ୍ସଗୁଡିକରେ (ବିଦ୍ଧକୂପ ଓ ନଳକୂପଗୁଡିକ ) ମଧ୍ୟ ଜଳସେଚନର ଆବଶ୍ୟକତା ପୂରଣ କରିବାକୁ ଉଚ୍ଚ ଶକ୍ତିସମ୍ପର୍ଣ୍ଣ ପମ୍ଫ ଖଞ୍ଜା ଯାଇଥାଏ ।  ଏଭଳି ପରିସ୍ଥିତିକୁ ଏଡାଇ ହେବ ଯଦି ପମ୍ଫ ଖଞ୍ଜା ଯିବା ପୂର୍ବରୁ କୂପଗୁଡିକ ଠିକ ଭାବରେ ପରୀକ୍ଷିତ ହୋଇଥାଏ  ଏବଂ ସେଗୁଡିକରେ ଉପଯୁକ୍ତ ପମ୍ଫିଙ୍ଗ ବ୍ୟବସ୍ଥା ସ୍ଥାପନ କରାଯାଏ । ସ୍ଵାଭାବିକଗୁଣ ସମ୍ପର୍ଣ୍ଣ ଭୂତଳଜଳ ନିଷ୍କାସନ ନିମନ୍ତେ ପ୍ରତ୍ୟେକ ଜଳଛାୟା କାର୍ଯ୍ୟକ୍ରମରେ ଏହା ସୁନିଶ୍ଚିତ କରିବା ଆବଶ୍ୟକ, ଯଦ୍ଵାରା ସ୍ଵୟଂକ୍ରିୟା ଭାବରେ ଭୂତଳଜଳ ସହନୀୟ ବିନିଯୋଗକୁ ସୁନିଶ୍ଚିତ କରାଯାଇପାରିବ ।

ଜଳପୃଷ୍ଠରେଖା ଆଚରଣ

କୂପଗୁଡିକ ମଧ୍ୟରେ ଜଳପୃଷ୍ଠରେଖାଗୁଡିକ ଜଳଛାୟାରେ ଘଟୁଥିବା ଘଟଣାଗୁଡିକର ନିର୍ଦ୍ଦେଶାକାରୀ ଅଟନ୍ତି   । ଜଳଛାୟା ମଧ୍ୟ ରେ ଜଳପୃଷ୍ଠରେଖା ପର୍ଯ୍ୟବେକ୍ଷଣ ପ୍ରକୃତରେ ଜଳଛାୟା ଅନ୍ତର୍ଗତ ଭୂତଳଜଳ ବିକାଶର କାହାଣୀ ବର୍ଣ୍ଣନା କରିପାରେ  ।  ଜଳପୃଷ୍ଠରେଖାଗୁଡିକ ମଧ୍ୟ ଜଳଛାୟାର ଭବିଷ୍ୟତ ସମ୍ଭାବିତ ଅବସ୍ଥାର ପୂର୍ବାନୁମାନ କରିବାରେ ସହାୟକ ହୋଇଥାନ୍ତି   ।  ଜଳଛାୟା କାର୍ଯ୍ୟକ୍ରମରେ ଜଳପୃଷ୍ଠରେଖା ମାପ ତତ୍ପର୍ଯ୍ୟପୂର୍ଣ୍ଣ ଅଟେ , କାରଣ କୂପମଧ୍ୟରେ ଜଳପୃଷ୍ଠରେଖା ମାପିବା ଅପେକ୍ଷାକୃତ ଭାବେ ସହଜ – ପ୍ରାୟତଃ ଯେକୌଣସି ବ୍ୟକ୍ତି ଏହି ମାପ କରି ପାରିବେ   । ଯଦି ଠିକ ରୂପେ ପର୍ଯ୍ୟବେକ୍ଷଣ ହୋଇଥାଏ ତେବେ ଜଳପୃଷ୍ଠରେଖା ତଥ୍ୟ ଦୀର୍ଘକାଳୀନ ଧାରାଗୁଡିକ ଯଥା :- ଜଳଭାରରୁ ନିଷ୍କାସନ ହାରାହାରି ବାର୍ଷିକ ପୁନଃଭରଣକୁ ଅତିକ୍ରମ କରୁଛି କି , ଜଳଛାୟାର କେବଳ କେତେକ ଭାଗରେ ଭୂତଳଜଳ ଅତି ଶୋଷଣ ହେଉଛି କି କିମ୍ବା ଭୂତଳଜଳ ହ୍ରାସ ସମଗ୍ର ଜଳଭରରେ ସମାନ ହେଉଛି କି ଏବଂ ଜଳଭରର କେଉଁ ଭାଗ ଅତ୍ୟଧିକ ପ୍ରଭାବିତ ହେଉଛି ଇତ୍ୟାଦି ପ୍ରକଟ କରି ପାରିବ   ।

ଜଳପୃଷ୍ଠରେଖା ଗୁଡିକର ପର୍ଯ୍ୟବେକ୍ଷଣ

ଅଧିକାଂଶ ଜଳଛାୟା ମଧ୍ୟରେ କେତେଗୁଡିଏ କୂପ (ଖୋଲାକୂପ ହେଉ କିମ୍ବା ବିଦ୍ଧକୂପ ବା ନଳକୂପ ହେଉ  ) ଜଳଛାୟା କାର୍ଯ୍ୟକ୍ରମର କାର୍ଯ୍ୟାନ୍ଵୟନ ପୂର୍ବରୁ ରହିଥାଏ । ଜଳଛାୟା କାର୍ଯ୍ୟକ୍ରମ ମଧ୍ୟରେ ନୂତନ କୂପ ନିର୍ମାଣ କିମ୍ବା ବେଧନ ଅନ୍ତର୍ଭୁକ୍ତ ହୋଇପାରେ ।  ଯଦ୍ଵାରା ଜଳଛାୟାଗୁଡିକରେ ଜଳପୃଷ୍ଠରେଖା ତଥ୍ୟ ଅଭିଲେଖନ ଓ ପର୍ଯ୍ୟବେକ୍ଷଣ ମୌଳିକ ଭିତ୍ତିଭୂମି ଉପଲ୍ଲବ୍ଧ ହୋଇଥାଏ । ସାଧାରଣତହ ଏହା ଆଶା କରାଯାଏ ଯେ ନିର୍ଦ୍ଧିଷ୍ଟ ବିଦ୍ଧଗର୍ତ୍ତ ଗୁଡିକ ସ୍ଵତନ୍ତ୍ର ରୂପେ ପର୍ଯ୍ୟବେକ୍ଷଣ ଉଦ୍ଦେଶ୍ୟରେ ବେଧନ କରାଯାଉ, କିନ୍ତୁ ବିଭିନ୍ନ ଅସୁବିଧାବଶତଃ ( ଯେପରିକି ଗବେଷଣା ପାଇଁ ଆର୍ଥିକ ବ୍ୟବସ୍ଥା) ଏହା ସର୍ବଦା ବାସ୍ତବିକ ରୂପେ ସମ୍ଭବପର ହୋଇନଥାଏ  । ତେଣୁ ପୂର୍ବରୁ ଉପଲବ୍ଧ କୂପଗୁଡିକ (ଯେଉଁଗୁଡିକୁ ବିଭିନ୍ନ ଉଦ୍ଦେଶ୍ୟରେ ପମ୍ଫ କରାଯାଉଥାଏ) ଜଳଛାୟା ମଧ୍ୟରେ ଜଳପୃଷ୍ଠରେଖା ରେକର୍ଡ କରିବା ନିମନ୍ତେ ବ୍ୟବହୃତ ହୋଇପାରିବ ।

ସଚରାଚର ଭାବରେ ଅଗଭୀର ଉନ୍ମୋକ୍ତ ଖୋଳାକୂପଗୁଡିକର ଜଳପୃଷ୍ଠରେଖା ଏକ ଅନାବଦ୍ଧିତ ଜଳଭରର ଜଳସ୍ତରର ପ୍ରତିନିଧିତ୍ଵ କରିଥାଏ ଏବଂ ଗଭୀର ବିଦ୍ଧକୂପ ଓ ନଳକୂପଗୁଡିକ ଆବଦ୍ଧିତ ଜଳଭରର ଅନ୍ତର୍ନିହିତ ପୃଷ୍ଠରେଖାର ପ୍ରତିନିଧିତ୍ଵ କରିଥାନ୍ତି   ।  ଉଦ୍ଦେଶ୍ୟ ଏହା ଏକ ନିୟମ ସଦୃଶ ସତ୍ୟ ହୋଇନଥାଏ । ଭୂତତ୍ତ୍ଵିକ ଓ ଜଳଭୂବିଜ୍ଞାନୀୟ ଅନୁଧ୍ୟାନଗୁଡିକ ଯାହା ଜଳପୃଷ୍ଠରେଖା  ପର୍ଯ୍ୟବେକ୍ଷଣ ପୂର୍ବରୁ ସମ୍ପାଦିତ ହୋଇଥାଏ, ଏହା ଆବଶ୍ୟକ କାରଣ  ଜଣେ ନିହାତି ଭାବରେ ଜାଣିବା ଦରକାର ଯେ , ଗୋଟିଏ କୂପ ମଧ୍ୟରେ ଦଣ୍ଡାୟମାନ ଜଳପୃଷ୍ଠରେଖା କଣ ଦର୍ଶାଉଛି   - ଏହା ଅନାବଦ୍ଧିତ ଜଳଭରର ଭୂତଳଜଳସ୍ତରର ପ୍ରତିନିଧିତ୍ଵ କରୁଛି କି ଆବଦ୍ଧିତ ଜଳଭରର ଅନ୍ତର୍ନିହିତ ପୃଷ୍ଠରେଖାର ପ୍ରତିନିଧିତ୍ଵ କରୁଛି   ।

କୂପଗୁଡିକ ମଧ୍ୟରେ ଜଳପୃଷ୍ଠରେଖାର ମାପ

ଭୂତଳଜଳ ଅନୁସନ୍ଧାନରେ ସବୁଠାରୁ ସାଧାରଣ ମାପ ହେଉଛି , ଭୂତଳଜଳର ଗଭୀରତା ନିର୍ଣ୍ଣୟ କରିବା  ।  ଏଭଳି ତଥ୍ୟ ପୂର୍ବରୁ ରହିଥିବା ଉଭୟ କୂପ ଓ ନୂତନ କୂପଗୁଡିକରେ ଭୂତଳଜଳର ସ୍ରୋତର ଦିଗ – ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ  ଜଳପୃଷ୍ଠରେଖାରେ ପରିବର୍ତ୍ତନ ଏବଂ ଜଳଭରର ଜଳ ଭଣ୍ଡାରଣ ଉପରେ ପମ୍ଫିଙ୍ଗର ପ୍ରଭାବ ବର୍ଣ୍ଣନା କରିବା ପାଇଁ ସହାୟକ ହୋଇଥାଏ ।

କୂପଗୁଡିକର ଜଳପୃଷ୍ଠରେଖା ମାପିବା ଏକ ସରଲ କୌଶଳ ଅଟେ ।  ଅଗଭୀର ଖୋଳାକୂପର ଜଳପୃଷ୍ଠରେଖା ମାପିବା ଆହୁରି ସରଳ, କାରଣ ଜଳପୃଷ୍ଠରେଖାକୁ ସହଜରେ ଦେଖି ହୁଏ । ଗୋଟିଏ ସରଳ କାଞ୍ଚତାଲିକା କୂପଜଳପୃଷ୍ଠରେଖାର ଉତ୍ତମ ରେକର୍ଡ ସୁନିଶ୍ଚିତ କରିବାରେ ସାହାଯ୍ୟ କରିଥାଏ ।

  1. ଜଳପୃଷ୍ଠରେଖା ଲିପିବଦ୍ଧ କରିବା ପାଇଁ ଗୋଟିଏ ସରଳ ମାପ ଫିତା (ଗୋଟିଏ ମୁଣ୍ଡରେ ଓଳମ ଖଚିତ ହୋଇଥିବା ) କୁ ବ୍ୟବହାର କରାଯାଇପାରେ ।
  2. ଏହା ମାନେ ରଖିବାକୁ ହେବ ଯେ, ମାପ ବିନ୍ଦୁ ଗ୍ରହଣୀୟ ରୂପେ ଭୂମି ପୃଷ୍ଠରେଖାରେ ରହିବା ଆବଶ୍ୟକ ।
  3. ଏହା ମଧ୍ୟ ସୁନିଶ୍ଚିତ କରିବାକୁ ପଡିବ  ଯେ,  ଗୋଟିଏ କୂପର ଜଳପୃଷ୍ଠରେଖାର ସମସ୍ତ ମାପ ପାଇଁ ବିନ୍ଦୁ ଏକ ଅପରିବର୍ତ୍ତନୀୟ ବା ସ୍ଥାୟୀ ସ୍ଥାନରେ ରଖାଯାଇଥିବ ।
  4. ମାପ କରାଯାଉଥିବା ଜଳପୃଷ୍ଠରେଖା ସ୍ଥିରପୃଷ୍ଠରେଖାର ପ୍ରତିନିଧିତ୍ଵ କରୁଥିବ । ଲିପିବର୍ଦ୍ଧ କରାଯାଇଥିବା ଜଳ ପତ୍ତନ ସ୍ଥିରପୃଷ୍ଠରେଖାର ପ୍ରତିନିଧିତ୍ଵ କରୁଥିବ ଏବଂ କୌଣସି କ୍ଷଣସ୍ଥାୟୀ ( ମଧ୍ୟବର୍ତ୍ତୀ) ପମ୍ଫିଙ୍ଗ କିମ୍ବା ପୁନଲାର୍ଭ କରୁଥିବା ଜଳପୃଷ୍ଠରେଖା ହୋଇନଥିବ ।  ଏହା ସୁନିଶ୍ଚିତ କରିବା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।
  5. ବିଦ୍ଧକୂପ ଓ ନଳକୂପର ଜଳପୃଷ୍ଠରେଖାକୁ ଶବ୍ଦସୃଷ୍ଟି କାରୀ କିମ୍ବା ଇଲେକଟ୍ରୋନିକ ଟେପ ସହାୟତାରେ ମାପ କରାଯାଇପାରିବ, ଯେଉଁଠିରେ ଫିତାର ଶେଷ ମୁଣ୍ଡ ଜଳକୁ ସ୍ପର୍ଶ କରିବା କ୍ଷଣି ସୂଚିତ କରିଥାଏ  । ଏକ ଶବ୍ଦ ଅଥବା ଆଲୋକ ସଂଲଗ୍ନି ଜଳ ସହିତ ତାର ସ୍ପର୍ଶର ସୂଚନା ଦେଇଥାଏ ଏବଂ ତାପରେ ମାପବିନ୍ଦୁ ଠାରୁ ଜଳ ପର୍ଯ୍ୟନ୍ତ ଗଭୀରତା ଲିପିବଦ୍ଧ କରାଯାଇ ପଡ଼ିଥାଏ ।
  6. ଅବଶ୍ୟ ଏଭଳି ଏକ ମାପ ସାଧନର ଅଭାବ ପରିସ୍ଥିତିରେ ଗୋଟିଏ ତାର ବା ଦଉଡି ଏବଂ ନଟ ବା ବୋଲଟ ଭଳି ଏକ ସରଳ ସାଧନକୁ ବିଦ୍ଧକୂପ ଭିତରକୁ ପୁରାଯାଇପାରେ , ସେହି ନଟ ବା ବୋଲଟ ଯେତେବେଳେ ଜଳପୃଷ୍ଠରେଖାକୁ ପହଞ୍ଚି ମାଡ କରିବ  , ସେତେବେଳେ ଏକ ଶବ୍ଦ ସୃଷ୍ଟି କରିବ ଯାହାକୁ ସେହିଠାରେ ଦଉଡିରେ ଚିହ୍ନଟ କରାଯିବା ପରେ ଦଉଡିଟିକୁ ବାହାରକୁ କାଢି କୌଣସି ମାପଫିତା ସାହାଯ୍ୟରେ ଉକ୍ତ ଗଭୀରତାକୁ ମାପ କରାଯାଇପାରିବ   ।
  7. ଜଳପୃଷ୍ଠରେଖା ମାପ କରିବା ପାଇଁ ବିଶେଷତଃ ଗଭୀର କୂପଗୁଡିକ ପାଇଁ ଅନ୍ୟ ଏକ ସୁବିଧାଜନକ ପଦ୍ଧତି ହେଉଛି ପଥରପକା କୌଶଳ ବା ପଡୁଥିବା ପଥର କୌଶଳ। ଏଥିରେ ଏକ ସାଧାରଣ ୧.୫୫ ସେମି ବ୍ଯାସ ଗୋଲକ (ମାର୍ବଲ ବା ବାଟି କିମ୍ବା ସମଆକୃତିର ଗୋଡ) କୁ କୂପ ଭିତରକୁ ପକାଯାଇଥାଏ, ଯଦ୍ଵାରା ତାହା ଜଳପୃଷ୍ଠରେ ବାଜିବା ପାଇଁ କେତେ ସମୟ ଲାଗୁଛି ଏବଂ ସେହି ଜଳ ଛାଟିବା ଶବ୍ଦଟି ଭୂମିପୃଷ୍ଠରେ ପହଞ୍ଚିବାକୁ କେତେ ସମୟ ଲାଗୁଛି ତାହା ନିର୍ଦ୍ଧାରଣ କରାଯାଇଥାଏ । ଗୋଟିଏ ବିରାମଘଣ୍ଟା ସହାୟତାରେ ସମୟ ମାପ କରାଯାଏ ଏବଂ ଲାଗିଥିବା ସେହି ମୋଟ ସମୟକୁ ନେଇ ଗୋଟିଏ ଆଦର୍ଶ ସାରଣୀରୁ ଜଳର ଗଭୀରତା ଲିପିବଦ୍ଧ କରାଯାଇପାରେ ।

ଗୋଟିଏ କୂପରେ ପଡୁଥିବା ଗୋଲକ (ମାର୍ବଲ / ବାଟି) ର ଅମୟ ବ୍ୟବଧାନର କାର୍ଯ୍ୟ ସ୍ୱରୂପ ଜଳପୃଷ୍ଠର ଗଭୀରତା ମାପ

ସମୟ (ସେକେଣ୍ଡରେ )

ଦୂରତ୍ଵ(ମିଟରରେ )

ସମୟ (ସେକେଣ୍ଡରେ)

ଦୁରତ୍ଵ (ମିଟରରେ)

୦.୦

୦.୦

୨.୧

୨୦.୦

୦.୧

୦.୦

୨.୨

୨୧.୭

୦୨

୦.୨

୨.୩

୨୩.୫

୦.୩

୦.୪

୨.୪

୨୫.୪

୦.୪

୦.୮

୨.୫

୨୭.୩

୦.୫

୧.୨

୨.୬

୨୯.୩

୦.୬

୧.୮

୨.୭

୩୧.୩

୦.୭

୨.୪

୨.୮

୩୩.୩

୦.୮

୩.୧

୨.୯

୩୫.୪

୦.୯

୪.୦

୩.୦

୩୭.୬

୧.୦

୪.୯

୩.୧

୩୯.୮

୧.୧

୫.୯

୩.୨

୪୨.୧

୧.୨

୭.୧

୩.୩

୪୪.୪

୧.୩

୮.୩

୩.୪

୪୬.୯

୧.୪

୯.୬

୩.୫

୪୯.୨

୧.୫

୧୧.୦

୩.୬

୫୧.୬

୧.୬

୧୨.୪

୩.୭

୫୪.୧

୧.୭

୧୩.୯

୩.୮

୫୬.୭

୧.୮

୧୫.୩

୩.୯

୫୯.୧

୧.୯

୧୬.୮

୪.୦

୬୧.୬

୨.୦

୧୮.୪

୪.୧

୬୪.୩

୫୭ ମିଟରରୁ ଊର୍ଦ୍ଦ୍ଵ ଗଭୀରତା ପାଇଁ ନିମ୍ନ ପ୍ରଦର୍ଶିତ ସମୀକରଣକୁ ବ୍ୟବହାର କରାଯାଇପାରିବ ।

D = ୨୭.୩ t – ୪୭.୬ ଯେଉଁଠି

D = ଜଳ ପର୍ଯ୍ୟନ୍ତ ଗଭୀରତା ମିଟରରେ

T = ସମୟ ବ୍ୟବଧାନ ସେକେଣ୍ଡରେ

ସ୍ଵୟଂକ୍ରିୟ ଜଳପୃଷ୍ଠରେଖା,ରେକର୍ଡର ସାହାଯ୍ୟରେ ଜଳପୃଷ୍ଠରେଖା ମାପିବା ସମ୍ଭବ, ବିଶେଷ ରୂପେ ପର୍ଯ୍ୟବେକ୍ଷଣ କୂପଗୁଡିକରେ, ଯେଉଁଠାରେ ସ୍ୱଳ୍ପକାଳୀନ, ହ୍ରାସବୃଦ୍ଧି ସଂଶ୍ଲିଷ୍ଟ, ଯେପରିକି ସବିରାମପୂର୍ବକ କାର୍ଯ୍ୟକାରୀ ହେଉଥିବା କୂପଗୁଡିକ ପାଇଁ   ।

ଅଧିକ ଜଟିଳ ପରିସ୍ଥିତିରେ, ଯେଉଁଠାରେ ଭିନ୍ନ ଭିନ୍ନ ଜଳପୃଷ୍ଠାରେଖା ବିଶିଷ୍ଟ ଏକାଧିକ ଜଳଭରଗୁଡିକ ରହିଥାଏ,  ସେଠାରେ ଅନେକ ସମୟରେ ପ୍ରତ୍ୟେକ ଜଳଭର ପାଇଁ ଗୋଟିଏ ଗୋଟିଏ ପର୍ଯ୍ୟବେକ୍ଷଣ କୂପ ବେଧନ କରିବା ଆବଶ୍ୟକ ପଡିଥାଏ  । ଏହାଦ୍ଵାରା ନିର୍ଦ୍ଧିଷ୍ଟ ଜଳଭରର ମୁଣ୍ଡ ଉପଯୁକ୍ତ ରୂପେ ପ୍ରତିନିଧିତ୍ଵ କରିପାରେ ।  ବିକଳ୍ପ ରୂପେ, କ୍ଷୁଦ୍ର ଚାପମାପକ ନଳୀଗୁଡିକୁ ନିମ୍ନକୁ ପ୍ରସାରିତ କରି ବିଭିନ୍ନ ଜଳଭରଗୁଡିକର ପୃଷ୍ଠରେଖା ପର୍ଯ୍ୟନ୍ତ ଗୋଟିଏ ବୃହତ୍ତ ଛିଦ୍ରାଳ ଆବରଣୀ ମଧ୍ୟରେ ସ୍ଥାପନ କରାଯାଇଥାଏ । ତା ପରେ ଏହି ଆବରଣୀକୁ ବାଲି ଦ୍ଵାରା ପାଶ୍ଚାତକାରଣ କରାଯାଇଥାଏ ।  ଜଳଭରଗୁଡିକ ମଧ୍ୟରେ ପୃଥକ ପୃଥକ ଭାବରେ ଗ୍ରାଉଟ ଦ୍ଵାରା ବନ୍ଦ କରିଦିଆ ଯାଇଥାଏ   ।

ସାଧାରଣ ଭାବେ ଜଳପୃଷ୍ଠରେଖା ମାପରେ ଦୁଇଟି ଘଟକ ଅନ୍ତର୍ଭୁକ୍ତ ହୋଇଥାଏ   ।

ଜଳ ପର୍ଯ୍ୟନ୍ତ ଗଭୀରତା :

ସରଳ ଭାବରେ, ଏହା ଭୂମିପୃଷ୍ଠରେଖାଠାରୁ ଜଳପୃଷ୍ଠରେଖାର ଗଭୀରତା ଅଟେ ,ଏବଂ ସମସ୍ତ କୂପ ପାଇଁ ପରମ ଧାର୍ଯ୍ୟ ମଧ୍ୟ ।

ଜଳସ୍ତର ପତ୍ତନ :

ଗୋଟିଏ ଜଳଛାୟା କାର୍ଯ୍ୟକ୍ରମରେ ସମଗ୍ର ଜଳଛାୟାର ଜ୍ୟାମିତି ବା ଜଳସ୍ତରର ନିକ୍ଷେପଣ ଜାଣିବା ଆବଶ୍ୟକ ।  ଯେପରି ପୂର୍ବରୁ ଆମେ ଜାଣିଛୁ ଯେ , ଭୂମିପୃଷ୍ଠର ସ୍ଥଳାକୃତି ଉଚ୍ଚନିଜ ଖାଲଢିପ ହୋଇ ରହିଥାଏ । ସାଧାରଣଭାବେ ଜଳସ୍ତର ଏହି ସ୍ଥଳାକୃତି ଅନୁସରଣ କରି ରହିଥାଏ । ମୋଟାମୋଟି ଭାବରେ ଏହା ସ୍ଥଳାକୃତିକ ପରିଚ୍ଛେଦିକା ସହ ସମାନ୍ତର ବୋଲି ସ୍ଵୀକାର କରିନେବାକୁ ପଡିବ । ତେଣୁ ଯଦି ସମଗ୍ର ଜଳଛାୟାରେ ଜଳପୃଷ୍ଠରେଖା ତଥ୍ୟକୁ ପରସ୍ପର ମେଲ କରିବାକୁ ପଡେ,ତେବେ ଜଳପୃଷ୍ଠରେଖାର ଉଚ୍ଚତା (ଆଦର୍ଶ ତଥ୍ୟ ରେଖା ସମ୍ବନ୍ଧରେ ) ଆବଶ୍ୟକ ହୋଇଥାଏ । ସାଧାରଣତହ ଏହି ତଥ୍ୟ ହେଉଛି “ ହାରାହାରି ସମୁଦ୍ର ପତ୍ତନ“ । ଏକ ଆଦର୍ଶ ମାନଚିତ୍ରରେ ଏହି ତଥ୍ୟ ପାଇଁ ସ୍ଥଳାକୃତିକ ସମୋଚ୍ଚରେଖା ପୂର୍ବରୁ ସ୍ଥାପିତ ହୋଇଥାଏ । ତେଣୁ ଯଦି ପ୍ରତ୍ୟେକ କୂପ ଉପରେ ମାପିବାକୁ ଥିବା ବିନ୍ଦୁର ଉଚ୍ଚତାକୁ ଏହି ତଥ୍ୟର ( ଯଦି ଏହାର ଉଚ୍ଚତା ହିସାବ କରାଯାଏ  ) ସ୍ଵୀକୃତ ମାପକାରଣ କରାଯାଏ, ତେବେ ବିଭିନ୍ନ କୂପଗୁଡିକର ଜଳସ୍ତର ପତ୍ତନ ନିର୍ଣ୍ଣୟ କରାଯାଇ ପାରିବ ।  ଏହି ଗଣନା ପାଇଁ ଏକ ସରଳ ସୂତ୍ର ଦିଆଯାଇପାରେ ।

ଜଳପୃଷ୍ଠରେଖା ପତ୍ତନ = ମାପ କରାଯାଉଥିବା ବିନ୍ଦୁର ଉଚ୍ଚତା - ଜଳର ଗଭୀରତା(ହ୍ରାସ ପୃଷ୍ଠରେଖା) (ହାରାହାରି ସମୁଦ୍ର ପତ୍ତନ ଉପରେ) (ମାପ କରାଯାଉଥିବା ବିନ୍ଦୁଠାରୁ)

ଜଳସ୍ତର ପତ୍ତନର ମୂଲ୍ୟକୁ ହ୍ରାସ ପୃଷ୍ଠରେଖା କିମ୍ବା  ହ୍ରାସ ଜଳପୃଷ୍ଠରେଖା କୁହାଯାଏ । ଗୋଟିଏ ମାନଚିତ୍ରରେ ଏହି ହ୍ରାସ ପୃଷ୍ଠରେଖା ବା ଜଳସ୍ତର ପତ୍ତନ  ଜଳପୃଷ୍ଠରେଖା ତଥ୍ୟ ପ୍ରତିସ୍ଥାପନ ନିମନ୍ତେ ବ୍ୟବହାର କରାଯାଇଥାଏ । ଗୋଟିଏ ଜଳଛାୟା ଅନ୍ତର୍ଗତ ଏକାଧିକ କୂପ ପାଇଁ ବାହାର କରାଯାଇଥିବା ଏଭଳି ମୂଲ୍ୟ ଜଳସ୍ତର ସମୋଚ୍ଚ ରେଖା ଅଙ୍କିବା ପାଇଁ ବ୍ୟବହାର  କରାଯାଏ, ଯେଉଁଥିରେ ପ୍ରତ୍ୟେକ ସମୋଚ୍ଚରେଖା ହ୍ରାସ ପୃଷ୍ଠରେଖାର ସମାନ ମୂଲ୍ୟର ପ୍ରଦର୍ଶନ କରିଥାଏ । ଗୋଟିଏ ଜଳସ୍ତର ସମୋଚ୍ଚରେଖା ମାନଚିତ୍ର ଭୂତଳଜଳସ୍ତରର ପୃଷ୍ଠଭାଗ ସମ୍ବନ୍ଧିତ ଧାରଣା ହେଉଥାଏ, ଠିକ ଯେପରି ସ୍ଥଳାକୃତିକ ସମୋଚ୍ଚରେଖା ଭୂମିପୃଷ୍ଠକୁ ଦର୍ଶାଯାଇଥାଏ ।

କେତେ ଅନ୍ତରାଳରେ ଜଳପୃଷ୍ଠରେଖା ଗୁଡିକର ପର୍ଯ୍ୟବେକ୍ଷଣ

ପର୍ଯ୍ୟବେକ୍ଷଣ ଆବୃତ୍ତି ଓ ଆବର୍ତ୍ତୀ ଘଟନଶୀଳତା ଜଳପୃଷ୍ଠରେଖା ପର୍ଯ୍ୟବେକ୍ଷଣ ଉଦ୍ଦେଶ୍ୟ ଉପରେ ନିର୍ଭର କରେ   । ଦୃଷ୍ଟାନ୍ତମୂଳକ ଭାବେ , ଯଦି ଉପକୁଳବର୍ତ୍ତୀ ଅଞ୍ଚଳର ଲବଣତା ସମ୍ବନ୍ଧିତ ଅନୁଧ୍ୟାନ କରାଯାଏ, ତେବେ ସେଥିପାଇଁ ଘଣ୍ଟାରେ ଠାରେ ଅଥବା ନିରନ୍ତର ଭାବରେ ପର୍ଯ୍ୟବେକ୍ଷଣ ବଞ୍ଚିତ ହୋଇଥାଏ   । ଯଦିଓ ଜଳଛାୟା କାର୍ଯ୍ୟକ୍ରମଗୁଡିକ ସମସ୍ତ ଭୂତଳଜଳ ପୃଷ୍ଠରେଖାର ଏକ ମାସିକ ରେକର୍ଡ ଅତ୍ୟନ୍ତ ଉପଯୋଗୀ , ତଥାପି ଯେଉଁ ଋତୁକାଳୀନ ହ୍ରାସବୃଦ୍ଧି ଘଟିଥାଏ ତାହା ବୁଝିବା ଆବଶ୍ୟକ  ।  ଯେଉଁ ଅଞ୍ଚଳରେ ଗୋଟିଏ ମୌସୁମୀକାଳ ହୋଇଥାଏ , ସେଠାରେ ସାଧାରଣତଃ ମୌସୁମୀ ଓ ପର ସମୟରେ ଦୁଇଥର ମାପ ନିଆଯାଇଥାଏ   । ଦୁଇଟି ମୌସୁମୀ ମଧ୍ୟବର୍ତ୍ତୀ ଶୁଷ୍କ ଅବଧି ଦ୍ଵାରା ବିଭାଜିତ ହେବା ସ୍ଥଳେ ,ହ୍ରାସବୃଦ୍ଧି ନିର୍ଣ୍ଣୟ କରିବା ନିମନ୍ତେ ଚାରିଥର କିମ୍ବା ତଦୁର୍ଦ୍ଧ୍ଵ ମାପ ନେବା ଆବଶ୍ୟକ  ହୋଇଥାଏ   ।  ଅବଶ୍ୟ ଏହି ସମାନ ବ୍ୟତୀତ ଅନ୍ୟ ସମୟରେ ମଧ୍ୟ ମାପ ଲିପିବଦ୍ଧ କରାଯିବା ସର୍ବୋକ୍ରୁଷ୍ଟ ଅଟେ , କାରଣ ସାଧାରଣଭାବରେ ଭୂତଳଜଳ ଜଣାଶୁଣା ସେଚନ ସମୟ ଶୁଷ୍କ କାଳରେ ଭୂତଳଜଳର ପ୍ରବୃତ୍ତି ଉପରେ ଜଳ ବିନିଯୋଗର ପ୍ରଭାବ ଅଧିକ ସ୍ପଷ୍ଟ ହୋଇ ପାରିବ   ।

ମାପର ସମାୟାନୁବର୍ତ୍ତିତା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ଅଟେ   । ଯଦି ଏହି ସମୟାନୁବର୍ତ୍ତିତ ଠିକ ହୋଇ ନଥାଏ , ତେବେ ସର୍ବନିମ୍ନ ଓ ସର୍ବୋଚ୍ଚ ପୃଷ୍ଠରେଖାଗୁଡିକ ଉପେକ୍ଷିତ ହୋଇଥାନ୍ତି, ବିଶେଷକରି ପୂର୍ବୋକ୍ତ କ୍ଷେତ୍ରରେ  କାରଣ ପ୍ରଥମ କେତୋଟି ବୃଷ୍ଟିପାଟ ପରେ ଜଳପୃଷ୍ଠରେଖା ହ୍ରାସ ପାଇବା ଆରମ୍ଭ ହୋଇଥାଏ ଏବଂ ମୃତ୍ତିକାରେ ଆର୍ଦ୍ରତାର ଅଭାବ ଘଟିବା ପର୍ଯ୍ୟନ୍ତ ଆବ୍ୟହିତ ରହେ   । ଏଭଳି ସମୟରେ (ମୌସୁମୀର ଆରମ୍ଭ ଓ ଶେଷ କାଳରେ ) ମାପଗୁଡିକର ଆବୃତ୍ତିରେ ବୃଦ୍ଧି କରାଯିବା ବିଧେୟ  ।

ଜଳପୃଷ୍ଠରେଖା ତଥ୍ୟ ନିର୍ଣ୍ଣୟନ

ଏକକ କୂପରେ ଜଳପୃଷ୍ଠରେଖା ତଥ୍ୟକୁ ଜଳାଲେଖ ରେ ଦର୍ଶାଯାଇ ପାରେ । କଳାଲେଖଗୁଡିକ ସମୟାନୁଯାୟୀ ଜଳପୃଷ୍ଠରେଖାର ଉଚ୍ଚତା କିମ୍ବା ଦତ୍ତତଥ୍ୟ ପୃଷ୍ଠଭାଗ (ସାଧାରଣତଃ ହାରାହାରି ସମୁଦ୍ର ପତ୍ତନ )ରୁ ଜଳପୃଷ୍ଠଭାଗର ଗଭୀରତା ବର୍ଣ୍ଣନା କରିଥାଏ । ଏହି ଜଳାଲେଖଗୁଡିକ ଭୂତଳଜଳର ପୁନଃଭରଣ ଓ ନିର୍ଗମନର ଅବଧି ଦର୍ଶାଯାଇଥାଏ ।  ଜଳପୃଷ୍ଠରେଖା ତଥ୍ୟ ଜଳଭରର ଭଣ୍ଡାରଣ ଗୁଣାଙ୍କ ସହିତ ସଂଯୁକ୍ତ ହୋଇ ଭୂତଳଜଳ ଭଣ୍ଡାରଣରେ ଘଟୁଥିବା ପରିବର୍ତ୍ତନର ହାର ମଧ୍ୟ ଦର୍ଶାଯାଇଥାଏ ।ଏହି ପରିବର୍ତ୍ତନ ଜଳଭର ମଧ୍ୟକୁ ପୁନଃଭରଣ ଓ ତନ୍ମଧରୁ ନିର୍ଗମନକୁ ପ୍ରତିଫଳିତ କରିଥାଏ ।

ଜଳପୃଷ୍ଠରେଖା ତଥ୍ୟ ଜଳଛାୟାର ପରିଚ୍ଛେଦିକା କିମ୍ବା ପ୍ରସ୍ଥଚ୍ଛେଡ ମଧ୍ୟରେ ବର୍ଣ୍ଣନା କରାଯାଇପାରେ । ଏଗୁଡିକ ମଧ୍ୟରେ ଜଳସ୍ତର କିମ୍ବା ପିଜୋମିଟରର ପୃଷ୍ଠଭାଗ ଓ ଭୂମିର ପୃଷ୍ଠଭାଗ ଆପେକ୍ଷିକ ସ୍ଥାନ ପ୍ରତୀୟମାନ ହୋଇଥାଏ । ଅବଶ୍ୟ ଏଭଳି ପରିଚ୍ଛେଦିକାର ପ୍ରଦର୍ଶନ ବିଶେଷତଃ ଭୂପୃଷ୍ଠ ଜଳଭାଗ ଭଳି ସମ୍ପୃକ୍ତ ଆକୃତିଗୁଡିକର ମାନକ ଓ ଉପସ୍ଥାପନ, ନିର୍ଭୁଲ ହୋଇଥିବା ଆବଶ୍ୟକ  ।  ଏଭଳି ପରିଚ୍ଛେଦିକାର ନିୟମିତ ପ୍ରକାରଗୁଡିକ ମଧ୍ୟ ଭୂତଳଜଳ ପ୍ରବାହର ପରିମାଣାତ୍ମକ ଆକଳନ ତଥା ଜଳଭର ଚରିତ୍ରଗୁଡିକର ନିର୍ଦ୍ଧାରଣ ପାଇଁ ବିଭିନ୍ନ ପଦ୍ଧତିଗୁଡିକରେ ଉପଯୋଗ କରାଯାଇଥାଏ   ।

ଯେପରି କି ପୂର୍ବରୁ ଉଲ୍ଲେଖ କରାଯାଇଛି, ଜଳପୃଷ୍ଠରେଖା ତଥ୍ୟକୁ ମଧ୍ୟ ଜଳର ଗଭୀରତା, ଜଳପୃଷ୍ଠରେଖା ଉଚ୍ଚତା ପ୍ରଦର୍ଶନ କରୁଥିବା ମାନଚିତ୍ରଗୁଡିକରେ ଏବଂ ଜଳସ୍ତର ହ୍ରାସବୃଦ୍ଧି ମାନଚିତ୍ରଗୁଡିକରେ ପ୍ରତିସ୍ଥାପନ କରିବା ପାଇଁ ବ୍ୟବହାର କରାଯାଇପାରେ । ଯେଉଁ ଠାରେ ଭୂମିପୃଷ୍ଠଭାଗ ଓ ଜଳପୃଷ୍ଠରେଖାର ଆପେକ୍ଷିକ ଅବସ୍ଥାନ ସଙ୍କଟଜନକ ଭାବେ ଗୁରୁତ୍ଵପୂର୍ଣ୍ଣ , ସେଠାରେ ଜଳାବଦ୍ଧିତ ଓ କୃତ୍ରିମ ପୁନଃଭରଣ ସମସ୍ୟାଗୁଡିକ ସହିତ ଜଡିତ କାର୍ଯ୍ୟ କରିବା ଦିଗରେ ଜଳର ଗଭୀରତା ମାନଚିତ୍ରଗୁଡିକ ଉପଯୋଗୀ ହୋଇଥାଏ  । ଜଳପୃଷ୍ଠରେଖାର ହ୍ରାସ ବୃଦ୍ଧି ମାନଚିତ୍ରଗୁଡିକ କେନାଲ ସେଚିତ ଅଞ୍ଚଳର ଜଳଭରର ଭଣ୍ଡାରଣ ପରିବର୍ତ୍ତନ ଆକଳନ ପାଇଁ ଗୁରୁତ୍ଵପୂର୍ଣ୍ଣ । କାରଣ ହୁଏତ ବର୍ଷକୁ ବର୍ଷ ଜଳପୃଷ୍ଠରେଖାର ମୋଟ ବୃଦ୍ଧି ଘଟିପାରେ, ଯାହା ଏଭଳି ମାନଚିତ୍ରରୁ ସ୍ପଷ୍ଟ ହୋଇପାରେ ।  ଜଳସ୍ତର / ଚାପବିଶିଷ୍ଟ ସମୋଚ୍ଚରେଖା ମାନଚିତ୍ର ଆଧାର ସାଜିଥାଏ, ଯାହା ଉପରେ ଭୂତଳଜଳ ପ୍ରବାହର ଆକଳନ କରାଯିବା ସଙ୍ଗେ ସଙ୍ଗେ ଜଳଭରଗୁଡିକ ପୁନଃଭରଣ ଉତ୍ସ ଓ ନିର୍ଗମନ ଅଞ୍ଚଳ ସହିତ ଅନ୍ତସଂଯୋଗ ମଧ୍ୟ କରାଯାଇଥାଏ   ।

ଗୋଟିଏ ଜଳଛାୟା କାର୍ଯ୍ୟକ୍ରମରେ ଜଳପୃଷ୍ଠରେଖା ପର୍ଯ୍ୟବେକ୍ଷଣ ନିର୍ଦ୍ଧିଷ୍ଟ ରୂପେ ଗୁରୁତ୍ଵପୂର୍ଣ୍ଣ । କାରଣ ଏହା କେବଳ ଜଳଭରର ଜଳପୃଷ୍ଠ ରେଖାରେ ଋତୁଭିତ୍ତିକ ଧାରା ସୂଚିତ କରେ ନାହିଁ ବରଂ ଏହା ଜଳଛାୟା କାର୍ଯ୍ୟକ୍ରମଗୁଡିକରେ ଆରମ୍ଭ କରାଯାଇଥିବା ସାଧନୋପାୟ ଗୁଡିକର ପ୍ରଭାବର ମୂଲ୍ୟାୟନ ପାଇଁ ମଧ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ମାନଦଣ୍ଡ ହୋଇଥାଏ ।   ଜଳପୃଷ୍ଠରେଖାଗୁଡିକ ଜଳଭରଗୁଡିକର ପୁନଃଭରଣ ବୃଦ୍ଧି ନିମିତ୍ତ ଗ୍ରହଣ କରାଯାଉଥିବା ବିଭିନ୍ନ ସାଧନୋପାୟର ପ୍ରଭାବବଶତଃ ପୁନଃଭରଣରେ ପରିବର୍ତ୍ତନ ଘଟିଥିବା ଅଥବା ଅତିରିକ୍ତ ଭୂତଳଜଳ ବିକାଶ କାର୍ଯ୍ୟକ୍ରମ ଗ୍ରହଣ ହେତୁ କିମ୍ବା ପାନୀୟଜଳ ଉତ୍ସ ଉପରେ ଜଳସେଚନ ଅଭ୍ୟାସ ପ୍ରକ୍ରିୟାର ପ୍ରଭାବ ଯୋଗୁଁ ଜଳଭର ଭଣ୍ଡାରଣରେ ଘଟିଥିବା ପରିବର୍ତ୍ତନ ସମ୍ବନ୍ଧରେ ସୂଚିତ କରିପାରନ୍ତି । ଦୀର୍ଘକାଳୀନ ଭିତ୍ତିରେ ଜଳପୃଷ୍ଠରେଖା ପର୍ଯ୍ୟବେକ୍ଷଣ, ଅସ୍ଵାଭାବିକ ଜଳସ୍ତର ହ୍ରାସ ନିୟନ୍ତ୍ରଣ ଦ୍ଵାରା ଜଳଛାୟା ସାଧନୋପାୟଗୁଡିକ ଭୂତଳଜଳ ପ୍ରବୃତ୍ତିକୁ ଲାଭ ପହଞ୍ଚାଇ ପାରିଥିବା କିମ୍ବା ଏଭଳି ସାଧନୋପାୟଗୁଡିକ ଜଳଛାୟାରେ କେତେକ ଅଞ୍ଚଳରେ ଜଳାବଦ୍ଧ ଭଳି ପ୍ରତିକୂଳ ପ୍ରଭାବ ପକାଇଥିବା ସମ୍ବନ୍ଧରେ ମଧ୍ୟ ସୂଚନା ଦେଇପାରେ।

ଜଳଛାୟା ମଧ୍ୟରେ ଭୂତଳଜଳ ଭଣ୍ଡାରଣ ଓ ସଂଚାଳନ

ଗୋଟିଏ ଜଳଭର ଦୁଇଟି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ସଂପାଦାନ କରିଥାଏ - ପ୍ରଥମତଃ ଭଣ୍ଡାରଣ କାର୍ଯ୍ୟ ଏବଂ ଦ୍ଵିତୀୟରେ ସଞ୍ଚାଳନ (ପ୍ରବାହ ) ର ବାହିକା (ଅପବାହ) କାର୍ଯ୍ୟ । ଶିଳାବସ୍ତୁ ସ୍ଥାନ ଓ ଅନ୍ତର୍କଣାଗୁଡିକୁ ଅନ୍ତର୍ଭୁକ୍ତ କରିଥାଏ, ଯାହାକି ସଂଗୃହିତ ହେବା ପାଇଁ ଭଣ୍ଡାର ସ୍ଥଳର ଭୂମିକା ଗ୍ରହଣ କରିଥାଏ । କେତେକ ସ୍ଥଳରେ ଏହି ସ୍ଥାନ ବା ଅନ୍ତର୍କଣାଋ ସଂଯୁକ୍ତ ହୋଇଥାନ୍ତି ଏବଂ ସ୍ଥାନୀୟ ଜଳଶକ୍ତି ଚାଳିତ କ୍ରମନିମ୍ନତା ବଶତଃ ଜଳକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅନ୍ୟ ସ୍ଥାନକୁ ଗତି କରିବାକୁ ଦେଇଥାନ୍ତି   ।

ଜଳଶକ୍ତି ଚାଳିତ କ୍ରମନିମ୍ନତା : ଏହା ଏକ ପ୍ରଦତ୍ତ ଦିଗରେ ପ୍ରବାହର ମୋଟ ଦୁରତ୍ଵ ପ୍ରତି ଏକକ “ମୁଣ୍ଡ” ପରିବର୍ତ୍ତନର ହାର ଅଟେ  । ମୁଣ୍ଡ(ପରିଭାଷା) ଜଳର ଉଚ୍ଚତା, ଚାପ କିମ୍ବା ବେଗ ଯୋଗୁଁ ବସ୍ତୁତ୍ଵରେ ରହିଥିବା ଶକ୍ତି ।

ଗୋଟିଏ ଜଳଭର ମଧ୍ୟରେ ଜଳର ଗତି ହାର ବିବିଧଭାବରେ କେଇ ମିଟର ପ୍ରତି ଦିନ କିମ୍ବା ଅଧିକ ଦ୍ରୁତତାର ହୋଇପାରେ ପ୍ରାୟତଃ ଜଳଭର ମଧ୍ୟରେ ରହିଥିବା ଜଳ ଅସ୍ଥାୟୀ ଭଣ୍ଡାରଣରେ ରହିଥାଏ ଏବଂ ଏଥିରେ ଅଧିକତର ଭାଗ ଯଦି ବିନିଯୋଗ ନ ହୁଏ ତେବେ ଝରଣା, ନଦୀ , ହ୍ରଦ ଓ ସମୁଦ୍ରକୁ ଯାଇ ନଷ୍ଟ ହୋଇଯାଇପାରେ । ଅବଶ୍ୟ ଏହା ହୃଦୟଙ୍ଗମ କରିବା ଗୁରୁତ୍ଵପୂର୍ଣ୍ଣ ଯେ, ଭୂତଳଜଳ ବିନିଯୋଗ ନିଶ୍ଚିତ ରୂପେ ଯଥେଷ୍ଟ କାର୍ଯ୍ୟକ୍ଷମ ହେବା ଆବଶ୍ୟକ, ଯେପରିକି ଜଳଭର ମଧ୍ୟକୁ ଅନ୍ତର୍ବାହ ଓ ତନ୍ମଧ୍ୟରୁ ନିର୍ଗମନ ସ୍ରୋତ ମଧ୍ୟରେ ରହିଥିବା ସୂକ୍ଷ୍ମ ସନ୍ତୁଳନ ସଙ୍କଟାପନ୍ନ ନ ହୁଏ ।

ସମଗ୍ର ବିଶ୍ଵରେ ବିଭିନ୍ନ ଭୂତଳଜଳ ପରିବେଶଗୁଡିକର ସବିଶେଷ ଅଧ୍ୟୟନ ଦର୍ଶାଏ ଯେ, କଲଭରଗୁଡିକର ଉନ୍ମୋକ୍ତପଥ ଗୁଡିକ ତିନୋଟି ଭୂତତ୍ଵ ଆଧାରିତ ବର୍ଗରେ ଶ୍ରେଣୀଭୁକ୍ତ କରାଯାଇପାରେ   ।

  1. ବାଲୁକାପଥର ଏବଂ ବାଲି ଗେରେଡା ସ୍ତରସମୂହର ଏକକ କନିକାଗୁଡିକ ମଧ୍ୟରେ ଥିବା ଉନ୍ମୋକ୍ତପଥ  ।
  2. ଆଗ୍ନେୟ ଓ ରୂପାନ୍ତରିତ ଶିଳା ଅନ୍ତର୍ଭୁକ୍ତ କ୍ଷୁଦ୍ର, ହିମଫାଟ, ଯୋଡ, ଫାଟ ଏବଂ ବାଷ୍ପଗର୍ତ୍ତ
  3. ଚୂନପଥର ଓ ଡୋଲୋମାଇଟ ମଧ୍ୟରେ  ଥିବା ଦ୍ରବଣ ନଳୀ, ଭୂଗହ୍ଵର ଓ ଉନ୍ମୋକ୍ତପଥ   ।

ଯେହେତୁ ଗୋଟିଏ ଜଳଭରର ଜଳଶକ୍ତି ଚାଳିତ ଚରିତ୍ରରେ ଶିଳା କିମ୍ବା ଅବକ୍ଷେପଗୁଡିକ ମଧ୍ୟରେ ଉନ୍ମୋକ୍ତପଥଗୁଡିକର ଆକୃତି ସେଗୁଡିକର ଆକାର , ଆୟତନ ଓ ଅନ୍ତସଂଯୋଗ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ, ତେଣୁ ଜଳଛାୟା କାର୍ଯ୍ୟକ୍ରମଗୁଡିକରେ ଏଭଳି ବାହିକାଗୁଡିକ ଅନ୍ତର୍ଭୁକ୍ତ ଜଳର ଭଣ୍ଡାରଣ ଓ ସଂଚାଳନ ସମ୍ବନ୍ଧରେ ସଠିକ ଭାବରେ ବୁଝିବାରେ ଉନ୍ନତି ଘଟାଇବା ଆବଶ୍ୟକ   ।

ଭଣ୍ଡାରଣ :

ଜଳଭରର ଭଣ୍ଡାରଣ କାର୍ଯ୍ୟ ସମ୍ପର୍କିତ ଦୁଇଟି ଗୁରୁତ୍ଵପୂର୍ଣ୍ଣ ଗୁଣ ହେଉଛି ସଛିଦ୍ରତା ଓ ବିଶିଷ୍ଟ ଉପଜ ।  ଜଳବାହୀ ସ୍ତରର ସଛିଦ୍ରତା ଆୟତନର ସେହି ଭାଗ ଦ୍ଵାରା ନିର୍ଦ୍ଧାରିତ ହୋଇଥାଏ ଯେଉଁତିରେ ଉନ୍ମୋକ୍ତ ପଥ ବା ଛିଦ୍ରଗୁଡିକ ରହିଥାଏ । କେତେ ପରିମାଣର ଭୂତଳଜଳ ଏକ ସଂତୃପ୍ତ ମାଧ୍ୟମ ମଧ୍ୟରେ ସଞ୍ଚିତ ହୋଇ ରହିବ , ତାହାର ଏକ ସୂଚକ ହେଉଛି ସଛିଦ୍ରତା  । ସାଧାରଣଭାବେ, ଏହାକୁ ବସ୍ତୁର ସାମଗ୍ରିକ ଆୟତନର ଶତକଡା ଭାଗ ହାରରେ ପ୍ରକାଶ କରାଯାଇଥାଏ   ।

ସଛିଦ୍ରତା   :

ଏହା ଗୋଟିଏ ଶିଳା ମଧ୍ୟରେ ଥିବା ସମସ୍ତ ଶୂନ୍ୟ ସ୍ଥାନ ଗୁଡିକର ମୋଟ ଅଟେ । ଏହାକୁ ଶିଳାର ସାମଗ୍ରିକ ଆୟତନର ଶତକଡା ହାରରେ ପ୍ରକାଶ କରାଯାଏ । (ସମସ୍ତ ସ୍ଥାନଗୁଡିକ ଅନ୍ତସଂଯୁକ୍ତ  ହୋଇନଥାଏ , ତେଣୁ ସେଗୁଡିକ ଆବଶ୍ୟକ ରୂପେ ଜଳ ଧାରଣ କରିପାରନ୍ତି ନାହିଁ କି ସଞ୍ଚାଳିତ କରିନଥାନ୍ତି ) ।

ଅବଶ୍ୟ ଆମେ ସେହି ସ୍ଥାନଗୁଡିକ ଅନ୍ତର୍ଗଣାମାନଙ୍କ ସମ୍ପର୍କରେ ଅଧିକ ଆଗ୍ରହାନ୍ୱିତ ହେବା, ଯେଉଁଗୁଡିକ ଜଳ ଧାରଣ କରିପାରନ୍ତି ତଥା ଅନ୍ତଃସଂଯୁକ୍ତ ହୋଇଥାନ୍ତି । ଶିଳାର ଏହି ଅନୁପାତ , ଯେଉଁଥିରେ ଅନ୍ତଃସଂଯୁକ୍ତ ଛିଦ୍ରଗୁଡିକ ରହିଥାଏ । ତାକୁ ପ୍ରଭାବୀ ସଛିଦ୍ରତା କୁହାଯାଏ । ତେଣୁ , ସଚ୍ଚିଦ୍ରତା = (ଛିଦ୍ର ସ୍ଥାନର ଆୟତନ/ସାମଗ୍ରିକ କଠିନବସ୍ତୁ ଆୟତନ) X ୧୦୦

ଉଦାହାରଣ ସ୍ୱରୂପ, ଯଦି ୧ ଘନମିଟର ବାଲି  ୦.୩ ଘନମିଟର ଶୂନ୍ୟସ୍ଥାନ ବା ଛିଦ୍ରଧାରଣ କରିଥାଏ , ତେବେ ଏହାକୁ ସଚ୍ଚିଦ୍ରତା ହେବ ୩୦%  ।  ( ଏହାକୁ ମଧ୍ୟ ଅଂସ ରୂପେ ଦର୍ଶାଯାଇଥାଏ, ଯେପରିକି ୦.୩ )

ଦୃଢୀଭୂତ ଓ ଅଦୃଢୀଭୂତ ବସ୍ତୁଗୁଡିକ ପାଇଁ ସାଧାରଣ ସଛିଦ୍ରତା  ।

ନାବଦ୍ଧିତ  ଅପେକ୍ଷିପ

ସଛିଦ୍ରତା (%)

ଆବଦ୍ଧିତ ଶିଳା

ସଚ୍ଚିଦ୍ରତା (%)

ପଙ୍କ ବା କର୍ଦ୍ଦମ

୪୫-୫୫

ବାଲିଆପଥର

୫-୩୫

ପଟୁ

୩୫-୫୦

ଚୂନପଥର ଓ ଡୋଲୋମାଇଟ (ମୌଳିକ ଓ ଗୌଡ ସଛିଦ୍ରତା)

୧-୧୦

ବାଲି

୨୫-୪୦

କର୍ଦ୍ଦମପଥର

୦-୧୦

ଗେରେଡା

୨୫-୪୦

ଫାଟବିଶିଷ୍ଟ ସ୍ପଟିକୀୟ ଶିଳା

୦-୧୦

ବାଲି ଓ ଗେରେଡା

୧୦-୩୫

ପୁଟିକୀୟ ବାସାଲଟ

୧୦-୫୦

ହିମକ ସୂକ୍ଷ୍ମ ମୃତ୍ତିକା

୧୦-୨୫

ସଘନ , କଠିନ ଶିଳା

<୧୦

ଯଦିଓ କଳଭାର ଏକ ଅଂଶରେ ସଞ୍ଚିତ ରହୁଥିବା ଜଳର ଆୟତନ ଆମ ଆଗ୍ରହର କେନ୍ଦ୍ର, ତଥାପି ଏହା ଜାଣିବା ଗୁରୁତ୍ଵପୂର୍ଣ୍ଣ ଯେ, ଏହି ଆୟତନରୁ ପ୍ରକୃତରେ ଆମ ବିନିଯୋଗ ପାଇଁ କେତେ ପରିମାଣର ଜଳ ଜଳଭାର ଦ୍ଵାରା ନିଷ୍କାସନ ହୋଇପାରିବ । ଜଳର ଏହି ନିଃସାରଣ, ଜଳଭାରର ପ୍ରତି ଏକକ କ୍ଷେତ୍ରଫଳ, ସାଧାରଣ ଭାବରେ ମୁଣ୍ଡ ମଧ୍ୟରେ ଆୟତନ ପ୍ରତି ଏକକ ପରିବର୍ତ୍ତନ ଅଟେ, ଅର୍ଥାତ ଜଳମୁଣ୍ଡରେ ପରିବର୍ତ୍ତନ ।

ଅଭିକର୍ଷ ଶକ୍ତି ମାଧ୍ୟମରେ ସଂତୃପ୍ତ ଶିଳାରୁ ଜଳ ନିର୍ଗମ ହୋଇଥାଏ । ଶିଳାବସ୍ତୁ ନିଜ ଛିଦ୍ର ମଧ୍ୟରେ ସଞ୍ଚିତ ରଖିଥିବା ଜଳର କେବଳ ଏକ ଅଂଶ ଛାଡିଥାଏ । ଗୋଟିଏ ଅନାବଦ୍ଧିତ ଜଳଭାର କ୍ଷେତ୍ରରେ ଭଣ୍ଡାରଣରୁ ଏହି ନିଃସାରଣକୁ ବିଶିଷ୍ଟ ଉପଜ କୁହାଯାଏ ।

ଅଭିକର୍ଷ ଅଧିକ ଅଭାଗ ଜଳ ନିଷ୍କାସିତ କରୁଥିବା ସତ୍ତ୍ୱେ ଭଣ୍ଡାର ମଧ୍ୟରେ ରହିଥିବା ଜଳର କିଛି ଭାଗ ଶିଳାବସ୍ତୁର ଛିଦ୍ରଗୁଡିକରେ ରାହିଜାଇପାରେ । ଏହାର କାରଣ ହେଉଛି, ଆଣବିକ ଆକର୍ଷଣ ଶକ୍ତି ଓ କୈଶିକତା । ଜଳର ଏହି ପରିମାଣକୁ ବିଶିଷ୍ଟ ଧାରଣ କୁହାଯାଏ । ଆପେକ୍ଷପ କଣିକାର ହାରାହାରି ଆକାର କ୍ଷୁଦ୍ରତାର ହେଲେ ଧାରଣର ଶତକଡା ଭାଗ ବୃହତ୍ତର ହୋଇଥାଏ । ବଡ କଣିକା (ବୃହତ୍ତର କଣିକା ଆକାର) ବୃହତ୍ତର ବିଶିଷ୍ଟ ଉପଜ ପ୍ରେରଣ କରିଥାଏ । ଅନ୍ୟ ଶବ୍ଦରେ, ଯଦିଓ ଦୁଇଟି ଅବକ୍ଷେପ ସମାନ ସଚିଦ୍ରତାବିଶିଷ୍ଟ ହୋଇଥାଏ, ତଥାପି କ୍ଷୁଦ୍ରତାର କଣିକାର ଅବକ୍ଷେପ ତୁଳନାରେ ବୃହତ୍ତର କଣିକାର ଅବକ୍ଷେପ ଉଚ୍ଚତାର ବିଶିଷ୍ଟ ଉପଜ ପ୍ରେରଣ କରିବ ।

ବିଭିନ୍ନ ଶିଳା ଓ ଶିଳାବସ୍ତୁ ପାଇଁ ପ୍ରତିନିଧି ସ୍ଵରୂପୀ ବିଶିଷ୍ଟ ଉପଜ ସୀମା

ଅବକ୍ଷେପ

ବିଶିଷ୍ଟ ଉପଜ %

ପଙ୍କ ବା କର୍ଦ୍ଦମ

୩ ପର୍ଯ୍ୟନ୍ତ

ବାଲି

୧୦-୩୦

ଗେରେଡା

୧୫-୩୦

ବାଲି ଓ ଗେରେଡା

୧୫-୨୫

ବାଲିପଥର

୫-୧୫

କର୍ଦ୍ଦମପଥର

୦.୫

ଚୂନପଥର

୦.୫

ସଂଗୃହିତ - ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top