ହୋମ / ଶକ୍ତି / ପରିବେଶ / ଜଳର ଧର୍ମ
ସେଆର କରନ୍ତୁ

ଜଳର ଧର୍ମ

ଜଳ ଏକ ଉତ୍ତମ ଦ୍ରାବକ ।ଦ୍ରବ ଓ ଦ୍ରାବକକୁ ନେଇ ଦ୍ରବଣ ଗଠିତ ଯେଉଁଥିରେ ଦ୍ରାବକର ପରିମାଣ ଅଧିକ ଥାଏ । ତେଣୁ ଜଳ ଏକ ବୌଶ୍ଵିକ ଦ୍ରାବକହିସାବରେ ପରିଚିତ ।

ଉପକ୍ରମ

  1. ଦ୍ରାବକ (Solvent) : ଜଳ ଏକ ଉତ୍ତମ ଦ୍ରାବକ । ଦ୍ରବ ଓ ଦ୍ରାବକକୁ ନେଇ ଦ୍ରବଣ ଗଠିତ ଯେଉଁଥିରେ ଦ୍ରାବକର ପରିମାଣ ଅଧିକ ଥାଏ । ଏହା ଅନେକ ଦ୍ରବକୁ  ଦ୍ରବଣରେ ପରିଣତ କରିଥାଏ । ତେଣୁ ଜଳ ଏକ ବୌଶ୍ଵିକ ଦ୍ରାବକ (Universal Solvent) ହିସାବରେ ପରିଚିତ ।
  2. ସ୍ବଚ୍ଛତା (Transparency) : ଜଳ ହେଉଛି ଏକ ସ୍ଵଚ୍ଛ ମାଧ୍ୟମ, ଯାହାଦ୍ୱାରା ଆଲୋକ ରଶ୍ମୀ ସହଜରେ ସମୁଦ୍ର, ହ୍ରଦ ଓ ଜଳାଶୟର ନିମ୍ନଭାଗରେ ଥିବା ଉଦ୍ଭିଦ ପାଖରେ ପହଞ୍ଚିପାରେ । ସୌରରଶ୍ମି ସାହାଯ୍ୟରେ ଜଳଜ ଉଦ୍ଭିଦଗୁଡିକ ଆଲୋକ ସଂଶ୍ଳେଷଣ କରିପାରନ୍ତି ।
  3. ଚାପ (Pressure) : ଜଳର ଗଭୀରତା ବଢିବା ସଙ୍ଗେ ସଙ୍ଗେ ଚାପର ବୃଦ୍ଧି ହୋଇଥାଏ । ଏହି ଚାପ ବିଭିନ୍ନ ଜଳଜ ଉଦ୍ଭିଦ ଓ ପ୍ରାଣୀମାନଙ୍କର ଶରୀର ଗଠନରେ ପ୍ରଭାବ ପକାଇଥାଏ ।
  4. ପୃଷ୍ପତାନ (Surface Tension) : ଜଳର ନିଜର ଅଣୂଗୁଦ୍ଦିକ ଦ୍ଵାରା ବିସ୍ତାରିତ ହୋଇ ରହିଥାଏ । ଯାହା ଫଳରେ ଜୀବ ଶରୀରର ନିର୍ଦ୍ଧିଷ୍ଟ ଭାବରେ ଶାଖା, ମୁକୁଳ, କୃତିମ ପାଦପ (Pseudo-podia) ଆଦି ତିଆରି କରିବାରେ ସାହାଯ୍ୟ କରିଥାଏ ।
  5. ସଞ୍ଚାଳନ (Conduction) : ଜଳର ସଞ୍ଚଳନ କ୍ଷମତା ଦ୍ଵାରା ପ୍ରାଣୀ ଓ ଉଦ୍ଭିଦ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଜୈବିକ ଓ ଅଜୈବିକ ଅଣୂ ପରମାଣୁଗୁଡିକ ସହଜରେ ସଞ୍ଚଳିତ ହୋଇଥାଆନ୍ତି ।
  6. ବିଷ୍ପାସିତା (Viscosity) : ଜଳର ବିଷ୍ପାସିତା ଧର୍ମ ସାହାଯ୍ୟରେ ଛୋଟ ଛୋଟ ଜଳଦ ଉଦ୍ଭିଦଗୁଡିକ ଭାସମାନ ଅବସ୍ଥାରେ ରହିପାରନ୍ତି ଏବଂ ଏହା ସେମାନଙ୍କୁ ଦୁର୍ଘଟଣାରୁ ମଧ୍ୟ ରକ୍ଷା କରିଥାଏ ।
  7. ହିମାଙ୍କ (Freezing Point) : ଜଳରେ ଅଧିକ ହିମାଙ୍ଗ ପରିଲକ୍ଷିତ ହୁଏ, ଯେଉଁ ଅବସ୍ଥାରେକି ଏହାର ଅନୁଗୁଡ଼ିକର ଚଳନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ତେଣୁ ସମୁଦ୍ରର ଉପରି ଭାଗରେ ହିମାଙ୍ଗ ବରଫ ଦେଖାଗଲେ ମଧ୍ୟ ନିମ୍ନ ଭାଗରେ ଜଳ ରହି ଜୀବମାନଙ୍କୁ ବଞ୍ଚିବାରେ ସାହାଯ୍ୟ କରେ ।
  8. ବାସସ୍ଥାନ (Habitat) : ଅନେକ ଜୀବ ଜଳୀୟ ପରିବେଶରେ ରହିଥାନ୍ତି । ଜଳରେ ରହୁଥିବା ଉଦ୍ଭିଦମାନଙ୍କୁ ଜଳୋଭିଦ(Hydrophytes) ବୋଲି ସ୍ଥିର କରାଯାଏ । କେତେକ ଜୀବ ଜଳର ଉପରିଭାଗରେ ଭାସମାନ ଅବସ୍ଥାରେ ରହିଥାଆନ୍ତି । ସେମାନଙ୍କୁ ପ୍ଲାଙ୍ଗଟନ (Plankton) କୁହାଯାଏ । ତେଣୁ ସମୁଦ୍ର ଓ ମଧୁର ଜଳ ବହୁପ୍ରାଣୀ ଓ ଉଦ୍ଭିଦମାନଙ୍କର ବାସୋପଯୋଗୀ ହୋଇପାରିଛି ।
  9. ଖରଜଳ (Hard water) : ଯେଉଁ ଜଳରେ କାଲସିୟମ୍ ଓ ମାଗ୍ନେସିୟମର ଦ୍ରବିଭୂତ ଲବଣ ଯଥା – କ୍ଳୋରାଇଡ୍, ସଲଫେଟ୍ ଓ ବାଇକାର୍ବୋନେଟ୍ ଇତ୍ୟାଦି ଥାଏ, ସେହି ଜଳକୁ ଖାରଜଳ କୁହାଯାଏ । ଖାରଜଳ ଦୁଇ ପ୍ରକାରର – ଅସ୍ଥାୟୀ ଖାରଜଳ ଓ ସ୍ଥାୟୀ ଖାରଜଳ । ଜଳରେ କାଲ୍ସିୟମ ଓ ମାଗ୍ନେସିୟମ ବାଇକାର୍ବୋନେଟ୍ ଦ୍ରବିଭୂତ ହୋଇ ରହିଲେ, ତାହାକୁ ଅସ୍ଥାୟୀ ଖାରଜଳ କୁହାଯାଏ । ଏହାକୁ ଗରମକରି ଫୁଟାଇଲେ ଅସ୍ଥାୟୀ ଖାରତ୍ଵ ନଷ୍ଟ ହୋଇଥାଏ ।
  10. ସ୍ଥାୟୀ ଖାରଜଳରେ କାଲସିୟମ୍ ଓ ମାଗ୍ନେସିୟମ୍ କ୍ଲୋରଇଡ୍, ସଲଫେଟ୍ ଇତ୍ୟାଦି ଦ୍ରବୀଭୂତ ଲବଣ ରହିଥାଏ, ଯାହାକୁ ଫୁଟାଇବା ଦ୍ଵାରା ସ୍ଥାୟୀ ଖରତ୍ଵ ନଷ୍ଟ ହୁଏ ନାହିଁ ପରନ୍ତୁ ବିଭିନ୍ନ  ରାସାୟନିକ ପ୍ରକ୍ରିୟା ଦ୍ଵାରା ଏହାକୁ ମୃଦୁ ଜଳରେ ପରିଣତ କରାଯାଇପାରେ ।
  11. ମୃଦୁଜଳ (Sotf water) : ଯେଉଁ ଜଳରେ କାଲସିୟମ ଓ ମାଗ୍ନେସିୟମର କୌଣସି ଦ୍ରବିଭୂତ ଲବଣ ନଥାଏ, ତାହାକୁ ମୁଦୁଜଳ କୁହାଯାଏ । ମୁଦୁଜଳକୁ ପାନୀୟ, ରନ୍ଧନ, ସଫସୁତୁରା, ଜଳସେଚନ, ଜଳକ୍ରୀଡା, କଳକାରଖାନା ଇତ୍ୟାଦିରେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଏ ।

ସାରଣୀ -୨ (ଜଳର ଉତ୍ସ)

ଉତ୍ସ                                           ଆପେକ୍ଷିକ ଅନୁପାତ (%)

ସମୁଦ୍ର                                         ୯୭.୩୯%

ପୋଖରୀ, ନଦୀ ଓ ହ୍ରଦ                   ୦.୦୨%

ଭୂମିଗର୍ଭସ୍ଥ ଜଳ                             ୦.୮୫%

ଗ୍ଲାସିୟର ଓ ମେରୁ ଅଞ୍ଚଳୀୟ

ବରଫ ଟୋପି                               ୨.୦୧%

ଆଧାର

ଡକ୍ଟର ମନୋରମା ପତ୍ରୀ

M.sc, Mphil, ph.D

"kalyanipublishers"

2.875
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top