ହୋମ / ଶକ୍ତି / ପରିବେଶ / ପରିବେଶ ବିଭକ୍ତିକରଣ
ସେଆର କରନ୍ତୁ

ପରିବେଶ ବିଭକ୍ତିକରଣ

ପରିବେଶ ବିଭକ୍ତିକରଣ ସମ୍ବନ୍ଧିତ ତଥ୍ୟ ।

ପରିବେଶ

ପରିବେଶକୁ ଦୁଇଭାଗରେ ବିଭକ୍ତ କରାଯାଇଛି  । ଯଥା  :

  1. ପ୍ରାକୃତିକ ପରିବେଶ
  2. ମାନବୀୟ ପରିବେଶ

ପ୍ରାକୃତିକ ପରିବେଶ  : ପ୍ରାକୃତିକ ପରିବେଶ ଜଳ, ସ୍ଥଳ,  ବାୟୁ,  ଉଦ୍ଭିଦ,  ଓ ପ୍ରାଣୀମାନଙ୍କୁ ନେଇ ଗଠିତ   । ଏହି ପରିବେଶରେ ଉଭୟ ସଜୀବ ଓ ନିର୍ଜୀବ ପଦାର୍ଥଗୁଡିକ ରହିଥାନ୍ତି   ।  ତେଣୁ ପ୍ରାକୃତିକ ପରିବେଶକୁ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ   ।  ଯଥା -

  • ଅଜୈବିକ ପରିବେଶ
  • ଜୈବିକ ପରିବେଶ

ଅଜୈବିକ ପରିବେଶ  : ଜୀବନ ନଥିବା ଜଡବସ୍ତ ବା ଭୌତିକ ଉପାଦାନକୁ ନେଇ ଏହି ପରିବେଶ ସୃଷ୍ଟି ହୋଇଥାଏ   । ତେଣୁ ଏହାକୁ ଜୈବିକ ବା ଭୌତିକ ପରିବେଶ କୁହାଯାଏ    ।  ଉଦାହରଣ ସ୍ୱରୂପ : ମୃର୍ତ୍ତିକା, ଜଳ,  ବାୟୁ , ଇତ୍ୟାଦି ଏହି ପରିବେଶର ଉପାଦାନ ଅଟନ୍ତି   ।

ଜୈବିକ ପରିବେଶ   : ଜୈବମଣ୍ଡଳର ଉଦ୍ଭିଦ ଓ ପ୍ରାଣୀମାନଙ୍କ ଦ୍ଵାରା ଏହି ପରିବେଶ ସୃଷ୍ଟି ହୋଇଥାଏ   । ତେଣୁ ଏହାକୁ ଜୈବିକ ପରିବେଶ କୁହାଯାଏ  ।   ଏହା ସଜୀବମାନଙ୍କର  କ୍ରିୟା , ପ୍ରତିକ୍ରିୟା ଓ ପାରସ୍ପଋକ କ୍ରିୟାକାଳପକୁ ବୁଝାଏ  । ଉଦାହରଣ ସ୍ୱରୂପ   : ପ୍ରାଣୀ , ଉଦ୍ଭିଦ, ଅଣୁଜୀବ ଓ ସେମାନଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ   ।

  • ମାନବୀୟ ପରିବେଶ   : ପ୍ରାକୃତିକ ପରିବେଶ ମଧ୍ୟରେ ମନୁଷ୍ୟ ନିଜର ସୁଖ ଓ ସମୃଦ୍ଧି ପାଇଁ ତାହାର ଜ୍ଞାନ ଓ କାରିଗରୀ କୌଶଳ ବଳରେ ପରିବର୍ତ୍ତନ ଆଣିପାରିଛି   । ତେଣୁ ମନୁଷ୍ୟକୃତ ଏହି ପରିବର୍ତ୍ତିତ ପରିବେଶକୁ ମାନବୀୟ ବା ସାଂସ୍କୃତିକ ପରିବେଶ କୁହାଯାଏ  ।  ମାନବୀୟ ପରିବେଶ କହିଲେ ଜନସଂଖ୍ୟା ଓ ଜନବସତି ଏବଂ ରାଜନୈତିକ ତଥା ସାମାଜିକ ଆନୁଷ୍ଠାନିକ ବା ସଂଗଠନକୁ ବୁଝାଇଥାଏ  ।
  • ସଂପୂର୍ଣ୍ଣ ପରିବେଶ   : ପ୍ରାକୃତିକ ଓ ମାନବୀୟ ପରିବେଶ ପରସ୍ପରକୁ ପ୍ରଭାବିତ କରିଥାନ୍ତି   ।  ଏହାର ଫଳସ୍ୱରୂପ ପରିବେଶ ସୃଷ୍ଟି ହୁଏ   ।  ଏହପରିବେଶ ତିନିଗୋଟି ମୁଖ୍ୟ ମଣ୍ଡଳ ଯଥା  - ଭୌତିକ (ଅଶ୍ମମଣ୍ଡଳ , ବାରିମଣ୍ଡଳ , ବାୟୁମଣ୍ଡଳ ) ଜୈବିକ (ଉଦ୍ଭିଦ ଓ ପ୍ରାଣୀ ) ଓ ମାନବୀୟ ( ବାସଗୃହ, ଜନବସତି ,ସାମାଜିକ ଓ ରାଜନୈତିକ କାର୍ଯ୍ୟକଳାପ  ) ମଣ୍ଡଳର ପାରସ୍ପରିକ ସମ୍ବନ୍ଧର ସମାହାର ଯୋଗୁଁ ହୋଇଥାଏ   ।

ପରିବେଶର ଉପାଦାନ ସମୂହ

ପରିବେଶର ସୁଚାରୁରୂପେ ଜୀବନଧାରଣ କରିବା ପାଇଁ ସଜୀବମାନନବଙ୍କୁ ଯେଉଁସବୁ ପ୍ରାକୃତିକ ଉପାଦାନ ଉପରେ ନିର୍ଭର କରିବାକୁ ପଡିଥାଏ  , ସେଗୁଡିକ ଚାରି ଭାଗରେ ବିଭକ୍ତ କରାଯାଇଛି , ଯଥା :

  1. ବାୟୁ ମଣ୍ଡଳ
  2. ବାରି ମଣ୍ଡଳ
  3. ଅଶ୍ମମଣ୍ଡଳ/ଶିଳାମଣ୍ଡଳ
  4. ଜୈବମଣ୍ଡଳ

ବାୟୁ ମଣ୍ଡଳ :

ବାୟୁମଣ୍ଡଳ ହେଉଛି ବହୁସ୍ତର ବିଶିଷ୍ଟ ଏକ ଗ୍ୟାସୀୟ ଆବରଣ ଯାହାକି ପୃଥିବୀର ଚତୁଃପାର୍ଶ୍ଵକୁ ଆବୃତ୍ତ କରି ରଖିଛି   । ଏହାର ଇଂରାଜୀ ଶବ୍ଦଟି ମୂଳ ଗ୍ରୀକ ଶବ୍ଦ ଆସିଛି   ।  ଗ୍ରୀକ ଭାଷାରେ atmos ର ଅର୍ଥ ହେଉଛି   “ବାଷ୍ପ ଓ “spain “ ଦର ଅର୍ଥ ହେଉଛି “ଗୋଲକ” ବା   “ମଣ୍ଡଳ “ । ବାୟୁମଣ୍ଡଳରେ ଥିବା ବିଭିନ୍ନ ଗ୍ୟାସୀୟ ମିଶ୍ରଣକୁ “ ବାୟୁ “ କୁହାଯାଏ   । ତେଣୁ ପୃଥିବୀରୂପୀ ଗୋଲକକୁ ଘେରି ରହିଛି ବାୟୁର ଏକ ସମୁଦ୍ର ଏକ ସମୁଦ୍ର ଯାହାକି ପୃଥିବୀପୃଷ୍ଠ ଠାରୁ ୧୦୦୦ କିମି ଉର୍ଦ୍ଧ୍ଵ ପର୍ଯ୍ୟନ୍ତ ପରିବ୍ୟାପ୍ତ   । ବାୟୁମଣ୍ଡଳରେ ଥିବା ସମସ୍ତ ଗ୍ୟାସୀୟ ଉପାଦାନର ନିର୍ଦ୍ଧାରିତ ଓଜନ ହେଉଛି ୪.୫ ରୁ X  ମେଟ୍ରିକ ଟନ   । ପୃଥିବୀ ପୃଷ୍ଠରେ ବାୟୁମଣ୍ଡଳର ଚାପର ପରିମାଣ  ୧ କିଗ୍ରା /ବର୍ଗ ସେମି   । ଜୀବମଣ୍ଡଳ , ବାୟୁମଣ୍ଡଳ ଏବଂ ବାରିମଣ୍ଡଳ ମଧ୍ୟରେ ଆପେକ୍ଷିକ ଓଜନ ଏହି କ୍ରମରେ ଥାଏ  -

ଜୀବମଣ୍ଡଳ : ବାୟୁମଣ୍ଡଳ : ବାରିମଣ୍ଡଳ

୧ : ୩୦୦ : ୬୯.୧୦୦

ବାୟୁମଣ୍ଡଳର ଗଠନ ପ୍ରକୃତି ଅନୁଯାୟୀ ସମମଣ୍ଡଳ ଏବଂ ବିଷମମଣ୍ଡଳ ରୂପେ ଦୁଇଭାଗରେ ବିଭକ୍ତ କରାଯାଇଛି    ।

ସମମଣ୍ଡଳ  : ଏହା ଭୂ- ପୃଷ୍ଠରୁ ପ୍ରାୟ ୮୦ କିମି ଉଚ୍ଚତା ପର୍ଯ୍ୟନ୍ତ ଦେଖାଯାଏ   । ଏହା ଯବକ୍ଷାରଜାଣ   , ଅମ୍ଳ ଜାନ ,  ଆରଗାଁ , ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ଗ୍ୟାସକୁ ନେଇ ଗଠିତ   ।  ଜଳୀୟବାଷ୍ପ ଏବଂ ଧୁଳିକଣା ମଧ୍ୟ ଭିନ୍ନ ଭିନ୍ନ ପରିମାଣରେ ଦେଖାଯାଏ   ।

ବାୟୁମଣ୍ଡଳ  :ବାୟୁ କେତେକ ଗ୍ୟାସ ଏକ ସାଧାରଣ ମିଶ୍ରଣ ଅଟେ   । ଶୁଷ୍କ ଏବଂ ବିଶୁଦ୍ଧ ବାୟୁର ଗଠନ ନିମ୍ନଲିଖିତ ସାରଣୀର ପ୍ରଦତ୍ତ ହେଲା  ।

ଗ୍ୟାସର ନାମ

ଆୟତନ ଶତକଡା ହାର

ଯବକ୍ଷାରଜାନ

୭୮.୦୯

ଅମ୍ଳଜାନ

୨୦.୯୫

ଅଙ୍ଗରାକାମ୍ଳ

୦.୦୩

ଉଦଜାନ

୦.୦୦୦୫

ଆରଗନ

୦.୯୩୪

ନିୟନ

୦.୦୦୧୮୨

ହିଲିୟମ

୦.୦୦୦୫୨

କ୍ରିପଟନ

୦.୦୦୦୧୧

କେନନ

୦.୦୦୦୦୮୭

ଆମୋନିଆ , ସଲଫର ଡାଇଆକସାଇଡ,ଓଜୋନ ପ୍ରଭୁତି ଅନ୍ୟାନ୍ୟ ଗ୍ୟାସ   ,  ଅତି ଅଳ୍ପ ପରିମାଣ  ।

ସାରଣୀ ନଂ-୧  ( ସମୁଦ୍ର ପତ୍ତନରେ ଅବସ୍ଥିତ ଶୁଷ୍କ ଏବଂ  ବିଶୁଦ୍ଧ ବାୟୁର ଉପାଦାନ ) ଉପରୋକ୍ତ ସାରଣୀରୁ ଦେଖାଯାଉଛି ଯେ ଯବକ୍ଷାଜାନ ଓ ଅମ୍ଳଜାନ ବାୟୁର ମୁଖ୍ୟ ଉପାଦାନ ଅଟେ   ,ଯବକ୍ଷାରଜାନ ଏକ ନିଷ୍କ୍ରିୟ ଗ୍ୟାସ   ।  ଏହା ଯଦି ବାୟୁରେ ନ ଥାନ୍ତା ତେବେ  ,  ଦହନ କ୍ରିୟାକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡନ୍ତା  । ଜୀବନଧାରଣା ପାଇଁ ଅମ୍ଳଜାନ ବିଶେଷ ଭାବରେ ସହାୟକ ହୋଇଥାଏ   ।  ପ୍ରାଣୀମାନେ ଶ୍ଵାସପ୍ରକ୍ରିୟାରେ ଏହାକୁ ଗ୍ରହଣ କରନ୍ତି   ।  ଅଙ୍ଗାରକାମ୍ଳ ମଧ୍ୟ ଉଦ୍ଭିଦ ଜଗତ ପାଇଁ ଏକାନ୍ତ ଦରକାରୀ   । ଉଦ୍ଭିଦମାନେ ବାୟୁରୁ ଏହା ସଂଗ୍ରହକରି ଆଲୋକ ସଂଶ୍ଲେଷଣ  ପ୍ରକ୍ରିୟାରେ ଜାତୀୟ ଖାଦ୍ୟ ପ୍ରସ୍ତୁତ କରନ୍ତି   । ଏହା ବ୍ୟତିତ ଉଦଜାନ , ଆରଗନ, ନିୟନ , ହିଲିୟମ ଇତ୍ୟାଦି ଗ୍ୟାସ ଅତି ଅଳ୍ପ ପରିମାଣରେ ଥାଆନ୍ତା   । ସେହିପରି   , ବାୟୁରେ ଥିବା ଧୂଆଁ , ଧୂଳିକଣା ଓ ଜଳୀୟବାଷ୍ପ  ଆଦି ବୃଷ୍ଟିପାତ ପାଇଁ ସହାୟକ ହୋଇଥାନ୍ତି   ।

ବାୟୁମଣ୍ଡଳ ବିଭିନ୍ନ ସ୍ତର  : ବୈଜ୍ଞାନିକମାନେ ବାୟୁମଣ୍ଡଳକୁ କେତେଗୁଡିଏ ସ୍ତରରେ ବିଭକ୍ତ କରିଛନ୍ତି   । ଭୂପୃଷ୍ଠର ଉର୍ଦ୍ଧ୍ଵକୁ ଗଲେ କ୍ରମେ ଏଥିରେ ଚାପ ଏବଂ ଉତ୍ତାପର ପରିବର୍ତ୍ତନ ଆସେ   ।  ଏହିସବୁ ଭୌଟିକ ଗୁଣକୁ ଭିତ୍ତିକରି ଉଚ୍ଚ ସ୍ତରଗୁଡିକୁ ନିମ୍ନ ପ୍ରକାରେ ନିର୍ଦ୍ଧାରିତ କରାଯାଇଛି   ।

  1. ଟ୍ରପୋସ୍ପିଅର  : ଟ୍ରପୋସ୍ପିଅର ହେଉଛି ବାୟୁମଣ୍ଡଳର ନିମ୍ନତମ ସ୍ତର ଏବଂ ଏହା ପୃଥିବୀର ଠିକ ଉପରେ ଅବସ୍ଥିତ   । ପୃଥିବୀ ପୃଷ୍ଠ ୧୧ କିଲୋମିଟର ଉଚ୍ଚ ପର୍ଯ୍ୟନ୍ତ ଏହା ପରିବ୍ୟାପ୍ତ   । ବାୟୁମଣ୍ଡଳର ଓଜନର ପ୍ରାୟ ୭୫ ଶତାଂଶ ନେଇ ଏହି ସ୍ତରଟି ଗଠିତ   । ଏଥିରେ ତାପମାନ ଉଚ୍ଚତା ଅନୁସାରେ କମି କମି ଯାଏ   । ଏହି ସ୍ତରରେ ଝଡ , ବର୍ଷା , ବାଦଲ ଏବଂ ତୁଷାର ଆଦି ସୃଷ୍ଟି ହୁଏ   ।  ତେଣୁ ଏହାକୁ  “ ପାଣିପାଗ  ସ୍ତର “ ବୋଲି ମଧ୍ୟ କୁହାଯାଏ   ।  ଅତଏବ ଜୀବନପାଇଁ ଏହା ବାୟୁମଣ୍ଡଳର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ସ୍ତର ଯାହା ଯୋଗୁଁ ପାଣିପାଗ ଓ ଜଳବାୟୁର ପରିବର୍ତ୍ତନ  ହୁଏ   ।  ଏହାର ଉପରି ଭାଗରେ ଟ୍ରପୋପଜ ନାମକ ଏକ ପତଳା ବଳୟ ଅଛି   । ଉଚ୍ଚତା ଅନୁସାରେ ତାପମାତ୍ରାର ପରିବର୍ତ୍ତନ ଆଟିପାତାହାର ବୋଲି କୁହାଯାଏ    ।  ଏହି ସ୍ତରରେ ଉଚ୍ଚତା ବଢିବା ସଙ୍ଗେ ସଙ୍ଗେ ତାପମାତ୍ରା ହ୍ରାସ ପାଇଥାଏ “ ବାସ୍ଵ ଅତିପାତ ହାର  “  ଆଖ୍ୟା ଦିଆଯାଇଛି   ।
  2. ଷ୍ଟ୍ରାଟୋସ୍ପିଅର (stratosphere) : ଏହି ସ୍ତରଟି ଟ୍ରୋପୋସ୍ପିଅରର ଠିକ୍ ଉପରକୁ ଅବସ୍ଥିତ । ଏହା ପୃଥିବୀ ପୃଷ୍ଟ ଠାରୁ ୫୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ରହିଛି । ଏଠାରେ ଉଚ୍ଚତା ଅନୁସାରେ ତାପମାନର ବୃଦ୍ଧି ଘଟେ ଯାହାକୁ ‘ negative lapse rate’ ହୁହନ୍ତି । ଏହି ସ୍ତରରେ ଝଡ, ବର୍ଷା କିମ୍ବା ମେଘ ନ ଥାଏ । ଏଠାରେ ଓଜୋନ୍ (Ozone) ଗ୍ୟାସ ରହିଥିବାରୁ ଏହି ସ୍ତରକୁ ଓଜୋନ୍ ସ୍ତର (Ozone sphere) ବୋଲି ମଧ୍ୟ କୁହାଯାଏ । ଏହା ସୂର୍ଯ୍ୟଠାରୁ ଆସୁଥିବା ଜୀବଜଗତ ପ୍ରତି ବିପଜନକ ଅତି ଘନ ବାଇଗଣୀ ରଶ୍ମୀ (Ultraviolet  ray) କୁ ଶୋଷଣ କରିନିଏ । ତେଣୁ ଏହାକୁ ପୃଥିବୀର ରକ୍ଷାକବଚ ବୋଲି କୁହାଯାଏ ।  ଏହାର ଉପରି ଭାଗରେ ‘ଷ୍ଟ୍ରାଟୋପଜ୍’ ନାମକ ଏକ ପତଳା ବଳୟ ରହିଛି ।
  3. ମେଜୋସ୍ପିଅର  (Mesosphere) : ଏହି ସ୍ତରଟି ଷ୍ଟ୍ରାଟୋପଜର ଉପରି ଭାଗରେ ବାୟୁମଣ୍ଡଳରେ ତୃତୀୟ ସ୍ତର ହିସାବରେ ଅବସ୍ଥିତ । ଏହା ପୃଥିବୀ ପୃଷ୍ଟ ଠାରୁ ୮୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ । ଏଠାରେ ଉଚ୍ଚତା ଅନୁସାରେ ତାପମାନ ହ୍ରାସ ପାଏ ଏବଂ ଏହା ଅତ୍ୟନ୍ତ ଶୀତଳ ସ୍ତର ଅଟେ । ମେଜୋସ୍ପିଅରର ଉପରିଭାଗରେ ‘ମେଜୋପଜ୍’ (Menopause) ନାମକ ଏକ ପତଳା ବଳୟ ରହିଛି ।
  4. ଥର୍ମୋସ୍ପିଅର (Thermosphere) : ମେଜୋପଜର ଉପରିଭାଗରେ ‘ଥର୍ମୋସ୍ପିଅର’ ଅବସ୍ଥିତ । ଏହା ପୃଥିବୀ ପୃଷ୍ଟ ଠାରୁ ୮୫ କି. ମି. ରୁ ୫୦୦ କିଲୋମିଟର ଉର୍ଦ୍ଧ ପର୍ଯ୍ୟନ୍ତ ପରିବ୍ୟାପ୍ତ । ଉଚ୍ଚତା ବୃଦ୍ଧି ସଙ୍ଗେ ସଙ୍ଗେ ଏହି ସ୍ତରର ତାପମାତ୍ରାର ଅଭିବୃଦ୍ଧି ଘଟିଥାଏ । ସୂର୍ଯ୍ୟଙ୍କ ଉତ୍ତାପହେତୁ ଏଥିରେ ଗ୍ରୀଷ୍ମ ଅଣୂଗୁଡିକ ବିଭାଜିତ ହୋଇ ବୈଦୁତିକ ଚାର୍ଜଯୁକ୍ତ କରିକା ବା ‘ଆୟନ’ ରେ ପରିଣତ ହୋଇଥାଆନ୍ତି । ସେଥିପାଇଁ ଏହି ସ୍ତରକୁ ‘ଆୟୋନୋସ୍ପିଅର’ (Ionosphere) ମଧ୍ୟ କୁହାଯାଏ । ଏହି ଆୟନ କଣିକାର ଉପସ୍ଥିତି ହେତୁ ଭୁପୃଷ୍ଟରୁ ପ୍ରସାରିତ ହେଉଥିବାରୁ ବେତାର ତରଙ୍ଗ ଏହି ସ୍ତରରେ ପ୍ରତିଫଳିତ ହୋଇ ପୁନର୍ବାର ପୃଥିବୀ ପୃଷ୍ଟକୁ ପତ୍ୟାବର୍ତ୍ତନ କରିଥାଏ । ଯାହା ଫଳରେ ଯୋଗା ଯୋଗ ଆଦି କାର୍ଯ୍ୟ ଯଥା : ରେଡିଓ, ଦୂରଦର୍ଶନ, ବେତାର ସଂଯୋଗ (Wireless)ଏବଂ ବର୍ତ୍ତମାନ ଯୁଗରେ ବହୁଳ ବ୍ୟବହ୍ରୁତ ହେଉଥିବା ମୋବାଇଲ୍ ଫୋନ୍ ମଧ୍ୟ ଏହି ଆୟନ କଣିକା ପାଇଁ ସମ୍ଭବପର ହୋଇପାରୁଛି ।
  5. ଏକସୋସ୍ପିଅର୍(Exosphere) : ଏହି ସ୍ତର ଥର୍ମୋସ୍ପିଅରର ଉପରି ଭାଗାରେ ଅବସ୍ଥିତ । ଏହା ବାୟୁମଣ୍ଡଳର ବାହ୍ୟସ୍ତର ଏବଂ ପୃଥିବୀ ସର୍ବୋଚ୍ଚ ସ୍ତର ଯାହାକି ମହାଶୂନ୍ୟ ପର୍ଯ୍ୟନ୍ତ ବିସ୍ତ୍ରୁତ । ଏହି ସ୍ତର ମୁଖ୍ୟତଃ ହିଲିୟମ୍ ଓ ଉଦଜାନ ଭଳି ହାଲୁକା ଗ୍ୟାସକୁ ନେଇ ଗଠିତ । ସୂର୍ଯ୍ୟଙ୍କ କିରଣ ଏଠାରେ ପ୍ରତ୍ୟକ୍ଷଭାବରେ ପଡୁଥିବାରୁ ଏହାର ଉତ୍ତାପ ଖୁବ୍ ଅଧିକ ।
  6. ବାୟୁମଣ୍ଡଳର ଗୁରୁତ୍ଵ : ପୃଥିବୀପୃଷ୍ଟରେ ଜୀବନଧାରଣ ପାଇଁ ବାୟୁମଣ୍ଡଳ ଅତ୍ୟାବଶ୍ୟକ । ବାଯୁମଣ୍ଡଳ ଗରମ ଏବଂ ଥଣ୍ଡାର ପଖରତାକୁ ଯଥାଯଥ ଭାବରେ ସ୍ଥିର ରଖେ । ଦିନବେଳେ ସୂର୍ଯ୍ୟଙ୍କ ଠାରୁ ଉତ୍ତାପ ଗ୍ରହଣକରି ଭୁପୃଷ୍ଟକୁ  ଉତ୍ତପ୍ତ କରାଏ ଏବଂ ଉତ୍ତାପ ମହାଶୂନ୍ୟକୁ ଖୁବ୍ ଧୀରେ ଧୀରେ ବିକିରିତ  ହେବା ଫଳରେ ରାତିରେ ଥଣ୍ଡା ହୁଏ । ଏତଦବ୍ୟତୀତ ବାଯୁମଣ୍ଡଳ ପ୍ରାଣୀ ଓ ଉଦ୍ଭିଦମାନଙ୍କୁ ଶ୍ଵାସକ୍ରିୟା ତଥା ଖାଦ୍ୟ ପ୍ରସ୍ତୁତି ଲାଗି ଆବଶ୍ୟକ ଉପାଦାନ ଯୋଗାଏ । ପୁନଶ୍ଚ, ସୂର୍ଯ୍ୟର ବିପଜନକ ରଶ୍ମିରୁ ଭୁପୃଷ୍ଟ ଏବଂ ଜୀବଜଗତକୁ ରକ୍ଷା କରେ । ଏହାଛଡା, ବାୟୁମଣ୍ଡଳ ପୃଥିବୀକୁ ଉଲକାପାତରୁ ରକ୍ଷାକରେ । ଉଲକାଖଣ୍ଡ ବାୟୁମଣ୍ଡଳ ଦେଇ ଗତି କରିବା ସମୟରେ ଘର୍ଷଣ ଯୋଗୁଁ  ଜଳି ଗ୍ୟାସ କିମ୍ବା  ପାଉଁଶରେ ପରିଣତ ହୋଇଯାଏ ।  ତେଣୁ ବାୟୁମଣ୍ଡଳ ବିନା ପୃଥିବୀରେ ଜୀବଜଗତର ସୃଷ୍ଟି, ବିକାଶ କିମ୍ବା ସ୍ଥିତି ଅସମ୍ଭବ ।
  • ବାରିମଣ୍ଡଳ (Hydrosphere) : ବାରିମଣ୍ଡଳ କହିଲେ ପୃଥିବୀରେ ଥିବା ସମସ୍ତ ଜଳରାଶିକୁ ବୁଝାଏ । ସେଥିପାଇଁ ଏହାକୁ ଜଳମଣ୍ଡଳ ମଧ୍ୟ କୁହାଯାଏ । ଜଳମଣ୍ଡଳ ପୃଥିବୀର ୬୫% ସ୍ଥାନ ଅଧିକାର କରିଥିବାରୁ ପୃଥିବୀକୁ ‘ନୀଳଗ୍ରହ’ ଆଖ୍ୟା ଦିଆଯାଇଛି । ମହାସାଗର, ସମୁଦ୍ର, ହ୍ରଦ, ପୋଖରୀ, ଜଳାଶୟ, ନଦୀ, ଝରଣା, ଇତ୍ୟାଦି ଜଳମଣ୍ଡଲର ଅନ୍ତର୍ଭୁକ୍ତ । କେବଳ ମହାସାଗର ଏବଂ ସମୁଦ୍ରରେ ସମଗ୍ର ଜଳରାଶିର ଶତକଡା ୯୭ ଭାଗ ଜଳ ରହିଛି । ସମୁଦ୍ର ଜଳରେ ଦ୍ରବୀଭୂତ ଲବଣର ପରିମାଣ ୩.୫%, କିନ୍ତୁ ନଦୀ, ଝରଣା, ପୋଖରୀ ଇତ୍ୟାଦିରେ ଦ୍ରବୀଭୂତ ଲବଣର ପରିମାଣ ୦.୨% । ପ୍ରତ୍ୟେକ ଜୀବର ଓଜନର ଶତକଡା ୬୦ ରୁ ୯୫ ଭାଗ ହେଉଛି ବାସ୍ତବରେ ଜଳ । ଜୀବଧାରଣ ପାଇଁ ଜଳ ହେଉଛି ଏକାନ୍ତ ଅପରିହାର୍ଯ୍ୟ  ଉପାଦାନ । ଏହା ବିନା ପୃଥିବୀ ପୃଷ୍ଟରେ ଜୀବଜଗତର ସୃଷ୍ଟି ଅସମ୍ଭବ । ତେଣୁ ‘ଜଳ ହିଁ ଜୀବନ’ ବୋଲି କୁହାଯାଏ ।

ଜଳର ଆଣବିକ ସୂତ୍ର ହେଲା H2 o । ଏହା ଏକ ଯୌଗିକ ପଦାର୍ଥ ଯାହା ଦୁଇଟି ଉଦଜାନ ପରମାଣୁ ଓ ଗୋଟିଏ ଅମ୍ଳଜାନ ପରମାଣୁ ଦ୍ଵାରା ଗଠିତ । ଏହା କଠିନ, ତରଳ ଓ ବାଷ୍ପୀୟ ଅବସ୍ଥାରେ ରହିପାରେ । ସୌରଶକ୍ତିର ପ୍ରଭାବରେ ଜଳରାଶି ଉତ୍ତପ୍ତ ହୋଇ ବାଷ୍ପରେ  ପରିଣତ ହୁଏ ଏବଂ ଏହା ହାଲୁକା ହୋଇଥିବାରୁ ବାୟୁମଣ୍ଡଳର ଉପରିଭାଗକୁ ଚାଲିଯାଏ । ଶୀତଳିକରଣ ପ୍ରକ୍ରିୟାରେ ଜଳୀୟବାଷ୍ପ ବର୍ଷା  ଆକାରରେ ପୁନଶ୍ଚ  ପୃଥିବୀପୃଷ୍ଟକୁ ଫେରିଆସେ । ଏହି ପ୍ରକ୍ରିୟାକୁ ‘ ଜଳଚକ୍ର ‘ କୁହାଯାଏ ।

ଜଳର ଧର୍ମ :

  1. ଦ୍ରାବକ (Solvent) : ଜଳ ଏକ ଉତ୍ତମ ଦ୍ରାବକ । ଦ୍ରବ ଓ ଦ୍ରାବକକୁ ନେଇ ଦ୍ରବଣ ଗଠିତ ଯେଉଁଥିରେ ଦ୍ରାବକର ପରିମାଣ ଅଧିକ ଥାଏ । ଏହା ଅନେକ ଦ୍ରବକୁ  ଦ୍ରବଣରେ ପରିଣତ କରିଥାଏ । ତେଣୁ ଜଳ ଏକ ବୌଶ୍ଵିକ ଦ୍ରାବକ (Universal Solvent) ହିସାବରେ ପରିଚିତ ।
  2. ସ୍ଵଚ୍ଛତା (Transparency) : ଜଳ ହେଉଛି ଏକ ସ୍ଵଚ୍ଛ ମାଧ୍ୟମ, ଯାହାଦ୍ୱାରା ଆଲୋକ ରଶ୍ମୀ ସହଜରେ ସମୁଦ୍ର, ହ୍ରଦ ଓ ଜଳାଶୟର ନିମ୍ନଭାଗରେ ଥିବା ଉଦ୍ଭିଦ ପାଖରେ ପହଞ୍ଚିପାରେ । ସୌରରଶ୍ମି ସାହାଯ୍ୟରେ ଜଳଜ ଉଦ୍ଭିଦଗୁଡିକ ଆଲୋକ ସଂଶ୍ଳେଷଣ କରିପାରନ୍ତି ।
  3. ଚାପ (Pressure) : ଜଳର ଗଭୀରତା ବଢିବା ସଙ୍ଗେ ସଙ୍ଗେ ଚାପର ବୃଦ୍ଧି ହୋଇଥାଏ । ଏହି ଚାପ ବିଭିନ୍ନ ଜଳଜ ଉଦ୍ଭିଦ ଓ ପ୍ରାଣୀମାନଙ୍କର ଶରୀର ଗଠନରେ ପ୍ରଭାବ ପକାଇଥାଏ ।
  4. ପୃଷ୍ପତାନ (Surface Tension) : ଜଳର ନିଜର ଅଣୂଗୁଦ୍ଦିକ ଦ୍ଵାରା ବିସ୍ତାରିତ ହୋଇ ରହିଥାଏ । ଯାହା ଫଳରେ ଜୀବ ଶରୀରର ନିର୍ଦ୍ଧିଷ୍ଟ ଭାବରେ ଶାଖା, ମୁକୁଳ, କୃତିମ ପାଦପ (Pseudo-podia) ଆଦି ତିଆରି କରିବାରେ ସାହାଯ୍ୟ କରିଥାଏ ।
  5. ସଞ୍ଚାଳନ (Conduction) : ଜଳର ସଞ୍ଚଳନ କ୍ଷମତା ଦ୍ଵାରା ପ୍ରାଣୀ ଓ ଉଦ୍ଭିଦ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ ଜୈବିକ ଓ ଅଜୈବିକ ଅଣୂ ପରମାଣୁଗୁଡିକ ସହଜରେ ସଞ୍ଚଳିତ ହୋଇଥାଆନ୍ତି ।
  6. ବିଷ୍ପାସିତା (Viscosity) : ଜଳର ବିଷ୍ପାସିତା ଧର୍ମ ସାହାଯ୍ୟରେ ଛୋଟ ଛୋଟ ଜଳଦ ଉଦ୍ଭିଦଗୁଡିକ ଭାସମାନ ଅବସ୍ଥାରେ ରହିପାରନ୍ତି ଏବଂ ଏହା ସେମାନଙ୍କୁ ଦୁର୍ଘଟଣାରୁ ମଧ୍ୟ ରକ୍ଷା କରିଥାଏ ।
  7. ହିମାଙ୍କ (Freezing Point) : ଜଳରେ ଅଧିକ ହିମାଙ୍ଗ ପରିଲକ୍ଷିତ ହୁଏ, ଯେଉଁ ଅବସ୍ଥାରେକି ଏହାର ଅନୁଗୁଡ଼ିକର ଚଳନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥାଏ । ତେଣୁ ସମୁଦ୍ରର ଉପରି ଭାଗରେ ହିମାଙ୍ଗ ବରଫ ଦେଖାଗଲେ ମଧ୍ୟ ନିମ୍ନ ଭାଗରେ ଜଳ ରହି ଜୀବମାନଙ୍କୁ ବଞ୍ଚିବାରେ ସାହାଯ୍ୟ କରେ ।
  8. ବାସସ୍ଥାନ (Habitat) : ଅନେକ ଜୀବ ଜଳୀୟ ପରିବେଶରେ ରହିଥାନ୍ତି । ଜଳରେ ରହୁଥିବା ଉଦ୍ଭିଦମାନଙ୍କୁ ଜଳୋଭିଦ(Hydrophytes) ବୋଲି ସ୍ଥିର କରାଯାଏ । କେତେକ ଜୀବ ଜଳର ଉପରିଭାଗରେ ଭାସମାନ ଅବସ୍ଥାରେ ରହିଥାଆନ୍ତି । ସେମାନଙ୍କୁ ପ୍ଲାଙ୍ଗଟନ (Plankton) କୁହାଯାଏ । ତେଣୁ ସମୁଦ୍ର ଓ ମଧୁର ଜଳ ବହୁପ୍ରାଣୀ ଓ ଉଦ୍ଭିଦମାନଙ୍କର ବାସୋପଯୋଗୀ ହୋଇପାରିଛି ।
  9. ଖରଜଳ (Hard water) : ଯେଉଁ ଜଳରେ କାଲସିୟମ୍ ଓ ମାଗ୍ନେସିୟମର ଦ୍ରବିଭୂତ ଲବଣ ଯଥା – କ୍ଳୋରାଇଡ୍, ସଲଫେଟ୍ ଓ ବାଇକାର୍ବୋନେଟ୍ ଇତ୍ୟାଦି ଥାଏ, ସେହି ଜଳକୁ ଖାରଜଳ କୁହାଯାଏ । ଖାରଜଳ ଦୁଇ ପ୍ରକାରର – ଅସ୍ଥାୟୀ ଖାରଜଳ ଓ ସ୍ଥାୟୀ ଖାରଜଳ । ଜଳରେ କାଲ୍ସିୟମ ଓ ମାଗ୍ନେସିୟମ ବାଇକାର୍ବୋନେଟ୍ ଦ୍ରବିଭୂତ ହୋଇ ରହିଲେ, ତାହାକୁ ଅସ୍ଥାୟୀ ଖାରଜଳ କୁହାଯାଏ । ଏହାକୁ ଗରମକରି ଫୁଟାଇଲେ ଅସ୍ଥାୟୀ ଖାରତ୍ଵ ନଷ୍ଟ ହୋଇଥାଏ ।

ସ୍ଥାୟୀ ଖାରଜଳରେ କାଲସିୟମ୍ ଓ ମାଗ୍ନେସିୟମ୍ କ୍ଲୋରଇଡ୍, ସଲଫେଟ୍ ଇତ୍ୟାଦି ଦ୍ରବୀଭୂତ ଲବଣ ରହିଥାଏ, ଯାହାକୁ ଫୁଟାଇବା ଦ୍ଵାରା ସ୍ଥାୟୀ ଖରତ୍ଵ ନଷ୍ଟ ହୁଏ ନାହିଁ ପରନ୍ତୁ ବିଭିନ୍ନ  ରାସାୟନିକ ପ୍ରକ୍ରିୟା ଦ୍ଵାରା ଏହାକୁ ମୃଦୁ ଜଳରେ ପରିଣତ କରାଯାଇପାରେ ।

  • ମୃଦୁଜଳ (Sotf water) : ଯେଉଁ ଜଳରେ କାଲସିୟମ ଓ ମାଗ୍ନେସିୟମର କୌଣସି ଦ୍ରବିଭୂତ ଲବଣ ନଥାଏ, ତାହାକୁ ମୁଦୁଜଳ କୁହାଯାଏ । ମୁଦୁଜଳକୁ ପାନୀୟ, ରନ୍ଧନ, ସଫସୁତୁରା, ଜଳସେଚନ, ଜଳକ୍ରୀଡା, କଳକାରଖାନା ଇତ୍ୟାଦିରେ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଏ ।
  • ସାରଣୀ -୨ (ଜଳର ଉତ୍ସ)

    ଉତ୍ସ(%)

    ଆପେକ୍ଷିକ ଅନୁପାତ

     

    ସମୁଦ୍ର

    ୯୭.୩୯%

    ପୋଖରୀ, ନଦୀ ଓ ହ୍ରଦ

    ୦.୦୨%

    ଭୂମିଗର୍ଭସ୍ଥ ଜଳ

    ୦.୮୫%

    ଗ୍ଲାସିୟର ଓ ମେରୁ ଅଞ୍ଚଳୀୟ

    ବରଫ ଟୋପି

    ୨.୦୧%

    • ଅଶ୍ମମଣ୍ଡକ / ଶିଳାମଣ୍ଡକ (Lithospher) :

    ପୃଥିବୀର ଆଭ୍ୟନ୍ତର ଦୁଇଟି ପ୍ରଧାନ ସ୍ତରଦ୍ଵାର ଗଠିତ । ସାଧାରଣତଃ ଏହାକୁ କେନ୍ଦ୍ରୀୟ କୋର୍ (Central core) ଏବଂ ଆବରଣ (Mantle) କୁହନ୍ତି । ଆବରଣ କେନ୍ଦ୍ରୀୟ କୋରକୁ ଘେରି ରହିଛି ।

    କେନ୍ଦ୍ରୀୟ କୋର୍ ଦୁଇ ଭାଗରେ ବିଭକ୍ତ ଯଥା – (କ) ଅନ୍ତରସ୍ଥ କୋର୍ (Inner core) ଏବଂ (ଖ) ବହିଃସ୍ଥ କୋର୍ (Outer core)।

    ଅନ୍ତରସ୍ଥ କୋରର ବ୍ୟାସାର୍ଦ୍ଧ ୮୦୦ ମାଇଲ ଏବଂ ବହିଃସ୍ଥ କୋରର ବ୍ୟାସାର୍ଦ୍ଧ ହେଉଛି ୧୪୦୦ ମାଇଲ । କୋରଟି ତରଳ ଅବସ୍ଥାରେ ରହିଥାଏ । ଆବରଣ (Mantle) : କୋରର ଉପରେ ଥିବା ଅଂଶକୁ ‘ଆବରଣ’ (mantal) ବୋଲି କୁହାଯାଏ । ଏହା ମଧ୍ୟ ଦୁଇ ଭାଗରେ ବିଭକ୍ତ, ଯଥା ବହିସ୍ଥ ଆବରଣ (Outer Mantle) ଏବଂ ଅନ୍ତରସ୍ତ ଆବରଣ (Lower Mantle) । ଆବରଣର ମୋଟେଇ ହେଉଛି ପ୍ରାୟ ୧୮୦୦ ମାଇଲ୍ । ଆବରଣ ଉପରେ ଭୁତ୍ଵକ୍ (earth crust) ରହିଛି । ଏହାର ମୋଟେଇ ପ୍ରାୟ ୩୦ ମାଇଲ୍ କିନ୍ତୁ ସ୍ଥାନେ ସ୍ଥାନେ ଅର୍ଥାତ୍ ପାହାଡିଆ ଅଞ୍ଚଳରେ ଏହା ଅଧିକ ଏବଂ ସମୁଦ୍ର ମଧ୍ୟରେ ଏହା ସବୁଠାରୁ କମ୍ । ପରୀକ୍ଷାରୁ ଜଣାପଡିଛିଯେ, ଆମେ ଭୁପୃଷ୍ଟରୁ ଯଦି ଭୂଗର୍ଭକୁ ଯିବା ବେଳେ ପ୍ରତି ୧୦ ଫୁଟରେ ତାପମାନରେ ୧0 c ବୃଦ୍ଧି ପରିଲକ୍ଷିତ ହେବ । ଏହି ବୃଦ୍ଧି ସବୁଠାରେ ସମାନ ନୁହେଁ । କୋରର ତାପମାନ ପ୍ରାୟ ୬୦୦ C  । ଏଥିରେ ତରଳ ଲୌହ ରହିଥାଏ । ଭୁତ୍ଵକ୍ ଏବଂ ଆବରଣରେ ଥିବା ସ୍ଥଳ ଅଂଶକୁ ‘ଭୂମଣ୍ଡଳ’ (Lithosphere) ବା ‘ସିଲାମଣ୍ଡଳ’ ବା ‘ଅଶ୍ମମଣ୍ଡଳ’ ବୋଲି କୁହାଯାଏ ।

    ମୃର୍ତ୍ତିକା, ପଥର, ପାହାଡ ଓ ପର୍ବତ ଏହି ଅଶ୍ମମଣ୍ଡଳର ଅନ୍ତର୍ଭୁକ୍ତ । ଏହି ମଣ୍ଡଳ  ସାଧାରଣତଃ ତିନିପ୍ରକାରର ଶିଳା, ଯଥା ଆଗ୍ନେୟଶିଳା (Igneous rocks), ଅବକ୍ଷିପ୍ତ ଶିଳା (Sedimentary rocks) ଏବଂ କାୟନ୍ତରିତ ବା ରୂପାନ୍ତରିତ ଶିଳା (Metamorphic rocks) ଦ୍ଵାରା ଗଠିତ । ପୃଥିବୀର ଏହି ଅଂଶରେ ସମସ୍ତ ମୌଳିକ ପଦାର୍ଥ ରହିଛି ।

    ମୃର୍ତ୍ତିକା (Soil)

    ମୃର୍ତ୍ତିକା ହେଉଛି ଅଶ୍ମମଣ୍ଡଳର ବାହ୍ୟ ସ୍ତରର ଉପର ଅଂଶ । ଏହା ବିଭିନ୍ନ ଜୈବିକ ଓ ରାସାୟନିକ ପଦାର୍ଥର ମିଶ୍ରଣରେ ଗଠିତ । ଉଭୟ ଉଦ୍ଭିଦ ଓ ପ୍ରାଣୀମାନଙ୍କର ଜୀବନଧାରଣ ପାଇଁ ଏହା ଏକ ସହାୟକ ହୋଇଥାଏ । ମୃର୍ତ୍ତିକା ଏକ ନିଶ୍ଚଳ ବା ସ୍ଥିତିଶୀଳ ସ୍ତର ନୁହେଁ । ଏହି ସ୍ତରରେ ପରିବର୍ତ୍ତନ ହୋଇଥାଏ । ଏହାର ଉପର ସ୍ତର ସବୁବେଳେ ଅନାବୃତ ରହିବା ଯୋଗୁ ଏହାର କ୍ଷୟ ଓ ବୃଦ୍ଧି ଲାଗି ରହିଥାଏ । ମୃର୍ତ୍ତିକା ବିଜ୍ଞାନକୁ  ‘ପେଡୋଲୋଜି’ (Pedology) ବୋଲି କୁହାଯାଏ ।

    ମୃର୍ତ୍ତିକାର ସୃଷ୍ଟି (Origin of soil):  ମୃର୍ତ୍ତିକା ଅତ୍ୟନ୍ତ ମନ୍ଥର ଗତିରେ ସୃଷ୍ଟି ହୁଏ । ଏହା ଯେଉଁ ପ୍ରଣାଳୀରେ ସୃଷ୍ଟି ହୁଏ ତାକୁ ‘ପେଡୋଜେନସିସ୍’ (Pedogenesis) କୁହାଯାଏ । ପ୍ରଥମେ ସିଳାଖଣ୍ଡଗୁଡିକ ଭୌତିକ, ରାସାୟନିକ କିମ୍ବା ଜୈବିକ ପଦ୍ଧତି ଦ୍ଵାରା ଛୋଟ ଛୋଟ ଖଣ୍ଡରେ ପରିଣତ ହୁଅନ୍ତି । ତା’ ପରେ ସେହି ଛୋଟ ପ୍ରସ୍ତର ଖଣ୍ଡ ଗୁଡିକ ବିଭିନ୍ନ ଜୀବଙ୍କ ଠାରୁ ନିର୍ଗତ ଜୈବିକ ଅମ୍ଳ ଏବଂ ବିପାଚକ ଦ୍ଵାରା ଆହୁରି ପରିବର୍ତ୍ତିତ ହୋଇ ଧୂଳିକଣାରେ ପରିଣତ ହୁଅନ୍ତି । କାଳକ୍ରମେ ଏହି ଧୂଳିକଣା ଜଳୀୟ ଅଂଶରେ ସମ୍ପର୍ଶରେ ଆଦି ଏହି ପତଳା ଆସ୍ତରଣ ସୃଷ୍ଟି କରେ ଯେଉଁ ପତଳା ସ୍ତରକୁ ‘ମୃର୍ତ୍ତିକା’ ବୋଲି କୁହାଯାଏ ।

    ମୃର୍ତ୍ତିକା ସୃଷ୍ଟିର ବିଭିନ୍ନ ପ୍ରକ୍ରିୟା : ସାଧାରଣତଃ ତିନିପ୍ରକାର ପଦ୍ଧତିରେ ମୃର୍ତ୍ତିକା ସୃଷ୍ଟି ହୋଇଥାଏ । ସେଗୁଡିକ ହେଲା – ଭୌତିକ ପ୍ରକ୍ରିୟା, ରାସାୟନିକ ପ୍ରକ୍ରିୟା, ଏବଂ ଜୈବିକ ପ୍ରକ୍ରିୟା  ।

    • ଭୌତିକ ପ୍ରକ୍ରିୟା : ବିଭିନ୍ନ ଭୌତିକ ପ୍ରକ୍ରିୟାଦ୍ଵାରା ବିରାଟ ପ୍ରସ୍ତର ଖଣ୍ଡଗୁଡିକ ଭାଙ୍ଗି ମୃର୍ତ୍ତିକାରେ ପରିଣତ ହୁଅନ୍ତି । ସେହି ଭୌତିକ କାରଣଗୁଡିକ ମଧ୍ୟରେ ଜଳ, ବାୟୁ, ଉତ୍ତାପ, ହିମବାହ (Giaciers), ମାଧ୍ୟାକର୍ଷଣ ଶକ୍ତି ଇତ୍ୟାଦି ଅନ୍ୟତମ ।
    • ରାସାୟନିକ ପ୍ରକ୍ରିୟା : କେତେଗୁଡିଏ ରାସାୟନିକ ପ୍ରକ୍ରିୟା ଯଥା – କାରଣ, ବିଜାରଣ, ଅମ୍ଳ ପ୍ରକ୍ରିୟା, ଜଳ ଯୋଜନ (Hydration), କାର୍ବୋନିକ୍ ଅମ୍ଳ ପ୍ରକ୍ରିୟା ଇତ୍ୟାଦି ଦ୍ଵାରା ପ୍ରସ୍ତର କ୍ଷୟ ହୋଇ ମୃର୍ତ୍ତିକାରେ ପରିଣତ ହୁଏ ।
    • ଜୈବିକ ପ୍ରକ୍ରିୟା : ଏହି ପ୍ରକ୍ରିୟା ସାହାଯ୍ୟରେ ବଡ ବଡ ବୃକ୍ଷର ଚେର ପଥର ଫାଙ୍କ ମଧ୍ୟରେ ପ୍ରବେଶ କରି ପଥର ଖଣ୍ଡଗୁଡିକୁ ଛୋଟ ଛୋଟ ଖଣ୍ଡରେ ପରିଣତ କରନ୍ତି । ପଥରରେ ଥିବା କାଲସିୟମ, ମାଗ୍ନେସିୟମ, ସୋଡିୟମ, ପଟାସିୟମ, ଲୌହ ଇତ୍ୟାଦିର ଯୌଗିକ ପଦାର୍ଥକୁ ବୃକ୍ଷର ଚେର ଶୋଷଣ କରି ନେଇ ପଥରକୁ ଦୁର୍ବଳ ଓ କ୍ଷୟ କରିଦିଏ । ଉଦ୍ଭିଦ ଓ ପ୍ରାଣୀମାନେ ମରିଯିବା ପରେ ବିଘଟନ ପ୍ରକ୍ରିୟା ଦ୍ଵାରା ବିଭିନ୍ନ ଜୈବିକ ଓ ରାସାୟନିକ ପଦାର୍ଥ ମୃର୍ତ୍ତିକାରେ ମିଶି ଉର୍ବରତା ବଢାଏ ।

    ମୃର୍ତ୍ତିକାର ଉପାଦାନ (Soil Composition) : ମୃର୍ତ୍ତିକା ୫ ପ୍ରକାର ଉପାଦାନକୁ ନେଇ ଗଠିତ । ଯଥା – ଖଣିଜ ପଦାର୍ଥ (Mineral Matter), ବାୟୁ (Soil Air), ଜଳ (Soil Water), ଜୈବ ପଦାର୍ଥ (organic Matter)ଏବଂ ସଜୀବ ପଦାର୍ଥ (Soil Organisms), ଏହାର ଅନୁପାତ ଗୁଡିକ ନିମ୍ନରେ ପ୍ରଦତ୍ତ ହେଲା –

    ଉପାଦାନ

    ଅନୁପାତ

    ଖଣିଜ ପଦାର୍ଥ

    ୪୦%

    ଜୈବ ପଦାର୍ଥ

    ୧୦%

    ବାୟୁ

    ୨୫%

    ଜଳ

    ୨୫%

    ସଜୀବ ପଦାର୍ଥ

    ପରିବର୍ତ୍ତନଶୀଳ

    (ସାରଣୀ ନଂ -୩ )

    ମୃର୍ତ୍ତିକାର ପାର୍ଶ୍ଵଚିତ୍ର (Soil Profile): ଭୁଲମ୍ବ ଛେଦନ (Vertical Section) ଅନୁସାରେ ମୃର୍ତ୍ତିକାର ବିଭିନ୍ନ ସ୍ତର ବା ଦିଗନ୍ତ (Horizon) ବିଷୟରେ ଜାଣିବାର ଚିତ୍ରକୁ ମୃର୍ତ୍ତିକାର ପାଶ୍ଵଚିତ୍ର (Soil profile) ବୋଲି କୁହାଯାଏ । ମୃର୍ତ୍ତିକାର ଗଠନ ଏବଂ ଘନତ୍ଵ ସବୁସ୍ଥାନରେ ସମାନ ନୁହେଁ । ଅଧିକାଂଶ ମୃର୍ତ୍ତିକାର ମୁଖ୍ୟତଃ ୫ ଟି ସ୍ତର ବା ଦିଗନ୍ତ ଏବଂ ଅନେକ ଉପସ୍ତର ବା ଉପଦିଗନ୍ତ ରହିଛି । ସେଗୁଡିକ ହେଲା –

    1. 0 – ହେରୋଇଜନ୍ ( 0 – Horizon) : 0 – ହେରୋଇଜନ୍  ସ୍ତରଟି ଯଥାର୍ଥରେ ମୃର୍ତ୍ତିକାର ଠିକ୍ ଉପରକୁ ଥାଏ । ଏହି ସ୍ତର ସବୁ ପ୍ରକାର ଜୈବ ପଦାର୍ଥକୁ ନେଇ ଗଠିତ । ଏହାର ଦୁଇଟି ଉପସ୍ତର ଅଛି । ଯଥା – 01 ଏବଂ 02
    • 01 (A00)- ଏହି ଉପରସ୍ତରତି ଉଭୟ ପ୍ରାଣୀ ଏବଂ ଉଦ୍ଭିଦମାନଙ୍କର ସଦ୍ୟ ଭଗ୍ନାବଶେଷକୁ ନେଇ ଗଠିତ ପରେ ଯଥା – ସଦ୍ୟ ଝଡି ପଡୁଥିବା ଗଛର ଡାଳ, ପତ୍ର, ଫୁଲ, ଫଳ ପ୍ରାଣୀମାନଙ୍କର ଅପସ୍ରାବ ଏବଂ ଧ୍ୱଂସାବଶେଷ ଇତ୍ୟାଦି ।
    • 02 (A0)- ଏହି ଉପରସ୍ତରଟି 01 ଉପରସ୍ତରର ଠିକ୍ ତଳକୁ ଏବଂ ଶିର୍ଷସ୍ତର ମୃର୍ତ୍ତିକା (top soil)ର ଠିକ୍ ଉପରକୁ ଥାଏ । ମରୁତ ଜୀବମାନଙ୍କର ଦେହାବଶେଷ ଜୀବାଣୁମାନଙ୍କ ଦ୍ଵାରା ବିଘଟିତ ହୋଇ ଏହି ସ୍ତରର ମୃର୍ତ୍ତିକାକୁ ଉର୍ବର କରାଏ । ପରିଶେଷରେ ଏହି ବିଘଟନ ପ୍ରକ୍ରିୟା ସାହାଯ୍ୟରେ ମୃର୍ତ୍ତିକା ଏକ ଘନ ଧୂସର ରଙ୍ଗର ଅସ୍ତ୍ରଟିକାକାର (amorphous) ପଦର୍ଥରେ ପରିଣତ ହୁଏ ଯାହାକୁ ଉର୍ବର ମୃର୍ତ୍ତିକା ବୋଲି କୁହାଯାଏ । ଏହି ଉର୍ବର ମୃର୍ତ୍ତିକା ଏବଂ ଏହାର ଉପାଦାନ ସବୁ ବର୍ଷାଜଳ ଏବଂ ଜଳସେଚନ ସାହାଯ୍ୟରେ ଶୀର୍ଷ ମୃର୍ତ୍ତିକା ସ୍ତରକୁ ବୋହିଯାଏ । ସେଥିପାଇଁ ଏହି ଉପସ୍ତରକୁ ‘ଉଦ୍ଭିଦର ପୋଷାକ ଗନ୍ତଘର’ (Reservoir of Plant nutrients) ବୋଲି କୁହାଯାଏ ।
    1. ହେରୋଇଜନ୍ (A Horizon): ଏହି ସ୍ତର ହେଉଛି ମୃର୍ତ୍ତିକାର ଉଚ୍ଚତର ସ୍ତର ଯାହାକୁ ‘ଟପସଏଲ୍’ (Top Soil) ମଧ୍ୟ କୁହାଯାଏ । ଜୀବନଧାରଣ ପାଇଁ ମୁଖ୍ୟ ପୃଷ୍ଟପୋଷକ ସ୍ତର ହିସାବରେ ଏହା ପରିଗଣିତ । ଏହାର ଗଭୀରତା ୦.୧ -୩.୦ ମି. ମଧ୍ୟରେ ପରିବ୍ୟାପ୍ତ । କୌଣସି ଅଞ୍ଚଳର ଉଦ୍ଭିଦରାଜି ଏହି ସ୍ତରର ଗଭୀରତା ଏବଂ ଉତ୍କର୍ଷିତା ଉପରେ ନିର୍ଭର କରେ । ଏହି ସ୍ତରରେ ବ୍ୟାକ୍ଟେରିଆ, ଫିମ୍ପି ପରି ଅନୁଜୀବ ବହୁ  ପରିମାଣରେ ଥାଆନ୍ତି । ଏହି ସ୍ତରକୁ ୩ ପ୍ରକାର ଉପସ୍ତରରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା – A1 ,, A2 ଏବଂ A3
      • A1 : ଏହି ଉପସ୍ତରଟି ଟିପିସଏଲ୍ ସବୁଠାରୁ ଉପରସ୍ତର ଏବଂ ଏହାର ରଙ୍ଗ କଳା । ଏହା ବିଭିନ୍ନ ପ୍ରକାର ଜୈବିକ ଏବଂ ଅଜୈବିକ ପଦାର୍ଥକୁ ନେଇ ଗଠିତ । ଏହାର ଗଭୀରତା ଜଙ୍ଗଲ ଅପେକ୍ଷା ତୃଣଭୂମିରେ ଅଧିକ ।
      • A2 : A. ହୋରାଇଜନ ସ୍ତରର ଏହା ହେଉଛି ଦ୍ଵିତୀୟ ଉପସ୍ତର । ପରିସ୍ରବଣ ପରୀକ୍ଷା (Leaching) ଦ୍ଵାର ଏହି ଉପରସ୍ତରଟି ଅଧିକ ସଫା  ହୋଇଯାଇଥିବାରୁ ଏହାର ରଙ୍ଗ ହାଲକା । ସେଥିପାଇଁ  A2 ଉପରସ୍ତରକୁ ‘ସବହୋରାଇଜନ୍  ଅଫ୍ ଇଲୁଭିଏସନ୍’ (Sub Horizon of Eluviation) ବୋଲି ମଧ୍ୟ କୁହାଯାଏ । A1 ଉପସ୍ତର ତୁଳନାରେ ଏଠାରେ କମ୍ ପରିମାଣରେ ଖଣିଜ ଓ ଜୈବିକ ପଦାର୍ଥ ଥାଏ । ତେଣୁ ଏହାର ଉର୍ବରତା ଆଂଶିକ ଭାବରେ ଉପର ସ୍ତରର ଛାଟିହୋଇ ଆସୁଥିବା ପଦାର୍ଥ ଉପରେ ନିର୍ଭର କରେ ।
      • A3 : ଏହି ଉପରସ୍ତରଟି A ଏବଂ B ହେରାଇଜନ୍ ମଧ୍ୟରେ ଅବସ୍ଥିତ । ଏହାର ରଙ୍ଗ ହାଲକା ଏବଂ ଏଠାରେ ଅଣୂଜୀବମାନେ ବହୁତ କମ୍ ପରିମାଣରେ ଥାଆନ୍ତି । ଏହି ଉପରସ୍ତରରେ ବାୟୁ ସଂଯୋଜନ ମଧ୍ୟ କମ୍ ହୋଇଥାଏ ।
    2. B – ହୋରାଇଜନ  : ଏହାକୁ “ ଭୂମିତଳ ମାଟି ‘ ଅନ୍ତଭୃମୀ ବା ସବସଏଲ ବୋଲି କୁହାଯାଏ  । ନିରବଚ୍ଛିନ୍ନ ଭାବରେ ଏହା A – ହୋରାଇଜନର ମୌଳିକ ଉପାଦାନ ସବୁକୁ ଗ୍ରହଣ କରେ   ।  ସେଥିପାଇଁ B- ହୋରାଇଜନକୁ “ ମୌଳିକ ଉପାଦାନର ଗଚ୍ଛିତ ଅଞ୍ଚଳ ବା “ହୋରାଇନଜନ ଅଫ ଆଇଲୁଭିଏସନ”  କୁହାଯାଏ   ।  ଏହି ସ୍ତରର ମୋଟେଇ ୧ ମି ଏବଂ ଏହା ମାଟି ,  ପାଣି ଏବଂ ଖଣିଜ ଦ୍ରବ୍ୟରେ ଭରପୁର ହୋଇ ରହିଥାଏ   ।  ତେଣୁ ଉଭୟ A ଓ B ହୋରାଇଜନକୁ ନେଇ  ପ୍ରକୃତ ମୃର୍ତ୍ତିକା ବା ସୋଲୁମ ଗଠିତ   । ଏହି B ହୋରାଇଜନ ୩ ଟି ଉପସ୍ତର ବା ସବ ହୋରାଇଜନ ଯଥା -
      • ଏହି ଉପରସ୍ତରଟି ଉର୍ବର , କଳାରଙ୍ଗର ଏବଂ କେତେକାଂଶରେ ଦୃଢ ଅଟେ   , ଯାହାକି ଉପରସ୍ତରରେ ଜମା ହୋଇରହିଥିବା ଉର୍ବର ପଟୁମାଟି ଏବଂ ଜୈବିକ ପଦାର୍ଥ ସବୁ ଗ୍ରହଣ କରିଥାଏ  ।
      • ଏହି ବିଭିନ୍ନ ପ୍ରକାର ଅଜୈବିକ ପୃଷ୍ଟିକର ପଦାର୍ଥ, ମାଟି ଏବଂ ଓଜନିଆ ଧାତୁ ସବୁ ଧାରଣକରି ରଖିଥାଏ   । ଏହି ଉପରସ୍ତରଟି ସଂପୂର୍ଣ୍ଣ ରୂପେ ଟାଣ ଏବଂ ହାଲକା ରଙ୍ଗର  ।  ଗଛର ବହୁତ କମ ଚେର ଏହି ଉପରସ୍ତର ପର୍ଯ୍ୟନ୍ତ ଲମ୍ବିଥାଏ   ।
      • ଏହି ଉପରସ୍ତରଟି B ebm C ହୋରାଇଜନର ମଧ୍ୟଭାଗରେ ଅବସ୍ଥିତ   ।  ଏହା ଛୋଟ ଛୋଟ ପତର ଖଣ୍ଡକୁ ନେଇ ଗଠିତ   ।
    3. C – ହୋରାଇଜନ : ଏହି ସ୍ତର B- ହୋରାଇଜନର ନିମ୍ନରେ ଥାଏ   ।  ଅସ୍ଵାଭାବିକ ପଥର ଖଣ୍ଡକୁ ନେଇ ଏହା ଗଠିତ   । ଜୈବ ସକ୍ରିୟତା ଏହି ସ୍ତରରେ ନଥାଏ   । ଏହା ଆଦ୍ରତାରେ ସଂପୂର୍ଣ୍ଣ ସିକ୍ତ ହୋଇଥାଏ  ଏବଂ ଏଠାରେ ଜଳ ଟେବୁଲ ଦେଖାଯାଏଥାଏ  ।
    4. D – ହୋରାଇଜନ  : ଏହା ହେଉଛି ସର୍ବନିମ୍ନ ସ୍ତର   ।  ଏଠାରେ ବଡ ବଡ ଶିଳାଖଣ୍ଡ ଦେଖାଯାଏ   । ଭୂମିତଳ ଜଳ ଏହି ସ୍ତର ସ୍ତର ଉପରେ କାମ ହୋଇ ରହେ   ।

    ମୃର୍ତ୍ତିକା ବିରଚନ  : ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ ଆନୂପାତିକ ଅଂଶବିଶେଷକୁ ନେଇ ମୃର୍ତ୍ତିକାର ଭୌତିକ ଗଠନ ହୋଇଥାଏ   ।  ମୃର୍ତ୍ତିକା ବିରଚନ କୁ ଭିତ୍ତିକରି , ମୃର୍ତ୍ତିକାକୁ ୩ ଭାଗ ବିଭକ୍ତ କରାଯାଇଛି   ।

    1. ବାଲିଆ ମାଟି
    2. ଚିକିଟା ମାଟି  ।
    3. ଦୋରସା ମାଟି  ।

    ବାଲିଆ ମାଟି  : ଏହି ମାଟିରେ ୮୦ %ରୁ ଅଧିକ ବାଲି ଏବଂ ଅବଶିଷ୍ଟ ପଟ୍ଟୁ ଓ ଚିକିଟା ମାଟି ଥାଏ   ।  ଏହା ମଧ୍ୟରେ ବଡ ବଡ ରନ୍ଧ୍ର ରହୁଥିବାରୁ ବାୟୁ ସଞ୍ଚାରଳ ସୁବିଧାରେ ହୋଇଥାଏ  । କିନ୍ତୁ ଏହି ମାଟି ବର୍ଷାଜଳକୁ ଧରି ରାଖୀ ପାରେ ନାହିଁ   ।  ଏହି ମାଟିରେ ସିଆର କାଟିବା ସହଜ ହୋଇଥିବାରୁ “ହାଲକା ମାଟି “ ବୋଲି କୁହାଯାଏ   ।  ଅଜୈବ ପୋଷକ କମ ପରିମାଣରେ ରହୁଥିବାରୁ ଏହି ମାଟି ଅନୁର୍ବର ଅଟେ   ।  କିନ୍ତୁ ସାର ପ୍ରୟୋଗ କରିବା ଫଳରେ ଏହା କେତାକାଂଶରେ ଉର୍ବର ହୋଇଥାଏ  ।   ଏହି ପ୍ରକାରର ମାଟି ବାଦାମ ଚାଷ ପାଇଁ ଭଲ   । ଏହି ମାଟି ସରୁ ପାଦପମାଙ୍କୁ ବଢିବାରେ ଭଲ ଭାବରେ ସାହାଯ୍ୟ କରିଥାଏ   । ଅତିଶୀଘ୍ର ଉତ୍ତପ୍ତ ଏବଂ ଅତିଶୟ ଥଣ୍ଡା ହୋଇଯିବା ଏହି ମାଟିର ଲକ୍ଷଣ   ।

    ଚିକିଟା ମାଟି  : ଏଥିରେ  ୫୦% ରୁ ଅଧିକ ଚିକିଟା ମାଟି ଥାଏ   । ଅବଶିଷ୍ଟ ପଟ୍ଟୁ ଏବଂ କମ ବାଲି ଥାଏ   । ଏହି ମାଟି ଜଳକୁ ଦୃଢଭାବରେ ଧରି ରଖିପାରେ କାରଣ ଏଥିରେ ରନ୍ଧ୍ରଗୁଡିକ ଅତି ସଂକୀର୍ଣ୍ଣ ଥାଏ   ।  ସିଆର କାଟିବା ଏହି ମାଟିରେ କଷ୍ଟ ହୋଇଥିବାରୁ ଏହାକୁ “ ଓଜନିଆ ମାଟି  “ ବୋଲି କୁହାଯାଏ  । ଏହି ମୃର୍ତ୍ତିକାର ତାପମାତ୍ରାରେ ତାରତମ୍ୟ ଦେଖାଯାଏ ନାହିଁ   ।  ତେଣୁ ଏହାକୁ ଶୀତଳ ମାଟି ମଧ୍ୟ କୁହାଯାଏ  ।  ଏହି ମାଟି ଉର୍ବର ଅଟେ   ।  ତା ସତ୍ତ୍ୱେ ବି ଘଚର ଚେର ସହଜରେ ଏହା ଭିତରକୁ ପ୍ରବେଶ କରିପାରେ ନାହିଁ   ।   ଏହି ମାଟିର ଉପର ସ୍ତରରେ ସଂକୋଚନ ଏବଂ ପ୍ରସାରଣ ହେଉଥିବାରୁ ଏହା ଅନେକ ଗଛକୁ ଟେକି ଧରିପାରେ ନାହିଁ   । କିନ୍ତୁ ସାର ପ୍ରୟୋଗ କରିବା ଫଳରେ ବାୟୁ ଚଳାଚଳରେ ଉନ୍ନତି ପରିଲିଖିତ ହୁଏ ଏବଂ ଗଛର ଚେର ମଧ୍ୟ ଭିତରକ୍ଲୁ ସହଜରେ ପ୍ରବେଶ କରିପାରେ  ।

    ଦୋରସା ମାଟି  :  ଏହି ବାଲିଆ ମାଟି ୪୦% ଚିକିଟା ମାଟି ୨୦% ଏବଂ ପଟ୍ଟୁମାଟି ୪୦% ର ସମ୍ମିଶ୍ରଣରେ ଗଠିତ   ।  ଏହି ମାଟିରେ ବାୟୁ ସଞ୍ଚାଳନ ଏବଂ ଜଳ ଏବଂ ଜଳ ସଂଯୋଜନ ପାଇଁ ଠିକ ଅନୁପାତରେ ଉଭୟ ଛୋଟ ଏବଂ ବଡ ରନ୍ଧ୍ର ରହିଥାଏ   । ବର୍ଷାଜଳ ଏହି ମୃର୍ତ୍ତିକାରେ ସବୁଠାରୁ ଅଧିକ ପରିମାଣରେ ପ୍ରବେଶ କରିଥାଏ  ।  ଏହି ମାଟିର ବାୟୁ ଚଳାଚଳ , ଜଳଧାରଣ କ୍ଷମତା ଏବଂ ଉର୍ବରତା ଅଧିକ ଅଟେ   । ଗଛର ଚେର ଅତି ସହଜରେ ଏହି ମାଟିରେ ପ୍ରବେଶ କରିପାରେ  । ତେଣୁ ଦୋରସା ମାଟି ଚାଷବାସ ପାଇଁ ସବୁଠାରୁ ଭଲ  ।

    ଭାରତରେ ସାଧାରଣତଃ ୪ ପ୍ରକାରର ମୃର୍ତ୍ତିକା ଦେଖାଯାଏ   । ସେଗୁଡିକ ହେଲା   - ଲାଲ ମୃର୍ତ୍ତିକା , କୃଷ୍ଣମୃର୍ତ୍ତିକା ,  ଆଲୁଭିୟାଲ ମୃର୍ତ୍ତିକା ଏବଂ ତରାଇ ମୃର୍ତ୍ତିକା  ।

    • ଲାଲ ମୃର୍ତ୍ତିକା  : ଏହି ମୃର୍ତ୍ତିକା ହେଲା କ୍ଷାରୀୟ ମୃର୍ତ୍ତିକା ଯେଉଁତିରେ ଅଧିକ ପରିମାଣର ଜୈବ ପଦାର୍ଥ ଲୌହ ଏବଂ ଆଲୁମିନିୟମ ପ୍ରଭୁତି ଥାଏ , କିନ୍ତୁ ଚୂନ , ମଗ୍ନେସିୟମ , ଫସଫରସ ଏବଂ ପଟାସିୟମ ଇତ୍ୟାଦି କମ ପରିମାଣରେ ଥାଏ   । ଏହାକୁ ମଧ୍ୟ ମାଙ୍କଡା ପଥର କୁହାଯାଏ   ।
    • ଆଲୁଭିୟଲ ମୃର୍ତ୍ତିକା  : ନଦୀ ସ୍ରୋର ପ୍ରଭାବରେ ଶିଳାକ୍ଷୟ ହୋଇ ଆଲୁଭିୟାଲ ମୃର୍ତ୍ତିକା ଗଠନ ହୋଇଥାଏ   । ଏହାକୁ ପରିବାହିତ ମୃର୍ତ୍ତିକା ମଧ୍ୟ କୁହାଯାଏ   । କାରଣ ନଦୀସ୍ରୋତ ଦ୍ଵାରା ଶିଳାରେଣୁ ସ୍ଥାନାନ୍ତରିତ ହୋଇ ଅନ୍ୟ ସ୍ଥାନରେ ଜମା ହୋଇ କାଳକ୍ରମେ ଏହି ମୃର୍ତ୍ତିକା ଗଠନ କରିଥାଏ   ।
    • ତରାଇ ମୃର୍ତ୍ତିକା  : ଏହି ମୃର୍ତ୍ତିକା ପାହାଡର ପାଦଦେଶରେ ଦେଖାଯାଏ   । ଶିଳା ମୁଖ୍ୟତଃ ପାର୍ବତ୍ୟାଞ୍ଚଳରେ ବୃଷ୍ଟିଜଳ ଏବଂ ମାଧ୍ୟାକର୍ଷଣ ଶକ୍ତି ସାହାଯ୍ୟର କ୍ଷୟ ହୋଇ ନିମ୍ନଗାମୀ ହୋଇଥାଏ ।  ଏଥିରେ ଗଠିତ ମୃର୍ତ୍ତିକାକୁ ଆକର୍ଷିତ ମଧ୍ୟ କୁହାଯାଏ   ।  ଏହା ଅତି ଉର୍ବର ମୃର୍ତ୍ତିକା ଅଟେ   ।

    ଜୈବମଣ୍ଡଳ

    ପୃଥିବୀ ପୃଷ୍ଠରେ ଥିବା ଜୀବଜଗତକୁ ଜୀବମଣ୍ଡଳ ବା ଜୈବମଣ୍ଡଳ ବୋଲି କୁହାଯାଏ   ।  ଅତି କ୍ଷୁଦ୍ର ଭୂତାଣୁ ଏବଂ ଜୀବାଣୁ ଠାରୁ ବିଶାଳକାୟ କିନ୍ତୁ ଯଥା ହାତୀ , ତିମି ଏବଂ ଗୁଳ୍ମ ଠାରୁ ଆରମ୍ଭ କରି ବଡ ବଡ ବୃକ୍ଷ ପ୍ରଭୁତିକୁ ଜୀବ କୁହାଯାଏ   । ଏମାନଙ୍କର ଜୀବନଧାରଣ ପାଇଁ  ଜଳ , ସ୍ଥଳ ଏବଂ ବାୟୁ ଦରକାର   । ଜୀବର ବୃଦ୍ଧି ପରିବେଶ ଉପରେ ବିଶେଷ ନିର୍ଭର କରେ   , ତେଣୁ ଜଳଭାଗ ସ୍ଥଳଭାଗ ଏବଂ ବାୟୁମଣ୍ଡଳରେ ରହିଥିବା ଜୀବଜନ୍ତୁଙ୍କର ସମଷ୍ଟି ‘ ଜୀବମଣ୍ଡଳ ‘ କୁହାଯାଏ   ।  ଏହାକୁ ପୃଥିବୀର ସବୁଠାରୁ ବଡ ପରିସଂସ୍ଥା ବୋଲି କୁହାଯାଇପରେ   ।  ପୃଥିବୀର ଜୈବିକ ଆସ୍ତରଣ ,  ଜୈବିକ ଚକ୍ର ସୃଷ୍ଟି କରୁଥିବା ପଦାର୍ଥ ଓ ଜୀବମାନଙ୍କର ଶାରୀରିକ ପ୍ରକ୍ରିୟାରୁ ଜାତ ହୋଇଥିବା ବିଭିନ୍ନ ପଦାର୍ଥ ସବୁକୁ ନେଇ ଜୈବମଣ୍ଡଳ ଗଠିତ   । ମନୁଷ୍ୟ ଏହି ଜୈବମଣ୍ଡଳର ଅନ୍ତର୍ଗତ   ।   ଏମାନଙ୍କର ଜୀବନଧାରଣ ପାଇଁ ଉଦ୍ଭିଦ ଏବଂ ଅନ୍ୟାନ୍ୟ ପ୍ରାଣୀମାନଙ୍କର ସ୍ଥିତି ଏକାନ୍ତ ଆବଶ୍ୟକ   । ଜୀବମଣ୍ଡଳର ଜୈବିକ ଉପାଦାନ ଓ ସେମାନଙ୍କ ପରିବେଶ ମଧ୍ୟରେ ପାରସ୍ପରିକ କ୍ରିୟା ସବୁବେଳେ ଚାଲିଥାଏ   ।  ଏହି କ୍ରିୟା ପ୍ରାଣୀ ଓ ଉଦ୍ଭିଦମାନଙ୍କ ମଧ୍ୟରେ ଦେଖାଯାଏ   ।  ପୃଥିବୀର ବାୟୁମଣ୍ଡଳରେ ଥିବା ଅମ୍ଳଜାନ ପ୍ରାଣୀ ପାଇଁ ଓ ଅଙ୍ଗାରକାମ୍ଳ ଉଦ୍ଭିଦ ପାଇଁ ବିଶେଷ ଭାବରେ ଉପଯୋଗୀ ହୋଇପାରିଛି   । ମଣିଷ ବା ପ୍ରାଣୀ ଅମ୍ଳଜାନ ଗ୍ରହଣକରି ଅଙ୍ଗାରକାମ୍ଳ ତ୍ୟାଗ କରିଥିବା ବେଳେ ବୃକ୍ଷଲଟାଗୁଡିକ ଅଙ୍ଗରାକାମ୍ଳ ଗ୍ରହଣ କରି ଅମ୍ଳଜାନ ତ୍ୟାଗ କରନ୍ତି   ।  ଏହିପରି ଭାବରେ ଅନେକ ଜୈବ –ଭୂ ରାସାୟନିକ ଚକ୍ର ଜୀବମଣ୍ଡଳରେ ସକ୍ରିୟ ଅଛନ୍ତି   ।  ସେଗୁଡିକ ମଧ୍ୟରେ ଅମ୍ଳଜାନ  ଚକ୍ର , ଜଳଚକ୍ର , ଅଙ୍ଗାରଚକ୍ର ଯବକ୍ଷାରଜାନ ଚକ୍ର ଇତ୍ୟାଦି ଅନ୍ୟତମ  ।  ଏହି ଚକ୍ରଗୁଡିକ ଜୈବମଣ୍ଡଳକୁ ନିର୍ଜୀବ ମଣ୍ଡଳ ସହିତ ସଂଯୋଗ କରନ୍ତି   ।  ରାସାୟନିକ ପ୍ରକ୍ରିୟା ଓ ଏହି ଚକ୍ରମାନଙ୍କ ଦ୍ଵାରା ଜୀବଗୁଡିକ ଶକ୍ତି ଆହରଣ କରନ୍ତି ।

    ପରିପାର୍ଶ୍ଵ ବିଜ୍ଞାନ

    “ ପରିପାର୍ଶ୍ଵ ବିଜ୍ଞାନ “ କହିଲେ ଜୀବ ଓ ତାର ପରିବେଶ ମଧ୍ୟରେ ଥିବା ପାରସ୍ପରିକ ସମ୍ପର୍କ ତଥା ଜୀବ ଉପରେ ପରିବେଶ ପ୍ରଭାବକୁ ବୁଝାଏ  । ଜର୍ମାନ ବୈଜ୍ଞାନିକ ଏରନଷ୍ଟ ହେକେଲ ୧୮୬୬ ମସିହାରେ ପ୍ରଥମେ ଶବ୍ଦ ବ୍ୟବହାର କରିଥିଲେ   ।  ଏହା ଦୁଇଟି ଶବ୍ଦ ନେଇ ଗଠିତ   ।  ଯଥା ଓଇକସ ଅର୍ଥ ଏବଂ ଲୋଗସ ଅର୍ଥ ବିଶେଷ ଆଲୋଚନା   ।

    • ହେକେଜ ୧୮୬୯ ମସିହାରେ ପରିପାର୍ଶ୍ଵ ବିଜ୍ଞାନକୁ ପ୍ରାଣୀ ସହ ପ୍ରକୃତିର ସମ୍ପର୍କ  ରୂପେ ବର୍ଣ୍ଣନା କରିଛନ୍ତି  ।
    • ଫ୍ରେଡେରିକ କ୍ଳେମେନଟସ ୧୯୧୬ ମସିହାରେ ଏହାକୁ ‘ଗୋଷ୍ଠୀ – ବିଜ୍ଞାନ ‘ ଆଖ୍ୟା ଦେଇଥିଲେ  ।
    • ବ୍ରିଟିଶ ବିଜ୍ଞାନିକ ଚାର୍ଲସ ଏଲଟନ ୧୯୨୭ ମସିହାରେ ପରିପାର୍ଶ୍ଵ ବିଜ୍ଞାନକୁ ବିଜ୍ଞାନର ଅନ୍ତର୍ନିହିତ ଇତିହାସ ଯାହାକି ପ୍ରାଣୀମାନଙ୍କର ସମାଜ ଏବଂ ଅର୍ଥନୀତି ସହିତ ସମ୍ପୃକ୍ତ ବୋଲି କହିଥିଲେ  ।
    • ଆମେରିକାର ପରିବେଶ ବିଜ୍ଞାନୀ ଇଉଜିନ ପି ,  ଓଡୋମ ୧୯୫୯ ମସିହାରେ ଏହାକୁ  ‘ ପ୍ରକୃତିର ଗଠନ ଏବଂ କାର୍ଯ୍ୟ।ବଳୀ ସମ୍ପର୍କରେ ଏକ ବିଶେଷ ଆଲୋଚନା ବୋଲି କହିଥିଲେ ଯାହାକି ପରେ ୧୯୬୨ ମସିହାରେ ‘ ପରିସଂସ୍ଥା ‘ ର ଗଠନ ଏବଂ କାର୍ଯ୍ୟ।ବଳୀ ସମ୍ପର୍କରେ ଆଲୋଚନା ରୂପ ନେଇଥିଲା   ।
    • ଫିଲିପସନ ୧୯୭୦ ମସିହାରେ ପରିପାର୍ଶ୍ଵ ବିଜ୍ଞାନ ‘ କୌଣସି ଜୀବ ସମୂହ ସହ ଭୌତିକ ଅବସ୍ଥାର ସମ୍ବନ୍ଧ ‘ ବୋଲି କହିଥିଲେ   ।
    • ଆର .ଏଲ . ସ୍ମିଥ ୧୯୭୭ ମସିହାରେ ଏହାକୁ ଏକ ବହୁବିଭାଗ ବିଶିଷ୍ଟ ବିଜ୍ଞାନର ଆଖ୍ୟା ଦେଇଥିଲେ ଯାହାକି ଜୀବମାନଙ୍କର ରହିବାର ସ୍ଥାନ ଏବଂ ପରିସଂସ୍ଥା ଉପରେ ଆଲୋକପାତ କରିଥାଏ   ।

    ପରିପାର୍ଶ୍ଵ ବିଜ୍ଞାନର ଉଦ୍ଦେଶ୍ୟ   : ପରିପାର୍ଶ୍ଵ ବିଜ୍ଞାନ  ହେଉଛି ଏକ ସ୍ଵତନ୍ତ୍ର ବିଜ୍ଞାନ ଯାହା ଯେ କୌଣସି ଜୀବ ସହ ତାହାର ପରିବେଷ୍ଟନୀକୁ ଗୁରୁତ୍ଵ ଦେଇଥାଏ   । ଏହି ବିଜ୍ଞାନ ନିମ୍ନୋକ୍ତ ବିଷୟଗୁଡିକ ଉପରେ ଅଧିକ ଗୁରୁତ୍ଵ ହେଉଥାଏ  ।

    1. ପ୍ରାକୃତିକ ଅବସ୍ଥାରେ ଜୀବମାନଙ୍କର ବ୍ୟବହାର ବା ଆଚରଣ ପ୍ରଣାଳୀ  ।
    2. ଜୀବମାନଙ୍କର ବିବର୍ତ୍ତନ ପ୍ରକ୍ରିୟା   ।
    3. ଜୈବିକ ପଦାର୍ଥର ଉତ୍ପାଦନ ପ୍ରକ୍ରିୟା   ।
    4. ଜୈବିକ ଏବଂ ଅଜୈବିକ ପଦାର୍ଥ ମଧ୍ୟରେ ସମନ୍ୱିୟ ସ୍ଥାପନ   ।
    5. ଜୀବମାନଙ୍କର ଚତୁଃପାର୍ଶ୍ଵରେ ଆବସ୍ଥିତ ପଦାର୍ଥ ସହ କାର୍ଯ୍ୟକାରିତା ବ୍ୟବସ୍ଥାପନର ସମନ୍ଵୟ ସାଧନ  ।
    6. ପ୍ରାକୃତିକ ଅବସ୍ଥାର ବାର୍ଷିକ ତଥା ଋତୁଭିତ୍ତିକ ସାମରିକ ପରିବର୍ତ୍ତନ   ।
    7. ଜୀବ ଏକକ କିମ୍ବା ସାମୁହିକ ଭାବେ ପ୍ରକୃତି ସହ ଜଡିତ ଅବସ୍ଥା   ।
    8. ମାନଦନ୍ତ ଏବଂ ପରିସଙ୍ଖ୍ୟାଁ ଦ୍ଵାରା ପରିପାର୍ଶ୍ଵ ଅବସ୍ଥାରେ ଗାଣିତିକ ଅନୁଶୀଳନ  ।
    9. ପ୍ରାକୃତିକ ଅବସ୍ଥାରେ ଜୀବମାନଙ୍କର ଚଳଣି   ।

    10. ପ୍ରାକୃତିକ ସମ୍ପଦର ସଂରକ୍ଷଣ ଏବଂ ପରିଚାଳନା ଓ ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା  ।

    ପରିପାର୍ଶ୍ଵ ବିଜ୍ଞାନର ଶ୍ରେଣୀ ବିଭାଗ   : ପ୍ରଥତଃ ପରିପାର୍ଶ୍ଵ ବିଜ୍ଞାନୀମାନେ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କୁ ନେଇ ଏହି ବିଜ୍ଞାନକୁ ଦୁଇ ଭାଗରେ ବିଭକ୍ତ କରିଥିଲେ    ।  ଯଥା – ଉଦ୍ଭିଦ ପରିପାର୍ଶ୍ଵ ବିଜ୍ଞାନ ଏବଂ ପ୍ରାଣୀ ପରିପାର୍ଶ୍ଵ ବିଜ୍ଞାନ   । କିନ୍ତୁ ପରେ ଯେତେବେଳେ ଦେଖାଗଲା ଉଦ୍ଭିଦ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ସମ୍ପର୍କ ଅତି ନିବିଡ ,  ସେତେବେଳେ ସେମାନଙ୍କୁ ଏକେକ ରୂପେ ନିଆଯାଇ ପରିସଂସ୍ଥାର କାର୍ଯ୍ୟକାରିତା ନିରୂପଣ କରାଗଲା   ।

    ପୁନଶ୍ଚ , ପାରିପାର୍ଶ୍ଵ ବିଜ୍ଞାନକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଗଲା   ।  ଯଥା –

    1. ବ୍ୟଷ୍ଟି ପରିବେଷିକା   ।
    2. ସମଷ୍ଟି ପରିବେଶିକା    ।

    ବ୍ୟଷ୍ଟି ପରିବେଷିକା   : ଅଟେକୋଲୋଜି ଦୁଇଟି ଗ୍ରୀକ ଶବ୍ଦରୁ ଆସିଛି  ।  ଏହାକୁ ‘ ଜାତ ପରିବେଶିକା ମଧ୍ୟ କୁହାଯାଏ   । କାରଣ ଏହା କୌଣସି ଏକେକ କିମ୍ବା ବ୍ୟଷ୍ଟି ସହ ପରିବେଶର ପ୍ରଭାବ ଏବଂ କାର୍ଯ୍ୟ ନିର୍ବାହ ର ପଦ୍ଧତି ବୁଝାଇଥାଏ   ।

    ସମଷ୍ଟି ପରିବେଶିକା   : ସିନେକୋଲୋଜି ଦୁଇଟି ଗ୍ରୀକ ଶବ୍ଦରୁ ଆସିଛି   ।  ଏହା ସମଗ୍ର ପ୍ରାଣୀ ଏବଂ ଉଦ୍ଭିଦମାନଙ୍କର ସମଷ୍ଟି ଏବଂ ସେମାନଙ୍କର ଚତୁଃପାର୍ଶ୍ଵରେ ଥିବା ବିଭିନ୍ନ ପଦାର୍ଥର ପ୍ରଭାବ ଯାହାଦ୍ଵାରା ପରିବେଶରେ ଏକ ସମନ୍ଵୟ ପ୍ରତିଷ୍ଠା ହୋଇପାରେ   । ତେଣୁ ସମଷ୍ଟି ପରିବେଶିକା ବୋଲି କୁହାଯାଏ   ।

    ଏହାଛଡା ପରିପାର୍ଶ୍ଵ ବିଜ୍ଞାନକୁ ପୁଣି ବହୁ ଭାଗରେ ବିଭକ୍ତ କରାଯାଇଛି  ।  ଯଥା  -

    1. ଆବାସ ପରିବେଶିକା   ।
    2. ଜନସଂଖ୍ୟା ପରିବେଶିକା   ।
    3. ଗୋଷ୍ଠୀ ପରିବେଶିକା   ।
    4. ଜୀବାଳି ପରିବେଶିକା   ।
    5. ପରିସଂସ୍ଥା ପରିବେଶିକା   ।
    6. ଉତ୍ପାଦନ ପରିବେଷିକା   ।
    7. ଭୂ- ତତ୍ଵ ପରିବେଶିକା   ।
    8. ପ୍ରତ୍ନ – ପରିବେଶିକା   ।

    ସୁତରାଂ ପରିପାର୍ଶ୍ଵ ବିଜ୍ଞାନ ଜୀବବିଜ୍ଞାନ ସହ ଅନ୍ୟାନ୍ୟ ବିଜ୍ଞାନ ପଦ୍ଧତିରେ ସମଷ୍ଟିଗତ ଭାବଧାରା ଉପରେ ପର୍ଯ୍ୟବେସିତ ଅଟେ  ।  ଭୌତିକ ବିଜ୍ଞାନ ଦ୍ଵାରା ଏହି ପ୍ରଭାବିତ ଏବଂ ନିୟନ୍ତ୍ରଣ ହୋଇଥାଏ   ।

    ଆଧାର :ଡକ୍ଟର ମନୋରମା ପତ୍ରୀ

     

    2.85714285714
    ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

    ( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

    Enter the word
    ନେବିଗତିଓଂ
    Back to top