ହୋମ / ଶକ୍ତି / ପରିବେଶ / ପାଗ ଓ ଜଳବାୟୁ (ତାପମାନ)
ସେଆର କରନ୍ତୁ

ପାଗ ଓ ଜଳବାୟୁ (ତାପମାନ)

ଉତ୍ତାପର ଉର୍ଦ୍ଧ୍ଵଗତି ଓ ଭୌମିକ ଗତି ହେତୁ ଭୂ ପୃଷ୍ଠରେ ତାପର ମିଶ୍ରଣ ଘଟେ ଓ ତାପମାନର ପରିବର୍ତ୍ତନ ହୁଏ ।

ତାପମାନ

ସୂର୍ଯ୍ୟ  ସମସ୍ତ  ଶକ୍ତିର  ଆଧାର   । ଜୀବଜଗତ , ଦୈନନ୍ଦିନ  ପାଗ , ଖରା ବର୍ଷା , ବାଆ – ବତାସ  ସୂର୍ଯ୍ୟ  ଦ୍ଵାରା  ପ୍ରତ୍ୟକ୍ଷ  ବା  ପରୋକ୍ଷରେ   ନିୟନ୍ତ୍ରିତ    । ବିକିରଣ   ପ୍ରଣାଳୀ  ଦ୍ଵାରା  ବାୟୁ  ମଣ୍ଡଳର  ଉତ୍ତାପ  ବୃଦ୍ଧିପାଏ   । ଉତ୍ତାପର  ଉର୍ଦ୍ଧ୍ଵଗତି  ଓ  ଭୌମିକ  ଗତି  ହେତୁ  ଭୂ ପୃଷ୍ଠରେ  ତାପର  ମିଶ୍ରଣ  ଘଟେ  ଓ  ତାପମାନର ପରିବର୍ତ୍ତନ  ହୁଏ   ।ବାୟୁ  ଉତ୍ତପ୍ତ  ହେଲେ  ସମ୍ପ୍ରସାରିତ  ହୁଏ   । ଏହି  ବାୟୁ  ଘୂର୍ଣ୍ଣନ  ପରିଚଳନ  ହେତୁ  ଏକ  ସ୍ଥାନରୁ  ଅନ୍ୟ  ସ୍ଥାନକୁ  ସ୍ଥାନାନ୍ତରିତ  ହୁଏ   । ଉଚ୍ଚ  ତାପମାନ  ଅଞ୍ଚଳରୁ  ନିମ୍ନ  ତାପମାନ  ଅଞ୍ଚଳକୁ  ତାପ  ପ୍ରବାହିତ  ହୁଏ  । ଲଘୁ ଓ  ଉତ୍ତପ୍ତବାୟୁ  ଉର୍ଦ୍ଧ୍ଵଗାମୀ  ହୁଏ   । ତାହାର  ସ୍ଥାନ  ପୂରଣ  ପାଇଁ  ଉପରୁ ଓ  ପାଖରୁ ଗୁରୁବାୟୁ  ପ୍ରବାହିତ  ହୁଏ   ।

ତାପମାତ୍ରାର  ପରିବର୍ତ୍ତନ  ଓ  ପରିମାଣ

ତାପମାତ୍ରାର  ପରିବର୍ତ୍ତନ  ଓ  ପରିମାଣ  ଏହାର  ସ୍ଥାନର  ଭୌଗଳିକ  ସ୍ଥିତି   ଉପରେ  ନିର୍ଭର  କରେ   । ପୃଥିବୀର   ଘୂର୍ଣ୍ଣନ  ଓ କୌଣିକ  ଅବନତି  ହେତୁ  ସୌରତାପ  ବିକିରଣ  ପରିମାଣ  ସ୍ଥାନ  ବିଶେଷରେ  ପାର୍ଥକ୍ୟ  ହୋଇଥାଏ   । ସୂର୍ଯ୍ୟଙ୍କଠାରୁ   ଆସୁଥିବା  ତାପମାତ୍ରା  ଓ  ପୃଥିବୀ  ପୃଷ୍ଠରୁ  ବିକିରଣ  ତାପମାତ୍ରାର  ପାର୍ଥକ୍ୟ   ହେତୁ  ତାପମାନର   ପରିବର୍ତ୍ତନ  ହୁଏ  । ଯେ  କୌଣସି  ସ୍ଥାନରେ  ସୂର୍ଯ୍ୟ  ଠାରୁ  ପ୍ରାୟ  ଦିନ  ଦୁଇଘଣ୍ଟା  ପର୍ଯ୍ୟନ୍ତ  ସୂର୍ଯ୍ୟଙ୍କ  ଠାରୁ  ଆସୁଥିବା  ଉତ୍ତାପ  ପୃଥିବୀ  ପୃଷ୍ଠରୁ  ନଷ୍ଟ  ହେଉଥିବା  ଉତ୍ତାପ  ଠାରୁ  ଅଧିକ  ହେଉଥିବାରୁ  ବାୟୁ  ମଣ୍ଡଳର   ତାପମାନ ଧୀରେ  ଧୀରେ  ବୃଦ୍ଧିପାଏ   । ଅପରାହ୍ନରୁ  ପୁଣି  ସୂର୍ଯ୍ୟଉଦୟ  ପର୍ଯ୍ୟନ୍ତ  ପୃଥିବୀ  ପୃଷ୍ଠରୁ  ବିକିରଣ  ପରିମାଣ  ସୂର୍ଯ୍ୟଠାରୁ   ମିଳୁଥିବା  ବିକିରଣ  ପରିମାଣ  ଠାରୁ  ବେଶୀ  ହେଉଥିବାରୁ   ଉତ୍ତପ୍ତ  ଭୂପୃଷ୍ଠରୁ  ଉତ୍ତାପ  ବାୟୁମଣ୍ଡଳକୁ  ସଞ୍ଚାଳିତ  ହୁଏ  ଓ  ତାପମାନ  କ୍ରମଶଃ  ହ୍ରାସ  ପାଏ    । ବାୟୁମଣ୍ଡଳ  ଦିନବେଳା  ଶୀଘ୍ର  ଉତ୍ତପ୍ତ  ହୁଏ  କିନ୍ତୁ  ଧୀରେ  ଧୀରେ  ଶୀତଳ  ହୁଏ  , ସୂର୍ଯ୍ୟଉଦୟର  ୨ ଘଣ୍ଟା  ପୂର୍ବରୁ  ତାପମାନ  ସର୍ବନିମ୍ନ  ସ୍ତରକୁ  ହ୍ରାସ  ପାଇଥାଏ  । ଏବେ  ଦୂରଦର୍ଶନ  ମାଧ୍ୟମରେ  ଦେଶର  ପ୍ରତ୍ୟକ   ରାଜ୍ୟକୁ  ରାଜଧାନୀର  ଦୈନିକ  ସର୍ବୋଚ୍ଚ  ଓ  ସର୍ବନିମ୍ନ   ତାପମାନ  ଜଣାଇ   ଦିଆଯାଉଛି   । ମାସର  ପ୍ରତ୍ୟକ  ଦିନର  ସର୍ବୋଚ୍ଚ  ତାପମାନରୁ  ହାରାହାରି  ତାପମାନ  ଓ  ପ୍ରତ୍ୟକ  ଦିନର  ସର୍ବନିମ୍ନ  ତାପମାନକୁ   ମିଶାଇ  ସେ  ମାସର  ସର୍ବନିମ୍ନ  ହାରାହାରି  ତାପମାନ  ସ୍ଥିର  କରାଯାଏ   । ସର୍ବୋଚ୍ଚ ଓ  ସର୍ବନିମ୍ନ   ତାପମାନକୁ  ମିଶାଇ  ହାରାହାରି  ତାପମାନ  ସ୍ଥିର  କରାଯାଏ  । ଅନ୍ୟୁନ୍ୟ  ୧୦ ବର୍ଷର  ପର୍ଯ୍ୟବେକ୍ଷଣକୁ  ହିସାବକୁ  ନେଇ  ସେହି  ସ୍ଥାନର   ସ୍ଵାଭାବିକ  ସର୍ବୋଚ୍ଚ , ସର୍ବନିମ୍ନ  ଓ  ହାରାହାରି  ତାପମାନ  ହିସାବ  କରାଯାଏ   ।

ସ୍ଥାନଟି  ସମୁଦ୍ର  କୂଳରେ  ଅବସ୍ଥିତ   ହୋଇଥିଲେ  ସେଠାରେ  ବେଶୀ  ଗରମ  କି  ବେଶୀ  ଥଣ୍ଡା   ଅନୁଭୂତ  ହୁଏ  ନାହିଁ   । ସର୍ବୋଚ୍ଚ  ଓ  ସର୍ବନିମ୍ନ  ତାପମାନ  ମଧ୍ୟରେ  ବେଶୀ  ପାର୍ଥକ୍ୟ  ନଥାଏ   । ଉଦାହରଣ , ପୁରୀ  ଓ  ବିଶାଖାପାଟଣା   । ଏ  ସ୍ଥାନମାନଙ୍କର  ଗ୍ରୀଷ୍ମଋତୁ  ଓ  ଶୀତଋତୁ   ତାପମାନ  ମଧ୍ୟରେ  ବେଶୀ  ପାର୍ଥକ୍ୟ  ନଥାଏ   । କିନ୍ତୁ  ସ୍ଥାନଟି  ସମୁଦ୍ରଠାରୁ  ଦୂରରେ  ଥିଲେ  ସେଠାରେ  ଖରାଦିନେ   ବେଶୀ  ଖରା  ଓ  ଶୀତଦିନେ   ବେଶୀ  ଶୀତ ହୁଏ   । ( ଉଦାହରଣ  ଆଜମିର  ଓ  ଜୟ  ସାଲିମାର )  ।

ବିଷୁବରେଖା , ନିକଟସ୍ଥ  ଅଞ୍ଚଳରେ  ଦିନ  ରାତି  ଦୈର୍ଘ୍ୟର  ବିଶେଷ  ତାରତମ୍ୟ  ନଥାଏ   । ତାପମାନର  ମଧ୍ୟ   । ଏଠି  ଗ୍ରୀଷ୍ମ  ଓ  ଶୀତଋତୁର  ତାପମାନ  ପ୍ରାୟ   ସମାନ   । ଋତୁର  ପାର୍ଥକ୍ୟ  ନାହିଁ   । ବିଷୁବରେଖାର  ଉତ୍ତରରେ  ବା  ଦକ୍ଷିଣରେ  ଯେତେ  ଦୂରକୁ  ଯିବା  ତାପମାନ   ପାର୍ଥକ୍ୟ   ସେତେ  ବେଶୀ  ଅନୁଭୂତ   ହୁଏ   । ନିରୀକ୍ଷ  ବୃତ୍ତିୟ  ଜଳବାୟୁ   ଉଷ୍ମ  ଓ  ଆର୍ଦ୍ର; ମେରୁ  ଅଞ୍ଚଳର  ଜଳବାୟୁ   ଶୁଷ୍କ  ଓ  ଶୀତଳ  ଏଣୁ   । ତାପମାନ  ପ୍ରତ୍ୟକ  ସ୍ଥାନର   ପ୍ରଥମ  ଉପାଦାନ  ବୋଲି  ଧରାଯାଇଥାଏ   ।

ଆଧାର - ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ  ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ

3.22222222222
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top