অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବନ ସଂରକ୍ଷଣ ସମିତିର ଆୟବ୍ୟୟ ହିସାବ ପଦ୍ଧତି

ହିସାବ ବିଦ୍ଧି

ପ୍ରକଳ୍ପ ଦ୍ଵାରା ବନ ସଂରକ୍ଷଣ ସମିତି ଗୁଡ଼ିକୁ ଆର୍ଥିକ ଅନୁଦାନ ପ୍ରଦାନ କରାଯିବ । ସବୁ ସମିତି ଗୁଡ଼ିକ ସେମାନଙ୍କର ଆୟବ୍ୟୟର ହିସାବ ରଖିବେ । ଏପ୍ରିଲ୍ ୧ରୁ ପରବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଆର୍ଥିକ ବର୍ଷ ବୋଲି ଧରାଯିବ । ଆୟବ୍ୟୟର ଅଟକଳ କରି ଆର୍ଥିକ ବର୍ଷ ଶେଷରେ ୩ ମାସ ମଧ୍ୟରେ ବାଲାନ୍ସ ବାହାର କରିବେ । ପ୍ରତ୍ୟେକ ମାସରେ ମାସିକ ଆୟ ବ୍ୟୟର ହିସାବ ମାସ ଶେଷରେ ଏକ ସପ୍ତାହ ମଧ୍ୟରେ ପ୍ରସ୍ତୁତ କରିବେ ।

ବାର୍ଷିକ କାର୍ଯ୍ୟ ନିର୍ଘଣ୍ଟ

ଅଣୁ ଯୋଜନା ଅନୁସାରେ ବାର୍ଷିକ କାର୍ଯ୍ୟ ନିର୍ଘଣ୍ଟ ପ୍ରସ୍ତୁତ କରାଯିବ ଓ ଏହାକୁ ସାଧାରଣ ପରିଷଦ ବୈଠକରେ ଆଲୋଚନା, ସଂଶୋଧନ ଓ ସ୍ୱୀକୃତି ପାଇଁ ପେଶ୍ କରାଯିବ । ବନ ସଂରକ୍ଷଣ ସମିତି ତ୍ରୟମାସିକ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ଅର୍ଥ ବିଷୟରେ କ୍ଷେତ୍ର ପରିଚାଳନା ସଂସ୍ଥାଙ୍କୁ ଜଣାଇବେ ଯେ କି ଖଣ୍ଡୀୟ ପରିଚାଳନା ସଂସ୍ଥାଙ୍କୁ ଅନୁଦାନ ପ୍ରଦାନ ପାଇଁ ସୁପାରିଶ କରିବେ ।

ବାର୍ଷିକ ଅଟକଳ

ବାର୍ଷିକ ଯୋଜନା, ଆବଶ୍ୟକ ଅର୍ଥ ଇତ୍ୟାଦି ବିଚାରକୁ ନେଇ ବନ ସଂରକ୍ଷଣ ସମିତିର ବାର୍ଷିକ ଅଟକଳ ପ୍ରସ୍ତୁତ କରାଯିବ । ଏଥିରେ ସଭାପତିଙ୍କ ଦ୍ଵାରା ସ୍ଵୀକୃତି ଅଣୁଯୋଜନାର କାର୍ଯ୍ୟଗୁଡ଼ିକୁ ସଂପାଦନ କରିବା ପାଇଁ ପଦକ୍ଷେପ ନିଆଯିବ । କ୍ଷେତ୍ର ପରିଚାଳନା ସଂସ୍ଥା ଓ ସ୍ଵେଚ୍ଛାସେବୀ ସଂଗଠନମାନେ ଏଥିପାଇଁ ବନ ସଂରକ୍ଷଣ ସମିତିକୁ ସହାୟତା କରିବେ । ପ୍ରକଳ୍ପର ଆର୍ଥକମାନକୁ ଭିତ୍ତିକରି ବ୍ୟୟ ଅଟକଳ କରାଯିବ ଓ ସାଧାରଣ ପରିଷଦ ଏହାକୁ ଅନୁମୋଦନ କରିବେ ।

ପାଣ୍ଠି ପରିଚାଳନା

ମାସିକ ଅର୍ଥ ଆବଶ୍ୟକତା ଓ କାର୍ଯ୍ୟଅଟକଳ ବନ ସଂରକ୍ଷଣ ସମିତିର କାର୍ଯ୍ୟକାରୀ କମିଟି ଦ୍ଵାରା କରାଯିବ ଓ ଏହା ସଂପୃକ୍ତ ଅଧୁକାରୀଙ୍କ ଦ୍ଵାରା ମଞ୍ଜୁର ହେବ । ସଭ୍ୟ ସଚିବ କ୍ଷେତ୍ର ପରିଚାଳନା ସଂସ୍ଥା ଜରିଆରେ ଆବଶ୍ୟକ ଅର୍ଥ ବରାଦ ପାଇଁ ଖଣ୍ଡୀୟ ପରିଚାଳନା ସଂସ୍ଥାକୁ ପ୍ରସ୍ତାବ ଦେବେ । ଖଣ୍ଡୀୟ ପରିଚାଳନା ସଂସ୍ଥା ଡ୍ରାପ୍ଟ / ଟଙ୍କା ହସ୍ତାନ୍ତର ପଦ୍ଧତିରେ ବନ ସଂରକ୍ଷଣ ସମିତିକୁ ଅନୁପ୍ରଦାନ କରିବେ । ଟଙ୍କା ଉଠାଣ ପାଇଁ ଦସ୍ତଖତକାରୀ କାର୍ଯ୍ୟନିର୍ବାହୀ କମିଟି ଦ୍ଵାରା ମନୋନୀତ ହେବେ । ପରବର୍ତ୍ତୀ ବୈଠକରେ କାର୍ଯ୍ୟର ଅଗ୍ରଗତି ଓ ଖର୍ଚ୍ଚ ବିଷୟରେ ଆଲୋଚନା କରାଯିବ ।

ପାଣ୍ଠି ପରିଚାଳନା ଓ ବନ ସଂରକ୍ଷଣ ସମିତି ସାଧାରଣ ପରିଷଦ

କାର୍ଯ୍ୟନିର୍ବାହୀ କମିଟି ପର୍ଯ୍ୟାୟକ୍ରମେ କାର୍ଯ୍ୟର ବିବରଣୀ ଓ ଖର୍ଚ୍ଚର ହିସାବ ସାଧାରଣ ପରିଷଦ ବୈଠକରେ ପେଶ୍ କରିବେ । ସାଧାରଣ ପରିଷଦ ସେ ସବୁକୁ ବିଚାର କରି ବନ ସଂରକ୍ଷଣ ସମିତିର ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରିବେ ।

ହିସାବ ପ୍ରଣାଳୀ

ବନ ସଂରକ୍ଷଣ ସମିତିର ବ୍ୟାଙ୍କ ଜମାଖାତା ପରିଚାଳନା

ବନ ସଂରକ୍ଷଣ ସମିତିର ସମସ୍ତ ଅର୍ଥ ସମିତିର ବ୍ୟାଙ୍କ ଜମା ଖାତା (ପାସ୍ ବହି)ରେ ରହିବ । କାର୍ଯ୍ୟ ନିର୍ବାହୀ କମିଟିର ଅନୁମୋଦନ କ୍ରମେ ଜାତୀୟକରଣ ଅଥବା ଆଞ୍ଚଳିକ ବ୍ୟାଙ୍କ ରେ ଜମାଖାତା ଖୋଲାଯିବ । ଏହି ଖାତା ସଭ୍ୟ ସଚିବ ଏବଂ ସଭାପତି ବା କୋଷାଧ୍ୟକ୍ଷଙ୍କ ଦ୍ଵାରା ପରିଚାଳିତ ହେବ । ଟଙ୍କା ଉଠାଣରେ ସଭ୍ୟସଚିବ ସହିତ କୋଷାଧ୍ୟକ୍ଷ କିମ୍ବା ସଭାପତିଙ୍କ ଦସ୍ତଖତ ରହିବ । ପ୍ରକଳ୍ପରୁ ମିଳୁଥିବା ସମସ୍ତ ଅର୍ଥ ଏହି ଜମାଖାତା ମାଧ୍ୟମରେ ଜମା ଓ ଉଠାଣ ହେବ । ବନ ସଂରକ୍ଷଣ ସମିତି ଅର୍ଥ ଗୁଡ଼ିକ ପ୍ରକଳ୍ପ ଦ୍ଵାରା ଉଦ୍ଦିଷ୍ଟ କାର୍ଯ୍ୟରେ ଖର୍ଚ୍ଚ ହେବ । ଏହି ଜମା ବହି ଓ ଅର୍ଥ ସବୁ ସମୟରେ ତଦାରଖ ପାଇଁ ଉପଲବ୍ଧ ହେଉଥିବ ।

ଗ୍ରାମ୍ୟ ବନ ଉନ୍ନୟନ ପାଣ୍ଠି

ସମିତିର ଆୟ ହେଉଥିବା ସମସ୍ତ ଅର୍ଥ, ବ୍ୟାଙ୍କ ସୁଧ, ସ୍ଵୟଂ ସହାୟକ ଗୋଷ୍ଠୀରୁ ମିଳୁଥିବା ସୁଧ ସବୁ ବନ ଉନ୍ନୟନ ପାଣ୍ଠିରେ ଜମା ହେବ । ସଭ୍ୟ ଚାନ୍ଦା, ଜୋରିମାନା ଇତ୍ୟାଦି ମଧ୍ୟ ଏହି ପାଣ୍ଠିରେ ଜମା ହେବ । ପ୍ରକଳ୍ପ ଶେଷରେ ଏହି ପାଣ୍ଠିର ବିନିଯୋଗ ହେବ । ଏଥିରୁ ଅତିକମ୍‌ରେ ଶତକଡ଼ା ୫୦ ଭାଗ ଅର୍ଥ ଜଙ୍ଗଲ ଉନ୍ନୟନ ପାଇଁ ବ୍ୟୟ କରାଯିବ ।

ଆର୍ଥିକ ବିଶୃଙ୍ଖଳା

ସମିତିରେ ଆର୍ଥିକ ବିଶୃଙ୍ଖଳା ଦେଖାଦେଲେ କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟ ଖଣ୍ଡୀୟ ପରିଚାଳନା ସଂସ୍ଥା ସହାୟତାରେ ବନ ସଂରକ୍ଷଣ ସମିତିର ଜମାଖାତାକୁ କିଛି ଦିନ ପାଇଁ ଅଚଳ କରିପାରିବେ । ବିଶୃଙ୍ଖଳା କାରଣ ସମ୍ବନ୍ଧରେ ଅନୁସନ୍ଧାନ କରିବେ । ଆଇନଗତ କାର୍ଯ୍ୟାନୁଷ୍ଠାନ ଦ୍ଵାରା କ୍ଷୟକ୍ଷତିର ଭରଣା ହେଲାପରେ ଜମାଖାତାକୁ ପୁନଃ ପ୍ରଚଳନ ପାଇଁ ନିର୍ଦ୍ଦେଶ ଦେବେ । ସମିତିରେ ଅର୍ଥ ଆତ୍ମସାତ ଓ ଅନ୍ୟାନ୍ୟ ବିଶୃଙ୍ଖଳା ପାଇଁ ସଭାପତି, ସଭ୍ୟ ସଚିବ ଓ କୋଷାଧକ୍ଷ ମିଳିତ ଭାବରେ ଦାୟୀ ରହିବେ ।

ପ୍ରାପ୍ତି ସ୍ଵୀକାର ପତ୍ର (ରସିଦ୍)

ବନ ସଂରକ୍ଷଣ ସମିତି ଦ୍ଵାରା ପ୍ରାପ୍ତ ସମସ୍ତ ଅର୍ଥ ଯଥା ଅନୁଦାନ, ଋଣ, ପ୍ରଶିକ୍ଷଣ ଫିସ୍, ସଭ୍ୟ ଚାନ୍ଦା ଓ ସମିତି ଦ୍ଵାରା ବିକ୍ରି ଲବ୍ଧ ଅର୍ଥ ପାଇଁ ଛାପା ରସିଦ୍ ପ୍ରଦାନ କରାଯିବ ।

ହିସାବ ପ୍ରଣାଳୀ

ସଭ୍ୟ ସଚିବଙ୍କ ଦ୍ଵାରା କାର୍ଯ୍ୟନିର୍ବାହୀ କମିଟିର ପରାମର୍ଶରେ ମାସିକ କାର୍ଯ୍ୟ ସାରଣୀ ପ୍ରସ୍ତୁତ କରାଯିବ ଓ କାର୍ଯ୍ୟନିର୍ବାହୀ କମିଟି ଦ୍ଵାରା ଅନୁମୋଦିତ ଦସ୍ତଖତକାରୀଙ୍କ ଦ୍ଵାରା ଆବଶ୍ୟକ ଅର୍ଥ ଉଠାଣ ହେବ । ବନ ସଂରକ୍ଷଣ ସମିତିଙ୍କ ଜମାଖାତାରୁ କିସ୍ତି ଅନୁସାରେ ଅର୍ଥ ଉଠାଯିବ । ସମସ୍ତ ଖର୍ଚ୍ଚର ବିବରଣୀ କାର୍ଯ୍ୟନିର୍ବାହୀ କମିଟିରେ ପାଶ୍ ହେବ ଓ ଭାଉଚରରେ ସଭ୍ୟ ସଚିବ, କୋଷାଧକ୍ଷ ଓ ସଭାପତି ଦସ୍ତଖତ କରିବେ । ସଭ୍ୟ ସଚିବ ସମିତିର କ୍ୟାସ ବୁରେ ସମସ୍ତ ହିସାବ ଲେଖୁବେ ଓ ଏଥିରେ ତାଙ୍କୁ କୋଷାଧକ୍ଷ ଓ ଗ୍ରାମ୍ୟ ବନ ସହାୟକ ସାହାଯ୍ୟ କରିବେ । ବନ ସଂରକ୍ଷଣ ସମିତି ପ୍ରକଳ୍ପ ଦ୍ଵାରା ନିର୍ଦ୍ଧାରିତ ପ୍ରଣାଳୀରେ ହିସାବ ରଖିବେ ।

ଖର୍ଚ୍ଚ ପ୍ରଣାଳୀ

ପ୍ରତ୍ୟେକ ମାସ ଶେଷରେ ସଭ୍ୟସଚିବ, କୋଷାଧ୍ୟକ୍ଷ ଓ ଗ୍ରାମ୍ୟବନ ସହାୟକଙ୍କ ସହାୟତାରେ ଉକ୍ତ ମାସର ଆୟବ୍ୟୟର ହିସାବ ବିବରଣୀ ପ୍ରସ୍ତୁତ କରି କାର୍ଯ୍ୟନିର୍ବାହୀ କମିଟିରେ ପେଶ କରିବେ । କାର୍ଯ୍ୟନିର୍ବାହୀ କମିଟିର ଅନୁମୋଦନ ପରେ ଏହାକୁ ପରମାସ ୭ ତାରିଖ ମଧ୍ୟରେ କ୍ଷେତ୍ର ପରିଚାଳନା ସଂସ୍ଥାର ମୁଖ୍ୟଙ୍କୁ ପଠାଯିବ । ସମିତିର ଆୟବ୍ୟୟ ହିସାବ ବିବରଣୀ ପାଇଲା ପରେ କ୍ଷେତ୍ର ପରିଚାଳନା ସଂସ୍ଥା ତାହାକୁ ତନଖ କରିବେ, ଆବଶ୍ୟକ ହେଲେ ହୋଇଥିବା କାମକୁ ଯାଞ୍ଚ କରି ତାଙ୍କର ମତାମତ ଦେଇ ପ୍ରତି ସ୍ଵାକ୍ଷର କରିବେ । ବିବରଣୀରେ କିଛି ତ୍ରୁଟି ରହିଥିଲେ ତାହାକୁ ସଂଶୋଧନ କରିବା ନିମନ୍ତେ ପଦକ୍ଷେପ ନେବେ । ତାଙ୍କ ଅଧିନରେ ଥିବା ସମସ୍ତ ସମିତି ଗୁଡ଼ିକର ହିସାବ ବିବରଣୀକୁ ଖଣ୍ଡୀୟ ପରିଚାଳନା ସଂସ୍ଥାଙ୍କୁ ପ୍ରେରଣ କରିବେ।

ସମିତିର ଆୟବ୍ୟୟର ଏକ ତ୍ରୈମାସିକ ବିବରଣୀ ଗ୍ରାମ୍ୟ ବନ ସହାୟକଙ୍କ ଦ୍ଵାରା ପ୍ରସ୍ତୁତ କରାଯିବ । ସଭ୍ୟସଚିବ ତାହାକୁ ତନଖ କଲାପରେ କାର୍ଯ୍ୟକାରୀ କମିଟିକୁ ଅନୁମୋଦନ ନିମନ୍ତେ ପେଶ କରାଯିବ ।

ଖର୍ଚ୍ଚର ପ୍ରକାର ଓ ପ୍ରାମାଣିକ ତଥ୍ୟ

ପ୍ରକଳ୍ପରୁ ମିଳୁଥିବା ଅର୍ଥକୁ ବନ ସଂରକ୍ଷଣ ସମିତି ବିଭିନ୍ନ କାର୍ଯ୍ୟ ପାଇଁ ଖର୍ଚ୍ଚ କରିପାରିବେ । ଏହି ଖର୍ଚ୍ଚ ଗୁଡ଼ିକ ଆବଶ୍ୟକତା ଅନୁସାରେ କରାଯିବ ଓ ନିୟମାନୁସାରେ ଏହାର ସମସ୍ତ ହିସାବ ରହିବ । ପ୍ରତ୍ୟେକ ଖର୍ଚ୍ଚ କେଉଁଥି ପାଇଁ କରାଗଲା ତାହା ଭାଉଚର ଓ ବିଲରେ ଉଲ୍ଲେଖ ହେବ । ସମସ୍ତ ଭାଉଚର ଓ ବିଲ୍‌କୁ ସମିତି କାର୍ଯ୍ୟାଳୟରେ ସଂରକ୍ଷିତ କରାଯିବ ।

ପ୍ରାପ୍ତ ଅନୁଦାନ

ବନ ସଂରକ୍ଷଣ ସମିତି ତରଫରୁ କୋଷାଧକ୍ଷ ସମସ୍ତ ପାଣ୍ଠି ଗ୍ରହଣ କରିବେ, ରସିଦ ଦେବେ ଓ ଖାତାରେ ଲେଖିବେ । ସଭାପତି / ସଭ୍ୟ ସଚିବ ଏହା ତଦାରଖ କରିବେ । ସମସ୍ତ ପାଣ୍ଡି ବନ ସଂରକ୍ଷଣ ସମିତି ଜମାଖାତାରେ ଜମା ହେବ । ହାତରେ ଟ.୨୦୦୦/- ରୁ ଅଧିକ ଅର୍ଥ ରହିବ ନାହିଁ । ପ୍ରାପ୍ତ ଅର୍ଥ ସଙ୍ଗେ ସଙ୍ଗେ ଖାତାରେ ଲେଖାଯିବ ଓ ସଭ୍ୟ ସଚିବ ତାହା ତଦାରଖ କରିବେ । ପ୍ରତ୍ୟେକ ଦିନର ହିସାବ ଖାତାରେ ଲେଖାଯିବ ।

ଅର୍ଥ ପ୍ରଦାନ ପ୍ରଣାଳୀ

କୌଣସି ଖର୍ଚ୍ଚ ପାଇଁ ପାଞ୍ଚ ହଜାରରୁ ଊର୍ଦ୍ଧ୍ଵ ଅର୍ଥ ପଇଠ କରିବାକୁ ହେଲେ ତାହା ଆକାଉଣ୍ଟ ପେଇ ଚେକ୍ ଆକାରରେ ଦିଆଯିବ

ଗ୍ରାମ୍ୟ ବନ ସହାୟକଙ୍କୁ ଭତ୍ତା

ପ୍ରକଳ୍ପ ଦ୍ଵାରା ଗ୍ରାମ୍ୟ ବନ ସହାୟକଙ୍କ ଭତ୍ତା ସମୟ ଅନୁସାରେ ସ୍ଥିର କରାଯିବ ।

ଅଗ୍ରୀମ

କୌଣସି କାର୍ଯ୍ୟ ପାଇଁ ଆବଶ୍ୟକ ହେଲେ କାର୍ଯ୍ୟ ନିର୍ବାହୀ ସମିତି ଦ୍ଵାରା କ୍ଷମତାପ୍ରାପ୍ତ ସଭ୍ୟଙ୍କୁ ଅଗ୍ରୀମ ଅର୍ଥ ଦିଆଯାଇ ପାରିବ । ସଂପୃକ୍ତ ସଭ୍ୟ ଏହି ଅର୍ଥର ଖର୍ଚ୍ଚ ହିସାବ ୭ ଦିନ ମଧ୍ୟରେ ପ୍ରଦାନ କରିବେ । ସ୍ଵୟଂ ସହାୟକ ଗୋଷ୍ଠୀକୁ ଅଗ୍ରୀମ ଦେବା ପାଇଁ ବନ । ସଂରକ୍ଷଣ ସମିତି ଓ ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଅଗ୍ରୀମ ଦିଆଯିବ ।

ଖର୍ଚ୍ଚର ଭାଉଚର

ସମସ୍ତ ବିଲ୍ କୋଷାଧ୍ୟକ୍ଷଙ୍କ ଦ୍ଵାରା ତଦାରଖ କରାଯିବ । କୋଷାଧକ୍ଷ|ସଭ୍ୟସଚିବଙ୍କ ଦ୍ଵାରା ଭାଉଚର ପ୍ରସ୍ତୁତ କରାଯିବ ଓ ସଭ୍ୟ ସଚିବ ଓ ସଭାପତିଙ୍କ ଅନୁମୋଦନ ପରେ ଖର୍ଚ୍ଚ ପଇଠ କରାଯିବ ।

କ୍ରୟ ବ୍ୟବସ୍ଥା

ଦୁଇ ହଜାର ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଦ୍ରବ୍ୟ କ୍ରୟ ପାଇଁ କୋଟେସନ୍ ଆହ୍ଵାନ କରାଯିବ । ଅତି କମ୍‌ରେ ୩ଟି କୋଟେସନ୍ ଆହ୍ଵାନ କରାଯିବ । ଦ୍ରବ୍ୟର ମାନ ଓ ମୂଲ୍ୟକୁ ବିଚାରକୁ ନେଇ କାର୍ଯ୍ୟକାରୀ କମିଟି ଅନୁମୋଦନ କ୍ରମେ ଯୋଗାଣ ପାଇଁ ଅର୍ଡ଼ର ଦିଆଯିବ । ପ୍ରତି ଦିନର ସାଧାରଣ ଜିନିଷ କ୍ରୟ ରେ ସଭ୍ୟ ସଚିବ, କୋଷାଧକ୍ଷ ଓ ସଭାପତିଙ୍କ ଅନୁମୋଦନ ନିଆଯିବ । ଉଚ୍ଚ ମାନର ବା ଅଧିକ ମୂଲ୍ୟର ଦ୍ରବ୍ୟ ଯଥା - ସିମେଣ୍ଟ, ଲୁହାଛଡ଼ ଇତ୍ୟାଦି କ୍ରୟରେ କ୍ଷେତ୍ର ପରିଚାଳନା ସଂସ୍ଥା ବନ ସଂରକ୍ଷଣ ସମିତିକୁ ସହାୟତା କରିବେ।

ବନ ସଂରକ୍ଷଣ ସମିତି ହିସାବର ସମୀକ୍ଷା (ଅଡ଼ିଟ)

ସମୀକ୍ଷାର ପରି ସର – ପ୍ରକଳ୍ପରୁ ଆସିଥିବା ପାଣ୍ଠି ପ୍ରକୃତ କାମରେ ଲାଗିଲା କି ନାହିଁ, ସଠିକ ହିସାବ ରଖାଗଲା କି ନାହିଁ, ବର୍ଷ ଶେଷରେ ବିବରଣୀ ପ୍ରସ୍ତୁତ ହୋଇଛି କି ନାହିଁ ଏ ସମସ୍ତ ବିଷୟରେ ସମୀକ୍ଷା କରାଯିବ ।

ସମୀକ୍ଷାକାରୀଙ୍କ ନିଯୁକ୍ତି

କ୍ଷେତ୍ର ପରିଚାଳନା ସଂସ୍ଥା ପରାମର୍ଶରେ ଓ ଖଣ୍ଡୀୟ ପରିଚାଳନା ସଂସ୍ଥାଙ୍କ ଅନୁମୋଦନ କ୍ରମେ ଚାଟାର୍ଡ ଆକାଉଟାଣ୍ଟଙ୍କ ଦ୍ଵାରା ବର୍ଷ ଶେଷରେ ବନ ସଂରକ୍ଷଣ ସମିତିର ସମସ୍ତ ହିସାବ ସମୀକ୍ଷା କରାଯିବ ।

କାର୍ଯ୍ୟର ପରିମାଣ ଓ ମାନର ତଦାରଖ

କାର୍ଯ୍ୟ ତଦାରଖ ପାଇଁ ବନ ସଂରକ୍ଷଣ ସମିତି ଏକ ଉପ କମିଟି ଗଠନ କରିବେ । ନିର୍ମାଣ କାର୍ଯ୍ୟ ପାଇଁ ସେମାନେ ଅଭିଜ୍ଞ ଯନ୍ତ୍ରୀ ବା ବନ କର୍ମଚାରୀଙ୍କ ସହାୟତା ନେବେ । କେତେ ଜିନିଷ ଲାଗିଲା ତାର ତଦାରଖ ହେବ । କଣ କେଉଁଠୁ ଭଡ଼ାରେ ଆସିଲା, କାମ ଠିକ୍ ହେଲା କି ନାହିଁ, ସମୟାନୁସାରେ ଶେଷ ହେଲା କି ନାହିଁ, ବରାଦ ଅନୁସାରେ କାମ ହେଲା କି ନାହିଁ, ଉନ୍ନତ ମଞ୍ଜି ଓ ଚାରା ଉତ୍ପାଦନ, ସମୟାନୁସାରେ ଚାରା ରୋପଣ, ଆବଶ୍ୟକ ଗର୍ଭ ଖନନ, ଗଛଗୁଡ଼ିକ ଠିକ୍ ବଞ୍ଚିଲେ କି ନାହିଁ ଏହା ଉପ କମିଟି ତଦାରଖ କରିବ ।

ବାର୍ଷିକ ଆୟବ୍ୟୟ ତଦାରଖ

ବନ ସଂରକ୍ଷଣ ସମିତି ବାର୍ଷିକ ଆୟବ୍ୟୟର ହିସାବ ସମୀକ୍ଷା କରାଗଲାପରେ ତାହାକୁ ସାଧାରଣ ପରିଷଦର ଅନୁମୋଦନ ପାଇଁ ପଠାଯିବ । ଅନୁମୋଦନ ପରେ ସମସ୍ତ ହିସାବ କ୍ଷେତ୍ର ପରିଚାଳନା ସଂସ୍ଥା ଓ ଖଣ୍ଡୀୟ ପରିଚାଳନା ସଂସ୍ଥାକୁ ବର୍ଷ ଶେଷର ୪ ମାସ ମଧ୍ୟରେ ପଠାଯିବ ।

ବନ ସଂରକ୍ଷଣ ସମିତି ଦ୍ଵାରା ନଥିପତ୍ର ରକ୍ଷଣାବ୍ୟକ୍ଷଣ

ଆବଶ୍ୟକ ଅନୁସାରେ ବନ ସଂରକ୍ଷଣ ସମିତି ସ୍ତରରେ ଆର୍ଥିକ ଓ ଅନ୍ୟାନ୍ୟ ନଥିପତ୍ର ଗୁଡ଼ିକୁ ଦାୟିତ୍ଵର ସହିତ ରଖାଯିବ ।

"ଫର୍ମ – ୧"

"ଫର୍ମ – ୨"

ଆଧାର -"ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ"

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate