ହୋମ / ଶକ୍ତି / ପରିବେଶ / ବାୟୁ ପ୍ରଦୂଷଣ
ସେଆର କରନ୍ତୁ

ବାୟୁ ପ୍ରଦୂଷଣ

ଭାରତ ଷ୍ଟେଜ୍ ୩ ଓ ୪ ର ସୂଚନା

ଉପକ୍ରମ

ଏକ  ଐତିହାସିକ  ରାୟରେ  ଦେଶର  ସର୍ବୋଚ୍ଚ   ନ୍ୟାୟାଳୟ  ଚଳିତ   ଏପ୍ରିଲ  ୧ ତାରିଖ  (୨୦୧୭) ରୁ  ସମଗ୍ର   ଦେଶରେ  ସମସ୍ତ  ଭାରତ  ଷ୍ଟେଜ୍ ବା  ବିଏସ୍ – ୩ ମାନକଯୁକ୍ତ  ଇନ୍ଧନଚାଳିତ   ଯାନବାହାନର  ବିକ୍ରୟ  ଓ  ପଞ୍ଜୀକରଣ  ବନ୍ଦ  କରିଦେଇଛନ୍ତି  ଏବଂ  ତା’ ସ୍ଥାନରେ  ଅଧିକ  ପରିବେଶ  ଉପଯୋଗୀ  ବିଏସ – ୪ ମାନକ  ସ୍ଵୀକୃତ  ଶ୍ରେଣୀର  ଯାନ  ପ୍ରବର୍ତ୍ତନ  ପାଇଁ  ନିର୍ଦ୍ଦେଶ  ଦେଇଛନ୍ତି   । ନାଗରିକଙ୍କ  ସ୍ୱାସ୍ଥ୍ୟ  ଯାନବାହାନ  ଶିଳ୍ପ  ଓ  ବ୍ୟବସାୟର   ସ୍ଵାର୍ଥ  ତୁଳନାରେ  ଅଧିକ   ଗୁରୁତ୍ୱପୂର୍ଣ୍ଣ  ହୋଇଥିବାରୁ  ଏଭଳି  ପଦକ୍ଷେପ  ନିଆଗଲା  ବୋଲି   ଏଥିରେ   ଦର୍ଶାଯାଇଛି   । ଅବଶ୍ୟ  ଯାନବାହନ  ବ୍ୟବସାୟୀମାନଙ୍କ  ପାଇଁ  ଏହା  ଏକ   ଶାକ୍ତ  ଧକ୍କା  ରୂପେ   ବିବେଚିତ   ହେଉଛି  । ତେବେ  ପରିବେଶବିତ୍ ମାନେ   ଏହାକୁ  ଏକ  ସ୍ଵରରେ   ସ୍ଵାଗତ  କରୁଛନ୍ତି   ।

ବାୟୁ  ପ୍ରଦୂଷଣ

ଆମ  ଦେଶରେ   ପ୍ରତିବର୍ଷ  ପ୍ରାୟ ୧.୪ ନିୟୁତ  ଲୋକ  ବାୟୁ  ପ୍ରଦୂଷଣ  ହେତୁ  ଅକାଳ  ମୃତ୍ୟୁବରଣ  କରନ୍ତି  ବୋଲି  ବିଶ୍ଵବ୍ୟାଙ୍କ ଦ୍ଵାରା  ଅନୁଷ୍ଠିତ  ଏକ  ଆକଳନରୁ  ଜଣାପଡିଛି   । ଏହା  ବ୍ୟତୀତ  ୬ରୁ  ୭  ନିୟୁତ  ଲୋକ  ପ୍ରଭାବିତ  ହୁଅନ୍ତି   ବିବିଧ  ରୋଗ ବ୍ୟାଧିରେ  । ଅତଏବ  ଏବେ  ଖାଦ୍ୟ  ନିରାପତ୍ତା  ବା  ନିରାପଦ  ପାନୀୟ  ଜଳ  ଅପେକ୍ଷା  ଅଧିକ  ଅତ୍ୟାବଶ୍ୟକ  ହୋଇପଡିଛି  ଆଘ୍ରାଣ  ଯୋଗ୍ୟ  ବାୟୁ  । ଅନ୍ୟପକ୍ଷରେ   ଏହାର  ଲଭ୍ୟତା  ଦିନକୁ  ଦିନ  ହ୍ରାସ  ପାଇବାରେ  ଲାଇଛି  ଏବଂ  ଦିଲ୍ଲୀ  ସମେତ  ପ୍ରାୟ  ୨୩ଟି  ସହର  ଓ  ନଗରଗୁଡିକରେ  ତାହା  ଅତ୍ୟନ୍ତ  ଜଟିଳ  ଅବସ୍ଥାରେ  ପହଞ୍ଚିଗଲାଣି   । ସମଗ୍ର  ବିଶ୍ଵରେ  ବିଶେଷ  କରି  ବିକଶିତ  ତଥା  ଦ୍ରୁତ ବିକାଶଶୀଳ  ଦେଶଗୁଡିକରେ  ପରିସ୍ଥିତି   ଏହାଠାରୁ   ନିହାତି  କିଛି  ଅଲଗା  ନୁହେଁ   ।

ବାୟୁ   ପ୍ରଦୂଷଣକୁ  ନିୟନ୍ତ୍ରଣ

ଯାନବାହାନ  ଜନିତ   ବାୟୁ   ପ୍ରଦୂଷଣକୁ  ନିୟନ୍ତ୍ରଣ  କରିବା  ପାଇଁ  ପ୍ରାଥମିକ  ସ୍ତରରେ  ଆମ  ଆମ  ଦେଶରେ  କାର୍ଯ୍ୟକ୍ରମ  ଆରମ୍ଭ  ହୋଇଥିଲା   । ୧୯୯୧  ମସିହାରେ  ଏଥିରେ  ପେଟ୍ରୋଲଚାଳିତ  ଗାଡିଗୁଡିକରୁ  କାର୍ବନ  ମନୋକସାଇଡ  ନିର୍ଗମନ  ଏବଂ  ଡିଜେଲ  ଗାଡି  ଗୁଡିକରୁ  ପୁଚ୍ଛଧୂମ  ପାଇଁ  ମାନକ  ନିର୍ଦ୍ଧାରଣ  କରାଗଲା  ଏବଂ  ସମସ୍ତ   ମହାନଗରରେ  ସୀମା   ବିହୀନ  ପେଟ୍ରୋଲଚାଳିତ  କାରଗୁଡିକରେ   ‘ କାଟାଲିଟିକ  କନଭର୍ଟର ’ ଲଗାଇବା  ବାଧ୍ୟତାମୂଳକ  ହେଲା   । ପୁନଶ୍ଚ  ୟୁରୋପୀୟ   ଦେଶମାନେ  ଅନୁସରଣ  କରୁଥିବା  ବାୟୁପ୍ରଦୂଷଣ   ମାନକକୁ  ଆଖି  ଆଗରେ  ରଖି  ୨୦୦୦ ମସିହାରେ  ୟୁରୋ – ୧ ଅନୁରୂପ  ଭାରତ  ଷ୍ଟେଜ୍  ବା  ବିଏସ୍ – ୧ ମାନକ  ପ୍ରବର୍ତ୍ତନ  କରାଗଲା   । ତେବେ  ଦିଲ୍ଲୀ  ପାଇଁ  ଅନୁସୃତ  ହେଲା  ୟୁରୋ – ୨ ଅନୁରୂପ ବିଏସ୍ – ୨ ମାନକ , ଯାହାକି  ଦେଶର  ଅଧିକ  ପ୍ରଦୂଷିତ  ୧୩ ଟି  ବଡ  ବଡ  ସହର  ଓ  ନଗରଗୁଡିକରେ  ୨୦୦୨ ରେ  ସିଏନ୍ ଜି  ଏବଂ  ଏଲପିଜି  ଚାଳିତ  ଯାନମାନଙ୍କ  ଲାଗି  ଏବଂ  ୨୦୦୩ରେ   ସମସ୍ତ  ପ୍ରକାର  ଯାନବାହାନ  ପାଇଁ  ପ୍ରଯୁଜ୍ୟ   କରାଗଲା   । ସେହିପରି  ୨୦୦୫ରେ  ସେଠାରେ  ୟୁରୋ – ୩ ସମତୁଲ୍ୟ ବିଏସ – ୩ ମାନକ  ଏବଂ  ୨୦୧୦ ରେ  ୟୁରୋ – ୪ ସମତୁଲ୍ୟ  ବିଏସ – ୪ ମାନକ  ପ୍ରବର୍ତ୍ତିତ  ହେଲା   । ତେବେ  ଦେଶର  ଅନ୍ୟ  ସମସ୍ତ  ସ୍ଥାନ  ପାଇଁ  ରହିଲା  ବିଏସ୍ – ୩ ମାନକ , କିନ୍ତୁ  ଏବେ  ଏହାକୁ  ବିଏସ୍ – ୪କୁ  ପ୍ରବର୍ତ୍ତିତ  କରାଗଲା  ସର୍ବୋଚ୍ଚ  ନ୍ୟାୟାଳୟର  ନିର୍ଦ୍ଦେଶରେ  । ନଚେତ   ୨୦୨୦ ମସିହାରେ  ଏହା  କରାଯାଇଥାନ୍ତା   ।

ବିଏସ୍ – ୩ ତୁଳନାରେ  ବିଏସ୍ – ୪ ଇଞ୍ଜିନଗୁଡିକ  ଭିନ୍ନ

ପ୍ରତ୍ୟକଟି  ଭାରତ  ଷ୍ଟେଜ୍ ବା  ବିଏସ୍  ମାନକରେ  ଯାନବାହାନରୁ  ବାଷ୍ପୀୟ  ନିର୍ଗମନର  ମାତ୍ରା  ନିର୍ଦ୍ଧାରଣ  ହୋଇଥାଏ   । ଏହି  ସ୍ତର  ବା  ଷ୍ଟେଜ୍ ଯେତିକି  ଆଗକୁ  ବଢେ , ନିର୍ଗମନରେ  ପ୍ରଦୂଷକଗୁଡିକର  ମାତ୍ରା  ସେତିକି  କମ୍  ହେବାର  ବ୍ୟବସ୍ଥା  ରହିଛି   । ସେହି  ଅନୁସାରେ  ନୂଆନୂଆ  ଟେକ୍ନୋଲୋଜି  ପ୍ରୟୋଗରେ  ନିର୍ମିତ  ହେଉଛି  ଉନ୍ନତ  ମାନର  ଇଞ୍ଜିନ   । ଏଣୁ  ତାହା  ପେଟ୍ରୋଲଚାଳିତ  ହେଉ  କି  ଡିଜେଲଚାଳିତ   ହେଉ  ବିଏସ୍ – ୩ ତୁଳନାରେ  ବିଏସ୍ – ୪ ଇଞ୍ଜିନଗୁଡିକ  ବେଶ୍  ଭିନ୍ନ   । ବାହାରକୁ  ଉଭୟ   ଏକାଭଳି  ଦେଖାଗଲେ  ସେଗୁଡିକର  ଇଲକଟ୍ରୋନିକ୍ସ , ସେନ୍ ସର  ବ୍ୟବସ୍ଥା , କମ୍  ଗନ୍ଧକଯୁକ୍ତ  ଇନ୍ଧନ  ବ୍ୟବହାର  କରିବାର  ସାମର୍ଥ୍ୟ  ଏବଂ  ନିର୍ଗମନ  ପରବର୍ତ୍ତୀ  ବ୍ୟବସ୍ଥାରେ  ଅନେକ  ତଫାତ୍  ରହିଛି   । ଏହା  ବ୍ୟତୀତ ବିଏସ୍ – ୪ ଇଞ୍ଜିନରେ  ବ୍ୟବହୃତ  ଇନ୍ଧନର  “ ଅକ୍ଟେନ ନମ୍ବର ” ପେଟ୍ରୋଲ  କ୍ଷେତ୍ରରେ  ୯୧ ଏବଂ  ଡିଜେଲ  କ୍ଷେତ୍ରରେ  ୫୧ , ଯାହାକି  ବିଏସ୍ – ୩ ସହିତ  ସମାନ , ତେବେ  ତହିଁରେ  ଗନ୍ଧକର ମାତ୍ରା  ନିୟୁତ  ପ୍ରତି  ୩୫୦ ଭାଗ  ରୁ  ୫୦ ଭାଗକୁ  ହ୍ରାସ  କରାଯାଇଛି   । ଅତଏବ  ଏଥିରେ  ଗନ୍ଧକ  ଅକସାଇଡ   ସମୂହର  ନିର୍ଗମନ   ଉଲ୍ଲେଖନୀୟ  ଭାବେ  କମ୍  । ଏବେ  ଆସନ୍ତୁ   ତାହା ୦.୫୦ , ୦.୨୫ , ୦.୩୦ ଏବଂ  ୦.୦୨୫ ଗ୍ରାମ୍ ତଥା  ବିଏସ୍ -  ୬ କ୍ଷେତ୍ରରେ  ୦.୫୦ , ୦.୦୬ , ୦.୧୭ ଏବଂ  ୦.୦୦୫ ଗ୍ରାମ   ହେବ   । ଫଳରେ  ଶେଷୋକ୍ତ   ସ୍ତରର  ପ୍ରବର୍ତ୍ତନ  ବେଳକୁ  ପ୍ରତ୍ୟକ  ଶ୍ରେଣୀର  ଯାନବାହାନରୁ  ନିର୍ଗତ  ବାଷ୍ପରେ  ପ୍ରଦୂଷକ  ଗୁଡିକର  ମାତ୍ରା  ଉଲ୍ଲେଖନୀୟ  ଭାବେ  ହ୍ରାସ  ପାଇବ   । ଆମ  ଦେଶରେ  ପ୍ରତ୍ୟହ  ୫୩,୭୦୦ ପାଖାପାଖି  ନୂତନ  ଯାନବାହାନର  ପଞ୍ଜୀକରଣ  ହେଉଥିବା  ଦୃଷ୍ଟିରୁ  ବିଶେଷକରି  ସହରାଞ୍ଚଳରେ  ବାୟୁ  ପ୍ରଦୂଷଣ   ରୋକିବା  ଦିଗରେ   ଏହା  ହେବ  ଏକ  ଗୁରୁତ୍ୱପୂର୍ଣ୍ଣ   ପଦକ୍ଷେପ   । ତେବେ  ଜନସାଧାରଣଙ୍କୁ  ଶ୍ଵାସକ୍ରିୟା  ଉପଯୋଗୀ  ବିଶୁଦ୍ଧ   ବାୟୁ  ଯୋଗାଇ  ଦେବା  ପାଇଁ  ତାହା  ଯଥେଷ୍ଟ  ହେବ  ନାହିଁ   । କାରଣ  ଏହାଠାରୁ  ଆହୁରି  ପ୍ରଦୂଷଣକାରୀ  ହେଲେ  ବିବିଧ   ଶିଳ୍ପ   ଓ  ତାପଜ  ବିଦ୍ୟୁତ  କେନ୍ଦ୍ର , ରାସ୍ତାର  ଧୁଳି  ଅନ୍ୟାନ୍ୟ  ଉତ୍ସରୁ  ବାହାରୁଥିବା  ଧୂଆଁ   ଇତ୍ୟାଦି   । ୨୦୧୫  ମସିହାରେ   କାନପୁରସ୍ଥିତ  ଇଣ୍ଡିଆନ  ଇନଷ୍ଟିଚ୍ୟୁଟ  ଅଫ  ଟେକ୍ନୋଲୋଜି  ଦ୍ଵାରା  ଅନୁଷ୍ଠିତ   ସର୍ବେକ୍ଷେଣରୁ  ଜଣାପଡିଛି  ଯେ   ବିଭିନ୍ନ  ସହରାଞ୍ଚଳରେ  ଯାନବାହନରୁ  ନିର୍ଗତ  ଧୂମ  ୯ରୁ  ୨୦ ଶତାଂଶ  ବାୟୁ  ପ୍ରଦୂଷଣର  କାରଣ  ହେଲା  ବେଳେ  ଶିଳ୍ପକେନ୍ଦ୍ର  ଓ  ଘରୋଇ  ଉତ୍ସର  ଭାଗ  ହେଲା  ଯଥାକ୍ରମେ  ୧୦ ଏବଂ  ୧୦ଶତାଂଶ  । ଅନ୍ୟପକ୍ଷରେ   ଏଥିକୁ  ଏକ  ସିଂହଭାଗ  ପ୍ରଦାନ  କରିଥାଏ  ରାସ୍ତାଘାଟର  ଧୂଳି  । ତହିଁରେ   ଥାଏ  ପ୍ରାୟ  ୬୨% ପିଏମ – ୧୦ ଶ୍ରେଣୀର , ୩୮% ପିଏମ  - ୨.୫ ଶ୍ରେଣୀର , ଭାସମାନ  କଠିନ  ପଦାର୍ଥ  ଯାହାର  ମୁଖ୍ୟ  ଉପାଦାନ  ଗୁଡିକ  ହେଲା  ସିଲିକନ , ଟାଇଟାନିୟମ , ମାଙ୍ଗାନିଜ , ତମ୍ବା , ବାରିୟମ , ଆଣ୍ଟିମୋନି , ସେଲେନିୟମ ଓ  ଦସ୍ତା   । ଏଗୁଡିକ   ବିବିଧ   ଶ୍ଵାସକ୍ରିୟା  ଜନିତ  ବ୍ୟାଧିଠାରୁ  ଶ୍ଵାସରୋଗ  ସିଲିକୋସିସ୍  ଆଦିର   କାରଣ   ଏହା  ବ୍ୟତୀତ  ନଡା , ଚକ୍ଷୁ  ଆଦି  କୃଷିଜାତ  ଜୈବ  ପଦାର୍ଥ  ଏବଂ   ସହରାଞ୍ଚଳ  ଆବର୍ଜନା  ଦହନର  କ୍ଷେତ୍ରକୁ  ଅବଦାନ  ହେଲା  ଯଥାକ୍ରମେ  ୧୨ରୁ  ୨୬ ଏବଂ  ୬ରୁ ୭ ଶତାଂଶ   । ଏପରିସ୍ଥଳେ   ଏଗୁଡ଼ିକର  ନିରାକରଣ  ପାଇଁ  ଉପଯୁକ୍ତ  ପଦକ୍ଷେପ  ନିଆଜିବା  ଦରକାର   ।

ସଂଗୃହିତ : ପ୍ରଫେସର  ରମେଶ  ଚନ୍ଦ୍ର  ପରିଡା

3.42105263158
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top