ହୋମ / ଶକ୍ତି / ଶକ୍ତି ପ୍ରୟୋଗ / ଆମ ଚତୁର୍ପାର୍ଶ୍ୱର ପଦାର୍ଥ(ଅମ୍ଳ ଓ କ୍ଷାର ଏବଂ ଲବଣ)
ସେଆର କରନ୍ତୁ

ଆମ ଚତୁର୍ପାର୍ଶ୍ୱର ପଦାର୍ଥ(ଅମ୍ଳ ଓ କ୍ଷାର ଏବଂ ଲବଣ)

ଅମ୍ଳ ଓ କ୍ଷାର ଏବଂ ଲବଣ ର ସୂଚନା

ଅମ୍ଳ, କ୍ଷାର ଓ ଲବଣ

ପୁରୁଷାନୁକ୍ରମେ ଆମ ପିତାମାତା ମାନେ ତେନ୍ତୁଳି ଓ ଲେମ୍ବୁ ରସ ତମ୍ବା ବାସନକୁ ଚକ୍ ଚକ୍ କରିବା ପାଇଁ ବ୍ୟବହାର କରୁଥିଲେ  । ଆମ ମା ଖଟାକୁ ଧାତୁ ପାତ୍ରରେ ରଖୁ ନଥିଲେ  । ସାଧାରଣତଃ ଲୁଣ ଓ ଚିନିକୁ ସଂରକ୍ଷଣ ରୂପେ ବ୍ୟବହାର କରାଯାଉଅଛି  । ପୂର୍ବଜମାନେ କିପରି ଜାଣିଲେ – ଲେମ୍ବୁ, ତେନ୍ତୁଳି, ଲୁଣ ଓ ଚିନି ପ୍ରଭାବ ଯୁକ୍ତ ଭାବରେ କାର୍ଯ୍ୟ କରେ  । ଆମେ ବିଭିନ୍ନ ପ୍ରକାରର ପଦାର୍ଥ ବ୍ୟବହାର କରୁଛେ ଡ୍ରେନ, ପାଇପ ଓ ଝରକାର କାଚ ସଫା କରିବା ପାଇଁ, ଏହି ରାସାୟନିକ ପଦାର୍ଥ କିପରି କାମ କରେ  ? ଏହି ପ୍ରଶ୍ନର ଉତ୍ତର ପାଇବା ପାଇଁ ଏହି ଅଧ୍ୟାୟରେ ଆମେ ଖୋଜିବା ଏକାଧିକ ଉଦାହରଣ ଅମ୍ଳ, କ୍ଷାର ଓ ଲବଣକୁ ନେଇ ଗଠିତ  । ଏହି ବିଷୟରେ ପଦାର୍ଥକୁ ଅମ୍ଳ, କ୍ଷାର ଓ ଲବଣ ଭାବରେ ବିଭକ୍ତ କରିପାରିବା  । ଆମେ ସେହି ପଦାର୍ଥ ମାନଙ୍କର ଧର୍ମ ସମ୍ବନ୍ଧରେ ପଢିବା  । ଏହି ବିଷୟରେ (pH) ସମ୍ବନ୍ଧରେ ପଢିବା – ଯାହାକି ଅମଳତ୍ଵଧର୍ମ ଓ ଜୀବନରେ ତାର ଉପଯୋଗିତା ବିଷୟରେ ଜାଣିବା  ।

ଲକ୍ଷ୍ୟ

  • ଅମ୍ଳ, କ୍ଷାର, ଲବଣ ଓ ସୂଚକର ସଜ୍ଞା  ।
  • ଘରେ ବ୍ୟବହାର କରୁଥିବା ଅମ୍ଳ, କ୍ଷାର, ଲବଣ ଓ ସୂଚକକୁ ଅଲଗା କରିପାରିବା  ।
  • ଅମ୍ଳ ଓ କ୍ଷାରର ଧର୍ମ ଲେଖି ପାରିବା ଓ ବୁଝିବା  । ସବଳ ଏବଂ ଦୁର୍ବଳ ଅମ୍ଳ ଓ କ୍ଷାରର ପାର୍ଥକ୍ୟ ଜାଣିବେ  । ଅମ୍ଳ ଓ କ୍ଷାରର ବିଶ୍ଳେଷଣ ବେଳେ ଜଳର ଭୂମିକା ସମ୍ବନ୍ଧରେ ବୁଝିବେ  ।
  • ସ୍ଥିର ଜଳର ଆୟନିକ ଗୁଣଫଳ ବୁଝିବେ  ।
  • pH କୁ ବର୍ଣ୍ଣନା କରିହେବ  ।
  • ଆୟନ ଓ pH ର ସମ୍ପର୍କ ସ୍ଥାପନ କରିପାରିବେ  । pH ଦ୍ଵାରା ଅମ୍ଳ ଓ କ୍ଷାରତ୍ଵ ପ୍ରଶମନ କରଣ ସମ୍ବନ୍ଧରେ ବୁଝିବେ  ।
  • ଦୈନନ୍ଦିନ ଜୀବନରେ pH ର ପ୍ରଭାବ ବୁଝିପାରିବେ  ।
  • ଲବଣ କ’ଣ ଓ ଏହାର ପ୍ରସ୍ତୁତି ପ୍ରଣାଳୀ ବୁଝିବେ  ।
  • ଜଳୀୟ ଦ୍ରବଣରେ ଲବଣର ପ୍ରକୃତି ଓ pH ର ସମ୍ପର୍କ ବୁଝିବେ  । ଖାଇବାସୋଡା, କ୍ଷାର ସୋଡା ଓ ପ୍ଲାଷ୍ଟର ଅଫ ପ୍ୟାରିସର ପ୍ରସ୍ତୁତି ଓ ବ୍ଲିଚିଂ ପାଉଡର ପ୍ରସ୍ତୁତି ସମ୍ବନ୍ଧରେ ବର୍ଣ୍ଣନା କରିପାରିବେ  ।

ଅମ୍ଳ ଓ କ୍ଷାର

ହଜାର ହଜାର ବର୍ଷ ଧରି ମନୀଷା ଜାଣିଛି ଭିନେଗାର ଲେମ୍ବୁରସ, ଅଁଳା ଓ ତେନ୍ତୁଳି ରସ ଖଟା  । ମାତ୍ର ଅଳ୍ପ କେତେଶହ ବର୍ଷ ପୂର୍ବେ ମଣିଷ ବୁଝିଲା ଏହି ପଦାର୍ଥର ଖଟା ଗୁଣ ଅମ୍ଳ ଯୋଗୁଁ ହୋଇଥାଏ  । ଅମ୍ଳ ଶବ୍ଦଟି ଲାଟିନ ଶବ୍ଦ “ଆସରେ” ବା “ACCRE” ରୁ ଆସିଛି  । ଏହା ସପ୍ତଦଶ ଶତାବ୍ଦୀରେ ପ୍ରଥମେ ରବର୍ଟ ବୟେଲଙ୍କ ଦ୍ଵାରା ନିମ୍ନ ପଦ୍ଧତି ମାଧ୍ୟମରେ ଅମ୍ଳ ଓ କ୍ଷାରକୁ ଚିହ୍ନଟ କରାଗଲା  ।

ଅମ୍ଳ

କ୍ଷାର

ପାଟିକୁ ଆମ୍ବିଳି ଲାଗେ

ପାଟିକୁ କଷା ଲାଗେ

ଧାତୁକୁ କ୍ଷୟ କରେ

ହାତକୁ ଲାଳୁଆ ଲାଗେ

ନୀଳ ଲିଟମସକୁ ନାଲି ରଙ୍ଗ କରେ

କ୍ଷାର ନାଲି ଲିଟମସକୁ ନୀଳ କରେ

କ୍ଷାର ଶହ ମିଶି ଅଳ୍ପ ଅମ୍ଳତ୍ଵ ଗୁଣ ଦେଖାଏ

ଅମ୍ଳ ଶହ ମିଶିଲେ ଅଳ୍ପ କ୍ଷାର ହୁଏ  ।

ରବର୍ଟ ବୟେଲ ଅମ୍ଳ ଓ କ୍ଷାରର ଧର୍ମ ପ୍ରକାଶ କଲେ  । ମାତ୍ର ଗଠନ ଅନୁସାରେ ଏହାର ଧର୍ମକୁ ପ୍ରକାଶ କରି ପାରିଲେ ନାହିଁ  । ସ୍ଵିଡେନ ବୈଜ୍ଞାନିକ ସାନ୍ତେ ଆର ହେନିୟସ ଅମ୍ଳର ଗଠନ ଅନୁସାରେ ଧର୍ମ ପ୍ରକାଶ କଲେ  । ସେ କହିଲେ ଅଧିକାଂଶ ପଦାର୍ଥ ଜଳରେ ଦ୍ରବୀଭୂତ ହେଲେ ଆୟନ ସୃଷ୍ଟି କରନ୍ତି  । ଅମ୍ଳ ଓ କ୍ଷାର ସୃଷ୍ଟି ହେବାର ପ୍ରକୃତି ଆୟନ ଉପରେ ନିର୍ଭର କରେ  ।

ଅମ୍ଳ

ଅମ୍ଳ ଜଳରେ ଦ୍ରବୀଭୂତ ହେଲେ () ସୃଷ୍ଟି କରେ  । (HCl) ର ଜଳୀୟ ଦ୍ରବଣ ବିଶ୍ଲେଷିତ ହୁଏ

ଅମ୍ଳର କେତେକ ଉଦାହରଣ –

  • ପାଚକୀୟ ରସରେ ହାଇଡ୍ରୋକ୍ଲୋରିକ ଅମ୍ଳ + (HCl)
  • ମୃଦୁପାନୀୟରେ () କାର୍ବୋନିକ ଅମ୍ଳ ଥାଏ  ।
  • ଲେମ୍ବୁ ଓ ଅନ୍ୟ ଫଳରେ ଭିଟାମିନ – ସି ବା ଆସକରବିକ୍ ଅମ୍ଳ ମିଳେ  ।
  • ଲେମ୍ବୁ ଓ କମଳାରେ ସାଇଟ୍ରିକ ଅମ୍ଳ ଥାଏ  ।
  • ଭିନେଗାର ଏସିଟିକ ଅମ୍ଳ ମିଳେ  ।
  • ଟାନିକ ଅମ୍ଳ ଚା’ରେ ଦେଖାଯାଏ  ।
  • ନାଇଟ୍ରିକ ଅମ୍ଳ ()ଏବଂ
  • ଗନ୍ଧକାମ୍ଳ () ପରୀକ୍ଷାଗାରରେ ବ୍ୟବହୃତ ହୁଏ  ।

କ୍ଷାର

କ୍ଷାର ଏକ ପଦାର୍ଥ ଯିଏ ଜଳରେ ଦ୍ରବୀଭୂତ ହେଲେ () ଆୟନ ଦିଏ  । ଉଦାହରଣ – ସୋଡିୟମ ହାଇଡ୍ରୋସାଇଡ (NaoH) ଜଳରେ ଦ୍ରବଣରେ ()ଆୟନ ଦିଏ  ।

ଯଥା NaOH ଜଳମିଶ୍ରିତ à  (ଜଳମିଶ୍ରିତ)+ () (ଜଳମିଶ୍ରିତ)

କ୍ଷାରର କେତେକ ଉଦାହରଣ –

  • ସୋଡିୟମ ହାଇଡ୍ରୋକସାଇଡ ବା କଷ୍ଟିକ ସୋଡା ଲୁଗାସଫା ସାବୁନରେ ବ୍ୟବହାର କରାଯାଏ  ।
  • ପୋଟାସିୟମ ହାଇଡ୍ରୋକସାଇଡ ବା ପଟାସ ଗାଢୁଆ ସାବୁନରେ ବ୍ୟବହାର କରାଯାଏ  ।
  • କ୍ୟାଲସିୟମ ହାଇଡକ ସାଇଡ ବା ଶିମିତ ଚୂନ କାନ୍ଥରଙ୍ଗ ପାଇଁ ବ୍ୟବହାର କରାଯାଏ  ।
  • ମ୍ୟାଗ୍ନେସିୟମ ହାଇଡ୍ରୋକ ସାଇଡ ବା ମିଲ ଅଫ ମ୍ୟାଗ୍ନେସିଆ ପେଟର ଅମ୍ଳତ୍ଵ କୁ ନିୟନ୍ତ୍ରିତ କରିବା ପାଇଁ ବ୍ୟବହାର କରାଯାଏ  ।
  • ଏମୋନିୟମ ହାଇଡ୍ରୋକସାଇଡ ବାଳରଙ୍ଗ କରିବା ପାଇଁ ବ୍ୟବହାର କରାଯାଏ  ।

ସୂଚକ

ଆପଣମାନେ ଦେଖିଥିବେ କପଡା ଉପରେ ଲାଗିଥିବା ହଳଦୀ ଓ ଝାଳର ଛାପ ଉପରେ ସାବୁନ ମାରିଲେ ତାହା ନାଲି ରଙ୍ଗ ଧାରଣ କରେ  । ଏହା କାହିଁକି ହୁଏ  ? ହଳଦୀ ସାବୁନ ଶହ ମିଶିଳା ବେଳେ କ୍ଷାରର କାମ କଳା  । କେତେକ ପଦାର୍ଥ ଅଛି ଯାହା ଅମ୍ଳ ଶହ ପ୍ରତିକ୍ରିୟା ବେଳେ ରଙ୍ଗ ଦେଖାନ୍ତି ଓ କ୍ଷାର ଶହ ପ୍ରତିକ୍ରିୟା ବେଳେ ଅନ୍ୟ ରଙ୍ଗ ପ୍ରଦର୍ଶିତ କରନ୍ତି  । ଗନ୍ଧକର୍ପୁର ଓ ମିଥାଇଲ ଅରେଞ୍ଜ ଅନ୍ୟ ଏକ ସୂଚକ  ।

ଅମ୍ଳ ଏବଂ କ୍ଷାରର ଧର୍ମ

ପ୍ରତ୍ୟକ ପଦାର୍ଥ କେତେକ ସ୍ଵତନ୍ତ୍ର ଧର୍ମ ପ୍ରଦର୍ଶନ କରନ୍ତି  । ଆମେ ଏକ ପଦାର୍ଥକୁ ଅମ୍ଳ କିମ୍ବା କ୍ଷାରର ଚାପରେ ସେମାନଙ୍କର ଧର୍ମ ଆଧାର କରି ଗ୍ରହଣ କରାଇବା  । ଅମ୍ଳ ଓ କ୍ଷାରର ପ୍ରକୃତି ଗତ ଧର୍ମକୁ ଆସ ଶିଖିବା  ।

ଅମ୍ଳର ଧର୍ମ

ନିମ୍ନ ଲିଖିତ ଚାରିତ୍ରିକ ଗୁଣ ଅଟେ  ।

ସ୍ଵାଦ

କେତେକ ଖାଦ୍ଯ ପଦାର୍ଥ ପାଟିକୁ ଆମ୍ବିଳି ଲାଗେ  । ଅଧିକାଂଶ କଞ୍ଚାଫଳ ଯଥା ଲେମ୍ବୁ, ଭିନେଗାର, ଖଟାଦହିରେ ଅମ୍ଳ ଥିବାରୁ ତାହା ଆମ୍ବିଳି ଲାଗେ , ତେଣୁ ଆମେ କହିବା ଅମ୍ଳର ସ୍ଵାଦ ଆମ୍ବିଳି  । ଏହା ସତ୍ୟ କେବଳ ଜଳୀୟ ଅମ୍ଳ ପାଇଁ  ।

ପଦାର୍ଥ

କେଉଁ ଅମ୍ଳ ଅଛି

ଲେମ୍ବୁରସ

ସାଇଟ୍ରିସଅମ୍ଳ ଓ ଆକସରବିନ୍ ଅମ୍ଳ

ଭିନେଗାର

ଇଥାନୋଇକ ଅମ୍ଳ ବା ଏସିଟିକ ଅମ୍ଳ

ତେନ୍ତୁଳି

ଟାଟାରିକ ଅମ୍ଳ

ଖଟାଦହି

ଲାକଟିକ ଅମ୍ଳ

ତୁମପାଇଁ କାମ

ନିକଟସ୍ଥ ଦୋକାନକୁ ଯାଇ ନିମ୍ନ ଜିନିଷକୁ କିଣି ପରୀକ୍ଷା କର

  • ପ୍ୟାକେଟ ଦହି
  • ଚାରିକୋଣିଆ ଡବାରେ ଥିବା ଫଳରସ

ଲିଟମସ କାଗଜ ନେଇ ଏହା ପରୀକ୍ଷା କର ଓ ଦେଖା ଏହା ଅମ୍ଳ କି ନୁହେଁ  ।

ସୂଚକ ପ୍ରତିକ୍ରିୟା

ଆମେ ଜାଣିଲେ ଯେ ଅମ୍ଳ ଓ କ୍ଷାର ଶହ ପ୍ରତିକ୍ରିୟା କରି ବିଭିନ୍ନ ରଙ୍ଗ ପ୍ରଦାନ କରେ  ।

ସୂଚକ

ଅମ୍ଳ ଶହ ସୂଚକ କେଉଁ ରଙ୍ଗ ସୃଷ୍ଟି କରେ

ଲିଟମସ

ନାଲି

ଗନ୍ଧକର୍ପୁର

ରଙ୍ଗହୀନ

ମିଥାଇଲ ଆରେଞ୍ଜ

ନାଲି

ବିଦ୍ୟୁତ ଗ୍ରହଣ ଓ ଅମ୍ଳର ବିଭାଜନୀକରଣ

ଅମ୍ଳ  ଜଳ ଶହ ମିଶି ବିଦ୍ୟୁତ ପରିବହନ କରେ  । ତେଣୁ ଅମ୍ଳ କାର ଓ ଇନଭର୍ଟରରେ ଥିବା ବ୍ୟାଟେରୀରେ ବ୍ୟବହାର କରାଯାଏ  । ଯେତେବେଳେ ଅମ୍ଳ ଜଳ ମଧ୍ୟରେ ଦ୍ରବୀଭୂତ ହୁଏ, ସେତେବେଳେ ଆୟନ ସୃଷ୍ଟିକରେ  । ଏହି ପ୍ରକ୍ରିୟାକୁ ବିୟୋଜନ କୁହାଯାଏ  । ମୁଖ୍ୟତଃ ଅମ୍ଳ ଜଳ ମଧ୍ୟରେ ଦ୍ରବୀଭୂତ ହୋଇ  ଆୟନ ଦିଏ  । ଯାହାକି ଅମ୍ଳର ଗୁଣକୁ ବୁଝାଏ  । ଏହି  ଆୟନ ଏକାକୀ ନରହି ଜଳ ଶହ ମିଶିଥାଏ  ।

+ O à

ଆୟନକୁ ହାଇଡ୍ରୋ ନିୟମ ଆୟନ କୁହାଯାଏ  । ଏହି ଆୟନ ଗୁଡିକ  ଜଳୀୟ ଦ୍ରବଣରେ ସୂଚାଯାଏ  ।

ଅମ୍ଳର ବିୟୋଜନ ହେବାର କ୍ଷମତାକୁ ନେଇ ସବଳ ଅମ୍ଳ ଓ ଦୁର୍ବଳ ଅମ୍ଳ ସ୍ଥିର କରାଯାଏ  ।

ସବଳ ଓ ଦୁର୍ବଳ ଅମ୍ଳ :

ଅମ୍ଳକୁ ଦୁଇ ଭାଗରେ ଯଥା : ସବଳ ଅମ୍ଳ ଓ ଦୁର୍ବଳ ଅମ୍ଳ ଭାବରେ ବିଭକ୍ତ କରାଯାଇଛି  ।

ସବଳ ଅମ୍ଳ

ଦୁର୍ବଳ ଅମ୍ଳ

ଯେଉଁ ଅମ୍ଳ ଜଳରେ ସଂପୂର୍ଣ୍ଣ ବିୟୋଜନ ହୁଏ  ତାକୁ ସବଳ ଅମ୍ଳ କୁହାଯାଏ  । ନାଇଟ୍ରିକ ଅମ୍ଳ ଜଳରେ ସମ୍ପୂର୍ଣ୍ଣ ବିଯୋଜିତ ହୁଏ  ।

(ଜଳମିଶ୍ରିତ) -  (ଜଳମିଶ୍ରିତ) +

ମାତ୍ର ସାତଟି ସବଳ ଅମ୍ଳ ଅଛି ଯଥା :

  1. HCL – ଲବଣାମ୍ଲ
  2. HBr – ହାଇଡ୍ରୋମିକ ଅମ୍ଳ
  3. Hi - ହାଇଡ୍ରୋ ଆୟୋଡିନ ଅମ୍ଳ
  4. HCL -ପରକ୍ଲୋରିକ ଅମ୍ଳ
  5. HCL – କ୍ଲୋରିକ ଅମ୍ଳ
  6. – ସଲଫ୍ୟୁରିକ ଅମ୍ଳ
  7. – ନାଇଟ୍ରିକ ଅମ୍ଳ

ଯେଉଁ ଅମ୍ଳ ଜଳରେ ଦ୍ରବୀଭୂତ ହୋଇ ଆଂଶିକ ବିୟୋଜନ ହୁଏ ତାକୁ ଦୁର୍ବଳ ଅମ୍ଳ କହନ୍ତି  । ସମସ୍ତ ଜୈବ ସାର ଦୁର୍ବଳ  । ତେଣୁ ସେମାନଙ୍କର ବିଲୋଜନ ଆଂଶିକ  । ତେଣୁ ଏହାକୁ ଦୁଇଟି ଅର୍ଦ୍ଧ ତୀର ଦ୍ଵାରା ଦର୍ଶାଯାଇଛି  ।

  • HF ର ଜଳୀୟ ଦ୍ରବଣରେ  (ଜଳମିଶ୍ରିତ) ଓ F – (ଜଳମିଶ୍ରିତ) ଏବଂ HF ବିଲୋଜିତ ହୋଇନଥିବା କଣିକା ମଧ୍ୟ ମିଳେ  ।
  • ବିୟୋଜିତ   ଓ  (ଜଳମିଶ୍ରିତ) ଆୟନ ଶହ ଅଦ୍ରବଣୀୟ HF ପଦାର୍ଥର ଏକ ବିଲୋଜିତ ମିଶ୍ରଣ ଥାଏ  ।

ଉଦାହରଣ :

a)     COOH – ଇଥାନୋଇକ (ଆସେଟିକ ଅମ୍ଳ)

b)    HF – ହାଇଡ୍ରୋଫ୍ଲୋରିକ ଅମ୍ଳ

c)    HCN- ହାଇଡ୍ରୋସିନିକ ଅମ୍ଳ

d)     COOH ବେଞ୍ଜାଇନ ଅମ୍ଳ

ଧାତୁ ଶହ ଅମ୍ଳର ପ୍ରତିକ୍ରିୟା  :

ଧାତୁଶହ ଅମ୍ଳର ପ୍ରତିକ୍ରିୟା ନିମ୍ନ କାର୍ଯ୍ୟକ୍ରମରୁ ଜଣାପଡିବ  ।

ତୁମପାଇଁ କାମ

ଏହି କାର୍ଯ୍ୟଟିକୁ ତୁମ ପାଠ୍ୟ କେନ୍ଦ୍ର ଲାବୋରୋଟୋରୀରେ କରିପାରିବ  ।

ଲକ୍ଷ୍ୟ : ଧାତୁ ଓ ଅମ୍ଳର ପ୍ରତିକ୍ରିୟାକୁ ଜାଣିବା  ।

ଆବଶ୍ୟକୀୟ ଉପକରଣ  ?

ପରୀକ୍ଷାନଳୀ, ଦସ୍ତାଖଣ୍ଡ, ଲଘୁ – ଗନ୍ଧକାମ୍ଳ (), ଦିଆସିଲି ଏବଂ ଏକ ପରୀକ୍ଷା ନଳୀକୁ ଧରୁଥିବା ଚିମୁଟା  ।

କ’ଣ କରିବାକୁ ହେବ :

  • ପରୀକ୍ଷା ନଳୀରେ ଦସ୍ତାଖଣ୍ଡ ପକାଅ
  • ଧୀରେ ଧୀରେ ପରୀକ୍ଷା ନଳୀରେ ଲଘୁ ଗନ୍ଧକାମ୍ଳ ଦସ୍ତା ଖଣ୍ଡକୁ ଢାଳ  ।
  • ଦିଆସିଲି କାଟିକୁ ନିର୍ଗମ ନଳୀରେ ସାମ୍ନାକୁ ଦେଖାଅ  ।

କ’ଣ ଦେଖିବାକୁ ପାଇଲ ?

  • ଯେତେବେଳେ ଲଘୁ ଗନ୍ଧକାମ୍ଳ ଦସ୍ତାଖଣ୍ଡ ଶହ ପ୍ରତିକ୍ରିୟା କଲା ଉଦଜାନ ଗ୍ୟାସ ବାହାରିଲା  । ଏହି ଗ୍ୟାସ ସାବୁନ ଫେଣ ମାଧ୍ୟମରେ ଉପରକୁ ଉଠିଲା  ।
  • ଦିଆସିଲି କାଟିକୁ ନିର୍ଗମ ନଳୀ ସମ୍ମୁଖ ଆଣିଲାବେଳେ ଉଦଜାନ ଗ୍ୟାସ ଜଳି ‘ପପ୍’ ଶବ୍ଦ ସୃଷ୍ଟି କରେ  ।
  • ଏହି ପରୀକ୍ଷାରୁ ଆମେ ନିଷ୍ପତ୍ତିରେ ପହଞ୍ଚିଲୁ ଯେ ଦସ୍ତା ଗନ୍ଧକାମ୍ଳ ସହ ପ୍ରତିକ୍ରିୟା କରି ଉଦଜାନ ଗ୍ୟାସ ଦିଏ  । ଲୁହା ସହ ଅମ୍ଳର ପ୍ରତିକ୍ରିୟାରେ ମଧ୍ୟ ଏକା ଉଦଜାନ ଗ୍ୟାସ ଦେଇଥାଏ  ।
  • ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ଉଦଜାନ ଗ୍ୟାସ ସୃଷ୍ଟି କରେ  ।

ଯଥା ଦସ୍ତା ଓ ଲଘୁ ଗନ୍ଧକାମ୍ଳର ପ୍ରତିକ୍ରିୟାକୁ ନିମ୍ନ ଉପାୟରେ ପ୍ରକାଶ କରାଯାଇପାରିବ  ।

Zn +  à Zn +

ଅମ୍ଳସହ ଧାତବୀୟ କାର୍ବୋନେଟ ଓ ହାଇଡ୍ରୋଜେନ କାର୍ବୋନେଟର ପ୍ରତିକ୍ରିୟା :

ତୁମପାଇଁ କାମ

ଲକ୍ଷ୍ୟ : ଅମ୍ଳ ସହ ଧାତବୀୟ କାର୍ବନ ଓ ହାଇଡ୍ରୋଜେନ କାର୍ବୋନେଟର ପ୍ରତିକ୍ରିୟା ଜାଣିବା  ।

କ’ଣ ଦରକାର :

ଏକ ପରୀକ୍ଷା ନଳୀ, ଫୁଟାଇବା ପରୀକ୍ଷା ନଳୀ, କର୍କ, ନିର୍ଗମ ନଳୀ, ସୋଡିୟମ କାର୍ବୋନେଟ, ସୋଡିୟମ ହାଇଡ୍ରୋହେନ କାର୍ବୋନେଟ ଏବଂ ଲଘୁ ଲବଣାମ୍ଳ ତତ ସହିତ ଚୂନ ପାଣି  ।

କ’ଣ କରିବାକୁ ହେବ ?

ବସ୍ତୁରେ ଦର୍ଶାହେଲାପରି ଉପକରଣକୁ ସଜାଯାଇ

  • ଶକ୍ତ ପରୀକ୍ଷା  ନଳୀରେ 0.5 gm କ୍ଷାରସୋଢା ନିଆଯାଉ  ।
  • ଅନ୍ୟ ପରୀକ୍ଷା ନଳୀରେ 2ml ଚୂନପାଣି ନିଆଯାଉ  ।
  • 3ml ଲଘୁ ଲବଣାମ୍ଲ ସହ CaC ର ପ୍ରତିକ୍ରିୟା ହେବ ପୁନଶ୍ଚ କର୍କକୁ ଠିକ୍ ଭାବରେ ବନ୍ଦ କରାଯାଉ  ।
  • ଥିସିଲ ଫନେଲଟି ଲଘୁ ଲବଣାମ୍ଲରେ ବୁଡିରହିବ ଅନ୍ୟ ମୁଣ୍ଡଟି ଚୂନ ପାଣିରେ ବୁଡି ରହିବ  ।
  • ଏହି ପରୀକ୍ଷାଟି ପୁନର୍ବାର କ୍ଷାରସୋଡା ପରିବର୍ତ୍ତେ ଖାଇବା ସୋଡା ନେଇ କରାଯାଉ  ।

କ’ଣ ଦେଖିଲ  ?

  • ଯେତେବେଳେ ଲଘୁ ଲବଣାମ୍ଲ କ୍ଷାର ସୋଡା ସହ ପ୍ରତିକ୍ରିୟା କଲା  ବାହାରିଲା  ।
  • ଚୂନପାଣି ସମ୍ପର୍କରେ ଆସି ଚୂନପାଣିକୁ ଦୁଧିଆ, ରଙ୍ଗ କରୁଛି  ।
  • ପାସ କଲେ ଚୂନପାଣି ପୁନର୍ବାର ପରିଷ୍କାର ହୁଏ  ।

ଏହି ପରୀକ୍ଷାରୁ ଆମେ ଜାଣିଲୁ ଯେ କ୍ଷାରସୋଡା ବା ଖାଇବା ସୋଡା ଅମ୍ଳ ସହ ପ୍ରତିକ୍ରିୟା କରି  ଗ୍ୟାସ ସୃଷ୍ଟି କଲା  ।

ସୋଡିୟମ କାର୍ବୋନେଟ + ଲଘୁ ଲବଣାମ୍ଲ à ସୋଡିୟମ କ୍ଲୋରାଇଡର ଜଳୀୟ ଦ୍ରବଣ + ଜଳ + ଅଙ୍ଗାରକାମ୍ଳ ଗ୍ୟାସ

ଖାଇବା ସୋଡା + ଲଘୁ ଲବଣାମ୍ଲ à ଖାଇବା ଲୁଣ (ଜଳ ମିଶ୍ରିତ) + ଜଳ + ଅଙ୍ଗାରକାମ୍ଳ ଗ୍ୟାସ

ଅଙ୍ଗାରକାମ୍ଳ ଗ୍ୟାସ ଚୂନପାଣି ସଂସ୍ପର୍ଶରେ ଆସିଲେ Ca( ହୁଏ  । ଚୂନପାଣି ଦୁଧିଆ ରଙ୍ଗ ଅର୍ଥାତ୍ କାଲସିୟମ କାର୍ବୋନେଟର ଧଳା ଅଧଃକ୍ଷେପ  ।

ଚୂନପାଣିର ଜଳୀୟ ଦ୍ରବଣ + ଅଙ୍ଗାରକାମ୍ଳ ଗ୍ୟାସ à କାଲସିୟମ କାର୍ବୋନେଟର ଧଳା ଅଧଃକ୍ଷେପ + ଜଳ

ଯଦି ଅଧିକ ପରିମାଣର  ଗ୍ୟାସ ଚୂନପାଣିରେ ଦ୍ରବୀଭୂତ ହୁଏ ତେବେ ଧଳା ଅଧଃକ୍ଷେପ ଉଭେଇଯାଏ  ।

କାଲସିୟମ କାର୍ବୋନେଟର ଧଳା ଅଧଃକ୍ଷେପ + ଜଳ + ଅଙ୍ଗାରକାମ୍ଳ ଗ୍ୟାସ à କ୍ୟାଲସିୟମ ହାଇଡ୍ରୋଜେନ କାର୍ବୋନେଟ (ଜଳରେ ଦ୍ରବଣୀୟ)

ଏହିପରି ସଂକ୍ଷେପରେ ଲେଖିଲେ ,

ଧାତବ କାର୍ବୋନେଟ + ଅମ୍ଳ à ଲୁଣ + ଜଳ + ଅଙ୍ଗାରକାମ୍ଳ

ଅମ୍ଳ ସହ ଧାତବୀୟ ଅକ୍ସାଇଡର ପ୍ରତିକ୍ରିୟା

ଆମ୍ଭେମାନେ ଅମ୍ଳ ସହ ଧାତବ ଅକ୍ସାଇଡର ପ୍ରତିକ୍ରିୟା

ତୁମପାଇଁ କାମ

ଲକ୍ଷ୍ୟ : ଅମ୍ଳସହ ଧାତବ ଅକ୍ସାଇଡର ପ୍ରତିକ୍ରିୟା

ପରୀକ୍ଷା ପାଇଁ କ’ଣ ଦରକାର  ?

ଏକ ବିକର, କାଚଦଣ୍ଡ, କପର ଅକ୍ସାଇଡ ଏବଂ ଲଘୁ ଲବଣାମ୍ଲ  ।

କିପରି ପରୀକ୍ଷା କରିବା ?

  • ଗୋଟିଏ ବିକରରେ କଳା କପର ଅକ୍ସାଇଡ ନିଆଯାଉ ତାହା ସହ 10ml ର ଲଘୁ ଲବଣାମ୍ଲ ଢାଳି ଗ୍ଲାସ ରଡରେ ଘାଣ୍ଟି ଦିଆଯାଉ  ।
  • ଲକ୍ଷ୍ୟ କରନ୍ତୁ କ’ଣ ଘଟୁଛି  ।

କପର ଅକ୍ସାଇଡ ସହ ଲଘୁ ଲବଣାମ୍ଲର ପ୍ରତିକ୍ରିୟା କ’ଣ ଦେଖିବାକୁ ହେବ  ?

  • ଯେତେବେଳେ କପର ଅକ୍ସାଇଡ ଓ ଲଘୁ ଲବଣାମ୍ଲର ପ୍ରତିକ୍ରିୟା ଘଟିଲା ସେତେବେଳେ କଳା କଳା ଗୁଣ୍ଡ ଗୁଡିକ ଲବଣାମ୍ଲ ସହ ପ୍ରତିକ୍ରିୟା କରିବ  ।
  • ପ୍ରତିକ୍ରିୟା ଆଗେଇ ଚାଲିଲେ ଉକ୍ତ କଣିକା ଗୁଡିକ ଦ୍ରବୀଭୂତ ହୋଇ ସବୁଜ-ନୀଳ ମିଶ୍ରିତ ରଙ୍ଗ ସୃଷ୍ଟି କରିବ  । କ୍ୟୁପିରିକ କ୍ଲୋରାଇଡ ଏକ ଲବଣ ଅଟେ  ।

ଏହି ପ୍ରତିକ୍ରିୟାରୁ ଆମେ ନିଷ୍ପତ୍ତିରେ ପହଞ୍ଚିଲୁ ଯେ କପର ଅକ୍ସାଇଡ ସହିତ ଲଘୁ ଲବଣାମ୍ଲ ପ୍ରତିକ୍ରିୟା ଫଳରେ କପର କ୍ଲୋରାଇଡ ସୃଷ୍ଟିହୁଏ  । ଯାହାକି କପରର ଏକ ଲବଣ  । ଏହି ଲବଣ ଜଳରେ ସବୁଜ ମିଶ୍ରିତ ନୀଳ ରଙ୍ଗ ସୃଷ୍ଟିକରେ  ।

କପର ଅକ୍ସାଇଡ + ଲଘୁ ଲବଣାମ୍ଲ à କପର (II) କ୍ଲୋରାଇଡ + ଜଳ

ଅନ୍ୟ କେତେକ ଅକ୍ସାଇଡ ଯଥା ମ୍ୟାଗ୍ନେସିୟମ ଅକ୍ସାଇଡ (MgO) ଏବଂ କ୍ୟାଲସିୟମ ଅକ୍ସାଇଡ (CaO) କିମ୍ବା କଲିଚୂନ ଏକା ଉପାୟରେ ପ୍ରତିକ୍ରିୟା କରେ ଯଥା :

କାଲସିୟମ ଅକ୍ସାଇଡ କୁଇକାଲାଇମ + ଲଘୁ ଲବଣାମ୍ଲ – କ୍ୟାଲସିୟମ କ୍ଲୋରାଇଡ + ଜଳ

ସାରାଂଶ ଭାବରେ ଲେଖିଲେ

ଧାତବ ଅକ୍ସାଇଡ  + ଅମ୍ଳ à ଲବଣ + ଜଳ

ଅମ୍ଳ ସହ କ୍ଷାର ପ୍ରତିକ୍ରିୟା

ଅମ୍ଳ ସହ କ୍ଷାରର ପ୍ରତିକ୍ରିୟା କ’ଣ ହେଉଛି ଆସ ଆଲୋଚନା କରିବା

ତୁମ ପାଇଁ କାମ

ଲକ୍ଷ୍ୟ : ଅମ୍ଳ ଓ କ୍ଷାର ପ୍ରତିକ୍ରିୟା ଜାଣିବା

କେଉଁ ଉପକରଣ ଆବଶ୍ୟକ  ?

ଏକ ପରୀକ୍ଷା ନଳୀ, ଗନ୍ଧ କର୍ପୁର

କ’ଣ କରିବା ଦରକାର ?

  • 2ml ସୋଡିୟମ ହାଇଡ୍ରକସାଇଡ  ଗୋଟିଏ ପରୀକ୍ଷାନଳୀରେ ନିଆଯାଉ  । ଗନ୍ଧକର୍ପୁର  ସୂଚକକୁ ତା ଉପରକୁ ମିଶାଯାଉ  । ରଙ୍ଗ କ’ଣ ହେବ ଲକ୍ଷ୍ୟକର  ।
  • ଡ୍ରପର ସହାୟତାରେ ଲଘୁ ଲବଣାମ୍ଲ ଟୋପା କରି ଏହି ଦ୍ରବଣ ମଧ୍ୟକୁ ପକାଇ ଘାଣ୍ଟି ଦିଆଯାଉ  ରଙ୍ଗ ବଦଳିବା ପର୍ଯ୍ୟନ୍ତ  ।
  • ପୁନର୍ବାର କେତେ ଡ୍ରପ NaOH ଦ୍ରବଣ ମଧ୍ୟକୁ ପକାଯାଉ  । ଦ୍ରବଣର ପୁରୁଣା ରଙ୍ଗ ପୁଣି ଚାଲି ଆସିଲା  ।
  • NaOH ଓ HCl ର ମିଶ୍ରଣରେ ଗନ୍ଧକର୍ପୁର ସୂଚକ ପକାଇଲେ ତାହାର ରଙ୍ଗ ବାଇଗଣୀ ହୁଏ ପୁନର୍ବାର ଲଘୁ HCl ପକାଇଲେ ଏହା ରଙ୍ଗହୀନ ହୁଏ  ।
  • ଯେତେବେଳେ ଗୋଟିଏ ଟୋପା ଗନ୍ଧକର୍ପୁର NaOH  ଦ୍ରବଣରେ ଦ୍ରବୀଭୂତ କଲେ ଏହା ବାଇଗଣୀ ରଙ୍ଗ ହୁଏ  ।
  • HCl ଅଧିକ ମିଶ୍ରିତ କଲେ ଏହି ମିଶ୍ରଣର ରଙ୍ଗ ଉଭେଇଯାଏ  । କାରଣ HCl ଓ NaOH ପ୍ରତିକ୍ରିୟା ଯୋଗୁଁ ଏହା ସମ୍ଭବ ହେଲା  ।
  • ପୁନର୍ବାର NaOH ମିଶାଇଲେ ଦ୍ରବଣ ବାଇଗଣୀ ହୁଏ  ।

ଏହି ପରୀକ୍ଷାରୁ ଆମେ ଜାଣିଲୁ ଯେ ଲଘୁ ଲବଣାମ୍ଲ ଓ NaOH ପରସ୍ପର ପ୍ରତିକ୍ରିୟା କରନ୍ତି  । ଯଦି ଅଧିକ ମାତ୍ରାରେ HCl ଯୋଗ କରାଯାଏ  । NaOH ର କ୍ଷାରୀୟ ଗୁଣ ଲୋପ ପାଏ  ଏବଂ HCl ର ଅମ୍ଳତ୍ଵ ଗୁଣ ମଧ୍ୟ ଲୋପ ପାଏ  । ଏହି ପ୍ରତିକ୍ରିୟାକୁ Neutralization Proced ବା  “ପ୍ରଶମନ କରଣ” ପ୍ରକ୍ରିୟା କହନ୍ତି  । ପୁନଶ୍ଚ ଏହି ଧାରାରେ ଲବଣ ଓ ଜଳ ମିଳେ ଲବଣାମ୍ଲ ଓ ସୋଡିୟମ ହାଇଡ୍ରକସାଇଡ ପ୍ରତିକ୍ରିୟା ଫଳରେ ସୋଡିୟମ କ୍ଲୋରାଇଡ ଓ ଜଳ ମିଳେ  ।

HCl (ଜଳ ମିଶ୍ରିତ) + NaOH (ଜଳମିଶ୍ରିତ) à NaCl (ଜଳମିଶ୍ରିତ) + O

ଏକାଭଳି ପ୍ରତିକ୍ରିୟା ଅନ୍ୟ ଅମ୍ଳ ଓ କ୍ଷାର ସହ ଘଟିଥାଏ  । ଯଥା : ଗନ୍ଧକାମ୍ଳ ଓ ପଟାସିୟମ ହାଇଡ୍ରୋକସାଇଡ ପ୍ରତିକ୍ରିୟା କଲେ ପଟାସିୟମ ସଲଫେଟ୍ ଓ ଜଳ ସୃଷ୍ଟିକରେ   ।

ସଲଫ୍ୟୁରିକ ଅମ୍ଳ + ପଟାସିୟମ (ଜଳମିଶ୍ରିତ) à ହାଇଡ୍ରୋକସାଇଡ + ପୋଟାସିୟମ ସଲଫେଟ୍ ଦ୍ରବଣ + ଜଳ

ସାଧାରଣତଃ ଅମ୍ଳ ଓ କ୍ଷାରର ପ୍ରତିକ୍ରିୟାକୁ ନିମ୍ନ ଭାବରେ ପ୍ରକାଶ କରାଯାଇ ପାରେ  ।

ଅମ୍ଳ + କ୍ଷାର à ଲବଣ + ଜଳ

କ୍ଷୟଶୀଳ ପ୍ରକୃତି

ଅମ୍ଳ ବିଭିନ୍ନ, ଧାତବ (ଅକ୍ସାଇଡ, ହାଇଡ୍ରୋକସାଇଡ ସହ ପ୍ରତିକ୍ରିୟା କରି ସେଗୁଡିକୁ କ୍ଷୟକରେ, ଏହି ପ୍ରକୃତିକୁ କ୍ଷୟଶୀଳ ପ୍ରକୃତି କହନ୍ତି  । ଅମ୍ଳର ଧର୍ମ କ୍ଷୟଶୀଳ  ।

ଅମଳର ସବଳତା, କ୍ଷୟଶୀଳ ଠାରୁ ଫରକ

କ୍ଷୟଶୀଳ ଗୁଣ ହିଁ ଅମ୍ଳର ସାମର୍ଥ୍ୟ ନୁହେଁ  । କ୍ଷୟଶୀଳ ଗୁଣ ଏହାର ବିଯୁକ୍ତାତ୍ମକ ଆୟନ ଉପରେ ନିର୍ଭରଶୀଳ HF, ହାଇଡ୍ରୋଜେନ ଫ୍ଲୋରାଇଡ ଗୋଟିଏ ଦୁର୍ବଳ ଅମ୍ଳ ମାତ୍ର ଫ୍ଲୋରାଇଡ ଆୟନ (F) ସିଲିକନ ପରମାଣୁକୁ ଅବକ୍ଷୟ କରେ ଏବଂ ଉଦଜାନ ଆୟନ ସିଲିକା () ସହ ପ୍ରତିକ୍ରିୟା କରେ  ।

+ 4HF à  +  O

କ୍ଷାରର ଧର୍ମ

ସ୍ଵାଦ ଓ ସ୍ପର୍ଶ :

କ୍ଷାର ପାଟିକୁ କଷାଳିଆ ଲାଗେ, ଏବଂ ଏହାର ଦ୍ରବଣ ହାତକୁ ଲାଳୁଆ ଲାଗେ  ।

ସତର୍କତା

ଯଦିଓ ଆମେ ଅମ୍ଳ ଓ କ୍ଷାରକୁ ଚାଖିବାକୁ କହୁ ତଥାପି କୌଣସି ଅମ୍ଳ ବା କ୍ଷାରକୁ ଚାଖିବା ଉପଦେଶ ବାହାରେ  । ସେଥିରୁ ଅଧିକାଂଶ କ୍ଷତି କାରକ  । ସେହିପରି ସବଳ ଅମ୍ଳ ଓ ସବଳ କ୍ଷାରକୁ ଛୁଇଂବାକୁ ଅନୁଚିତ୍  । ସେମାନେ ଚର୍ମକୁ ନଷ୍ଟ କରିଦେଲେ ପାରନ୍ତି  ।

 

ସୂଚକ ସହ ପ୍ରତିକ୍ରିୟା :

ଯଦି କ୍ଷାର ସହ ସୂଚକର ପ୍ରତିକ୍ରିୟା ହୁଏ, ତେବେ ପ୍ରତ୍ୟକ ସୂଚକ ଅଲଗା ରଙ୍ଗ ପ୍ରଦର୍ଶିତ କରିଥାଏ  । ସାଧାରଣ ଭାବରେ ବ୍ୟବହାର ହେଉଥିବା ସୂଚକ ହେଲା  ।

ସୂଚକ

କ୍ଷାରରେ ସୂଚକର ରଙ୍ଗ

ଲିଟମସ

ନୀଳ

ଗନ୍ଧକର୍ପୁର

ଗୋଲାପୀ

ମିଠାଇଲେ ଅରେଞ୍ଜ

ହଳଦିଆ

ବିଦ୍ୟୁତ ଶକ୍ତିର ପରିବହନ ଓ କ୍ଷାରୀୟ ପଦାର୍ଥର ବିଭାଜନ :

କ୍ଷାରର ଜଳୀୟ ଦ୍ରବଣ ବିଦ୍ୟୁତ ପରିବହନ କରେ କାରଣ ଏହା ଜଳୀୟ ଦ୍ରବଣରେ ଆୟନ ସୃଷ୍ଟିକରେ  । କ୍ଷାର ଗୁଡିକ () ଦିଏ ଯାହାକି ଏକ ମୁଖ୍ୟ କ୍ଷାରୀୟ ଧର୍ମ  । ଯେଉଁ ପଦାର୍ଥ ଗୁଡିକ ଜଳରେ ଦ୍ରାବଣୀୟ ଓ () ଆୟନ ଦିଏ ତାହା ଆଲ୍କାଲିସ୍  । ସମସ୍ତ କ୍ଷାରୀୟ ପଦାର୍ଥ କ୍ଷାର ଅଟନ୍ତି, କିନ୍ତୁ ସମସ୍ତ କ୍ଷାର ଆଲକାଲାଇନ ନୁହଁନ୍ତି  । ଏହାକୁ ଭିତ୍ତିକରି ଆମେ ଦୁର୍ବଳ ସବଳ କ୍ଷାର କଥା ଚିନ୍ତା କରିବା  ।

ସବଳ ଓ ଦୁର୍ବଳ କ୍ଷାର

ସବଳ ଓ ଦୁର୍ବଳ କ୍ଷାରର ଧର୍ମ ନିମ୍ନରେ ପ୍ରଦତ୍ତ କରାଗଲା   ।

ସବଳ କ୍ଷାର

ଦୁର୍ବଳ କ୍ଷାର

କ୍ଷାର ଜଳରେ ସମ୍ପୂର୍ଣ୍ଣ ବିଯୋଜିତ ହୋଇ କାଟାୟନ ଓ ହାଇଡ୍ରକ ସାଇଡ ଆୟନ () ଦିଏ, ଯଥା (KOH (aq) à  (aq)+  (aq) ମାତ୍ର ଦୁଇଟି ସବଳକ୍ଷାର ମିଳେ  । ସେମାନେ ସମସ୍ତେ ହାଇଡ୍ରକ ସାଇଡ ଗ୍ରୁପର ଅଟନ୍ତି  ।

  1. LiOH – ଲିଥିୟମ ହାଇଡ୍ରକ ସାଇଡ
  2. NaOh – ସୋଡିୟମ ହାଇଡ୍ରକ ସାଇଡ
  3. KOH – ପୋଟାସିୟମ ହାଇଡ୍ରକସାଇଡ
  4. RbOH – ରୁବିଡିୟମ ହାଇଡ୍ରକସାଇଡ
  5. CsOH – ସିଜିୟମ ହାଇଡ୍ରକସାଇଡ
  6. Ca  – କ୍ୟାଲସିୟମ ହାଇଡ୍ରକସାଇଡ
  7. Sn – ଷ୍ଟାନସ ହାଇଡ୍ରକସାଇଡ
  8. Ba – ବେରିୟମ ହାଇଡ୍ରକସାଇଡ

ଦୁର୍ବଳ କ୍ଷାର ଗୁଡିକ ବିଯୋଜିତ ହୋଇ  ଆୟନ ଦିଏନାହିଁ  । ମାତ୍ର ଜଳରେ ବିଯୋଜିତ ହୋଇ  ଦିଅନ୍ତି  ।

କ୍ଷାର ଗୁଡିକ ଜଳୀୟ ଦ୍ରବଣରେ ସମ୍ପୂର୍ଣ୍ଣ ବିଯୋଜିତ ହୋଇନଥାଏ  । ତେଣୁ  ମାତ୍ରା କମ୍ ରହିଥାଏ  । ଦୁଇଟି ଅର୍ଦ୍ଧତୀରର ଅର୍ଥ ପ୍ରତିକ୍ରିୟା ଶେଷ ହେବାପୂର୍ବରୁ ସମାନତା ପହଞ୍ଚି ଯାଉଛି ) କେତେକ ଦୁର୍ବଳ କ୍ଷାରର ନାମ ହେଲା

  1. OH
  2. Cu
  3. Cr
  4. Zn  ଇତ୍ୟାଦି

ଧାତୁ ସହ କ୍ଷାରର ପ୍ରତିକ୍ରିୟା

ଅମ୍ଳ ଭଳି କ୍ଷାର ମଧ୍ୟ ପ୍ରତିକ୍ରିୟା ଶୀଳ ଧାତୁ ମାନଙ୍କ ସହ ପ୍ରତିକ୍ରିୟା କରି ଉଦଜାନ ଗ୍ୟାସ ତ୍ୟାଗ କରେ  । ଯଥା ସୋଡିୟମ ହାଇଡ୍ରକସାଇଡ ଦସ୍ତା ସହ ପ୍ରତିକ୍ରିୟା କରେ  ।

ଦସ୍ତାଖଣ୍ଡ + ସୋଡିୟମ ହାଇଡ୍ରକସାଇଡ – ସୋଡିୟମ ଜିଙ୍କେଟ + ଉଦଜାନ

କ୍ଷାରୀୟ ପଦାର୍ଥର ଅଧାତବ ଅକ୍ସାଇଡ ସହ ପ୍ରତିକ୍ରିୟା :

କ୍ଷାରକ ଅଧାତବ ଅକ୍ସାଇଡ (ଯଥା (, S, , )) ସହ ପ୍ରତିକ୍ରିୟା କରି ଲବଣ ଓ ଜଳ ପ୍ରଦାନ କରେ  ।

ଯଥା –

କ୍ୟାଲସିୟମ + ଅଙ୍ଗାରକାମ୍ଳ  à କ୍ୟାଲସିୟମ + ଜଳ

ଏହି ପ୍ରତିକ୍ରିୟାକୁ ଏକ ସାଧାରଣ ଆକାରରେ ସୁଚେଇଲେ :

କ୍ଷାର + ଅଧାତବ ଅକ୍ସାଇଡ à ଲବଣ + ଜଳ

କ୍ଷାର ସହିତ ଅମ୍ଳର ପ୍ରତିକ୍ରିୟା

ଅମ୍ଳ ଓ କ୍ଷାରର ପ୍ରତିକ୍ରିୟା ଆଗରୁ ଜାଣିଛେ, ଏହି ପ୍ରତିକ୍ରିୟାକୁ ପ୍ରଶମନୀ କରଣ ପ୍ରତିକ୍ରିୟା କୁହାଯାଏ, ମାତ୍ର ଅମ୍ଳ ଓ କ୍ଷାର ମିଶିଲେ ଲବଣ ଓ ଜଳ ହୁଏ  । ତଳେ ଅନ୍ୟ କେତେକ ଏହିପରି ପ୍ରତିକ୍ରିୟାର ଉଦାହରଣ ଦିଆଗଲା  ।

HCl(aq) + KOH(aq) à KCl (aq) + O (l)

କଷ୍ଟିକ ଧର୍ମ

ସବଳକ୍ଷାର ଯଥା ସୋଡିୟମ ହାଇଡ୍ରକ ସାଇଡ ଓ ଓ ପୋଟାସିୟମ ହାଇଡ୍ରକସାଇଡ ଜୈବ ପଦାର୍ଥ ପ୍ରତି ବହୁ କ୍ଷୟକାରୀ, ଚର୍ମର ପ୍ରୋଟିନ ଅଂଶ ଓ ମାଂସକୁ ମଣ୍ଡ କରିବାରେ ସାହାଯ୍ୟ କରେ  । ଏଣୁ ଏହାକୁ କଷ୍ଟିକ ଧର୍ମ କହନ୍ତି  ଏବଂ ଏହି ଗୁଣ ଯୋଗୁଁ ସୋଡିୟମ ହାଇଡ୍ରକସାଇଡକୁ କଷ୍ଟିକ ସୋଡା କହନ୍ତି ଏବଂ ପଟାସିୟମ ହାଇଡ୍ରକ ସାଇଡକୁ “କଷ୍ଟିକ ପଟାସ” କୁହାଯାଏ  । ଏହି କଷ୍ଟିକ ଶବ୍ଦକୁ ଅମ୍ଳ କ୍ଷେତ୍ରରେ ବ୍ୟବହାର କରାଯାଏ  ନାହିଁ  ।

ଜଳ ଏବଂ ଅମ୍ଳ ଓ କ୍ଷରର ବିୟୋଜନ

ଆମେ ଆଗରୁ ଜାଣିଛେ ଅମ୍ଳ ଜଳରେ ଦ୍ରବୀଭୂତ ହୋଇ  ଆୟନ ଦିଏ ଏବଂ କ୍ଷାର ଜଳରେ ଦ୍ରବୀଭୂତ ହୋଇ  ଆୟନ ଦିଏ  । ଜଳ ବିୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରେ  ।

ଅମ୍ଳ ଓ କ୍ଷାରର ବିୟୋଜନରେ ଜଳର ଭୂମିକା

ଶୁଖିଲା ନୀଳ ଲିଟମସକୁ କାଗଜକୁ ପରୀକ୍ଷା ନଳୀରୁ ଆସୁଥିବା ଶୁଷ୍କ ଲବଣାମ୍ଲ ଗ୍ୟାସ ସହ ପ୍ରତିକ୍ରିୟା କଲେ ରଙ୍ଗ ବଦଳେ ନାହିଁ  । ଯେତେବେଳେ ଓଦା ନୀଳ ଲିଟମସ କାଗଜରେ ପରୀକ୍ଷା କରିବା ରଙ୍ଗ ବଦଳିଯିବ  । ଅର୍ଥାତ୍ ନୀଳ ଲିଟମସ ନାଲି ହୋଇଯିବ  । ଏହା ସୂଚିତ କରୁଛି ଯେ,  ଆୟନ ଶୁଷ୍କ ଲବଣାମ୍ଲ ଗ୍ୟାସରୁ ମିଳେନି ଯେତେବେଳେ ଏହା ଜଳମିଶ୍ରିତ ହେଉଛି ସେ ତେବେ  ଆୟନ ବାହାରୁଛି  । ଯାହାକି ଲିଟମସ ରଙ୍ଗ ନୀଳରୁ ନାଲି ହେଲା  ।

କ୍ଷାର ମଧ୍ୟ ଏକାପରି ବ୍ୟବହାର ଦେଖାଏ  । ଯଦି ଆମେ ସୋଡିୟମ ହାଇଡ୍ରକସାଇଡ ସହ ନାଲି ଲିଟମସର ସଂଯୋଗ କରିବା, ରଙ୍ଗ ବଦଳିବ ନାହିଁ  । NaOH ଗୋଟିଏ ଜଳଶୋଷକ ଯୌଗିକ ତେଣୁ ଜଳକୁ ସହଜରେ ଶୋଷିନିଏ, ଯଦି ଏହା ହେଲା ତେବେ ନାଲି ଲିଟମସର ରଙ୍ଗ ବଦଳିଯିବ  । ଯଦିଓ ଶୁଷ୍କ NaOH ରେ OR ଅଛି ମାତ୍ର ଏହା ମୁକ୍ତ ନୁହେଁ, ମାତ୍ର ଜଳ ସଂସ୍ପର୍ଶରେ ଆସିଲେ  ମୁକ୍ତ ହୁଏ  । ଫଳରେ ଲିଟମସର ରଙ୍ଗ ବଦଳେ  । ତେଣୁ ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ, ଅମ୍ଳ ଓ କ୍ଷାର ଜଳୀୟ ଦ୍ରବଣରେ ହିଁ ସେମାନଙ୍କର ଧର୍ମ ପ୍ରଦର୍ଶନ କରନ୍ତି  ।

ସତର୍କତା

ଜଳରେ ଗନ୍ଧକାମ୍ଳର ମିଶ୍ରଣ () ଏକ ତାପ ଉତ୍ପାଦୀ ପ୍ତାନାଳୀ  । ତେଣୁ  ଏକ ଜଳୀୟଦ୍ରବଣ ପ୍ରସ୍ତୁତ କରିବାକୁ ହେଲେ ଗନ୍ଧକାମ୍ଳକୁ ଧୀରେ ଧୀରେ ଜଳରେ ଢଳା ଯାଏ ଏବଂ ଘଣ୍ଟାଯାଏ, କେବେହେଲେ ଜଳକୁ ଘନ ଗନ୍ଧକାମ୍ଳରେ ଢଳାଯାଏ ନାହିଁ  । ଯେହେତୁ ପ୍ରଚୁର ତାପମାତ୍ରା ଉତ୍ପନ୍ନ ହୁଏ  । ଏହି କାରଣରୁ ଅମ୍ଳ ଚର୍ମରେ ପୋଡା କ୍ଷତ ସୃଷ୍ଟିକରେ କିମ୍ବା ଯେଉଁ ପଦାର୍ଥ ଉପରେ ପଡେ ତାକୁ ନଷ୍ଟ କରିଦିଏ  ।

  • ଯେତେବେଳେ ଗନ୍ଧକାମ୍ଳ ପରି ଅମ୍ଳ ବା ସୋଡିୟମ ହାବାତ୍ରଙ୍କ ସାଇଡ ପରୀକ୍ଷାରେ ଦ୍ରବୀଭୂତ ହୁଏ, ସେତେବେଳେ ପ୍ରସ୍ତୁତ ଦ୍ରବଣ ଉତ୍ତପ୍ତ ଅଟେ  । ଏହା ସୁଚାଏ ଯେ ଦ୍ରବଣୀୟ ପ୍ରଣାଳୀ ତାପ ଉତ୍ପାଦୀ ଅଟେ  । ଏହି ପ୍ରଣାଳୀରେ ଉତ୍ପର୍ଣ୍ଣ ତାପୀୟ ଶକ୍ତି ଅମ୍ଳ କିମ୍ବା କ୍ଷାରରେ ଥିବା ଉଦଜାନ ପରମାଣୁ ବା ହାବାଡକସିଲ ଗ୍ରୁପ ମଧ୍ୟରେ ବାନ୍ଧିହୋଇ ରହିଥିବା ରାସାୟନିକ ବନ୍ଧର ଶକ୍ତିକୁ ଭାଙ୍ଗି (aq) ଏବଂ (aq) ଆୟନ ସୃଷ୍ଟିକରେ  ।
  • ଅଧିକାଂଶ କ୍ଷାର ଆୟନିକ ଯୌଗିକ ଅଟେ ଏବଂ ଏପରିକି କଠିନ ଅବସ୍ଥାରେ ମଧ୍ୟ ଆୟନ ଧାରଣ କରିଥାଏ  । ଉଦାହରଣ ସ୍ୱରୂପ ସୋଡିୟମ ହାଇଡ୍ରକସାଇଡ  ଓ  ଆୟନ ଥାଏ  । ଏହି ଆୟନ ଗୁଡିକ ଦୃଢ ଭାବରେ ରହିଥାଆନ୍ତି କାରଣ ବିପରୀତ ଚାରଜିତ ଆୟନ ମଧ୍ୟରେ ଦୃଢ ବୈଦ୍ୟୁତିକ ବଳ ଥାଏ  । ଜଳୀୟ ଦ୍ରବଣ ଏହି ବଳକୁ ଭାଙ୍ଗି ଦିଏ ଏବଂ ଆୟନ ଗୁଡିକ ମୁକ୍ତ ହୋଇ ବଳରେ ଦ୍ରବୀଭୂତ ହୁଅନ୍ତି  ।

ଅମ୍ଳ ଓ କ୍ଷାର ରସାୟନରେ ଜଳ ଏକ ମୁଖ୍ୟ ଭୂମିକା ଗ୍ରହଣ କରେ  । ଜଳ ଅମ୍ଳ ଓ କ୍ଷାର ସହ ଯଥାକ୍ରମେ  ଓ ଆୟନ ସୃଷ୍ଟିକରେ  । ଜଳ ନିଜେ ମଧ୍ୟ ବିୟୋଜନ ପ୍ରକ୍ରିୟାରେ ଆୟନ ଦିଏ  । ଜଳର ଏହିଗୁଣକୁ ଜଳର ସ୍ଵୟଂ ବିୟୋଜନ କ୍ଷମତା କୁହାଯାଏ  ।

ଜଳର ସ୍ଵୟଂ ବିୟୋଜନ କ୍ଷମତା

ଜଳରୁ ବିଯୋଜିତ ହୁଏ  (aq) ଓ  (aq) ଆୟନ  ।

ଏହି ସ୍ଵୟଂ ବିୟୋଜନ କ୍ଷମତା ଅତି କମ୍ (C) ପ୍ରାୟତଃ 100 କୋଟି () ଟି ଅଣୁରୁ 2ଟି ଅଣୁ ବିୟୋଜିତ ହୁଏ  ।

ତେଣୁ ଜଳରେ  ଓ  ଆୟନର ପରିମାଣ ବହୁତ କମ  ।

[] = [] = 1.0 X  mol

() = () = 1.0 X  Mol ବା ମୋଲ / ଲିଟର

ବର୍ଗବନ୍ଧନୀ ସୂଚିତ କରୁଛି ମୋଲର ଗାଢତା  । ଏହିପରି  ର ଅର୍ଥ ଜଳୀୟ ଦ୍ରବଣରେ  ଆୟନ ଉପସ୍ଥିତ ସେହିପରି () ଗାଢତା ଅର୍ଥ ଜଳୀୟ ଦ୍ରବଣରେ () ଆୟନର ଉପସ୍ଥିତ (ମୋଲ/ଲିଟର)

ଏହା ଜାଣିବା ଦରକାର ଯେ ଶୁଦ୍ଧ ଜଳରେ ବା ପ୍ରଶମିତ ଦ୍ରବଣରେ

[] = []

ପୁନଶ୍ଚ ଶୁଦ୍ଧ ଜଳରେ ବା ପ୍ରଶମିତ ଦ୍ରବଣରେ  (aq) ଓ  (aq) ର ଗୁଣଫଳ ସର୍ବଦା ସମାନ  । ଏହାକୁ ଜଳର ଆୟନିକ ଗୁଣଫଳ କହନ୍ତି  । ଏହାକୁ ମଧ୍ୟ ଆୟନିକ ଗୁଣଫଳର ସ୍ଥିରାଙ୍କ କୁହାଯାଏ  ।

Kw = [] []

C ତାପମାତ୍ରା ବା (298K) ଶୁଦ୍ଧଜଳରେ Kw ର ମୂଲ୍ୟ ଆପେ ପାଇବା

Kw = (1.0 X ) X (1.0 X ) = 1.0 X  ମୋଲ / ଲିଟର

ଅମ୍ଳ, କ୍ଷାର ଓ ନିଉଟ୍ରାଲ ଦ୍ରବଣ :

ଆମେ ଜାଣିଛୁ ଜଳ ବିୟୋଜିତ ହେଲେ ଏକା ସଂଖ୍ୟକ  ଓ  ଆୟନ ମିଳେ  । ତେଣୁ ସେମାନଙ୍କର ଗାଢତା ମଧ୍ୟ ସମାନ ରହେ  ।

[] = []

ନିଉଟ୍ରାଲ ଦ୍ରବଣରେ ସମସ୍ତ ନିଉଟ୍ରାଲ ଦ୍ରବଣରେ  ଓ  ଆୟନ ପରିମାଣ ସମାନ ରହେ  ଯଥା : [] = []

ଅର୍ଥାତ୍  ଓ  ଆୟନର ଆୟନିକ ଗାଢତା ମଧ୍ୟ ସମାନ  ।

ଅମ୍ଳୀୟ ଦ୍ରବଣ

ଅମ୍ଳୀୟ ଦ୍ରବଣ ଅଧିକ ପରିମାଣରେ  (aq) ଆୟନ ତ୍ୟାଗକରେ ତେଣୁ

ଅନ୍ୟ ଭାଷାରେ  (aq) ର ଗାଢତା  (aq) ର ଗାଢତା ଠାରୁ ଅଧିକ ହେଲେ ତାକୁ ଅମ୍ଳୀୟ ଦ୍ରବଣ କୁହାଯାଏ  ।

ଅର୍ଥାତ୍  ଆୟନର ଗାଢତା  ର ଗାଢତା ଠାରୁ ଅଧିକ  । ମାତ୍ର ଆମେ ଜାଣିଛେ  ଓ  ର ଆୟନର ଗୁଣଫଳ Kw ସର୍ବଦା ସ୍ଥିର ଏକ ନିର୍ଦ୍ଧିଷ୍ଟ ତାପମାତ୍ରାରେ ଏହା କେବଳ ସମ୍ଭବ ଯଦି  ର ପରିମାଣ ଜଳୀୟ ଦ୍ରବଣର କମ ରହେ  ।

ଯଥା [] <  mol

କ୍ଷାରୀୟ ଦ୍ରବଣ

କ୍ଷାର  ଆୟନ ସେମାନଙ୍କର ଦ୍ରବଣ  ମଧ୍ୟରେ ପ୍ରଦାନ କରେ  । ଏହା ତା’ର  ର ଗାଢତା ବଢିଥାଏ  । ତେଣୁ

[] > []

[] > 1.0 X  mol

ଅନ୍ୟ ଭାଷାରେ ଯେଉଁ ଦ୍ରବଣରେ  ଆୟନର ଗାଢତା  ଆୟନର ଗାଢତା ଠାରୁ କମ୍ ଥାଏ ତାକୁ କ୍ଷାରୀୟ ଦ୍ରବଣ କହନ୍ତି  । ପୁନଶ୍ଚ Kw ର ମୂଲ୍ୟ ସ୍ଥିରତା ଯୋଗୁଁ  ଆୟନର ଗାଢତା ବେଳେବେଳେ କମ୍ ହୋଇଥାଏ  । ତେଣୁ []L 1.0 X  mol

ଆମେ ଜଳୀୟ ଦ୍ରବଣର ପ୍ରକୃତିକୁ ଉଦଜାନ ଆୟନ ((aq))

ଦ୍ରବଣର ପ୍ରକୃତି

ଆୟନର ଗାଢତା C (298K) ରେ  ।

ନିଉଟ୍ରାଲ

() = 1.0 X  ମୋଲ / ଲି.

ଅମ୍ଳ

() > 1.0 X  ମୋଲ / ଲି.

କ୍ଷାର

() < 1.0 X  ମୋଲ / ଲି.

pH ଏବଂ – ଏହାର ପ୍ରଭାବ

ଆୟନର ଗାଢତାକୁ 10ର ଘାତତ ହିସାବରେ ପ୍ରକାଶ କରାଯାଏ  । ପୁନଶ୍ଚ ସୁବିଧା ଦୃଷ୍ଟିରୁ ଏହାକୁ ଲଗାରିଦମରେ ପ୍ରକାଶ କରାଯାଏ  । pH ସ୍କେଲ କହିଲେ ଉଦଜାନ  ଆୟନ ବା () ଗାଢତାକୁ ବୁଝାଏ  । pH ଶବ୍ଦ ପ୍ରଥମେ ଡେନମାର୍କ ଜୈବବିଜ୍ଞାନ ସୋରେନ – ସୋରେନସେନ – 1909 ମସିହାରେ ଆବିଷ୍କୃତ ହୋଇଥିଲା   । pH ଅର୍ଥ “ଉଦଜାନ ପାୱାର”  ।

pH କହିଲେ () ଉଦଜାନ ଆୟନ ଗାଢତାର ପ୍ରତିଲୋମାନୁପାତ ଅଲଗାରିଦମ୍ କୁ ବୁଝାଏ  । ଯଥା : pH = - log []

ବିଯୁକ୍ତାତ୍ମକ  ପ୍ରତୀକ ହେତୁ ଏହା  ନିଶ୍ଚିତଯେ, ଯେତେବେଳେ [] ବଢିବ pH କମିବ ଏବଂ [] କମିଲେ pH ବଢିବ  ।

[] = 1.0 X mol   Log [] = log () = -7 and pH = log [] = - (-7) pH = -7

(298K) ତାପମାତ୍ରା ଏବଂ ଶୁଦ୍ଧ ଜଳରେ

[] = 1.0 X  mol

ପୁନଶ୍ଚ pOH = 7

ଯେହେତୁ Kw = 1.0 X

pKw = 14

pKw, pH ଏବଂ pOH ମଧ୍ୟରେ ସମ୍ପର୍କ ହେଲା  । pKw = pH + pOH

ଏହା  (298K) ତାପମାତ୍ରାରେ 14 = pH + pOH

pH କୁ ନେଇ ଗାଣିତିକ ସମାଧାନ :

ବର୍ତ୍ତମାନ ଆମେ  ଆୟନର ଗାଢତା  ଆୟନର ଗାଢତା ଏବଂ pH ର ସମ୍ପର୍କ ପଢିଛେ  । ବର୍ତ୍ତମାନ ଆମେ ଆଲୋଚନା କରିବା କେତେକ pH ସମ୍ବନ୍ଧୀୟ ସମାଧାନ  । ବର୍ତ୍ତମାନ ଯାହା ପଢିଛେ  ।

  • ତାହା କେବଳ ସବଳ ଅମ୍ଳ ଓ ସବଳ କ୍ଷାର ସମ୍ବନ୍ଧୀୟ ପଦାର୍ଥ pH ନିର୍ଣ୍ଣୟ କରିପାରିବା  ।
  • ଲଘୁ ଅମ୍ଳ ବା ଲଘୁ କ୍ଷାର ପାଇଁ ଏହା ପ୍ରଯୁଜ୍ୟ ନୁହେଁ  । (ଅମ୍ଳ ଓ କ୍ଷାରର ଗାଢତା  ମୋଲ/ଲିଟର ଠାରୁ କମ୍ ହେଲେ ଏହା ସମ୍ଭବପର ନୁହେଁ  । )

ଉଦାହରଣ ୮.୧ : 001 ମୋଲାର ଦ୍ରବଣ ଯୁକ୍ତ HCl ର pH ନିର୍ଣ୍ଣୟ କର  ।

ସମାଧାନ

HCl ଏକ ସବଳ ଅମ୍ଳ  । ଏହା ଜଳରେ ସଂପୂର୍ଣ୍ଣ ବିୟୋଜିତ ହୁଏ  ।

HCl (aq) à (aq) +  (aq)

ଏହି ଧାରାରେ 1 ମୋଲ  ଲବଣାମ୍ଲ 1 ମୋଲର  ଆୟନ ଦିଏ  । ତେଣୁ  ଆୟନର ଗାଢତା HCl ସଙ୍ଗେ ସମାନ ଯଥା 001 ମୋଲାର ବା 1.0 X  ମୋଲ/ଲିଟର ଏହିପରି, [] = 1 X  mol  ମୋଲ/ଲିଟର

ଉଦାହରଣ ୮.୨ : ଗନ୍ଧକାମ୍ଳର ଜଳୀୟ ଦ୍ରବଣର ଗାଢତା 5 X  ମୋଲ/ଲିଟର ହେଲେ pH କେତେ ?

ସମାଧାନ ଗନ୍ଧକାମ୍ଳ ଜଳରେ ବିୟୋଜିତ ହୁଏ  ।

ଯଥା :  (aq) à (aq) +   (aq)

ପ୍ରତ୍ୟକ ମୋଲ ଗନ୍ଧକାମ୍ଳର 2 ମୋଲ ଆୟନ ଦେଇଥାଏ  । 5x X ମୋଲ/ଲିଟର ଗାଢତା ବିଶିଷ୍ଟ ଏକ ଲିଟର ଦ୍ରବଣରେ 5 X  ମୋଲ ପରିମାଣର  ଥାଏ  । ଅର୍ଥାତ୍ 2 X 5 X  = 10 X  ବା  ମୋଲ ପରିମାଣର ଆୟନ ଗୋଟିଏ ଲିଟର ଦ୍ରବଣରେ ବାହାରେ  ।

ତେଣୁ () = 1.0 X  ମୋଲ /ଲିଟର

ଉଦାହରଣ ୮.୩ : 1X  ମୋଲାର ଦ୍ରବଣ ଯୁକ୍ତ NaOH ର pH ନିର୍ଣ୍ଣୟ କର  ।

ସମାଧାନ  : NaOH (aq) à (aq) +  (aq)

NaOH ଗୋଟିଏ ସବଳକ୍ଷାର ଏହାକୁ ବିୟୋଜନ କଲେ,

NaOH (aq) à  (aq) (aq)

ଏକ ମୋଲ NaOH ଦିଏ 1 ମୋଲ ପରିମାଣ () ଆୟନ ତେଣୁ

[] = 1 X  mol  ମୋଲ / ଲିଟର

ଉଦାହରଣ ୮.୪ : ଏକ ଦ୍ରବଣରେ ଉଦଜାନ ଆୟନର ଗାଢତା  1.0 X  mol  (ମୋଲ / ଲିଟର)ଏହାର pH ନିର୍ଣ୍ଣୟ କର  ।

ସମାଧାନ : ଏଠାରେ ଦ୍ରବଣ ଅତ୍ୟନ୍ତ ଲଘୁ ବା ପତଳା । ତେଣୁ pH ହିସାବ କରାଯିବ ସମ୍ପର୍କକୁ ନେଇ pH = log[]

pH ସ୍କେଲ :

pH ସ୍କେଲକୁ ସାଧାରଣତଃ 0 ରୁ 14 ମଧ୍ୟରେ ଦିଆଯାଏ  । pH7 କୁ ନିଉଟ୍ରାଲ ବୋଲି ଧରାଯାଏ  । 7 ଠାରୁ ତଳକୁ ଅଏମଏଲଏ ଏବଂ 7 ଠାରୁ ଅଧିକା କ୍ଷାରକୁ ବୁଝାଏ  ।

ଆମେ ଜାଣିଛୁ ଯେ କୌଣସି ଦ୍ରବଣର pH ଓ pOH ସବୁବେଳେ ସମାନ  । ଯେତେବେଳେ ଗୋଟିଏ ବଢେ ଅନ୍ୟଟି କମେ  । ଏହି ସମ୍ପର୍କଟି ହେଲା  ।

ତାପମାତ୍ରାରେ pH ଓ pOH ମଧ୍ୟରେ ସମ୍ପର୍କ

କେତେକ ସାଧାରଣ ପଦାର୍ଥର pH ପ୍ରଦର୍ଶିତ କରାଗଲା

ସାଧାରଣ ଅମ୍ଳ

pH

ସାଧାରଣ କ୍ଷାର

pH

HCl 4%

0

ମଣିଷର ପାଟିର ଲାଳ

6-8

ପାଚକରସ

1

ରକ୍ତ-ପ୍ଲାଜମା

7.4

ଲେମ୍ବୁପାଣି

2

ଅଣ୍ଡାର ଧଳାଅଂଶ

8

ଭିନେଗାର

3

ସମୁଦ୍ର ଜଳ

8

କମଳା

3.5

ଖାଇବା ସୋଡା

9

ସୋଡା, ଅଙ୍ଗୁର

4

ପ୍ରତିଅମ୍ଳ

10

ଖଟା ଦହି

4.5

ଏମୋନିଆ ଜଳ

11

ସଦ୍ୟ କ୍ଷାର

5

ଚୂନପାଣି

12

ମଣିଷ ଲାଳ

6-8

ନଳା ସଫାକାରୀ ତରଳ

13

ଶୁଦ୍ଧ ଜଳ

7

କଷ୍ଟିକ ସୋଡା 4% NaOH

14

pH ନିର୍ଣ୍ଣୟ :

ଯେ କୌଣସି ଦ୍ରବଣର pH  ନିର୍ଣ୍ଣୟ କରିବା ପାଇଁ ସୂଚକ ଦରକାର ବା pH ମିଟରର ଆବଶ୍ୟକତା ରହିଛି  । pH ମିଟର ଦ୍ଵାରା ଅଧିକ ନିରପେକ୍ଷ ମୂଲ୍ୟ ମିଳେ  । ଏଠାରେ ଆମେ ସୂଚକ ବ୍ୟବହାର କରିବା ଗୋଟିଏ ଦ୍ରବଣର pH ନିର୍ଣ୍ଣୟ ପାଇଁ  ।

ବିଶ୍ଵ ସୂଚକ / pH କାଗଜ

ବିଶ୍ଵ ସୂଚକ କେତେକ ସୂଚକ ମାନଙ୍କର ମିଶ୍ରଣ  । ନିର୍ଦ୍ଧିଷ୍ଟ pHରେ ଏକ ନିର୍ଦ୍ଧିଷ୍ଟ ପ୍ରକାରର ରଙ୍ଗ ଏଥିରୁ ମିଳେ  । କେଉଁ pH ପାଇଁ କେଉଁ ରଙ୍ଗ ପ୍ରଦର୍ଶିତ ହେବ ତାହାର ଏକ ସୂଚନା ଫର୍ଦ୍ଦ ମିଳୁଛି  । ସୂଚନା ଦେଖି ଆମେ pH ନିର୍ଣ୍ଣୟ କରିବା  । pH କାଗଜ ଉପରେ ଦ୍ରବଣର ଗୋଟିଏ ଟୋପା ପକାଇଲେ କାଗଜ ରଙ୍ଗ ବଦଳିଯାଏ ଏବଂ ଏକ ନିର୍ଦ୍ଧିଷ୍ଟ ରଙ୍ଗ ଧାରଣ କରେ  । ଏହି ରଙ୍ଗ କଲର ଚାର୍ଟ ରଙ୍ଗ ସହ ମେଳ କରି ଆମେ pH ର ମୂଲ୍ୟ ଜାଣିବା  । ଏହିପରି ଭାବରେ pH ଆନୁମାନିକ ମୂଲ୍ୟ ସ୍ଥିର କରାଯାଏ  ।

ଦୈନନ୍ଦିନ ଜୀବନରେ pH ପ୍ରଭାବ

pH ଆମ ଦୈନନ୍ଦିନ ଜୀବନରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରୁଛି  ।

pH ମଣିଷ ଓ ପଶୁ କ୍ଷେତ୍ରରେ

ଅଧିକାଂଶ ଜୈବ ରାସାୟନିକ ପ୍ରକ୍ରିୟା ଶରୀର ମଧ୍ୟରେ ଘଟିଥାଏ  ଯାହାର pH ସୀମା 7.0 ରୁ 7.8 ମଧ୍ୟରେ  । ଯଦି pH ର ମୂଲ୍ୟ ଟିକେ ବଦଳେ ତେବେ ସବୁ ଅସୁବିଧା

ଅମ୍ଳବର୍ଷା

ଯେତେବେଳେ ବର୍ଷାଜଳର pH, 5.6 ତଳକୁ ଆସେ ଏହାକୁ ଅମ୍ଳବର୍ଷା କହନ୍ତି  । ଅମ୍ଳବର୍ଷା ନଦୀଜଳରେ ମିଶିଲେ ଏହାର ସାମାନ୍ୟ ଅମ୍ଳତ୍ଵ ଧାରଣ କରେ  । ଫଳରେ ଜଳରେ ବାସ କରୁଥିବା ଜୀବମାନଙ୍କର ବଞ୍ଚିବା କଷ୍ଟକର ହୋଇପଡେ  ।

ଉଦ୍ଭିଦ ପାଇଁ pH

ମୃତ୍ତିକାର ଯଦି ଠିକ୍ ରହିଲା ଅର୍ଥାତ୍ ବେଶୀ ଅମ୍ଳତ୍ଵ ବା ବେଶୀ କ୍ଷାରତ୍ଵ ନାହିଁ ତେଣୁ ଉଦ୍ଭିଦର ବୃଦ୍ଧି ଠିକ୍ ରହିବ  ।

ହଜମ ପ୍ରକ୍ରିୟା ପାଇଁ

ଆମ ପାକସ୍ଥଳୀରୁ ଝରୁଥିବା ହାଇଡ୍ରୋକ୍ଳୋରିକ ଅମ୍ଳ ଯାହାକି ଖାଦ୍ଯ ହଜମରେ ସାହାଯ୍ୟ କରେ  । ଆମେ ମସଲା ଖାଦ୍ଯ ଖାଉଛେ ଯାହାକି ଅମ୍ଳତ୍ଵ ଆଣେ, ପୁନଶ୍ଚ ଅମ୍ଳତ୍ଵ ପେଟ ମଧ୍ୟରେ ପୋଡାଜଳା ଓ ଯନ୍ତ୍ରଣା ସୃଷ୍ଟିକରେ  । ଏହାକୁ ଦୂର କରିବା ପାଇଁ ଆମେ ବ୍ୟବହାର କରୁ ପ୍ରତିଅମ୍ଳ  । ପ୍ରତିଅମ୍ଳ ଏକ କ୍ଷାରକ ଯଥା “ମିଲ୍କ ଅଫ ମ୍ୟାଗ୍ନେସିଆ”

ପ୍ରାଣୀ ଓ ଉଦ୍ଭିଦ ମାନଙ୍କର ସ୍ଵୟଂ ପ୍ରତିରୋଧ

ମହୁମାଛି ଦଂଶନ କଲେ ପ୍ରବଳ ଯନ୍ତ୍ରଣା ଓ ପୋଡାଜଳା ହୁଏ  । ଏହା ମିଥାନୋଇକ ଅମ୍ଳର ପ୍ରଭାବରେ ଘଟିଥାଏ  । ଆମେ ଦୁର୍ବଳ କ୍ଷାରକ ଯୁକ୍ତ ଖାଇବା ସୋଡା କ୍ଷତ ସ୍ଥାନରେ ଲଗାଇଲେ ଉପସମ ପାଇପାରିବା  ।

ବିଛୁଆତି ଭଳି କେତୋଟି ଗଛର ସରୁ ସରୁ ଶୁଙ୍କ ଥାଏ  । ଯେତେବେଳେ ଆମେ ଗଛ ସମ୍ପର୍କରେ ଆସୁ ଏହି ଶୁଙ୍କ ଆମ ଦେହରେ ଗେଞ୍ଜି ହୋଇ ପ୍ରବଳ ଯନ୍ତ୍ରଣା ଦିଏ  । ବିଛୁଆତି ଗଛ ପାଖରେ ଗଛ ଉଠେ ଯାହାକି ବିଛୁଆତିର ପ୍ରଭାବକୁ କମାଏ  ।

ଦନ୍ତକ୍ଷୟ :

ଦାନ୍ତର ଏନାମେଲ କାଲସିୟମ ଫସଫେଟ୍ ପରି କଠିନ ପଦାର୍ଥରେ ତିଆରି  । ଆମେ ଖାଇଥିବା ବିଭିନ୍ନ ପଦାର୍ଥ ଦାନ୍ତ ସନ୍ଧିରେ ଲାଗି ରହେ  । ଯଦି ଆମେ ଠିକ୍ ଭାବରେ ପ୍ରତ୍ୟକ ଭୋଜନ ପରେ ଦାନ୍ତ ନ ଘଷିବା ତେବେ ଦାନ୍ତ ସନ୍ଧିରେ ବ୍ୟାକ୍ଟେରିଆ ବୃଦ୍ଧି ଘଟେ  । ତେବେ ଖାଦ୍ୟ କଣିକା ଓ ମିଠା କଣିକା ଏନାମେଲକୁ ବ୍ୟାକ୍ଟେରିଆ ସାହାଯ୍ୟରେ ନଷ୍ଟ କରେ  । ଏହି ପ୍ରକ୍ରିୟାରେ ଅମ୍ଳ ଉତ୍ପନ୍ନ ହୁଏ ଓ pH, 5.5 ତଳକୁ ଖସିଯାଏ  । ଅମ୍ଳତ୍ଵ ବୃଦ୍ଧି ଯୋଗୁଁ ଦନ୍ତକ୍ଷୟ ଆସ୍ତେ ଆସ୍ତେ ଘଟେ  ପରିଶେଷରେ ଦାନ୍ତ ଭଗ୍ନ ଅବସ୍ଥାକୁ ଆସିଯାଏ  ।

ଲବଣ

ଲବଣ ଗୁଡାକ ଆୟନିକ ଯୌଗିକ ମାତ୍ର ଏଥିରେ  ବା  ଆୟନ ନଥାଏ

ଅମ୍ଳ ଓ କ୍ଷାରର ପ୍ରଶମନୀ କରଣ ପ୍ରକ୍ରିୟା ଯୋଗୁଁ ଯଥା :

କ୍ଷାରକ + ଅମ୍ଳ   ଲବଣ + ଜଳ

ସାଧାରଣ ଭାବରେ, MOH + HX à MX + O

ଏଠାରେ ଆମେ ଜାଣିଲୁ ଯେ, ଲବଣର ଯୁକ୍ତାତ୍ମକ ଚାରଜିତ କାତାୟନ କ୍ଷାରକରୁ ଆସିଛି  । ତେଣୁ ଏହାକୁ “ବେସିକ ରେଡିକାଲ” କହନ୍ତି  । ଲବଣର ବିଯୁକ୍ତାତ୍ମକ ଚାରଜିତ ଆନାୟନ ଅମ୍ଳରୁ ଆସିଛି  । ତେଣୁ ଏହି ଅଂଶ “ଏସିଡ ରେଡିକାଲ” କହନ୍ତି ଯଥା : ଲବଣ NaCl ରେ କାତାୟନ  କ୍ଷାରକ NaOH ରୁ ଆସିଛି ଏବଂ ଆନୟନ Cl ଆସିଛି ଲବଣାମ୍ଲରୁ ତେଣୁ ଏହାକୁ “ଏସିଡ ରେଡିକାଲ” କହନ୍ତି  ।

ଅମ୍ଳ ସହ ଧାତୁର ପ୍ରତିକ୍ରିୟା :

ଧାତୁ ଅମ୍ଳ ସହ ପ୍ରତିକ୍ରିୟା କରି ଲବଣ ଓ ଉଦଜାନ ଗ୍ୟାସ ଦିଏ  ।

ଧାତୁ + ଅମ୍ଳ à ଲବଣ + ଉଦଜାନ

ଅମ୍ଳ ସହ ଧାତବୀୟ କାର୍ବୋନେଟ ଏବଂ ହାଇଡ୍ରୋଜେନ କାର୍ବୋନେଟ ପ୍ରତିକ୍ରିୟା :

ବିଭିନ୍ନ ଅମ୍ଳ ସହ ଧାତବୀୟ କାର୍ବୋନେଟ ଓ ବାଇକାର୍ବୋନେଟ ପ୍ରତିକ୍ରିୟା ଫଳରେ ଲବଣ, ଜଳ ପ ଅଙ୍ଗାରକାମ୍ଳ ଗ୍ୟାସ ଉତ୍ପନ୍ନ କରେ  ।

+ 2HCl à  + O +

+ HCl à NaCl + O +

ଲବଣର ପ୍ରକାର ଭେଦ ଏବଂ ଏହାର ଦ୍ରବଣର ପ୍ରକାର ଭେଦ

ଲବଣ

ଲବଣର ଯୁକ୍ତ ଦ୍ରବଣର ପ୍ରକୃତି

pH (C)

ଅମ୍ଳ

କ୍ଷାର

ସବଳ

ସବଳ

ପ୍ରଶମିତ

pH =7

ଦୁର୍ବଳ

ସବଳ

କ୍ଷରୀୟ

pH > 7

ସବଳ

ଦୁର୍ବଳ

ଅମ୍ଳୀୟ

pH< 7

ଦୁର୍ବଳ

ଦୁର୍ବଳ

ଅଧିକ ତଥ୍ୟ ଲୋଡା

-

ଯଥା, ସବଳ ଅମ୍ଳ + ସବଳକ୍ଷାର = ପ୍ରଶମିତ ଦ୍ରବଣ (pH->7)

ବହୁଳ ଭାବରେ ବ୍ୟବହୃତ ଲବଣ

ଘରେ ଓ କଳ କାରଖାନା ମାନଙ୍କରେ ବହୁଳ ଭାବରେ କେତେକ ଲବଣ ବ୍ୟବହାର କରାଯାଉଛି  । ଆସ ସେଥିମଧ୍ୟରୁ କେତେକ ଲବଣ ସମ୍ବନ୍ଧରେ ଆଲୋଚନା କରିବା  ।

ଖାଇବା ସୋଡା

ତୁମେ ଦେଖିଥିବ ତୁମ ମା’ମାନେ ଡାଲି ପ୍ରସ୍ତୁତ କଲାବେଳେ କିଛି ଖାଇବା ସୋଡା ବ୍ୟବହାର କରନ୍ତି  । ସେ କହନ୍ତି ଖାଇବା ସୋଡା ଦେଲେ ଡାଲି ଜଲ୍ଦି ହୁଏ  । ଏହାର ରାସାୟନିକ ସଙ୍କେତ ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ,   ।

ପ୍ରସ୍ତୁତି

ଖାଇବା ସୋଡା ସଲଭେ ପଦ୍ଧତି ଦ୍ଵାରା ପ୍ରସ୍ତୁତ ହୁଏ  । ପ୍ରକୃତରେ ଏହି ପଦ୍ଧତିରେ କ୍ଷାର ସୋଡା ପ୍ରସ୍ତୁତ ହୁଏ ମାତ୍ର ଏକ ମଧ୍ୟବର୍ତ୍ତୀ ଅଂଶ ଭାବରେ ଖାଇବା ସୋଡା ପ୍ରସ୍ତୁତ ହୁଏ  ।

ଦରକାର ହେଉଥିବା କଞ୍ଚାମାଲ

  • ଚୂନପଥର ()
  • ସୋଡିୟମ କ୍ଳୋରାଇଡ (NaCl)  । ବ୍ରାଇନ ଦ୍ରବଣ (NaCl) ଗାଢ ଦ୍ରବଣ
  • ଏମୋନିଆ ()

ପ୍ରକ୍ରିୟା

ସଲଭେ ପ୍ରକ୍ରିୟାରେ, ଚୂନପଥରକୁ ଗରମ କଲେ  ଗ୍ୟାସ ମିଳେ

ଚୂନପଥର à ଚୂନ + ଅଙ୍ଗାରକାମ୍ଳ

ଏହାକୁ ଥଣ୍ଡା ଲୁଣ ଦ୍ରବଣ ମଧ୍ୟରେ କରାଗଲା ଯାହାକି ପୂର୍ବରୁ ଏମୋନିଆ ଦ୍ରବଣ ସହ ପରିପୃକ୍ତ କରାଯାଇଛି ।

ଅଳ୍ପ ପରିମାଣରେ ଜଳରେ ଦ୍ରବଣୀୟ ମାତ୍ର ଧବଳ ରଙ୍ଗର ସ୍ଫଟିକ ସୃଷ୍ଟିକରେ  । ଏହାର ଦ୍ରବଣ ଜଳରେ କ୍ଷାରୀୟ  ଅଟେ  । ଏହା ଅଳ୍ପ କ୍ଷତିକାରକ କ୍ଷାରକ  ।

ଉତ୍ତାପ ସହ ପ୍ରତିକ୍ରିୟା : ସୋଡିୟମ ଯାଇଡ୍ରୋଜେନ କାର୍ବୋନେଟକୁ ଗରମ କଲେ ଏହା ସୋଡିୟମ କାର୍ବୋନେଟ ଓ ଅଙ୍ଗାରକାମ୍ଳ ଗ୍ୟାସରେ ପରିଣତ ହୁଏ  ।

ବ୍ୟବହାର

  1. କେତେକ ରନ୍ଧନ ପାଇଁ ଏହାକୁ ବ୍ୟବହାର କରାଯାଏ  ।
  2. ବେକିଙ୍ଗ ପାଉଡର (ସୋଡିୟମ ହାଇଡ୍ରୋଜେନ କାର୍ବୋନେଟ ଓ ଟାରଟାରିକ ଅମ୍ଳ) ପ୍ରସ୍ତୁତି ପାଇଁ ବ୍ୟବହାର କରାଯାଏ  । ଗରମ କଲେ  ଗ୍ୟାସ ବାହାରେ ଯାହାକି ପାଉଁରୁଟିକୁ ଫୁଲାଏ  । କେବଳ  ନେଇଥିଲେ ପାଉଁରୁଟିର ସ୍ଵାଦ କଷାଳିଆ ହୋଇଥାନ୍ତା ମାତ୍ର ବେକିଙ୍ଗ ପାଉଡର ନେବା ଦ୍ଵାରା ସ୍ଵାଦ ଭିନ୍ନ ହୁଏ  । ଟାରାଟାରିକ ଅମ୍ଳ କ୍ଷାରୀୟ ଗୁଣକୁ ପ୍ରଶମିତ କରେ  । ପାଉଁରୁଟି, ବେକିଙ୍ଗ ପାଉଡର ଯୋଗୁଁ ହାଲୁକା ଏବଂ ଫୁଲିଯାଏ  ।
  3. ଔଷଧ ପାଇଁ ବ୍ୟବହାର କରାଯାଏ  ।

ଦୁର୍ବଳ ଏବଂ କ୍ଷତି କରୁନଥିବା କ୍ଷାରକ ଯୋଗୁଁ ଖାଇବା ସୋଡାକୁ ଔଷଧ ରୂପେ ବ୍ୟବହାର କରାଯାଏ  ଯଦ୍ୱାରା ପେଟ ପୀଡାରୁ ଉପଶମ ମିଳେ  । ଲେମ୍ବୁପାଣି ଓ ତେନ୍ତୁଳିପାଣି ସହ ଖାଇବା ସୋଡା ମିଶାଇ ଏକ ମୃଦୁପାନୀୟ ପ୍ରସ୍ତୁତ କରାଯାଏ

  1. ନିଆଁଲିଭା ଯନ୍ତ୍ରରେ ଏହାକୁ ବ୍ୟବହାର କରାଯାଏ  ।

ଲୁଗାଧୁଆ ସୋଡା

କ୍ଷାରସୋଡା ଲୁଗାପଟା ସଫା କରିବା ପାଇଁ ବ୍ୟବହାର କରାଯାଏ  । ଧୋବା ଏହି ସୋଡାକୁ ବହୁଳ ଭାବରେ ବ୍ୟବହାର କରନ୍ତି ଅଧିକ ଧଳା ଦିଶିବା ପାଇଁ ଏହାର ରାସାୟନିକ ସଙ୍କେତ ସୋଡିୟମ କାର୍ବୋନେଟ ଡେକାହାଇଡ୍ରେଟ, , O

ପ୍ରସ୍ତୁତି

କ୍ଷାରସୋଡା / ଲୁଗାଧୁଆ ସୋଡା ସଲଭେ ପଦ୍ଧତିରେ ପ୍ରସ୍ତୁତ କରାଯାଏ  । ଆମେ ଜାଣିଛେ ଖାଇବା ସୋଡାର ପ୍ରସ୍ତୁତି ପ୍ରଣାଳୀ  । ଖାଇବା ସୋଡାକୁ ଗରମ କଲେ କ୍ଷାର ସୋଡା ମିଳେ  । କ୍ଷାରସୋଡା ସହ ଜଳ ମିଶ୍ରଣ ଘାତିଳେ ଲୁଗାଧୁଆ ସୋଡା ମିଳେ  ।

+ O  à .O

  1. ବ୍ୟବହାର  କ୍ଷାର ସୋଡାକୁ କଷ୍ଟିକ ସୋଡା, କାଚ, ସାବୁନ ଓ କାଗଜ କାରଖାନାରେ ବ୍ୟବହାର କରାଯାଏ  ।
  2. ଜଳର ସ୍ଥାୟୀ ଖରତ୍ଵ ଦୂରୀକରଣ ପାଇଁ ଏହାକୁ ବ୍ୟବହାର କରାଯାଏ  ।
  3. ଘର ମାନଙ୍କରେ ଲୁଗାପଟା, ବାସନ କୁସନ ସଫା ସୁତୁରା ପାଇଁ ଏହାକୁ ବ୍ୟବହାର କରାଯାଏ  ।

ପ୍ଲାଷ୍ଟର ଅଫ ପ୍ୟାରିସ

ଆଧୁନିକ ଘରଦ୍ଵାର ବିଭିନ୍ନ ଡିଜାଇନ ସବୁ ଦେଖିଛ ତାହା ହିଁ ପ୍ଲାଷ୍ଟର ଅଫ ପ୍ୟାରିସ ଦ୍ଵାରା ଗଠିତ  । ଏହାକୁ POP ମଧ୍ୟ କୁହାଯାଏ  । ରାସାୟନିକ ଭାବରେ ଏହାକୁ 2Ca.O କାଲସିୟମ ସଲଫେଟ ହେମି ହାଇଡ୍ରେଟ କହନ୍ତି  ।

ପ୍ରସ୍ତୁତି

କଞ୍ଚାମାଲ

ଜିପ୍ ସମ (Ca.2O) ବ୍ୟବହାର ହୁଏ ଏହାର କଞ୍ଚାମାଲ ପାଇଁ  ।

ପ୍ରସ୍ତୁତି  : ଜିପ୍ ସମ ରାସାୟନିକ ସଙ୍କେତ (Ca.2O) ମାତ୍ର ପ୍ଲାଷ୍ଟର ଅଫ ପ୍ୟାରିସର Ca.1/2O ଲେଖାଯାଏ  । ଏଥିରେ ଜଳର ସ୍ଫଟିକ ବ୍ୟବଧାନ ଥାଏ  ।

ଯେତେବେଳେ ଜିପ୍ ସମକୁ  (373K) ରେ ଗରମ କରାଯାଏ ସେ ଜଳର ସ୍ଫଟିକ ହରାଏ ତେଣୁ ତାପମାତ୍ରା c ରୁ ଅଧିକ ହେବା ଉଚିତ୍ ନୁହେଁ  । ଯଦି ଅଧିକ ହେବ ସମସ୍ତ ଜଳ ସ୍ଫଟିକ ଉଡିଯିବ ଓ ଜଳଶୂନ୍ୟ  ବା କ୍ୟାଲସିୟମ ସଲଫେଟ ରହିବ  । ଏହାକୁ “ପୋଡା ଓ ମୃତ” ବୋଲି କୁହାଯିବ  । ପରେ ଜଳ ସହମିଶ୍ରଣ କଲେ ମଧ୍ୟ ପୂର୍ବଗୁଣ ଫେରିପାଏ ନାହିଁ  ।

ବ୍ୟବହାର

  1. ବିଭିନ୍ନ ପ୍ରକାର କଣ୍ଢେଇ ଓ ଛଅ ପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଏ  ।
  2. ହାଡ ଭାଙ୍ଗିଥିଲେ ଏହାକୁ ବ୍ୟାଣ୍ଡେଜରେ ବ୍ୟବହାର କରାଯାଏ  । ଦନ୍ତ ଚିକିତ୍ସକ ମାନେ ଛାଞ୍ଚ ପ୍ରସ୍ତୁତି ପାଇଁ ବ୍ୟବହାର କରନ୍ତି ।
  3. କାନ୍ଥ ଓ ସିଲିଂକୁ ଚିକ୍କଣ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ  ।
  4. କାନ୍ଥ ସିଲିଂ ଓ ପିଲରକୁ ସଜାଇବା ପାଇଁ ଏହାକୁ ବ୍ୟବହାର କରାଯାଏ  ।
  5. କଳାପଟାରେ ଲେଖିବା ପାଇଁ ବ୍ୟବହାର ହୋଇଥିବା ଚକ୍ ପାଇଁ ଏହାକୁ ବ୍ୟବହାର କରାଯାଏ  ।
  6. ଅଗ୍ନି ନିରୋଧକ ରୂପେ ଏହାକୁ ବ୍ୟବହାର କରାଯାଏ  ।

ବ୍ଲିଚିଂ ପାଉଡର

ଆପଣମାନେ ନୂଆ ଲୁଗାର ଧବଳତା ପାଇଁ ଆଶ୍ଚର୍ଯ୍ୟ ହୋଇଛନ୍ତି କି ? ଏହା ଏପରି ଧଳା ହେଲା କାହିଁକି ? ତିଆରି ସମୟରେ ଲୁଗାର ବ୍ଲିଚିଂ ଗୁଣ ଯୋଗୁଁ ଏହିପରି ଦେଖାଯାଏ  । ବ୍ଲିଚିଂ ଏକ ପ୍ରକ୍ରିୟା ଯେଉଁଥିରେ ଲୁଗାର ରଙ୍ଗ ଛଡାଇ ଅଧିକ ଶୁଭ୍ରତା ଆଣିବା  । ବହୁଦିନ ଧରି ବ୍ୟବହାର କରାଯାଇଛି  । ଏହାର ରାସାୟନିକ ସଙ୍କେତ କାଲସିୟମ ଅକ୍ସି କ୍ଲୋରଇଡ ବା ଉବକ୍ଟଉକ୍ଷ

ପ୍ରସ୍ତୁତି କରଣ

କଞ୍ଚାମାଲ : ବ୍ଲିଚିଂ ପାଉଡର ପ୍ରସ୍ତୁତି ପାଇଁ ଆବଶ୍ୟକୀୟ କଞ୍ଚାମାଲ ହେଲା  ।

  • ବାମିତ ଚୂନ Ca
  • କ୍ଳୋରିନ ଗ୍ୟାସ

ପ୍ରସ୍ତୁତି ପ୍ରଣାଳୀ

ବ୍ଲିଚିଂ ପାଉଡର ହାସେନ – କ୍ଲେଭର  ପ୍ରକ୍ରିୟାରେ ପ୍ରସ୍ତୁତ ହୁଏ  । ଏହି କାରଖାନାରେ ୪ଟି ସିଲିଣ୍ଡର ଅଛି  । କ୍ଳୋରିନ ଗ୍ୟାସ ପ୍ରବେଶ ପାଇଁ ଗୋଟିଏ ପ୍ରବେଶପଥ ଅଛି  । ଉପରପଟୁ ଶୁଷ୍କ କଲିଚୂନ କ୍ଲୋରିନ ବା Ca ଢଳାଯାଏ  । ତଳପଟୁ କ୍ଲୋରିନ ଗ୍ୟାସ ଛାଡି ଦିଆଯାଏ  । ଶୁଷ୍କ କଲିଚୂନ କ୍ଲୋରିନ ଗ୍ୟାସ ସହ ମିଶି ତଳକୁ ତଳ ଚାଲିଆସେ  । ପରିଶେଷରେ ବ୍ଲିଚିଂପାଉଡର ତଳ ଅଂଶରେ ସଂଗୃହିତ ହୁଏ  ।

କଲିଚୂନ + କ୍ଲୋରିନ à ବ୍ଲିଚିଂ ପାଉଡର

ବ୍ୟବହାର

  1. କପଡା କାରଖାନାରେ ଏହା ତୁଳା ଓ ନାଇଲନକୁ ବ୍ଲିଚିଂ ପରିଷ୍କାର କରିବା ପାଇଁ ବ୍ୟବହାର କରାଯାଏ  ।
  2. କାଗଜ କାରଖାନାରେ କାଠମଣ୍ଡକୁ ପରିଷ୍କାର କରିବା ପାଇଁ ଏହାକୁ ବ୍ୟବହାର କରାଯାଏ  ।
  3. ଉଲକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏହା ବ୍ୟବହାର କରାଯାଏ  ।
  4. କ୍ଲୋରଫର୍ମ ପ୍ରସ୍ତୁତିରେ ବ୍ଲିଚିଂ ପାଉଡର ବ୍ୟବହାର କରାଯାଏ  ।
ବିଜ୍ଞାନଗାରରେ ଏହାକୁ ବିଜାରକ ରୂପେ ବ୍ୟବହାର କରାଯାଏ  ।

ଆଧାର – ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top