ହୋମ / ଶକ୍ତି / ଶକ୍ତି ପ୍ରୟୋଗ / ନୂତନ ମୌଳିକ ଢାଞ୍ଚା ନୂତନ ଭାରତ ପାଇଁ
ସେଆର କରନ୍ତୁ

ନୂତନ ମୌଳିକ ଢାଞ୍ଚା ନୂତନ ଭାରତ ପାଇଁ

ନୂତନ ମୌଳିକ ଢାଞ୍ଚା ନୂତନ ଭାରତ ପାଇଁ

ଘର ହେଉ ନିଜର, ସମସ୍ତଙ୍କର ସ୍ଵପ୍ନ-ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)

  • ସ୍ଵାଧୀନତାର 75 ତମ ବର୍ଷ ପୂର୍ତ୍ତୀ ଅବସରରେ 2022ରେ ସମସ୍ତଙ୍କ ପାଖରେ ନିଜର ଘର ହେଉ  ।
  • ପ୍ରାରମ୍ଭରେ ସୁଧ ଦର ଉପରେ 6.5 ପ୍ରତିଶତର ଛାଡ ସହିତ 6 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆ ଯାଉଥିଲା, ଏବେ 9 ଲକ୍ଷ ଟଙ୍କା ଆଉ 12 ଲକ୍ଷ ଟଙ୍କାର ଗୃହ ଋଣ ସୁଧ ଦରରେ କ୍ରମଶଃ 4 ପ୍ରତିଶତ ଏବଂ 3 ପ୍ରତିଶତର ଛାଡ ସହିତ  ।
  • ବିଗତ ସାଢେ ତିନି ବର୍ଷରେ, ସହରୀ ଏବଂ ଗ୍ରାମୀଣ ଅଞ୍ଚଳରେ ପ୍ରାୟ 1 କୋଟି ଗୃହ ନିର୍ମାଣ କରାଗଲା  ।

ସ୍ମାର୍ଟ ସିଟି ଜରିଆରେ ସହରଗୁଡିକର ରୂପ ପରିବର୍ତ୍ତନ

  • ଉନ୍ନତ ଗୁଣବତ୍ତାପୂର୍ଣ୍ଣ ଜୀବନ ଏବଂ ଅଞ୍ଚଳ ଆଧାରିତ ବିକାଶ, ନିରନ୍ତର ସହରୀ ନିୟୋଜନ ଏବଂ ବିକାଶ ସୁନିଶ୍ଚିତ କରିବା ପାଇଁ ପ୍ରାୟ 100ଟି ସହରୀ କେନ୍ଦ୍ରକୁ ସ୍ମାର୍ଟ ସିଟି ଭାବେ ଚୟନ କରାଯାଇଛି  ।
  • ଏହି ସହରମାନଙ୍କ ମଧ୍ୟରେ ବିକାଶ ସମ୍ବନ୍ଧିତ ବିଭିନ୍ନ ଯୋଜନାଗୁଡିକ ଉପରେ 2,01,919 କୋଟି ଟଙ୍କା ଖର୍ଚ୍ଚ କରାଯିବ ଆଉ ଏହାଦ୍ଵାରା ପ୍ରାୟ 10 କୋଟି ଭାରତୀୟଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡିବ  ।

ଶ୍ୟାମା ପ୍ରସାଦ ମୁଖାର୍ଜି ସହରୀ ମିଶନ ସହିତ ଭାରତର ଗାଁଗୁଡିକୁ ସୁଦୃଢ କରିବା

  • ଆଗାମୀ ତିନି ବର୍ଷ ଭିତରେ ଏଭଳି 300 ଆବାସୀୟ ଏବଂ ରୁର୍ବାନ କ୍ଲଷ୍ଟରଗୁଡିକର ବିକାଶ ଯାହା ଖୋଳାରେ ଶୌଚ ମୁକ୍ତ, ଶସ୍ୟ ଶ୍ୟାମଳା ହେବ ଏବଂ ତା’ସହିତ ହିଁ କୃଷି ଆଧାରିତ ଏବଂ କୌଶଳ ଶ୍ରମବଳ ଉପରେ ଆଧାରିତ ବିଷୟ କ୍ଷେତ୍ର ସମ୍ବନ୍ଧିତ କ୍ଲଷ୍ଟର ହେଉ ତଥା ଆର୍ଥିକ ସୁଯୋଗ ପର୍ଯ୍ୟନ୍ତ ସେମାନଙ୍କର ପହଞ୍ଚ ହେଉ  ।
  • 267ଟି କ୍ଲଷ୍ଟରର ଚିହ୍ନଟ ହୋଇ ସାରିଛି  । 29ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ଦାଦ୍ରା ଏବଂ ନଗର ହବେଳି ପାଇଁ 153 ସମର୍ପିତ କ୍ଲଷ୍ଟର କାର୍ଯ୍ୟ ଯୋଜନାଗୁଡିକୁ ମଞ୍ଜୁରି ଯାହା ପ୍ରତ୍ୟକ କ୍ଲଷ୍ଟର ହେଉଛି ନିବେଶର ମୂଳ ଯୋଜନା  ।

ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ମାଧ୍ୟମରେ ଗାଁକୁ ଯୋଡିବା

  • 2019 ମଧ୍ୟରେ ପ୍ରତ୍ୟକ ଗ୍ରାମକୁ ସଡକ ସମ୍ପର୍କ ଉପଲବ୍ଧ କରାଇବା ଆଗରୁ ହିଁ ସୁଦୂରବର୍ତ୍ତି ଏବଂ ଦୁର୍ଗମ ଅଞ୍ଚଳର ଅଧିକାଂଶ ଗାଁ ସହିତ ଗ୍ରାମୀଣ ସଡକ ସମ୍ପର୍କ 2014 ରେ 56 ପ୍ରତିଶତ ଥିଲା ଯାହା ବୃଦ୍ଧି ପାଇ 82 ପ୍ରତିଶତ ହୋଇ ସାରିଛି  ।
  • ନିକଟ ଭବିଷ୍ୟତରେ 73,727 କିଲୋମିଟର ସଡକ ନିର୍ମାଣ

ଅଧିକ ସଡକ ଏବଂ ରାଜମାର୍ଗ, ପୂର୍ବ ଅପେକ୍ଷା ଅଧିକ କାୟା ପରିବର୍ତ୍ତନ

  • ସଡକ ନିର୍ମାଣ ପାଇଁ 2013-14ରେ 32,483 କୋଟି ଟଙ୍କା ବ୍ୟୟ ତୁଳନାରେ 2017-18ରେ 1,16,324 କୋଟି ଟଙ୍କା କରାଯାଇଛି  ।
  • ରାଷ୍ଟ୍ରୀୟ ରାଜପଥ ନେଟୱାର୍କର 2013-14 ବର୍ଷରେ 92,851 କିଲୋମିଟରରୁ ବୃଦ୍ଧି କରି 2017-18 ବର୍ଷରେ 1,20,543 କିଲୋମିଟର ବିସ୍ତାର ହୋଇଛି  ।
  • ନିର୍ମାଣର ଗତି 2013-14 ବର୍ଷରେ ପ୍ରତିଦିନ 12 କିଲୋମିଟର ବଦଳରେ ବୃଦ୍ଧି ପାଇ 2017-18 ବର୍ଷରେ ପ୍ରତିଦିନ 27 କିଲୋମିଟର ହୋଇଛି  ।
  • ନିର୍ମାଣ ଆଉ ବିକାଶ ପାଇଁ 2,000 କିଲୋମିଟର ଉପକୂଳ ସମ୍ପର୍କ ସଡକ ଚିହ୍ନଟ କରାଯାଇଛି  ।
  • ଭାରତର ସବୁଠାରୁ ବଡ ସଡକ ସୁଡଙ୍ଗ- ଛେନାନୀ- ନାଶରୀ ସୁଡଙ୍ଗକୁ ସାଧାରଣ ଜନତାଙ୍କ ପାଇଁ ଖୋଲା ଯାଇଛି  ।
  • ଭାରତର ସବୁଠାରୁ ଦୀର୍ଘ ସେତୁ-ଆସାମରେ ବ୍ରହ୍ମପୁତ୍ର ନଦୀ ଉପରେ ତିଆରି କରାଯାଇଥିବା 9.15 କିଲୋମିଟର ଦୀର୍ଘ ଢୋଲା – ସାଦିୟା ସେତୁ 26 ମଇ, 2017ରେ ସାଧାରଣ ଜନତାଙ୍କୁ ସମର୍ପିତ  । ଏହି ସେତୁ ଉପର ଆସାମ ଏବଂ ଅରୁଣାଚଳ ପ୍ରଦେଶର ପୂର୍ବ ଭାଗ ମଧ୍ୟରେ 24 ଘଣ୍ଟା ସମ୍ପର୍କ ସୁନିଶ୍ଚିତ କରାଯାଇଛି  ।
  • ଭରୁଚରେ ନର୍ମଦା ଏବଂ କୋଟାରେ ଚମ୍ବଲ ନଦୀ ଉପରେ ତିଆରି ହୋଇଥିବା ସେତୁ ସାଧାରଣ ଜନତାଙ୍କ ପାଇଁ ଖୋଲି ଦିଆ ଯାଇଛି  ।
  • ଉଚ୍ଚ ଘନତ୍ଵ ଭଳି ଗ୍ଵାଲିୟରରେ 100 କିଲୋମିଟର ଏକ୍ସପ୍ରେସ ୱେ  ।

ସୁରକ୍ଷିତ ଏବଂ ସ୍ମରଣୀୟ ତୀର୍ଥ ଯାତ୍ରା, ଚାରି ଧାମ ମହାମାର୍ଗ ବିକାଶ ପ୍ରକଳ୍ପକୁ ଧନ୍ୟବାଦ

  • 2016ରୁ ଆରମ୍ଭ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ହିମାଳୟରେ ଚାରିଧାମ ତୀର୍ଥଯାତ୍ରା କେନ୍ଦ୍ର ନିମନ୍ତେ ସମ୍ପର୍କରେ ସୁଧାର ଆଣିବା ଆଉ ଏହି କେନ୍ଦ୍ର ପର୍ଯ୍ୟନ୍ତ ଯାତ୍ରାକୁ ଅଧିକ ସୁରକ୍ଷିତ, ତ୍ଵରିତ ଏବଂ ସୁବିଧାଜନକ କରିବା  ।
  • 12,000 କୋଟି ଟଙ୍କାର ବ୍ୟୟରେ ପ୍ରାୟ 900 କିଲୋମିଟର ଜାତୀୟ ରାଜପଥର ବିକାଶ କାର୍ଯ୍ୟର ଅଗ୍ରଗତି ଜାରି ରହିଛି  ।

ଭାରତମାଳା ଯୋଜନା

ରାଜପଥ କ୍ଷେତ୍ର ଏବଂ ମିଲ୍ଟି ମଡେଲ ପାଇଁ 5,35,000 କୋଟି ଟଙ୍କାର ନୂତନ ଧ୍ଵଜାକାରୀ କାର୍ଯ୍ୟକ୍ରମ

ସୁରକ୍ଷିତ ସଡକ ପାଇଁ ସେତୁ ଭାରତମ୍ ପ୍ରକଳ୍ପ

  • ରେଳ ଓଭର ବ୍ରିଜ / ଅଣ୍ଡର ପାସଗୁଡିକର ନିର୍ମାଣ ଦ୍ଵାରା 2019 ପର୍ଯ୍ୟନ୍ତ ସମସ୍ତ ରାଷ୍ଟ୍ରୀୟ ରାଜପଥକୁ ରେଳବାଇ ଲେବଲ କ୍ରସିଂରୁ  ମୁକ୍ତ କରି ସଡକ ସୁରକ୍ଷା ସୁନିଶ୍ଚିତ କରିବା  ।
  • 20,800 କୋଟି ଟଙ୍କା ବ୍ୟୟରେ ରେଳ ଓଭର ବ୍ରିଜ / ଅଣ୍ଡର ବ୍ରିଜ ନିର୍ମାଣ କରିବା

ରେଳବାଇ

କାରଣ ଆମେ ଚିନ୍ତା କରୁ – ସର୍ବ ପ୍ରଥମେ ସୁରକ୍ଷା

  • 2017-18 ରେ ଏ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ସୁରକ୍ଷାର ରେକର୍ଡ : ଗୋଟିଏ ବର୍ଷରେ 100 ରୁ କମ୍ ଦୁର୍ଘଟଣା ରେକର୍ଡ ହୋଇଛି  । ଅନୁବର୍ତ୍ତି ରେଳ ଦୁର୍ଘଟଣାରେ 62 ପ୍ରତିଶତ ହ୍ରାସ ଘଟିଛି ଯାହା 2013-14ରେ 118 ରୁ ହ୍ରାସ ପାଇ 2017-18 ରେ 73 କୁ ଆସି ଯାଇଛି  ।
  • ବିଗତ ଚାରି ଅବରଷା ମଧ୍ୟରେ 5,469 ମାନବ ବିହୀନ ରେଳ ଫାଟକ ବନ୍ଦ କରି ଦିଆଯାଇଛି  । ମାନବ ବିହୀନ ରେଳ ଫାଟକ ଉନ୍ମୋଳନ ପ୍ରତିଶତ 2009-14 ତୁଳନାରେ 20 ପ୍ରତିଶତ ଅଧିକ ରହିଛି  ।
  • ବଡ ଲାଇନ ମାର୍ଗରେ ସମସ୍ତ ମାନବ ବିହୀନ ରେଳ ଫାଟକକୁ 2020 ପର୍ଯ୍ୟନ୍ତ ବନ୍ଦ କରିବାର ଲକ୍ଷ୍ୟ  ।

ଚତୁର୍ଦ୍ଦିଗରୁ ଏବଂ ବିସ୍ତୃତ ବିକାଶ

ପୂର୍ବୋତ୍ତର ପାଇଁ ସମ୍ପର୍କ

  • ସମଗ୍ର ଛୋଟ ଲାଇନକୁ ବଡ ଲାଇନରେ ପରିବର୍ତ୍ତିତ କରିବା କାରଣରୁ ପୂର୍ବୋତ୍ତର କ୍ଷେତ୍ର ଅବଶିଷ୍ଟ ଭାରତ ସମ୍ପୂର୍ଣ୍ଣ ଭାବେ ଯୋଡି ହୋଇ ଯାଇଛି  ।
  • ପ୍ରଥମ ଥର ମେଘାଳୟ, ତ୍ରିପୁରା, ମିଜୋରାମ ଭାରତର ରେଳ ମାନଚିତ୍ରରେ ସ୍ଥାନ ପାଇଛନ୍ତି  ।

ମୁମ୍ବାଇ-ଅହମ୍ମଦାବାଦ ଦ୍ରୁତ ଗତି ରେଳ ସେବା : ଭାରତର ପ୍ରଥମ ବୁଲେଟ ଟ୍ରେନ

  • ଦ୍ରୁତ ଗତି ସମ୍ପନ୍ନ ଏହି ଟ୍ରେନରେ ଯାତ୍ରା ସମୟ 8 ଘଣ୍ଟାରୁ ହ୍ରାସ ପାଇ 2 ଘଣ୍ଟା ହୋଇଯିବ  ।
  • ନିର୍ମାଣ ସମୟରେ ପାଖାପାଖି 20,000 ଶ୍ରମିକଙ୍କ ପାଇଁ ରୋଜଗାର ସୃଷ୍ଟି  ।

ଭାରତର ଅର୍ଥ ବ୍ୟବସ୍ଥାରେ ଅଧିକ ମାଲ ପରିବହନ, ଅଧିକ ସୁଦୃଢ

  • 2017-18 ରେ ସବୁଠାରୁ ଅଧିକ ମାଲ ପରିବହନ କରାଯାଇଛି : 1,160 ମିଲିୟନ ଟନ  ।

ବିମାନ ଚଳାଚଳ କ୍ଷେତ୍ରରେ ଦ୍ରୁତ ଗତିରେ ବୃଦ୍ଧି

  • ଭାରତ ଦୁନିଆର ସବୁଠାରୁ ବଡ ତୃତୀୟ ବିମାନ ଚଳାଚଳ ବଜାର ରୂପରେ ବିକଶିତ ହୋଇଛି  । ବିଗତ ତିନି ବର୍ଷରେ ଯାତ୍ରୀମାନଙ୍କ ସଂଖ୍ୟାରେ 18-20 ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି  ।
  • ଟ୍ରେନ ତୁଳନାରେ ଅଧିକ ଭାରତୀୟମାନେ ବିମାନରେ ଯାତ୍ରା କରିବା କାରଣରୁ ଘରୋଇ ବିମାନଯାତ୍ରୀଙ୍କ ସଂଖ୍ୟା 2017ରେ ପ୍ରଥମ ଥର 100 ମିଲିୟନ ରୁ ଉପରକୁ ପହଞ୍ଚି ଯାଇଛି  ।
  • ଏହି କ୍ଷେତ୍ରର କାୟା ପରିବର୍ତ୍ତନ ପାଇଁ ରାଷ୍ଟ୍ରୀୟ ବିମାନ ଚଳାଚଳ ନୀତି 2016ରେ ଶୁଭାରମ୍ଭ
  • ଅଣସଂରକ୍ଷିତ ଏବଂ ଅପର୍ଯ୍ୟାପ୍ତ ସେବା ଭଳି ବିମାନ ବନ୍ଦର ପାଇଁ ଉଡାଣ ଯୋଜନାରେ 2500 ଟଙ୍କା ପ୍ରତି ଘଣ୍ଟା ପାଇଁ ଆର୍ଥିକ ରିହାତି ଦରରେ ଆଞ୍ଚଳିକ ବିମାନ ଯୋଗାଯୋଗ ପ୍ରଦାନ କରୁଛି  ।

ରାଷ୍ଟ୍ର ନିର୍ମାଣ ପାଇଁ ଜଳଶକ୍ତି

ସାଗରମାଳା ପ୍ରକଳ୍ପ

  • 8 ଲକ୍ଷ କୋଟି ଟଙ୍କାରୁ ଅଧିକ ମୌଳିକ ଭିତ୍ତିଭୂମି ନିବେଶ ସହିତ 500 ରୁ ଅଧିକ ପ୍ରକଳ୍ପ ସାମିଲ  ।

ବନ୍ଦର ସଞ୍ଚାଳିତ ବିକାଶ ଅଭିମୁଖେ

  • 2017 ଅପ୍ରେଲରୁ ଡିସେମ୍ବର ମଧ୍ୟରେ ପ୍ରମୁଖ ବନ୍ଦରଗୁଡିକର କାର୍ଯ୍ୟଦକ୍ଷତା ମାନଦଣ୍ଡ ଚିହ୍ନଟ  । ଜାହାଜରେ ମାଲ ବୋଝେଇ ଓ ଖଲାସ କାର୍ଯ୍ୟ 73 ଘଣ୍ଟା ତୁଳନାରେ 65 ଘଣ୍ଟାରେ ସମ୍ପନ୍ନ  ।
  • ପ୍ରମୁଖ ବନ୍ଦରଗୁଡିକର ପରିଚାଳନା ବଳକା ଠାରୁ ଅଧିକ ବିଗତ ବର୍ଷ ଏହି ସମୟ ତୁଳନାରେ 11 ପ୍ରତିଶତ ବୃଦ୍ଧି  ।

“ଆଗାମୀ ପିଢିଙ୍କ ପାଇଁ ନୂତନ ସ୍ତରର ମୌଳିକ ଢାଞ୍ଚାର ନିର୍ମାଣ”

ଆଧାର  :ଭାରତ  ସରକାର

2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top