ହୋମ / ଶକ୍ତି / ଶକ୍ତି ପ୍ରୟୋଗ / ଆମ ଚତୁର୍ପାର୍ଶ୍ୱର ପଦାର୍ଥ(ରାସାୟନିକ ପ୍ରତିକ୍ରିୟା ଓ ସମୀକରଣ )
ସେଆର କରନ୍ତୁ

ଆମ ଚତୁର୍ପାର୍ଶ୍ୱର ପଦାର୍ଥ(ରାସାୟନିକ ପ୍ରତିକ୍ରିୟା ଓ ସମୀକରଣ )

ରାସାୟନିକ ପ୍ରତିକ୍ରିୟା ଓ ସମୀକରଣ ର ସୂଚନା

ରାସାୟନିକ ପ୍ରତିକ୍ରିୟା ଓ ସମୀକରଣ

ପ୍ରତିଦିନ ଆମ ଚତୁଃପାର୍ଶ୍ଵରେ ଅନେକ ପରିବର୍ତ୍ତନ ଲକ୍ଷ୍ୟ କରୁଛେ  । ଏଥିରୁ ଅନେକ ଅତି ସରଳ ଓ କେତେକ କ୍ଷଣସ୍ଥାୟୀ ପ୍ରକୃତିର  । ଅନ୍ୟକେତେକ ଜଟିଳ ଓ ଚିରସ୍ଥାୟୀ  ଆବଦ୍ଧ ପାତ୍ରରେ ଥିବା ବରଫ ବାୟୁ ସଂସ୍ପର୍ଶରେ ଆସିଲେ ତରଳିଯାଇ ତରଳରେ ପରିଣତ ହୁଏ  । ଏହି ଜଳକୁ ପାତ୍ରରେ ରଖି ଫ୍ରିଜରରେ ରଖିବା ତାହା ପୁନର୍ବାର ବରଫ ହେବ  ।ଏହି ପରିବର୍ତ୍ତନ କ୍ଷଣସ୍ଥାୟୀ ଏବଂ ପଦାର୍ଥ ପୁନର୍ବାର ପୂର୍ବବସ୍ଥାକୁ ଫେରିଆସେ  । ଏହି ପରିବର୍ତ୍ତନକୁ ଭୌତିକ ପରିବର୍ତ୍ତନ କୁହାଯାଏ  ।

ଖିର ଥରେ ଦହିରେ ପରିଣତ ହେଲେ ତାହା ପୁନର୍ବାର ଖୀର ହୋଇପାରିବ ନାହିଁ  । ଏହି ପରିବର୍ତ୍ତନ ରାସାୟନିକ ପରିବର୍ତ୍ତନ ଅଟେ  । ଏହା ଚିରସ୍ଥାୟୀ  । ଏହି ପରିବର୍ତ୍ତନ ଦ୍ୱୟ ଆମଜୀବନର ଏକ ଅଂଶ  । ଏହି ପରିବର୍ତ୍ତନକୁ ଏକ ସମୀକରଣ ମାଧ୍ୟମରେ ପ୍ରକାଶ କରିହେବ  । ଏହି ଅଧ୍ୟାୟରେ କିପରି ରାସାୟନିକ ସମୀକରଣ ଲେଖାଯାଏ  ଓ ସମତୁଲ କରାଯାଏ  ଆମେ ପଢିବା  ।

ରାସାୟନିକ ସମୀକରଣ

ତୁମେ ତୁମର ଚତୁଃପାର୍ଶ୍ଵରେ ଓ ପ୍ରତିଦିନ ଜୀବନରେ ରାସାୟନିକ ପରିବର୍ତ୍ତନ ଅନୁଭବ କରିଥିବ  । ଆସ କେତେକ ପରିବର୍ତ୍ତନ ସମ୍ପୂର୍ଣ୍ଣ କରିବା  ।

ତୁମ ପାଇଁ କାମ

  • ୨ ସେ.ମି. ଲମ୍ବର ମାଗ୍ନେସିୟମ ରିବନ ନିଅ  । ବାଲିକାଗଜ ଦ୍ଵାରା ଏହାକୁ ସଫାକର  । ଏକ ଚିମୁଟା ଦ୍ଵାରା ଏହାକୁ ଦୃଢଭାବରେ ଧର  । ଏକ ସ୍ପିରିଟ ଲ୍ୟାମ୍ପ ବା ବର୍ଣ୍ଣର ଦ୍ଵାରା ଜଳିଲା ପର୍ଯ୍ୟନ୍ତ ଉତ୍ତପ୍ତକର  । ତୁମ ଆକ୍ଷିଠାରୁ ରିବନକୁ ଦୂରରେ ରକ୍ଷା  । କ’ଣ ଅନୁଭବ କରୁଛ ? ମାଗ୍ନେସିୟମ ରିବନ ଉଜ୍ଜ୍ଵଳ ଆଲୋକ ପ୍ରଦାନ କରି ଜଳୁଛି ଏବଂ ପ୍ରଚୁର ତାପ ଉତ୍ପନ୍ନ କରୁଛି  । ଏହା ଶୀଘ୍ର ଧଳା ପାଉଡର ରେ ପରିଣତ ହେଉଛି  ।
  • କିଛି ଜିଙ୍କ୍ ଖଣ୍ଡ ଏକ କୋନିକାଲ୍ ଫ୍ଲାସ୍କ ବା ପରୀକ୍ଷାନଳୀରେ ନିଅ  । ଲଘୁ ଗନ୍ଧକାମ୍ଳ ବା ଲବଣାମ୍ଳ ଏଥିରେ ମିଶାଅ  । କ’ଣ ଅନୁଭବ କରୁଛ ? ପରୀକ୍ଷା ନଳୀରୁ ଗ୍ୟାସନିର୍ଗତ ହେଉଛି  । ଟେଷ୍ଟଟିଉବର ତଳକୁ ଛୁଇଁଲେ ଏହା ଗରମ ଲାଗିବ  ।

ଏହି ପରିବର୍ତ୍ତନକୁ କିପରି ପରିବର୍ତ୍ତନ କରାଯାଇପାରିବ  ?

ମାଗ୍ନେସିୟମ + ଅମ୍ଳଜାନ – ମାଗ୍ନେସିୟମ ଅକ୍ସାଇଡ

ଜିଙ୍କ୍ + ଲଘୁ ଗନ୍ଧକାମ୍ଳ – ଜିଙ୍କ୍ ସଲଫେଟ୍ + ଉଦଜାନ

ଯେଉଁ ପଦାର୍ଥର ରାସାୟନିକ ପରିବର୍ତ୍ତନ ଘଟେ, ତାକୁ ପ୍ରତିକାରକ ଓ ଯେଉଁ ପଦାର୍ଥ ଉତ୍ପନ୍ନ ହୁଏ ତାକୁ ଉତ୍ପାଦ କୁହାଯାଏ  । ପ୍ରତିକ୍ରିୟା (୧) ରେ ମ୍ୟାଗ୍ନେସିୟମ ଓ ଅମ୍ଳଜାନ ପ୍ରତିକାରକ ଓ ମାଗ୍ନେସିୟମ ଅକ୍ସାଇଡ ଉତ୍ପାଦ ଅଟେ  । ସେହିପରି ପ୍ରତିକ୍ରିୟା (୨) ରେ ଜିଙ୍କ୍ ଓ ଲଘୁ ଗନ୍ଧକାମ୍ଳ ପ୍ରତିକାରକ ଓ ଜିଙ୍କ୍ ସଲଫେଟ୍ ଓ ଉଦଜାନ ଉତ୍ପାଦ  ।

ରାସାୟନିକ ପ୍ରତିକ୍ରିୟାରେ, ପ୍ରତିକାରକ ବାମପାର୍ଶ୍ଵରେ ଏବଂ ଉତ୍ପାଦକୁ ଦକ୍ଷିଣ ପାର୍ଶ୍ଵରେ ଲେଖାଯାଏ  । ପ୍ରତିକାରକର ଉତ୍ପାଦରେ ପରିଣତ ହେବାପାଇଁ ଏକ ତିନ ଚିହ୍ନ ଦ୍ଵାରା ସୂଚୀତ କରାଯାଏ  । ଏକାଧିକ ପ୍ରତିକାରକ ବା ଉତ୍ପାଦ ଥିଲେ, ସେମାନଙ୍କ ମଧ୍ୟରେ ଯୁକ୍ତ ଚିହ୍ନ (+) ଦିଆଯାଏ  ।

ରାସାୟନିକ ସମୀକରଣ ଲେଖିବା ଉପାୟ

ରାସାୟନିକ ସମୀକରଣକୁ ଶବ୍ଦ ପ୍ରତିବଦଳରେ ରାସାୟନିକ ସଙ୍କେତଦ୍ଵାରା ସଂକ୍ଷିପ୍ତ ଓ ବ୍ୟବହାର ଉପଯୋଗୀ କରାଯାଇପାରିବ  । ପୂର୍ବ ଅଧ୍ୟାୟରେ ରାସାୟନିକ ସଙ୍କେତ ଦ୍ଵାରା କିପରି ଏକ ଯୌଗିକକୁ ଲେଖାଯାଏ  ପଢିଛେ  । ବର୍ତ୍ତମାନ ଯଦି ମାଗ୍ନେସିୟମ, ଅମ୍ଳଜାନ ଓ ମାଗ୍ନେସିୟମ ଅକ୍ସାଇଡ ପାଇଁ ଶବ୍ଦ ବଦଳରେ ସଙ୍କେତ ସମୀକରଣ (୧)ରେ ପ୍ରକାଶ କରିବା ତେବେ ଆମେ ପାଇବା

ମାଗ୍ନେସିୟମ + ଅମ୍ଳଜାନ        ମାଗ୍ନେସିୟମ ଅକ୍ସାଇଡ

ସେହିପରି ଶବ୍ଦପରିବର୍ତ୍ତନ, ସଙ୍କେତ ଦ୍ଵାରା ସମୀକରଣ (୨)ରେ ପ୍ରକାଶ କରିବା, ତାହା ହେବ

ଦସ୍ତା + ଗନ୍ଧକାମ୍ଳ    ଦସ୍ତା ସଲଫେଟ୍ + ଉଦଜାନ ଗ୍ୟାସ

ବସ୍ତୁତ୍ଵ ସଂରକ୍ଷଣ ନିୟମ ତୁମେ ମନେରଖିଛ କି ? ପ୍ରତିକାର ଥିବା ବସ୍ତୁତ୍ଵ ଓ ପରମାଣୁ ସଂଖ୍ୟା, ଉତ୍ପାଦରେ ଥିବା ବସ୍ତୁତ୍ଵ ଓ ପରମାଣୁ ସଂଖ୍ୟା ସହ ସମାନ ହେବା ଉଚିତ୍  । ସମୀକରଣ (୩) ଓ (୪) ଥିବା ବାମପାର୍ଶ୍ଵ (ପ୍ରତିକାରକ) ଓ ଦକ୍ଷିଣ ପାର୍ଶ୍ଵରେ ଉତ୍ପାଦରେ ଥିବା ପରମାଣୁ ସଂଖ୍ୟା ଗଣାଯାଉ  । ସମୀକରଣ (୩) ଓ (୪) ରେ ଥିବା ଅମ୍ଳଜାନ ପରମାଣୁ ସଂଖ୍ୟା ସମାନ ନୁହେଁ, କିନ୍ତୁ (୪) ରେ ଉଭୟ ପାର୍ଶ୍ଵରେ ପରମାଣୁ ସଂଖ୍ୟା ସମାନ ଅଟେ  । ଯେଉଁ ରାସାୟନିକ ସମୀକରଣରେ ଉଭୟ ପାର୍ଶ୍ଵର ତୀର ଚିହ୍ନର ପରମାଣୁ ସଂଖ୍ୟା ସମାନ ନୁହେଁ, ତଥାପି ତାହା ଏକ ରାସାୟନିକ ସମୀକରଣର ପ୍ରତିନିଧିତ୍ଵକରେ, ସେଗୁଡିକୁ କଙ୍କାଳ ସମୀକରଣ କୁହାଯାଏ  ।

ଏହି ସମୀକରଣକୁ ଉପଯୁକ୍ତ ସଲଫର ସାହାଯ୍ୟନେଇ ରାସାୟନିକ ସମୀକରଣକୁ ସମତୁଲ କରାଯାଇ ପାରିବ  । ଆମେ ଏହି ଅଧ୍ୟାୟରେ ରାସାୟନିକ ସମୀକରଣ ସମ୍ବନ୍ଧରେ ପଢିବା  ।

ସମତୁଲ ସମୀକରଣ

ବସ୍ତୁତ୍ଵ ସଂରକ୍ଷଣ ନିୟମ ଅନୁଯାୟୀ ପଦାର୍ଥ ସୃଷ୍ଟି କରାଯାଇପାରିବ ନାହିଁ  କିମ୍ବା ବିନାଶ କରାଯାଇପାରିବ ନାହିଁ  । ତେଣୁ ପ୍ରତ୍ୟକ ମୌଳିକ ବସ୍ତୁତ୍ଵ ପ୍ରତିକାର ଓ ଉତ୍ପାଦରେ ନିଶ୍ଚୟ ସମାନ ହେବ  । ଅନ୍ୟଅର୍ଥରେ ପ୍ରତ୍ୟକ ମୌଳିକର ପରମାଣୁ ସଂଖ୍ୟା ଆରମ୍ଭରୁ ଏବଂ ପରେ ସମାନ ରହେ  । ଏବଂ ସମତୁଲ ସମୀକରଣରେ ଏକ ନିର୍ଦ୍ଧିଷ୍ଟ ମୌଳିକର ପରମାଣୁ ସଂଖ୍ୟା ପ୍ରତିକାରକ ଓ ଉତ୍ପାଦରେ ନିଶ୍ଚୟ ସମାନ ହେବ  । ଯଦି ସମାନ ନ ହୁଏ ତେବେ ଏହା ସମତୁଲ ନୁହେଁ  । ସମୀକରଣ (୩) ଓ (୪) କଥା ବିଚାର କରାଯାଉ :

ମାଗ୍ନେସିୟମ +          ମାଗ୍ନେସିୟମ ଅକ୍ସାଇଡ

ଜିଙ୍କ + ଗନ୍ଧକାମ୍ଳ         ଜିଙ୍କସଲଫେଟ + ଉଦଜାନ

ସମୀକରଣ (୪) ସମତୁଲ କାରଣ ଉଭୟପାର୍ଶ୍ଵରେ Zn, H, S ଓ O ର ପରମାଣୁ ସଂଖ୍ୟା ସମାନ  । ସମୀକରଣ (୩) ରେ Mg ର ପରମାଣୁ ସଂଖ୍ୟା ଉଭୟପାର୍ଶ୍ଵର ସମାନ କିନ୍ତୁ ପ୍ରତିକାରକର ଅମ୍ଳଜାନପରମାଣୁ ସଂଖ୍ୟାର 2 ( ରେ) ଏବଂ ଉତ୍ପାଦପାର୍ଶ୍ଵରେ ଗୋଟିଏ ଅମ୍ଳଜାନ ପରମାଣୁ (MgO ରେ) ଅଛି  । ଉତ୍ପାଦ ପାର୍ଶ୍ଵର ଅମ୍ଳଜାନ ପରମାଣୁ ସଂଖ୍ୟା ସମାନ କରିବା ପାଇଁ 2MgO ଲେଖିବାକୁ ହେବ  । ବର୍ତ୍ତମାନ ସମୀକରଣ ଟି ହେବ  :

Mg +  = 2MgO

ଉକ୍ତ ସମୀକରଣରେ ବାମପାର୍ଶ୍ଵରେ ଗୋଟିଏ ମାଗ୍ନେସିୟମ ପରମାଣୁ କମ୍ ଅଛି ଏହି ପରମାଣୁ ସଂଖ୍ୟା ସମାନ କରିବା ପାଇଁ Mg ପୂର୍ବରୁ 2 ଲେଖିବାକୁ ହେବ ଏବଂ ସମୀକରଣଟି ହେବ :

2Mg +  = 2MgO

ବର୍ତ୍ତମାନ ତୀର ଚିହ୍ନର ଉଭୟ ପାର୍ଶ୍ଵର ମାଗ୍ନେସିୟମ ଓ ଅମ୍ଳଜାନ ପରମାନଉ ସଂଖ୍ୟା ସମାନ ଏବଂ ସମୀକରଣଟି ସମତୁଲ ଅଟେ  । ଏହି ରାସାୟନିକ ସମୀକରଣକୁ ସମତୁଲ କରିବା ପ୍ରଣାଳୀକୁ Hit and Trial Method କୁହାଯାଏ  ।

ଅନ୍ୟ ଏକ ରାସାୟନିକ ସମୀକରଣର ସମତୁଲ କରିବା ପ୍ରଣାଳୀ ଆସ ଦେଖିବା   ।

ଯେତେବେଳେ ଉତ୍ତପ୍ତ ଲୁହା ଉପରେ ଷ୍ଟିମ୍ ପ୍ରବାହ କରାଯାଏ, ସେତେବେଳେ ଉଦଜାନ ଗ୍ୟାସ () ନିର୍ଗତ ହୁଏ ଏବଂ ଲୌହ ଅକ୍ସାଇଡ ମିଳେ  ।

ଲୁହା à ଲୌହଅକ୍ସାଇଡ + ଉଦଜାନ ଗ୍ୟାସ

ଉକ୍ତ ସମୀକରଣଟି ସମତୁଲ ନୁହେଁ  । ସମତୁଲ କରିବା ପାଇଁ ଆସ ନିମ୍ନସୋପାନ ଗୁଡିକ ଅନୁସରଣ କରିବା  ।

ପ୍ରଥମ ସୋପାନ  :

ପ୍ରତିକାରକ ଓ ଉତ୍ପାଦରେ ଥିବା ବିଭିନ୍ନ ମୌଳିକର ପରମାଣୁ ସଂଖ୍ୟାକୁ ତୁଳନା କରାଯାଉ  ।

ମୌଳିକ

ପ୍ରତିକାରରେ ଥିବା ପରମାଣୁ ସଂଖ୍ୟା

ଉତ୍ପାଦରେ ଥିବା ପରମାଣୁ ସଂଖ୍ୟା

Fe

H

O

୨ୟ ସୋପାନ :

ଯେଉଁ ଯୌଗିକରେ ସବୁଠାରୁ ଅହିକ ପରମାଣୁ ଅଛି ତାକୁ ସମତୁଲ କରିବା ଆରମ୍ଭକରିବା  । ଯୌଗିକଟି ପ୍ରତିକାରକ ବା ଉତ୍ପାଦ ହୋଇପାରେ  । ଉତ୍ପାଦରେ ଥିବା ଯୌଗିକର ମୌଳିକ ଥିବା ସର୍ବାଧିକ ପରମାଣୁ ସଂଖ୍ୟାକୁ ସ୍ଥିର କରାଯାଉ  । ଉକ୍ତ ସମୀକରଣର  ରେ ସର୍ବାଧିକ ସଂଖ୍ୟାର ଅମ୍ଳଜାନ ପରମାଣୁ ଅଛି  । ତୀର ଚିହ୍ନର ଦକ୍ଷିଣ ପାର୍ଶ୍ଵରେ ୪ଟି ଅମ୍ଳଜାନ ପରମାଣୁ ଅଛି ଏବଂ ବାମପାର୍ଶ୍ଵରେ ଗୋଟିଏ ଅମ୍ଳଜାନ ପରମାଣୁ ଅଛି  । ଅମ୍ଳଜାନ ପରମାଣୁ ସଂଖ୍ୟା ସମାନ କରିବାକୁ  ର ବାମପାର୍ଶ୍ଵରେ ୪ ଲେଖିବା ()

Fe +  à  +  (ଆଂଶିକ ସମାଧାନ)  ।

୩ୟ ସୋପାନ :

ଏଠାରେ Fe ଏବଂ H ପରମାଣୁ ତଥାପି ସମତୁଲ ନୁହେଁ  । ଉଦଜାନ ପରମାଣୁକୁ ସମତୁଲ, କରାଯାଉ  । ତୀର ଚିହ୍ନର ଦକ୍ଷିଣ ପାର୍ଶ୍ଵରେ ଉଦଜାନ ଅଣୁସଂଖ୍ୟାକୁ ୪ କରାଯାଉ  । ସମୀକରଣଟି

Fe +  à  +  (ଆଂଶିକ ସମାଧାନ)  ।

୪ର୍ଥ ସୋପାନ :

ବର୍ତ୍ତମାନ Fe ମୌଳିକ ସମତୁଲ ନୁହେଁ, ତେଣୁ Fe କୁ  ସମତୁଲ କରିବା ପାଇଁ 3Fe ବାମପାର୍ଶ୍ଵରେ ଲେଖିବାକୁ ହେବ  । ବର୍ତ୍ତମାନ ସମୀକରଣଟି ,

3Fe +  à  +   ।

୫ମ ସୋପାନ :

ବର୍ତ୍ତମାନ ତୀର ଚିହ୍ନର ଉଭୟପାର୍ଶ୍ଵର ମୌଳିକ ପରମାଣୁ ସଂଖ୍ୟାକୁ ଗଣନା କରାଯାଉ  । ଉଭୟପାର୍ଶ୍ଵର ଅମ୍ଳଜାନ, ଉଦଜାନ, ଲୌହ ପରମାଣୁ ସଂଖ୍ୟା ସମାନ ଏବଂ ସମତୁଲ ସମୀକରଣଟି ମିଳିବ :

3Fe +  à  +

ରାସାୟନିକ ସମୀକରଣକୁ କେମିତି ତଥ୍ୟପୂର୍ଣ୍ଣକରିବା ?

ସମତୁଲ ସମୀକରଣ ପ୍ରତିକାରକ ଓ ଉତ୍ପାଦର ଭୌତିକ ଅବସ୍ଥା ବିଷୟରେ କୌଣସି ସଙ୍କେତ ନାହିଁ  । ଅର୍ଥାତ୍ ସେଗୁଡିକ କଠିନ, ତରଳ ବା ଗ୍ୟାସ ଅବସ୍ଥା  । କଠିନ ପାଇଁ (S), ତରଳ ପାଇଁ (I) ଏବଂ ଗ୍ୟାସ ପାଇଁ (g) ସମୀକରଣର ଉଭୟପାର୍ଶ୍ଵରେ ଲେଖି ରାସାୟନିକ ସମୀକରଣକୁ ଅଧିକ ତଥ୍ୟପୂର୍ଣ୍ଣ କରିହେବ  । ତେଣୁ ସମୀକରଣଟି ନିମ୍ନପ୍ରକାରେ ଲେଖାଯାଇ ପାରିବ :

3Fe(S) + (g) à (S) + (g)

ପୁନଶ୍ଚ ପ୍ରତିକାରକ ବା ଉତ୍ପାଦ ଯଦି ଜଳରେ ଦ୍ରବଣ ହିସାବରେ ନିଆଯାଏ, ତେବେ ତାକୁ (aq) ଲେଖାଯାଇ ପ୍ରକାଶ କରାଯାଏ

CaO (S) + (l) à Ca() (aq)

ବେଳେବେଳେ ପ୍ରତିକ୍ରିୟାରେ ତାପମାତ୍ରା, ଚାପ ଓ ସୀମିତ ଚୂନ ଉତପ୍ରେରକ ପ୍ରଭୃତିର ଉଲ୍ଲେଖ ସମୀକରଣର ତୀର ଚିହ୍ନର ଉପରେ ବା ତଳେ ଲେଖାଯାଏ  ।

ଉଦାହରଣ :

CO(g) + (g) à OH(I)

(aq) + O (I) à (aq) +

ରାସାୟନିକ ସମୀକରଣ ସମଉଳକରିବା ପାଇଁ କେତେକ ଟିପ୍ସ :

  • ରାସାୟନିକ ସମୀକରଣ ସମତୁଲ କରିବାପାଇଁ ସରଳତମ ପୂର୍ଣ୍ଣସଂଖ୍ୟାର ବ୍ୟବହାର କରାଯାଏ  । କୌଣସି ଭଗ୍ନ ସଂଖ୍ୟାର ସହଗ ନିଆଯାଏ  ନାହିଁ, କାରଣ କୌଣସି ମୌଳିକ ଭଗ୍ନାଂଶରେ ମିଳେ  ନାହିଁ  ।
  • ପ୍ରତିକାରକ ଓ ଉତ୍ପାଦରେ ଥିବା ସଙ୍କେତର ଉପଲିପିକୁ ସମତୁଲ କଲାବେଳେ ବଦଳାଯାଏ ନାହିଁ କାରଣ ଏହା ପଦାର୍ଥର ସଜ୍ଞା ବଦଳାଇ ଦେଇପାରେ  ।

ଉଦାହରଣ :  ର ଅର୍ଥ ନାଇଟ୍ରୋଜେନ ଡାଇଅକ୍ସାଇଡର ୨ଟି ଅଣୁ  । କିନ୍ତୁ ଆମେ ଯଦି ଏହାକୁ ୨ଗୁଣ କରିବା ତେବେ ତାହା  ହେବ, ଯାହାକି ନାଇଟ୍ରୋଜେନ ଟେଟ୍ରାଅକ୍ସାଇଡ, ଏହା ଏକ ନୂତନ ଯୌଗିକ  ।

ସମତୁଲ ରାସାୟନିକ ସମୀକରଣର ଗୁରୁତ୍ଵ

ଗୁଣାତ୍ମକ ଦୃଷ୍ଟିରୁ ଏକ ରାସାୟନିକ ସମୀକରଣ ପ୍ରତିକାରକ ଓ ଉତ୍ପାଦ କ’ଣ ସୁଚାଇଥାଏ,  କିନ୍ତୁ ଏକ ସମତୁଲ ସମୀକରଣ ସଂଖ୍ୟାତ୍ମକ ଦୃଷ୍ଟିରୁ ଅଧିକ ସଙ୍କେତ ପ୍ରଦାନ କରେ  । ଏକ ସମତୁଲ ସମୀକରଣ ସୂଚନା ଦିଏ :

  • ରାସାୟନିକ ପ୍ରତିକ୍ରିୟାରେ ଭାଗ ନେଉଥିବା ୬ ଗୁଣ ଓ ପରମାଣୁ ସଂଖ୍ୟା ଓ ସେମାନଙ୍କର ପାରମାଣବିକ ବସ୍ତୁତ୍ଵ ଏକକ (୪) ରେ ବସ୍ତୁତ୍ଵ
  • ପ୍ରତିକ୍ରିୟାରେ ଭାଗନେଉଥିବା ମୋଲ ପରିମାଣ, ଗ୍ରାମ ବସ୍ତୁତ୍ଵ ଏକକରେ
  • ପ୍ରତିକାରକ ଓ ଉତ୍ପାଦ ଗ୍ୟାସୀୟ ଅବସ୍ଥାରେ ଥିଲେ, ସେମାନଙ୍କର ଆୟତନ ମଧ୍ୟରେ ସମ୍ପର୍କ  ।

ମୋଲ ଓ ବସ୍ତୁତ୍ଵ ମଧ୍ୟରେ ସମ୍ପର୍କ

ଏକ ଅଣୁଘଟକ ଉପସ୍ଥିତିରେ, ଯବକ୍ଷାରଜାନ ଓ ଉଦଜାନ ମଧ୍ୟରେ ରାସାୟନିକ ପ୍ରତିକ୍ରିୟାକୁ ବିଚାରକୁ ନିଆଯାଉ  ।

(g) + (g) à (g)

ସମସ୍ତ ସମୀକରଣକୁ ଯେକୌଣସି ସଂଖ୍ୟା, ମନେକର 100 ଦ୍ଵାରା ଗୁଣନ କରିବା  ।

1X100 ଅଣୁ ଯବକ୍ଷାରଜାନ + 3 X 100 ଅଣୁ ଉଦଜାନ à 2 X 100 ଅଣୁ ଏମୋନିଆ  ।

ସମସ୍ତ ସମୀକରଣକୁ 6.022 X  ଦ୍ଵାରା ଗୁଣନ କରାଯାଉ,

1 X 6.022 X  + 3 X 6.022 X  à 2 X 6.022 X

ଯେହେତୁ ଏକ ମୋଲର ଯେକୌଣସି ବସ୍ତୁରେ 6.022 X  ଅଣୁ ଥାଏ, ତେଣୁ ଆମେ ଲେଖିପାରିବା ;

୧ ମୋଲ ନାଇଟ୍ରୋଜେନ + ୩ମୋଲ ଉଦଜାନ à ୨ ମୋଲ ଏମୋନିଆ

ମୋଲାର ବସ୍ତୁତ୍ଵକୁ ବିଚାରକୁ ନେଲେ ଆମେ ଲେଖିପାରିବା –

ନାଇଟ୍ରୋଜେନ + ଉଦଜାନ à ଏମୋନିଆ  ।

ଗ୍ୟାସମୟ ଅବସ୍ଥାରେ ପ୍ରତିକ୍ରିୟାରେ ଆୟତନର ସମ୍ପର୍କ

ଫ୍ରାନ୍ସର ରସାୟନବିତ୍ ଗେଲୁକାସ ଦର୍ଶାଇ ଥିଲେ ଯେ ଏକା ତାପମାତ୍ରରେ ଓ ଚାପରେ ପ୍ରତିକାରକ ଓ ଉତ୍ପାଦର ଆୟତନ ଗ୍ୟାସୀୟ କ୍ଷେତ୍ରରେ କ୍ଷୁଦ୍ର ପୂର୍ଣ୍ଣସଂଖ୍ୟା ଦ୍ଵାରା ପରସ୍ପର ସମ୍ପର୍କିତ  ।

ଗେଲୁକାସଙ୍କ ଆୟତନ ସମ୍ପର୍କିତ ପୂର୍ଣ୍ଣସଂଖ୍ୟା ଅନୁପାତ ଆବିଷ୍କାର ପ୍ରକୃତକରେ ଆୟତନର ଅନୁପାତ ନିୟମ ଅଟେ  ।

ଉଦାହରଣ

(g) + (g) = (g)

ଏଠାରେ ଉଦଜାନ, ଅମ୍ଳଜାନ ଓ ଜଳୀୟ ବାଷ୍ପ ଏକା ତାପମାତ୍ରା ଓ ଚାପରେ ଅଛନ୍ତି  । ଯଦି ଆମେ ୧୦୦ ମି.ଲି. ଉଦଜାନ, ୫୦ ମି.ଲି. ଅମ୍ଳଜାନ ନେବା ୧୦୦ ମି.ଲି. ଜଳୀୟ ବାଷ୍ପ ପାଇବା (ଏକା ତାପମାତ୍ରା ଓ ଚାପରେ ଆୟତନ ନିଆଯାଏ ) । ତେଣୁ ଏମ ସମତୁଲ ରାସାୟନିକ ସମୀକରଣରୁ ପ୍ରତିକାରକର ଓ ଉତ୍ପାଦର ମୋଲ ବସ୍ତୁତ୍ଵ ଓ ଆୟତନ ମଧ୍ୟରେ ସମ୍ପର୍କରେ ଜାଣିହେବ  ।

ଯୋଗପ୍ରତିକ୍ରିୟା

ଦୁଇ ବା ତତ୍ତୋଧିକ ପଦାର୍ଥ ସରଳଭାବରେ ଯୋଗ ହୋଇ ଏକ ନୂତନ ପଦାର୍ଥ ସୃଷ୍ଟିକରନ୍ତି  ।

ଉଦାହରଣ :

ଯେତେବେଳେ କୌଣସି ପଦାର୍ଥ ଜଳେ, ଏହା ବାୟୁମଣ୍ଡଳସ୍ଥ ଅମ୍ଳଜାନ ସହ ଯୁକ୍ତ ହୁଏ  । ମାଗ୍ନେସିୟମ ରିବନର ଦହନ ହେଲେ ଏକ ଉଜ୍ଜ୍ଵଳ ଆଲୋକ ସୃଷ୍ଟି ହୁଏ  । ଦହନବେଳେ ଏହା ଅମ୍ଳଜାନ ସହ ନିମ୍ନ ମତେ ଯୋଗ ହୁଏ :

Mg(S) + (g) à 2MgO (S)

ସେହିପରି, C(S) + (g) à (g)

ତୁମପାଇଁ କାମ

ଏକ ବିକରରେ ଅମ୍ଳପରିମାଣର କଲିଚୂନ (CaO) ନିଆଯାଉ  । ଧୀରେ ଧୀରେ ଜଳ ଢଳାଯାଉ, ବକରର ତଳ ଭାଗକୁ ହାତରେ ସ୍ପର୍ଶ କରାଯାଉ  । ହାତକୁ ଗରମ ଲାଗିବ  । ଧଳାଚୂନ ଧଉଳାଗଲା ବେଳେ ଆମେ କଠିନ ପଦାର୍ଥ ଜଳରେ ମିଶାଉ ଏବଂ ଅଳ୍ପ ସମୟପରେ ଜଳ ଫୁଟେ  । ଏହି ଧଳାପଦାର୍ଥ କାଲସିୟମ ଅକ୍ସାଇଡ ଅଟେ ଏବଂ ଏହା ଜଳସହ ପ୍ରତିକ୍ରିୟା କରି ସୀମିତଚୂନ Ca() ପ୍ରସ୍ତୁତ କରେ  । କଲିଚୂନ ଓ ଜଳମଧ୍ୟରେ ରାସାୟନିକ ପ୍ରତିକ୍ରିୟା ହେତୁ ତାପ ଉତ୍ପନ୍ନ ହୁଏ  । ତେଣୁ ତାପମାତ୍ରା ବଢିଯାଏ  ।

ସମୀକରଣ : CaO(S) + (I) à Ca( (aq)

ଉପରୋକ୍ତ ସମୀକରଣରେ କଲିଚୂନ ଓ ଜଳ ମିଶି ଏକ ଉତ୍ପାଦ ସମିତଚୂନ ପ୍ରସ୍ତୁତ କରେ  । ଯେଉଁ ପ୍ରତିକ୍ରିୟାରେ ଦୁଇ ବା ତତ୍ତୋଧିକ ପ୍ରତିକାରକରୁ କେବଳ ଗୋଟିଏ ଉତ୍ପାଦ ମିଳେ, ତାକୁ ଯୋଗ ପ୍ରତିକ୍ରିୟା କୁହାଯାଏ  ।

ଘରେ ଧଳାରଙ୍ଗ ଦେବାପାଇଁ ସୀମିତଚୂନ, Ca(କାନ୍ଥରେ ଦିଆଯାଏ  । ଏହା ଧୀରେ ଧୀରେ ବାୟୁମଣ୍ଡଳସ୍ଥ ଅଙ୍ଗାରକାମ୍ଳ ସହ ପ୍ରତିକ୍ରିୟା କରେ  । ନୀଳରଙ୍ଗର ସୀମିତଚୂନ Ca(, ଧଳାକାଲସିୟମ କାର୍ବୋନେଟ (Ca) ରେ ପରିବର୍ତ୍ତିତ ହୁଏ  । ଶୁଖିଗଲାପରେ ଏହା ଚିକ୍ ଚିକ୍ କରୁଥିବା ଧଳାରଙ୍ଗ ପାଲଟିଯାଏ   ।

ରାସାୟନିକ କାରଣ :

Ca((aq) + (g) à Ca(S) + O (I)

ତାପଉତ୍ପାଦୀ ପ୍ରତିକ୍ରିୟା :

ଯେଉଁ ରାସାୟନିକ ପ୍ରତିକ୍ରିୟାରେ ତାପଶକ୍ତି ଉତ୍ପାଦ ସହ ନିର୍ଗତ ହୁଏ, ତାକୁ ତାପଉତ୍ପାଦୀ ପ୍ରତିକ୍ରିୟା କୁହାଯାଏ  ।

(g) + (g) à  + O(g)

ମିଥେନ + ଅମ୍ଳଜାନ à ଅଙ୍ଗାରକାମ୍ଳ ଗ୍ୟାସ + ଜଳ

ଶ୍ଵାସକ୍ରିୟା ଓ ଖାଦ୍ୟ ହଜମ ହେବ ତାପଉତ୍ପାଦୀ ପ୍ରତିକ୍ରିୟାର ଉଦାହରଣ  ।

ଆମେ ଖାଉଥିବା ଖାଦ୍ୟରୁ ଏହି ତାପଶକ୍ତି ନିର୍ଗତ ହୁଏ  । ଆମେ ଖାଉଥିବା ଖାଦ୍ୟ ଯଥା, ଭାତ, ଆଳୁ, ପାଉଁରୁଟି ପ୍ରଭୃତିରେ ଶ୍ଵେତସାର ଥାଏ  । ଖାଦ୍ୟ ହଜମ ହେଲେ ତାହା ଶ୍ଵେତସାର ଭାଙ୍ଗି ଗ୍ଲୁକୋଜରେ ପରିଣତ ହୁଏ  । ଗ୍ଲୁକୋଜ, ଆମର ଶରୀରର କୋଷରେ ଅମ୍ଳଜାନ ସହ ମିଶି ଶକ୍ତି ସୃଷ୍ଟିକରେ  ।

(aq) +  (aq) à (aq) + ଶକ୍ତି

ଯେଉଁ ଲୋକମାନେ ଶାରୀରିକ ପରିଶ୍ରମ କରନ୍ତି ସେମାନେ ଅଧିକ ଶକ୍ତି ଆବଶ୍ୟକ କରନ୍ତି, ତେଣୁ ସେମାନେ ଶ୍ଵେତସାର ଜାତୀୟ ଖାଦ୍ୟ ଯଥା, ଭାତ, ଚିନି, ଆଳୁ, ରୁଟି ପ୍ରଭୃତି ଆବଶ୍ୟକ କରନ୍ତି  ।

ପାରିବା ଜାତୀୟ ପଦାର୍ଥ ବା ଜୈବ ପଦାର୍ଥ ବିଘଟନ ହୋଇ କମ୍ପୋଷ୍ଟ ହେବା ଏକ ତାପ ଉତ୍ପାଦୀ ପ୍ରତିକ୍ରିୟା ଅଟେ  ।

ବିଘଟନ ପ୍ରତିକ୍ରିୟା :

ଚୂନପଥର କୁ ଉତ୍ତପ୍ତ କଲେ କଲିଚୂନ (CaO) ଏବଂ ଅଙ୍ଗାରକାମ୍ଳ ସୃଷ୍ଟିହୁଏ  ।

ଏହି ପ୍ରତିକ୍ରିୟା, ବିଘଟନ ପ୍ରତିକ୍ରିୟାର ଏକ ଉଦାହରଣ  । ଯେଉଁ ପ୍ରତିକ୍ରିୟାରେ ଏକ ଯୌଗିକ ଦୁଇ ବା ତତ୍ତୋଧିକ ପଦାର୍ଥରେ ମୌଳିକ ବା ଯୌଗିକରେ ପରିଣତ ହୁଏ  । ତାକୁ ବିଘଟନ ପ୍ରତିକ୍ରିୟା କୁହାଯାଏ  ।

ତୁମପାଇଁ କାମ

ଏକ ଟେଷ୍ଟଟିଉବ୍ ହୋଲ୍ଡର ସାହାଯ୍ୟରେ ଟେଷ୍ଟଟିଉବ୍ ଧରି ସେଥିରେ ଲୌହସଲଫେଟ୍ ରଖି ଧୀରେ ଉତ୍ତପ୍ତ କରାଯାଉ  । ଏକ ମିନିଟ୍ ଉତ୍ତପ୍ତ କଲାପରେ ଫେରସଲଫେଟ୍ ର ରଙ୍ଗରେ କି ପରିବର୍ତ୍ତନ ଘଟୁଛି ଲକ୍ଷ୍ୟ କରାଯାଉ  । ଯତ୍ନର ସହ ଗ୍ୟାସର ଗନ୍ଧ ସୁଙ୍ଘାଯାଉ  । କ’ଣ ଅନୁଭବ କରୁଛ ? ଫେରସଲଫେଟ୍ ସ୍ଫଟିକରେ ସବୁଜରଙ୍ଗ ଧୀରେ ଧୀରେ ଅପସରି ଯାଉଛି ଏବଂ ପୋଡା ଗନ୍ଧକର ଗନ୍ଧ ଦେଖା ଯାଉଛି  ।

Fe. O (S) à Fe(S) + O(g)

2Fe(S) à (S) + (g) + (g)

ଏଠାରେ Fe, O ସ୍ଫଟିକ ପ୍ରଥମେ ଜଳ ଅପସାରଣ କରେ ଏବଂ ପରେ  ଓ  ଗ୍ୟାସ ବିଘଟିତ ହୁଏ  ।

ବିଘଟନ ପ୍ରତିକ୍ରିୟାର ଅନ୍ୟ ଏକ ଉଦାହରଣ :

2Pb()(S) à 2PbO(S) + 4N+ (g)

ଯେଉଁ ବିଘଟନ ପ୍ରତିକ୍ରିୟା ତାପ ପ୍ରୟୋଗ ହେତୁ ଘଟିଥାଏ, ତାକୁ ତାପୀୟ ବିଘଟନ କୁହାଯାଏ  ।

ଏକ ପ୍ଲାଷ୍ଟିକ ମଗନେଇ ଏହାର ପୃଷ୍ଠଭାଗରେ ଦୁଇଟି କଣା କରି ଏଥିରେ ରବର ଷ୍ଟପର ଲଗାଯାଉ  । ରବର ଷ୍ଟପରରେ ଗ୍ରାଫାଇଟ ଇଲେକଟ୍ରୋଡ ଲଗାଯାଉ ଏବଂ ଏହାକୁ ୬ ଭୋଲ୍ଟ ବ୍ୟାଟେରୀ ସହ ସଂଯୋଗକରାଯାଉ  । ବର୍ତ୍ତମାନ ଯତ୍ନରସହ ଦେଖାଯାଉ କ’ଣ ଘଟୁଛି  । ଉଭୟ ବିଦ୍ୟୁତ ଅଗ୍ରଠାରେ ବୁଦବୁଦ୍ ଗ୍ୟାସ ବାହାରୁଛି  । ଦୁଇଟି ଟେଷ୍ଟ ଟ୍ୟୁବରେ ଜଳ ପୂର୍ଣ୍ଣ କରି ନେଇ ଉଭୟ ଗ୍ରାଫାଇଟ ଇଲେକଟ୍ରୋଡ ଉପରେ ଓଲଟାଇ ରଖାଯାଉ  । ଇଲେକଟ୍ରୋଡ ଠାରେ ଉତ୍ପନ୍ନଗ୍ୟାସ, ଟେଷ୍ଟଟ୍ୟୁବ ଦ୍ୱୟର ଜଳ ଅପସାରଣ କରି ତାହାର ସ୍ଥାନ ଅଧିକାର କରିଛି, କିଛି ସମୟ ପରେ ଗ୍ୟାସ ଦ୍ୱୟର ଆୟତନକୁ ଅନୁଧ୍ୟାନ କରାଯାଉ  । ଗ୍ୟାସ ଆୟତନର ଅନୁପାତ ୧:୨  । ଯତ୍ନର ସହ ଗ୍ୟାସଥିବା ଟେଷ୍ଟଟ୍ୟୁବ ଦ୍ୱୟକୁ ଗୋଟିକ ପରେ ଗୋଟିଏ ବାହାର କରାଯାଉ  । ଗ୍ୟାସ ଦ୍ୱୟ ଉଦଜାନ ଏବଂ ଅମ୍ଳଜାନର ଅନୁପାତ ୨:୧  । ଏହି ପରୀକ୍ଷାରେ ଜଳର ବିଘଟନ, ଏହା ମଧ୍ୟରେ ବିଦ୍ୟୁତ ସ୍ରୋତର ପ୍ରବାହ ହେତୁ ହେଲା  ।

ଯେଉଁ ପ୍ରତିକ୍ରିୟାରେ ଯୌଗିକ ମାଧ୍ୟମରେ ବିଦ୍ୟୁତ ସ୍ରୋତ ପ୍ରବାହିତ ହେତୁ ତାହା ଦୁଇ ବା ତତ୍ତୋଧିକ ପଦାର୍ଥରେ (ମୌଳିକ ବା ଯୌଗିକ) ବିଘଟିତ ହୁଏ, ତାକୁ ବୈଦ୍ୟୁତିକ ବିଶ୍ଳେଷଣ କୁହାଯାଏ  ।

ବିସ୍ଥାପନ ପ୍ରତିକ୍ରିୟା :

ଏହି ପ୍ରକାର ପ୍ରତିକ୍ରିୟା କୁ ବୁଝିବାପାଇଁ ନିମ୍ନ କାର୍ଯ୍ୟ କରିବାକୁ ହେବ  ।

ତୁମପାଇଁ କାମ :

ଦୁଇଟି ପରୀକ୍ଷାନଳୀ ନେଇ ପ୍ରତ୍ୟକରେ ୧୦ମି.ଲି. ଲଘୁ କପର ସଲଫେଟ ଦ୍ରବଣ ରଖି ଯଥାକ୍ରମେ A ଓ B ନାମ ଦିଆଯାଉ  । ଦୁଇଟି ଲୁହାକଣ୍ଟା ନେଇ ତାକୁ ବାଲିକାଗଜରେ ପରିଷ୍କାର କରାଯାଉ  । ଏକ ସୂତା ସାହାଯ୍ୟରେ ଗୋଟିଏ ଲୁହାକଣ୍ଟାକୁ ବାନ୍ଧି ପରୀକ୍ଷାନଳୀ Aରେ ବୁଡାଅ; ୨୦ ମିନିଟ୍ ପରେ ଲୁହାକଣ୍ଟା ଉପରିଭାଗରେ ଏବଂ କପର ସଲଫେଟ୍ ଦ୍ରବଣରେ କି ପରିବର୍ତ୍ତନ ଘଟିଛି ତାକୁ ଲକ୍ଷ୍ୟକରାଯାଉ  । ପରୀକ୍ଷାନଳୀ A ଓ B ମଧ୍ୟରେ ଥିବା ଦ୍ରବଣର ନୀଳରଙ୍ଗ ଅପସରିଯାଇଛି  । ସେହିପରି A ରେ ଓ Bରେ ଥିବା ଲୁହାକଣ୍ଟାର ରଙ୍ଗର ତୁଳନା କରାଯାଉ  । Aରେ ଥିବା ଲୁହାକଣ୍ଟାର ରଙ୍ଗ ଧୂସରବର୍ଣ୍ଣ ପାଲଟି ଯାଇଛି  । କାହିଁକି ଲୁହାକଣ୍ଟା ଧୂସରବର୍ଣ୍ଣ ହେଲା ଓ କପର ସଲଫେଟ୍ ଦ୍ରବଣର ବର୍ଣ୍ଣ ଉଭେଇଗଲା ଜାଣିଛ କି  ?

ଏହି ପ୍ରତିକ୍ରିୟାରେ ଗୋଟିଏ ମୌଳିକ ଲୁହା ଅନ୍ୟ ଏକ ମୌଳିକ ତମ୍ବାକୁ କପର ସଲଫେଟ୍ ଦ୍ରବଣ ମଧ୍ୟରୁ ବିସ୍ଥାପିତ କରିଛି  । ଏହି ପ୍ରତିକ୍ରିୟା ବିସ୍ଥାପକ ପ୍ରତିକ୍ରିୟାର ଅନ୍ତର୍ଭୁକ୍ତ  ।

ଯେଉଁ ପ୍ରତିକ୍ରିୟାରେ ଗୋଟିଏ ମୌଳିକ, ଅନ୍ୟଏକ ଯୌଗିକରେ ଥିବା ଏକ ମୌଳିକକୁ ବିସ୍ଥାପିତ କରେ ତାକୁ ବିସ୍ଥାପନ ପ୍ରତିକ୍ରିୟା କୁହାଯାଏ  ।

ଉଦାହରଣ : Zn(S) + CuS(Aq) + Cu(S)

Pb(S) + Cu(aq) à Pb(aq) + Cu (S)

ଯେହେତୁ, Zn ଓ Pb, କପର ଧାତୁ ଠାରୁ ଅଧିକ କ୍ରିୟାଶୀଳ, ତେଣୁ ସେମାନେ କପର ଯୌଗିକରୁ କପରକୁ ବିସ୍ଥାପିତ କରନ୍ତି  ।

ଦ୍ଵିବିସ୍ଥାପନ ପ୍ରତିକ୍ରିୟା

ଦୁଇଟି ପରୀକ୍ଷାନଳୀ ନେଇ ସେମାନଙ୍କୁ A ଓ B ନାମରେ ଚିହ୍ନିତ କରାଯାଉ  । ପରୀକ୍ଷା ନଳୀ Aରେ 4ml ସୋଡିୟମ ସଲଫେଟ୍ ଦ୍ରବଣ ଏବଂ ପରୀକ୍ଷା ନଳୀ Bରେ 4ml ବେରିୟମକ୍ଲୋରାଇଡ ଦ୍ରବଣ ନିଆଯାଉ  । ବର୍ତ୍ତମାନ କ’ଣ ପରିବର୍ତ୍ତନ ଲକ୍ଷ୍ୟ କରୁଛ ? ଏକ ଧଳାପଦାର୍ଥ ଅବଶେଷ ସୃଷ୍ଟି ହେଉଛି  ।

(aq) + Ba(aq) à Ba(S) + 2NOCl (aq)

ଆୟନ ଓ  ଆୟନ ମଧ୍ୟରେ ପ୍ରତିକ୍ରିୟାଟି Ba ନାମକ ଧଳା ଅବଶେଷ ସୃଷ୍ଟି ହେଲା  । ଅନ୍ୟ ଉତ୍ପାଦ NaCl ଦ୍ରବଣ ମଧ୍ୟରେ ରହିଗଲା  । ଯେଉଁ ରାସାଯନିକ ପ୍ରତିକ୍ରିୟାରେ ପ୍ରତିକାରକ ମଧ୍ୟରେ ଆୟନର ଅଦଳବଦଳ ହୁଏ ତାକୁ ଦ୍ଵିବିସ୍ଥାପନ ପ୍ରତିକ୍ରିୟା କୁହାଯାଏ  ।

କାରଣ ଓ ନିରାକରଣ

ଜାରଣ ପ୍ରତିକ୍ରିୟା ଜାଣିବା ପାଇଁ ଆସ ଏକ ପରୀକ୍ଷା କରିବା  ।

ତୁମପାଇଁ କାମ

ଏକ ଚାଇନା ପାତ୍ରରେ ୨ଗ୍ରାମ ତମ୍ବାଗୁଣ୍ଡ ନେଇ ଖୁବ୍ ଜୋରରେ ଉତ୍ତପ୍ତ କରାଯାଉ  ।

ଦେଖାଯିବ ତମ୍ବା ଗୁଣ୍ଡ କଳା ପଡିଯାଇଛି, କାରଣ ତମ୍ବାସହ ଅମ୍ଳଜାନ ଯୁକ୍ତ ହେଲେ ତମ୍ବା ଅକ୍ସାଇଡ ସୃଷ୍ଟିହୁଏ ଯାହାର ରଙ୍ଗ କଳା ଅଟେ  ।

ଏହି କଳାରଙ୍ଗର ପାଉଡର (CuO) ଉପରେ ଉଦଜାନ ଗ୍ୟାସ ପ୍ରବାହ କଲେ, କଳା ରଙ୍ଗର ପାଉଡର ଉପରିଭାଗ ଧୂସର ବର୍ଣ୍ଣ ହୋଇଯାଇଛି, ଯାହାକି ତମ୍ବାର ମୂଳ ବର୍ଣ୍ଣ ଅଟେ  ।

ସମୀକରଣ : CuO(S) + (g) à CuS(S) + (l)

ପ୍ରତିକ୍ରିୟା (୨୧) ରେ ତମ୍ବା, ଅମ୍ଳଜାନ ଗ୍ରହଣ କରି ଜାରିତ ହୋଇଛି ପ୍ରତିକ୍ରିୟା (୨୨)ରେ କପର ଅକ୍ସାଇଡ, ଅମ୍ଳଜାନ ତ୍ୟାଗ କରି ବିଜାରିତ ହୋଇଛି  । ଏହି ପ୍ରତିକ୍ରିୟାରେ ଉଦଜାନ, ଅମ୍ଳଜାନକୁ ଗ୍ରହଣ କରି ଜାରିତ ହୋଇଛି  ।

ପ୍ରତିକ୍ରିୟାରେ ଯେତେବେଳେ ଏକ ପଦାର୍ଥ ଅମ୍ଳଜାନ ଗ୍ରହଣକରେ ତାକୁ ଜାରଣ ଏବଂ ଯେତେବେଳେ ଏକ ପଦାର୍ଥ ଅମ୍ଳଜାନ ତ୍ୟାଗ କରେ ତାକୁ ବିଜାରଣ କୁହାଯାଏ  ।

ଏହି ପ୍ରତିକ୍ରିୟାରେ ଏକ ପ୍ରତିକାରକ ଜାରିତ ହୁଏ ଏବଂ ଅନ୍ୟଏକ ବିଜାରିତ ହୁଏ  । ଏହି ପ୍ରତିକ୍ରିୟାକୁ ଜାରଣ – ବିଜାରଣ କୁହାଯାଏ  । ଏହାକୁ ନିମ୍ନ ପ୍ରକାରରେ ଲେଖିହେବ,

ଉକ୍ତ ବ୍ୟବସ୍ଥାରେ CuO ଅମ୍ଳଜାନ ଯୋଗାଏ, ତେଣୁ ଏହା ଏକ ଜାରକ ଏବଂ ଉଦଜାନ ଏହି ଅମ୍ଳଜାନକୁ ଗ୍ରହଣ କରୁଥିବାରୁ ଏହା ଏକ ବିଜାରକ  । ଏକ ଜାରଣ – ବିଜାରଣ ପ୍ରତିକ୍ରିୟାରେ ଏକ ଜାରକ, ବିଜାରିତ ହୁଏ ଏବଂ ଏକ ବିଜାରକ ଜାରିତ ହୁଏ  ।

ଜାରଣ – ବିଜାରଣର ଉଦାହରଣ :

ZnO(S) + C(S) à Zn(S) + CO(g)

Mn(S) +4HCl (aq) à Mn(aq) + 2O (l) + (g)

କାରଣ ବିଜାରଣ ପ୍ରତିକ୍ରିୟାରେ ଏକ ପଦାର୍ଥ ଜାରିତ ହୁଏ ଏବଂ ଅନ୍ୟଟି ବିଜାରିତ ହୁଏ  । ଜାରଣ ବିନା ବିଜାରଣ କିମ୍ବା ବିଜାରଣ ବିନା ଜାରଣ ହୋଇପାରିବ ନାହିଁ  । ଏହି ଅଧ୍ୟାୟରେ ଜାରଣ – ବିଜାରଣ ପ୍ରତିକ୍ରିୟାରେ ଇଲେକଟ୍ରନ ଗ୍ରହଣ ଏବଂ ଇଲେକଟ୍ରନ ତ୍ୟାଗ ବିଷୟରେ ବିଷଦ ଭାବରେ ବୁଝାଯିବ  ।

ଜାରଣ – ବିଜାରଣ ପ୍ରତିକ୍ରିୟାରେ ଇଲେକଟ୍ରନ ଗ୍ରହଣ ଓ ଇଲେକଟ୍ରନ ତ୍ୟାଗ

ଜାରଣ – ବିଜାରଣ ପ୍ରତିକ୍ରିୟାରେ ଅମ୍ଳଜାନ ଗ୍ରହଣ ଓ ଉଦଜାନ ତ୍ୟାଗ କରିବା ବିଷୟରେ ପଢିଲେ  । ଜାରଣ ବିଜାରଣ ପ୍ରତିକ୍ରିୟା କେତେକ ନିର୍ଦ୍ଧିଷ୍ଟ ପ୍ରକ୍ରିୟାରେ ସୀମିତ ରହିଲା  ।

ନିମ୍ନ ପ୍ରତିକ୍ରିୟା ଗୁଡିକୁ ଲକ୍ଷ୍ୟକରାଯାଉ :

Cu(s) + (s) à (s)

Fe(s) + S(s) à Fes(s)

ଏହି ପ୍ରତିକ୍ରିୟାରେ ଅମ୍ଳଜାନ ଗ୍ରହଣ ବା ଉଦଜାନ ତ୍ୟାଗ ବିଷୟରେ ଉଲ୍ଲେଖ ନାହିଁ  । ପ୍ରତିକ୍ରିୟା Cu(s) + (s) à (s)

କୁ ନିମ୍ନ ଦୁଇଟି ସୋପାନରେ ଲେଖିହେବ –

ସୋପାନ ୧ : Cu à  +

ସୋପାନ ୨ :  +   à

ସୋପାନ (୧) ରେ ଏକ ତମ୍ବା ପରମାଣୁ ୨ଟି ଇଲେକଟ୍ରନ ତ୍ୟାଗ କରି Cupric ion  ଏବଂ

ସୋପାନ (୨) ରେ Iodine ୨ଟି ଇଲେକଟ୍ରନ ଗ୍ରହଣ କରି ୨ଟି Iodine ଆୟନରେ ପରିଣତ ହୁଏ  ।

ଏଠାରେ ତମ୍ବା ଇଲେକଟ୍ରନ ତ୍ୟାଗ କରି ଜାରିତ ହେଲା ଏବଂ ଆଇଓଡିନ ଇଲେକଟ୍ରନ ଗ୍ରହଣ କରି ବିଜାରିତ ହେଲା  । ଯେଉଁ ପ୍ରତିକ୍ରିୟାରେ ପଦାର୍ଥ ଇଲେକଟ୍ରନ ତ୍ୟାଗକରେ ତାକୁ ଜାରଣ ଓ ଯେଉଁ ପଦାର୍ଥ ଇଲେକଟ୍ରନ ଗ୍ରହଣ କରେ ତାକୁ ବିଜାରଣ ପ୍ରତିକ୍ରିୟା କୁହାଯାଏ  । ପ୍ରତିକ୍ରିୟାବେଳେ ଯେଉଁ ପଦାର୍ଥ ଅନ୍ୟପକ୍ଷକୁ ଜାରିତ କରେ ତାକୁ ଜାରକ ଓ ଯେଉଁ ପଦାର୍ଥ ଅନ୍ୟ ପଦାର୍ଥକୁ ବିଜାରିତ କରେ ସେହି ପଦାର୍ଥକୁ ବିଜାରିତ କୁହାଯାଏ  । ପ୍ରତିକ୍ରିୟାବେଳେ ବିଜାରକ ନିଜେ ଜାରିତ ହୁଏ  । ପ୍ରତିକ୍ରିୟା (୨୫)ରେ ତମ୍ବା ବିଜାରକ ପଦାର୍ଥ ଏବଂ ଆଇଓଡିନ ଜାରକ ପଦାର୍ଥ ରୂପେ କାର୍ଯ୍ୟ କରନ୍ତି  । ପ୍ରତିକ୍ରିୟା (୨୬) ଏହିପରି ଲେଖାଯାଇପାରିବ :

ସୋପାନ (୧) : Fe à   +

ସୋପାନ (୨) S +  à

ଏଠାରେ ଜିଙ୍କ୍ ଇଲେକଟ୍ରନ ତ୍ୟାଗ କରି (aq)  । Zn ଦ୍ଵାରା ତ୍ୟାଗ ହୋଇଥିବା ଇଲେକଟ୍ରନ  ଦ୍ଵାରା ଗୃହୀତ ହୋଇ Cu ରେ ପରିଣତ ହୁଏ  । ଏହି ପ୍ରଶସ୍ତ ସଜ୍ଞା ଅନ୍ୟ ଅନେକ ପ୍ରତିକ୍ରିୟା ପାଇଁ ପ୍ରଯୋଜ୍ୟ  ।

ଦୈନନ୍ଦିନ ଜୀବନରେ ଜାରଣ-ବିଜାରଣ ପ୍ରତିକ୍ରିୟାର ପ୍ରଭାବ

ପୂର୍ବ ଅଧ୍ୟାୟରେ ବିଭିନ୍ନ ପ୍ରକାର ରାସାୟନିକ ପ୍ରତିକ୍ରିୟା ବିଷୟରେ ପଢିଛେ  । ଏହି ପ୍ରତିକ୍ରୟା ମଧ୍ୟରୁ ଜାରଣ ପ୍ରତିକ୍ରିୟା ଆମ ଜୀବନରେ ବେଶୀ ଦରକାର  । ବାଣିଜ୍ୟ ପ୍ରାଧାନ୍ୟ ଦୃଷ୍ଟିରୁ ସଂକ୍ଷାରଣ ବିଷୟରେ ଆମେ ଆଲୋଚନା କରିବା  । ଆମର ଖାଦ୍ୟ ଓ ଖାଦ୍ୟ ଉପଯୋଗୀ ପଦାର୍ଥ ସହ ରହଣୀୟ ଅବସ୍ଥାର ସିଧାସଳଖ ସମ୍ପର୍କ ଥିବାରୁ ଏହା ବିଷୟରେ ଜାଣିବା ପ୍ରଣିଧାନ ଯୋଗ୍ୟ  । ଏହି ଉଭୟ ସଂକ୍ଷାରଣ ଓ ରହଣୀୟ ଜାରଣ – ବିଜାରଣ ପ୍ରତିକ୍ରିୟାର ଫଳାଫଳ ଅଟେ  ।

ବ୍ୟାକ୍ଟେରିଆକୁ ନଷ୍ଟ କରିପାରୁଥିବା ପଦାର୍ଥକୁ ବିଶୋଧନ ବା ବ୍ୟାକ୍ଟେରୀସାଇଡ ବା ଆଣ୍ଟିସେପ୍ଟିକ କୁହାଯାଏ  ଅଧିକ ପ୍ରଭାବଶାଳୀ ବିଶୋଧନଗୁଡିକ ଅଧିକ ଜାରଣକାରୀ  । ଏକ ଶୋଧନ ରଙ୍ଗୀନ ପଦାର୍ଥ ଗୁଡିକୁ ଜାରିତ କରି ଅନ୍ୟ ରଙ୍ଗହୀନ ପଦାର୍ଥରେ ପରିଣତ କରେ  । ଅଧିକାଂଶ ବିଶୋଧକ ଏପରିକି କ୍ଲୋରିନ ଯାହା ବିଭିନ୍ନ ରୂପରେ ଯଥା କଠିନ ଯୌଗିକ ଅବସ୍ଥାରେ କାଲସିୟମ ହାଇପୋକ୍ଲୋରାଇଡ Ca( ରୂପେ ଜାରକ ଭାବରେ ପ୍ରାପ୍ତ  । ୱେଲଡିଂ ଓ ଧାତୁ କାଟିବାରେ ବ୍ୟବହୃତ ଅକ୍ସି-ଏସିବିଲିନ୍ ଟର୍ଚ୍ଚରେ ଏସିବିଲିନ୍ ଜାରିତ ହୁଏ ଏବଂ ପ୍ରଚୁର ଟାପ ଉତ୍ପନ୍ନ କରେ  ।

ସଂକ୍ଷାରଣ

ସଂକ୍ଷାରଣ ଏକ ନଷ୍ଟକାରୀ ରାସାୟନିକ ପ୍ରଣାଳୀ ଯେଉଁଥିରେ ଧାତୁଗୁଡିକ ବାୟୁ ଓ ଜଳୀୟବାଷ୍ପର ଉପସ୍ଥିତିରେ ଜାରିତ ହୁଅନ୍ତି  । ଲୁହାରେ କଳଙ୍କି ଲାଗିବା, ରୂପାର ନିଷ୍ପ୍ରଭତା, ପିତ୍ତଳ, ବ୍ରୋଞ୍ଚ, ତମ୍ବା ଉପରେ ସବୁଜ ବର୍ଣ୍ଣର ଲେପ ଲାଗିବା ପ୍ରଭୃତି ସଂକ୍ଷାରଣର କେତେକ ଉଦାହରଣ  । ଏହା ପୋଲ, ଜାହାଜ, କାର ଏବଂ ଅନ୍ୟାନ୍ୟ ମେସିନ୍ ଯାହାକି ଲୁହା କିମ୍ବା ଷ୍ଟିଲରେ ନିର୍ମିତ, ସେଗୁଡିକର ପ୍ରଭୃତ କ୍ଷତି ଘଟାଏ  । ଏଥିପାଇଁ କ୍ଷତି ଓ କ୍ଷତ ନହେବା ପାଇଁ ଚେଷ୍ଟାରେ ଅନେକ କୋଟି ଟଙ୍କା ଏକ ବର୍ଷରେ ଖର୍ଚ୍ଚହୁଏ  । ଆମପରି ଉନ୍ନତି ଶୀଳ ଦେଶ ପାଇଁ ସଂକ୍ଷାରଣ ରୋକିବା ପାଇଁ ଏକ ବଡ ଆହ୍ଵାନ  ।

ତୁମ ପାଇଁ କାମ

ତିନୋଟି ଛୋଟ ବିକର ନେଇ ‘କ’, ‘ଖ’, ‘ଗ’ ନାମ ଦିଆଯାଉ  । ପ୍ରତ୍ୟକ ବିକରରେ ୨ଗ୍ରା.ର ଲୁହା କଣ୍ଟା ରଖାଯାଉ  । ବିକର ‘କ’ରେ କିଛି ନ ମିଶାଇ ଏହା ଉପରେ କେବଳ କାଚ ଘୋଡଣି ରଖାଯାଉ  । ବିକର ଖ ରେ ଅଳ୍ପଜଳ ନେଇ ଖୋଲା ରଖାଯାଉ  । ବିକର ‘ଗ’ ରେ ଜଳଦେଇ ଲୁହାକଣ୍ଟାକୁ ସମ୍ପୂର୍ଣ୍ଣ ଘୋଡାଇ ରଖାଯାଉ  ,

ପ୍ରତ୍ୟକ ବିକରକୁ ୩ଦିନ ପର୍ଯ୍ୟନ୍ତ ଏହି ପରି ଅବସ୍ଥାରେ ରଖାଯାଉ  । ପ୍ରତ୍ୟକ ବିକରକୁ ଲକ୍ଷ୍ୟକରାଯାଉ  । ବିକର ‘କ’ ରେ ଥିବା ଲୁହାକଣ୍ଟା ପ୍ରଭାବିତ ହୋଇନାହିଁ  । ବିକର ‘ଖ’ ରେ ଥିବା କଣ୍ଟା କଳଙ୍କି ଲାଗିଛି ଏବଂ ବିକର ‘ଗ’ ରେ ଥିବା କଣ୍ଟା ପ୍ରଭାବିତ ହୋଇନାହିଁ  ।

କଳଙ୍କି ନଲାଗିବାର ଉପାୟ :

ଧାତୁଗୁଡିକ କଳଙ୍କି ନଲାଗିବାପାଇଁ ବିଭିନ୍ନ ଉପାୟ ଅଛି ବିଶେଷତଃ ଲୁହାରେ କଳଙ୍କି ନଲାଗିବ ଯଥା :

  • ଅଳ୍ପ ଜାରଣ ହେଉଥିବା ଧାତୁ ଯଥା ନିକେଲ ବା କ୍ରୋମିୟମ ଧାତୁର ଏକ ସୂକ୍ଷ୍ମ ଆବରଣ ଧାତୁ ଉପରେ ଦିଆଗଲେ, ତାହା ଧାତୁକୁ ଜଳ ବାଷ୍ପ ଓ ବାୟୁଠାରୁ  ମୁକ୍ତ ରଖେ ଏବଂ କଳଙ୍କି ଲାଗେ ନାହିଁ  ।
  • ଆବରଣଦେବା ବା ଅଧିକ କ୍ରିୟାଶୀଳ ଧାତୁ ସହ ସଂଯୁକ୍ତ କରିବା  । ଉଦାହରଣ : ଲୁହା, ମାଗ୍ନେସିୟମସହ ସଂଯୁକ୍ତ କରିବା ବା ଜିଙ୍କ୍ ର ପ୍ରଲେପନ ଦେବା ଦ୍ଵାରା କଳଙ୍କିଲାଗିବା ରୋକୀ ହୋଇଯାଏ  । ଲୁହା ରଡଗୁଡିକୁ ତରଳ ଜିଙ୍କ୍ ରେ ବିଡାଇବା ଦ୍ଵାରା ଜିଙ୍କର ଏକ ଆବରଣ ଲୁହା ଉପରେ ଲାଗିଯାଏ  । ଲୁହା ଉପରେ ଜିଙ୍କର ପ୍ରଲେପନ ଦେବା ପ୍ରକ୍ରିୟାକୁ ଗାଲଭାଇନାଜେସନ କୁହାଯାଏ  ।
  • ଏକ ପ୍ରତିରକ୍ଷାକାରୀ ପ୍ରଲେପନ ଯଥା ପେଣ୍ଟ ଲଗାଇବା

ଖାଦ୍ୟ ଅମ୍ଳିକରଣ

ତେଲ ବା ଚର୍ବିଥିବା ଖାଦ୍ୟକୁ ବହୁତ ସମୟରଖି ଖାଇବା ସୁଙ୍ଘିଥିବା ଅନୁଭୂତି ଥିବ   । ତଟକା ଓ ବାସୀ ତେଲ ବା ଘିଅ ମଧ୍ୟରେ ପାର୍ଥକ୍ୟ ଅଛି  । ଏହା କାହିଁକି ଘଟେ ? ତେଲ ଓ ଚର୍ବି ଜାରିତ ହୁଏ ଏବଂ ଅମ୍ଳ ସୃଷ୍ଟି ହୁଏ  । ଏହି ଅମ୍ଳ ଦୁର୍ଗନ୍ଧ ଓ ଅମ୍ଳିକୃତ କରାଏ  । ବହୁଖାଦ୍ୟ ପଦାର୍ଥ ତେଲରେ ରନ୍ଧାଯାଏ ବା ଭଜାଯାଏ  । ଏଗୁଡିକୁ ପାତ୍ରରେ ବାୟୁରୁଦ୍ଧ କରି ରଖି ବିକ୍ରି କରାଯାଏ  । ବାୟୁ ରୁଦ୍ଧି ପାତ୍ରରେ ଖାଦ୍ୟ ରଖିବା ଦ୍ଵାରା ତାହା ଜାରଣ ପ୍ରକ୍ରିୟାକୁ ବିଳମ୍ବିତ କରେ  । ଯେଉଁ ଖାଦ୍ୟରେ ତେଲ ଓ ଘିଅ ଥାଏ, ସେଗୁଡିକୁ ବନ୍ଦ କରିବା ପାଇଁ ସେଥିରେ ଆଣ୍ଟିଜାରକ ବ୍ୟବହାର କରାଯାଏ  । ଟିପ୍ସ ପ୍ରସ୍ତୁତକାରୀ ମାନେ ଫ୍ଲାକ୍ସବ୍ୟାଗରେ ଟିପ୍ସସହ ଯବକ୍ଷାରଜାନ ମିଶାଇ ରଖିଥାଆନ୍ତି  କାରଣ ଏହା ତେଲର ଜାରଣକୁ ପ୍ରତିହତ କରେ  ।

ଆଧାର : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା

2.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top