ହୋମ / ଶକ୍ତି / ଶକ୍ତି ପ୍ରୟୋଗ / ଆମ ଚତୁର୍ପାର୍ଶ୍ୱର ପଦାର୍ଥ(ମୌଳିକ ମାନଙ୍କର ପର୍ଯ୍ୟାୟ ସଜ୍ଜା )
ସେଆର କରନ୍ତୁ

ଆମ ଚତୁର୍ପାର୍ଶ୍ୱର ପଦାର୍ଥ(ମୌଳିକ ମାନଙ୍କର ପର୍ଯ୍ୟାୟ ସଜ୍ଜା )

ମୌଳିକ ମାନଙ୍କର ପର୍ଯ୍ୟାୟ ସଜ୍ଜା ର ସୂଚନା

ମୌଳିକ ମାନଙ୍କର ପର୍ଯ୍ୟାୟ ସଜ୍ଜା

ଏହା ପୂର୍ବରୁ ତୁମେ ମାନେ ପରମାଣୁର ଗଠନ ଓ ଏହାର ଇଲେକ୍ଟ୍ରୋନିକ ସଂରଚନା ସମ୍ବନ୍ଧରେ ପଢିଛ  । ଏକାଭଳି ଇଲେକ୍ଟ୍ରୋନିକ ସଂରଚନା ଥିବା ମୌଳିକର ରାସାୟନିକ ଧର୍ମ ସମାନ  । ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗରେ ପ୍ରାୟ ୬୦ଟି ମୌଳିକ ସମ୍ବନ୍ଧରେ ଜଣାପଡିଲା  । ମୌଳିକଗୁଡିକର ଗୁଣକୁ ପର୍ଯ୍ୟାୟକ୍ରମେ ଅନୁଧ୍ୟାନ  କରିବା ପାଇଁ ସେଗୁଡିକୁ ବର୍ଗୀକୃତ କରିବାର ଆବଶ୍ୟକତା ପଡିଲା  । ଏହି ବିଷୟରେ କିପରି ମୌଳିକ ମାନଙ୍କୁ ପୁରାତନ ପଦ୍ଧତିରୁ ନୂତନ ପଦ୍ଧତିରେ ସଜ୍ଜିକରଣ କରାଯାଇଛି  ତାହା ଜାଣିବେ  । ମୌଳିକମାନଙ୍କ ଧର୍ମକୁ କିପରି ପର୍ଯ୍ୟାୟଭୁକ୍ତ କରାଯାଇଛି  । ତାହା ଏହି ଅଧ୍ୟାୟରେ ଅଧ୍ୟୟନ କରିବ  ।

ଲକ୍ଷ୍ୟ

  • ମୌଳିକ ମାନଙ୍କୁ କିପରି ଭାବରେ ଧୀରେ ଧୀରେ ପର୍ଯ୍ୟାୟଭୁକ୍ତ କରାଗଲା ତାହା ଜାଣିବେ  ।
  • ମେଣ୍ଡେଲିଭଙ୍କ ପର୍ଯ୍ୟାୟ ସାରଣୀ ସମ୍ବନ୍ଧରେ ଜାଣିବେ  ।
  • ମେଣ୍ଡେଲିଙ୍କ ପର୍ଯ୍ୟାୟ ସାରଣୀରେ ଥିବା ତୃଟି ସମ୍ବନ୍ଧରେ ବୁଝିବେ   ।
  • ଆଧୁନିକ ପର୍ଯ୍ୟାୟ ନିୟମ ବିଷୟରେ ଜାଣିବେ  ।
  • ଦୀର୍ଘକାୟ ପର୍ଯ୍ୟାୟ ସାରଣୀକୁ ବୁଝିବେ  ଓ ବର୍ଣ୍ଣନା କରିବେ  ।
  • ଆଧୁନିକ ପର୍ଯ୍ୟାୟ ସାରଣୀର ବିଭକ୍ତିକରଣ ପ୍ରକ୍ରିୟା ସମ୍ବନ୍ଧରେ ଜାଣିବେ  ।
  • ପରମାଣୁ ଗଠନ, ସଜ୍ଜୀକରଣ, ଆକାଶ ସହ ମୋଇଲିକର ଧର୍ମ କିପରି ପର୍ଯ୍ୟାୟ ଭୁକ୍ତ ତାହା ବୁଝିବେ  ।

ମୌଳିକର ବିଭାଗୀକରଣ

ମୌଳିକର ବିଭାଗୀକରଣର ଆବଶ୍ୟକତା

ଆପଣମାନେ ଔଷଧ ଦୋକାନ ଯାଇଥିବେ  । ଶହ ଶହ ପ୍ରକାରର ଔଷଧ ତା ମଧ୍ୟରେ  ରଖାଯାଇଛି  । ଏହା ସତ୍ତ୍ୱେ ଆପଣ ଯଦି କୌଣସି ଔଷଧ ଚାହାନ୍ତି ସେ ତତକ୍ଷଣାତ ସେ ଔଷଧକୁ ଚିହ୍ନ କରି ଆପଣଙ୍କୁ ଦିଏ  । ଏହା କିପରି ସମ୍ଭବ ? ଔଷଧକୁ କେତେକ ବିଭାଗ ଓ ଗ୍ରୁପ ବିଭାଗରେ ବିଭାଗ କରି ସଜ୍ଜିକରଣ କରାଯାଇଛି । ଯାହାଫଳରେ ଔଷଧକୁ ଚିହ୍ନଟ କରିବା ସହଜ ହୁଏ ।

ଅଷ୍ଟାଦଶ ପ୍ରାରମ୍ଭରେ ଅଳ୍ପ କେତେକ ମୌଳିକ ଜଣାଥିଲା  । ତେଣୁ ସେ ସମୟରେ ମୌଳିକ ମାନଙ୍କୁ ଚିହ୍ନିବା ଓ ଧର୍ମ ଜାଣିବା ସହଜ ଥିଲା  । ମାତ୍ର ଉନ୍ନବିଂଶ ଶତାବ୍ଦୀର ମଧ୍ୟଭାଗରେ ୬୦ରୁ ଅଧିକ ଉଦ୍ଭାବନ ହେଲା ।  ଏଥିରୁ ପ୍ରସ୍ତୁତ ଯୌଗିକ ସଂଖ୍ୟା ଅସୀମ  । ସେମାନଙ୍କର ଧର୍ମକୁ ମନେରଖିବା କଷ୍ଟସାଧ୍ୟ ହୋଇପଡିଲା  । ତେଣୁ ମୌଳିକମାନଙ୍କୁ ସଜ୍ଜିକରଣ କରିବାର ଆବଶ୍ୟକତା ପଡିଲା  । ଫଳତଃ ବିଭିନ୍ନ ମୌଳିକମାନଙ୍କୁ ଏକ ଗ୍ରୁପରେ ରଖିବାର ଆବଶ୍ୟକତା ପଡିଲା, ଯାହାକି ମୌଳିକମାନଙ୍କୁ ଧୀରେ ଧୀରେ ଜାଣିବା ସହଜ ହେଲା  ।

ମୌଳିକ ସଜ୍ଜିକରଣର ଅଗ୍ରଗତି

ବହୁ ଚେଷ୍ଟାରେ ବୈଜ୍ଞାନିକମାନେ ମୌଳିକଗୁଡିକ ସଜେଇବାରେ ସଫଳ ହେଲେ  । ସେମାନେ ଅନୁଭବ କଲେ ଯେ ଯଦିଓ ପ୍ରତ୍ୟକ ମୌଳିକ ଅନ୍ୟ ମୌଳିକଠାରୁ ଫରକ ତଥାପି ସେମାନଙ୍କ ମଧ୍ୟରେ କେତେକ ଗୁଣରେ ସମାନତା ଦେଖାଯାଏ  । ଏହିଭଳି ସମାନ ଧର୍ମଥିବା ମୌଳିକମାନଙ୍କୁ ଏକ ଗ୍ରୁପରେ ସଜ୍ଜିକରଣ କରାଗଲା  । ବିଭିନ୍ନ ବୈଜ୍ଞାନିକମାନଙ୍କ ଦ୍ଵାରା ମୌଳିକମାନଙ୍କୁ ସଜ୍ଜିକରଣ ଧାରା ଅଲଗା ହେଲା  । ପ୍ରଥମେ ମୌଳିକମାନଙ୍କୁ ଧାତୁ ଓ ଅଧାତୁ ଏହିଭଳି ୨ଭାଗରେ ବିଭକ୍ତ କରାଗଲା  । ଜର୍ମାନିୟମ ଓ ଆଣ୍ଟିମନି ଭଳି ମୌଳିକ ଉଭୟ ଧର୍ମୀ ହୋଇଥିବାରୁ ଏମାନଙ୍କୁ ପର୍ଯ୍ୟାୟଭୁକ୍ତ କରିବା କଷ୍ଟ ହେଲା  । ଫଳତଃ ସେମାନଙ୍କୁ କୌଣସି ଗ୍ରୁପରେ ରଖାଯାଇ ପାରିଲା ନାହିଁ  ।

ବୈଜ୍ଞାନିକମାନେ ଖୋଜିଚାଲିଲେ କେଉଁ କେଉଁ ମୌଳିକ ଉଭୟ ଧର୍ମୀନୁହନ୍ତି  । ୧୮୧୫ ମସିହାରେ ଉଇଲିୟମ ପ୍ରାଉଟ କହିଲେ ଯେ ପ୍ରତ୍ୟକ ମୌଳିକମାନଙ୍କ ପାରମାଣବିକ ବସ୍ତୁତ୍ଵ ନିର୍ଦ୍ଧିଷ୍ଟ ବା ସ୍ଥିର  । ଏହାପରେ ମୌଳିକମାନଙ୍କୁ ପର୍ଯ୍ୟାୟଭୁକ୍ତ କରିବା ସହଜ ହେଲା  । ଯେଉଁ ୪ଟି ପ୍ରଚେଷ୍ଟା ମୌଳିକମାନଙ୍କୁ ପର୍ଯ୍ୟାୟଭୁକ୍ତ କରିବା ସହଜ ହେଲା  ତାହା ହେଉଛି –

  • ଡୋବେରିନରଙ୍କ ତ୍ରୟୀ
  • ନିଉଲାଣ୍ଡଙ୍କ ଅଷ୍ଟକ ନିୟମ
  • ମେଣ୍ଡେଲିଭଙ୍କ ପର୍ଯ୍ୟାୟ ନିୟମ ଓ ପର୍ଯ୍ୟାୟ ସାରଣୀ
  • ଆଧୁନିକ ପର୍ଯ୍ୟାୟ ନିୟମ

ଡୋବରୀନରଙ୍କ ତ୍ରୟୀ

୧୮୨୯ ମସିହାରେ ଜର୍ମାନ ରସାୟବିତ ଡୋବରୀନର ଅନୁରୂପ ରାସାୟନିକ ଧର୍ମ ଥିବା ୩ଟି  ଲେଖାଏଁ ମୌଳିକକୁ ବାଛିଲେ  । ଏହି ୩ଟି ମୌଳିକକୁ ଡୋବରୀନରଙ୍କ ତ୍ରୟୀ କୁହାଗଲା  । ତାଙ୍କ ପ୍ରଦତ୍ତ ନିୟମଟି ଡୋବେରୀନର ତ୍ରୟୀ ନିୟମ ଭାବରେ ପରିଚିତ  । ସେ ୩ଟି ମୌଳିକ ପାରମାଣବିକ ବସ୍ତୁତ୍ଵର ବର୍ଦ୍ଧିତ କ୍ରମରେ ସଜାଇଲେ  । ଏହି ୩ଟି ମୌଳିକ ମଧ୍ୟରୁ ମଧ୍ୟବର୍ତ୍ତୀ ମୌଳିକର ବସ୍ତୁତ୍ଵ ପ୍ରଥମ ଓ ଶେଷ ମୌଳିକ ଦୁଇଟିର ପାରମାଣବିକ ବସ୍ତୁତ୍ଵର ଯୋଗଫଳର ପ୍ରାୟ ଆର୍ଦ୍ଧେକ  । ୨ଟି ମୋଇଲିକର ଧର୍ମ ୧ମ ଓ ୩ୟ ମୌଳିକର ମଧ୍ୟବର୍ତ୍ତୀ ଧର୍ମ ବହନ କରେ  ।

ମୌଳିକ ମାନଙ୍କର ପର୍ଯ୍ୟାୟ ସଜ୍ଜା

ମୌଳିକ

ଆଣବିକ ବସ୍ତୁତ୍ଵ

୧ମ ଓ ୩ୟ ମୌଳିକର ହାରାହାରି ବସ୍ତୁତ୍ଵ

ଲିଥିୟମ

ସୋଡିୟମ

ପୋଟାସିୟମ

୨୩

୩୯

୭+୩୯/୨=୨୩

କ୍ୟାଲସିୟମ

ଷ୍ଟ୍ରୋନସିୟମ

ବେରିୟମ

୪୦

୮୮

୧୩୭

୪୦+୧୩୭/୨=୮୮.୫

କ୍ଲୋରିନ

ବ୍ରୋମିନ

ଆୟୋଡିନ

୩୫.୫

୮୦

୧୨୭

୩୫.୫+୧୨୭/୨=୮୧.୨୫

ଏହା ଅଧିକ ଗ୍ରହଣୀୟ ହେଲାନାହିଁ  । କାରଣ ଅଳ୍ପ କେତେକ ମୌଳିକ ଏହି ନିୟମ ପାଳନ କରୁଥିଲେ  ।

ନିଉଲାଣ୍ଡଙ୍କ ଅଷ୍ଟକ ନିୟମ

୧୮୬୪ ମସିହାରେ ଇଂଲଣ୍ଡର ରସାୟନବିତ୍ ନିଉଲାଣ୍ଡ ମୌଳିକମାନଙ୍କର ପାରମାଣବିକ ବସ୍ତୁତ୍ଵକୁ ଆଧାର କରି ଏକ ସମ୍ପୂର୍ଣ୍ଣ ସଜ୍ଜା ଦେବାକୁ ପ୍ରୟାସ କରିଥିଲେ  । ସେ ମୌଳିକ ଗୁଡିକୁ ତାଙ୍କରି ବର୍ଦ୍ଧିତ ପାରମାଣବିକ ବସ୍ତୁତ୍ଵକ୍ରମରେ ସଜାଇଲେ  ଏବଂ ଲକ୍ଷ୍ୟ କଲେ, ଅଷ୍ଟମ ମୌଳିକର ଧର୍ମଗୁଡିକ ପ୍ରଥମ ମୌଳିକର ଧର୍ମ ସହ ସାମଞ୍ଜସ୍ୟ ରହୁଛି ଠିକ୍ ସଙ୍ଗୀତର ଅଷ୍ଟମ ସ୍ଵର ସହିତ ପ୍ରଥମ ସ୍ଵରର ତାଳ ମେଳ ଭଳି ତେଣୁ ସେ ଏହାକୁ ଅଷ୍ଟମ ନିୟମ ଆଖ୍ୟା ଦେଲେ  ।

ନିଉଲାଣ୍ଡଙ୍କ ମୌଳିକର ସଜ୍ଜିକରଣ ନିମ୍ନରେ ଦିଆଗଲା  । ପ୍ରଥମ ମୌଳିକ ଯଦି ଲିଥିୟମ ହୁଏ ଅଷ୍ଟମ ମୌଳିକ ସୋଡିୟମ ତେଣୁ ଏମାନଙ୍କର ଧର୍ମର ସାମଞ୍ଜସ୍ୟ ରହିଛି  । ସେହିପରି ବେରିଲିୟମ, ମ୍ୟାଗ୍ନେସିୟମ ଏବଂ କ୍ୟାଲସିୟମ ମଧ୍ୟରେ ସାମଞ୍ଜସ୍ୟ ରହିଛି  । ସେହିପରି ଫ୍ଲୋରିନ ଓ କ୍ଲୋରିନ ମଧ୍ୟରେ ସମ୍ପର୍କ ରହିଛି  ।

ନିଉଲାଣ୍ଡ ଅଷ୍ଟକ ନିୟମର ଉପକାରିତା :

  • ମୌଳିକ ଗୁଡିକୁ ପା. ବସ୍ତୁତ୍ଵ ସହ ଅଲଗା ରଖାଗଲା  ।
  • ପର୍ଯ୍ୟାୟତା ଧର୍ମ (୧ମ ଓ ୮ମ ମୌଳିକର ସମ୍ପର୍କ) ଚିହ୍ନଟ କରାଗଲା  ।

ନିଉଲାଣ୍ଡଙ୍କ ଅଷ୍ଟକ ନିୟମର ବିଫଳତା

  • ଯଦିଓ ତାଙ୍କୁ ୬୦ଟି ମୌଳିକର ପାରମାଣବିକ ବସ୍ତୁତ୍ଵ ଜଣାଥିଲା, ସେ ପା, ବସ୍ତୁତ୍ଵ ୪୦U ପର୍ଯ୍ୟନ୍ତ ସଜାଇ ପାରିଥିଲେ  । ୪୦U ରୁ ଅଧିକ ପା. ବସ୍ତୁତ୍ଵ ଥିବା ମୌଳିକ ସମ୍ବନ୍ଧରେ ନୀରବ ରହିଲେ  । (U = ଏକକ)
  • ବିରଳ ଗ୍ୟାସ ଆବିଷ୍କୃତ ହେଲାପରେ ଜଣାପଡିଲା ସଜ୍ଜିକରଣ ପ୍ରକ୍ରିୟାରେ ୧ମ ଓ ୯ମ ମୋଇଲିକର ଧର୍ମ ସମାନ ରହୁଛି  । ତେଣୁ ଅଷ୍ଟକ ନିୟମ ଚିନ୍ତାଧାରା ଗ୍ରହଣଯୋଗ୍ୟ ହେଲାନାହିଁ  ।

ପରବର୍ତ୍ତୀ ସମୟରେ ଲୋଥର ମେୟର ସ ଜି. ମେଣ୍ଡେଲିଭ ପାରମାଣବିକ ବସ୍ତୁତ୍ଵ ମୂଳ ଆଧାର ନେଇ ସେ ସମୟରେ ଜଣାଥିବା ଅହଡିକାଂଶ ମୌଳିକକୁ ପର୍ଯ୍ୟାୟଭୁକ୍ତ କରି ପାରିଥିଲେ  । ଫଳରେ ମେଣ୍ଡେଲିଭ ପର୍ଯ୍ୟାୟ ସାରଣୀ ବହୁ ଆଦୃତ ହେଲା  ଓ ନୂତନ ପର୍ଯ୍ୟାୟ ସାରଣୀର ଭିତ୍ତିଭୂମି ରୂପେ ପ୍ରତିଷ୍ଠିତ ହେଲା  ।

ମେଣ୍ଡେଲିଭଙ୍କ ପର୍ଯ୍ୟାୟ ନିୟମ ଓ ପର୍ଯ୍ୟାୟ ସାରଣୀ

୧୮୬୯ ମସିହାରେ ଋଷଦେଶର ରସାୟନବିତ ଡିମିଟ୍ରି ମେଣ୍ଡେଲିଭ, ସେତେବେଳେ ଜଣାଥିବା ୬୩ଟି ମୌଳିକକୁ ନେଇ ସମ୍ପୂର୍ଣ୍ଣ ନୂତନ ପର୍ଯ୍ୟାୟ ସାରଣୀ ପ୍ରସ୍ତୁତ କରିଥିଲେ  । ତାହା ସବୁଠାରେ ଆଦର ଲାଭ କରିଥିବାରୁ ଏହା ମେଣ୍ଡେଲିଭଙ୍କ ପର୍ଯ୍ୟାୟ ସାରଣୀ ନାମରେ ନାମିତ  । ମୌଳିକ ମାନଙ୍କୁ ବିଭିନ୍ନ ଶ୍ରେଣୀରେ ରଖିବା ପାଇଁ ମେଣ୍ଡେଲିଭ ଏକ ନିୟମ ଉଦ୍ଭାବନ କରିଥିଲେ  । ଏହି ନିୟମକୁ ମେଣ୍ଡେଲିଭଙ୍କ ପର୍ଯ୍ୟାୟ ନିୟମ କୁହାଯାଏ  ।

ନିୟମଟି ହେଉଛି : “ମୌଳିକ ମାନଙ୍କର ଭୌତିକ ଓ ରାସାୟନିକ ଗୁଣ ଓ ସେଗୁଡିକର ପରମାଣବିକ ବସ୍ତୁତ୍ଵର ପର୍ଯ୍ୟାୟ ଫଳନ” ।

ପର୍ଯ୍ୟାୟ ନିୟମ ସୁଚାଏ ଯେ ମୌଳିକମାନଙ୍କର ସଜ୍ଜା ଯଦି ସେଗୁଡିକର ପାରମାଣବିକ ବସ୍ତୁତ୍ଵର ବର୍ଦ୍ଧିତକ୍ରମ ଅନୁସାରେ ହୁଏ, ତେବେ ତାଙ୍କର ଗୁଣ ସବୁ କ୍ରମାନ୍ଵୟରେ ବଦଳେ ଏବଂ କେତେକ ସ୍ଥାପନରେ ଗୁଣଗୁଡିକର ପୁନରାବୃତ୍ତି ଘଟିଥାଏ  ।

ମେଣ୍ଡେଲିଭଙ୍କ ପର୍ଯ୍ୟାୟ ସାରଣୀ

ମେଣ୍ଡେଲିଭ ମୌଳିକ ଗୁନଇକ ସେମାନଙ୍କର ପାରମାଣବିକ ବସ୍ତୁତ୍ଵର ବର୍ଦ୍ଧିତ କ୍ରମରେ ଧାଡିରେ ସଜାଇ ରଖିଲେ  । ଯେଉଁ ମୌଳିକର ଧର୍ମ ପ୍ରଥମ ମୌଳିକର ଧର୍ମ ସଙ୍ଗେ ସମାନ ହେଲା ତାକୁ ୨ୟ ଧାଡିର ପ୍ରଥମରେ ରଖିଲେ  । ବାସ୍ତବିକ ପାରମାଣବିକ ବସ୍ତୁତ୍ଵ ଅପେକ୍ଷା ମୌଳିକର ଧର୍ମ ଉପରେ ଅଧିକ ଗୁରୁତ୍ଵ ଦେଉଥିଲେ  । ଯଦି ସେ କୌଣସି ମୌଳିକକୁ ଗୋଟିଏ ସ୍ଥାନ ପାଇଁ ଉପଯୁକ୍ତେ ମନେ ନକଲେ ସେ ସ୍ଥାନ ଶୂନ୍ୟ ରଖୁଥିଲେ  । ଯଦି ଭିନ୍ନ ମୌଳିକମାନଙ୍କର ଧର୍ମରେ ସାମଞ୍ଜସ୍ୟ ଦେଖୁଥିଲେ ପର୍ଯ୍ୟାୟତା ନିୟମର ବ୍ୟତିକ୍ରମ କରି ସେ ସ୍ଥାନ ପୂରଣ କରୁଥିଲେ । ଏହିପରି ଭାବରେ ସେ ପର୍ଯ୍ୟାୟ ସାରଣୀ ପ୍ରସ୍ତୁତ କରିଥିଲେ ।

ଅଧିକ ମୌଳିକ ଆବିଷ୍କୃତ ହେଲାପରେ ମେଣ୍ଡେଲିଭ ତାଙ୍କ ପର୍ଯ୍ୟାୟ ସାରଣୀକୁ ପରିବର୍ତ୍ତନ କଲେ  । ଫଳରେ ବିରଳ ଗ୍ୟାସ ବା ନୋବେଳେ ଗ୍ୟାସକୁ ଅନ୍ୟ ଏକ ଗ୍ରୁପରେ ସ୍ଥାନିତ କଲେ  ।

ମେଣ୍ଡେଲିଭ ପର୍ଯ୍ୟାୟ ସାରଣୀର ମୁଖ୍ୟ ତଥ୍ୟ

ଏହି ପର୍ଯ୍ୟାୟ ସାରଣୀର ମୁଖ୍ୟ ତଥ୍ୟଗୁଡିକ ହେଲା :

  • ମୌଳିକମାନଙ୍କୁ ଧାଡି ଓ ସ୍ତରରେ ସଜାଗଲା
  • ଧାଡିଗୁଡିକୁ ପର୍ଯ୍ୟାୟ ବା ପିରିୟଡ କୁହାଗଲା  । ଏଥିରେ ୬ଟି ପିରିୟଡ ରହିଛି  । ଏହାର ନମ୍ବର ଆରବିକ୍ ସଂଖ୍ୟା ୧ରୁ ୬ ରହିଛି  । ୪ର୍ଥ, ୫ମ ୬ଷ୍ଠ ପର୍ଯ୍ୟାୟରେ ୨ଟି ଲେଖାଏଁ ସିରିଜ ରହିଛି  ।
  • ପ୍ରତିପର୍ଯ୍ୟାୟରେ ବାମରୁ ଡାହାଣକୁ ଗଲେ ମୌଳିକ ଗୁଡିକର ଗୁଣ କ୍ରମାନ୍ଵୟରେ ବଦଳେ  ।
  • ପର୍ଯ୍ୟାୟ ସାରଣୀରେ ଥିବା ସ୍ତମ୍ଭ ଗୁଡିକୁ ଗ୍ରୁପ୍ କୁହାଯାଏ  । ଏଥିରେ ଥିବା ୮ଟି ଗ୍ରୁପ୍ କୁ ରୋମାନ ଅକ୍ଷର I ଠାରୁ VIII ପର୍ଯ୍ୟନ୍ତ ନାମିତ କରାଯାଇଛି  ।
  • I ଠାରୁ VIII ଗ୍ରୁପ୍ କୁ Aଓ B ଦୁଇଟି ଉପ ବିଭାଗରେ ବିଭକ୍ତି କରାଯାଇଛି  । VIII ଗ୍ରୁପ୍କୁ ୩ଟି ଉପବିଭାଗରେ ନାମିତ କରାଯାଇଛି  ।
  • ଗୋଟିଏ ଗ୍ରୁପ୍ ରେ ଥିବା ସମସ୍ତ ମୌଳିକମାନଙ୍କର ରାସାୟନିକ ଧର୍ମ ସମାନ  । ଗ୍ରୁପ୍ ରେ ଥିବା ସମସ୍ତ ମୌଳିକମାନଙ୍କର ଭୌତିକ ଓ ରାସାୟନିକ ଗୁଣରୁ ଉପର ତଳ କ୍ରମରେ ପରିବର୍ତ୍ତିତ ହୋଇଥାଏ  ।

ମେଣ୍ଡେଲିଭଙ୍କ ପର୍ଯ୍ୟାୟ ସାରଣୀରେ ଉପକାରୀତା :

  • ମେଣ୍ଡେଲିଭ୬୩ଟି ମୌଳିକକୁ ପାରମାଣବିକ ବସ୍ତୁତ୍ଵର ବର୍ଦ୍ଧିତ କ୍ରମରେ ସଜାଇଲେ ଏବଂ ସମସ୍ତ ମୌଳିକର ଧର୍ମକୁ ତର୍ଜମା କଲେ  ।
  • Be, Au, In ଆଦି ମୌଳିକର ପରମାଣବିକ ବସ୍ତୁତ୍ଵକୁ ନେଇ ପର୍ଯ୍ୟାୟ ସାରଣୀ ସଜ୍ଜିକରଣ ଅନୁଯାୟୀ ସଂଶୋଧନ କଲେ  ।

ନୂଆ ମୌଳିକ ପାଇବାର ସମ୍ଭାବନା

ମେଣ୍ଡେଲିଭ ମୌଳିକଗୁଡିକର ପରମାଣବିକ ବସ୍ତୁତ୍ଵର ବର୍ଦ୍ଧିତକ୍ରମରେ  ସଜ୍ଜିକରଣ  କଲେ  । ଯଦି କୌଣସି ସ୍ଥାନରେ ମୌଳିକ ଖାପ ଖାଇଲାନାହିଁ ତେବେ ସେ ସ୍ଥାନକୁ ଖାଲି ରଖିଦେଲେ  । ଅନ୍ୟକୌଣସି ମୌଳିକ ଉଦ୍ଭାବନ ପର୍ଯ୍ୟନ୍ତ ସେ ସ୍ଥାନକୁ ଖାଲିଛାଡିଲେ  । ଉଦାହରଣ – IVP ର ଏକ ଶୂନ୍ୟ ସ୍ଥାନ ପାଇଁ କେତେକ ନୂତନ ମୌଳିକର ଯୌଗିକ ଉଦ୍ଭାବନ କଲେ  । ତାଙ୍କ ଦ୍ଵାରା ଉଦ୍ଭାବିତ ମୌଳିକର ନାମ ହେଲା – ସିଲିକନ  । ଏହାର ଅର୍ଥ (ସିଲିକନର ଏକ ଘର ତଳେଥିବା ମୌଳିକ) । ୧୮୮୬ ମସିହାରେ ଜର୍ମାନ ବୈଜ୍ଞାନିକ ସି.ଏ. ୱିଙ୍କଲର ସେହି ମୌଳିକଟିକୁ ଉଦ୍ଭାବନ କଲେ  ଯାହାର ନାମ ଦେଲେ ଜର୍ମାନିୟମ  । ଜର୍ମାନିୟମସ ଏକା ସିଲିକନର ଧର୍ମ ସମାନ  । ଅନ୍ୟ ଦୁଇଟି ଅଜଣା ମୌଳିକ ମେଣ୍ଡେଲିଭଙ୍କ ଦ୍ଵାରା ଉଦ୍ଭାବିତ ହୋଇଥିଲା  । ଯାହାର ନାମ ଏକା – କାର୍ବନ ବା ସ୍କାଣ୍ଡିୟମ ଏବଂ ଏକା – ଏଲୁମିନିୟମ ବା ଗାଲିୟମ  ।

ବକ୍ସ ନଂ – ୧

ଇଣ୍ଡିୟମର ପାରମାଣବିକ ବସ୍ତୁତ୍ଵ ୭୬ ଏବଂ ଯୋଜ୍ୟତା ୨ ମାତ୍ର ମେଣ୍ଡେଲିଭ ଏହାକୁ ପର୍ଯ୍ୟାୟଭୁକ୍ତ କଲାପରେ ଇଣ୍ଡିୟମର ପାରମାଣବିକ ବସ୍ତୁତ୍ଵ ୧୧୩.୧ ଏବଂ ଯୋଜ୍ୟତା ୩ ଧରିଲେ  । ବର୍ତ୍ତମାନ ଇଣ୍ଡିୟମର ପାରମାଣବିକ ବସ୍ତୁତ୍ଵ ୧୧୪.୮୨ ଏବଂ ଯୋଜ୍ୟତା ୩ ଧରିଛନ୍ତି  ।

ବକ୍ସ ନଂ – ୨: ଏକା- ସିଲିକନର ଧର୍ମ

ଧର୍ମ

ସମ୍ଭାବିତ ମୌଳିକ ଏକା-ସିଲିକନ

ପ୍ରକୃତ ଜର୍ମାନିୟମ

ପରମାଣବିକ ବସ୍ତୁତ୍ଵ

୭.୨

୭୨.୬

ସାନ୍ଧ୍ରତା

୫.୫

୫.୩୬

ଗଳନାଙ୍କ

ଉଚ୍ଚ

୧୨୩୧K

ଅମ୍ଳସହ ପ୍ରତିକ୍ରିୟା

ଅଳ୍ପ

HCl ସହ ପ୍ରତିକ୍ରିୟା ନାହିଁ

କ୍ଷାର ସହ ପ୍ରତିକ୍ରିୟା

ନାହିଁ

ଲଘୁ NaOH ସହ ପ୍ରତିକ୍ରିୟା ନାହିଁ

ଅକ୍ସାଇଡ

 

 

ସଲଫାଇଡ

 

 

କ୍ଲୋରାଇଡ

 

 

ସ୍ଫୁଟନାଙ୍କ

373K

୩୫୬K

ମେଣ୍ଡେଲିଭଙ୍କ ପର୍ଯ୍ୟାୟ ସାରଣୀ ଦ୍ଵାରା ମୌଳିକମାନଙ୍କର ଯୋଜ୍ୟତା ବୁଝିବାର ସହଜହେଲା  । ଯୋଜ୍ୟତା କହିଲେ ଗ୍ରୁପ୍ ନମ୍ବରକୁ ବୁଝାଇଲା  । ଉଦାହରଣ – I ଗ୍ରୁପ୍ ରେ ଥିବା ମୌଳିକ (ଲିଥିୟମ, ଉଦଜାନ, ସୋଡିୟମ, ପୋଟାସିୟମ, ରୁବିଡିୟମ, ସିଜିୟମର ଯୋଜ୍ୟତା) ଏକ  ।

ମେଣ୍ଡେଲିଭଙ୍କ ପର୍ଯ୍ୟାୟ ସାରଣୀର ବିଫଳତା :

  • ଉଦଜାନର ଅବସ୍ଥିତି

ଉଦଜାନକୁ IA ଗ୍ରୁପ୍  ରଖିବା ସନ୍ଦେହ ଜନକ କାରଣ ଉଦଜାନର ଧର୍ମ VIIAରେ ଥିବା ହାଲୋଜେନ ମୌଳିକ ସହ ସମାନ  ।

  • ସମସ୍ଥାନିକ ଯୁକ୍ତ ମୌଳିକର ସ୍ଥିତି  ।

ସମସ୍ଥାନିକ ଥିବା ମୌଳିକର ପରମାଣବିକ ବସ୍ତୁତ୍ଵ ଦୁଇଟି ବା ଅଧିକ  । ସେମାନଙ୍କୁ ସ୍ଥାନିତ କରିବା ପାଇଁ ପର୍ଯ୍ୟାୟ ସାରଣୀରେ ସ୍ଥାନ ନଥିଲା  ।  ଓ  ମୌଳିକକୁ ଗୋଟିଏ ସ୍ଥାନରେ ସ୍ଥାନିତ କରାଯାଇଛି  ।

  • ଅସଙ୍ଗତ ମୌଳିକ ଯୋଡି :

କେତେକ ସ୍ଥାନରେ ବଡ ପରମାଣବିକ ବସ୍ତୁତ୍ଵକୁ ଛୋଟ ପରମାଣବିକ ବସ୍ତୁତ୍ଵ ପୂର୍ବରୁ ରଖାଯାଇଛି, ଯଥା COର ପରମାନବିକ ବସ୍ତୁତ୍ଵ (୫୮.୭) ପୂର୍ବରୁ ସ୍ଥାନିତ କରାଯାଇଛି  । ଅନ୍ୟଯୋଡି ହେଲେ –

ଟେରୁଲିୟମ (୧୨୭.୬)କୁ ସ୍ଥାନିତ କରାଯାଇଛି  । ଆୟୋଡିନ (୧୨.୯) ପୂର୍ବରୁ

ଆଇଗନ (୩୯.୯)କୁ ସ୍ଥାନିତ କରାଯାଇଛି  । ପଟାସିୟମ (୩୯.୧) ପୂର୍ବରୁ

  • ରାସାୟନିକ ସମାନତା

ରାସାୟନିକ ସମାନତା ନଥିବା ମୌଳିକକୁ ମଧ୍ୟ ଏକତ୍ର ସ୍ଥାନରେ ରଖାଯାଇଛି  । ତମ୍ବା ଓ ରୂପା କ୍ଷାରୀୟ ମୌଳିକ ସହ ସମାନତା ଧର୍ମ ନଥିଲେ ମଧ୍ୟ ଏକତ୍ର ସ୍ଥାନିତ କରାଯାଇଛି  । ସେହିପରି (Li ଓ Na) କୁ ୧ମ ଗ୍ରୁପ୍ ରେ ରଖାଯାଇଛି  ।

  • ରାସାୟନିକ ସମାନତା ଧର୍ମ

ରାସାୟନିକ ସମାନତା ଧର୍ମ ଥିବା ମୌଳିକକୁ ଅଲଗା ସ୍ଥାନିତ  । ସୁନା ଓ ପ୍ଲାଟିନମର ଧର୍ମ ପ୍ରାୟ ସମାନ ମାତ୍ର ଏହାକୁ ଅଲଗା ରଖାଯାଇଛି  ।

ଆଧୁନିକ ପର୍ଯ୍ୟାୟ ନିୟମ

ଯଦିଓ ମେଣ୍ଡେଲିଭ ସମସ୍ତ ମୌଳିକକୁ ସଜ୍ଜିତ କଲେ ମାତ୍ର କେତେକ ଓଜନିଆ ମୌଳିକକୁ ହାଲୁକା ମୌଳିକ ପୂର୍ବରୁ ସ୍ଥାନିତ କଲେ  । ଏହି ଯୋଡି ସବୁ ପର୍ଯ୍ୟାୟ ନିୟମ ଭଙ୍ଗ କଲେ  । ସମସ୍ଥାନିକ ଥିବା ମୌଳିକମାନଙ୍କୁ ସ୍ଥାନିତ କରିବା ପାଇଁ ସ୍ଥାନ ନଥିଲା  । ଏହି ସବୁକାରଣରୁ ଜଣାଗଲା ଯେ ମୌଳିକମାନଙ୍କୁ ଅନ୍ୟ କୌଣସି ଧର୍ମକୁ ଭିତ୍ତିକରି ସଜ୍ଜିତ କଲେ ଏହି ଅସୁବିଧା ହେବ ନାହିଁ  ।

୧୯୩୧ ମସିହାରେ ହେନରି ମୋସଲେ ଜଣେ ଇଂରେଜ ପଦାର୍ଥବିତ୍ ପରମାଣବିକ କ୍ରମାଙ୍କ ଉଦ୍ଭାବନ କଲେ ଏବଂ କହିଲେ ପ୍ରତ୍ୟକ ମୌଳିକରେ ମୌଳିକତା ହେଉଛି ପରମାଣୁ କ୍ରମାଙ୍କ ମାତ୍ର ପରମାଣବିକ ବସ୍ତୁତ୍ଵ ନୁହେଁ  ।

ପରମାଣୁ ବିଦ୍ୟୁତ ନିରପେକ୍ଷ ତେଣୁ ପରମାଣୁ ମଧ୍ୟରେ ଇଲେକ୍ଟ୍ରନ ସଂଖ୍ୟା ସାଙ୍ଗେ ପରମାଣୁର ସଂଖ୍ୟା ସମାନ ଥାଏ  । ଏବଂ ଏହା ପାରମାଣବିକ ନମ୍ବର ସହ ସମାନ  । ଏହା ପରେ ପର୍ଯ୍ୟାୟ ନିୟମର ପରିବର୍ତ୍ତନ କରିବା ଆବଶ୍ୟକତା ଅନୁଭବ ହେଲା  ।

ଆଧୁନିକ ପର୍ଯ୍ୟାୟ ନିୟମ

ଆଧୁନିକ ପର୍ଯ୍ୟାୟ ନିୟମ କଲେ ମୌଳିକଗୁଡିକରେ ଭୌତିକ ଓ ରାସାୟନିକ ଧର୍ମହିଁ ସେମାନଙ୍କର ପରମାଣୁ ମାନଙ୍କର ପର୍ଯ୍ୟାୟଫଳନ  । ଯଦି ମୌଳିକମାନଙ୍କୁ ସେମାନଙ୍କର ପରମାଣୁ କ୍ରମାଙ୍କର ବର୍ଦ୍ଧିତକ୍ରମେ ସଜାଇ ରଖାଯାଏ  । ସମାନ ଧର୍ମ ଥିବା ମୌଳିକ ଏକ ନିର୍ଦ୍ଧିଷ୍ଟ ଅଙ୍କପରେ ଚାଲି ଆସେ  । ସୌଭାଗ୍ୟବଶତଃ ମେଣ୍ଡେଲିଙ୍କ ପର୍ଯ୍ୟାୟସାରଣୀ ବେଶୀ ପରିବର୍ତ୍ତନ ହୋଇନାହିଁ  । ମାତ୍ର ଦ୍ଵାନ୍ଦାତ୍ମକ ଯୋଡି ସମସ୍ଥାନିକ ଥିବା ମୌଳିକକୁ ସହଜରେ ସ୍ଥାନିତ କରାଗଲା  ।

ପରିବର୍ତ୍ତିତ ପର୍ଯ୍ୟାୟ ସାରଣୀ ସମ୍ବନ୍ଧରେ ଆଗେ ବର୍ତ୍ତମାନ ଶିକ୍ଷା ଗ୍ରହଣ କରିବା  ।

ପର୍ଯ୍ୟାୟତାର କାରଣ :

ଆମେ ଆସ ବୁଝିବା ମୌଳିକ ପର୍ଯ୍ୟାୟ ଗୁଣ କାହିଁକି  ? ଆମେ କ୍ଷାରୀୟ ମୌଳିକର ଇଲେକ୍ଟ୍ରୋନିକ ସଂରଚନା କଥା ଚିନ୍ତାକରିବା  । ପ୍ରଥମ ଗ୍ରୁପ୍ ରେ ଥିବା କ୍ଷାରୀୟ ମୌଳିକ ଗୁଡିକ ହେଲେ ଲିଥିୟମ, ସୋଡିୟମ, ପଟାସିୟମ, ରୁବିଜିୟମ, ସଜିୟମ, ଫ୍ରାନସିୟମ ଯାହାର ପରମାଣବିକ କ୍ରମାଙ୍କ ଯଥାକ୍ରମେ :୩, ୧୧, ୧୯, ୩୭, ୫୫ ଓ ୮୭  ।

ଗ୍ରୁପ୍ – ୧ ରେ ଥିବା ମୌଳିକମାନଙ୍କର ଇଲେକ୍ଟ୍ରୋନିକ ସଂରଚନା

ମୌଳିକ

ଇଲେକ୍ଟ୍ରୋନିକ ସଂରଚନା

3Li

2,1

11Na

2, 8, 1

19K

2, 8, 8, 1

37Rb

2, 8, 18, 8, 1

55Cs

2, 8,  18, 18, 8, 1

87Fr

2, 8, 18, 32, 18, 8, 1

ଆଧାର : ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା

3.66666666667
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top