ହୋମ / ଶକ୍ତି / ଶକ୍ତି ଉତ୍ପାଦନ / ସୂକ୍ଷ୍ମ ଲୌହ କଣିକା ଉତ୍ପାଦନ ଓ ଉପଯୋଗ
ସେଆର କରନ୍ତୁ

ସୂକ୍ଷ୍ମ ଲୌହ କଣିକା ଉତ୍ପାଦନ ଓ ଉପଯୋଗ

ସୂକ୍ଷ୍ମ ଲୌହ କଣିକା ଉତ୍ପାଦନ ଓ ଉପଯୋଗ ର ସୂଚନା

ଉପକ୍ରମ

କେଉଁ ଆଦିମ କାଳରୁ ମନୁଷ୍ୟମାନଙ୍କ ପାଇଁ “ ଲୁହା” ଏକ ଅତ୍ୟାବଶ୍ୟକ ଏବଂ ଅପରିହାର୍ଯ୍ୟ ବସ୍ତୁ ରୂପେ ପରିଗଣିତ ହୋଇଆସିଛି   ।  ଘର ତିଆରି କରିବା , ଘରର ସମସ୍ତ କାର୍ଯ୍ୟ ସମ୍ପାଦନ କରିବା , ଚାଷ କରିବା ଅ, ନଦୀ ସମୁଦ୍ରରେ ଗମନାଗମନ କରିବା ଅବମ ପରିବହନ ପାଇଁ “ ଲୁହା” ଏକ ଅନନ୍ୟ ବସ୍ତୁ ରୂପେ ବ୍ୟବହୃତ ହେଉଛି  । ପୁରାଣର ପ୍ରୁଷ୍ଠା ଲେଉଟାଇଲେ ତ୍ରେତୟା ଓ ଦ୍ଵାପର ଯୁଗରେ ମଧ୍ୟ ଲୁହା ବ୍ୟବହାର ଥିବା ଆମେ ଜାଣିପାରୁଛେ   ।  ଏହି ଲୁହା ଏକ ମୁକ୍ତ ଧାତୁ ନୁହେଁ , ମିଶ୍ର ଧାତୁ ରୂପେ ଭୂ-ଭାଗ ନିମ୍ନରେ ଗଚ୍ଛିତ ହୋଇ ରହିଛି  । ଖ୍ରୀ.ପୂ ୧୮୦୦ ରୁ  ଖ୍ରୀ.ପୂ୧୭୦୦  ମଧ୍ୟରେ ବେବିଲୋନ ଓ ତାହାର ନିକଟବର୍ତ୍ତୀ ସ୍ଥାନମାନଙ୍କରେ (ହିଟାଆଇଟି ନାମକ) ଲୋକମାନେ ଲୁହାପଥର ତରଳେଇ ଲୁହାର ବ୍ୟବହାର କରିବା ଜାଣିଥିଲେ   ।  ପାରସ୍ୟରେ ମଧ୍ୟ ସେହି କୌଶଳରେ ଲୁହାର ଉପାଦାନ କରାଯାଉଥିଲା   ।  ଯେଉଁ ଆର୍ଯ୍ୟମାନେ ପାରସ୍ୟରୁ ହିନ୍ଦୁକୁଶ ପାର ହୋଇ ଭାରତକୁ ପ୍ରବେଶ କରୁଥିଲେ  , ସେମାନେ ମଧ୍ୟ ଲୁହାର ବ୍ୟବହାର ଜାଣିଥିଲେ  ।

ଖ୍ରୀ.ପୂ ୧୦୦୦  ମସିହା  ବେଳକୁ ଭାରତର ଉତ୍ତର – ପଶ୍ଚିମାଞ୍ଚଳ , ବିଶେଷ କରି  ଗାନ୍ଧାର ଆଞ୍ଚଲରେ ଲୁହାର ବ୍ୟବହାର ହେବାର ପ୍ରମାଣ ମିଳିପାରିଛି  । ସେହି ଅଞ୍ଚଳରେ ଜଙ୍ଗଲ ସଫା କରିବାକୁ ଲୁହାର କୁରାଢି ବ୍ୟବହୃତ ହେଉଥିବା ଅନୁମାନ କରାଯାଏ   । ଲୁହାର ଅସ୍ତ୍ରଶସ୍ତ୍ର ବ୍ୟବହାର ଦ୍ଵାରା ଆର୍ଯ୍ୟମାନେ ମୂଳ କୃଷ୍ଣକାୟ ଭାରତୀୟମାନଙ୍କୁ ପରାସ୍ତ କାଲେ ଏବଂ କୁରାଢି ଦ୍ଵାରା ଜଙ୍ଗଲ ସଫାକରି ଅଧିକ ଚାଷୋଉପଯୋଗୀ ଜମି କରିପାରିଥିଲେ   ।  ତେଣୁ ଲୁହା ଯେ ମନୁଷ୍ୟ ପାଇଁ ଏକାନ୍ତ ଆବଶ୍ୟକ , ଏଥିରେ ଦ୍ଵିରୁକ୍ତି ନାହିଁ  । ଆଜିର ଏହି ବିଜ୍ଞାନ ଯୁଗରେ ଲୁହାର ଚାହିଦା ବହୁ ଗୁଣରେ ବଢିଯାଇଛି  । ଭାରତ ଏକ ଧାତବ ଲୌହପିଣ୍ଡର ଉତ୍ପାଦନକାରୀ ତଥା ରପ୍ତାନିକାରୀ ଦେଶ ରୂପେ ପରିଚିତ  । କାରଣ ଏଠାରେ ଭୂମି ତଳେ ଉଚ୍ଚମାନର ଧାତବପିଣ୍ଡ ଗଚ୍ଛିତ ଅଛି ଏବଂ ଦକ୍ଷ ଖଣିଜ ବିଜ୍ଞାନ ବିଶାରଦମାନେ ମଧ୍ୟ ଏଠାରେ ଅଛନ୍ତି   ।  ଏହି ପରିପ୍ରେକ୍ଷୀରେ ପୃଥିବୀରେ ଭାରତର ସ୍ଥାନ ଷଷ୍ଠରେ ରହିଛି   । ବର୍ତ୍ତମାନ ଖଣିଜପିଣ୍ଡରୁ ମୂଲ୍ୟବାନ ଖଣିଜ ବ୍ୟବହାର କଳା ସମୟରେ ଶତକଡା  ୧୦ ରୁ ୧୫ ଭାଗ ଧାତବ ପିଣ୍ଡ ବ୍ୟବହାର କରାଯାଇ ନପାରି ସେଗୁଡିକ ବର୍ଜ୍ୟବସ୍ତୁ ରୂପେ ପଡି ରହୁଛି   ।  ସେହି ବର୍ଜ୍ୟବସ୍ତୁଗୁଡିକର ପରିବେଶ  ଉପରେ ଅନେକ କୁପ୍ରଭାବ ପଡୁଛି   । ତେଣୁ ସେଗୁଡିକର ସଦୁପଯୋଗ କରି କେତେ ଅଧିକ ପରିମାଣରେ ବିନିଯୋଗ କରାଯାଇପାରିବ,ତାହାହିଁ ଏହି ସନ୍ଦର୍ଭର ମୂଳ ଉଦ୍ଦେଶ୍ୟ   ।

ଲୌହପିଣ୍ଡ ଏବଂ ଏହାର ସମସ୍ୟା

ଭାରତବର୍ଷରେ ଥିବା ଲୌହପିଣ୍ଡରେ ମାନ ମାଧ୍ୟମ ସ୍ତରର   । ଯେଉଁ ହେମାଟାଇଟ ଲୌହପିଣ୍ଡରେ ଲୌହର ପରିମାଣ ଶତକଡା  ୫୮ ଭାଗ ନଥାଏ   , ଆମ ଦେଶରେ ତାହା ଖଣିରୁ ଉତ୍ତୋଳନ କରି ବ୍ୟବହାର ଯୋଗ୍ୟ ପାଇଁ ନିଆଯାଏ  । ଆମ ଦେଶରେ ପ୍ରଚୁର ପରିମାଣର ଲୌହପିଣ୍ଡ ଗଚ୍ଛିତ ଅଛି ସତ; କିନ୍ତୁ ଅନ୍ୟାନ୍ୟ ପ୍ରଗତିଶୀଳ ଦେଶରେ ବ୍ୟବହୃତ ହେଉଥିବା ମାରୁତ ଚୁଲା ର କାର୍ଯ୍ୟଦକ୍ଷତା ଆମ ଦେଶଠାରୁ ଯଥେଷ୍ଟ ଉଚ୍ଚମାନର ବୋଲି ପ୍ରତିପାଦିତ ହୋଇଛି   ।  ଏହାର ମୁଖ୍ୟ କାରଣ , ଆମ ଦେଶର ଧାତବପିଣ୍ଡରେ ଆଲୁମିନା ଏବଂ ବାଲି (ସିଲିକା) ପରି ଖାଦର ପରିମାଣ ଅଧିକ ରହିଛି   ।  ବାସ୍ତବରେ ଏହି ଖାଦଦ୍ୱୟର ଅନୁପାତ ଧାତବପିଣ୍ଡରେ ଏକ ଠାରୁ କମ ରହିବା ଆବଶ୍ୟକ   ।  କିନ୍ତୁ ଭାରତର ହେମାଟାଇଟ ଲୌହପିଣ୍ଡର ଏକ ଅନୁପାତତି ଯଥେଷ୍ଟ ଅଧିକ ଥାଏ (<୧.୫)  । ଲୌହପିଣ୍ଡରେ ଅଧିକ ପରିମାଣର ଆଲୁମିନା ରହିଲେ ମାରୁତ ଚୁଲାର ଯାନ୍ତ୍ରିକ କୌଶଳରେ ଏହାର ପ୍ରଭାବ ପଡିଥାଏ   ।  ଏହାର ପ୍ରତିକୂଳ ପ୍ରଭାବ ଅନେକ ପୁସ୍ତକରେ ଦର୍ଶାଯାଇଛି   ।  ଏକ ହିସାବରୁ ଜଣାଯାଇଛି ଯେ ୧ ଟନ ଉତ୍ତପ୍ତ ଧାତୁ ପାଇବା ପାଇଁ ଆଲୁମିନାର ପରିମାଣ ଯଦି ନିର୍ଦ୍ଧିଷ୍ଟ ପରିମାଣରୁ  ୧ ଭାଗ ବଢିଯାଏ , ତେବେ କୋକର ପରିମାଣ ନିର୍ଦ୍ଧିଷ୍ଟ ପରିମାଣରୁ  ୨୫ ରୁ ୩୦ କେଜି ବଢିଯିବ   । ସେହିପରି ଚୂନପଥର ପରିମାଣ ୩୦ କେଜି ଏବଂ ଲୌହମଳର ପରିମାଣ  ୪୦ କେଜି ବଢିଯିବ   । ଯାହାଦ୍ଵାରା ଧାତୁ ଉତ୍ପାଦନର ପରିମାଣ ଶତକଡା  ୪ ଭାଗ କମିଯାଏ   । ସେହିପରି ଆଲୁମିନା ପରିମାଣ କମ ଥିଲେ ଉତ୍ପାଦନର ପରିମାଣ ଯଥେଷ୍ଟ ବଢିଯାଏ   ।

ଲୌହ ଏବଂ ଇସ୍ପାତ କାରଖାନାର ଚାହିଦା ନିମନ୍ତେ ସାଧାରଣତଃ  ନିମ୍ନ ଓ ମାଧ୍ୟମ ସ୍ତରର ଧାତବ ପିଣ୍ଡର ଗୁଣାତ୍ମକ ମାନକୁ ବିଭିନ୍ନ ଉପାୟରେ ବଢାଇ ଦିଆଯାଇଥାଏ   ।  ପ୍ରତ୍ୟେକ ଲୌହ ଧାତବ ପିଣ୍ଡର ନିଜସ୍ୱ ଗୁଣ ରହିଛି   । ତେଣୁ ପ୍ରତ୍ୟେକ ଧାତବ ପିଣ୍ଡ ପାଇଁ ଅଲଗା ଅଲଗା ଶୁଦ୍ଧିକରଣ ପ୍ରକ୍ରିୟା ବ୍ୟବହାର କରାଯାଇଥାଏ  । ଧାତବ ପିଣ୍ଡରେ ଥିବା ଖାଦର ପ୍ରକୃତି ଉପରେ ଶୁଦ୍ଧିକରଣ ପ୍ରକ୍ରିୟା ନିର୍ଭର କରିଥାଏ   । ଭାରତବର୍ଷରେ ସାଧାରଣତଃ ଶୋଧନ ଏବଂ ବିଭକ୍ତିକରଣ ଉପାୟ ଦ୍ଵାରା ଶୁଦ୍ଧିକରଣ ହୋଇଥାଏ   ।  କିନ୍ତୁ ପୃଥିବୀର ଅନ୍ୟାନ୍ୟ ଦେଶରେ ଉନ୍ନତତର ପ୍ରଣାଳୀ ଯଥା ଚୁମ୍ଭକୀୟ ଭାଷମାନ ଓ ସ୍ତମ୍ଭ ଭାଷମାନ ପ୍ରଣାଳୀରେ ସୂକ୍ଷ୍ମତମ କଣିକାଗୁଡିକୁ ପୃଥକ କରାଯାଇଥାଏ   ।  ଭାରତରେ ବ୍ୟବହୃତ ଶୋଧନ ପ୍ରଣାଳୀରେ କେବଳ ଧାତବ ପିଣ୍ଡରେ ଲାଗିଥିବା ସୂକ୍ଷ୍ମ କାଦୁଅ କଣିକାକୁ ଅଲଗା କରିହୁଏ, ଯାହାଦ୍ଵାରା କେବଳ ଶତକଡା  ୩୦ ଭାଗ ଖାଦ ଧାତୁପିଣ୍ଡରୁ ବାହାରିଥାଏ   । ତେଣୁ ଧାତବ ପିଣ୍ଡରୁ ଖାଦର ପରିମାଣ ଯଥେଷ୍ଟ କମ କରିବା ପାଇଁ ଧାତବ ପିଣ୍ଡରେ ବ୍ୟବହୃତ ହେଉଥିବା ଆଧୁନିକ ପ୍ରଣାଳୀମାନ ବ୍ୟବହାର କରିବା ଆବଶ୍ୟକ   ।  ଏହି ପରିପ୍ରେକ୍ଷୀରେ ଗବେଷଣାଗାର ଗୁଡିକର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ   ।

ସୂକ୍ଷ୍ମତମ ଲୌହ କଣିକା ଉତ୍ପନ୍ନ

ହେମାଟାଇଟ ଧାତବ ପିଣ୍ଡ ଉତ୍ପନ୍ନ କରୁଥିବା ଅଧିକାଂଶ ଲୌହଖଣିରେ ଶୋଧନାଗାରମାନ ଥାଏ   ।  ଏହି ଶୋଧନାଗାରରୁ  (-୪୦+୧୦ ମି.ମି) ଆକାରର ବଡ ବଡ ଲୌହଖଣ୍ଡ ଏବଂ (-୧୦+୦.୧୫ମିମି ) ର ଛୋଟ ଛୋଟ ଲୌହଖଣ୍ଡ ବାହାରିଥାଏ    । ସେଗୁଡିକ ଯଥାକ୍ରମେ ମାରୁତ ଚୁଲା ଏବଂ ସିଣ୍ଟରିଂ ପ୍ଳାଣ୍ଟରେ ବ୍ୟବହାର ହୋଇଥାଏ   ।  ଏହି ବଡ ଏବଂ ଛୋଟ ଲୌହଖଣ୍ଡଗୁଡିକ ଅତି ସାଧାରଣ ଉପାୟରେ ତିଆରି ହୋଇଥାଏ   ।  ସେଗୁଡିକ ହେଲା – ଖଣ୍ଡ ଖଣ୍ଡ କରିବା , ଢୋଇବା ଏବଂ ଚାଲୁଣି ଦ୍ଵାରା ଭାଗ ଭାଗ କରିବା   ।  ଏହି ହେମାଟାଇଟ ଧାତବ ପିଣ୍ଡର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଏହାକୁ ସାଧାରଣତଃ ଧୁଆଯାଇଥାଏ   ।   ଭାରତରେ ପ୍ରତ୍ୟେକ ବର୍ଷ ପ୍ରାୟ ୩୬ ମିଲିୟନ  ଟନ ଲୌହ ଧାତବ ପିଣ୍ଡକୁ ଏହିପରି ଢୋଇବା ଦ୍ଵାରା  ପ୍ରାୟ  ୨୬ ମିଲିଅନ ଟନ ଉତ୍କୃଷ୍ଟ ଧାତବ ପିଣ୍ଡ ମିଳିଥାଏ ଏବଂ ଏହା ଲୁହା ଓ ଇସ୍ପାତ ତିଆରି କରିବା ପାଇଁ ବ୍ୟବହାର କରାଯାଏ   ।  ଏହି ବିଶୋଧିତ ଧାତବର ବଡ ବଡ ଏବଂ ଛୋଟ ଛୋଟ ଖଣ୍ଡଗୁଡିକ ଇସ୍ପାତ କାରଖାନାକୁ ପଠାଇ ଦିଆଯାଇଥାଏ  । କିନ୍ତୁ ଅତି ସୂକ୍ଷ୍ମ କଣିକାଗୁଡିକ (ଯେଉଁଗୁଡିକ କି ଆକାରରେ  ୦.୧୫ ମିମି ଠାରୁ ମଧ୍ୟ ଛୋଟ) ର ଆଜି ପର୍ଯ୍ୟନ୍ତ କୌଣସି ଉପଯୋଗ କରାଯାଇ ପାରିନାହିଁ   ।  ଏଗୁଡିକ ବର୍ଜ୍ୟବସ୍ତୁ ଭାବରେ ଖଣିର ଶେଷଭାଗରେ ଥିବା ପୋଖରୀ ଭଳି ନିମ୍ନସ୍ଥାନରେ ପକାଇ ଦିଆଯାଇଥାଏ   ।  ଏତେ ପରିମାଣରେ ସୂକ୍ଷ୍ମ କଣିକା ବାହାରିବାର କରଣ ହେଉଛି ଆମ ଦେଶରେ ଥିବା ଲୌହ ଧାତବ ପିଣ୍ଡ ଗୁଡିକ ନରମ ଏବଂ ସହଜରେ ଚୂର୍ଣ୍ଣୀଭତ ହୋଇଯାଉଥିବା ଯୋଗୁଁ ବିଶୋଧନ ସମୟରେ ଅଧିକ ପରିମାଣର କ୍ଷୁଦ୍ର କଣିକାମାନ ଉତ୍ପର୍ଣ୍ଣ ହୋଇଥାଏ  ।

ଦେଖାଯାଇଛି ଯେ ଭାରତରେ ପ୍ରତ୍ୟେକ ବର୍ଷ ପ୍ରାୟ ୧୦ ମିଲିୟନ ଟନ ଏହିପରି ସୂକ୍ଷ୍ମ ଲୌହ କଣିକା ସୃଷ୍ଟି ହେଉଛି , ଯେଉଁତିରେ ଶତକଡା  ୫୦ ରୁ ୬୦ ଭାଗ ଲୁହାର ପରିମାଣ ରହିଥାଏ  । ଏଥିରେ କିନ୍ତୁ ଅଧିକ ପରିମାଣ ବାଲି ଏବଂ ଆଲୁମିନା ଭାଗ ଥିବାରୁ ଏହା ସିଧାସଳଖ ଲୁହା ଏବଂ ଇସ୍ପାତ ତିଆରିରେ ବ୍ୟବହାର କରାଯାଇପାରୁନାହିଁ   । ବିଶେଷ କରି ଏପର୍ଯ୍ୟନ୍ତ ଏହାକୁ ବ୍ୟବହାର ଉପଯୋଗୀ ଏବଂ ଏହାର ବ୍ୟବହାର କୌଶଳ ଜଣାନ ଥିବାରୁ ଏଗୁଡିକ ଏ ପର୍ଯ୍ୟନ୍ତ ବର୍ଜ୍ୟବସ୍ତୁ ରୂପରେ ଫୋପାଡି ଦିଆଯାଉଛି   ।  ଏଗୁଡିକ ରଖିବା ପାଇଁ ବହୁତ ସ୍ଥାନ ଦରକାର ହେବା ସହ ଏହା ପରିବେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି   ।

ପ୍ରାକ କଳନା କରାଯାଇଛି ଯେ ଦେଶରେ ଲୁହାର ଉତ୍ପାଦନ ଅଧିକ ହେବାରୁ ଥିବାରୁ ଲୌହ ଧାତବ ପିଣ୍ଡର ଉତ୍ତୋଳନ ଏବଂ ତଦ୍ଵାରା ସୃଷ୍ଟି ହେଉଥିବା ସୂକ୍ଷ୍ମ ଲୌହ କଣିକାର  ପରିମାଣ ମଧ୍ୟ ଆହୁରି ଅଧିକ ହେବ  । ଭାରତରେ ଇସ୍ପାତ କାରଖାନା ସଂଖ୍ୟା ବଢିଚାଲିଛି ; ଯାହାପାଇଁ ଉତ୍କୃଷ୍ଟ ଧାତବ ପିଣ୍ଡ ଆବଶ୍ୟକ ହେଉଛି   ।  ଓଡିଶା , ଝାଡଖଣ୍ଡ , ଛତିଶଗଡ , କର୍ଣ୍ଣାଟକ , ମହାରାଷ୍ଟ୍ର ପରି ପ୍ରଦେଶଗୁଡିକରେ ଇସ୍ପାତ କାରଖାନା ତିଆରି ପାଇଁ ଯୋଜନା ହୋଇଛି   ।  ସେଥିପାଇଁ ସହାୟତା ଓ ଯୋଜନା ମଧ୍ୟ ହୋଇସାରିଛି   ।  କିଛି ବର୍ଷ ମଧ୍ୟରେ ଏଥିପାଇଁ ୩୦୦୦ ବିଲିଅନ ଟଙ୍କାର ଆଞ୍ଚଳିକ ସହାୟତା ମିଳିବାର କଳ୍ପନା କରାଯାଉଛି   ।  ଏହି ପରିପ୍ରେକ୍ଷୀରେ ଦେଶରେ ମଧ୍ୟ ନୂଆ କାରଖାନା ତିଆରି ପାଇଁ ଚୁକ୍ତିପତ୍ର ଧାର୍ଯ୍ୟ ହୋଇଛି   ।  ଭାରତର ପୂର୍ବାଞ୍ଚଳ ରାଜ୍ୟଗୁଡିକରେ ନୂତନ ଇସ୍ପାତ କାରଖାନା ସ୍ଥାପନ କରିବା ପାଇଁ କେତେକ ଆନ୍ତର୍ଜାତିକ ଇସ୍ପାତ ଉତ୍ପାଦନକାରୀ ସଂସ୍ଥା ଘୋଷଣା କରିସାରିଛନ୍ତି   ।  ଏହାଦ୍ଵାରା ଉତ୍କୃଷ୍ଟ କଞ୍ଚାମାଲର ଆବଶ୍ୟକତା ଆହୁରି ବଢିଯିବ   ।

ଆହୁରି ମଧ୍ୟ ଅନୁମାନ କରାଯାଉଛି ଯେ ଇସ୍ପାତ କାରଖାନାଗୁଡିକରେ ଉତ୍ପାଦନ ପ୍ରକ୍ରିୟାର ଆଧୁନିକାରଣ ଦ୍ଵାରା ଉତ୍ପାଦନର ପରିମାଣ ବଢିଯିବ   । ଭାରତ ସରକାର ଲକ୍ଷ ରଖିଛନ୍ତି ଯେ ୨୦୨୦ ମସିହା ସୁଦ୍ଧା ୨୦୦ ମେଗାଟନ ଇସ୍ପାତ ଉତ୍ପାଦନ ହେବ  ।  ଏହି ଲକ୍ଷ୍ୟ ହାସଲ କରିବାକୁ ଆସନ୍ତା ଦଶନ୍ଧିରେ ଲୌହ ପିଣ୍ଡର ଉତ୍ପାଦନ ୫୦୦ ମିଲିୟନ ଟନ ହେବାର କଳ୍ପନା କରାଯାଉଛି   ।ଗୋଟେ ପଟେ ଭାରତର ଲୌହ କାରଖାନାଗୁଡିକର ସଂଖ୍ୟା ବଢି ଚାଲିଥିଲା  ବେଳେ ଅନ୍ୟ ପକ୍ଷରେ ଭୂନିମ୍ନସ୍ଥ ଉଚ୍ଚମାନର ଲୌହ ଧାତବ ପିଣ୍ଡର ପରିମାଣ କ୍ରମଶଃ କମି କମି ଆସୁଛି   ।  ଯେତେ ଅଧିକ ଧାତବ ପିଣ୍ଡ ଉତ୍ପାଦନ କରାଯିବ, ସେତେ ଅଧିକ ଲୌହକନିକା ମଧ୍ୟ ସୃଷ୍ଟି ହେବ  ।  ଏହି ଲୌହକନିକାକୁ ଗଚ୍ଛିତ ରଖିବା ଏବଂ ବ୍ୟବହାର କରିବାରେ ଆଗାମୀ ଦିନରେ ଅନେକ ସମସ୍ୟା ସୃଷ୍ଟି ହେବ  । ତେଣୁ ଏହି ଲୌହକଣିକାର କିପରି ଉପଯୁକ୍ତ ଉପଯୋଗ କରାଯିବ , ବର୍ତ୍ତମାନ ତାହା ବୈଜ୍ଞାନିକମାନଙ୍କ ପାଇଁ ଏକ ଆହ୍ଵାନ ରୂପେ ଠିଆ ହୋଇଛି   ।

ଏହି ପରିସ୍ଥିତିରେ ବୈଜ୍ଞାନିକ ପଦ୍ଧତିରେ ଯାନ୍ତ୍ରିକ ପ୍ରକ୍ରିୟା ଦ୍ଵାରା ଆମକୁ ଏହି ବର୍ଜ୍ୟକ୍ଷୁଦ୍ରତମ ଲୌହ କଣିକାରୁ କିଛିତା ଲୁହା ଆହରଣ ନିମନ୍ତେ ଚେଷ୍ଟା କରିବାକୁ ପଡିବ, ଯାହା ଇସ୍ପାତ ତିଆରିରେ ବ୍ୟବହୃତ ହୋଇପାରିବ  ।  ଏହା କରିବା ଦ୍ଵାରା କେବଳ ଯେ ଅଧିକ ଇସ୍ପାତ ଆମେ ପାଇପାରିବା ତାହା ନୁହେଁ , ପ୍ରାକୃତିକ ଖଣିଜ ପଦାର୍ଥର ସଂରକ୍ଷଣ ମଧ୍ୟ ହୋଇପାରିବ ଏବଂ ପରିବେଶ ପ୍ରଦୂଷଣ ମଧ୍ୟ କମିଯିବ   । ତେଣୁ ନୂତନ କୌଶଳ ପ୍ରୟୋଗ କରି ଏହି କ୍ଷୁଦ୍ରତମ ଲୌହ କଣିକାକୁ ଉପଯୋଗ କରିବା ଏକାନ୍ତ ଆବଶ୍ୟକ  ।

ଭାରତର ବିଭିନ୍ନ ବିଶୋଧନାଗାରରୁ ଉତ୍ପନ୍ନ ହେଉଥିବା ଲୌହ କଣିକାର ପରିମାଣ , ସାରଣୀ (୧) ରେ ଦର୍ଶାଯାଇଛି   । ଏହି କ୍ଷୁଦ୍ର ଲୌହ କଣିକାରେ କି କି ପ୍ରକାରର ମାନ ରହିଛି , ତାହା ସାରଣୀ  (୨) ରେ ଦର୍ଶାଯାଇଛି . ।  ଏହା ଦେଖାଯାଉଛି ଯେ ପ୍ରତ୍ୟେକ ଖଣିରୁ ଉତ୍ପାଦିତ ଏହି କ୍ଷୁଦ୍ର କଣିକାର ମାନ ଅନ୍ୟଠାରୁ ପୃଥକ ଅଟେ   ।

ସାରଣୀ -୧

ଭାରତର ବିଭିନ୍ନ ବିଶୁଦ୍ଧିକରଣ କାରଖାନାରେ ଉତ୍ପାଦିତ ହେଉଥିବା ଲୌହକଣିକା

ବିଶୁଦ୍ଧିକାରଣ କାରଖାନା

ଉତ୍ପାଦନ- ବର୍ଷକୁ ମେ ଟନ ଆକାରରେ

ଲୁହା

ଦଇତାରି

୦.୩

୬୦.୦

ବଇଲାଡିଲା -୧୪

୧.୨

୬୨.୮

ବଇଲାଡିଲା -୫

୦.୫

୬୧.୨

ବରସୁଆଁ

୦.୬

୫୨.୫

କିରିବୁରୁ

୧.୬

୬୦.୪

ଡୋନିମଲାଇ

୧.୦

୫୭.୯

ମେଘହାଟୁବୁରୁ

୦.୬

୬୦.୦

ବୋଲାନି

୦.୪

୫୯.୮

ନୂଆମୁଣ୍ଡି

୦.୭୫

୫୮.୧

କୁଦ୍ରେମୁଖ

୧୫.୦

୨୬.୬

ସାରଣୀ- ୨

ଲୌହକଣିକାର ସଂପୂର୍ଣ୍ଣ ରାସାୟନିକ ସଂଗଠନ

ଉପାଦାନ

ଦଇତାରି

ବଇଲାଡିଲା -୧୪

ବରସୁଆଁ

କିରିବୁରୁ

ଡୋନିମଲାଇ

ମେଘହାଟୁବୁରୁ

ବୋଲାନି

ନୂଆମୁଣ୍ଡି

ଲୁହା

୫୯.୮

୬୧.୨

୫୨.୫

୬୦.୩

୫୭.୯

୫୭.୮

୫୯.୩

୨୬.୮

ସିଲିକା

୨.୩୦

୬.୮୪

୭.୮୨

୨.୯୬

୬.୪୨

୪.୦୦

୪.୧

୫୧.୨

ଆଲୁମିନା

୪.୫୨

୨.୮୨

୯.୮୮

୪.୯୬

୬.୨୮

୮.୩୦

୪.୮

୧.୮୨

ମାଙ୍ଗାନିଜ ଆକସାଇଡ

୦.୦୮

୦.୮

୦.୧

୦.୧୨

୦.୦୮

୦.୦୩

୦.୦୩

୦.୦୮

କ୍ୟାଲସିୟମ

୦.୦୯

୦.୧୧

୦.୧୧

୦.୧୪

୦.୧୨

୦.୦୮

୦.୦୯

୦.୧୧

ମାଗ୍ନେସିୟମ

୦.୦୬

୦.୦୫

୦.୦୭

୦.୦୭

୦.୦୫

୦.୦୪

୦.୦୬

୦.୦୬

ଲସ

୭.୦

୨.୩୪

୭.୪୦

୫.୧୦

୩.୯୦

୫.୨୦

୫.୨

୪.୦୫

 

ସାରଣୀରୁ ଅନୁମାନ କରାଯାଇପାରେ କି ଶତକଡା  ୫୦ ରୁ ୬୦ ଅଂସ ଥିବା ଲୌହକୁ ଆମେ ଫୋପାଡି ଦେଇଥାଉ   । ଅନ୍ୟ ଦେଶର ଇସ୍ପାତ କୌଶଳକୁ ଲକ୍ଷ୍ୟ କାଲେ ଆମେ ଜାଣିପାରିବା ଯେ ପୃଥିବୀର ପ୍ରାୟ ଅଧିକାଂଶ ଦେଶରେ  ୩୦-୪୦ ଭାଗ ଥିବା ଲୌହପିଣ୍ଡରୁ ଉସ୍ପାତ ତିଆରି ହୋଇଥାଏ  , ଯେହେତୁ ସେ ଦେଶର ଲୌହପଥରରେ ଲୁହା ଭାଗ କମ ,  ତେଣୁ ସେମାନେ ଆଧୁନିକ ବିଶୁଦ୍ଧିକାରଣ ପ୍ରକ୍ରିୟା ଦ୍ଵାରା ଇସ୍ପାତ ତିଆରି କରିବାକୁ ବାଧ୍ୟ ହୋଇଥାନ୍ତି , କିନ୍ତୁ ଏହା ଆମ ଦେଶରେ କରାଯାଇ ନଥାଏ   ।  ଏସବୁ କ୍ଷୁଦ୍ରତମ ସଦୁପଯୋଗ ଏକାନ୍ତ ଆବଶ୍ୟକ   ।  ଆମ ଦେଶରେ କ୍ଷୁଦ୍ରତମ ଲୌହ କଣିକାର ଉତ୍ପାଦନ ପ୍ରଣାଳୀ  ।

ଲୌହ କ୍ଷୁଦ୍ରକଣିକା ଖଣିଜ ବିଜ୍ଞାନ :- ଲୌହ କ୍ଷୁଦ୍ର କଣିକାମାନଙ୍କରୁ ଯାନ୍ତ୍ରିକ ପ୍ରକ୍ରିୟା ଦ୍ଵାରା ଲୌହ ଆହରଣ କରିବା ପୂର୍ବରୁ , ଏଥିରେ ମିଶି ରହିଥିବା ସହ ପଦାର୍ଥ ଏବଂ ସେଗୁଡିକର ପୃଥକୀକରଣ ପ୍ରକ୍ରିୟା ବିଷୟରେ ଜାଣିବା ନିହାତି ଆବଶ୍ୟକ    । ଲୌହପିଣ୍ଡ କ୍ଷୁଦ୍ରକଣିକାରେ ରହିଛି ଲୁହା,ବାଲି ଏବଂ ଆଲୁମିନା ସ୍ତର   ।

ଏକ୍ସରେ ଡିଫ୍ରାକସନ ଏବଂ ମାଈକ୍ରୋଗ୍ରାଫିକ ଅନୁସନ୍ଧାନ ପରେ ସେଥିରେ ଥିବା ବିଭିନ୍ନ ଆନୁଷଙ୍ଗିକ ପଦାର୍ଥଗୁଡିକୁ    ।  ସାରଣୀ -୩ ରେ ଦର୍ଶାଯାଇଛି   ।  ମୋଟାମୋଟି ଭାବରେ ସବୁଠାରୁ ହେମାତାଇତ ଓ ଗୋଇଥାଇଟ  ଅଧିକ ଥିବାରୁ ଜଣାଯାଇଛି ବାଲି ଏବଂ ଆଲୁମିନା ମଧ୍ୟ ରହିଛି   , କିନ୍ତୁ ଏହାର ପରିମାଣ ବିଭିନ୍ନ ଖଣିରୁ ଉତ୍ପାଦିତ “ କ୍ଷୁଦ୍ର କଣିକାରେ ଅଲଗା ଅଲଗା ପରିମାଣର ଥିବା ଲକ୍ଷ କରାଯାଇଛି   ।

ଏହାଛଡା ଉଭୟ ବାଲି ଏବଂ ଆଲୁମିନା, ଯାହାକି ଲୌହର ବିଶୁଦ୍ଧିକରଣ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ , ତାହା ମଧ୍ୟ ବିଭିନ୍ନ ମାଧ୍ୟମରେ ଲୌହ ସହିତ ସଂଶ୍ଳିଷ୍ଟ ହୋଇଥାଏ   । ଉଭୟ ବାଲି ଓ ଆଲୁମିନା ଏବଂ ଲୌହ ସମସ୍ତେ ପୃଥକ ପୃଥକ ଭାବରେ ରହିବା ଦରକାର   ।  କିନ୍ତୁ ଅନେକ ବୈଜ୍ଞାନିକ ପଦ୍ଧତିମାନଙ୍କରୁ ସୂଚନା ମିଳିଥାଏ   ।  ଯେ ଏହି ତିନୋଟି ବସ୍ତୁ ପ୍ରାୟ ଅଲଗା  ହୋଇନଥାନ୍ତି   ।  କେଉଁ କେଉଁ ଖଣିର ଲୌହ ଭାଗ ଶତକଡା ୫୦ ରୁ ୬୦ ଭାଗ ଅଲଗା ଥିଲା ,  ବେଳେ ଆଉ କେତେକ  ଖଣିରେ ସେମାନେ ପରସ୍ପର ବାନ୍ଧି ହୋଇ ରହିଥାଆନ୍ତି   ।

ଉଦାହରଣ ସ୍ୱରୂପ ବରସୁଆଁ ଖଣିରେ ମିଳୁଥିବା ଲୌହକଣିକା ୭୫-୨୧୦ ମାଈକ୍ରୋନସ ଆକାରରେ ଅଲଗା ଥିବା ବେଳେ ବଲାଣି ଖଣିରେ ଏହା ୧୫୦-୪୨୦ ମାଇକ୍ରୋନସ ଆକାରରେ ଅଲଗା ଥାଏ   ।  ଅନେକ ପରୀକ୍ଷା ନିରୀକ୍ଷା ପରେ ଜଣାଯାଇଛି ଯେ ଲୌହପିଣ୍ଡର ଲୌହ କଣିକାରୁ ଆଲୁମିନା ଜନିତ ଖଣିକୁ ଅଲଗା କରିବା କଷ୍ଟସାଧ୍ୟ   ।  ଆଉ ଏହି ଖଣିଜ ପ୍ରାୟ ସମସ୍ତ ଲୌହପିଣ୍ଡର କଣିକାରେ ରହିଛି   ।

ସାରଣୀ

ବରସୁଆଁ

ବୋଲାଣୀ

ନୂଆମୁଣ୍ଡି

ଦଇତାରି

କିରିବୁରୁ

ହେମାଟାଇଟ

ହେମାଟାଇଟ

ହେମାଟାଇଟ

ହେମାଟାଇଟ

ହେମାଟାଇଟ

ଗୋଇଥାଇଟ

ମାଟ୍ରାଇଟ

କ୍ଵାର୍ଜ

ମାଗ୍ନେଟାଇଟ

ମାଗ୍ନେଟାଇଟ

କ୍ଵାର୍ଜ

ଗୋଇଥାଇଟ

ଗୋଇଥାଇଟ

ଗୋଇଥାଇଟ

ଗୋଇଟାଇଟ

କାଉଲିନାଟ

କ୍ଵାର୍ଜ

ଗିବସାଇଟ

ଳିମୋନାଇଟ

ଳିମୋନାଇଟ

ଗିବସାଇଟ

ଗିବସାଇଟ

କାଓଲିନାଇଟ

ଗିବସାଇଟ

କ୍ଵାର୍ଜ

ମଣ୍ଟୋ- ମୋରିଲୋନାଇଟ

ମଣ୍ଟୋ- ମୋରିଲୋନାଇଟ

---

କାଓଲିନାଇଟ

----

 

ଲୌହ ପିଣ୍ଡ କ୍ଷୁଦ୍ର କଣିକାର ସଂଶ୍ଳେଷଣ ପ୍ରକ୍ରିୟା

ଏହି ଲୌହ କଣିକାରେ ମିଶି ରହିଥିବା ଖଣିଜମାନଙ୍କର ସାଧାରତଃ ଆପେକ୍ଷିକ ସାନ୍ଧ୍ରତା ଏବଂ ଚୁମ୍ଭକୀୟ ଧର୍ମର ଉଲ୍ଲେଖଯୋଗ୍ୟ   ।  ବୈସାଦୃଶ୍ୟ ରହିଛି   । ତେଣୁ ସାନ୍ଧ୍ରତା ଏବଂ ଚୁମ୍ଭକୀୟ ଅଲଗିକରଣ ପ୍ରକ୍ରିୟା ଦ୍ଵାରା ଏହି ଲୌହପିଣ୍ଡର ଲୌହଭାଗ ଉନ୍ନତ କରିହେବ   । ଏହାଦ୍ଵାରା ଲୌହଖଣିଜକୁ ମଧ୍ୟ ଅନ୍ୟାନ୍ୟ ଖଦ ଯଥା ଆଲୁମିନା ଓ ବାଲିଠାରୁ ମୁକ୍ତ କରାଯାଇପାରିବ   ।  ଉପଯୁକ୍ତ ରାସାୟନିକ ଦ୍ରବ୍ୟ ବ୍ୟବହାର କରି ଭାସମାନ ପ୍ରଣାଳୀଦ୍ଵାରା ମଧ୍ୟ ଏହା ସମ୍ଭବ ହୋଇପାରିବ   ।  ମୋଟାମୋଟି ଭାବରେ ଦେଖିବାକୁ ଗଲେ ଲୌହପିଣ୍ଡର ଭୌତିକ ଏବଂ ରାସାଯନିକ ଧର୍ମକୁ ବିଚାରକୁ ନେଇ ବିଭିନ୍ନ ପ୍ରକ୍ରିୟା ଦ୍ଵାରା ଏଥିରେ ଥିବା ଲୌହ କନିକାଗୁଡିକର ଉପଯୋଗ ପାଇଁ ପ୍ରୟାସ ହେଉଛି  ।  ସେମାନଙ୍କ ମଧ୍ୟରୁ କେତେଗୁଡିଏ ପ୍ରକ୍ରିୟା ନିମ୍ନରେ ଦର୍ଶାଯାଇଛି  ।

ଜଳଚକ୍ର ପ୍ରକ୍ରିୟା

ପରୀକ୍ଷାରୁ ଜଣାଯାଇଛି ଯେ ବିଭିନ୍ନ ଲୌହଖଣ୍ଡଗୁଡିକୁ ବିଭିନ୍ନ ଆକାରର ବିଭକ୍ତ କରାଗଲେ ଜଣାଜୀବ ଯେ ବାଲି ଏବଂ ଆଲୁମିନା ଅତି ନିମ୍ନ ଆକାରର ଭାଗରେ ରହିଥାଏ  ।  ତେଣୁ ଲୌହ କଣିକାକୁ ଖାଦ ଯଥା ବାଲି ଏବଂ ଆଲୁମିନାକୁ ବାହାର କରିବା ପାଇଁ ଜଳଚକ୍ର ପ୍ରକ୍ରିୟା ବ୍ୟବହାର କରାଯାଏ  ।  ଏହି ପ୍ରକ୍ରିୟାରେ ଜଳଚକ୍ରର ଉପରିଭାଗରେ ଥିବା ଖାଦଗୁଡିକ ବାହାରିଯାଇଥାଏ  ।  ଫଳରେ ଆମେ ଶୁଦ୍ଧ ଲୁହାଭାଗ ପାଇଥାଉ  ।  ଜଳଚକ୍ର ପ୍ରକ୍ରିୟା ବିଭିନ୍ନ ପ୍ରସଙ୍ଗ ଉପରେ ନିର୍ଭର କରିଥାଏ   ।  ଯାହା ତାହାର ବ୍ୟାସ, ଚାପ,ଏବଂ ଲୌହକନିକାର ଖଣିଜ ବିଜ୍ଞାନ   ।  ଉଦାହରଣ ସ୍ୱରୂପ ବୋଲାନି ଖଣିର ଲୌହକୁ ୫୮%ରୁ ୬୪-୬୫% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି  ଏବଂ ପୁନଃପ୍ରାପ୍ତି ପ୍ରାୟ ୫୦-୬୦ ଭାଗ ରହିଥାଏ   ।  ବିଭିନ୍ନ ପରୀକ୍ଷାରୁ ଜଣାଯାଇଛି ଯେ ଅଧିକ ହେମାଟାଇଟ ଥିବା ଲୌହକଣିକା ଏ ଜଳଚକ୍ର ପ୍ରକ୍ରିୟା ଦ୍ଵାରା ଅଧିକ ମାତ୍ରାରେ ଲୌହ ଭାଗ ଉଦ୍ଧାର କରାଯାଇଥିବା  । କିନ୍ତୁ ଳିମୋନାଇଟ ଓ ଗୋଇଥାଇଟରେ ଥିବା ଲୌହକଣିକାରେ କମ ଲୌହଭାଗ ଉଦ୍ଧାର କରାଯାଏ   ।

ଚୁମ୍ଭକୀୟ ଅଲଗୀକରଣ  : ଭାରତର ବିଭିନ୍ନ ଲୌହଖଣି ବିଶୋଧନଗାର ଗୁଡିକରେ ସୃଷ୍ଟି ହୋଇଥିବା କ୍ଷୁଦ୍ରକଣିକାର ଶୁଦ୍ଧିକରଣ ଚୁମ୍ବକୀୟ ଅଲଗୀକରଣ ପ୍ରକ୍ରିୟା ଦ୍ଵାରା ମଧ୍ୟ ସମ୍ଭବ ହୋଇପାରୁଛି   ।  ଅନେକ କ୍ଷେତ୍ରରେ ଦେଖାଯାଇଛି ଯେ ଯେଉଁ ଖଣିର ଲୌହକଣିକାରେ ହେମାଟାଇଟ ଓ ବାଲିଭାଗ ଅଧିକ ଥାଏ ଏବଂ ଆଲୁମିନା ଭାଗ କମ ଥାଏ   ।  ସେହି କ୍ଷେତ୍ରରେ ଚୁମ୍ଭକୀୟ ପ୍ରକ୍ରିୟା ବ୍ୟବହାର କରାଯାଇଥାଏ   । କିନ୍ତୁ ଯେଉଁ ଲୌହକଣିକାରେ ଗୋଇଥାଇଟ ଓ କାଦୁଅ ପରିମାଣ ଅଧିକ ଥାଏ, ସେହି କ୍ଷେତ୍ରରେ ଚୁମ୍ଭକୀୟ ଅଲଗୀକରଣ ପ୍ରକ୍ରିୟା ଭଲ କାମ ଦେଇ ନଥାଏ   ।  ଲୌହ ପିଣ୍ଡରେ ରହିଥିବା ବିଭିନ୍ନ ଖଣିଜ ପଦାର୍ଥର ଚୁମ୍ଭକୀୟ ପ୍ରଭୃତି ସାରଣୀ -୪ ରେ ଦର୍ଶାଯାଇଛି   ।

ସାରଣୀ -୪

ଭାରତର ବିଭିନ୍ନ ଖଣିଜପଦାର୍ଥ ଲୌହକଣିକାର ଚୁମ୍ବକୀୟ ପ୍ରବୃତି

ବିଭିନ୍ନ ଖଣିଜ ପଦାର୍ଥ

ଚୁମ୍ବକୀୟ ପ୍ରବୃତି

ହେମାଟାଇଟ

୫୦୦୦-୧୦୦୦୦

ଗୋରଥାଇଟ

୧୦୦୦୦-୧୨୦୦୦

ଲିମୋନାଇଟ

୪୦୦୦

ମ୍ୟାଗ୍ନେଟାଇଟ

୧୦୦୦-୨୦୦୦

କୋରୁମେଣ୍ଡ

ବିକର୍ଷଣ

ଗିବ ସାଇଟ

ବିକର୍ଷଣ

ଡାଇଆସ୍ପୋର

ବିକର୍ଷଣ

କାଓନିଲାଇଟ

ବିକର୍ଷଣ

ଇଲାଇଟ

ବିକର୍ଷଣ

ମଣ୍ଟମୋରିଲୋନାଇଟ

ବିକର୍ଷଣ

କ୍ଵାର୍ଜ

ବିକର୍ଷଣ

ଯେହେତୁ ଚୁମ୍ବକୀୟ ପ୍ରବୃତ୍ତି ଅନ୍ୟ ଖଣିଜପଦାର୍ଥଠାରୁ ଲୌହର ଭିନ୍ନ ଥାଏ  ,  ତେଣୁ ଚୁମ୍ବକୀୟ ଅଲଗୀକରଣ ଦ୍ଵାରା ଆମେ ଚୁଲ ଲୌହର ପୁନଃପ୍ରାପ୍ତି ପାଇଥାଉ   ।  ଏହି ପ୍ରକ୍ରିୟା ଛତିଶଗଡ ଏବଂ ଗୋଆରୁ ନିର୍ଗତ ହେଉଥିବା ଲୌହ କଣିକାରୁ ଲୌହ ଭାଗକୁ ବୃଦ୍ଧି କରିବାରେ ସଫଳତାର ସହ କାର୍ଯ୍ୟ କରୁଛି   ।  ପରୀକ୍ଷାରୁ ଜଣାଯାଇଛି ଯେ ବରସୁଆଁ ଖଣିର ନିମ୍ନମାନର ଲୌହ କଣିକାକୁ ଚୁମ୍ବକୀୟ ଅଲଗିକରଣ ପ୍ରକ୍ରିୟାରେ ବିଶୋଧନ କରଯାଇ ଭଲ ଫଳ ମିଳି ପାରିଛି  । ଏ ହାର ଲୌହପ୍ରାପ୍ତି ଶତକଡା  ୫୨ ରୁ ୬୩ କୁ ବୃଦ୍ଧି କରାଯାଇପାରିଛି   । ଏହାର ରାସାୟନିକ ସଂଗଠନ, ସାରଣୀ -୫ ରେ ଦର୍ଶାଯାଇଛି  । ସେହିପରି ଏହା ମଧ୍ୟ ଦେଖାଯାଇଛି କି ନୂଆମୁଣ୍ଡି ଖଣିର ଲୌହକଣିକାକୁ ଚୁମ୍ବକୀୟ ଅଲଗୀକରଣ ଦ୍ଵାରା ଶତକଡା ୫୪ ଭାଗରୁ ଶତକଡା ୬୩ ଭାଗ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିଛି   ।

ସାରଣୀ -୫

ବରସୁଆଁ କ୍ଷୁଦ୍ର ଲୌହକଣିକାର ଚୁମ୍ବକୀୟ ଅଲଗିକରଣ ଫଳାଫଳ

ଉତ୍ପାଦ

ଲୌହଭାଗ

ସିଲିକା%

ଆଲୁମିନା %

କ୍ଷୟ ଭାଗ%

ଚୁମ୍ବକୀୟ

୬୨.୭

୧.୪୪

୪.୫୨

୪.୯୬

ମଧ୍ୟମ

୫୩.୦

୩.୪୫

୧୦.୩୦

୯.୧

ପ୍ରତିଚୁମ୍ବକୀୟ

୪୭.୨

୪.୪୯

୧୫.୯୭

୧୦.୬୭

ମୂଳ ପଦାର୍ଥ

୫୫.୨

୨.୭୧

୯.୧୮

୭.୩୭

ଚୁମ୍ବକୀୟ ଧାରଣ ପ୍ରଣାଳୀ :-ଏହା ଏକ ନୂଆ ପ୍ରଣାଳୀ  । ଭୁବନେଶ୍ଵରରେ ଥିବା ଖଣିଜ ଓ ବସ୍ତୁ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନାଗାରରେ ଅନୁସନ୍ଧାନ କରି ଦେଖାଯାଇଛି ଯେ ଶୁଦ୍ଧ ଲୌହକଣିକା ଯଥା- ମ୍ୟାଗ୍ନେଟାଇଟ  କିମ୍ବା ରାସାୟନିକ ପଦ୍ଧତି ଦ୍ଵାରା ପ୍ରସ୍ତୁତ ମ୍ୟାଗ୍ନେଟାଇଟ ମିଶାଇଲେ ଚୁମ୍ଭକୀୟ ପ୍ରବୃତ୍ତିର ଗୁଣ ବୃଦ୍ଧି ଘଟିଥାଏ   ।  ଦେଖାଯାଇଛି ଯେ ଏହି ସୂକ୍ଷ୍ମ ମ୍ୟାଗ୍ନେଟାଇଟ ପକାଇବା ଦ୍ଵାରା ଏହା ନିର୍ଦ୍ଧିଷ୍ଟ ବସ୍ତୁ ଉପରେ ପ୍ରଥମେ ଏକ ଆସ୍ତରଣ ସୃଷ୍ଟି କରିଥାଏ   ।  ତାହା ପରେ   , ଏହାକୁ ଚୁମ୍ବକୀୟ  ପ୍ରକ୍ରିୟା ଦ୍ଵାରା ଖାଦ ଅଂଶଠାରୁ ଅଲଗିକରଣ କରାଯାଏ   ।  ସୂକ୍ଷ୍ମ ଲୌହ କଣିକାରେ ପରୀକ୍ଷା କରି ଦେଖାଯାଏ ଯେ ଏହା କେବଳ ଲୌହଭାଗ ଉପରେ ହିଁ ଆସ୍ତରଣ ସୃଷ୍ଟି କରିଥାଏ ଏବଂ ଏହାର ଚୁମ୍ବକୀୟ ପ୍ରଭୁତି ବୃଦ୍ଧି କରିଥାଏ   ।   ଏହା ମଧ୍ୟ ଦେଖାଯାଇଛି ଯେ ହେମାଟାଇଟ ଖଣିଜ , ଯାହା ସାଧାରଣତଃ ୧୨୦୦୦-୧୪୦୦୦ ଚୁମ୍ବକୀୟ ଶକ୍ତିରେ ଅଲଗୀକରଣ ହୋଇଥାଏ , ଏହି ପ୍ରକ୍ରିୟା ଦ୍ଵାରା ମାତ୍ର ୮୦୦୦ ଚୁମ୍ବକୀୟ ଶକ୍ତି ଦ୍ଵାରା   ।

ଅଲଗା କରାଯାଇପାରିବ  ।  ଏହି ପ୍ରଣାଳୀକୁ ବିଭିନ୍ନ ସୂକ୍ଷ୍ମ ଲୌହ କଣିକାରେ ପ୍ରୟୋଗ କରି ୫୦ ରୁ ୫୫ ଭାଗ ଥିବା ଲୌହର ମାନକୁ ଅତି ସହଜରେ  ୬୪-୬୫ ଭାଗ ମାନବୃଦ୍ଧି କରାଯାଇପାରିଛି  ।

ଭାସମାନ ପ୍ରଣାଳୀ :- ଭାସମାନ ପ୍ରଣାଳୀରେ ଲୌହକଣିକା ସହିତ ବିଭିନ୍ନ ଯୁକ୍ତାତ୍ମକ କିମ୍ବା ବିଯୁକ୍ତାତ୍ମକ  ବିଶିଷ୍ଟ ରାସାୟନିକ ପଦାର୍ଥ ବ୍ୟବହାର କରାଯାଇ ଲୌହ ଅଂଶକୁ ବାଲି ଏବଂ ଆଲୁମିନା ଠାରୁ ଅଲଗା କରାଯାଇଥାଏ   ।  ଭାସମାନ ପଦ୍ଧତିରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ   , ଯାହାକି ଲୁହା କିମ୍ବା ବାଲି ଓ ଆଲୁମିନାକୁ ବାନ୍ଧି ରଖିବାରେ ସାହାଯ୍ୟ କରିଥାଏ   ।  ପରୀକ୍ଷା ନିରୀକ୍ଷା କରି ଦେଖାଯାଇଛି ଯେ ଶର୍କରା ଅଂଶ ଥିବା ପଦାର୍ଥଗୁଡିକ ଲୌହଅଂଶକୁ ଦବାଇବାରେ ଏବଂ ଆମିନ ପରି ଏକ ରାସାୟନିକ ପଦାର୍ଥ ବାଲିକୁ ବାନ୍ଧି ରଖିବା ପାଇଁ ବ୍ୟବହାର କରାଯାଇଥାଏ   । ଏହା ଛଡା ଭାସମାନ ପଦ୍ଧତିରେ ଓଲିକ ଏସିଡ , ସଅଳଫୋନେଟ ଏବଂ ସଅଳଫେଥ ପରି କେତେକ ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଇଥାଏ  । ବ୍ରାଜିଲ , ଚୀନ ଏବଂ ପୃଥିବୀର ଅନେକ ଦେଶରେ ଥିବା ଖଣିର ଲୌହଖଣ୍ଡରେ ବାଲି ଅଂଶକୁ ଆମିନ ବ୍ୟବହାର କରି ଭାସମାନ ପ୍ରଣାଳୀରେ ଅଲଗା କରି ଲୁହାର ମାନବୃଦ୍ଧି କରାଯାଇପାରିଛି   । ପୃଥିବୀର ଅଧିକାଂଶ ଦେଶରେ ଆମିନ ବ୍ୟବହାର କରି ଲୁହାର ମାନ ବୃଦ୍ଧି ହେଉଥିଲେ ମଧ୍ୟ ଭାରତୀୟ ଲୌହଖଣ୍ଡ ଆଲୁମିନାଯୁକ୍ତ  ।  ସୂକ୍ଷ୍ମ ଲୌହକଣିକାରେ ହେମାଟାଇଟ ଭାଗଠାରୁ ଗୋଇଥାଇଟ , ଲିମୋନାଇଟ ଏବଂ କାଦୁଅର ଭାଗ ଅଧିକ ଥାଏ  ।  ପରୀକ୍ଷା କରି ଜଣାଯାଇଛି ଯେ ଓଲିକ ଏଡିସ ବ୍ୟବହାର କରି ସୂକ୍ଷ୍ମ ଲୌହ କଣିକାର ମାନବୃଦ୍ଧି କରାଯାଇପାରିଛି  ।  ଏହା ଦେଖାଯାଇଛି ଯେ ଭାସମାନ ପଦ୍ଧତି ପ୍ରୟୋଗ କରି ଶତକଡା ୫୭ ଭାଗ ଲୌହରୁ ଶତକଡା  ୬୫ ଭାଗ ଲୌହପ୍ରାପ୍ତ କରିଦେଉଛି   । ଭାସମାନ ପଦ୍ଧତି ଅପେକ୍ଷା ସ୍ତମ୍ଭ ଭାସମାନ ପଦ୍ଧତି ଅତି ଉଚ୍ଚକୋଟିର  ।  ଏହାର କାରଣ ହେଲା , ଏହା ସାଧାରଣ ଭାସମାନ ପଦ୍ଧତି ଅପେକ୍ଷା କ୍ଷୁଦ୍ର ଫୋଟକା ସୃଷ୍ଟି କରିଥାଏ   ।  ଏହାରେ ଅଲଗା ଧୋଇବା ପ୍ରକ୍ରିୟା ସୃଷ୍ଟିକରି ଲୌହ କଣିକାର ମାନ ବୃଦ୍ଧି କରାଯାଇପାରିଛି   ।  ଏହି ପ୍ରଣାଳୀଟି ମଧ୍ୟ ଖଣିଜ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନରେ ଉଦ୍ଭାବନ କରାଯାଇଛି  ।  ବର୍ତ୍ତମାନ ଏହି ଶୁଦ୍ଧିକରଣ ପ୍ରକ୍ରିୟା ଜିନ୍ଦଲ , ଟାଟା ଓ ଜେ.ଏସ.ପି.ଏଲ ଖଣିରୁ ନିର୍ଗତ ହେଉଥିବା ସୂକ୍ଷ୍ମ କଣିକାରେ ବ୍ୟବହାର ହେବାକୁ ଯାଉଛି   ।

ସମସ୍ୟା ଏବଂ ତାହାର ସମାଧାନ  :- ସୂକ୍ଷ୍ମ ଲୌହକନିକାର ଉତ୍ପନ୍ନ ଯୋଗୁଁ ସାଧାରଣ ଜୀବନରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ   ।  ଖଣି ରୁ ଉତ୍ପାଦନ କରିବା ସମୟରେ ଏହି ସୂକ୍ଷ୍ମ କନିକାଗୁଡିକ ବାୟୁମଣ୍ଡଳରେ ମିଶି ବାୟୁକୁ ପ୍ରଦୂଷିତ କରିଥାଆନ୍ତି   ।  ତେଣୁ ଏହି ସ୍ଥାନରେ ରହିଥିବା ଲୋକମାନେ ଶ୍ଵାସଜନିତ ହୃଦଘାଟ ପ୍ରଭୁତି ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି   ।  ଏହି ସୂକ୍ଷ୍ମ ଲୌହ କଣିକାଗୁଡିକୁ ବର୍ଷ ଜଳ ସହ ମିଶି ଆଖପାଖ ନାଳ,ନଦୀ ଏବଂ ପୁଷ୍କରିଣୀରେ ପଡି ସେହି ଜଳକୁ ଦୂଷିତ କରିଥାଆନ୍ତି   ।  କଣିକାଗୁଡିକ ସ୍ଵତନ୍ତ୍ର ଭାବରେ ତିଆରି ହୋଇଥିବା ଏକ ପୋଖରୀ କିମ୍ବା ଖାଲ ଜାଗାରେ ପକାଇ ଦିଆଗଲେ ଆସ୍ତେ ଆସ୍ତେ ଏହି ଜଳଯୁକ୍ତ କ୍ଷୁଦ୍ର କଣିକାଗୁଡିକର ଜଳୀୟଅଂଶ ତଳକୁ ଯାଇ ଭୂତଳ ଜଳକୁ ଅଶୁଦ୍ଧ କରିଥାଏ   । ଯାହାଫଳରେ ନିକଟବର୍ତ୍ତୀ ଅଞ୍ଚଳର ପରିବେଶ ଗଛପତ୍ର, ଏବଂ ପଶୁପକ୍ଷୀଙ୍କ ଉପରେ ଅନେକ ପ୍ରଭାବ ପକାଇଥାଏ   ।  ଏହା ଦେଖାଯାଇଛି ଯେ ଲୌହପିଣ୍ଡକୁ ବିଶୋଧନ କଳା ବେଳେ ସେଥିରୁ ସୃଷ୍ଟି ହୋଇଥିବା କ୍ଷୁଦ୍ର କଣିକାକୁ ପୋଖରୀ ଆକାରର ଜାଗା ଏ ରଖିବା ଏକ ବଡ ସମସ୍ୟା ହୋଇ ଠିଆହୋଇଛି   ।  ବାନ୍ଧି ରଖିବା ପାଇଁ ଏକ ନୂତନ ପୋଖରୀ ତିଆରି କରିବା ଅତ୍ୟନ୍ତ ଖର୍ଚ୍ଚସାପେକ୍ଷ   ।  ଦିନକୁ ଦିନ ଏହି କ୍ଷୁଦ୍ର କଣିକାର ପରିମାଣ ବୃଦ୍ଧି ଘଟିବା ହେତୁ ସଂରକ୍ଷଣ କରବା ନିମନ୍ତେ ସ୍ଥାନର ଅଭାବ ପରିଲିଖିତ ହେଉଅଛି   ।

ଏସବୁ ସମସ୍ୟାର ଗୋଟିଏ ସମାଧାନ ହୋଇପାରିବ , ଯଦି ବୈଜ୍ଞାନିକ ଉପାୟରେ ଏହି ଲୌହକିଣିବାକୁ ଆମେ ଉପଯୁକ୍ତ ଭାବରେ ବ୍ୟବହାର କରିପାରିବା   । ଲୌହ ଓ ଇସ୍ପାତ ବ୍ୟବହାରରେ ଯଦି ଶତକଡା ୫୦ ରୁ ୬୦ ଭାଗ ବ୍ୟବହାର କରିପାରନ୍ତେ,ତେବେ ଆମ ଇସ୍ପାତ କାରଖାନାଗୁଡିକରେ ଆଗକୁ ଥିବା କଞ୍ଚାମାଲର ଅଭାବ କିଛିଟା ଅନ୍ତଃ ପୂରଣ ହୋଇଯାଇଥାନ୍ତା   ।  ଆଗକୁ ଆମକୁ ଉନ୍ନତ ଧାରଣର ବୈଜ୍ଞାନିକ ପ୍ରଣାଳୀ ବ୍ୟବହାର କରିବାକୁ ପଡିବ   ।  ଯାହାଦ୍ଵାରା ଅଳ୍ପ ଖର୍ଚ୍ଚରେ ଏହି ଲୌହକଣିକାର ସଦୁପଯୋଗ ହୋଇପାରିବ   ।  ଏହା ଏକ ଜରୁରୀ ପଦକ୍ଷେପ   । ଇସ୍ପାତ ତିଆରିରେ ବ୍ୟବହାର ଛଡା ଆମେ ଏହି ଲୌହ କଣିକାକୁ ଅନ୍ୟ ବର୍ଜ୍ୟବସ୍ତୁ ସହ ମିଶାଇ ଇଟା ତିଆରି କରି ଘର କାମରେ ବ୍ୟବହାର କରିପାରିବା   । ଆଧୁନିକ ପ୍ରଣାଳୀରେ ଦେଖାଯାଇଛି   । ଯେ ଏହାର କିଛି ଅଂଶ ସିମେଣ୍ଟ ତିଆରିରେ ମଧ୍ୟ ବ୍ୟବହାର କରାଯାଇପାରିବ   ।  ଏହି ସୂକ୍ଷ୍ମ କଣିକାର ବାନ୍ଧି ରଖିବାର କ୍ଷମତା ରହିଛି   । ତେଣୁ ଏହାର ମଧ୍ୟ ସଦୁପଯୋଗ ହେବ ନିତ୍ୟନ୍ତ ଆବଶ୍ୟକ  । ବୈଜ୍ଞାନିକମାନେ ନିଜର ସାଧନା ବଳରେ ଅନେକ ଅସାଧ୍ୟ କାର୍ଯ୍ୟର ସମାଧାନ କରିପାରିଛନ୍ତି   ।   ତେଣୁ ଏହି ଲୌହ କଣିକାକୁ ବ୍ୟବହାର ଉପଯୋଗୀ କରି ପରିବେଶକୁ ଏହାର ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଅଭିନବ ବୈଜ୍ଞାନିକ ପ୍ରଣାଳୀ ଯେ ନିଶ୍ଶଚିୟ ଆଗକୂଅ ଆସିବା ଏଥିରେ ସନ୍ଧେହ ନାହିନ  ।  ଆଜି ଏହି ଏକ ବର୍ଜ୍ୟବସ୍ତୁ ;କିନ୍ତୁ କାଲୀ ଏହା ଏକ ସମ୍ପତ୍ତି ରୂପେ ପରିଗଣିତ ହେବ   ।  ଏହାଦ୍ଵାରା ଏକ ଜାତୀୟ ସମ୍ପତ୍ତିର ସୁରକ୍ଷା ହୋଇପାରିବ, ଏଥିରେ କୌଣସି ସନ୍ଧେହ ନାହିଁ   ।

ଉପସଂହାର : ବିଭିନ୍ନ ପରୀକ୍ଷା ନିରୀକ୍ଷାରୁ ଜଣାଯାଇଛି ଯେ ବିଭିନ୍ନ ଖଣିରୁ ବାହାରୁଥିବା ଲୌହ କଣିକାମାନ ଅତ୍ୟନ୍ତ ସୂକ୍ଷ୍ମ, କିନ୍ତୁ ଏହାରେପ୍ରାୟ s ଶତକଡା  ୫୦-୬୦ ଭାଗ ଲୌହ ଅଂଶ ରହିଥାଏ  । ଗବେଷଣାରୁ ଜଣାଯାଇଛି ଯେ ଏହା ସାଧାରଣତଃ ଜଳଚକ୍ର ପ୍ରକ୍ରିୟା , ଭାସମାନ ପ୍ରକ୍ରିୟା , ଚୁମ୍ଭକୀୟ ଅଲଗିକାରଣ ଏବଂ ସ୍ତମ୍ଭ ଭାସମାନ ପ୍ରକ୍ରିୟା ଦ୍ଵାରା ଲାଭବାନ ଉପାୟରେ ସେଥିରୁ ଅତି ଉଚ୍ଚମାନର ଲୌହ ସଂଗ୍ରହ କରାଯାଇପାରିବ   ।  ଏହାଦ୍ଵାରା ଲୌହ ଭାଗର ପରିମାଣ ମୋଟାମୋଟି  ୬୧-୬୫% ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ  ଏବଂ ଏହା ଆଗକୁ ଗଢି ଉଠୁଥିବା ଇସ୍ପାତ ଶିଳ୍ପରେ ଯେ ଏକ କଞ୍ଚାମାଳ ରୂପେ ବ୍ୟବହାର କରାଯାଇପାରିବ  , ଏଥିରେ କୌଣସି ଦ୍ଵିରୁକ୍ତି ନାହିଁ  ।  ପରିବେଶର ସୁରକ୍ଷାକୁ ଦ୍ରୁଷ୍ଟିରେ ରଖି ଏହି ଲୌହ କଣିକାକୁ କେଉଁଭଳି ଭାବରେ ଉଚ୍ଚ ମାନବିଶିଷ୍ଟ ଲୌହଭାଗ ଉଧାର କରାଯିବ ଏବଂ ଏଥିରୁ ନିର୍ଗତ ହେଉଥିବା ଖାଦ ଅଂଶ କେଉଁ ଭଳି ଭାବରେ ଆମର ହିତ ପାଇଁ ବ୍ୟବହାର କରାଯାଇପାରିବ , ସେଥିପାଇଁ ଯତ୍ନବାନ ହେବା ନିହାତି ଆବଶ୍ୟକ   ।

ସଂଗୃହୀତ – ଡକ୍ଟର ବିଶେଶ୍ଵର ଦାଶମୁଖ୍ୟ ବୈଜ୍ଞାନିକ , ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ

3.28571428571
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top