ହୋମ / ଶକ୍ତି / ଶକ୍ତି ସାମର୍ଥ / ଗ୍ରୀନ ବିଲ୍ଡିଂ
ସେଆର କରନ୍ତୁ

ଗ୍ରୀନ ବିଲ୍ଡିଂ

ଗ୍ରୀନ ବିଲ୍ଡିଂ ଗ୍ରୀନ ବିଲ଼୍ଡିଂର ଲାଭ ଗ୍ରୀନ ବିଲ୍ଡିଂର ମୁଲ୍ୟlଙ୍କନ ପ୍ରକ୍ରିୟl ଗ୍ରୀନ ବିଲ୍ଡିଂର ଉଦାହରଣ ଇନଫୋସିସ, ପୋଚରମ, ରେଡିଏଣ୍ଚ କୁଲିଂ ଡିଜାଇନ

 

ଗ୍ରୀନ ବିଲ୍ଜିଂ କଣ ?

ଏକ ଗ୍ରିନ ବିଲ୍ଡିଂ ଏହାର ନିର୍ମାଣ ବ୍ୟବହାରରେ କମ  ପ୍ରାକୃତିକ ସମ୍ବଳ ଖର୍ଚ ହୁଏ.
ଗ୍ରିନ ବିଲ୍ଡିଂ ଡିଡାଇନର ମୁଖ୍ୟ ଲକ୍ଷ୍ୟ ହେଲା
1 ବ୍ୟବହାର ସମୟରେ ଅଣନବୀକରଣ ଯୋଗ୍ୟ ସମ୍ବଳ ଗୁଡିକର ଚାହିଦାକୁ କମ କରିବା ଓ ଉକ୍ତ ସମ୍ବଳର ସାମର୍ଥକୁ ବୃଦ୍ଧି କରିବା
2. ଉପଲବ୍ଧ ସମ୍ବଳ ଗୁଡିକର ସର୍ବାଧିକ ପୁନଃ ବ୍ୟବହାର ଓ ରିସାଇକ୍ଲିଂ
3. ନବୀକରଣ ଯୋଗ୍ୟ ସମ୍ବଳର ବ୍ୟବହାର 

ଏହା ଯୋଗ୍ୟ ନିର୍ମାଣ ସାମଗ୍ରୀ ଓ ନିର୍ମାଣ ପ୍ରକ୍ରିଯାକୁ ବଢାଏ, ଅନ ସାଇଟ ସମ୍ବଳର ବ୍ୟବହାର କିପରି ଅଧିକରୁ ଅଧିକ ହେବ ତାହା ମଧ୍ୟ ସୁନିଶ୍ଚିତ କରେ .ଏବଂ  ଜୈବ ଜଳବାଯୁ ଆର୍କିଟେକଚରାଲ ପ୍ରାକ୍ଟି,ସେସ ଅନୁସାରେ କାମ କରାଏ, ଚଳାଇବା ପାଇଁ କମ ଶକ୍ତି ଖର୍ଚ କରେ ,  ଆଲୋକୀକରଣ, ଶୀତତାପ ନିୟନ୍ତ୍ରିତ କରିବା ଓ ଅନ୍ୟ ଆବଶ୍ୟକତା ପାଇଁ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସର ଅଧିକରୁ ଅଧିକ ବ୍ୟବହାର, ଯୋଗ୍ୟ ବର୍ଜ ବସ୍ତୁ  ଓ ଜଳ ପରିଚାଳନା ପ୍ରାକ୍ଟିସେସ ଆପଣାଇବା ,ସୁବିଧାଜନକ ଓ ହାଇଜେନିକ ଅନ୍ତଦ୍ବାର କାମ କରିବାର ସ୍ଥିତି

ଗ୍ରୀନ ବିଲ୍ଡିଂର ନିର୍ମାଣର ବିଲ୍ଡିଂ ଡିଜାଇନ ବେଳେ ନିମ୍ନଲିଖିତ ବିଷୟରେ ସମନ୍ବିତ ଭାବେ ଦେଖା ଯାଏ
1.    ସାଇଟ ପ୍ଲାନିଂ
2.    ଏନଭଲପ ଡିଜାଇନର ନିର୍ମାଣ
3.    ସିଷ୍ଟମ ଡିଜାଇନ ଏଚଭିଏସି( ହିଟିଂ ଭେଣ୍ଟିଲେସନ ଏଣ୍ଡ ଏୟlର କଣ୍ଡିସନିଂ), ଲାଇଟିଂ, ଇଲେକ୍ଟ୍ରିକାଲ ଏବଂ ବାଟର ହିଟିଂ କରିବା
4.    ଅନ ସାଇଟରେ ଶକ୍ତି ଉତ୍ପାଦନ ପାଇଁ  ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ର ସଂଯ଼ୋଗୀକରଣ
5.    ଜଳ ଓ ବର୍ଜ୍ଯ ବସ୍ତୁ ପରିଚାଳନା
6.    ପାରିସ୍ଥାତିକୀ ଦୃଷ୍ଟିରୁ ଦୀର୍ଘସ୍ଥାୟୀ ସାମଗ୍ରୀ ଚିହ୍ନଟ ( ଅଧିକ ରିସାଇକ୍ଲ କଣ୍ଟେଣ୍ଟ ଥିବା, ଶୀଘ୍ର ନବୀକରଣ କରାଯ଼ାଇ ପାରୁଥିବା ଓ କମ ଉତ୍ସର୍ଜନ ସାମର୍ଥ ବିଶିଷ୍ଟ  ସମ୍ବଳ )
7.    ଆନ୍ତଦ୍ବାର ପରିବେଶ ଗୁଣବତ୍ତା ( ଅନ୍ତଦ୍ବାର ଥର୍ମାଲ ଓ ଭିଜୁଆଲା କମ୍ଫର୍ଟ ଏବଂ ବାୟୁ ଗୁଣବତ୍ତା)

ଗ୍ରୀନ ବିଲ଼୍ଡିଂର ଲାଭ

ଗ୍ରୀନ ବିଲ୍ଡିଂ ଓ ଗ୍ରୀନ ବିକାଶର ଅନେକ ଲାଭ ରହିଛି . ସେଗୁଡିକ ମଧ୍ୟରୁ କିଛି ନିମ୍ନରେ ପ୍ରଦାନ କରାଗଲା

ପରିବେଶ ଜନିତ ଲାଭ

ଜୈବ ବିବିଧତା ଓ ପାରିସ୍ଥିତିକିର ସଂରକ୍ଷଣ ଓ ପ୍ରୋତ୍ସାହନ
ବାଯୁ ଓ ଜଳ ଗୁଣବତ୍ତାରେ ସୁଧାର
ବର୍ଜ୍ଯ ଝରଣାରେ ହ୍ରାସ
ପ୍ରାକୃତିକ ସମ୍ପଦର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ

ଆର୍ଥିକ ଲାଭ

ଅପରେଟିଂ ମୁଲ୍ୟ କମିବା
ରହୁଥିବା ଲୋକର ଉତ୍ପାଦକତାରେ ବୃଦ୍ଧି
ପରିସମ୍ପତ୍ତି ମୁଲ୍ୟ ଓ ଲାଭରେ ବୃଦ୍ଧି
ଜୀବନ ଚକ୍ର ଆର୍ଥିକ ପ୍ରଦର୍ଶନକୁ ସର୍ବାଧିକ କରିବା

ସାମାଜିକ ଲାଭ

ରହୁଥିବା ଲୋକର ସ୍ବାସ୍ଥ୍ୟ ଓ ଆରାମରେ ବୃଦ୍ଧି
ଘର ଭିତରର ପବନ ଗୁଣବତ୍ତାରେ ସୁଧାର

ସ୍ଥାନୀୟ ଆବଶ୍ୟକତା ଭିତ୍ତିଭୂମିରେ ଚିନ୍ତା କମ ହେବା

ଜୀବନର ସମଗ୍ର ଗୁଣବତ୍ତାରେ ସୁଧାର

ଗ୍ରୀନ ବିଲ୍ଡିଂର ମୁଲ୍ୟlଙ୍କନ ପ୍ରକ୍ରିୟl

ଗ୍ରିନ ରେଟିଂ ଫର ଇଂଟିଗ୍ରେ଼ଟେଡ ହେବିଟାଟ ଆସେସମେଂଟ (ଗ୍ରିହ) ହେଉଛି ଏକ ମୁଲ୍ୟlଙ୍କନ ଉପକରଣ ଯ଼ାହା ଜରିଆରେ ଲୋକମାନେ ତାଙ୍କର ଭବନ  ସମ୍ପର୍କରେ କିଛି ଜାତୀଯ ସ୍ତରରେ ସ୍ବୀକୃତ  ବେଚମାର୍କ ଆଧାରରେ ମୁଲ୍ୟlୟ କରନ୍ତି. ସମ୍ପୂର୍ଣ ଜୀବନ  ଚକ୍ର ପାଇଁ   ଏକ ସମଗ୍ର ଭାବେ ଏକ ଭବନର ପରିବେଶ ସମ୍ପର୍କିତ ପ୍ରଦର୍ଶନର ମୁଲ୍ୟlଙ୍କନ କରେ ଓ କାହିଁକି  ଏହା ଗ୍ରୀନ ବିଲ୍ଡିଂ  ସେ ସମ୍ପର୍କରେ ଏକ ନିଶ୍ଚିତ ମାନକ ପ୍ରଦାନ କରେ. ଏହି ମୁଲ୍ୟlଙ୍କନ ପ୍ରଣାଳୀ  ସ୍ବୀକୃତ ଶକ୍ତି ଓ ପରିବେଶ ସିଦ୍ଧାନ୍ତ ଉପରେ ଆଧାରିତ ଓ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସ୍ଥାପିତ ପ୍ରାକ୍ଟିସ ଓ ଆସୁଥିବା ପରିକଳ୍ପନା ମଧ୍ୟରେ ତାଳମେଳ ରଖେ . ଏହି ଉପକରଣକୁ ନୂଆ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯ଼ାଇଛି. ଗୁଣନାତ୍ମକ ଓ ଗୁଣବତ୍ତା ଆକଳନ ମାପଦଣ୍ଡରେ ଏହି ଉପକରଣ ଭବନର ସବୁଜିମାର ସ୍ତରକୁ ନେଇ ରେଟିଂ କରେ

ଗ୍ରୀନ ବିଲ୍ଡିଂର ଉଦାହରଣ

ଗ୍ରୀନ ବିଲ୍ଡିଂର କିଛି ଉଦାହରଣ ନିମ୍ନରେ ଦିଆଯ଼ାଇଛି

ଗୋବର୍ଧନ ପରିବେଶ ଗ୍ରାମ  : ଭୂମି ବାଯୋଟେକ୍ନୋଲଜି ଜିଡାଇନ  
ଭୂମି ବାୟୋଟେକ୍ନୋଲଜି ଜିଡାଇନ ନାମରେ ନାମିତ  ଏକ ସବୁଜ ସିବେଜ ପରିଚାଳନା ଟେକ୍ନୋଲୋଜିକୁ ବ୍ୟବହାର କରାଯ଼ାଇ ଏହା ସହାୟତାରେ 95 ପ୍ରତିଶତ ସିବେଜ ଜଳକୁ ପୁଣିଥରେ ଅଣାଯ଼ାଇ ଲାଣ୍ଡସ୍କ୍ରାପିଂ ଆଦି କାମରେ ପୁଣି ଥରେ ବ୍ୟବହାର କରାଯ଼ାଏ. ଜଳ ସମ୍ପଦର ସଂରକ୍ଷଣ ତଥା ଜଳ ପ୍ରଦୂଷଣରୁ ରକ୍ଷା କରିବା ପାଇଁ ଏହା ଏକ ପ୍ରୟlସ. ଘରୁ ମିଶି ଥିବା  ଗ୍ରେ ଓ କଳା ପାଣି କୁ ଏକତ୍ର କରାଯ଼ାଏ ଓ ଏହାକୁ କୌଣସି କେନ୍ଦ୍ରୀୟ ସ୍ଥାନକୁ ଭୂମିଗତ ସିବେଜ ନେଟବର୍କକୁ ଏହା ପରିବହନ କରାଯ଼ାଏ.

ଡିଜାଇନ ଅନୁସାରେ ଏହି ପ୍ରକ୍ରିୟlରେ ପ୍ରାକୃତିକ ବାଯୋ ଜିଓ କେମିକାଲ ଚକ୍ର  ସହିତ ମିଶିଯ଼ାଏ. ଆବଜର୍ପସନ, ଫିଲଟ୍ରେସନ ଓ ବାଇଓଲଜିକାଲ ପ୍ରତିକ୍ରିୟl ଯ଼ୋଗେ ଶୁଦ୍ଧିକରଣ ହୁଏ.
ଏହି ପ୍ରକ୍ରିୟl ଏରୋବିକ ମୋଡରେ ହୁଏ . ପ୍ରକ୍ରିୟlକୃତ ଜଳକୁ ପୁଣି ଥରେ ବଗିଚାକାମ, କୃଷି ଓ ଅନ୍ୟ କାମରେ ବ୍ୟବହାର କରାଯ଼ାଇପାରେ . ଏହି ପ୍ରକଳ୍ପକୁ 5 ଷ୍ଟାର ଗ୍ରିହ ରେଟିଂ ପ୍ରାପ୍ତ ହୋଇଛି.

ସିଇଏସଇ (ସେଣ୍ଟର ଫର ଏନଭଯର୍ନମେଣ୍ଟାଲ ସାଇନ୍ସେସ ଏଂଡ ଇଂଜିନିରିରିଂ) ବିଲ଼୍ଡିଂ , ଆଇଆଇଟି କାନପୁର, ଉତ୍ତର ପ୍ରଦେଶ

ସୋଲାର ପାସିଭ ଟେକ୍ନୋଲୋଜି ମିଶି ହୋଇଥିବା ଭବନ ଡିଜାଇନ ଯ଼ୋଗୁ  ଏହା ପାରମ୍ପାରିକ ପ୍ରଣାଳୀ ଯ଼େପରିକି ହିଟିଂ, କୁଲିଂ, ଭେଣ୍ଟିଲେସନ ଓ ଲାଇଟିଂରେ ଲୋଡକୁ   ସର୍ବନିମ୍ନ କରିବା ପାଇଁ ସହାୟକ ହୁଏ. ପରିସରର ଶୀତତାପ ନିୟନ୍ତ୍ରିତ ଅଂଚଳ 1912 ବର୍ଗ ମିଟର ହୋଇଥିବା ବେଳେ ଅଣ ଶୀତତାପ ନିୟନ୍ତ୍ରିତ ଅଂଚଳ 2283 ବର୍ଗ ମିଟର ରହିଛି. ଏହି ପରିସର କମ୍ପୋଜିଟ ପାଣିପାଗ ଜୋନରେ ଆସୁଥିବା କାରଣରୁ ଏଠାରେ ରହୁଥିବା ଲୋକଙ୍କ ଆରାମ ପାଇଁ ଦିନରେ କୁଲିଂ ଓ ଥଣ୍ଡା ଦିନରେ ହିଟିଂର ଆବଶ୍ୟକତା ପଡିଥାଏ.

ପୃଥିବୀର ଜିଓଥର୍ମାଲ ପ୍ରପର୍ଟିକୁ ବ୍ୟବହାର କରି ନିର୍ମିତ ହୋଇଥିବା ଆର୍ଥ ଏଯାର ଟନେଲ ଡିଜାଇନ ଯ଼ୋଗୁ 15 ପ୍ରତିଶତ ଭବନ କୁଲିଂ ଲୋଡ ହ୍ରାସ ପାଇଛି .  ଅନ ସାଇଟ ବାଟର ବଡି ଜରିଆରେ  ଯୋଗ୍ୟ କଣ୍ଜେନସର ଜରିଆରେ କୁଲିଂ ଏବଂ ତାପଜ  ଶକ୍ତି ଷ୍ଟୋରେଜର ବ୍ୟବହାର ଫଳରେ ଏଯାର କଣ୍ଡିସନିଂ ପ୍ରଣାଳୀର ଯୋଗ୍ୟତାବିଶ୍ବସନୀୟତା ବୃଦ୍ଧି ପାଇଛି.

ସଠିକ କାନ୍ଥ ଓ ଛାତ ନିର୍ମାଣ ପାଇଁ ଚୟନ ଏବଂ ସୋଲାର ପାସିଭ ପଦ୍ଧତି ଆପଣାଇ ଝରକା ଏବଂ ଛାତରେ ସେଡିଂ ଡିଭାଇସ ଲଗାଇ ବିଲ୍ଡିଂ ଡିଜାଇନ ଓ ଏନଭଲପକୁ ଅଧିକ କରାଯ଼ାଇପାରେ . ଝରକା ପାଇଁ ଉଚ୍ଚ ପରଫାମାନ୍ସ ବିଶିଷ୍ଟ କାଚ ଆଲୋକକୁ ଭିତରକୁ ଛାଡେ ତେବେ ଉତ୍ତାପକୁ ଭିତରକୁ ଆସିବାକୁ ଦିଏ ନାହିଁ ଏବଂ ଦିନରେ ଅଫିସକୁ ଥଣ୍ଡା ରଖେ ଓ ଏଚଭିଏସି  ପ୍ରଣାଳୀ ଉପରେ ଲୋଡ କମ କରେ.  ଗ୍ରିହ ବେଞ୍ଚମାର୍କ ତୁଳନାରେ 47 ପ୍ରତିଶତ ଶକ୍ତି ଖର୍ଚ ଓ 65 ପ୍ରତିଶତ ଜଳ ଖର୍ଚ କମ ହୁଏ . ଏହା ହେଉଛି ପଞ୍ଚତାରକା ଗ୍ରିହ ରେଟେଡ ବିଲ୍ଡିଙ୍ଗ

ଆଇଅନ ଆର୍ଥ, ସୁଜଲନ ଏନର୍ଜୀ ଲିମିଟେଡ, ବାନ ଆର୍ଥ ହଡସପୁର, ପୁଣେ, 411028
ସୁଜଲନ ବାନ ଆର୍ଥ ହେଉଛି ଶତ ପ୍ରତିଶତ ନବୀକରଣ ଯୋଗ୍ୟ ଶକ୍ତି ପରିସର ଯ଼େଉଁଠାରେ ଉଭୟ ଅନ ଏବଂ ଅଫ ସାଇଟ ନବୀକରଣ ଯୋଗ୍ୟ ଶକ୍ତି ରହିଥାଏ. ଏହା ମଧ୍ୟରେ ସୌର ଓ ବାୟୁ ଶକ୍ତି ମଧ୍ୟ ସାମିଲ ରହିଛି. ଏହା ମଧ୍ୟରୁ ସମଗ୍ର ଶକ୍ତି ଖର୍ଚର 7 ପ୍ରତିଶତ 18 ଅନ ସାଇଟ ହାଇବ୍ରିଡ ପବନ ଟରବାଇନ, ସୌର ପାନେଲ ଓ ଫଟୋଭୋଲାଟିକ ସେଲରୁ ଆସୁଥିବା ବେଳେ ବଳକା 93 ପ୍ରତିଶତ ଶକ୍ତି ଅଫ ସାଇଟ ପବନ ଟରବାଇନରୁ ଆସିଥାଏ. ଏହି ଭବନର 154.83 କିଲୋ ବାଟ ଶକ୍ତି ରହିଥାଏ. ବାହାର ଆଲୋକୀକରଣ ଏବଂ କମ୍ଯୁନିକେସନ ସର୍ଭର  ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଜରିଆରେ ଚାଲେ. ବ୍ଲକ ଗୁଡିକ ଏପରି ଭାବେ ରହିଥାଏ ଯ଼େ ଏହା ଭବନର ଅଧିକାଂଶ ଭାଗ ଉତ୍ତର, ଦକ୍ଷିଣ,ଉତ୍ତର ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଆଡକୁ ରହିଥାଏ. ଏହା ଫଳରେ ଯ଼ଥେଷ୍ଟ ଦିବାଲୋ. କ ଆସିପାରେ. ପ୍ରଥମ ଏବଂ ଦ୍ବିତୀୟ ମହଲା ଲଭେର ବ୍ୟବହାର କରି ପ୍ରତ୍ୟକ୍ଷ ସୌର ବିକିରଣରୁ ରକ୍ଷା କରାଯ଼ାଇଥାଏ ଉଚ୍ଚ ସାମର୍ଥ ବିଶିଷ୍ଟ ମେକାନିକାଲ ପ୍ରଣାଳୀକୁ ଯୋଗ୍ୟ ବିଳ୍ଡିଙ୍ଗ ଏନଭଲପ ସହ ମିଶାଇ ଭବନର ଶକ୍ତି ଖର୍ଚକୁ ଖୁବ କମ କରାଯ଼ିବା ସୁନିଶ୍ଚିତ କରାଯ଼ାଏ. ଭବନର ଆଲୋକୀକରଣ ପାଇଁ ଏହା ହେଉଛି ନେଟ ଜିରୋ ଶକ୍ତି. ଶକ୍ତି ଖର୍ଚ ଅନ ସାଇଟ ଜେନେରେସନ ଦ୍ବାରା ପୂରଣ ହୋଇଥାଏ.
ଏଚଭିଏସି ଯ଼ୋଜନା ଅନେକ ଶକ୍ତି ଦକ୍ଷତା କମ୍ପୋନେଣ୍ଟ ଯ଼େପରି ତାଜା ପବନର ପ୍ରି କୁଲିଂ , ହିଟ ରିକୋଭରୀ / ଏକ୍ସଚେଞ୍ଜ ମେକାନିଜମକୁ ମିଶାଇ ଅଭିନବ ଭାବେ ଡିଜାଇନ କରାଯ଼ାଇ ମୋଟ ଶକ୍ତି ଖର୍ଚକୁ କମ କରାଯ଼ାଏ.  ଫଟୋ ଭୋଲଟାଇକ ପ୍ରଣାଳୀ ଓ ମାଇକ୍ରୋ ବିଣ୍ଡ ଟରବାଇନ ଗୁଡିକୁ ଏହି ଡିଜାଇନରେ ସମନ୍ବିତ କରାଯ଼ାଏ. ମୋଟ ଉପରେ ସୁଜଲନ ବାନ ଆର୍ଥ ତାର ଅଭିନବ ଓ ସମନ୍ବିତ ଡିଜାଇନ ଦ୍ବାରା ଶକ୍ତି ଖର୍ଚକୁ 47.2 ପ୍ରତିଶତ ହ୍ରାସ କରିପାରେ ଯ଼ାହା ଗ୍ରିହ ଶକ୍ତି ଖର୍ଚର ବେଂଚମାର୍କର ତଳେ ରହିଛି. ଏହି ପ୍ରକଳ୍ପ 5 ତାରକା ଗ୍ରିହ ରେଟିଂ ପାଇଛି.

ପେଟ୍ରୋଲିଯମ ଓ ଶକ୍କି ଅଧ୍ୟୟନ ବିଶ୍ବବିଦ୍ୟlଳୟ, ଦେହେରାଦୁନ :  ନେଟ ଜିରୋ ବେଷ୍ଟ ଜେନେରେସନ ଡିଜାଇନ
ପରିସର ହେଉଛି ନେଟ ଜିରୋ ବେଷ୍ଟ ଜେନେରେସନ.  ଏକ ଯ଼ୋଜନାବଦ୍ଧ ଓ ପଦ୍ଧତି ଆଧାରିତ ବର୍ଜ୍ଯ ବସ୍ତୁ ପରିଚାଳନା ପଦ୍ଧତି ହେଉଛି ଏହି ଟ୍ୟାଗ ପାଇଁ  ଚାବିକାଠି. ପରିସରରେ ସ୍ଥାପିତ ସିବେଜ ଟ୍ରିଟମେଣ୍ଟ ପ୍ଲାଂଟ  ଆକ୍ଟିଭେଟେଡ ସ୍ଲଜ ପ୍ରକ୍ରିୟl ଆଧାରିତ. ପରିସରରେ ତିଆରି ହେଉଥିବା ବର୍ଜ ଜଳ ଏହି ସିବେଜ ଟ୍ରିଟମେଣ୍ଚ ପ୍ଲାଣ୍ଟକୁ (ଏସଟିପି)କୁ ଆସିଥାଏ. ପରିସରରେ ଏକ ବାଇଓ ଡାଇଜେଷ୍ଟର ମଧ୍ୟ ରହିଛି, ଯ଼ାହା ତିଆରି ହେଉଥିବା ସମସ୍ତ  ଜୈବ  ବର୍ଜ ବସ୍ତୁକୁ ଡିସଇଣ୍ଟିଗ୍ରେଟ କରିଥାଏ. ବାଇଓ ଡାଇଜେଷ୍ଟର ଜୈବ ବର୍ଜବସ୍ତୁରୁ ସ୍ଲରି ବାହାର କରୁଥିବା ବେଳେ ଏସଟିପି ଟ୍ରିଟେଡ ଜଳ ଓ ସ୍ଲରି ବାହାର କରିଥାଏ. ଏହି ଜଳ ତୃତୀୟକ ସ୍ତରର ଓ ଏହାକୁ ଜଳସେଚନ ପାଇଁ ବ୍ୟବହାର କରାଯ଼ାଏ. ଉଭଯ ଉତ୍ସରୁ ବାହାରୁ ଥିବା ସ୍ଲରୀ ହେଉଛି ଶୁଖିଲା ଓ ଏହାକୁ ସାର ଆକାରରେ ବ୍ୟବହାର କରାଯାଏ. ଅଧିକ ଜୈବ ସାରକୁ ପ୍ୟାକ କରାଯ଼ାଇ ବଜାରରେ ବିକ୍ରୀ କରାଯ଼ାଏ.
ଗ୍ରିହ ଅଡିଟର ମାନଙ୍କ ଦ୍ବାରା ଅନୁଭବ କରାଯ଼ାଇଛି ଯ଼େ ଗ୍ରିହ ବେଂଚମାର୍କ ତୁଳନାରେ 42.73 ପ୍ରତିଶତ ଶକ୍ତି ଓ 33.16 ପ୍ରତିଶତ ଜଳ ଖର୍ଚ ହ୍ରାସ ପାଏ. ଏହି ପ୍ରକଳ୍ପକୁ 4 ତାରକା ଗ୍ରିହ ରେଟିଂ ହାସଲ ହୋଇଛି.
ଇନ୍ଦିରା ପର୍ଯ଼ାବରଣ ଭବନ : ନେଟ ଜିରୋ ବିଲ୍ଡିଂ ଡିଜାଇନ


ଏହା ହେଉଛି  ନେଟ ଜିରୋ ବିଲ୍ଡିଂ ଡିଜାଇନ. ଏହାର ଅର୍ଥ ହେଲା ଯ଼େ ଏହି ଢାଂଚାରେ ଜିରୋ ନେଟ ଏନର୍ଜି ଖର୍ଚ ହୁଏ, ଯ଼େଉଁଠାରେ ବର୍ଷକ ମଧ୍ୟରେ ପରିସରରେ ଯ଼େଉଁ ଶକ୍ତି ଖର୍ଚ ହୁଏ ତାହା ମୋଟ ଉପରେ ଏହି ସ୍ଥଳରେ ଉତ୍ପାଦନ ନବୀକରଣ ଯୋଗ୍ୟ ଶକ୍ତି ସହ ସମାନ. ମୋଟ ଶକ୍ତି ସଂଚୟର 40 ପ୍ରତିଶତ ଏନର୍ଜି ଏଫିସିଏଣ୍ଟ ଚିଲ୍ଡ୍ରେନ ବିମ ପ୍ରଣାଳୀର ଏଯାର କଣ୍ଜିସନିଂ ଆପଣାଇବା ଦ୍ବାରା ହାସଲ ହେଉଛି. ଏହା ଏକ ନୂତନ ପ୍ରକାରର ଏଯାର କଣ୍ଡିସନିଂ ସିଷ୍ଟମ ଯ଼େଉଁ ଠାରେ କରେଣ୍ଟ ସଂବହନ ଦ୍ବାରା କରାଯ଼ାଇଥାଏ

ଭବନକୁ ପୂର୍ବ ପଶ୍ଚିମ  ଦିଗରେ ଅନୁକୂଳ କରି, ବିଭିନ୍ନ ବ୍ଲକକୁ ଅଲଗା ଅଲଗା କରି ରାସ୍ତା ଗୁଡିକୁ ଯ଼ୋଡି ଏବଂ ବଡ କେନ୍ଦ୍ରୀୟ କୋର୍ଟ ଯାର୍ଡ ରଖି ପ୍ରଭାବୀ ବାଯୁ ଚଳପ୍ରଚଳ ବ୍ୟବସ୍ଥାକୁ ଲାଗୁ କରାଯ଼ାଇ ପାରିଛି. ଏହି ଡିଜାଇନ ଏପରି ହୋଇଛି ଯ଼େ 75 ପ୍ରତିଶତ ପ୍ରାକୃତିକ ଦିବାଲୋକର ବ୍ୟବହାର କରାଯ଼ାଇ ଶକ୍ତି ଖର୍ଚକୁ କମ କରାଯ଼ାଏ. ଭାରତରେ ଥିବା ବହୁତଳ ପ୍ରାସାଦ ମଧ୍ୟରେ ଛାତ ଉପରେ ସବୁଠାରୁ ବଡ ସୋଲାର ସିଷ୍ଟମ ଲାଗିଥିବା ଏହି ଭବନରେ 930କେଡବଲୁ ପିକ ପାବାର କ୍ଷମତା ରହିଛି. ଭବନ ନିର୍ମାଣରେ ସବୁଜ ସାମଗ୍ରୀ ବ୍ୟବହାର କରାଯ଼ାଇଛି.


ଜଳ ଫିକ୍ସଚର୍ସର କମ ଡିସଚାର୍ଜ କରିବା, ସିବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ଜରିଆରେ ବର୍ଜ ଜଳର ରିସାଇକ୍ଲିଂ, କମ ଜଳ ଆବଶ୍ୟକ କରୁଥିବା ଗଛର ବ୍ୟବହାର, ଏଚଭିଏସି ପ୍ରଣାଳୀ ପାଇଁ ଜିଓଥର୍ମାଲ କୁଲିଂର ବ୍ୟବହାର, ବର୍ଷା ଜଳ ହାର୍ଭେଷ୍ଟିଂ ଆଦି ଯ଼ୋଗୁ  ଜଳର ଖର୍ଚ ହ୍ରାସ ହେବାରେ ସଫଳତା ମିଳିପାରିଛି . ଭବନର ଡିଜାଇନରେ ପରିବର୍ତନ ଯ଼ୋଗୁ ଗ୍ରିହ ବେଂଚମାର୍କ ତୁଳନାରେ 67.3 ପ୍ରତିଶତ ଶକ୍ତି ଖର୍ଚରେ ହ୍ରାସ ପାଇଛି . ଏହା ଏକ 5 ତାରକା ଗ୍ରିହ ରେଟେଡ ବିଲ୍ଡିଂ

ହରେଡା:  ସୋଲାର ପାସିଭ ଡିଜାଇନ

ଏହି ଭବନ ଦେଶରେ ଏକ ମାତ୍ର ଏହି  ପ୍ରକାର ଭବନ ଯ଼େଉଁଥିରେ ଶକ୍ତି ସ୍ବାଯତ୍ତତା ରହିଛି ଓ ନୂଆ ଓ ଭବିଷ୍ଯତର ଶକ୍ତିଲ କୌଶଳ ସମ୍ପନ୍ନ ପରିକଳ୍ପନାକୁ ସାମିଲ କରାଯ଼ାଇଛି. ସୋଲାର ପାସିଭ ଡିଜାଇନ ଟେକନିକ ଆଧାରରେ ନିର୍ମିତ ଏହି ଭବନରେ 42.5 କେଡବଲୁ କ୍ଷମତା ବିଶିଷ୍ଟ ସମନ୍ବିତ ଫଟୋଭୋଲଟାଇକ (ବିଆଇପିଭି) ପ୍ରଣାଳୀ ରହିଛି. ଭବନରେ ସୋଲାର ଚିମନି ଗୁଡିକର ମଧ୍ୟ ବ୍ୟବହାର କରାଯ଼ାଇଛି.  ସୋଲାର ଚିମିନି ହେଉଛି ଏକ ଏପରି ରାସ୍ତା ଯ଼ାହା ଦ୍ବାରା କୌଣସି ଭବନର ପ୍ରାକୃତିକ ଭେଣ୍ଚିଲେସନରେ ରେ ପାସିଭ ସୋଲାର ଏନର୍ଜି ଦ୍ବାରା ବାୟୁ ସଂବହନ ଜରିଆରେ ସୁଧାର. ହାସଲ କରାଯ଼ାଇଥିବା ଆନ୍ତରିକ ବାୟୁ ଆପେକ୍ଷିକ ଆର୍ଦତାର ରେଂଜ 60ରୁ 75 ପ୍ରତିଶତ. ବାଷ୍ପିଭୂତ , ଥଣ୍ଡା ହୋଇ ପାରୁଥିବା କ୍ୟାଭିଟି କାନ୍ଥ,  ପାଉଁଶ ବିଶିଷ୍ଟ ଇଟା ଆଦି ଏଥିରେ ସାମିଲ କରାଯ଼ାଇଥାଏ.  ଏହି ସବୁ ଜିନିଷ ସାମିଲ କରିବା ପରେ ଏୟlର କଣ୍ଡିସନିଂ ବିନା ଆନ୍ତରିକ ତାପମାତ୍ରା 20 ଡିଗ୍ରୀ ସେଲସିୟସ ହୋଇଥାଏ. ଗ୍ରିହ ବେଂଚମାର୍କ ତୁଳନାରେ ଖର୍ଚ ହେଉଥିବା ଶକ୍ତିରେ 61 ପ୍ରତିଶତ ହ୍ରାସ ପାଇଥାଏ.  ଏହା ଏକ 5 ତାରକା ଗ୍ରିହ ରେଟେଡ ପ୍ରକଳ୍ପ.

ଇନଫୋସିସ, ପୋଚରମ, ରେଡିଏଣ୍ଚ କୁଲିଂ ଡିଜାଇନ

ଇନଫୋସିସ, ପୋଚରମ, ହେଉଛି ଭାରତର ପ୍ରଥମ ବାଣିଜ୍ଯିକ ରେଡିଏଣ୍ଟ କୁଲ୍ଡ ଭବନ, ଏହି ଭବନ ପ୍ରମାଣିତ କରେ ଯ଼େ  ପାରମ୍ପାରିକ ଶୀତ ତାପ ନିୟନ୍ତ୍ରଣ ପ୍ରଣାଳୀ ଠାରୁ ରେଡିଏଣ୍ଚ କୁଲିଂ ଖୁବ ଅଧିକ କୌଶଳ ଯ଼ୁକ୍ତ. ଏକ ପାରମ୍ପାରିକ ଶୀତ ତାପ ନିୟନ୍ତ୍ରଣ ପ୍ରଣାଳୀ  ପରିସରକୁ ଥଣ୍ଜା କରିବା ପାଇଁ  ପବନ ଚଳାଚଳ କରାଯ଼ାଇଥାଏ ତେବେ ପବନ ତୁଳନାରେ ଜଳ ଅଧିକ କୁଶଳତାର ସହ ଶକ୍ତି ବହନ କରି ପାରେ . ଜଳର ଏହି ବିଶେଷତ୍ବ ରେଡିଆଣ୍ଚ କୁଲିଂ ପ୍ରଣାଳୀରେ ବ୍ୟବହାର କରାଯ଼ାଇ ସର୍ବାଧିକ ଲାଭ ନିଆଯ଼ାଇଥାଏ.  ସ୍ଲାବରେ ଲାଗିଥିବା ପାଇପରେ ଥଣ୍ଡା ଜଳ ପ୍ରବାହିତ ହୁଏ ଓ ସମଗ୍ର ସ୍ଲାବକୁ ଏହା ଥଣ୍ଡା କରିଦିଏ . ଯ଼ାହାଫଳରେ ସମଗ୍ର ସ୍ଲାବ ଅଂଚଳ ପାଖାପାଖି 20 ଡିଗ୍ରୀ ସେଲସିଯସରେ ରହେ . ଲୋକ ମାନଙ୍କଦ୍ବାରା କଂପ୍ଯୁଟର ଏବଂ ଲାଇଟ ଓ ଅନ୍ୟ ଉପରପଣ ଦ୍ବାରା ଉତ୍ପାଦିତ ଉତ୍ତାପକୁ ଧଣ୍ଡା ସ୍ଲାବ ଶୋଷି ନିଏ  .ଘର ଭିତରର ସ୍ବାସ୍ଥ୍ୟକର ପରିବେଶ ପାଇଁ ତଥା ଆର୍ଦତାକୁ ନିୟନ୍ତ୍ରଣ କରିବା ପାଇଁ ଏକ ବାୟୁ ବ୍ୟବସ୍ଥା ଦ୍ବାରା ତଟକା ପବନ ଯ଼ୋଗାଣ କରାଯ଼ାଇଥାଏ . ଲାଟେଣ୍ଟ ହିଟ ଲୋଡ ( ବାଟଚ ଭେପର ବାହାରିବା ଦ୍ବାରା ଉତ୍ପାଦିକ ହେଉଥିବା ଉତ୍ତାପ)କୁ ଏହି ଡେଡିକେଟେଡ ଆଉଟଡୋର ଏଯାର ସିଷ୍ଟମ (ଡିଓଏଏସ) ଜରିଆରେ ବାହାର କରାଯ଼ାଇଥାଏ.

ରେଡିଆଣ୍ଚ କୁଲିଂ ମଧ୍ୟ ସ୍ବାସ୍ଥ୍ଯକର ଘର ଭିତରର ପବନ ଉପଲବ୍ଧ କରାଇଥାଏ କାରଣ ଏହି ପ୍ରଣାଳୀରେ ବାଯୁର ପୁନଃ ଚଳାଚଳର ବ୍ୟବସ୍ଥା ନାହିଁ. ଏହି ଟେକ୍ନୋଲୋଜି ସ୍ଲାବର ତାପମାତ୍ରାକୁ ମଧ୍ୟ କମ କରି ଏଠାରେ ରହୁଥିବା ଲୋକଙ୍କୁ ଆରାମ ପ୍ରଦାନ କରିଥାଏ. ଇନଫୋସିସ, ପୋଚରମ ପରିସରରେ ଏକ ବାତାନୁକୂଳିତ ପ୍ରଣାଳୀ ମଧ୍ୟ. ରହିଛି  ଯ଼ାହା ପାରମ୍ପାରିକ ବାତାନୁକୂଳିତ ପ୍ରଣାଳୀ ଠାରୁ 30ରୁ 40 ପ୍ରତିଶତ ଭଲ . ଗ୍ରିହ ବେଂଚମାର୍କ ଅନୁସାରେ ଏହି ପଦ୍ଧତିରେ 56 ପ୍ରତିଶତ ଶକ୍ତି ଓ 56 ପ୍ରତିଶତ ଜଳ ଖର୍ଚ କମ ହେବା ଅନୁମାନ କରାଯ଼ାଇଛି

ସ୍ରୋତ ଇନୋଭେସନ ଇନ ଗ୍ରିନ ବିଲ୍ଡିଂs

3.0
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
Back to top