ହୋମ / ଶକ୍ତି / ଶ୍ରେଷ୍ଠ ପ୍ରଚଳନ / ହାଇଡ୍ରୋମିଟର୍
ସେଆର କରନ୍ତୁ

ହାଇଡ୍ରୋମିଟର୍

ହାଇଡ୍ରୋମିଟର ଯନ୍ତ୍ରଟି ଗୋଟିଏ ସରଳ ଉପକରଣ । ଏହା ଆର୍କିମେଡ଼ିସଙ୍କ ସୂତ୍ର ଅନୁସାରେ କାମ କରିଥାଏ ।

ଉପକ୍ରମ

ଆମ ପୃଥିବୀରେ ବିଭିନ୍ନ ପ୍ରକାରର ତରଳ ଦେଖିବାକୁ ମିଳେ । ସେହି ତରଳ ଗୁଡ଼ିକର ଗୁଣ ଓ ଧର୍ମ ଏକା ପରି ନୁହେଁ । ସେହି ତରଳ ଗୁଡ଼ିକ ମଧ୍ୟରୁ କେତେଗୋଟି ଖୁବ୍ ହାଲୁକା ହୋଇଥାଏ ତ ପୁଣି କେତେକ ଖୁବ୍ ଭାରୀ ହୋଇଥାଏ । ତୁମେ ଯଦି ଗୋଟିଏ ଲିଟର ପାଣି ନେଇ ଓଜନ କର ତେବେ ତାହା ଏକ କିଲୋଗ୍ରାମ ସହ ସମାନ ହେବ ମାତ୍ର ତୁମେ ଯଦି ଗୋଟିଏ ଲିଟର ପାରଦ ଓଜନ କରିବ ତାହା ହେବ ପ୍ରାୟ ୧୪ କିଲୋଗ୍ରାମ ହେବ । କୌଣସି ତରଳ ଭାରୀ ହେବ କି ହାଲୁକା ହେବ ତାହା ତା’ର ଘନତା ଉପରେ ନିର୍ଭର କରେ । ଯେଉଁ ତରଳର ଘନତା ଯେତେ ଅଧିକ ତାହା ସେତେ ଅଧିକ ଭାରୀ ହେବ । ବିଭିନ୍ନ ପ୍ରକାର ତରଳ ପଦାର୍ଥର ଘନତା ବା ସାନ୍ଦ୍ରତା ମାପ ପାଇଁ ଏକ ପ୍ରକାରର ଉପକରଣ ଲାଗିଥାଏ । ଏହାକୁ ଉଦ୍ମାପକ ଯନ୍ତ୍ର ବା ହାଇଡ୍ରୋମିଟର କୁହାଯାଏ । ଏହା କେବଳ ତରଳ ପଦାର୍ଥର ଘନତା ବା ସାନ୍ଦ୍ରତା ମାପ କରେ ନାହିଁ । ସେହି ପଦାର୍ଥଟି ଜଳଠାରୁ କେତେଗୁଣ ଭାରୀ ତାହା ମଧ୍ୟ ସୂଚାଇଦିଏ ।

ହାଇଡ୍ରୋମିଟର୍

ହାଇଡ୍ରୋମିଟର ଯନ୍ତ୍ରଟି ଗୋଟିଏ ସରଳ ଉପକରଣ । ଏହା ଆର୍କିମେଡ଼ିସଙ୍କ ସୂତ୍ର ଅନୁସାରେ କାମ କରିଥାଏ । ଏଥିରେ ଗୋଟିଏ ସରୁ କାଚ ନଳୀ ରହିଥାଏ । ସେହି କାଚନଳୀର ଶେଷ ଭାଗରେ ଗୋଟିଏ ମୋଟା କାଚନଳୀ ବା ବଲ୍ବ ଲାଗିଥାଏ । ସେଥିରେ ସୀସା ବା ପାରଦ ରଖି ତାହାର ମୁହଁକୁ ବନ୍ଦ କରି ଦିଆଯାଇଥାଏ । ସରୁ କାଚନଳୀଟିରେ ସ୍କେଲ ପରି ବିଭିନ୍ନ ଅଙ୍କର ସୂଚନା ଥାଏ । ଏହାକୁ ଗୋଟିଏ କାଚ ପାତ୍ର ମଧ୍ୟରେ ରଖାଯାଇଥାଏ । କାଚ ପାତ୍ରଟିରେ ତରଳ ରଖି ତାହା ମଧ୍ୟରେ ହାଇଡ୍ରୋମିଟରଟିକୁ ବୁଡ଼ାଇଲେ ତାହାର ଓଜନିଆ ପାଖଟି ତରଳ ମଧ୍ୟରେ ବୁଡ଼ିରହେ । ମାତ୍ର ସରୁ କାଚନଳୀଟି ତରଳ ଉପରେ ଠିକ୍ ସିଧା ଭାବରେ ରହିଥାଏ । ତେବେ ତରଳ ମଧ୍ୟରେ ସରୁ କାଚନଳୀଟିର କିଛି ଅଂଶ ବୁଡ଼ି ରହିଥାଏ । ତରଳ ମଧ୍ୟରେ କାଚନଳୀର ଏହି ବୁଡ଼ି ରହିଥିବା ଅଂଶକୁ ଲକ୍ଷ୍ୟ କରି ତରଳ ପଦାର୍ଥର ସାନ୍ଦ୍ରତା ନିରୂପଣ କରାଯାଇଥାଏ ।

ତରଳ ପଦାର୍ଥର ସାନ୍ଦ୍ରତା କମ୍ ହୋଇଥିଲେ ହାଇଡ୍ରୋମିଟର ଅଧିକ ଅଂଶ ତରଳ ମଧ୍ୟରେ ବୁଡ଼ି ରହେ । ମାତ୍ର ତରଳ ପଦାର୍ଥର ସାନ୍ଦ୍ରତା ଅଧିକ ହୋଇଥିଲେ ହାଇଡ୍ରୋମିଟର ଅଧିକ ଅଂଶ ତରଳ ଉପରକୁ ରହିଥାଏ । ହାଇଡ୍ରୋମିଟରଟିକୁ ଜଳରେ ବୁଡ଼ାଇଲେ ତାହା ସରୁନଳୀରେ ୧ଅଙ୍କ ଲେଖାଥିବା ସ୍ଥାନ ପର୍ଯ୍ୟନ୍ତ ବୁଡ଼ିରହେ । ଏଥିରୁ ଜଣାଯାଏ ଜଳର ସାନ୍ଦ୍ରତା ୧ଗ୍ରାମ୍/ଘନ ସେ.ମି. । ଗ୍ରୀକ୍ ବୈଜ୍ଞାନିକ ହିପାସିଆ ପ୍ରଥମେ ହାଇଡ୍ରୋମିଟର ଉଦ୍ଭାବନ କରିଥିଲେ । ସେ ଚତୁର୍ଥ ଶତାବ୍ଦୀର ଶେଷ ବା ପମ ଶତାବ୍ଦୀର ଆରମ୍ଭରେ ଏହାକୁ ତିଆରି କରିଥିଲେ । ବିଭିନ୍ନ ତରଳର ସାନ୍ଦ୍ରତା ପାଇଁ ପରେ ସ୍ବତନ୍ତ୍ର ଧରଣର ହାଇଡ୍ରୋମିଟର ବାହାରିଲା । ଦୁଗ୍ଧର ବିଶୁଦ୍ଧତା ମାପ ପାଇଁ ଲାକ୍ଟୋମିଟର ତିଆରି କରାଗଲା ସେହିପରି ଶର୍କରା ଦ୍ରବଣରେ ଶର୍କରାର ପରିମାଣ ମାପପାଇଁ ସେକେରୋମିଟର ନାମରେ ଗୋଟିଏ ଉପକରଣ ବାହାରିଲା । ଏହାକୁ ୧୭୮୪ ମସିହାରେ ଜନ୍ ରିଚାର୍ଡ଼ସନ ତିଆରି କରି ଥିଲେ । ଏହାକୁ ମଦତିଆରି, ଆଇସ୍କ୍ରିମ୍ ତିଆରି କ୍ଷେତ୍ରରେ ବ୍ୟବହାର କରାଯାଇଥାଏ ।

ଥିଓଡ଼ୋଲାଇଟ

ରାସ୍ତାଘାଟ ତିଆରି ସମୟରେ ସର୍ଭେ କାମ ପାଇଁ ଗୋଟିଏ ଯନ୍ତ୍ର ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳେ । ଏହାକୁ ଗୋଟିଏ ତ୍ରିପଦ ଷ୍ଟାଣ୍ଡ ଉପରେ ରଖାଯାଇଥାଏ । ଏହାକୁ ଏ ପାଖ ସେପାଖ ବା ଉପର ତଳ କରି ସର୍ଭେ କାମ କରାଯାଉଥାଏ । ଏହି ଯନ୍ତ୍ରଟି ହେଉଛି ଥିଓଡୋଲାଇଟ । ଏହା ସାହାଯ୍ୟରେ ଭୂ ସମାନ୍ତର ଓ ଭୂଲମ୍ବ କୋଣ ମାପ କରାଯାଇଥାଏ । ରାସ୍ତାଘାଟ ତିଆରି ବେଳେ ସର୍ଭେ କାମ ପାଇଁ ଏହା ଏକ ମୁଖ୍ୟ ଉପକରଣ ।

ରାସ୍ତାଟି ଗୋଟିଏ ଦିଗକୁ କେତେ ବେଙ୍କଇ ଯାଇଥାଏ, କେତେ ଉଠାଣି ବା ଗଡ଼ାଣି ହୋଇଥାଏ ତାହା ଏହା ସାହାଯ୍ୟରେ ଜଣାପଡ଼େ । ଟନେଲ ତିଆରି, ସିଭିଲ୍ ଇଞ୍ଜିନିୟରିଂ କାମରେ ମଧ୍ୟ ଏହାର ଆବଶ୍ୟକ ହୁଏ । ଜ୍ୟୋତିର୍ବିଜ୍ଞାନୀମାନେ ଏହାକୁ ବ୍ୟବହାର କରି ମହାକାଶରେ ରହିଥିବା ଦୁଇ ଗୋଟି ପିଣ୍ଡ ମଧ୍ୟରେ କୋଣ ମାପ କରନ୍ତି । ସେଥିରୁ ସେମାନଙ୍କ ମଧ୍ୟରେ ରହିଥିବା ଦୂରତା ଜଣାପଡ଼େ । ପୃଥିବୀରୁ ଚନ୍ଦ୍ରର ଦୂରତା ବି ଏହା ସାହାଯ୍ୟରେ ମାପ କରାଯାଇପାରେ । ମାନଚିତ୍ର ତିଆରି କରିବା ସମୟରେ ଏହାର ଲୋଡ଼ା ପଡ଼େ । ପୃଥିବୀପୃଷ୍ଠରେ ଅବସ୍ଥିତ ଦୁଇଗୋଟି ସ୍ଥାନ ମଧ୍ୟରେ ଦୂରତା ଓ ଦିଗ ଏହା ସାହାଯ୍ୟରେ ନିରୂପଣ କରାଯାଇଥାଏ । ଦୂରରେ ଥିବା ଅଟ୍ଟାଳିକାଟିର ଥିଓଡ଼ୋଲାଇଟ୍ ଯୋଗେ କୌଣିକ ଉନ୍ନତି ମାପ କରି ତାହାର ଉଚ୍ଚତା ଓ ଦୂରତା ନିର୍ଣ୍ଣୟ କରାଯାଇ ପାରିବ । ପ୍ରଥମେ ୧୫୭୧ ମସିହାରେ ଇଂରେଜ ଗଣିତଜ୍ଞ ଲିଓନାର୍ଡ଼ ଡିଗେସ୍ ସର୍ଭେ ଉପରେ ଗୋଟିଏ ପୁସ୍ତକ ଲେଖିଥିଲେ । ସେଥିରେ ସେ ଥିଓଡୋଲାଇଟ୍ ଉପରେ ଧାରଣା ଦେଇଥିଲେ । ତେବେ ୧୫୭୬ ମସିହାରେ ଜର୍ମାନୀର ଜୋଶୁଆ ହାବେର୍ମେଲ ପ୍ରଥମେ ଗୋଟିଏ ଥିଓଡୋଲାଇଟ୍ ବାହାର କରିଥିଲେ ।

ଏହି ଯନ୍ତ୍ରଟିରେ ଅନେକ ପରିବର୍ନ ଆଣିବା ପରେ ଆଧୁନିକ ଥିଓଡୋଲାଇଟ୍ ସମ୍ଭବ ହେଲା । ଏହି ଯନ୍ତ୍ରର ମୁଖ୍ୟ ଅଂଶ ହେଉଛି ଗୋଟିଏ ଟେଲିସ୍କୋପ । ଏହାକୁ ଗୋଟିଏ ଘୂର୍ଣ୍ଣନଶୀଳ ଚକତି ଉପରେ ପ୍ରତିଷ୍ଠା କରାଯାଇଥାଏ । ଏହା ଚକତିଟି ଉଭୟ ଭୂସମାନ୍ତର ଓ ଭୂ-ଲମ୍ବ ଭାବରେ ଘୂରିପାରୁଥାଏ । ଟେଲିସ୍କୋପଟିକୁ ନିର୍ଭୁଲ ଭାବେ ସମତଳ କରି ରଖିବା ପାଇଁ ସ୍ପିରିଟ୍ ଲେବଲ ବ୍ୟବହାର କରାଯାଇଥାଏ । ଥିଓଡୋଲାଇଟ୍ରେ ଦୁଇଗୋଟି ସ୍କେଲ ବ୍ୟବହାର କରାଯାଇଥାଏ । ଗୋଟିଏ ସ୍କେଲ ଭୂଲମ୍ବ କୋଣ ମାପରେ ଲାଗିଥାଏ । ଅନ୍ୟ ସ୍କେଲଟି ଭୂସମାନ୍ତର କୋଣ ମାପ ପାଇଁ ବ୍ୟବହୃତ ହୁଏ । ଟେଲିସ୍କୋପଟିର ଘୂର୍ଣ୍ଣନ ପରିମାଣରୁ ଭୂଲମ୍ବ ଓ ଭୂସମାନ୍ତର କୋଣ ମାପ କରାଯାଇଥାଏ । ଜ୍ୟାମିତିକ ସୂତ୍ର ବ୍ୟବହାର କରି ଏଥିରୁ ଦୂରତା ଓ ଅନ୍ୟାନ୍ୟ ମାପ କରାଯାଏ । ଏହି ଥିଓଡୋଲାଇଟ୍ରେ ଆଲୋକ ରଶ୍ମି ବ୍ୟବହାର କରାଯାଇଥାଏ । ମାତ୍ର ଆଜିକାଲି ଅତ୍ୟାଧୁନିକ ଥିଓଡୋଲାଇଟ୍ରେ ଆଲୋକ ବଦଳରେ ଲେଜର ରଶ୍ମି ବ୍ୟବହାର କରାଯାଉଛି । ଏହା ସାହାଯ୍ୟରେ ଅତି ନିର୍ଭୁଲ ଭାବରେ ଭୂଲମ୍ବ କୋଣ ଓ ସମାନ୍ତରାଳ କୋଣ ମାପ କରାଯାଇଥାଏ । ଏହାକୁ ମୁଖ୍ୟତଃ ରକେଟ ଉତ୍କ୍ଷେପଣ, ପାଣିପାଗ ପର୍ଯ୍ୟବେକ୍ଷଣ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ।

ଆଧାର –

  1. "ହାଇଡ୍ରୋମିଟର୍ କଣ ଓ ବ୍ୟବହାର"
  2. "ଥିଓଡ଼ୋଲାଇଟ କଣ ଓ ବ୍ୟବହାର"
2.5
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
ସମ୍ପର୍କୀୟ ତଥ୍ୟ
ଆହୁରି ...
Back to top