ହୋମ / ସ୍ଵାସ୍ଥ୍ୟ / ଆୟୁଷ / କୃଷି ଓ ଘରୋଇ ଉପଚାର ପାଇଁ ନିମ୍ବ ଏକ ମୁଲ୍ୟବାନ ଗଛ
ସେଆର କରନ୍ତୁ

କୃଷି ଓ ଘରୋଇ ଉପଚାର ପାଇଁ ନିମ୍ବ ଏକ ମୁଲ୍ୟବାନ ଗଛ

ନିମ୍ବ ହେଉଛି ବହୁତ ମୂଲ୍ୟବାନ ଜଙ୍ଗଲଜାତ ବୃକ୍ଷ । ଏକ ସହନ ଶକ୍ତି ବିଶିଷ୍ଟ ଓ ବହୁମୂଖି ବୃକ୍ଷ ହୋଇଥିବାରୁ ଏହହକୁ ପୁନଃ ବନୀକରଣ କାର୍ଯ୍ୟରେ ସଂଶ୍ଲିଷ୍ଟ କରାଯାଇଛି ।

ନିମ୍ବ

ଭାରତୀୟ ଧର୍ମ, ଦର୍ଶନ, ସଂସ୍କୃତି ଓ ଅର୍ଥନୀତିକୁ ବହୁକାଳ ଧରି ପରିପୃଷ୍ଠ କରି ଆସିଥିବା ନିମ୍ବବୃକ୍ଷ ଭାରତର ଏକ ଅତି ପରିଚିତ ବୃକ୍ଷ । ସାରା ଭରତ ବର୍ଷର ବିଭିନ୍ନ ଆଞ୍ଚଲରେ ଏହା ଦେଖିବାକୁ ମିଳେ ।

ଭାରତ ଓ ଆଫ୍ରିକାରେ ନିମ୍ବ ହେଉଛି ବହୁତ ମୂଲ୍ୟବାନ ଜଙ୍ଗଲଜାତ ବୃକ୍ଷ । ଏକ ସହନ ଶକ୍ତି ବିଶିଷ୍ଟ ଓ ବହୁମୂଖି ବୃକ୍ଷ ହୋଇଥିବାରୁ ଏହହକୁ ପୁନଃ ବନୀକରଣ କାର୍ଯ୍ୟରେ ସଂଶ୍ଲିଷ୍ଟ କରାଯାଇଛି । ଭାରତ ଉପମହାଦେଶରେ କାଟ ନାଶକ ଓ ଶସ୍ୟ ସଂରକ୍ଷଣ ପାଇଁ ନିମ୍ବର ପ୍ରୟୋଗ ସଂପର୍କରେ ଦୀର୍ଘ ଇତିହାସ ରହିଛି । ଭାରତର ଗ୍ରାମାଞ୍ଚଳରେ ଭଣ୍ଡାର ଘରର ସୁରକ୍ଷା ପାଇଁ ଶୁଖିଲା ନିମ୍ବ ପତ୍ରକୁ ଶସ୍ୟରେ ମିଶାଇ ବ୍ୟବହାର କରିବା ଏକ ସାଧାରଣ ପ୍ରକ୍ରିୟା । ଏବେ ମଧ୍ୟ ଭରତ ଓ ପାକିସ୍ତାନରେ କେତେକ ଅଞ୍ଚଳରେ ନିମ୍ବ ପତ୍ରକୁ ଚାଉଳ, ଗହମ, ମୁଗ ତଥା ଅନ୍ୟାନ୍ୟ ଶସ୍ୟରେ ମିଶାଇ ସଂରକ୍ଷଣ କରିବା ପ୍ରକ୍ରିୟା ଅବଲମ୍ବନ କରାଯାଉଛି । କାଣ୍ଡବିନ୍ଧା ପୋକ ଓ ଉଚ୍ଚ ମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଧାନ ତଥା ଆଖୁ କ୍ଷେତରେ ନିମ୍ବ ପିଡିଆ ପ୍ରୟୋଗ କରାଯାଉଛି । ଛୋଟ ଗଛ ହୃଷ୍ଟ ପୃଷ୍ଟ ହେବା ପାଇଁ ତଥା ଏହାକୁ ବିଭିନ୍ନ କୀଟ ମାନଙ୍କୁ ଦାଉରୁ ରକ୍ଷା କରିବା ପାଇଁ ଏହାର ପତ୍ରକୁ କାଦୁଅ ସହିତ ମିଶାଇ ସଫଳତା ଅଣାଯାଇ   ପାରିଛି ।

ମାଟିରେ ଉର୍ବରତା ପାଇଁ ନିମ୍ବପତ୍ର ବ୍ୟବହୃତ ହୋଇଥାଏ । ଅର୍ଥକାରୀ ଫସଲର ଉତ୍ପାଦନକୁ ଫଳପ୍ରଦ କରିବା ପାଇଁ ଭାରତରେ ନିମ୍ବ ପଡିଆ ଓ ପତ୍ର ଉଭୟର ବହୁଳ ପ୍ରୟୋଗ କରାଯାଇଥାଏ । ହଲ କରିବା ସମୟରେ ଯେତେବେଳେନିମ୍ବ ପିଡିଆମାଟିରେ ମିଶାଜାଏ ଏହା ଉଚ୍ଚ ମାନଙ୍କ କବଳରୁ ଗଛ ଛେରକୁ ରକ୍ଷା କରିଥାଏ ।

ବହୁ ପୁରାତନ ଶାସ୍ତ୍ର ଗୁଡିକରେ ନିମ୍ବ ବୃକ୍ଷର ବିଭିନ୍ନ ଅଂଶକୁ ବ୍ୟବହାର କରାଯାଇ ଆରୋଗ୍ୟ ପ୍ରାପ୍ତି ହୋଇ ପାରିବାର ରହସ୍ୟ ଆଲୋଚିତ ହୋଇଛି । ଭାରତୀୟ ଧର୍ମ, ଦର୍ଶନ, ସଂସ୍କୃତି ଓ ଅର୍ଥନୀତିକୁ ନିମ୍ବର ଅଦ୍ଵିତୀୟ ଗୁଣ କାରଣରୁ ବଡ ସଂଖ୍ଯାରେ ଔଷଧିୟ ପ୍ରସାଧନୀକ ଭାବେ ବ୍ୟବହାର ଏବଂ ଫାର୍ମାସ୍ୟୁଟିକାଳସ କମ୍ପାନୀ ନିମ୍ବ ଚାଲି ସଂଗ୍ରହ କରିଥାନ୍ତି । ବାନ୍ତି, ଜ୍ଵର, କଫ, କ୍ଷୁଧାହୀନତା, କୃମି ସଂକ୍ରମଣ, ବଥର, ଉପଚାର, ବାନ୍ତି ନ ହେବା ପାଇଁ ମଧ୍ୟ ନିମ୍ବକୁ ବ୍ୟବହାର କରାଯାଇ ଥାଏ । ଆୟୁର୍ବେଦ ମତରେ ଏହାର ପତ୍ର ରକ୍ତକୁ ମତରେ ଏହାର ପତ୍ର ରକ୍ତକୁ ଶୋଧନ କରିଥାଏ । ସର୍ପାଘାତ ଜନିତ ବିଆଇଏସ ଚିକିତ୍ସାରେ ଏହାର ପତ୍ର ଅତ୍ୟନ୍ତ ଦରକାରୀ । ନିମ୍ବତେଲ ଚର୍ମରୋଗ ବିନାଶ କରେ । ଜୀବାଣୁ ଜନିତ ସଂକ୍ରମଣରେ କଅଁଳିଆ ପତ୍ର ବହୁତ ଉପକାରୀ । ସର୍ପ ବିଷ ଓ ବିଷ ଚିକିତ୍ସାରେ ପତ୍ର ବ୍ୟବହୁତ ହୋଇଥାଏ । ପ୍ରାଚୀନ କାଳେ ସଂସ୍କୃତି ଗ୍ରନ୍ଥ ଗୁଡିକରେ ମହାଭାରତର ନକୁଲ ଏବଂ ସହଦେବ ନିମ୍ବ ପତ୍ରକୁ ଔଷଧିୟ ବ୍ୟବହାର କରିଥିବାର ଦୃଷ୍ଟାନ୍ତ ରହିଛି ।

ବହୁ ପ୍ରାଚୀନ କାଳରୁ ନିମ୍ବପତ୍ର ଚେର, ଛାଲି, ମଞ୍ଜି ଆଦି ବ୍ୟବହାର କରାଯାଇଥିବାର ବହୁ ଦୃଷ୍ଟାନ୍ତ କରିଛି । ନିମ୍ନରେ ନିମ୍ବର ଉପଯୋଗ କରି କରାଯାଉଥିବା ଚିକିତ୍ସା ସଂପର୍କରେ ଆଲୋକପାତ କରାଗଲା ।

ଘରୋଇ ବ୍ୟବହାର

  1. ବିଶୁଦ୍ଧ ନିମ୍ବତେଲ ୧ ଭାଗରେ ୪ ଭାଗ ଭେସିଲିନ ମିଶାଇ ଦେହରେ ଲଗାଇଲେ ସାମାନ୍ୟ କ୍ଷତ, ବଥ, ଘା ଓ ଚର୍ମରେ କୁ ପ୍ରଭାବ ଦୂର ହୋଇଥାଏ ।
  2. ଚର୍ମର ସଂପୂର୍ଣ୍ଣ ସୁରକ୍ଷା ପାଇଁ ନିମ୍ବପତ୍ରର କଡା ଚା ପାନ ସହିତ ନିମ୍ବପତ୍ର ସିଝା ପାଣିରେ ଗୋଲାପ ଜଳ ମିଶାଇ ସ୍ନାନ କଲେ ସୁଫଳ ମିଳିଥାଏ ।
  3. ଆଖିରେ ଲେଞ୍ଜରା ଲାଗିଥିଲେ କିମ୍ବା ସଂକ୍ରମଣ ହୋଇଥିଲେ ୧୦ ଟି ତାଜା ପତ୍ରକୁ ଏକ ସଫା କପଡା ସହିତ ପାଣିରେ ଫୁଟାଇ କପଡା ଦ୍ଵାରା ଆଖିକୁ କରିଷ୍କାର କରନ୍ତୁ ।
  4. କ୍ରୀଡାବିତ୍ ମାନେ ପାଦ କିମ୍ବା ପାଦର ଯନ୍ତ୍ରଣା ପ୍ରଶମିତ ପାଇଁ ନିମ୍ବପତ୍ରର କଡା ଚା ପାନ ସହିତ ପାଦକୁ ପାଣିରେ ଭିଜାଇଲେ ଉପକାର ପାଇଁ ପାରିବେ ।
  5. ମୁଣ୍ଡରେ ରୁପିକିମ୍ବା ଉକୁଣି ସମସ୍ଯା ଥିଲେ ନିମ୍ବତେଲ ସହ ନଡିଆ ତେଲ ଏବଂ ଅଲିଭ ତେଲ ଲଗାଇ ଛାଡି ଦିଅନ୍ତୁ, ଘଣ୍ଟାଏ ପରେ ସାମ୍ପୋ କରାମତୁ । ସପ୍ତାହକୁ ଥରେ ଏଭଳିତିନି ସ୍ପାତହ ପର୍ଯ୍ୟନ୍ତ କଳା ପରେ ଉକୁଣି ଓ ରୁପି ଛାଡିଥାଏ ।
  6. ଗଲା ବସି ଯାଇଥିଲେ ଆଣ୍ଟିବାୟୋଟିକ ବ୍ଯତୀତ ୨- ୩ ଟି ନିମ୍ବପତ୍ର ୩୦୦ ମି.ଲି. ପାଣିରେ ସିଝାଇ ତାଙ୍କୁ ଥଣ୍ଡା କରି ସାମାନ୍ୟ ବହୁ ମିଶାଇ ଗାଲ ଗଳ କଲେ ଉପକାର ମିଳେ ।
  7. ଚରମରେ ଅତଧିକ ବ୍ରଣ ବାହାରୁ ଥିଲେ ନିମ୍ବପତ୍ର ଚୂର୍ଣ୍ଣକୁ ପାଣିରେ ମିଶାଇ ପ୍ରଭାବୀ ଅଂଶରେ ଲଗାଇଲେ ଉପକାର ମିଳିଥାଏ ।
  8. ସାଇନସାଇଟ ରେ ପୀଡିତ ବ୍ୟକ୍ତି ସକାଳେ ଥରେ ଏବଂ ସନ୍ଧ୍ୟାରେ ଥରେ ନାକରେ ନିମ୍ବତେଲ ପକାଇଲେ ଉପକାର ପାଇଥାନ୍ତି ।
  9. ମାସକୁ ଥରେ କରି ନାକରେ ୧ ଟୋପା ନିମ୍ବତେଲ ପକାଉଥିଲେ ଦୃଷ୍ଟିଶକ୍ତିର  ବିକାଶ ଘଟେ ଏବଂ ଅବେଳରେ ଛୁଟି ପାଚିବା ହ୍ରାସ ପାଏ ।
  10. ମସା ଡିମ୍ବ ଦେଉଥିବା ସନ୍ତସନ୍ତିଆ ସ୍ଥାନ ଗୁଡିକରେ ନିମ୍ବ ମଞ୍ଜିକୁ ଛେଚି  ପକାଇବା ସହିତ ନିମ୍ବତେଲ ପକାଇଲେ ମସା ଡିମ୍ବ ଗୁଡିକ ନଷ୍ଟ ହୋଇ ଯାଇଥାଏ ।
  11. ଏକ ଲିଟର ପାଣିରେ ୩୦ ମି.ଲି. ନିମ୍ବତେଲ ସହ ୧ ମି.ଲି. ତରଳ ଡିଟରଜେଣ୍ଟ ମିଶ୍ରିତ କରାଇ ତୁରନ୍ତ ସ୍ପ୍ରେ କଲେ ବୃକ୍ଷଳତାର ସୁରକ୍ଷା କରାଯାଇ  ପାରିବ ।
  12. ଅମ୍ଳପତ୍ତି ଓ ବହୁମୂତ୍ର ରୋଗୀ ତଥା ରକ୍ତ ଶୋଧନପାଇଁ ଦିନକୁ ୨-୩ ଟି ପତ୍ର ନିୟମିତ ଚୋବାଇ ଖାଇଲେ ଲାଭପ୍ରଦ ହୋଇଥାଏ ।ଯେ କୌଣସି ତେଲରେ ୫-୧୦ ପ୍ରତିଶତ ନିମ୍ବତେଲ ମିଶାଇ ଦୀପ ଲଗାଇଲେ ମଶା ଆସି ନ ଥାନ୍ତି ।
  13. ଧାନ, ଗହମରେ ଶୁଖିଲା ନିମ୍ବପତ୍ର ଦେଇ ରଖିଲେ ଉତ୍ତମ ସଂରକ୍ଷଣ ରହେ ।
  14. ପଶୁ ଚିକିତ୍ସା ପାଇଁ ନିମ୍ବପତ୍ରର ବ୍ୟବହାର ହୋଇଥାଏ । ଏହାର ଛାଲି, ମଞ୍ଜି ଫଳକୁ ମଧ୍ୟ କେତେକ ରୋଗରେ ଉପଚାର ପାଇଁ ବ୍ୟବହାର କରାଯାଇଥାଏ ।
  15. ୨୦ ଗ୍ରାମ ଛାଲି ଏବଂ ୨୦ ଗ୍ରାମ ବବୁଲ ଛାଲିକୁ ତିନିଗ୍ଲାସ ପାଣିରେ ସିଝାଇ ୧ ଗ୍ଲାସ ହେଲେ ଛାଣି ଖାଲି ପେଟରେ ପ୍ରତିଦିନ ସକାଳୁ ୭ ଦିନ ସେବନ କଲେ ଶ୍ଵେତ ପ୍ରଦର ରୋଗୀର ଅବସ୍ଥାର ଯଥେଷ୍ଟ ପରିବର୍ତ୍ତନ ଆସିଥାଏ ।
  16. ନିମ୍ବପତ୍ର ଚୂର୍ଣ୍ଣ ୧ ଚାମଚ ଦିନକୁ ୨ ଥର ଖାଲି ପେଟରେ ନିୟମିତ ସେବନ କଲେ ମଧୁମେହ ରୋଗୀର ରକ୍ତ ଶର୍କରା ନିୟନ୍ତ୍ରଣାଧୀନ ହୋଇଥାଏ ।
  17. ନିମ୍ବ ମଞ୍ଜିର ଶସ ଚୂର୍ଣ୍ଣ ଅଧା ଚାମଚ ଦିନକୁ ୨ ଥର ଖାଲି ପାଟରେ ୧ ଚାମଚ ଗୁଡି ସହିତ ସେବନ କଲେ ଝାଡା ପରିଷ୍କାର ହୁଏ ଏବଂ ଅର୍ଶ ରୋଗରେ ଉପକାର ମିଳେ ।
  18. ବିଷାକ୍ତ ସର୍ପାଘାତ ଚିହ୍ନଟ – ଦଂଶିତ ବ୍ୟକ୍ତିକୁ ମୁଠାଏ ଳିମ୍ବପତ୍ର ଚୋବାଇବା ପାଇଁ ଦିଆଯାଏ । ପତ୍ର ମିଠା ଲାଗିଲେ ବିଷାକ୍ତ ସର୍ପ ପ ପିତା ଲାଗିଲେ ବିଷହୀନ ସର୍ପାଘାତ ହୋଇଥିବା ନିର୍ଣ୍ଣୟ କରାଯାଏ ।

ଆଧାର

ସମ୍ବନ୍ଧ (NGO)

2.88461538462
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top