ସେଆର କରନ୍ତୁ

ଅମ୍ଳଜାନ ସଙ୍କଟ

ଅମ୍ଳଜାନ ସଙ୍କଟ ର ସୂଚନା

ଉପକ୍ରମ

କାର୍ବନିଫେରସ କାଳରେ ଅମ୍ଳଜାନ ପୃଥିବୀପୃଷ୍ଠରେ ପ୍ରଚୁର ପରିମାଣର ଥିଲା  । ବାୟୁମଣ୍ଡଳରେ ୩ ଭାଗରୁ ୧ ଭାଗ ଥିଲା ଅମ୍ଳଜାନ । ସେତେବେଳେ ଅମ୍ଳଜାନର ବହୁଳ ମାତ୍ରାରେ ଉପସ୍ଥିତି ଯୋଗୁ କୀଟପତଙ୍ଗର ଆକାର ବଡ ଥିଲା ଓ ଡେଣାର ଲମ୍ବ ଅଧିକ ଥିଲା  । ବର୍ତ୍ତମାନ ବାୟୁମଣ୍ଡଳରେ ଯବକ୍ଷାରଜାନ ୭୮% ଓ ଅମ୍ଳଜାନ ୨୧% ଅଛି  । ଅର୍ଥାତ୍ ଏବେ ବାୟୁମଣ୍ଡଳରେ ୫ ଭାଗରୁ ୧ ଭାଗ ରହିଛି  ଅମ୍ଳଜାନ  । ଯଦି ଏପରି ମାତ୍ରାରେ ଅମ୍ଳଜାନ କମିଚାଲିବ, ତେବେ ଅଧିକ ସୌର ରଶ୍ମି ପୃଥିବୀପୃଷ୍ଠକୁ ଆସିବା  ।

ବିଜ୍ଞାନ ଆମକୁ ବଡମଣିଷରୁ ଆଧୁନିକ ମଣିଷ କରିଛି  । ଆମର ପ୍ରଗତିରେ ସହାୟତା କରିଛି  । ତଥାପି ଦ୍ରୁତ ପ୍ରଗତି ଭିତରେ ଅଣନିଶ୍ଵାସୀ ଲାଗୁଛି  । କାହିଁକି ଏକ ଅଜଣା ଭୟର ଆଶଙ୍କା ମନ ମଧ୍ୟରେ ପ୍ରବେଶ କରି ରାତ୍ରିର ନିଦ ହଜେଇ ଦେଉଛି  । ଆଜି ସୁନ୍ଦର ପୃଥିବୀର ସ୍ଵପ୍ନ ଭିତରେ ପ୍ରଦୂଷିତ ପରିବେଶର ଛବି ଉଙ୍କିମାରୁଛି  । କାରଣ ଅତି ସହଜ  । ଆଜି ପୃଥିବୀ ଗ୍ରହର ପ୍ରତ୍ୟକ ଦେଶର ପରିବେଶ ପ୍ରଦୂଷିତ  । ଆଜି ବାୟୁମଣ୍ଡଳରେ ଅମ୍ଳଜାନ ଅଭାବ ଆମର ଜୀବନ ଶୈଳୀକୁ ବେଶ୍ ପ୍ରଭାବିତ କରୁଛି  । ଆଗାମୀ ଦିନରେ ମଧ୍ୟ ଅମ୍ଳଜାନର ସଙ୍କଟ ଆମକୁ ଆହୁରି ହଇରାଣ କରିବ ବୋଲି ଜଣାପଡୁଛି  ।

ବାୟୁମଣ୍ଡଳ

ପୃଥିବୀକୁ ଘେରି ରହିଥିବା ବାୟୁମଣ୍ଡଳରେ ଅମ୍ଳଜାନ ରହିଛି  । ଅମ୍ଳଜାନ ନ ଥିଲେ ଆମେ ପୃଥିବୀରେ ନ ଥାନ୍ତୁ  । ପ୍ରତ୍ୟକ ଜୀବ, ସେ ଉଦ୍ଭିଦ ହେଉ ବା ପ୍ରାଣୀ, ବଞ୍ଚିରହିବା ପାଇଁ ପ୍ରଶ୍ଵାସରେ ଅମ୍ଳଜାନ ଗ୍ରହଣ କରେ  । ସତ କହିଲେ, ଆରମ୍ଭରୁ ବାୟୁମଣ୍ଡଳରେ ଅମ୍ଳଜାନ ନ ଥିଲା  । ପ୍ରଥମେ ପୃଥିବୀରେ ସାଇନୋ-ବ୍ୟାକ୍ଟେରିଆ ଦ୍ଵାରା ଆଲୋକ ସଂଶ୍ଲେଷଣ ପ୍ରକ୍ରିୟା ଯୋଗୁ ଅମ୍ଳଜାନ ସୃଷ୍ଟି ହୋଇଥିଲା ବୋଲି ଅନୁମେୟ  । ପୃଥିବୀ ସୃଷ୍ଟି ହେବାର ପ୍ରଥମ ୨୦୦ କୋଟି ବର୍ଷ ପର୍ଯ୍ୟନ୍ତ ଅମ୍ଳଜାନର ମାତ୍ରା ବହୁତ କମ୍ ଥିଲା  । ଏହି ୨୫୦ କୋଟି ବର୍ଷ ପୂର୍ବେ ଅମ୍ଳଜାନର ପରିମାଣ ବୃଦ୍ଧି ପାଇଥିଲା  । ଧୀରେ ଧୀରେ ପୃଥିବୀ ପୃଷ୍ଠରେ ଉଦ୍ଭିଦର ଆଗମନ ଯୋଗୁ ବାୟୁମଣ୍ଡଳରେ ଅଧିକରୁ ଅଧିକ ଅମ୍ଳଜାନ ସୃଷ୍ଟି ହେଲା  । ଆଲୋକ ସଂଶ୍ଲେଷଣ ପ୍ରକ୍ରିୟାରେ ଜଳ ଓ ଅଙ୍ଗାରକାମ୍ଳ ଗ୍ୟାସକୁ ସୂର୍ଯ୍ୟାଲୋକ ଉପସ୍ଥିତିରେ ଉଦ୍ଭିଦ ତାହାର ହରିତ୍ କଣିକା ସାହାଯ୍ୟରେ ମଣ୍ଡଳ ଜାତୀୟ ଖାଦ୍ଯ ପ୍ରସ୍ତୁତ କରେ ଏବଂ  ଅନାବଶ୍ୟକ ମୌଳିକ ଭାବେ ଅମ୍ଳଜାନକୁ ବାୟୁମଣ୍ଡଳକୁ ତ୍ୟାଗକରେ  । ଏହି ଅମ୍ଳଜାନ ହିନ ଜୀବନ ସୃଷ୍ଟିର ମୁଖ୍ୟ ଆବଶ୍ୟକ  । ମୌଳିକ  । ଅମ୍ଳଜାନର ପ୍ରଚୁରତା ଯୋଗୁ ପୃଥିବୀପୃଷ୍ଠରେ ଜୀବମାନଙ୍କର ଉତ୍ତମ ବାସସ୍ଥାନ ହୋଇପାରିଲା  । ଅମ୍ଳଜାନ ବାୟୁମଣ୍ଡଳରେ ରହିବା ସହିତ ସମୁଦ୍ର ଜଳରେ ଦ୍ରବୀଭୂତ ହେଲା  । ଫଳରେ ସମୁଦ୍ର ଜୀବମାନଙ୍କର ଜଳଗ୍ରହ ପୃଥିବୀରେ ଏକ ବିରାଟ ଆଶ୍ରୟସ୍ଥଳୀ ହୋଇପାରିଲା  । କେବଳ ସେତିକି ନୁହେଁ, ବିଭିନ୍ନ ମାରାତ୍ମକ ବିକିରଣରୁ ମଧ୍ୟ ଅମ୍ଳଜାନ ଜୀବଜଗତକୁ ରକ୍ଷା କରେ  । ସେମିତି ଏକ ବିକିରଣ ହେଉଛି ଅତିବାଇଗଣୀ ରଶ୍ମି (ୟୁ-ଭିରେ )ଅମ୍ଳଜାନର ମାତ୍ରା ଅଧିକ ହେବା ଯୋଗୁ ଆୟୁମଣ୍ଡଳରେ ଓଜନସ୍ତର ସୃଷ୍ଟି ହେଲା  । ଏହି ସ୍ତର ଆମ ପୃଥିବୀକୁ ଘୋଡାଇ ରଖିଛି  । ଓଜନସ୍ତର ଅତିକ୍ରମ କରି ସୂର୍ଯ୍ୟଙ୍କର ହାନିକାରକ ଅତିବାଇଗଣି ରଶ୍ମି ପୃଥିବୀପୃଷ୍ଠକୁ ଆସିପାରେ ନାହିଁ  । ତେଣୁ ଅମ୍ଳଜାନ ସେତେବେଳର ନିର୍ଜୀବ ପୃଥିବୀକୁ ଜୀବନ୍ତ ପୃଥିବୀରେ ପରିଣତ କରିଥିଲା  ।

କାର୍ବନିଫେରସ କାଳରେ ଅମ୍ଳଜାନ ପୃଥିବୀପୃଷ୍ଠରେ ପ୍ରଚୁର ପରିମାଣର ଥିଲା  । ବାୟୁମଣ୍ଡଳରେ ୩ ଭାଗରୁ ୧ ଭାଗ ଥିଲା ଅମ୍ଳଜାନ  । ସେତେବେଳେ ଅମ୍ଳଜାନର ବହୁଳ ମାତ୍ରାରେ ଉପସ୍ଥିତି ଯୋଗୁ କୀଟପତଙ୍ଗମାନଙ୍କର ଆକାର ବଡ ଥିଲା  ଓ ଡେଣାର ଲମ୍ବ ଅଧିକ ଥିଲା  । ବର୍ତ୍ତମାନ ବାୟୁମଣ୍ଡଳରେ ଯବକ୍ଷାରଜାନ ୭୮ ପ୍ରତିଶତ ଓ ଅମ୍ଳଜାନ ୨୧ ପ୍ରତିଶତ ଅଛି  । ଅର୍ଥାତ୍ ଏବେ ବାୟୁମଣ୍ଡଳରେ ୫ଭାଗରୁ ୧ ଭାଗ ରହିଛି ଅମ୍ଳଜାନ  । ଯଦି ଏପରି ମାତ୍ରାରେ ଅମ୍ଳଜାନ କମିଚାଲିବ, ତେବେ ଅଧିକ ସୌର ରଶ୍ମି ପୃଥିବୀପୃଷ୍ଠକୁ ଆସିବ  । ଅଧିକ ଜଳ ବାଷ୍ପୀଭୂତ ହୋଇ ଅଧିକ ଜଳୀୟବାଷ୍ପ ଏକ ସବୁଜ – କୋଠରି ଗ୍ୟାସ  । ଏହା ସୌରତାପକୁ ଧରିରଖେ ଓ ପୃଥିବୀର ତାପମାତ୍ରାକୁ ବଢାଏ  । ଅଧୁନା ପାଣିପାଗର ଦ୍ରୁତ ପରିବର୍ତ୍ତନର କାରଣ ଏହି ସବୁଜକୋଠରି ଗ୍ୟାସ  । ଅଙ୍ଗାରକାମ୍ଳ, କାର୍ବନ ମନୋକସାଇଡ, ନାଇଟ୍ରସ ଅକସାଇଡ, କ୍ଲୋରୋଫ୍ଲୋର କାର୍ବନ, ମିଥେନ ଓ ଜଳୀୟବାଷ୍ପ ଆଦିକୁ ସବୁଜ କୋଠରି ଗ୍ୟାସ (ଗ୍ରୀନହାଉସ ଗ୍ୟାସ) କୁହାଯାଏ  । ଏହି ଗ୍ୟାସ ଆମ ବାୟୁମଣ୍ଡଳର ଉପରିଭାଗରେ ଏକ ଆସ୍ତରଣ କରିବା ଫଳରେ ପୃଥିବୀପୃଷ୍ଠରୁ ବିକିରିତ ତାପ ବାହାରକୁ ଯାଇ ପାରେନି  । ଫଳରେ ପୃଥିବୀପୃଷ୍ଠର ତାପମାତ୍ରା ବୃଦ୍ଧିକରେ  । ଏହାକୁ ଜିଆରଏନ ହାଉସ୍  ପ୍ରଭାବ କହନ୍ତି  । ପୃଥିବୀର ଏଭଳି ତାପମାତ୍ରା ବୃଦ୍ଧିକୁ ‘ଗ୍ଲୋବାଲ ୱାର୍ମିଙ୍ଗ’ କହନ୍ତି  । ଏହା ଆଜି ଆମ ପାଇଁ ଅତି ଚିନ୍ତାର କାରଣ  ।

ଜନସଂଖ୍ୟାର ଦ୍ରୁତ ବୃଦ୍ଧି, ଶିଳ୍ପ ବିପ୍ଲବ, ସହରୀକରଣ ଇତ୍ୟାଦି, ଯୋଗୁ ଜଙ୍ଗଲ କ୍ଷୟ ହେଉଛି ଓ ଏହା ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଓ ପ୍ରଦୂଷଣର ମୁଖ୍ୟ କାରଣ  । ପ୍ରତି ବର୍ଷ ପ୍ରାୟତଃ ପ୍ରତି ଦଶଲକ୍ଷ ବାୟୁ ଅଣୁ ମଧ୍ୟରୁ ଦଶଟି ଅମ୍ଳଜାନ ଅଣୁ ବାୟୁମଣ୍ଡଳରୁ କମିବାରେ ଲାଗିଛି  । ଧୀରେ ଧୀରେ ଅମ୍ଳଜାନ କମୁଛି  । ହାଇପୋକ୍ସିଆ ହେଲା ଜୀବକୋଷର ଅମ୍ଳଜାନର ଅଭାବ  । ଅମ୍ଳଜାନର ହ୍ରାସ ଯୋଗୁ ଜଳଜ ଜୀବମାନଙ୍କ କ୍ଷେତ୍ରର ଜନଙ୍ଗ ଅଙ୍ଗର ବିକାଶ ହୋଇପାରୁନି  । ଫଳରେ ଜୀବନ୍ତ ଶୁକ୍ରାଣୁ ଉପରେ କୁପ୍ରଭାବ ପଡୁଛି  । ତେଣୁ ବଂଶଗତି ବାଧାପ୍ରାପ୍ତ ହେଉଛି  । ରେସସ୍ ମାଙ୍କଡର ବିବର୍ତ୍ତନ ହେତୁ ଉନ୍ନତ ମଣିଷର ସୃଷ୍ଟି  । ହାଇପୋକ୍ସିଆ ଯୋଗୁ ସେମାନଙ୍କର ପ୍ରଜନନ ଓ ଅନ୍ତଃସ୍ରାବୀ ଗ୍ରନ୍ଥି ଉପରେ ପ୍ରଭାବ ପଡୁଛି  । ଯେଉଁ ମଣିଷ ପର୍ବତ ଉପରେ ବାସ କରନ୍ତି,  ସେଠାରେ ଅମ୍ଳଜାନ ଅଭାବରୁ ସେମାନଙ୍କଠାରେ ହାଇପୋକ୍ସିଆ ଯୋଗୁ ଯୌନ ନିଷ୍କ୍ରିୟତା ଦେଖାଦିଏ  । ଯଦି ଅମ୍ଳଜାନର ମାତ୍ରା କମି କମି ଚାଲିବ, ତେବେ ମୁଣ୍ଡ ବୁଲାଇବା, ମାନସିକ ଭାରସାମ୍ୟ ରଖି ନ ପାରିବା, ବିଚାର ଶକ୍ତି ହରାଇବା, ଦୁର୍ବଳତା, ବାନ୍ତି ହେବା, ବେହୋସ ହେବା, ଚେତନା ଶକ୍ତି ଲୋପ ପାଇବା ଓ ପରିଶେଷରେ ମୃତ୍ୟୁ ହେବା ନିଶ୍ଚିତ  । ଅମ୍ଳଜାନର ଅଭାବକୁ ଏକ ‘ନୀରବ-ମୃତ୍ୟୁ’ କହିଲେ ଅତ୍ୟୁକ୍ତି ହେବନି  । ବିଜ୍ଞାନର ଆକାଶ ଛୁଆଁ ଅଗ୍ରଗତି ସହିତ ଓତଃପ୍ରୋତ ଭାବେ ଜଡିତ ଆଧୁନିକ ମଣିଷ କିପରି ମୃତ୍ୟୁ ଆଡକୁ ଗତି କରୁଛି, ସେକଥା ଚିନ୍ତା କରିବା ଜରୁରୀ  ।

ସଂଗୃହୀତ – ସ୍ମିତା ଚାନ୍ଦ

 

2.82608695652
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top