ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଇୟରବଡ ବ୍ୟବହାର କରୁଥିଲେ
ସେଆର କରନ୍ତୁ

ଇୟରବଡ ବ୍ୟବହାର କରୁଥିଲେ

ଇୟରବଡ ବ୍ୟବହାର ର ସୂଚନା

ଉପକ୍ରମ

ସୁସ୍ଥ ରହିବା ଲାଗି ପ୍ରତ୍ୟେକ ମଣିଷକୁ ପରିଷ୍କାର ପରିଚ୍ଛନ୍ନ ରହିବା ନିତ୍ରାନ୍ତ ଆବଶ୍ୟକ । ଆଉ ଏଥିପାଇଁ ପ୍ରତିଦିନ ଗାଧେଇବା ସହ ପାଟି, ନାକ, ଆଖି ଏବଂ କାନ ଆଦି ମଧ୍ୟ ଭଲ ଭାବେ ସଫା କରିବା ଦରକାର । ହେଲେ ଆପଣ ଜାଣନ୍ତିକି ପ୍ରତିଦିନ କାନ ସଫା କରିବା ଲାଗି ବ୍ୟବହାର କରୁଥିବା ଇୟରବତ୍‌ ମଧ୍ୟ କେବେ କେବେ କାନକୁ କ୍ଷତି ପହଞ୍ଚାଇବା ସହ ଶ୍ରବଣ ସମସ୍ୟାର କାରଣ ସାଜିଥାଏ । ଜାଣି ରଖନ୍ତୁ ସେ ସମ୍ପର୍କରେ

କାନ ସଫା ରଖିବା

  • କାନ ସଫା ରଖିବା ଏକ ଭଲ ଅଭ୍ୟାସ । ହେଲେ ଅଧିକ ଥର କିମ୍ବା ପ୍ରତିଦିନ କାନକୁ ଇୟରବଡରେ ସଫା କରିବା ଦ୍ଵାରା ବାହାର ମଳି ଭିତରକୁ ଯିବାରେ ଅବରୋଧ କରିବା ଲାଗି କାନ ଭିତରେ ଥିବା ଅଠାଳିଆ ଅଂଶ ଛାଡିଯାଇଥାଏ ଏବଂ ଧୂଳି ସହଜରେ ଭିତରକୁ ଯାଇଥାଏ । ତା'ଛଡା ବବାରମ୍ବାର କାନରେ ଇୟରବଡ ପୁରାଇବା ଦ୍ଵାରା ଏହା ଏକ ଅଭ୍ୟାସରେ ପରିଣତ ହୋଇଯାଏ ଏବଂ ଧୀରେ ଧୀରେ  କାନର ନଳି ମଧ୍ୟ ଚଉତା ହୋଇ ଅଧିକ ଧୂଳି, ମଳି ଭିତରକୁ ଯାଇ କାନକୁ କ୍ଷତି ପହଞ୍ଚାଇଥାଏ ।
  • କାନର ପରଦା ଅଧିକ ସମ୍ବେଦନଶୀଳ । ତେଣୁ ଇୟରବଡର ନରମ ତୁଳା ମଧ୍ୟ ସେଠାରେ ବାଜିବା ମାତ୍ରେ କ୍ଷତ ହେବାର ଆଶଙ୍କା ରହିଛି। ତା'ଛଡା ଜଣେ ଜଣେ କାନ ପୋଛିବା ଲାଗି କାନ ଭିତରେ ଇୟରବଡକୁ ରଗତିଥାନ୍ତି, ଯାହାଦ୍ଵାରା କାନ ଭିତରର ଚର୍ମ ବା ତ୍ଵଚା ରାମ୍ପି ହୋଇଯାଏ ଏବଂ କଷ୍ଟ ଅନୁଭବ ହୋଇଥାଏ ।
  • କେବେ କେବେ  ଅଜାଣତରେ କାନ ଭିତରେ ଇୟରବଡରୁ କିଛି ତୁଳା ରହିଯାଇଥାଏ । ପରବର୍ତୀ ସମୟରେ ଗାଧୋଇବା ବେଳେ ଯେବେ କାନ ଭିତକୁ ପାଣି ଯାଏ ଉକ୍ତ ତୁଳା ତାହାକୁ ଶୋଷିନିଏ, ଫଳରେ ଫଙ୍ଗାଲ ଇନ୍‌ଫେକ୍ସନ ହୋଇ କାନ ଭିତରେ ଘା' ହେବା ସହ ବିନ୍ଧା ହୋଇଥାଏ ।
  • କେବେ କେବେ ଇୟରବଡର  ତୁଳା ଖସିଯାଏ ଏବଂ କାନ ସଫା କରୁ କରୁ କେବଳ କାଠି ପରଦାରେ ବାଜିବା କାରଣରୁ କ୍ଷତ ହୋଇ ରକ୍ତ ସ୍ରାବ ହେବା କିମ୍ବା ଫାଟିଯିବା ଭଳି ସମସ୍ୟା ଉପୁଜିଥାଏ । ଯାହାକି ନା କେବଳ କଷ୍ଟ ଦାୟକ ବରଂ ଏହି ସାମାନ୍ୟ ଅସାବଧାନତା ଯୋଗୁ କେବେ କେବେ ଶ୍ରବଣ ଶକ୍ତି ହରାଇବାର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ ।
  • ଇୟରବଡରେ କାନ ସଫା କରିବା ବେଳେ କେବେ କେବେ ମଳି ବାହାରିବା ପରିବର୍ତ୍ତେ ଭିତରକୁ ଠେଲି ହୋଇଯାଇଥାଏ । ଯାହାକି ପରଦା ପାଖରେ ଜମା ହୋଇ  କମ ଶୁଭିବା କିମ୍ବା କାନ ଭିତର ହ୍ଵିସିଲ  ମାରିବା ଭଳି ଶୁଭିଥାଏ ।

ପୁରୁଣା କିମ୍ବା ପୂର୍ବରୁ ବ୍ୟବହୃତ ଇୟରବଡରେ କାନ ସଫା କରିବା ଦ୍ଵାରା କାନ ଭିତରକୁ ଅଧିକ ମଳି ଯାଇଥାଏ ଏବଂ ଇନ୍‌ଫେକ୍ସନ କରାଇଥାଏ ।

ଆଧାର: ସ୍ୱାସ୍ଥ୍ୟ ବିଭାଗ

3.0
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top