ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଏଥର ସ୍ୱାସ୍ଥ୍ୟରେ ‘କାକୁଡ଼ି ସେବନ’.
ସେଆର କରନ୍ତୁ

ଏଥର ସ୍ୱାସ୍ଥ୍ୟରେ ‘କାକୁଡ଼ି ସେବନ’.

କାକୁଡ଼ି ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଜନିତ ଲାଭ ମିଳିଥାଏ।

କାକୁଡ଼ି

କାକୁଡ଼ି ବିନା ଘରେ ତିଆରି ହୋଇଥିବା କୌଣସି ବି ସାଲାଡ଼ ଅଧୁରା ଲାଗିଥାଏ। ତେବେ ଏହା ଯେ କେବଳ ସାଲାଡ଼ର ସ୍ୱାଦ ବଢ଼ାଇବାକୁ ନେଇ ବ୍ୟବହାର କରାଯାଇଥାଏ ତାହା ନୁହେଁ ବରଂ ଏହାକୁ ଖାଇବା ଦ୍ୱାରା ଅନେକ ସ୍ୱାସ୍ଥ୍ୟଜନିତ ଲାଭ ମିଳିଥାଏ। ଏହା ପାନୀୟ ଜଳର ଏକ ବଡ଼ ଶ୍ରୋତ। ଏଥିରେ ୯୬% ଜଳ ରହିଥାଏ। ଏହାକୁ ଅନେକ ବଲିଉଡ଼ ଷ୍ଟାର ତଥା ସେଲିବ୍ରିଟି ପତଳା ହେବା ପାଇଁ ଖାଇଥାନ୍ତି ମଧ୍ୟ। ଏଥିରେ ଭିଟାମିନ୍‌ ବି, ସି, ପୋଟାସିୟମ, ଫସ୍‌ଫରସ୍‌, ଆଇରନ୍‌ ଆଦିପ୍ରଚୁର ମାତ୍ରାରେ ରହିଥାଏ। କାକୁଡ଼ି ଖାଇବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ। ଆସନ୍ତୁ ଏପରି କିଛି ବିଷୟରେ ଆଲୋଚନା କରିବା।

ରୋଗରୁ ମୁକ୍ତି ମିଳିଥାଏ

  1. ଶରୀରରେ ପାଣିର କମି ଦୂର କରିଥାଏ। କାକୁଡ଼ିରେ ୯୬% ପାଣି ଥାଏ। ଫଳରେ ଗରମ ଦିନରେ ଏହା ଶରୀରରେ ପାଣିର ମାତ୍ରାକୁ ନିୟନ୍ତ୍ରଣରେ ରଖିଥାଏ। ଏପରିକି ଏହା ଶରୀରର ସବୁ ଆବର୍ଜନା ବାହାର କରିଥାଏ।
  2. ତ୍ୱଚା ପାଇଁ ଏହା ବିଶେଷ ଭାବେ ଉପଯୋଗୀ। ଏଥିରେ ଭିଟାମିନ୍‌ ଏ, ବି ଏବଂ ସି ତଥା ଅନେକ ପ୍ରକାର ମିନେରାଲ ମ୍ୟାଗ୍ନେସିୟମ, ସିଲିକା ଏବଂ କ୍ୟାଲସିୟମ ପ୍ରଭୃତି ରହିଥାଏ। ଏହା ତ୍ୱଚା ପାଇଁ ବିଶେଷ ଭାବେ ଉପଯୋଗୀ। ଏହାକୁ ତ୍ୱଚାରେ ଘସିବା ଦ୍ୱାରା ମଧ୍ୟ ଲାଭ ମିଳିଥାଏ। ତ୍ୱଚାରୁ କୁଞ୍ଚନ ଦୂର ହୋଇଥାଏ।
  3. କାକୁଡ଼ି ଆଖି ପାଇଁ ଲାଭକାରୀ। ଯଦି ଆଖିରେ କଳାଦାଗ ତଥା ସୁଜନ ପରି ସମସ୍ୟା ଦେଖାଦିଏ ତେବେ ଏହାକୁ କାଟି ଛୋଟ ଖଣ୍ଡ କରି ଲଗାନ୍ତୁ। ଏହା ଠିକ୍‌ ହୋଇଯିବ। ଏହା ସହ ସୂର୍ୟ୍ୟଙ୍କ କିରଣ ଯୋଗୁଁ ତ୍ୱଚାରେ ପଡ଼ିଥିବା ପ୍ରଭାବଠାରୁ ମଧ୍ୟ ରକ୍ଷା କରିଥାଏ କାକୁଡ଼ିର ରସ।
  4. ହଜମ ଠିକ୍‌ କରିଥାଏ। ଏଥିରେ ୯୬% ପାଣି ଏବଂ ୪% ଫାଇବର ରହିଥାଏ। ଯାହାକି କବ୍ଜ, ଏସିଡ଼ିଟି, ଛାତି ପୋଡ଼ାଜଳା ଅଥବା ଗ୍ୟାଷ୍ଟିକ୍‌ ପରି ଅନେକ ସମସ୍ୟାଠାରୁ ମୁକ୍ତି ଦେଇଥାଏ। ଏହାକୁ ନିୟମିତ ସେବନ କରନ୍ତୁ।
  5. ଯଦି ଆପଣ ମୋଟା ହୋଇଥିବା ଯୋଗୁଁ ଚିନ୍ତାରେ ଅଛନ୍ତି ତେବେ ଆପଣ ଭୋକ ଲାଗିବା ସମୟରେ କାକୁଡ଼ି ଖାଆନ୍ତୁ। ଏହା ବିନା କ୍ୟାଲୋରି ଯୁକ୍ତ ହୋଇଥିବାରୁ ଆପଣଙ୍କ ଓଜନ ବଢ଼ିବ ନାହିଁ। ଏହା ଯଦି ଆପଣ ଲଗାତାର ତିନିଦିନ ଧରି ଖାଇବେ ତେବେ ଆପଣ ପ୍ରାୟ ୨ କିଲୋ ଓଜନ ହ୍ରାସ କରିପାରିବେ।
  6. ଏହା ଡ଼ାଇବେଟିସ୍‌ ରୋଗୀ ମାନଙ୍କ ପାଇଁ ବେଶ ଳାଭଦାୟକ। ଏହାକୁ ନିୟମିତ ସେବନ କରିବା ଦ୍ୱାରା ଇନ୍‌ସୁଲିନ୍‌ର ମାତ୍ରା ସନ୍ତୁଳିତ ହୋଇଥାଏ।
  7. ଏହା କୋଲେଷ୍ଟ୍ରୋଲର ମାତ୍ରା କମାଇବାରେ ସହାୟକ ହୋଇଥାଏ।

ଆଧାର: ଖବର ଓଡିଶା

3.11764705882
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top