ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଏବୋଲା ଭୂତାଣୁ ନାଶକ ଟିକା
ସେଆର କରନ୍ତୁ

ଏବୋଲା ଭୂତାଣୁ ନାଶକ ଟିକା

ଜଣେ ଭାରତୀୟଙ୍କ ସମେତ କେତେକ ବୈଜ୍ଞାନିକ ଚାହିଦା ମୁତାବକ ଏକ ଟିକା ଉଦ୍ଭାବନ କରିଛନ୍ତି । ଏହା ତୁରନ୍ତ ଏବୋଲା ଏବଂ ଏଚୱାନଏନୱାନ୍ ଭୂତାଣୁକୁ ନାସ କରିପାରିବ ।

ଟିକା ଉଦ୍ଭାବନ

ଜଣେ ଭାରତୀୟଙ୍କ ସମେତ କେତେକ ବୈଜ୍ଞାନିକ ଚାହିଦା ମୁତାବକ ଏକ ଟିକା ଉଦ୍ଭାବନ କରିଛନ୍ତି । ଏହା ତୁରନ୍ତ ଏବୋଲା ଏବଂ ଏଚୱାନଏନୱାନ୍ ଭୂତାଣୁକୁ ନାସ କରିପାରିବ । ସପ୍ତାହକ ମଧ୍ୟରେ ତିଆରି କରାଯାଇପାରୁଥିବା ଏହି ଟିକାରେ ଗୁଣସୂତ୍ର ଭିତ୍ତିକ ପଦାର୍ଥ ରହିଛି ଯାହା ମେସେଞ୍ଜର ଆରଏନଏ ଭାବରେ ପରିଚିତ । ଏହାକୁ ଏପରି ପ୍ରସ୍ତୁତ କରାଯାଇଛି, ଏହା ଯେ କୌଣସି ଭୂତାଣୁ ଅନୁଜୀବ ଏବଂ ପରିଜୀବୀ ପ୍ରୋଟିନର ସଂକେତ ରୂପେ କାର୍ଯ୍ୟ କରିବ । ତା’ ପରେ ଏଗୁଡ଼ିକୁ ମଲିକ୍ୟୁଲ୍ ରେ ରୂପାନ୍ତର କରି ଶରୀରୀର କୋଷିକା ଭିତରକୁ ଆରଏନଏ ଭାବରେ ପ୍ରବେଶ କରାଯାଇପାରିବ । ଏହା ପରେ ତାହା ପ୍ରୋଟିନ୍ ରେ ରୂପାନ୍ତର ହୋଇ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ । ସଂକ୍ରାମକ ରୋଗକୁ ଏହା ରୋକିପାରୁଥିବା ବେଳେ ଏହାକୁ କର୍କଟ ଟିକାରେ ପରିଣତ କରିବାକୁ ଗବେଷକମାନେ ଚିନ୍ତା କରୁଛନ୍ତି। ଏହାଦ୍ଵାରା ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥାରେ ଏକ ନୂଆ ମୋଡ ଅଣାଯାଇ ଟ୍ୟୁମରକୁ ଚିହ୍ନିପାରିବା ଏବଂ ନଷ୍ଟ କରିବା କାର୍ଯ୍ୟ ସହଜ ହୋଇପାରିବ ।

ଏମଆଇଟି

ଆମେରିକାର ମାସାଚୁସେଟସ୍ ଇନଷ୍ଟିଟ୍ୟୁଟ୍ ଅଫ ଟେକ୍ନୋଲୋଜି(ଏମଆଇଟି) ର ଗବେଷକ ଡାନିଏଲ୍ ଏଣ୍ଡରସନ୍ କହନ୍ତି, “ମାତ୍ର ୭ ଦିନ ମଧ୍ୟରେ ଏହି ନାନୋଫର୍ମୁଲା ଦ୍ଵାରା ଆମେ ନୂଆ ରୋଗ ନିରୋଧୀ ଟୀକା ପ୍ରସ୍ତୁତ କରିପାରିବୁ” । ମେସେଞ୍ଜର ଆରଏନଏ ମଲିକ୍ୟୁଲକୁ ଟିକା ଭାବରେ ବ୍ୟବହାର କରିବାର ଧାରଣା ଦୀର୍ଘ ୩୦ ବର୍ଷ ତଳୁ  ସୃଷ୍ଟି ହୋଇଥିଲା । କିନ୍ତୁ ଏଥିରେ ବଡ ପ୍ରତିବନ୍ଧକ ହେଉଛି ଏହାର ନିରାପଦ ଏବଂ ଫଳପ୍ରଦ ବ୍ୟବହାର । ଏମଆଇଟିର ଯଶଦେବ ଚହଳ ଏବଂ ଅମାର ଖାନ୍ ଆରଏନଏ ଅନୁକ୍ରମକୁ ଏଭଳି ପ୍ରସ୍ତୁତ କରିଥିଲେ ଯେ ସେମାନେ ଚାହିଁବାନୁଯାୟୀ ଯେ କୌଣସି ପ୍ରୋଟିନ୍ ପ୍ରସ୍ତୁତ କରିବାକୁ ସକ୍ଷମ ହେଉଥିଲେ ତେବେ ଏହି ଟିକା ଡିଏନଏ ଟିକା ଅପେକ୍ଷା ଅଧିକ ନିରାପଦ ହେବ ବୋଲି ଗବେଷକମାନେ ଭାବୁଛନ୍ତି ।

ଆଧାର

ସମାଜ

3.07692307692
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top