ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / କଦଳୀ ଚୋପାର କିଛି ସ୍ୱତନ୍ତ୍ର ଗୁଣ ସମ୍ମନ୍ଧରେ
ସେଆର କରନ୍ତୁ

କଦଳୀ ଚୋପାର କିଛି ସ୍ୱତନ୍ତ୍ର ଗୁଣ ସମ୍ମନ୍ଧରେ

କଦଳୀ ଚୋପାର କିଛି ସ୍ୱତନ୍ତ୍ର ଗୁଣ ସମ୍ମନ୍ଧ ସୂଚନା

କଦଳୀ ଚୋପା

କଦଳୀ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । କଦଳୀ ଯେତିକି ସୁସ୍ୱାଦୁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ହିତକର । କଦଳୀ ଏପରି  ଏକ ଫଳ ଯାହା ପ୍ରତିନିଦ ଖାଇଲେ ଆପଣଙ୍କ ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ । ଫଳ ମଧ୍ୟରୁ  କଳଦୀ ଏକ ଭିନ୍ନ ଫଳ । ସବୁ ସମୟରେ ବେଶ୍ ସହଜରେ ଉପଲବ୍ଧ ହୋଇଥାଏ  କଦଳୀ ।

କଦଳୀରେ ଭିଟାମିନ୍, ମିନେରାଲ୍ସ, କ୍ୟାଲସିୟମ, ପ୍ରୋଟିନ୍ ଭରପୁର ମାତ୍ରରେ ଥାଏ । ଏହା ଶରୀର ପାଇଁ ବହୁତ ଆବଶ୍ୟକ ଜିନିଷ । କିନ୍ତୁ ଆପଣ ଜାଣିଛନ୍ତି କି ? କେବଳ କଳଦୀ ଖାଇବା ଦ୍ୱାରା ହିଁ ଲାଭ ମିଳିନଥାଏ, କଦଳୀ  ଚୋପାରେ ବି ବିଭିନ୍ନ ପ୍ରକାର ସମସ୍ୟାକୁ ଦୂର କରିବା ପାଇଁ ବ୍ୟବହାର କରାଯାଇଥାଏ ।  ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବ ନିଶ୍ଚିତ କିନ୍ତୁ ଏହା ସତ  । କାରଣ ପ୍ରାୟ ସମସ୍ତେ କଦଳୀ ଖାଇବା ପରେ ଚୋପାକୁ ଅଦରକାରୀ ଭାବି ଫୋପାଡ଼ି ଦିଅନ୍ତି ।  ଖୁବ ଅଳ୍ପ ଲୋକେ ଜାଣନ୍ତି କଦଳୀ ଚୋପାରେ ଥାଏ ଅନେକ ଉପକାରୀ ଗୁଣ । ତେବେ ସତେଜ୍ କଦଳୀ ଚୋପାକୁ ବ୍ୟବହାର କଲେ ଶିଘ୍ର କାମ ଦେଇଥାଏ । ଆସନ୍ତୁ ଜାଣିବା କଦଳୀ ଚୋପାକୁ କିପରି ଓ କେଉଁ କେଉଁ ଦିଗରେ ବ୍ୟବହାର କରିବେ ।

ଉପକାରିତା

  • ଦାନ୍ତକୁ ସଫା କରିବା ପାଇଁ ଆମେ କଦଳୀ ଚୋପାକୁ ବ୍ୟବହାର କରିପାରିବା ।  କଦଳୀ ଚୋପାର ଭିତର ଭାଗକୁ ଦାନ୍ତରେ ରଗଡ଼ିବା ଦ୍ୱାରା ଦାନ୍ତର ହଳଦିଆପଣ ଦୂର ହୁଏ । କଦଳୀ ଚୋପରେ ଥିବା ସାଇଟ୍ରିକ୍ ଏସିଡ଼୍ ହଳଦିଆ ଦାନ୍ତରୁ ରକ୍ଷା କରେ । ଏହା ବ୍ୟତୀତ ଦାନ୍ତ ମାଢିରେ କଦଳୀ ଚୋପା ଘଷିଲେ ପାଇରିଆ ଓ ଅନେକ ଦାନ୍ତ ସମମନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ ।

 

  • କଦଳୀ ଚୋପା ତ୍ୱଚା ପାଇଁ ମଧ୍ୟ ବେଶ୍ ଉପକାରୀ । ଏଥିପାଇଁ କଦଳୀ ଚୋପାର ଚିମୁଟାଏ ହଳଦୀ ଓ ମହୁୁ ମିଶାନ୍ତୁ  ।  ପ୍ରତିଦିନ ଏହି ମିଶ୍ରଣକୁ ତ୍ୱଚାରେ ଲଗେଇବା ତା’ହେଲେ ଆପଣଙ୍କ ମୁହଁର ବା ବେକରେ ଥିବା ବ୍ରଣ ଦାଗ ଦୂର ହୋଇଯିବ । ଯାହାଦ୍ୱାରା ଆପଣଙ୍କ ଚେହେରାରେ ଚମକ୍ ଆସିବା ସହ ଏବଂ ତ୍ୱଚା ସଫା ଦେଖାଯିବ ।
  • ବେଳେ ବେଳେ ଆଘାତ ଲାଗି ଶରୀରର କିଛି ଅଂଶରେ ନୀଳ ରଙ୍ଗ ପଡ଼ିଯାଏ । ଯାହାଦ୍ୱାରା  ବହୁତ କଷ୍ଟ ଅନୁଭବ ହୁଏ ।  ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କଦଳୀ ଚୋପାକୁ ନୀଳ ପଡ଼ିଥିବା ସ୍ଥାନରେ ପାଖାପାଖି ୩୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଏପରି କିରବା ଦ୍ୱାରା ପୀଡା କମିଯିବ ।  ଏହା ବ୍ୟତୀତ କୀଟପତଙ୍ଗ କାମୁଡ଼ିବା କିମ୍ବା ଲାଗିବା ଦ୍ୱାରା ଯଦି ଆପଣଙ୍କ ଶରୀରରେ କିଛି ଦାଗ ହୁଏ ତା’ହେଲେ ବି କଦଳୀ ଚୋପାର ଉପଯୋଗ କରନ୍ତୁ ।
  • ଆପଣଙ୍କ ଶରୀରରେ ଭାତୁଡି ବାହାରୁଛି କି ? ଏହି ସମ୍ୟାରୁ ରକ୍ଷା ପାଇବା ପାଇଁ ରାତିରେ ଶୋଇବା ସମୟରେ କଦଳୀ ଚୋପା ରଖି ତା’ ଉପରେ ଏକ କପଡା ମଧ୍ୟ ବାନ୍ଧିଦେବେ । ସକାଳେ ଉଠିଲା  ବେଳକୁ ଆପଣଙ୍କ ଭାତୁଡ଼ି ଭଲ ହୋଇଯାଇଥିବ ।
  • କିଛି କଦଳୀ ଚୋପାକୁ ଅଣ୍ଡାର କେଶର ସହ ମିଶାଇ ମୁହଁରେ ଲଗାନ୍ତୁ । ନିୟମିତ ଏପରି କରିବା ଦ୍ୱାରା ବୟସାଧିକ ଯୋଗୁଁ ସୃଷ୍ଟି ହେଉଥିବା କୁଞ୍ଚିତ ରେଖା କମ ହେବ । ଅପାଣ ଯୁବା ଦେଖାଯିବେ ।
  • ଏହା ବ୍ୟତୀତ ମୁହଁରେ ହେଉଥିବା କଳା ଦାଗ ହେଉଥିଲେ କଦଳୀ ଚୋପା ମଧ୍ୟ ବେଶ ଦରକାରୀ । ଏଥିପାଇଁ ମଧ୍ୟ କଳଳୀ ଚୋପାକୁ ଅଣ୍ଡାର ଧଳା ଅଂଶ ସହ ମିଶାଇ ଏକ ମିଶ୍ରଣ ତିଆରି କରନ୍ତୁ ।  ଆଉ ଏହି ମିଶ୍ରଣକୁ ମୁହଁରେ ଲଗାନ୍ତୁ । ଏମିତି କଲେ ଆପଣଙ୍କ କଳାଦାଗ ଜଲଦି ଦୂର ହୋଇଯିବ ।
  • କୋଣସି କାରଣରୁ ଶରୀର କୁଣ୍ଡେଇ ହେଲେ ମଧ୍ୟ ଉକ୍ତ ସ୍ଥାନରେ କଳଦୀ ଚୋପା ଲଗାନ୍ତୁ । ଯାହାଦ୍ୱାରା କୁଣ୍ଡେଇ ହେବା କମିଯିବ ।

ଆଧାର: କନକ ନ୍ୟୁଜ

2.94736842105
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top