ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / କୋଲେଷ୍ଟ୍ରାଲ ଏକ ଘାତକଵ
ସେଆର କରନ୍ତୁ

କୋଲେଷ୍ଟ୍ରାଲ ଏକ ଘାତକଵ

କୋଲେଷ୍ଟ୍ରାଲ ହେଉଛି ଏକ ଚର୍ବି ଜାତୀୟ ଉପାଦାନ ଯିଏ ମହମ ସଦୃଶ ରକ୍ତ ନଳୀରେ ଦେଖାଦେଇଥାଏ ।

କୋଲେଷ୍ଟ୍ରାଲ କ’ଣ

କୋଲେଷ୍ଟ୍ରାଲ ହେଉଛି ଏକ ଚର୍ବି ଜାତୀୟ ଉପାଦାନ ଯିଏ ମହମ ସଦୃଶ ରକ୍ତ ନଳୀରେ ଦେଖାଦେଇଥାଏ । ଏହା ଅତ୍ୟଧିକ ଚର୍ବିଜାତୀୟ ଖାଦ୍ୟ, ମୋଟାପା, ମାତ୍ରାଧିକ ତେଲ, ଘିଅ, ଛେନା, ବାଦାମ, କ୍ଷୀରର ସର ଇତ୍ୟାଦି ଖାଦ୍ୟ ପଦାର୍ଥରୁ ହିଁ ସିଧାସଳଖ ମିଳିଥାଏ । ଆମେ ଯଦି ଏହି ପ୍ରକାର ଖାଦ୍ୟକୁ ବାରମ୍ବାର ବ୍ୟବହାର କରୁତେବେ ଉକ୍ତ ଖାଦ୍ୟରୁ କୋଲେଷ୍ଟ୍ରାଲ ଆମ ଶରୀରେ ଥିବା ରକ୍ତ ନାଲି କିମ୍ବା ଧମନୀ ବାଟ ଦେଇ ଜମା ହୋଇଥାଏ । ଫଳରେ ଏହା ରକ୍ତ କନିକାରେ ଜମାଟ ବାନ୍ଧି ହାର୍ଟରେ ଷ୍ଟ୍ରୋକ୍ ପରି ରୋଗ କରାଇଥାଏ ଏବଂ ଅନ୍ୟ ପକ୍ଷରେ ମସ୍ତିଷ୍କକୁ ରକ୍ତ ପ୍ରବାହ କମିଯିବା ହେତୁ ବ୍ରେନ୍ ଷ୍ଟ୍ରୋକ୍ ହେବାର ସମ୍ଭାବନା ରହିଥାଏ ।

୩ ପ୍ରକାର କୋଲେଷ୍ଟ୍ରଲ

  1. ଗୁଡ୍ କୋଲେଷ୍ଟ୍ରଲ ( ଉତ୍ତମ କୋଲେଷ୍ଟ୍ରାଲ)
  2. ବ୍ୟାଡ୍ କୋଲେଷ୍ଟ୍ରାଲ (କ୍ଷତିକାରକ କୋଲେଷ୍ଟ୍ରାଲ)
  3. ଟ୍ରାଇଗ୍ଲ୍ରିସେରାଇଡ

କୋଲେଷ୍ଟ୍ରାଲ କୁ କିପରି ନିୟନ୍ନାଣଧିନ କରାଯାଇପାରିବ

    ଜୀବନ ଶୈଳୀରେ ପରିବର୍ତ୍ତନ

  • ହୃତ୍ ପିଣ୍ଡକୁ ସୁସ୍ଥା ରଖିବା ପାଇଁ ଉତ୍ତମ ଖାଦ୍ୟ ଫଳସହିତ ସବୁଜ ପନିପରିବା ପ୍ରଚୁର ପରିମାଣର ସେବନ ସାଙ୍ଗକୁ ଲୁଣ ଏବଂ ତେଲର ପରିମାଣ କମାଇବା ଆବଶ୍ୟକ ଅଟେ ।
  • ନିୟମିତ ଶରୀରରୁ ଗମ୍ ଗମ୍ ଝାଳ ବୋହିବା ଭଳି ବ୍ୟାୟାମ ( ଅତିକମ୍ ରେ ୪୫ ମିନିଟ୍) ଆବଶ୍ୟକ ।
  • ତମାଖୁ ସେବନ, ମଦ୍ୟପାନ, ଫାଷ୍ଟଫୁଡ୍ ସେବନ ବେଂ ବାହ୍ୟ ଖାଦ୍ୟ ତଥା – ବରଗର, ପିଜା ଡ୍ରାଏଫୁଡ୍ ଇତ୍ୟାଦି ବର୍ଜନ କରିବା ଆବଶ୍ୟକ ।
  • କୋଲେଷ୍ଟରାଲ୍ ଭରିରହିଥିବା ଖାଦ୍ୟ ଯଥା ବଟର, ନଡିଆ ତେଲ କିମ୍ବା ପାମ୍ ଅଏଲରେ ରହିଥିବା ସାଚ୍ୟୁରେଟେଡ୍ ଫ୍ୟାଟ୍ ଟ୍ରାନସ୍ ଫ୍ୟାଟ ଇତ୍ୟାଦି ଖାଦ୍ୟକୁ ବର୍ଜନ କରିବା ଆବଶ୍ୟକ ।
  • ସାଚୁରେଟେଡ୍ ଓ ଟ୍ରାନସ୍ ଫ୍ୟାଟକୁ ମନୋ ଅନସାଚ୍ୟୁରେଟେଡ୍ ଏବଂ ପଲିଅନ ସାଚ୍ୟୁରେଟେଡ୍ ଫ୍ୟାଟ ଯଥା ଅଲିଭ ଅଏଲ, କନୋଲା ଅଏଲ୍ କୁ ପରିବର୍ତ୍ତନ କରିବା ଉଚିତ୍ ଯାହା କ୍ଷତିକାରକ କୋଲେଷ୍ଟ୍ରାଲ ସ୍ତରକୁ ହ୍ରାସ କମ୍ କରିବାରେ ସାହାର୍ଯ୍ୟ କରିଥାଏ ।

କୋଲେଷ୍ଟ୍ରାଲ ନିୟନ୍ତ୍ରଣାଧିକ ଖାଦ୍ୟ ଫଳ ଏବଂ ପନିପରିବାରେ

  1. ସତେଜ ଏବଂ ଥଣ୍ଡା ଦ୍ଵାରା ସଂର କ୍ଷିତବିଶେଷତଃ କଳା ବା ଅନ୍ଧାରୁଆ ପରି, ପତ୍ରରେ ଆବୃତ୍ତ ପନିପାରିବା( ବ୍ରୋକୋଲୀ ଏବଂ ଖଡା କିମ୍ବା ପୋଇ କମଳା ରଂଙ୍ଗର ପନିପରିବା କନ୍ଧମୁଳ, ଗାଜର ଇତ୍ୟାଦି ) ।
  2. ସ୍ୱାସ୍ଥ୍ୟକର ସୁପ : ଟମାଟୋ, ସବୁଜପନିପରିବା ସୁପ ଶୁଖିଲା ଚିକେନ୍ ସୁପ୍( ପାରିବା ଓ ଅଟା ବା ଚାଉଳର ବହଳିଆ ସୁପ୍) କମ୍ ପରିମାଣର ଲବଣ ସହିତ ନେବା ଜରୁରୀ ।
  3. ସମ୍ପୁର୍ଣ୍ଣ ଖାଦ୍ୟ ଶସ୍ୟ ଗହମ ଜାତୀୟ, ବ୍ରାଉନବ୍ରେଡ୍ ବାଜରା, ଜଅ ଇତ୍ୟାଦି ।
  4. ଶସ୍ୟ ଜାତୀୟ: ଶୁଖିଲା ମଟର ବିନସ୍ କଳା ଆଖିଥିବା ମଟର, ବୃକକ୍ ସଦୃଶ ମଟର, ସୋୟା ବିନସ୍ ଇତ୍ୟାଦି ।
  5. ପ୍ରାଣୀ ଜାତୀୟ :
  • (କ) ମାଛ ( ଛୋଟ କିମ୍ବା ତେଲ / ଘିଅ ଅଂସ ଛାଡି )
  • ଅଣ୍ଡା (କେବଳ ଧଳା ଭାଗ)
  • ଚିକେନ୍ ମଟନ ( ବହୁତ କମ ପରିମାଣ ଅଥବା ବର୍ଜନିୟ) ଇତ୍ୟାଦି ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଆବଶ୍ୟକ । ଫଳରେ କୋଲେଷ୍ଟ୍ରାଲ ଉପରେ ନିୟନ୍ତ୍ରଣ କରାଯାଇ ଜୀବନ ପ୍ରତି ବିପଦ ଥିବା ଘାତ ପରି ରୋଗ ଏଡା ଯାଇ ପାରିବ ।

ଆଧାର

ସଂଚାର

3.03846153846
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top