ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଖାଇବା ପରେ କ’ଣ କରିବେ ନାହିଁ
ସେଆର କରନ୍ତୁ

ଖାଇବା ପରେ କ’ଣ କରିବେ ନାହିଁ

କେଉଁ କଥା ଆମେ ଖାଇବା ପରେ ନକରିବା ସେ ସମ୍ପର୍କ ରେ ସୂଚନା

ଖାଇବା ପରେ

ନିଜର ଦୈନଦିନ ଜୀବନରେ ଆମେ ସୁସ୍ଥ ରହିବା ପାଇଁ ଅନେକ ପନ୍ଥା ଆପଣାଇ ଥାଉ । ତେବେ ଆମର କିଛି ବଦଭ୍ୟାସ ବେଳେବେଳେ ଆମକୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼େ । ତେଣୁ ଏପରି କେଉଁ କଥା ଆମେ ଖାଇବା ପରେ ନକରିବା ଚାଲନ୍ତୁ ନଜର ପକାଇବା ।

କ’ଣ କରିବେ ନାହିଁ

  1. ଖାଇବା ପରେ ସଙ୍ଗେ ସଙ୍ଗେ ଗରମ ପାଣିରେ ଗାଧାନ୍ତୁ ନାହିଁ। ଖାଇବା ପରେ ଗମର ପାଣିରେ ଗାଧୋଇଲେ ଶରୀରର ତାପମାତ୍ରା ବଢ଼ିଯାଏ। ଏହାକୁ ସନ୍ତୁଳିତ କରିବାକୁ ଯାଇ ଚର୍ମ ଆଡ଼କୁ ରକ୍ତ ପ୍ରବାହିତ ହୋଇଥାଏ। ଫଳରେ ବହୁତ ଗୁଡ଼ିଏ ଏନର୍ଜି ନଷ୍ଟ ହୋଇଯାଏ। ଆହୁରି ମଧ୍ୟ ଖାଇବା ପରେ ଗାଧୋଇବା ଦ୍ୱାରା ହାତ ଓ ଗୋଡ଼କୁ ରକ୍ତ ପ୍ରବାହ ବଢ଼ିଯାଏ, କିନ୍ତୁ ପେଟର ଚାରିପାଖରେ ରକ୍ତର ପରିମାଣ କମିଯାଏ। ଲଗାତାର ଏଭଳି କଲେ ପାଚନ ପ୍ରକ୍ରିୟା ଦୁର୍ବଳ ହୋଇଯାଏ। ଫଳରେ ଆପଣ ଯେତେ ଅଳ୍ପ ଖାଦ୍ୟ ଖାଇଲେ ମଧ୍ୟ ହଜମ ହୁଏ ନାହିଁ।
  2. ଅଧିକାଂଶ ସମୟରେ ଦେଖିବାକୁ ମିଳେ ଲୋକେ ଖାଇବା ପରେ ଚା’ ପିଅନ୍ତି। ଯଦି ଆପଣଙ୍କର ଏହି ଅଭ୍ୟାସ ଥାଏ, ତା’ହେଲେ ତୁରନ୍ତ ବଦଳାଇ ଦିଅନ୍ତୁ। ଚା’ରେ ପୋଲିଫିନାଲ୍ସ ଓ ଟେନିଂସ୍ ଭଳି ରସାୟନିକ ପଦାର୍ଥ ରହିଛି। ଏହା ଭୋଜନ ଦ୍ୱାରା ପେଟକୁ ଯାଇଥିବା ନ୍ୟୁଟ୍ରିସନ୍‌କୁ ନଷ୍ଟ କରି ଦିଏ। ପୁଣି ଚା’ର ୫୦ ଗ୍ରାମ ପତିରୁ ୪୦ ଗ୍ରାମରେ ଏସିଡ୍‌ ଥାଏ। ଏହା ଶରୀରର ପ୍ରୋଟିନ୍ ଅଂଶକୁ ନଷ୍ଟ କରିଥାଏ। ସେହିଭଳି ନିଦ ମଧ୍ୟ ଲାଗେ ନାହିଁ।
  3. ଖାଇବା ପରେ ସଙ୍ଗେ ସଙ୍ଗେ ଫଳ ଖାଆନ୍ତୁ ନାହିଁ। କାରଣ ଏହା ପେଟରେ ଲାଖି ରହିଯାଏ ଓ ଠିକ୍ ଭାବେ ପେଟ ଭିତରକୁ ଯାଇ ପାରେ ନାହିଁ। ଫଳରେ ଏଥିରୁ ଆବଶ୍ୟକ ଭିଟାମିନ୍‌ ମିଳିପାରେ ନାହିଁ। ତେଣୁ ଖାଇବାର ଏକ ଘଣ୍ଟା ପରେ ଅବା କିଛି ଘଣ୍ଟା ପୂର୍ବରୁ ଫଳ ଖାଆନ୍ତୁ।
  4. ଏମିତିରେ ତ ଆଦୌ ସିଗାରେଟ୍ ପିଇବା ଉଚିତ୍ ନୁହେଁ। ଧୂମ୍ରପାନ  ଦ୍ୱାରା ଅନେକ ପ୍ରକାର ରୋଗ ହୋଇଥାଏ। କିନ୍ତୁ ଯେଉଁମାନେ ସିଗାରେଟ୍ ଟାଣୁଛନ୍ତି ସେମାନଙ୍କ ପାଇଁ ଏହି ଟିପ୍ସଟି। ଖାଇବା ପରେ ପରେ ସିଗାରେଟ୍ ଟାଣିବା ଦ୍ୱାରା ୧୦ ଗୁଣା ଅଧିକ ବିପଦ ରହିଥାଏ।

ଆଧାର ଖବର ଓଡିଶା

3.10344827586
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top