ହୋମ / ସ୍ଵାସ୍ଥ୍ୟ / ଜୀବନର ସନ୍ଦେଶ / ଗର୍ଭାବସ୍ଥାରେ କୋଲ୍ଡଡ୍ରିଙ୍କସ କ୍ଷତିକାରକ
ସେଆର କରନ୍ତୁ

ଗର୍ଭାବସ୍ଥାରେ କୋଲ୍ଡଡ୍ରିଙ୍କସ କ୍ଷତିକାରକ

କୋଲ୍ଡଡ୍ରିଙ୍କସ ( ଥଣ୍ଡା ପାନୀୟ) ପିଲା ପାଇଁ କ୍ଷତିକାରକ ।

ଉପକ୍ରମ

ଗର୍ଭାଧାରଣ ସମୟରେ କେତେକ ମହିଳା ଖାଦ୍ୟପେୟ ପ୍ରତି ଠିକ ଭାବରେ ନଜର ଦେଇ ନ ଥାନ୍ତି । ଫଳରେ ସେମାନେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । କାରଣ ସେଭଳି ଖାଦ୍ୟ କେବଳ ମା’ ନୁହେଁ ଗର୍ଭସ୍ଥ ଶିଶୁ ପ୍ରତି ମଧ୍ୟ ବିପଦର କାରଣ ସାଜିପାରେ ତେଣୁ ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଖାଦ୍ୟ ଖାଇଲେ ମା’ ଏବଂ ପିଲା ଉଭୟ ସୁସ୍ଥ ରହିଥାଆନ୍ତି ।

କୋଲ୍ଡଡ୍ରିଙ୍କସ କ୍ଷତିକାର

ଆପଣ ଜାଣିଛନ୍ତି କି କୋଲ୍ଡଡ୍ରିଙ୍କସ ( ଥଣ୍ଡା ପାନୀୟ) ପିଲା ପାଇଁ କେତେ କ୍ଷତିକାରକ । ଇଂଲଣ୍ଡରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଯଦି ଜଣେ ମହିଲ ଗର୍ଭାବସ୍ଥା ସମୟରେ ଅଧିକ ପରିମାଣରେ କୋଲ୍ଡଡ୍ରିଙ୍କସ ପିଅନ୍ତି ତେବେ ଏହା ଗର୍ଭସ୍ଥ ଶିଶୁର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଫଳରେ ଶିଶୁର ବଡି ମାସ ଇଣ୍ଡେକ୍ସ ( ବି. ଏମ.ଆଇ) ବଢିଯାଏ, ଯାହାଦ୍ଵାରା ଜନ୍ମପରେ ପିଲାଟି ମେଦବହୁଳତା ପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି । ଗର୍ଭଧାରଣ ସମୟରେ କୋଲ୍ଡଡ୍ରିଙ୍କସ ପିଉଥିବା ମହିଳାଙ୍କ ଦ୍ଵାରା ଜନ୍ମିତ ପିଲାଠାରେ ଶ୍ଵାସକ୍ରିୟାଜନିତ ସମସ୍ୟା ଦେଖାଯିବା ଆଶଙ୍କା ରହିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏଥିପାଇଁ ଗର୍ଭବତୀମାନେ କୋଲ୍ଡଡ୍ରିଙ୍କସଠାରୁ ଦୂରେଇ ରହିବା ଭଲ । କାରଣ ସ୍ୱାସ୍ଥ୍ୟ ଲାଗି ଆଦୌ ଉପକାରୀ ନୁହେଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଆଧାର

Sambad

3.03846153846
ତାରକା ଚିହ୍ନ ଉପରେ କ୍ଲିକ କରି ପୃଷ୍ଟାଟିକୁ ମୂଲ୍ୟାଙ୍କନ କରନ୍ତୁ
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top