ସେଆର କରନ୍ତୁ

ଗାଈ କ୍ଷୀର

ଗାଈ କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ।

ଶରୀର ପାଇଁ ଲାଭଦାୟକ ଗାଈ କ୍ଷୀର

ହିନ୍ଦୁ ଧର୍ମରେ ଗାଈକୁ ଆମେ ଗୋ’ମାତା ଭାବେ ପୂଜା କରିଥାଉ। କିନ୍ତୁ ଗାଈର ମହତ୍ୱ କେବଳ ଆମ ଧର୍ମରେ ନୁହେଁ, ଶରୀର ପାଇଁ ମଧ୍ୟ ରହିଛି। ଗାଈ କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ।  ଗାଈ କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ବିଭିନ୍ନ ରୋଗରୁ ରକ୍ଷା ମିଳିଥାଏ। ଛୋଟ ପିଲାଙ୍କୁ ଝାଡ଼ା ହେଉଥିଲେ ଗରମ କ୍ଷୀରରେ ଅଳ୍ପ ଡାଲଚିନି ମିଶାଇ ପିଇବାକୁ ଦେବା ଦ୍ୱାରା ଆରାମ ଲାଗିଥାଏ।

ଅଧ କପାଳ ମୁଣ୍ଡ ବିନ୍ଧା ହେଉଥିଲେ କ୍ଷୀରରେ ବାଦାମ ମିଶାଇ ପିଇବା ଦ୍ୱାରା  ଆରାମ ଲାଗିଥାଏ।  ଏହି ମିଶ୍ରିତ କ୍ଷୀର ପିଇବାର ୨ ଘଣ୍ଟା ପର୍ଯ୍ୟନ୍ତ କୌଣସି ଖାଦ୍ୟ ଖାଇବା ଅନୁଚିତ। ଗ୍ୟାସ୍ ସମସ୍ୟା ଦେଖାଯାଉଥିଲେ ୨୫୦ ଗ୍ରାମ୍‌ ଗାଈ କ୍ଷୀର, ୨୫ ଗ୍ରାମ୍ ପାଣି ଓ ୫ଟି ଗୋଲମରିଚ ମିଶାଇ ଗରମ କରନ୍ତୁ। ଏଥିରୁ ପାଣି ଅଂଶ ମରିଗଲା ପରେ ମିଶ୍ରି ପକାଇ ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିଥାଏ। କ୍ଷୀର ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ। କ୍ଷୀରରେ କ୍ୟାଲସିୟମ୍ ପ୍ରଚୁର ମାତ୍ରାରେ ରହିଛି। ତେଣୁ କ୍ୟାଲସିୟମ କମ୍ ଥିବା ବ୍ୟକ୍ତି ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଉଚିତ।

ଓଠରୁ କଳାଦାଗ ହଟାଇବାକୁ ଚାହୁଁଥିଲେ ଏକ ଚାମଚ କଞ୍ଚା କ୍ଷୀରରେ କେସର ମିଶାଇ ମାଲିସ୍‌ କରିବା ଦ୍ୱାରା କଳାଦାଗ ଦୂରେଇ ଯାଇଥାଏ। ରାତିରେ ଶୋଇବା ପୂର୍ବରୁ  ଗାଈ କ୍ଷୀର ଚେହେରାରେ ଲଗାଇବା ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ଦେଖାଯାଇଥାଏ।

ରାତିରେ ନିଦ ହେଉ ନ ଥିଲେ ପିଅନ୍ତୁ ଗାଈ କ୍ଷୀର

ଅନେକ ଲୋକ ସବୁବେଳେ ଅଭିଯୋଗ କରନ୍ତି ଯେ ସେମାନଙ୍କୁ ରାତିରେ ଭଲ ନିଦ ହୁଏ ନାହିଁ। ମଝିରେ ମଝିରେ ସେମାନଙ୍କ ନିଦ ଭାଙ୍ଗି ଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ସେମାନେ ନିଦ ବଟିକାର ସାହାଯ୍ୟ ନିଅନ୍ତି। ତେବେ ଆପଣମାନେ ଜାଣନ୍ତି କି ବିନା ଔଷଧରେ ବି ଏହି ସମସ୍ୟାକୁ ଦୂର କରାଯାଇପାରିବ। ଗାଈ କ୍ଷୀର ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେଇପାରିବ ଓ ଆପଣ ରାତିରେ ଭଲରେ ଶୋଇ ପାରିବେ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ଗବେଷକମାନେ କହିବା ଅନୁଯାୟୀ, ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ଗାଈ କ୍ଷୀର ପିଇଲେ ଏହି ସମସ୍ୟା ସହଜରେ ଛୁ ମାରିବ। ନିଦ ହେବା ପାଇଁ ଆଉ କୌଣସି ଔଷଧ ଖାଇବାକୁ ପଡ଼ିବନି।

ଦକ୍ଷିଣ କୋରିଆ ୟୁମୟାଙ୍ଗ୍ ରିସର୍ଚ୍ଚ ଇନଷ୍ଟ୍ୟୁଟର ଗବେଷକମାନେ କରିଥିବା ଗବେଷଣାରୁ ଏହି ନିର୍ଷ୍କର୍ସରେ ପହଞ୍ଚିଛନ୍ତି। ସେମାନେ କହିଛନ୍ତି ଯେ ବିଶେଷ କରି ରାତିରେ ଗାଈ କ୍ଷୀରରେ ଟ୍ରିପ୍ଟୋଫେନ୍ ଓ ମେଲାଟୋନିନର ମାତ୍ରା ପ୍ରଚୁର ପରିମାଣରେ ମିଳିଥାଏ। ମେଲାଟୋନିନ ଏକ ପ୍ରକାର ସ୍ୱାଭାବିକ ହର୍ମନ। ଏହା ଶୋଇବା ଓ ଉଠିବା ଚକ୍ରକୁ ନିୟନ୍ତ୍ରିତ କରିଥାଏ। ସେହିଭଳି ଟ୍ରିପ୍ଟୋଫେନ୍ ସେରୋଟୋନିନ୍ ଓ ମେଲାଟୋନିନରେ ପରିଣତ ହୋଇଯାଏ।

Odisha Reporter Bureau

2.92307692308
ଆପଣଙ୍କର ପରାମର୍ଶକୁ ପୋଷ୍ଟ କରନ୍ତୁ

( ଯ଼ଦି ଆପଣଙ୍କର କିଛି କମେଣ୍ଟ / ପରାମର୍ଶ ଉକ୍ତ ବିଷଯ଼ବସ୍ତୁକୁ ନେଇ ରହିଛି ତେବେ ଦଯାକରି ତାହାକୁ ଏଠାରେ ପୋଷ୍ଟ କରନ୍ତୁ

Enter the word
ନେବିଗତିଓଂ
Back to top