ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ
ଦୁର୍ଘଟଣା
ଦୁର୍ଘଟଣା ସ୍ଥାନ , କାଳ ଓ ପାତ୍ର ଦେଖି ଆସି ନଥାଏ । ଏହା ସର୍ବଦା ଆକସ୍ମିକ । ପୂର୍ବ ପ୍ରସ୍ତୁତି ଓ ସଚେତନତା ଦ୍ଵାରା ହିଁ ଦୁର୍ଘଟଣାକୁ ଏଡାଇ ଦେଇ ହୁଏ ବା ଦୁର୍ଘଟଣାର ପରବର୍ତ୍ତୀ ପୀଡାକୁ ଯଥାଶୀଘ୍ର ଲାଘବ କରିହୁଏ । ଦେଶରେ ବର୍ଷକୁ ଦେଢ ଲକ୍ଷ ଲୋକ ସଡକ ଦୁର୍ଘଟଣାର ପ୍ରାଣ ହରାଉଥିବା ବେଳେ ଅର୍ଦ୍ଧାଧିକ ଲୋକ ପ୍ରାଥମିକ ଚିକିତ୍ସା ମିଳିବାରେ ବିଳମ୍ବ ହେତୁ ପ୍ରାଣ ହରାଇଥାନ୍ତି । ତେବେ ଏହି ସମୟରେ କେତେକ କଥା ଜାଣିଥିଲେ , ଜୀବନକୁ ମୃତ୍ୟୁ କବଳରୁ ରୋକି ହୋଇଥାଏ ।
ପ୍ରତିଶୋଧକ
- ଦୁର୍ଘଟଣାସ୍ଥଳରେ ଥିଲେ ବା ନିଜେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ , ପ୍ରଥମେ ନିଜକୁ ସୁରକ୍ଷିତ ମଣିବା ପରେ ଅନ୍ୟକୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ ।
- ଟ୍ରାଫିକକୁ ନିୟନ୍ତ୍ରଣ କରି ଦୁର୍ଘଟଣାଗ୍ରସ୍ତ ଲୋକକୁ ରାସ୍ତାକଡକୁ ନେଇ ଆସନ୍ତୁ ।
- ଶରୀରର ରକ୍ତ ବାହାରୁଥିବା ସ୍ଥାନରେ କପଡା ଗୁଡାଇ ସଙ୍ଗେ ସଙ୍ଗେ ବାନ୍ଧି ଦିଅନ୍ତୁ । ଅତ୍ୟଧିକ ରକ୍ତଶାବ ଯୋଗୁଁ ମଧ୍ୟ ପୀଡିତ ଲୋକଟି ମୃତ୍ୟୁମୁଖରେ ପଡିପାରେ ।
- ପୀଡିତ ଲୋକକୁ ଆଶ୍ଵାସନା ଦେଇ ମନୋବଳ ଦୃଢ କରାନ୍ତୁ । ବେଳେ ବେଳେ କିଛି ହୋଇ ନଥିଲେ ବି ଭୟଭୀତ ହୋଇ ହୃଦ୍ ଘାତର ପ୍ରାଣହାନୀ ଘଟିପାରେ ।
- ବେହୋସ ହୋଇଯାଇଥିଲେ ମୁହଁରେ ସାମାନ୍ୟ ପାଣି ଛିଞ୍ଚିବା ସହ କାନ ଓ ପାଟିରେ ଫୁକାନ୍ତୁ । ତଥାପି ହୋସ ନଆସିଲେ , ଆପଣଙ୍କ ଦୁଇ ପାପୁଲିକୁ ଛନ୍ଦି ପୀଡିତର ଛାତିରେ ସାମାନ୍ୟ ଚାପ ସୃଷ୍ଟି କଲେ ଚେତା ଫେରିଆସିବ ।
- ଏହା ମଧ୍ୟରେ ଆମ୍ବୁଲାନ୍ସ ଓ ପୁଲିସକୁ ଟୋଲ ଫ୍ରି ନମ୍ବର ୧୦୮ ଓ ୧୦୦ ରେ ଦୁର୍ଘଟଣାସ୍ଥଳର ସ୍ଥାନ ଓ କ୍ଷୟକ୍ଷତି ସମ୍ପର୍କରେ କୁହନ୍ତୁ ।
- ଦୁର୍ଘଟଣାଗ୍ରସ୍ତଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରି ଘରକୁ ଖବରଟି ଜଣାନ୍ତୁ
- ସରକାରୀ ଗାଡି ଆସିବା ଡେରି ହେଲେ ଅପେକ୍ଷା ନକରି ବେସରକାରୀ ଗାଡିରେ ଡାକ୍ତରଖାନା ଆଣିବାକୁ ଚେଷ୍ଟା କରନ୍ତୁ ।
- ଭାଙ୍ଗି ଯାଇଥିବା ଶରୀର ସହିତ ଯୋଡି ରଖନ୍ତୁ । ନଚେତ ଶିରଗୁଡିକ ଛିଡିଗଲେ ଅଙ୍ଗଟି ଯୋଡାଯିବାରେ ସମସ୍ୟା ଉପୁଜିପାରେ ।
- ମସ୍ତିସ୍କ ବା ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ଆଘାତ ହୋଇଥିଲେ ଲୋକକୁ ମୁହଁ ତଳକୁ କରି ଶୁଆଇ ଦିଅନ୍ତୁ । ରକ୍ତ ଜମାଟ ନବାନ୍ଧି ବାହାରିଯିବ । ମସ୍ତିସ୍କରେ ରକ୍ତ ଜମାଟ ବାନ୍ଧିଗଲେ ପୀଡିତ ଲୋକ କୋମାକୁ ଚାଲିଯିବାର ସମ୍ଭାବନା ଥାଏ ।
- ସମ୍ପୂର୍ଣ୍ଣ କଟିଯାଇଥିବା ଅଙ୍ଗକୁ ମଧ୍ୟ ଲୋକଟି ସହିତ ଡାକ୍ତରଖାନା ପଠାନ୍ତୁ ।
- ରାସ୍ତାରୁ ସମ୍ଭବପର ଜିନିଷ ହଟାଇ ଦେଇ ରାସ୍ତା ଅବରୋଧକୁ ସ୍ଵାଭାବିକ କରନ୍ତୁ ।
- ପାଇଥିବା ଜିନିଷକୁ ପୁଲିସକୁ ହସ୍ତାନ୍ତର କରି ସହଯୋଗ କରନ୍ତୁ ।
- ସର୍ବଦା ନିଜର ପରିଚୟ ପତ୍ର ସହିତ ଫୋନ ନମ୍ବର ଲେଖି ପାଖରେ ରଖନ୍ତୁ ।
- ଭାଙ୍ଗି ଯାଇଥିବା ଅଙ୍ଗକୁ କୌଣସି ପରିସ୍ଥିତିରେ ଝୁଲାଇ ରଖନ୍ତୁ ନାହିଁ ।
- କିଏ ମୃତ ଓ ଜୀବିତ ନବିଚାରି ଯଥାଶୀଘ୍ର ଡାକ୍ତରଖାନା ପଠାନ୍ତୁ ।
- ପରିଚୟ ପତ୍ରରେ ବ୍ଲଡଗ୍ରୁପ ଲେଖିବାକୁ ଭୁଲନ୍ତୁ ନାହିଁ ।
- ଦୁର୍ଘଟଣାଗ୍ରସ୍ତ ଲୋକକୁ ଚାରିପଟୁ ଘେରି ରହି ମୁକ୍ତ ପବନ ଆସିବାରେ ବାଧା ସୃଷ୍ଟି କରନ୍ତୁନି ।
- ଅସହାୟତାର ସୁଯୋଗ ନେଇ ଲୁଟପାଟ ପରି ବିବେକହୀନ କାମ କରନ୍ତୁ ନାହିଁ ।
- ଦୁର୍ଘଟଣା ଘଟାଇଥିବା ଲୋକଙ୍କୁ ଆକ୍ରମଣ ନକରି ତାଙ୍କୁ ପୁଲିସ ଜିମା ଦିଅନ୍ତୁ ।
- ଆବଶ୍ୟକ ନଥିଲେ ମୋବାଇଲ ସୁଇଚ ଅଫ କରି ରଖନ୍ତୁ ନାହିଁ । ଏଥିଯୋଗୁଁ ଆପଣଙ୍କ ପରିଚୟ ଓ ଘରକୁ ଖବର ଦେବାରେ ବିଳମ୍ବ ହୋଇପାରେ ।
ଆଧାର – ସ୍ୱାସ୍ଥ୍ୟ ବ୍ୟୁରୋ
Last Modified : 9/30/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.